ଶ୍ରୀକୃଷ୍ଣଙ୍କ ନାମକରଣ — ହରିବଂଶ (ଦ୍ୱିତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଫଳପୁଷ୍ପ ବସ୍ତ୍ର ପିଢ଼ା ଘେନିଛନ୍ତି ଥୋକେ ।
କେହି ଯାତ୍ରା ଦେଖୁଛନ୍ତି ହରଷ ହୋଇଣ
ପରଦେଶ ବନ୍ଧୁମାନେ ଅଇଲେ ଧାଇଁଣ ।
ଦେବ ଦାନବ ମାନବ ମିଳି କଲେ ଗୋଳ
ସମୁଦ୍ର ଗର୍ଜ୍ଜନ ପ୍ରାୟ ଶୁଭଇ ଚହଳ ।
ସାନନ୍ଦେ ଚାହାନ୍ତି ଗୋପୀମାନେ କୃଷ୍ଣମୁଖ
ମଦନ ଆରତେ ଗୋପୀ ପାଉଛନ୍ତି ଦୁଃଖ ।
ଏକକୁ ଆରେକ ପୁଣି ହୁଅନ୍ତି ଆରତ
ବୋଲନ୍ତି ଭୋ ସଖି କେହଁ ଦେବ ଜାଣି ଏତ ।
କୋଟି କନ୍ଦର୍ପର ରୂପ କେହ୍ନେ ମୂର୍ଚ୍ଛି ଏହା
ହୁଅନ୍ତେ କି ଏହି ଦେବ ଆମ୍ଭ ପ୍ରାଣନାହା ।
କେତେକାଳ ବସି ଧାତା ଗଢ଼ିଲା ଏ ରୂପ
ଧଳା କଳା ବେନି ମୂର୍ତ୍ତି କନ୍ଦର୍ପ ସ୍ୱରୂପ ।
ଏକ ଏକ କରି କେତେ କହିବାକୁ ଶୁଣ
ନୁହନ୍ତି ମାନବ ଏହି ସ୍ୱୟଂ ନାରାୟଣ ।
କି ଉପମା ଦେବା ଏହି ସୁନ୍ଦର ମୂରତି
ଧଇର୍ଯ୍ୟ ଧରି ରହି କି ପାରଇ ଯୁବତୀ ।
ଜଗଜ୍ଜନ ମୋହନ ଏ ଲାବଣ୍ୟର ନିଧି
ଗୋପୀଙ୍କ ଅଭୟ ବାଞ୍ଛା ହୋଇଲାକ ସିଦ୍ଧି ।
ଆଗେ ଯେଉଁଦିନୁ ପୁତ୍ର ଜାତ ନନ୍ଦଘରେ
ଅଚଳାଚଳ ସମ୍ପଦ ହେଲା ଗୋପପୁରେ ।
ଆଜି ନନ୍ଦଘରେ ଦୋଳି ଶୁଆଣୀ ଉତ୍ସବ
ଦେବଦୁର୍ଲ୍ଲଭ ମାନବେ ଅତି ଅସମ୍ଭବ ।
କେ ଆଣି କେତେ ପଦାର୍ଥ କାହୁଁ ରୁଣ୍ଡ କଲା
ଅପୂର୍ବ ପଦାର୍ଥମାନ କେ ଏଥେ ରଖିଲା ।
ନନ୍ଦ ଗଉଡ଼ କାହୁଁ ଏ ପଦାର୍ଥ ଅର୍ଜିଲା
କୁବେର ଭଣ୍ଡାରୁ ବିଶ୍ୱକର୍ମା ଯେ ସର୍ଜିଲା ।
କେବଣ ସଖି ବୋଲଇ ଦେଖ ଗୋ ଗଗନେ
ଅର୍ଦ୍ଧ ଆକାଶ ବିମାନେ ବସି ଦେବଗଣେ ।
ଅମର ଦୁନ୍ଦୁଭି ବାଜେ ଶୁଭେ ମୁଖଧ୍ୱନି
ଅନ୍ତରୀକ୍ଷେ ରହିଛନ୍ତି ସୁର ସିଦ୍ଧ ମୁନି ।
ଏତେ ବୋଲି ଆକାଶକୁ ଚାହିଁଲେ ସୁନ୍ଦରୀ
ଦେଖିଲେ ଦେବତାମାନେ ଅଛନ୍ତି ତ ପୂରି ।
ଯେ ଯାହାର ଯାନ ତେଜି ଆକାଶରେ ରହି
ଗୋପୀମାନଙ୍କୁ ଗୋଚର ଆନେ ଦୃଶ୍ୟନୋହି ।
ଦେଖନ୍ତି ଅନେକ ଶ୍ରଦ୍ଧାକରି ଗୋପବଧୂ
ମନେ ବିଚାରନ୍ତି ଆମ୍ଭେ ଗୋପାଙ୍ଗନା ସାଧୁ ।
ଏଥୁ ଅନନ୍ତରେ ତହିଁ ଗାର୍ଗ୍ୟ ମହାମୁନି
ହସ୍ତେ ଦୋଳିପଞ୍ଚା ମୁଖେ କରି ବେଦଧ୍ୱନି ।
ଗଜଦନ୍ତ ପଲ୍ୟଙ୍କରେ ରାମକୃଷ୍ଣ ବେନି
ଗୋପାଳଙ୍କ କରେ ଛତ୍ର ଚାମର ବିଞ୍ଚଣି ।
ଏମନ୍ତବେଳେ ରଜନୀ ବାରଦଣ୍ଡ ଶେଷ
ମାହେନ୍ଦ୍ରବେଳ ଯେ ଆସି ହୋଇଲା ପ୍ରବେଶ ।
ମୂଳମନ୍ତ୍ର ସୁମରିଣ ଗାର୍ଗ୍ୟ ତପୋଧନ
ଦକ୍ଷିଣ କର୍ଣ୍ଣେ କହିଲେ ତିନିଥର କୃଷ୍ଣ ।
ନନ୍ଦଯଶୋଦା ଗୋପାଳ ଗୋପୀ ଯେତେଥିଲେ
କୃଷ୍ଣ ନାମ ହେଲା ବୋଲି ସକଳେ ଜାଣିଲେ ।
ବ୍ରହ୍ମା ରୁଦ୍ର ଇନ୍ଦ୍ର ମୂଳେ ଯେତେ ଦେବବୃନ୍ଦ
କୃଷ୍ଣ ନାମ ଧରି ସର୍ବେ ହୋଇଲେ ଆନନ୍ଦ ।
ଚାରିବେଦ ଷଡ଼ଶାସ୍ତ୍ର ଅଠର ପୁରାଣ
ଛତିଶ ସ୍ମୃତି ଆବର ନବ ବ୍ୟାକରଣ ।
ସଚରାଚର ଭିତରେ ଦେବବୃନ୍ଦ ଛନ୍ତି
ଶ୍ରୀକୃଷ୍ଣ ନାମ ଉତ୍ତମ ସମସ୍ତେ ବୋଲନ୍ତି ।
ପାପାଧିପାପ ଯେବଣ ନାମେ ହୋଏ ଧ୍ୱଂସ
ମୁନି ମାନସରେ ଯେଉଁ ନାମ ରାଜହଂସ ।
ସରିଲା ନାମକରଣ ଦୋଳିଯାତ୍ରା ବିଧି
ଅଇରାବତ ଆରୋହି ଗଲେ ଜମ୍ଭଭେଦୀ ।
ଦେବତା ଗନ୍ଧର୍ବଗଣ ରାଜର୍ଷି ସହିତେ
କଲ୍ୟାଣ କରି ଅକ୍ଷତ ଦେଇ ଯେଝାମତେ ।
ପ୍ରିୟ ସୁହୃଦ ମଇତ୍ର ଯେ ଦେଖଣାହାରି
ସରିଲା ଉତ୍ସବ ଯାତ୍ରା ଗଲେ ଯେଝାପୁରୀ ।
ଗୋପନଗ୍ରେ ବସିଣ ଯେ ଗୋପୀ ଗୋପବୃନ୍ଦ
ଶ୍ରୀକୃଷ୍ଣ ନାମ ସୁମରି ପରମ ସାନନ୍ଦ ।
ଗର୍ଗଋଷିଙ୍କୁ ଯେ ନନ୍ଦ ବହୁ ପୂଜା କଲେ
ଲକ୍ଷେକ ମାଢ଼ ସୁବର୍ଣ୍ଣ ବିପ୍ରେ ଦାନ ଦେଲେ ।
ଅନେକ ଦାନ ଦେଲେ ସେ ବତ୍ସା ଧେନୁଗାଈ
ଉପହାର ଉପରାଣମାନରେ ବଧାଇ ।
ନଟ ଭାଟ ଜଉତିଷ ଯତି ବ୍ରହ୍ମଚାରୀ
ଆଶା ସମ୍ପୂର୍ଣ୍ଣେ ବଧାଇ ଦେଲେ ଯେ ଯାହାରି ।
ଯଶୋଦା ପଲ୍ୟଙ୍କୁ ଖଣ୍ଡଦୂରେ ବିଜେ କରି
ନାନା ଦ୍ରବ୍ୟମାନ ଦ୍ୟନ୍ତି ଆପେ ନାମ ଧରି ।
ସୁରଙ୍ଗ କୋମଳ ଦେବଅଙ୍ଗ ଝିନବାସ
ସୁବର୍ଣ୍ଣ ମଣ୍ଡଣି ରତ୍ନ ଅଳଙ୍କାର କୋଷ ।
ସମସ୍ତ ଦ୍ରବ୍ୟ ଦିଅନ୍ତି ହୋଇ ତୋଷଚିତ୍ତ
ଗୁଣେ ସମ୍ପାଦିଲେ ଦଶଗୁଣେ ହୁଏ ବିତ୍ତ ।
ଶଙ୍ଖ ପଦ୍ମନିଧି ଘେନି ଅଳକାଧିକାରୀ
ନନ୍ଦର ମନ୍ଦିରେ ଆପେ ଛନ୍ତି ବିଜେ କରି ।
ଅନେକ ପ୍ରସିଦ୍ଧ ପୁଣ ନନ୍ଦର ମନ୍ଦିର
ବଚନେ କହି ନୁହଇ ଅତି ଅଗୋଚର ।
ଗୋପନଗ୍ରେ ନବଲକ୍ଷ ଗୋପାଳ ବିନାସୀ
ଶ୍ରୀକୃଷ୍ଣ ଦୋଳିଶୁଣିଆଣି ଦେଖିବାକୁ ଆସି ।
ନାନା ଉପହାର ଦେଲେ ଯେ ଯାହାକୁବାଣ୍ଟି
ଯଶୋଦା ଶାଢ଼ୀ ବାନ୍ଧନ୍ତି ଯେତେକ ନଅଣ୍ଟି ।
ଶ୍ରୁତିସ୍କୃତି ମନ୍ତ୍ରେ ତହିଁ ମିଳିଥିଲେ ଆସି
ଧନରତ୍ନ ପାଇ ଗଲେ ହୋଇ ବଡ଼ ଖୁସି ।
ପଦାର୍ଥ ଯେତେ କହିଲେ ନ ହୋଇବ ଶେଷ
ଦେହବନ୍ତ ହୋଇ ଯହିଁ ପରମ ପୁରୁଷ ।
ଉତ୍ସବ ଯେ ସମାପତ ରାତି ଅଧ ହେଲା
ଯଶୋଦାକୁ ତାହିଁ ନନ୍ଦ ବଚନ ବୋଇଲା ।
ନନ୍ଦର ଯମୁନା ମଜ୍ଜନ ଓ ଶ୍ରୀକୃଷ୍ଣଙ୍କ ଦ୍ୱାରା ଉଦ୍ଧାର
ଆଗୋ ଦେବୀ କାର୍ଯ୍ୟ କରିଅଛି ଶ୍ରମ ପାଇଯମୁନା ନଦୀରେ ସ୍ନାନ କରି ଆସେ ଯାଇ ।ପୁତ୍ରକୁ ଘେନି ଭିତରେ ତୁମ୍ଭେ ବିଜେକରଏତେ ବୋଲି ନନ୍ଦ ତହୁଁ ଗଲେ ଧାତିକାର ।ଦଶବିଂଶ ପରିବାରୀ ସଙ୍ଗତେ ଅଛନ୍ତିତିଳ ଅଏଁଳା ସୁଗନ୍ଧ ଦ୍ରବ୍ୟ ଘେନିଛନ୍ତି ।କାଳନ୍ଦୀ ନଦୀରେ ନନ୍ଦ ପ୍ରବେଶିଲେ ଯାଇଁଜଳରେ ପଶିଲେ ନନ୍ଦ ତଇଳ ଲଗାଇ ।ଶୁକମୁନି ବୋଲନ୍ତି ଯେ ପରୀକ୍ଷ ଶୁଣନ୍ତିନନ୍ଦ ଜଳରେ ପଶନ୍ତେ ବରୁଣ ନୃପତି ।ନନ୍ଦର ପାରୁଶେ ଆସି ହୋଇଲେ ପ୍ରବେଶଆମୋଦ କରଇ ନନ୍ଦ ଶ୍ରୀଅଙ୍ଗ ସୁବାସ ।ମଥାରେ ତିଳ ଅଏଁଳା ଅଛଇ ଲଗାଇଜଳର ଭିତରେ ପଶି କୃଷ୍ଣ ସୁମରଇ ।ବେକକ ପାଣି ଗଭୀର ଜଳରେ ବୁଡ଼ିଲାବୁଡ଼ନ୍ତେ ବରୁଣ ଜଳ ମଧ୍ୟୁ ଘେନିଗଲା ।ସଙ୍ଗ ଲୋକମାନେ କୂଳେ ଛନ୍ତି ଉଭାହୋଇେପାତାଳ ବଇକୁଣ୍ଠରେ ଲୁଚାଇଲା ନେଇ ॥
କୂଳେ ଥିବା ଲୋକମାନେ ରହିଛନ୍ତି ଚାହିଁଏମନ୍ତ ଅର୍ଦ୍ଧଦିବସ ବେଳ ହେଲା ତହିଁ ।ସଙ୍ଗେ ଥିବା ଲୋକେ କୂଳେ ଚାହିଁଛନ୍ତି ବସିଏତେବେଳଯାଏ ନନ୍ଦ କିପାଇଁ ନ ଆସି ।ଏକା ବୁଡ଼ାକେ ନନ୍ଦ ନ ଆସିଲେ ଆବରକେଣେ ଗଲେ ନନ୍ଦରାଜା ଏ ତ ଚମତ୍କାର ।ଡାକ ଦିଅନ୍ତି ଜଳୁଁ ନ ଆସ କିପାଁ ଫେରିନ ଦେଖି ବିସ୍ମୟ ହେଲେ ଧାଈ ପରିବାରୀ ।କେ ବୋଲେ କୁମ୍ଭୀର ଧରି ଟାଣି ଘେନିଗଲାକେ ବୋଲେ ନଦୀର ସ୍ରୋତ ଭସାଇଣ ନେଲା ।କେ ବୋଲେ ମଗର ମାରି ଚାପିଦେଲା ଦନ୍ତେକେ ବୋଲଇ ନନ୍ଦ ଆଉ ନାହିଁନା ଜୀବନ୍ତେ ।କେ ବୋଲଇ ଅବା ବୁଡ଼ିଅଛି ତୁନି ହୋଇକେ ବୋଲେ ଜଳ ଭଉଁରୀ ମାଡ଼ିଦେଲା କାହିଁ ।କେ ବୋଲେ ଖୋଜିବା ଚାଲ ଜଳେପଶିଯାଇଧରି ନନ୍ଦକୁ ଆଣିବା ପାଣିରୁ ଉଠାଇ ॥
ଏତେବୋଲି ପଶିଲେ ସେ ଜଳର ଭିତରେଚାରିପାଖ ଦରାଣ୍ଡନ୍ତି ଯେ ଯାହାର କରେ ।ଦୁସ୍ତର ବରଷା ଶେଷ ବରଷାର କାଳବେନି କୂଳ ମାଡ଼ି ବହେ ଯମୁନାର ଜଳ ।ତାଳେକ ପର୍ଯ୍ୟନ୍ତ ଖୋଜି ନପାଇଲେ ଲେଶବିଚାରି ବୋଲନ୍ତି ଏବେ କରିବା ହୋ କିସ ।ହରଷକାଳେ ବିଧାତା ବିରସ ଦେଲାଣିବିସ୍ତାର ଅତି ଗଭୀର ଯମୁନାର ପାଣି ।ବେନି କୂଳ ବୁଡ଼ି ବହେ ପ୍ରଖର ସୋହତିହାତୀଭଙ୍ଗା କାଠ ଫେଣ ମାଡ଼ିଆସେ କତି ।ଫଣା ଟେକି ସର୍ପ ଭାସି କରନ୍ତି ଗର୍ଜ୍ଜନକୁମ୍ଭୀରମାନେ ଦିଶନ୍ତି ପର୍ବତ ସମାନ ।ଶାଙ୍କୁଚ ମଗର କେତେ କେ ପାରିବ ଗଣିଏଥିରେ ପଶିଣ ଖୋଜି ମରିବା ନ ଜାଣି ।ଅନିମିତ୍ତେ ଏଥି କିପାଁ ହରାଇବା ପ୍ରାଣଜାଣିଲୁ ନିଶ୍ଚେ ନନ୍ଦକୁ ନେଲା ଯମରାଣ ।ଯଶୋଦା ଛାମୁରେ ଚାଲ କହିବା ହେ ଯାଇଭଲମନ୍ଦ ହେଉ ସ୍ୱାମୀ ଖୋଜୁ ଆପେ ଥାଇ ।ଏଣେ ସେ ଯଶୋଦା ରାଣୀ ଅନ୍ନ ରାନ୍ଧି ଗାଳିଘୋଡ଼ାଇ ଦେଲା ତହିଁରେ ସୁବର୍ଣ୍ଣର ଥାଳୀ ।ବୁଭୁକ୍ଷିତେ ସ୍ନାନଅର୍ଥେ ନନ୍ଦ ଯାଇଛନ୍ତିସୁପକ୍ୱ ଅନ୍ନ ଭୁଞ୍ଜିଣ ସ୍ୱାମୀ ହେବେ ଶାନ୍ତି ।ଏସନ ଭାଳି ଯଶୋଦା ରତ୍ନଝରୀ ଧରିସୁବାସ ଗନ୍ଧ ପନୀର ନୀରେ ପୂର୍ଣ୍ଣ କରି ।ଦାଣ୍ଡ କୁଆର ଆବୋରି ବାଟ ଅଛି ଚାହିଁଏ ସମୟେ ପରିବାରୀ ପ୍ରବେଶିଲେ ଯାଇଁ ।ଯଶୋଦା ବୋଇଲେ କିଗୋ ନନ୍ଦ ନଅଇଲେଦାସୀଏ ବୋଇଲେ ସେ ତ କେଉଁ କତିଗଲେ ।ଭୃତ୍ୟଙ୍କ ମୁଖରୁ ମଧ୍ୟ ସେହିରୂପେ ଶୁଣିମୂର୍ଚ୍ଛା ହୋଇଣ ପଡ଼ିଲେ ନନ୍ଦର ଘରଣୀ ।ଯଶୋଦାର ସନ୍ନିଧିରେ ଦାସୀମାନେ ଥିଲେଆଶ୍ୱାସନା କରି କରେ ତୋଳିଣ ଧଇଲେ ।ଖଦି ଚାମର ବିଞ୍ଚଣୀ ଘେନି କେହି ବିଞ୍ଚେଘଡ଼ିକ ପର୍ଯ୍ୟନ୍ତ ଚେତା ନ ଆସି ସୁସଞ୍ଚେ ।ଦୁଇ ଘଡ଼ିରେ ଚେତନା ପଶିଲା ଶରୀରେହା ହା କାନ୍ତ ବୋଲି କାନ୍ଦିଉଠେ ଉଚ୍ଚସ୍ୱରେ ।ହା ହା ଦଇବରେ ଦେଲୁ କଷଣ ତୁ ମୋତେପଞ୍ଚଭୂତ ଆତ୍ମା ରହିଅଛି ହୃଦଗତେ ।ଅକାଳ ମରଣ ସ୍ୱାମୀ ତୁମ୍ଭଙ୍କୁ ତ ଥିଲାହରଷକାଳେ ବିଧାତା ବିରସ ନିହିଲା ।ମୋ ଜୀଇବା ତହୁଁ ମୃତ୍ୟୁ ସସ୍ରଗୁଣେ ଭଲକେବଣ ଦୋଷେ ବିଧାତା କଲା କଲବଲ ।କାହାର ଆଗେ କହିବି ମନର ବେଦନାଭୋ ଧର୍ମଦେବ ସଙ୍କଟୁ ରକ୍ଷାକରୁ କିନା ।ଏମନ୍ତ ଯଶୋଦା ଦେବୀ ବ୍ୟାକୁଳିତ ହୁଏଅନେକ ଶୋକ ଭରେ ସେ କହନ୍ତି ଥୋକାଏ ।ଅଚଳାଚଳ ସମ୍ପତ୍ତି ପଡ଼ୁଅଛି ମାଡ଼ିଆନ କେ ରକ୍ଷା କରିବ ଗଲ ମୋତେ ଛାଡ଼ି ।ଅପୁତ୍ରିକ ଘରେ ପୁତ୍ର ହୋଇଲା ଜନମତାହା ଦେଖି ନ ପାରିଲ ଏସନକ କର୍ମ ।ତୁମ୍ଭେ ତ ଅର୍ଜିଲ ନାଥ ଅନେକ ସମୃଦ୍ଧିଭୋଗ କରି ନ ପାରିଲ ମୋରେ ଦେଲବ୍ୟାଧି ।ଆହାରେ ଦଇବ ମୋତେ ଅସାହା ହୋଇଲୁଅଗାଧ ସମୁଦ୍ରେ ମୋର ଭେଲା ବୁଡ଼ାଇଲୁ ।ଏମନ୍ତେ ବହୁ ବୁକଳ ଯଶୋଦା ହୁଅଇକେଶବାସ ଅସମ୍ଭାଳ ବାତୁଳ ପରାଇ ।ଧାଈ ମୁଦୁସୁଲୀ ଯେତେ ପରିବାରୀ ଥିଲେଯଶୋଦା ବିଳାପ ଦେଖି ସକଳେ ରାବିଲେ ।ବନ୍ଧୁ ସୁହୃଦ ସଙ୍ଗାତ ପାଖ ମୈତ୍ର ଯେତେରୋଦନ ଶୁଣି ସନ୍ନିଧେ ମିଳିଲେ ସମସ୍ତେ ।ଉପନନ୍ଦ ବସୁନନ୍ଦ ଚନ୍ଦ୍ରସେଣା ସାଥେଗୋପସ୍ତିରୀଏ ରୋଦନ କରନ୍ତି ସମସ୍ତେ ।ସମୁଦ୍ର ଗର୍ଜ୍ଜନ ପରି ଶୁଭେ ମୁଖରାବଜଣ ଜଣକେ ଯଶୋଦା କରନ୍ତି ସଦ୍ଭାବ ।ଏସନକ ନନ୍ଦ ଘରେ ହେଲା ହାଲହୋଳିପାଞ୍ଚକ୍ରୋଶ ପରିଯନ୍ତେ ପଡ଼ଇ ଉଛୁଳି ।ରତ୍ନଦୋଳିର ଉପରେ କୃଷ୍ଣ ଥିଲେ ଶୋଇନିଦ୍ରାଭରେ ନିଦ୍ରା ଯାଇଥିଲେ ବେନି ଭାଇ ।ମୁଖରାବ ଗହଳରେ ଭାଙ୍ଗିଗଲା ନିଦଶ୍ରୀକରେ ନୟନ ମଳି ଉଠିଲେ ଗୋବିନ୍ଦ ।ଅଶେଷ କଥା ଯାହାକୁ ସବୁଠାରେ ଦୃଶ୍ୟସର୍ବଜ୍ଞ ସନାତନ ସେ ପରମ ପୁରୁଷ ।ଧରଣୀର ମହାଭାରା ନିବାରିବା ପାଇଁଦ୍ୱାପରେ ଅବତରିଲେ ନରଦେହ ବହି ।କରାଇଛନ୍ତି ସମସ୍ତ ପ୍ରାଣୀ ମନ ଭ୍ରମଛଦ୍ରମେ ବାଳୁତ ରୂପ ଧରି ପରଂବ୍ରହ୍ମ ।ଧ୍ୟାନେ ନିରୂପି ଜାଣିଲେ ଦେବ ଦଇତ୍ୟାରିଆମ୍ଭର ପିତାକୁ ଜଳଦେବ ନେଲେ ହରି ।ନ ଜାଣି ପିତା ରାତ୍ରିରେ କିପାଁଜଳେ ପଶିଧର୍ମଶାସ୍ତ୍ର ପ୍ରମାଣେ ତ ହେଲେ ମହାଦୋଷୀ ।ସାତ ଘଡ଼ିରୁ ଏଗାର ଘଡ଼ି ରାତ୍ରିଯାଏଏକାଳେ ଯମୁନା ଜଳ ଛୁଇଁ ନ ଯୋଗାଏ ।ଜ୍ଞାନବନ୍ତ ନନ୍ଦ ଗଲେ ମହା ନିଶାକାଳେତଇଳ ଉଚ୍ଛିଷ୍ଟ ହୋଇ ପଶିଲେକ ଜଳେ ।ବିଚାରିଲେ ତାଙ୍କର ତ କିଛି ନାହିଁ ଦୋଷଆପଣା କଲା କର୍ମରୁ ଆପେ ପାଏ ପ୍ରାସ ।ଏତେ ଭାଳି ବରୁଣଙ୍କୁ ଚିନ୍ତା କଲେ ହରିଉଚ୍ଚାଟ ଲାଗିଲା ତାଙ୍କୁ ରତ୍ନାକର ପୁରୀ ।କନକ ରତ୍ନ ବିମାନେ ନନ୍ଦକୁ ବସାଇବେଗରେ ମଗର ପୃଷ୍ଟେ ବିଜେ କଲା ଯାଇ ।ବିଜୟ ନାମରେ ମଣି ପାଦପଦ୍ମେ ଥୋଇସାଷ୍ଟାଙ୍ଗେ ଶୁତିଲା ପୁଣ ଗଡ଼ଘାଲି ଦେଇ ।ରତ୍ନାକର ରାଜା ଦେଖି ପ୍ରଭୁ ଭଗବାନଅବ୍ୟକ୍ତ ରୂପ ପ୍ରକାଶ କଲେ ତତକ୍ଷଣ ।ଶଙ୍ଖ ଚକ୍ର ଗଦା ପଦ୍ମ ଶୋଭା ଚାରିଭୁଜେଶିରେ ଶିଖିପୁଚ୍ଛ ରତ୍ନକୀରୀଟ ବିରାଜେ ।ଛାମୁରେ ଜୟ ବିଜୟ ଦ୍ୱାରପାଳ ବିଜେକନକ ସିଂହାସନରେ ଦେବ ଦେବରାଜେ ।ନୀଳମଣି ଜିଣି କାନ୍ତି ଶୋଭା ବିରାଜଇବିନତାସୁତ ଆଗରେ ଅଛି ଉଭା ହୋଇ ।ଚଉପାଶରେ ଅଶେଷ ମୁନିଗଣ ଛନ୍ତିମହାଲକ୍ଷ୍ମୀ ଠାକୁରାଣୀ କୋଳେ ବିରାଜନ୍ତି ।କର୍ଣ୍ଣେ ମର୍କତ କୁଣ୍ଡଳ ଗଳେ ବନମାଳଜଗମୋହନ ମୂରତି ଧରି ନନ୍ଦବାଳ ।ନବରତ୍ନର ମେଖଳା ପିନ୍ଧି ପୀତବାସନୀଳମେଘରେ ଯେସନ ବିଜୁଳିର ତ୍ରାସ ।ଲାବଣ୍ୟ ଗୁଣନିଧି ଯେ ଠାକୁରଙ୍କ ମଣିରକ୍ତ ପଦ୍ମପାଦ ବେନି ମରକତ ପାଣି ।କଉତୁକେ ଏସନକ ରୂପେ ଲକ୍ଷ୍ମୀସାଇଁଏକା ବରୁଣେ ଗୋଚର ଆନେ ଦୃଶ୍ୟ ନାହିଁ ।ଦେଖି ନିସ୍ତରିଲି ବୋଲି ବରୁଣ ବୋଇଲେସସ୍ରବାର ଗଡ଼ଘାଲି ପାଦରେ ଶୁତିଲେ ।ରତ୍ନାକର ନୃପତିରେ ବୋଲେ ନାରାୟଣଏସନ ଅନ୍ୟାୟ କଥା କଲ କି ବରୁଣ ।ତୁହି ତ ଜାଣୁ ଆବର ନନ୍ଦ ବୋଲି ପିତାଗୁରୁ ମହାଗୁରୁ ଅଧିଦଇବୀ ଦେବତା ।ଦଇବେ କାର୍ଯ୍ୟକାତର ବିକ୍ଷୋଭିତ ବେଳେଭୋଜନେ ଆତୁର ହୋଇ ପଶିଲେ ସେ ଜଳେ ।ଉତ୍ତମ ଲୋକଙ୍କୁ ଅଳ୍ପେ ଲଙ୍ଘି ତ ନ ପାରିଏତେ ମାନ ଦୋଷ ତୁ ଆମ୍ଭଙ୍କୁ ସହିପାରି ।ନ ଜାଣିମାପଣେ ସ୍ୱାମୀ କରିଛି ମୁଁ ଦୋଷକ୍ଷମାଗୁଣେ ତାହା କ୍ଷମା କର ପୀତବାସ ।ସକଳ ଦେବଙ୍କ ପରେ ତୁମ୍ଭେ ତ ଠାକୁରତୁମ୍ଭର ଭିଆଣ ସିନା ଏହି ଚରାଚର ।ତୁମ୍ଭେ ଯେ ଆକାଶ ଜଳ ସ୍ଥଳ ଶୂନ୍ୟରୂପୀଅଶେଷ କୋଟି ବ୍ରହ୍ମାଣ୍ଡ ସବୁଠାରେ ବ୍ୟାପି ।ଲାଭ ହାନି ସୁଖ ଦୁଃଖ ନୀତି ଧୃତି ନାନାସକଳ ସଂସାର ନାଥ ତୁମ୍ଭର ରଚନା ।ତୁମ୍ଭେ ସର୍ଜିଛ ଅବିଧି ବିଧିମାନ ଜାଣିସେହି ଆଚାରେ ରହିବେ ସକଳ ପରାଣୀ ।ଦେଖୁ ଦେଖୁ ତୁମ୍ଭ ପିତା ଅନ୍ୟାୟ ଯେ କଲେମହାନିଶାକାଳେ ଆସି ଜଳରେ ପଶିଲେ ।ଦେଖି ଜଳଚର ନେଲେ ମୋ ଛାମୁକୁ ହରିମୁ ତାଙ୍କୁ ବସାଇ ରତ୍ନ ସିଂହାସନୋପରି ।ଭଲେ ଆଣିଲଇଁ ତୁମ୍ଭ ପିତା ନନ୍ଦ ବୋଲିଏବେ ସ୍ୱରୂପ ଦେଖିଣ ନିସ୍ତାର ପାଇଲି ।ଏମନ୍ତ ବୋଲି ବରୁଣ ରାଜା ସ୍ତୁତି କଲାସ୍ୱାମୀଙ୍କ ଛାମୁରେ ଆଣି ନନ୍ଦ ସମର୍ପିଲା ।ଆଜ୍ଞା ପାଇ ରତ୍ନାକର ଗଲେ ନିଜ ପୁରୀରଚିଲେ ଯେ ବିଶ୍ୱକୂଟ ମାୟା ଦେବହରି ।ଦୋଳିଶୟନେ ବାଳୁତ ରୂପ ଗୁପ୍ତକାୟାଧାଈ ପରିବାରୀମାନେ ନ ଜାଣନ୍ତି ମାୟା ।ନନ୍ଦ ମୃତ୍ୟୁ ହେଲା ବୋଲି ବିଚାରନ୍ତି ବସିଏସନ ସମୟେ ନନ୍ଦ ମିଳିଲେକ ଆସି ।ବିଷ୍ଣୁ ମାୟାମୋହେ ନନ୍ଦ କିଛି ନ ଜାଣିଲେଏତେ କଥା ହେଲା ସ୍ୱପ୍ନ ପ୍ରାୟେକ ମଣିଲେ ।ବାଳ ଶୁଖାଇଲେ ଆସି ଯଶୋଦାଙ୍କ ଆଗେଦୂରରୁ ଦେଖି ଯଶୋଦା ଦେବୀ ଉଠି ବେଗେ ।ନନ୍ଦରାଜା ପଚାରନ୍ତି ଯଶୋଦାଙ୍କୁ ଚାହିଁସମସ୍ତେ ବସିଛ କିପାଁ ବିଷାଦିତ ହୋଇ ।ଯଶୋଦା ବୋଇଲେ ଗଲ ସ୍ନାନକୁ ଯମୁନାତୁମ୍ଭର ଉଛୁର ଦେଖି ଅସାର ଶୋଚନା ।ନନ୍ଦ ବୋଲେ ଆମ୍ଭେ ଅଛୁ ଦିନକ ଭୋକିଲାଶରୀରେ ଶ୍ରମ ବିଶେଷ ପାଇଅଛୁ ଭଲା ।ଅବଗାହି ଘଡିଏକ ଜଳେ ବୁଡିଥିଲୁଦେହ ସୁସ୍ଥ ହୋଇବାରୁ ଉଠିଣ ଅଇଲୁ ।ଯଶୋଦା ଦେବୀ ସେବକ ଲୋକେବୋଲି ମନ୍ଦଷଡ଼ରସରେ ଭୋଜନ କଲେ ବସି ନନ୍ଦ ।ସମସ୍ତ ଲୋକ ଯେ ଦେଖି ହରଷ ନନ୍ଦକୁଯଶୋଦା ସ୍ତନରୁ କ୍ଷୀର ଦେଲେ ଗୋବିନନ୍ଦଙ୍କୁ ।ବଢ଼ିଲା ସକଳ କାର୍ଯ୍ୟ ସୁଖେ ନିଦ୍ରା ଗଲେଶୁଣ ତୁ ପରୀକ୍ଷ ରାଜା ଶୁକ ଯେ କହିଲେ ।