ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା — ହରିବଂଶ (ଦ୍ୱିତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଯାହାକୁ ଦେଖଇ ତାକୁ ମୋହଇ ତକ୍ଷଣେ
ଯୁବତୀଙ୍କ ଚିତ୍ତ ସ୍ଥିର ନୁହେ ଦେଖି କ୍ଷଣେ ।
କେ ବୋଲଇ ଗୋପପୁର ଲୋକଙ୍କର ପୁଣ୍ୟ
କେ ବୋଲେ ଏହୁ କି ଜନ୍ମ ହୋଇଛି ପବନ ।
ଏତେ ଅରିଷ୍ଟ ଗୋ ତେଣୁ ପାରିଗଲା ଜବ
କେ ବୋଲଇ ଏ କଥା ତ ଯୁଗେ ଯୁଗେ ଥିବ ।
କେତେଦିନର ଏ ପୁଅ ଚରିତ ଗୋ କେତେ
ଥୋକେ ଗୋପାଳ ବୋଲନ୍ତି ଅଗୋଚର ମୋତେ ।
କୃଷ୍ଣର ଯେ ବାଳଲୀଳା ଦେଖି ଗୋପବଧୂ
ବୋଲନ୍ତି ଯଶୋଦା ତୁମ୍ଭ ଜୀବନ ଗୋ ସାଧୁ ।
ଧନ୍ୟ ତୁମ୍ଭେ ଗୋ ଯୁନବତୀ ରତ୍ନ ଶିରୋମଣି
ଅତୁଳ ପୁରୁଷ ଗର୍ଭେ ଠାବ ଦେଲୁ ଆଣି ।
ସ୍ତିରୀକୁଳୁ ମୁକ୍ତ ହେଲ ତୁମ୍ଭେ ଯଶୋଦାଏ
ଏତେ ବୋଲି ଗୋପୀଙ୍କର ପୁଲକିତ କାୟେ ।
ମୁଖ ଦେଖିଲେ ଲାଗଇ କନ୍ଦର୍ପର ବାଧା
ହେଉକିନା ବାଳୁତ ଏ ଲାଗେ ବଡ଼ଶ୍ରଦ୍ଧା ।
ଗୋବିନ୍ଦର ଖେଳ ଦେଖି ବଡ ଶ୍ରଦ୍ଧାପାଇ
ନଗ୍ର ନରନାରୀମାନେ ଦେଖୁଛନ୍ତି ରହି ।
କେହୁ ଅଙ୍ଗୁଳି ରେଖାରେ ଗଣନ୍ତି ବୟସ
ଥୋକାଏ ବୋଲନ୍ତି ବେନିମାସ ହେଲା ଶେଷ ।
କେତେ ଦିନର ଏ ପୁଅ କେତେ ଏହା ଗୁଣ
ଅପୂର୍ବ ପ୍ରାୟ ଏ କଥାଗୋଟା ତୁମ୍ଭେ ମଣ ।
ଚାରିଯୁଗରେ ଏ କଥା ଅଛି ସ୍ତିର ହୋଇ
ସୁଜ୍ଞାନୀ ସୁଯତିମାନେ ଥାନ୍ତି ଜନ୍ମପାଇ ।
ସତ୍ୟଯୁଗେ ଯତି ସତ୍ୟବତୀର ନନ୍ଦନ
ଜନ୍ମ ମାତ୍ରକେ ଜାଣିଲେ ସେହୁ ବ୍ରହ୍ମଜ୍ଞାନ ।
ବିପୁଳ ବନରେ ଥିଲେ ବିଭାଣ୍ଡକ ଋଷି
ମୃଗୁଣୀ ଗର୍ଭେ ଜନମ ଋଷ୍ୟଶୃଙ୍ଗ ଋଷି ।
ଦଣ୍ଡ କମଣ୍ଡଳୁ ତାର ଶୋଭା କରପାତ୍ରେ
ଚାରିବେଦ ଷଡ଼ଶାସ୍ତ୍ର ଜାଣି ଜନ୍ମମାତ୍ରେ ।
ମୟ ନାମେ ଦାନବର ତ୍ରିଶିରା ଯେ ନାରୀ
ବାଳବ୍ୟସ୍ତ ବୋଲି ଜାତ ପୁତ୍ରେକ ତାହାରି ।
ଜନ୍ମକାଳେ ବାଳୁତର ଲାଗିଅଛି ନାଡ଼ି
ନବଲକ୍ଷ ଜଉତିଷ ପଢ଼ି ଗର୍ଭୁ ପଡ଼ି ।
ବିଷ୍ଣୁ ନାଭିକମଳୁ ଯେ ବ୍ରହ୍ମା ଅବତରି
ତକ୍ଷଣେ ସ୍ମରଣ ତାକୁ ହେଲା ବେଦ ଚାରି ।
ଉର୍ବଶୀର ବ୍ରହ୍ମବୀର୍ଯ୍ୟ ବଶିଷ୍ଠ ଉତ୍ପତ୍ତି
ପଢ଼ିଲେ ସେ ସାରସ୍ୱତ ମଣ ସୁଜ୍ଞଯତି ।
ଜନ୍ମ ହେଲା ପୁତ୍ର ଦେଲା ପିତାକୁ ଯେ ଶିକ୍ଷା
ପାଇଲେ ସେ ବ୍ରହ୍ମଜ୍ଞାନ ଭାଗବତ ଦୀକ୍ଷା ।
ବିଧୁ ନାମେ ସତ୍ୟଯୁଗେ ଜାନୁଘଣ୍ଟ ରାୟ
ଗୁଣଗମ୍ଭୀର ବୋଲି ଯେ ତାହାର ତନୟ ।
ଅଷ୍ଟବକ୍ର ଋଷି ତାକୁ ପ୍ରସନ୍ନ ହୋଇଲେ
ସାତଦିନର ପୁତ୍ରକୁ ବିଦ୍ୟା ଶିଖାଇଲେ ।
ଅତ୍ରି ମହାଋଷି ତହୁଁ ଏକପୁତ୍ର ଜାତ
ଏକ ଦିବସରେ ସେହି ଜାଣିଲେ ସମସ୍ତ ।
ବିନତା ଯେ କଞ୍ଚା ଡିମ୍ୱଗୋଟି ଭଗ୍ନ କଲେ
ସେ ପୁତ୍ର ଆଦିତ୍ୟ ରଥେ ସାରଥି ହୋଇଲେ ।
ସୁକ୍ଷଣାଙ୍କ ତହୁଁ ଜାତ ଶୁକ୍ର ମହାଯତି
ଜନ୍ମମାତ୍ରେ ଜାଣି ମୃତସଞ୍ଜୀବନୀ ଗତି ।
ଏହିପରି ସାଧୁ ସୁଜ୍ଞଯତି ଛନ୍ତି ଯେତେ
ଏକ ଏକ ଧରି କହିବୁଁ ବା କେତେ ।
ନିଶ୍ଚେ ଗୋପପୁର ଲୋକ ପୁଣ୍ୟବନ୍ତ ଅତି
କେବଣ ଦେବ କପଟେ ଜାତ ହେଲା ଏଥି ।
ନନ୍ଦ ଯଶୋଦା ପ୍ରଶଂସା କଲ ଯେ ଯାହାରେ
ବୋଲନ୍ତି ଲଭିବ ମୋକ୍ଷଗତି ସମୟରେ ।
ଥୋକାଏ ବୋଲନ୍ତି ରାମକୃଷ୍ଣ ବାଳବେନି
ଅଜରାମର ହେଉନ୍ତୁ ଆମ୍ଭ ଆୟୁ ଘେନି ।
ଏରୂପେ ରାମ କୃଷ୍ଣଙ୍କୁ ଘେନି ଗୋପନାରୀ
ଜଣେ ଜଣେ ସୁକଲ୍ୟାଣ ଶୁଭବାଞ୍ଛା କରି ।
ସବୁରି ମନକୁ ସ୍ୱାମୀ ଜାଣନ୍ତି ଯେ ଏକା
ସକଳ ଅନ୍ତର୍ଯ୍ୟାମୀ ସେ ଦେବଙ୍କର ସଖା ।
ଆପେ ସଂହରି ପାଳଇ ଆପେ କରି ଜାତ
ଏ ଖେଳ ଲୀଳା ଅଟଇ ଯାହାର ଜଗତ ।
ଏମନ୍ତ ଯେ ନନ୍ଦସୁତ ମୋହର ମୂରତି
ଅଚ୍ୟୁତ କରଇ ତାଙ୍କ ପାଦରେ ପ୍ରଣତି ।
ନନ୍ଦର ଦୁର୍ଗାପୂଜା ଓ ଯାମଳାର୍ଜୁନ ଭଞ୍ଜନ
ଶୁକ କହନ୍ତି ଏରୂପେ କେତେ ଦିନଯାଏ
ଆଶ୍ୱିନ ଅଷ୍ଟମୀ ଦୁର୍ଗା ଉତ୍ସବ ଯେ ହୋଏ ।
ନନ୍ଦର ମନ୍ଦିର କରେ ବିଚିତ୍ର ମଣ୍ଡଣି
ସୁବର୍ଣ୍ଣ ଦୁର୍ଗା ପ୍ରତିମା ଗଢ଼ାଇଲେ ପୁଣି ।
ରତ୍ନ ସିଂହାସନେ ବିଜେ କରାଇ ପ୍ରତିମା
ହୀରା ନୀଳା ମାଣିକ୍ୟରେ କମରେ ସୁଷମା ।
ତହିଁ ଉପରେ ଦୁର୍ଗାଙ୍କୁ ବସାଇଲେ ନେଇ
ଆପଣେ ନନ୍ଦ ପୂଜନ୍ତି ଗନ୍ଧପୁଷ୍ପ ଦେଇ ।
ବାଳଗୋପାଳ ସଙ୍ଗତେ ଖେଳୁଥାନ୍ତି ହରି
ଉତ୍ସବ ବାରତା ଶୁଣି ଆପଣେ ମୁରାରି ।
ଆପଣା ଘରେ ପ୍ରବେଶ ହେଲେ ପ୍ରଭୁ ଆସି
ଦେଖିଲେ ଖଟୁଲି ଦିଅଁ ପାଶେ ନନ୍ଦ ବସି ।
ବାଳୁତ ଚଞ୍ଚଳମତି ସନ୍ନିଧିକି ଯାଇ
ଦେଖିଲେ ନନ୍ଦ ଆନନ୍ଦେ ଦିଅଁକୁ ପୂଜଇ ।
ଶ୍ରୀହରି ସେ ସବୁଦ୍ରବ୍ୟ ହାମ୍ପଡ଼ି ଧରନ୍ତେ
ଦେଖି କରି ନନ୍ଦରାଜା ଅତି କୋପଚିତ୍ତେ ।
ବୋଲଇ ଅଜ୍ଞାନ ତୁ ତ ନ ଜାଣୁ ଏମନ୍ତ
କେମନ୍ତ ବୋଲିବା ଆମ୍ଭେ କଲୁ ମନ୍ଦକୃତ୍ୟ ।
ଯେବେ ତୁ ଏଥେ ପ୍ରବେଶ ହେଲୁ ଆରେବାବୁ
ଯେ ସାମଗ୍ରୀ ଥୋଇଅଛି ଦେବପୂଜ୍ୟ ସବୁ ।
ଗ୍ରାସର ନିମନ୍ତେ ପ୍ରଭୁ ବଢ଼ାଇଲେ କର
ଦେଖି ନନ୍ଦ ବୋଲେ ନାଥ ଯାଅ ଖଣ୍ଡଦୂର ।
ବିଳମ୍ୱ ନ କରି ରାଣୀ ପୁଅକୁ ଗୋ ନିଅ
ଦେବତା ପୂଜା ମୁଁ ସାରେ ଆଡ଼େ ରଖିଥାଅ ।
ଶୁଣି ରାଗେ ଧାତିକାରେ ଯଶୋଦା ଅଇଲେ
ଶ୍ରୀକୃଷ୍ଣଙ୍କୁ ଧରିନେଇ ରୋଳେ ଖଟାଇଲେ ।
ସୁବର୍ଣ୍ଣ ସୁତାରେ ପାଟ ଡୋରେକ ଲଗାଇ
ଆଣ୍ଟକରି ବାନ୍ଧିଦେଲେ ଶ୍ରୀକୃଷ୍ଣଙ୍କୁ ତହିଁ ।
ଆପଣାର ନିତ୍ୟକର୍ମ ରହିଲେ ମାତାଏ
ଶ୍ରୀକୃଷ୍ଣଙ୍କୁ ବେଢ଼ିଛନ୍ତି ସର୍ବ ବାଳପୋଏ ।
ଦୁର୍ଗାଦେବୀଙ୍କି ଯେ ନନ୍ଦ କରୁଛନ୍ତି ପୂଜା
ଗନ୍ଧ ପୁଷ୍ପ ନଇବେଦ୍ୟ ଦେଇ ଖଣ୍ଡ ଗଜା ।
ଦଣ୍ଡେମାତ୍ର ସ୍ଥିର ହୋଇଥିଲେ ନାରାୟଣ
ଧୀରେ ଧୀରେ ହଲାଇଲେ ଦକ୍ଷିଣ ଚରଣ ।
ଖଟ ଦଉଡ଼ି ସହିତେ ଘୁଷୁରିଲା ରୋଳ
ଗୁଳୁଗୁଞ୍ଜା ଦେଇ ସ୍ୱାମୀ ଖେଳେ ମତିଭୋଳ ।
କ୍ଷଣେ ଠିଆ ହୋଇ ସ୍ୱାମୀ ଛିଣ୍ଡାନ୍ତି ଦଉଡ଼ି
ଟଳ ଟଳ କଳେବର ପଡ଼ି ଜାନୁମାଡ଼ି ।
ପୁଣି ଟହ ଟହ ହୋଇ ହସି କର କର
ବହୁତ ଗୋପାଳ ପୋଏ ଅଛନ୍ତି ସଙ୍ଗର ।
ନନ୍ଦଗୃହ ପାଖୁ ଖଣ୍ଡେ ଦୂରେ ଚାଲିଗଲେ
ସିଂହଦୁଆର ଜିଣିଣ ଦାଣ୍ଡରେ ପଡ଼ିଲେ ।
ଖଣ୍ଡେ ଦୂରରେ ଯାମଳା ନାମେ ବେନିଗଛ
ଶ୍ରୀକୃଷ୍ଣ ମନେ ବିଚାରି ଗଲେ ହୋଇ ପଛ ।
ଅଭିଶାପେ ଜନ୍ମ ହୋଇ ଅଛନ୍ତି ପ୍ରତ୍ୟକ୍ଷେ
ଯାଆଁଳା ହୋଇଅଛନ୍ତି ଏହି ବେନିବୃକ୍ଷେ ।
ଆମ୍ଭ ଜନ୍ମ ନିମନ୍ତେ ଏ ଚାହିଁଥିଲେ ବାଟ
ପାଇଲେ ବୈକୁଣ୍ଠ ଯହୁଁ ପଡ଼ି ଆମ୍ଭ ଭେଟ ।
ଏତେ ବିଚାରି ଶ୍ରୀକୃଷ୍ଣ ଧାଇଁଯାଇ ବେଗେ
ଧାତିକାରେ ଲାଗିଲେ ସେ ବୃକ୍ଷଙ୍କର ଲାଗେ ।
ଏକମୂଳରୁ ସେ ଗଜା ବିସ୍ତାର ସୁସଞ୍ଚ
ଅର୍ଦ୍ଧକୋଶ ଦୀର୍ଘ ପ୍ରତି ବେନିକୋଶ ଉଚ୍ଚ ।
ବିସ୍ତାର ନବପଲ୍ଲବ ଫଳ ପୁଷ୍ପେ ଶୋଭା
ଶିଖକୁ ଚାହିଁଲେକି ସେ ମେଘ ଶିରା ଗଭା ।
ଯୁଗେ ଯୁଗେ ଥିବା ବୃକ୍ଷ ନ ଜାଣନ୍ତା ନାହିଁ
ଶ୍ରୀକୃଷ୍ଣ ଜନ୍ମ ହେବାକୁ ଛନ୍ତି ବାଟଚାହିଁ ।
ତଦନ୍ତ କରି ଜାଣନ୍ତି ତାହା ଦେବହରି
ବୃକ୍ଷ ମୂଳରେ ପ୍ରବେଶ ହେଲେ ମଧୁହାରୀ ।
ନିଅଳସେ ଗୋପପୋଏ ଯାଇ ପଛେ ପଛେ
ବେନିବକ୍ଷ ମଧ୍ୟଭାଗେ ଚଳିଲେ ପ୍ରତ୍ୟକ୍ଷେ ।
କୃଷ୍ଣ ଚଳିଯାନ୍ତେ ରୋଳ ବୃକ୍ଷରେ ଲାଗିଲା
ଯେତେ ଓଟାରିଲେ ଆଉ ବାହାର ନ ହେଲା ।
ରୋଳ ଲାଗନ୍ତେ ବୃକ୍ଷକୁ ଅନାଇଲେ ହରି
ଦେଖିଣ ଧରି ଟାଣିଲେ ଡୋର ଟାଣିକରି ।
ରଜ୍ଜୁ ଟାଣନ୍ତେ ସେ ବୃକ୍ଷ କମ୍ପେ ବାତଘାତେ
ମୂଳରୁ ଉପୁଡ଼ିଲା ସେ ଶିକଡ ସହିତେ ।
ରଡ଼ମଡ଼ ହୋଇ ଭାଙ୍ଗିଗଲା ତରୁଡାଳ
କମ୍ପଇ ସ୍ୱର୍ଗଭୁବନ ପୃଥିବୀ ପାତାଳ ।
ଉଲ୍କାପାତ ପ୍ରାୟ ଦିଶେ ବସୁନ୍ଧରା ସ୍ଥଳୀ
ଦିବସରେ ଅନ୍ଧକାର ହେଲେ ଅଂଶୁମାଳୀ ।
ପଡ଼ିଲା ବେନି ଯୋଜନ ମାଡ଼ି ବୃକ୍ଷ ବେନି
କୂର୍ମ ଲୋକ ପରିଯନ୍ତେ କମ୍ପିଲା ମେଦିନୀ ।
ଦେଖିବା ନିମନ୍ତେ ଜନେ ଧାଇଁଲେ କାତରେ
କରେ ଶିର ତାଡ଼ି ନନ୍ଦ କାନ୍ଦି ଉଚ୍ଚସ୍ୱରେ ।
ନଗ୍ର ହାଲହୋଳି ପୁଣ ପଡ଼ିଲା ବୋବାଳି
ସବୁ ପୁଏ ମଲେ ବୋଲି କାନ୍ଦି ଗୋପବାଳୀ ।
ଗୋପନଗ୍ରେ ଗୋପାଳୁଣୀ କରନ୍ତି ଚହଳ
ପୁତ୍ରଙ୍କର ମାତାମାନେ ହୁଅନ୍ତି ବିକଳ ।
ହାହା ରାମକୃଷ୍ଣ ବୋଲି ଉଚ୍ଚେ କାନ୍ଦେ ନନ୍ଦ
ଦଇବେ କିସ ବୋଲିବା କରମ ମୋ ମନ୍ଦ ।
ବୃଦ୍ଧକାଳେ ପାଇଥିଲି ପୁତ୍ର ଦୁଇଗୋଟି
କେତେ ଲୁଚାଇବି ନିତି ପଡ଼ିଲା ଅରିଷ୍ଟି ।
ପୂତନା ପ୍ରତ୍ୟକ୍ଷେ ଦୁଗ୍ଧେ ବିଷ ଦେଇ ମଲା
ଶକଟା ଅସୁର ଘରେ ମାଡ଼ିଣ ପଡ଼ିଲା ।
ତୃଣାବର୍ତ୍ତ ଘେନିଗଲା ଆକାଶେ ଉଡ଼ାଇ
ଦଇବ ଯୋଗୁଁ ମୋ ପୁତ୍ରେ ଅଇଲେ ପଳାଇ ।
କେତେ ଦିନର ପୁତ୍ରଙ୍କୁ କେତେ ଯେ ଅରିଷ୍ଟ
ଦଇବର ବିପରୀତ ମୋତେ ପୁତ୍ରକଷ୍ଟ ।
ଦିନେ ଦିନେ ତ ବିପତ୍ତି ମେଣ୍ଟି କେତେକାଳ
ଅକାଳ ମରଣେ ଯେହ୍ନେ ପଡ଼େ ବଜ୍ରତାଳ ।
ଦଇବ ବିପତ୍ତି କାହା ଯୋଗେ ମେଣ୍ଟିପାରେ
କେମନ୍ତେ ଭାଙ୍ଗି ପଡ଼ିଲା ଏଡ଼େ ତରୁବରେ ।
ଅନେକ କାଳର ତରୁ ନିବିଡ଼ ଏ କାଷ୍ଠ
ଉତ୍ସର୍ଗ ତା ବେନିକୋଶ ବେନିକୋଶ ମୋଟ ।
ଅଦ୍ଭୁତେ ସେ ବୃକ୍ଷ ଭାଙ୍ଗି ପଡ଼ିଲା କେମନ୍ତେ
ମୂଳରୁ ତ ଉପୁଡ଼ିଲା ଶିକଡ଼ ସହିତେ ।
ଆବର ବିଶେଷେ ଅତି ମନୋହର ତରୁ
ଫଳ ପୁଷ୍ପ ପଲ୍ଲବରେ ଅଟେ ମହାମେରୁ ।
ଦଇବୀ ନୋହିଲେ କାହୁଁ ହେଲା ଏଡ଼େ କର୍ମ
ନିଶ୍ଚେ ନାଶ ଗଲା ଜାଣ ଗୋପପୁର ଧର୍ମ ।
ଅଜ୍ଞାନ ବାଳପୋଏ ତ ଦାଣ୍ଡେ ଖେଳୁଥିଲେ
ଶୀତଳ ଛାଇ ପାଇଣ ବୃକ୍ଷତଳେ ଗଲେ ।
ଏସନକ ବିଡ଼ମ୍ୱନା ଅଛଇ ଭବିଷ୍ୟ
ବୃକ୍ଷ ଭାଙ୍ଗି ପଡ଼େ ଦେବ କାହାକୁ ଏ ଦୋଷ ।
ଭୋ ଧର୍ମ ଦେବତା ମୋତେ କଲୁ ଏହା ଆଣି
ରୋଦନ୍ତି କପାଳେ କର ମାରି ଗୋପାଳୁଣୀ ।
ଯେ ଯାହାର ପୁତ୍ରଗୁଣ ସ୍ମରି କାନ୍ଦି ବେଗେ
ସମସ୍ତେ ଯାଇଁ ମିଳିଲେ ଭଙ୍ଗା ବୃକ୍ଷ ଲାଗେ ।
ଦେଖିଲେ ଯାମଳା ବୃକ୍ଷ ପଡ଼ିଅଛି ଲୋଟି
ସମସ୍ତ ଗୋପାଳ ପୋଏ ବୃକ୍ଷେ ଛନ୍ତି ଉଠି ।
ଟହ ଟହ ହସନ୍ତି କେ ମାରି କରତାଳି
ଡାଳେ ଓହଳି ଖେଳନ୍ତି ପତ୍ର ଫୁଲ ତୋଳି ।
ଡାଳପତ୍ର ଭାଙ୍ଗି କେହୁ କରି ହସ୍ତ ବାଡ଼ି
ଘୋଡ଼ା ଚଢ଼ିଲା ପରାୟ ଅଛନ୍ତି କେ ଚଢ଼ି ।
କଉତୁକ ପାଇ ଖେଳୁଛନ୍ତି କୃଷ୍ଣ ସଙ୍ଗେ
ଶିଖିପୁଚ୍ଛ ଗୁଞ୍ଜମାଳ ଆଭରଣ ଅଙ୍ଗେ ।
ଝିନବସ୍ତ୍ର ପିନ୍ଧିଛି କେ ଉଲଗ୍ନ ହୋଇଛି
କଉତୁକେ ନାନଖେଳ ରସ ଲାଗିଅଛି ।
ନାଚନ୍ତି ଗାବନ୍ତି ପୋଏ ମାରି ଗାଲତୁରୀ
ହସନ୍ତି ପିତା ମାତାଙ୍କୁ ଦେଖି ଯେ ଯାହାରି ।
ନନ୍ଦର କୋଳରେ ବିଜେ କଲେ ହଳପାଣି
ଯଶୋଦା ଦେବୀ କୃଷ୍ଣଙ୍କୁ କୋଳ କଲେ ଆଣି ।
ଆବର ଗୋପ ଗୋପାଳେ ଆର୍ତ୍ତେ ଯାଇଥିଲେ
ଯେ ଯାହାର ପୁତ୍ରମାନ କୋଳରେ ଧଇଲେ ।
କେ କେ କରିଥିଲେ ବୃକ୍ଷ ଭାଙ୍ଗିବା ଶୋଚନା
ପୁତ୍ରମାନ ଦେଖି ହୃଦୁଁ ଛାଡ଼ିଲେ ବେଦନା ।
କୋଳେ ଧରିଣ ପୁତ୍ରକୁ ଚାହିଁଲାକ ନନ୍ଦ
ମୂଳ ସହିତ ପଡ଼ଛି ଦେଖିଣ ଆନନ୍ଦ ।
ପଚାରନ୍ତି ଉପୁଡ଼ିଲା କେମନ୍ତେ ଏ ବୃକ୍ଷ
ପୁତ୍ରେ ବୋଲି ଲଗାଇଲା ରୋଳ ତୁମ୍ଭ ବତ୍ସ ।
ବେନି ବୃକ୍ଷର ଭିତରେ ଆପେ ଉଛୁଡ଼ିଲା
ଆଡ଼ରେ ବେନି ବୃକ୍ଷରେ ତା ରୋଳ ଲାଗିଲା ।
ଯିବାର ସଳଖ ବୃକ୍ଷ ରୋଳ କାହୁଁ ଜାଣି
ପାଦ ଆଣ୍ଟକରି ରଜ୍ଜୁ ଧଇଲାକ ଟାଣି ।
ଏ ତୁମ୍ଭର ପୁତ୍ର ଆଣ୍ଟକରି ଉଛୁଡ଼ିଲା
ଉଛୁଡ଼ନ୍ତେ ବୃକ୍ଷ ଦୁଇ ଭାଙ୍ଗିଣ ପଡ଼ିଲା ।
ଭୋ ଦେବ ତ ବଳୀୟାର ଜାଣ ତୁମ୍ଭ ପୁତ୍ର
ସେ ଆମ୍ଭ ଠାକୁର ଆମ୍ଭେ ସିନା ତାର ଭୃତ୍ୟ ।
ତାଙ୍କ ସଙ୍ଗେ ଥିଲେ ଆମ୍ଭ ଭୟ କିଛି ନାହିଁ
ଇନ୍ଦ୍ର ରାଜା ହୋଇପାରୁ ତାଙ୍କ ସଙ୍ଗେ ରହି ।
ନାନଦି ବର୍ଣ୍ଣେ ବ୍ୟଞ୍ଜନ ଯହିଁ ଯାର ବାଞ୍ଛା
ଏ ଆଜ୍ଞା ଦେଲେ ସେମାନେ ମିଳି ମନଇଚ୍ଛା ।
ଏ ପ୍ରଭୁ ସଙ୍ଗରେ ରାତ୍ର ଦିବା ଖେଳୁଥିବୁ
ଆମ୍ଭର ଇଚ୍ଛା ହୋଇଲେ ଘରକୁ ଯେ ଯିବୁ ।
ବାଳକେ ବୋଇଲେ ଆମ୍ଭେ କୃଷ୍ଣେହେଲୁବଶ
ନାନରଙ୍ଗ କରୁଥିବୁ ଏହାଙ୍କର ପାଶ ।
ବାଳଗୋପାଳ ମୁଖରୁ ଏହିପରି ଶୁଣି
ସନ୍ତୋଷ ହୋଇଲେଗୋପେ ଗୋପ ଗଉଡୁଣୀ ।
କେମନ୍ତେ ବୃକ୍ଷ ଭାଙ୍ଗିଲା କରନ୍ତି ବିଚାର
ଅଦ୍ଭୁତ ବେନି ପୁରୁଷ ହୋଇଳେ ବାହାର ।
ପୁଷ୍ପବିମାନ ଆରୋହି ଗଲେ ମଧ୍ୟସ୍ୱର୍ଗେ
ଦେଖୁ ଦେଖିୁ ପଶିଗଲେ ଗଗନରେ ବେଗେ ।
ଅନେକ ଯେ ବିଦ୍ୟାଧରୀ ଅଛନ୍ତି ସଙ୍ଗରେ
ବଜାନ୍ତି ଦୁନ୍ଦୁଭି ବାଦ୍ୟ ଗାବନ୍ତି ସୁସ୍ୱରେ ।
ଉଡ଼ଇ ବିମଳ ପାଟଛତ୍ର ପନ୍ତି ପନ୍ତି
ଲକ୍ଷେକ ବିମାନ ତାର ପାଶେ ଶୋଭାପାନ୍ତି ।
ଅନେକ ଆରମ୍ଭେ ଯାଇ ସେ ଗନ୍ଧର୍ବ ଦୁଇ
ସ୍ୱର୍ଗେ ବସିଲେ ଦେବତା ପ୍ରାୟେ ଦେହ ପାଇ ।
ଇନ୍ଦ୍ର ଦେବତାର ପୁରେ ପଶିଲେ ଝସାଇ
କାହାର କଥାକୁ କର୍ଣ୍ଣେ ନ ଶୁଣନ୍ତି ସେହି ।
ଶତେକ ଦ୍ୱାର ଅନ୍ତରେ ଥିଲେ ସୁରପତି
ସେଠାରେ ନଳ କୁବେର ମିଳିଲେ ତଡ଼ତି ।
ଖଣ୍ଡେଦୂର ବିମାନରୁ ଦେଖି ଓହ୍ଲାଇଲେ
ସାଷ୍ଟାଙ୍ଗେ ପ୍ରଣମି ଇନ୍ଦ୍ର ବଦନ ଚାହିଁଲେ ।
ଯମ ନଇର୍ଋତ କଲେ ମନମସ୍କାର ଯାଇଁ
ଆଦିତ୍ୟାଦି ଗ୍ରହଙ୍କୁ ଯେ ଓଳଗି ମେଳାଇ ।
ସାଷ୍ଟାଙ୍ଗେ ପ୍ରଣମି ଇନ୍ଦ୍ର ସଭାକୁ ଅନାଇ
ତଦନ୍ତେ ମତାପିତାଙ୍କୁ ମାନ୍ୟକଲେ ଯାଇଁ ।
ସେ ବାଳଗୋପାଳ ମୂର୍ତ୍ତି ଚରଣେ ଶରଣ
ଅଚ୍ୟୁତାନନ୍ଦ ଦାସକୁ କରିବା କାରଣ ।
ଯାମଳାର୍ଜ୍ଜୁନ ଶାପ ବୃତ୍ତାନ୍ତ
ଏମନ୍ତ ଶୁଣିଣ ରାଜା ପରୀକ୍ଷେ ପଚାରିବଡ଼ କଉତୁକ କଥା କହ ତପଚାରୀ ।କୃଷ୍ଣ ଭାଙ୍ଗିଲେ ଯାମଳାର୍ଜ୍ଜୁନ ବେନି ବୃକ୍ଷତୁମ୍ଭର କହନ୍ତେ ପୁଣି ପାଇବି ମୁଁ ମୋକ୍ଷ ।ତରୁ ରୂପ ତେଜ୍ୟା କରି ପ୍ରତ୍ୟକ୍ଷ ପୁରୁଷକେବଣ ଦୋବତାଠାରେ କଲେ କେଉଁଦୋଷ ।ଗନ୍ଧର୍ବ ହୋଇ କିପାଇଁ ହୋଇଲେ ପାଦପଏଡ଼େ ଲୋକ ହୋଇ କିପାଁ ଅର୍ଜି ଏତେ ପାପ ।ଶୁକ ବୋଇଲେ ହୋ ଶୁଣ ପରୀକ୍ଷ ରାଜନନଳ ଆଦି କରି କେତେ କୁବେର ନନ୍ଦନ ।ଅଳକାପତି ଭାବିନୀ ସୁଲକ୍ଷଣୀ ନାରୀନଳ କୁବେର ଏ ବେନି ପୁତ୍ର ତାହାଙ୍କରି ।ବଡ଼ ସୁଲକ୍ଷଣ ବେନି କୁମର ସୁନ୍ଦରଅଳକାପତିର ଅନ୍ତେ ହୋଇବେ କୁବେର ।କେବଣ ଦିନେ କୁବେର ନଳ ବେନିଭାଇଅଷ୍ଟବଜ୍ର ଋଷି ଦେଖି ଦୂରୁ କଲେ ଟାହି ।ଲୋଳିତ ଧର୍ମେ ତାହାଙ୍କୁ ଓଳଗି ହୋଇଲେଅନ୍ତର୍ଗତେ ସୁମରିଣ ମାନ୍ୟ ପୁଣ କଲେ ।ମୁନିବର ସର୍ବଜ୍ଞାତା ଜାଣି ତାଙ୍କ ମନକୋପଭରେ ବୋଲନ୍ତି ଯେ ତାଙ୍କୁ ଏ ବଚନ ।ଏଡେ ଗର୍ବ ବହି ମନେ ନ କର ମାନନାଅଙ୍ଗୁଳି ତ କାଳସର୍ପ ମୁଖେ ଦେଲ ସିନା ।ଆମ୍ଭଙ୍କୁ ଯେ ଟାହି କରି ଅର୍ଜି ମହାପାପଏଣୁ ତୁମ୍ଭେ ଘେନ ଏବେ ଆମ୍ଭ ଅଭିଶାପ ।ବେନି ବୃକ୍ଷ ହୋଇ ତୁମ୍ଭେ ବେନି ଆମ୍ଭଶାପେମୂଳେ ଏକ ରହିଥିବ ବେନି ଶାଖା ରୂପେ ।କାଟି ଉଞ୍ଛି ଭାଙ୍ଗି ନେଉଥିବେ ଡାଳପତ୍ରଛେଲି ଉଞ୍ଛି ନେଉଥିବେ ଜନେ ଅନୁବ୍ରତ ।ଏରୂପେ କଷ୍ଟ ପାଇବ ବୃକ୍ଷରୂପ ହୋଇତପୀ ନିନ୍ଦା କଲ ତୁମ୍ଭେ କଥା ଥିବ ରହି ।କୁମାର ବୋଇଲେ ମୁନି ଏତିକିରେ ରହଅଭିଶାପରୁ ମୁକତ ଆମ୍ଭଙ୍କୁ ତୁ କହ ।ଦୋଷ ଅନୁରୂପେ ଆମ୍ଭେ ପାଇଲୁଣି ଶାସ୍ତିଦୋଷ କ୍ଷମାକର ତୁମ୍ଭେ ଅଟ ମହାଯତି ।ଲୋକେ ତ ବୋଲନ୍ତି ତପୀଚିତ୍ତେ କ୍ରୋଧନାହିଁଶୁଣିଣ ରହିଲେ ମହାମୁନି ଶାନ୍ତହୋଇ ।ପ୍ରସନ୍ନ ସେ ମୁନି ଶୁଣ କହନ୍ତି କାରଣତୁମ୍ଭେ ଯେ ପାପୀ ପୁରୁଷ ମୁକ୍ତ ହେବା ଶୁଣ ।ଶତସସ୍ରଷାଠି ବର୍ଷେ ବ୍ରହ୍ମାର ଦିବସେଦଶ ଅବତାର ବିଷ୍ଣୁ ଦେବଙ୍କ ସକାଶେ ।ରଙ୍ଗା ଅବତାର ହେବେ ଦେବ ଚକ୍ରଧରମଥୁରାପୁରରେ ଜାତ ଦେବକୀ ଉଦର ।କଂସର ଡରେ ବଢ଼ିବେ ଗୋପପୁରେ ଯାଇବାଳଗୋପାଳ ମୂରତି ଧରି ଭାବଗ୍ରାହୀ ।ନନ୍ଦ ମନ୍ଦିରେ ଶ୍ରୀହରି ରହିବେ ଗୁପତେନନ୍ଦପୁତ୍ର ବୋଲି ତାଙ୍କୁ ବୋଲିବେ ଜଗତେ ।ବାଳମୁକୁନ୍ଦ ରୂପରେ ଖେଳିବେ ଶ୍ରୀହରିରଜ୍ଜୁ ଲଗାଇ ଉଛୁଡ଼ି ନେବେ ଆଣ୍ଟକରି ।ତେବେ ହୋ କୁମରେ ତୁମ୍ଭେ ପାଇବ କାରଣପାପ କ୍ଷୟଯିବ ଯହିଁ ଲାଗିବ ଚରଣ ।ତୁମ୍ଭେ ଦୁଇ ଭାଇ ଏକ ମୂରତି ହୋଇବସେ ଦିନୁ ନଳ କିବେର ନାମ ବୋଲାଇବ ।ଅଳକାପତି ଅଭାବେ ହେବ ଧନେଶ୍ୱରଏମନ୍ତ କହି ଅନ୍ତର ହେଲେ ମୁନିବର ।ଶୁକ ମୁନି ବୋଲେ ଶୁଣ ପରୀକ୍ଷ ନୃପତିସ୍କନ୍ଦ ପୁରାଣରେ ଅଛି ଏହି ପୁଣ୍ୟ ଗତି ।ଅଷ୍ଟବକ୍ର ଋଷି ଶାପେ କୁବେର ନନ୍ଦନବ୍ରହ୍ମାର ଏକ ଦିବସ ସ୍ଥାବର ହୋଇଣ ।ବିଷ୍ଣୁ ପାଦପଦ୍ମ ଲାଗି ମୁକତ ହୋଇଲେଲଭିଲେ ସେ ସୁରଲୋକ ସମସ୍ତେ ଦେଖିଲେ ।ଦେଖିଣ ଇନ୍ଦ୍ର ଦେବତା ଗଉରବ କଲେସିଂହାସନେ କୁମରଙ୍କୁ ନେଇ ବସାଇଲେ ।ବେନିଭାଇଙ୍କ ମୂରତି ଏକ ହେବା ଦେଖିଇନ୍ଦ୍ର ଆଦି ଦିଗପାଳ ମନେ ହେଲେ ସୁଖୀ ।ପୁତ୍ରଙ୍କୁ ଘେନି ଅଳକାପତି ପୂରେ ଗଲେମାତାଙ୍କ ଚରଣେ ପୁତ୍ର ପ୍ରଣମିତ ହେଲେ ।ବେନିପୁତ୍ର ଏକ ମୂର୍ତ୍ତି ହେବା ଦେଖି ମାତାଆନନ୍ଦରେ କୋଳ କଲେ ତେଜି ସବୁ ଚିନ୍ତା ।ସବୁ ଗୋପାଳେ ଆନନ୍ଦେ ଯେଝାଘରେଗଲେରାମ କୃଷ୍ଣ ଘେନି ନନ୍ଦ ଯଶୋଦାଙ୍କୁ ଦେଲେ ।ପଞ୍ଚଖାର ବୋଳି ମାତା କରାଇଲେ ସ୍ନାନପଞ୍ଚତୀର୍ଥ ଜଳ ଆଣି ଢାଳିଲେ ବହନ ।ଲକ୍ଷ ଲକ୍ଷ ଗୋଦାହନ ଶମ୍ଭୁ ଆଳେ କଲେଛାଗଳ ମେଷ ମହିଷ ବୋଦା ବଳିଦେଲେ ।ବ୍ରାହ୍ମଣଙ୍କୁ ଦାନ ଦେଇ କଲେ ଗ୍ରହଶାନ୍ତିଚଣ୍ଡୀ ନୃସିଂହ କବଚ ବ୍ରାହ୍ମଣେ ପଢ଼ନ୍ତି ।ରିଷ୍ଟ ଶାନ୍ତି ହେବାପାଇଁ ନନ୍ଦ ଯଶୋବନ୍ତୀଦେବ ଦେବୀ ପୂଜା ସାରି ଭକତି କରନ୍ତି ।କାଳରାତ୍ରିମାନଙ୍କୁ ଯେ ଦେଲେ ବଳିଭୋଜାବିଧିମତେ କଲେ ନନ୍ଦ ନିତି ପ୍ରତି ପୂଜା ।ଜୟ ତୁ ଜୟ ତୁ ବାଳଗୋପାଳ ମୂରତିଯାର ଦରଶନେ ପାପୀ ପାଇବ ମୁକତି ।ଗୋପପୁର ଲୋକଙ୍କର ପୂର୍ବ ଭାଗ୍ୟବଳେରାତ୍ର ଦିବସ ଦେଖନ୍ତି ତୋତେ ବେନିଡୋଳେ ।ଖେଳ କଉତୁକ ତୋର ବାଳକଙ୍କ ସଙ୍ଗେଦେହ ଲଗାଲଗି ହେଉଛନ୍ତି ପୂର୍ବଭାଗ୍ୟେ ।ଧନ୍ୟ ମହିମା ତୋହର ଦେବ ଜନାର୍ଦ୍ଦନଅଚ୍ୟୁତାନନ୍ଦକୁ ରଖ ହେ ନନ୍ଦନନ୍ଦନ ।