ହରିବଂଶ (ଦ୍ୱିତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂଦେବୀଂ ସରସ୍ୱତୀଂ ବ୍ୟାସଂ ତତୋଜୟ ମୁଦିରୟେତ୍ ।ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିଂଯତ୍କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂବେଦାନୁଦ୍ଧରତେ ଜଗନ୍ତି ବହତେ ଭୂଗୋଳମୁଦ୍ବିଭ୍ରତେ,ଦୈତ୍ୟାନ୍ ଦାରୟତେ ବଳିଂ ଛଳୟତେ କ୍ଷତ୍ରିକ୍ଷୟଂ କୁର୍ବତେପୌଲସ୍ତ୍ୟଂ ଜୟତେ ହଳଂ କଳୟତେ କାରୁଣ୍ୟ ମାତନ୍ୱତେ,ମ୍ଲେଚ୍ଛାନ୍ ମୂର୍ଚ୍ଛୟତେ ଦଶାକୃତି କୃତେ କୃଷ୍ଣାୟ ତୁଭ୍ୟଂ ନମଃବ୍ୟାସ ବଶିଷ୍ଠନପ୍ତାରଂ ଶକ୍ତେଃ ପୈତ୍ରମକଳ୍ମଷଂପରାଶରାତ୍ମଜଂ ବନ୍ଦେ ଶୁକତାତଂ ତପୋନିଧିଂ
ମେରୁ ଜନ୍ମ
ଜୟ ତୁ ଶାରଦା ମାଗୋ ଅପର୍ଣ୍ଣା ପାର୍ବତୀଜୟ ଶାରଦା ଅଜ୍ଞାନଜନ ଜ୍ଞାନଦାତ୍ରୀ ।ଅଗାଧ ସାଗର ଏହି ହରିବଂଶ ପୋଥିତବ କୃପା ହେଲେ ସିନା କରିବି ଉକତି ॥
ଜୟ ତୁ ଜଗନ୍ନାଥ ହେ କାମି କାମଦାନୀଅନାଦି ଅଚଳ ସ୍ୱାମୀ ପରତତ୍ତ୍ୱଜ୍ଞାନୀ ।ଦେବାଧି ଦେବଙ୍କର ତୁ ଅଟୁ ଅଗ୍ରଲେଖାଆଦି ଅନ୍ତ ମଧ୍ୟ ନାହିଁ ନାହିଁ ଲେଖାଯୋଖା ।କିରୀଟ କୁଣ୍ଡଳ ତୋର ସାରଙ୍ଗ ଯେ ଧନୁଅଭେଦ୍ୟ ବଜ୍ର ଅଟଇ ସ୍ୱାମୀ ତୋର ତନୁ ।ଶୟଳର ଲାଭ ହାନି ହରତା କରତାଲକ୍ଷ୍ମୀ ସରସ୍ୱତୀଙ୍କର ଅଟ ତୁମ୍ଭେ ଭର୍ତ୍ତା ।ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚାରିଭୁଜକରୁଣାନିଧି ଦେବାଧି ଦେବଙ୍କର ରାଜ ।ବ୍ରହ୍ମାଆଦି ରୁଦ୍ର ଦେବେ ପଢ଼ନ୍ତି ତୋ ସ୍ତୁତିତୁମ୍ଭେ ଯୋଗନିଦ୍ରା ପିଣ୍ଡ ବ୍ରହ୍ମାଣ୍ଡର ପତି ।ଅଦେହ ଅଶ୍ରୁତ ଅଣାକାର ଅବ୍ୟକତତୋର ଖେଳ କଉତୁକେ ହୋଏ ଏ ଜଗତ ।ଘଟଣ ତୁ ଅଘଟଣା ଚତୁର୍ଦ୍ଧା ମୂରତିଆପେ ସମ୍ଭୂତ ହୋଇ ତୁ ରଖୁ ବସୁମତୀ ।ଧର୍ମ ଅର୍ଥ କାମ ମୋକ୍ଷ ଚଉବର୍ଗ ଗୁରୁଶରଣ ରକ୍ଷଣ ନାଥ ବାଞ୍ଛା କଳ୍ପତରୁ ।ତୀର୍ଥରାଜ ବୃକ୍ଷରାଜ ପକ୍ଷରାଜ ମୂଳେଗିରିରାଜ ଲିଙ୍ଗରାଜ ତୋର ପାଦ ତଳେ ।ବାରେ ତୋର ଦରଶନେ ବଇକୁଣ୍ଠ ଲଭିଆଉ ତାର ପୁନର୍ଜନ୍ମ ନାହିଁ ଦିବି ଭୁବି ।ଅପାର ମହିମା ତୋର କହି ନ ସରଇମୁଁ କିସ କହିବି ତାହା ନରଦେହ ବହି ।ଦ୍ୱିତୀୟ ଖଣ୍ଡକୁ ବାକ୍ୟ ଦେବୀ ପରସନ୍ନେଲେଖଇ ଯାହା କହଇ ମୋର ବିଦ୍ୟମାନେ ।ମୋତେ ଗୋଚର ନୁହଇ ଏ ବିଷ୍ଣୁର ବାଣୀପାଠ ଶାଠ ଶାସ୍ତ୍ର ବିଦ୍ୟା ମୁହିଁ ତ ନ ଜାଣି ।ଏଣୁ ପଣ୍ଡିତ ଗୋଷ୍ଠୀକି ନୁହଇ ମୁଁ ସରି
ସମ୍ବନ୍ଧିତ ରଚନା
ହରିବଂଶ (ତୃତୀୟ ଖଣ୍ଡ)ଅଚ୍ୟୁତାନନ୍ଦ ଦାସ ଅଚ୍ୟୁତାନନ୍ଦ ଦାସ
ହରିବଂଶ (ପଞ୍ଚମ ଖଣ୍ଡ)ଅଚ୍ୟୁତାନନ୍ଦ ଦାସ ଅଚ୍ୟୁତାନନ୍ଦ ଦାସ
୧୨
ହେତୁ ପାଇଲି ଶାରଦା ଦେବୀ ଅନୁସରି ।
ସୁଜ୍ଞଜନମାନଙ୍କର ଦାସର ମୁଁ ଦାସ
ବାଳୁତମତି ମୋହର ନ ଧରିବା ଦୋଷ ।
ଯେ ହରିବଂଶ ବ୍ରହ୍ମାଦି ଦେବେ ଅଗୋଚର
ସେ ଗ୍ରନ୍ଥ କହିବାକୁ କି ଭରସା ମୋହର ।
କେବଳ ହରିଚରିତ ଉଚ୍ଚାର ନିମନ୍ତେ
ମୁକତି ବାଟ ଦେଖାଉଅଛି ଜନହିତେ ।
ଯହୁଁ ବାଞ୍ଛିତ ବଚନମାନ ଠିକ କଲି
ହରିନାମ ହୃଦେ ଧରି କେବଳ ବଞ୍ଚିଲି ।
ଶ୍ରୀ ଜଗନ୍ନାଥଙ୍କର ଚରଣେ ମୋର ସେବା
ବିଶେଷ ଜନେ ଏ ଭାଗବତକୁ ଶୁଣିମା ।
ଶୁଣ ହୋ ପରୀକ୍ଷ ରାଜା ମେରୁ ଜନ୍ମବାଣୀ
ଲକ୍ଷେ ଶୃଙ୍ଗ ବହି ଯେହୁ ଧରିଛି ଧରଣୀ ।
ଯେବଣ ପ୍ରକାରେ ହେଲା ମେରୁ ଉତପତ୍ତି
ତା ତୁମ୍ଭ ଆଗେ କହିବା ପଣ୍ଡୁପଣନାତି ।
ଯେ ବେଳେ ସଙ୍କେତ ନାମେ ସତ୍ୟଯୁଗ ହେଲା
ଆରୋହ ନାମରେ ମନୁ ଅଧିକାରୀ ଥିଲା ।
ନର ଶେଖର ନାମରେ ବ୍ରହ୍ମା ଦେହଧାରୀ
ମାନବ ଆଦି ଜୀବର ସୃଷ୍ଟି ଅଧିକାରୀ ।
ଧାର୍ମିକ ବିବେକୀ ଅଟେ ସେହି ବେଦବର
ଚତୁର୍ମୁଖେ ବେଦ ପଢ଼େ ଚାରିମୁଣ୍ଡ ତାର ।
ସେ ନରଶେଖର ବ୍ରହ୍ମା ଦିବସେକ ଅନ୍ତେ
ଅଠର ଲକ୍ଷ ଅଠାଶୀ ସହସ୍ର ଲେଖନ୍ତେ ।
ଏ ବିଧିରେ ଜୀଇଁ ବ୍ରହ୍ମା ଶତେ ବର୍ଷ ଯାଏ
ଏ ବ୍ରହ୍ମା ନାଶ ଗଲେଟି ଆନ ବ୍ରହ୍ମା ହୋଏ ।
ସେ ବ୍ରହ୍ମାର ଶତେଗୁଣେ ତାର ବଇଭୋଗ
ତାକୁ ସମୟେକ ପୁଣି ଘଟେ ମୃତ୍ୟୁଯୋଗ ।
ସେ ବ୍ରହ୍ମା ନାଶ ଗଲେଟି ନିରାକାର ସ୍ୱାମୀ
ତା ତହୁଁ ଅଧିକ ଗୁଣେ ବ୍ରହ୍ମା ସୃଜେ ଆଣି ।
ଏ ବିଧି ଶତେକ ବ୍ରହ୍ମା ଏକୁ ଏକ ଶ୍ରେଷ୍ଠ
ବିଷ୍ଣୁର ଆଜ୍ଞା ପ୍ରମାଣେ ସମେ ପାଳେ ରାଷ୍ଟ୍ର ।
ଏହି ପରମାଣେ ଜାତ ଶତେ ବ୍ରହ୍ମା ଯାଇ
କୋଟିମୁଖ ହୋଇ ଏକ ବ୍ରହ୍ମା ଉପୁଜଇ ।
ସେ କୋଟିମୁଖ ବ୍ରହ୍ମାର ଦିବସେକ ଯେତେ
ଲେଖନ୍ତେ ଅନ୍ତ କରି ମୁଁ କହିବଇଁ କେତେ ।
ଅଦୃଷ୍ଟ ସେ ଅସମ୍ଭବ ଅଗୋଚର ବାଣୀ
ମନ ବଚନରେ ତାହା ନୋହେ ପରିମାଣି ।
ସେ ବ୍ରହ୍ମାର ଦିବସେକ ସୃଷ୍ଟି ହୁଏ କ୍ଷୟ
ଦ୍ୱାଦଶ ଲୋକ ପର୍ଯ୍ୟନ୍ତ ଘୋଟଇ ପ୍ରଳୟ ।
ଅନନ୍ତ କୋଟି ବ୍ରହ୍ମାଣ୍ଡେ ଜୀବଜନ୍ତୁ ଥାନ୍ତି
ବ୍ରହ୍ମା ନାଶଗଲେ ସେହି ସବୁ ନାଶଯାନ୍ତି ।
ସ୍ୱର୍ଗମଣ୍ଡଳଯାକ ତ ଘୋଟେ ମହାଜଳ
ତେତିଶକୋଟି ଦେବତା ମରନ୍ତି ସକଳ ।
ରାତ୍ର ଯେତେ ଦିବସହିଁ ତେତେ ବ୍ରହ୍ମା ଥାନ୍ତେ
କହନ୍ତେ ତା ଅସମ୍ଭବ ଅଗୋଚର ମୋତେ ।
ଦିବସଯାକ ସେ ବ୍ରହ୍ମା ସର୍ଜଇ ଜଗତ
ରାତ୍ର ହୋଇଲେ ସେ ବ୍ରହ୍ମା ନିଦ୍ରାରେ ମୋହିତ ।
ମେରୁ ମନ୍ଦର ଗିରି ଯେ ଅଷ୍ଟଗିରି ମୂଳେ
ସର୍ବନାଶ ଯାନ୍ତି ବ୍ରହ୍ମା ରାତ୍ରେ ନିଦ୍ରା ଗଲେ ।
ଦେବ ଦାନବ ମାନବ ଆଦି ଯେ ଅଛନ୍ତି
ଦେହଧାରୀମାନେ କେହି ନ ଥାନ୍ତି ବରତି ।
ବ୍ରହ୍ମ ଲୋକେ ଜଳ ଲାଗିଯାଏ ଯହୁଁ କ୍ଷୟେ
ସବୁ ଜଗତ ବଡ଼ବା ଅନଳ ପରାୟେ ।
ବ୍ରହ୍ମାଙ୍କ ଯୁଗ ରାତ୍ରକ ଏହିରୂପେ ଗଲେ
ଦିବସ ହୋଇ ବ୍ରହ୍ମାର ରଜନୀ ପାହିଲେ ।
ଯେତେବେଳେ ରବିଙ୍କର କିରଣ ଲାଗଇ
ନିଦ୍ରା ଭଙ୍ଗ ହୋଇ ବ୍ରହ୍ମା ଉଠିଣ ବସଇ ।
ନୟନ ମଳିଣ ତହୁଁ ଦେଖଇ ସେକାଳେ
ସଚରାଚର ବ୍ରହ୍ମାଣ୍ଡ ବୁଡ଼ିଅଛି ଜଳେ ।
ଜନ ଜନ୍ତୁଏ ନ ଥାନ୍ତି କେହି ଦେହ ଧରି
କଇଳାସ ଆଦି ମେରୁ ମନ୍ଦର ଯେ ଗିରି ।
ଜଗତଯାକ ଲହରୀମୟ ମହାଜଳ
ଅଶେଷ ପ୍ରବଳେ ଭେଦି ତଳ ମହାତଳ ।
ସେ ମହାଜଳରେ ସ୍ନାନ କରି ପରମେଷ୍ଠୀ
ଦେଖଇ ସେ ଶୂନ୍ୟମୟ ହୋଇଅଛି ସୃଷ୍ଟି ।
ଜନଜନ୍ତୁ ମାତ୍ର କେହି ନାହିଁ ସଙ୍ଗେ ସଖା
ପ୍ରଳୟ ଜଳରେ ଆପେ ରହିଅଛି ଏକା ।
ରୁଦ୍ରରୂପୀ ଅଟଇ ଯେ ବିଷ୍ଣୁ ରୂପ ସେହି
ସର୍ବଦେହେ ବ୍ରହ୍ମା ହୋଇଅଛି ଏକଦେହି ।
ବେଦମୟ ଆତ୍ମା ସେହୁ ବେଦ ତାର ସଖା
ଆଦ୍ୟ ଅନ୍ତ ମଧ୍ୟ ଯାର ନାହିଁ ପୁଣି ଲେଖା ।
ସଂସାରକୁ ଶୂନ୍ୟମୟ ଦେଖନ୍ତେ ବିଧାତା
ମଧୁକଇଟଭ ଜାତ କଲା ବିଶ୍ୱକର୍ତ୍ତା ।
ତାଙ୍କର ସଙ୍ଗରେ ବିଷ୍ଣୁ କରି ମହାଯୁଦ୍ଧ
ବିଶ୍ୱରୂପ ଧରି କଲେ ସେ ଦୁହିଁଙ୍କୁ ବଧ ।
ଅଶେଷ କୋଟି ଯୋଜନ ସେ ଅସୁର ବପୁ
ରଙ୍ଗ କୁତୂହଳେ ତାଙ୍କୁ ନାଶି ମଧିୁରିପୁ ।
ମଧୁ ଦଇତ୍ୟକୁ ଯହୁଁ ମାଇଲେ ଶ୍ରୀହରି
ତେଣୁ ତାହାଙ୍କର ନାମ ହେଲା ମଧୁହାରୀ ।
ଦାନବ ଶରୀର ଦେବ ଧରି ନିଜକରେ
ଅସ୍ଥି ରକତ ମାଏଁସ ମର୍ଦ୍ଦି ରୋଷଭରେ ।
କୁରାଳ ମାଟି ପରାୟ ମର୍ଦ୍ଦିକଲେ ଲୋଚା
ଦାନବଙ୍କୁ ମାରି ପ୍ରଭୁ କଲେକ ଭଙ୍ଗିଚା ।
ଖଣ୍ଡ ଖଣ୍ଡ କରି ସ୍ୱାମୀ ଧରି କରତଳେ
ସାତଖଣ୍ଡ ପକାଇଲେ ଦିଗ ବାରି ଜଳେ ।
ଅସ୍ଥି ମାଂସ ସେହୁ ଯହୁଁ ସଞ୍ଚିଲେକ ସ୍ୱାମୀ
ତେଣୁ ବସୁନ୍ଧରା ନାମ ରଖିଲେ ମେଦିନୀ ।
ସେ ମେଦ ମେଦିଲେ ଧାତା ଜଳର ଭିତରେ
ଭାସିଲା ସେ ଥଲ ଥଲ ହୋଇ ଲହରୀରେ ।
ତାହା ଦେଖିଣ ବିଧାତା ହୋଇଲେ ହତାଶ
ବିଚାରି ବୋଇଲା ଏହା କରିବି ମୁଁ କିସ ।
ବେନିକରେ ତୋଳି ତାକୁ ଆକର୍ଷି ଧଇଲା
ଅସମ୍ଭାଳ ହୋଇ ତହୁଁ ତାକୁ ଛାଡ଼ିଦେଲା ।
ଧରୁ ଧରୁ ସେ ମେଦିନୀ ହେଲା ଯହୁଁ ଆଣି
ସେଦିନୁ ତାହାର ନାମ ହୋଇଲା ଧରଣୀ ।
କେବେହେଁ ଆୟତ୍ତ ଯହୁଁ ନୋହିଲା ବ୍ରହ୍ମାଣ୍ଡ
ବ୍ରହ୍ମଦଣ୍ଡ ଖଣ୍ଡି ଧାତା କଲା ବେନି ଖଣ୍ଡ ।
ପଞ୍ଚଭୂତ ଆତ୍ମାକୁ ସେ ପାଞ୍ଚଖଣ୍ଡ କଲା
କରେ ଧରି ବ୍ରହ୍ମଦଣ୍ଡ ପବେକ ଭାଙ୍ଗିଲା ।
ଉପରେ ପବକ ବ୍ରହ୍ମା ଘେନି ନିଜକରେ
ଗାଢ଼ କରିଣ ପୋତିଲା ଜଳର ଭିତରେ ।
ସାତକୋଟି ଯୋଜନ ସେ ଫୁଟି ତଳେ ଗଲା
ଉପରେ ଚଉଦ କୋଟି ଉତ୍ସର୍ଗ ରହିଲା ।
ଏହି ଏକୋଇଶ କୋଟି ଯୋଜନ ପ୍ରସିଦ୍ଧି
ଏକୋଇଶ ବ୍ରହ୍ମାଣ୍ଡକୁ ସ୍ଥାପିଲା ଏ ବିଧି ।
ଉପରେ ଚଉଦଲୋକ ତଳେ ଲୋକ ସାତ
ଏମନ୍ତ ଏ ଏକୋଇଶ ଲୋକ ସର୍ଜିଲା ତ ।
ଅଚଳ କରି ଥୋଇଲା ସପତ ମେଦିନୀ
ସେ ଦିନୁ ଅଚଳା ନାମ ହେଲା ପଦ୍ମଯୋନି ।
ବ୍ରହ୍ମଦଣ୍ଡ ଅଗପବ ମାଡ଼ିବସି ପୋତି
ମେରୁଦଣ୍ଡ ନାମ ତାର ଦେଲା ପ୍ରଜାପତି ।
ମେରୁ ମହିମା କହିବା ତୋତେ ମହାଜ୍ଞାତା
ମିଳେ ତହିଁ ଏକୋଇଶ ପୁରର ବାରତା ।
ତଳ ସାତଲୋକର ଯେ ବାରତା ତୁ ଶୁଣ
ଲଭିବୁ ତୁ ସଦଗତି ପାଇବୁ କାରଣ ।
ତଳକୁ ହିଁ ନାଗଲୋକ କୂର୍ମଲୋକ ମୂଳେ
ମୀନ ମଣ୍ଡୁକୀଲୋକ ଯେ ଅଛଇ ପାତାଳେ ।
ଅନନ୍ତ ପ୍ରଭୁ ଏ ବିଶ୍ୱଯାକ ଅଛି ବହି
ଶଉଚ ହୋଇ ଆତ୍ମାରେ ମନଦେଇ ଥୋଇ ।
ତହିଁର ତଳେ ଅଛଇ ପୁର ସ୍ୱର୍ଣ୍ଣମୟେ
ସାତକୋଟି ଯୋଜନ ତା ଆୟତନ ହୁଏ ।
ପାତାଳ ବୋଲିଣ ସେହି ପୁରର ନିର୍ମାଣ
ଯାହା ଧରିଛି ମଣ୍ଡୁକୀ ନାମେ ନାରାୟଣ ।
ତହିଁର ତଳେ ଅଛଇ ପୁରେକ ବିସ୍ତାର
ଏଗାର କୋଟି ଯୋଜନ ଆୟତନ ତାର ।
ଅତଳ ପାତାଳ ବୋଲି ଅଟଇ ସେ ଭୂମି
ତାହାକୁ ଧରିଅଛନ୍ତି କୂର୍ମରୂପୀ ସ୍ୱାମୀ ।
ତହିଁର ତଳେ ଅଛଇ ପୁର ଅନୁପମ
ତେରକୋଟି ଯୋଜନ ଯେ ତାର ଆୟତନ ।
ରସାତଳ ନାମ ସେହି ପୁରର ପ୍ରସିଦ୍ଧି
ଧରିଅଛନ୍ତି ମୁକୁଦ ନାମେ ମହାଯୋଧୀ ।
ତା ତଳେ ଅଛି ପୁରେକ ଜାଣି ହେମପ୍ରଭା
ଚନ୍ଦ୍ରକିରଣ ତାହାର ପଟାନ୍ତର ଶୋଭା ।
ବ୍ରହ୍ମ ପାତାଳ ବୋଲି ସେ ପୁର ଶୁଦ୍ଧଜ୍ୟୋତି
ପନ୍ଦର କୋଟି ଯୋଜନ ତାର ଦୀର୍ଘ ପ୍ରତି ।
ଆପେ ନିରଞ୍ଜନ ତହିଁ ଦିବ୍ୟରୂପ ହୋଇ
ବିଶ୍ୱ ବଳଭଦ୍ର ରୂପେ ଅଛନ୍ତି ତା ବହି ।
ତା ତଳେ ଅଛି ପୁରେକ ନାମ ବେଲ୍ଲାବଳି
ସତରକୋଟି ଯୋଜନ ଅଟଇ ସେ ସ୍ଥଳି ।
ତା ନାମ ଅଟେ ପାତାଳ ବଇକୁଣ୍ଠପୁର
ପ୍ରତ୍ୟକ୍ଷେ ସେ ନାରାୟଣ ଦେବତାର ଘର ।
ବହୁମୂଲ୍ୟ ରତନରେ ସେ ପୁର ନିର୍ମାଣ
ଧରିଅଛନ୍ତି ସହସ୍ରବାହୁ ନାରାୟଣ ।
ସପତଲୋକ ଯେ ଶେଷ ହୋଇଛନ୍ତି ତହିଁ
ସେଠାରୁ ଜାଣ ତଳକୁ ପୁର ଆଉ ନାହିଁ ।
ନିର୍ମଳ ଜଳ କେବଳ ଆବୋରିଛି ଏକା
ଜନଜନ୍ତୁ ଆତଯାତ ହେବା ନାହିଁ ଲେଖା ।
ଶୁଣନ୍ତି ରାଜ ପରୀକ୍ଷ ବଦୟନ୍ତି ମୁନି
ଶ୍ରୀହରିବଂଶ ପୁରାଣବାଣୀ ପୁଣ୍ୟଧ୍ୱନି ।
ଅଶେଷ ଗଭୀର ବାରାନିଧି ଏହୁ ଗ୍ରନ୍ଥ
ସଂକ୍ଷେପି କହିବାକୁ ମୁଁ ନୁହେଁ ସାମରଥ ।
ବ୍ରହ୍ମାଣ୍ଡ ପାତନା ଏ ଯେ ଶ୍ରୀବିଷ୍ଣୁର ବାଣୀ
ଅପାର ଗହନ କଥା ନୁହେଁ ଏକାଜାଣି ।
ତୁମ୍ଭେ ମୋତେ ପୁଚ୍ଛାକଲ ମେରୁ ଜନ୍ମବିଧି
ପୁରାଣବାଣୀ କହିଲୁ ଜାଣୁ ଯଥାବିଧି ।
ଏସନ ବିଧିରେ ହେଲା ମେରୁ ଅବତାର
ସେହି ସିନା ଆବୋରିଛି ବିଶ୍ୱ ଭାରାଭର ।
ବ୍ରହ୍ମା ତା ତ୍ରିଦଣ୍ଡ ଗୋଟି ଭାଙ୍ଗି ମେରୁ କଲା
ସକଳ ବ୍ରହ୍ମାଣ୍ଡ ବ୍ରହ୍ମା ତହିଁ ଖଟାଇଲା ।
ଅମୂଲ୍ୟ କନକାବତୀ ପୋଡ଼ା ପିଟା ସୁନା
ଅଷ୍ଟାଦଶ ପୁରାଣେ ମୁଁ ଶୁଣିଅଛି ସିନା ।
ଯେବଣ ମେରୁ ଅଟଇ ବ୍ରହ୍ମାର ତ୍ରିଦଣ୍ଡି
ସେ ବ୍ରହ୍ମାପାଦେ ଅଚ୍ୟୁତ ଦାସ ଶିର ମଣ୍ଡି ।
ଅଷ୍ଟଗିରି ଜନ୍ମ
କହନ୍ତି ଯେ ଶୁକମୁନି ଶୁଣନ୍ତି ନୃପନ୍ତିପଦ ପଦକେ ମଧୁର ଅମୃତ ଭାରତୀ ।ମେରୁକୁ ବେଢ଼ି ଅଛଇ ଯେଉଁ ଅଷ୍ଟଗିରିସେ ଯେମନ୍ତେ ଜାତହେଲେ ଶୁମ ଦଣ୍ଡଧାରୀ ।କହିବା ତୋତେ ବ୍ରହ୍ମାଣ୍ଡ ପାତାଳର କଥାଛେଦିବୁ ତୁ ଅପମୃତ୍ୟୁ ରୋଗ ଶୋକ ବ୍ୟଥା ।ଯେତେବେଳେ ମେଦମେଦା ହୋଇଲା ବ୍ରହ୍ମାଣ୍ଡସ୍ଥିର ନୋହିବାରୁ ବ୍ରହ୍ମା ପୋତିଲା ତ୍ରିଦଣ୍ଡ ।ମେରୁଦଣ୍ଡ ଖଟାଇଲେ ସବୁ ବସୁନ୍ଧରୀପବନ ବିଘାତେ ତହିଁ ବାଜିଲା ଲହରୀ ।ସେ ଲହରୀଘାତେ ଦଲ ଦଲ ହେଲା ପୃଥ୍ୱୀତାହା ଦେଖି ଅମରଷ କଲେ ବେଦପତି ।ଓଁକାର ଧ୍ୱନି କରିଣ ମହାମନ୍ତ୍ର ପଢ଼ିଧାତିକାରେ ପୋତିଲେ ସେ ରୋମ ଯୋଡ଼ି ଯୋଡ଼ି ।କହିବା ତୋତେ ହୋ ଏକା ଏକା ରୋମଗୁଣସାବଧାନ ହୋଇ ଏବେ ଭାଗବତ ଶୁଣ ।ନଉସହସ୍ର ଯୋଜନ ଅଟଇ ଉତ୍ସର୍ଗଚଉରାଶୀ ଯୋଜନା ତା ଅଟେ ପ୍ରତିଦୀର୍ଘ ।ନାଗଲୋକଠାରୁ ଶୂନ୍ୟ ଭୁବନ ପର୍ଯ୍ୟନ୍ତମେରୁର ପାବଚ୍ଛଯାଏ ରୋମଶିଖା ଅନ୍ତ ।ପ୍ରଥମ ରୋମଗୋଟି ସେ ପୋତିଲେକ ଯାହାରଖିଲେ ମନ୍ଦର ଗିରି ବୋଲି ନାମ ତାହା ।ଆବର ପୋତିଲେ ଯେଉଁ ରୋମ ଅନୁପମପାରିପାତ୍ର ବୋଲି ବ୍ରହ୍ମା ଦେଲେ ତାର ନାମ ।ପୋତିଲେ ଯେଉଁ ତୃତୀୟ ରୋମ ବେଦବରମହେନ୍ଦ୍ର ଗିରି ହୋଇଲା ନାମହିଁ ତାହାର ।ପୁଣି ପୋତିଲେ ଆରେକ ରୋମ ଆଣ୍ଟକରିସେ ରୋମ ପଶ୍ଚିମ ଭାଗେ ନାମ ବିନ୍ଧ୍ୟଗିରି ।ମାଲ୍ୟବାନ ସୁପାରୁଶ ହିମବାନ ତିନିଏକାବେଳକେ ପୋତିଲେ ତିନି ରୋମ ଘେନି ।ଏକୁ ଯେ ଆରେକ ରୋମ ଅଟଇ ସୁସଞ୍ଚଘୋଟିଲା ପାତାଳ ଆଦି କରି ସ୍ୱର୍ଗ ମଞ୍ଚ ।ଏ ବିଧି ପୋତିଲେ ଅଷ୍ଟରୋମ କୁଶକେତୁତେଣୁ ପୃଥିବୀ ଅଚଳ ହେଲା ଜାଣ ତତ୍ତ୍ୱୁ ।ରୋମ ଯାହା ପୋତିଲେ ସେ ହେଲା ଅଷ୍ଟଗିରିଚାରିକୋଣେ ଚାରିଦିଗେ ମେରୁକୁ ଆବୋରି ।ଶୁଣ ତୁ ପରୀକ୍ଷ ମେରୁ ପ୍ରଥମ ପାବଚ୍ଛଚୌରାଶି ଲକ୍ଷ ଯୋଜନ ଉଚ୍ଚ ସମ କଚ୍ଛ ।ତହିଁ ଉପରେ ସୁଧର୍ମା ନାମେ ଅଛି ସଭାଦେବତାମାନଙ୍କୁ ଘେନି ବସଇ ମଘବା ।ଅପସରୀ ବିଦ୍ୟାଧରୀ ଗନ୍ଧର୍ବ କିନ୍ନରୀସ୍ୱର୍ଗର ଉପରେ ସବୁ ଦେବତାଙ୍କ ପୁରୀ ।ମର୍ତ୍ତ୍ୟ ଲୋକଙ୍କର ଯେବେ ଯୁଗକ୍ଷୟ ଯାଇସ୍ୱର୍ଗ ଦେବତାମାନଙ୍କୁ ଦିବସେ ହୁଅଇ ।ଏ ବିଧି ଶତେ ବରଷ ଦେବଙ୍କ ଆୟୁଷକାଳ ସମାପତେ ପୁଣି ଦେବେ ଯାନ୍ତି ନାଶ ।ଶୁଣିଲ ପରୀକ୍ଷ ରାଜା ଦେବଙ୍କ ପାତନାଏହି ପ୍ରକାରେ ଚଉଦ ଲୋକେ ଜାଣ ସିନା ।ସ୍ୱର୍ଗବାସୀ ଯେ ତେତିଶ କୋଟି ଦେବଗଣଚରଣ ତଳେ ଅଚ୍ୟୁତ ପଶିଲା ଶରଣ ।ତ୍ରିପୁରା ଚାଣ୍ଡାଳ ଚରିତଏମନ୍ତ ଶୁଣି ପରୀକ୍ଷ ନାମ ଯମରାଜାଶୁକମୁନିର ଚରଣେ କଲେ ଦିବ୍ୟପୂଜା ।ଭୋ ମୁନି ମେରୁର ଜନ୍ମ ଶୁଣି ତବମୁଖେପାପ କ୍ଷୟ ଗଲା ଅନ୍ତେ ଯିବି ପୁଣ୍ୟଲୋକେ ।ଆବର କଥାଏ ମୋର ଅଛଇ ସନ୍ଦେହତୁମ୍ଭେ ତ ମହାପଣ୍ଡିତ ବୁଝାଇଣ କହ ।ପାତାଳ ବଇକୁଣ୍ଠକୁ ଦେବତାଏ ଗଲେଶ୍ରୀବିଷ୍ଣୁନାଥ ଛାମୁରେ ଗୁହାରିଆ ହେଲେ ।ସ୍ୱାମୀ ଶ୍ରୀହସ୍ତରେ ତୋଳିଦେଲେ ରୋମବେନିପ୍ରମାଣ ଆଜ୍ଞା ପାଇ ତା ଅଇଲେକ ଘେନି ।ସେ ରୋମ ନେଇ ଦେବତା କଲେ କିସ କିସଏ କଥା ସଂକ୍ଷେପି ମୋତେ କହ ବ୍ୟାସଶିଷ୍ୟ ।ଶ୍ରୀହରିବଂଶ ଅମୃତ ରସମୟ ନିଧିମହପାତକ ଦହଇ କରେ କାର୍ଯ୍ୟସିଦ୍ଧି ।ରାଜା ବଚନେ ବୋଲନ୍ତି ଶୁକ ମୁନିବରଶୁଣ ଏକମନେ ଅଭିମନ୍ୟୁର କୁମର ।ରୋମ ଘେନି ଦେବତାଏ ଗଲେ ଶୂନ୍ୟମାର୍ଗେସମସ୍ତେ ମିଳିଲେ ଯାଇ ମେରୁଗିରି ଶୃଙ୍ଗେ ।ମନେ ପରମ ଆନନ୍ଦ ହୋଇ ଦେବଗଣେସୁଧର୍ମା ସଭାରେ ଆସି ବସିଲେ ଆସ୍ଥାନେ ।ତେତିଶ କୋଟି ଦେବତା ଆବର ମଘବାଯେ ଯାହା ଆସନ ମାଡ଼ି ବସି କଲେ ସଭା ।ସଭାର ମଧ୍ୟ ମଣ୍ଡପଗୋଟି ଶୁଦ୍ଧ ହେମଅଷ୍ଟରତନ ଜଡ଼ିତ ଅଛି ନାନା କମ ।ଅପୂର୍ବ ରତ୍ନ ପଲ୍ୟଙ୍କେ ସୁପାତି ଶେଯାଇସୁବାସ ଜଳ ସିଞ୍ଚିଲେ ଦେବେ ତହିଁ ନେଇ ।କର୍ପୁର କସ୍ତୁରୀ ଗନ୍ଧ ପରିମଳ ପାଣିନେତର ଶେଯ ଉପରେ ସିଞ୍ଚିଦେଲେ ଆଣି ।କଳା ଶୁକ୍ଲ ରୋମ ଧାତା ଶ୍ରୀହସ୍ତରେ ଘେନିନିଜେ କରାଇଲେ ତହିଁ ବିଷ୍ଣୁ ରୋମ ବେନି ।ସକଳ ଦେବତାମାନେ ହୋଇଣ ବିନୟୀପାରୁଶରେ ଉଭାହେଲେ କାଖେ ହସ୍ତଦେଇ ।ଏ ସମୟେ କଥା ତୁ ହୋ ଶୁଣ ନୃପସାଇଁଇନ୍ଦ୍ରଦେବ ପୁଚ୍ଛାକଲେ ବ୍ରହ୍ମା ମୁଖ ଚାହିଁ ।ଭୋ ଦେବ ସୃଷ୍ଟିକରତା ଆଦି ସିଦ୍ଧଯତିବିହନ୍ତା ନିହନ୍ତା ତୁମ୍ଭେ ଅଟ ବେଦପତି ।ସକଳ ପ୍ରାଣୀଙ୍କର ଯେ ହାନି ଲାଭ କର୍ତ୍ତାଚାରିଖାନି ଜୀବଜନ୍ତୁ ଉପରେ ଦେବତା ।ତୁମ୍ଭ ବୁଦ୍ଧିବଳେ ହୁଏ ଏ ସଂସାର ରକ୍ଷାମନ ପବନ ଚୈତନ୍ୟ ଅଟେ ତୁମ୍ଭ ଶାଖା ।କଳପୀ ପୁରୁଷ ତୁମ୍ଭେ ଏ ସଂସାରେ ଲେଖାସମସ୍ତ ଦେବ କେବଳ ଅଟେ ତବସଖା ।ତୁମ୍ଭଙ୍କୁ ଆଶ୍ରା କରିଣ ତରନ୍ତି ପରାଣୀଅଜ୍ରାମର ତୁ ଅଚିନ୍ତ୍ୟ ଜନ ଚିନ୍ତାମଣି ।ସ୍ୱାମୀ ସଂଶୟ ଲାଗିଲା ଏ କଥାରେ ମୋତେକଳା ଶୁକ୍ଲ ରୋମକଥା ଜାଣିବି କେମନ୍ତେ ।ଶ୍ରୀବିଷ୍ଣୁନାଥ ପାଖକୁ ଗଲେ ଦିଗପାଳପ୍ରତ୍ୟକ୍ଷ ଦେଖିଲେ ଆମ୍ଭମାନଙ୍କ ବିକଳ ।କଂସର ଭୟେ ପାଇଲୁଁ ଆମ୍ଭେ କେତେ ବ୍ୟଥାଜଣାଇଲୁ ନାରାୟଣ ଛାମୁରେ ସେ କଥା ।ଆମ୍ଭ ଗୁହାରି ଶୁଣିଲେ ଦେବ ନାରାୟଣଏଥକୁ କଲେ ସେ ଅବା କେବଣ କାରଣ ।ଶ୍ରୀଅଙ୍ଗରୁ ରୋମ ବେନି ଉପାଡ଼ିଣ ଦେଲେଏହା ଘେନି ପୃଥ୍ୱୀଭାରା ନିବାର ବୋଇଲେ ।ଏ ବେନି ରୋମ ଅବା କି କରିବେ ଆମ୍ଭନ୍ତଦେହଧାରୀ ନ ହୋଇଲେ ଆପେ ଜଗନ୍ନାଥ ।ବସୁଧାର ମହାଭାରା କାହୁଁ ହେବ ହତକହ ଚତୁର୍ମୁଖ ମୋତେ ଏଥିର ତଦନ୍ତ ।ଏ କଥା ସଂକ୍ଷେପି ମୋତେ କହ ପିତାମହଶୁଣାଇ ହିତବଚନ ଭ୍ରାନ୍ତି ମୋର ଦହ ।ଇନ୍ଦ୍ର ମୁଖରୁ ଶୁଣିଣ ଏମନ୍ତ ବଚନଭବିଷ୍ୟତ କହନ୍ତି ଶ୍ରୀ ଚତୁର ବଦନ ।ଶୁଣ ସାବଧାନେ ତୁମ୍ଭେ ଶଚୀର ବଲ୍ଲଭପୂର୍ବରୁ ବଚନ ତୋତେ କହିବା ଦୁର୍ଲଭ ।ନିଦା ବିଷ୍ଣୁର ଦର୍ଶନ ତୋତେ କରାଇଲିରୋମ ଘେନିଣ ସନ୍ତୋଷ ହୋଇଣ ଅଇଲି ।ଆଉ ତାଙ୍କୁ ଅଧିକ ମୁଁ କିସ ନ ମାଗିଲିଅକ୍ଷୟ ଅଜ୍ରାମର ତ ତୁମ୍ଭଙ୍କୁ ନ କଲି ।ଅତି ଲୋଭ ଅନାଚାର କରନ୍ତି ଯେ ପ୍ରାଣୀସମୂଳେ ସେ ନାଶଯାନ୍ତି ବୁଝ ପରିମାଣି ।ଅତିହିଁ କୁଟୁମ୍ବ ଯାର ଅତି ପୁତ୍ରନାତିଅନେକ ଚିନ୍ତା ତାହାର ଜାଣ ସୁରପତି ।ଅତିହିଁ ପଢ଼ିଲେ ବିଦ୍ୟା ହୁଅନ୍ତି ନା ବାଇଅତି ତପ କଲେ ପ୍ରାଣୀ ଅଳ୍ପେ ନାଶ ଯାଇ ।ଅତିହିଁ ଗୁଣ ଯହିଁରେ ତହିଁ ଥାଇ ଦୋଷଅତିହିଁ ନିୟମ କଲେ ବଂଶ ଯାଏ ନାଶ ।ଅତିହିଁ କୃପଣ କଲେ ନ ମିଳଇ ଗ୍ରାସଅତି ଗୁରୁ ନିନ୍ଦା କଲେ ଭାଙ୍ଗିଯାଇ ବାସ ।ଅତି ଭାବ କଲେ ପୁଣି ପଛେ ଭାଙ୍ଗେ ଶ୍ରଦ୍ଧାଅତି ମାଗିଲେ ଲାଗଇ ଦରିଦ୍ରର ବାଧା ।ଅତିହିଁ ମୁହାଁସ ହେଲେ ପୌରୁଷ ନ ପାଇଅତିହିଁ ବଢ଼ିଲେ ଫଣୀ କ୍ଷୁଦ୍ର ସେ ହୁଅଇ ।ଅତିହିଁ ଉତ୍କଟ ହେଲେ ଅଳପକ ଜୀବଅତିହିଁ କଳହେ ଲକ୍ଷ୍ମୀ କହୁଁ କହୁଁ ଯିବ ।ଅତି କର୍ମ କଲେ ତାକୁ ନ ସହଇ ଧର୍ମଅତିହିଁ ପାପରୁ ନାଶ ଯାଇ ସର୍ବ କର୍ମ ।ପୂର୍ବର କଥା ତୁ ଏବେ ଶୁଣ ସୁରପତିକେମନ୍ତ କଲେ ହୁଅଇ ଅତି ଲୋଭମତି ।ତ୍ରିପୁର ବୋଲି ବ୍ରାହ୍ମଣ ଦୁର୍ବାର ଯେ ବାଳୀତାହାର କଥା ତୋ ଆଗେ କହିବା ନିରୋଳି ।ଶିବ ପୁରାଣେ ଉକତ ଶୁଣ ଦଣ୍ଡଧାରୀଦେବନଗ୍ର ଜନନଗ୍ର ବୋଲି ମଞ୍ଚପୁରୀ ।ଭରତଖଣ୍ଡ ଉତ୍କଳ ବୈତରଣୀ ତୀରେଯାଜପୁର ନାମେ ନଗ୍ର ତହିଁର ମଧ୍ୟରେ ।ଶ୍ରୀକଣ୍ଠପତି ବୋଲି ଯେ ବ୍ରାହ୍ମଣ ଉତ୍ପନ୍ନଦୁହିତାଏ ଜାତହେଲା କୁନ୍ତଳା ତା ନାମ ।ତୁଳମାସ କୃଷ୍ଣପକ୍ଷ ଅମାବାସ୍ୟା ଦିନଚିତ୍ରାନାମେ ନକ୍ଷତ୍ରର ଭୋଗ ଦିନମାନ ।ଅମଙ୍ଗଳ ଯୋଗେ ଜାତ ହୋଇଲାକ ସେହିଉଆଁସୀ ବୋଲି ନୋହିଲେ ତାକୁ ବିଭା କେହି ।କନ୍ୟା ନାମ ଧରି ପିତା ଯାହାକୁ ବରଇମାଳ ଚନ୍ଦନ ଅକ୍ଷତ ପାଇ ସେ ମରଇ ।ଏମନ୍ତ ଚଉଦ ବର କଣ୍ଠପତି ବରିକୁନ୍ତଳା ନାମ ଧରନ୍ତେ ସବୁ ଗଲେ ମରି ।ଏ ବିପରୀତ ଦେଖିଣ କଣ୍ଠ ଦ୍ୱିଜବରବ୍ରହ୍ମ ହତ୍ୟାକୁ ଡରିଣ ନ ବରିଲା ବର ।ଜାଣି କୁନ୍ତଳାକୁ କେହି ନୋହିଲେକ ବିଭାସମ୍ପୂର୍ଣ୍ଣ ଷୋଳ ବରଷେ ହୋଇଲା ସେ ଯୁବା ।ମଦନ ଘାଏ ଉନ୍ମତ୍ତ ହୋଇଲା ସୁନ୍ଦରୀପର ପୁରଷକୁ ଲୋଡ଼ୁଥାଏ ଅନୁସରି ।ସୁନ୍ଦର ଯେତେକ ଯୁବା ପୁରୁଷ ସେମାନେଲୁଚି ପଶନ୍ତି ତାହାର ଘରେ ରାତ୍ରମାନେ ।କୁନ୍ତଳା ସଙ୍ଗେ ଯେତେକ କରନ୍ତି ବିହାରଅଳପ ଦିନେ ସେ ମରି ଯାନ୍ତି ଯମପୁର ।ନ ଜାଣିମାପଣେ ବିପ୍ରଘରେ ପଶୁଥିଲେଛୁଇଁଲେ ମରନ୍ତି ଜାଣି ତା ପାଖେ ନ ଗଲେ ।ଏସନକ ପରପଞ୍ଚ ପରଦାରା ଗତିକେହି ଭୟେ ନ ଗଲେ ସେ କୁନ୍ତଳାର କତି ।ଯେବଣ ବାଟେ ଚାଲଇ କୁନ୍ତଳା ସୁମୁଖୀଦୂରହୁଁ ଲୋକେ ଅନ୍ତର ହୋନ୍ତି ତାକୁ ଦେଖି ।ଜାଣି ନ ଜାଣି କରନ୍ତି ଯେ ବା ସହବାସଦଣ୍ଡେ ନିମିଷେ ନ ରହି ଯାନ୍ତି ପ୍ରାଣେ ନାଶ ।ଏହା ଜାଣି ସେ ବାଟେ କେ ନ ହୁଅଇ ଠିଆକାମ ଆତୁରେ କୁନ୍ତଳା ହେଲା ଅଚାବୁଆ ।ଦିନେ କନ୍ୟା ରାତ୍ର ଦେଢ଼ ପହର ଭିତରେଘରୁ ବାହାରି ଭ୍ରମଇ କାମରସଭାରେ ।ବେଶ ହୋଇ ଢଳି ଢଳି ଚାଲେ ଗେଲେ ଗେଲେନଗ୍ରୁ ଦଣ୍ଡୁଆସୀ ବାଟେ ଭେଟି ତାକୁ ଭଲେ ।ବିକଳା ନାମେ ଚାଣ୍ଡାଳ ଏକ ମତୁଆଳଦଣ୍ଡୁଆସୀ ପଣେ ବୁଲେ ରାତ୍ରେ ଘର ଘର ।ନଗ୍ର ବୁଲି ସେ ଚାଣ୍ଡାଳ ଏକେଶ୍ୱରେ ଯାନ୍ତେତିନ୍ତୁଳି ବୃକ୍ଷ ଛାଇରେ ଏକାକେ ଦେଖନ୍ତେ ।କାମେ ଆରତ ହୋଇ ସେ କୁନ୍ତଳା ସୁକେଶୀସେ ବିକଳା ଚାଣ୍ଡାଳକୁ ଧଇଲା ଆକର୍ଷି ।ତିନିଦିନେ ସେ ଚାଣ୍ଡାଳ ଗଲା ପ୍ରାଣେ ନାଶଚାଣ୍ଡାଳ ବୀର୍ଯ୍ୟେ କୁନ୍ତଳା ହେଲା ଗର୍ଭବାସ ।ଆହେ ଇନ୍ଦ୍ର ଦଇବର ଦେଖ ଘଟସୂତ୍ରଦଶମାସେ କୁନ୍ତଳାର ହେଲା ଏକ ପୁତ୍ର ।ଚାଣ୍ଡାଳ ଦୂଷିତା ଯୋଗୁଁ ପିତା ହେଲା ବର୍ଜ୍ୟାନଗ୍ର ନରନାରୀ ଜାଣି ଚାଣ୍ଡାଳ ଭାରିଯା ।ଛି ଛା କରି କରି ଗ୍ରାମୁ କଲେକ ଅନ୍ତରମାଗି ଯାଚି ଖାଏ ଗଛମୂଳେ କରି ଘର ।ଦିନେ ଦିନେ ପୁତ୍ରଗୋଟି ବଢ଼ଇ ବିଶେଷିବାର ବରଷ ସମ୍ପୂର୍ଣ୍ଣ ହୋଇଲାକ ଆସି ।ନାଟ ନଟ ଆଦି ଖେଳ ଖେଳେ ନାନାରଙ୍ଗେନଗ୍ରେ ବୁଲି ବୁଲି ଯାଏ ପୁଅଙ୍କର ସଙ୍ଗେ ।ଖେଳ କଉତୁକେ ଯହୁଁ ହେଲେ ପରିତାଳିଏକ ଆରେକ ପୁଅଙ୍କ ସଙ୍ଗେ କଲା କଳି ।ଏକ ଆରେକ ସେ ଗାଳି ଦିଅନ୍ତି ଅନେକରେ ପାପୀ ଚାଣ୍ଡାଳ ମୂଢ଼ ନ ଚାହିଁ ତୋ ମୁଖ ।ତୋର ଜନନୀ ପାପିଷ୍ଠୀ ଚାଣ୍ଡାଳୀ ଯେ ମୋଢ଼ୀଚାଣ୍ଡାଳ ପୁତ୍ର ହୋଇ ତୁ କହୁ ଆଗ ବଢ଼ି ।ତୋହର ଦେହ ଛୁଇଁଲେ ପାଲଟିବୁ ବାସନ ଗାଧୋଇଲେ ତ ନ ଛାଡ଼ଇ ଛୁଆଁଦୋଷ ।ତୋ ମୁଖ ଚାହିଁଲେ ନାଶ ଯିବ ପୁଣ୍ୟ ଯଶକଳି କରୁ ଅଲାଜୁକ ମନେ ବହି ରୋଷ ।ତୁ ହୀନ ପାମର କାହିଁ ଆମ୍ଭ ସଙ୍ଗେ ଲେଖାଜନ୍ମ ବିଟାଳ ହୋଇ ତୁ ବୁଲୁଥାଉ ଏକା ।କେ ବୋଲଇ ଏ ନଗ୍ରେ ନ ଥାଉ ଏ ପାପିଷ୍ଠଏହାଯୋଗୁଁ ଏ ବ୍ରାହ୍ମଣକୁଳ ହେଲା ନଷ୍ଟ ।ଗ୍ରାମେ ଡେଙ୍ଗୁରା ଦିଅ ଏ ନଗ୍ରୁ ହେଉ ଦୂରଏହାର ଥିଲେ ହୋଇବ ସିନା ଅନାଚାର ।କେ ବୋଲଇ ଏ ଆମ୍ଭର ଗ୍ରାମରେ ନ ଥାଉଚୂନ କଳା ଗାଲେ ମାଥେ ଘେନି ଏଥିୁ ଯାଉ ।ଏମନ୍ତ ବିଚାରି ସର୍ବେ ହୋଇ ଏକମେଳିଆଗ ପଛ ଗାଳିରେ ଯେ କୁରୁମ ଉଛୁଳି ।ଅପମାନ ପାଇ ପାପୀ କୁନ୍ତଳାର ବଳାଯାଜନଗ୍ରରୁ ବାହାର ହୋଇ ଚାଲିଗଲା ।ନିର୍ମୋହ ହୋଇଣ ଛାଡ଼ି ଗଲା ନିଜ ଦେଶଗଙ୍ଗାନଦୀ ତୀରେ ଯାଇଁ ହେଲା ପରବେଶ ।ନଦୀରେ ସ୍ନାନ କରିଣ ବାଞ୍ଛିଲାକ ତପବିଚାରଇ ଛାଡ଼ିଯିବ କେମନ୍ତ ଏ ପାପ ।ଗଙ୍ଗାରେ ଝାସି ଏ ଦେହ କରିବି ବିନାଶଏଥିରେ ଲାଗିବ ମୋତେ ଆତ୍ମଘାତୀ ଦୋଷ ।ଲଭିବି ମୁଁ ଈଶ୍ୱରଙ୍କୁ କରି ଘୋର ସେବାଏ ବିଧିରେ ମୁକତି ମୁଁ ହୋଇପାରେ ଅବା ।ଏତେ କହି ସେ ଈଶ୍ୱରେ ପଶିଲା ଶରଣକରଇ ସେ ଘୋର ତପ ନାମ ଉଚ୍ଚାରଣ ।ରହିଲା ପାଣିପବନ ଭକ୍ଷି ଉର୍ଦ୍ଧ୍ୱମୁଖେହେଠ ବଦନରେ ତପ କରେ ମନଦୁଃଖେ ।ଶତେ କୁଢ଼ ଅଗ୍ନି ଚାରିପାରୁଶରେ ଜାଳିଗୀତ ଗାଇ ନୃତ୍ୟ କରେ ମାରି କରତାଳି ।ଆପଣା ଦେହରୁ ମାଂସ କାଟଇ ବିରଳିଅଗ୍ନିରେ ପକାଏ ଖଣ୍ଡ ଖଣ୍ଡ କରି ତୋଳି ।ନହୁରୂଣୀ ଘେନି ଚକ୍ଷୁ ଖୋଳି ନିଜକରେପୁଷ୍ପ କରି ଦିଅଇ ତା ବାଲୁକା ଉପରେ ।ଖଡ଼ଗ ଧରି ଅଙ୍ଗୁଳି କାଟେ ନିଜ କରେମୃତ୍ତିକା ଶଙ୍କର କରି ଦିଏ ତାଙ୍କ ଶିରେ ।କତୁରି ଘେନି କାୟାକୁ କରି ଖଣ୍ଡ ଖଣ୍ଡଟୋପରା ପରାୟେ ଖୋଳି ପୋତେ ତହିଁ ମୁଣ୍ଡ ।ଏସନକ ଘୋର ତପ କରଇ ବିଶେଷକଇଳାସ କନ୍ଦରେ ତା ଜାଣି ବିଶ୍ୱବାସ ।ବୃଷଭ ଆରୋହି ଶୂନ୍ୟେ ବିଜେ ଧାତିକାରେତପୀର ପାରୁଶେ ଆସି ମିଳିଲେ ଶଙ୍କରେ ।ଡିବି ଡିବି ଡମ୍ୱରୁ ତ ବାଜେ ନବ କୋଟିବାମ ଡାହାଣେ ଅଛନ୍ତି ନନ୍ଦୀ ଭୁରୁକୁଟୀ ।ଈଶ୍ୱର ବୋଇଲେ ତୋର କାହିଁପାଇଁ ସେବାଯେ ତୋହର ଇଚ୍ଛାବର ମାଗ ତୋତେଦେବା ।ଦୁଃସହ କଠୋର ତପ କଲୁ ମହାଘୋରତୋହର ତପେ ଉଚ୍ଚାଟ ହେଲା ତିନିପୁର ।ତିନିପୁର ଉଚ୍ଚାଟ ତୁ କଲୁ ଯଥାବିଧିତ୍ରିପୁରା ନାମରେ ତୁହି ହେବୁ ପରସିଦ୍ଧି ।ଦର୍ହସିତ ହୋଇ ସ୍ୱାମୀ ବୋଲନ୍ତି ଈଶ୍ୱରଯେ ତୋହର ଇଚ୍ଛା ପୁତ୍ର ମାଗୁ କିନା ବର ।ତ୍ରିପୁରା ବୋଇଲା ଯେବେ ବରଦେବ ସ୍ୱାମୀତ୍ରିବାର ସତ୍ୟ ମୁଖରେ ଉଚ୍ଚାରିବା ପୁଣି ।ଈଶ୍ୱର ବୋଇଲେ ସତ୍ୟ କଲୁ ଆରେ ବାବୁଯାହା ତୁ ମାଗିବୁ ଆମ୍ଭେ ଅବଶ୍ୟ ତା ଦେବୁ ।ତ୍ରିପୁରା ବୋଇଲା ସ୍ୱାମୀ ଦେବୁ ଯେବେ ବରବ୍ରହ୍ମାଣ୍ଡ ଭିତରେ ମୋତେ ଈଶ୍ୱର ତୁ କର ।ଈଶ୍ୱର ବୋଇଲେ ବର ମାଗିଲୁ ତୁ ମୋତେଦ୍ୱିତୀୟ ଈଶ୍ୱର ପଦ ପ୍ରାପ୍ତ ହେଉ ତୋତେ ।ତ୍ରିପୁରା ବୋଇଲା ବର ଦେବା ଯେବେ ସତଏ ତୋର ବୃଷଭ ମୋତେ ଦିଅ ବିଶ୍ୱନାଥ ।ପୁଣି ସ୍ୱାମୀ ସଦାଶିବ ପ୍ରସନ୍ନ ହୋଇଲେଚଢ଼ିବା ବୃଷଭଗୋଟି ତ୍ରିପୁରାକୁ ଦେଲେ ।ବୃଷଭ ଚଢ଼ି ତ୍ରିପୁରା ବୋଲେ ମୃଦୁବାଣୀତ୍ରିଶୂଳ ଡମ୍ବରୁ ମୋତେ ଦିଅ ଶୂଳପାଣି ।ଏମନ୍ତ ଶୁଣି ଭୋଳରେ ଭୋଳା ମହେଶ୍ୱରତ୍ରିଶୂଳ ଡମ୍ବରୁ ତାକୁ ଦେଲେ ଧାତିକାର ।ତ୍ରିପୁରା ବୋଇଲା ଯେବେ ଘେନିଲୁ ମୋ ସେବାବିଭୂତି ପିନାକ ଧନୁ ପାଶୁପତ ଦେବା ।ଭୋଳାମହେଶ୍ୱର ତାକୁ ଦେଲେ ଭୋଳ ହୋଇସିଂହନାଦ କଉପନୀ ହାଡ଼ମାଳା ଦେଇ ।ନନ୍ଦୀ ଭ୍ରୁକୁଟି ଏ ବେନି ପାରୁଶରେ ଥିଲେଅନ୍ତର୍ଗତେ ସରସ୍ୱତୀ ଦେବୀ ସୁମରିଲେ ।ଭୋ ଦେବୀ ସରସ୍ୱତୀ ଗୋ ପ୍ରତିକାର କରତୁ ଯାଇଁ ପୁଣି ତ୍ରିପୁରା କଣ୍ଠେ ବାସକର ।ସଂସାର ଉପକାର ତୁ କର ମାଗୋ ଏତେଗଙ୍ଗାଦେବୀ ପାର୍ବତୀକି ନ ମାଗେ ଯେମନ୍ତେ ।ମୋହେ ଭୋଳ ହୋଇଲେଣି ଦେବ ସଦାଶିବେଭାରିଯାକୁ ମାଗିଲେ ସେ ଏହିକ୍ଷଣେ ଦେବେ ।ନନ୍ଦି ଭ୍ରୁକୁଟି ବିନୟ ଶୁଣି ସରସ୍ୱତୀତ୍ରିପୁରା କଣ୍ଠରେ ଯାଇଁ ବସିଲେ ତଡ଼ତି ।ଭାରିଯା ଛାଡ଼ି ମାଗିଲା ଆନଦ୍ରବ୍ୟମାନସନ୍ତୋଷ ହୋଇଣ ଯାଚିଦେଲେ ପଞ୍ଚାନନ ।ଈଶ୍ୱର ପଦେ ଯେତେକ ଅଛଇ ବେଭାରକପିଳାସ ପୁର ଆଦି ଦେଲେକ ଈଶ୍ୱର ।ଭାରିଯା ଘେନି ରହିଲେ ଦେବ ତହିଁ ଏକାଦେଖିଣ ଦେବତାମାନେ ପାଇଲେକ ଶଙ୍କା ।ବିଚାରି ବୋଇଲେ ହେଲା ଏ କେଉଁ ଭବିଷ୍ୟତ୍ରିପୁରା ଚାଣ୍ଡାଳେ ଦେଲେ ପୁର କଇଳାସ ।ଈଶ୍ୱର ଦେବତା ଏଡ଼େ ହୋଇଲେକ ବାଇତ୍ରିପୁରା ଦେବ ସଭାରେ ମିଳିଲାକ ଯାଇ ।ବୋଇଲା ଦେବତାମାନେ ଆମ୍ଭ ବୋଲକରବେଗେ ଉଠିଆସି ତୁମ୍ଭେ କର ନମସ୍କାର ।ଦ୍ୱିତୀୟ ଈଶ୍ୱର ଆମ୍ଭେ ହେଲୁ ଆଦିଦେବାଆମ୍ଭଙ୍କୁ କିପାଁ ଦେବତା ନ କରୁଛ ସେବା ।ଏହିକ୍ଷଣି ଛେଦିବି ମୁଁ ଜାଣ ତୁମ୍ଭ ଶିରଏତେକ ବୋଲି ତ୍ରିଶୂଳ ଧଇଲାକ କର ।ଦେଖିଣ ଦେବତାମାନେ ପାଇଲେକ ଭୀତିଅକାରଣେ କୋପ ତୁ ନକର ପଶୁପତି ।ଆମ୍ଭମାନଙ୍କର ଏଥେ ନାହିଁ କିଛି ଦୋଷଈଶ୍ୱର ଭଣ୍ଡିଲା ତୋତେ କିପାଁ କରୁ ରୋଷ ।ନିଶ୍ଚୟ ଦ୍ୱିତୀ ଈଶ୍ୱର ଯେବେ ତୋତେ କଲାଗଙ୍ଗା ଗିରିଜା ଭାରିଯା କିପାଇଁ ନ ଦେଲା ।ତେଣୁ ଉଠି ନ କଲୁ ଯେ ଆମ୍ଭେ ନମସ୍କାରତୋ ଅନ୍ତର୍ଗତେ ବିଚାର ଏବେ ତୁହି କର ।ଏବେ ଆମ୍ଭର ବଚନେ ବାହୁଡ଼ିଣ ଯା ଯାପାର୍ବତୀ ଆଣିଲେ ସିନା ହେବୁ ଦେବରାଜା ।ଯଦ୍ୟପି ମାଗିଲେ ତୋତେ ନ ଦେବେ ଘରଣୀସଂଗ୍ରାମେ ତୋତେ ଈଶ୍ୱର ନ ପାରିବେ ଜିଣି ।ବୃଷଭ ଆଦି ସକଳ ଅସ୍ତ୍ର ତୋତେ ଦେଲାଶ୍ମଶାନେ ଯାଇ ଈଶ୍ୱର ଏକାକେ ବୁଲିଲା ।ରୁଦ୍ରଗଣହିଁ କେହି ତ ନାହିଁ ତାର ସଖାସଦଭାବେ ନ ଦେଲେ ତୁ ବେଗେ ମାରିପକା ।ଏହା ଶୁଣିଣ ତ୍ରିପୁରା ବାହୁଡ଼ିଲା ବେଗେତୁରିତେ ମିଳିଲା ଯାଇ ସଦାଶିବ ଆଗେ ।ତ୍ରିପୁରା ବୋଇଲା କୂଟ କଲ କିପାଁ ମୋତେଦ୍ୱିତୀୟ ଈଶ୍ୱର ମୁହିଁ ହୋଇଲି କେମନ୍ତେ ।ଏମନ୍ତ ଛଦ୍ମ ମୋଠାରେ କଲ ତପୋନିଧିପାର୍ବତୀ ନ ଦେଲେ କାହୁଁ ହେଲା ତପ ସିଦ୍ଧି ।ଏବେ ମୋତେ ପାର୍ବତୀଙ୍କୁ ଦେବୁ ଏହିକ୍ଷଣିଭଲେ ନ ଦେଲେ ସଂଗ୍ରାମେ ନେବି ତୋତେ ଜିଣି ।ପାର୍ବତୀର ସ୍ନେହ ଏବେ ଛାଡ଼ ତ୍ରିଲୋଚନଜୀବନକୁ ଆଶା ଥିଲେ ଦିଅ ତୁ ବହନ ।ଏମନ୍ତ ବୋଲି ଧଇଲା ଶୂଳ ବାମକରେଈଶ୍ୱରଙ୍କୁ ମାଇଲା ସେ ଅତି କୋପଭରେ ।ଦେଖି ସଦାଶିବ ଡରେ ଆଡ଼ ହୋଇଗଲେଭୂମିରେ ପଡ଼ି ସେ ଶୂଳ ଭେଦିଲା ପାତାଳେ ।ଏମନ୍ତ ରୂପ ତାହାର ଦେଖି ଦେବ ଶୂଳୀଭୂମିରୁ ଉପାଡ଼ି ଶୂଳ ଧଇଲେକ ତୋଳି ।ସର୍ବଶସ୍ତ୍ର ଦେଇ କାଶୀବାସୀ ହୋଇଥିଲେତ୍ରିପୁରା ମାଇଲା ଶୂଳ ଶ୍ରୀକରେ ଘେନିଲେ ।ତାହା ଦେଖିଣ ତ୍ରିପୁରା ହୋଇ ବିକରାଳିପିନାକ ଧନୁକୁ କରେ ଧଇଲାକ ତୋଳି ।ଶତେକ ସହସ୍ର ବାଣ ମାଇଲା ତୁହାଇଈଶ୍ୱର ହେହେ ନାରାଜ ପଡ଼ିଲାକ ଯାଇ ।ଜ୍ୱାଳାବଳି ବାଣ ତ୍ରାସ ସହି ନ ପାରିଲେଅସାଷ୍ଟମ ହୋଇ ସ୍ୱାମୀ ଭୂମିରେ ପଡ଼ିଲେ ।ସନ୍ନିଧିରେ ଥିଲେ ନନ୍ଦୀ ଭୃକୁଟି ଏ ବେନିଈଶ୍ୱରଙ୍କୁ ଆବୋରିଲେ କରେ ଶୂଳ ଘେନି ।ଦେଖି ତ୍ରିପୁରା ପାଇଲା ମନେ ଅତିଖଙ୍ଗକତୁରୀ ନାରାଚଗୋଟା ବିନ୍ଧେ କରି ରାଗ ।ନାରାଚ ଆସନ୍ତେ ଦୂରୁ ଦେଖିଲା ଭ୍ରୁକୁଟିଶୂଳ ବୁଲାଇ ତ୍ରିପୁରା ଶିରେ ନେଇ ପିଟି ।ଧାତିକାରେ ଶକତିଏ ବୁଲାଇ ଉଭାରିଗର୍ଜ୍ଜନ ଘାତରେ ବାଣେ ପଳାଇଲେ ଡରି ।ପୁଣି ସହସ୍ରେକ ବାଣ ବିନ୍ଧିଲା ତ୍ରିପୁରାଶୂନ୍ୟ ଭୁବନ ଘୋଟିଲା ନାରାଚର ଧାରା ।ତାହା ଦେଖି ନନ୍ଦୀବୀର ଧାଇଁଲା କ୍ରୋଧରେମୁଠାକରି ବାଣମାନ ଧରି ବାମକରେ ।କହୁ କହୁ ଘୋଟିଲାକ ବାଣ ଜ୍ୱାଳାବଳିଶୂନ୍ୟ ଭୁବନରେ ଶରେ ଶର ପରିତାଳି ।ଲକ୍ଷେ ଛୟାଣୋଇ ସସ୍ର ରୁଦ୍ରଗଣ ଘେନିକାର୍ତ୍ତିକେୟ ବିନାୟକ ସେନାପତି ବେନି ।ଶବଦ ଶୁଣି ମିଳିଲେ ଈଶ୍ୱରଙ୍କ କତିଅସିଫଳାମାନ କରେ ଘେନି ଧାଇଁଛନ୍ତି ।ଛେଲ ଚକ୍ର ଗଦା ଖଡ଼୍ଗ ଶକତି ମୁଦ୍ଗରତ୍ରିଶୂଳ ପରିଘ କୁନ୍ତ ଯଷ୍ଟି ବଜ୍ରଶର ।କୋଦଣ୍ଡ କାଣ୍ଡ ଖଣ୍ଡା ଯେ ସଙ୍କୁମୁନା ବାଣଏକ ମୁଖରେ ମାରନ୍ତି ବେଢ଼ି ରୁଦ୍ରଗଣ ।ଶତ ସହସ୍ର ଅୟୁତ ଲକ୍ଷ କୋଟି ଧରିଯେ ଯାହା ସୁଖେ ମାରନ୍ତି ମନେ ରୋଷଭରି ।ଦେବଶସ୍ତ୍ର ମାରନ୍ତି ସେ ମାତି ରଣରଙ୍ଗେଶସ୍ତ୍ର ନ କାଟଇ ସେହି ତ୍ରିପୁରାର ଅଙ୍ଗେ ।ବାଣମାନ ପଡ଼ି ଦେହେ ପଡ଼ଇ ଉପୁଡ଼ିଥୋକେ ଭାଙ୍ଗିଯାନ୍ତି ଥୋକେ ଧୂଳି ହୋଇଉଡ଼ି ।ଯେତେବେଳେ ସଦାଶିବ ଦେଲେ ତାକୁ ବରବଜ୍ର ବିଭୂତି ବୋଳିଲେ ତ୍ରିପୁରା ଶରୀର ।ଈଶ୍ୱର ରେତ ବିଭୂତି ଲାଗିଲାକ ଯହୁଁତ୍ରିପୁରା ବଜ୍ରଅଙ୍ଗ ହୋଇଲାକ ତହୁଁ ।ତେଣୁ ଶସ୍ତ୍ରମାନେ ଅଙ୍ଗେ ନ କାଟନ୍ତି କେହିବଜ୍ରହୁଁ ଆଣ୍ଟ ହୋଇଛି ତ୍ରିପୁରାର ଦେହୀ ।ମାରନ୍ତି ଯେ କୋଟି କୋଟି ବାଣ ଜ୍ୱଳାବଳିଅନ୍ଧକାରରେ ଅଦୃଶ୍ୟ ହେଲେ ଅଂଶୁମାଳି ।ଶ୍ରାବଣ ମାସେ ଯେସନ ବରଷଇ ପାଣିମାରନ୍ତେ ପଡ଼ନ୍ତି ବାଣେ ତେସନକ ଜାଣି ।ଅଚଳ ହୋଇ ତ୍ରିପୁରା ରହିଅଛି ଏକାବେଢ଼ି ମାରୁଛନ୍ତି ତାର ନାହିଁ ମନେ ଶଙ୍କା ।ମାରୁଛନ୍ତି ରୁଦ୍ରଗଣ ଅତିଅନ୍ତ କୋହେଦେବଶର ନ କାଟଇ ତ୍ରିପୁରାର ଦେହେ ।ଅଚଳ ସମାନ ବୀର ନୋହିଲା ବିଭଙ୍ଗରହିଲା ରୁଦ୍ରଗଣଙ୍କ ହାତର ଯେ ବେଗ ।ବିନାୟକ କାର୍ତ୍ତିକେୟ ପାଇଲେ ବିମୁଖପାଲଟି ଚାହିଁଲେ ହର ବିନାୟକ ମୁଖ ।ମହାଘୋର ସଂଗ୍ରାମ ତ ଏବେ ବଢ଼ିଲାଣିକେବଣ ପ୍ରକାରେ ଆମ୍ଭେ ନ ପାରିଲେ ଜିଣି ।ପରମ ପଣ୍ଡିତ ପୁତ୍ର ଅଟୁ ଗୁଣନିଧିତ୍ରିପୁରାକୁ ଜିଣିବାକୁ ଅଛି କି ତୋ ବୁଦ୍ଧି ।କହନ୍ତି ଗଣପତି ଯେ ଈଶ୍ୱରଙ୍କ ବାକ୍ୟେସ୍ୱାମୀ ଅସମ୍ଭବ ବର ଦେଲେ ବିନା ହକେ ।କର୍ମ ଚାଣ୍ଡାଳ ତାହାର ନ ଚାହିଁ ବଦନତାହାକୁ ଏଡ଼େ ଭାଜନ କଲ ତ୍ରିଲୋଚନ ।ଏଡ଼େ ବରପାଇ ସେହି ନୋହିଲା ଶାନ୍ତିଦ୍ୱିତୀୟ ଈଶ୍ୱର ବର ପାଇଲା ଏ ଘାନ୍ତି ।ବୃଷଭ ଆରୋହି ମୂଢ଼ାସୁର ପୁରେ ଗଲାଦେବତାମାନଙ୍କୁ ଯାଇ ଓଳଗି ମାଗିଲା ।ସେ ଦେବେ କୂଟବୁଦ୍ଧିଏ ରଚିଲେ ଏଥିକିବୋଇଲେ ଈଶ୍ୱର ଯେବେ ମାଗ ପାର୍ବତୀଙ୍କି ।ପର କେ ଆପଣା ଜାଣି ନ ପାରି ପାପିଷ୍ଠପାର୍ବତୀ ମାଗିଲା ତୋତେ ଆସି ଏ ଦର୍ପିଷ୍ଠ ।ଅତିଲୋଭ କରି ପୁଣି ଲୋଭ କଲା ଏତେଏଥକୁ ବିଧାତା ଅବା ସହିବ କେମନ୍ତେ ।ସ୍ୱାମୀ ପ୍ରସନ୍ନେ ବିଭୂତି ଲାଗିଛି ତା ଅଙ୍ଗତେଣୁ ଏହାର ଶରୀର ହୋଇଛି ବିଭଙ୍ଗ ।ଯେତେକ ସ୍ଥାନେ ବିଭୂତି ଲାଗିଛି ତା ଗାତ୍ରେସେ ଅଙ୍ଗଯାକ ତାହାର ନ କାଟଇ ଶସ୍ତ୍ରେ ।ଏକା ମାତ୍ରକ କଥାଏ ଅଛଇ ଗୋସାଇଁନାଭିମଣ୍ଡଳ ଗଭୀର ତହିଁ ଲାଗି ନାହିଁ ।ନାଭିମଣ୍ଡଳକୁ ବିନ୍ଧିପାରୁ ଯେବେ ଶରଏହିକ୍ଷଣି ଚାଣ୍ଡାଳର ତୁଟିବ ଶରୀର ।ଶୁଣି ଈଶ୍ୱର ତ୍ରିଶୂଳ ଘେନିଲେ ହସ୍ତରେବୁଲାଇ ମାଇଲେ ସ୍ୱାମୀ ତ୍ରିପୁରା ଉପରେ ।ନାଭିକୁ ଲାଖ କରିଣ ମାଇଲେ ତୁହାଇପାର୍ବତୀକୁ ବୋଇଲେ ତୁ ମାଡ଼ିବସ ଯାଇ ।ତ୍ରିପୁରା ନାଭିକମଳେ ପଡ଼ିଲା ତ୍ରିଶୂଳହୃଦରେ ବାଜନ୍ତେ ମୋହେ ପଡ଼ିଲା ଚଣ୍ଡାଳ ।ତିନି ଯୋଜନ ପର୍ଯ୍ୟନ୍ତ ଆଚ୍ଛାଦିଲା ଭୂଇଁତ୍ରିପୁରା ପଡ଼ନ୍ତେ ତିନିଭୁବନ କମ୍ପଇ ।ତାହା ଦେଖି ଅତି ବେଗେ ଉଠିଣ ପାର୍ବତୀସେ ଶୂଳ ଉପରେ ମାଡ଼ି ବସିଲେ ତଡ଼ତି ।କ୍ରମେ କ୍ରମେ ଭିତରକୁ ଚଳିଯାଇ ଶୂଳତ୍ରିପୁରା ଶରୀରେ ଭେଦି ଭେଦିଲା ପାତାଳ ।ତ୍ରିପୁରା ଯେ ହଲଚଲ ହୋଇ ନ ପାରିଲାମରଣ ଭୟେ ତା ନେତ୍ରୁ ଲୋତକ ଗଳିଲା ।ସେ ଦୁଷ୍ଟ ଚାଣ୍ଡାଳ ତହିଁ ଗର୍ଜି ଗର୍ଜି ମଲାଦେବତାମାନଙ୍କ ଦେହୁଁ କଣ୍ଟା ଛାଡ଼ିଗଲା ।ଦେବକଣ୍ଟକ ତ୍ରିପୁରା ଗଲା ଯହୁଁ କ୍ଷୟତା ଦେଖି ଅମର ଗଣେ କଲେ ଜୟ ଜୟ ।ଶୁଣିଲୁ ତ ସୁରପତି ଅତିଲୋଭ କଥାଅତିଲୋଭ କଲେ ପାଇ ଶରୀରରେ ବ୍ୟଥା ।ସେ ହର ପାର୍ବତୀଙ୍କର ଅଭୟ ଚରଣଦୀନ ଅଚ୍ୟୁତ ନିରତେ ମାଗଇ ଶରଣ ।