ହରିଜନ୍ମ — ହରିବଂଶ (ଦ୍ୱିତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଚତୁର୍ଦ୍ଧା ରୂପରେ ପ୍ରଭୁ ହେବେ ଅବତାର
ଅଲେଖ ଯେ ଅବ୍ୟକତ ପୁରୁଷ ଆକାର ।
ସେ ପ୍ରଭୁ ମାନବ ରୂପ ଧରିବେକ ଆସି
ତୁମ୍ଭର କଷ୍ଟ ଫିଟିବ ଏବେ ସ୍ୱର୍ଗବାସୀ ।
ବୋଲନ୍ତି ଯେ ଦେବଗୁରୁ ଶୁଣ ଦେବରାୟେ
ବ୍ରହ୍ମାଣ୍ଡ ପୁରାଣ ମଧ୍ୟୁ କହିବା କଥାଏ ।
କଂସରୂପେ କାଳନେମି ହୋଇଅଛି ଜାତ
ଯାହାର ପାଦଭାରାରେ କମ୍ପଇ ଜଗତ ।
ବାଣା ନାରକା ଶମ୍ବର ବଜ୍ରନାଭ ରୁକ୍ମ
ଗୋଶିଙ୍ଘ କାଳଦମନ ନିର୍ଘାତ ଯେ ବ୍ୟୋମ ।
ଶିଶୁପାଳ ଦନ୍ତବକ୍ର ଜରାସନ୍ଧ ମୂଳେ
ଅନେକ ଅସୁରଦଳ ଜାତ ରବିତଳେ ।
କଳିଯୁଗର ପ୍ରବେଶ ହୋଇବ ନିକଟେ
ଅବଶ୍ୟ ପ୍ରାଣୀ ଚଳିବେ ଘୋର ମନ୍ଦବାଟେ ।
ବେଦଶାସ୍ତ୍ର ନିନ୍ଦିବେ ଛାଡ଼ି ପୁଣ୍ୟକଥା
ଏକକୁ ଆରେକ ପୁଣି ବହିବେ ଅହନ୍ତା ।
ତପୀ ତପ ବିଚଳିତ ହେବ ଧର୍ମନାଶ
ପୁରୁଷମାନେ ଯେ ହେବେ ନାରୀଙ୍କର ବଶ ।
ନାରୀମାନେ ଯେ ଚଞ୍ଚଳ ହେବେ ମନ୍ଦାଚରୀ
ଭର୍ତ୍ତାକୁ ଭର୍ତ୍ସନା କରି ମାରି ବାଳ ଧରି ।
ବ୍ରାହ୍ମଣେ ବେଦକୁ ଛାଡ଼ି ହେବେ ବିଡ଼ମ୍ବନ
ବିକିବେ ଦୁହିତା ଲାଖକରି ବୈଦ୍ୟପଣ ।
ଦିନୁ ଦିନ ପ୍ରାଣୀମାନେ ହେବେ କୃଶଗାତ୍ର
ମହୀରେ ବହିବ ଗୋରୁ ଛାଗଳ ରକତ ।
ଅସୁରେ ଯେ ଅନର୍ଗଳ ହେବେ ମହାତୋରା
ଭୟଙ୍କର ରୂପ ଧରି ହେବେ ମହାଭାରା ।
ଖଣ୍ଡଗିରି ଯାଏ ପୂର୍ଣ୍ଣ ଅସୁରଙ୍କ କାୟେ
ମାନବେ ତାଙ୍କୁ ଦିଶିବେ ପିମ୍ପୁଡ଼ି ପରାୟେ ।
ଗୋବିନ୍ଦ ଏମାନଙ୍କୁ ନ କଲେ ପ୍ରାଣେ ବଧ
ଗୁପତ ହେବେ ଧାର୍ମିକେ ବନଗିରି ମଧ୍ୟ ।
ଏବେ ନାରାୟଣ ଧରି ମାନବ ସ୍ୱରୂପ
ମଥୁରାରେ ଜାତ ହୋଇ ଯିବେ ପୁର ଗୋପ ।
ଦ୍ୱାପର ଯୁଗ ଭିତରେ ଅସୁରେ ଯେ ଥିବେ
କଳିଯୁଗରେ ସେ ପ୍ରାଣୀରୂପେ ଜାତ ହେବେ ।
ତେଣୁକରି ହରି ହେବେ ସ୍ୱରୂପ ମାନବ
କରିବେ ଯୁଗାନ୍ତ ପୁଣି ମାରିବେ ଦାନବ ।
ବସୁଦେବର ତେଜରେ ଦେବକୀ ଉଦରେ
ଜାତ ହୋଇଣ ବଢ଼ିବେ ଯାଇ ଗୋପପୁରେ ।
ସମ୍ପୂର୍ଣ୍ଣ ହେଲାଣି ଏବେ ଦେବକୀର ମାସ
ଷଡ଼ପୁତ୍ର ମରାଇଣ ହୋଇଛି ନିରାଶ ।
ଆକଟ କରି ଅଛଇ ଏବେ କଂସ ଯେତେ
ଏଥକୁ ଗୋ ଉଦଯୋଗୀ ହୁଅ ଯେଝାମତେ ।
ପଥର ଘରେ ବନ୍ଧନ କରିଅଛି ନେଇ
ଦଶଗୋଟି ଶାଙ୍କୁଳି ତ ପାଦେ ଅଛି ଦେଇ ।
ନିର୍ବନ୍ଧ କରିଣ କଂସ ପୁଣି ଜଗାଇଛି
ଦିବସେ ଗଗନେ ଉଡ଼ି ନ ପାରଇ ମାଛି ।
ଦଶମାସ ହେଲା ହରି ଗର୍ଭରେ ସମ୍ଭୂତ
କେମନ୍ତେ ରକ୍ଷା ପାଇବେ ଆକଟ ବହୁତ ।
ଏଥକୁ ଉପାୟ ତୁମ୍ଭେ କର ସ୍ୱର୍ଗବାସୀ
ଜନ୍ମଦିବସ ନିକଟ ହୋଇଲାଣି ଆସି ।
କୁମ୍ଭୀପାକ ନର୍କେ ହରି ହେଲେ ଜ୍ଞାନଧ୍ୱଂସ
ସେ ଦିବ୍ୟ ଦେହକୁ କଂସ କରିବ ବିନାଶ ।
ଦେବକୀ ଷଡ଼ପୁତ୍ରଙ୍କୁ କଚାଡ଼ିଛି ପୂର୍ବେ
ବିଷ୍ଣୁନାଥଙ୍କୁ ପ୍ରମାଦ ପଡ଼େନିକି ଏବେ ।
ଇନ୍ଦ୍ରଦେବ ଆଜ୍ଞାଦେଲେ ନିଦ୍ରାବତୀ ରାଇ
ପଞ୍ଚାଶସସ୍ର ପାହାରୀ ନିଦ୍ରା କର ଯାଇ ।
ଗୋପ ନଗର ମଥୁରାପୁର ଆଦିକରି
ଏଥି ଭିତରେ ଅଛନ୍ତି ଯେତେ ନରନାରୀ ।
ଜଳଚର ସ୍ଥଳଚର ଆଦି ଯେତେ ଦେହୀ
ଆଗୋ ନିଦ୍ରାବତୀ ଯାଇ ସବୁ ପକା ମୋହି ।
ବସୁଦେବ ଶ୍ରୀକୃଷ୍ଣଙ୍କୁ ଗୋପେ ଘେନିଯିବ
ନନ୍ଦଘରେ ଛାଡ଼ି ପୁଣି ମଥୁରା ଆସିବ ।
ପୁନରପି ବନ୍ଦିଘରେ ପ୍ରବେଶିବା ଯାଏ
ଚେତନା ନଥିବ ଜାଣ କାହାର ହୃଦୟେ ।
ନିଦ୍ରାରେ ଅଚେତ ହୋଇ ସର୍ବେ ଥିବେ ଶୋଇ
ବଜ୍ରାଘାତ ହୋଇଲେହେଁ ନ ଜାଣିବେ ଏହି ।
ଦେବକୀ ଯଶୋବନ୍ତୀ ଯେ ନ ଜାଣିବେ ଏହା
ମୋହିନୀରେ ମୋହିଥିବୁ ସବୁଙ୍କରି କାୟା ।
ବସୁଦେବ ଉଗ୍ରସେନ ଗାର୍ଗ୍ୟ ମହାମୁନି
କେବଳ ମାତ୍ର ଜାଗିବେ ଜାଣ ଏହି ତିନି ।
ବିଶ୍ୱକର୍ମାକୁ ହକାରି ବୋଲେ ସସ୍ରଯୋନି
ମଧୁବନ କଟକକୁ ଯିବୁ ଏହିକ୍ଷଣି ।
ଦେବକୀ ବସୁଦେବର ଶାଙ୍କୁଳିକୁ ଭାଙ୍ଗ
ଗୋପ ନଗ୍ରଯାକ ସବୁ କରି ନବରଙ୍ଗ ।
ସ୍ୱର୍ଗକୁ ଅଧିକ ଯେହ୍ନେ ଦିଶୁ ଗୋପପୁରୀ
ମେଢ଼ ମଣ୍ଡପ ଦେଉଳ ଘର ଆଦି କରି ।
ବସୁଦେବ ନେଲାବେଳେ ଚନ୍ଦନର ଛରା
ଅଷ୍ଟରତ୍ନମାନ ସବୁ କରିବୁ ପାଏରା ।
ନବରତନ ଛାଏଣି ମରକତ ମୟେ
ବନ୍ଦିଘରୁ ନିର୍ମାଣିବୁ ନନ୍ଦ ଘରଯାଏ ।
ଗୋବିନ୍ଦଙ୍କୁ ଘେନି ବସୁଦେବ ଯାଉଥିବ
ସୁବର୍ଣ୍ଣ ଚମ୍ପା କୁବେର ଶିରେ ବରଷିବ ।
ଅଷ୍ଟବସୁଏ ଧରିବେ ଶିରେ ଦଣ୍ଡଛତ୍ର
ଆନ କେହି ନ ଜାଣିବେ ଏସନ ଚରିତ ।
କୃଷ୍ଣ ଗୋପେ ଯିବାଯାଏ ସର୍ବେ ତହିଁ ଥିବ
ନନ୍ଦଘରେ ପ୍ରବେଶିଲେ ସମସ୍ତେ ଆସିବ ।
ମେଘମାନଙ୍କୁ ହକାରି ବୋଲେ ସୁରପତି
ଚତୁର୍ଦ୍ଦିଗ ଅନ୍ଧକାର କର ଦିବା ରାତି ।
ଇନ୍ଦ୍ର ଆଜ୍ଞା ଦେଲେ ପୁଣ ପବନକୁ ଚାହିଁ
ମଳୟ ପବନ ଧୀରେ ବହୁଥିବ ଯାଇ ।
ଚିତ୍ରସେନକୁ ହକାରି ବୋଲେ ସସ୍ରଯୋନି
ମଥୁରା ଚଳ ଜୟନ୍ତୀ ମାଳା କରେ ଘେନି ।
ପୁଷ୍ପବିମାନ ଆରୋହି ଶୂନ୍ୟପୁରେ ଥିବ
କୃଷ୍ଣ ଜନ୍ମହେବା ମାତ୍ରେ ଗଳେ ମାଳା ଦେବ ।
ବସୁଦେବ ଅଛଇ ଯେ ଜ୍ଞାନଧ୍ୱଂସ ହୋଇ
ସକଳ ବୃତ୍ତାନ୍ତ ତାକୁ କହିବ ବୁଝାଇ ।
ଗୋପପୁରକୁ ଯେମନ୍ତେ ଘେନିଯିବ ପୁତ୍ର
ଯଦ୍ୟପି ପାହାରୀମାନେ ବୁଝନ୍ତି ଏ ଗୁପ୍ତ ।
ପାହାରିଆମାନେ ଆସି ଯୁଝନ୍ତି ଚିଆଇଁ
ସଂଗ୍ରାମେ ତୁ ସଂହାରିବୁ କିଛି ଭୟ ନାହିଁ ।
ତୁମ୍ଭର ସଂଗ୍ରାମେ ଯେବେ ନୋହିବ ଆୟତ୍ତ
ଆମ୍ଭେ ବିଜେ କରିଯିବୁ ଚଢ଼ି ଐରାବତ ।
ପୁଷ୍କର ଦେବତା ଡାକି ବୋଲେ ଆଖଣ୍ଡଳ
ଥୋପି ଥୋପି କରି ବର୍ଷ ଆଣି ତୀର୍ଥଜଳ ।
ଶୁଣେ ପରୀକ୍ଷ ନୃପତି କହେ ଶୁକଯତି
ଇନ୍ଦ୍ର ଆଜ୍ଞା ପରମାଣେ ଆସେ ନିଦ୍ରାବତୀ ।
ପଞ୍ଚାଶସସ୍ର ପାହାରୀ ଯେତେ ଜଗିଥିଲେ
ସମସ୍ତେ ଯେ ଅଚେତନ ହୋଇ ନିଦ୍ରାଗଲେ ।
ଅଶ୍ୱ ଗଜ ରଥ ରଥୀ ରାଉତ ପଦାତି
ଆଳସ୍ୟ ଘାରିଲା ତହିଁ ସର୍ବେ ନିଦ୍ରା ଯାନ୍ତି ।
ମଥୁରା ଗୋପ ନଗରେ ଛନ୍ତି ଯେତେ ଜନ
କୀଟ ପତଙ୍ଗ ତହିଁରେ ହେଲେ ଅଚେତନ ।
ମୃତଶବ ପ୍ରାୟ ହୋଇ ପଡ଼ି ମହୀଲୋଟି
ନ ବାରିଲେ ଜଣେ କେହି ତହିଁ ଧୂଳିମାଟି ।
ନିରନ୍ତର ଚାରିମେଘ ଚଉଦିଗ ଘୋଟି
ଝିପି ଝିପି କରି ପୁଷ୍ପ ପ୍ରାୟ କଲେ ବୃଷ୍ଟି ।
ବନ୍ଦିଘରଠାରୁ ପୁଣି ନନ୍ଦ ଘରଯାଏ
ବିଶ୍ୱକର୍ମା ଛାମୁଣ୍ଡିଆ ଆକାଶରେ ଶୋହେ ।
ବଦନ୍ତି ଶୁକ ତୁ ଶୁଣ ପରୀକ୍ଷ ନୃପମଣି
ଇତି ଶ୍ରୀ ଏ ଭାଗବତ କୃଷ୍ଣଜନ୍ମ ବାଣୀ ।
ପଥର ଘର କବାଟ ଦୃଢ଼େ କିଳିଥିଲା
ଅଦଭୂତେ ସେ କବାଟ କିଳିଣି ଭାଙ୍ଗିଲା ।
ବିଶ୍ୱକର୍ମା ମାୟାରେ ତ ଫିଟିଲା କବାଟ
ବିଜୁଳି ତେଜରେ ପୁଣି ଦିଶେ ଦିବ୍ୟବାଟ ।
ଲୁହାର ଶାଙ୍କୁଳି ପଡ଼େ ଖଣ୍ଡ ଖଣ୍ଡ ହୋଇ
ଅଗ୍ନିକି ଦେଖିଣ ଜଉ ଯେସନ ମିଳାଇ ।
ବସୁଦେବର ଆତ୍ମାରୁ ଛାଡ଼େ ଭୟ ବ୍ୟଥା
ଦେବକୀ ଅଗ୍ରେ କହନ୍ତି ବସି ହିତକଥା ।
କେବଣ କଥା ଗୋ ସଖି ବୁଝି ତ ନ ପାରି
ବଡ଼ ହରଷ ମନକୁ ଲାଗୁଛି ମୋହରି ।
ଅଦ୍ଭୂତ ଶାଙ୍କୁଳି ମାନ ପାଦରୁ ମିଳାଇ
ପରମ ହରଷ ମନ ହେଉଛି କିପାଇଁ ।
ବିଧାତା ନିଶ୍ଚୟ ମୋତେ କଲେ ଅନୁରାଗ
ପାପ କ୍ଷୟ ଗଲା ମୋର ଦିଶିଲା ସୁଯୋଗ ।
ଆବର ବିପରୀତ ଗୋ ଦେଖ ସୁକୁମାରୀ
ଡାକହାକ କରୁଥିଲେ ଜଗନ୍ତା ପ୍ରହରୀ ।
ଦିହୁଡ଼ି ହୁଳା ଦ୍ୱୀପହିଁ ଲଭିଲା ସକଳ
ଅଚେଷ୍ଟ ନିଦ୍ରା ଗଲେ ଯେ ପାହାରିଆ କୁଳ ।
ପଞ୍ଚାଶ ସହସ୍ର ଯୋଦ୍ଧା ସର୍ବେ ଗଲେ ଶୋଇ
ବିଜୁଳି ତେଜେ କାହାରି ତିଳେ ଜ୍ଞାନ ନାହିଁ ।
ପହରା ବାଜଣା ଦେଖ ଯେତେ ବାଜୁଥିଲା
ଏକାବେଳେକେ ଗୋ ଦେଖ ସବୁ କେଣେ ଗଲା ।
ଏସନ ବିଚାର ତହୁଁ କରୁ ପତି ପତ୍ନୀ
ପନ୍ଦର ଦଣ୍ଡ ହୋଇଲା ଆସି ନିଶାରାତି ।
ପବିତ୍ର ମଙ୍ଗଳବେଳା ଘଟାଇଲା ବିଧି
ଶୁଭେ ଦେବତାମାନଙ୍କ କାର୍ଯ୍ୟ ହେବ ସିଦ୍ଧି ।
ବସୁଦେବ ମୁଖ ଚାହିଁ ବେଗେ ସେ ବୋଇଲା
ଦୁଃସହ ଗର୍ଭର ଭାରା ଆସି ମୋତେ ହେଲା ।
ଭୋ ନାଥ ଶରୀର ମୋର ହେଲା ଅଶକତ
ଏ କଥାଗୋଟି ଭୋ ନାଥ ବିଚାର ତୋ ଚିତ୍ତ ।
ବିକଳେ ଆତ୍ମା ମୋହର ହୁଏ ଛଟପଟ
ପ୍ରସବର ବେଳ ଆସି ହୋଇଲା ନିକଟ ।
ତୁ ନାଥ ମୋ ଅର୍ଦ୍ଧଅଙ୍ଗ ମୋ କତିରେ ବସ
ଅସମ୍ଭାଳ ହୋଇଲି ମୁଁ କରିବଇଁ କିସ ।
ଧାଇ ପରିବାରୀ ମୋର କତିରେ ଯେ ଥିଲେ
କଂସର ଡରେ କତିରେ କେହି ନ ପଶିଲେ ।
କହୁଁ କହୁଁ ଗର୍ଭ ମୋର ପଡ଼ୁଛି ଲେଉଟି
ବିକ୍ରମ କେଶରୀ ଗର୍ଭ ପକାଉଛି ଘାଣ୍ଟି ।
ଶୁଣ ତୁ ପରୀକ୍ଷରାଜା କହେ ବ୍ୟାସ ଶିଷ୍ୟ
ଦେବକୀ ଅଷ୍ଟମ ଗର୍ଭ ହେଲା ଆଠମାସ ।
ଧନୁକୃଷ୍ଣ ତ୍ରୟୋଦଶୀ ଶୁଦ୍ଧସ୍ନାନ କଲା
ସିଂହ ପ୍ରବେଶ ହୁଅନ୍ତେ ଅଷ୍ଟମାସ ହେଲା ।
ଭାଦ୍ରବ କୃଷ୍ଣ ଅଷ୍ଟମୀ ବୃହସ୍ପତି ବାର
ରୋହିଣୀ ନାମେ ନକ୍ଷତ୍ର ଅଟେ ସେ ଦିନର ।
ବୃଷଚନ୍ଦ୍ରର ଷାଠିଏ ଦଣ୍ଡ ପରା ଭୋଗ
ବାଳବ ନାମେ କରଣ ଶୋଭନ ଯେ ଯୋଗ ।
ସିଂହ ସଙ୍କରାନ୍ତିର ଯେ ଚଉଦ ଦିବସେ
ଶ୍ରୀ ନାରାଯଣ ଜନ୍ମିଲେ ପୂରା ଆଠମାସେ ।
ଦେବକୀ ଉଦରୁ ଦେବ ପଡ଼ିଲେକ ଖସି
ନିର୍ମଳ ଗଗନେ ଯେହ୍ନେ ଉଦେ ପୂର୍ଣ୍ଣଶଶୀ ।
ଅପୂର୍ବ ନୀଳ ବଦନ ପାଇଲାକ ଶୋଭା
ମଧ୍ୟାହ୍ନ ଆଦିତ୍ୟ ପ୍ରାୟେ ଦିଶେ ଜ୍ୟୋତିପ୍ରଭା ।
ଉତ୍ସର୍ଗ ଗଜ କପୋଳ ବିସ୍ତାର ଚାଖଣ୍ଡ
ସୁଲଳିତ ଭୁଜଦଣ୍ଡ ଆକର୍ଷଣ ପିଣ୍ଡ ।
ବିକଚ ଶତଦଳ କି ବିରାଜଇ ନେତ୍ର
ରୋପିଲା ମାରାଗ ପ୍ରାୟ ଦିଶେ ନବଗାତ୍ର ।
ତିଳ କୁସୁମ ଯେସନ ଶୋଭିତ ନାସିକା
କୁନ୍ତଳରାଜି କି ନୀଳଜୀମୂତ ମାଳିକା ।
ମଦନ ଧନୁ ପରାୟ ଶୋଭିତ ଭ୍ରୁଲତା
ତହିଁକି ଅପୂର୍ବ ଶୋଭା ଆଖି ବେନିପତା ।
ଡାଳିମ୍ବ ପୁଷ୍ପ ପରାୟ ଦିଶଇ ଅଧର
ମୁଖ ଶୋଭା ଶାରଦୀୟ ପୂର୍ଣ୍ଣ ଶଶଧର ।
ଲଳିତ ଶ୍ରବଣ ବେନି କମଳକୁ ଜିଣି
ରାବ ପଞ୍ଚମସ୍ୱର କି କୋକିଳର ବାଣୀ ।
ସମ୍ପନ୍ନ ବିଶାଳ ବୃକ୍ଷ ଶୋଭା ମଝାଝୀନା
ଚମ୍ପାକଢ଼ି ଜାଣି କରଅଙ୍ଗୁଳି ଶୋଭନା ।
ଅଶେଷ କୋଟି କନ୍ଦର୍ପ ରୂପ ହେବ ସ୍ୱାମୀ
ଭୂମିରେ ପଡ଼ି ଅଛନ୍ତି ପ୍ରଭୁ ଅନ୍ତର୍ଯ୍ୟାମୀ ।
ପରମାନନ୍ଦ ସ୍ୱାମୀ ସେ ଭକ୍ତଭାବେ ଭୋଳା
କରଚରଣ ହଲାଇ କରୁଛନ୍ତି ଲୀଳା ।
ସକଳ ବ୍ରହ୍ମାଣ୍ଡ ସେହୁ କରିଛି ରଚନା
ଶରଣ ଉଦ୍ଧାରଣ ସେ ଉଡ଼ାଇଛି ବାନା ।
ଯାବତ ପ୍ରାଣୀର ଆତ୍ମା ଅଟଇ ସେ ଯହୁଁ
କଉତୁକରେ ମାନବ ରୂପ ଧରି ସେହୁ ।
ତାହାକୁ ସୁନ୍ଦରପଣେ ତୁଲାଇବେ କାହା
ସଂସାର ମଧ୍ୟେ ବ୍ୟାପିଛି ଜଗଜ୍ଜନନାହା ।
କହୁଛନ୍ତି ଶୁକପତି ଶୁଣନ୍ତି ନୃପତି
ଶ୍ରୀଭାଗବତ ପୁରାଣ ପୁଣ୍ୟମୟ କୀର୍ତ୍ତି ।
ପବିତ୍ର ଗଙ୍ଗାଜଳ ଏ ଗ୍ରନ୍ଥ ପୁଣ୍ୟମୟେ
ଇଦଂ ଷଟପଶ ଅଧ୍ୟା ସମାପତ ହୁଏ ।
ଆନନ୍ଦେ ଅଚ୍ୟୁତ ଦାସ ଲେଖି ଏ ପୁରାଣ
ବାଳମୁକୁନ୍ଦର ପାଦେ ପଶଇ ଶରଣ ।
ଶ୍ରୀକୃଷ୍ଣଙ୍କୁ ଘେନି ବସୁଦେବର ଗୋପପୁର ଗମନ, କୃଷ୍ଣଙ୍କୁ ରଖି ବିଜୁଳି କନ୍ୟା ଆଣିବା ଓ ବିଜୁଳି କନ୍ୟାଦ୍ୱାରା କଂସର ମୃତ୍ୟୁଭେଦ କଥନ
ଏଥୁ ଅନନ୍ତରେ ଶୁଣ ଦେବକୀର କଥାପୁତ୍ର ଜନମ ହେବାରୁ ତୁଟେ ମନବ୍ୟଥା ।ବିଷ୍ଣୁ ମାୟାରେ ଦେବକୀ ପଡ଼େ ମୋହ ଯାଇଅଚେଷ୍ଟା ହୋଇ ନିଦ୍ରାରେ ପଡ଼ିଗଲେ ଶୋଇ ।ପୁତ୍ରକରି ଶ୍ରୀକୃଷ୍ଣଙ୍କୁ ଗର୍ଭୁଜାତ କଲାଘାରିଲାକ ନିଦ୍ରାବତୀ ପୁଣି ନିଦ୍ରାଗଲା ।ନେତର ପଣତକାନି ଭୂମିତଳେ ପାରିଦେବେ ମାୟା କଲେ ଶୋଇ ପଡ଼େ ମୁହଁ ମାଡ଼ି ।ପଞ୍ଚାଶସସ୍ର ପାହାରୀ ଜ୍ଞାନଶୂନ୍ୟ ହୋଇସମସ୍ତେ ଅଛନ୍ତି ମୃତଶବ ପ୍ରାୟ ହୋଇ ।ଏକା ବସୁଦେବ ଦେହେ ଚେତାମାନ ଥାଇପୁତ୍ରମୁଖ ଦେଖି ମନେ କାତର ହୁଅଇ ।ଯେତେବେଳେ ଦେବୀ ଜାତକରି ନିଦ୍ରାଗଲାଆଶ୍ୱାସନା କରି ବସୁଦେବ ଯେ ବସିଲା ।ବିଷ୍ଣୁର ଅପୂର୍ବ ବାଳଲୀଳା ରୂପ ଦେଖିଆନନ୍ଦରେ ବସୁଦେବ ବୁକେ ବେନି ଆଖି ।ଆପଣା ହୃଦେ ବିଚାରେ ସୁଦେବର ଶିଷ୍ୟଉଭୟ ସଙ୍କଟ ମୁହିଁ କରିବଇଁ କିସ ।ଗୁଣବନ୍ତ ପୁରୁଷ ତ ହେଲା କର୍ମଯୋଗେଅପୁତ୍ରକ ଦୋଷୁଁ ପାର ହେବି କେଉଁ ବାଗେ ।ନିର୍ଦ୍ଦୟ ନିଦାରୁଣ ତ ଅଟେ କଂସରାୟେଅବଶ୍ୟ କଚାଡ଼ିବ ସେ ଅଷ୍ଟପୁତ୍ର ଯାଏ ।ନାରଦଙ୍କ ବଚନେ ମୁଁ ଅଛି ସତ୍ୟକରିଜାଣିଲେ ନିଶ୍ଚେଁ ଦଇତ ନେବେ ବଳେ ଧରି ।ପ୍ରତିଜ୍ଞାରେ ସାମରଥ କଂସ ମହାରଥାଦିଗପାଳ ସମ ବିଧି ବିଧାନାହିଁ ଯଥା ।ନିଜ ଭୁଜବଳେ କଲା ତିନିପୁର ସାଧ୍ୟକଂସକୁ ସମାନ ନାହିଁ ଏ ସଂସାର ମଧ୍ୟ ।ଏ ପୁତ୍ରଗୋଟିକୁ ସେହି ସଂହାରିବା ପାଇଁଏଥି ନିମନ୍ତେ ଆକଟ ବନ୍ଦୀ କରିଛଇ ।ପଞ୍ଚାଶ ସହସ୍ର ଯୋଦ୍ଧା ଅଛନ୍ତି ବାହାରେତିଳେ ପହରା ନ ଛାଡ଼ି ଯାଇ ଯେ ଯାହାରେ ।ଦୁଃସହ ମେଘ ଅନ୍ଧାର ବର୍ଷା କାଳରାତିହାଟବାଟରେ ପାଇକମାନେ ବୁଲୁଥାନ୍ତି ।ମେଘର ଘୋର ଗର୍ଜ୍ଜନ ବଜ୍ରାଘାତ ଜାଣିଟୋପି ଟୋପି ହୋଇ ପୁଣି ବରଷନ୍ତି ପାଣି ।ମେଘ ଅନ୍ଧାର ନିଶା ଯେ ଘୋଟିଛି ଜଗତବିଜୁଳି ଝଟକିବାରୁ ଦିଶେ ବାଟମାତ୍ର ।ଦେବକୀ ତ ପୁତ୍ର ଜାତକରି ନିଦ୍ରା ଗଲାବିଶେଷେ ଅବଳାସ୍ତିରୀ ଉଶ୍ୱାସ ପାଇଲା ।ସଙ୍ଗତେ କେହି ନାହିଁ ମୁଁ ହୋଇଲଇଁ ଏକାଭୋମାତ ଦୁର୍ଗାଗୋ ମୋତେ ହେଉକି ନା ସାହା ।ମୁଦୁସୁଲୀ ଯେ ପୋଇଲୀ ଧାଈ ପରିବାରୀସମସ୍ତେ ଅଚେତ ନିଦ୍ରାଦେବୀ ଅଛି ଘାରି ।କଂସ ରାଜାର ଯେତେକ ସେନା ପରଚଣ୍ଡାମାଛି ପଡ଼ିଲେ କରିନ୍ତି ପୁଣ ଧୂଳିଗୁଣ୍ଡା ।ଏଡ଼େ ବଡ଼ ଆକଟୁ କାହୁଁ ପଳାଇବିକଂସରାଜା ଜାଣିଲେ ତ ନିଶ୍ଚେ ନାଶଯିବି ।ପଞ୍ଚାଶ ସହସ୍ର ଯୋଦ୍ଧା ପାଖେ ଜଗିଛନ୍ତିଖଞ୍ଜାମୂଳେ ଯେ ଯାହାର ପାହାରୀ ଜଗନ୍ତି ।ଏଥୁ ପାରହୋଇ ଅବା ଯିବଇଁ କେମନ୍ତେଏ ମହାଦୁସ୍ତର କଥା ଲାଗୁଅଛି ମୋତେ ।ଯେବେ ଏଥୁ ପୁତ୍ରଗୋଟି ନେବଇଁ ଚୋରାଇକେବଣ ଭୁବନେ ଏହା ଆସିବଇଁ ଥୋଇ ।ପୁଣି ବିଚାରଇ ମୋରେ ଗୃହେ ନାହିଁ କାର୍ଯ୍ୟଏ ପୁତ୍ର ଘେନି କରିବି ଦେଶାନ୍ତର ଆଜ ।ଏହାପାଇଁ ପଛେ ମୋର ଏ ଜୀବନ ଯାଉଯାବତ କାଳକୁ ଏହି କଥା ରହିଥାଉ ।ଶୁଣ ତୁ ପରୀକ୍ଷ ରାଜା କହେ ଶୁକମୁନିଶ୍ରୀଭାଗବତ ପୁରାଣ ପୁଣ୍ୟମୟ ଧ୍ୱନି ।ଏମନ୍ତ ବିଚାର ବସି କରେ ବସୁଦେବଚିତ୍ରସେନ ନାମଧାରୀ ଯେବଣ ଗନ୍ଧର୍ବ ।ବୈଜୟନ୍ତି ମାଳଦେଇ ଇନ୍ଦ୍ର ଦେଲେ ପେଷିପୁଷ୍ପକ ରଥରେ ବସି ବନ୍ଦିଘରେ ପଶି ।ଗନ୍ଧର୍ବକୁ ଦେଖି କଲା ବସୁଦେବ ଭୟଭାବିଲା ସେ କଂସରାଜା ଅଇଲା ପରାୟ ।ସ୍ୱଭାବେ ଅନ୍ଧାର ଘର ଦୀପ ଜଳୁନାହିଁଦେଖୁ ଦେଖୁ ଚିତ୍ରସେନ ପ୍ରବେଶିଲା ଯାଇ ।କଂସ ପ୍ରାୟ ମଣି ତ୍ରସ୍ତ ବସୁଦେବ କାୟକମ୍ପଇ ତା କଳେବର ରମ୍ଭାପତ୍ର ପ୍ରାୟ ।ବସୁଦେବ ଭୟ ଦେଖି ବୋଲେ ଚିତ୍ରସେନଭୟ ତେଜି ବସୁଦେବ ଶୁଣ ମୋ ବଚନ ।ସ୍ୱର୍ଗର ଗନ୍ଧର୍ବ ମୁହିଁ ଇନ୍ଦ୍ର ଆଜ୍ଞା ପାଇବୈଜୟନ୍ତି ମାଳା ଘେନି ଧାଇଁ ଅଇଲଇଁ ।ତୁମ୍ଭେ ବସୁଦେବ କିପାଁ ହୋଇଲ ଅଜ୍ଞାନପ୍ରତ୍ୟକ୍ଷେ ଏ ନାରାୟଣ ତୁମ୍ଭର ନନ୍ଦନ ।କେମନ୍ତେ ତା ପାସୋରିଲ ପୂର୍ବର ଯେ କଥାବୁଦ୍ଧିହୀନ ତ ତୁମ୍ଭର ହୋଇଲା ସର୍ବଥା ।ନାରାୟଣ ଏ ମାନବ ଦେହଗୋଟା ଧରିଭାରା ନିବାରଣ ଅର୍ଥେ ଛନ୍ତି ଅବତରି ।ପ୍ରତ୍ୟକ୍ଷ ରୂପକୁ ଦେଖି ନ ଚିହ୍ନିଲ ଏହାନିରଞ୍ଜନ ପୁରୁଷ ଯେ ପ୍ରଭୁ ଚଉବାହା ।ତେତିଶକୋଟି ଦେବତା ଦେଲେ ପଠିଆଇବୋଇଲେ ବସୁଦେବକୁ କହିବୁ ମଣାଇ ।ଦୁର୍ବାର ଦାନବ କଂସ ଅଟେ ଅନର୍ଗଳାଜାଣିଲେ ମାରିବ ପୁତ୍ର ବେଗେ ଘେନିପଳା ।ରକ୍ଷାପାଳ ସମସ୍ତେ ତ ଛନ୍ତି ନିଦ୍ରାଯାଇଚେତନା ଦେଖ କାହାର ଦେହେ ବସିନାହିଁ ।ବିଷ୍ଣୁର ମାୟାରେ ମୋହ ହୋଇଲେ ସକଳନିବିଡ଼ରେ ଘୋଟିଅଛି ମହାନିଶାକାଳ ।ଏହି ବେଳେ ତୁମ୍ଭେ ଯେବେ ନେଇ ନ ପାରିବଦେବକାର୍ଯ୍ୟ ନୋହିବ ତ କେବେ ନ ବର୍ତ୍ତିବ ।ବିଳମ୍ବ ନ କରି ପୁତ୍ର ବେଗେ ଘେନି ଆସିଗୋପପୁରେ ନନ୍ଦଘରେ ପ୍ରବେଶ ହୁଅସି ।ତୁମ୍ଭେ ନ ବୋଲିବ ହୋଇଅଛି ମହାନିଶାକାଳ ଘୋଟିଛି ଦୃମିଳାସୁର ସୁତ କଂସା ।ଏଣୁ ବସୁଦେବ ତୁମ୍ଭେ ଯାଅ ବେଗ ହୋଇନନ୍ଦ ଗୋପାଳୁଣୀ ସୁତା ଆଣ ପାଲଟାଇ ।ଏ ତୁମ୍ଭ ପୁତ୍ର ଯଶୋଦା କୋଳେ ଦେବ ଥୋଇଯଶୋଦା କୋଳରୁ କନ୍ୟା ଗୋଟିଆଣ ଯାଇ ।ତୁମ୍ଭେ ମନେ ଭ୍ରାନ୍ତି ଅବା ନ କରୁଛ ଜାଣିବିଧାତା ପୁରୁଷ ଏହା ଅଛଇ ନିର୍ମାଣି ।ଦୁହିତା ପ୍ରସବି ସେହି ନିଦେ ଥିବ ଶୋଇନନ୍ଦ ଦକ୍ଷିଣ ମେଲାରେ ପ୍ରସୂତି ଯେ ହୋଇ ।ଏହି କଥାମାନ ଜାଣ ନ ଜାଣନ୍ତି ଆନମୋତେ ପେଷିଲେ ତୁମ୍ଭର ପାଶେ ମଘବାନ ।ଏ ପୁତ୍ର ଯୋଗେ ତୁମ୍ଭଙ୍କୁ ଅଛି ବହୁ ପୂଜାବିଳମ୍ବ ନ କରି ତୁମ୍ଭେ ବେଗ ହୋଇ ଯା ଯା ।ଆଗୁଁ ବଳରାମ ଛନ୍ତି ସେହିଠାରେ ରହିତାହାଙ୍କୁ ପାଶରେ ଏବେ କୃଷ୍ଣ ଆସ ଥୋଇ ।ଏହା କହିଣ ଗନ୍ଧର୍ବ ହେଲା ଅନ୍ତର୍ଦ୍ଧାନଶୁଣିଣ ସେ ବସୁଦେବ ଭାଳେ ମନେ ମନ ।ଚିତ୍ରସେନ କହିଲା ଯା ଅଟେ ସତକଥାଭାଳି ଭାଳି ବସୁଦେବ ଛାଡ଼ି ମନୁବ୍ୟଥା ।ମଙ୍ଗଳା ଶ୍ରୀବିନାୟକ ଦୁର୍ଗାଙ୍କୁ ସୁମରିଆପଣା ଇଷ୍ଟଦେବତା ସୁମରଣା କରି ।ତମ୍ବାର ଖପରା ଗୋଟି ଧରି ନିଜ କରେପୁତ୍ର ଗୋଟିକୁ ଶୁଆଇ ତହିଁର ଭିତରେ ।ଝୀନପତନୀ ଉପରେ ଉପରାଣ ଦେଇବନ୍ଦୀଘରୁ ବାହାରିଲା ତରତର ହୋଇ ।ବିଷ୍ଣୁ ମାୟାରେ ଫିଟିଲା ଲୁହାର କବାଟବିଜୁଳରି ଝଟକରେ ଦିଶୁଅଛି ବାଟ ।ଯେତେବେଳେ ବସୁଦେବ ବାହାର ହୋଇଲାସୁବର୍ଣ୍ଣର ଛାମୁଡ଼ିଆ ବିଶ୍ୱକର୍ମା ଦେଲା ।ଗୋବିନ୍ଦର ଆଜ୍ଞା ସବୁ ଦେବଇନ୍ଦ୍ର ପାଇଯେ ଯାହାର ନିଯୋଗରେ ଖଟିଲେ ସେ ଯାଇ ।ବସୁଦେବକୁ ଏମାନ ନ ଦିଶଇ କିଛିପୁତ୍ର ଘେନି ବସୁଦେବ କାତର ହୋଇଛି ।କଂସର ଡରେ ହେଉଛି ତନୁ ଥରଥରଜୀବନର ଆଶା ଛାଡ଼ି ହୋଇଲା ବାହାର ।ଯୁକତେ ଭାଦ୍ରବ ମାସ ଦୁଃସହ ବରଷାମେଘ ଅନ୍ଧାର ଘୋଟିଛି ପୁଣି ମହାନିଶା ।ପାଞ୍ଚ ସହସ୍ର ପାହାରୀ ଅଛନ୍ତି ତ ଜଗିପୁତ୍ର ଘେନି ବସୁଦେବ ଚଳେ ବେଗି ବେଗି ।ଶୋଇଥିବା ପାହାରୀଙ୍କ ପୃଷ୍ଠେ ଗୋଡ଼ଦେଇବସୁଦେବଙ୍କୁ ଅଦୃଶ୍ୟ ନ ଦିଶନ୍ତି କେହି ।ଅତିବେଗେ ବସୁଦେବ ଚାଲି ଯାଉଅଛିଜନଜନ୍ତୁ ଜୀବମାତ୍ର ନ ଦେଖଇ କିଛି ।ରଥୀ ରାଉତ ପଦାତି ଗଜ ଅଶ୍ୱଗଣେସମସ୍ତେ ମୋହ ନିଦ୍ରାରେ ଶୋଇ ଅଚେତନେ ।ଏକପାଦରେ ଆରେକ ପାଦ ଛନ୍ତି ଦେଇବିଷ ଖାଇଲା ପରାୟ ଯାଇଛନ୍ତି ଶୋଇ ।କୃଷ୍ଣ ଘେନି ବସୁଦେବ ଚାଲେ ବେଗହୋଇମନ ମଧ୍ୟରେ ଭାଳଇ କି କରିବି ମୁହିଁ ।ବିଜୁଳି ତରାଟେ ଝଟ ଝଟ ଦିଶେ ପଥଆରେତ ଡାକଇ ମୋତେ ରଖ ଜଗନ୍ନାଥ ।କୋଟିଏ ଗନ୍ଧର୍ବ ସଙ୍ଗେ ଘେନି ଚିତ୍ରସେନପଛେ ପଛେ ଗୋଡ଼ାଇଛି ହୋଇଣ ଗୋପନ ।ଅନନ୍ତ ବାସୁକି ଶିରେ ଟେକିଅଛି ଫଣୀଗୋବିନ୍ଦଙ୍କ ଶିରରେ ସେ ହୋଇଛି ଡାଙ୍କୁଣୀ ।ବସୁଦେବ ଅଗୋଚର ଏସନକ ମାୟାବିଶେଷେ ଚଉର୍ଯ୍ୟପଣେ କମ୍ପେ ନିଜକାୟା ।ଶୁଣ ହେ ପରୀକ୍ଷ ରାଜା କହେ ଶୁକଯତିବାଳଲୀଳା ଚରିତ ଏ ଶ୍ରୀକୃଷ୍ଣ କୀରତି ।ଅଶେଷ ବ୍ରହ୍ମାଣ୍ଡ ରୋମେ ଅଛନ୍ତି ଯେ ବହିବସୁଦେବ ମଥାପରେ ଅଛନ୍ତି ଯେ ରହି ।ବାଳୀକି ଦାନ ମାଗିଲେ ପ୍ରଭୁ ଯେତେବେଳେଅଶେଷ ଜଗତ ଲୁଚିଗଲା ପାଦତଳେ ।ଚଉରାଶୀ କାଠି ଗଙ୍ଗା ଲୁଚେ ପାଦେ ପଡ଼ିଦରାଣ୍ଡି ଦରାଣ୍ଡି ବ୍ରହ୍ମା ନ ପାଇଲେ ଲୋଡ଼ି ।ଚୌରାଶୀଯୂଣ ହିରଣ୍ୟକଶିପୁର କାୟେକାଣି ଆଙ୍ଗୁଠିର ନଖେ ରହି କାଳଯାଏ ।ଦେବାଧି ଦେବ ଉପରେ ଦେବ ଦେବ ହରିତମ୍ବା ଖପରା ଭିତରେ ଅଛି ଲୁଚି କରି ।ବ୍ରହ୍ମା ଈଶ୍ୱରଙ୍କୁ ଆଦିକରି କୀଟଯାଏଯେ ବିଷ୍ଣୁ ଶରୀରୁ ହୋଇଅଛନ୍ତି ଉଦୟେ ।ଜ୍ୟେଷ୍ଠ ରୂପହିଁ କନିଷ୍ଠ ରୂପ ପୁଣ ସେହିଚାଣ୍ଡାଳୁ ବ୍ରହ୍ମ ପର୍ଯ୍ୟନ୍ତ ସବୁଙ୍କରି ଦେହି ।ଅନନ୍ତ ମାୟାଧର ସେ ପ୍ରଭୁ ଶିରୋମଣିତାହାର ପରମଲୀଳା ଆନେ ନୋହେ ଜିଣି ।ଚଳଇ ଯେ ବସୁଦେବ ବାସୁଦେବ ଘେନିସମ୍ପୂର୍ଣ୍ଣ ଅଷ୍ଟମଘଡ଼ି ହୋଇଛି ରଜନୀ ।ତମ୍ବା ଖପରାରେ ଯତ୍ନେ ରଖିଅଛି ଭରିତହିଁ ଭିତରେ ଅଛନ୍ତି ସ୍ୱାମୀ ବିଜେକରି ।ପବନ ଆଘାତେ ଚାଲେ ବସୁଦେବ ବେଗେଯାଉଁ ଯାଉଁ ପଡ଼ିଲା ସେ ଉଗ୍ରସେନ ଆଗେ ।କଂସର ଯେ ନିଜ ପିତା ରାଜା ଉଗ୍ରସେନନଗ୍ରେ ଚଉକିଆ ହୋଇ ବୁଲେ ସବୁଦିନ ।ଭୟଙ୍କର ବୀରବେଶ ହସ୍ତେ ଧରି ଖଣ୍ଡାନଗ୍ରେ ବୁଲୁଥାନ୍ତି ସେହି ନୃପତି ପ୍ରଚଣ୍ଡା ।ରାଜ୍ୟର ଚଳ ଅଚଳ ଯେତେକ ବାରତାଅନ୍ଧାରିବିଜେ କରି ସେ ଶୁଣେ ସବୁ କଥା ।ଆବର ବିଶେଷେ କଂସ ଦେଇଅଛି ଶିକ୍ଷାଦିବସେ ରାଜା ସେ ରାତ୍ରେ କଟୁଆଳ ଦୀକ୍ଷା ।ବିକ୍ରମେ କେଶରୀ ଯେହ୍ନେ କ୍ଷେପେ ବନ ହେରିତେସନ କ୍ଷେପଇ ଉଗ୍ରସେନ ଦଣ୍ଡଧାରୀ ।ଚନ୍ଦ୍ରକୁ ଚାହିଁଣ ରାହୁ ଗ୍ରାସଇ ଯେସନତେସନେ ବାସୁଦେବକୁ ରାଜା ଉଗ୍ରସେନ ।ରହ ରହ ବୋଲି ଯାଇ ଓଗାଳଇ ବାଟଅଧରେ ଦନ୍ତ ଚାପିଣ କରେ ରଟ ମଟ ।ପ୍ରତିଜ୍ଞା ସାମରଥା ସେ ନୃପତି ପ୍ରଚଣ୍ଡାକାଳନୟନ ତରାଟି ଝମକାଇ ଖଣ୍ଡା ।ବସୁଦେବକୁ ଅନାଇ ବୋଲେ ମହାରାୟକଂସର ପ୍ରତିଜ୍ଞା ଜାଣି ଶୁଣି ନାହିଁ ଭୟ ।ନିଶ୍ଚେଁ ଜ୍ଞାନଧ୍ୱଂସ ହୋଇଗଲୁ କି ରେ ବାଇଯମର ଭୁବନକୁ ତୁ କିପାଁ ଲୋଡ଼ୁ ଯାଇ ।ଜାଣିଲି ଜୀବନକୁ ତ ନାହିଁ ତୋର ଆଶପୁତ୍ର ଚୋରାଇ ନେଉ ଏ କି ତୋର ସାହସ ।ରାଜାଠାରେ ଦ୍ରୋହକଲୁ ହେଲୁ ମହାପାପୀକିପାଁ ଜ୍ଞାନଧ୍ୱଂସ ହେଲୁ କହ ତ ସଂକ୍ଷେପି ।ମୂଳଚ୍ଛେଦ କରି କଂସ ନ ପାଇଲା ତୋତେତହିଁର କି ଉପକାର କରୁଅଛୁ ଏତେ ।ଆପେ ଜାଣୁ ଜାଣୁ କଂସରାଜା ଏହା କଲାଆଶ୍ୱାସିଲା ଶ୍ୱାନ ଆସି ମୁଖେ ଚୁମ୍ବ ଦେଲା ।ତୁମ୍ଭ ଶିର ଛେଦିଥାନ୍ତା ନିଶ୍ଚେଁ ସେ ଆଗହୁଁଭଉଣୀ ଭିଣୋଇ ବୋଲି ନ ମାରିଲା ଯହୁଁ ।ଉପକାରୀ ଅପକାରୀ ବୁଝିଲୁ ଯେ ତୁହିତାହାର ମହିମା ତୋର ଶୁଣିଲା କି ନାହିଁ ।ଦିଗପାଳମାନଙ୍କୁ ଯେ ଦ୍ୱାରେ ବାନ୍ଧି ରଖିକଂସର ପ୍ରତିଜ୍ଞା ଅଛୁ ପ୍ରତ୍ୟକ୍ଷରେ ଦେଖି ।କିପାଁ ଏଡ଼େ ଦୁଷ୍ଟପଣ ଏ ରାଜ୍ୟେ କରୁଛୁଦେଖୁ ଦେଖୁ ଅନ୍ଧ କିରେ ହେଲା ତୋର ଚକ୍ଷୁ ।ତସ୍କର ରୂପେ ପୁତ୍ରକୁ ନେଉଛୁ ଚୋରାଇକଂସ ଏହା ଜଣିଲେ ତ କେହି ଜୀଇ ନାହିଁ ।ଦିଗପାଳଙ୍କୁ ଜିଣିଲା କଂସ ଜାଣ ରୋଳେତାହାର ତେଜ ବିଦିତ ଏହି ରବିତଳେ ।ତୁ କିପାଇଁ ରାଜା ତୁଲେ ବିବାଦୀ ହୋଇଲୁଆପଣା ଗଳାରେ ଆପେ ଫାଶ ଲଗାଇଲୁ ।ଜୀବନ୍ତେ ରଖିବା ତୋତେ ନ ଯୋଗାଇ କ୍ଷଣେଏମନ୍ତ ବଚନ ରାଜା ବୋଇଲେ ଆପଣେ ।ଏବେ ମୋ ମୁଖେ ପଡ଼ିଲୁ ଯିବୁ ଆଜ କାହିଁଏକ୍ଷଣି ମାରିବି ତୋତେ ବିଶାବଳି ଦେଇ ।ଏଥିରୁ ବାହାର ହେଲେ ମାଛି ବେନି ଖଣ୍ଡକିପାଁ ରାତ୍ରେ ବାହାରିଲୁ କଟାଯିବ ମୁଣ୍ଡ ।କେବଣ ଭରସାରେ ତୁ ଆଣିଲୁ ଚୋରାଇନିବିଡ଼ ପଥର ଘର ବଜ୍ରକିଳା ଯହିଁ ।ଏସନକ ବନ୍ଦିଘରେ ଥିଲାକ ପୁରାଇଦଶ ଦଶା ଶାଙ୍କୁଳି ଯେ ପତି ପତ୍ନୀ ଦେଇ ।ଏଥୁଁ ବାହାର ହୋଇଲୁ କେବଣ ପ୍ରକାରେପଞ୍ଚାଶ ସସ୍ର ପାହାରୀ ଜଗନ୍ତି ବାହାରେ ।ରାତ୍ର ପ୍ରଭାତେ ଜାଣିବ କଂସ ନରନାହାଏ ଲୋକମାନେ ହୋଇବେ ସମସ୍ତେ ଦୋରେହା ।ସକୁଟୁମ୍ବଯାକ କଂସ ମାରିବଟି ଯେତେସେ ସମସ୍ତ ହତ୍ୟାଦୋଷ ଲାଗିବ ନା ତୋତେ ।ବେଳୁଁବେଳ ଉଗ୍ରସେନ କଲା ଗରୁ କୋପକରେ ଖଡ଼୍ଗ ଝମକାଇ କରେ ମହାତାପ ।କହୁଁ କହୁଁ ଉଗ୍ରସେନ ଉପ୍ରୋଧ ଛାଡ଼ିଲାବସୁଦେବର କେଶକୁ ଆକର୍ଷି ଧଇଲା ।ଏସନ କଟାଳ ଯହୁଁ ଦେଖିଲେ ଶ୍ରୀହରିପିତାର ଆଦେଶେ ପୁତ୍ର ନିଜରୂପ ଧରି ।ତମ୍ବା ଖପରାରେ ଥାଇ ବଢ଼ାଇଲେ କାୟାଅବ୍ୟକ୍ତ ପୁରୁଷ ତହିଁ କଲେ ବିଷ୍ଣୁ ମାୟା ।ଶଙ୍ଖ ଚକ୍ର ଗଦା ପଦ୍ମ ଧରି ଦିବ୍ୟତେଜଉଗ୍ରସେନ ହିଁ ଦେଖିଲା ତାଙ୍କ ଚତୁର୍ଭୁଜ ।ବେନି ଶ୍ରବଣେ ବିରାଜେ ମର୍କତ କୁଣ୍ଡଳନିଦାଘେ ତେଜ ଯେସନେ ଆଦିତ୍ୟ ମଣ୍ଡଳ ।କଙ୍କଣ ବାହୁଟି ବିଦମୁଦି ଜଗଦ୍ବଳାହୃଦରେ ଲମ୍ବଇ ପୁଣ ତୁଳସୀର ମାଳା ।ଲକ୍ଷ୍ମୀ ସରସ୍ୱତୀ ବାମ ଡାହାଣରେ ବିଜେଅପୂର୍ବ ରୂପ ଧରିଲେ ସେହି ଦେବରାଜେ ।ଏସନକ ମହିମା ଯେ ଦେଖି ପରମେଷ୍ଠୀଅର୍ଦ୍ଧ ଆକାଶେ ରହିଣ କଲେ ପୁଷ୍ପ ବୃଷ୍ଟି ।ଗନ୍ଧର୍ବ ଯେ ବିଦ୍ୟାଧର କରୁଛନ୍ତି ନୃତ୍ୟଦେବବାଦ୍ୟ ଯେ ଦୁନ୍ଦୁଭି ବାଜେ ଅପ୍ରମିତ ।ଶ୍ରୀବତ୍ସ ଲାଞ୍ଛନ ହୃଦେ କଉସ୍ତୁଭ ମଣିଚାରିମୁଖେ ବ୍ରହ୍ମା ବସି କରେ ବେଦଧ୍ୱନି ।ତମ୍ବା ଖପରା ଭିତରେ ସ୍ୱାମୀଙ୍କର କାୟାବସୁଦେବ ନ ଜାଣଇ ଏସନକ ମାୟା ।ଏକମାତ୍ର ଉଗ୍ରସେନ ଦେଖେ ଦେବଦେହୀତ୍ରୈଲୋକ୍ୟ ଭିତରେ ତାହା ନ ଜାଣନ୍ତି କେହି ।ଏସନକ ରୂପ ଦେଖି ରାଜା ଉଗ୍ରସେନନିସ୍ତରିଲି ନିସ୍ତରିଲି ବୋଇଲା ବଚନ ।ଖଡ଼ଗଫଳା ପକାଇ ଆନନ୍ଦରେ ବୁଡ଼ିବାସୁଦେବ ପାଦତଳେ ଶୁତି ଗଡ଼ଘାଲି ।କରପତ୍ର ଯୋଡ଼ି ପୁଣି କରଇ ଦଇନୀମୋ ଭାବ ଜାଣିଣ ରକ୍ଷାକର ବେଣୁପାଣି ।ତୁ ନାରାୟଣ ପରମାନନ୍ଦମୟ ଜ୍ୟୋତିଅଖିଳ ବ୍ରହ୍ମାଣ୍ଡର ତୁ ଠାକୁର ଶ୍ରୀପତି ।ଅକାରଣ ଜନ୍ମ ମୋର ହେଲା ଆଜି ଧନ୍ୟଦେଖିଲି ପୁରୁଷୋତ୍ତମ ରୂପ ବର୍ଣ୍ଣ ଚିହ୍ନ ।ଧନ୍ୟ ମୋର ମାତା ପୁଣ ଧନ୍ୟ ମୋର ପିତାଧନ୍ୟ ମୋର ଇଷ୍ଟ କୁଳବାନ୍ଧବ ଦେବତା ।ସ୍ୱାମୀ ଚର୍ମ ନୟନେ ଦେଖିଲି ତୁମ୍ଭ ରୂପଲଭିଲି ମୁକତି ଗତି ଖଣ୍ଡି ମହାପାପ ।ଧରଣୀର ମହାଭାର ନିବାରିବା ଅର୍ଥେତୁମ୍ଭେ ନାଥ ଅବତାର ହେଲ ସିନା ଏଥେ ।ସଂସାରଯାକ ତୁମ୍ଭର ଖେଳଘର ଲୀଳାସଂସାର ତରିବାକୁ ତୋ ନାମ ଅଟେ ଭେଳା ।ଯେବଣ ରୂପକୁ ଯୋଗୀ କରୁଛନ୍ତି ଧ୍ୟାନସେ ରୂପ ଦେଖିଲି ଧନ୍ୟ ମୋହର ଜୀବନ ।ପୁଣି ଉଗ୍ରସେନ କରଯୋଡ଼ି ସ୍ତୁତି ବୋଲିଶତେବାର ପରିଯନ୍ତେ ଶୁତି ଗଡ଼ଘାଲି ।ଶ୍ରୀମୁଖ ଚାହିଁ ବହୁତ କରେ ପୁଣି ସ୍ତୁତିପ୍ରସନ୍ନ ମୁଖେ କହନ୍ତି ଲକ୍ଷ୍ମୀଦେବୀ ପତି ॥
ଆହୋ ଉଗ୍ରସେନ ତୁମ୍ଭେ ଆମ୍ଭ ନିଜ ଆତ୍ମାପୁଣ୍ୟବନ୍ତ ପୁରୁଷ ତୁ ଅଟୁ ଯେ ମହାତ୍ମା ।ପାମର ପୁତ୍ର ତୁମ୍ଭଙ୍କୁ କଲା ରାଜ୍ୟଭ୍ରଷ୍ଟଆପେ ରାଜା ହୋଇ ଦେଲା ତୁମ୍ଭଙ୍କୁ ଏ କଷ୍ଟ ।ତୁମ୍ଭର ଦୁଃଖ ଅଳପ ଦିନେ ଯିବ କ୍ଷୟତୁ ଏକାଙ୍ଗ-ଚକ୍ରବର୍ତ୍ତୀ ହେବୁ ମହାରାୟ ।ତୁମ୍ଭଙ୍କୁ ଘେନି କରିବୁଁ ପୃଥ୍ୱୀଭାରା ନାଶତୁମ୍ଭଙ୍କୁ ଯେ ଅପଚୟ ଦେଲା ରାଜା କଂସ ।ଆବର ଆଠବରଷ ପାଇବ ନା କଷ୍ଟପୃଥିବୀଯାକରେ ତୁମ୍ଭେ ହେବ ସମରାଟ ।ଅଷ୍ଟମଲ୍ଲ ସହିତରେ କଂସ ଯିବ କ୍ଷୟେଗୋଗୋଷ୍ଠରେ ଥିବୁ ଆମ୍ଭେ ଅଷ୍ଟବର୍ଷଯାଏ ।ନନ୍ଦ ଘରେ ଗୋପନଗ୍ରେ ରହିବୁଁ ଗୁପତେତହିଁକି ତୁ ଅବଧାନ କରିଥିବୁ ଚିତ୍ତେ ।ଏତେ ବୋଲି ସ୍ୱାମୀ ଶାଢ଼ୀ ଶ୍ରୀହସ୍ତରେଦେଲେଆଜହୁଁ ଏକାଙ୍ଗ ରାଜା ହୁଅ ତୁ ବୋଇଲେ ।ଦେଇଥିଲେ ବୈଜୟନ୍ତୀମାଳା ଚିତ୍ରସେନଆପଣା କଣ୍ଠରୁ ତାହା କାଢ଼ି ଭଗବାନ ।ପ୍ରସନ୍ନ ହୋଇ ଉସତେ ଦେବ ବନମାଳୀଉଗ୍ରସେନ ରାଜାକୁ ତ କରେ ଦେଲେ ତୋଳି ।ଶୁଣ ପରୀକ୍ଷ ନୃପତି ବୋଲେ ଶୁକଯତିଶ୍ରୀଭାଗବତ ପବିତ୍ର ପୁଣ୍ୟମୟ କୀର୍ତ୍ତି ।ଉଗ୍ରସେନ ଶ୍ରୀହରିର ଉଚ୍ଚବାଚ ବାଣୀମାୟାରେ ତା ବସୁଦେବ ନ ପାରିଲା ଜାଣି ।ବିଷ୍ଣୁର ଦଇବୀ ମାୟାଜାଲେ ଭ୍ରମୁଅଛିଦିବ୍ୟରୂପ ନ ଦେଖିଲା ନ ଶୁଣିଲା କିଛି ।ଉଗ୍ରସେନ ରାଜାକୁ ସେ ଏକା ଚାହିଁ ରହେଓଷ୍ଠ ତାଳୁକା ଶୁଣିଲା ଚିତ୍ତେ ଲାଗେ ଭୟେ ।ପ୍ରତ୍ୟକ୍ଷେ ଦେଖଇ ଉଗ୍ରସେନ କୋପଭରଦଣ୍ଡୁଆସି ଆଗେ ପଡ଼ି ହୁଏ ଯେହ୍ନେ ଚୋର ।ଉଭୟ ସଙ୍କଟେ ଯହୁଁ ପଡ଼ିଲା କାତରବେଳୁଁବେଳ ଉଗ୍ରସେନ ତୋଡ଼ ଭୟଙ୍କର ।କାତର ଦେଖିଣ କହେ ଉଗ୍ରସେନ ରାୟକିପାଇଁ ଅସ୍ଥିର ହେଉ ସୁଦେବ ତନୟ ।ତୁମ୍ଭେ ବସୁଦେବ ମନେ ନ କର ଯେ ଭୀତିତୁମ୍ଭ ମନୋବାଞ୍ଛା ସିଦ୍ଧ ହୋଇଲା ଏ ଘାନ୍ତି ।ପ୍ରତ୍ୟକ୍ଷେ ଶ୍ରୀବିଷ୍ଣୁନାଥ ହେଲେ ତବ ପୁତ୍ରଏତେ କାଳରେ ଖଣ୍ଡିଲେ ତୁମ୍ଭ କଷ୍ଟ ମାତ୍ର ।ଅଧିକ କହନ୍ତେ ବେଳ ହୋଇବ ଉଛୁରଏ ପୁତ୍ରକୁ ଘେନି ତୁମ୍ଭେ ବେଗ ବେଗ ଚଳ ।ଧନ୍ୟ ମୋହର ଦୁହିତା ଅଟେ ପୁଣ୍ୟମୟୀନିରାକାର ପୁରୁଷକୁ ଗର୍ଭୁ ଉପୁଜାଇ ।ଯୋଗୀଜନ ଧ୍ୟାନ ପୁଣ କରନ୍ତି ଯାହାକୁମୋହର ଦୁହିତା ଗର୍ଭେ ଧଇଲା ତାହାକୁ ।ଚଳ ତୁମ୍ଭେ ବସୁଦେବ ବିଳମ୍ବ ନକରଏ ପୁତ୍ରକୁ ନେଇ ଛାଡ଼ ନନ୍ଦର ମନ୍ଦିର ।ତୁମ୍ଭେ ମୋର ଜ୍ୟେଷ୍ଠ ଜ୍ୱାଇଁ ଇଷ୍ଟଦେବ ସମଦୁହିତା ପତି ପୂଜିବ ଶାସ୍ତ୍ରରେ ଏ ଧର୍ମ ।ଦୁହିତା ପୁତ୍ର ମୋ ଅନ୍ତେ ପିଣ୍ଡଦାନ ଦେବପିତୃ ତିନି ପୁରୁଷଙ୍କୁ ଉଦ୍ଧାର କରିବ ।ଏତେବୋଲି ବସୁଦେବ ପ୍ରଦକ୍ଷିଣ କରିକହେ ଶୀଘ୍ର ହୋଇ ଚଳ ତୁମ୍ଭେ ଗୋପପୁରୀ ।ହର୍ଷହେଲେ ବସୁଦେବ ଏ ବଚନ ଶୁଣିସୂର୍ଯ୍ୟ ଉଦେ ହେଲେ ଯେହ୍ନେ ବିକାଶ ନଳିନୀ ।କୋପ ବଚନ ଶୁଣିଣ କରୁଥିଲା ଭୟଆଶ୍ୱାସ ବଚନ ଶୁଣି ହରଷିତ କାୟ ।ପୁତ୍ର ଘେନି ବସୁଦେବ ଚଳେ ବେଗେବେଗେତୁରିତେ ମିଳିଲା ଯାଇଁ ଯମୁନାର ଲାଗେ ।ନଦୀକୂଳେ ବସୁଦେବ ପ୍ରବେଶିଲା ଯାଇଁଯମୁନା ନଦୀ ବଢ଼ିଛି ଦୁଇକୂଳ ଖାଇ ।ବେଭାରେ ଭାଦ୍ରବ ମାସ ବରଷାର କାଳମେଘ ଚଉଦିଗ ଘୋଟି ବରଷୁଛି ଜଳ ।କୋଶେ ଓସାର ଯମୁନା ଆସୁଅଛି ମାଡ଼ିଲହଡ଼ି ଘାତରେ ଖସି ପଡ଼ଇ ଅତଡ଼ି ।କଳ କଳ ଧ୍ୱନି ଶୁଭେ ଉଠଇ ଭଉଁରୀସାପମୁଣ୍ଡ କାଟିଦେବ ସୁଅ ଏତେ ସରି ।ସୁଶୁମ୍ବର ମଗର ଯେ ମାଛ କାଠମାଳାପ୍ରଖର ସ୍ରୋତରେ ଭାସିଯାଏ ଭେଳା ଭେଳା ।ଘୋର ଶବଦ ଶୁଭୁଛି ସିନ୍ଧୁଘୋଷ ଜାଣିଚକ୍ରବତ ହୋଇ ବୁଲେ କେଉଁଠାରେ ପାଣି ।ଫେଣ ସବୁ ଭାସିଯାଏ ହୋଇ ଭେଳା ଭେଳାସ୍ୱଭାବେ ଗଭୀର ଯୋଗୁଁ ଜଳ ଦିଶେ କଳା ।ଭାସନ୍ତି ଯେ ବଡ଼ ବଡ଼ ସାପ ଫଣାଟେକିକୂଳ ବୁଡ଼ିଯାଏ ପାଣି ଯହିଁକି ତହିଁକି ।କୁମ୍ଭୀରେ ଖଗ ବୁଲାଇ ଆଉଜନ୍ତି କୂଳେଖଣ୍ଡାମଗରେ ଖଣ୍ଡାକୁ ପିଟୁଛନ୍ତି ଜଳେ ।ଶାଙ୍କୁଚେ ଲାଞ୍ଜ ମାରନ୍ତି ସ୍ରୋତରେ ଭାସନ୍ତିବାହାନିଆ ହୋଇ ମାଛେ କୂଳେ ଆଉଜନ୍ତି ।ମୀନ ଫୁଟନ୍ତି ରହିଣ ଥିରପାଣି ଦେଖିଜଳେ ଉପୁଡ଼ି ପଡ଼ନ୍ତି କୂଳେ ଥିବା ଶାଖୀ ।ଦ୍ୱାଦଶ ଯୋଜନ ଗର୍ଭ ଅଟେ ଯେଉଁ ନଦୀମେରୁ ମନ୍ଦର ଗିରି କି ଆସୁଅଛି ଭେଦି ।ନଦୀକୂଳେ ବସୁଦେବ ଉଭାହେଲେ ଯାଇଁଦୁଃସହ ମେଘ ଅନ୍ଧାର କିଛି ଦିଶୁନାହିଁ ।ବେଭାରେ ବରଷାକାଳ ଜଳ ଅକଳନାବିଚାରଇ ବସୁଦେବ ପଥ ହେଲି ବଣା ।କୂଳ ବୁଡ଼ି ନଦୀଜଳ ଆସୁଅଛି ମାଡ଼ିଉଛୁଳି ପଡ଼ୁ ଅଛଇ କୂଳ ବନ୍ଧ ବୁଡ଼ି ।କେଉଁ କତିରେ ଯେ ବନ୍ଧ ନ ପାରଇ ଇ ବାରିବିଚାରଇ ବସୁଦେବ ବାଟ ଗଲ ହୁଡ଼ି ।ଏହା ଭାଳି ଚଉକତି ଲୋଡ଼ୁଅଛି ବାଟବିଜୁଳିର ଝଟକରେ ଦିଶିଗଲା ଘାଟ ।ଯମୁନାକୂଳେ ଭାଣ୍ଡୀର ବୃକ୍ଷ କଲା ଠାବଦକ୍ଷିଣରେ କୁଞ୍ଜବନ ତରୁ ଯେ କଦମ୍ବ ।ବସୁଦେବ ବିଚାରଇ ବାଟ ମୁଁ ପାଇଲିକୂଳେ ଥିବା ଏହି ବେନି ବୃକ୍ଷକୁ ଦେଖିଲି ।ଗୋମାତା ସରଜିଅଛି ଗୋଧିକା ଯେ ଘାଟଗୋପନଗ୍ରକୁ ଯିବାକୁ ପଡ଼ିଛି ଏ ବାଟ ।ଏତେ ବିଚାରି ନଦୀରେ ପଶେ ଯାଇ ବେଗେସୁଶୁମ୍ବର ମଗରକୁ ଦେଖେ କୂଳ ଲାଗେ ।ଜଳଚରେ ଭାସୁଛନ୍ତି ଭେଳା ପ୍ରାୟ ହୋଇକାଷ୍ଠ ଉପରେ ଅଛନ୍ତି ସର୍ପମାନେ ଶୋଇ ।ତାହା ଦେଖି ବସୁଦେବ ମନେ କରେ ଶଙ୍କାପୁତ୍ର ଶୋକରେ ସାହସ କରିଅଛି ଏକା ।ଯମୁନା ନଦୀ ଭିତରେ ବୁଡ଼ିଲାକ କାୟେପ୍ରଥମ ଭଡ଼ାରୁ ପାଣି ହେଲା ନାଭିଯାଏ ।ଦ୍ୱିତୀୟ ଭଡ଼ା ପକାଇ ହୋଇଲାକ ଠିଆସୁଦେବ ନନ୍ଦନର ଯେ ତିନ୍ତିଗଲା ହିଆ ।ତୃତୀୟ ଭଡ଼ା ପାଣିକି ଆକ୍ରୋଶିଲା ପୁଣିସେଠାରେ ହେଲା ତାହାକୁ ବେକେଯାଏ ପୁଣି ।ପୁଣି ବଢ଼ାଇଲା ପାଦ ଚତୁର୍ଥ ପହଣ୍ଡବୁଡ଼ିଲାକ ନାକ ଆଖି କର୍ଣ୍ଣ ପାଟି ମୁଣ୍ଡ ।ମୁଣ୍ଡ ବୁଡ଼ନ୍ତେ ବିକଳ ବସୁଦେବ ହେଲାଊର୍ଦ୍ଧ୍ୱବାହୁ ହୋଇ କରେ ପୁତ୍ରକୁ ଧଇଲା ।ଶିର ଉପରେ ପୁତ୍ରକୁ ଧରିଛି ଆକର୍ଷିପ୍ରଖର ସ୍ରୋତ ଜଳରେ ଯାଉଅଛି ଭାସି ।ଥୋକାଏକ ଦୂରେ ଭାସି ପଡ଼େ ଯାଇ ଧୀରେତେବେହେଁ ପୁତ୍ରକୁ ଟେକି ବହିଛି ମୁଣ୍ଡରେ ।ବଦନ୍ତି ଯେ ଶୁକମୁନି ଶୁଣ ଦଣ୍ଡଧାରୀଖରସ୍ରୋତେ ବସୁଦେବ ଯାଉଛି ପହଁରି ।ମନରେ ଭାଳଇ ମଲେ ମରିବି ମୁଁ ଜଳେପ୍ରାଣୁଁ ଅଧିକ ପୁତ୍ରକୁ ଧରିଥିବି କରେ ।ପିତାର ମନକୁ ପ୍ରଭୁ ବିଡ଼ିବାର ପାଇଁକପଟ ଭିଆଇଛନ୍ତି କମଳାର ସାଇଁ ।ଯହୁଁ ବସୁଦେବ କଷ୍ଟ ପାଇଲା ଅନେକଯମୁନା ନଦୀକି ଆଜ୍ଞା ଦେଲେ ପଦ୍ମମୁଖ ।ତୁମ୍ଭେ ଯେ ଯମୁନା ନଦୀ ଅଟ ପୁଣ୍ୟବାରିବେଦ ପୁରାଣେ ତୁମ୍ଭଙ୍କୁ ପରଶଂସା କରି ।ଜୟା ବିଜୟା ତୋ ନାମ ଅଟଇ ପ୍ରସିଦ୍ଧିମେରୁ ମନ୍ଦର ଗିରିରୁ ଆସୁଅଛୁ ଭେଦି ।ଆମ୍ଭେ ଗୋପେ ଯିବୁ ବସୁଦେବ ମୁଣ୍ଡେ ଚଢ଼ିଆଜ ରାତିକ ତୋ ଗର୍ଭୁ ପାଣି ଯାଉ ଛାଡ଼ି ।ସ୍ୱାମୀଙ୍କ ମୁଖୁଁ ଯମୁନା ଶୁଣିଣ ଏସନବଢ଼ି ଯାଇଥିବା ପାଣି ଛାଡ଼ିଲା ତକ୍ଷଣ ।ଦ୍ୱାଦଶ ତାଳ ଗଭୀର ଯମୁନାର ପାଣିକୃଷ୍ଣ ଆଜ୍ଞାରେ ତକ୍ଷଣ ହେଲା ଆଣ୍ଠୁଆଣି ।ତାହା ଦେଖି ବସୁଦେବ ମନେ ପାଇ ଶାନ୍ତିବୋଇଲା ଧର୍ମ ଦେବତା ସାହା ଯେ ଏ ଘାନ୍ତି ।ଏ ଘୋର ବରଷାକାଳେ ଯମୁନାର ଥଳଏବେ ଜାଣିଲି ଦିଶିଲା ମୋର ପୁଣ୍ୟବଳ ।ଏମନ୍ତ ମନେ ବିଚାରି ଚାଲିଗଲା ବେଗେନଦୀ ପାରହୋଇ ମିଳେ କୁଞ୍ଜବନ ଲାଗେ ।କୃଷ୍ଣର ଦିବ୍ୟରୂପକୁ ଦେଖି କୁଞ୍ଜବନଗୋପନେ ଯେ ତରୁ ଥିଲେ ଦିଶିଲେ ଶୋଭନ ।ତରୁଏ ମନ ମଧ୍ୟରେ କରନ୍ତି ବିଚାରଏତେଦିନ ଆସି ଭାଗ୍ୟ ଦିଶିଲା ଆମ୍ଭର ।ଅନେକ କାଳରୁ ତାକୁ ଆଶା କରୁଥିଲୁଗଜ ଉଦ୍ଧାରଣ ସ୍ୱାମୀ ଦେଖି ନିସ୍ତରିଲୁ ।ଏ ବନେ କ୍ରୀଡ଼ା କରିବେ ଦେବ ଭଗବାନପାଇବୁ ପରମ ଗତି ଲଭିବୁଁ କାରଣ ।ସ୍ଥାନର ରୂପେ ଚଉଦ ମନୁ ଗଲା ବହିଗୋବିନ୍ଦ ରୂପ ଦେଖିବୁଁ ଥିଲୁ ବାଟ ଚାହିଁ ।ଏମନ୍ତ ବିଚାର କଲେ ଦେଖି କୁଞ୍ଜବନପୁତ୍ର ଘେନି ବସୁଦେବ ଚଳଇ ବହନ ।ତଦନ୍ତେ ଦେଖଇ ବସୁଦେବକୁ କଦମ୍ବଶିର ଉପରେ ଅଛନ୍ତି ଦେବ ବାସୁଦେବ ।ଗୋବିନ୍ଦଙ୍କୁ ଦେଖି ତରୁ ଦିଶିଲାକ ଶୋଭାମୂର୍ତ୍ତିମନ୍ତ ହୋଇଅଛି ଗୋବିନ୍ଦର ପ୍ରଭା ।ଶତସହସ୍ର ପ୍ରଣାମ କରେ ତରୁ ବରଭକତି ଭାବ ଦେଖାଇ ବୋଲଇ ସ୍ଥାବର ।ଭୋ ନାଥ ବିଷ୍ଣୁ ଆମ୍ଭଙ୍କୁ କଲ ତୁମ୍ଭେ ଦୟାଏତେକାଳେ ଦରଶନ ଦେଇ ଦିବ୍ୟକାୟା ।ଅପାର କାଳୁଁ ଆଶାର୍ଥୀ ଆମ୍ଭେ ବନଭୂମିଏ ତୁମ୍ଭର ଦିବ୍ୟରୂପ ଦେଖିବାକୁ ସ୍ୱାମୀ ।ତୁମ୍ଭେ ଜଗବନ୍ଧୁ ଏଥି କେଳି କୁତୂହଳେକ୍ରୀଡ଼ା କରିବ ଗୋପୀଙ୍କି ଘେନି ଆମ୍ଭ ମୂଳେ ।ତୁମ୍ଭ ରାସରଙ୍ଗ ଦେଖି ହେବୁ ପୁଣ୍ୟମୟଆମ୍ଭର ମହାପାପାଧି ପାପ ଯିବ କ୍ଷୟ ।ଗୋବିନ୍ଦେ ବୋଇଲେ ଗୁପ୍ତ କର ଏହି କଥାଅଳପ ଦିନେ ଖଣ୍ଡିବୁଁ ତୁମ୍ଭ ଏ ଅବସ୍ଥା ।ଯେ ଯାହାରେ ସ୍ଥିରରୂପେ ଥାଅ ଶାଖା ବହିଆମ୍ଭେ ଜନମ ହୋଇଛୁ ସିନା ତୁମ୍ଭ ପାଇଁ ।ବୋଲନ୍ତି ଯେ ଶୁକ ଶୁଣ ଅଭିମନ୍ୟୁ ବତ୍ସଏ କଥାମାନ ନ ଜାଣେ ସୁଦେବର ବତ୍ସ ।ଉଦବେଗେ ପୁତ୍ର ଘେନି ଚଳଇ ବହନଆନନ୍ଦରେ ପ୍ରଫୁଲ୍ଲିତ ହୋଇଛି ତ ମନ ।ମିଳିଲା ଯାଇ ଯେ ଗୋପନଗରେ ସତ୍ୱରେଅଚେତନ ହୋଇଛନ୍ତି ସକଳେ ନିଦ୍ରାରେ ।ଜନ ଗହଳ ଚହଳ ରବ ତହିଁ ନାହିଁଘୋଟିଅଛି ନିଦ୍ରାବତୀ ଯାଇଛନ୍ତି ଶୋଇ ।ଦେବ ଦାନବ ମାନବ ଆଦି ଜୀବ ଯେତେବିଷ୍ଣୁ ମାୟାରେ ସକଳ ମୋହିତ ଜଗତେ ।ନଗର ଭିତରେ ପୁଣି ଖଣ୍ଡେ ଦୂର ଗଲାନନ୍ଦର ମନ୍ଦିରେ ଯାଇ ପ୍ରବେଶ ହୋଇଲା ।ଦେଖିଲା ସଭିଙ୍କୁ ନିଦ୍ରାବତୀ ଅଛି ମୋହିଅଦଭୂତେ ତା କବାଟ ଫିଟିଅଛି ତହିଁ ।ଗୃହ ଆୟତନ ମଧ୍ୟେ ପଶିଲାକ ଯାଇକୃଷ୍ଣଙ୍କୁ ଘେନିଛି ତମ୍ବା ଖପରାରେ ଲାଇ ।ଦକ୍ଷିଣ ମେଲାରେ ଯାଇ ମିଳି ଅତି ବେଗେଦେଖିଲାକ ଯଶୋବନ୍ତୀ ଶୋଇଛନ୍ତି ଆଗେ ।ଦୁହିତା ଗୋଟିଏ ଦେବୀ କରିଛନ୍ତି ଜାତଶରୀରରେ ଜ୍ଞାନ ନାହିଁ ନିଦ୍ରାରେ ମୋହିତ ।ପିନ୍ଧିଲା ବସନଗୋଟି ଯାଇଅଛି ଫିଟିପଡ଼ିଛନ୍ତି ଯଶୋବନ୍ତୀ ଧରମୀରେ ଲୋଟି ।ଯେବଣ ଦୁହିତା ଜନ୍ମ କରିଛନ୍ତି ସେହିପାଦତଳେ ପଡ଼ିଛି ସେ ଚରଣ ହଲାଇ ।ତାହା ଦେଖି ବସୁଦେବ ହୋଇଣ ହରଷକୃଷ୍ଣଙ୍କୁ ଥୋଇଲା ନେଇ ଯଶୋବନ୍ତୀ ପାଶ ।ଯେ ଦୁହିତା ଯଶୋବନ୍ତୀ ଜାତ କରିଥିଲାତାକୁ ଆଣି ବସୁଦେବ ଖପରେ ଭରିଲା ।କୃଷ୍ଣ ମାୟାଗତ ପୂର୍ବୁଅଛି ଯେଉଁ ବାଣୀବଦନ୍ତି ଯେ ଶୁକ ଶୁଣ ପରୀକ୍ଷ ନୃମଣି ।ବାଳଭାବେ ନନ୍ଦଗୃହେ ଶ୍ରୀହରି ରହିଲେବିହି ଘଟସୂତ୍ର ଆନ ହୁଅଇ କି ଭଲେ ।ବସୁଦେବ ଭାଳେ ମନୁ ଫିଟିଲା ମୋ ଭ୍ରାନ୍ତିସର୍ବଶୁଭେ ପୁତ୍ର ମୋର ରହିଲା ଏ ଘାନ୍ତି ।ପିତୃଲୋକେ ପିଣ୍ଡଦାନେ ହୋଇଲା କାରଣପୁତ୍ରରକ୍ଷା ହେଉ ଯାଉ ପଛେ ମୋର ପ୍ରାଣ ।ଏହା କହି ଯମୁନାକୁ ପାରିହେଲା ବେଗେତୁରିତେ ମିଳିଲା ଯାଇ ବନ୍ଦୀଘର ଲାଗେ ।ଯେତେବେଳେ ବସୁଦେବ ନଦୀ ପାରହୋଇବାହୁଡ଼ି ବଢ଼ିଲା ପୁଣି ବେନିକୂଳ ଖାଇ ।ବସୁଦେବର ଆସିବାଯାଏ ଥିଲା ଥଳପୁନରପି ସାତତାଳ ଯମୁନାର ଜଳ ।ଏ ବଚନ ଶୁଣି ପୁଣି ପରୀକ୍ଷିତ ରାଜାଶୁକ ମୁନିର ଚରଣେ କରି ଦିବ୍ୟପୂଜା ।ବୋଲେ ଭୋଦେବ ଅପୂର୍ବ କଥା କହ ମୋତେଯମୁନା ନଦୀ ଯେ ଥଳ ହେଲା କେଉଁମତେ ।ନାବ ବୋଇତ ଭେଳାହିଁ କିଛି ତହିଁ ନାହିଁଏଡ଼େ ଦୁସ୍ତର ନଦୀକି ପାର ହେଲା କାହିଁ ।ଯୁକତେ ଯମୁନା ନଦୀ କୋଶେକ ଓସାରବେନିକୂଳ ବୁଡ଼ି ସ୍ରୋତ ବହେ ଖରତର ।ସେ ଦୁସ୍ତର ନଦୀ ପାର ହୋଇଲା କେମନ୍ତେଏ ସଂଶୟ କଥା ଫେଡ଼ି କହିବାକ ମୋତେ ।ଶୁକ ବୋଇଲେ ଆହୋ ପରୀକ୍ଷ ମହାରଥାବିଷ୍ଣୁ ମାୟାରେ ନୁହଇ କହ କେଉଁ କଥା ।ପ୍ରଖର ସ୍ରୋତ ସମୁଦ୍ରତୂଲ୍ୟ ମହାଜଳଅଗମ୍ୟ ଅଗୋଚରହିଁ ଯେଉଁ ନଦୀକୂଳ ।ତପତ ବଇତରଣୀ ଯମପଥ ନଦୀଶତେ ସହସ୍ର ଯୋଜନ ଅଟେ ଶୂନ୍ୟଭେଦି ।କେବଳ କଣ୍ଠେ ଗୋବିନ୍ଦ ନାମ ଉଚ୍ଚାରନ୍ତେଏହି ନଦୀ ପାର ହୋଇ ଯାନ୍ତି ସ୍ୱର୍ଗପଥେ ।ଯାହାର ନାମ ଜପନ୍ତେ ଭବନଦୀ ପାରିଯାଉଛନ୍ତି ବସୁଦେବ ତାଙ୍କୁ ଶିରେ ଧରି ।ଯମୁନା ନଦୀ ତାହାଙ୍କୁ କେତେମାତ୍ର ପୁଣିବାସୁଦେବ ମନକଲେ ବ୍ରହ୍ମାଣ୍ଡକୁ ଜିଣି ।ଯୋଗୀଜନମାନେ ମନେ ଚିନ୍ତନ୍ତି ଯାହାଙ୍କୁବସୁଦେବ ପୁତ୍ରରୂପେ ପାଇଛି ତାହାଙ୍କୁ ।ସକଳ ଫଳ ମିଳଇ ଯା ନାମ ଧରନ୍ତେକୋଶେ ଓସାର ଯମୁନା ଦୂର ଅବା କେତେ ।ମଥୁରାକୁ ଗୋପପୁର ବାରଯୁଣ ଛଡ଼ାବସୁଦେବକୁ ଲାଗିଲା ତାହା ଦଶ ଭଡ଼ା ।ଯେବଣ ମୁହୂର୍ତ୍ତେ ଘରୁ ହୋଇଲା ବାହାରସେହି ମୁହୂର୍ତ୍ତରେ ଆସି ମିଳେ ଧାତିକାର ।ମଥୁରାକୁ ଗୋପପୁର ଦ୍ୱାଦଶ ଯୋଜନପଥ ବାହି ଚାଲିଯାନ୍ତେ ଲାଗେ ଏକଦିନ ।କୃଷ୍ଣଙ୍କୁ ମସ୍ତକେ ଧରି ବସୁଦେବ ଗଲାପଞ୍ଚାଶ ଭଡ଼ାରେ ତାହା କିଞ୍ଚିତେ ଲଙ୍ଘିଲା ।ଯେବଣ କ୍ଷଣରେ ଘରୁ ହୋଇଲା ବାହାରସେହି ମୁହୂର୍ତ୍ତେକ ଫେରି ଅଇଲା ସତ୍ୱର ।ସକଳ ପାହାରୀମାନେ ନିଦ୍ରା ଯାଇଛନ୍ତିବସୁଦେବ ଗତାୟାତ କେହି ନ ଜାଣନ୍ତି ।କନ୍ୟା ଆଣି ନିଜପୁତ୍ର ନନ୍ଦଘରେ ଛାଡ଼ିବନ୍ଦୀଶାଳେ ବସୁଦେବ ମିଳିଲା ବାହୁଡ଼ି ।ଦେଖିଲା ଦେବକୀ ଦେବୀ ନିଦେ ଅଚେତନତା କୋଳରେ କନ୍ୟାଗୋଟି ଥୋଇଲା ବହନ ।କୃଷ୍ଣର ଜନମ ଚିହ୍ନ ପଡ଼ିଥିଲା ତଳେଜଡ଼ିଲା ବିଜୁଳିକନ୍ୟା ସେହି ରକ୍ତନାଳେ ।ନିଦ୍ରାରେ ଦେବକୀ ଦେବୀ ଥିଲା ଅଚେତନସେକ୍ଷଣି ଉଠିଲା ଆଙ୍ଗେ ପାଇ ନିଜ ଜ୍ଞାନ ।ଶାଙ୍କୋଳି ଭାଙ୍ଗିଣ ତଳେ ପଡ଼ିଥିଲା ଛିଡ଼ିତକ୍ଷଣି ଦୁହିଙ୍କ ପାଦେ ଲାଗିଲା ବାହୁଡ଼ି ।କବାଟ କିଳିଣିମାନ ରହିଥିଲା ଫିଟିଯେ ଯାହା ଖଞ୍ଜରେ ପୁଣି ଲାଗିଲା ପାଲଟି ।ପାହାରୀଏ ଶୋଇଥିଲେ ଚେତନା ହରାଇନିଦ୍ରାବତୀ ଛାଡ଼ିଯାନ୍ତେ ଉଠିଲେ ଚିଆଁଇ ।ଯେ ଯାହା ଦିହୁଡ଼ି ଦୀପ ଲଗାଇ ସତ୍ୱରେଠଣା ମୁଣ୍ଡମାନ ଜଗି ରହିଲେ ଯତ୍ନରେ ।ମାର ମାର ଧର ଧର ଡାକନ୍ତି ପ୍ରଚଣ୍ଡେଭୟଙ୍କର କୋଳାହଳ ପୂରିଲା ବ୍ରହ୍ମାଣ୍ଡେ ।ବିଷ୍ଣୁର ମାୟାରେ ସର୍ବେ ହୋଇଥିଲେ ମୋହିଯେତେ କଥା ହେଲା ତାହା ନ ଜାଣନ୍ତି କେହି ।ଜୟ ନିଦ୍ରାବତୀ ବିଶ୍ୱବିମୋହିନୀ ମାୟାଅଯୋନି ସମ୍ଭୂତା ତୋର ଅଟେ ନିଜ କାୟା ।ରୂପ ରେଖ ବର୍ଣ୍ଣ ଚିହ୍ନ କିଛି ତୋର ନାହିଁପଞ୍ଚାତ୍ମାରେ ପୂରିଅଛୁ ସରିସମ ହୋଇ ।ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଚୌଖାନିଓଁକାର ଆକାର ତୁମ୍ଭେ ମ କାରକୁ ଘେନି ।ବ୍ରହ୍ମଠାରୁ କୀଟଯାଏ ଯେତେ ଦେହଧାରୀଚରାଚର ଜଗତରେ ରହିଛନ୍ତି ପୂରି ।ଆକାଶ ପବନ ଦିଗ ତେଜ କ୍ଷିତି ଜଳଇନ୍ଦ୍ରଯମ ସହିତରେ ଦଶଦିଗପାଳ ।ନିମିଷକେ ଏ ସକଳ ପାରୁ ମାଗୋ ମୋହିସମସ୍ତେ ଅଛନ୍ତି ତୋର ବଶୀଭୂତ ହୋଇ ।ଚିଆଁ ଚଇତନ ମନ ବଚନ ସମାଧିମହାଶୂନ୍ୟ ପ୍ରକାଶ ଯେ ଅଟୁ ନଭଭେଦି ।ବ୍ରହ୍ମାଦି କୀଟ ପତଙ୍ଗ ଗଜ ନର ଆଦିସଚରାଚର ଭିତରେ ହୋଇଅଛି ବୃଦ୍ଧି ।କ୍ଷିତି ଜଳ ଆବୋରି ଅଛନ୍ତି ଦେବୀମାନେଏତେ ତୀର୍ଥ ଦେଲେ ହୁଏ ଅଣୁ ପରମାଣେ ।ନ ଜାଣନ୍ତି କେହି ତୋର ଆଦିଅନ୍ତ ସୀମାକେ ବର୍ଣ୍ଣି କହିବ ଅବା ତୋ ଦିବ୍ୟ ମହିମା ।ଅଦୃଶ୍ୟ ଅକ୍ଷୟ ଅଟେ ସଦା ତୋର ଦେହୀତୁ ସର୍ବ ସଞ୍ଚିଲୁ ତୋତେ ନ ସଞ୍ଚିଲା କେହି ।ଅନାଦି ଶକ୍ତି ତୁ ମାତ ଘେନ ମୋର ସେବାମୁଁ ଦିନ ଅଚ୍ୟୁତ ମୋତେ ଗତି ମୁକ୍ତି ଦେବା ।ଶୁକ ବୋଲନ୍ତି ତୁ ଶୁଣ ପରୀକ୍ଷ ନୃମଣିନିଦ୍ରାଭଙ୍ଗ ହ୍ୱନ୍ତେ ବସୁଦେବର ଘରଣୀ ।ନୟନ ମଳି ଦେଇଣ ଉଠିଲାକ ବସିଛାମୁରେ ଦେଖେ ଦୁହିତାଗୋଟି ରୂପରାଶି ।ଶରଦ ପୂର୍ଣ୍ଣିମାଦିନ ଦିଶେ ଯେହ୍ନେ ଜହ୍ନତେସନ ତେଜ ବିକାଶେ ବିଜୁଳି ବଦନ ।ରସାଣିଲା ସ୍ୱର୍ଣ୍ଣପ୍ରାୟ ବିରାଜଇ କାୟଘୋର ଅନ୍ଧାରେ ଦିଶଇ ଆଲୁଅ ପରାୟ ।ନିଦାଘେ ଉଦିତ ଯେହ୍ନେ ପ୍ରଚଣ୍ଡ ଆଦିତ୍ୟବିଜୁଳି କାୟ ଦିଶୁଛି ତେସନ ସଂଜାତ ।ଛଦ୍ରମେ ବାଳିକାରୂପେ ତଳେ ଅଛି ପଡ଼ିକୁଆଁ କୁଆଁ ହୋଇ କାନ୍ଦେ ହାତ ଗୋଡ଼ଝାଡ଼ି ।ପାଟି ବିସ୍ତାରି ଛାଡ଼ନ୍ତି ପୁଣି ଘୋର ରଡ଼ିଆକାଶରୁ ବଜ୍ରବାଣ ପଡ଼ଇ କି ଝଡ଼ି ।ବିଜୁଳି ବାଳୁତକାଳ ରୋଦନକୁ ଶୁଣିଦଲ ଦଲ ହୋଇଣ ଯେ କମ୍ପଇ ଧରଣୀ ।ବନ୍ଦୀଘରେ ପାହାରିଆ ଯେତେ ଜଗିଥିଲେବାଳିକା ଦୀର୍ଘ ରୋଦନ ଶ୍ରବଣେ ଶୁଣିଲେ ।ଏକକୁ ଆରେକ ଚାହିଁ କହନ୍ତି ସମ୍ଭର୍ବରାଜାର ଭଗିନୀ ଆଜ କଲା କି ପ୍ରସବ ।କେହୁ ବୋଲେ ଚାଲ ଚାଲ ମୁଦୁସୁଲୀ ପୁଚ୍ଛପୁତ୍ର କି ଦୁହିତା ହେଲା ବୁଝିବା ପ୍ରତ୍ୟକ୍ଷ ।କେହୁ ବୋଲଇ ସମ୍ପୂର୍ଣ୍ଣ ହେଲା ଆଠମାସପଚାରିବାର ଆମ୍ଭର ପ୍ରୟୋଜନ କିସ ।ଜଗି ରଖିବାର କଥା ଲାଗଇ ଆମ୍ଭଙ୍କୁଡଗରାମାନେ ବାରତା କହନ୍ତି ରାଜାଙ୍କୁ ।ଏସନକ ବିଚାରନ୍ତି ରାଜା ପଢ଼ିହାରୀଉଚ୍ଚରେ ରୋଦନ କରେ ବିଜୁଳି କୁମାରୀ ।ଏଥୁ ଉତ୍ତାରେ ଡଗରାମାନେ ତହୁଁ ଗଲେକଂସ ରାଜାର ଆଗରେ ବାରତା କହିଲେ ।ସାବଧାନେ ଶୁଣିମା ଭୋ ଦେବ ନୃପମଣିଦେବକୀ ଦେବୀ ପ୍ରସବ କଲେ ଏହିକ୍ଷଣି ।ପୁତ୍ର କି ଦୁହିତା ବୋଲି ନ ପାରିଲୁ ଚିହ୍ନିଶୁଭୁଅଛି ବାଳୁତର ରୋଦନ ଯେ ଧ୍ୱନି ।ରଜନୀ ପ୍ରକଟ ହୋଇଅଛି ନବଘଡ଼ିଏସନ ବାର୍ତ୍ତା କହିଲେ ଚାରେ କରଯୋଡ଼ି ।ଚାରଗଣ ମୁଖୁଁ ବାର୍ତ୍ତା ପାଇ କଂସରାୟଅନ୍ତର୍ଗତେ ଜାଣି ରାଜା ହରଷ ବିସ୍ମୟ ।ସେ ପ୍ରଚଣ୍ଡ ଊର୍ଦ୍ଧ୍ୱମୁଖ ହୋଇ କୋପ କରେଗର୍ଜଇ ଅଧରେ ଦନ୍ତ ଚାପି ରୋଷଭରେ ।ବାହାନାଦ କରି ଉଠେ ରାଜା ଉଗ୍ରସେନୀବଜ୍ରସମ ଲୌହଗଦା କରେ ଅଛି ଘେନି ।ଜଗତୀ ଉପରୁ ବୀର ପଡ଼ିଲାକ ଡେଇଁବଳ ଗର୍ବରେ ବହୁତ ପ୍ରତିଜ୍ଞା କରଇ ।କନକ ପାବଚ୍ଛ ତଳେ ଧାମେ ଖରତରଅସମ୍ଭାଳ ହୋଇ ବୀର ଝୁଣ୍ଟିଲା ଆବର ।ଉଠିଲା ବେଳରେ ଚାଳ ବାଜିଲା ତା ମାଥେପିନ୍ଧିଲା ବସନ ଛନ୍ଦିହେଲା ନିଜ ପାଦେ ।ଛାମୁରେ କଳା ମଞ୍ଜାରୀ ଦୀର୍ଘରଡ଼ି ଛାଡ଼ିଉଲୁକ ଛାମୁରେ ଉଠେ କରି ଘୋରରଡ଼ି ।ବାମ ଡାହାଣରେ ଝିଙ୍କ ପକ୍ଷୀ ଝାଡ଼େ ପଖାବେଗେ ଚାଲନ୍ତେ ଡିଅଇଁ ବାମ ଆଖି ରେଖା ।ଏସନକ ଅଲକ୍ଷଣ ଦେଖେ କଂସରାୟଆପଣାର ଶରୀରକୁ ଲାଗେ ବଡ଼ ଭୟ ।ପ୍ରତିଜ୍ଞା କରି ଧାମଇଁ ସେହି ମହାରୋଷେତୁରିତେ ଯାଇଁ ମିଳିଲା ବନ୍ଦୀଘର ପାଶେ ।ଶ୍ରୀହସ୍ତେ ମୁଦ ଭାଙ୍ଗିଣ କବାଟକୁ ଫେଇଭିତରେ ବେଗେ ପ୍ରବେଶ ହେଲା ବୀର ଯାଇଁ ।ଦେବକୀ ଦେଖି ପ୍ରଣାମ କଲା ମହାରାୟବୋଇଲା ଜାତ ହୋଇଛି କିନ୍ୟା କି ତନୟ ।ଏଠାରୁ ତୋହର ଦୁଃଖ ସରିଲା ଭଗିନୀଏବେ ପୁତ୍ର ଜାତକର କୁଳର କାରେଣୀ ।ଏଠାରୁ ଅଷ୍ଟମ ଗର୍ଭ ହେଲା ସମାପତବହନ କରି ପୁତ୍ରକୁ ଦିଅ ମାର ହସ୍ତ ।ଦେବକୀ ବୋଲଇ ବାବୁ ପୁତ୍ର ଏ ନୁହଇଏ ଘାନ୍ତି ଦେଖ ଦୁହିତା ଗୋଟା ଜାତହୋଇ ।ମୁଁ ତୋର ଜ୍ୟେଷ୍ଠ ଭଗିନୀ ତୁ ମୋ ସାନଭାଇକେତେ ଜିଙ୍ଘାସ କରୁଛୁ ବାରେ କର ତ୍ରାହି ।ଷଡ଼ଗୋଟା ପୁତ୍ର ମୋର ମାଇଲୁ ସ୍ୱହସ୍ତେତହିଁକି କିସ ମୁଁ ପୁଣ ବୋଲୁଅଛି ତୋତେ ।ଅନେକ ପୁଣ୍ୟ କଲେ ସେ ଚାହିଁ ପୁତ୍ରମୁଖଭଣଜା ଉଦ୍ଧାର ଆମ୍ଭ ପିତୃଙ୍କୁ ନରକ ।ବିଶେଷେ ତୁ ଚକ୍ରବର୍ତ୍ତୀ ତିନିପୁରେ ରାଜାତୁମ୍ଭଙ୍କୁ କରନ୍ତି ସର୍ବ ଦେବଗଣ ପୂଜା ।ସପତ ସାଗର ନବଦ୍ୱୀପେ ତୁ କାରେଣୀଭଣଜା ନ ଥିଲେ କିଏ ହୋଇବ ବରଣୀ ।ଆଈର ନାତି ଯେ ପୁଣ ବିଷ୍ଣୁ ଦେବ ସମଏହାକୁ ପୂଜା କଲେ ତ ପାଇ ବହୁ ଧର୍ମ ।ଭାଇ କୋଟି କୋଟି ଲୋକ ଯେତେ ପୁଣ୍ୟପାଇଏକ ଅତିଥି ଭୁଞ୍ଜିଲେ ତେବେ ପୁଣ୍ୟ ହୋଇ ।କୋଟି ଅତିଥି ଭୁଞ୍ଜାଇ ଫଳ ପାଇ ଯେତେଏକ ବ୍ରାହ୍ମଣ ଭୋଜନେ ଫଳ ହୋଏ ତେତେ ।ଯଦ୍ୟପି ଭୋଜନ ଦେବ ବ୍ରାହ୍ମଣ କୋଟିଏତେତେ ପୁଣ୍ୟ ତୃପ୍ତିକଲେ ଗୋରୁଙ୍କୁ ଗୋଟିଏ ।କୋଟି ଗୋରୁ ତୃପ୍ତକଲେ ଯେତେ ପୁଣ୍ୟ ଅଛିଭଣଜାକୁ ଭୁଞ୍ଜାଇଲେ ତେତେ ପୁଣ୍ୟଲେଛି ।ସହସ୍ରେକ ଶମ୍ଭୁଲିଙ୍ଗ ପୂଜା କରାଇବାତହୁଁ ଶତଗୁଣ ଫଳ ଭୋଜନରେ ଦେବା ।ଭାଇ ହୋଇ ଭଣଜାଙ୍କ କଲପ୍ରାଣ ନାଶସଂସାରରେ ଅପଖ୍ୟାତି ପାଇଲ ଅଯଶ ।ଦେବକୀ ବଚନ ଶୁଣି ବୋଲେ ନରନାଥତୁମ୍ଭେ ଯେଉଁ ଆଜ୍ଞାଦେଲ ଅଟେ ସେହୁ ସତ୍ୟ ।ପବିତ୍ର ଭୋଜବଂଶେ ମୁଁ ଅଟେ ନୃପନିଧିମୁଁ କି ନ ଜାଣଇ ପାପ ପୁଣ୍ୟ ଯେତେ ବିଧି ।ବିଧାତା ଲିଖନ ଏ ମୋତେ ଏସନକ ଭୋଗଭଣଜା ହସ୍ତରେ ମୋତେ ଅଛି ମୃତ୍ୟୁଯୋଗ ।ଦେବତାଙ୍କୁ ଜିଣିଲି ମୁଁ ନିଜ ଭୁଜବଳେସରିସମ ଯୋଦ୍ଧା ମୋତେ ନାହିଁ ରବିତଳେ ।ଇନ୍ଦ୍ର ଦେବତା ସହିତେ ସେବୁଛନ୍ତି ମୋତେଆବର ବଡ଼ପଣହିଁ କରିବଇଁ କେତେ ।ଅଳପକେ ଏଡ଼େ ବଡ଼ପଣ ନାଶଯିବପିମ୍ପୁଡ଼ି ପରାକ୍ରମେ କି ହସ୍ତୀ ବନ୍ଦୀ ହେବ ।ଜଣକର ଦୋଷେ ହେବେ ସର୍ବ ନାଶଯିବପଣ୍ଡିତଙ୍କ ବିଚାରରେ ତାହାକୁ ତେଜିବ ।ଯେବେ ଆପଣା ଆତ୍ମାକୁ ପ୍ରମାଦ ପଡ଼ିବଗୋରୁ ବ୍ରାହ୍ମଣ ହୋଇଲେ ହତ୍ୟାହିଁ କରିବ ।ନାନା ପାପ କରି ଆପେ ଆତ୍ମରକ୍ଷାକରିପଛେ ଛଡ଼ାଇବ ପାପ ଘେନି ତୀର୍ଥବାରି ।ଏ ସମ୍ପଦ ଥିବ ସିନା ପିଣ୍ଡେ ପ୍ରାଣ ଥିଲେଅଭାଗ୍ୟ ହୋଇବ ଜାଣ ମୋର ନାଶ ଗଲେ ।ବେଭାରେ ମୁଁ ଧନବନ୍ତ ଅଟେ ମହାରାୟଦାନ ଧ୍ୟାନରେ କରିବି ପଛେ ପାପ କ୍ଷୟ ।ଦେବକୀ ବୋଇଲେ ଭାଇ ଆତ୍ମ ଶତ୍ରୁ ବୋଲିଜାତକରି ଷଡ଼ପୁତ୍ର ନେଇ ସମର୍ପିଲି ।ସେ ପୁତ୍ର ମୋର ଜୀବନ୍ତେ ଯେବେ ରହିଥାନ୍ତେଆମ୍ଭ ସହୋଦର ତୁମ୍ଭ ପ୍ରାଣ ସଖା ହ୍ୱନ୍ତେ ।ଦୁର୍ବୁଦ୍ଧି ବିଚାରି କଲ ତୁମ୍ଭେ ତାଙ୍କୁ ନାଶକେବଳ ମାତ୍ର ଅର୍ଜିଲି ବତ୍ସଦ୍ରୋହ ଦୋଷ ।ଆଗେ ପୁତ୍ର ତୁମ୍ଭର ଯେ ହୋଇଲେ ବଇରୀସ୍ତିରୀ ନିଲକ୍ଷଣା କିସ ତୁମ୍ଭର ଯେ କରି ।ପିଣ୍ଡକୁ ମାତ୍ର ମୋହର ଏହି ଶାଖା ହେଉଥୋକାଏ ମୋହର ପୁତ୍ରକଷ୍ଟ ପାର ଯାଉ ।କଂସ ବୋଇଲେ ଗୋ ଭଗ୍ନୀ ଆଠଗର୍ଭ ଯାଏପୁତ୍ର ହେଉ କି ଦୁହିତା ତାକୁ ମୋର ଭୟେ ।ବୋଇଲ ନିଲକ୍ଷଣୀ କି କରିବ ତୁମ୍ଭଙ୍କୁସ୍ତିରୀରୂପେ ଜାତ ହେଲେ ପ୍ରମାଦ ଆମ୍ଭଙ୍କୁ ।ମହିଷାସୁର ଅଧିପ ଅଟେ ତିନିପୁରେତ୍ରିଦଶ ଦେବତା ସ୍ୱର୍ଗଛାଡ଼ି ଯାର ଡରେ ।ସରିସମ ଯୋଦ୍ଧା କେହି ନାହିଁ ଯାର ଆଗେତେଡ଼େ ଅସୁର ବିନାଶ ସ୍ତିରୀଙ୍କର ଯୋଗେ ।ଶୁମ୍ଭ ନିଶୁମ୍ଭ ବିକ୍ଷୁର ରକ୍ତବୀର୍ଯ୍ୟ ବଳମହାଦୁଷ୍ଟ ଦର୍ପିଷ୍ଠ ଏ ସବୁ ମହାବଳ ।ତୁଚ୍ଛ ପରାୟେ ଦିଶଇ ପୃଥିବୀ ଯାହାକୁସ୍ତିରୀରୂପେ ନାଶକରି ଅଛନ୍ତି ତାହାଙ୍କୁ ।ବଳୀର ଯେ ନିଜ ପିତା ବୈଲାଚନ ବୀରସଂକ୍ଷେପି କହିବ କେହୁ ବଳବୀର୍ଯ୍ୟ ତାର ।ନବଦ୍ୱୀପେ ବୁଲଇ ସେ ନବଘଡ଼ିମାନେସପ୍ତ ସମୁଦ୍ରେ ତର୍ପଣ କରେ ପ୍ରତିଦିନେ ।ତେତିଶକୋଟି ଦେବତା ବୈଲୋଚନ ଡରେଅମ୍ବର ତେଜି ପଳାଇ ଗଲେ ଯେ ଯାହାରେ ।ଅକ୍ଷୟ ସେ ଅଜ୍ରାମର ଶଙ୍କରଙ୍କୁ ତୋଷିଦିବସେ ନ ମରିବ ସେ ନ ମରିବ ନିଶି ।ପବନେ ନ ଉଡ଼ି ପୋଡ଼ି ନ ଯିବ ଅନଳେଖଡ଼ଗରେ ନ ଛିଡ଼ିବ ନ ବୁଡ଼ିବ ଜଳେ ।ଏଡ଼େ ଅସୁର ଗୋଟା ସେ ଅକାରଣେ ମଲାଛାର ସ୍ତିରୀଯୋଗୁଁ ସିନା ପ୍ରାଣ ହରାଇଲା ।ଲୋହାସୁର ବିକଟ ଏ ବେନି ମହାବଳୀତ୍ରିଶିରା ଆଦି ଅସଂଖ୍ୟ ଦୈତ୍ୟବଳ ମିଳି ।ବ୍ରହ୍ମାଣ୍ଡକୁ ତୁଚ୍ଛ କଲେ ନରଜୀବ ଗିଳିନବଦ୍ୱୀପ ନ ସହିଲା ତାହାଙ୍କ ଆର୍ଦ୍ଦୋଳି ।ଦୁର୍ବାର ଅସୁର ବଳ ଅସଂଖ୍ୟ ରାକ୍ଷସସେମାନେ ସ୍ତିରୀଙ୍କ ହସ୍ତେ ଗଲେ ପ୍ରାଣେ ନାଶ ।ତୁମ୍ଭେ ବୋଇଲ ଦୁହିତା କି କରି ତୁମ୍ଭରସ୍ତିରୀରୂପେ ଜନ୍ମ ଜାଣ ମାୟା ଶ୍ରୀକୃଷ୍ଣର ।ତୋହର ଗର୍ଭରେ ଅବା ସେ ଜାତ ହୋଇଛିନ ବୋଲ ଏ କଥା ମୋତେ ଥାଅ ମନୁ ମୁଚ୍ଛି ।କହିଲେ ନାରଦ ମହାମୁନି ସତ୍ୟବାଣୀତାହାଙ୍କର ବଚନ ମୁଁ ହୃଦମଧ୍ୟେ ଗୁଣି ।ଷଡ଼ପୁତ୍ର ମାରିଲଇଁ ପୁତ୍ରେ ଶୂନ୍ୟେ ଗଲାଅଷ୍ଟମ ଗର୍ଭ ଏଠାରୁ ସମାପତ ହେଲା ।ଏ ବାଳିକା ଗୋଟି ମୋତେ ସମର୍ପିଣ ଦେବାଯଦ୍ୟପି ଜ୍ୟେଷ୍ଠ ଭଗିନୀ ଘେନିଲ ମୋ ସେବା ।ଏ ଉତ୍ତାରୁ ଯେବେ ତୋର ହେବ ପୁତ୍ର ଜାତଏ ପୃଥ୍ୱୀର ଅଧିକାରୀ କରିବି ଏ ସତ୍ୟ ।ଦେବକୀ ବୋଇଲେ ତୁମ୍ଭେ ରାଜରାଜେଶ୍ୱରଆବର ବଚନ ଏକ ଶୁଣସି ମୋହର ।ଭାଇ ସ୍ୱୟଂ ବାଳହତ୍ୟା ବିଶେଷେଣ ସ୍ତିରୀଅନେକ ପାପ ଅର୍ଜିବୁ ଏହାକୁ ତୁ ମାରି ।ଭାଇ ଦୟାକରି ଏହା ନ ଦେଲେ ତୁ ମୋତେସଂସାରରେ ଅପକୀର୍ତ୍ତି ଅରଜିବୁ କେତେ ।କଂସ ବୋଲେ ନ ରୁଚଇ ମୋତେ ଯେ ଏମାନଯାହା ଜାତ କରିଅଛୁ ଦିଅସି ବହନ ।ପୁତ୍ର କି ଦୁହିତା ବୋଲି ନାହିଁ ମୋ ସରାଗଧରଣୀରେ କଚାଡ଼ିବି ଦିଅ ମୋତେ ବେଗ ।କହୁଁ କହୁଁ ରାଜା ତାକୁ ଛାଡ଼ିଲା ଉପ୍ରୋଧଧାତିକାରେ ମିଳିଲା ସେ ଦେବକୀ ସନ୍ନିଧ ।କୋପଭର ହୋଇ ବୋଲେ ରାଜା ଉଗ୍ରସେନିକିପାଁ ବାଳିକା ତୁ ମୋତେ ନ ଦେଉ ଭଗିନୀ ।ୟା ବୋଲି ଦେବକୀ କୋଳୁ ଆଣିଲା ଉଛୁଡ଼ିମୂର୍ଚ୍ଛା ଯାଇଣ ଦେବକୀ ଦେବୀ ତଳେ ପଡ଼ି ।ଗଳଥା ମାରିଣ ରାଜା ଦେଲାକ ପକାଇଉତ୍ତାନ ହୋଇ ପଡ଼ିଲେ ଦେବୀ ମୂର୍ଚ୍ଛାଯାଇ ।ଘଡ଼ିକେ ଚେତନା ପାଇ କରନ୍ତି ରୋଦନବେନି ନୟନୁ ଲୋତକ ବହେ ଘନ ଘନ ।ଆହାରେ ବିଧାତା ମୁହିଁ କେଉଁ ପାପ କଲିଦିଗପାଳ ସମ ଷଡ଼ପୁତ୍ର ଜାତ କଲି ।ଚାଣ୍ଡାଳ ଦାରୁଣ ଭାଇ ମୋର ଦୁଷ୍ଟ ନଷ୍ଟସ୍ୱହସ୍ତରେ ଷଡ଼ପୁତ୍ର କଚାଡ଼େ ପାପିଷ୍ଠ ।ପ୍ରାଣର ବଇରୀ ବୋଲି ପୁତ୍ରନ୍ତ ମାଇଲାଦୁହିତା ଗୋଟି କେବଣ ଦୋଷ ତାର କଲା ।ପଣ୍ଡୁକୁ ଶାଖା ମୋହର ହୁଅନ୍ତା ସେ ମୋତେକି କୁବୁଦ୍ଧି ବିଚାରି ସେ ମାରଇ ଅଦ୍ଭୁତେ ।ରକ୍ତ ମାଂସ ଦେହ ବହି ସହି କି ଏ ବ୍ୟଥାସ୍ତିରୀ ସଂସାରକୁ ଏହି ବିଡ଼ମ୍ବନା କଥା ।କେବଣ ପୁରୁଷ ମୋତେ ଦେଲା ଏଡ଼େ ଶାପସେ ଘେନି ଫଳିଲା ମୋତେ ଏସନ ସ୍ୱରୂପ ।ଦେବକୀ କ୍ରୋଧ ବଦନ ବସୁଦେବ ଦେଖିବୋଲଇ ଶୋକ ଆଉ ନକର ଶଶୀମୁଖି ।ବିଧାତା ପୁରୁଷ କର୍ମେ ଲେଖିଅଛି ଯାହାପୂର୍ବେ ଯାହା ଅର୍ଜିଅଛୁ ଭୁଞ୍ଜିବୁନା ତାହା ।ଯେ ଥିଲା ଅର୍ଜିଲା ଦୋଷ ଆପେ ଭୋଗକରିମାୟାମୋହ ସଂସାର କେ ନୁହନ୍ତି କାହାରି ।ପୁତ୍ରକୁ ସୁମରି ଆମ୍ଭେ ଯଦ୍ୟପି ମରିବାମଲାପୁତ୍ରକୁ ଆଉ କି ଜିଆଇଁ ପାରିବା ।ଆମ୍ଭେ ଅର୍ଜିଥିଲେ ପୁତ୍ର ଦୁହିତା ସକଳକଥା ରହିବ କେବଳ ହୋଇବା ବିକଳ ।ଦଇବ ଦଣ୍ଡୁଅଛି ଗୋ କାହାକୁ କହିବାଯେତେ ଦଣ୍ଡ ଅଛି ସବୁ କର୍ମକୁ ବୋଲିବା ।କର୍ମରେ ଯେବେ ଅଛଇ ଦୋଷ ଅପୁତ୍ରକଦେଖିବା କାହୁଁ ଗୋ ଆମ୍ଭେ ପୁତ୍ରଙ୍କର ମୁଖ ।ପୁତ୍ର ଦେଇ ବସୁଦେବ ବିଜୁଳି ଆଣିଛିତେଣୁ ତାହା ମନେ ନାହିଁ ବିଷାଦ ଯେ କିଛି ।ଦେବକୀ ନ ଜାଣେ ପୁତ୍ର ପାଲଟିବା କଥାତେଣୁ କରି ତାର ହୃଦେ ଜାତ ବଡ଼ ବ୍ୟଥା ।ଏଥୁ ଅନନ୍ତରେ ସେହୁ କଂସାସୁର ବୀରବିଜୁଳି କନ୍ୟାକୁ ଘେନି ଚଳେ ଧାତିକାର ।ଆଣ୍ଟକରି ଦୁହିତାର ଧରିଛି ଚରଣବଦନ ଗୋଟି ତାହାର ଚାହେଁ କ୍ଷଣ କ୍ଷଣ ।ବଜ୍ରଦଣ୍ଡ ଖଣ୍ଡା ବାମକରେ ଅଛି ଧରିହରଷ ହୋଇ ଚଳଇ ଭୀଷ୍ମରୂପଧାରୀ ।ନଗ୍ର ସିଂହଦ୍ୱାରେ ଅଛି ଅକର୍ମା ଯେ ଶିଳତହିଁ ନିକଟେ ମିଳିଲା ଯାଇ ମହୀପାଳ ।ରେରେକାର କରି ଗର୍ଜିଉଠେ ରୋଷଭରେବଜ୍ର ପଡ଼ଇ ଯେସନେ ପର୍ବତ ଉପରେ ।ବୁଲାଇ କୁମାରୀ ପାଦ ଧରି ଅନ୍ତରୀକ୍ଷେଦର୍ପଣ ଶିଳାରେ ନେଇ କଚାଡ଼େ ପ୍ରତ୍ୟକ୍ଷେ ।କଚାଡ଼େ ହୁଂକାର ନାଦ କରି ମହାବଳୀରଜକ ବସ୍ତ୍ର କାଚଇ ଯେସନେକ ତୋଳି ।ତେସନକ କଚାଡ଼ଇ ଅତିବେଗେ ବୀରବିଶ୍ୱରୂପ ଧରି ଦେବୀ ଫିଟିଲେ ହସ୍ତର ।ସ୍ୱଭାବେ ତ ମହାନିଶା ଘୋର ଅନ୍ଧକାରନିର୍ଧୂମ ଅନଳ ଜିଣି ଦିଶେ କାୟା ତାର ।ଅତି ତେଜମୂର୍ତ୍ତି ଧରି ଉଦେ ଶୂନ୍ୟେ ମଧ୍ୟେକଂସ ଛାତିରେ ମାଇଲେ କୋପେ ବେନିପାଦେ ।ରୁଧିର ବାହାରେ ମୁଖବାଟେ ବଢ଼ି ଜାଣିଶୂନ୍ୟେ ଛିଡ଼ା ହୋଇଛନ୍ତି ବିଜୁଳିକି ଜିଣି ।ଅନ୍ଧ ପଟଳ ବାନ୍ଧିଲା ପରି ଉଗ୍ରସେନିଦଶଦିଗେ ଅନ୍ଧକାର ଘୂରେ ଚକ୍ର ଜାଣି ।କଂସ ଦୁଇହାତେ ଅଛି ବେନିପାଦେ ମୁଷ୍ଟିଅନ୍ତରୀକ୍ଷେ ଯାଉଛନ୍ତି ଗଗନକୁ ଘୋଟି ।ଲତା ବିଜୁଳି ପରାୟ କାୟା ଯେ ଦିଶିଲାଶୂନ୍ୟ ମଣ୍ଡଳେ ସେ ମହାତେଜ ବିକାଶିଲା ।ବିକ୍ରମ ସିଂହ ପିଠିରେ ଆରୋହୀ ଚାମୁଣ୍ଡାଅନେକ ଆୟୁଧ କାତି ଖପର ଯେ ଖଣ୍ଡା ।ତ୍ରିଶୂଳ ଡମ୍ବରୁ ପର୍ଶୁ ମୁଦ୍ଗର ଆବରତକ୍ଷକ ନାଗ ଅଙ୍କୁଶ ନାରାଚ କୁଠାର ।ଆଢ଼େଣି ବଜ୍ର ଶକତି କୁନ୍ତ ବଜ୍ରମୁନାଅଭୟ ଖର୍ପର ହସ୍ତେ ଶୋହ ବଜ୍ରସେହ୍ନା ।କିରୀଟ କୁଣ୍ଡଳ କର୍ଣ୍ଣେ ଗଳେ ମୁଣ୍ଡମାଳିଯୁକତେ ଖାଙ୍କର କେଶ ଭୟଙ୍କର କାଳୀ ।ଶରଦ ଇନ୍ଦୁବଦନ ସିନ୍ଦୁରେଣ ମଣ୍ଡିଭୂଷିତ ମନ୍ଦାରମାଳା ଘୋରରୂପୀ ଚଣ୍ଡୀ ।କିଳି କିଳି କୁହୁ କୁହୁ ନାଦ ଟହ ଟହଅତି ଭୟଙ୍କର ରୂପ ଜିଭ ଲହ ଲହ ।ଅନନ୍ତ କୋଟି ଚାମୁଣ୍ଡା ପାରୁଶରେ ମିଳିଅର୍ଦ୍ଧ ଆକାଶେ କରନ୍ତି ରହି ରଙ୍ଗେ କେଳି ।ମେଷ ମହିଷ ଗର୍ଦ୍ଦଭ ବାହନରେ ଚଢ଼ିମଦିରା ମହୁମାଂସକୁ ଭକ୍ଷନ୍ତି କାମୁଡ଼ି ।ମଧ୍ୟାହ୍ନ ଆଦିତ୍ୟ ଯେହ୍ନେ ଦିଶେ ତେଜୋମୟପ୍ରଚଣ୍ଡ ଆଦିତ୍ୟ କିବା ହୋଇଛି ଉଦୟ ।କଂସ ରାଜନ ଆଶ୍ଚର୍ଯ୍ୟ ହେଲା ତାହା ଦେଖିକ୍ଷଣ କ୍ଷଣକେ ଚାହଁଇ ଉର୍ଦ୍ଧ୍ୱକୁ ନିରୀକ୍ଷି ।ଆଦିତ୍ୟ ଜ୍ୟୋତିକି ଯେହ୍ନେ ଚାହିଁ କ୍ଷଣେ କ୍ଷଣେଅନ୍ଧପଟଳ ଘୋଟଇ ନୟନେ ତେସନେ ।ଯେ ବେଳେ କଂସ ବିଜୁଳି କନ୍ୟାକୁ ଚାହିଁଲାପୃଥିବୀଯାକ ତାହାକୁ ଅନ୍ଧାର ଦିଶିଲା ।ଉର୍ଦ୍ଧ୍ୱମୁଖ ହୋଇ ଚାହିଁ ଆକାଶକୁ ରାୟେବୋଲନ୍ତି ଦରହସିତ ବଦନରେ ମାଏ ।ଆରେ କଂସରାଜା ତୋର ମତି ହେଲା ଛନମାରିଅଛୁ ଦେବକୀର ବାଳୁତ ନନ୍ଦନ ।ଆରେ ମୂଢ଼ ମଣୁଅଛୁ ଏବେ ସେହି ପ୍ରାୟେଆମ୍ଭଙ୍କୁ ତୁ ମାରି ଲୋଡ଼ୁ କଚାଡ଼ି ଶିଳାଏ ।ଅଜର ଅମର ଆମ୍ଭେ ଈଶ୍ୱର ଘରଣୀଅନାଦି ଶକତି ଆମ୍ଭେ ଦୁର୍ଗା ଠାକୁରାଣୀ ॥
ଉତ୍ପତ୍ତି ପ୍ରଳୟ ଆଦି ଜାଣ ଆମ୍ଭ ତହିଁଆମ୍ଭେ ଜଗତ ଭକ୍ଷିଲେ ରଖନ୍ତା କେ ନାହିଁ ।ମତ୍ତଗର୍ବ ବୁଦ୍ଧିଧରି ହୋଇବୁ ବିନାଶଆମ୍ଭଙ୍କୁ ପ୍ରମାଦ ଚିନ୍ତୁ ପାଇବୁ ତୁ କ୍ଲେଶ ।ଯେ ବିଜ୍ଞ ପଣ୍ଡିତ ମହାଜ୍ଞାନବନ୍ତ ପ୍ରାଣୀଏଡ଼େ ବଡ଼ ଅନାଚାର କରନ୍ତି ଯେ ପୁଣି ।ଭଣଜାକୁ ମାଇଲୁ ତୁ ମୂଢ଼ ଅକାରଣେଯେ ମାରିବ ତୋତେ ଜାତ ସେ ଗୋପଭୁବନେ ।ଅଷ୍ଟମଲ୍ଲ ସହିତେ ତ ଯିବ ସର୍ବନାଶତେବେ ଯେ ବସୁଧା ଦେବୀ ହୋଇବ ଉଶ୍ୱାସ ।ଏତେ କହି ଅନ୍ତର୍ଦ୍ଧାନେ ଗଲେ ମହାମାଏମହାଶୂନ୍ୟର ଭିତରେ ଲୁଚାଇଲେ କାୟେ ।ଶୁକମୁନି ବୋଇଲେ ହେ ଶୁଣ ମହାରଥାବିଜୁଳି ମୁଖରୁ କଂସ ଶୁଣିଣ ଏ କଥା ।ଗତଆତ୍ମା ପ୍ରଭୁ ହୋଇ କଂସାସୁର ରାୟସନ୍ଦେଶ ବାରତା ପାଇ କଲା ମହାଭୟ ।ନବଘଡ଼ି ଆସି ହେଲା ପ୍ରବେଶ ରଜନୀବାହୁଡ଼ି ବିଜେ କଲାକ ରାଜା ଉଗ୍ରସେନି ।ମନେ ତାର ଗରୁ ଚିନ୍ତା ଚିତ୍ତ ଛନ୍ନ ଛନ୍ନଲଲାଟରେ ନିଜକର ତାଡ଼େ ଘନ ଘନ ।ବିଚାରି ବୋଲେ ଅନେକ ପାପ ମୁଁ ଯେ କଲିଅଦୋଷେ ଭଣଜା ଷଡ଼ଗୋଟାଙ୍କୁ ମାଇଲି ।ସୋଦର ଜନଙ୍କୁ ବଧ କଲି ଅକାରଣପାପହିଁ ବଢ଼ିଲା କିଛି ନୋହିଲା କାରଣ ।କେମନ୍ତେ ସତ କହନ୍ତି ନାରଦ ସେ ମୁନିକହନ୍ତି ତାହାଙ୍କୁ ଲୋକେ ଭବିଷ୍ୟତ ଜ୍ଞାନୀ ।ଏଡ଼େ ମାୟା କଥା ଗୋଟା ଯେବେ ଜାଣିଥାନ୍ତିସୋଦର ଭଣଜାଙ୍କୁ ମୁଁ କିପାଇଁ ଡରନ୍ତି ।ଜ୍ୟେଷ୍ଠ ଭଗ୍ନୀଠାରେ କଲି ମୁହିଁ ମହାଦୋଷନାରଦଙ୍କ କହିବାରେ କଲି ସିନା ରୋଷ ।ପାପକୁ ତ କଳିପ୍ରିୟ ମୁନି ନ ଡରିଲାଷଡ଼ଗୋଟା ଭଣଜାଙ୍କୁ ମାର ଦୀକ୍ଷା ଦେଲା ।ଏତେ ଭାଳି କଂସରାଜା ଚଳେ ଅତି ବେଗେମିଳିଲା ଯାଇ ଭଗିନୀ ଭିଣୋଇର ଆଗେ ।ଜ୍ୟେଷ୍ଠ ଭଗିନୀକି ଦେଖି ଦୂରୁ କଂସରାଜାପାଦରେ ପଡ଼ିଣ ଉଠି କଲା ପାଦପୂଜା ।କଂସରାଜା ବୋଇଲା ତୁ ମୋର ଭଗ୍ନୀ ଜ୍ୟେଷ୍ଠତୋଠାରେ ଅନେକ ଦୋଷ କଲି ମୁଁ ପାପିଷ୍ଠ ।ବନ୍ଦୀଘରେ ରଖି ତୋତେ ବହୁ ଦୁଃଖ ଦେଲିଆବର ତୁମ୍ଭର ଷଡ଼ ପୁତ୍ରଙ୍କୁ ମାଇଲି ।ନାରଦ ମୁନି କହିଲା ମୋତେ ମିଛବାଣୀମୁଁ ଚାଣ୍ଡାଳ ତା ବଚନ କଲଇଁ ନ ଜାଣି ।ଅଜ୍ଞାନେ ଦେଲଇଁ ମୁହିଁ ବହୁତ କଷଣସ୍ୱହସ୍ତେ ଭଣଜାମାନ କଲଇଁ ନିଧନ ।ପୁତ୍ର ଷଡ଼ଗୋଟା ହୋଇଥାନ୍ତେ ସମକଚ୍ଛନ ଜାଣିମା ପଣେ ସିନା ମାଇଲଇଁ ବତ୍ସ ।ବହୁତ ରାଗେ ମୁଁ କଲି ଏସନକ କର୍ମବିଜୁଳି ମୁଖରୁ ଶୁଣି ଜାଣିଲି ସେ ଧର୍ମ ।ସେ ବେଳୁ ଜାଣିଲି ସିନା ସେ କଥା ପ୍ରମାଦଆକାଶରୁ ଅଦଭୂତେ ଶୁଭିଲା ଶବଦ ।ସେ କଥା ଶୁଣି ମନକୁ ମୋର ପ୍ରତେ ଗଲାଯେ ମୋତେ ମାରିବ ସେହି ଗୋପେ ଜାତ ହେଲା ।ତୁମ୍ଭେ ମୋର ଜ୍ୟେଷ୍ଠ ଭଗ୍ନୀ ମାତାର ସମାନତୁମ୍ଭର ଦୃଦରୁ ଏବେ ଛାଡ଼ ଗୋ ସେ ମାନ ।ସାନଭାଇ ବଡ଼କୁ ତ ଦୋଷ ଯେତେ କରିସାନ ଦୋଷ କଲେ ବଡ଼ ସେ ଦୋଷ ନ କରି ।ଜନ୍ମ ହୋଇଲେ ଅବଶ୍ୟ ମରଣହିଁ ଗଚ୍ଛିପାପ କଲେ ପୁଣ୍ୟ ପୁଣ ତହିଁକି ଯେ ଅଛି ।ରାତ୍ରେକ ହୋଇଲେ ପୁଣି ଦିବସ ପ୍ରକାଶଦେହ ବହିଲେ ଅବଶ୍ୟ ପ୍ରାଣୀ ଯାନ୍ତି ନାଶ ।ଗଲା କଥାକୁ ଶୋଚନା କଲେ ହେବ କିସମୋର ଜୀଇଥିଲେ ଅଛି ତୁମ୍ଭଙ୍କୁ ତ ଯଶ ।ଏତେ ବୋଲି ମହାରାଜା କରପତ୍ର ଯୋଡ଼ିପୁନରପି ଦେବକୀର ପାଦତଳେ ପଡ଼ି ।ଦୋଷ ଉପେକ୍ଷା ନ କରି ଯେବେ କୋପଯେ ତୁମ୍ଭର ଇଚ୍ଛା ସୁଖେ ଦିଅ ମୋତେ ଶାପ ।କାକୁସ୍ଥ ବଚନେ ଦେବୀ ସନ୍ତୋଷ ହୋଇଲାଭାଇ ମୁଁ ଯାହା ଅର୍ଜିଲି ସେ ମୋତେ ଫଳିଲା ।ମୋହର କର୍ମେ ଅଛଇ ଏସନ ଭବିଷ୍ୟତୁମ୍ଭେ ମୋହର ସୋଦର ବୋଲିବି ମୁଁ କିସ ।ରାଜାରାଜେଶ୍ୱର ତୁମ୍ଭେ ନୃପ ଚୂଡ଼ାମଣିସ୍ୱର୍ଗ ମଞ୍ଚ ପାତାଳରେ ଅଟ ଯେ କାରେଣି ।ତୁମ୍ଭ ତୁଲ୍ୟ ସୋଦର ମୁଁ ପାଇଲି ମୋ ଭାଗ୍ୟଯେଉଁ ଅପଚୟ ହେଲା ଏ ମୋ କର୍ମଯୋଗ ।ତୁମ୍ଭେ ଭାଇଯେବେ ସ୍ନେହ ଛାଡ଼ିବ ଆମ୍ଭଙ୍କୁତୁମ୍ଭେ ଦଣ୍ଡନ୍ତେ ଗୁହାରି କରିବୁ କାହାକୁ ।ଜନନୀ ଯେବେ ଆପଣା ପୁତ୍ରେ ବିଷ ଦେବଭର୍ତ୍ତା ହୋଇ ଭାରିଯାକୁ ଯେବେ ଉପେକ୍ଷିବ ।ପିତା ହୋଇ ପୁତ୍ରୀ ବିକି ଯିବ ଧନ ଘେନିସମୁଦ୍ର ଯେବେ ଲଙ୍ଘିବ ସକଳ ମେଦିନୀ ।ରାଜା ହୋଇ ଯେବେ ପୁଣି ଦଣ୍ଡିବ ପ୍ରଜାକୁକର୍ମକୁ ବୋଲିବା ସିନା ଏ କଥାମାନଙ୍କୁ ।କଂସରାଜା ବୋଲଇ ଗୋ ନ କର ତୁ ଶୋକଏବେ ତୋ ସେବା କରିବି ଦେଖୁଥିବେ ଲୋକ ।ତୋ ଭୃତ୍ୟର ଭୃତ୍ୟହୋଇ କରିବି ମୁଁ ସେବାପାଦରେ ଖଟିବେ ତୋର ସ୍ୱର୍ଗ ସୁରଦେବା ।ଆଉ ଯେଉଁ ପୁତ୍ର ଜାତ ହୋଇବ ତୋହରମଥୁରାରେ କରାଇବି ତାକୁ ନୃପବର ।ଆଝୁଁ ତୋର ଆଜ୍ଞା ମାନି ସେବକ ପରାୟେସେବା କରି ରହିଥିବି ଜୀବ ଥିବାଯାଏ ।ଯୋଗଥିବା କଥା ହେଲା ତୁ ତାହା ନ ଘେନହୃଦୟରୁ ଛାଡ଼ ଏବେ ମାନ ଅଭିମାନ ।ଏରୂପେ ଆଶ୍ୱାସି କହେ କଂସ ମହାବଳୀଦେବକୀ ବସୁଦେବର କଢ଼ାଇ ଶାଙ୍କୁଳି ।ସନ୍ନିଧିକି ପରିଜନମାନଙ୍କୁ ହକାରିପ୍ରମାଣ ଆଜ୍ଞା ଦେଲାକ ଆପେ ଦଣ୍ଡଧାରୀ ।ଦେବକୀ ଠାକୁରାଣୀକି ସ୍ନାନ କରା ନେଇଘରକୁ ନିଅ ଉତ୍ତମ ବସନ ପିନ୍ଧାଇ ।ରାଜା ଆଜ୍ଞା ପାଇ ପରିଜନମାନେ ଗଲେତିଳ ଅଏଁଳା କୁଙ୍କୁମ ଘଷି ଗଙ୍ଗାଜଳେ ।ସ୍ନାନ କରାଇଣ ଝୀନପାଟ ପିନ୍ଧାଇଲେଆୟ ଅଳଙ୍କାରମାନ ଅଙ୍ଗରେ ଖଞ୍ଜିଲେ ।ଇନ୍ଦ୍ର ଗୋବିନ୍ଦ ପତନୀ ଉପରାଣ ନେତଶ୍ରୀହସ୍ତରେ ଶାଢ଼ୀ ଦେଲା ମଥୁରାର ନାଥ ।ବସୁଦେବର ଛାମୁରେ ଆପେ ଉଭା ହୋଇବିନୟ କରି ବଚନ ବୋଲେ ନୃପସାଇଁ ।ତୁମ୍ଭେ ବସୁଦେବ ଅଟ ମୋ ଜ୍ୟେଷ୍ଠ ଭିଣୋଇମଥୁରାପୁର କାରେଣି ପତିପତ୍ନୀ ଦୁଇ ।ଅନେକ ଦୋଷ ତୁମ୍ଭର କଲଇଁ ନ ଜାଣିସେ ଦୋଷ ମୋ କ୍ଷମାକର ତୁମ୍ଭେ ଦୁଇ ପ୍ରାଣୀ ।ଏତେ ବୋଲି ବସୁଦେବ ବହୁତ ବିନୟେପୁଣ ପୁଣ କୃତାଞ୍ଜଳି ହୋଇ ମହାରାୟେ ।ଦେଶ ଘୋଷ ଅଳଙ୍କାର ଦେଲା ଧନଧାନ୍ୟଦେବତା ସମାନ ତାଙ୍କୁ କଲା ସନମାନ ।ମଥୁରା କଟକେ ସେହି ହେଲେ ଅଧିକାରୀବସୁଦେବଙ୍କୁ ସେ କଂସେ ଗଉରବ କରି ।ହାନ୍ଦୋଳାରେ ଦେବକୀକୁ ଘେନି ପୁରେ ଗଲେସକଳ ରାଣୀଏ ଆସି ଅର୍ଘ୍ୟ ବନ୍ଦାଇଲେ ।ଉଗ୍ରସେନ ଇନ୍ଦୁମତୀ ଦୁହିତାଙ୍କୁ ଚାହିଁଆଶ୍ୱାସନା କରି କୋଳେ ବସାଇଲେ ନେଇ ।ପିତା ମାତା ଦେବକୀକୁ କହନ୍ତି ବଚନଗଲା କଥାରେ ଶୋଚନା ନ କର ତୋ ମନ ।ତୁହି ଆମ୍ଭର ଦୁହିତା ଜ୍ୟେଷ୍ଠ ଯେ ଦୁଲାଳୀଅନେକ ଦୁଃଖେ ସହିଲୁ ଆମ୍ଭେ ତୋ ଆର୍ଦ୍ଦୋଳି ।ସହୋଦର ଭାଇ ଯେତେ ଦେଲା ଅନୁତାପସେ କଥା ମନରେ ଧରି ନ କର ସନ୍ତାପ ।ଆମ୍ଭେ ତୋର ପିତା ମାତା ବୋଲୁଅଛୁ ତୋତେଦୁଷ୍ଟ ଭାଇର ତୁ ଦୋଷ ନଧର କିଞ୍ଚିତେ ।ଯେବଣ କଂସ ପ୍ରତାପେ ଜଗତ ବରଣିରବିତଳେ ଅଟେ ସେହି ବୀର ଚୂଡ଼ାମଣି ।ଦିଗପାଳ ସମ ଭାଇ କଲା ଯେବେ ଦୋଷତୁ ପରମ ମାହେଶ୍ୱରୀ ନ କର ମା ରୋଷ ।ଆମ୍ଭେ ତୋର ପିତାମାତା ବୋଲି ହାତଧରିସାନଭାଇ ଦୋଷ କ୍ଷମ ଆମ୍ଭ ବୋଲକରି ।କଂସ ଚଉଷଠିନାରୀ ହେତି ଆଦି ଯେତେପାଦ ଧରି ପାୟେ ପଡ଼ି ଶୋଇଲେ ସମସ୍ତେ ।ସବୁରି ବିନୟ ଶୁଣି ଦେବକୀ ଆନନ୍ଦମନେ ମନେ ସୁମରଇ ଶ୍ରୀରାମ ଗୋବିନ୍ଦ ।ରଜନୀ ଯେ ସାତଘଡ଼ି ଥିଲା ଅବଶେଷସମସ୍ତେ ଚଳିଗଲେ ଯେ ଯାହାର ବାସ ।ଇତି ଶ୍ରୀ ଭାବଗତ ଯେ ପୁରାଣ ପ୍ରସିଦ୍ଧଦଶମସ୍କନ୍ଧର ଏହି ଆଦ୍ୟ ଖଣ୍ଡ ମଧ୍ୟ ।ପବିତ୍ର ଗଙ୍ଗାଜଳ ଏ ଗ୍ରନ୍ଥ ପୁଣ୍ୟମୟେଇଦଂ ଷଟପଶ ଅଧ୍ୟା ସମାପତ ହୁଏ ।ଜୟ ତୁମେ ଜଗନ୍ନାଥ ମତ୍ସ୍ୟ ଅବାତାରହେଳେ ପୂରିଲା ତୋ କାୟେ ସପତ ସାଗର ।ତୋ ଚରଣ ସେବାକାରୀ ମୁଁ ଅଚ୍ୟୁତ ଦାସଦୟାକରି ପ୍ରଭୁ ମୋର କ୍ଷମା କର ଦୋଷ ।ବ୍ରଜମତେ ହରିଜନ୍ମ ଓ ନନ୍ଦୋତ୍ସବଏଥୁ ଅନନ୍ତରେ ପୁଣି ପରୀକ୍ଷିତ ରାଜାଶୁକମୁନିର ଚରଣେ କଲେ ଦିବ୍ୟପୂଜା ।କୃତାଞ୍ଜଳି ହୋଇ ପୁଣି ବୋଲେ ନରନାଥଭୋ ମୁନି ତୁମ୍ଭ ପ୍ରସାଦେ ହୋଇଲି କୃତାର୍ଥ ।ଆବର କହିବା ହେଉ ମୋତେ ଜ୍ଞାନସାରପାପାଧି ପାପରୁ ମୋତେ କରିବା ଉଦ୍ଧାର ।ଶ୍ରୀକୃଷ୍ଣଙ୍କୁ ବସୁଦେବ ନେଲାକ ଚୋରାଇକେହି ନ ଜାଣେ ବିଜୁଳି ଆଣେ ପାଲଟାଇ ।ବିଷ୍ଣୁ ମାୟାରେ ପ୍ରାଣୀଏ ମୋହେ ଛନ୍ତି ରହିଦେବକୀ ଦେବୀ ସହିତେ ନ ଜାଣନ୍ତି କେହି ।ବସୁଦେବ ଉଗ୍ରସେନ ଜାଣନ୍ତି ଏ ଦୁଇଏରୂପେ ମାୟା କରିଛି ପ୍ରଭୁ ଭାବଗ୍ରାହୀ ।ଚିତ୍ରସେନଙ୍କୁ ପଠାଇ ଦେଲା ସସ୍ରଯୋନିସେ ଜାଣେ ଜାଣନ୍ତି ପୁଣି ଗାର୍ଗ୍ୟ ମହାମୁନି ।ମଥୁରା ଗୋପ ନଗରେ ବସନ୍ତି ଯେ ଜନେମାୟା ମୋହେ ପଡ଼ି ରହିଛନ୍ତି ଅଚେତନେ ।ଏ ପ୍ରକାରେ ବସୁଦେବ ଗୋପରେ ଛାଡ଼ିଲାତଦନ୍ତରେ କୃଷ୍ଣନାଥ କେଉଁ କୃତ୍ୟ କଲା ।ଯଶୋଦା ଦେବୀ ନିଦ୍ରାରେ ଅଛନ୍ତି ମୋହିତନିଦ୍ରା ଭାଙ୍ଗିଯାନ୍ତେ କଲେ ସେ କେବଣ କୃତ୍ୟ ।ଏହା ସଂକ୍ଷେପି କହିବା ହେଉ ମହାମୁନିଲଭିବୁ ମୁକତି ମାର୍ଗ ଶୁଣି ପୁଣ୍ୟଧ୍ୱନି ।ଏତେ ବୋଲି ପରୀକ୍ଷିତ କୃତାଞ୍ଜଳି ହୋଇମୁନିଙ୍କର ପାଦତଳେ ପଡ଼ିଲାକ ଶୋଇ ।ରାଜାର ବିନୟ ଶୁଣି ଦେଖିଣ ଭକତିପୁରାଣ ପୁସ୍ତକ ଫେଡ଼ି କହେ ଶୁକଯତି ।ଶୁଣ ତୁହୋ ପରୀକ୍ଷିତ ଉତ୍ତରା ତନୟଅତିଭାଗ୍ୟେ ଭାଗବତ ଶୁଣ ପୁଣ୍ୟମୟ ।ଯେତେବେଳେ ବସୁଦେବ ପୁତ୍ର ଗଲା ଥୋଇଯଶୋଦା ବିଜୁଳି ଜାତ କରିଅଛି ଶୋଇ ।ବାଳୁତ ଦୁହିତା ଗୋଟି ପାଖେ ଶୋଇଥିଲାତାହା ଆଣି ବସୁଦେବ ପୁତ୍ର ଥୋଇଗଲା ।ଯେବଣ ଶ୍ରୀଜଗନ୍ନାଥ ସଞ୍ଚିଲେ ଏ ସୃଷ୍ଟିକୋଟି କୋଟି ବ୍ରହ୍ମାଣ୍ଡ ଯେ ବହେ ରୋମ ପିଠି ।ସ୍ଥାବର ଜଙ୍ଗମ କୀଟ ଜୀବ ଚାରିଖାନିସକଳ ବ୍ରହ୍ମାଣ୍ଡ ଏହା ସଞ୍ଚିଲାକ ଆଣି ।ଅଛିଦ୍ର ହୋଇ ଯେ ପୂରିଅଛି ଏକେ ଏକେତା ମହିମା ସଂକ୍ଷେପି ମୁଁ କହିବଇଁ ଥୋକେ ।ସକଳ ବ୍ରହ୍ମାଣ୍ଡକୁ ଯେ ଅଟଇ ଧାରଣାମହିମା ସାଗର ସ୍ୱାମୀ ଥିବାରୁ କରୁଣା ।ପଞ୍ଚ ମହାଭୂତରେ ଯେ ରହିଛନ୍ତି ବ୍ୟାପିତ୍ରୈଲୋକ୍ୟ ଛଳେ ହୁଅନ୍ତି ସ୍ୱାମୀ ବାଳରୂପୀ ।ଯାର ନାଭି କମଳରୁ ବ୍ରହ୍ମା ହେଲେ ଜାତଆଦି ଅନ୍ତ ମଧ୍ୟ ଯାର ନାହିଁ ଯେ ଅଚ୍ୟୁତ ।ଅପାର ମହିମା ଯାର ଅନନ୍ତ ଯେ ଲୀଳାଅବନୀର ଛଳେ ହେଲେ ଯଶୋଦାର ବଳା ।ଘୋର ନିଦ୍ରାରେ ଯଶୋଦା ଥିଲେ ଗୋପେ ଶୋଇପାଦତଳେ ଶୋଇଛନ୍ତି ତ୍ରୈଲୋକ୍ୟ ଗୋସାଇଁ ।ପୂଜରକ୍ତ ମଳମୂତ୍ରେ ରହିଛନ୍ତି ଲୋଟିନୀଳମଣି ପ୍ରାୟ ତେଜ ଦିଶଇ ଚହଟି ।ଶରଦ ଘନରେ ଯେହ୍ନେ ଉଦେ ଇନ୍ଦ୍ରଧନୁତେସନକ ପଟାନ୍ତର ଦିଶେ ଦିବ୍ୟତନୁ ।କୋଟି କୋଟି କାମ ନୁହେଁ ସେ ରୂପକୁ ସମଜଗତ ମୋହନ ସ୍ୱାମୀ ତେଜ ଅନୁପମ ।ତିଳପୁଷ୍ପ ତୁଲ୍ୟ ନାସା ଦିଶଇ ସୁସଞ୍ଚବିମ୍ବାଧର ସୁକପୋଳ ମଥା ଅତିଘଞ୍ଚ ।ଅନଳ କମଳ ପରି ଶୋହେ ଦୁଇନେତ୍ରକଟାକ୍ଷ କରଇ ତିନି ଭୁବନ ପବିତ୍ର ।ବିଲମ୍ବିତ ବେନିକର୍ଣ୍ଣ ନୀଳବର୍ଣ୍ଣ କେଶରୋପିତ ମର୍କତ ଜାଣି ଶରୀର ସୁବେଶ ।ସୁବିଶାଳ ବକ୍ଷସ୍ଥଳ ଦୀର୍ଘ ଭୁଜଦଣ୍ଡମଧ୍ୟରେ ଉଦୟ କିବା ସପତ ବ୍ରହ୍ମାଣ୍ଡ ।ଚମ୍ପକ କଳିକା ପରି ଅଙ୍ଗୁଳିର ଶୋଭାଓଲଟ କଦଳୀ ବୃକ୍ଷ ଜିଣି ଉରୁପ୍ରଭା ।ସିଂହକଟି ପରି କଟି ଦିଶେ ଅତିସରୁତା ଦେଖି ମନରେ ଲାଜ କରଇ ଡମ୍ବରୁ ।ପାଖୁଡ଼ା ସେବତୀ ଜିଣି ତେସନକ ନଖଚନ୍ଦ୍ର ଉଦେ ହୋଇଲା କି ଶରଦର ପକ୍ଷ ।ହସ୍ତୀ ଥୋରହସ୍ତ ସମ ଦୀର୍ଘ ବେନି ବାହୁଶତ୍ରୁଙ୍କୁ ଦିଶଇ ଯେହ୍ନେ ଭୟଙ୍କର ରାହୁ ।ଶୁଣ ହୋ ପରୀକ୍ଷ ରାଜା କହେ ଶୁକମୁନିଶ୍ରୀଭାଗବତ ପୁରାଣ ପୁଣ୍ୟମୟଧ୍ୱନି ।ଯୋଗୀଜନମାନେ ଯାକୁ କରିଛନ୍ତି ଲୟମନ ବୁଦ୍ଧି ଚଇତନ ପରମ ଉଦୟ ।ବ୍ରହ୍ମା ରୁଦ୍ର ଇନ୍ଦ୍ରସେବା କରନ୍ତି ଯାହାରେସେ ସ୍ୱାମୀ ଆସି ଉଦୟ ହେଲେ ଗୋପପୁରେ ।ପୃଥ୍ୱୀଦେବୀ ଭାରାଭର ଉଦ୍ଧାରିବା ପାଇଁଯୋନିଜାତ ହେଲେ ପ୍ରଭୁ ବ୍ରହ୍ମାଣ୍ଡ ଗୋସାଇଁ ।ଅପୂର୍ବ ସୁନ୍ଦର ଦେହ ସୁକୁମାର ସୃଷ୍ଟିମଳମୂତ୍ର ପୂଜ ସଙ୍ଗେ ପଡ଼ିଛନ୍ତି ଲୋଟି ।ମୋହ ଅଚେତନ ନିଦେ ପଡ଼ୁଛନ୍ତି ଶୋଇତାହା ନ ଜାଣେ ଯଶୋଦା ଅଚେତନ ହୋଇ ।କୁଆଁ କୁଆଁ ବୋଲି କୃଷ୍ଣ ଦେଲେ ସିଂହ ରଡ଼ିବସନ୍ତ କାଳେ କୋକିଳ ବୋବାଏ କି ରଡ଼ି ।ତେସନ ସ୍ୱାମୀ ରୋଦନ୍ତି ପଡ଼ି ଭୂମିତଳେବ୍ରହ୍ମା କି ବୀଣା ବଜାଉଅଛି ସପ୍ତସ୍ୱରେ ।ଉଲୁସି ଉଠିଲା ସ୍ୱର୍ଗ ପାତାଳ ଯେ ମଞ୍ଚବ୍ରହ୍ମାଙ୍କର ବେଦଧ୍ୱନି ଗନ୍ଧର୍ବର ନାଚ ।ଗୋପନଗ୍ରେ ନରନାରୀ ଛନ୍ତି ନିଦ୍ରାଯାଇବାଳୁତ ରୋଦନ୍ତେ ଲୋକେ ଆସିଲେକ ଧାଇଁ ।ଗୋପନଗ୍ର ନାରୀମାନେ ହୁଳହୁଳି ଦେଇନନ୍ଦଖୁଡ଼ ପୁତ୍ର ଜାତ ଦେଖି ସର୍ବଗୋଈ ।ଗୋପାଳୁଣୀଏ ଉଚ୍ଚାଟହେଲେ ଯେ ଯାହାରେରୋଦନ ଶୁଣି ମିଳିଲେ ଯାଇ ନନ୍ଦଘରେ ।ଜନ ଗହଳ ଚହଳ ଶୁଣିଣ ଯଶୋଦାଚେତି ଚାହିଁ ଦେଲେ ଭାଙ୍ଗିଗଲା ଯୋଗନିଦ୍ରା ।ଚାହିଁଲେ ବେନିନୟନ ମଳି ନରନାରୀଦେଖିଲେ ଅନେକ ଗୋପୀ ଗୃହେଛନ୍ତି ପୂରି ।କେଶ ବାସ ଅସମ୍ଭାଳେ ଚାହିଁଲେକ ଉଠିକୃଷ୍ଣ ମୁଖ ଗୋଟି ଦେବୀ ଚାହିଁଲେ ପାଲଟି ।ଶରଦ ମେଘେ କି ପୂର୍ଣ୍ଣଚନ୍ଦ୍ର ହୋଇ ଉଦେଲାଳେ ଜର ଜର ହୋଇଅଛନ୍ତି ଆନନ୍ଦେ ।ବିରାଜୁଛନ୍ତି ମଧ୍ୟାହ୍ନ ଆଦିତ୍ୟ ପରାୟେନୀଳ ଇନ୍ଦୀବର ପ୍ରାୟ ବିରାଜଇ କାୟେ ।ପୁତ୍ରମୁଖ ଚାହିଁ ଉଭା ହୋଇଲେ ଯଶୋଦାବହୁ ଜନ୍ମର ଖଣ୍ଡିଲେ ଅପୁତ୍ରିକ ବାଧା ।ଅପୁତ୍ରିକ ଘରେ ଯହୁଁ ହେଲା ପୁତ୍ରଜାତଗୋପନଗ୍ରେ ନରନାରୀ ହୋଇଲେ ଉସତ ।ଭୂମିରୁ ତୋଳି ପୁତ୍ରକୁ ମାଏ ଧରି କୋଳେଶ୍ରୀଅଙ୍ଗ ମାର୍ଜନା କଲେ ସ୍ତିରୀଏ ସକଳେ ।ତପତ ପାଣିରେ ପଞ୍ଚାମୃତ ନେଇ ଭରିଯହିଁରେ ଯେଉଁ ବିଧାନ କଲେ ଗୋପନାରୀ ।ଦାନ ଭୋଜନ ସେ ଦେଲେ ଦରିଦ୍ର ସକଳେବେଦ ପଠନ କରନ୍ତି ମିଳି ବିପ୍ରକୁଳେ ।ବଦନ୍ତି ଶୁକ ଶୁଣ ତୁ ପରୀକ୍ଷ ନୃପମଣିଏହା ଶିରୀଭାଗବତ କୃଷ୍ଣ ଜନ୍ମ ବାଣୀ ।ଗୋଷ୍ଠକୁ ଯେ ନନ୍ଦ ମହାଖୁଡ଼ ଯାଇଥିଲେଚାରଗଣେ ଯେ ବାରତା ଯାଇଁ ଜଣାଇଲେ ।ଶୁଣ ଦେବ ସାବଧାନେ ଗୋଷ୍ଠ ଅଧିକାରୀଯଶୋବନ୍ତୀ ପ୍ରସବିଲେ ଏକ୍ଷଣି ତୁମ୍ଭରି ।ଅତି ସୁନ୍ଦର ଲକ୍ଷଣବନ୍ତ ପୁତ୍ର ଗୋଟିରୂପେଣ ସେ ମୋହୁଅଛି ଚରାଚର ସୃଷ୍ଟି ।ବିଳମ୍ବ ନ କର ସ୍ୱାମୀ ବେଗେ ଚାଲ ଯିବାବୃଦ୍ଧକାଳେ ପୁତ୍ର ହେଲା କର ହରସେବା ।ନିଶ୍ଚେ ଏ ବାରତା ତୁମ୍ଭେ ଯିବ ଏହିକ୍ଷଣିଯଶୋଦା ପୁତ୍ରେକ ଜାତ କଲା ନୃପମଣି ।ଦୂତ ମୁଖୁଁ ଏ ବାରତା ପାଇ ରାଜା ନନ୍ଦଦରିଦ୍ର ନିଧି ପାଇଲା ପରାୟ ସାନନ୍ଦ ।ଜନ୍ମ ଅନ୍ଧକୁ ପ୍ରାପତ ହେଲାକି ନୟନଶୁଣି ଅତି ପୁଲକିତ ନନ୍ଦର ବଦନ ।ପୁରରେ ଆସି ପ୍ରବେଶ ହୋଇ ତରବରନିସ୍ତରିଲି ନିସ୍ତରିଲି ବୋଲି ବାରମ୍ବାର ।ଶଙ୍ଖ ଗୋକ୍ଷୀର ବର୍ଣ୍ଣର ସହସ୍ରେକ ଗାଈବାଛୁରୀ ସହିତ ଦେଲେ ଦୂତକୁ ବଧାଇ ।ଦଶସହସ୍ର କାଞ୍ଚନ ଦେଲେକ ସେକ୍ଷଣିପରମ ଆନନ୍ଦେ ଦେଲେ ପୁଣି ଆଣି ମଣି ।ନନ୍ଦ ପ୍ରୀତିବନ୍ଧୁ ଯେତେ ଗୋପାଳହିଁ ଥିଲେଯେ ଯାହା ମତେ ଦୂତକୁ ବଧାଇ ସେ ଦେଲେ ।ହାଟ ବାଟ ପାଟଣାହିଁ ସବୁ କଲେ ଜୁରସବୁ ପୁରମାନଙ୍କରେ ବାଜେ ବୀରତୂର ।ଦୁନ୍ଦୁଭି ବୀର ଦାଉଣ୍ଡି ବାଜଇ ବାଜଣାବିଜିଘୋଷର ବାଜଣା ସବୁଠାରୁ ଜିଣା ।କମ କାହାଳି ବଇଁଶୀ ସଙ୍ଗେ ରଣେ ନାଟଘରେ ଘରେ ତିଆରନ୍ତି ବୁଲି ହାଟ ହାଟ ।ମଥାରେ ମୟୁରପୁଚ୍ଛ ଘଣ୍ଟି ପୁଣି ବାନ୍ଧିନେତପତନୀ କାଛଟା ବାନ୍ଧେ ଲୁଗା ପିନ୍ଧି ।କେନ୍ଦୁ ଶର ଲଉଡ଼ିକି ଘେନିଣ ଗୋପାଳେଅନେକ ଜାତିର ବାଦ୍ୟ ବାଜେ ନିଶାକାଳେ ।ସମସ୍ତ ଗୋପାଳେ ଆସି ନନ୍ଦ ପାଖେ ବେଢ଼ିବେଢ଼ାଇଲା ବସ୍ତ୍ରକୁ କେ ନିଅନ୍ତି ଉଛୁଡ଼ି ।ବଧାଇ ଦିଅ ବୋଲି କେ ଅଳଙ୍କାର କାଢ଼ିକେହି କେହି ନାଚି ନାଚି ଯାନ୍ତି ଆଗ ବଢ଼ି ।କେ ବୋଲନ୍ତି ନନ୍ଦ ତୁମ୍ଭ ଜୀବନହିଁ ଧନ୍ୟଏ ବୟସେ ପୁତ୍ର ହେଲା କୁଳ ବର୍ଦ୍ଧମାନ ।ଅପୁତ୍ରକ ଦୋଷୁଁ ତୁମ୍ଭେ ହେଲ ଆଝୁଁ ପାରଆଜହୁଁ ଜାଣ ସଫଳ ଜନମ ତୁମ୍ଭର ।ପୂର୍ବୁ ଏହି ମତେ କାହୁଁ ପୁତ୍ର ଏକ ଆସିଗୋଗୋଷ୍ଠରେ ଉପଗତ ହେଲା ଶୂନ୍ୟୁ ଖସି ।ସେ ପୁତ୍ର ଖେଳାନ୍ତେ ତୋର ପୁଣ୍ୟ ଦେଖାଗଲାତା ଯୋଗୁ ତୋହର ପୁତ୍ର ଏବେ ଜାତହେଲା ।କେ ଗୋପାଳ ବୋଲେ ନନ୍ଦ ଏହିଠାରେ ଥାଉକେ ବୋଲେ ବଧାଇ ଦେଲେ ଆମ୍ଭଙ୍କୁସେଯାଉ ।କେ ଗୋପୀ ବୋଲଇ ଆଣ ନନ୍ଦକୁ ଗୋ ଧରିଜଣ ଜଣକେ ବଧାଇ ଦେଉ ଗଣିକରି ।ଗୋପୀମାନେ ରୁଣ୍ଡହୋଇ ହଳଦୀ ଯେ ବୋଳିନନ୍ଦର ଉପରେ ପାଣି ନିହୁଡ଼ନ୍ତି ବାଳୀ ।ରାଧିକା ବୋଲି ଯେ ବାଳୀ ଚନ୍ଦ୍ରସେଣା ବାମାଚନ୍ଦ୍ରକୁ ସେ ପଟାନ୍ତର ଶୋଭା ଅନୁପମା ।ନନ୍ଦର ଶଳାଭାଉଜ ଅଟଇ ସେ ନାରୀନନ୍ଦ ମହାଖୁଡ଼ ଦାଢ଼ି ଉଛୁଡ଼ଇ ଧରି ।ଏହି ମତେ ଗୋପୀମାନେ କରି ଉପହାସକେହି ଧରି ଓଟାରନ୍ତି ପିନ୍ଧା ଝୀନବାସ ।ଆନନ୍ଦେ ନନ୍ଦ ଗୋପାଳ ବାଜଣା ବଜାଇକୃଷ୍ଣ ଫଳ ଫୁଲ ଦେଖି ଗଲେ ବେଗ ହୋଇ ।ଜୟ ମଙ୍ଗଳ ଯେ ଇଷ୍ଟଦେବ ସୁମରିଣତାର ବାର ତିଥି ଦିନ ବୁଝନ୍ତି ଯାଇଣ ।କୋଷ୍ଠି କାଟି ଜଉତିଷେ ଗ୍ରହଙ୍କୁ ବସାଇଅମୃତ ଯୋଗ ଧରିଣ ଯାତ୍ରା କର କେହି ।ବାଳଲୀଳାରେ କୃଷ୍ଣଙ୍କୁ ଦେଖିଲେ ହରଷେନିର୍ମଳ ମେଘେ ଯେସନେ ଚନ୍ଦ୍ରମା ପ୍ରକାଶେ ।ଦେବାଧିଦେବ ଠାକୁର ରତ୍ନ ଶିରୋମଣିଅବଲୀଳାରେ ଶୟନ କରି ଦେବସ୍ୱାମୀ ।ମୁନିଜନମାନଙ୍କୁ ସେ ଅଗୋଚର ସେହିଅପୂର୍ବ ରୂପ ଦେଖିଣ ନନ୍ଦ ହେଲା ମୋହି ।ଅପୁଅଘରେ ପୁତ୍ରେକ ହୋଇଛି ଜନମତେଣୁ ଅତ୍ୟନ୍ତ ହରଷ ନନ୍ଦ ପଞ୍ଚମନ ।ତିଳ ଅଏଁଳା କୁଙ୍କୁମ ଘୋଟି ଦେହେ ବୋଳିଜଙ୍ଘ ଉପରେ ବସାଇ ପୋଛନ୍ତି ଯେ ବାଳୀ ।ସୁବର୍ଣ୍ଣ ଶାମୁକା ଘେନି କାଟି ନାଭିଗୋଟିଯେ ନାଭି କମଳୁ ଜାତ ବ୍ରହ୍ମା କୋଟି କୋଟି ।ସରଳ ଦେବଦାରୁ ଯେ ଅଗୁରୁ ଚନ୍ଦନଅନ୍ତୁଡ଼ିଶାଳେ ସମିଧ ଲଗାଇ ବହନ ।ସୁଗନ୍ଧି ତଇଳ କରେ ଘେନି ଧାତ୍ରୀମାଏଅନଳ ତେଜେ ସେକନ୍ତି ଶ୍ରୀକୃଷ୍ଣର କାୟେ ।ନେତର ସୁପାତିଶେଯ ଭୂମିରେ ଶେଯାଇଅନ୍ତୁଡ଼ିଶାଳେ ସ୍ୱମୀଙ୍କି ଶୁଆଇଲେ ନେଇ ।ଯେ ଯାହା ପ୍ରମୁଖେ ଖଞ୍ଜାମୂଳେ ଧାଈ ରହିଅନ୍ତୁଡ଼ିଶାଳେ ଜଗିଲେ ବାଳୀ ବେଢ଼ି ତହିଁ ।ସମବୟସୀ ସୁନ୍ଦରୀ ନବୀନା ଯୁବତୀଯେ ଯାହାର ବିଧିରେ ସେବା କରୁଛନ୍ତି ।ଅନ୍ତୁଡ଼ିରେ ଶୋଇଦେଲେ ପୁତ୍ରକୁ ଜନନୀସ୍ତନୁ କ୍ଷୀର ଚିପୁଡ଼ନ୍ତି ଶାମୁକାଏ ଘେନି ।ଅଶେଷ ବ୍ରହ୍ମାଣ୍ଡ ଅଛି ଯେବଣ ଉଦରେମାତାର କ୍ଷୀର ପିଅନ୍ତି ତୋଷେ ଦାମୋଦରେ ।ଅଶେଷ କୋଟି ବ୍ରହ୍ମାଣ୍ଡେ ସମର୍ଥ ଯେ ଅତିତାଙ୍କ ମହିମା ବର୍ଣ୍ଣନେ କ୍ଷମ କେ ଅଛନ୍ତି ।ତାହାଙ୍କର ଖେଳଘର ସିନା ନବସୃଷ୍ଟିଜନନୀର କ୍ଷୀରପାନେ ହୋଇଲେକ ତୁଷ୍ଟି ।ଜଗତ ଜନର ପ୍ରଭୁ ଗରିଷ୍ଠ ବରିଷ୍ଠସକଳ ବ୍ରହ୍ମାଣ୍ଡେ ପୂରି ଅଛି ଘଟେ ଘଟ ।ପୁତ୍ରକୁ କୋଳ କରିଣ ଦେବୀ ଗଲେ ନିଦ୍ରାପୁତ୍ରକୁ ଯେ କ୍ଷୀରପାନ କରାଇ ଯଶୋଦା ।ଚନ୍ଦ୍ରସେଣା ଗଉଡ଼ ଯେ ନନ୍ଦ ଜ୍ୟେଷ୍ଠ ଶଳାଯଶୋଦା ଦେବୀଙ୍କ ଭାଇ ଶ୍ରୀକୃଷ୍ଣ ମଉଳା ।ସଙ୍ଗତରେ ଘେନି ସେହି ଶତେକ ଗୋପାଳଲଉଡ଼ି ଘେନି ଜଗିଲେ ଅନ୍ତୁଡ଼ି ଯେ ଶାଳ ।ଶୁକମୁନି ବୋଲେ ଶୁଣ ପରୀକ୍ଷ ନୃପତିକୃଷ୍ଣଜନ୍ମ କଥା ଇନ୍ଦ୍ରେ କହି ବୃହସ୍ପତି ।ବୃହସ୍ପତି ବୋଲୁଛନ୍ତି ଶୁଣ ପୁରନ୍ଦରଶ୍ରୀକୃଷ୍ଣ ହୋଇଲେ ଗୋପପୁରେ ଅବତାର ।ଗୁପ୍ତେ ବସୁଦେବ ନେଲା କୃଷ୍ଣଙ୍କୁ ଚୋରାଇବିଜୁଳି କନ୍ୟା ଆଣିଲା ରାତ୍ରେ ପାଲଟାଇ ।ଏସନ ଚରିତ ଗୋଟି ନ ଜାଣନ୍ତି ଆନଗାର୍ଗ୍ୟ ମୁନି ଜାଣନ୍ତି ଯେ ଜାଣେ ଉଗ୍ରସେନ ।ଜନ ଜନ୍ତୁମାନେ କେହି ନ ଜାଣନ୍ତି ଆଉଦେବକୀ ଦେବୀ ଯେ ମୋହେ ପଡ଼ିଥିଲେ ଯହୁଁ ।ଦେବକୀ ଦେବୀ ମନରେ ସଂପ୍ରତେ ଯେ ଗଲାଏ ଅଷ୍ଟମ ଗର୍ଭେ ମୋର ଦୁହିତାଏ ହେଲା ।କୃଷ୍ଣ ଦଇବୀ ମାୟାରେ ଅଛନ୍ତି ତ ଶୋଇବିଷ୍ଣୁ କୂଟ ସନ୍ଧି ଏହା ନ ଜାଣନ୍ତି କେହି ।ଗୋଗୋଷ୍ଠରେ ଅଧିକାରୀ ନନ୍ଦ ମହାଖୁଡ଼ଗୋପନଗ୍ର ମଧ୍ୟସ୍ଥାନ ଘର ତାର ବଡ଼ ।ଅନ୍ତୁଡ଼ିଶାଳେ ଶ୍ରୀକୃଷ୍ଣ ଅଛନ୍ତି ଯେ ଶୋଇଗୁପ୍ତେ ଦର୍ଶନ କରିବା ଚାଲ ଏବେ ଯାଇଁ ।ଆଝୁ ସରିଲା ଆମ୍ଭର ସ୍ୱର୍ଗୁ ମହାଭୟଅନେକ ଦାନବ ପ୍ରଭୁ କରିବେକ କ୍ଷୟ ।ନିଶ୍ଚିନ୍ତେ ହୋଇଣ ତୁମ୍ଭେ ସ୍ୱର୍ଗ ଭୋଗ କରବୃହସ୍ପତି କହନ୍ତି ଯେ ଇନ୍ଦ୍ରର ଆଗର ।ବିଚାର କରି ଉଠିଲେ ଇନ୍ଦ୍ର ବୃହସ୍ପତିମନ ପବନ ଚଢ଼ିଣ କଲେ ଶୀଘ୍ରଗତି ।ରାତ୍ରି ଅଢ଼ାଇ ପ୍ରହରେ ଅଇଲେ ଓହ୍ଲାଇଗୋପନଗ୍ରେ ନନ୍ଦଘରେ ପ୍ରବେଶିଲେ ଯାଇ ।ନନ୍ଦ ଉଆସେ ନିକଟେ ମିଳିଲେ ବହନଉଲୁକ ମନ୍ତ୍ରେ କଲେ ସେ ଶରୀର ଗୋପନ ।ଭିତରେ ପଶିଲେ ବେନି ଜନେ ଧାତିକାରେଦେଖିଲେ ବିଷ୍ଣୁ ନିଦ୍ରିତ ଅନ୍ତୁଡ଼ି ଶାଳରେ ।ଯଶୋଦା ଦକ୍ଷିଣ ହସ୍ତ କୃଷ୍ଣ ଦେହେ ଦେଇମାତା ପୁତ୍ର ଏକଠାବେ ଛନ୍ତି ନିଦ୍ରାଯାଇ ।ତହୁଁ ପରିଜନ ଗୋପ ଗୋପାଳୁଣୀ ମେଳେଜଗିଛନ୍ତି ଯେ ଯାହାର ମତେ ଅବହେଳେ ।ଘୃମିତ ଲୋଚନ ସ୍ୱାମୀ ବେନି ଚକ୍ଷୁ ବୁଜିମାତା ପାଶେ ଶୋଇଛନ୍ତି ଜାଣୁଛନ୍ତି ହେଜି ।ଜାନୁ ଭିତରେ ଶ୍ରୀହରି ଯୋଡ଼ି ପାଦ ଦୁଇଛଦ୍ରମେ ବାଳକରୂପେ ଅଛନ୍ତି ଯେ ଶୋଇ ।ଏସନକ ରୂପ ଦେଖି ବୃହସ୍ପତି ଇନ୍ଦ୍ରଅନେକ ସ୍ତୁତି କରିଣ ହୋଇଲେ ଆନନ୍ଦ ।ବୃହସ୍ପତି ବୋଲେ ଇନ୍ଦ୍ର ଦେଖି ବ୍ରହ୍ମରୂପସଂସାର ରକ୍ଷା ନିମନ୍ତେ ହୋଇଛନ୍ତି ଗୋପ୍ୟ ।ଯେବଣ ଶ୍ରୀ ନାରାୟଣ କ୍ଷୀରାର୍ଣ୍ଣବ ଜଳେଚତୁର୍ମୁଖ ବ୍ରହ୍ମା ଜାତ ଯା ନାଭି କମଳେ ।ଯାର କିଞ୍ଚିତ ଆଜ୍ଞାରେ ହୋଇଛି ଧରଣୀଅନନ୍ତ କୋଟି ଜୀବ ଯେ ସର୍ଜ୍ଜନା କାରେଣୀ ।ଦେବାଧିଦେବ ଉପରେ ଅଟେ ଦେବସ୍ୱାମୀତୁମ୍ଭ ହିତେ ନିଦ୍ରା ଯାଇଛନ୍ତି ଅନ୍ତର୍ଯ୍ୟାମୀ ।ଜନମ ମରଣ ବାଧା ଯାହାକୁ ହିଁ ନାହିଁବଡ଼ ଠାକୁର ଏହାଙ୍କଠାରୁ ଆଉ କାହିଁ ।ଏ ଜନ୍ମ ସଫଳ ହେଲା ଦେଖି ନେତ୍ର ଭୂରୁଦେଖିଲେ ଶ୍ରୀ ନାରାୟଣ ବାଞ୍ଛା କଳ୍ପତରୁ ।ଏମନ୍ତ ବିଚାର କରି ଇନ୍ଦ୍ର ବୃହସ୍ପତିଅର୍ଦ୍ଧ ଆକାଶେ ଦେଖିଲେ ଏକ ଶିଳାମୂର୍ତ୍ତି ।ଜୟ ମଙ୍ଗଳ ବୋଲି ଯେ ମଣି ତଳେ ଥୋଇବାହୁଡ଼ିଲେ ବେନି ଜନେ ବିମାନ ଆରୋହି ।ଇନ୍ଦ୍ର ବୋଲେ ବୃହସ୍ପତି ଗୋପନଗ୍ର ଧନ୍ୟପରମାନନ୍ଦ ପୁରୁଷ ହେଲେ ଏଥେଁ ଜନ୍ମ ।ନର ନାରୀଏ ଦେଖିଲେ ଏହି ରୂପ ଭଲେନାହିଁ ଏ ବାଳ ଗୋପାଳ ରୂପ ସମତୁଲେ ।ଖଣ୍ଡିଲେ ଗୋପୀ ଅନେକ ଜନ୍ମ ମହାପାପକହିଲେ ତ ନ ସରଇ ତାଙ୍କ ଭାଗ୍ୟ ତପ ।ଯୋଗୀ ସନ୍ନ୍ୟାସୀ ଯେବଣ ରୂପ ଧ୍ୟାନ କରିସେ ସ୍ୱାମୀ ଏ ଅବତାରେ ହେଲେ ଦେହଧାରୀ ।ଏ ମୋହର ବିଚାରକୁ ମଣିଲ ଏମନ୍ତଏଥିରୁ ପ୍ରାଣୀ ସମସ୍ତେ ଜାଣ ପୁଣ୍ୟବନ୍ତ ।ପୂର୍ବେ ବ୍ରହ୍ମାପୁତ୍ରମାନେ ଦୃଢ଼ ତପ କଲେବିଷ୍ଣୁ ଦେହେଲୀନ ହେବୁ ବୋଲିଣ ବୋଇଲେ ।ସେ ବ୍ରହ୍ମଋଷିଏ ଗୋପୀ ଗୋପାଳ ସ୍ୱରୂପେବିଷ୍ଣୁ ଅଙ୍ଗ ସଙ୍ଗ ପାଇଁ ଜନ୍ମ ହେଲେ ଗୋପେ ।ଗୋପୀ ଗୋପାଳଙ୍କ ସଙ୍ଗେ କରି ରଙ୍ଗ ଗେଲମାରିବେ ରାକ୍ଷସବଳ ରଖିବେ ଗୋକୁଳ ।କୁଞ୍ଜେ ଯମୁନାର କୂଳେ କଦମ୍ବର ମୂଳେଗୋପୀଙ୍କ ସଙ୍ଗେ କରିବେ କ୍ରୀଡ଼ା କୁତୂହଳେ ।ମହାପବିତ୍ର ଅଟଇ ଏହି ଭୂମିଖଣ୍ଡିଗୋରୁଙ୍କର ମଳମୂତ୍ରେ ଅଛି ନଗ୍ରମଣ୍ଡି ।ସ୍ୱର୍ଗରୁ ଅଧିକ ଅଟେ ଏହି ଗୋପ ମଧ୍ୟଅଙ୍ଗୁଳିକେ ହୋଇଅଛି ଯାଗ ଅଶ୍ୱମେଧ ।ରୁଦ୍ରଧର ବ୍ରହ୍ମାର ଯେ ଅଟଇ ଏ ଭୂମିତେଣୁକରି ବିଜେ ଏଥେଁ ନାରାୟଣ ସ୍ୱାମୀ ।ବୃହସ୍ପତି ବୋଇଲେ ହୋ ଶୁଣ ସୁରେଶ୍ୱରମହାପାତକ ବିନାଶ ହୋଇଲା ଆମ୍ଭର ।ଜୟ ଜୟ ଗୋପବାଳ ମୋହନ ମୁରାରିରାଧିକା ଜୀବନ ଧନ ବୃନ୍ଦାବନଚାରୀ ।ପୂତନା ଶକଟା ବକା କେଶୀ ନିସୂଦନଗୋପୀଜନ ଚିତ୍ତଚୋର କାଳୀୟ ଗଞ୍ଜନ ।ନବଜଳଧର କାନ୍ତି ଦିଶଇ ଶୋଭିତମୋହନ ବଂଶୀରେ ନାଥ ମୋହିଲୁ ଜଗତ ।ଗୋବର୍ଦ୍ଧନ ଗିରି ଟେକି ରଖିଲୁ ଗୋକୁଳଶରଣ ପଶିଲା ତୋର ପାଦେ ଆଖଣ୍ଡଳ ।ତୋ ଉଦରେ ପୂରିଅଛି ସକଳ ଜଗତଦେବତାଙ୍କ ଛଳେ ହେଲୁ ଉଦରରୁ ଜାତ ।ହରବ୍ରହ୍ମା ନ ଜାଣନ୍ତି ତୋ ମହିମା ଲେଶଶରଣ ପଶଇ ତୋରେ ମୁଁ ଅଚ୍ୟୁତ ଦାସ ।କାଳନେମିର ତପସ୍ୟା ଓ ଦର୍ପଣ ଶିଳା ବୃତ୍ତାନ୍ତକାଳନେମିର ତପସ୍ୟା ଓ ଦର୍ପଣ ଶିଳା ବୃତ୍ତାନ୍ତଏମନ୍ତ ବିଚାର କରି ଇନ୍ଦ୍ର ବୃହସ୍ପତିଅର୍ଦ୍ଧ ଆକାଶେ ଦେଖିଲେ ଏକ ଶିଳାମୂର୍ତ୍ତି ।ନିର୍ଦ୍ଧୂମ ଅନଳ ଜିଣି ଦିଶେ ଜ୍ୟୋତିର୍ମୟନିଦାଘ ଆଦିତ୍ୟ କିବା ହୋଇଲା ଉଦୟ ।ଷଡ଼ଗୋଟି ଶବସଞ୍ଚା ତହିଁରେ ଲାଗିଛିହିଙ୍ଗୁଳ ବୋଳିଲା ପ୍ରାୟ ବର୍ଣ୍ଣ ଦିଶୁଅଛି ।ରକତରେ ଜରଜର ଭୟଙ୍କର ମୂର୍ତ୍ତିଅନ୍ତରାଳ ହୋଇ କରେ ଶୂନ୍ୟମାର୍ଗେ ଗତି ।କଂସରାଜା ନବରରୁ ସିଂହଦ୍ୱାର ଛାଡ଼ିଆକାଶପଥରେ ଶିଳା ଯାଉଅଛି ଉଡ଼ି ।ସ୍ୱଭାବରେ ମହାନିଶା ମେଘ ଅନ୍ଧକାରଦର୍ପଣର ଶିଳା ଯାନ୍ତେ ଦିଶେ ଭୟଙ୍କର ।ଅତ୍ୟନ୍ତ ଚଞ୍ଚଳ ହୋଇ କରେ ଶୀଘ୍ର ଗତିପ୍ରତ୍ୟକ୍ଷେ ଦେଖନ୍ତେ ତାକୁ ଦେବ ଶଚୀପତି ।ଗୁରୁଙ୍କ ମୁଖକୁ ଚାହିଁ ପୁଛିଲେ ବହନପଥର ଗୋଟିଏ କରେ ଶୂନ୍ୟରେ ଗମନ ।ରକତରେ ଜର ଜର ତେଜ ପରଚଣ୍ଡଆବର ଲାଗିଛି ଷଡ଼ଗୋଟା ମୃତପିଣ୍ଡ ।ପକ୍ଷୀପ୍ରାୟ ଗତି କରି ଉଡ଼େ ଶୂନ୍ୟପଥେଏଥିର ତଦନ୍ତ କଥା କହ ଗୁରୁ ମୋତେ ।ଇନ୍ଦ୍ରର ଏସନ ବାକ୍ୟ ଶୁଣି ବୃହସ୍ପତିବୋଲନ୍ତି କହିବା ତାହା ଶୁଣ ସୁରପତି ।ଯେଉଁକାଳେ କଂସ କାଳନେମି ହୋଇଥିଲାଚୌରାଶୀ ବର୍ଷ ପର୍ଯ୍ୟନ୍ତେ ତପ ଆଚରିଲା ।କନକ ପ୍ରଭା ବୋଲିଣ ନଦୀ ଏକଗୋଟିମନ୍ଦର ପର୍ବତ ଭେଦି ଦକ୍ଷିଣକୁ ଫୁଟି ।ତପନ ପର୍ବତ ଅଛି ସେହି ନଦୀ କୂଳେତହିଁ ବିଜେ କରିଛନ୍ତି ଦେବୀ ଯେ ମଙ୍ଗଳେ ।ଚାମୁଣ୍ଡା ଦେବୀ ସେ କରିଅଛନ୍ତି ନବରଚାମୁଣ୍ଡା ଦେବୀ ଯେ ସେବା କଲା ସେ ଅସୁର ।ଅନେକ କଠୋର ତପ କରେ ପ୍ରତିଦିନପିନ୍ଧଇ ବକଳ ପୁଣ ଭକ୍ଷଇ ପବନ ।ବାର ଆଙ୍ଗୁଳି ସ୍ଥାନରେ ରହି କାଳନେମିପୁଷ୍ପ ତୋଳିଲା ପରାୟ ତାଡ଼େ ଚକ୍ଷୁବେନି ।ନହୁରୁଣୀ ଘେନି ଦେହ କାଟେ ଖଣ୍ଡେ ଖଣ୍ଡେସେ ରୁଧିର ନିହୁଡ଼ଇ ନେଇ ଅଗ୍ନି କୁଣ୍ଡେ ।ଶୁଖିଲା କାଷ୍ଠ ଜାଳିଣ ଗୁଆଘୃତ ଢାଳିଆପଣା ଅଙ୍ଗର ମାଂସ କାଟିଦିଏ ବଳି ।ଖରା ବର୍ଷା ଶୀତ ସହେ ସବୁ ତାର ଅଙ୍ଗଛାଡ଼ି କ୍ଷୁଧା ତୃଷା ନିଦ୍ରା ମଇଥୁନ ସଙ୍ଗ ।ରଙ୍ଗ ମନ୍ଦାର ମାଳାଏ ଆଭରଣ ଶିରେଜିହ୍ୱାକୁ କାଟି ପକାଏ ଦେବୀଙ୍କ ଖପରେ ।କରତାଳି ମାରି ଗୀତ ଗାଇ ନୃତ୍ୟେ ଆସିଦୃଢ଼େ ଜପେ ଦୁର୍ଗାନାମ ହସି ହସି ବସି ।ଏ ବିଧି ଅନେକ ତପ କଲା ମହାବଳୀସନ୍ତୋଷ ହେଲେ ମାତଙ୍ଗୀ ଦେବୀ ଭଦ୍ରକାଳୀ ।କଠୋର ତପ ଦେଖିଣ କଲେ ତାକୁ ଦୟାଅସୁରକୁ ସୁପ୍ରସନ୍ନ ହେଲେ ମହାମାୟା ।କାତି ଖପର ଧରିଣ ଭୟଙ୍କର ବେଶଜିହ୍ୱା ଲହ ଲହ କରି ମୁକୁଳିତ କେଶ ।ଦେବୀଙ୍କ ପ୍ରସନ୍ନ ହେବା ଦେଖି କାଳନେମିଶତସସ୍ର ଦଣ୍ଡବତ ଚରଣେ ପ୍ରଣମି ।କରପତ୍ର ଯୋଡ଼ି ପୁଣ ଆଗେ ହୋଇ ଉଭାଚାମୁଣ୍ଡା ବୋଲଇ ବର ମାଗ ଶୀଘ୍ର ଦେବା ।ଏ ତୋହର ତପ ଦେଖି ହେଲୁ ଆମ୍ଭେ ତୁଷ୍ଟିଯାଅ ତୁ ହୋ ସାଧ୍ୟ କର ଚରାଚର ସୃଷ୍ଟି ।ଦେବ ଦାନବ ମାନବ ଜିଣ ତୁହି ବଳେପୃଥ୍ୱୀ ସାଧ୍ୟକର ତୁ ହୋ ନିଜ ଭୁଜ ବଳେ ।ଯେତେ ଜନ୍ମ ପରିଯନ୍ତେ ଧରିଥିବୁ ଦେହିପୃଥିବୀରେ ତୋତେ ସମ ନ ହୋଇବେ କେହି ।ଆମ୍ଭର ବର ତୁମ୍ଭଙ୍କୁ ପ୍ରାପ୍ତ ହେଉ ସବୁଏବେ ଘୋର ତପ ଛାଡ଼ି ଯାଅ ଏଥୁ ବାବୁ ।ଏ ମୋହର ବର ତୋତେ ପ୍ରାପ୍ତ ହେଉ ସବୁତୁ ରାଜା ହୋଇଲେ କହ ମୋତେ କିସଦେବୁ ।ଦେବୀଙ୍କ ବଚନ ଶୁଣି କହେ ଦୈତ୍ୟବରଯଦି ସନ୍ତୋଷରେ ମାତା ଦେଲୁ ମୋତେ ବର ।ତୁ ଯାହା ମାଗିବୁ ତାହା ଦେବି ନିଶ୍ଚେ ମୁହିଁଶିରକମଳ ମାଗିଲେ କିଛି ଭୟ ନାହିଁ ।କାଳିକା ବୋଇଲେ ଯେବେ ଦେବା ଶ୍ରଦ୍ଧା ଅଛିଷଡ଼ଗୋଟି ପୁତ୍ର ତୁହି ଦେବୁ ମୋତେ ଯାଚି ।ଆପଣେ ଜାତ କରିଣ ହେବୁ ଜ୍ଞାନ ଭ୍ରଷ୍ଟମୁଁ ତାଙ୍କୁ ଖାଇଲେ ମୋର ପୂର୍ଣ୍ଣ ହେବ ପେଟ ।ଏ ଜନ୍ମ ଅନ୍ତରେ କଂସ ହୋଇବୁ ତୁ ଯାଇସେ କାଳେ ତୋଷିବୁ ମୋତେ ଷଡ଼ପୁତ୍ର ଦେଇ ।ଭଣଜା ରୂପରେ ଜନ୍ମିଥିବେ ତୋର ସୁତେତୁ ତାହାକୁ ମୋତେ ଦେବୁ ମାରି ନିଜ ହସ୍ତେ ।ବୃହସ୍ପତି ବୋଇଲେ ହେ ଶୁଣ ଶଚୀନାଥଦର୍ପଣ ଶିଳା ପ୍ରତ୍ୟକ୍ଷେ ଚାମୁଣ୍ଡା ଯେ ମାତ ।କଂସ ରାଜାର ଛାମୁରେ ଥିଲା ଆସି ପଡ଼ିମରଣ କାଳେ କଂସକୁ ଯାଉଅଛି ଛାଡ଼ି ।ଯେତେ ସମୟ ଯେ ଶିଳା ଥିଲା କଂସ କତିଦର୍ପଣ ଶିଳା ପ୍ରସାଦେ ତାକୁ ନାହିଁ ଭୀତି ।ପ୍ରତ୍ୟକ୍ଷେ ଚାମୁଣ୍ଡା ରୂପେ ସେହି ଶିଳା ଗୋଟିଶୁମ୍ଭ ନିଶୁମ୍ଭଙ୍କୁ ପୂର୍ବେ ବଧ କଲା ସେଟି ।ଏହାର ଯାଆନ୍ତେ କଂସ ହେଲା ହୀନବୀର୍ଯ୍ୟନାଶ ହୋଇବ ଶରୀର ସରିଲାଣି କାର୍ଯ୍ୟ ।ଅଷ୍ଟମଲ୍ଲ ସହିତରେ ନିଶ୍ଚେ ନାଶଯିବଅକଣ୍ଟକ ହେବ ପୃଥ୍ୱୀଭାରହିଁ ସରିବ ।ପୂର୍ବେ ସତ୍ୟ ମନାଇଣ ଥିଲା କଂସ ଯାହାମତ୍ତଗର୍ବପଣେ ଏବେ ପାସୋରିଲା ତାହା ।ରାଜାର ଦ୍ରୋହ କରନ୍ତି ଯେବଣ ପରାଣୀଏ ଦର୍ପଣ ଶିଳାପରେ କଚାଡ଼ନ୍ତି ଆଣି ।ଯୁକତେ ଚାମୁଣ୍ଡାଦେବୀ ମଡ଼ାଭାଗ ପାଇମଦିରା ରକତ ମାଂସେ ତୃପତି ତା ଦେହି ।ମେଷ ମଇଁଷି ଛାଗଳ ନରବଳି ଯେତେଦେବୀମାନଙ୍କୁ ଦିଅନ୍ତି ସମସ୍ତେ ଜଗତେ ।ରାଜଦ୍ରୋହକାରୀ ଯେବେ ଶିରଶ୍ଚେଦ ପାନ୍ତିଶତେଜନ୍ମ ପରିଯନ୍ତେ ଚାମୁଣ୍ଡା ଚୋବାନ୍ତି ।ସଂଗ୍ରାମରେ ପିଠିଦେଇ ପଡ଼ନ୍ତି ଯେ ଜନଚାମୁଣ୍ଡା ଦାଢ଼େ ପଡ଼ନ୍ତି ଜାଣ ଏ ପ୍ରମାଣ ।ଗଉରବ ସ୍ତିରୀ ସଙ୍ଗେ କରେ ଯେ ପୀରତିସେ ପୁରୁଷ ଚାମୁଣ୍ଡାର ମୁଖରେ ପଡ଼ନ୍ତି ।ଦେବ ବିପ୍ରଙ୍କୁ କରନ୍ତି ଯେହୁ ଉପହାସମତ୍ତଗର୍ବେ ନିନ୍ଦନ୍ତି ଯେ ବେଦ ଦୋଷାଦୋଷ ।ଚାମୁଣ୍ଡାର ଦାଢ଼େ ପୁଣ ପଡ଼ନ୍ତି ସେ ଯାଇଶୁଣ ତୁ ହୋ ସାବଧାନେ ଶଚୀଦେବୀସାଇଁ ।ସତ୍ୟକରି ଦେବି ବୋଲି ନ ଦିଅନ୍ତି ଯାହାଚାମୁଣ୍ଡା ଦାଢ଼େ ପଡ଼ନ୍ତି ଦେବୀଙ୍କର ସ୍ଫୃହା ।ସଂଗ୍ରାମେ ଯୁଦ୍ଧ ନ କରି ପଡ଼ନ୍ତି ଯେ ଜନଚାମୁଣ୍ଡା ମୁଖେ ପଡ଼ନ୍ତି ଏ କଥା ପ୍ରମାଣ ।ବୋଲନ୍ତି ଯେ ବୃହସ୍ପତି ଶୁଣ ଶଚୀସାଇଁଚାମୁଣ୍ଡା ଜିହ୍ୱାକୁ ବଳି ରୁଧିର ହିଁ ନାହିଁ ।ତେଣୁ ଚାମୁଣ୍ଡା ଗଗନମାର୍ଗେ ବୁଲୁଥାଇଯହିଁ ସଂଗ୍ରାମ ହୁଅଇ ତହିଁ ବିଜେ ଯାଇଁ ।କଡ଼ା ମର୍ଦ୍ଦଳ ଝୁମୁକା ଝୁମୁ ଝୁମୁ ବାଜେଚାମୁଣ୍ଡା ବଜାଇ ନୃତ୍ୟ କରି ତହିଁ ବିଜେ ।ଶୁଣ ହୋ ପରୀକ୍ଷ ରାଜା କହେ ଶୁକଯତିଯାନ ଆରୋହିଣ ଗଲେ ଇନ୍ଦ୍ର ବୃହସ୍ପତି ।ସ୍ୱର୍ଗଭୁବନରେ ଯାଇ ହୋଇଲେ ପ୍ରବେଶଗନ୍ଧର୍ବେ ବିଦ୍ୟାଧରୀଏ ଖଟିଲେକ ପାଶ ।ଏଥୁ ଅନନ୍ତରେ ଶୁଣ ତୁମ୍ଭେ ପୂର୍ବବାଣୀବାଞ୍ଛା ସିଦ୍ଧକର ନରେ ଭାଗବତ ଶୁଣି ।ଯଶୋଦା କୃଷ୍ଣଙ୍କୁ କୋଳେ ଧରି ନିଦ୍ରାଯାଇଚେତନା ପାଇଣ ଦେବୀ ଉଠିଲେ ଚିଆଇଁ ।ଇନ୍ଦ୍ର ବୃହସ୍ପତି ଯେଉଁ ପ୍ରକାରେ ଆସିଲେସେହି ପ୍ରକାରେ ଯଶୋଦା ସ୍ୱପନ ଦେଖିଲେ ।ନନ୍ଦ ଆଗରେ କହିଲେ ସ୍ୱପନର ବାଣୀସ୍ୱପ୍ନ ଭଲ ମନ୍ଦ ବୁଝ ଜଉତିଷ ଆଣି ।ଭୋ ନାଥ ଏମନ୍ତ ସ୍ୱପ୍ନ ଦେଖିଲି ମୁଁ ଭଲେଇନ୍ଦ୍ର ବୃହସ୍ପତି ମନବିମାନ ଚଢ଼ିଲେ ।ଆମ୍ଭର ପୁତ୍ରକୁ ସ୍ତୁତି କରୁଥିଲେ ଚାହିଁଜୟ ମଙ୍ଗଳ ମଣିଏ ପାଦତଳେ ଥୋଇ ।ଗଲେ ବେନିଜନେ ଏହା ନିଦେ ଦେଖିଲଇଁସତ ମିଛ ବୁଝ ସ୍ୱାମୀ ଦେଖ ଆପେ ଯାଇ ।ନନ୍ଦ ଦେଖିଲେ ସେ ମଣି ଗୋଟି ବିରାଜଇକୋଟି କୋଟି ଦିନକର ତେଜକୁ ଗଞ୍ଜଇ ।ଦେଖିଣ ନନ୍ଦ ଆଣିଲେ ସେହି ଦେବମଣିସ୍ୱପନ କଥା ତ ସତ ଦେଖ ତୁ ଗୋ ରାଣୀ ।ଯଶୋଦା ମଣିକି ଦେଖି ହରଷ ହୋଇଲେକାହା ଆଗେ ନ କହିବା ବୋଲି ସତ୍ୟକଲେ ।ବିଚାର କରନ୍ତେ ଦୁହେଁ ପାହିଲା ରଜନୀଗଗନେ ଉଦେ ହୋଇଲେ ପ୍ରଭୁ ଦିନମଣି ।ଭାଦ୍ରବ କୃଷ୍ଣଅଷ୍ଟମୀ ତିଥି ଗୁରୁବାରମୃଗଶିରା ନକ୍ଷତ୍ର ଯେ ଅଟେ ସେ ଦିନର ।ବାଣିଜ୍ୟ ନାମେ କରଣ ଶୁଭ ନାମେ ଯୋଗସିଂହ ସଂକ୍ରାନ୍ତି ଚବିଶ ଦିନ ଯାଇ ଭୋଗ ।ଏହି ଦିନ କୃଷ୍ଣ ହେଲେ ଗୋପରେ ଜନମଭଜଇ ଅଚ୍ୟୁତାନନ୍ଦ ହରେ କୃଷ୍ଣ ନାମ ।