ବ୍ରହ୍ମଜ୍ଞାନ — ହରିବଂଶ (ଦ୍ୱିତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଜାଣନ୍ତି ଏକା ସ୍ୱର୍ଗ ଏ ବଇକୁଣ୍ଠପୁରୀ ।
ବାରମାତ୍ରା ପଞ୍ଚାଶତ ଅକ୍ଷର ବାହାରେ
ଅଲେଖ ଅବ୍ୟାହୁତି ଯେ ଅଛଇ ତହିଁରେ ।
ଯାହା ଜାଣିଲେ ଜନମ ମରଣ ହିଁ ନାହିଁ
ଅଧରେ ସେ ନ ପଶଇ କହିବା ତା କାହିଁ ।
ଚୌରାଶୀଖଣ୍ଡ ଅଷ୍ଟାଙ୍ଗଯୋଗେ ଯଥାବିଧି
ଏହା ସାଧି ପ୍ରାଣୀମାନେ ହେଉଛନ୍ତି ସିଦ୍ଧି ।
ନବନାଟକ ଯେ ବିଦ୍ୟା ଅଛି ଏହା ତଳେ
ସଂସାରରୁ ତରିଯିବ ଏହି ବିଦ୍ୟାବଳେ ।
ଶୁକ ବୋଲନ୍ତି ରାଜନ ବ୍ରହ୍ମଜ୍ଞାନ ବିଧି
ସାଧନେ ନୁହଇ ସେହୁ ଅସାଧନେ ସିଦ୍ଧି ।
ଏକ ଏକ କରି ତୋତେ କହିବାକ ହୋ ଶୁଣ
ଶ୍ରୀଗୁରୁଙ୍କ ଉପଦେଶ ବିଦ୍ୟାର ଯେ ଗୁଣ ।
ମାତାର ଗର୍ଭେ ଛପନ ସହସ୍ର ବରଷ
ରହି ଯାହା ଯାହା ଆମ୍ଭେ କରିଛୁ ଅଭ୍ୟାସ ।
ସେ କଥା କହିବା ତୋତେ ସଂକ୍ଷେପି ବିଶେଷି
ଅଜ୍ରାମର ହେବୁ ଯେଣେ ଅପମୃତ୍ୟୁ ଧ୍ୱଂସି ।
ମୂଳ କମଳଦଳକୁ ଚାପିବ ଚରଣେ
ସୁଷୁମୁନାକୁ ରୁନ୍ଧିବ ରୁଧିର ପ୍ରୟାଣେ ।
ତ୍ରିବେଣୀ ତ୍ରିକୁଟ ଘାଟ କାଉଁରୀ ମଣ୍ଡଳେ
ଅଷ୍ଟଗିରି ମଧ୍ୟେ ପଶି ଜାଳିବ ଅନଳେ ।
ଇଅଁଳା ପିଅଁଳା ରୁନ୍ଧି ନବଦ୍ୱାର ବାଟେ
ଭେଦି ପ୍ରଖର ମରୁତ ଟେକି ପୁଣ୍ୟ ଘାଟେ ।
ଗଗନ ଗମ୍ଭୀର ସରେ ଶଙ୍ଖନାଳ ଖୋଳି
ନ ରହିବ ନବଦ୍ୱାର ଅମୃତ ନିକିଳି ।
ଅମର ସରୋବରରେ ପୂରାଇଣ ପାଣି
ଖେଳିବ ପରମହଂସ ପାଇବ ଊଜାଣି ।
ଉର୍ଦ୍ଧ୍ୱ ତୀର୍ଯ୍ୟକ ଉରଗେ ପିଇବ ପ୍ରୟାଣେ
ଚିଆଁ ଚୈତନ୍ୟ ଚେତନା ଖୋଜିବ ନୟନେ ।
ସହସ୍ର କମଳଦଳ ମଧ୍ୟେ ରମ୍ୟଭୂମି
ଯହିଛନ୍ତି ଅଲେଖ ଯେ ନାରାୟଣ ସ୍ୱାମୀ ।
ଷୋଳ ଡମ୍ୱରୁ ମଧ୍ୟରେ ବତିଷ ଦିହୁଡ଼ି
ଷଡ଼ କମଳ ଚାପିବ ମେରୁଦଣ୍ଡ ମାଡ଼ି ।
ରହିବ ମହାରସ ଯେ ବହିବ ପାଲଟି
ଶୋଷିବ ପାଣିକି ସୁଷୁମୁନା ନାଳ ଭେଟି ।
ଷଡ଼ଚକ୍ର ଭେଦି ଯିବ ଊର୍ଦ୍ଧ୍ୱକୁ ବଳାଇ
ଦ୍ୱାର ରୁନ୍ଧିବ ସେ ହଂସ ନ ଯିବ ପଳାଇ ।
ପ୍ରାଣ ପବନ ଭିତରେ ଅପାନ ପବନ
ତ୍ରିବେଣୀ ସଙ୍ଗେ ଏକତ୍ୱ କରିବ ତା ପୁଣ ।
ଲମ୍ୱିତ କଣ୍ଠ ତାଳୁକା କପୋଳ ଏ ତିନି
ଶୋଧିବ ସଂଘରଷଣେ ସନ୍ଧି ଚକ୍ର ଘେନି ।
ପ୍ରକୃତି ଚିଆଁ ଚେତନା ମନ ଏକ କଲେ
ଅଲେଖ ପୁରୁଷ ରୂପ ଦିଶିବ ଚାହିଁଲେ ।
ଶବଦ ନାଦ ବିନ୍ଦୁ ଯେ ଅନାହତ ସନ୍ଧି
ପଦ ପଦରେ ମିଶାଇ ଏକାନ୍ତର ବାନ୍ଧି ।
ଆପଣାର ଅନୁଭବ ଗୁରୁଜନ କଥା
ତନୁ ଶୋଧିବ ବେଦାନ୍ତ ବିଧି ଅଛି ଯଥା ।
ପୃଥିବୀ ଯେ ଆପ ତେଜ ବାୟବ୍ୟ ଆକାଶ
ପଞ୍ଚଭୂତ ଆତ୍ମା ଘେନି କର ତୁମ୍ଭେ ବାସ ।
ଚିନ୍ତି ନିରଞ୍ଜନ ରୂପ ପରମ ସହିତେ
କୀଟୁଁ ବ୍ରହ୍ମ ପରିଯନ୍ତେ ଜାତ ପ୍ରାଣୀ ଯେତେ ।
ସବୁ ଦେଖିବ ସମାନ କରି ସବୁ ଆଣି
ଶ୍ରୀହଟ୍ଟପୁର ପାଟଣା ଯିବ ତହୁଁ ଜିଣି ।
ଶ୍ରୀହଟ୍ଟ ଫିଟାଇ ଯାଇଁ ଲାଗିବ ଗଗନ
ତେବେ ସେ ଶାନ୍ତ ହୋଇବ ଜାଣ ପଞ୍ଚମନ ।
କାଳବେଳ ଜାଣିକରି କରିବ ଆହାର
ରହିବ ଯେ ମହାରସ ଅମୀୟ ଅପାର ।
ଚଳିବ ବ୍ରହ୍ମରନ୍ଧ୍ରକୁ ବାନ୍ଧି ମହାବନ୍ଧ
ନ ଚଳିବ ବିନ୍ଦୁ ତେବେ ନ ଟଳିବ ବନ୍ଧ ।
ପଛିଆଣି ପବନ ଯେ ବହିବ ଉଜାଣି
ସହଜରେ ବୁହାଇବ ଶୂନ୍ୟ ନଦୀପାଣି ।
ଶିବଲିଙ୍ଗ ଶକ୍ତି ସମ କରି ଏକବାଗେ
ମନକୁ ଥୋଇବ ନେଇ ପବନର ଲାଗେ ।
ବନ୍ଧ ଭେଦିଣ ମୁଦ୍ରାର ହେବ ଯେବେ ଦେଖା
ବ୍ରହ୍ମଲୋକକୁ ଜିଣିଲେ ଲାଗେ ଅଗ୍ନିଶିଖା ।
କାଳ କମଳ ନିଦ୍ରାକୁ ପାରେ ଯେବେ ଦହି
ତେବେ ସିନା ଯୁଗେ ଯୁଗେ ଅମର ଏ ଦେହୀ ।
କାୟା ମହାବିନ୍ଧ୍ୟଗିରି ବନସ୍ତ ପାଟଣା
ଅଗମ୍ୟ ଭୂମିରେ ବସି ନ ହୋଇବ ବଣା ।
ଶୁଣ ପରୀକ୍ଷିତ ଯୋଗ ଏସନକ ବିଧି
ଏହାକୁ ସାଧି ପାରିଲେ ଜନ୍ମ ମୃତ୍ୟୁ ଛେଦି ।
ସେ କଥା ମଣାଇ ତୋତେ କହିଲି ସ୍ୱରୂପ
ଛେଦ ତୁ ହୋ ମହାଭାଗ କୋଟିଜନ୍ମ ପାପ ।
କହିଲୁ ତୋତେ ବୁଝାଇ ସଦଗୁରୁ ବାଣୀ
ଏମାନ ସବୁ ସାଧନ ଯୋଗ ସଙ୍ଗେ ଗଣି ।
ଜନମ ମରଣ ବାଧା ନ ଲାଗଇ କେହି
ଅକ୍ଷୟ ଅଜରାମର ହେବ ନିଜ ଦେହି ।
ଶରୀରର ସାଧନା ଯେ ପୁଣ୍ୟର ଏ ମାର୍ଗ
ଅଷ୍ଟାଙ୍ଗ ଯୋଗ କହିବା ଏବେ ତୋର ଆଗ ।
ଜଗନ୍ନାଥ ନାମ ଏକା ତାର ପ୍ରତିକାର
ଧ୍ୟାନ ଧାରଣା ଯେ ଯୋଗ ସମାଧି ବିଚାର ।
ଏ ଯେ ଅଷ୍ଟାଙ୍ଗ ସାଧକ ଯୋଗ ଶୁଦ୍ଧ ସ୍ତୁତି
ଚଉରାଶୀ ଖଣ୍ଡ ଜ୍ଞାନ ଭିନ୍ନ ଭିନ୍ନ ପ୍ରତି ।
ଅମର ଘଟ ପରତେ ନିସ୍ୱତି ଯେ କଳା
ସହଜ ସୁମନା ଶୁଦ୍ଧ ଅଷ୍ଟ ଏ ଯେ ମେଳା ।
ଶୂନ୍ୟର ଭିତରେ ମହାଶୂନ୍ୟ ଅଛି ପଶି
ମହାଶୂନ୍ୟର ଭିତରେ ନିରାମୟ ମିଶି ।
ପରମ ଶୂନ୍ୟ ସେ ନିରାମୟ ମଧ୍ୟେ ସ୍ଥିତି
ପରମ ଶୂନ୍ୟ ଭିତରେ ଅଛି ମହାଜ୍ୟୋତି ।
ସମାଧି ଆତ୍ମାର ଭେଟ ଏହି ସାତ ଜାତି
ଏ ସେ ବ୍ରହ୍ମଜ୍ଞାନ ଶୁଣ ପରୀକ୍ଷ ନୃପତି ।
ଅକାର ଉକାର ଆଦି ମକାର ଯେ ଏହି
ଓଁକାରକୁ ସଙ୍ଗେ ଘେନି ରହିଛି ସେ ଦେହୀ ।
ମନ ପବନ ବିନ୍ଦୁ ଏ ଦେହକୁ ଧାରଣ
ଏହାଙ୍କ ଉପରେ ଆତ୍ମା ଅଟଇ କାରଣ ।
ଆତ୍ମା ଏ ଜଗତଯାକେ ହୋଇଅଛି ଏକା
ଆତ୍ମା ଅଟେ ସବୁଙ୍କରି ଜାଣ ତତ୍ତ୍ୱ ଶାଖା ।
ଆତ୍ମା ଅଭାବେ ଏମାନେ ନୁହନ୍ତି ତ କେହି
ଆତ୍ମା ପରଚେ ହୋଇଲେ ବ୍ରହ୍ମଜ୍ଞାନ ପାଇ ।
ଆତ୍ମାର ସଙ୍ଗତେ ଯେବେ ହୋଇପାରେ ଗୋଷ୍ଠୀ
ବଞ୍ଚିବ ନା ଦିନକାଳ ସଞ୍ଛି ନବସୃଷ୍ଟି ।
ଶୁଣ ତୁ ହୋ ପରୀକ୍ଷିତ ବ୍ରହ୍ମଜ୍ଞାନ ବାଣୀ
ଅକଥନ ଭୂମି ଜ୍ଞାନ ଦେଖାଇଲୁ ଆଣି ।
ସିଦ୍ଧ ସାଧକର କଥା କହିଲୁ ସୁଲଭ
ଜ୍ଞାନ ବନ୍ଦିବାର କଥା ବହୁତ ଦୁର୍ଲ୍ଲଭ ।
ସାଧନ୍ତେ ସକଳ ସିଦ୍ଧ ହୋଇବ ଯେ ଏକା
ଶୁଣିମା ମାତ୍ରେକ ତୋର ଶାପ ଛେଦିପକା ।
ଶ୍ରୀଗୁରୁ ବଚନ ଏ ଯେ ଅସମ୍ଭବ କଥା
ଅଧର ଚାଳି ଉଚ୍ଚାରି ନୁହଇ ସର୍ବଥା ।
ମନକୁ ତ ଅଗୋଚର ବଚନରେ ନାହିଁ
ମନ ହୋଇଲେ ସେ ପୁଣ ବ୍ରହ୍ମଜ୍ଞାନ ପାଇ ।
ସାବଧାନେ ଶୁଣିଲ ତ ଅଭିମନ୍ୟୁ ଶିଷ୍ୟ
ପୂର୍ବ ଅନୁଭବ ବିଧି ବହୁତର ଦୃଶ୍ୟ ।
ଶୁଣିବା ସୁଲଭ ସିନା ବନ୍ଦିବା ଦୁର୍ଲ୍ଲଭ
ଜୟ ତୁମ୍ଭେ ନିରଞ୍ଜନ ଜୟ ପଦ୍ମନାଭ ।
ତୁମ୍ଭେ ଅତି ତେଜୋବନ୍ତ ଅନଳହୁଁ ସ୍ୱାମୀ
ତିମିର ବିଦାରଣ ତୁ ଶୂନ୍ୟପଥଗାମୀ ।
ମଣ୍ଡନ ସର୍ବଦା ତୋର ଏକଚକ୍ର ରଥ
ଚଉଦ ଭୁବନ କୋଟି ଗଣଙ୍କର ନାଥ ।
ଚଣ୍ଡ ପ୍ରଚଣ୍ଡ ଅଗଣ୍ଡ ଗହଳ ଚଞ୍ଚଳ
ଜଟିଳ ଉଚ୍ଚୈଃଶ୍ରବା ଯେ ନୀଳ ମହାନୀଳ ।
ଏମନ୍ତ ସପତ ଅଶ୍ୱ ଅଟନ୍ତି ତ ଯୋଧୀ
ବିନତା ସୁତ ଅରୁଣ ସାରଥୀ ପ୍ରସିଦ୍ଧି ।
ପୂର୍ବରେ ହେଉ ଉଦେ ତୁ ପଶ୍ଚିମରେ ଅସ୍ତ
ସକଳ ଦେବ ଉପରେ ଅଟୁ ଅଧିନାଥ ।
କୋଟିଏ କିରଣ ଘେନି ହେଲୁ ତୁ ଉଦୟେ
ତ୍ରଇଲୋକ୍ୟ ସରୋବରେ ଜଳ ଗଲା କ୍ଷୟେ ।
ସପତ ସମୁଦ୍ର ଜଳ ଯିବାରୁ ଯେ ଜଳି
କାନନ ପର୍ବତ ଭୂମି ସବୁ ଜ୍ୱାଳାବଳି ।
ଶୂନ୍ୟଲୋକମାନେ କଲେ ଗୁହାରି ଯେ ଆସି
ଭୋ ଦେବ ତୋହର ତେଜ ପକାଇବ ନାଶି ।
ବିଚାରି ତୁ ଅନୁଗ୍ରହ କର ଦେବ ସ୍ୱାମୀ
ଜୟ ତୁମ୍ଭେ ଜଗତର ଅନ୍ତର୍ଭୂତଗାମୀ ।
ତୁମ୍ଭେ ଯେ ଶାନ୍ତ ନ ହେଲେ ସରିଲା ସଂସାର
ଜଳ ସ୍ଥଳ ଆଦି ଜନଜନ୍ତୁ ଚରାଚର ।
ଦେବଙ୍କ ଗୁହାରି ଶୁଣି ବସିଲାକ ଦୟା
କୁନ୍ଦେ ବସି ତୁ ଛେଦନ କଲୁ ତୋର କାୟା ।
ସଜଳ କରିଣ ତେଜି ହୋଇଲୁ ନିଶାଖା
ଷୋଳକଳା କିରଣ ତୁ ମାତ୍ର ଥୋଇ ଏକା ।
ସେ ଘେନି ଏ ଷଡ଼ଋତୁ ହୁଏ ଆତଯାତ
ତେଣୁ ରକ୍ଷା ହୋଇଛି ଏ ଜାଣ ତ୍ରିଜଗତ ।
ବରଷା ଗ୍ରୀଷମ ଶୀତ ଆଦି ଷଡ଼ଋତୁ
ସବୁପ୍ରାଣୀଙ୍କର ସିନା ଜ୍ଞାନତତ୍ତ୍ୱ ହେତୁ ।
କାଳବେଳ ସଂଯୋଗ ତୁ ଦେବ ପ୍ରତି ଲେଖୁ
ସବୁ ପ୍ରାଣୀଙ୍କର ସ୍ୱାମୀ ଜୀବଦାନ ଚକ୍ଷୁ ।
ଜ୍ୟୋତି ଜ୍ୱାଳାବଳି ତୋର କିରଣ ପ୍ରଚଣ୍ଡ
ତେଜ ତୋହର ପ୍ରଖର ନାମ ମାରଦଣ୍ଡ ।
ସକଳ ପାଳନେ ସ୍ୱାମୀ ଶରୀରେ ତୋ ଶୋଭା
ଅନଳ ଜ୍ୱାଳା ବିଷମ ଜ୍ୟୋତି ଦିବ୍ୟପ୍ରଭା ।
ତୁହି ସକଳ ପ୍ରାଣୀଙ୍କି ଦେଉ ଜୀବଦାନ
ଜଗତ କରତା ନାଥ ତୁହି ଭଗବାନ ।
ଭଗତବତ୍ସଳ ନାଥ ବାଞ୍ଛା ଗୁଣନିଧି
ଯାହାର ଯଶ ବାଞ୍ଛନ୍ତେ ହୁଏ ସର୍ବସିଦ୍ଧି ।
ଭୂତପତି ନାଥ ତୁ ଯେ ସର୍ବ କରିପାରୁ
ଠାକୁର ଶିରୋମଣି ତୁ ବାଞ୍ଛା କଳ୍ପତରୁ ।
ଅନ୍ଧ ଚକ୍ଷୁପାଏ କୁଷ୍ଠ କୁଜ ଭଲ ହୁଏ
ଅଶେଷ କରୁଣା ନାଥ ବାଞ୍ଛା ପୂର୍ଣ୍ଣମୟେ ।
ଅପୁତ୍ରକ ପୁତ୍ର ଲଭେ ତୋର ଯଶ ଗାଇ
ଅନାଦି ପୁରୁଷ ତୋର ଜନ୍ମ ମୃତ୍ୟୁ ନାହିଁ ।
ପୃଥ୍ୱୀ ଆପ ତେଜ ପୁଣ ବାୟବ୍ୟ ଆକାଶ
ଏ ପଞ୍ଛଭୂତ ତୋହର ହୁଅଇ ପ୍ରକାଶ ।
ଅଷ୍ଟାଙ୍ଗଯୋଗେ ନିର୍ଜିତ ଅଟ ପରମେଷ୍ଠୀ
ଦିବା ଗଗନଗାମୀ ତୁ ପବନ ତୋ ଗୋଷ୍ଠୀ ।
କରୁଣା କରି ଭୋ ସ୍ୱାମୀ ସଦବୁଦ୍ଧି ଦେବା
ଜନ୍ମେ ଜନ୍ମେ ମୋର ତୋର ପାଦତଳେ ସେବା ।
ତୁମ୍ଭେ ପ୍ରସନ୍ନ ହୁଅ ହେ ଗଗନର ଲିଙ୍ଗ
ମୁଁ ତୁମ୍ଭର ଦାସ ମୋତେ ଦିଅ ପୁଣ୍ୟସଙ୍ଗ ।
ତୁମ୍ଭେ ନ ଜାଣ ମୋହର ପୂର୍ବଜନ୍ମ କଥା
ତାହା ଶୁଣିଲେ ମନକୁ ଲାଗେ ବଡ଼ ବ୍ୟଥା ।
ପାପରୁ ମୁକତ ମୋତେ କର ଦେବ ସ୍ୱାମୀ
ତୋହର ଚରଣେ ମୁଁ ନିରତେ ପ୍ରଣମି ।
ଶ୍ରୀବିରଞ୍ଚିନାଥଙ୍କର ପାଦପଦ୍ମ ତଳେ
ଅଚ୍ୟୁତ ଦାସର ଚିତ୍ତ ରହୁ ସବୁକାଳେ ।
ଗୋପପୁର ବର୍ଣ୍ଣନା
ଏଥୁ ଅନ୍ତରେ ଶୁଣିମା ତୁ ହୋ ନୃପମଣିଭାଗବତ ପୁରାଣ ପୁଣ୍ୟରସ ବାଣୀ ।ବିଷ୍ଣୁର ଚରିତ ମହାବାକ୍ୟ ପୁଣ୍ୟମୟଶୁଣିଲେ ପାପାଧି ମହାପାପ ଯିବ କ୍ଷୟ ।ଧର୍ମ ଅର୍ଥ କାମ ମୋକ୍ଷେ ଅଛି ଯାର ଶ୍ରଦ୍ଧାରୋଗ ଶୋକ ଭୟ ଆଦି ଖଣ୍ଡେ ସର୍ବ ବାଧା ।ଦେବସଭା ପରି ମୁଖେ ସକଳ ଦେବତାବ୍ରହ୍ମାଙ୍କ ମୁଖୁଁ ଶୁଣିଲେ ବେନି ରୋମ କଥା ।ଇନ୍ଦ୍ର ବରୁଣ ମରୁତ ଯମ ଦିଗପାଳପ୍ରଭୁଙ୍କ କଥା ଶୁଣିଣ ଛାଡ଼ିଲେ ବିକଳ ।ଦେବଗଣ ବୋଇଲେ ଯେ ଆମ୍ଭେ ନିସ୍ତରିଲୁଅସୁରଙ୍କ ଭୟରୁ ଯେ ଏବେ ପାରି ହେଲୁ ।ସ୍ୱର୍ଗଭୁବନ ଏଥର ପାଇଲା ନିସ୍ତାରବସୁମତୀ ଦେବୀର ଯେ ଗଲା ଶୋକଭାର ।ଚନ୍ଦ୍ର ସୂର୍ଯ୍ୟ ନିରାପଦେ ଉଇଁବେକ ନଭେତପସ୍ୱୀମାନେ ଯେ ଏବେ ତପ ଆଚରିବେ ।ଯେ ଯାହାରେ ମେଘମାନେ ବରଷିବେ ଜଳପୃଥିବୀରେ ଉପୁଜିବେ ନାନା ସ୍ୱାଦୁଫଳ ।ଷଡ଼ଋତୁ ହେବ ଏବେ ବେଳକାଳ ଜାଣିଯେ ଯାହା ଆଚରୁଥିବେ ପୁଣ ପରିମାଣି ।ମାନବ ଆଦିକରି ଯେ ବ୍ରହ୍ମଲୋକ ଯାଏରୋମର ପ୍ରସାଦେ ସର୍ବେ ରହିବେ ନିର୍ଭୟେ ।ଇନ୍ଦ୍ର ଦେବତା ବୋଇଲେ ଶୁଣ ପିତାମହଯେମନ୍ତେ ରୋମ ଜନ୍ମିବେ କର ସେ ଉପାୟ ।ତୁମ୍ଭେ ସର୍ବବୁଦ୍ଧି ଜାଣ ଆହେ ବେଦବରଏ ରୋମ ତହିଁରେ ନେଇ ନିଯୋଜିତ କର ।ଯେବେ ଆମ୍ଭ ପୁଣ୍ୟବଳ ହୋଇଲାକ ଆସିଅସୁରଙ୍କ ହସ୍ତେ କେତେ ହୋଇବାକ ଧ୍ୱଂସି ।ଯେବଣ ଉପାୟେ ବିଷ୍ଣୁ ହୋଇବେ ତ ଜାତଏଥିର ବିଧାନ କର ଜଗତର ତାତ ।ବୋଲନ୍ତି ଇନ୍ଦ୍ରର ବୋଲ ଶୁଣି ବେଦବରସକଳ ଦେବତା ତୁମ୍ଭେ ଦୁର୍ଗାଙ୍କୁ ସୁମର ।ସେ ମହାଭାରା ନାଶିନୀ ସଂସାର ପାଳିନୀଅନାଦି ଅପର୍ଣ୍ଣା ତିନିପୁର ଠାକୁରାଣୀ ।ତାଙ୍କ ଯୋଗୁଁ ନାଶଯିବ ନ ରହିବ ଭୟଦୁର୍ଗାଙ୍କୁ ଘେନି କରିବ ସକଳ ଉପାୟ ।ରଣେ ବଣେ ଭୟ ନାହିଁ ଦୁର୍ଗା ସୁମରିଲେଅଶୁଭ ଶୁଭ ହୁଅଇ ଯା ନାମ ଧଇଲେ ।ମଧୁବନ ଦେଶରେ ଯେ ବସୁଦେବ ଘରକୃଷ୍ଣର ଯେ ପିତା ଅଛି ମଥୁରା ନଗର ।ଦେବକୀ ନାମେ ତାହାର ଭାରିଯା ସୁଦନ୍ତୀଯେ ବେଦ ମାତା ପ୍ରତ୍ୟକ୍ଷେ ଅଟଇ ଅଦିତି ।କଂସର ଅଟଇ ଜ୍ୟେଷ୍ଠ ସୋଦର ଭଗିନୀସ୍ତୁତି କରିବା ହୋ ଆମ୍ଭେ ଚାଲ ରୋମ ଘେନି ।ପୂର୍ବୁ କଂସରାଜାକୁ ଯେ ଅଛି ଶାପ ଭୋଗନିଜ ଭଣଜାର ହସ୍ତେ ତାର ମୃତ୍ୟୁଯୋଗ ।ମଧୁବନର ନିକଟେ କଟକ କୁସୁମନଗ୍ର ଏକା ଅଛି ଗୋପପୁର ତାର ନାମ ।ଗୋମତ ଗିରି ଯମୁନା ଉତ୍ତର ଯେ ତଟମଥୁରାପୁରକୁ ସେହି ବାରଯୁଣ ବାଟ ।ପବିତ୍ର ଭୂମି ତହିଁକି ପଟାନ୍ତର ନାହିଁଅନେକ ସିଦ୍ଧ ସାଧକ ଥିଲେ ତହିଁ ରହି ।ସକଳ ଗୁଣରେ ପୂର୍ଣ୍ଣ ଅଟଇ ସେ ସ୍ଥାନସହସ୍ରଗୁଣ ଲକ୍ଷଣେ ଅମରଭୂବନ ।ମଧୁ ନାମରେ ଦାନବ ପୂର୍ବେ ତହିଁ ଥିଲାସପତଦ୍ୱୀପେ ସେ ଭୂମିଖଣ୍ଡିକ ବାଛିଲା ।କୋଟିମୁଖେ ବ୍ରହ୍ମମନ୍ତ୍ର କୋଟିଏ ଉଚ୍ଚାରିଅଙ୍ଗୁଳକେ ଅଶ୍ୱମେଧ ଯାଗ ଅଛି କରି ।ସବୁ ଭୁମିଠାରୁ ଭୂମିଖଣ୍ଡ ଅନୁପମମଧୁ ନାମେ ଦାନବର ସେହି ମଧୁବନ ।ମଥୁରାପୁରକୁ ଲାଗିଅଛି ସେହି ବନଗୋମତ ଗିରି ପଶ୍ଚିମେ ଗୋପନଗ୍ର ଜାଣ ।ସେ ଗୋପନଗ୍ରକୁ ଆନ ପଟାନ୍ତର ନାହିଁଅସଂଖ୍ୟ ଅସଂଖ୍ୟ ଯହିଁ ଛନ୍ତି ଗୋରୁଗାଈ ।ନନ୍ଦନାମରେ ଗୋପାଳ ତହିଁ ଅଧିପତିଯଶୋଦା ନାମେ ତାହାର ଭାରିଯା ସୁଦନ୍ତୀ ।ତାହା ଗର୍ଭେ ଦୁର୍ଗାଦେବୀ ଜାତହେବେ ଯାଇଁବସୁଦେବ ଯେ ଆଣିବ ତାଙ୍କୁ ପାଲଟାଇ ।ଏହି ପ୍ରକାରେ ଖଣ୍ଡିବ ପୃଥିବୀର ଭୟଦେବସଭାରେ କହିଲେ ବ୍ରହ୍ମା କରି ଲୟ ।ବ୍ରହ୍ମା ମୁଖୁ ଏସନକ ଶୁଣି ପୁରନ୍ଦରକୃତ ଅଞ୍ଜଳି ହୋଇଣ ଯୋଡ଼ି ବେନିକର ।ବୋଇଲେ ଭୋ ଧାତାଲାଗେ ମୋତେ ତ ସନ୍ଦେହଗୋପନଗ୍ର ବାର୍ତ୍ତା ମୋତେ ସଂକ୍ଷେପିଣ କହ ।ଯେବଣ ଶ୍ରୀ ନାରାୟଣ କ୍ଷୀରୋଦନିବାସୀସେ କେମନ୍ତ ଗୋପନଗ୍ରେ ବିଳସିବେ ଆସି ।ଗଉଡ଼ ବାଉଡ଼ ପୁଣି ହାଉଡ଼ ବୋଲାନ୍ତିଗୋରୁ ଚରାଇଣ ବନେ ବନେ ବୁଲୁଥାନ୍ତି ।ଅଜାତ ସେ ଅମର୍ଯ୍ୟାଦା ଅମହତ୍ତ୍ୱ ସଙ୍ଗେକେମନ୍ତେ ବଢ଼ିବେ ଦେହ ଲାଗିହୋଇ ରଙ୍ଗେ ।ଏତେକ ପୁଣ୍ୟ କେମନ୍ତେ ପାଇଲେ ଗୋପାଳେବିଷ୍ଣୁ ଦିବ୍ୟରୂପ ନିତ୍ୟ ଦେଖୁଥିବେ ଡୋଳେ ।ଅପୂର୍ବ ପରି ଲାଗିଲା ମୋତେ ପିତାମହଗୋପର ବାରତା ଏଣୁ ସଂକ୍ଷେପିଣ କହ ।ଶୁକ ସନକାଦି ଧ୍ୟାନେ ଯାହାକୁ ଚିନ୍ତନ୍ତିଛାର ଗୋପାଳ ପାଇବେ ତାହାଙ୍କ ସଙ୍ଗତି ।କେମନ୍ତେ ମୁଁ ଏଡ଼େବଡ଼ କଥା ନ ଶୁଣିବିଯୋଗୀ ତପୀ ନ ପାନ୍ତି ଯା ଧ୍ୟାନେ ଭ୍ରମି ଭ୍ରମି ।ଇନ୍ଦ୍ରର ମୁଖୁ ଏସନ ଶୁଣିଣ ଉତ୍ତରପ୍ରସନ୍ନ ହୋଇ ବୋଲନ୍ତି ସ୍ୱାମୀ ବେଦବର ।ଶୁଣ ତୁ ହୋ ସୁରପତି ପଚାରିଲୁ ଯାହାବ୍ରହ୍ମାଣ୍ଡ ପୁରାଣ ଉକ୍ତି କହିବା ନା ତାହା ।ପୂର୍ବେ ଯହୁଁ ଗୋପନଗ୍ର ହୋଇଲାକ ଜାତତହିଁର କଥା କହିବା ତୋତେ ଶଚୀନାଥ ।ରୁଦ୍ରଧର ବୋଲି ପୂର୍ବେ ବ୍ରହ୍ମା ଏକ ଥିଲାଦ୍ୱିତୀବିଷ୍ଣୁ ହେବ ବୋଲି ବହୁତପ କଲା ।ଅଠାଣୋଇ ସସ୍ର ବର୍ଷ ଉର୍ଦ୍ଧ୍ୱବାହୁ ହୋଇନିରପେକ୍ଷ ହୋଇ ଏକା ପରମାତ୍ମା ଧ୍ୟାୟୀ ।ଯେତେବେଳେ ତା ତପସ୍ୟା ହେଲା ବର୍ଦ୍ଧମାନନିଦା ବିଷ୍ଣୁ ସ୍ୱାମୀଙ୍କର କମ୍ପିଲା ଆସନ ।ଧ୍ୟାନରେ ଜାଣିଲେ ତପ କରେ ତପୋନିଷ୍ଠୀରୁଦ୍ରଧର ତପବଳେ କମ୍ପଇ ବଇଠି ।ବ୍ରହ୍ମାପଣ ପାଇ ତାର ଏଡ଼େକ ଭରସାବିଷ୍ଣୁପଦ ଘେନିବାକୁ ବଳାଇଛି ଆଶା ।ଏସନ ବିଚାରି ସ୍ୱାମୀ ମନେ ବହି ତାପଆରେ ରୁଦ୍ରଧର ତୁହି ଅରଜିଲୁ ପାପ ।ଆମ୍ଭ ସଙ୍ଗତରେ କିପାଁ ହୋଇଲୁ ବିବାଦୀଜ୍ଞାନବନ୍ତ ପୁରୁଷ କି ଘେନୁ ଦୁଷ୍ଟ ବୁଦ୍ଧି ।ଚକ୍ରକୁହିଁ ଆଜ୍ଞାଦେଲେ ସ୍ୱାମୀ ଚକ୍ରଧରରୁଦ୍ରଧର ବ୍ରହ୍ମାଙ୍କୁ ତୁ ବେଗେ ଯାଇ ମାର ।ପ୍ରାଣର ବିକଳେ ଉଠି ପଳାଇଲେ ବେଗେରୁଦ୍ରଧର ବ୍ରହ୍ମା ତାହା ଜାଣିପାରି ଯୋଗେ ।ତାର ପଛକତି ଧରି ଚକ୍ର ଗୋଡ଼ାଇଛିଦେଖି ରୁଦ୍ରଧରକୁ ଯେ ନ ସ୍ପୁରଇ କିଛି ।ଶୁଣ ସୁଜ୍ଞଜନ ଏହି ସୁଧାରସ ବାଣୀଅନେକ ଜନ୍ମର ପାପ କ୍ଷୟ କର ଶୁଣି ।ସୁଧର୍ମା ସଭା କଥା ଏ ପବିତ୍ର କାହାଣୀଚକ୍ରକୁ ଭୟ କରିଣ ଧାଏଁ କୁଶପାଣି ।ସାତମନୁ ପରିଯନ୍ତେ ପଳାଇଣ ଯାଇଗୋମାତା ପାଦେ ଶରଣ ପଶିଣ ପଡ଼ଇ ।ରୁଦ୍ରଧରକୁ ଗୋମାତା ଦୂରହୁଁ ଦେଖିଲେକାହା ଭୟେ ରୁଦ୍ରଧର ପଳାଉ ବୋଇଲେ ।ରୁଦ୍ରଧର ବୋଲେ କୋପ କଲେ ନାରାୟଣଏଣୁ ଭୋ ମାତା ତୋହର ଚରଣେ ଶରଣ ।ତୁହି ନ ରଖିଲେ ମୋତେ ନାହିଁ ଆନ ବୁଦ୍ଧିଏହିକ୍ଷଣି ବିଷ୍ଣୁଚକ୍ର ପକାଇବ ଛେଦି ।ଗୋମାତା ବୋଇଲେ ଯେବେ ମାଗିଲୁ ଶରଣତୋତେ ନ ରଖିଲେ ମୋର ଜୀବ ଅକାରଣ ।କହୁଁ କହୁଁ ବିଷ୍ଣୁଚକ୍ର କଟାଳିଲା ବେଗେଚକ୍ରହିଁ ମିଳିଲା ଆସି ଗୋମାତାର ଆଗେ ।ରୁଦ୍ରଧରକୁ ରଖିଲୁ କିପାଁ ଠାକୁରାଣୀବିଷ୍ଣୁ ନାଥଠାରେ ଦ୍ରୋହ ବୁଦ୍ଧି କଲା ପୁଣି ।ଛାଡ଼ ରୁଦ୍ରଧରକୁ ମୁଁ ପକାଇବି ଛେଦିନ ଛାଡ଼ିବୁ ଯେଣୁ ବିଷ୍ଣୁନାଥର ବିରେଧୀ ।ଗୋମାତାଙ୍କ ତୁଲେ ଚକ୍ର କରନ୍ତେ ଉତ୍ତରଗାୟତ୍ରୀ ପାଦରେ ପଡ଼ିଅଛି ବେଦବର ।ଦେଖି ଗୋ ମାତାର ହୃଦେ ବସିଲାକ ଦୟାବୋଲୁଛନ୍ତି ଚକ୍ର ମୁଖ ଚାହିଁ ମହାମାୟା ।ଆମ୍ଭେ ଯେ ମାତା ତୁମ୍ଭର କର ଉପକାରଶରଣଜନକୁ ଚକ୍ର କେଭେ ତୁ ନ ମାର ।ଚକ୍ର ବୋଇଲା ବିଷ୍ଣୁର ମୁହିଁ ଅଧିକାରୀନାରାୟଣ ଆଜ୍ଞାରେ ମୁଁ ପକାଇବି ମାରି ।ଅନାଦିଦେବୀ ଜଗତ ଜନ ଠାକୁରାଣୀତୁମ୍ଭେ ରଖିଲେ ତାହାକୁ ମାରିବ କେ ପୁଣି ।ନ ପୁଣ କୋପ କରନ୍ତି ମୋତେ ନାରାୟଣଏଥକୁ ତୋତେ ଯେ ମାତା ମାଗଇ କାରଣ ।ଗୋମାତା ବୋଇଲେ ତୋତେ ଭୟ କିଛିନାହିଁଆମ୍ଭେ ରଖିଲୁ ବିଷ୍ଣୁଙ୍କୁ କହ ତୁହି ଯାଇଁ ।ମହାଭୟ ପାଇଣ ଯେ ପଶିଲା ଶରଣଗୋମାତା କରିଅଛଇ ଏଥକୁ କାରଣ ।ଏସନକ ବୋଇଲେ ସେ ଦେବୀ ଦୟାଚିତ୍ତେଚକ୍ର ବୋଲେ ରଖିଲୁ ତୁ ମାରିବି କେମନ୍ତେ ।କଥାଏ କହିବି କର ଶିରରେ ନିବେଶିବଇକୁଣ୍ଠ ଭୁବନକୁ ଯାଉ ଏହି ଦୋଷୀ ।ଯେବେ ରୁଦ୍ରଧର ଏଥୁ ପାଇବ କାରଣନୋହିଲେ ଲୁଚାଇ ରଖ ଗୁପତ କରିଣ ।ଏତେ କହି ଚକ୍ରଧର ଲେଉଟିଣ ଗଲାଶ୍ରୀବିଷ୍ଣୁ ନାଥ ଅଗ୍ରତେ ସକଳ କହିଲା ।ଶୁଣି ପରମ ସନ୍ତୋଷ ହେଲେ ଦେବ ହରିମହା ଆନନ୍ଦେ ରହିଲେ ଆପଣାର ପୁରୀ ।ଏଥୁ ଅନନ୍ତରେ ଦେବୀ ଗୋମାତା ଅଇଲେରୁଦ୍ରଧର ବ୍ରହ୍ମାଙ୍କୁ ସେ ସଙ୍ଗତେ ଆଣିଲେ ।ଅଛନ୍ତି ଷାଠିଏ କୋଟି ବତ୍ସା ସଙ୍ଗତରେମିଳିଲେକ ଆସି ପଦ୍ମବନର ଭିତରେ ।ଯମୁନା ଉତ୍ତରତୀରେ ରୁଦ୍ରଧର ଘେନିଥୋକାଏ ଦିନ ରହିଲେ ମାତା ଠାକୁରାଣୀ ।ରୁଦ୍ରଧରକୁ ବୋଇଲେ ବଇକୁଣ୍ଠେ ଯିବୁଁଏ ମର୍ତ୍ତ୍ୟମଣ୍ଡଳେ ଆମ୍ଭେ କେତେଦିନ ଥିବୁଁ ।ରୁଦ୍ରଧର ବୋଲେ ତୁମ୍ଭେ ହୋଇଲେ ବାହାରଅବଶ୍ୟ ଚକ୍ରେ ଛେଦିବ ବିଷ୍ଣୁମୋର ଶିର ।ଗୋମାତା ବୋଇଲେ ଥାଅ ତୁ ଏଥେ ନିର୍ଭୟେମଧିୁପୁର ଆୟତନ ତ୍ରିଂଶ ଯୁଣଯାଏ ।ମଧୁନାମେ ଦୈତ୍ୟ ପୂର୍ବେ ଏଥେ ରହିଥିଲାତେଣୁ ଏ କାନନ ମଧୁବନ ବୋଲାଇଲା ।ଏ ପୁର ମହିମା କହି ନୁହଇ ବଚନେକୋଟିଏ ବଦନ ବ୍ରହ୍ମା ଥିଲା ବିଦ୍ୟମାନେ ।ଏଥିର ମଧ୍ୟରେ ଅଷ୍ଟଯୋଜନ ଯେ ସାରଏ ଅଷ୍ଟଯୋଜନ ଗୁଣ ଅପାରୁ ଅପାର ।ଅଙ୍ଗୁଳିମାପକେ ଅଷ୍ଟ ଅଶ୍ୱମେଧ ଏତେତେଣୁ ଏହା ପଟାନ୍ତର ନାହିଁ ଭୂମି ଯେତେ ।ଅନେକ ସିଦ୍ଧ ସାଧକ କରି ଏଥେ ବାସପ୍ରଳୟ କାଳରେ ଏହି ନୁହଇ ବିନାଶ ।ବ୍ରହ୍ମାର ଦିନେ ଦ୍ୱାଦଶ ରୂପ ଜଗନ୍ନାଥସମସ୍ତ ରୂପ ହୁଅଇ ଏଥୁ ଆତଯାତ ।ସନକ ସନାତନ ଯେ ଭୃଗୁ ମହାଯତିବରୁଣ ନୈର୍ଋତ ଇନ୍ଦ୍ର ଯମ ବେଦପତି ।ଧ୍ରୁବ ଆଦିକରି ସିଦ୍ଧ ସାଧକ ଯେମାନେଏଠାରେ ବର ଲଭନ୍ତି ବିଷ୍ଣୁର ପ୍ରସନ୍ନେ ।ତୁ ରୁଦ୍ରଧର ଏଠାରେ ଗୁପ୍ତ ହୋଇ ଥିବୁପୁଣ ସମୟକେ ବ୍ରହ୍ମାପଦ ତୁ ପାଇବୁ ।ଏବେ ସମୟକେ ଏଥେ ଥାଅ ତୁ ଗୁପତେପାଇବୁ ତୁ ବ୍ରହ୍ମାପଦ ସ୍ୱାମୀ ତୋଷଚିତ୍ତେ ।ଆମ୍ଭେ ଏଥେ ଛାଡ଼ିଯିବୁ ପାଞ୍ଚଗୋଟି ବତ୍ସାଅରଜିବେ ପୁତ୍ରପୌତ୍ର ଯେ ଯାହାର ଇଚ୍ଛା ।ମାଈ ଅଣ୍ଡିର ହୋଇବେ ଗାଈ ଅପ୍ରମିତାଏମନ୍ତ ବୋଲିଣ ଆଜ୍ଞା ଦେଲେ ସେ ଗୋମାତା ।ଏତେକ ବୋଲି ଗୋମାତା ଅନ୍ତରୀକ୍ଷେ ଗଲେବଇକୁଣ୍ଠ ଭୁବନରେ ପ୍ରବେଶ ହୋଇଲେ ।ରୁଦ୍ରଧର ବ୍ରହ୍ମା ତହିଁ ଗୋମାତା ବଚନେମଧୁବନ କଟକରେ ରହିଲେ ଗୋପନେ ।ଗୁପତେ ରହିଲେ ଯହୁଁ ବ୍ରହ୍ମା ରୁଦ୍ରଧରତେଣୁ ତା ନାମ ହୋଇଲା ଜାଣ ଗୋପପୁର ।ପାଞ୍ଚଗୋଟି ବତ୍ସା ଗଲେ ଗୋମାତା ଯେ ଛାଡ଼ିଅପ୍ରମିତ ହୋଇ ଗୋରୁପଲ ହୋଇ ବଢ଼ି ।ଗୋମତ ଗିରିରୁ ଚିତ୍ରକୂଟ ଗିରିଯାଏଛତିଶ ଯୋଜନ ସ୍ଥାନ ସବୁ ଗୋରୁମୟେ ।ଅପ୍ରମିତ ସେ ଗୋଧନ ନୁହଇ ତା କଳିହମ୍ୱାରାବରେ ସମୁଦ୍ର କୁରୁମ ଉଛୁଳି ।ଦିବସେ ଚରନ୍ତି ବନ ପରବତ ମାଡ଼ିରାତ୍ରରେ ରହନ୍ତି ଗୋପ ନଗରକୁ ବେଢ଼ି ।ଯମୁନା ନଦୀ ଉତ୍ତରକୂଳ ତଟ ଘାଟେଯୋଜନ ପର୍ଯ୍ୟନ୍ତେ ଧୂଳି ଉଠେ ଯିବାବାଟେ ।ଅପ୍ରମିତ ଗୋରୁ ଖୁରା ବଜ୍ରାଘାତ ଜାଣିଶାଲ ଶିଳ ଭାଙ୍ଗି ମସିଗୁଣ୍ଡା ହୁଏ ପୁଣି ।କହନ୍ତି ପରୀକ୍ଷ ରାଜା ଆଗେ ଶୁକ ବ୍ରହ୍ମାଏମନ୍ତ ଜାଣ ସେ ଗୋପପୁରର ମହିମା ।ବିଷ୍ଣୁ ବିବାଦେ ଲୁଚିଛି ବ୍ରହ୍ମା ଚକ୍ର ଡରେଗୋମାତା ବଚନେ ରୁଦ୍ରଧର ବେଦବରେ ।ସେ ସ୍ଥାନେ ଯେଣୁ ଗୋପନ ବ୍ରହ୍ମାର ଶରୀରତେଣୁ ସେ ଭୂମିର ନାମ ହେଲା ଗୋପପୁର ।ପ୍ରତ୍ୟକ୍ଷେ ବ୍ରହ୍ମାର ଦେବ ଅଟଇ ସେ ଭୂମିଆବର ବିଜେ କରିବେ ହରିହର ସ୍ୱାମୀ ।ରାମକୃଷ୍ଣ ରୂପେ ତହିଁ କରି ନାନାରଙ୍ଗଅନେକ ଗୋପ ତରୁଣୀ ସଙ୍ଗେ ହେବେ ସଙ୍ଗ ।ଆବର ତହିଁ କପିଳା ଧେନୁ ମଳମୂତ୍ରନିରନ୍ତର ପଡ଼ିବାରୁ ସେ ଭୂମି ପବିତ୍ର ।କୋଟିବଦନ ବ୍ରହ୍ମା ଯେ ତହିଁ ପୁଣି ଥିଲାଅଙ୍ଗୁଳି ମାପିଣ ଅଶ୍ୱମେଧ ଯାଗକଲା ।ଅନେକ ସିଦ୍ଧ ସାଧକ ଭଗବନ୍ତ ଋଷିଯୁଗେ ଯୁଗେ ରହି ତପ କରୁଛନ୍ତି ବସି ।ଗୁପତ ପୁଣ୍ୟଭୂମି ତା ନ ଜାଣନ୍ତି କେହିରୁଦ୍ରଧର ବ୍ରହ୍ମାଙ୍କର ଅଟେ ପୁଣି ଦେହି ।ବାରେ ଦରଶନ କଲେ ଦେହ ପରିମଳତା ବେନି ଶତ ପୁରୁଷ ଯାନ୍ତି ସ୍ୱର୍ଗଆଳ ।ସେ ଭୂମିର ମାଟି ଚିତା ଘେନନ୍ତେଣ ଅଙ୍ଗେବସନ୍ତି ସେ ବଇକୁଣ୍ଠେ ସୁରଲୋକ ସଙ୍ଗେ ॥
ସେ ବ୍ରହ୍ମା ପୁତ୍ରେ ଯୁବତୀ ରୂପେ ଅବତରିବିଷ୍ଣୁସଙ୍ଗେ କ୍ରୀଡ଼ା କରି ସ୍ୱାମୀରୂପେ ବରି ।ଯେତେକ ଗୋପୀଗୋପାଳ ପୋଏଗୋପପୁରକୁବେର ସମାନ ଧନୀ ଏକୁଁ ଏକ ଆର ।ସନକ ଜନକ ମୁନି ଅଛନ୍ତି ସେ ପୁରେବିଷ୍ଣୁଙ୍କ ଦର୍ଶନ ପାଇ ଅତି ଗୋପନରେ ।ବିଷ୍ଣୁଙ୍କର ଦିବ୍ୟରୂପ ଦେଖିବାର ପାଇଁମୁନିମାନେ ଗୋପ ଗୋପୀ ରୂପ ଛନ୍ତି ହୋଇ ।ନନ୍ଦ ନାମରେ ଗୋପାଳ ସବୁଙ୍କରି ରାଜାନବଲକ୍ଷ ଗୋପାଳ ସେ ନନ୍ଦର ପରଜା ।ବସୁନନ୍ଦ ସୁନନ୍ଦ ଏ ନନ୍ଦ ସାନଭାଇନଗ୍ର ଅଧିକାରୀ ହାନି ଲାଭ ବୁଝୁଥାଇ ।ନଗ୍ର ଭିତରେ ଗୋମତ ନାମେ ଗିରିବରଦଶଯୁଣ ପ୍ରତି ଲମ୍ୱ ଯୋଜନ ପନ୍ଦର ।ବେନି ଯୋଜନ ପର୍ଯ୍ୟନ୍ତ ଅଟଇ ତା ଉଚ୍ଚଶୁଦ୍ଧ ସ୍ଫଟିକ ବରନ ଦିଶଇ ସୁସଞ୍ଚ ।ଗୋମତ ମହା ଋଷିର ଅଟଇ ଆଶ୍ରମତେଣୁ ଗୋମତ ପର୍ବତ ବୋଲି ତାର ନାମ ।ମୃଗୟା ନିମନ୍ତେ ମଧୁଦୈତ୍ୟ ଯାଇଥିଲାମନ୍ଦର ପର୍ବତୁ ଶିଳା ଖଣ୍ଡିଏ ଆଣିଲା ।ଦୀର୍ଘ ପ୍ରତି ଦଶଯୁଣ ଉତ୍ସର୍ଗ ଗିରିରକିଞ୍ଚିତେ ମୁଷ୍ଟି ପ୍ରହାରି ଆଣିଲା ଅସୁର ।ନଗ୍ର ପଶ୍ଚିମ ପାରୁଶେ ଦୈତ୍ୟ ଉଭା ହୋଇକିଞ୍ଚିତ ପ୍ରକାରେ ଦେଲା ତାକୁ ଫୋପଡ଼ାଇ ।ସେ ଶିଳା ନାମ ହୋଇଲା ଗିରି ଗୋବର୍ଦ୍ଧନଏଣୁ ସେ ଗୋପନଗର ଅତି ପୁଣ୍ୟସ୍ଥାନ ।ଗୋପର ପଶ୍ଚିମଭାଗେ ଅଛି କୁଞ୍ଜବନତାହା ନିକଟେ ମନ୍ଦର ଗିରି ବିଦ୍ୟମାନ ।କୋଟିଏ ବ୍ରହ୍ମାଣ୍ଡ ନୁହେଁ ତା ତୁଲେ ସମାନଅତି ଶୋଭନୀୟ ଦିଶେ ସେହି ବୃନ୍ଦାବନ ।ମଲ୍ଲୀ ମାଳତୀ ସେବତୀ ମାଧବୀ ବକୁଳକୁରୁଆଁ ଗଙ୍ଗଶିଉଳୀ ଚମ୍ପକ ତମାଳ ।ଜାଈ ଯୁଈ କେତକୀ ଯେ କଞ୍ଚନ ମନ୍ଦାରତଗର ମରୁଆ ରଙ୍ଗବାଣ ନାଗେଶ୍ୱର ।ଦୟଣା ତୁଳସୀ ନୀପ ଆଦି ଯେତେ ମୁଖ୍ୟପୁଷ୍ପମାନ ତହିଁ ଛନ୍ତି ହୋଇ ରେଖ ରେଖ ।ପାଟଳି ପାଳଧୁଆ ଯେ ନୀଳୋତ୍ପଳ ପୁଷ୍ପଅବସନ୍ତେ ବସନ୍ତ ଯେ ପ୍ରକଟିତ ବାସ ।ସୁଗନ୍ଧ ଆମୋଦ କୁଞ୍ଜବନର ଭିତରେମଧୁ ଲୋଭେ ମଧୁକର ଭ୍ରମନ୍ତି ମତ୍ତରେ ।ଝିଙ୍କାରି ଝିଙ୍କାର ଅଳି ପିକ ଶୁକ ରାବଶୁଭଇ କରନ୍ତି କେଳି ସର୍ବେ ଠାବ ଠାବ ।ଡାହୁକ ମୟୂର ବନ କୁକ୍ କୁଟ ମରୁଆଆନନ୍ଦେ ବୁଲନ୍ତି ଶବ୍ଦ କରେ କୁମ୍ଭାଟୁଆ ।ଗୁବାକ ପଣସ ଆମ୍ୱ ରମ୍ଭା ନଟିକାଳଲେମ୍ୱାଉ ଜମ୍ୱିଳ ଲେମ୍ୱୁ କରମଙ୍ଗା ତାଳ ।ଭଦ୍ରସାର ଗଣ୍ଠିଅନା ଗୁଗ୍ଗୁଳ ଅଗୁରୁସପ୍ତଚ୍ଛଦ କୋବିଦାର ଶାଳ ଆଦି ତରୁ ।ସରଳ ଲବଙ୍ଗ ଦେବଦାରୁ ରାମଗୁଆସାହାଡ଼ା ବାହାଡ଼ା ଆମଳକୀ ପାଳଧୁଆ ।ପିଆଳ ମହୁଲ ଆଦି ତରୁଙ୍କର ପ୍ରଭାକୁଞ୍ଜ ବିପିନକୁ ବେଢ଼ି ଦିଶୁଅଛି ଶୋଭା ।ନ ଦିଶେ ଆକାଶପଥ ଦିବସେ ଅନ୍ଧାରଫଳିତ ଲମ୍ୱିତ ତରୁ ଅତି ମନୋହର ।ସୂର୍ଯ୍ୟତେଜ ନ ପଡ଼ଇ ସେ କୁଞ୍ଜବିପିନେପାଚିଲା ପତର ଉଡ଼ି ପଳାଏ ପବନେ ।ତଳେ ସୁସଞ୍ଜିତ ବୋଲି ଉର୍ଦ୍ଧ୍ୱେ ଲତା ବନଶୋଭା ବୃଦ୍ଧି କରେ ତହିଁ ନାନା କୁଞ୍ଜମାନ ।ସୁବର୍ଣ୍ଣ ଚୁରିଲା ପରି ଦିଶଇ ବାଲୁକାସେ ବନରେ ନାହିଁ ହିଂସ୍ର ଜୀବଠାରୁ ଶଙ୍କା ।କଦମ୍ୱ ବୃକ୍ଷେକ ଅଛି ତହିଁ କେତେଦୂରେଉଦ୍ଧାରଣ କରଇ ସେ ମହାପ୍ରଳୟରେ ।ବଦୟନ୍ତି ଶୁକମୁନି ଶୁଣ ମହାତମାସଂକ୍ଷେପି କହିବା ତୋତେ ସେ ନୀପ ମହିମା ।ସଂକ୍ଷେପି କହିବା ତୋତେ ସେ ବୃକ୍ଷର ମୂଳଦଶ ଦିଗପାଳମାନେ ତାର ଦଶ ଡାଳ ।ବିଦ୍ୟାଧରୀ ଅପସରୀ ଗନ୍ଧର୍ବୀ କିନ୍ନରୀତହିଁ ବାସ କରିଛନ୍ତି ପତ୍ରରୂପ ଧରି ।ଷଡ଼ଋତୁ ଭୋଗ କରି ମଦନ ମତ୍ତରେବାରମାସଯାକେ ଫୁଲ ଫୁଟନ୍ତି ତହିଁରେ ।ତା ମୂଳେ ଚଉଁରା ଅଷ୍ଟରତ୍ନରେ ଜଡ଼ିତଜ୍ୟୋତି ବିରାଜଇ ଯେହ୍ନେ ମଧ୍ୟାହ୍ନ ଆଦିତ୍ୟ ।ସେ କୁଞ୍ଜବନରେ ଯେତେ ତରୁଲତା ଅଛିଗୋଟି ଗୋଟି କରି କେତେ କହିବି ମୁଁ ବାଛି ।ଏକ ଏକ ବୃକ୍ଷର ଯେ କୋଟି କୋଟି ଗୁଣକେ କହି ପାରିବ ଅବା ତଦନ୍ତ କରିଣ ।ନିଜେ ତହିଁ ବିଶ୍ୱକର୍ମା ରହି ଅନୁବ୍ରତେନିକୁଞ୍ଜବନେ ନିର୍ମାଣ କରୁଥାଇ ନିତ୍ୟେ ।ରୋପିଲା ମର୍କତ ଶୁଦ୍ଧ ସୁବର୍ଣ୍ଣ ଚଉଁରୀରସାଣିଲା ତାକୁ ଯତ୍ନେ ଉଚ୍ଚ ସଞ୍ଚ କରି ।କର୍ପୂର କସ୍ତୁରୀ ଗନ୍ଧ ପନିଅର ଗୋଳିଜଳରେ ମିଶାଇ ବୃକ୍ଷମୂଳେ ଦିଏ ଢାଳି ।ତରୁମାନଙ୍କରେ ତଳେ ସସ୍ରେବାନ ସୁନାଏକ ଏକ ଚଉଁରି ଯେ କରିଛି ରଚନା ।ନିଜ କରେ ପୁଷ୍ପଚାପ ଘେନି ନରପତିଆକ୍ରୋଶିଣ ପଞ୍ଚବାଣ ବିଜେ ଚଉକତି ।ପୁଷ୍ପଗନ୍ଧ ସଙ୍ଗେ ଘେନି କୋମଳ ସମୀରଯମୁନାର ଆହାଲାଦେ ବହେ ଧୀର ଧୀର ।ଫଳନ୍ତି ପାଦପମାନେ ଦିବ୍ୟ ସ୍ୱାଦୁ ଫଳପଡ଼ନ୍ତି ସେ ଯଥାକାଳେ ପାଚି ବୃକ୍ଷତଳ ।ଚନ୍ଦ୍ରକାନ୍ତି ପରି ଦିଶେ ବୃକ୍ଷଙ୍କର ଶୋଭାଅପ୍ରମେୟ ଜ୍ୟୋତି ଯେହ୍ନେ କନକର ପ୍ରଭା ।ଶୁଣ ପରୀକ୍ଷ ରାଜା ବଦନ୍ତି ଶୁକବ୍ରହ୍ମାକହନ୍ତେ ନ ସରେ କୁଞ୍ଜବନର ମହିମା ।ସେ ଦେଶରେ ବୃଦ୍ଧାବସ୍ଥା ପାଏ ଯେଉଁଲୋକକୁଞ୍ଜବନେ ପଶିଲେ ସେ ହୁଅଇ ଯୁବକ ।ସିଦ୍ଧ ସାଧ୍ୟ ଯତି ମୁନି ଦାରୁଶିଳା ଦେହୀଏହାଙ୍କର ଧାତୁଚ୍ୟୁତ ହୁଏ ଗଲେ ତହିଁ ।କୁଞ୍ଜବନ ନିକଟରେ ଅଛି ଅଳ୍ପ ଦୂରେଏକ ପଦ୍ମବନ ଅଛି ଯମୁନା ଜଳରେ ।କାଳୀୟ ନାମରେ ନାଗ ବାସୁକୀର ଭାଇଗରୁଡ଼ ଭୟରେ ନିଜସ୍ଥାନ ଛାଡ଼ିଦେଇ ।ସେ ପଦ୍ମ ବନରେ ଆସି କରିଅଛି ବାସପ୍ରଳୟ ଅନଳଠାରୁ ବଳେ ତାର ବିଷ ।ଯମୁନାର କୂଳଘାଟେ ବେନି କ୍ରୋଶଯାଏନ ଯାନ୍ତି ସେ ବାଟେ କେହି କାଳୀୟର ଭୟେ ।ନାଗମାଙ୍କର ବିଷ ବିଷମ ଜ୍ୱାଳାରେପୋଡ଼ିଯାନ୍ତି ପକ୍ଷୀମାନେ ଉଡ଼ିଲେ ଉପରେ ।ଚଣ୍ଡାଂଶୁକିରଣ ତୁଲ୍ୟ ପ୍ରଚଣ୍ଡ ସେ ବିଷନିର୍ଧୂମ ଅନଳ ପ୍ରାୟ ବହେ ଦଶଦିଶ ।ତେଣୁ କୁଞ୍ଜବନେ କେହି ନ ପାରନ୍ତି ଯାଇଆଗହୁଁ ନିର୍ମାଣ ଏହା କରିଅଛି ବିହି ।ଯହିଁରେ କରିବେ କେଳି ନାରାୟଣ ଆପେମାନବେ ପଶିବେ ଅବା ତହିଁରେ କି ରୂପେ ।ଗୋପପୁରେ ବସିଅଛି ନବଲକ୍ଷ ଘରକୁବେରଙ୍କ ସମାନରେ ସର୍ବେ ଧନେଶ୍ୱର ।ସୁବର୍ଣ୍ଣ କଳସମାନ ବସି ଘରେ ଘରେଦିଶଇ ବିଜୁଳି ଯେହ୍ମେ ଚହଟେ ଶୂନ୍ୟରେ ।କଳସ ଉପରେ ଉଡ଼ି ବିଚିତ୍ର ଚିରାଳସମୁଦ୍ର ଲହରୀ ପ୍ରାୟ ଦିଶେ ଝଲମଲ ।ଝିଙ୍କର ଛାଏଣି ଘର ଜ୍ୟୋତି ଅପ୍ରମେୟନିରନ୍ତର ଚନ୍ଦ୍ର କିବା ହୋଇଛି ଉଦୟ ।ସେ ନଗ୍ରେ ଅଛନ୍ତି ଯେତେ ଗୋପାଳଙ୍କ ନାରୀସମାନ ନୋହିବେ ତାଙ୍କୁ ରୂପେ ବିଦ୍ୟାଧରୀ ।ଗନ୍ଧର୍ବଠାରୁ ରୂପେ ଅଧିକେ ଗୋପାଳେଗୋପପୁରେ ଜନ୍ମିଛନ୍ତି ପୂର୍ବ ପୁଣ୍ୟବଳେ ।ରୂପ ଗୁଣେ ପରିପୂର୍ଣ୍ଣ ସର୍ବେ ନବଯୁବାରତି ରତିପତି ପରି ଦିଶେ ତାଙ୍କ ଶୋଭା ।ଧନ ଜନ ବୟସରେ ଗବିତ ସକଳେଅଚିନ୍ତା ଅପାପୀ ହୋଇଥାନ୍ତି ସେ ଗୋପାଳେ ।ସ୍ୱର୍ଗପୁରୀ ଗୋପ ସଙ୍ଗେ ତୁଳନା ନୁହଇଅକାଳରେ ମୃତ୍ୟୁବାଧା ତହିଁ ନ ଲାଗଇ ।ଦୁର୍ଦ୍ଦାନ୍ତ ଅଟଇ ଯେଉଁ କଂସ ଜଗତରେଗୋପଲୋକଙ୍କର ନାମ ଶୁଣିଲେ ସେ ଡରେ ।କଂସରାଜାର ପ୍ରତାପ ନ ଲାଗେ ଯହିଁକିଆନ ପଟାନ୍ତର କିସ ଦେବା ଯେ ତହିଁକି ।ଯେ ଯାହା ସୁଖରେ ଗୋପେ ସକଳ ଆନନ୍ଦସବୁରି ଉପରେ ମୁଖ୍ୟତମ ଅଟେ ନନ୍ଦ ।ନବଲକ୍ଷ ବସତିରେ ସେହି ନନ୍ଦରାଜାସମସ୍ତ ଗୋପାଳମାନେ ନନ୍ଦର ପରଜା ।ଭୋଇ ପୁଣି ମହାଭୋଇ ମଲ୍ଲ ଯେ ଗୁଆଳଖୁଡ଼ ମହାଖୁଡ଼ ଗୋଷ୍ଠ୍ୟ ଝାଙ୍କ୍ୟ ମାଳ ମାଳ ।ଏ ବିଧିରେ ଅଷ୍ଟଗୋପ ଗୋପରେ ବସନ୍ତିଯେ ଯାହାର ଯେତେ ଗୋରୁ ପାଳନ କରନ୍ତି ।ସହସ୍ରେ ଗାଈରେ ଏକ ଗୁଆଳ ହୁଅଇଦଶ ଗୁଆଳରେ ଏକ ଝାଙ୍କ୍ୟ ବୋଲି କହି ।ଏ ବିଧିରେ ଦଶ ଝାଙ୍କ୍ୟେ ଏକ ପଲ୍ଲ ହୁଏଦଶପଲ୍ଲେ ଏକଭୋଇ ନାମ ଦେଖାଯାଏ ।ଏ ପ୍ରକାରେ ଦଶଭୋଇ ଗୋଧନ ଯାହାରମହାଭୋଇ ବୋଲି ନାମ ଅଟଇ ତାହାର ।ଦଶ ମହାଭୋଇ ହେଲେ ହୁଏ ଏକଖୁଡ଼ଦଶଖୁଡ଼ ଗାଈପୂର୍ଣ୍ଣ ହେଲେ ମହାଖୁଡ଼ ।ଏକ ମହାଖୁଡ଼େ ଗୋରୁ ହୋଇଲାକ ଯେତେଲେଖ ହେ ପଣ୍ଡିତଗଣେ ନନ୍ଦ ଗାଈ କେତେ ।ମହାଖୁଡ଼େ ଗାଈ ଯେଣୁ ଅଛି ଅନୁପମତେଣୁ ନନ୍ଦ ମହାଖୁଡ଼ ବୋଲି ତାର ନାମ ।ନନ୍ଦ ମହାଖୁଡ଼ ସେହି ଗୋପନଗ୍ରେ ରାଜାଆବର ଯେତେ ଅଛନ୍ତି ତାହାର ପରଜା ।ଯଶୋବନ୍ତୀ ନାମେ ତାର ଭାର୍ଯ୍ୟା ପ୍ରିୟବତୀସୁରୂପିଣୀ ସୁଲକ୍ଷଣୀ ପତିଭକ୍ତା ସତୀ ।ପୃଥ୍ୱୀଭାରା ନିବାରଣେ ଜନ୍ନିଅଛି ସେହିଯତନେ ପାଳିବ ରାମକୃଷ୍ଣ ବେନିଭାଇ ।ଧନ ଜନ ଗୋଧନରେ ଗହଳ ସେ ପୁରଚତୁର୍ଦ୍ଦଶ ଭୁବନରେ ନାହିଁ ପଟାନ୍ତର ।ଦଧି ଦୁଧ ଅଧା ଛେନା ନବନୀତ ସରଘୃତଆଦି ଗୋରସ ଯେ ଅନେକ ପ୍ରକାର ।ହାଣ୍ଡିରେ ଗୋରସ ଭରି ମୁଣ୍ଡାଇ ମସ୍ତକେବିକନ୍ତି ଗୋପିଏ ନେଇ ମଥୁରା କଟକେ ।ରୂପଗୁଣେ ସୁଲକ୍ଷଣୀ ସେ ସକଳ ନାରୀସମାନ ନୁହନ୍ତି ତାଙ୍କୁ ସ୍ୱର୍ଗ ଅପସରୀ ।ଶ୍ରୀକୃଷ୍ଣର ଅଙ୍ଗସଙ୍ଗ ହୋଇବାର ପାଇଁମୁନିଗଣେ ଜନ୍ମିଛନ୍ତି ଗୋପୀରୂପ ବହି ।ଗତଜନ୍ମର ବାରତା ଚିତ୍ତୋଇ ମନରେପୀରତି ସେ ନ କରନ୍ତି ଅନ୍ୟ ଜନଠାରେ ।ଗୋପକୁ ମଥୁରା ଅଟେ ଦ୍ୱାଦଶ ଯୋଜନଦିନରାତି ସେ ପଥରେ କରିନ୍ତି ଗମନ ।ସର୍ବଦା ଗହଳ ହୁଏ ତେଣୁ ସେହି ବାଟକାହାର ମନରେ କିଛି ନ ଆସଇ କଷ୍ଟ ।ନବଲକ୍ଷ ଗୁଆଳଙ୍କୁ କ୍ଷୀର ହୁଏ ଯେତେତଦନ୍ତ କରିଣ ଅବା କହିବା ତା କେତେ ।ଭାଇ ମହାଭୋଇ ପଲ୍ଲ ପାଳକ ଗୁଆଳଖୁଡ଼ ମହାଖୁଡ଼ ତୁଲେ ଝାଙ୍କି ମାଳ ମାଳ ।ଏପରି ଅନେକ ଗୋରୁ ଛନ୍ତି ଅପ୍ରମିତନବଲକ୍ଷ ଗୁଆଳଙ୍କ ଏ ପ୍ରକାର ବିତ୍ତ ।ଏତେ ଏତେ ବୋଲି ସଂଖ୍ୟା ନୁହେଁ ପରିକଳିସମୁଦ୍ର ଗର୍ଜ୍ଜନ ପ୍ରାୟ ଶୁଭେ ହାଲହୋଳି ।ହମ୍ବାରବ ଶବଦ ଯେ ଗହ ଗହ ଧ୍ୱନିଟଳ ଟଳ ହୋଇଣ ଯେ କମ୍ପଇ ମେଦିନୀ ।କ୍ଷୁରାଘାତେ ଭାଙ୍ଗି ଖାଲ ଟିକର ପାଷାଣଧୂଳି ହୋଇ ଆକାଶରେ ଉଡ଼େ ଅନୁକ୍ଷଣ ।ଗୋମତ ପର୍ବତଠାରୁ ଚିତ୍ରକୂଟ ଯାଏଛତିଶ ଯୋଜନଯାକ ଗୋରୁପଲ୍ଲ ମୟେ ।ଯେବେ ସେ ଗୋପାଳ ଗାଈଦୋହନ କରନ୍ତିପ୍ରଥମୁଁ ଚିରେକ ଦୁହିଁ ଭୂମିରେ ପକାନ୍ତି ।ପ୍ରତି ଗାଈଠାରୁ କ୍ଷୀର ଚିରେ ଚିରେ ପଡ଼ିଯମୁନା ଜଳରେ ମିଶେ ନଦୀ ପ୍ରାୟ ବଢ଼ି ।ଦଣ୍ଡେ ରାତ୍ର ଥାଉଁ ବେଳ ପାଞ୍ଚଘଡ଼ି ଯାଏପାଣି ସଙ୍ଗେ କ୍ଷୀର ମିଶି ବହେ ଶ୍ୱେତମୟେ ।ମତେ ମତୁଆଳ ହୋଇ ଗଉଡ଼େ ଉତ୍କଟାଗାଆନ୍ତି ଢମାଳି ଗୀତ ନାଚନ୍ତି ଖେମଟା ।ଘୁମୁରା ମର୍ଦ୍ଦଳ ଶିଙ୍ଗା ପତର କାହାଳିବଜାନ୍ତି ଆନନ୍ଦ ମନେ ଠାବେ ଠବେ ମିଳି ।ସୁସ୍ୱରେ ବଇଁଶୀ ନାଦ କେ କରଇ ରଙ୍ଗେପର୍ବତର ରଙ୍ଗ ମାଟି ବୋଳିଥାନ୍ତି ଅଙ୍ଗେ ।କା ଶିରେ ଗୁଞ୍ଜର ମୁଣ୍ଡମାଳା ପାଏ ଶୋଭାତଲାରି ଉପରେ ତାର ଶିଖୀପୁଚ୍ଛ ଗଭା ।କେନ୍ଦୁ ସରଳ ଲଉଡ଼ି ଶୋହେ କାହା କରେରୁଞ୍ଜ ଗୁଞ୍ଜମାଳା ଗୁନ୍ଥି ଲମ୍ୱାନ୍ତି ଗଳାରେ ।ନାନାଜାତି ବନଜାତି ପୁଷ୍ପ ମଣ୍ଡିହୋଇବନେ ବନେ ଖେଳାକରି ଚରାଅନ୍ତି ଗାଈ ।ଏହିମତେ ନବଲକ୍ଷ ଗୋପାଳ ଉନ୍ମତ୍ତାସର୍ବେ ବଳବାନ ଏକୁ ଆରେକ ଶକତା ।ଅଳକା ଭୁବନ ଯେହ୍ନେ ତେହ୍ନେ ଗୋପପୁରୀଦିଶନ୍ତି ଗୋପାଳ ଗୋପୀ ଦେବ ଦେବୀପରି ।ଏସନେ ଗୋପାଳେ ଥାନ୍ତି ସହାସୁଖ ପାଇନନ୍ଦ ବିନୁ ତାଙ୍କର ଯେ ଆନେ ଭୟ ନାହିଁ ।ସେ ନନ୍ଦ ଗୃହରେ ହରି ବାଳକ ସ୍ୱରୂପେବଢ଼ିବେ ମଥୁରାପୁରେ ଜନ୍ମ ଲଭି ଗୋପେ ।ଆଗହୁଁ ବିଧାତା ଏହା କରିଛି ନିର୍ମାଣବୋଲନ୍ତି ଶ୍ରୀଶୁକ ମୁନି ପରୀକ୍ଷିତ ଜାଣ ।ସୁଧର୍ମା ସଭାରେ ଇନ୍ଦ୍ର ଦେବତାଙ୍କ ଆଗେଭବିଷ୍ୟ ପୁରାଣ ବ୍ରହ୍ମା କହି ଶାସ୍ତ୍ରଯୋଗେ ।ସେ କଥା କହିଲୁ ଆମ୍ଭେ ତୋତେ ରାଜନିଧିଏକମନେ ଶୁଣ ତୋର ବାଞ୍ଛା ହେଉ ସିଦ୍ଧି ।ଜୟ ଶ୍ରୀଗୋପାଳ ବାଳ ଶ୍ରୀମଧୁସୂଦନଅଚ୍ୟୁତ ଦାସକୁ ଦିଅ ତବ ପାଦେ ସ୍ଥାନ ।