ଦୁର୍ଗାସ୍ତୁତି ଓ ଦେବୀଙ୍କର ବରଦାନ — ହରିବଂଶ (ଦ୍ୱିତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିମହିଷାସୁର ସହିତେ ଦୈତ୍ୟ ମହାବଳୀ
କିଞ୍ଚିତ ସମରେ ସଂହାରିଲ ଭଦ୍ରକାଳୀ ।
ତୁହି ସେ ଜଗତ ଭାରାଭର ଉଦ୍ଧାରନ୍ତା
ଭକତବତ୍ସଳା ତୁ ଗୋ ଭକ୍ତିମୁକ୍ତି ଦାତା ।
ଅପାରୁ ଅପାର ମାଗୋ ତୋହର ମହିମା
ଦଇତମର୍ଦ୍ଦନୀ ତୋର ନାମ ଅଟେ ଉମା ।
ସ୍ଥାବର ଜଙ୍ଗମ କୀଟ ଆଦି ଯେ ପତଙ୍ଗ
ସକଳେ ତୋ ତହୁଁ ଜାତ ତୁହିଁ ତାଙ୍କ ଅଙ୍ଗ ।
ହବି ହୋମ ସନ୍ଧ୍ୟାଦିର ତୁହିଁ ସେ କାରିଣୀ
ଅଯୋନିସମ୍ଭୂତା ମା ଗୋ ତୁହି ଠାକୁରାଣୀ ।
ରକ୍ଷଣୀ ଭକ୍ଷଣୀ ମାଗୋ କୋପାନଳ ଶାନ୍ତି
କାପିନୀ ତାପିନୀ ମାଗୋ ତୁହି ଚନ୍ଦ୍ରକାନ୍ତି ।
ଭାବେ ଈଶ୍ୱରଙ୍କୁ ଯହୁଁ ବରିଲୁ ତୁ ବର
ତେଣୁ ଈଶ୍ୱରଙ୍କୁ ବୋଲି ଭବାନୀ ଶଙ୍କର ।
ଶିବ ଶକ୍ତି ସମ ଯୋଗେ ସୃଷ୍ଟି ଆତଯାତ
ଅଭୟା ଅପର୍ଣ୍ଣା ମାଗୋ ଆଦି ବୃଦ୍ଧମାତ ।
ପ୍ରାଣୀମାନଙ୍କର ମାତ ତୁହି ଅଟୁ ପ୍ରାଣ
ଅନାଥ ବାନ୍ଧବ ଅକାରଣକୁ କାରଣ ।
ଅପାର ମହିମା ତୋର ନୁହେଁ ଶେଷ କରି
କର ଅନୁଗ୍ରହ ମା ଗୋ ପରମଈଶ୍ୱରୀ ।
କଣ୍ଠେ ଆଭରଣ ହୁଅ ମୋର ଭଗବତୀ
ତବ ପ୍ରସାଦରୁ ଯାଉ ସକଳ ଦୁର୍ଗତି ।
ଧର୍ମ ଅର୍ଥ କାମ ମୋକ୍ଷ ଚାରି ଗତି ଦେବା
ଜନ୍ମେ ଜନ୍ମେ ତବପାଦେ ହେଉ ମୋର ସେବା ।
ତୋର ପ୍ରସନ୍ନେ ତରିବି ମାଗୋ ହରିବଂଶ
ଯା ଶ୍ରବଣେ ଧ୍ୱଂସ ହେବ କଳି କଳମଷ ।
ମାଗଇ ଅଚ୍ୟୁତ ଦାସ ତୋ ପାଦେ ଭକତି
ସୁଦୟା କରିଣ ମାତ ଫେଡ଼ ମୋ ଦୁର୍ଗତି ।
ଏସନକ ସ୍ତୁତି ଯହୁଁ କଲେ ସ୍ୱର୍ଗବାସୀ
ପ୍ରସନ୍ନ ହୋଇଲେ ଦୁର୍ଗା ତତକ୍ଷଣେ ଆସି ।
ମହାମତ୍ତ ସିଂହ ପରେ ଚଢ଼ି ଅତି ବେଗେ
ଧାତିକାରେ ମିଳିଲେ ସେ ଦେବତାଙ୍କ ଆଗେ ।
ପାରୁଶେ ଅନେକ କୋଟି ଦେବୀ ଛନ୍ତି ମିଳି
ବନ୍ଦାନ୍ତି ଯୋଗିନୀଗଣେ ଘେନି ଅର୍ଘ୍ୟସ୍ଥାଳୀ ।
ଚଉଷଠି ପିଶାଚୁଣୀ ଧରିଣ ଚାମର
ଏସନକ ଗହଣରେ ଦେବୀ ଅଗ୍ରସର ।
କରତାଳ ହୁଳହୁଳି ମର୍ଦ୍ଦଳ ଘୁମୁରା
ପାଟଛତ୍ର ଆଲମ୍ବ ଧରନ୍ତି ଉଗ୍ରତାରା ।
ତାମ୍ୱୁଳ ବିଟିକା ଦେବ ଅଙ୍ଗବସ୍ତ୍ର ଘେନି
ପଛରେ ଗୋଡ଼ାଇଛନ୍ତି ଦେବୀ କାତ୍ୟାୟିନୀ ।
ସହସ୍ର କୋଟି ଅପ୍ସରୀ ଇନ୍ଦ୍ର ବିଳାସିନୀ
ଅଧାସ୍ୱର୍ଗେ ପୁଷ୍ପବୃଷ୍ଟି କରୁଛନ୍ତି ଆଣି ।
କେତେ ଦେବୀ ରଥ ଗଜ ଅଶ୍ୱର ଉପରେ
କେତେ ଦେବୀ ବସିଛନ୍ତି ସିଂହ ବାହନରେ ।
କେହି ଭୟଙ୍କରୀ ଶାନ୍ତ ବଦନ ପ୍ରକାଶି
ଦେବତାଙ୍କ ଛାମୁରେ ସେ ମିଳିଲେକ ଆସି ।
ଦୁର୍ଗା ପ୍ରସନ୍ନ ବଦନ ଦେଖି ସୁରନାଥେ
ବିନୟରେ କୃତାଞ୍ଜଳି ହୋଇଲେ ସମସ୍ତେ ।
ଗନ୍ଧର୍ବ ଯେ ବିଦ୍ୟାଧର ଦେବତା ସକଳ
ଦୁର୍ଗାଙ୍କ ମୁଖ ଚାହିଁଣ ହୁଅନ୍ତି ବିକଳ ।
ବେଳେବେଳେ ମାଗୋ କରୁ ଆମ୍ଭଙ୍କୁ ତୁ ରକ୍ଷା
ଧ୍ୱଂସମୁଖୀ ପୃଥ୍ୱୀ ହେଲା ଦେଲା ତେବେ ଦେଖା ।
ମାଗୋ ତୁମ୍ଭର ସଞ୍ଚିଲା ସିନା ବସୁନ୍ଧରୀ
କେମନ୍ତେ ଏ କଂସ ଉପଦ୍ରବୁ ହେବୁ ପାରି ।
ତୁହି ମାତ ଅନୁଗ୍ରହ କରି ଏତେବେଳେ
ନୋହିଲେ ପଡ଼ିବ ନିଶ୍ଚେଁ ପୃଥ୍ୱୀ ରସାତଳେ ।
ଅନେକ ବ୍ୟାକୁଳ ଯହୁଁ ହେଲେ ଶଚୀପତି
ପ୍ରସନ୍ନ ହୋଇ ବୋଲନ୍ତି ଦେବୀ ଭଗବତୀ ।
ଏହି ପ୍ରତିବାକ୍ୟ ଦ୍ୟନ୍ତି ଦେବୀ ମହାମାୟେ
ଆହୋ ଦେବେ କାହାକୁ ଯେ ଏଡ଼େ ତୁମ୍ଭଭୟେ ।
କିପାଁଇ ସକଳ ଦେବେ ହେଉଛ ଉଚ୍ଚାଟ
ତୁମ୍ଭର ଭକତି ଘେନି ଫେଡ଼ିବୁ ଏ କଷ୍ଟ ।
ଦେବେ ବୋଇଲେ ଗୋ ମାତ ସାବଧାନେ ଶୁଣ
ମଥୁରା ନଗରେ ରାଜା ଅଟେ ଉଗ୍ରସେନ ।
ତାର ପାଟ ମହାଦେଇ ନାମ ଇନ୍ଦୁମତୀ
ରତିସମ ସୁନ୍ଦରୀ ସେ ଅଟେ ମହାସତୀ ।
ଋତୁସ୍ନାନ ଅର୍ଥେ ସେ ଯେ ଗଲା ଯମୁନାକୁ
ଦୃମିଳ ଅସୁର ବଳେ ଧଇଲା ତାହାକୁ ।
କାମରୂପୀ ଅସୁର ସେ ଆଚରିଣ ମାୟା
କପଟେ ଧଇଲା ଦୁଷ୍ଟ ଉଗ୍ରସେନ କାୟା ।
ପତିବ୍ରତା ଅଟଇ ସେ ଇନ୍ଦୁମତୀ ନାରୀ
ଅସୁର ମାୟା ନ ଜାଣି ପାରିଲା ସୁନ୍ଦରୀ ।
ଯୁକତେ ସେ ରଜୋବତୀ ଶୁଦ୍ଧସ୍ନାନଦିନ
ନିଜ ସ୍ୱାମୀ ମଣି କଲା ଶରୀର ଅର୍ପଣ ।
ଶୃଙ୍ଗାର ପ୍ରବନ୍ଧେ ମାତି ହୋଇଣ ହରଷ
ବିବିଧ ବିନୋଦେ ଦୁହେଁ କଲେ ରତିରସ ।
ଅସୁର ଭାର ନ ସହି ଅସାଷ୍ଟମ ହେଲା
ଢଳି ପଡ଼ିଣ ମହୀରେ ରାଣୀ ମୂର୍ଚ୍ଛା ଗଲା ।
କ୍ଷଣକେ ଚେତା ପାଇଣ ବସିଲାକ ଉଠି
ଅସୁର ମୁଖକୁ ରାଣୀ ଚାହିଁଲା ଲେଉଟି ।
ସର୍ବାଙ୍ଗ ଶରୀର ତାର ନିରୋପିଣ ଚାହିଁ
ଉଗ୍ରସେନର ରୂପକୁ ନ ଦେଖିଣ ତହିଁ ।
ବେଳୁଁ ବେଳ ମନରେ ସେ ପାଇଣ ବିଖଣ୍ଡ
ଦାନବକୁ ଚାହିଁ ରାଣୀ କୋପରେ ପ୍ରଚଣ୍ଡ ।
ନୋହୁ ଉଗ୍ରସେନ ତୁରେ ନୋହୁ ପ୍ରାଣନାଥ
କେବଣ ପାମର ତୁରେ କହ ମୋତେ ସତ୍ୟ ।
ସ୍ୱାମୀର ରୂପକୁ ମୋର ଧଇଲୁ କପଟେ
ବଳେ ବିଡ଼ମ୍ୱନା ଆସି କଲୁ ଜଳଘାଟେ ।
ରାଜାର ବଲ୍ଲଭୀ ମୁହିଁ ରାଜାର ଦୁଲାଳୀ
ପବିତ୍ର କୁଳରେ ମୂଢ଼ ଲଗାଇଲୁ କାଳି ।
ଭାଙ୍ଗିଲୁ ମୋ ପତିବ୍ରତ ବିଧ୍ୱଂସିଲୁ ମୋତେ
ସରିଲା କଥାରେ ଆଉ କି ବୋଲିବି ତୋତେ ।
ଭୋ ଧର୍ମଦେବତା ତୁମ୍ଭେ ଏଥେ ହୁଅ ସାକ୍ଷୀ
ଶାପ ଦେଉଅଛି ଏହା ଦୋଷ ମୁହିଁ ଦେଖି ।
ମୁଁ ଯେବେ ଏହାକୁ ଜାଣି ଦେଇଥିବି ରତି
ଏ ଜନ୍ମରୁ ପ୍ରତିଜନ୍ମେ ହେବି ବେଶ୍ୟାଜାତି ।
ଆହେ ଚନ୍ଦ୍ରସୂର୍ଯ୍ୟ ମୋର ଏଥେ ଦୋଷନାହିଁ
ଏଡ଼େ କପଟ ଚରିତ୍ର ନ ଜାଣଇ ମୁହିଁ ।
ଆରେ ରେ ପାମର ଶାପ ଘେନସି ମୋହର
ଯେଉଁ ରେତ ମୋ ଗର୍ଭରେ ରହିଲା ତୋହର ।
ଏହି ପୁତ୍ର ବଳେ ତୋର ପ୍ରାଣନାଶ କରୁ
ମୁହିଁ ଯେବେ ସତୀ ମୋର ଶାପ ତୋତେଫଳୁ ।
ଶୁଣିଲୁ ତୁ ମହାମାୟା କଂସ ଆଦିକଥା
ଏକାଙ୍ଗ ଚକ୍ରବର୍ତ୍ତୀ ସେ ହେଲା ମହାରଥା ।
ଗୋମତ ପର୍ବତେ ଥିଲା ଦୃମିଳ ରାକ୍ଷସ
ଦିଗ୍ବିଜୟ କାଳେ ତାକୁ ବଧ କଲା କଂସ ।
ସେ ଦୁରାତ୍ମା ମହାସତୀ ଶାପେ ନାଶଗଲା
ତା ବୀର୍ଯ୍ୟରୁ ଜନ୍ମି କଂସ ରାକ୍ଷସ ହୋଇଲା ।
ସ୍ୱର୍ଗ ମର୍ତ୍ତ୍ୟ ପାତାଳେ କେ ନ ପାରିଲେ ରହି
ତେଣୁ ତୋତେ ଜଣାଇଲୁ ଆମ୍ଭେ ଭୟପାଇ ।
ଉପାୟ ତୁହି କରିବୁ ଯେବେ ଭଗବତୀ
ତୋ ଯୋଗୁଁ ପାଇବ ରକ୍ଷା ଚରାଚର ପୃଥ୍ୱୀ ।
ମାଗୋ ଆମ୍ଭର ବଚନ କହୁଁ ତୋର ଆଗେ
କଂସ ମରଣ ପାଇବ ଯେବଣହିଁ ବାଗେ ।
ଭବିଷ୍ୟ ପୁରାଣେ ଉକ୍ତି ଅଛି ଯେଉଁ ବାଣୀ
ବେଦ ବେଦାନ୍ତ ଶଙ୍କର ମୁଖୁଁ ଅଛୁ ଶୁଣି ।
ଶ୍ରୀକୃଷ୍ଣ ଜନ୍ମ ହୋଇବେ ବସୁଦେବ ଘରେ
ବଢ଼ିବେ ଗୋପରେ ବାଳ ଗୋପାଳ ସଙ୍ଗରେ ।
ଗୋଗୋଷ୍ଠେ ନନ୍ଦଗଉଡ଼ ଅଟେ ଅଧିକାରୀ
ଯଶୋଦା ନାମେ ତାହାର ଅଟେ ମନୋହାରୀ ।
ପୂର୍ବ ହେତୁ ଘେନି ସେହି ଅଛି ଅବତରୀ
ରାମକୃଷ୍ଣଙ୍କୁ ପାଳିବ ପୁତ୍ରସମ କରି ।
ମାଗୋ ତୁମ୍ଭେ ଯଶୋବନ୍ତୀ ଗର୍ଭେ ହେବଜାତ
ବିଜୁଳି ସଂଜାତ ରୂପ ହୋଇବ ଗୋ ମାତ ।
କପଟରେ ବସୁଦେବ ନେବ ପାଲଟାଇ
ତୁମ୍ଭଙ୍କୁ ସେ ଘେନିଯିବ ଶ୍ରୀକୃଷ୍ଣଙ୍କୁ ଥୋଇ ।
ତୋ ପାଦ ଧରିଣ କଂସ ପିଟିବ ଶିଳାରେ
ତା ହସ୍ତରୁ ଖସିଯାଇ ରହିବୁ ଶୂନ୍ୟରେ ।
ଉଚ୍ଚାଟ କରିଣ କଂସେ ଆସିବୁ ଗୋ ମାଏ
ଅମର କଣ୍ଟକ କଂସ ଯେଣେ ଯିବ କ୍ଷୟେ ।
ଯଦି ଆମ୍ଭଠାରେ ମାତ ଅଛି ତୋର ଦୟା
ପୃଥ୍ୱୀଭାର ନିବାରଣ କର ମହାମାୟା ।
ବିନୟ ହୋଇଣ ଦେବେ ବୋଲନ୍ତି ଗୋ ମାଏ
କହ କେମନ୍ତେ ରହିବୁ ଆମ୍ଭେ ଦେବତାଏ ।
ଦେବୀ ବୋଇଲେ ତୁମ୍ଭେ ନ ଭାଳ କଦାଚିତେ
ଅବଶ୍ୟ ହୋଇବୁ ଆମ୍ଭେ ଜାତ ତୁମ୍ଭ ହିତେ ।
ବଳଭଦ୍ର ହୁଅନ୍ତୁ ଯେ ଆଗେ ଅବତାର
ତଦନ୍ତେ ଆମ୍ଭେ ଜନ୍ମିବୁ ଯଶୋଦା ଗର୍ଭର ।
ଯେମନ୍ତେ ପ୍ରାଣେ ବିନାଶ ହେବ କଂସ ରାୟେ
ଅମର କଟକ ରକ୍ଷା କରିବୁ ଉପାୟେ ।
ଏତେ କହି ଦେବୀ ତହୁଁ ଗଲେ ଶୂନ୍ୟମାର୍ଗେ
ଗୋପନଗରେ ପ୍ରବେଶ ହେଲେ ଯାଇ ବେଗେ ।
ଦେଖିଲେ ଯମୁନା ନଦୀ ଜଳ ପରିମଳ
ଅପୂର୍ବ କୁଞ୍ଜବନକୁ ନାହିଁ ପଟାନ୍ତର ।
କରିଲେକ ମାହେଶ୍ୱରୀ ପ୍ରଶଂସା ଅପାର
ନନ୍ଦନବନୁ ଅଧିକ ପାଉଛି ସୁନ୍ଦର ।
ନନ୍ଦନ ବନରୁ ତରୁ ବିଶ୍ୱକର୍ମା ଆଣି
ଗୋବିନ୍ଦ ଜାତ ନିମନ୍ତେ ଅଛଇ ନିର୍ମାଣି ।
ପରମ ଆନନ୍ଦ ହେଲେ ବନ ଦେଖି ଉମା
ବୋଇଲେ ଧନ୍ୟ ଏ ଗୋପପୁରର ମହିମା ।
ଏମନ୍ତ ପ୍ରଶଂସା କରି ଦେବୀ ଶାକମ୍ଭରୀ
ଅନ୍ତର୍ଦ୍ଧାନେ ଗଲେ ତହୁଁ ବେଳକାଳ ଧରି ।
ପ୍ରଥମେ ତ ବଳରାମ ହୋଇଲେ ସମ୍ଭୂତ
ଦେବକୀ ଦେବୀର ଗର୍ଭେ କୃଷ୍ଣ ହେବେ ଜାତ ।
ଯଶୋବନ୍ତୀ ଗର୍ଭୁ ଦୁର୍ଗା ଜନମ ହୋଇବେ
ଏମନ୍ତ ସଞ୍ଚିତ କଲେ ମିଳି ସର୍ବଦେବେ ।
ଶୁକ ବୋଲନ୍ତି ଶୁଣିଲ ପରୀକ୍ଷ ନୃମଣି
ଏ ଅଟଇ ହରିବଂଶ ପବିତ୍ର କାହାଣୀ ।
ଦେବ ସଭାପର୍ବ ଏ ଯେ ପୁଣ୍ୟମୟ ଗୀତ
ଶୁଣିଲେ ହରଇ ପାପ କହଇ ଅଚ୍ୟୁତ ।
ଅଦିତିର ମାନୁଷୀ ଜନ୍ମ କଥନ
ଶୁଣ ପରୀକ୍ଷିତ ରାଜା ପୂର୍ବର ଯେ କଥାବଳଦେବଙ୍କର ଆଦ୍ୟଜନ୍ମର ବାରତା ।ଶତେ ସପତ ଉତ୍ତର ବସୁଦେବ ରାଣୀସବୁହୁଁ ଜ୍ୟେଷ୍ଠ ଭାରିଯା ଅଟଇ ରୋହିଣୀ ।ବୃହ ନାମରେ ଯାଦବ ଅନ୍ଧବଂଶେ ଜାତତା ଜ୍ୟେଷ୍ଠ ଦୁହିତା ନାମ ରୋହିଣୀ ବିଦିତ ।ବୃଷ୍ଣିବଂଶୀ ସୁଦେବର ବସୁଦେବ ବଳାପବିତ୍ର କୁଳ ଦେଖିଣ କନ୍ୟା ତାକୁ ଦେଲା ।ଭୋଜବଂଶ ଉଗ୍ରସେନ ମଥୁରା ରାଜନଦେବକୀ ନାମେ କନ୍ୟାକୁ ପଛେ କଲା ଦାନ ।ନନ୍ଦନାମେ ଗୋପାଳ ଗୋଗୋଷ୍ଠେ ଅଧିକାରୀଯଶୋଦା ନାମେ ଭାରିଯା ଅଟଇ ତାହାରି ।ରୋହିଣୀର ସଙ୍ଗାତ ସେ ଅଟେ ବାଳକାଳେପିତାଘରେ ଥାଇ ଅବିବାହୀ ଥିବାବେଳେ ।ବସୁଦେବ ରୂପେ ଜାତ କଶ୍ୟପ ଯେ ମୁନିମଥୁରାରେ ଜାତ ସଙ୍ଗେ ଅଦିତିକୁ ଘେନି ।ଦେବକୀ ରୂପେ ଅଦିତି ଦେବୀ ଜାଣ ଜାତଉଗ୍ରସେନର ଦୁହିତା ଅଟେ ଦେବମାତ ।ସେ ଦେବୀର ଗର୍ଭେଜାତ ହେବେ ବେନିରୋମରାମକୃଷ୍ଣ ରୂପେ ବ୍ରହ୍ମା କରାଇଲେ ଜନ୍ମ ।ବିଷ୍ଣୁର ଆର୍ଦ୍ଦୋଳି ସହିବାକୁ ସେ ଭାଜନତା ବିନୁ ବିଷ୍ଣୁଙ୍କୁ ଗର୍ଭେ ଧରିବ କେ ଆନ ।ମଧୁବନ କଟକେ ସେ ଅଛି ଜାତ ହୋଇସଂସାରେ ଜାତ ଗୋମାତାଠାରୁ ଶାପ ପାଇ ।ପରୀକ୍ଷିତ ବୋଲେ ମୁନି ଅଗୋଚର କଥାଅଦିତି ଦେବୀ କେମନ୍ତେ ଉଗ୍ରସେନ ସୁତା ।ଦେବଙ୍କୁ ଯେବଣ ଆଦିମାତା ଜାତକଲାସେ କେମନ୍ତେ ଉଗ୍ରସେନ ଦୁହିତା ହୋଇଲା ।ଉଗ୍ରସେନ ନୃପ ପୂର୍ବୁ ହୋଇଥିଲା ଜାତଏ କଥା ସଂକ୍ଷେପି ମୋତେ କହ ତପୋବନ୍ତ ।ଫିଟିବ ଭ୍ରାନ୍ତି ମୋ ମନୁ ଛାଡ଼ିଯିବ ବ୍ୟଥାମଳୟ ବନେ ଲାଗିବା ପ୍ରାୟ ଏହି କଥା ।ଶୁକମୁନି ବୋଇଲେ ତୁ ଶୁଣ ନୃପବରଶଙ୍କର ନାମରେ ପୂର୍ବେ ରୁଦ୍ର ଅବତାର ।ଏକାଦଶ ରୁଦ୍ରଙ୍କର ଅଟେ ଅଗ୍ରଲେଖାଇଶ୍ୱର ଦେବତାଙ୍କର ଅଟେ ଏକଶାଖା ।ପଶ୍ଚିମ ଦ୍ୱାରପାଳ ସେ କପିଳାସବାସୀଅନେକ ଦୟା କରନ୍ତି ତାକୁ କାଶୀବାସୀ ।ଅକ୍ଷୟ ପୁରୁଷ ଅଜ୍ରାମର ଯୋଗେଶ୍ୱରଅଷ୍ଟଧାତୁ ନବନାଟ ବିଦ୍ୟା ଅଟେ ଯାର ।ସ୍ତମ୍ଭନ ମୋହନ ବଶ ଉଚ୍ଚାଟନ ବିଧିନୟନ ଅଞ୍ଜନ ଜାଣେ ପାଦୁକା ଔଷଧି ।ଜଡ଼ି ଔଷଧି ମୂଳିକା ମନ୍ତ୍ର ଆଦି ଯେତେସର୍ବଗୁଣେ ସମ୍ପନ୍ନ ତା କହିବି ମୁଁ କେତେ ।କେବଣ ଦିନେ ଶଙ୍କର ରୁଦ୍ରଦେବ ସ୍ୱାମୀସ୍ୱର୍ଗ ଭୁବନକୁ ଗଲେ ହୋଇ ବୃଷଗାମୀ ।ଡିବିଡିବି ଡମ୍ବରକୁ ବଜାନ୍ତି ଯେ ଯୋଗୀକଣ୍ଠେ ମୁଣ୍ଡମାଳ ଶିରେ ଶୋହେ ମହାଭୋଗୀ ।କେତେହେଁକ ଦୂରେ ସୁରନଦୀର ନିକଟେଦେଖିଲେ ଅଦିତିଦେବୀ ବସି ଜଳଘାଟେ ।ବାଲୁକା ଲିଙ୍ଗ ସ୍ଥାପିଣ ମୌନବ୍ରତ ହୋଇପୂଜଇ ସେ ଧୂପ ଦୀପ ନଇବେଦ୍ୟ ଦେଇ ।ଷୋଡ଼ଶ ଉପଚାରରେ ପୂଜାବିଧି ସାରିଜପେ ଏକମନ ଦଶଇନ୍ଦ୍ରି ରୋଧକରି ।ଏ ସମୟେ ରୁଦ୍ରଦେବ ବାଟେ ଯାଉଥିଲେସୁନ୍ଦରୀର ଘୋର ତପ ଦେଖିଣ ରହିଲେ ।ଖଣ୍ଡେଦୂରେ ଥାଇ ଦେଲେ ଦେବୀପରେ ଦୃଷ୍ଟିପୂର୍ବେ ମହାମନ୍ତ୍ରେ ବାମା ଲଭି ମହାତୁଷ୍ଟି ।ଷୋଡ଼ଶ ମହାମନ୍ତ୍ରେ ସେ ଷୋଳପୂଜା ସାରିଗଡ଼ଘାଲି ଶୁଏ ବାମା ପ୍ରଦକ୍ଷିଣ କରି ।ସୁନ୍ଦରୀର ଏ ଭକତି ଦେଖି ଯୋଗେଶ୍ୱରଧାତିକାରେ ସୁପ୍ରସନ୍ନ ହୋଇଲେ ଶଙ୍କର ।ଅଦିତିକୁ ବୋଲନ୍ତି ଯେ ଦେବ ପଶୁପତିକେବଣ କାରଣେ ତପ କରୁଛୁ ଯୁବତୀ ।ସୁକୁମାରୀ ସୁନ୍ଦରୀ ତୁ ସୁଲକ୍ଷଣୀ ବାଳୀତପ କରିବାର କାଳ ନୁହଇ ତୋହରି ।ପତି ତୋହର କଶ୍ୟପ ଅଟେ ମହାତେଜାପତି ଜୀବିତ ଥାଉ ତୁ ଆନେ କରୁ ପୂଜା ।ଏ କଥା ତ ନ ଯୋଗାଇ ଯାଅ ନିଜପୁରେସ୍ୱାମୀର ପାଦସେବା ତୁ କର ନିରନ୍ତରେ ।ବ୍ରାହ୍ମଣ ଶାସନ କିବା ଆନେ ଦାନଦେବାଏ ବିଚାର ନ କରି ତୁ ପୁଜୁ ଆନଦେବା ।ବିଦ୍ୟାବନ୍ତ ଥାଉ କିଗୋ ଆନେ ମାନ୍ୟକରିମାତା ଥାଉ ମାଉସୀକୁ ପୁତ୍ର କି ଆଦରି ।ପୃଥ୍ୱୀ ଥାଉ ସମୁଦ୍ରରେ ବରଷେ କି ପାଣିଭୋଜନ ଛାଡ଼ି କେହି କି ପିଏ ପଣାପାଣି ।ଧନବନ୍ତ ଲୋକକୁ କେ ଯାଚିଦେଇ ଅନ୍ନଭାଗବତ ଛାଡ଼ି ଶୁଣେ କେ ଆନ ପୁରାଣ ।ଆପେ ଦୁଃଖି କୁଟୁମ୍ବେ କି ଆଶା ରଖିଥାଇଶଙ୍କର ବୋଲନ୍ତି ଏଥେ କିଛି ପୁଣ୍ୟ ନାହିଁ ।ସୁଲକ୍ଷଣ ସୁନ୍ଦରୀ ତୁ ସଦା ନବଯୁବାକଶ୍ୟପ ପତି ତୁ ପାଇ ହେବୁ କି ବିଧବା ।ଅକାରଣେ କାହିଁପାଇଁ କରୁଅଛୁ ତପଆମ୍ଭ ଆଗରେ ତୁ କହ ଏଥିର ସ୍ୱରୂପ ।ଅଦିତି ବୋଇଲେ ତୁମ୍ଭେ ଶୁଣ ଶୂଳପାଣିତୁମ୍ଭେ ଜାଣ ମୋର ତେରଗୋଟା ସପତଣୀ ।ସ୍ତୀରୀଙ୍କୁ ତ ସପତଣୀ ଜ୍ୱଳା ବଡ଼ କଷ୍ଟପତ୍ନୀଭ୍ରଷ୍ଟା ହେଲେ ପତି ଜାଣ ଯାଇ ନଷ୍ଟ ।ସପତଣୀ ଜ୍ୱାଳା ସହି ନ ପାରିଲି ଆଉକାଷ୍ଠ ପାଷାଣ ନୁହେଁତ ସହ୍ୟ ହେବ କାହୁଁ ।ଏଡ଼େ ସେ ଚାଣ୍ଡାଳ ମୁନି ପାଶେ ନ ରଖିଲେକିଛି ଦୋଷ ନାହିଁ ମୋତେ ଅଭାଗିନୀ କଲେ ।ତେଣୁ ଈଶ୍ୱରଙ୍କୁ ମୁହିଁ କରୁଅଛି ସେବାଏହା କଲେ ମୁନି ମୋତେ ଭଲପାନ୍ତି ଅବା ।ତୁମ୍ଭେ ଯେ ଏ କଥା ଗୋଟା ବୁଝ ତଥ୍ୟକରିମୋର ଦୋଷ ହେଲେ ମୋତେ ଦଣ୍ଡ ତ୍ରିପୁରାରି ।ରୁଦ୍ର ବୋଇଲେ ଯେ ତୋର କିଛି ଦୋଷନାହିଁଆମ୍ଭେ ତ ଭେଟିଲୁ ତୋତେ କରିବାକୁ ତ୍ରାହି ।ତୋହର ପୂଜାରେ ଆମ୍ଭେ କଲୁ ତୋତେସ୍ନେହସତ୍ୟ କହୁଅଛି ନିଶ୍ଚେଁ ସ୍ୱାମୀ ହେବ ପ୍ରିୟ ।ଅଷ୍ଟଧାତୁ ନବନାଟ ସକଳ ଔଷଧିସ୍ତମ୍ଭନ ମୋହନ ବଶ ଉଚ୍ଚାଟନ ସିଦ୍ଧି ।ଜାଣୁ ଆମ୍ଭେ କପିଳାସ କନ୍ଦରେ ତ ବୈଦ୍ୟଔଷଧି ମୌଷଧି ସବୁ ଅଟେ ଆମ୍ଭ ସାଧ୍ୟ ।ନିର୍ଦ୍ଦୋଷେ କଶ୍ୟପ ତୋତେ ଦୂର କରିଛନ୍ତିଏକାଙ୍ଗ ପ୍ରିୟବତୀ ତୁ ହୋଇବୁ ଏ ଘାନ୍ତି ।ଧନ ପୁତ୍ରବତୀ ତୁଗୋ ହୋଇବୁ ଏଥରସପତଣୀଙ୍କୁ ଯେ ମୁନି କରିବେ ଅନ୍ତର ।ଏଥକୁ ଯେ ଅଊଷଧି ଦେବୁ ମହାସତୀଆଜହୁଁ ତୁ ମୁନିଙ୍କର ହେବୁ ପ୍ରିୟବତୀ ।ଯେବଣ ଔଷଧି ଦୁର୍ଗା ଇଶ୍ୱରେ ମୋହିଲେନାରାୟଣଙ୍କୁ ଯହିରେ ଲକ୍ଷ୍ମୀ ବଶ କଲେ ।ଇନ୍ଦ୍ରଙ୍କୁ ମୋହିଲେ ଯେଉଁ ଅଉଷଧେ ଶଚୀସେହି ଅଉଷଧିମାନ ଆମ୍ଭ ତହିଁ ଅଛି ।ଆମ୍ଭେ ତୋତେ ସୁପ୍ରସନ୍ନ ହୋଇଲୁ ଗୋ ଆଜଉଦଯୋଗ କରନ୍ତେ ସେ ସିଦ୍ଧ ହେବ କାର୍ଯ୍ୟ ।ଏତେ ବୋଲି ମୂଳଖଣ୍ଡି କାଢ଼ିଲେ ଶଙ୍କରଦେଲେ ସୁପ୍ରସନ୍ନ ହୋଇ ଅଦିତିର କର ।ବୋଇଲେ ଏ ମୂଳଖଣ୍ଡି ଘେନ ତୁ ଗୋ ବାଳେଗୋଚିନାମିଶାଇ ଏହା ବାଟିବୁ ତୁ ଶିଳେ ।ଖଣ୍ଡ ଲବଣୀ ମିଶାଇ ଘେନିବୁ କପାଳେଚାହିଁବାମାତ୍ରେ ତୋ ବଶ ହେବେ ମୁନିବରେ ।ଏ ଚିତା ଘେନି ଗୋ ଚାହିଁ ମୁନିଙ୍କର ମୁଖତକ୍ଷଣେ ଖଣ୍ଡିବୁ ତୋର ଅଭାଗିନୀ ଦୁଃଖ ।ଔଷଧି ପ୍ରସାଦେ ତୋର କଷ୍ଟ ଯିବ କ୍ଷୟେଏକାଙ୍ଗ ମୁନୀ ଭାରିଯା ହେବୁ ତୁ ଗୋ ମାଏ ।କହିବା ଗୁପତ ତୋତେ କରିଣ ବିଶ୍ୱାସସ୍ତିରୀ ଘେନିଲେ ପୁରୁଷ ହେବ ତାର ବଶ ।ପୁରୁଷ ୟା ଘେନି ଚାହେଁ ଯେବେ ସ୍ତିରୀମୁଖଅନ୍ତଃପୁର ଛାଡ଼ି ନାରୀ ଆସିବ ତା ପାଖ ।ପ୍ରତ୍ୟକ୍ଷେ ମୋହିନୀ ଜାଣ ଔଷଧି ମହିମାସକଳ ବାଞ୍ଛା ତୋ ସିଦ୍ଧ ହେଲା ଜାଣ ବାମା ।ଆମ୍ଭେ ଯେ ଗୁରୁ ତୋହର ହୋଇଲୁ ଗୋମାତଗୁରୁ ଦକ୍ଷିଣା ଆମ୍ଭଙ୍କୁ କିସ ଦେବୁ ତୁ ତ ।ଦିଅ ବା ନ ଦିଅ ତୋତେ କହି ଯଥାବିଧିତୋହର କାର୍ଯ୍ୟ ଏଥିରେ ହୋଇଲାକ ସିଦ୍ଧି ।ଅଦିତି ବୋଇଲେ ମୁଁ ଯେ ଯାଉଥିଲି ନାଶତୁମ୍ଭ ଦୟାରେ ପାଇଲି ସିନା ଗୃହବାସ ।ଏବେ କିପାଁ ମୋରେ ଧରୁ ପୁଣ ଆନ ଚିତ୍ତତୁ ଯାହା ମାଗିବୁ ଦେବି ତ୍ରିବାର ମୋ ସତ୍ୟ ।ଏତେ ବୋଲି ବାମା ବେଗେ ସଂକଳପ କଲାକୁଶହସ୍ତ ହୋଇ ପାଣି ଶଙ୍ଖରେ ତୋଳିଲା ।ଶଙ୍କର ବୋଇଲେ ଏହା ମାଗୁଅଛୁଁ ତୋତେଆମ୍ଭର ଦୁହିତା ତୁହି ହୋଇବୁ କି ସତେ ।ଅଦିତି ବୋଇଲେ ସତ୍ୟ କଲି ମୁଁ ଯହିଁକିଏବେ ଆଉ ନାସ୍ତି ପୁଣ କରିବା କାହିଁକି ।ତୋହର ଦୁହିତା ମୁହିଁ ହେବି ଶତଜନ୍ମଏଥକୁ ମହାତ୍ମା ତୁ ନ ଧର ମନେ ଆନ ।ଜୟ ମହାରୁଦ୍ର ସୁତ ଯୋଗାଧି ପୁରୁଷତନ୍ତ୍ରବିଦ୍ୟା ବିଶାରଦ ଅଟୁ ବ୍ୟୋମକେଶ ।ରୁଦ୍ରଆତ୍ମା ରୁଦ୍ରରୂପା ଶିବ ଦ୍ୱାରପାଳଭସ୍ମ ବିଲେପନ କନ୍ଧେ ନୃକରୋଟିମାଳ ।ଅପାର ମହିମା ପ୍ରଭୁ ଅଟଇ ତୋହରଲାଙ୍ଗଳ ମୂଷଳେ ଶୋଭାପାଏ ବେନିକର ।ମୁଁ ଦୀନ ଅଚ୍ୟୁତ ଦାସ ତୋ ପାଦେ ଶରଣରକ୍ଷାକର ପ୍ରଭୁ ମୋତେ ସୁଦୟା କରିଣ ।ଶଙ୍କର ଉଗ୍ରସେନ ରୂପେ ଜନ୍ମହେବା ବୃତ୍ତାନ୍ତକହନ୍ତି ଯେ ଶୁକମୁନି ଶୁଣ ନରପତିତେଣୁ ଉଗ୍ରସେନ ସୁତା ହେଲେ ସେ ଅଦିତି ।ସେହି ଉଗ୍ରସେନ ସ୍ୱୟଂ ରୁଦ୍ରଦେବ ଦେହୀଈଶ୍ୱର ଶାପରେ ଅଛି ନରତନୁ ବହି ।ଶଙ୍କର ରୁଦ୍ରକୁ ଶିବ ପୂର୍ବେ କଲେ କୋପତେଣୁ ଧଇଲେ ଶଙ୍କର ଉଗ୍ରସେନ ରୂପ ।ଯେଉଁ ପ୍ରକାରେ ଶଙ୍କର ମାନବ ହୋଇଲେସେ କଥା ସଂକ୍ଷେପି ତୋତେ କହିବାନା ଭଲେ ।ଏକଦିନେ ଉଦ୍ୟାନରେ ଶଙ୍କର ଗିରିଜାକୋମଳ ପତ୍ର ବିଛାଇ ତଳେ କଲେ ଶଯ୍ୟା ।ସେ ପତ୍ର ଶଯ୍ୟାରେ ସ୍ୱାମୀ ଶୁତିଲେକ ଭୋଳେବିପରୀତରେ ମାତିଲେ ଦେବୀ କୁତୁହଳେ ।ସୁଶୀତଳ ପବନ ଯେ ବହେ ଘନଘନମୁନିଜନମାନଙ୍କର ମୋହୁଅଛି ମନ ।ଶୁକ ପିକ ଝିଙ୍କାରିଙ୍କ ରାବ କୋଳାହଳସୁଗନ୍ଧ ପୁଷ୍ପର ଗନ୍ଧ ବହେ ପରିମଳ ।ଏହି ସମୟେ ଶଙ୍କର ରୁଦ୍ର ଯାଉ ଯାଉହର ଗଉରୀଙ୍କ କ୍ରୀଡ଼ା ଦେଖିଲେକ ଯହୁଁ ।ବିଡ଼ମ୍ବନା ଦେଖି ସ୍ୱାମୀ ଶଙ୍କର ହସିଲେରୁଦ୍ରଗଣ ସଙ୍ଗେଥିଲେ ପରିହାସ କଲେ ।ରୁଦ୍ରଗଣ ପରିହାସ ଦେଖି କାଶୀବାସୀପାର୍ବତୀଙ୍କୁ ପେଲି ଦେଇ ଲାଜେ ଉଠିବସି ।ବୋଇଲେ ଶଙ୍କର ତୁ ରେ କଲୁ ମନ୍ଦକୃତ୍ୟପିତାଠାରେ ପରିହାସ ତୋର କି ଉଚିତ ।ଆମ୍ଭେ ଜ୍ୟେଷ୍ଠନନ୍ଦନ ତୁ ରୁଦ୍ରଗଣେ ଶ୍ରେଷ୍ଠଜାଣୁ ଜାଣୁ କେମନ୍ତେ ତୁ ହେଲୁ ଜ୍ଞାନଭ୍ରଷ୍ଟ ।ସ୍ୱାମୀକି ଦୂଷଣ କଲୁ ଅର୍ଜି ମହାପାପତେଣୁ ତୋତେ ଶାପ ଦେବି ଦୋଷ ଅନୁରୂପ ।ଆମ୍ଭଙ୍କୁ ତୁ ଉପହାସ କଲୁ ରେ ଦୋରେହାଶତଜନ୍ମ ପରିଯନ୍ତେ ହୁଅ ନରଦେହା ।ପୁତ୍ର ହୋଇ ଆମ୍ଭଙ୍କୁ ତୁ ଜିଙ୍ଘାସିଲୁ ଏତେଜିଙ୍ଘାସ ପାଇବୁ ତୁହି ତୋର ପୁତ୍ର ହାତେ ।ବଳତ୍କାରେ ପୁତ୍ର ତୋର ଘେନୁ ରାଜ୍ୟଭାରଏ ମୋ ଶାପଯୋଗୁଁ କଷ୍ଟ ପାଇବୁ ଅପାର ।ଶତେଜନ୍ମ ଅନ୍ତେ ପୁଣ ଶାପ ମୁକ୍ତ ହୋଇଲଭିବୁ ରୁଦ୍ରଶରୀର କପିଳାସ ଭୂଇଁ ।ଶୁକ ବୋଲନ୍ତି ଶୁଣିବା ହେଉ ଦଣ୍ଡଧାରୀତେଣୁ ସେ ଶଙ୍କର ଉଗ୍ରସେନ ରୂପ ଧରି ।ଇଶ୍ୱରଙ୍କ କୋପରେ ସେ ମାନବ ସ୍ୱରୂପେଜନ୍ମିଲେ ମଥୁରାପୁରେ ଉଗ୍ରସେନ ରୂପେ ।ପ୍ରତ୍ୟକ୍ଷେ ସେ ଉଗ୍ରସେନ ରୁଦ୍ରଦେବ ଦେହାଶୁଣିଲୁ ତ ଏସନକ ବାଣୀ ନରନାହା ।ତୁମ୍ଭେ ମୋତେ ପୁଚ୍ଛାକଲ ଦେବକୀ ଉତ୍ପତ୍ତିସେହି ଯେ ଦେବକୀ ଜାଣ ପ୍ରତ୍ୟକ୍ଷେ ଅଦିତି ।ଶଙ୍କର ରୁଦ୍ର ଯେ ଉଗ୍ରସେନ ରୂପ ଧରିମଥୁରା କଟକେ ହୋଇଅଛି ଦଣ୍ଡଧାରୀ ।ଦେବକୀ ନାମେ ଯେ ଉଗ୍ରସେନର ଦୁଲାଳୀପବିତ୍ର ପାଟବଂଶୀ ସେ ଅଟେ ଶୁଦ୍ଧଶାଳୀ ।ସପ୍ତଅଧିକ ଶତ ଯେ ବସୁଦେବ ବାମାସୁନ୍ଦରୀ ସୁକୁମାରୀ ସେ ନାରୀଙ୍କ ଉତ୍ତମା ।ସବୁହିଁ ଜ୍ୟେଷ୍ଠ ଭାରିଯା ଅଟଇ ରୋହିଣୀଦେବକୀ ପ୍ରିୟା ସେ ଯହୁଁ ରାଜାର ଦୁଲଣୀ ।ବ୍ରହ୍ମା ବୋଇଲେ ଆମ୍ଭର ବଚନକୁ ଶୁଣସକଳ ଦେବତାଙ୍କର ହୋଇବ କାରଣ ।ସ୍ୱର୍ଗର ଭାରାଭର ଯେ ଏହିଠାରେ ସରୁଅମର କଣ୍ଟକ କଂସ ନିକଟରେ ମରୁ ।ଏହି ସମୟେ ଦେବକୀ ହେବ ଗର୍ଭଧାରୀତହିଁକି ଦେବତାମାନେ ଥିବେ ଲୟକରି ।ପ୍ରଥମେ ଯେ ବଳରାମ ରୋହିଣୀ ଉଦରେଗୁପତେ ଜାତ ହୋଇବେ ବସୁଦେବ ଘରେ ।ତଦନ୍ତେ କୃଷ୍ଣ ଜନ୍ମିବେ ଦେବକୀ ଉଦରେଭାରା ନିବାରଣ ଅର୍ଥେ ଆଠମାସ ପରେ ।ଏମନ୍ତ ବିଚାର କରି ସକଳ ଦେବତାବିଶ୍ୱାବସୁକୁ ଡାକିଣ ବୋଇଲେ ଏ କଥା ।ଆହେ ବିଶ୍ୱାବସୁ ତୁମ୍ଭେ ଶୁଣ ଆମ୍ଭ ବାଣୀମଧୁବନ କଟକକୁ ଚଳ ଏହିକ୍ଷଣି ।ଅନ୍ତରୀକ୍ଷମାର୍ଗେ ଏହି ବେନି ରୋମ ଥୋଇଦୁନ୍ଦୁଭି ଶବ୍ଦ କରିଣ ଆସ ବେଗ ହୋଇ ।ବିଶ୍ୱକର୍ମାକୁ ହକାରି ବୋଲେ ଦେବରାଜାବିଶ୍ୱାବସୁ ସଙ୍ଗରେ ତୁ ମଥୁରାକୁ ଯା ଯା ।ଆକାଶରେ ମନୋହର ପୁର ନିର୍ଭା କରିନିରଞ୍ଜନ ତୁଲ୍ୟ ରୋମ ରଖ ସେହି ପୁରୀ ।ଯେବଣ ଦିନେ ଦେବକୀ ପାକାସ୍ପରଶନଏ ବେନି ରୋମ ତହିଁରେ ହେବେ ବିଷ୍ଣୁ ଜାଣ ।ଏ ରୋମୁଁ ଜାତ ହୋଇବେ ଦେବ ନାରାୟଣସଚରାଚର ପୃଥ୍ୱୀର ହୋଇବ କାରଣ ।ମଥୁରାରେ ଜାତହେବେ ବଢ଼ିବେ ସେ ଗୋପେଆନକୁ ହିଁ ଅଗୋଚର ହୋଇବେ ସ୍ୱରୂପେ ।ଦେବତାଙ୍କ ହିତ ପାଇଁ ହୋଇବେ ଗୁପତକହିଲେ ସେହି ଦେବତା ଏହି ପରମାର୍ଥ ।ବେଗେ ବିଶ୍ୱକର୍ମା ଚଳ ଏବେ ଆମ୍ଭ ବୋଲେଚିତ୍ରସେନ ଗନ୍ଧର୍ବ ହିଁ ଯାଉ ତୁମ୍ଭ ତୁଲେ ।ସ୍ୱର୍ଣ୍ଣମୟ ବିମାନରେ ବସା ରୋମ ବେନିଅନ୍ତରୀକ୍ଷ ଭୁବନକୁ ଚଳୁ ଏହା ଘେନି ।ବୋଲନ୍ତି ଯେ ଶୁକ ଶୁଣ ପରୀକ୍ଷିତ ରାୟେଏସନକ ଆଜ୍ଞା ଯହୁଁ ଦେଲେ ଦେବତାଏ ।ବିଶ୍ୱାବସୁ ବିଶ୍ୱକର୍ମା ଚିତ୍ରସେନ ଘେନିବିମାନେ ବିଜେ କରାଇ ନେଲେ ରୋମବେନି ।ତେତିଶକୋଟି ଦେବତା ଶୁଭବାଞ୍ଛା କରିପାଦେ ଗମନ କରନ୍ତି ଘେନି ପଟୋଆରୀ ।ପାଟଛତ୍ର ଲମ୍ୱଇ ଯେ ଉଡ଼ଇ ଚିରାଳଉଦଣ୍ଡ ପତାକା ଏକଲକ୍ଷ ପରିମଳ ।ଢୋଲ ଦମା ଟମକ ଯେ ନିଶାଣ ମହୁରୀଭେରୀ ମୃଦଙ୍ଗ କାହାଳୀ ଦୋସରା ଭଉଁରୀ ।ଗନ୍ଧର୍ବୀ ବିଦ୍ୟାଧରୀଏ ନୃତ୍ୟରଙ୍ଗ ରସେଏ ବିଧିରେ ଖଟିଛନ୍ତି ଦେବ ଚଉପାଶେ ।ସଭ୍ରମେ ପାଛୋଟି ଗଲେ ସ୍ୱର୍ଗଗଙ୍ଗା ଯାଏନନ୍ଦନବନ ନିକଟେ ରହି ଦେବତାଏ ।ବିଶ୍ୱାବସୁ ବିଶ୍ୱକର୍ମା ଚିତ୍ରସେନ ତିନିଶୂନ୍ୟ ଭୁବେନେ ଚଳିଲେ ବେନି ରୋମ ଘେନି ।ଆକାଶ ମଣ୍ଡଳେ ଥାଇ ମଥୁରା ଉପରେଶୁଦ୍ଧ ସୁବର୍ଣ୍ଣରେ ନିର୍ମାଣିଲେ ଦିବ୍ୟପୁରେ ।ଗଜଦନ୍ତ ପଲଙ୍କରେ ଶଯ୍ୟାଏ ଶେଯାଇସେ ବେନି ରୋମକୁ ବିଜେ କରାଇଲେ ନେଇ ।ଆପେ ବିଶ୍ୱକର୍ମା ହେଲେ ଦ୍ୱାରେ ଦ୍ୱାରପାଳସହସ୍ର ଗନ୍ଧର୍ବ ତହିଁ ହେଲେ ରଖୁଆଳ ।ଅନାଦି ସମ୍ଭୂତ ରୋମ ରହି ଶୂନ୍ୟପଥେଦେବତାଙ୍କ କାର୍ଯ୍ୟ ଭାରା ନିବାରଣ ଅର୍ଥେ ।ବଦୟନ୍ତି ଶୁକମୁନି ଶୁଣ ହେ ପରୀକ୍ଷଇତି ଶିରୀ ଭାଗବତ ସଭାପର୍ବ ମୁଖ୍ୟ ।ଏକଚିତ୍ତ ହୋଇ ଯେହୁ ଶୁଣେ ମହାରାୟେସଂଗ୍ରାମେ ଜିଣଇ ସଭାମଧ୍ୟେ ଜୟ ପାଏ ।ଧନ ଜନ ଅଇଶ୍ୱର୍ଯ୍ୟ ଯାର ଯେବା ଇଚ୍ଛାଶୁଣନ୍ତେ ଏ ସଭାପର୍ବ ପୂରେ ମନୋବାଞ୍ଛା ।ବିଶ୍ୱକର୍ମାକୁ ଯେ ରୋମ ଦେଇ ଦେବଗଣସନ୍ତୋଷେ ଚଳିଣ ଗଲେ ନିଜ ନିଜ ସ୍ଥାନ ।ବିଷ୍ଣୁଙ୍କ ଛାମୁରେ କରି ସମସ୍ତେ ପ୍ରଣାମଆନନ୍ଦ ମନରେ ଚଳିଗଲେ ଯେଝା ସ୍ଥାନ ।ସରିଲା ଯେ ପରିତାପ ଅସୁରଙ୍କ ଭୟମନେ ଆନନ୍ଦ ହୋଇଲେ ପ୍ରଭୁ ଦେବରାୟ ।ଜୟ ତ୍ରିଅମ୍ୱକ ଦେବ କପିଳାସବାସୀତୁ ଅନ୍ଧକ ନିସୂଦନ ସ୍ଥାନ ତୋର କାଶୀ ।ସମାଧି ଯୋଗରେ ବସି ହେଲୁ ଜଗଜ୍ଜିତାକପାଳପାଣି ତୁ ଦେବ ଶୁଭାଶୁଭ ଦାତା ।ଧବଳ ଶୁଦ୍ଧ ସ୍ପଟିକ ଜାଣି ତେଜ ରାଜେମଦନ ଦହନ ସ୍ୱାମୀ ସଦା ଯୋଗେ ବିଜେ ।ତ୍ରିଶୂଳ ଡମ୍ବରୁ କରେ ତକ୍ଷକ ଯେ ମୁଷ୍ଟିଦିଗମ୍ୱର କଟିରେ ତୋ ଶୋହେ ଚିରୁକୁଟୀ ।ଘୋର ସିଂହନାଦ ତୋର ସଦା କୋଳାହଳକଣ୍ଠ ଆଭରଣ କାଳୀ ଗଳେ ମୁଣ୍ଡମାଳ ।କପିଳା ମଳ ବିଭୂତି ଶୋହେ ଯାର ଅଙ୍ଗେବିହରନ୍ତି ରୁଦ୍ରଗଣ ଯାର ସଙ୍ଗେ ସଙ୍ଗେ ।ଚଞ୍ଚପୁଟ ଚାଞ୍ଚପୁଟ ତାଣ୍ଡବାଧିକାରୀବାଜଇ ଡମ୍ୱରୁ ଘଣ୍ଟା ଘାଗୁଡ଼ି ଖୁମୁରୀ ।ବୃଷଭବାହନେ ନାମ ଚଳି ଧୀରେ ଧୀରେସିତାଂଶୁ ଖଣ୍ଡ୍ୟ ହିମାଦ୍ରି ସୁତା ଶୋହେ ଶିରେ ।ଖଟ୍ୱାଙ୍ଗ ଆଦି ଆୟୁଧେ ଶୋଭା ନିଜକାୟତିନିନେତ୍ରେ ଜଳେ ଚନ୍ଦ୍ର ସୂର୍ଯ୍ୟ ଅଗ୍ନି ପ୍ରାୟ ।ଗଳିତ ଗଙ୍ଗାଜଳରେ ଲଳିତ ଶ୍ରୀ ଅଙ୍ଗମଉଳିଜଟାରେ ଲୁଳେ ବାସୁକୀ ପନ୍ନଗ ।ଅନନ୍ତ ହଳାହଳ ଯେ ଶୋହେ କଣ୍ଠତଟେସହସ୍ରଦଳ ପଙ୍କଜ ମଥାଜଳେ ଫୁଟେ ।ବାମେ ଉମାଦେବୀ ଘୋର ତପ ପୂର୍ବମୁଖେବିରାଜନ୍ତି ଭୂତଗଣ ତୋର ଚଉପାଖେ ।ଅକ୍ଷୟ ପୁରୁଷ ଅଟୁ ଅଜ୍ରାମର ଯୋଗୀପବନ ଆହାର ସଦା ଆନନ୍ଦ ନିରୋଗୀ ।ରେଖରୂପ ବିବର୍ଜିତ ପରମ ଈଶ୍ୱରନିରାକାର ନିରଞ୍ଜନ ପ୍ରଭୁ ନିର୍ବିକାର ।ସ୍ଥାବର ଜଙ୍ଗମ କୀଟ ପକ୍ଷୀ ଚାରିଜାତିଅଣ୍ଡଜ ଉଦ୍ଭିଜ ଜରାୟୁଜ ଜ୍ୟୋତିମୂର୍ତ୍ତି ।ଶିବ ଶକ୍ତି ସଂଯୋଗରେ ସୃଷ୍ଟି ଆତଯାତନିହନ୍ତା ବିହନ୍ତା ତୁମ୍ଭେ ପାଳନ୍ତା ଜଗତ ।କିଞ୍ଚିତ ଭକତି ତୋତେ କରେ ଯେହୁ ଅବାଇନ୍ଦ୍ର ଆଦି ପଦ ଦେଉ ଘେନି ତୋର ସେବା ।ଦରିଦ୍ରଜନ ଦାରିଦ୍ର୍ୟ ତୁମ୍ଭେ କର କ୍ଷୟକଳପୀ ଆଦି ପୁରୁଷ ଦେଉ ସେ ଅଭୟ ।ଯେବଣ ନାରୀ ପୂଜଇ ତୋତେ ଏକମନେଭୁଞ୍ଜଇ ବିପୁଳ ଭୋଗ ବସଇ ସୁସ୍ଥାନେ ।ଶିବ ନାମଗୋଟି ତୋର ଅଟେ ଅଗ୍ରଲେଖାଶିବ ନାମଗୋଟି ଜାଣ ସମସ୍ତଙ୍କ ଶାଖା ।ନମସ୍ତେ ଶ୍ରୀତ୍ରିଅମ୍ୱକ ଉମା ପ୍ରାଣ ବନ୍ଧୁନମସ୍ତେ ଶ୍ରୀ ତ୍ରିପୁରାରି ଜୟାମୟ ସିନ୍ଧୁ ।ସ୍ୱାମୀ ସଂସାର ସମୁଦ୍ରେ ହେଉଅଛି ଘାରିଅନୁଗ୍ରହ କରି ପ୍ରଭୁ କର ମୋତେ ପାରି ।ଜନ୍ମେ ଜନ୍ମେ ମୋର ତୁମ୍ଭ ଚରଣରେ ସେବାପାର୍ବତୀ ବଲ୍ଲଭ ମୋତେ ଗତି ମୁକ୍ତି ଦେବା ।ଶ୍ରୀବିଶ୍ୱନାଥ ଚରଣେ ମୋର ସଦା ମତିକର ଅନୁଗ୍ରହ ମୋତେ ଦେବ ବିଶ୍ୱପତି ।ଶୁଣନ୍ତି ପରୀକ୍ଷ ରାଜା ବଦୟନ୍ତି ମୁନିଶ୍ରୀଭାଗବତ ପୁରାଣ ଅଟେ ପୁଣ୍ୟଧ୍ୱନି ।ତେତିଶକୋଟି ଦେବତା ବସିଣ ସକଳପୃଥ୍ୱୀ ହାନିଲାଭ ତହିଁ ବିଚାରନ୍ତି ମୂଳ ।ବିନୟେ ସେଠାରୁ ଦୁର୍ଗା ଦେବୀଙ୍କୁ ମଣାଇବିଶ୍ୱକର୍ମାର ଗୋଚର ଦେଲେ ପଠିଆଇ ।ତ୍ରିଦଶ ବଚନେ ଦୁର୍ଗା ମଥୁରାକୁ ଗଲେଅନ୍ତରୀକ୍ଷ ମାର୍ଗରେ ସେ ଯାଇଣ ରହିଲେ ।ସନ୍ତୋଷ ହୋଇଲେ ବ୍ରହ୍ମା ଆଦି ଦେବଗଣସଭା ଭଙ୍ଗ କରିଗଲେ ଅମର ଭୁବନ ।ଦେବସଭା ମଉଳିଲା ସରିଲା ବିଚାରନିତ୍ୟକର୍ମମାନ କଲେ ଦେବେ ଯେ ଯାହାର ।ଏ ସଭାପର୍ବର ବାଣୀ ପୁଣ୍ୟମୟ ରସସାଧୁଜନେ ପାନକର ହୋଇଣ ହରଷ ।ଅଚ୍ୟୁତାନନ୍ଦ ଶ୍ରୀହରି ଚରଣେ ଶରଣସେ ପ୍ରଭୁର ଦୟାବଳେ ଲେଖଇ ପୁରାଣ ।ଦେବକୀର ଷଡ଼ପୁତ୍ର ଜନ୍ମ ଓ କଂସ ଦ୍ୱାରା ନିଧନଏଥୁ ଅନନ୍ତରେ ଶୁଣ ରାୟେ ଦିବ୍ୟବାଣୀଗର୍ଭବତୀ ହେଲେ ପୁଣି ଦେବକୀ ତରୁଣୀ ।କନ୍ୟା ଶୁକ୍ଳସପ୍ତମୀ ଯେ ତିଥି ଗୁରୁବାରଆରଦ୍ରା ନାମେ ନକ୍ଷତ୍ର ଅଟେ ସେ ଦିନର ।ମିଥୁନଚନ୍ଦ୍ର ଷାଠିଏ ଦଣ୍ଡକରେ ଭୋଗବିଷ୍ଟି ନାମରେ କରଣ ବ୍ୟତୀପାତ ଯୋଗ ।ସେଦିନ ଦେବକୀ ଦେବୀ ଶୁଦ୍ଧସ୍ନାନକଲେନିଶାକାଳେ ବସୁଦେବ ସଙ୍ଗେ ସଙ୍ଗେ ହେଲେ ।ସେ ଦିନ ଗର୍ଭବତୀ ଯେ ହେଲା ରାଜଜେମାବସିଲାଠାରୁ ନ ଉଠେ ବସୁଦେବବାମା ।ପାଞ୍ଚମାସ ଗର୍ଭ ହ୍ୱନ୍ତେ ବଢ଼ିଲା ଉଦରମୁଦୁସୁଲୀ ଜଣାଇଲେ କଂସର ଆଗର ।ଭୋ ଦେବ ଭୋଜବଂଶର ନୃପତି-ବାରଣନବର ବାରତା ଏବେ ସାବଧାନେ ଶୁଣ ।ତୁମ୍ଭ ଭଗିନୀ ଦେବକୀ ଗର୍ଭ ପାଞ୍ଚମାସଭୋ ଦେବ ଆଜ୍ଞା ହୋଇବେ କରିବା ନା କିସ ।ଏହା ଶୁଣି କଂସାସୁର ବୋଇଲାକ ବାଣୀବନ୍ଦିଘରେ ଦେବକୀକୁ ରଖ ବେଗେ ଆଣି ।ସୁଦେବ ନନ୍ଦନ ବସୁଦେବ ଆଦିକରିକ୍ଷଣେ ନ ଛାଡ଼ିବ ଜଗିଥିବ ଯତ୍ନକରି ।ପ୍ରସବ କଲେ ଜଣାଅ ଆସି ଧାତିକାରେପ୍ରାଣ ପଣକରି ଜଗିଥିବ ଯେ ଯାହାରେ ।ଆଜ୍ଞାଭ୍ରଷ୍ଟ କଲେ କ୍ଷଣେ ନ ବଞ୍ଚିବ କେହିଶିର କାଟି ବିଶାବଳି ଦେବି ବେଗେ ନେଇ ।ଆଜ୍ଞା ପରମାଣେ ପତି ପତ୍ନୀ ଧରିନେଲେପଥର ଘରେ ଭରିଣ ବାହାରେ ଜଗିଲେ ।ସହସ୍ରେପୁର କରିଣ ଜଗି ନିରନ୍ତରେଚାଲିଚଳଣ ଜଣାନ୍ତି କଂସର ଛାମୁରେ ।ଏ ପ୍ରକାରେ ଦଶମାସ ସମ୍ପୂର୍ଣ୍ଣ ହୋଇଲାମିଥୁନ ସପ୍ତମୀ ଦିନ ପୁତ୍ର ଉପୁଜିଲା ।କଂସର ଛାମୁରେ ଯାଇ ଜଣାନ୍ତି ଡଗରେଶୁଣି ମହାରାଜା ଧାଇଁ ଯାଇ ଧାତିକାରେ ।ପଥର ଘର କବାଟ ଫେଡ଼ି ନିଜ କରେତୁରିତେ ମିଳିଲା ଯାଇ ଦେବକୀ ଅଗ୍ରରେ ।ଦେବକୀ କୋଳରୁ ପୁତ୍ର ଆଣିଲା ଉଛୁଡ଼ିଶିଳା ଉପରେ କଚାଡ଼େ ଅଧର କାମୁଡ଼ି ।ଦେବକୀ ବସୁଦେବର ହୃଦୟ ବିକଳଢଳଢଳ ନୟନରୁ ବହେ ଅଶ୍ରୁଜଳ ।ଗର୍ଭକଷ୍ଟ ବଡ଼ ତାହା ନ ପାରଇ ଚଳିହା ହା ପୁତ୍ର ବୋଲି ଉଚ୍ଚେ ପାରଇ ବୋବାଳି ।ଅନ୍ତର୍ଗତେ ଭାଳଇ ସେ ଦେବୀ ଶୁଭ୍ରକେଶୀଏ ମୋହର କର୍ମଫଳ ଫଳିଲାକ ଆସି ।ସ୍ୱହସ୍ତେ ଅର୍ଜି ଅଛଇ ଯାହା ମୁହିଁ ପୂର୍ବେସେ କଥା ଆସି ପ୍ରାପତ ହେଲା ମୋତେ ଏବେ ।ଅଷ୍ଟମ ଗର୍ଭ ପର୍ଯ୍ୟନ୍ତେ ଦେବି ବୋଲି ଅଛିଏଥକୁ ବିମନ ପୁଣ ଧରିବି କି ବାଛି ।ଧର୍ମକୁ ସାକ୍ଷୀ କରିଣ ତେଜିଲା ବିରସପୁଣିହିଁ ଥୋକାଏ ଦିନେ ହେଲା ଗର୍ଭବାସ ।ପୁତ୍ର ଏକ ଜନମିଲା ମକରକେତନଦର୍ପଣ ଶିଳା ଉପରେ ପିଟିଲା ରାଜନ ।ପୁନରପି ଅଳ୍ପଦିନେ ହେଲା ଗର୍ଭବତୀଦଶମାସ ଚାହୁଁ ଚାହୁଁ ଗଲା ତହୁଁ ବିତି ।ପୁତ୍ର ଏକ ଉପୁଜିଲା ଜାଣି ଦିବାକରପ୍ରତ୍ୟକ୍ଷେ ଇନ୍ଦ୍ର ସଦୃଶ ଅତି ଶୋଭାକର ।ସେ ପୁତ୍ର ଗୋଟିର କଂସ ଚରଣ ଧଇଲାଦର୍ପଣ ଶିଳା ଉପରେ ନେଇ କଚାଡ଼ିଲା ।ଦଇବ ସୁମରି ଦୁହେଁ ରହିଲେ ବନ୍ଦିରେଶୁଣ ଶୁଣ ମହାରାଜା ଏଥୁ ଅନନ୍ତରେ ।ଦେବକୀ ଦେବୀ ଯେ ପୁଣି ହେଲେ ଗର୍ଭବତୀଦଶମାସ ଅନ୍ତେ ପୁତ୍ର ହୋଇଲା ଉତ୍ପତ୍ତି ।ଶୁଣିପାରି କଂସରାଜା ଧାଇଁଲା ବେଗରେପୁତ୍ରକୁ ନେଇ କଚାଡ଼େ ଦର୍ପଣ ଶିଳାରେ ।ଏମନ୍ତ ଯେ ଚାରିପୁତ୍ର ତାହାର ମରନ୍ତେପୁଣି ଗର୍ଭବତୀ ହେଲା ବରଷକ ଅନ୍ତେ ।ତୁଳ ଶୁକଳ ପୂର୍ଣ୍ଣମୀ ବୃହସ୍ପତି ବାରକୃତ୍ତିକା ନକ୍ଷତ୍ରେ ଭୋଗ ଅଟେ ସେ ଦିନର ।ଶୁଦ୍ଧସ୍ନାନ କରି ବାଳୀ ହେଲା ଗର୍ଭବତୀଦଶମାସ ଦଶଦିନ ଅନ୍ତେ ସେ ଯୁବତୀ ।ଜାଆଁଳା ପୁତ୍ର ସେ ବେନି କଲା ଗର୍ଭୁ ଜାତଚାରଗଣ ଜଣାନ୍ତେ ସେ ଜାଣିଲା ଦଇତ୍ୟ ।ଏକାବେଳେ ବେନିପୁତ୍ର ଜାତ ହୋଇଛନ୍ତିପ୍ରତ୍ୟକ୍ଷେ ଦେଖିଲା ଯାଇଁ କଂସ ନରପତି ।ଦେବକୀର ମୁଖ ଚାହିଁ ବୋଲେ ମହାବୀରବେନିପୁତ୍ର ବଢ଼ାଇ ତୁ ଦିଅ ଧାତିକାର ।କଂସ ରାଜାର ସେ ରୂପ ଭୟଙ୍କର ଦେଖିବେନି ପୁତ୍ରଙ୍କୁ ବଢ଼ାଇଦେଲା ଚନ୍ଦ୍ରମୁଖୀ ।ପୁତ୍ର ଘେନି କଂସ ଧାଇଁଯାଇଁ ରୋଷଭରେକଚାଡ଼ିଲା ଦରପଣ ଶିଳାର ଉପରେ ।ଏମନ୍ତେ ଷଡ଼ବରଷ ହୁଅନ୍ତେଣ ଶେଷସ୍ୱହସ୍ତେ ଷଡ଼ପୁତ୍ରଙ୍କୁ କଚାଡ଼ିଲା କଂସ ।ନିର୍ଦ୍ଦୟ ଅସୁର ନିରପେକ୍ଷ ଦୁଷ୍ଟବୁଦ୍ଧିଷଡ଼ପୁତ୍ର ମାରି ତାର ନୋହିଲା ସୁବୁଦ୍ଧି ।ଆପଣାର ସହୋଦରା ଭଗିନୀ ତନୟଜାଣି ସ୍ୱହସ୍ତେ ମାଇଲା କଂସାସୁର ରାୟ ।କେବେହେଁ ହୃଦେ ତାହାର ନ ବସିଲା ଦୟାପ୍ରତ୍ୟକ୍ଷେ ପାଷାଣେ ଜାଣ କଂସାସୁର ହିଆ ।ଏକଥା ଶୁଣିଣ ବୋଲେ ରାଜା ପରୀକ୍ଷିତସଂଶୟ ହେଲା ମୋହର ମନ ମଧ୍ୟେ ଜାତ ।ବାଳୁତ ପୋଏ କାହାର କଲେ କେଉଁଦୋଷବିନା ଅପରାଧେ କିପାଁ ହେଲେ ପ୍ରାଣେନାଶ ।ଜନ୍ମହେବା ମାତ୍ରେ କଂସ କଚାଡ଼ିଲା ନେଇବିଶେଷରେ ମଉଳା ସେ ପିତାସମ ହୋଇ ।ସେ କିପାଁମାଇଲା ଦୁଷ୍ଟବୁଦ୍ଧିକୁ ଆଚରିନିରାଶ ମନ ତାହାର ହୋଇଲା କି କରି ।ଏତେ ବୋଲି ପଚାରିଲା ପରୀକ୍ଷିତ ରାଜାଧୂପ ଦୀପ ନଇବେଦ୍ୟ କରି ପାଦପୂଜା ।ଭୋ ମୁନି ଅଟ ସାକ୍ଷାତେ କୁହି ଜ୍ଞାନମୟଶୁଣନ୍ତେ ପାପାଧିପାପମାନ ଯିବ କ୍ଷୟ ।ଶୁକମୁନି ଦେଖି ଯହୁଁ ରାଜାର ଭକତିବେଦବ୍ୟାସଙ୍କୁ ସୁମରି କହେ ମହାଯତି ।ଶୁଣ ଆହୋ ପରୀକ୍ଷିତ ପଚାରିଲ କିସପୂର୍ବେ କାଳନେମି ବୋଲି ଯେବଣ ରାକ୍ଷସ ।ଷଡ଼ପୁତ୍ର ଜାତ ହେଲେ ଆସି ତାର ଘରଷଡ଼କୁମର ରୂପରେ ହେଲେ ଅବତାର ।ସେ କାଳନେମି ପ୍ରତ୍ୟକ୍ଷେ ଅଟେ ରତିପତିଏ କଥା ତୁମ୍ଭଙ୍କୁ କହିଥିଲୁ ନରପତି ।ସେ କାଳନେମି ଦୈତ୍ୟର ସେହି ଷଡ଼ପୁତ୍ରଷଡ଼ପୁତ୍ର ଅବତାର ହୋଇଲେ ଯୁକତ ।ସେ ରାଜପୁତ୍ର ଅନେକ ବିଦ୍ୟା ଗଲେ ପଢ଼ିଦୁର୍ଗାଙ୍କୁ ସେବା କରନ୍ତି ପ୍ରତିମା ଯେ ଗଢ଼ି ।ରାତିଦିନ ନାହିଁ ଲୟ ପାଦେ ଅନୁକ୍ଷଣଚଉଦ ବରଷଯାଏ ଯୋଗେ କଲେ ମନ ।କ୍ଷୁଧା ତୃଷ୍ଣାଆଦି ସବୁ କଲେ ପରିତ୍ୟାଜ୍ୟାଶରୀରୁ ମାଂସ କାଟିଣ ଦେଲେ ବଳିଭୋଜା ।ଅଷ୍ଟମୀ ଯେ ଚତୁର୍ଦ୍ଦଶୀ ନିଶାରେ ଭକତିକରି ମହାମାୟା ପାଦପଦ୍ମକୁ ପୂଜନ୍ତି ।ମସ୍ତକରେ ଦିବ୍ୟ ଜଟା ବିଭୂତି ଲେପନଅଷ୍ଟାଦଶ ଅକ୍ଷର ଯେ ପଢ଼ି ଅନୁକ୍ଷଣ ।ରଙ୍ଗକଇଁ ଚମ୍ପା ରଙ୍ଗମନ୍ଦାରର ଧଣ୍ଡାଖଣ୍ଡ ମଧୁର ମିଶ୍ରିତେ ଦ୍ୟନ୍ତି ଗଜମଣ୍ଡା ।ଶରୀରୁ ମାଂସ କାଟିଣ ଜ୍ୱଳନ୍ତା ଅଗ୍ନିରେମନ୍ତ୍ର ଉଚ୍ଚାରିଣ ଦ୍ୟନ୍ତି ଦୁର୍ଗାର ଖପରେ ।ସ୍ନାହାନ ସାରିଣ ରକ୍ତବସନ ପିନ୍ଧିଣଆପଣା ରୁଧିରେ ପୁତ୍ରେ କରନ୍ତି ତର୍ପଣ ।ଛାଗଳ ପୋଢ଼ୁଆ ଦେଇ ପୂଜି ଶାକମ୍ଭରୀଅତି ଦୁଃଖେ ପୂଜନ୍ତି ସେ ଦୁର୍ଗାଙ୍କୁ ସୁମରି ।ମନ ବଚନ କର୍ତ୍ତବ୍ୟେ ଦୁର୍ଗା ଉପାସନାପଢ଼ନ୍ତି ଅପରାଜିତା ଚଣ୍ଡୀସ୍ତୁତି ନାନା ।ତପରେ ଦୀକ୍ଷିତ ହୋଇ ସର୍ବେ ଏକମନେରାତ୍ର ଦିବା ଭକ୍ତିକରି ପୂରି ଏକାସନେ ।ଏହିପରି ସେ ଚଉଦ ବର୍ଷ କଲେ ସ୍ତୁତିପ୍ରସନ୍ନ ହୋଇଲେ ଦେବୀ ଅଭୟା ପାର୍ବତୀ ।ନିର୍ଧୂମ ଅନଳ ଜିଣି ଦିଶେ ଦେହ ଜ୍ୟୋତିପ୍ରସନ୍ନ ମୁଖେ ଆସନ୍ତି ଧରି ଦିବ୍ୟମୂର୍ତ୍ତି ।କୁମାରଙ୍କ ସନ୍ନିଧିରେ ମିଳିଲେ ଚାମୁଣ୍ଡାକରେ ଶୋଭଇ ତ୍ରିଶୂଳ ଖପର ଯେ ଖଣ୍ଡା ।ସିଂହବାହୀନି ଯେ ଦୁର୍ଗା ଅଭୟା ପାର୍ବତୀନିର୍ଧୂମ ଅନଳ ଜିଣି ଦିଶେ ଦେହକାନ୍ତି ।ବୋଲନ୍ତି ଯେ ଘୋର ତପ ଦେଖି ମହାମାୟାବର ମାଗରେ କୁମର କଲୁ ଆମ୍ଭେ ଦୟା ।ଯହିଁର ନିମନ୍ତେ କରୁଅଛ ପୂଜାବିଧିସେ ବାଞ୍ଛା ତୁମ୍ଭର ଏବେ ହୋଇଲା ଯେ ସିଦ୍ଧି ।କୁମର ବୋଇଲେ ମାଗୋ କଲୁ ଯେବେ ଦୟାଯୁଗେ ଯୁଗେ ଅଜ୍ରାମର ହେଉ ଆମ୍ଭ କାୟା ।ଜଳେ ନ ବୁଡ଼ିବୁ ଅଗ୍ନି ମଧ୍ୟେ ନ ପୋଡ଼ିବୁସଂଗ୍ରାମରେ ନ ପଡ଼ିବୁ ଖଡ଼୍ଗେ ନ ଛିଡ଼ିବୁ ।ଦେବ ଦାନବ ମାନବ ରଣେ କଲି ସାଧ୍ୟକେବେ ମେଦିନୀରେ କାୟା ନୋହିବାକ ବଧ ।ପୂର୍ବେ ଆମ୍ଭ ପିତା କାଳନେମି ରାଜା ଥିଲାବିଷ୍ଣୁର ତୁଲେ ସଂଗ୍ରାମ କରି ପ୍ରାଣ ଦେଲା ।ସେ ଦିନୁ ବିଷ୍ଣୁଙ୍କୁ ବଡ଼ ଡର ଯେ ଆମ୍ଭରପାତାଳେ ଲୁଚିଲୁ ଆମ୍ଭେ ଭୟରେ ତାଙ୍କର ।ବିଷ୍ଣୁବିନେ କାହାକୁ ଯେ ନାହିଁ ଆମ୍ଭ ଶଙ୍କାବିଷ୍ଣୁହସ୍ତେ ନ ମରିବୁ ଏହା ମାଗୁ ଏକା ।ମାଗୋ ସକଳ ଅସୁର ମାରେ ବିଷ୍ଣୁନାଥଦାନବଦଳନ ବାନା ଶଙ୍ଖ ଚକ୍ର ହସ୍ତ ।ସେହି ବିଷ୍ଣୁ ହସ୍ତରେ ଗୋ ନ ମରିବୁ କେବେମାଗୋ ସୁପ୍ରସନ୍ନେ ଏହି ଆଜ୍ଞା ହେଉ ଏବେ ।କୁମାରଙ୍କ ମୁଖୁଁ ଦେବୀ ଏ ବଚନ ଶୁଣିବୋଲନ୍ତି ଦରହସିତ ମୁଖେ ଗୋସାମଣୀ ।ଆରେ ରେ କୁମର ମାଗ ଯେ ତୁମ୍ଭର ଇଚ୍ଛାତୁମ୍ଭଙ୍କୁ ପ୍ରାପତ ହେଉ ତୁମ୍ଭ ମନୋବାଞ୍ଛା ।ଅକ୍ଷୟ ଅଜାରାମର ହେଉ ତୁମ୍ଭ ଦେହୀଦେବ ଦାନବେ ମାନବେ ନ ଜିଣନ୍ତୁ କେହି ।କୁବେର ସମାନ ତୁମ୍ଭେ ହୁଅ ଧନବନ୍ତଇନ୍ଦ୍ରର ସମାନ ଲକ୍ଷ୍ମୀ ଭୁଞ୍ଜରେ ନିରତ ।ଏତେବୋଲି ଅନ୍ତର୍ଦ୍ଧାନେ ଗଲେ ଭଗବତୀବିନ୍ଧ୍ୟଗିରି ସନ୍ନିଧିରେ ଯାଇଣ ମିଳନ୍ତି ।ବର ପାଇଣ କୁମାରେ ହୋଇଲେ ହରଷସନ୍ତୋଷେ ରହିଲେ ପୁଣ ଆପଣାର ବାସ ।ଅଚିରେ ଖଟିଲା ଅଇଶ୍ୱର୍ଯ୍ୟ ପାଦତଳେଏକଛତ୍ର ରାଜଭୋଗ ଭୁଞ୍ଜି ବାହୁବଳେ ।ଏହି ରୂପ କେତେ କେତେ ଯୁଗ ଗଲା ବହିଚଉଦ ବ୍ରହ୍ମାଣ୍ଡେ ତାଙ୍କୁ ସମ ନାହିଁ କେହି ।ଅତି ଉଗ୍ର ହୋଇଲେ ସେ କାଳନେମି ପୁତ୍ରେସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ କଲେକ ନିକ୍ଷତ୍ରେ ।କୁମରକୁ ଏହି ବର ଦେଲେ ଗୋସାମଣୀସକଳ ଦେବତା ତାଙ୍କୁ ଶଙ୍କା କଲେ ଜାଣି ।ଦେବତାଏ ବିଚାରନ୍ତି କରିବା କି ବୁଦ୍ଧିଦୁର୍ଗାଦେବୀ ଯୋଗୁଁ ଗଲା ଆମର ସମୃଦ୍ଧି ।ଯୁକତେ କାଳନେମିକୁ କୂଟେ ମରାଇଲୁନାରାୟଣ ସଙ୍ଗେ ମିଶି କପଟ ଯେ କଲୁ ।ସହସ୍ରେ ବରଷ ଯୁଦ୍ଧ କାଳନେମି ସଙ୍ଗେହୟଗ୍ରୀବ ରୂପେ ହରି ମାରି ରଣରଙ୍ଗେ ।ତା ପୁତ୍ରକୁ ଦୁର୍ଗା ଦେଲେ ଏସନକ ବରଜାଣୁ ଜାଣୁ ଭାଙ୍ଗିବେ ତ ଆମ୍ଭ ସ୍ୱର୍ଗ ପୁର ।ଏତେ ବୋଲି ବହୁ ଚିନ୍ତା ପାଇଲେ ତ୍ରିଦଶବୃହସ୍ପତିଙ୍କୁ ପୁଚ୍ଛିଲେ କରିବାକ କିସ ।ବୃହସ୍ପତି ବୋଇଲେ ଯେ ଅଛଇ ଉପାୟତୁମ୍ଭେ ଦେବତାମାନେ ନ କର କିଛି ଭୟ ।ସରସ୍ୱତୀଙ୍କୁ ପଠାଅ ତାଙ୍କ ମନ ମୋହୁକଣ୍ଠରେ ବସିଣ ତାଙ୍କୁ ଆନ ବୁଦ୍ଧି ଦେଉ ।ପୁଣି ହିଁ ଦୁର୍ଗାଙ୍କୁ ଦେବେ କହନ୍ତୁ ବିନୟେମୃତ୍ୟୁଭେଦ ପଚାରିଲେ ଯିବେ ସିନା କ୍ଷୟେ ।ସରସ୍ୱତୀଙ୍କୁ ଦେବତାମାନେ ହକାରିଲେଯେମନ୍ତେ ଅସୁର କ୍ଷୟ ଯିବେ ପଚାରିଲେ ।ଦେବଗଣ ସରସ୍ୱତୀ ଦେବୀଙ୍କୁ ବୋଇଲେଅସୁରଙ୍କ କଣ୍ଠେ ବିଜେ କର ମାଗୋ ଭଲେ ।ଦୂରନ୍ତ ଅସୁର ଯିବେ ଯେମନ୍ତ ଗୋ କ୍ଷୟକର ବେଗେ ମାଗୋ ଯାଇ ତହିଁର ଉପାୟ ।ଦେବଙ୍କ ନିମନ୍ତେ ଚଳିଗଲେ ସରସ୍ୱତୀଷଡ଼ପୁତ୍ରଙ୍କ କଣ୍ଠରେ ବସିଲେ ତଡ଼ତି ।ଏଥୁ ଅନନ୍ତରେ ପୁଣି ଗଲା କେତେଦିନଆପଣା ମଧ୍ୟେ କୁମର ହେଲେ ଭିନ୍ନ ଭିନ୍ନ ।ରୁଣ୍ଡ ହୋଇଣ ପାଞ୍ଚନ୍ତି ବସି କୂଟବୁଦ୍ଧିଦୁର୍ଗା ସେବାକଲୁ ଆମ୍ଭେ ହେଲା ସବୁ ସିଦ୍ଧି ।ପ୍ରସନ୍ନେ ଆମ୍ଭଙ୍କୁ ବର ଦେଲେ ମହାମାୟାଅକ୍ଷୟ ଅଜରାମର ହେଲା ଆମ୍ଭ କାୟା ।ବର ପ୍ରତିକାର ପୁଣି କେହି ନ ମାଗିଲମୃତ୍ୟୁଭେଦ ଯେ ଆମ୍ଭର କେହି ନ ଜାଣିଲ ।ରକ୍ତମାଂସ ଦେହ ବହି ମର୍ତ୍ତ୍ୟେ ଜାତ ହୋଇଅଜର ଅମର ହୋଇ ଜଣେ କେହି ନାହିଁ ।ସିଦ୍ଧ ସାଧକ ସମୟେ ଯାନ୍ତି ପୁଣ ନାଶଜାତ ହୋଇଲେ ତ ମୃତ୍ୟୁ ହୋଇବ ଅବଶ୍ୟ ।ପାପ ପୁଣ୍ୟ ଘେନି ଜାତ ହୁଅଇ ଏ ଦେହୀମରିବ ନିଶ୍ଚେଁ ଜନମ ଲଭିଲେ ଏ ମହୀ ।ମଲେ ହୋଇବ ଜନମ ଜନମିଲେ ମରିସାଙ୍ଗେ ସାଙ୍ଗେ ସାକ୍ଷୀ ପାପ ପୁଣ୍ୟ ଯେତେକ ହି ।କେହି କାହାରି ନୋହିବେ ଜାଣ ଅନ୍ତଃକାଳେପାପ ପୁଣ୍ୟ ସାକ୍ଷୀ ଏକା ମରଣର ବେଳେ ।ନ ଜାଣି ତା ପ୍ରାଣୀମାନେ ହେଉଛନ୍ତି ବଣାଆପଣାର କଥାଗୋଟି ଆପଣାକୁ ଜଣା ।ଆମ୍ଭେମାନେ ପୁଣି ଏବେ ଲେଉଟିଣ ଯିବାନିଜ ନିଜ ମୃତ୍ୟୁଭେଦମାନ ପଚାରିବା ।ମରଣ ଜାଣିବା ଯେବେ ସିନା ହେତୁକରିସେ କଥାମାନ ମନରେ ଧରି ଅପସରି ।ଏମନ୍ତ ବିଚାରି ପୁତ୍ରେ କଲେ ପୁଣି ତପତେଜି ସୁଖ ସମ୍ପଦହିଁ ଧନଜନ ଗୋପ ।ତଳେ ଅନଳ ଜାଳିଲେ ହେଲେ ଅଧୋମୁଖପବନ ପାଣି ଖାଇଣ ସହିଲେ ସେ ଦୁଃଖ ।ଆହୁତିରେ ପକାନ୍ତି ସେ ଦେହୁ ମାଂସ କାଟିଶୀତେ ଦେହ ଥରଥର ବାଜେ ବେନି ପାଟି ।ନୟନ ଖୋଳି ପୂଜନ୍ତି ପୁଷ୍ପ କରେ ଦେଇଉର୍ଦ୍ଧ୍ୱରେତା ହୋଇ ବେନିକରେ ଶିରେଥୋଇ ।ଏପରି କୁମରେ ଯହୁଁ ଘୋରତପ କଲେପରମ ମାହେଶ୍ୱରୀ ସେ ପ୍ରସନ୍ନ ହୋଇଲେ ।କୁମାରଙ୍କୁ ବୋଇଲେ ରେ କଟାଳ ନ କରଦେଲି ତୁମ୍ଭଙ୍କୁ ରେ ପୁରେ ମନୋବାଞ୍ଛା ବର ।ଆଉ ତୁମ୍ଭର ଧନକୁ କିରେ ଆଶା ଅଛିମାଗିଲେ ଅବଶ୍ୟ ଦେବୁ ସତ୍ୟ ମନେ ବାଞ୍ଛି ।କୁମର ବୋଇଲେ ଦେଲୁ ଯେବେ ସିଦ୍ଧପ୍ରଦନ କହିଲୁ କିପାଁ ମାଗୋ ଆମ୍ଭ ମୃତ୍ୟୁଭେଦ ।ଜାତ ହୋଇଲେ ଅବଶ୍ୟ ମରିବ ନା ବେଳେଦେହ ଅଜ୍ରାମର ନୁହେଁ କଉଣସି କାଳେ ।ଅସମ୍ଭବ ଲାଗିଲା ଯେ ମନରେ ସନ୍ଦେହଏବେ ଠାକୁରାଣୀ ଆମ୍ଭ ମୃତ୍ୟୁଭେଦ କହ ।ମୃତ୍ୟୁଭେଦ ନ ପାଇଣ ହେଉଛୁ ଉଚ୍ଚାଟତବ ମୁଖରୁ ଶୁଣିଲେ ଯିବ ଆମ୍ଭ କଷ୍ଟ ।ଦେବୀ ବୋଇଲେ ଆମ୍ଭେ ଯେ ପ୍ରସନ୍ନ ହୋଇଲୁକେବେ ନ ମରିବ ବୋଲି ଅଜ୍ରାମର କଲୁ ।ଏବେ ଇଚ୍ଛାସୁଖେ ଯେବେ ଲୋଡ଼ ମୃତ୍ୟୁଭେଦତୁମ୍ଭେ ସୁଖେ ଛାଡ଼ିଲରେ କୁମର ସମ୍ପଦ ।କୁମର ବୋଇଲେ ମାଗୋ ମରଣକୁ ଭୟଅମର ହୋଇବୁ ବୋଲି କରିଛୁ ଉପାୟ ।ତୁମ୍ଭେ ବରଦେଲେ ଭ୍ରାନ୍ତି ଆମ୍ଭର ଯେ ସରୁଆମ୍ଭ ପିତାହସ୍ତେ ଆମ୍ଭେ ସ୍ୱଇଚ୍ଛାରେ ମରୁ ।ନିଜ ପିତା ହସ୍ତେ ଆମ୍ଭେ ଲଭିବୁ ମରଣଯେବେ ବରଦେଲ ମାଗୋ ପାଇବୁ କାରଣ ।ଆବର କଥାଏ ମାଗୁଁ ପ୍ରସନ୍ନ ହୋଇବାଆମ୍ଭର କଥାଏ ମାଗୋ ଆନ ନ କରିବା ।ଏ ବଚନ ସିଦ୍ଧ ଯେବେ ଅଟଇ ତୋ ଢାଳେଆମ୍ଭ ସଙ୍ଗେ ତୁ ମରିବୁ ମାଗୋ ଏକାବେଳେ ।ଆମ୍ଭ ସଙ୍ଗେ ମରଣ ତୁ ଲଭ ମହାମାୟାଦିଅ ମାଗୋ ଏହି ବର କଲ ଯେବେ ଦୟା ।ଦଶସହସ୍ର ବରଷ ଲଭି ସୁଖ ଭୋଗନିଦ୍ରା ଆହାର ମୈଥୁନ ତେଜି ସର୍ବ ରୋଗ ।ନିଦ୍ରା ମଇଥୁନ ମାଗୋ କରିବୁ ସ୍ୱଇଚ୍ଛାଯେତେବେଳେ ସୁମରିବୁ ସିଦ୍ଧ ହେବ ବାଞ୍ଛା ।ଆମ୍ଭଙ୍କୁ କରିବ ଯେବେ ଆମ୍ଭ ପିତା ସାଧ୍ୟତେବେ ନିଶ୍ଚୟ ହୋଇବୁ ଆମ୍ଭେ ପ୍ରାଣେ ବଧ ।ପାତାଳେ ନିଶ୍ଚିନ୍ତେ ଆମ୍ଭେ ଏବେ ନିଦ୍ରା ଯିବୁନିଦ୍ରା ଭାଙ୍ଗିଗଲେ ପଛେ ବୈଭୋଗ କରିବୁ ।ଦେବୀ ବୋଇଲେକ ଯାହା ମାଗିଲରେ ବାବୁତୁମ୍ଭଙ୍କୁ ପ୍ରାପତ ହେଉ ତୁମ୍ଭ ବାଞ୍ଛାସବୁ ।ଏତେ ବୋଲି ଦେବୀ ବିନ୍ଧ୍ୟଗିରିକୁ ଚଳିଲେପାତାଳ ପୁରେ କୁମରେ ସୁଖେ ନିଦ୍ରାଗଲେ ।ତ୍ରିଭୁବନ ସୁଖତ୍ୟଜ୍ୟା କଲେ ସର୍ବଯୋଦ୍ଧିସରସ୍ୱତୀ ଦେବୀ କରିବାର କୂଟବୁଦ୍ଧି ।ଅନେକ କାଳରୁ ଥିଲେ ସେ ଉନ୍ନିଦ୍ର ହୋଇଭୟ ଭ୍ରାନ୍ତି ତେଜି ସୁଖେ ନିଶ୍ଚିନ୍ତରେ ଶୋଇ ।ଶୁଣିଲୁ ତ ପରୀକ୍ଷିତ ପଚାରିଲୁ ଯିସଦେବକୀର ଷଡ଼ପୁତ୍ର ପୂର୍ବର ଭବିଷ୍ୟ ।କାଳନେମି ଷଡ଼ପୁତ୍ରେ ବାଞ୍ଛା କଲେ ସିଦ୍ଧଆପଣାର ପିତାହସ୍ତେ ହେଲେ ପ୍ରାଣେ ବଧ ।ପ୍ରତ୍ୟକ୍ଷେ ସେ କାଳନେମି କଂସ ଦଣ୍ଡଧାରୀତେଣୁ ବାଳୁତ ପୁତ୍ରଙ୍କୁ ପକାଇଲା ମାରି ।ଜନ୍ମହେଲା ମାତ୍ରକେ ସେ କ୍ଷଣେ ନ ଛାଡ଼ଇଦର୍ପଣ ଶିଳା ଉପରେ ନେଇ କଚାଡ଼ଇ ।ମାୟାମୋହେ ପଡ଼ିଅଛି କଂସ ମହାରାଣଆପଣା ପୁତ୍ରକୁ ନେଇ କଚାଡ଼େ ଆପଣ ।ଏ ଷଡ଼ପୁତ୍ରେ ପାତାଳେ ଥିଲେ ସୁଖେ ରହିବିହନ୍ତା ପୁରୁଷ ତାହା ଥୋଇଥିଲା ନେଇ ।ଯେତେବେଳେ ସେ ଦେବକୀ ହୁଏ ରଜୋବତୀଗୋଟି ଗୋଟି କରି ବହି ଗର୍ଭେ କଲେ ସ୍ଥିତି ।ଷଡ଼ଗର୍ଭେ ଷଡ଼ଗୋଟି ପୁତ୍ର ମରାଇଲେତେବେ ଯାଇ ସ୍ୱର୍ଗେ ଦେବେ ନିଶ୍ଚିନ୍ତେ ରହିଲେ ।ଶୁଣ ହୋ ପରୀକ୍ଷା ରାଜା ପଚାରିଲୁ ଯାହାବହୁତ କାଳର କଥା କହିଲୁ ଯେ ତାହା ।ଦେବକୀର ଷଡ଼ଗର୍ଭୁ ଏ ପୂର୍ବ ଭବିଷ୍ୟତେଣୁକରି ସେ ବାଳୁତ ପୁତ୍ରେ ହେଲେ ନାଶ ।ତୋଷେ ତାଙ୍କୁ ମହାମାୟା ଦେଇଥିଲେ ବରଏହା ସିଦ୍ଧି ହେଲେ କାହୁଁ ରହନ୍ତା ସଂସାର ।ବିଚାରି ଦେବତାମାନେ କୂଟ ଆଚରିଲେକଂସହାତେ ଷଡ଼ପୁତ୍ର ବଧ କରାଇଲେ ।ତାହା ଶୁଣିଣ ପରୀକ୍ଷ ନୃପତି ବୋଇଲାଭୋ ମୁନି ମୋ ମନକୁ ଏ କଥା ପ୍ରତେ ଗଲା ।ଏଥି ଉତ୍ତାରେ ଯେ ପୁଣି ହେଲା ଆନ କିସସେ କଥା ସଂକ୍ଷେପି ମୋତେ କହ ବ୍ୟାସଶିଷ ।ଷଡ଼ପୁତ୍ର ଦେବକୀର ଗର୍ଭୁ ଉପୁଜିଲାଗର୍ଭର କଷ୍ଟ ସେ ଦେବୀ କେମନ୍ତେ ସହିଲା ।ସୁନ୍ଦର ସେ ସୁକୁମାର ପୁତ୍ର ଜାତ କରିମରନ୍ତେ କେମନ୍ତେ ଦେହ ଧରେ ଗର୍ଭଧାରୀ ।ଷଡ଼ପୁତ୍ର ଦେବକୀ ଯେ ଦେଲା କଂସ ହାତେତଦନ୍ତେ କି ହେଲା ମୁନି କହିବାକୁ ମୋତେ ।ଆଦ୍ୟପ୍ରାନ୍ତ କରି ମୋତେ କହ ବିପ୍ରଗୁରୁଏ ପୁଣ୍ୟଧ୍ୱନି ଶୁଣିଣ ଭ୍ରାନ୍ତି ମନୁ ସରୁ ।ଜୟ ଜୟ ଦୁର୍ଗେ ମାଗୋ ଦୁର୍ଗତିନାଶିନୀଚଣ୍ଡମୁଣ୍ଡ ଆଦି ଦୁଷ୍ଟ ଦୈତ୍ୟ ନିସୁଦନୀ ।ଦେବତାଙ୍କୁ ଅଭୟ ତୁ ଦେଉ କାଳେ କାଳେରକ୍ତବୀର୍ଯ୍ୟ ବଂଶ ନାଶକଲୁ ଅବହେଳେ ।ଚରାଚର ଜୀବଜନ୍ତୁ ତୋ ଗର୍ଭରୁ ଜାତତେଣୁ ଏ ଜଗତ ମଧ୍ୟେ ତୁହି ଆଦି ମାତ ।ମୁଁ ଦୀନ ଅଚ୍ୟୁତ ଦାସ ତୋ ପାଦେ ପ୍ରଣତିବିନୟରେ କରୁଅଛି ଆଗୋ ଭଗବତୀ ।ମୋର କେତେ ବୁଦ୍ଧିବଳ ବିଚାର ବା କେତେଲେଖୁଛି ଏ ହରିବଂଶ ଆଶ୍ରା କରି ତୋତେ ।