ଲବଣୀ ଯାତ୍ରା — ହରିବଂଶ (ଦ୍ୱିତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଆଜ ତା ଶାଖା ତାହାର ହେଲା ପ୍ରାଣେ ନଷ୍ଟ ।
ଏ କଥାରେ କିପାଁ ସେହି କୋପ ନ କରିବ
ନିଶ୍ଚୟ ଏ ଗୋପନଗ୍ର ସମ୍ପଦ ସରିବ ।
କେହି ବୋଲେ ଏ କଥାକୁ ବିକଳେ ନ ଭାଳ
ପୂତନା ମଲା କଂସର ପୂରିଲାଣି କାଳ ।
ଅକାରଣେ ଏ ପୂତନା କିପାଁ ଏଥେ ମଲା
ନିଶ୍ଚୟ ଜାଣ କଂସର ଶିରୀହତ ହେଲା ।
ଏସନକ ଖଳବଳ ହୋନ୍ତେ ଗୋପବୃନ୍ଦ
ନନ୍ଦ ବୋଲଇ ପୁତ୍ରକୁ ରଖିଲେ ଗୋବିନ୍ଦ ।
ପୂତନା ମଲା ବିକଳ ନୁହଁ ତୁମ୍ଭେ କିଛି
ଆମ୍ଭର ପୁତ୍ରଗୋଟିକ ସର୍ବଶୁଭେ ଅଛି ।
ଆମ୍ଭର ଯେ ଅତିଭାଗ୍ୟ ଦିଶିଲାକ ଏବେ
ଏଡ଼େ ସଙ୍କଟୁ ତରିଲା ପୁତ୍ରଗୋଟି ଯେବେ ।
ପୁନରପି ଜନ୍ମ ପାଇ ଆମ୍ଭର ଯେ ପୁଅ
ପୂତନା ମଲା ଏଥକୁ ବିଷାଦ ନ ପାଅ ।
ଏ ମୋହର ବଚନକୁ କରସି ନିୟତ
ଗଲା ହଜିଲା ପୁତ୍ର ଯେ ହେଲା ପରାପତ ।
ସୁବର୍ଣ୍ଣର ହାନ୍ଦୋଳାରେ ପୁତ୍ରକୁ ବସାଇ
ସମସ୍ତେ ଆନନ୍ଦ ହେଲେ ନନ୍ଦ ମୁଖ ଚାହିଁ ।
ନଗ୍ର ନରନାରୀମାନେ ଦେଖି ପୁତ୍ରମୁଖ
ଲଭିଲେକ ମହାଭାଗ୍ୟ କ୍ଷୟଗଲା ଦୁଃଖ ।
ଆବର ବିଶେଷେ ଦିଶେ ନନ୍ଦ ପୁଣ୍ୟରାଶି
ଶତ୍ରୁ ମୁଖରୁ ପ୍ରାପତ ହେଲା ପୁତ୍ର ଆସି ।
ଏକଥା ଦେଖିଣ କିପାଁ ଆନନ୍ଦ ନୋହିବା
ସଜାଡ଼ ହାନ୍ଦୋଳା ଗୋଟି ନଗ୍ର ବୁଲାଇବା ।
ଏହା ବିଚାରି ଗୋପାଳେ ମଣ୍ଡି ଚଉଦୋଳି
ଲମ୍ବାନ୍ତି ଯେ ଜାଇ ଯୁଈ ମାଳତୀର ମାଳି ।
ଅପୂର୍ବ ଚାନ୍ଦୁଆ ପାଟଛତ୍ର ଝୀନବାସ
ଓହଳଇ ତୋରଣ ଯେ ହାର ଚଉପାଶ ।
ଇନ୍ଦ୍ର ଗୋବିନ୍ଦ ଚାନ୍ଦୁଆ ସୂଚିମୁନ ନୂଆ
ଗଜମୁକୁତାର ସଙ୍ଗେ ଶୋଭିତ ଚାନ୍ଦୁଆ ।
ସୁବର୍ଣ୍ଣ କଳଶ ପରେ ନେତ ପାଟ ଉଡ଼େ
ଆକାଶୁ ଯେହ୍ନେ ବିଜୁଳି ଖସି ଆସି ପଡ଼େ ।
ମଣି ମାଣିକ୍ୟ ଦର୍ପଣ ହୀରା ପନ୍ତି ପନ୍ତି
ବିଚିତ୍ର ଚାମରମାନ ସନ୍ନିଧ୍ୟେ ପଡ଼ନ୍ତି ।
ଦେବ ବିମାନ ଯେପରି ଆକାଶରୁ ଖସି
ମହାଭାରତ ଯୁଦ୍ଧେ କି ନନ୍ଦୀଘୋଷ ଆସି ।
ଶ୍ରୀକୃଷ୍ଣ ଲବଣୀ ଯାତ୍ରା ବାରତା ପାଇଲେ
ସ୍ୱର୍ଗ ତେଜି ବିଶ୍ୱକର୍ମା ମଞ୍ଚକୁ ଅଇଲେ ।
ଗୋପନଗ୍ରରେ ପ୍ରବେଶ ହେଲେ ବେଗେ ଯାଇଁ
ଚଉଦୋଳେକ ରଚିଲେ ଅନ୍ତର୍ଦ୍ଧାନେ ଥାଇ ।
ଗୋପାଳଙ୍କୁ ତ ଅଦୃଶ୍ୟ ସକଳ ଦେବତା
ଆକାଶରେ ଥାଇ ଦେଖି ଗୋବିନ୍ଦର ଯାତ୍ରା ।
ବାଜଇ ଢ଼ୋଲ ତାବଲା ମହୁରୀ ମର୍ଦ୍ଦଳ
ଉପାଙ୍ଗ ଦୋସରୀ ଭେରୀ ଭୁଜଙ୍ଗ କାହାଳ ।
ଶଙ୍ଖ ଦମାଲୁ ଘୁମୁରା ବାଜେ ବିଜିଘୋଷ
ଘର୍ଘରା ତାଳ ମୃଦଙ୍ଗ ଝାଞ୍ଜ ମହାଘୋଷ ।
କେନ୍ଦୁ ଲଉଡ଼ି ଗଉଡ଼େ ଧରି ଗୋଟାଗୋଟା
ଢଗ ଢମାଳି ଗାଇଣ ନାଚନ୍ତି ଖେମଟା ।
ଚଉଦୋଳ କନ୍ଧେ ଧରି କରି ପୁଷ୍ପବୃଷ୍ଟି
ଆଗପଛେ ପଟୁଆର ମଧ୍ୟେ ବ୍ରହ୍ମସୃଷ୍ଟି ।
କୃଷ୍ଣ ଲବଣୀ ଯାତ୍ରାକୁ ଦେଖିଣ କାମିନୀ
ମିଶିଗଲେ ବାଳବୃଦ୍ଧା ଗୋପାଳ ତରୁଣୀ ।
ଧାଇଁ ବସୁନନ୍ଦ ନନ୍ଦ ଉପନନ୍ଦ ତିନି
ପଛ ପଟୁଆରେ ଛନ୍ତି ସ୍ୱର୍ଣ୍ଣବେତ ଘେନି ।
ନବଲକ୍ଷ ଘର ପୁଣି ଅଛି ଗୋପପୁରେ
ସମସ୍ତଙ୍କ ପୁରମାନ ମଣ୍ଡି ଯେ ଯାହାରେ ।
କାନ୍ଥରେ ଚିତ୍ରପିତୁଳା ଚନ୍ଦନର ଛେରା
ଅଗଣାମାନଙ୍କେ ସର୍ବେ ପାରିଲେ ପାଏଡ଼ା ।
ସୁବର୍ଣ୍ଣ କୁମ୍ଭମାନଙ୍କେ ପୂର୍ଣ୍ଣ ତୀର୍ଥ ପାଣି
ବେଦୀମାନଙ୍କ ଉପରେ ବସାଇଲେ ଆଣି ।
ପୁଣି ବେଦୀ ଚାରିପାଖେ ପୋତିଲେ କଦଳୀ
ସେବତୀ ପାଖୁଡ଼ା ତହିଁ ଖୋସି ମାଳି ମାଳି ॥
ଅଧାମ ଗୋଟିକା ସର ଦୁଧ ଯେ ଲବଣୀଇକ୍ଷୁପନୀର ପଇଡ଼ ବାଢ଼ିଲେକ ଆଣି ॥
ଗୋପାଳ ଗମନ୍ତି ଗେଲେ ଗେଲେ କରି ନାଟଛାମୁରେ ଭାଙ୍ଗନ୍ତି କେହି ଆମି ଦଧିଘଟ ।କେହି ଗୋପାଳ ଛାମୁରେ ପହରନ୍ତି ଦଣ୍ଡଲବଣୀ ପସରା କେତେ କେତେ କ୍ଷୀରଭାଣ୍ଡ ।ଘରେ ଘରେ ବୁଲି ଗୋପନଗ୍ର ଆୟତନବହୁତ ଆନନ୍ଦ ଗୋପୀ ଗୋପାଳଙ୍କ ମନ ।ସୁବର୍ଣ୍ଣ ବିମାନ ମଧ୍ୟେ ବିଜେ ଦେବରାୟେଅର୍ଦ୍ଧଆକାଶେ ଦେଖନ୍ତି ଆସି ଦେବତାଏ ।ଅପସରୀ ବିଦ୍ୟାଧରୀ ସୁରପୁର ନଟୀଗାଆନ୍ତି ମଙ୍ଗଳଗୀତ କରି ପୁଷ୍ପବୃଷ୍ଟି ।ବାଳବୃଦ୍ଧ ଯୁବା ଯେତେ ଗୋପୀଗୋପବୃନ୍ଦସମସ୍ତଙ୍କୁ ସଙ୍ଗେ ଘେନି ଗୋଡ଼ାଇବି ନନ୍ଦ ।ନନ୍ଦ ଉପନନ୍ଦ ପୁଣି ଚନ୍ଦ୍ରସେଣା ମୂଳେବେନି ତାଳ ପଟୁଆର ବିମାନର ତଳେ ।ଗହଳ ଧନ୍ଦୋଳ ଯାତ୍ରା ଦେଖୁଛନ୍ତି ଲୋକେବଧାଇ ଦିଅନ୍ତି ଭାଟ କଏବାର ଥୋକେ ।ବଶିଷ୍ଠ ଯେ ବିଶ୍ୱାମିତ୍ର ନାରଦ ମହର୍ଷିସନକ ଯେ ସନାତନ ମିଳିଲେକ ଆସି ।ଅଷ୍ଟବକ୍ର ଗଉତମ ଅଙ୍ଗିରା ବାଲ୍ମୀକଅଗସ୍ତି ପୌଲସ୍ତି ଜଇମିନି ସୁମନ୍ତକ ।ଭୃଗୁ ଭାର୍ଗବ ଆବର ବିଶ୍ରବା ସାନ୍ତ୍ୱନୁକପିଳ ଯେ କାଳିଞ୍ଜନ ଗୋମତ କୃଶାନୁ ।ଭରଦ୍ୱାଜ ବିଭାଣ୍ଡକ ଆଦି ତପଶାଳୀଶ୍ରୀକୃଷ୍ଣ ଲବଣୀ ଯାତ୍ରା ଦେଖୁଛନ୍ତ ମିଳି ।ବୃହତ୍ସାମ ବେଦ ଗାଇ ସ୍ୱସ୍ତିକ ବଖାଣିଭର ହରଷ ଛାମୁରେ କରନ୍ତି ଖଟଣୀ ।ନବଲକ୍ଷ ଘର ବସେ ସେହି ଗୋପପୁରେଉତ୍ସବ କରନ୍ତି ଅନୁରୂପେ ଘରେ ଘରେ ।ବାଳବୃଦ୍ଧ ଯୁବା ସ୍ତିରୀ ପୁରୁଷହିଁ ଯେତେଭାଙ୍ଗନ୍ତି ଯେ ଦଧି ଦୁଗ୍ଧ ଭାଣ୍ଡ ତୋଷଚିତ୍ତେ ।ଗୋରସେ କର୍ଦ୍ଦମ ହେଲା ସେ ଦିନ ଧରଣୀକୌତୁକେ ଲବଣୀଯାତ୍ରା କଲେ ବେନୁପାଣି ।ଅର୍ଦ୍ଧ ଆକାଶେ ଦେଖନ୍ତି ଆସି ଦେବତାଏଆନନ୍ଦରେ ପୁଷ୍ପବୃଷ୍ଟି କରନ୍ତି ସଭିଏଁ ।ନଗ୍ର ଆୟତନ ବୁଲି ଯାନ୍ତି ଘରେ ଘରେଯାତ୍ରା ସାରିଣ ମିଳିଲେ ନନ୍ଦର ମନ୍ଦିରେ ।ନନ୍ଦ ଯଶୋଦା ପ୍ରବେଶ ରାମକୃଷ୍ଣ ଘେନିଶୁଣନ୍ତି ପରୀକ୍ଷରାଜା କହି ଶୁକ ମୁନି ।ଶୁକବ୍ରହ୍ମା ବୋଲେ ଶୁଣ ପରୀକ୍ଷିତ ରାୟଗୋବିନ୍ଦର ବାଳଲୀଳା ସୁଧାର ସମୟ ।ଧନ ପୁତ୍ର ପରାପତ ହୁଏ ଯାହା ଶୁଣିଅନ୍ତେ ସ୍ୱରଗ ପ୍ରାପତ ହେବ ସେହି ପ୍ରାଣୀ ।ଲବଣୀ ଯାତ୍ରା ସାରିଲେ ରହି ଯେ ଯାହାରେନନ୍ଦକୁ ଆଜ୍ଞା ମାଗିଣ ଗଲେ ଯେଝାଘରେ ।କୋଟି କୋଟି କ୍ଷୀରଭାଣ୍ଡ ଦାଣ୍ଡେ ଦେଲେ ଭଙ୍ଗିଘରେ ଘରେ ଫୁଲ ମଣ୍ଡି ଦାଣ୍ଡେ ଫୁଲଫିଙ୍ଗି ।ଯାତ୍ରାର ଗହଳେ ଦାଣ୍ଡେ ଚାଲନ୍ତେଣ ବାଟଘୃତ ଦଧି ଲବଣୀରେ କାଦୁଅ ସଙ୍କଟ ।ଯାନ୍ତେ ଗୋଡ଼ ଖସି କେହୁ ପଡ଼େ ମୁହଁ ମାଡ଼ିସାନନ୍ଦେ କ୍ଷୀର ସମୁଦ୍ର ଆସୁଛି କି ବଢ଼ି ।ଦିନ ସାତ ଘଡ଼ିଠାରୁ ରାତି ଶେଷ ଯାଏବହିଲା ଗୋରସ ନଦୀ ବଢ଼ି ଅତିଶୟେ ।ଦ୍ୱାଦଶ ତାଳ ସମାନ ଅଟଇ ଗଭୀରବେନିକୂଳ ବୁଡ଼ାଇଣ ଦିଶେ ଭୟଙ୍କର ।କେତେ ଗୋପ ଗୋପୀ ତହିଁ ପହଁରିଣ ଗଲେକେହି କେହି ସ୍ରୋତେ ପଡ଼ି ଟୁବୁଟୁବୁ ହେଲେ ।କେଉଁମାନେ ଭେଳାଧରି ସୁଖେ ହେଲେ ପାରକେ ବୋଲେ କେମନ୍ତେ ଯିବି ଲାଗୁଅଛି ଡର ।କେ ଭାସିବା ଦେଖି କେହୁ କରତାଳି ଦେଇଆନନ୍ଦରେ ନୃତ୍ୟକଲେ ଉତ୍ସାହିତ ହୋଇ ।କେବଣ ଗୋପିକା ପଡ଼େ ଗୋଡ଼ ଖସିଯାନ୍ତେକେଶବାସ ଅସମ୍ଭାଳ ହୁଅଇ ତରସ୍ତେ ।ବାଳକେ ଆନନ୍ଦେ ଗଡ଼ି କାଦୁଅ ପଙ୍କରେହସନ୍ତି ନାଚନ୍ତି ପୁଣି ଉଠି ଯେ ଯାହାରେ ।ଏମନ୍ତେ ଲବଣୀଯାତ୍ରା ସାରିଣ ଗୋପାଳେଯେ ଯାହା ଘରକୁ ଗଲେ ମିଶି ଦଳେ ଦଳେ ।କହଇ ଅଚ୍ୟୁତାନନ୍ଦ କୃଷ୍ଣଲୀଳା ରସଶୁଣନ୍ତେ ନ ରହେ ପାପ ମିଳେ ସ୍ୱର୍ଗବାସ ।ପୂତନାର ବଧବାର୍ତ୍ତା ଶୁଣି କଂସର ଖେଦ ଓ ତୃଣାବର୍ତ୍ତର ଗୋପପୁରେ ପ୍ରବେଶଏଥୁ ଅନନ୍ତରେ ପୁଣି କଂସରାଜା ଆଗେବାରତା କହିଲେ ଯାଇ ଦେଶାଉର ବେଗେ ।ଭୋ ଦେବ ଶୁଣିମା ହେଉ ଭୋଜ ନୃପମଣିଏଥୁ ଯାଇଥିଲା ଗୋପନଗ୍ରକୁ ପ୍ରୋହିଣୀ ।ଭୋଦେବ ନନ୍ଦର ଘରେ ବେନି ପୁତ୍ର ଜାତକହନ୍ତେ ନ ସରେ ତାଙ୍କ ମହିମା ବୃତ୍ତାନ୍ତ ।ବଳଭଦ୍ର ବୋଲି ଦେବ ଯେବଣ ତା ପୁତ୍ରପ୍ରଳମ୍ବାକୁ ବଧ କଲା ପ୍ରାକର୍ମେ ସାମର୍ଥ ।ସେ ପୁତ୍ରଙ୍କ ମହିଁମା ତ ଦେବଙ୍କୁ ଦୁର୍ଲ୍ଲଭକିସ କହିବି ତୁମ୍ଭଙ୍କୁ ଅରିଷ୍ଟ ଯେ ଲାଭ ।ପୁଣ ସେହି ଏକ ପୁତ୍ର ପ୍ରାପତ ହୋଇଲାକହନ୍ତେ ତ ନ ସରଇ ତା ମହିମା ଭଲା ।ଜନ୍ମ ହୋଇ ବାସିଦିନ ପୂତନା ମାଇଲାତୁମ୍ଭର ସଖା ତ ସେହି ତାର ହସ୍ତେ ମଲା ।ସକଳ ଗୋପାଳ ମିଳି ପୋତି ମୃତଶବଆବର ଲବଣୀ ଯାତ୍ରା କଲେ ଅସମ୍ଭବ ।ଚାରମୁଖୁଁ ବାର୍ତ୍ତା ଶୁଣି କଂସ ମହାବଳୀମୂର୍ଚ୍ଛାଗତ ହୋଇଣ ସେ ପଡ଼ିଲାକ ଢ଼ଳି ।ରାଜା ଅସାଷ୍ଟମେ ସର୍ବେ ହେଲେ ହାଲହୋଳିହାହାକାର କରି ଆସି ଧଇଲେକ ତୋଳି ।ଶୀତଳ ଜଳକୁ କେହି ଶ୍ରୀମୁଖରେ ସିଞ୍ଚେଖଦି ଚାମର ଆଲଟ ଧରି କେହି ବିଞ୍ଚେ ।କେ କର୍ପୂର ଗୁଣ୍ଡ ସିଞ୍ଚେ କେ ପନୀର ପାଣିଚରଣ ଚାପଇ କେହି ଧୀରେ ଧରି ପୁଣି ।କେହୁ ଚାଟୁ ବଚନରେ ମନ କରେ ତୋଷକେ ହସ୍ତ ଦୁଇ ଧରିଣ କରଇ ଆଶ୍ୱାସ ।ନୟନକୁ ନିରୋପନ୍ତି କେହି କର ଘେନିଏସନକ ଅସାଷ୍ଟମ ହେଲା ଉଗ୍ରସେନି ।କେତେ ସମୟେ ଶରୀରେ ପଶିଲାକ ଜ୍ଞାନକ୍ରୋଟରେ ଅଗ୍ନି ଜାଳିଣ ଦହେ ପଞ୍ଚମନ ।ମରଣ ଶଙ୍କା କାହାର ମନରେ ନ ପଶିସମସ୍ତେ ମିଳି ରାଜାଙ୍କୁ କହନ୍ତି ଆଶ୍ୱାସି ।ମନହିଁ ସିନା ଜାଣଇଁ ହୃଦର ଯେ ଦୁଃଖମଳିନ ଦିଶିଲା ଚିନ୍ତାଭରେ ପଦ୍ମମୁଖ ।ଉଚ୍ଚେ ରୋଦନ କରନ୍ତି ସ୍ୱର ଗଦଗଦଓଷ୍ଠ କଣ୍ଠ ତାଳୁ ଶୁଖି ନ ଆସଇ ପଦ ।ପଞ୍ଚଆତ୍ମା ଅନ୍ତରାଳ ଛନ୍ନ ଛନ୍ନ ମତିବାତୁଳ ପରାଏ ହେଲା ଚଞ୍ଚଳ ପ୍ରକୃତି ।ବ୍ୟାକୁଳେ ବୋଲଇ ମୁଁ ଯେ କଲି କେଉଁପାପକେବଣ ମହାତ୍ମା ମୋତେ ଦେଲା ଅଭିଶାପ ।ଭୁଜବଳେ ଜୟ କଲି ଭୂମଣ୍ଡଳ ରାଜାଦିଗପାଳେ କରୁଛନ୍ତି ମୋ ପାଦରେ ପୂଜା ।ପିତା ଉଗ୍ରସେନ ମାତା ଇନ୍ଦୁମତୀ ନାରୀପବିତ୍ର ଭୋଜ ବଂଶରେ ମୁହିଁ ଦଣ୍ଡଧାରୀ ।କିଞ୍ଚିତରେ ଏହା ସବୁ ଯାଇଅଛି ନାଶଯହିଁ ଗୁଣ ତହିଁ ନିଶ୍ଚେଁ ରହିଥାଏ ଦୋଷ ।ଏହି ଭୁଜବଳେ କଲି ଶମନକୁ ସାଧ୍ୟନନ୍ଦ ଗୋପାଳର ପୁତ୍ର ହାତେ ହେବି ବଧ ।କା ଆଗେ କହିବି କେବା ହେବ ବଜ୍ରସେହ୍ନାକେ ହରି ପାରିବ ମୋର ହୃଦୟ ବେଦନା ।କେ ମୋର ଇଷ୍ଟଦେବତା ହେବ ପିତାମାତାଏ ଜନ୍ମ ସଂସାରେ ହେବ ମୋର ଜୀବଦାତା ।ନାନାଦି ପ୍ରକାରେ ନନ୍ଦପୁତ୍ର ମାର ଯାଇଭୃତ୍ୟପଣେ ସେବା ତାକୁ କରିଥିବି ମୁହିଁ ।ଏ ରାଜ୍ୟରୁ ତାକୁ ମୁହିଁ ଅଧେଭାଗ ଦେବିମୋ ପାରୁଶେ ଅଭିଷେକ ତାକୁ କରାଇବି ।ଏରୂପେ ଆତଙ୍କ ହୋଇ ଭାଳେ କଂସାସୁରପ୍ରଣାମ କରି ଛାମୁରେ ତୃଣାବର୍ତ୍ତ ବୀର ।ନିଉଛାଳି ହୋଇ ପାୟେ ପଡ଼ିଣ ଶୋଇଲାଭୋ ଦେବ କି ନିମନ୍ତେ ତୋ ବିଷାଦ ହୋଇଲା ।କଂସ ବୋଇଲା ତୁମ୍ଭଙ୍କୁ କହିବି ମୁଁ କିସବିକ୍ରମ ସିଂହକୁ ଶଶା କରୁଅଛି ନାଶ ।ପ୍ରତ୍ୟକ୍ଷେ ଫଳିଲା ଯାହା ବିଜୁଳି କହିଲାତୋତେ ଯେ ମାରିବ ସେହି ଗୋପରେ ଜନ୍ମିଲା ।ମୋ କୁଳ ଭଣଜା ଦୁଃଖ କାଳକୁ ମୋ ହିତଦୁଃଖ କାଳରେ ବିଧାତା କଲା ବିପରୀତ ।ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଗଣିତା ମୁଁ ଜାଣେଦେବ ଦାନବ ମାନବ ଜିଣିଲି ମୁଁ ରଣେ ।ଏସନକ ବିଡ଼ମ୍ବନ ଦଇବେ ବିନାଶପାମର ଗଉଡ଼ ହସ୍ତେ ଯିବି ପ୍ରାଣେ ନାଶ ।ତୋହର ଜନନୀ ଅଟେ ପୂତନା ସୁନ୍ଦରୀମୋ ପଞ୍ଚଭୂତ ଆତ୍ମାର ଅଟେ ଅଧିକାରୀ ।ଅଷ୍ଟମଲ୍ଲଙ୍କ ମଧ୍ୟରେ ଅଟେ ଅଗ୍ରଲେଖାନିମିଷକେ ଲକ୍ଷେ ଇନ୍ଦ୍ର ଜିଣିପାରେ ଏକା ।ତାହାର ଦର୍ପେ ମୋହର ରକ୍ଷା ରାଜଶିରୀସର୍ବଗୁଣରେ ସମ୍ପନ୍ନ ମାୟାବୀ ଅସୁରୀ ।ଏ ମୋହର ହିତେ ସେହି ଗୋପେ ଯାଇଥିଲାଶତ୍ରୁ ସଂହାରିବ ବୋଲି ସାହସ ସେ କଲା ।ତାହା ବଚନକୁ ମୁହିଁ କରିଥିଲି ଆଶଚାରଗଣ କହିଲେ ସେ ଗୋପେ ଗଲା ନାଶ ।ନନ୍ଦର ଗୃହେ ଉପୁଜିଛନ୍ତି ବେନି ପୁତ୍ରତାହାଙ୍କର ହସ୍ତେ ମୋର ମରଣ ନିୟତ ।କାହାକୁ ବୋଲିବି ନିଜ ଅର୍ଜିତ ମୋ କର୍ମକେବଣ ଯୋଗେ ସେ ହୋଇଅଛନ୍ତି ଜନମ ।ଅନ୍ତୁଡ଼ିଶାଳେ ଏଡ଼େକ ପ୍ରାକର୍ମ ସେ ବହିବର୍ଦ୍ଧମାନ ହେଲେ ମୁହିଁ ବର୍ତ୍ତିବି ବା କାହିଁ ।କେବଣ ପ୍ରକାରେ ତାକୁ କରିବି ମୁଁ ନାଶସମସ୍ତେ ହୋଇ ବିଚାରି ଦିଅ ଉପଦେଶ ।ସାମାନ୍ୟ ଶତ୍ରୁ ନୁହଇ ସେହି ନନ୍ଦବଳାସାମାନ୍ୟ କାଳୁତ ତାର ତେଜ ଅନର୍ଗଳା ।ଯେ ଯାହାର ଅନୁରୂପେ ଛଦ୍ରମ ଭିଆଇନାନାଦି ପ୍ରକାରେ ଶତ୍ରୁ ସଂହାର ହୋ ଯାଇ ।ବୁଡ଼ିଲି ମୁଁ ଶୋକଜଳେ ଉଦ୍ଧରିଣ ଧରକଣ୍ଠାଗ୍ରତ ହେଲା ମୋର ପ୍ରାଣ ରକ୍ଷା କର ।ଏସନକ ବାକ୍ୟ କଂସରାଜା ମୁଖୁଁ ଶୁଣିପ୍ରତିଜ୍ଞା କରିଣ ତୃଣା ଉଠେ ଶିରଝୁଣି ।ଛାଡ଼ ଚିନ୍ତା ତୁମ୍ଭେ ଆହେ ଭୋଜ ନୃପମଣିସ୍ୱର୍ଗ ମର୍ତ୍ତ୍ୟପାତାଳ ମୁଁ କ୍ଷଣେ ପାରେ ଜିଣି ।ପାମର ନନ୍ଦପୁତ୍ର ସେ ବୟସରେ ସାନଏ ଛାର କଥାକୁ କିପାଁ କହୁଛ ଏସନ ।ଜନନୀ ଅଟେ ମୋହର ପୂତନା ରାକ୍ଷସୀଅଖଡ଼େ ସେ ଅକାରଣେ ପ୍ରାଣ ତାର ନାଶି ।ଦଇବେ ଅସୁରୀ ଜାତି ପ୍ରତିଜ୍ଞା ବା କାହିଁସଂଗ୍ରାମର ଭଙ୍ଗି କାହୁଁ ଜାଣିବ ବା ସେହି ।ମୋତେ ଯାଅ ବୋଲି ଆଜ୍ଞା ଦିଅ ନୃପସାଇଁଏକ୍ଷଣି ଶତ୍ରୁ ତୁମ୍ଭର ସଂହାରିବି ଯାଇ ।କଂସ ବୋଲେ ତୁହି କରି ପାରିଲେଟି ଏହାଏଥୁ ବଡ଼ ପୁଣ୍ୟ ବୋଲି ପାରିବି କି ତାହା ।ବିଶେଷେ ମାତୃବଇରୀ ପାରିଲେ ତୁ ମାରଜୀବ ଥିବାଯାକେ ମନେ ରହିବ ମୋହର ।ଏତେକ ବୋଲି ମୁକୁଟ ବାନ୍ଧିଲା ତା ଶିରେଶ୍ରୀଖଣ୍ଡଚନ୍ଦନ ଗୋଳି ଲେପିଲା ଶରୀରେ ।ଭଣ୍ଡାରରୁ ଅଳଙ୍କାର ଆଣିଲା ସତ୍ୱରେସ୍ୱର୍ଣ୍ଣ କର୍ଣ୍ଣଫୁଲ ଦୁଇ ଖଞ୍ଜିଲା କର୍ଣ୍ଣରେ ।ବାହୁଟି ଜଗଦ୍ବଳା ଯେ ଭୁଜକୁ ଭୂଷଣମଣି ମାଣିକ୍ୟ ମର୍କତ ହୀରା ବିତପନ ।ଦେବାଙ୍ଗ ସରୁ ବସନ ଗନ୍ଧପୁଷ୍ପ ଦେଇଆଜ୍ଞା ଦେଲାକ ତକ୍ଷଣେ ନୃପକୁଳସାଇଁ ।ବିଳମ୍ବ ନ କର ବାବୁ ବହନ ତୁ ଚଳଯାଅ ତୋତେ ପରାପତ ହେଉ ଶୁଭଫଳ ।ତୃଣାବର୍ତ୍ତ ବୋଇଲା ମୁଁ ଯାଉଅଛି କିନାଗଲା କଥାକୁ ନକର ଆଉ ତୁ ଶୋଚନା ।ପୂର୍ବର କଥା ସୁମରି କାତର ହୋଇଲେଶତ୍ରୁଛିଦ୍ର ଦେଖଇଟି ଭ୍ରାନ୍ତି ଦେବ କଲେ ।ଏ ତୋହର ଭୁଜବଳେ ଶତ୍ରୁ ଜିଣିପାରୁଏ ଛାର କଥାକୁ ମନେ କିପାଇଁ ତୁ ଡରୁ ।ସ୍ୱପନ ଗଲା କଥା ଯେ ଶୁଣି କରେ ତ୍ରାସବଳ ବୀର୍ଯ୍ୟ ଫଳ ଯାଇ ଅଳପକେ ନାଶ ।ତୁମ୍ଭେ ତ ପଣ୍ଡିତ ଅବା ନ ଜାଣ ଯେ ତାହାଆଉ ବିଶେଷେ ତୁମ୍ଭଙ୍କୁ ଅଷ୍ଟମଲ୍ଲ ସାହା ।ଆପଣେ ଜୀବନ୍ତେ ଥିଲେ କାହାକୁ ତ ଭୟେଆଝୁଁ ତୁମ୍ଭେ ସର୍ବଚିନ୍ତା ଛାଡ଼ ଦେବରାୟେ ।ଏକ୍ଷଣି ଶତ୍ରୁ ଜୀବନ୍ତେ ଧରି ଦେବି ଆଣିଛାମୁରେ ବଳି ଦେବାକ ତାହାକୁ ଯେ ପୁଣି ।ଆବର ଯେତେକ ପୁତ୍ର ଗୋପପୁରେ ଅଛିସମସ୍ତ ବାନ୍ଧି ଛାମୁରେ ଦେବି ଆଣି ଯାଚି ।ଏତେ ବୋଲି ବାହାସ୍ଫୋଟ ଦେଇଯାଇ ଡେଇଁରହିଲା ଗଗନ ମାର୍ଗେ ଉର୍ଦ୍ଧ୍ୱମୁଖେ ଯାଇ ।ଦଇବେ ଅସୁର ଜାଣେ ଅନେକ ଯେ ମାୟାଉଲୁକ ମନ୍ତ୍ର ପଢ଼ିଣ ଗୋପ୍ୟ କଲା କାୟା ।ନିମିଷ ମାତ୍ରେ ମିଳିଲା ଗୋପପୁର ଲାଗେକୋପେ ଅନିଳ ଶରୀର ଧରି ଅଧାସ୍ୱର୍ଗେ ।ଦେଖଇ କାଳନ୍ଦୀ ଦ୍ରଦ ମହାପୁଣ୍ୟ ଜଳଦିବ୍ୟ ତରୁଏ ଅଛଇ ସେହି ନଦୀକୂଳ ।ନାନାପକ୍ଷୀ ରାବ ଦ୍ୟନ୍ତି କୋଳାହଳ ଧ୍ୱନିନନ୍ଦବ ବନ ଅମର ବାରସ୍ୱତୀ ଜାଣି ।ନାନାଜାତି ଛନ୍ତି ଗୋପେ ନବଲକ୍ଷେ ଘରକୁବେର ସମାନ ତହିଁ ସର୍ବେ ଧନେଶ୍ୱର ।ରୋଗ ଶୋକ ଚିନ୍ତା ସର୍ବ ବିବର୍ଜିତ ଜନସମସ୍ତେ ତ ସୁକୁମାର ପୁଣ୍ୟବନ୍ତ ଧନ ।ସ୍ତିରୀ ପୁରୁଷ ଯେତେକ ସର୍ବେ ନବଯୁବାବୃଦ୍ଧେ ପାଲଟି ଦିଶନ୍ତି ତହିଁ ମହାଶୋଭା ।ପୂର୍ବେ ବାଳଖିଲ୍ୟା ପଞ୍ଚାଣୋଇସସ୍ର ଋଷିଈଶ୍ୱରଙ୍କୁ ସେବା କଲେ ଗଙ୍ଗାକୂଳେ ବସି ।ଅନେକ ବାଞ୍ଛା କରିଣ ପୂଜି ସଦାଶିବକନ୍ଦମୂଳ ଫଳମୂଳ ଭୁଞ୍ଜି ମୁନିବେଦ ।ରୁଦ୍ରାକ୍ଷ ମାଳା ଭୂଷଣ ମନ୍ତ୍ର କରି ଜପପଞ୍ଚ ଇନ୍ଦ୍ରିୟ ନିଗ୍ରହ କରି ଘୋରତପ ।କର୍ଣ୍ଣରେ ତମ୍ବାକୁଣ୍ଡଳ ଅଙ୍ଗେ ପାଂଶଭୂଷାକଟିତଟେ କଉପିନ ଡୋର ରଙ୍ଗକଷା ।ତ୍ରିଦଣ୍ଡ ଯେ କମଣ୍ଡଳୁ ମାଥେ ଦିବ୍ୟଜଟାକୃଷ୍ଣଜିନ ଛାଲ ବେଦକାଣ୍ଡି ଯେ ପାଞ୍ଚଟା ।କାୟାକୁ କଦର୍ଥ ସେହି କରି ବାରବ୍ରତଥୋକାଏ ଦିନ ପାରଣା ଉପବାସେ ରତ ।ଏମନ୍ତ ପ୍ରଥାରେ ସେହି କଲେ ଘୋରତପସ୍ୱାହା ସ୍ୱାଧା ବଷଠ୍କାର ମୂଳମନ୍ତ୍ର ଜପ ।ବନ୍ଧଭେଦ ମୁଦ୍ରାଭେଦ ଭେଦି ପଞ୍ଚମନଛାମୁରେ ଆସି ପ୍ରବେଶ ହେଲେ ତ୍ରିଲୋଚନ ।ବୋଲନ୍ତି ହୋ ବର ମାଗ ମାଗ ବାଳଖିଳ୍ୟାମୁକ୍ତ ହେବୁ ବୋଲି ବର ମାଗି ବ୍ରହ୍ମବଳା ।ଈଶ୍ୱରେ ବୋଇଲେ ମୁକ୍ତି ଏ ଜନମେ ନାହିଁଦ୍ୱାପରେ ମୁକତ ହେବ କୃଷ୍ଣ ମୁଖ ଚାହିଁ ।ଗୋପାଳୁଣୀ ରୂପେ ତୁମ୍ଭେ ଗୋପେ ହେବ ଜାତକୃଷ୍ଣ ସଙ୍ଗେ କେଳିକରି ହୋଇବ ମୁକତ ।ଏସନ ସଂଜାତ ଜାତ ହେଲେ ଗୋପୀମାନେତ୍ରୈଲୋକ୍ୟ ମୋହିନୀ ରୂପେ ଅବତରି ପୁଣ୍ୟେ ।ଚିତ୍ରକୂଟ ଗିରିଠାରୁ ଗୋପପୁର ଯାଏମଧ୍ୟ ପାଞ୍ଚ କ୍ରୋଶରେ ଯେ ଅଛନ୍ତି ସଭିଏଁ ।ଗୋରୁ ମଇଁଷିମାନେ ଯେ ସଙ୍ଗେ ଘେନି ବତ୍ସାବନ ପର୍ବତେ ଚରନ୍ତି ଯେ ଯାହାର ଇଚ୍ଛା ।ଅପ୍ରମିତ ଗୋରୁପଲ ମଇଁଷି ବହୁତବାଛୁରୀ ଗାଭିଲୀ ଛଡ଼ାକେ କରୁ ଗଣିତ ।ଅକଳିତ ଗୋପପୁରେ ଲକ୍ଷ୍ମୀ ପୂରିଥାଏସୁର ଅସୁରମାନଙ୍କୁ ନାହିଁ କିଛି ଭୟେ ।ପ୍ରତ୍ୟକ୍ଷେ ଦେବତା ପ୍ରାୟ ଶୋଭା ନରନାରୀସେ ଗୋପପୁର ମହିମା କହିତ କେ ପାରି ।ସର୍ବଦା ବସନ୍ତ ତହିଁ ବହେ ଘନ ଘନଚାହିଁଲେ ମୋହିପାରନ୍ତି ଏ ତିନିଭୁବନ ।ତେତିଶକୋଟି ଦେବତା ଛନ୍ତି ଯେଝା ମତେରାମକୃଷ୍ଣଙ୍କୁ ଦେଖନ୍ତି ଗୋପେ ଅବିରତେ ।ନନ୍ଦ ଆନନ୍ଦ ଉତ୍ସବ ବଢା଼ଇଲା ପୁରେଚୂତପତ୍ର ପୂର୍ଣ୍ଣ କୁମ୍ଭ ବସାଇ ଦୁଆରେ ।ଅନେକ ଆନନ୍ଦ ଦେଖି ରାମ ଯେ କୃଷ୍ଣଙ୍କୁପୁଣିହିଁ ନିତ୍ୟ ଆଚାର ଲାଗି ଯେ ଯାହାଙ୍କୁ ।ଅନ୍ତୁଡ଼ି ନବରେ ବିଜେ ପ୍ରଭୁ ଦେବରାଜାଉତ୍ତାନଶାୟୀରେ ନିଦ୍ରା ଗଲେ ଦିବ୍ୟ ଶଯ୍ୟା ।ଅନେକ ଧାଈ ଅଛନ୍ତି ପାରୁଶରେ ବେଢ଼ିଅଗୁରୁ ଚନ୍ଦନକାଠେ ଲାଗିଛି ଅନ୍ତୁଡ଼ି ।ନିର୍ଧୂମ ଅଗ୍ନି ଲାଗିଛି ତହିଁର ମଧ୍ୟରେତଥି ପାଖେ ଛନ୍ତି ବାଳ ମୁକୁନ୍ଦ ରୂପରେ ।ପାରୁଶେ ଯଶୋଦା ଦିବ୍ୟ ଖଟେ ଛନ୍ତି ଶୋଇଯଶୋଦା ପାରୁଶେ ବଳଭଦ୍ର ନିଦ୍ରାଯାଇ ।ଅମର ଭୁବନ ପ୍ରାୟ ସେ ଅନ୍ତୁଡ଼ିଶାଳକାନ୍ଥ ପିତୁଳା କି ଗ୍ରହ ତାରା ମାଳ ମାଳ ।ସେହି ଭୂମି ଦେଖିବାକୁ ହୋଇଅଛି ରମ୍ୟବଇକୁଣ୍ଠେ ଯେସନେକ ଗୋମାତା ଆଶ୍ରମ ।ଖଣ୍ଡେ ଦୂରୁ ତୃଣାବର୍ତ୍ତ ଦେଖି ନାନାବିଧିକାମରୂପୀ ଅସୁର ସେ ଜାଣେ ମାୟା ବୁଦ୍ଧି ।ବିଚାରେ କେମନ୍ତେ ମୁହିଁ କରିବି ବିନାଶଉଲୁକ ବିଦ୍ୟାପଢ଼ିଣ ହୋଇଛି ଅଦୃଶ୍ୟ ।ଜାଜ୍ୱଲ୍ୟମାନ ତେଜରେ ପଶି ନ ପାରଇଦେବ ଇନ୍ଦ୍ରପ୍ରାୟ ତେଜ ରହିଣ ଦେଖଇ ।ଏହିରୂପେ ବେନି ଦିନ ରହିଲା ଗୁପତେରାତ୍ର ଦିବସ ସେ ଛିଦ୍ର ବିଚାରଇ ଚିତ୍ତେ ।କଂସକୁ ତ ଆଶା ଦେଇଅଛି ମାତାଛଳେସମରେ ସହସ୍ରେ ଇନ୍ଦ୍ର ଜିଣିପାରେ ବଳେ ।ଯାହା ପାଦଭାରେ ନିତ୍ୟ କମ୍ପେ ବସୁନ୍ଧରୀଯା ପାଇଁ ଦେବସଭାରେ ବସୁଧା ଗୁହାରୀ ।ପ୍ରଚଣ୍ଡ ମହାବଳ ସେ ତୃଣାବର୍ତ୍ତ ବୀରଯାର ନାମେ ମନ୍ଦ ମନ୍ଦ ବହଇ ସମୀର ।ସୁର ସିଦ୍ଧ ମୁନି ଯାକୁ କରୁଥାନ୍ତି ଶଙ୍କାପୂତନାର ନନ୍ଦନ ଯେ ଅଟେ ରଣ ରଙ୍କା ।ଜନକ ତାହାର ଗୁଣ ଗମ୍ଭୀର ଗୁଣ ଗନ୍ଧର୍ବପୂତନା କରିଛି ତୃଣ ବନରେ ପ୍ରସବ ।କଂସଠାରୁ ଶତଗୁଣେ ସେହୁ ବଳୀୟାରଦେବ ଦାନବରେ ବଧ ନୁହେଁ ତା ଶରୀର ।ବ୍ରହ୍ମାଙ୍କୁ ପ୍ରବୋଧ କରି ବର ଅଛି ପାଇତେଣୁ ତୃଣାବର୍ତ୍ତ ବୀର ଅବଧ୍ୟ ଅଟଇ ।ମନକଲେ ତିନିପୁର ଜିଣିପାରେ ଏକାସମାନ ନୁହନ୍ତି ତାକୁ କେଶୀ ଷଣ୍ଢା ବକା ।ଅନ୍ତରୀକ୍ଷେ ମହାବୀର ରହିଛି ଆରମ୍ଭେଖଗରାଜ ମଧ୍ୟେ ଲୁଚିଅଛି ଏକ ଖମ୍ବେ ।ଏମନ୍ତ ଯେ ସାତଘଡ଼ି ହୋଇଛି ରଜନୀଅନ୍ତୁଡ଼ିଶାଳେ ଅଛନ୍ତି ମାତା ପୁତ୍ର ଘେନି ।ସରିଲା ଦୁଗ୍ଧ ତରଣ ଯାତ୍ରାର ବିଧାନଶାନ୍ତି ନିମିତ୍ତ ଆହୁତି ଦେଲେ ଆରଦିନ ।ଅନେକ ଦାନ ଦକ୍ଷିଣା ଦେଲେ ବ୍ରାହ୍ମଣଙ୍କୁମିଷ୍ଟଅନ୍ନ ଭୁଞ୍ଜାଇଲେ ବନ୍ଧୁବାନ୍ଧବଙ୍କୁ ।ତଦନ୍ତେ ହୋଇଲା ଆସି ପୁଞ୍ଚୁଆତି ଦିନବେଦଶାସ୍ତ୍ର ମତେ କଲେ ସକଳ ବିଧାନ ।ବିନାୟକ ଆଦି ପଞ୍ଚଦେବ ପୂଜାକଲେଦ୍ୱାଦଶ ଦେବତା ବରି ମଣ୍ଡଳେ ପୂଜିଲେ ।ଅଷ୍ଟକୁଳନାଗ ଦଶଦିଗପାଳ ବରିସାତବାର ସତାଇଶ ନକ୍ଷତ୍ରାଦି କରି ।ଏହି ମତେ ଶେଷ କଲେ ପୂଜାର ବିଧାନଆନନ୍ଦେ ପୂରିଲା ତହିଁ ସବୁଙ୍କରି ମନ ।ପୋଖତୀକି ଶୈଚ କଲେ ଶୁଦ୍ଧ ପୂତ ଜଳେଶୁଆଇଲେ ଆନ ଶେଯ ପକାଇଣ ତଳେ ।ତହିଁପରେ ଧାତ୍ରୀମାନେ ଆନନ୍ଦିତ ହୋଇଭିନ୍ନ ଶେଯେ ଶ୍ରୀକୃଷ୍ଣଙ୍କୁ ଶୁଣାଇଲେ ନେଇ ।ଚନ୍ଦ୍ରସେଣା ନାମେ ଗୋପ କୃଷ୍ଣର ମଉଳାଯଶୋଦାର ଭ୍ରାତା ସେହି ନନ୍ଦରାଜା ଶଳା ।ସହସ୍ରେ ଗୋପାଳ ଘେନି ଅନ୍ତୁଡ଼ିକି ବେଢ଼ିରୁଞ୍ଜ ଗୁଞ୍ଜମାଳି ତାଙ୍କ କରେ କେନ୍ଦୁବାଡ଼ି ।ମାରନ୍ତି ସେ ମତୁଆଳି ହୋଇ କରତାଳିନାଚନ୍ତି ଖେମଟା ନାଚ କହନ୍ତି ଢମାଳି ।ପଞ୍ଚୁଆତି ଦଉଡ଼ି ଯେ ଶଏ ପାଞ୍ଚ ଗଜବଳି ଚନ୍ଦ୍ରସେଣା କଲା ଦଉଡ଼ିକି ସଜ ।ପାରୁଶରେ ଦୀପାବଳି ଗୁଆଘୃତେ ଜଳେନିର୍ବନ୍ଧ ଅନ୍ତୁଡ଼ିଶାଳ ପିମ୍ପୁଡ଼ି ନ ଗଳେ ।ମଉଳା ବସି ଅଛଇ ଉଜାଗରା ହୋଇଖେଳ ରଙ୍ଗରେ ଢମାଳି ଢଗ ଗୀତ ଗାଇ ।କପିଳା ଗୋମାତା ଷଠୀଦୁଛି କଲା ପୂଜାପୁଷ୍ପ ନଇବେଦ୍ୟ ଭୋଗ ଦେଲା ଖଣ୍ଡଖଜା ।ଊର୍ଦ୍ଧ୍ୱ ଭାଗେ ଚନ୍ଦ୍ରାତପ ମଣ୍ଡିଲେ ସୁସଞ୍ଚନାହିଁ ପଟାନ୍ତର ସ୍ୱର୍ଗ ରସାତଳ ମଞ୍ଚ ।କୁଙ୍କୁମ ଚନ୍ଦନେ ଲିପାଇଲେ ଷଷ୍ଠୀଘରଅମର ଭୁବନ ପ୍ରାୟ ଦିଶିଲା ସୁନ୍ଦର ।ମଣି ରତ୍ନ ଶୁଦ୍ଧ ହେମ ଜାତି ହୀରା ନୀଳାଖଞ୍ଜନ୍ତେ ସୁଷମା ପାଏ ଯେହ୍ନେ ଚନ୍ଦ୍ରଶାଳା ।ଷଷ୍ଠୀ ନିଉଛାଇ ରୂପ ଲିହିଲେ ଭିତରେଉଭା ତ୍ରୋଣା ପୂର୍ଣ୍ଣକୁମ୍ଭ ମଣ୍ଡି ନିରନ୍ତର ।ଚାମର ମାଣିଜ୍ୟ ପାଟଝୁମ୍ପା ମାଳି ମାଳିଝଲକଇ ଗଜଦନ୍ତ ପାତିଆ ପିତୁଳି ।ବିଶ୍ୱକର୍ମା ସହସ୍ରେକ ରୂପ ଆପେ ଧରିଶ୍ରୀକୃଷ୍ଣ ଅନ୍ତୁଡ଼ିଶାଳ ଅତି ଯତ୍ନେ କରି ।ପରିମଳ ପାଟଣା ଯେ ପବିତ୍ର ଭୁବନମାନବେ ଦୃଶ୍ୟନୋହି ସେ ଦେବେ ଦୃଶ୍ୟମାନ ।ଯେଉଁ ନାରାୟଣ ସ୍ୱାମୀ ଜଗତର ପତିଭାରା ନିବାରଣେ ବାଳମୁକୁନ୍ଦ ମୂରତି ।ସ୍ଥାବର ଜଙ୍ଗମ କୀଟ ଆଦି ଚାରିଖାନିସବୁଦେବଙ୍ଗ ଠାକୁର ଶିରେ ରତ୍ନ ମଣି ।ଲକ୍ଷ୍ମୀ ସରସ୍ୱତୀଙ୍କର ବଲ୍ଲଭ ଯେ ସ୍ୱାମୀଜଳ ସ୍ଥଳ ଅନଳେ ଯେ ପ୍ରଭୁ ଅନ୍ତର୍ଯ୍ୟାମୀ ।ଶୁଭାଶୁଭ କର୍ମ ଯେହୁ କରିପାରେ ଆନଦେବାଧି ଦେବରାୟ ଯେ ଠାକୁର ପ୍ରଧାନ ।ଯମ ଇନ୍ଦ୍ର ନଇର୍ଋତ କୁବେରର ପଦଅବହେଳେ ଦେଇପାରେ ଅଚଳ ସମ୍ପଦ ।ଯାହା ଲୋମକୁ ବ୍ରହ୍ମାଣ୍ଡ ଲୋକଙ୍କର ଲୟେନିର୍ମଳ ନିରାକାର ଯେ ନିରଞ୍ଜନ ମୟେ ।ମନ ବୁଦ୍ଧି ଅହଙ୍କାରେ ନାହିଁ ଯାର ଲେଶକାମରୂପୀ ଆଦିମୂଳ ଅନନ୍ତ ପୁରୁଷ ।ସେ ସ୍ୱାମୀ ଅନ୍ତୁଡ଼ିଶାଳେ ନନ୍ଦର ମନ୍ଦିରେନିଶ୍ଚିନ୍ତେ ନିଦ୍ରା ଯାଇଛି ସୁପାତି ଶେଯରେ ।ଉତ୍ସବ ବେଭାରେ ରହି ଉଜାଗରେ ମାତିନିଦ୍ରା ଘାରନ୍ତେ ସରବେ ଶୋଇବାକୁ ଯାନ୍ତି ।ଏ ବେଳକୁ ଥିଲା ଆଉ ତିନିଘଡ଼ି ରାତିଅଲସଭରେ ସକଳେ ନିଶ୍ଚିନ୍ତେ ଶୁଅନ୍ତି ।ଏହି ଶିରୀ ଭାଗବତ ପୁଣ୍ୟମୟ ଧ୍ୱନିଭଜଇ ଅଚ୍ୟୁତାନନ୍ଦ ରାମକୃଷ୍ଣ ବେନି ।