ରୋହିଣୀ ଶୋକ — ହରିବଂଶ (ଦ୍ୱିତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିରୋଦନ କରନ୍ତି ଉଚ୍ଚେ ପୁତ୍ରକୁ ସୁମରି ।
ଶୁକ ବୋଲନ୍ତି ଶୁଣନ୍ତି ପରୀକ୍ଷ ନୃମଣି
ଏହି ସମୟେ ଶୁଭିଲା ଦେବତାଙ୍କ ବାଣୀ ।
ରୋହିଣୀ ତୁମ୍ଭେ ବିକଳ ହେବାନୋହେ କିଛି
ତୋର ପୁତ୍ର ଗୋଟି ଏବେ ସର୍ବଶୁଭେ ଅଛି ।
ମାଗୋ ତୁ ଯେବଣ ପୁତ୍ର ଗର୍ଭୁ କଲ ଜାତ
ସେ ପୁତ୍ରଗୋଟି ପ୍ରତ୍ୟକ୍ଷେ ଅଟେ ବିଶ୍ୱନାଥ ।
ସଂସାର ଭାରା ହରଣେ ଅଛି ଜାତ ହୋଇ
ଅବିନାଶୀ ପୁରୁଷ ସେ ଜନ୍ମ ମୃତ୍ୟୁନାହିଁ ।
ଅକ୍ଷୟ ସେ ନିରଞ୍ଜନ ଅଟେ ପୁଣ୍ୟମୟ
ପୃଥ୍ୱୀ ଦାନବ ଅନେକ କରିବ ସେ କ୍ଷୟ ।
ଏଥକୁ ଭ୍ରାନ୍ତି ମନେ ନ କର କିଛି ଆନ
ଫେଡ଼ିବ ସେ ତ୍ରିଦଶଙ୍କ ମାନ ଅପମାନ ।
ପ୍ରଳମ୍ବା ଦାନବ ଆସି ତାଙ୍କୁ ହରିନେଲା
ଆପଣାର ଶତ୍ରୁ ବୋଲି ଫୋପଡ଼ାଇ ଦେଲା ।
ନନ୍ଦର ଗୋଗୋଷ୍ଠେ ଯାଇଁ ପଡ଼ିଲା ସେ ପୁତ୍ର
ନନ୍ଦ ଯେ ପ୍ରତିପାଳିବ ଦୈବ ଘଟସୂତ୍ର ।
ଅତି ଗୁପତ କଥାଏ ଆନକୁ ଯେ ନ କହି
ଅଷ୍ଟବରଷ ସମ୍ପୂର୍ଣ୍ଣେ ପୁତ୍ର ତୁମ୍ଭେ ପାଇ ।
ଅନେକ ଦାନବ ହେବେ ଏ ପୃଥ୍ୱୀରୁ ଧ୍ୱଂସ
ଅଷ୍ଟମଲ୍ଲ ମୂଳେ କଂସ ହୋଇବ ବିନାଶ ।
ଭବିଷ୍ୟ ପୁରାଣ ଏହା କହି ଶାସ୍ତ୍ର ଯୋଗେ
ଏ କଥାକୁ ନ କହିବ ତୁମ୍ଭେ କାହାଆଗେ ।
ତୁମ୍ଭେ ଆହୋ ବସୁଦେବ ସ୍ଥିର ହୋଇ ବସ
ଧର୍ମର ବଳେ ପାଇବ ପୁତ୍ର ହୃଷୀକେଶ ।
ଗାର୍ଗଋଷି ତ ତୁମ୍ଭଙ୍କୁ କହିଛନ୍ତି ପୂର୍ବେ
ସେ କଥାମାନ କି ତୁମ୍ଭେ ପାସୋରିଲ ଏବେ ।
ଆକାଶୁ ଶୁଭିଲା ଯହୁଁ ଏସନକ ବାଣୀ
ବସୁଦେବ ରୋହିଣୀ ଯେ ତୋଷ ହେଲେ ଶୁଣି ।
ଦେବବାଣୀ ଶୁଣି ତୁଟିଗଲା ମନୁ ଭ୍ରାନ୍ତି
ଶୋକସାଗରୁ ସନ୍ତରି ମନ କଲେ ଶାନ୍ତି ।
ଶ୍ରୀ ହରିବଂଶେ ଏ ବଳରାମ ଜନ୍ମକଥା
ଶୁଣି ଦେବତାମାନଙ୍କ ଛାଡ଼େ ମନୋବ୍ୟଥା ।
ପବିତ୍ର ଗଙ୍ଗାଜଳେ ଏ ଗ୍ରନ୍ଥ ପୁଣ୍ୟମୟେ
ଇଦଂ ଚତୁର୍ଦ୍ଦଶ ଅଧ୍ୟା ସମାପତ ହୁଏ ।
ବନ୍ଦଇ ଶ୍ରୀ ବଳଦେବ ଅବତୀର୍ଣ୍ଣ କାୟା
ଗୋକ୍ଷୀର ବର୍ଣ୍ଣେଶୋଭିତ ଅଶେଷ ତୋ ମାୟା ।
ଧବଳମୟ ତୋ ଜ୍ୟୋତି ଶରଦିନ୍ଦୁ ଜାଣି
କୁଟିଳ କୁନ୍ତଳ ଜଟା ଶିରେ ସପ୍ତଫେଣୀ ।
ନୀଳ ମହାନୀଳ ପଦ୍ମ ଶଙ୍ଖ ଯେ ଅନନ୍ତ
କର୍କୋଟକ ତକ୍ଷକ ଯେ ଅହି ସତ୍ୟବନ୍ତ ।
ବାମହସ୍ତରେ ଶୋଭିତ ସୌନନ୍ଦ ମୁଷଳ
ଦକ୍ଷିଣ କରେ ବିଦିତ ବୃହତ ଲଙ୍ଗଳ ।
ଅତି ବଳେ ବଳରାମ ନାମ ଗୋଟି ବହୁ
ଏ ଘୋର ସଂସାରୁ ପାରିକର ମହାବାହୁ ।
ଅଶେଷ କୋଟି ସିଂହର ପରାକ୍ରମ ଯାର
ନିରଞ୍ଜନ ପୁରୁଷ ତୁ ଅଟୁ ନିରାକାର ।
କାଦମ୍ବରୀ ରସ ପାନେ ଭୋଳ ଯାର ମତି
ନମସ୍ତେ ହେ ବଳଦେବ ରେବତୀର ପତି ।
ଗୋଗୋଷ୍ଠେ ପ୍ରବେଶି ସ୍ୱାମୀ ଗୋପାଳଙ୍କ ମେଳେ
ରଖିଲ ଗୋବତ୍ସା ତୁମ୍ଭେ କଦମ୍ବର ମୂଳେ ।
ଈଷିତ ସଂଗ୍ରାମେ ନାଶକରୁ ସର୍ବ ବୀର
ତୁମ୍ଭଯୋଗୁ ସୁସ୍ଥ ସିନା ହେବ ତିନିପୁର ।
ଅଶେଷ କୋଟି କନ୍ଦର୍ପ ରୂପେ ନୋହେ ସମ
ସର୍ବେଶ୍ୱର ଠାକୁର ଯେ ତୁମ୍ଭେ ଦେବଧର୍ମ ।
ଦୀକ୍ଷିତ ବେଷ୍ଟିତ ରଶ୍ମି ମହାତେଜ ଜାଣି
ରକତ କୁମୁଦ ପଦ୍ମଜିତ ପାଦପାଣି ।
ଚଉରାଶୀ ଖଣ୍ଡ ଯେଉଁ ଯୋଗ ଜ୍ଞାନବିଧି
ଅଶେଷ କୋଟି ବିଦ୍ୟା ଯେ ଅସାଧନେ ସାଧି ।
ଅକ୍ଷୟ ଅଜରାମର ଅଟୁ ପୁଣ୍ୟମୟ
ଶରଦ ଚନ୍ଦ୍ରମା ପ୍ରାୟ ବଦନ ଉଦୟ ।
ଦେବାଧି ଦେବ ଠାକୁର ଶିରେ ରତ୍ନମଣି
ଅଶେଷ ବ୍ରହ୍ମାଣ୍ଡକୁ ତୁ ଅଟୁ ଯେ କାରେଣି ।
ଆଦି ଅନ୍ତ ମଧ୍ୟ ତୋର ନାହିଁ ଗୁଣ ତିନି
ଭାରା ନିବାରଣ ଅର୍ଥେ ତୁ ମାନବ ଯୋନି ।
କଉରବ ନାଥ ସଙ୍ଗେ ବିବାଦ ଯେ ବେଳେ
ହସ୍ତିକା କଟକ ନାଥ ତାଡ଼ି ଅବହେଳେ ।
ମରକତ ବଇଦୁର୍ଯ୍ୟ ନାନାଜାତି ହୀରା
ବର୍ତ୍ତୁଳ ମୁକୁତା କଣ୍ଠେ ଲମ୍ବେ ଚଉସରା ।
କରେ କଙ୍କଣ କିଙ୍କିଣି କିଣି କିଣି ବାଜେ
ସୁବର୍ଣ୍ଣର କୁଣ୍ଡଳ ତୋ ବେନିକର୍ଣ୍ଣେ ସାଜେ ।
ଧୀରେ ଧୀରେ ଚାଲନ୍ତେ ଯେ କମ୍ପଇ ଧରଣୀ
କଟିରେ ତୋ ନୀଳବାସ ଶିରେ ସପ୍ତଫେଣୀ ।
ଅନେକ ଦୁଷ୍ଟଦାନବ ବଳୀ ମହାବଳୀ
ପୃଥ୍ୱୀ ଟଳ ଟଳ ଯାର ପାଦେ ହୋଇ ଦଳି ।
କିଞ୍ଚିତ ସଂଗ୍ରାମେ ତାଙ୍କୁ ପକାଇଲ ଧ୍ୱଂସି
ପୃଥ୍ୱୀ ସୁସ୍ଥ କଲ ମାରି ଭୋଜ କଂସ କେଶୀ ।
ନମସ୍ତେ ହେ କାମପାଳ ଭକ୍ତଜନ ବନ୍ଧୁ
ନମସ୍ତେ ହେ କାମପାଳ କୃପାମୟ ସିନ୍ଧୁ ।
ନମସ୍ତେ ହେ କାମପାଳ ତମୋରାଶି ନାଶି
ନମସ୍ତେ ହେ କାମପାଳ ଚଉବର୍ଗ ରାଶି ।
ତୁମ୍ଭେ ଯେ ମାନବ ଦେହ ଧର ଦେବ ସ୍ୱାମୀ
ନୋହିଲେ ନାଶ ଯାଆନ୍ତା ଚରାଚର ଭୂମି ।
ବଳରାମ ପାଦତଳେ ବାର ବାର ନମି
ଅଚ୍ୟୁତ ଦାସ କବିକି ଉଦ୍ଧର ଭୋ ସ୍ୱାମୀ ।
ବଳରାମଙ୍କ ନାମକରଣ
ଏଥୁ ଅନନ୍ତରେ ପୁଣି ପରୀକ୍ଷିତ ରାୟେଶୁକମୁନି ଚରଣରେ ପଡ଼ିଣ ବିନୟେ ।ବୋଲେ ଭୋ ମୁନି ଶୁଣିଲି ହରିବଂଶ ବାଣୀଅନେକ ଜନ୍ମର ପାପ ଧ୍ୱଂସିଲି ୟା ଶୁଣି ।ଏଥୁ ଅନନ୍ତରେ ହେଲା କଥା କିସ ଆନବିଚାରି କହିବା ମୋତେ ବ୍ୟାସଙ୍କ ନନ୍ଦନ ।ବଳଦେବଙ୍କୁ ପ୍ରଳମ୍ବା ଦୈତ୍ୟ ହରିନେଲାବାଳକ ଯୋଗୁଁ ନ ମାରି ଫୋପାଡ଼ାଇ ଦେଲା ।ଯୋଗେ ସେ ପୁଣି ପଡ଼ିଲେ ଯାଇ ଗୋପପୁରେନନ୍ଦ ମହାଖୁଡ଼ ଗୃହେ ଗୋଗୋଷ୍ଠ ଭିତରେ ।ନନ୍ଦ ଗୃହରେ ପ୍ରବେଶ ଅକ୍ଷୟ ପୁରୁଷତଦଅନ୍ତେ ଗୋପପୁରେ ପୁଣ କଲେ କିସ ।ଏହା ସଂକ୍ଷେପିଣ ମୋତେ କହିବା ହେ ମୁନିମୋ ପାପ ନାଶ କରିବି ଶୁଣି ପୁଣ୍ୟ ଧ୍ୱନି ।ରାଜା ବଚନେ କହନ୍ତି ପୁଣି ଶୁକବ୍ରହ୍ମାଶୁଣ ହେ ପରୀକ୍ଷ ବଳଦେବଙ୍କ ମହିମା ।ଗୋଗୋଷ୍ଠରେ ଅଧିକାରୀ ନନ୍ଦ ମହାଖୁଡ଼ଗୋପନଗ୍ର ମଧ୍ୟସ୍ଥାନ ଘର ତାର ବଡ଼ ।ଜୟ ମଙ୍ଗଳ ପୁତ୍ର ସେ ପାଇ ପୁଣ୍ୟବଳେଅନେକ ଆନନ୍ଦେ ପ୍ରତିପାଳେ କୁତୂହଳେ ।ନନ୍ଦ ବସୁନନ୍ଦ ଉପନନ୍ଦ ଆଦି ଜନବଳରାମ ରୂପ ଦେଖି ହରଷିତ ମନ ।କୋଟି କନ୍ଦର୍ପ ସ୍ୱରୁପ ବଳରାମ ସ୍ୱାମୀମାୟା ମୋହରେ ଭୁଲାଇଛନ୍ତି ଅନ୍ତର୍ଯ୍ୟାମୀ ।ବ୍ରହ୍ମାଣ୍ଡର ଠାକୁର ସେ ପ୍ରଭୁ ହଳପାଣିଯାବତ ଭୂତ ଆତ୍ମାକୁ ଅଟନ୍ତି କାରେଣି ।ସଂସାର ଯେ ଖେଳଘର ଲୀଳା ଜାତହେବାବ୍ରହ୍ମା ଇନ୍ଦ୍ର ରୁଦ୍ର ଯାଙ୍କୁ କରୁଛନ୍ତି ସେବା ।ମାନବ ମାତ୍ର ତାହାର କେ ବଶ ନୋହିବଯାହାର ବଶ ସକଳ ସୁର ସିଦ୍ଧ ଦେବ ।ମଙ୍ଗଳରୂପେ ସକଳ ମୋହି ହଳପାଣିଭାରାନାଶ ଅର୍ଥେ ଜାତ ମାଥେ ସପ୍ତଫେଣୀ ।ଛଦ୍ରମ ବାଳୁତ ରୂପେ ନନ୍ଦ ଘରେ ଥାଇଆନନ୍ଦରୂପେ ଦୋଳିରେ ନନ୍ଦଗୃହେ ଶୋଇ ।ତହିଁ ଯେ ଅନେକ ଗୋପ ଗୋପାଳୁଣୀ ମିଳିଶରଧାରେ ଧୀରେ ଧୀରେ ପହଞ୍ଚାନ୍ତି ଦୋଳି ।ଦଧି ଦୁଗ୍ଧ ଛେନା ସର ଗୋଟିକା ଲବଣୀସାନନ୍ଦେ ଆଣି ଭୁଞ୍ଜାନ୍ତି ଯଶୋବନ୍ତୀ ରାଣୀ ।ଯା ଉଦରେ ବିରାଜଇ ଚରାଚର ସୃଷ୍ଟିଗୋରସ ଆଧାରେ ସେହି ଦେବ ଲଭି ତୁଷ୍ଟି ।ଦିନୁ ଦିନ ତେଜରାଶି ଦିଶେ ଅନୁପମପରମ ପୁରୁଷ ସ୍ୱାମୀ ବଳେ ବଳରାମ ।ପୁତ୍ର ପାଇ ଅପୁତ୍ରକ ନନ୍ଦ ଯଶୋବନ୍ତୀଲକ୍ଷେକ ବ୍ରାହ୍ମଣ ବରି ଛାଗ ଦାନ ଦ୍ୟନ୍ତି ।ଶିବଆଳେ ଲକ୍ଷେ ଧେନୁ ଦୋହନ ସେ କଲେତିଳକାଞ୍ଚନ ସୁବର୍ଣ୍ଣ ବିପ୍ରେ ଦାନ ଦେଲେ ।ପଢ଼ିଲେ ଅପରାଜିତା ଚଣ୍ଡୀ ଦ୍ୱିଜବରନରସିଂହ କବଚ କେ ପଢ଼େ ବାର ବାର ।ଗ୍ରହ ଶାନ୍ତି କରାଇଲେ ଗ୍ରହବିପ୍ରଗଣନବଗ୍ରହଙ୍କୁ ପୂଜିଲେ କୋଷ୍ଠିରେ କାଟିଣ ।ପୂଜାବିଧି ଶେଷକଲେ ଯଥାବିଧି ଦେଇଆସନ ପାଦଆସନ ନଇବେଦ୍ୟ ଥୋଇ ।ଯେ ଗ୍ରହକୁ ଯେଉଁ ଦାନ ବିପ୍ର ଜଣ ଜଣଦାନ ଘେନି ସନ୍ତୋଷରେ ଗମନ୍ତି ବ୍ରାହ୍ମଣ ।ହୋମ ସମିଧ ରୋପିଲେ କଲେ ଅଗ୍ନିପୂଜାଅନେକ ସାନନ୍ଦ ଚିତ୍ତ ହୋଇ ନନ୍ଦରାଜା ।ଏଥୁଅନ୍ତେ ନନ୍ଦ ଏକବିଂଶ ଦିନ ଗଣିକରେ ବଳରାମଙ୍କର ଦୋଳି ଯେ ଶୁଆଣି ।ଇକ୍ଷୁରସ ଖଣ୍ଡପଣା ସର କ୍ଷୀର ଘୃତମଧୁ ପକ୍ୱ ଫେଣା ପିଠା ଦେଇ ଅନୁବ୍ରତ ।ନବଲକ୍ଷ ଗୃହ କରିଛନ୍ତି ଗୋପପୁରେଅର୍ଘ୍ୟ ଘେନିଣ ବନ୍ଦାନ୍ତି ଗୋପୀ ଯେ ବାହାରେ ।ସୁବର୍ଣ୍ଣ ଥାଳିରେ ଅଷ୍ଟ ରତନ ପୂରାଇବଳରାମଙ୍କୁ ବନ୍ଦାନ୍ତି ଏକମୁଖ ହୋଇ ।ହୁଳହୁଳି ଦିଅନ୍ତି ଯେ ଦୀପାବଳୀ ଘେନିପବିତ୍ର ଦୋଳି ପଞ୍ଚାନ୍ତି ଅହ୍ୟ ସୁଲକ୍ଷଣୀ ।ଢୋଲ ଦମା ମର୍ଦ୍ଦଳ ଯେ ବାଜେ ବିଜିଘୋଷଶଙ୍ଖ ମହୁରୀ ଶବଦେ କମ୍ପଇ ଆକାଶ ।ନନ୍ଦର ଘରକୁ କିସ ପଟାନ୍ତର ଦେବାସ୍ୱର୍ଗକୁ କି ଆସିଅଛି ସୁଧର୍ମା ଯେ ସଭା ।ନେତପତନୀ ଚାନ୍ଦୁଆ ସରୁ ଝୀନବାସମୁକୁତା ତୋରଣମାନ ଲମ୍ବେ ଚଉପାଶ ।କର୍ପୂର ଗୁଣ୍ଡି ସୁଗନ୍ଧ ଚନ୍ଦନ ନିର୍ମଳଚନ୍ଦନର ପିଚକାରୀ ପୁଷ୍ପ ମାଳ ମାଳ ।ବଳରାମ ଦୋଳିଶୁଆ ଦେବତାଏ ଶୁଣିଅନ୍ତରୀକ୍ଷେ ଥାଇ ଅର୍ଘ୍ୟେ ବନ୍ଦାନ୍ତି ତରୁଣୀ ।ଐରାବତ ଆରୋହଣ କରି ଦେବ ଇନ୍ଦ୍ରଛାମୁରେ ନାଚନ୍ତି ରଙ୍ଗେ ଅପସରା ବୃନ୍ଦ ।ସାରି ଗାମା ତାନ ଧ୍ୱନି ସପ୍ତସ୍ୱର ବୀଣାବଜାନ୍ତି ନାରଦ ମୁନି ଧରି ଯନ୍ତ୍ର ବୀଣା ।ସନକ ସନନ୍ଦ ଭୃଗୁ ଭାର୍ଗବ ମହର୍ଷିବଶିଷ୍ଠ ସୌନକ ଶୁକ ସହିତରେ ମିଶି ।ଅପ୍ରମିତ ବାଳଖିଲ୍ୟା ଘେନି ମୁନିମାନେପ୍ରବେଶିଲା ହଳୀଙ୍କର ମହୋତ୍ସବ ସ୍ଥାନେ ।ଉଲୁକ ମନ୍ତ୍ରରେ ସର୍ବେ ଲୁଚାଇଲେ କାୟାନ ଜାଣନ୍ତି ଗୋପ ଗୋପୀ ଏସନକ ମାୟା ।ଅଷ୍ଟକୁଳନାଗ ସଙ୍ଗେ ଘେନି ନାଗରାଜାବାସୁକୀ କରିଲେ ଆସି ବଳରାମେ ପୂଜା ।ଆପେ ବିଶ୍ୱକର୍ମା ଆସି ମଣ୍ଡିଲେ ନବରସ୍ୱର୍ଗରୁ ଅଧିକ ଦିଶେ ନନ୍ଦରାଜା ଘର ।ବଳଦେବଙ୍କର ଦୋଳିଶୁଆ ଯାତ୍ରା ଜାଣିକନକ କୁସୁମ ବୃଷ୍ଟି କଲେ ଦେବଶ୍ରେଣୀ ।ଏସନ ବାରତା ତେଣେ ବସୁଦେବ ପାଇଗୁପତେ ଗାର୍ଗ୍ୟ ଋଷିଙ୍କି ଦେଲା ପଠିଆଇ ।ଭୋ ମୁନି ଗାର୍ଗ୍ୟ କହିବି କଥାଏ ବିଶ୍ୱାସଗୋପପୁର ବାର୍ତ୍ତା ବେଗେ ଯାଇ ଘେନିଆସ ।ତୋର ବଚନେ ଛାଡ଼ିବି ସିନା ମନେ ଭ୍ରାନ୍ତିତୁ ମହାତ୍ମା କରାଇବୁ ମୋର ମନ ଶାନ୍ତି ।ମୋର ପୁତ୍ରକୁ ପ୍ରଳମ୍ବାସୁର ଘେନିଗଲାଅନ୍ତରୀକ୍ଷେ ଧରି ତାକୁ ଫୋପଡ଼ାଇ ଦେଲା ।ନନ୍ଦ ଗୋପନଗ୍ରେ ପୁତ୍ର ପଡ଼ିଲା କି ନାହିଁଜୀବନ୍ତେ ଅଛି କି ନାହିଁ ଦେଖିଆସ ଯାଇ ।ଯହୁଁ ସେ ଅସୁର ପିଙ୍ଗି ଦେଲା କୋପଭରେକୁମର ପଡ଼ିଲା ତହୁଁ ଯାଇଁ ଖଣ୍ଡେ ଦୂରେ ।ଚାରଗଣ ମୁଖରୁ ମୁଁ ଶୁଣିଲି ଏକ୍ଷଣିନନ୍ଦର ଘରେ ତାହାର ଦୋଳି ଯେ ଶୁଆଣି ।ତଦନ୍ତ କରି ମୁନି ତା ଖୋଜିଆସ ବେଗେଗୁପତ କରି କଥାକୁ ବୁଝିଆସ ବେଗେ ।ତୁମ୍ଭେ ଆମ୍ଭ ଇଷ୍ଟଦେବ କୁଳ ପୁରୋହିତଦେବତାମାନେ ତୁମ୍ଭର ଶରଣ ଆଗତ ।ଗାର୍ଗ୍ୟ ବୋଇଲେ ବାବୁରେ ବସୁଦେବ ଶୁଣଯେ ତୋହର ପୁତ୍ର ସେହି ସ୍ୱଂୟ ନାରାୟଣ ।ଜନ୍ମ ମରଣରେ ଭୟଭ୍ରାନ୍ତି ତାଙ୍କୁ ନାହିଁଜାତ ହୋଇଛନ୍ତି ଭାରା ନିବାରିବା ପାଇଁ ।ଗୋପ ନଗ୍ରଯାକ ତାର ହୋଇଲେଣି ବଶସେ କଥା ସଙ୍ଖୋଳି ତୁମ୍ଭେ କରିବ କା କିସ ।ଅନେକ ଭାବରେ ଯଶ ଅରଜିଲେ ପୁତ୍ରେବିଧାତା ଭିଆଇଅଛି ଏହି ଘଟସୂତ୍ରେ ।ଥୋକାଏ ଦିନ ଗୁପତ କରି ରଖିଥିବଦେବ ନର ନାଗ କାହା ଆଗେ ନ କହିବ ।ଏତେକ ବୋଲିଣ ଗାର୍ଗ୍ୟ ବେଗେ ଚଳିଗଲେନନ୍ଦର ଘରେ ଯାଇଣ ପ୍ରବେଶ ହୋଇଲେ ।ଦେଖିଲେ ସେ ଗୋପନଗ୍ରେ ଉତ୍ସବ ଚହଳଏକ ଆରେକ ମିଳନ୍ତେ ହୋଇଛି ଗହଳ ।ଏ ସମୟରେ ମିଳିଲେ ଯାଇ ମୁନିବରଗାର୍ଗ୍ୟଙ୍କୁ ଦେଖି ସମସ୍ତେ କଲେ ନମସ୍କାର ।ନନ୍ଦ ନଗ୍ରେ ଯେତେ ଗୋପୀ ଗୋପାଳ ହିଁ ଥିଲେସମସ୍ତେ ମୁନି ପାଦରେ ଓଳଗି ଶୁତିଲେ ।ଗାର୍ଗ୍ୟଙ୍କୁ ଦେଖିଣ ନନ୍ଦ ହୋଇଲା ହରଷଭୋ ମୁନି ଆଜ ମୋହର ସଫଳ ଦିବସ ।ବିଧାତା ପୁତ୍ର ଗୋଟିଏ ଦେଲା ମୋତେ ଆଣିନବଲକ୍ଷ ଗୋପାଳଙ୍କ ମଧ୍ୟେ ଶିରୋମଣି ।ବ୍ରହ୍ମାର ସମାନେ ତୁମ୍ଭେ ଅଟ ମହାତପୀଅନେକ ଯତ୍ନେ ତୁମ୍ଭଙ୍କୁ ଲୋଡ଼ଇ ଅଦ୍ୟାପି ।ଲୋଡ଼ୁଥିଲି ମୁନି ଆଜି ପାଇଲି ତୁମ୍ଭଙ୍କୁଏବେ ଅଇଲ ପବିତ୍ର ପୁର କରିବାକୁ ।ରାଜ ପୁରୋହିତ ତୁମ୍ଭେ ଜଗତ ବରଣିମୁନିମାନଙ୍କ ଉପରେ ଅଟ ଶିରୋମଣି ।ତୁମ୍ଭେ ମହାମୁନି ମୋତେ କଲେ ଅନୁରାଗତେବେ ସେ ଦିଶିବ ସିନା ମୋର ବଂଶଭାଗ୍ୟ ।ତୁମ୍ଭ ବଚନକୁ ପ୍ରତିଆଶା କରିଅଛିଏ ପୁତ୍ର ଗୋଟିକ ନାମ ଦିଅ ମୁନି ବାଛି ।ଗାର୍ଗ୍ୟ ବୋଇଲେ ଭୋ ନନ୍ଦ ମୋ ବଚନ ଶୁଣଏ ପୁତ୍ରଗୋଟି ତୁମ୍ଭଙ୍କୁ ହୋଇବ କାରଣ ।ଅରଜିଲୁ ବିଚକ୍ଷଣ ପୁତ୍ର ପୁଣ୍ୟବଳେଏହାକୁ ସମ କେ ହୋଇପାରେ ରବିତଳେ ।ଅଶେଷ ଗୁଣ ତୋର ଏ ପୁତ୍ରଠାରେ ଅଛିଅବିଗୁଣମାନ ଏହାଠାରେ ନାହିଁ କିଛି ।ସତ୍ୟ ବଚନ କହିଲୁ ନନ୍ଦ ତୋର ଆଗେତ୍ରଇଲୋକ୍ୟ ରକ୍ଷା ହେବ ଏ ପୁତ୍ରର ଯୋଗେ ।ଅନେକ ତପ ଥିଲେ ଏ ପୁତ୍ରଗୋଟି ପାଇଏ ପୁତ୍ର ମୁଖ ଚାହିଁଲେ ସବୁ ଦୁଃଖଯାଇ ।ଏହାର ମହିମା କିସ କହିବାକ ତୋତେପରମ ନିରଞ୍ଜନ ଏ ଦିଶୁଛି ତ ମୋତେ ।ଏ ପୁତ୍ର ଗୋଟି ତୁମ୍ଭେ ନ କର ଅବହେଳାସଂସାରୁ ଏ ଉଦ୍ଧାରିବ ଭବସିନ୍ଧୁ ଭେଳା ।ନିରାକାର ପୁରୁଷ ଏ ଅଟେ ପୁଣ୍ୟମୟଅହର୍ନିଶି ଯୋଗୀଜନ ଚିନ୍ତନ୍ତି ଏ କାୟ ।ସଦାନନ୍ଦ ପୁରୁଷ ଏ ଅଟେ ଅନୁପମବେଦଶାସ୍ତ୍ରରେ ବଦନ୍ତି ବଳରାମ ନାମ ।ଏତେ ବୋଲି ମୁନି ବେଦ ଅଧ୍ୟୟନ କରିଆଶିଷ ତଣ୍ଡୁଳ ଦେଲେ ମନ୍ତ୍ରକୁ ସୁମରି ।ବଳରାମଙ୍କୁ ଯେ ମୁନି ହୃଦରେ ଲଗାଇଅନ୍ତର୍ଗତେ ସ୍ତୁତିକଲେ ଶ୍ରୀମୁଖକୁ ଚାହିଁ ।ସ୍ୱାମୀ ନାରାୟଣ ତୁମ୍ଭେ ପୁରୁଷ ଅକ୍ଷୟମେଦିନୀର ଭାରାଭାର କର ଦେବ କ୍ଷୟ ।ଏ ତୋର ଶ୍ରୀମୁଖ ଦେଖି ନିସ୍ତରିଲି ଆଜଲଭିଲି ଗତି ମୁକତି ହେଲା ଦେବକାର୍ଯ୍ୟ ।ଅନେକ କାଳୁ ତୁମ୍ଭଙ୍କୁ ଖୋଜି ଲୋଡ଼ୁଥିଲିଧନ୍ୟ ଧନ୍ୟ ଆଜଦିନ ଦେଖି ନିସ୍ତରିଲି ।ବଳରାମଙ୍କୁ ହୃଦରେ ଘେନି ମୁନିବରବିନୟ ଭାବେ ଭକତି କଲେକ ଅପାର ।ସ୍ୱାମୀ ନିରାକାର ତୁମ୍ଭେ ନିରଞ୍ଜନ ରୂପୀଅଶେଷ କୋଟି ଉଦରେ ଅଛ ତୁମ୍ଭେ ବ୍ୟାପି ।ବେଦମୟ ପୁରୁଷ ତୁ ଅବୟ ଏକାତ୍ମାଅଭ୍ୟାଗତ ରକ୍ଷଣ ତୁ ଅଚଳ ମାହାତ୍ମା ।ତୁମ୍ଭ ନିଜ ରୂପ ଏବେ ଦେଖିଲା ନୟନଲଭିଲି ପରମ ଗତି ପାଇଲି ସୁଜ୍ଞାନ ।ଏ ଗୋପର ନରନାରୀ ଲଭି ପୁଣ୍ୟ କେତେଦିବାନିଶି ଅନୁବ୍ରତେ ଦେଖୁଥିବେ ତୋତେ ।ନିଶ୍ଚେଁ ଜାଣିଲି ଗୋପାଳେ ଅତି ପୁଣ୍ୟଦେହୀଦିଗପାଳ ଦେବତାଏ ଅଟନ୍ତି ତ ଏହି ।ନିଶ୍ଚେଁ ମୁକ୍ତିପ୍ରାପ୍ତ ନନ୍ଦ ହୋଇଲା ଏ ଘାନ୍ତିଧନଧାନ୍ୟେ ପୂର୍ଣ୍ଣ ହେବ ବଢ଼ିବ ସମ୍ପତ୍ତି ।ଏ ପୁତ୍ର ଯୋଗେ ଅନେକ କାର୍ଯ୍ୟ ତୋତେ ଅଛିଏ କଥାକୁ ମନେ ଖେଦ ନ ଧର ତୁ କିଛି ।ଜାରପୁତ୍ର ବୋଲି ମନେ ନ ଧରିବୁ ନନ୍ଦସଂସାରେ ତୋତେରେ କେହି ନ ବୋଲିବେ ମନ୍ଦ ।ଆବର ପୁତ୍ରେ ପାଇବ ତୁମ୍ଭେ କିଛିଦିନେଏସନ ଲଲାଟେ ଧାତା ଲେଖିଛି ପ୍ରସନ୍ନେ ।ଏତେ ବୋଲି ମୁନିବର ବାହୁଡ଼ିଣ ଗଲେବସୁଦେବ ଆଗେ ଯାଇ ଗୁପତେ କହିଲେ ।ଗାର୍ଗ୍ୟ ବଚନ ଶୁଣିଣ ବସୁଦେବ ତୋଷସନ୍ଦେଶ ପାଇ ନନ୍ଦର ମନୁ ଗଲା ପ୍ରାସ ।ଗୋପପୁରେ ମଧ୍ୟେ ଥିଲେ ଯେତେ ନରନାରୀଆଜ୍ଞା ମାଗିଣ ନନ୍ଦକୁ ଗଲେ ଯେଝା ପୁରୀ ।ନନ୍ଦ ସହିତ ଯଶୋଦା ଦେବୀ ହେଲେ ତୁଷ୍ଟିଅନେକ ଯତ୍ନେ ପାଳିଲେ ପାଇ ପୁତ୍ରଗୋଟି ।ଏସନକ ଚରିତ ଯେ ନ ଜାଣନ୍ତି କେହିବଳଦେବଙ୍କ ପ୍ରସାଦେ ସର୍ବେ ପୁଣ୍ୟଦେହୀ ।ନନ୍ଦର ଅନେକ ଶ୍ରଦ୍ଧା ବଢ଼େ ଦିନୁ ଦିନେପୁତ୍ର କୋଳେ ଘେନି ନନ୍ଦ ଖେଳେ ଅନୁକ୍ଷଣେ ।ଘୃତ ଲବଣୀ ଶାକର ଖଣ୍ଡକୁ ମିଶାଇଆପଣେ ଭୁଞ୍ଜାନ୍ତି ନନ୍ଦ ଜାନୁରେ ବସାଇ ।ଦିନୁଦିନ ସ୍ୱାମୀଙ୍କର ବଢ଼େ କଳେବରକୋଟି କନ୍ଦର୍ପକୁ ଜିଣି ସୁନ୍ଦର ଶରୀର ।ଯେବଣ ଦିନେ ଗୋଗୋଷ୍ଠେ ପ୍ରବେଶିଲେ ହଳୀଗୋପାଳଙ୍କ ସଙ୍ଗତରେ କଉତୁକ ଖେଳି ।ସହସ୍ର ଗୁଣରେ କ୍ଷୀର ଦିଅନ୍ତି ସେ ଗାଈବିପୁଳ ଲକ୍ଷ୍ମୀ ରହିଲେ ଠାବ ଠାବ ହୋଇ ।ଲୋଡ଼ନ୍ତି ଗୋପାଳେ ପୁଣ ଯେତେବେଳେ ଯାହାପ୍ରାପତ ହୁଅଇ ତାଙ୍କୁ ସେତେବେଳେ ତାହା ।ବୁଢ଼ା ବୁଢ଼ୀ ଥିଲେ ଯେତେ ହେଲେ ନବଯୁବାସ୍ୱର୍ଗ ପ୍ରାୟ ଗୋପପୁର ହୋଇଲାକ ଶୋଭା ।ଋତୁ ଘେନି ମେଘମାନେ ବରଷିଲେ ପାଣିବସନ୍ତ ପବନ ବହେ ବେଳକାଳ ଜାଣି ।କୋଟିଏକ କମଳିନୀ ଘେନି ସତ୍ୟଶ୍ରୀୟାଆପେ ବିଜେ କଲେ ଆସି ଦେବୀ ହରିପ୍ରିୟା ।ତେତିଶକୋଟି ଦେବତା ଗୋପରୂପ ଧରିଗୁପତେ ଗୋପନଗରେ ଛନ୍ତି ଅବତରୀ ।ରାମକୃଷ୍ଣ ଅବତାର ହୋଇବାର ଜାଣିଆଗହୁଁ ସର୍ଜିଲା ଗୋପନଗ୍ରେ ଧାତା ଆଣି ।ଜୟ ତୁ ଶାରଳା ମାଗୋ ଅଜ୍ଞାନ ଧ୍ୱଂସିନୀତୋ ନାମ ଧରିଲେ ମୂର୍ଖ ହୁଏ ମହାଜ୍ଞାନୀ ।ତୁ ଦେବୀ ଯାହାର କଣ୍ଠେ ହେଉ ସୁପ୍ରସନ୍ନକବିଗଣ ମଧ୍ୟେ ଶ୍ରେଷ୍ଠ ବୋଲାଏ ସେ ଜନ ।ବିଷ୍ଣୁ ମହାମୋହିନୀ ତୁ ଅଟୁ ଆଦିମାତତୋତେ ଆଶ୍ରା କରିଅଛି ମୁଁ ଦୀନ ଅଚ୍ୟୁତ ।କୃପାକରି ମୋ କଣ୍ଠରେ ବିଜେକର ମାଏତୋ ବିନା ଶରଣ ମୋର ନାହିଁ ଆଉ କିଏ ।ଦେବକୀରଙ୍କର ସ୍ୱପ୍ନ ଦର୍ଶନଶୁକମୁନି ବୋଇଲେ ହେ ପରୀକ୍ଷ ନୃପତିଏଥୁ ଅନନ୍ତରେ ଶୁଣ କଥା ପୁଣ୍ୟକୀର୍ତ୍ତି ।ପବିତ୍ର ଗଙ୍ଗାଜଳ ଶ୍ରୀଭାଗବତ ବାଣୀଧନଧାନ୍ୟ ମନୋବାଞ୍ଛା ପ୍ରାପ୍ତ ହେବ ଶୁଣି ।ଧନୁର କୃଷ୍ଣ ନବମୀ ତିଥି ଗୁରୁବାରତାର ଚନ୍ଦ୍ର ଶୁଭଯୋଗ ଅଟେ ସେ ଦିନର ।ଗର ନାମେ କରଣ ଯେ ଶୁଭ ନାମେ ଯୋଗକନ୍ୟାଚନ୍ଦ୍ରର ଷାଠିଏ ଦଣ୍ଡଯାକ ଭୋଗ ।ଧନୁ ସଂକ୍ରାନ୍ତି ସପତ ଦିନର ଅନ୍ତରେଶୁଦ୍ଧସ୍ନାନ କଲେ ଦେବୀ ଦେବକୀ ନଦୀରେ ।ସଙ୍ଗତେ ଅନେକ ପରିବାରୀ ଘେନି ଯାଇପ୍ରଭାତୁ ଉଠି ଯମୁନା ଗଲେକ ଗାଧୋଇ ।ନଦୀ ସ୍ନାନରେ ଦେବକୀ ମନେ ଚିନ୍ତାପାନ୍ତିଲେଉଟି ଶୁଭେ ଆପଣା ଘରକୁ ଆସନ୍ତି ।ଗମ୍ଭରୀ କବାଟ କିଳି କଲେକ ଶୟନନିଶା ଅର୍ଦ୍ଧରେ ଦେବକୀ ଦେଖିଲେ ସ୍ୱପନ ।ସୀମସ୍ଥାନେ ବିଜେ କଲେ ପ୍ରଭୁ ଜନାର୍ଦ୍ଦନପ୍ରବେଶ ହୋଇ ଦେବକୀ ଦେବୀ ସନ୍ନିଧାନ ।ବାମ ପାରୁଶେ ଶାରଦା ଦେବୀ ଯନ୍ତ୍ର ଧରିଦକ୍ଷିଣ ପାରୁଶେ ଦେବୀ ବରୁଣକୁମାରୀ ।ଛାମୁରେ ଯେ ଖଗେଶ୍ୱର କୃତାଞ୍ଜଳି ହୋଇଏକ ଦୃଷ୍ଟିରେ ରହିଛି ଶ୍ରୀମୁଖକୁ ଚାହିଁ ।ସେବକ ବିନୟ ଭାବେ ଶ୍ରୀପୟରେ ରହିପାରୁଶେ ଆବୋରିଛନ୍ତି ବିଷ୍ଣୁଗଣ ଚାହିଁ ।ଏସନକ ଦିବ୍ୟରୂପ ଧରି ଦେବ ସ୍ୱାମୀଦେବକୀଙ୍କ ସୀମସ୍ଥାନେ ବିଜେ ଅନ୍ତର୍ଯ୍ୟାମୀ ।ପୃଥିବୀର ଭାରାଭର ନିବାରିବା ପାଇଁଭକତ ଜନର ବନ୍ଧୁ କମଳାର ସାଇଁ ।ଆଦି ଅପର୍ଣ୍ଣାଙ୍କ ଶାପ ଅନୁରୂପେ ପୂର୍ବେତେଣୁ ପ୍ରଭୁ ଆପେ ଆସି ଯୋନିଜନ୍ମା ହେବେ ।ଅନ୍ତରୀକ୍ଷେ ବିଜେକରି ସ୍ୱାମୀ ଅନ୍ତର୍ଯ୍ୟାମୀପାରୁଶେ ଦେବଗଣଙ୍କୁ ଅଛନ୍ତି ସେ ଘେନି ।ଅନ୍ତରୀକ୍ଷ ଆସନରେ ବିଜେ ପୀତବାସଦେବକୀଙ୍କୁ ସ୍ୱପନରେ ହୋଇଲେକ ଦୃଶ୍ୟ ।ଆଶ୍ୱାସି ବଚନ ଧୀରେ ବୋଲି ଜଗବନ୍ଧୁଆମ୍ଭେ ଅଟୁ ନାରାୟଣ କୃପାଜଳ ସିନ୍ଧୁ ।ଆରତ ଜନ ରକ୍ଷଣ ଅଟେ ଆମ୍ଭ ବାନାଆରତରେ ସୁମରିଲେ ରକ୍ଷା କରୁ ସିନା ।ଶୁଣ ମାଗୋ ଦେବକୀ ତୁ କେତେଦିନେ ଅନ୍ତେପୁତ୍ରନ୍ତ ସୁମରି ମନେ ଚିନ୍ତା କରୁ କେତେ ।ଏ ଦିବ୍ୟରୂପେ ପ୍ରସନ୍ନ ହେଲୁ ଆମ୍ଭେ ତୋତେତୁମ୍ଭର ଗର୍ଭରେ ମାଗୋ ଠାବଦିଅ ମୋତେ ।ପ୍ରେତ ଭୂତପ୍ରାୟ ହୋଇ ବୁଲୁଅଛି ମୁହିଁମାନବରୂପେ ଉଦ୍ଧାର କରିବି ଏ ମହୀ ।ତୁମ୍ଭର ଉଦରେ ମାଗୋ ହେବି ମୁହିଁ ଜାତଗର୍ଭରେ ଠାବ ଦିଅସି ମୋତେ ତୁ ଗୋ ମାତ ।ପ୍ରତ୍ୟକ୍ଷେ ବିଷ୍ଣୁ ମାନବେ ହେବି ଅବତାରଦୈତ୍ୟ ମାରି ଉଶ୍ୱାସିବି ଏହି ମହୀଭାର ।ପ୍ରତ୍ୟକ୍ଷେ ଅଦିତି ଅଟ ତୁମ୍ଭେ ମହାମାୟେକଶ୍ୟପ ଯେ ବସୁଦେବ ରୂପରେ ବିଜୟେ ।ଦେବତା ଜାତ ହୁଅନ୍ତି ତୁମ୍ଭର ଗର୍ଭରେପାସୋରିଲ କି ଗୋ ମାତ ମାନବୀ ଜନ୍ମରେ ।ପୂର୍ବ କଥା ସ୍ମରି ରଖ ଗର୍ଭରେ ସାଇତିବସୁଦେବ ପୁରେ ବିଜେ କର ମା ତଡ଼ତି ।ଏଥିରୁ ମା ବଡ଼ ପୁଣ୍ୟ ଅର୍ଜିବୁ କି ଅବାଆମ୍ଭେ ଯେ ବିଷ୍ଣୁ ତୁମ୍ଭଙ୍କୁ କରୁଅଛୁ ସେବା ।ଆବର ବିଶେଷ ତୁମ୍ଭେ ପାଇଅଛ କଷ୍ଟଛ ପୁତ୍ର ମାଇଲା ନେଇ କଂସାସୁର ଦୁଷ୍ଟ ।ତେଣୁକରି ଆମ୍ଭେ କଲୁ ତୁମ୍ଭଙ୍କୁ ସୁଦୟାସଂହାରିବୁ ଅସୁରଙ୍କୁ ଧରି ନରକାୟା ।ଅନେକ ରାକ୍ଷସ ଆମ୍ଭେ ପୃଥ୍ୱୀରୁ ମାରିବୁଦେବକଣ୍ଟକ ଯେତେକ ଶତ୍ରୁ ସଂହାରିବୁ ।ଅନେକ ଦାନବ ଏଥେ ହୋଇ ଅବତାରଗଞ୍ଜିଲେ ତ୍ରିଦଶ ଦେବ ଭାଙ୍ଗି ସ୍ୱର୍ଗପୁର ।ଅସୁରଙ୍କ ପାଦଭାରା ନ ସହିଲା ପୃଥ୍ୱୀଦେବତାମାନେ ମୋ ଆଗେ ଗୁହାରି କରନ୍ତି ।ତେତିଶକୋଟି ଦେବତା କହିଲେ ବିକଳେବୋଇଲେ ସମ୍ଭାଳ ପୃଥ୍ୱୀ ଗଲା ରସାତଳେ ।ଦେବଙ୍କ ବିକଳ ଦେଖି ବସେ ଆମ୍ଭ ଦୟାତେଣୁ ଯୋନିଜନ୍ମା ହେବୁଁ ଧରି ନରକାୟା ।ତୁମ୍ଭେ ଯେ ମାନବୀରୂପେ ହୋଇଅଛ ଜାତଶାପୁଁ ପାର ହେବାପାଇଁ ହେବୁ ତୁମ୍ଭ ପୁତ୍ର ।ପୂର୍ବେ ତୁମଙ୍କୁ ଗୋମାତା ଦେବୀ କଲେ କୋପନମସ୍କାର ନ କଲ ଯେ ଦେଲେ ତେଣୁ ଶାପ ।କଶ୍ୟପ ଅଦିତି ତୁମ୍ଭେ ପତିପତ୍ନୀ ଦୁଇଗୋମାତା ଶାପେ ମାନବ ଦେହ ଅଛ ବହି ।ଅଧିକ ମୁଁ ତୁମ୍ଭ ଆଗେ କହିବଇଁ କେତେତୁମ୍ଭ ଗର୍ଭେ ଏବେ ମାଗୋ ଠାବ ଦିଅମୋତେ ।କହନ୍ତି ଯେ ଇଦଂ ପ୍ରତିବାକ୍ୟ ଶୁକମୁନିଶୁଣ ହୋ ପରୀକ୍ଷ ରାଜା ଭାଗବତ ବାଣୀ ।ବିଷ୍ଣୁନାଥଙ୍କ ଏମନ୍ତ ମାୟାରୂପ ଦେଖିଦେବକୀ ଘୋର ନିଦ୍ରାରୁ ଚେତି ମଳି ଆଖି ।ନୟନ ତରାଟି ଦେବୀ ଚାହିଁ ଅତିବେଗେଦେଖିଲେ ବିଷ୍ଣୁଦେବତା ବିଜେ ନିଜ ଆଗେ ।ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚତୁର୍ଭୁଜଆଦିତ୍ୟ ଦେବତା ଜିଣି ବିରାଜଇ ତେଜ ।ନାରାୟଣ ଜ୍ୟୋତିକୁ କି ପଟାନ୍ତର ଦେବାଠୁଳବ୍ରହ୍ମା ଜ୍ୟୋତିରୂପେ ଯେଉଁ ଦେବ ଶୋଭା ।ଏମନ୍ତ ରୂପ ଦେଖିଣ ଦଇବକୀ ନାରୀପ୍ରଣିପାତ କଲେ ଅନ୍ତର୍ଗତରେ ବିଚାରି ।କେବଳ ଚେତନା ଆସି ବସିବାରୁ ଦେହେଦେଖୁ ଦେଖୁ ଜ୍ଞାନହାରି ପଡ଼ିଲେକ ମୋହେ ।ଘାରିଲାକ ନିଦ୍ରାବତୀ ପଡ଼ିଲେକ ଶୋଇପ୍ରତ୍ୟକ୍ଷେ ଦେଖି ସ୍ୱପନେ ପାସୋରିଲା ସେହି ।କେବଳ କ୍ଷଣକମାତ୍ର ଚେତନା ବସିଲାସ୍ୱପ୍ନପ୍ରାୟ ମଣି ବାଳୀ ପୁଣି ନିଦ୍ରାଗଲା ।ଲେଉଟି ଯହୁଁ ନିଦ୍ରାରେ ପଡ଼ିଲା ଘୁମାଇପୁଣି ସୀମସ୍ଥାନେ ବିଜେକଲେ ବିଷ୍ଣୁ ଯାଇ ।ଚୂଳରେ ବରହିପୁଚ୍ଛ ଶୋଭା ଦିବ୍ୟବେଣୀକୁସୁମ ଗଭାଏ ବାନ୍ଧି ଅଛନ୍ତି ସେ ପୁଣି ।ବାମରେ ବିରହ ବେଣୁ ଦକ୍ଷିଣରେ ଯଷ୍ଟିସୁସଞ୍ଚ ପୀତବସନ ଶୋଭାପାଏ କଟି ।ନୀଳ ଇନ୍ଦିବର ଦଳ ତନୁ ଦିବ୍ୟଶୋଭାମଦନ ସୁନ୍ଦର ରୂପ ସ୍ୱାମୀ ନବଯୁବା ।ବିକଚ କଦମ୍ବମାଳା ଲମ୍ବଇ ଗଳାଏକନକ କଠଉ ମାଡ଼ିଛନ୍ତି ବେନି ପାୟେ ।ନାସାରେ ମୁକୁତା ଫଳ ଲମ୍ବେ ଗଜମୋତିକଣ୍ଠେ ନବରତ୍ନ ହାର ମାରାଗର ଜ୍ୟୋତି ।କଙ୍କଣ ବାହୁଟି ବିଦମୁଦୀ ଜଗଦ୍ବଳାମଣିମୟ ପଦକରେ ବିରାଜଇ ଗଳା ।ନୀଳାମ୍ବରେ ଉଦୟ କି ଶାରଦୀୟ ଶଶୀଦେବକୀର ସୀମସ୍ଥାନେ ପୁଣି ବିଜେ ଆସି ।ଉଠ ଉଠ ମାତା ଆଗୋ ନିଦ୍ରାଯାଉ କେତେପୂର୍ବର ସେ ଘଟସୂତ୍ର ଶାପ ଅଛି ତୋତେ ।ତୁମ୍ଭେ ଆମ୍ଭରି ମାତା ଗୋ ଆମ୍ଭେ ତୁମ୍ଭ ପୁତ୍ରଦୁଃଖ ନିବାରଣ ହେଲା ବିମନା ନୁହ ତ ।ନିର୍ଭୟରେ ଗର୍ଭେ ଠାବ ତୁ ମୋତେ ଦିଅସିଏତେ ବୋଲି ଗୋପୀନାଥ କହନ୍ତି ଆଶ୍ୱାସି ।ନାରାୟଣ ଭୁଜ ଲାଗି ଦେବକୀର ଅଙ୍ଗତକ୍ଷଣେ ଚେତା ପଶିଲା ହୋଇ ନିଦ୍ରାଭଙ୍ଗ ।ନୟନ ମଳିଣ ଦେବୀ ଚାହିଲା ହରଷେଦେଖିଲା ସେ ବିଷ୍ଣୁବିଜେ କରିଛନ୍ତି ପାଶେ ।ବାଳ ଗୋପାଳ ରୂପକୁ ଧରି ହୃଷୀକେଶଦେବକୀର ସୀମସ୍ଥାନେ ବିଜେ ପୀତବାସ ।ଏସନ ସ୍ୱରୂପ ଦେବୀ ଦେଖିଲେ ନୟନେଆପେ ଆପେ ବିଚାରଣ କରୁଛନ୍ତି ମନେ ।ଏ ଅପୂର୍ବ କଥାଗୋଟି ଜାଣିବା କେମନ୍ତେକେବଣ ମାୟା ହୋଇଲା ମୋତେ ଅଦଭୂତେ ।ପୁତ୍ରଙ୍କର କଷ୍ଟେ ମୁହିଁ ଚିନ୍ତାଭର ହୋଇଏକା ଗମ୍ଭିରୀ ଭିତରେ ଅଛଇ ତ ଶୋଇ ।ନବଯୁବା ପୁରୁଷେକ ପଶିଲାକ କାହୁଁପଞ୍ଚଭୂତେ ଆତ୍ମା ମୋର ଦହେ ଚାହୁଁ ଚାହୁଁ ।ଅନ୍ତପୁରେ ମୋର ଆସି ପଶିଲା କେମନ୍ତେଦୁଃସହ ଦୁର୍ଗମ ପରି ଲାଗୁଅଛି ମୋତେ ।ପ୍ରତ୍ୟକ୍ଷେ ମୁଁ କିଳିଅଛି ଗମ୍ଭିରୀ କବାଟପିମ୍ପୁଡ଼ି ଗଳିବାକୁ ତ ନାହିଁ ଏଥି ବାଟ ।ଏଡ଼େ ଦୁଃସହ ସ୍ଥାନକୁ କେମନ୍ତେ ଅଇଲାଏଡ଼େ ସାହସ ତାର ମୋ ଶଯ୍ୟାରେ ବସିଲା ।ପବିତ୍ର ପାଟବଂଶୀ ମୁଁ ବସୁଦେବ ରାଣୀଉଗ୍ରସେନ ରାଜାର ମୁଁ ଅଟଇ ଦୁଲଣୀ ।ଭାଇ ମୋର କଂସରାଜା ଜଗତରେ ଜିତାଇନ୍ଦୁମତୀ ମାତା ମୋର ଅଟେ ନିଜ ମାତା ।ଚୋର କି ତସ୍କର ଏ ଯେ ପ୍ରତ୍ୟକ୍ଷେ ଦେବତାକେମନ୍ତେ ଜାଣିବି ପୁଣି ମୁଁ ଏହାର କଥା ।ମାନବ ନୁହଇ ଦେବଲୋକ ଏ ହେବଟିଅଦ୍ଭୁତେ ପଶୁଁ କବାଟ ଗୋଟା ଗଲା ଫିଟି ।ପୁଣି ବିଚାରନ୍ତି ଚୋର ଯେବେ ସେ ହୁଅନ୍ତାଅନେକ ତ ଧନ ଅଛି ଥୋକାଏ ନିଅନ୍ତା ।ପ୍ରଥମ ପ୍ରହରେ ମୋତେ ରଚିଲାକ ମାୟାଦେଖାଇଲା ଶଙ୍ଖଚକ୍ର ଚତୁର୍ଭୁଜ କାୟା ।ପୁଣି ଦେଖାଏ ଗୋପାଳ ରୂପକୁ ପ୍ରକାଶିନିର୍ଭୟରେ ସୀମସ୍ଥାନେ ଅଛି ମୋର ବସି ।ଆବର ବିଶେଷ କରି କହଇ ସଦ୍ଭାବବୋଲେ ତୋର ପୁତ୍ର ହେବି ଗର୍ଭେ ଦିଅ ଠାବ ।ଏମନ୍ତ ବିଚାର ରହି କରନ୍ତି ଦେବକୀପୁଣି ସ୍ୱାମୀଙ୍କୁ ଚାହିଁଲେ ଦେବୀ ମଥା ଟେକି ।ଦେବକୀ ବୋଇଲେ ଚୋର କାହିଁର ତୁ ଆସିନିଦ୍ରା ଭାଙ୍ଗିଲୁ ମୋହର ପଲ୍ୟଙ୍କରେ ବସି ।ବାରେକ ଏଥୁ ଜୀବନ ଘେନି ପଳା ଯା ଯାଜାଣିଲେ ତୁ ନାଶଯିବୁ ଦୁଷ୍ଟ କଂସରାଜା ।କଂସର ପ୍ରତାପ ତୁ କି ଶୁଣିନାହୁଁ କର୍ଣ୍ଣେଯମ ଦେବତା ଭୁବନେ ପଶିଲୁ କେସନେ ।ଦେବ ଦାନବ ମାନବ ଜିଣି ଭୁଜବଳେଏକାଙ୍ଗ ଚକ୍ରବର୍ତ୍ତୀ ଯେ ଅଟେ ରବିତଳେ ।ମୋର କନିଷ୍ଠ ଭାଇ ସେ କଂସ ନ ଜାଣୁ କିନିର୍ଭୟ ହୋଇ ଅଇଲୁ କେମନ୍ତେ ଏଥିକି ।ନିଜ ଆୟୁଷ ଥାଉ କି ମରିବୁରେ ବଳାମୋ ଭାଇ ନ ଜାଣୁ ଏଥୁ ବହନ ତୁ ପଳା ।ଦେବକୀ ବଚନ ଶୁଣି ଦେବ ଜଗନ୍ନାଥବୋଲନ୍ତି ଅଳପ ହସି ଶୁଣସି ଗୋ ମାତା ।ଆମ୍ଭେ ଯେ ବିଷ୍ଣୁ ମାନବ ଦେହ ଗୋଟା ବହିଦେବକାର୍ଯ୍ୟେ ଆମ୍ଭେଜାତ ହେବୁ ତୋରତହିଁ ।ମାରିବୁ ଅସୁରବଳ ହେବ ଦେବକାର୍ଯ୍ୟଏ ତୁମ୍ଭ ଗର୍ଭେ ପଶିବୁ ଜାଣ ମାତା ଆଜ ।ମାଗୋ ଏ କଥାକୁ ମନେ ନ ଧରିବ ଆନଆମ୍ଭେ ତୋରପୁତ୍ରହୋଇ ଉଦ୍ଧାରିବୁ ଆନ ।ଦେବକୀ ବୋଇଲେ ମୋତେ ଏ କଥା ନ କହକିପାଇଁ ନାଶ କରିବୁ ଏ ସୁନ୍ଦର ଦେହ ।କୋଟି କନ୍ଦର୍ପ ସମାନ ଅଟେ ଯେଉଁ ରୂପତୁ କିପାଇଁ ନାଶଯିବୁ ମୋହ ଗର୍ଭେ ବାପ ।ପୋଡ଼ୁ ପୋଡ଼ୁବାପ ମୋର ଗର୍ଭ ହେବା କଥାଏ ତୋର ବଚନ ଶୁଣି ଲାଗେ ବଡ଼ବ୍ୟଥା ।ତୁ ଯେ ପୁତ୍ର ମୋର ହେବାପାଇଁ ଅଛୁ ଲୋଡ଼ିଜନ୍ମ ହେବା ମାତ୍ରେ କଂସ ଦେବତ କଚାଡ଼ି ।ଚାଣ୍ଡାଳ ନିଷ୍ଠୁର ଭାଇ ମୋର ବଡ଼ ଦୁଷ୍ଟଷଡ଼ପୁତ୍ର କଚାଡ଼ିଲା ମୋହର ପାପିଷ୍ଠ ।ଆବର ଯେ ବେନିପୁତ୍ର ଅବଶ୍ୟ ମାରିବସତ୍ୟ ମନାଇ ନେଇଛି ଅହନ୍ତା କରିବ ।ମୁହିଁ ମନ୍ଦ ଅଭାଗିନୀ ନ ଲୋଡ଼ଇ ତୋତେବିଧାତା ପୁରୁଷ ଦଣ୍ଡୁ ଅଛଇ ଯେ ମୋତେ ।ତୋହର ପରା ସୁନ୍ଦର ପୁତ୍ର ପରିପାଟିମୋତେ କାହୁଁପ୍ରାପ୍ତ ହେବ ଅଟେ ମୁଁ ପାପିଷ୍ଠୀ ।ତୁ ଯେ ବୋଲୁଛୁ କଂସକୁ ମୁହିଁ ମାରିବଇଁକଂସକୁ ତିନିଭୁବନେ ସମ ନାହିଁ କେହି ।ଦେବ ଦାନବ ଗର୍ନ୍ଧବ ନାଗ ଆଦିକରିଇନ୍ଦ୍ର କୁବେର କଂସକୁ କେହି ନୁହେ ସରି ।ସମସ୍ତେ କଂସର ଡରେ ଛାଡ଼ି ସ୍ୱର୍ଗପୁରଦେବେ ଅଜୟ ଅଟଇ କଂସ ନୃପବର ।ଅଷ୍ଟମଲ୍ଲ ଆଦି ତାର ଅଛନ୍ତି ତା ସଖାକ୍ଷଣକେ ସହସ୍ରେ ଇନ୍ଦ୍ର ଜିଣନ୍ତି ସେ ଏକା ।ନବଦ୍ୱୀପ ପୃଥିବୀରେ ଯେତେ ଯେତେ ରାଜାଆଜ୍ଞା ପ୍ରମାଣେ କରନ୍ତି ତାର ପାଦପୂଜା ।ମେରୁ ପ୍ରଦକ୍ଷିଣ କରି ଜିଣେ କ୍ଷତ୍ରପଣେବଡ଼ ବଡ଼ ରାଜାଙ୍କୁ ସେ ଧରି ଜିତେ ରଣେ ।ଦିଗବିଜେକାଳେ ଦେବେ ହାରିଲେ ତାହାକୁତୁହି ବୋଲୁଅଛୁ ମୁଁ ଯେ ମାରିବି କଂସକୁ ।ଶ୍ରୀକୃଷ୍ଣ ବୋଇଲେ ମାତା ତ୍ୟଜ ଗୁରୁତାପଏବେ ମାତା ଗୋ ଖଣ୍ଡନ ହେଲା ତବ ପାପ ।ତୁ ଯେ ବୋଲୁ ମୋର ଷଡ଼ ପୁତ୍ରଙ୍କୁ ମାଇଲେସେ ପୁତ୍ରମାନେ ତାହାଙ୍କ ପୂର୍ବଦୋଷେ ମଲେ ।ସେ କଥା ଶୋଚନା କଲେ ହେବ ଏବେ କିସପୂର୍ବର ସଞ୍ଚିତ ଫଳ ଫଳଇ ଅବଶ୍ୟ ।ମାଗୋ ଆମ୍ଭେ ନିରାକାର ଅଯୋନି ସମ୍ଭୂତଏବେ ତୁମ୍ଭ ଯୋନିମାର୍ଗେ ହେବୁ ଆମ୍ଭେ ଜାତ ।ଦେବକୀ ବୋଇଲେ ମୋର ସନମତ ନାହିଁଅନେକ ଯେ ପୁତ୍ରକଷ୍ଟ ପାଇଲଇଁ ମୁହିଁ ।ଗୋବିନ୍ଦ ବୋଇଲେ ମୋର ନାମ ଦଇତାରିକଂସରବଳେ କେବେହେଁ ମୋତେ ନୁହେଁ ମାରି ।କଂସ ପାଦଭାରା ପୃଥ୍ୱୀ ନ ପାରିଲ ସହିଆକୁଳେ ତେତିଶକୋଟି ଦେବେ ଗଲେକହି ।ବୋଇଲେ କଂସର ଡରେ ନ ପାରୁ ଗୋ ରହିତୁମ୍ଭେ ଜନମ ମାନବ ଦେହଗୋଟା ବହି ।ଏଣୁ ଅବତାର ଆମ୍ଭେ ହେବୁ ରବିତଳେଋଷି ମୁନି ଗୋରୁ ବିପ୍ର ଦେବତାଙ୍କ ଛଳେ ।ରାକ୍ଷସ ନାଶ କରିବୁ ଆମ୍ଭେ ଭୁଜବଳେନିଶ୍ଚୟ ତେତିଶକୋଟି ଦେବତାଙ୍କ ବୋଲେ ।ଏଥକୁ ନାସ୍ତି ନ କର ଛାଡ଼ ଅଭିଯାନପୁଣ ପୁଣ କରୁଅଛୁ ପ୍ରବୋଧ ବଚନ ।ଗୋମାତା ଶାପେ ମାନବୀ ଦେହ ତୁମ୍ଭେ ବହିକଶ୍ୟପ ଅଦିତୀ ବେନି ଅଛ ଜନ୍ମପାଇ ।ତେଣୁ ଆମ୍ଭେ ଅବତାର ହେବୁ ତବ ଗର୍ଭେତୁମ୍ଭ ମନୁ ଭ୍ରାନ୍ତି ମାଏ ଛାଡ଼ସି ଗୋ ଏବେ ।ଦେବକୀ ବୋଇଲେ ଯେବେ ନାରାୟଣ ସତ୍ୟମହାବଳ କଂସକୁ ତୁ କରିବୁ ନିହତ ।ପୃଥ୍ୱୀ ଭାରାଭାର ଯେବେ ନିବାରିବୁ ଏକାଏ ତୋହର ବିଶ୍ୱରୂପ ବାରେ ମୋତେ ଦେଖା ।ଏହା ଶୁଣି ଭଗବାନ ଅଳପ ହସିଲେଜନନୀ ପାଶରେ ନିଜ ମୂର୍ତ୍ତି ଦେଖାଇଲେ ।ନିର୍ଧୂମ ବହ୍ନିରେ ଯେହ୍ନେ ବିକାଶଇ କାୟାମହାଯୋଗ ମୂର୍ତ୍ତି ଧରି ଦେଖାଇଲେ ମାୟା ।ବିକଟ ବଦନ ଦନ୍ତ ରଟ ମଟ ପାଟିଚଉଦ ଭୁବନ ଯାକ ଶରୀର ଯେ ଘୋଟି ।ଟହ ଟହ କୁହୁକୁହୁ ବିକରାଳମୟତଳାତଳ ପରିଯନ୍ତେ ପୂରିଛି ସେ କାୟ ।ଜଳ ସ୍ଥଳ ପାଷାଣରେ ହୋଇଛି ଉଦୟଦେଖିଣ ଦେବକୀଦେବୀ ପାଇ ମହାଭୟ ।ବୋଇଲେ ତୋ ବିଶ୍ୱରୂପ ଆଉ ଅଛି କେତେଏହି ରୂପ ଦେଖି ଭୟ ଲାଗିଲାକ ମୋତେ ।ଆଉ ଅଧିକ ରୂପ ତୁ କଲେକ ପ୍ରକାଶସ୍ତିରୀମାତ୍ର ସିନା ମୁହିଁ ଯିବି ପ୍ରାଣେ ନାଶ ।ଯୋଗୀଜନେ ଅଗୋଚର ଯେଉଁ ବିଶ୍ୱମୂର୍ତ୍ତିସେ ରୂପ ଦେଖିଲି ମୋତେ ଅଛି ସଦଗତି ।ଯେଉଁରୂପ ଦେଖାଇଲୁ ମୋତେ ପୀତବାସସେ ରୂପ ଦେଖିଲେ କଂସ ଯିବ ପ୍ରାଣେ ନାଶ ।ଆବର ବଚନ ଏକ ପଚାରିବି ଯାହାସ୍ୱରୂପ କହିବୁ ମୋତେ ନ କରିବୁ ମାୟା ।ନିରଞ୍ଜନ ପୁରୁଷ ତୁ ଶୂନ୍ୟ ଜ୍ୟୋତିର୍ମୟଅନାଦି ଅଣାକାର ତୁ ପ୍ରତ୍ୟକ୍ଷେ ଉଦୟ ।ବେଦ ବର୍ଣ୍ଣିଛି ଯାହାର ଜନ୍ମମୃତ୍ୟୁ ନାହିଁଯୋନିଯୋଗେ ଜନ୍ମ ନାଥ ହେବୁ କିସପାଇଁ ।ଅଯୋନି ସମ୍ଭୁତ ବୋଲି ବୋଲୁଛନ୍ତି ତୋତେକୁମ୍ଭୀପାକ ନର୍କବାସ କରିବୁ କେମନ୍ତେ ।କେବଣ ଦୋଷ ଯାହାର କଲୁ ପୂର୍ବଯୋଗେଏ କଥା ସଂକ୍ଷେପି ନାଥ କହ ମୋର ଆଗେ ।ଦେବତାଙ୍କ ଉପରେ ତୁ ଦେବ ଦେବ ହରିତୁ କେମନ୍ତେ ହୋଇବୁ ଏ ନର୍କେ ଦେହଧାରୀ ।ଦେବକୀ ବଚନ ଶୁଣି ଭଣି ଚଉବାହାଶୁଣସି ଗୋ ମାତ ଏବେ ପଚାରିଲି ଯାହା ।ପ୍ରଥମେ ସୃଷ୍ଟି ସଞ୍ଚାର ହେଲା ଯେତେବେଳେମଧୁ କଇଟଭ ଜାତ ମହାର୍ଣ୍ଣବ ଜଳେ ।ଆପଣେ ବିଷ୍ଣୁ ଯେ ତାକୁ ସ୍ୱଂୟ କଲେ ନାଶଅସ୍ଥିରକତ ସହିତେ ମେଦ ହାଡ଼ ମାଂସ ।ମରଦିଲେ ଅତି ଯତ୍ନେ କରି ତାହା ଘେନିତେଣୁକରି ପୃଥ୍ୱୀ ନାମ ଦେଲେଟି ମେଦିନୀ ।ମେଦ ମେଦା ମାଂସ ମେଦି ପାଣିର ଭିତରମେଦିନୀ ନାମ ତାହାର ଦେଲେ ନିରାକାର ।ପ୍ରଥମେ ଆଦି ଅପର୍ଣ୍ଣା ଦେବୀ ହେଲେ ଜାତହୋଇଲେ ସେ ପୁଣି ସ୍ତିରୀ ପୁରୁଷ ସଂଜାତ ।ସେ ଯୁବତୀ ରୂପ ଦେଖି ଅନାଦି ପୁରୁଷମଦନ ଅସାଷ୍ଟମେ ସେ ହେଲେ କାମବିଶ ।ବ୍ରହ୍ମଚର୍ଯ୍ୟ ଉଛୁଳିଣ ପଡ଼ିଲା ଭୂମିରଆଦିମାତା ରଜ ମିଶି ତାର ସଙ୍ଗତର ।ସେ ମହାରେତକୁ କର ପଲ୍ଲବରେ ଘେନିନଖରେ ଚିରି ତାହାକୁ କଲେ ଭାଗ ତିନି ।ମୃତ ସଞ୍ଜୀବନୀ ମନ୍ତ୍ର ପଢ଼ୁ ନିରାକାରଆମ୍ଭେ ତିନି ପୁରୁଷ ଯେ ହେଲୁ ଅବତାର ।ଅନାଦିର ତିନିପୁତ୍ର ଆମ୍ଭେ ଅନୁପମବ୍ରହ୍ମା ବିଷ୍ଣୁ ମହେଶ୍ୱର ଦେଲେ ଆମ୍ଭ ନାମ ।ଈଶ୍ୱର ବୋଲି ମାତା ଗୋ ଯେଉଁ ପୁତ୍ର ଗୋଟିନିଜ ମାତାକୁ ହରିଣ ପାପେ ହେଲେ ଘାଣ୍ଟି ।ମଦନରେ ଅସାଷ୍ଟମ ହୋଇ ପଶୁପତିନବ ସହସ୍ର ବରଷ ମାତା ସଙ୍ଗେ ମାତି ।ତଦନ୍ତେ ଦେବତାମାନେ କଲେ ପରିତାପଆହୋ ମହାଦେବ ମାତା ହରି କଲ ପାପ ।ଦେବଙ୍କ ବଚନେ ହର କଲେ ତାଙ୍କୁ ତ୍ୟାଜାମାତାଙ୍କ ଛାଡ଼ି ପାଇଲେ ମନେ ମନେ ଲଜ୍ଜା ।ମାତାଙ୍କୁ ହରଣ ଯହୁଁ କଲେ ତ୍ରିପୁରାରିଦେବେ ଛି ଛାକର କଲେ ଲାଜେ ଗଲେ ସରି ।ଶୁଣ ଦେବକୀ ବୋଇଲେ ଦେବ ନାରାୟଣମୋ ଛାମୁରେ ଆଦିମାତା ହେଲେ ବିଡ଼ମ୍ବନ ।ମାତାଙ୍କ ଅନୀତି ମୁହିଁ ସହି ନ ପାରିଲିଅନେକ ଝିଙ୍ଘାସି ଆଦି ମାତାଙ୍କୁ ବୋଇଲି ।ତୁମ୍ଭେ ଆଦି ମାତା ହୋଇ ହେଲ ଜ୍ଞାନଭ୍ରଷ୍ଟଜାତକଲା ପୁତ୍ରଗୋଟି କଲ ପାପେ ନଷ୍ଟ ।ସେ ବାଳୁତ ପୁଅ ତାର ହୋଇନାହିଁ ଜ୍ଞାନତୁମ୍ଭେ ଜାଣୁ ଜାଣୁ କିପାଁ ହେଲ ହତଜ୍ଞାନ ।ମୋର ପ୍ରାୟ ଉଦ୍ଧାରଣ ପୁତ୍ର ଉପୁଜିଲୁଅନାଦି ପରା ସ୍ୱାମୀକି କିପାଁ ନ ଭଜିଲୁ ।ବିଚାରିଲେ ତ ଏଥିରେ ନାହିଁ ତୋର ଦୋଷଯୋନି ଯେ କରାଉଅଛି ଏସନ ଭବିଷ୍ୟ ।ଏ ଯୋନି ଯୋଗୁଁ ଛାଡ଼ିଲ ତୁମ୍ଭେ ଜାତ ଲଜ୍ଜାଧିକ ସେ ଯୋନି ତୁମ୍ଭର କର ପରିତ୍ୟାଜା ।ଯୋନି ନିଦ୍ରା କରୁ କରୁ ଅରଜିଲି ପାପତେଣୁକରି ଆଦିମାତା ଦେଲେମୋତେ ଶାପ ।ଆଦିମାତା ବୋଲେ ବିଷ୍ଣୁ ମନ୍ଦକୃତ୍ୟ କଲୁଯୋନିଜାତ ହୋଇ କିପାଁ ଯୋନିକି ନିନ୍ଦିଲୁ ।ଅନାଦି ଶକ୍ତିକି ନିନ୍ଦା କଲୁ ଅନିମିତ୍ତେଯୋନିଜନ୍ମ ହୁଅ ଶତଜନ୍ମ ପରିଯନ୍ତେ ।ତୁମ୍ଭେ ଯୋନି ନିନ୍ଦାକଲ ଆହେ ବିଷ୍ଣୁ ନାଥଜନମ ମରଣ ଲଭ ମର୍ତ୍ତ୍ୟେ ହୋଇ ଜାତ ।ପୃଥିବୀ ଯେ ଆପ ତେଜ ବାୟବ୍ୟ ଆକାଶପଞ୍ଚଭୂତ ଆତ୍ମା ଘେନି କର ତୁମ୍ଭେ ବାସ ।ଯାବତ ଥିବ ସଚରାଚର ଏ ମେଦିନୀତାବତ ଜନ୍ମ ମରଣେ ହେଉଥିବ ଭ୍ରମି ।ପ୍ରଭାତ ମଧ୍ୟାହ୍ନ ସନ୍ଧ୍ୟା ଏମନ୍ତ ତ୍ରିକାଳବ୍ରହ୍ମାର ଦିବସେ ଜାତ ହେବୁଁ ତିନିବେଳ ।ଶୁଣ ଆଗୋ ମାତା ପୂର୍ବୁ ଅଛି ଏହି ବିଧିଆଦିମାତା ଶାପ କାହୁଁ ହୋଇବ ଅସିଦ୍ଧି ।ଏତେ କହି ଅନ୍ତର୍ଦ୍ଧାନ ହେଲେ ଜଗନ୍ନାଥପୁଣି ଦେବକୀ ଦେବୀ ଯେ ନିଦ୍ରାରେ ମୋହିତ ।ବିଷ୍ଣୁ ମାୟାରେ ମୋହିତ ହୋଇଲେକ ପୁଣମୋହଗତ କରାଇଲେ ଦେବ ନାରାୟଣ ।ପ୍ରତ୍ୟକ୍ଷେ ଯେଉଁ ଚରିତମାନ ଦେଖୁଥିଲାଦଇବୀ ମାୟାରେ ତାହା ପୁଣି ପାସୋରିଲା ।ଜୟ ନୀଳାଚଳବାସୀ ଜଗତଜୀବନପୂତନା ଶକଟା କଂସ କେଶୀ ନିସୂଦନ ।ଠୁଳ ବ୍ରହ୍ମା ନିରାକାର ଅଜ ବିଶ୍ୱବାସଗୋପିକା ହୃଦୟ ହ୍ରଦ ଖେଳା ରାଜହଂସ ।ରାଧାମୁଖ ପଦ୍ମ ବିକାଶକ ପୂର୍ଣ୍ଣ ଇନ୍ଦୁଅରକ୍ଷ ରକ୍ଷଣକାରୀ ଦୀନଜନବନ୍ଧୁ ।କୁରୁକୁଳ ବିଧ୍ୱଂସନ ବିଶ୍ୱରୂପଧାରୀନବ ଜଳଧର ଶ୍ୟାମ ମୋହନ ମୁରାରି ।ଦେବଦୈତ୍ୟ ନ ଜାଣନ୍ତି ପ୍ରଭୁ ତୁମ୍ଭ ମାୟାଜଗତେ ଘୋଟଇ ଯେହ୍ନେ ଜଳଧର ଛାୟା ।ସେ ମାୟାପାଶରେ ସ୍ୱାମୀ ନ ପକାଅ ମୋତେମୁଁ ଦୀନ ଅଚ୍ୟୁତ ଦାସ ମାଗୁଅଛି ଏତେ ।ଦେବକୀର ଅଷ୍ଟମ ଗର୍ଭ ସଞ୍ଚାର ଓ କଂସର ଅଦ୍ଭୁତ ସ୍ୱପ୍ନ ଦର୍ଶନଏଥିୁ ଅନନ୍ତରେ ଶୁଣ ପରୀକ୍ଷିତ ରାଜାଦେବକୀ ବସୁଦେବର ହେଲା ଏକଶଯ୍ୟା ।ବିଧାତାର ନିର୍ମାଣ ଯେ ପୂର୍ବର ଲିଖନଯା ହେବାର ହେବ କେଭେ ନ ହୋଇବ ଆନ ।ବିହନ୍ତା ପୁରୁଷ ଯାହା ଅଛନ୍ତି ଭିଆଇକାହାରବଳେ ସେ କଥା ଆନ କି ହୁଅଇ ।ସଞ୍ଚିତ କର୍ମମାନେ ସେ କେଭେ ଆନ ନୁହେଁପୁଣ ଦେବକୀ ଦେବୀ ଯେ ଗର୍ଭବାସ ହୁଏ ।ଦିନୁଦିନ ଶରୀର ତା ହୋଇଲା ଆଳସ୍ୟଦଇବର ଘଟସୂତ୍ର ଯେମନ୍ତ ଭବିଷ୍ୟ ।ସକଳ ବ୍ରହ୍ମାଣ୍ଡ ଯେହୁ ଗର୍ଭେ ଛନ୍ତି ବହିସେ ବିଷ୍ଣୁ ଆସି ଦେବକୀ ଗର୍ଭ ମଧ୍ୟେ ରହି ।ତେଣୁ ଦିଶିଲେ ଦେବକୀ ଦେବୀ ଦିବ୍ୟଶୋଭାଆଦିତ୍ୟର ତେଜ ପ୍ରାୟ ବିକାଶଇ ଆଭା ।ବେଭାରେ ରାଜଦୁହିତା ସୁକୁମାରୀ ଜେମାଆଳସ୍ୟ ଯୋଗୁଁ ସୁନ୍ଦରୀ ଦିଶେ ଅନୁପମା ।ଶ୍ରୀବିଷ୍ଣୁ ଯହୁଁ ତାହାର ଗର୍ଭେ କଲେ ବାସପୂର୍ବ ପୁତ୍ରକଷ୍ଟ ଛାଡ଼ି ହୋଇଲା ହରଷ ।ଦେବକୀ ମନ ମୋହିଲେ ପ୍ରଭୁ ଲକ୍ଷ୍ମୀପତିମକର ମାସରେ ଦେବୀ ହେଲେ ଗର୍ଭବତୀ ।ମକର ଆଦ୍ୟେ ଦେବକୀ ଦେବୀ ରଜ କ୍ଷରିମେଷ ମାସ ପ୍ରବେଶରେ ହେଲା ମାସ ଚାରି ।ଦେବକୀ ଦେବୀର କ୍ରମେ ବଢ଼ିଲା ଉଦରବଦନ୍ତି ଯେ ଶୁକମୁନି ଶୁଣ ନୃପବର ।କଂସରାଜା ଆଗେ ଯାଇ କହନ୍ତି ଡଗରସାବଧାନେ ଶୁଣ ଭୋଜ ନୃପତି ଶେଖର ।ଦେବକୀର ଗର୍ଭକଥା ଜଣାଉ ଆସ୍ଥାନେଶୁଣ ତାହା ନୃପତି ତୁ ହୋଇ ସାବଧାନେ ।ମାଘ ତ୍ରୟୋଦଶୀ ଦିନ ଋତୁସ୍ନାନ କଲାମେଷ ପ୍ରବେଶକୁ ଚାରିମାସ ତ ହୋଇଲା ।ଷଡ଼ପୁତ୍ର ଆଣି ଦେଲା ତୁମ୍ଭଙ୍କୁ ସେ ଯାଚିଦେଢ଼ମାସର ପୁତ୍ରକେ ଗର୍ଭୁ ଯାଇଅଛି ।ଏବେ ଆସି ଗର୍ଭ ତାର ହେଲା ମାସ ଚାରିଏଥକୁ କେବଣ ଆଜ୍ଞା ଦିଅ ଦଣ୍ଡଧାରୀ ।ଏତିକିରେ ସମାପତ ହେବ ଗର୍ଭକଷ୍ଟଏହିଠାରୁ ଗଲା ତାର ଜାଣ ଗର୍ଭଅଷ୍ଟ ।ଶୁଣ ତୁମ୍ଭେ ସାବଧାନେ ନୃପ ଭୋଜରାଜଜାଣିଲୁ ଦେବକୀ ଗର୍ଭେ ଚାରିମାସ ଆଜ ।ପରିଜନଙ୍କ ମୁଖରୁ ଶୁଣି କଂସରାୟେଆତ୍ମାକୁ ଭୟ ଲାଗିଲା କମ୍ପଇ ତା କାୟେ ।ଆସ୍ଥାନେ ବସିଣ ରାୟେ ବୋଇଲାକ ବାଣୀଆମ୍ଭର ମନକୁ ଭୟ ଲାଗିଲାକ ପୁଣି ।ଷଡ଼ପୁତ୍ର ତାର ଶିଳେ ପକାଇଲି ଛେଚିଏଥକୁ ମୋହର ମନେ ବିଷାଦ ଲାଗୁଛି ।ଦଇବୀ ମାୟାରେ ଗର୍ଭ ହୋଇଲା କେମନ୍ତେମନେ ଭ୍ରାନ୍ତି ଉପୁଜିଲା ଭୟ ଜାତ ଚିତ୍ତେ ।ଛନ୍ନ ଛନ୍ନ ମୋର ଆତ୍ମା କାତର ହେଉଛିଅସାଷ୍ଟମ ହେଲି ଶୁଣି ଗର୍ଭନୋହୁ କିଛି ।ଗତ ଆତ୍ମା ପ୍ରାୟ ଏବେ ହେଲା ମୋର ଦେହଏଥିର ତଦନ୍ତ ମୋତେ ବିଚାରିଣ କହ ।ମୋର ମନରେ ଏମନ୍ତ କଥାକଲି ସିଦ୍ଧଥୋକାଏ ଦିନେ ପଡ଼ିବ ମୋର ପରମାଦ ।ପୂର୍ବେ ନାରଦ ଆସିଣ କହିଛି ସମ୍ବାଦଭଣଜା ହସ୍ତେ ତୋହର ଜାଣ ମୃତ୍ୟୁଭେଦ ।ଦେଖି ମରିବୁ ନିଶ୍ଚୟ କହିଲି ଏ ଭେଦଏ କଥାରେ ଆନ ତୁ ନ ବିଚାରିବୁ ହୃଦ ।ସେ କଥାମାନ ତ ଦୃଶ୍ୟ ହେଉଅଛି ମୋତେଏ କଥା ବିଚାର କର ଆସ୍ଥାନରେ ଯେତେ ।ଭଣଜା ବିନା କେ ଆନ ନ ପାରଇ ଜିଣିପ୍ରତ୍ୟକ୍ଷେ କହିଅଛନ୍ତି ଯେ ନାରଦ ମୁନି ।ତେଣୁ ଭଣଜାମାନଙ୍କୁ ମାଇଲି ସ୍ୱହସ୍ତେସେ କେବେହେଁ ଆନ ହେବ ନାହିଁନା ପରତେ ।ଆତ୍ମା ବଇରୀ ବୋଲି ମୁଁ ତାଙ୍କୁ ନ ଛାଡ଼ଇଜନମ ହେବା ମାତ୍ରକେ ଶିଳେ କଚାଡ଼ଇ ।ଛପୁତ୍ର ମାଇଲି ପୁତ୍ରେ ସଂକ୍ରମିଣ ଗଲାଏମନ୍ତେ ସାତପୁତ୍ର ମୋ ଗଣନାରେ ହେଲା ।ଏବେହେଁ ପୁଣି ହୋଇଲା ଅଷ୍ଟଗର୍ଭ ଯୋଗଯେ ଯାହା ଖଞ୍ଜରେ ରହି ନିର୍ବନ୍ଧେଣ ଜଗ ।ଏ ପୁତ୍ରକୁ ବଧକଲେ ଯିବ ମୋର ଭ୍ରାନ୍ତିନିର୍ବନ୍ଧ କରିଣ ସର୍ବେ ଜଗିବ ଏ ଘାନ୍ତି ।ମୋତେ ଯାହାର ଶରୀରେ ନିଶ୍ଚେଁ ଅଛି ଭୟନିରନ୍ତର ଜଗିଥିବ ନ କରି ସଂଶୟ ।ଏ ପୁତ୍ରକୁ ନିବାରିଲେ ନାହିଁ ଆଉ ଚିନ୍ତାଆବର ତ୍ରୈଲୋକ୍ୟ ମୋତେ ନାହିଁ କେ ଜାଣନ୍ତା ।ଯଦ୍ୟପି ଏ ପୁତ୍ରଗୋଟି ଉଛୁଡ଼ିଣ ଯିବସର୍ବେ ଜାଣିଥାଅ ନିଶ୍ଚେଁ ସେ ମୋତେ ମାରିବ ।ଆହେ ଅଷ୍ଟମଲ୍ଲ ତୁମ୍ଭେ ମୋର ପ୍ରାଣସଖାଯେ ଯାହାର ଯତ୍ନ କରି ରଖିଥିବ ଏକା ।କେଶୀ ବୋଲେ ଦେବ ଛାଡ଼ ହୃଦୟରୁ ଭ୍ରାନ୍ତିଏ ପୁତ୍ରର କଥା ମୋତେ ଲାଗିଲା ଏ ଘାନ୍ତି ।କେଶୀର ବଚନେ କଂସ ହରଷ ହୋଇଲାପ୍ରହରୀ ମାନଙ୍କୁ ରାଇ ପୁଣି ଆଜ୍ଞାଦେଲା ।ଶୁଣ ହେ ପ୍ରହରୀମାନେ ସର୍ବେ ମୋର ବାଣୀପଥର ଘରେ ଦେବକୀ ବେଗେ ଭର ଆଣି ।ଯେ ଯାହା ପାଳିରେ ଯତ୍ନେ ଜଗିବ ପ୍ରହରାରବି ଅସ୍ତେ କରୁଥିବ ବାଟେ ଲୋକ ଧରା ।ଯାହାର ଶରୀରେ ସଦା ମୋତେ ଭୟ ଅଛିକ୍ଷୁଧା ତୃଷ୍ଣା ନିଦ୍ରା ଛାଡ଼ ଜଗ ମୁଁ କହୁଛି ।ହେଳାରେ କରିବ ଯେହୁ ମୋ ଆଜ୍ଞା ଲଙ୍ଘନନିଶ୍ଚୟ କରିବି ମୁହିଁ ତା ଶିର ଛେଦନ ।ଏତେ ବୋଲି ଧନରତ୍ନ ଭଣ୍ଡାରୁ ଅଣାଇସନମାନ କଲା ତାହା ପ୍ରହରୀଙ୍କୁ ଦେଇ ।କଂସ ଆଜ୍ଞା ପ୍ରମାଣେ ସେ ଗଲେ ଧାତିକାରେଦେବକୀ ବସୁଦେବକୁ ଭରି ବନ୍ଦୀଘରେ ।ବଜ୍ରହୁଁ କଠିନ କରି କିଳିଲେ କବାଟପିମ୍ପୁଡ଼ି ଗଳିବାପାଇଁ ନ ରହିଲା ବାଟ ।ଜଗିଲେ ସକଳେ ରହି ଯେ ଯାହା ଖଞ୍ଜରେଅଶ୍ୱାରୋହୀ ଯୋଦ୍ଧାଗଣେ ଜଗିଲେ ବାହାରେ ।ରାଉତକୁ ଆବୋରିଲେ ମଦମତ୍ତ ହସ୍ତୀତଦନ୍ତେ ରହିଲେ ପୁଣି ରଥୀ ମହାରଥୀ ।ବଜ୍ରରୁ ନିବାଡ଼ ଗଡ଼ ନ ପଶଇ ମାଛିଆକାଶରେ ଉଡ଼ି ଯାଇ ନ ପାରନ୍ତି ପକ୍ଷୀ ।ରାତ୍ର ଦିବସରେ ଜଗି ରହିଲେ ପାହାରୀଯେ ଯାହାର ଖଞ୍ଜା ପାଳିମାନଙ୍କୁ ଆବୋରି ।ଦିନକୁ ଦିନ ଯେ ଆଦି ଉପାଧି ବାରତାକଂସଆଗେ କହୁଛନ୍ତି ଯାଇ ସର୍ବକଥା ।ବଦନ୍ତି ଯେ ଶୁକମୁନି ଶୁଣ ତୁ ରାଜନଏଥୁ ଅନନ୍ତରେ ପୁଣି ଗଲା କେତେଦିନ ।କକଡ଼ା ମାସରେ ଅମାବାସ୍ୟା ଚନ୍ଦ୍ରବାରପୁନର୍ବସୁ ନକ୍ଷତ୍ର ଯେ ଭୋଗ ସେ ଦିନର ।ଚନ୍ଦ୍ରଶାଳାପୁରେ କଂସରାଜା ଶୋଇଥିଲାରାତ୍ର ଅର୍ଦ୍ଧମାନେ ସେ ଯେ ସ୍ୱପନ ଦେଖିଲା ।ଜରାସନ୍ଧ ସୁତା ହେତି ପ୍ରହେତି ଯେ ରାଣୀକଂସର ଯେ ପ୍ରିୟବତୀ ଅଟନ୍ତି ସେ ବେନି ।ଶୁଭ୍ରକେଶୀ ସୁନ୍ଦରୀ ସେ ଚାରୁ ଅନୁପମାନାହିଁ ତାଙ୍କୁ ପଟାନ୍ତର ଯେତେ ରାଜଜେମା ।ହେତି ନାମେ ଯେଉଁ ନାରୀ ସେ ସୁବେଶ ହୋଇକଂସ ରାଜାର ପାଖରେ ଥିଲା ରାତ୍ରେ ଶୋଇ ।ଏମନ୍ତ ସମୟେ କଂସ ଦେଖିଲା ସ୍ୱପନଆପଣାର ଅନ୍ତର୍ଗତେ ଭାଳଇ ରାଜନ ।ସୁସଙ୍ଗରେ ସୁଶଯ୍ୟାରେ କୁମନ୍ତ୍ରଣା ବୁଦ୍ଧିଏକାବେଳେ ଚାରିକଥା ଦେଖେ ନୃପନିଧି ।ସ୍ୱପନ ଦେଖିଲା ବେଳୁ ନ ମାଡ଼ଇ ନିଦବାହାର ଅବକାଶରେ ବିଜେ ମନେ ଖେଦ ।ପାତ୍ର ମନ୍ତ୍ରାମାନଙ୍କୁ ସେ କତିରେ ବସାଇଗାର୍ଗ୍ୟ ମହାଋଷିଙ୍କୁ ସେ ଆଣେ ହକରାଇ ।ମୁନି ଦେଖି ସନମାନ ଗଉରବ କରିପଚାରଇ ଆଶ୍ୱାସନା କରି ଦଣ୍ଡଧାରୀ ।ଭୋ ମୁନିବର ଗାର୍ଗ ତୁ ମୋ ଇଷ୍ଟଦେବତାତିନି ଭୁବନେ ବିଦିତ ତୋହର ଯେ କଥା ।ଯଦୁ ଭୋଜବଂଶେ ମୁହିଁ ଅଟେ ଶିରୋମଣିମୋ ଇଷ୍ଟଦେବତା ତୁହି ସଂସାର ବରଣି ।ସନ୍ଦେହ କଥାଏ ତୋତେ ପଚାରିବି ଯାହାଉପ୍ରୋଧ ନ ରଖି ମୋତେ କହିବୁ ତୁ ତାହା ।ଭୋ ମୁନି କାଲି ରଜନୀ ରାତ୍ର ଅର୍ଦ୍ଧମାନେଶୟନେ ପଲ୍ୟଙ୍କେ ଯାହା ଦେଖିଲି ସ୍ୱପନେ ।ମୁହିଁ ତୋହ ଆଗେ ତାହା କହିବଇଁ ଫେଡ଼ିସ୍ୱପ୍ନ ହାନି ଲାଭ ଶୁଣି ଭ୍ରାନ୍ତି ଯିବ ଛାଡ଼ି ।ମୋହର ଜ୍ୟେଷ୍ଠ ଭଗିନୀ ଦେବକୀ ଯେ ବାମାବସୁଦେବର ଅଟଇ ପ୍ରିୟା ମନୋରମା ।ଇନ୍ଦୁମତୀ ରାଣୀ କଲା ଆମ୍ଭଙ୍କୁ ଜନମଦଇବ ଯୋଗୁଁ ଆମ୍ଭର କର୍ମ ହେଲା ବାମ ।ଏସନକ ମନ୍ଦକର୍ମ ପୂର୍ବାଜିତ ଦୋଷନିଜ ଭଣଜାର ହସ୍ତେ ହେବି ପ୍ରାଣେ ନାଶ ।ଦେବକୀ ବସୁଦେବକୁ ରଖି ବନ୍ଦିଘରେସୈନ୍ୟ ଜଗାଇ ରଖିଛି ଅନେକ ଯତ୍ନରେ ।ଦେଖିଲି ଆଜ ଏମନ୍ତ ସ୍ୱପନ ବିକାରଅଦଭୂତେ ବସୁଦେବ ହୋଇଲା ବାହାର ।ଯେବଣ ପୁତ୍ର ଦେବକୀ ଜନ୍ମ ତହିଁ କଲାମହା ନିଶାକାଳେ ଘେନି ବସୁଦେବ ଗଲା ।ଏମନ୍ତ ସ୍ୱପନ ଆଜ ଦେଖିଲି ଏ ନିଶିଏଥିରେ ତଦନ୍ତ କଥା ବିଚାରି କହସି ।ଗାର୍ଗ୍ୟ କହିଲେ ଭୋ ରାଜା ଶୁଣ ସାବଧାନେଏଥୁ ବଡ଼ ବଡ଼ କଥା ଦେଖନ୍ତି ସ୍ୱପନେ ।ସ୍ୱପନେ ଦେଖିବ ଯାହା ସେ କି ହୋଏ ସତଉଦ୍ଯୋଗ ନ କଲେ କାର୍ଯ୍ୟ ବିଫଳ ଯେମନ୍ତ ।ବାଟରେ ପ୍ରାପତ କାହିଁ ହୋଏ ଅଷ୍ଟନିଧିଅସାଧ୍ୟ ବିଦ୍ୟାକୁ କେହି ପାରଇ କି ସାଧି ।ନିଶୁଣୀ ଲଗାଇ କେହି ସ୍ୱର୍ଗେ ଯାଇପାରିଭେଳାରେ ଯାଇ କି ସାତ ସମୁଦ୍ରକୁ ତରି ।ଫାନ୍ଦ ପାତିଲେ ବନ୍ଦିରେ ପଡ଼େ କି ପବନଦୁର୍ଲ୍ଲଭ ପରେ ଦୁର୍ଲ୍ଲଭ ଏ ମାନବ ଜନ୍ମ ।ଧାର୍ମିକ ମହାପଣ୍ଡିତ ଅଟୁ ମହାରାୟସ୍ୱପନ କଥାକୁ କିପାଁ ଏଡ଼େ ତୋର ଭୟ ।ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତୁ କଉତୁକେ ଜିଣୁପଣ୍ଡିତ ଅଭିଜ୍ଞ ହୋଇ ଯିସ ତିସ ଶୁଣୁ ।ଗାର୍ଗ୍ୟ କହିଲେକ ଯହୁଁ ଏସନକ ବାଣୀଇଦଂ ପ୍ରତିବାକ୍ୟ କହେ କଂସ ନୃପମଣି ।ଭୋଦେବ ଆଉ କଥାଏ ପଚାରିବା ଯାହାସ୍ୱପ୍ନ ହାନି ଲାଭ କହ ବିଚାରିଣ ତାହା ।ଯେଉଁ ସ୍ୱପନ ଦେଖିଲେ ଯେଉଁ ଫଳଶ୍ରୁତିତହିଁର ତଦନ୍ତ ମୋତେ କହ ମହାଯତି ।ଭବିଷ୍ୟତ ସ୍ୱପ୍ନମାନ ଦେଖିଲି ଏ ରାତିଏଥିରେ ହୋଇବ ମୋତେ କେଉଁ ଫଳଶ୍ରୁତି ।ବଦୟନ୍ତି ମହାବ୍ରହ୍ମବେତ୍ତା ଗାର୍ଗ୍ୟ ଯତିଶୁଣ ତୁମ୍ଭେ ସାବଧାନେ କଂସ ନରପତି ।ବ୍ରହ୍ମାନନ୍ଦନ ବଶିଷ୍ଠ ନାମେ ମହାଋଷିସେହି ମୋତେ ସ୍ୱପ୍ନକଥା କହିଲେ ବିଶେଷି ।ବଶିଷ୍ଠ ପୁରାଣେ ଅଛି ଯେବଣ ଭିଆଣଯେଉଁ ସ୍ୱପନ ଦେଖିଲେ ଯେ ଫଳ ପ୍ରମାଣ ।ଯେବଣ ସ୍ନପ୍ନ ଦେଖିବ ପ୍ରଥମ ପ୍ରହରେତହିଁ କିଛି ହାନି ଲାଭ ନ ହୁଏ ବିଚାରେ ।ରାତ୍ର ଦ୍ୱିତୀୟ ପ୍ରହରେ ଯେ ସ୍ୱପ୍ନ ଦର୍ଶନପୁଣି ନିଦ୍ରାଗଲେ ଜାମ ସେହି ଅକାରଣ ।ତୃତୀୟ ପ୍ରହର ଅନ୍ତେ ଯେଉଁ ସ୍ନପ୍ନ ଦେଖିତହିଁର ଯେ ହାନିଲାଭ ପ୍ରାପ୍ତ ହୋଏ ଦେଖି ।ସୁଲଭ ଦେଖିଲେ ବେଗେ ଉଠିଣ ବସିବପିନ୍ଧିଲା ବସ୍ତ୍ର ପାଲଟି ତଳେ ପକାଇବ ।ଶଯ୍ୟା ଛାଡ଼ିଣ ବସିବ ଆସନକୁ ମାଡ଼ିକର ଚରଣ ପଖାଳି ବାଳଗଣ୍ଠି ଫେଡ଼ି ।ଶ୍ରୀବିଷ୍ଣୁ ପ୍ରସାଦ ଆଣି ଘେନିବ ମଥାରେରଜନୀ ପ୍ରଭାତେ ସ୍ନାନ କରିବ ଜଳରେ ।ଫଳ ଏକ କରେ ଘେନି ଯିବ ଦେବଆଳେସାଷ୍ଟାଙ୍ଗ ହୋଇ ପଡ଼ିବ ବିଷ୍ଣୁ ପାଦତଳେ ।ନିଶିରେ ସ୍ୱପନ ଗୋଟା ଦେଖିଥିବ ଯାହାଦେବତା ଆଗେ କହିବ ଫେଡ଼ି ଶୁଣ ତାହା ।ପଣ୍ଡିତ ବା ପ୍ରିୟଲୋକ ଦେଖିବ ଯାହାକୁସ୍ୱପ୍ନ କଥାମାନ ଫେଡ଼ି କହିବ ତାହାଙ୍କୁ ।ଅପ୍ରିୟ ଅସହଣୀ ଯେ କୁଟିଳ ଯା ବୁଦ୍ଧିତା ଆଗରେ ନ କହିବ ସ୍ୱପ୍ନ ଯଥାବିଧି ।ଏମନ୍ତ କହିବ ଦେଖି ମଙ୍ଗଳ ସ୍ୱପନଲଭଇ ସେ ରାଜଲକ୍ଷ୍ମୀ ବଢ଼େ ଧନଧାନ୍ୟ ।ଯେବେ ମନ୍ଦସ୍ୱପ୍ନ ପ୍ରାଣୀ ଦେଖିବ ଅଶୁଭସେ ସ୍ୱପ୍ନ ମନେ ନ କରି ନିଦେ ଘୁମାଇବ ।ଯାହା କି ଦେଖି ତାହା ପାସୋରିବ ଢାଳେବିଷ୍ଣୁ ବିଷ୍ଣୁ ବୋଲି ପାଣି ସିଞ୍ଚିବ ଶଯ୍ୟାରେ ।ଯେ ସ୍ୱପ୍ନରେ ଯେଉଁ ଫଳ ଲଭଇ ତା ଶୁଣକହୁଛନ୍ତି କଂସ ଆଗେ ଗାର୍ଗ୍ୟ ତପୋଧନ ।ସ୍ୱପ୍ନରେ ଦେଖିଲେ ମେଢ଼ ମଣ୍ଡପ ଜଗତୀଦେଉଳ ପ୍ରସାଦ ଆଦି ଅଟ୍ଟାଳିକା ଛତ୍ରୀ ।ଉଚ୍ଚ ଆସନ କଳସ ବାସ ଚକ୍ର ଧ୍ୱଜାଏ ସ୍ୱପ୍ନ ଦେଖିଲେ ଜାଣ ପାଇ ରାଜପୂଜା ।ସ୍ୱପନରେ ଶିରଶ୍ଥଦ ଦେଖନ୍ତି ଯେ ପ୍ରାଣୀପାଆନ୍ତି ସେ ରାଜଲକ୍ଷ୍ମୀ ନୃପ ସମ ଜାଣି ।ସ୍ୱପନେ ଯାହାର ଦେହ ହେବ ଅସ୍ତ୍ରାଘାତଅଳପ ଦିନେ କାଞ୍ଚନ ମିଳଇ ବହୁତ ।ସ୍ୱପ୍ନେ ମତ୍ତହସ୍ତୀ ଯାକୁ ପ୍ରହାରଇ ଦନ୍ତେପୁତ୍ର ପ୍ରାପ୍ତ ହୁଏ ତାକୁ ବରଷକ ଅନ୍ତେ ।କାଳ ସର୍ପ ଆସି ଯାକୁ ଦଂଶଇ ସ୍ୱପନେସୁନା ନୋଳି ରୂପେ ବଳା ପାଇ କିଛିଦିନେ ।ସ୍ୱପନରେ ଜାଣ ଯେହୁ ଜଳେ ମରେ ବୁଡ଼ିଶରୀରୁ ସକଳ ବ୍ୟାଧିମାନ ଯାଏ ଛାଡ଼ି ।ସ୍ୱପନେ ଅନଳେ ଯାର ଦଗ୍ଧ ହୁଏ କାୟେପାଇବ ଉତ୍ତମ ଗ୍ରାସ ଜୀବ ଥିବା ଯାଏ ।ସ୍ୱପନରେ ଯେଉଁ ନର ରହେ ବନ୍ଦିଘରେପାଇବ ବିଶେଷ ଯୋଗା ଛମାସ ଭିତରେ ।ଯେଉଁ ପ୍ରାଣୀ ସ୍ୱପନରେ ପାଇ ପଥଶ୍ରମନିଶ୍ଚେଁ ତାହାକୁ ପ୍ରପାତ ହୁଏ ସବୁ ଧର୍ମ ।ସ୍ୱପନରେ ନିଜଗୃହ ପୋଡ଼ିଯାଏ ଯାରନିଶ୍ଚେଁ କୁଷ୍ଠବ୍ୟାଧି ହେବ ତାହାର ଶରୀର ।ଗନ୍ଧ ଚନ୍ଦନ କସ୍ତୁରୀ ଲିପନ୍ତି ଯା ଅଙ୍ଗେତାମ୍ବୁଳ ଭୁଞ୍ଜି ବସନ୍ତି ନୃପତିଙ୍କ ସଙ୍ଗେ ।ଶରୀରେ ତାଙ୍କର ବର୍ଦ୍ଧମାନ ହୁଏ ରୋଗନିଶିରେ ସ୍ୱପ୍ନେ ଦେଖିଲେ ଏହି ଫଳ ଭୋଗ ।ଘୃତ ବ୍ୟଞ୍ଜନ ସଙ୍ଗତେ ଯେହୁ ଅନ୍ନ ଭୁଞ୍ଜିକୁଣ୍ଡୁ ବ୍ୟାଧିରେ ଶରୀର ହୁଏ ତାର ଗଞ୍ଜି ।ଶାଢ଼ୀ ସୁନାବଳା ପିନ୍ଧି ଫେରୁ ଆରୋହିଣକିଛିଦିନେ ନିଶ୍ଚେଁ ତାକୁ ହୋଇବ ମରଣ ।ସ୍ୱପନେ ଧନ ପ୍ରାପତ ହୋଇବ ଯାହାକୁଦରିଦ୍ର ବାଧା ଲାଗଇ କହୁଁ କହୁଁ ତାକୁ ।ସ୍ୱପନେ ଯେବଣ ପ୍ରାଣୀ ପାନ୍ତି ରାଜପୂଜାଅବଶ୍ୟ ମରଇ ତାର ପ୍ରିୟବତୀ ଭାର୍ଯ୍ୟା ।ଗର୍ଦ୍ଦଭ ବାହନେ ଯେହୁ ଗମନ୍ତି ସ୍ୱପନେନାସା ଛେଦନ ଅବଶ୍ୟ ହୁଏ ତିନିଦିନେ ।ନିଶିରେ ଯେବଣ ପ୍ରାଣୀ ଦେଖନ୍ତି ସ୍ନପନନିଦ୍ରାରେ ମୁଖ ଦେଖଇ ଧରିଣ ଦର୍ପଣ ।ବହୁତ କଷ୍ଟ ପାଇବ ସେହି ଅଳ୍ପଦିନଚକ୍ଷୁ ହୀନହିଁ ବଧିର ହୁଏ ତାର କାନ ।ସ୍ୱପନରେ କଳିକରି ହାରନ୍ତି ଯେ ସଭାସୁନ୍ଦରୀ କନ୍ୟା ଅଳପ ଦିନେ ହ୍ୱନ୍ତି ବିଭା ।ସୁବର୍ଣ୍ଣ ପାତ୍ରେ ପିଅଇ ଯେହୁ ହାତେ କ୍ଷୀରଅଜୀର୍ଣ୍ଣ ମନ୍ଦାଗ୍ନି ରୋଗ ଜାତ ତା ଶରୀର ।ଶୁକ୍ଳବସ୍ତ୍ର ପିନ୍ଧି ଯେହୁ ଦେବପୂଜା କରିଅବଶ୍ୟ ମିଳିବ ତାକୁ ଅଇଶ୍ୱର୍ଯ୍ୟ ଶିରୀ ।ସ୍ୱପନେ ଅଙ୍ଗ ଯାହାର କାଟେ ଲୁହା ଅସ୍ତ୍ରଅବଶ୍ୟ ତାକୁ ପ୍ରାପତ ହେବ ଯାନ ଛତ୍ର ।ଉଚ୍ଚ ଆସନେ ବସି ଯେ କରଇ ରୋଦନବିଦେଶରେ ଥିବା ଶତ୍ରୁ ଆସଇ ସେ ଦିନ ।ସ୍ୱପନେ ବ୍ରାହ୍ମଣ ଯାକୁ କରଇ ଆଶିଷରାଜ ଗ୍ରହପୀଡ଼ା ତାକୁ ହୋଇବ ଅବଶ୍ୟ ।ଗୀତ ଗାଇ କରନ୍ତି ଯେ ସ୍ତିରୀ ସ୍ୱପ୍ନେ ନାଟଅଦ୍ଭୁତେ ତାହାର ହୋଏ ଜାଣ ପୁତ୍ରକଷ୍ଟ ।ସ୍ୱପନେ ପଶା ଶକଟା ଜୁଆ ଯେହୁ ଖେଳିଅବଶ୍ୟ ବନ୍ଧୁ ସଙ୍ଗରେ ଲାଗେ ତାର କଳି ।ସ୍ନପନେ କାଳସର୍ପ ଯେ ବାନ୍ଧଇ ଗଳାଏପାଇବ ଅତୁଟ ଗ୍ରାମ ଜୀବ ଥିବାଯାଏ ।ସ୍ନପନେ ଭୂଷଣ ଯାର ଶରୀରେ କନକତାକୁ ହାନି ଅପଚୟ ପଡ଼ଇ ଅନେକ ।ଯେତେକ ଶୁକ୍ଳ ପଦାର୍ଥ ଦେଖିବ ସେ ଶୁଭପାଉଁଶ କପାଳ ଅସ୍ଥି ଛାଡ଼ି ତିନି ଦ୍ରବ୍ୟ ।ଯେତେ କଳା ଦ୍ରବ୍ୟ ସ୍ୱପ୍ନେ ଦେଖିବ ଅଶୁଭପରବତ ମେଘ ଭୂମି ଛାଡ଼ି ତିନି ଦ୍ରବ୍ୟ ।କୁତ୍ସିତ ସ୍ୱପ୍ନ ଦେଖିଲେ ପୁଣି ଯିବ ନିଦ୍ରାଖଣ୍ଡିବ ସକଳ ଦୋଷ ନ ଲାଗିବ ବାଧା ।ସୁସ୍ୱପ୍ନ ଦେଖି ଉନ୍ନିଦ୍ରେ ହେବ ଉଜାଗରଶୁଚି ହୋଇ କହିବ ତା ଦେବଙ୍କ ଆଗର ।କଂସ ବୋଲେ ଦାନ ଧର୍ମ ଏଥକୁ କରିବାହୋମ ଯାଗ କରି ଦୋଷ ତହିଁର ଖଣ୍ଡିବା ।ଗାର୍ଗ୍ୟ ବୋଇଲେରେ ବାବୁ ଶୁଣ ନୃପନିଧିଯେ ତୋହର ମନୋବାଞ୍ଛା କର ହେବ ସିଦ୍ଧି ।ଶୂରବନ୍ତା ଶକତା ତୁ ଅଟୁ ମହାରାୟତ୍ରଇଲୋକ୍ୟ ମଧ୍ୟେ ତୋର କାହାକୁ ଯେ ଭୟ ।ବସୁଦେବ ପୁତ୍ର ତୋର କରିବେ ବା କିସଅକାରଣ କଥାରେ ନ ପାଅ ତୁ ଅମର୍ଷ ।ଅନ୍ତର୍ଗତରେ ବିଚାର କରନ୍ତି ସେ ମୁନିକଂସର ନିମନ୍ତେ ଦେବେ ଅଛନ୍ତି ନିର୍ମାଣି ।ମୁନିଙ୍କ ବଚନ ଶୁଣି ବୋଲେ କଂସରାୟେଭୋ ମୁନି ଜଗିଅଛି ମୁଁ ଅଷ୍ଟଗର୍ଭ ଯାଏ ।ନାରଦ ମୁନି କହିଲେ ମୋତେ ପୂର୍ବକଥାସେ କଥା ଶୁଣି ମୋହର ମନେ ପଡ଼େ ବ୍ୟଥା ।ନାନାପ୍ରକାରେ ତା ପୁତ୍ର ପାରେ ଯେବେମାରିରବିତଳେ ମୋତେ କେହି ନୋହିବେକ ସରି ।ଦେବ ଦାନବଙ୍କୁ ଅଛି ସମରେ ମୁଁ ଗଞ୍ଜିଅକଣ୍ଟକ ହୋଇବି ମୁଁ ଶତ୍ରୁ ଗଲେ ଭାଜି ।ଏତେ କହିଣ ସେ କଂସାସୁର ମହାବଳୀବୋଲେ ଭଗ୍ନୀଭିଣୋଇଙ୍କୁ ଦିଅ ହେ ଶାଙ୍କୋଳି ।ନିବିଡ଼ ଲୁହାର ଦଣ୍ଡ ଯତନେ ଖଞ୍ଜାଇଦଶ ଦଶଗୋଟି କରି ଦିଅ ତାଙ୍କୁ ନେଇ ।ରାଜା ଆଜ୍ଞାରେ କମାରମାନେ ଚଳିଗଲେଦେବକୀ ବସୁଦେବଙ୍କ ଶାଙ୍କୋଳି ଗଢ଼ିଲେ ।ବଳୟ ଲୁହାରେ ଦଣ୍ଡା ଗଢ଼ି ଖଞ୍ଜା ମୋଟାସେ ପତି ପତ୍ନୀଙ୍କୁ ଦେଲେ ଦଶ ଦଶ ଗୋଟା ।କହନ୍ତି ପରୀକ୍ଷ ଆଗେ ଶୁକ ମହାମୁନିଏମନ୍ତ ଦୁଃଖ ପାଇଲେ ପତି ପତ୍ନୀ ବେନି ।ପୂର୍ବହୁଁ ବିଧାତା ଯାହା କରିଛି ନିର୍ମାଣକେ ତାହା ଅନ୍ୟଥା ଏବେ କରିବାକ ପୁଣ ।ସଂସାରର ଖେଳ ଜଗନ୍ନାଥଙ୍କ ରଚନାଆର୍ତ୍ତକାଳେ ସୁମରିଲେ ହ୍ୱନ୍ତି ବଜ୍ରସେହ୍ନା ।ସେ ପ୍ରଭୁଙ୍କ ପାଦପଦ୍ମ ନିବେଶି ମାନସକହଇ ଅଚ୍ୟୁତାନନ୍ଦ ଦାସ ହରିବଂଶ ।ଦେବକୀର ଶାଙ୍କୁଳି ବନ୍ଧନେ ସର୍ବମଙ୍ଗଳା ସ୍ତୁତିପରୀକ୍ଷ ନୃପତି ଆଗେ ଶୁକ ତପୋଧନବୋଲନ୍ତି କହିବା ନୃପ ଶୁଣ ଦେଇ ମନ ।ଏ ରୂପରେ ଆଜ୍ଞାଦେଇ କଂସ ନରପତିନାରଦ ମୁନି ବଚନ ଭାଳି ପାଇ ଭୀତି ।ଭାଳୁ ଭାଳୁ ତେର ଘଡ଼ି ହୋଇଲା ରଜନୀଏକା ଅଷ୍ଟମଲ୍ଲ ଘେନି ଭାଳେ ଉଗ୍ରସେନୀ ।ଆପଣା ପୁରକୁ ଗଲେ ଗାର୍ଗ୍ୟ ମହାଋଷିକଂସବୋଲେ ମୋ ଛାମୁକୁ ଆସ ତୁହୋ କେଶି ।ଷଡ଼ମନ୍ତ୍ରୀ ଅଷ୍ଟମଲ୍ଲ ମୋ ପାଖରେ ବସଅମଙ୍ଗଳ ସ୍ୱପନ ତ କରିବା ହୋ କିସ ।ଦେବକୀ ଅଷ୍ଟମ ଗର୍ଭ ସମାପତ ହୁଏବେଳୁବେଳ ମନକୁ ମୋ ଲାଗେ ବଡ଼ ଭୟେ ।କେଶୀମୁଖ ଚାହିଁ ପୁଣି ବୋଲେ ନୃପନାହାଏ ଗର୍ଭକୁ କେଶୀ ମୋତେ ହୋଇଥିବ ସାହା ।ବସୁଦେବ ଦେବକୀ ଏ ନ ପାରନ୍ତି ଚଳିଦେଇଆସ ବଜ୍ରଦଣ୍ଡ ଲୁହାର ଶାଙ୍କୋଳି ।ହୁଳା ଦିହୁଡ଼ି ପ୍ରଦୀପ ଜାଳି ନିରନ୍ତରେରଜନୀ ହୋଇଲେ ରଜ୍ଜୁ ବାନ୍ଧିବ ନିର୍ଭରେ ।ଜଗିବ ସମସ୍ତେ ତୁମ୍ଭେ ଦେଇଣ ପହରାପିମ୍ପୁଡ଼ି ଗଲେ ଯେସନେ ପଡ଼ିବଟି ଧରା ।ମଥୁରା କଟକଯାକ କରିବ ମୁରାଟପ୍ରଥମ ସନ୍ଧ୍ୟାରୁ କେହି ନ ଚାଲିବେ ବାଟ ।ଜାଣି ନ ଜାଣି ଯେ ଘରୁ ହୋଇବ ବାହାରକ୍ଷଣେ ନ ରହିବ ଶିର ଛେଦିବ ତାହାର ।ଜନ ଗହଳ ନଗ୍ରରେ ନ ଶୁଭିବ କିଛିତଇଳ ଭିତରେ ଯେହ୍ନେ ପଡ଼େ କୀଟମାଛି ।ବନ୍ଦିଘର ଆବୋରିବ ଅନିଦ୍ରାରେ ରାତିଡେମ୍ଫ ନାଗରା ବଜାଉଥିବ ଚଉକତି ।ସୂଚି ମାଛି ପରୀକ୍ଷ ଯେ ହେବ କ୍ଷଣେ କ୍ଷଣେନିର୍ବନ୍ଧରେ ଜଗି ବସିଥିବ ଜଣେ ଜଣେ ।ଉଗ୍ରସେନକୁ ହକାରି ବୋଲେ କଂସରାୟଭୋ ପିତା ତୋହର ଯେବେ ଅଛଇ ସଦୟ ।ଏ ପୁତ୍ର ବିନାଶ ହେବାଯାଏ ଯେବେ ଜଗିତେବେ ପିତା ସିନା ହେବି ସମ୍ପଦ ବିଭୋଗୀ ।ରାତ୍ର ଦିବସରେ ଜାଣ ଥିବ ଉଜାଗରତୁମ୍ଭଠାରୁ ବିଶ୍ୱାସୀ କେ ନାହିଁ ନା ମୋହର ।ଉଗ୍ରସେନ ବୋଲେ ବାବୁ ନ କହ ତୁ ମୋତେତୋରଆଜ୍ଞା ଭ୍ରଷ୍ଟ ମୁହିଁ କରିବି କେମନ୍ତେ ।ଏଥୁ ଅନନ୍ତରେ କେଶୀ ଧାତିକାରେ ଗଲାଦେବକୀ ବସୁଦେବଙ୍କୁ ଆକଟେ ରଖିଲା ।ପାଷାଣ ବନ୍ଦିଘରକୁ ଜଗିଲା ଯତନେରାତ୍ର ଦିବସେ ପହରା ଦେଇ ଅନୁକ୍ଷଣେ ।ପଞ୍ଚାଶ କୋଟି ସଇନ୍ୟ ଚତୁରଙ୍ଗ ଥାଟଖଞ୍ଜା ମୂଳକୁ ଆବୋରି ଜଗି ସର୍ବବାଟ ।ବେଳଦଣ୍ଡେ ଥାଉଁ ସର୍ବେ ଗୃହକର୍ମ ସାରିଘରେ କବାଟ କିଳନ୍ତି ପୁର ନରନାରୀ ।ଘର ଭିତରୁ ଡରି କେ ନୁହନ୍ତି ବାହାରଏମନ୍ତ ଆଜ୍ଞା ଚଳାଏ କଂସ ମହାବୀର ।ପୁରୁଷ ସ୍ତିରୀ ବାଳକେ ରହିଥାନ୍ତି ଭୟେବେଳ ଘଡ଼ିଏ ଥାଉ ଯେ ରାତ୍ର ଶେଷଯାଏ ।ଭେରୀ ମୃଦଙ୍ଗ କାହାଳୀ ଟମକ ନିଶାଣବିଜିଘୋଷ ମହୁରୀ ଯେ ବାଜେ ଅନୁକ୍ଷଣ ।ଦିନକୁ ଦଶ ସହସ୍ର ମରେ ଗଛବାଣପ୍ରଳୟ କାଳରେ ଯେହ୍ନେ ସମୁଦ୍ର ଗର୍ଜନ ।ଉପରେ ଯେ ପକ୍ଷୀ ଉଡ଼ି ନ ଯାନ୍ତି ତା ଡରେପ୍ରଦୀପ ଦିହୁଡ଼ି ହୁଳା ଜଳେ ନିରନ୍ତରେ ।ଅଷ୍ଟମଲ୍ଲ ରାଜାମାନେ ଜଗିଥାନ୍ତି କତିଦିବସରୁ ଅଧିକରେ ବିରାଜଇ ରାତି ।ପଞ୍ଚାଶ ସହସ୍ର ଯୋଦ୍ଧା ଚାରିପାଖେ ମାଡ଼ିରାତ୍ର କି ଦିବସ ତହିଁ ନ ହୁଅଇ ବାରି ।କଂସ ନୃପତିର ପିତା ରାଜା ଉଗ୍ରସେନକରେ ଖଡ଼ଗ ଧରିଣ ବୁଲେ ଅନୁକ୍ଷଣ ।ରେରେକାର କରନ୍ତେ ଯେ ଶୁଭେ ମୁଖଧ୍ୱନିଗହଳ ଚହଳ ତିନି ବ୍ରହ୍ମାଣ୍ଡକୁ ଘେନି ।ଯେତେବେଳେ ଯାହା ହୁଏ ଯେବଣ ବାରତାକଂସ ଆଗରେ ଡଗରେ କହନ୍ତି ସେ କଥା ।ଜଗିଲେ ପ୍ରାଣୁ ଅଧିକ କରି ବନ୍ଦିଘରଶୁକମୁନି ବୋଲନ୍ତି ଯେ ପରୀକ୍ଷ ଆଗର ।ଏଥୁ ଅନନ୍ତରେ ତୁ ହୋ ଶୁଣ ମହୀପାଳଦେବକୀ ଦେବୀର ଚିତ୍ତ ନିରତେ ବିକଳ ।ସବୁବେଳେ ନୟନରୁ ବହୁଥାଏ ନୀରବିଶେଷରେ ପାଉଅଛି ଗର୍ଭ ମହାଭାର ।ଯୁକତେ ସେ ରାଜଜେମା ପୁଣି ଗର୍ଭବାସମୃତପୁତ୍ରଙ୍କୁ ସୁମରି ମନେ ବଡ଼ ପ୍ରାସ ।ଆହାରେ ବିଧାତା ମୋତେ ଦେଲୁ ପୁତ୍ରକଷ୍ଟଜିଙ୍ଘାସି ପ୍ରାଣ ଘେନିଲା ଭାଇ ମୋର ନଷ୍ଟ ।କେଉଁ ଦୋଷ ପୂର୍ବରେ ମୁଁ କଲଇଁ ରାଢ଼େଣୀପ୍ରାଣେ ନ ମାରିଣ ପୁଣି ଜିଙ୍ଘାସଇ ପୁଣି ।କେଉଁ ପାତକ କଲଇଁ ମୁହିଁ କେଉଁକାଳେଆତ୍ମାପୁରୁଷ ଛାଡ଼ି ନ ଯାଇ ଏତେବେଳେ ।ନିର୍ଜୀବ ହୋଇ ରହିବା କେତେକାଳ ଆଉମରିଗଲେ ବିଷ ଖାଇ କଂସ ଶଲ ଯାଉ ।ପଥର ଘର ବନ୍ଦିରେ ଭରିଲାକ ଆଣିପଞ୍ଚାଶ ସହସ୍ର ଯୋଦ୍ଧା ଜଗାଇଛି ପୁଣି ।ଲୁହାର ଯନ୍ତ୍ରକିଳିଣୀ କିଳିଲେ ବାହାରେଖଞ୍ଜାମୂଳେ ପାହାରିଆ ଜଗି ଯେ ଯାହାରେ ।ପାଦେ ଦେଇ ଲୋହଦଣ୍ଡ ଶାଙ୍କୋଳି ତହିଁକିଏତେ ଆକଟ କରିଛି ଯିବି ମୁଁ କେଣିକି ।ଚନ୍ଦନ କସ୍ତୁରୀ ଦେହେ ଲେପଇ ମୁଁ ନିତ୍ୟେରାଜନନ୍ଦିନୀ ହୋଇ ମୁଁ ସହିବଇଁ କେତେ ।ଏ ଦୁଃଖେ ଜାତ କରିବି ମୁଁ ଯେବଣ ପୁତ୍ରକଂସ ଶିଳେ କଚାଡ଼ିବ ଜନ୍ମହେବା ମାତ୍ର ।ଛପୁଅ ମାଇଲା ଭାଇ ବୋଲିବି ମୁଁ କିସଏ ଗର୍ଭକାଳେ ବିହିଲା ମୋତେ ଏ ଅମର୍ଷ ।ବନ୍ଦିଘର ଦ୍ୱାରେ ଜଗିଛନ୍ତି ଜଗୁଆଳିଆବର ଦେଇଛି ପାଏ ବଜ୍ରର ଶାଙ୍କୁଳି ।ଏଥି ମଧ୍ୟରୁ ମୁକତ ହୋଇବି କେମନ୍ତେଦୁଃସହ ସଙ୍କଟ ଆସି ପଡ଼ିଲାକ ମୋତେ ।ଜୟ ତୁ ଜୟ ତୁ ମାଗୋ ମଙ୍ଗଳା ଶ୍ରୀଚଣ୍ଡୀଯା ନାମ ଧରୁଁ ଆପଦମାନ ଯାଏ ଖଣ୍ଡି ।ବୁଡ଼ିଲା ମୋ ଭେଳା ମୋତେ ଉଦ୍ଧରି ମା ଧରିଏ ଘୋର କଷ୍ଟରୁ ମାଗୋ କର ମୋତେ ପାରି ।ଅରିଷ୍ଟ ଉତ୍ପାତ ଯେତେ ଗ୍ରହ ରୋଗ ଭୟଆର୍ତ୍ତଜନ ନିସ୍ତାରିଣୀ କର ଶତ୍ରୁକ୍ଷୟ ।ସର୍ବମଙ୍ଗଳଦାୟିନୀ ମଙ୍ଗଳା ତୋ ନାମଈଶ୍ୱର ଘରଣୀ ତୋର ରୂପ ଅନୁପମ ।ଅପୁତ୍ରିକ ପୁତ୍ର ଦେଉ ନିର୍ଦ୍ଧନକୁ ଧନସମ୍ପଦକାରିଣୀ କରୁ ଦାନବ ନିଧନ ।କାମନାଦାୟିନୀ ଭଗବତୀ ମହାମାୟାମହାଭୟ ନିବାରିଣୀ କର ମୋତେ ଦୟା ।ସ୍ତିରୀଙ୍କ ବେଦନା ମାଗୋ ଆପଣେ ତ ଜାଣୁଅନାଦି ଶକତି ବୋଲି ଗୁହାରି ମୋ ତେଣୁ ।ଏ ମୋହର କଷ୍ଟ ତୁମ୍ଭେ ଫେଡ଼ସି ଗୋ ମାଏସାହାହେବୁ ମୋତେ ପୁତ୍ର ପ୍ରସବିବା ଯାଏ ।ଦୁର୍ଗତି ଖଣ୍ଡିନୀ ତୁମ୍ଭେ କଲି ତେଣୁ ଆଶଏ ମହାଦୁଃଖ ତୁ ମୋର କର ଗୋ ଉଶ୍ୱାସ ।ଶୋକ ସନ୍ତାପ ନାଶିନୀ ସାହା ହୁଅ ମୋତେମହାଭୟ ପାଇ ଚିନ୍ତା କରେ ହୃଦଗତେ ।ନିର୍ମାକ୍ଷୀ ନାରୀ ମୁଁ ମାଗୋ ଉଦ୍ଧର ତୁ ମୋତେତୋବିନା ମୋ ସାହା କେହିନାହିଁ ଏ ଜଗତେ ।କଷ୍ଟ ଉପରେ ବିହିଲା ମୋତେ ଏତେ କଷ୍ଟଦୁଷ୍ଟଭାଇ ମୋହର ଯେ କଂସାସୁର ନଷ୍ଟ ।ତ୍ରାହି ସର୍ବମଙ୍ଗଳା ଗୋ କର ପ୍ରତିକାରସ୍ତିରୀକୁଳରେ ଜିଙ୍ଘାସ ପାଇଲି ଅପାର ।କେତେ ମୁଁ ସହିବି ଏହି ଦୁସ୍ତର ବେଦନାଏ ଘୋର ଦୁଃଖରୁ ତ୍ରାହି କରୁ ମାତ କିନା ।ଭଜନ୍ତି ପୂଜନ୍ତି ଯେହୁ ଅଭୟ ତୁ ଦେଉରାଜ ବହିଣୀ ତସ୍କର ଭୟ ଦୂର ହେଉ ।ଦେବକୀ ଦେବୀ ଏସନ ସ୍ତୁତୀ ଯହୁଁ କଲାସର୍ବ ମଙ୍ଗଳାଙ୍କ ଦୃଦେ ଦୟା ଯେ ବସିଲା ।ଦେବକୀକୁ ସୁପ୍ରସନ୍ନ ହେଲେ ମହାମାୟାବୋଇଲେ ମାଗୋ ଦେବକୀ ହୁଅ ତୁ ନିର୍ଭୟା ।ନାରାୟଣ ଦେବ ତୋର ଗର୍ଭରେ ଉଦୟଛାଡ଼ ଛାଡ଼ ମାଗୋ ମନୁ ଦୁଃଖ ମହାଭୟ ।ନ ଜାଣି କଂସରାଜନ ଆକଟ କରିଛିଆପେ ନାଶଯିବ କାର୍ଯ୍ୟ ନୋହିବାକ କିଛି ।ସନକାଦିଏ କରନ୍ତି ଯେ ବିଷ୍ଣୁଙ୍କୁ ଧ୍ୟାନସେ ନିରାକାର ପୁରୁଷ ହେବେ ତୋ ନନ୍ଦନ ।ଏଠାରୁ କଷ୍ଟ ତୁମ୍ଭର ହୋଇବ ଗୋ ପାରଏଥକୁ ତୁମ୍ଭର ମନେ ଭ୍ରାନ୍ତି ଗୋ ନ କର ।ଆମ୍ଭେ ତୁମ୍ଭଙ୍କୁ ଗୋ ସାହା ହୋଇଲୁ ଆଜହୁଁଅକଣ୍ଟକ ଲକ୍ଷ୍ମୀ ପ୍ରାପ୍ତ ହେବ କହୁଁ କହୁଁ ।ଆବର ପାଞ୍ଚଦିନରେ କରିବୁ ପ୍ରସବସେ ପୁତ୍ରହେବ ପ୍ରତ୍ୟକ୍ଷେ ସେହି ବାସୁଦେବ ।ମନରୁ ସନ୍ତାପ ମାଗୋ ଛାଡ଼ ସର୍ବଚିନ୍ତାଆଜହୁଁ ଦେବକୀ ଦେବୀ ଛାଡ଼ ମନୋବ୍ୟଥା ।ଏତେ କହି ଅନ୍ତର୍ଦ୍ଧାନ ଗଲେ ମଙ୍ଗଳାଏଅଚ୍ୟୁତାନନ୍ଦ ଶରଣ ସେ ଦେବୀଙ୍କ ପାଏ ।