ଶକଟାସୁରର ପୂର୍ବଶାପ ବୃତ୍ତାନ୍ତ — ହରିବଂଶ (ଦ୍ୱିତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଧର୍ମ ଧନ ସମ୍ପଦ ମୁଁ ଛାଡ଼ି ନ ପାରଇ ।
ଶୁଣି ବୋଇଲା ଦୁନ୍ଦୂଭି କୋପେ ଏହି ବାଣୀ
ବତ୍ସଦ୍ରୋହ ଲାଗୁ ପଛେ ପକାଇବି ହାଣି ।
ଏତେ କହି ଖଡ଼୍ଗ ଧରି ଗଲା କୋପଭରେ
ଦେଖି ଶକ୍ରାଜିତ ତହୁଁ ପଳାଇଲା ଡରେ ।
କୋପଭରେ ଗୋଡ଼ାଇଲା ଦୁନ୍ଦୂଭି ତା ପଛେ
ଅନ୍ତରୀକ୍ଷ ପାତାଳହିଁ ପୁର ସ୍ୱର୍ଗ ମଞ୍ଚେ ।
ବିଷ୍ଣୁ ଶରଣ କହଇ ଉଚ୍ଚେ ଶକ୍ରାଜିତ
ତ୍ରାହିକର ନାରାୟଣ ମୁଁ ଶରଣାଗତ ।
ବଇକୁଣ୍ଠେ ଥାଇ ତାହା ଜାଣି ନାରାୟଣ
ଶକ୍ରାଜିତର ଛାମୁରେ ହେଲେ ତତକ୍ଷଣ ।
ଯାଉଁ ଯାଉଁ ମିଳିଲେ ସେ ଦୁନ୍ଦୁଭିର ଆଗେ
ଆକର୍ଷି କେଶ ତାହାର ଧରି ଅତି ରାଗେ ।
ରହ ରହ ବୋଲି ବୋଲୁଛନ୍ତି ଚକ୍ରଧର
ଖଡ଼ଗ ଧରି ଉଞ୍ଚାଇ ହାଣନ୍ତେ ଅସୁର ।
କୋପେ ଅସୁର ଉପରେ ପେଷିକରି ଚକ୍ର
ଖଡ଼ଗ କାଟି କାଟିଲେ ଅସୁର ମସ୍ତକ ।
ଶକ୍ରାଜିତକୁ ବୋଇଲେ କଲୁ ଆମ୍ଭ ସେବା
ପ୍ରସନ୍ନ ହୋଇଲୁ ଆମ୍ଭେ ବର ମାଗ ବାବା ।
ଶକ୍ରାଜିତ ବୋଲେ ମୋର ଆନେ କାର୍ଯ୍ୟନାହିଁ
ଏ ତୁମ୍ଭ ଶ୍ରୀଅଙ୍ଗେ ଲୀନ ହୋଇବି ଗୋସାଇଁ ।
ଏବେ ଯେ ଲାଗିଲା ମୋତେ ପିତୃହତ୍ୟା ଦୋଷ
ହରି ବୋଇଲେ କର୍ମେ ଯା ଭୁଞ୍ଜିବୁ ଅବଶ୍ୟ ।
କଲା କର୍ମ ହର ବେଦବରେ ପାର ନାହିଁ
ଅବଶ୍ୟ ଭୋଗ କରଇ ନରଦେହ ବହି ।
ଅସୁର ହୋଇ ଆମ୍ଭଙ୍କୁ କଲୁ ଯେଣୁ ସେବା
ଏ ଜନ୍ମେ ମୁକତ ହୋଇ ନ ପାରିବୁ ବାବା ।
ମିତ୍ରପଣେ ସେବା କରିବାରୁ ନିରନ୍ତରେ
ପାଇବୁ ନିର୍ବାଣ ମୁକ୍ତି ଶତେ ଜନ୍ମାନ୍ତରେ ।
ଜ୍ଞାନବନ୍ତ ହୋଇ ଯେବେ ଶତ୍ରୁ ପଣ କରି
ଏକା ଜନମେ ମୁକତି ପଥ ପାଇ ପାରି ।
ଶକ୍ରାଜିତ ବୋଲେ ତୁମ୍ଭେ ନିହନ୍ତା ବିହନ୍ତା
ତୁମ୍ଭର ଯେ ଇଚ୍ଛା ସିନା ମୋର କିସ କଥା ।
ଅନେକ ମାୟା ଜାଣୁ ତୁ ଅନାଦି ଅଚ୍ୟୁତ
କଲା କର୍ମ ଆନ କରିପାରୁ ଯେ ଲିଖିତ ।
ଦେବାଧିଦେବ ଉପରେ ତୁମ୍ଭେ ଦେବ ସ୍ୱାମୀ
ଉଦ୍ଧାରିବା ପିତୃଦ୍ରୋହ ଦୋଷୁ ଅନ୍ତର୍ଯ୍ୟାମୀ ।
ବିଷ୍ଣୁ ବୋଲନ୍ତି ତୋ ପିତା ଆମ୍ଭ ହସ୍ତେ ମଲା
ପୁଷ୍ପବିମାନ ଆରୋହି ବଇକୁଣ୍ଠେ ଗଲା ।
ରକ୍ଷ ଭକ୍ଷ ମଧୁ ଅରି ଦାନବ ଯେ ଥିଲେ
ଆମ୍ଭର ଶ୍ରୀହସ୍ତେ ମରି ସ୍ୱର୍ଗପୁରେ ଗଲେ ।
ଆବର ବଚନ ତୋତେ ସଂକ୍ଷେପି କହିବା
ଯୁଗେ ଯୁଗେ ତୋ ପିତାର କୀରତି ଥୋଇବା ।
ଚାରିବେଦ ଷଡ଼ଶାସ୍ତ୍ର ଅଷ୍ଟାଦଶ ସୀମା
ଦେବ ଦାନବ ମାନବ ଏ ତିନି ସୁଷମା ।
ଦୁନ୍ଦୁଭି ହାଡ଼କୁ ସର୍ବେ କରିବେ ପ୍ରଣାମ
ପ୍ରଣମଇଁ ଶକ୍ରାଜିତ କରକୁ ଯୋଡ଼ିଣ ।
ଶ୍ରୀହରି ବୋଇଲେ ଏଥେ ଥାଉ ଏହା ପଡ଼ି
ତ୍ରେତାଯୁଗେ ଅବତାର ହେବ ଦେହ ଛାଡ଼ି ।
ଦୁନ୍ଦୂଭି ମାୟାବୀ ବେନି ଅସୁର ହୋଇବେ
ମହାବଳବନ୍ତପଣେ କିଛି ନ ମାନିବେ ।
ସ୍ୱର୍ଗ ମଞ୍ଚ ପାତାଳେ ଏ ବୋଲାଇବେ ବୀର
ଏହାଙ୍କୁ ଦେଖି ଡରିବେ ସୁରାସୁର ନର ।
ବୀର ଲୋଡ଼ୁଥିବେ ଏହି ରଜନୀ ଦିବସ
ମହାବଳବନ୍ତ ବାଳିନାମେ କପିଈଶ ।
ତାହାର ହସ୍ତରେ ମୃତ୍ୟୁ ପାଇବେ ଏ ବେନି
ସେ ଦୁନ୍ଦୂଭି ହାଡ଼ ଏଥେଁ ପଡ଼ିଥିବ ପୁଣି ।
ସର୍ବାଙ୍ଗ ହାଡ଼ ପଞ୍ଜରା ନୋହିବ ଯେ କ୍ଷୀଣ
ଦୀର୍ଘ ପ୍ରତିରେ ହୋଇବ ଏ ସପତ ଯୁଣ ।
ମହା ଭୟଙ୍କର ହେବ ଦୁନ୍ଦୁଭି ପଞ୍ଜରା
ରାମରୂପେ ଜନମିବୁଁ ଆମ୍ଭେ ଏହି ଧରା ।
ବାଳିର ଭାଇ ସୁଗ୍ରୀବ ହୋଇବ ମଇତ୍ର
ବାଳିର ଭୟେ ସେ ଥିବ ଏହି ପରବତ ।
ବାଳି ମାରିବାକୁ ଆମ୍ଭେ ପ୍ରତିଜ୍ଞା କରିବୁ
ସୁଗ୍ରୀବ ପ୍ରତେ ନିମନ୍ତେ ଏ ଅସ୍ଥି ଫିଙ୍ଗିବୁ ।
ସହସ୍ର ଯୋଜନେ ଯାଇ ପଡ଼ିବ ସେ ଉଡ଼ି
ଏହାର ଦେହୁ ପାତକମାନ ଯିବ ଛାଡ଼ି ।
ଏହା ଦରଶନେ ପୁଣ୍ୟବନ୍ତ ହେବେ ପ୍ରାଣୀ
ତୀର୍ଥବାସୀଏ ଦର୍ଶନ କରୁଥିବେ ଜାଣି ।
ପରମପଦ ଯେ ଦେଲି ତୁମ୍ଭର ପିତାକୁ
ପ୍ରହ୍ଲାଦ ଯେହ୍ନେ କାରଣ କଲା ତା ତାତକୁ ।
ଆବର ବଚନ ମୋର ଶୁଣ ନିରାଧାର
ସହଜେ ଶତ୍ରୁ ପଣରେ ହେବୁ ତୁ ହୋ ପାର ।
ଦ୍ୱାପର ଆମ୍ଭେ ଜନ୍ମିବୁ ଦେବକୀ ଉଦରେ
ବଢ଼ିବୁଁ କଂସ ନାଶିବା ଅର୍ଥେ ନନ୍ଦଘରେ ।
ଅଷ୍ଟମଲ୍ଲ ସଙ୍ଗତେ ତୁ ହେବୁ ଅବତାର
ଶକଟା ଅସୁର ନାମ ହୋଇବ ତୋହର ।
ପିତୃହତ୍ୟା ଦୋଷେ ତୁହି ହେବୁ ମହାପାପୀ
ତେଣୁ ଅସୁରେ ଜନମି ହେବୁ କାମରୂପୀ ।
ଅଖ ଚକର ଆକୃତି ହୋଇବୁ ଶକଟା
ବିପରୀତ ଘଟସୂତ୍ର କରଇ ଯେ ସ୍ରଷ୍ଟା ।
ବାଳୁତ ଆଖାରେ ଥିବି ଦୋଳିପରେ ଶୋଇ
ସେ ବେଳେ କଟାଳ ମୋତେ କରିବୁ ତୁ ଯାଇ ।
ପରିଘାଇ ଆସିବାକୁ କଂସର ନିମନ୍ତେ
ଆମ୍ଭେ ଉପରେ ପଡ଼ନ୍ତେ ମାରିଦେବୁ ନାତେ ।
ସେହିରୂପେ ଶତ୍ରୁ ପଣେ ଯିବୁ ତୁହି ନାଶ
ଲଭିବୁ ଯେ ବଇକୁଣ୍ଠପୁର ସ୍ୱର୍ଗବାସ ।
ଏମନ୍ତ କହି ଅନ୍ତର ଅନାଦି କାରଣ
ଅଚ୍ୟୁତାନନ୍ଦ ସେ ପ୍ରଭୁ ଚରଣେ ଶରଣ ।
କଂସ ଛାମୁରେ ଦୂତର ଗୋପ ବୃତ୍ତାନ୍ତ ବର୍ଣ୍ଣନା
ଶୁକମୁନି ବୋଇଲେ ହୋ ଶୁଣ ଦଣ୍ଡଧାରୀ
ଶକଟା କଥା ଶୁଣିଲୁ ତୁ କି ହେତୁ କରି ।
ଏସନ ପ୍ରକାରେ ଥିଲେ ସେହି ଜନ୍ମ ହୋଇ
କୃଷ୍ଣ ହସ୍ତେ ବଧ ହୋଇ ବିଷ୍ଣୁ ଲୋକ ପାଇ ।
ଏଥୁ ଅନନ୍ତରେ ତହିଁ କେତେହେଁକ ବେଳେ
ନନ୍ଦର ମନ୍ଦିରେ ଯାଇ ମିଳିଲେ ସକଳେ ।
ଦେଖନ୍ତି ସୁସଞ୍ଚ ପୁର ପବିତ୍ର ବିଛଣା
ଗଜଦନ୍ତର ପଲ୍ୟଙ୍କ ଏକୁ ଏକ ଜିଣା ।
ଉପରେ ଝିଙ୍କ ଛାଏଣିଘର ଧଳାମୟ
ନିରତେ କି ଚନ୍ଦ୍ର ତହିଁ ହୋଇଛି ଉଦୟ ।
ଏକ ଏକ ବଖରାରେ ସୁନାର କଳଶ
ଫରହର ଝିନବାସ ଦିନକର ତ୍ରାସ ।
ଦେଖନ୍ତେ ଯେ ଏକମନ କରି ଯେ ଯାହାରେ
ଖଣ୍ଡ ଖଣ୍ଡ ହୋଇ ଘର ପଡ଼ିଅଛି ଦ୍ୱାରେ ।
ଦେଖିଲେ ପଡ଼ିଛି ଅଷ୍ଟରତ୍ନ ଏକଘରେ
କେ କହି ପାରିବ ଏହା ମାନବ ଶରୀରେ ।
କେଉଁ ଖମ୍ବମାନ ଠିଆ ଗୋଟି ଗୋଟି ହୋଇ
ବେନିଶତ ବଖରାର ପରେ ଚାଳ ନାହିଁ ।
ଦେଖିଣ ଚକିତ ହେଲେ ନନ୍ଦନାରୀ ପୁଣି
ନୟନେ ଦେଖିଲା ନାହିଁ କର୍ଣ୍ଣେ ନାହିଁ ଶୁଣି ।
କେଅବା କେମନ୍ତେନେଲା ଥୋଇଲା ବା କାହିଁ
କେଉଁ କତି ଗଲା କେହୁ ତାକୁ ଦେଖିନାହିଁ ।
ମୁହିଁ ତ ମୋଢ଼ୀ ରାଢ଼େଣୀ ଜ୍ଞାନଧ୍ୱଂସ ହେଲି
କେମନ୍ତେ ମୁଁ ଏକାକରି ପୁତ୍ର ଛାଡ଼ିଗଲି ।
ଏଡ଼େ ବଡ଼ କଷଣୁ ତ ଧାତା ପାରିକଲା
ଅପୁତ୍ରକ ଲୋକଙ୍କୁ ସେ ପୁତ୍ରଦାନ ଦେଲା ।
କେ ବୋଲନ୍ତି ଶୁଣନ୍ତେ ଏ କଥା ଅଗୋଚର
କେତେ ଲୋକ ଆସି ଭାଙ୍ଗିନେଲେ ଏଡ଼େଘର ।
କେତେ କୋଟି ସହସ୍ର ଯେ ଲୋକ ଆସିଥିଲେ
ଗୃହ ଭାଙ୍ଗି ନେଲେ ତାଙ୍କୁ କେହି ନ ଦେଖିଲେ ।
କେ ବୋଲଇ ପବନେ କି ଅବା ଗଲା ଉଡ଼ି
ଉଡ଼ିଗଲେ ଖଣ୍ଡେ ଅଧେ ଥାଆନ୍ତେ ତ ପଡ଼ି ।
ଏକୁଁ ଏକ କର୍ମରେ ଯେ ଚିତ୍ର କାଠମାନ
ଦଶ ପାଞ୍ଚ ଶତେ ହାତ ଲମ୍ୱ ଘରମାନ ।
କେମନ୍ତ ପ୍ରକାରେ ଏଥୁ ବାହିନେଲେ ଲୋକେ
ଆଶ୍ଚର୍ଯ୍ୟ ହୋଇ ଚାହାନ୍ତି ଚଉକତି ଥୋକେ ।
ବାଳ ଗୋପାଳ ଯେତେକ କୃଷ୍ଣ ପାଶେ ଥିଲେ
ସେମାନଙ୍କୁ ରାଇ ପୁଣ ଯଶୋଦା ବୋଇଲେ ।
କେମନ୍ତେ ଘର ଭାଙ୍ଗିଲା ଜାଣ କି ରେ ପୋଏ
ଚାଳ ସହିତେ ଏଠାରୁ ଘେନିଗଲା କିଏ ।
ଅନେକ ଧନ ରତନ ଚିତ୍ରମାନ ଥିଲା
ତୁମ୍ଭେ ଜାଣ କି ରେ ବାବୁ କେହୁ ଘେନିଗଲା ।
ପୋଏ ବୋଲନ୍ତି ମାଏ ଗୋ ନ ଦେଖିଲୁ ଆନ
ପାଦ ଦୁଇକୁ ସିଞ୍ଚାଡ଼ି କଲେ ତୋର ନାନ ।
ଭୟଙ୍କର ଶବ୍ଦଟାଏ କଲା କେ ଗରଜି
ଘରେ ଶଗଡ଼ ଗୋଟାଏ ପଡ଼ିଲାକ ଭାଞ୍ଜି ।
ତୋହର ବାଳକ ପାଦ ସିଞ୍ଚାଡ଼ିଲା ବେଗେ
ଘର ଆଦି ସେ ଶଗଡ଼ ଉଡ଼ିଗଲା ଦିଗେ ।
କାଠ ଛଣ କେଣେ ଗଲା ନ ଜାଣିଲୁ ତାହା
ଶବଡ଼ ଭାଙ୍ଗି ପଡ଼ିଛି ପ୍ରତ୍ୟକ୍ଷେ ଗୋ ଚାହାଁ ।
ଏତେକ ବୋଲି ଦେଖାଇଦେଲେ ପୋଏ ତହିଁ
ମୃତପିଣ୍ଡ ପଡ଼ିଅଛି ଖଣ୍ଡ ଖଣ୍ଡ ହୋଇ ।
ମହାପର୍ବତ ପରାୟ ଭୟଙ୍କର ମୂର୍ତ୍ତି
ନନ୍ଦ ବୋଇଲା ହେବ ଏ ଶକଟା ଦୁର୍ମତି ।
କଂସନୃପତିଠାରୁ ଏ ଅଟେ ବଳୀୟାର
ସ୍ୱର୍ଗ ମଞ୍ଚ ପାତାଳ ଏ ଜିଣି ତିନିପୁର ।
ଏଡ଼େ ବଳବନ୍ତ ଗଲା ଅନିମିତ୍ତେ ନାଶ
ଏହା କହି ନନ୍ଦ ମନେ ପାଇଲାକ ତ୍ରାସ ।
ଗଉଡ଼ ହାଉଡ଼ ଆମ୍ଭେ ବନଚର ଜାତି
ନିରନ୍ତର ମତୁଆଳ ନାହିଁ ସଦଗତି ।
ପାପ ପୁଣ୍ୟ ନ ଜାଣୁ ତ ପେଟୁ କାଢ଼ୁ ବତ୍ସା
ବତ୍ସାକୁ ଦୁଧ ନ ଦେଇ ଦୁହୁଁ ମନଇଚ୍ଛା ।
ଦାଣ୍ଡର ପସରାଇତି ବେଠିଆ ପରଜା
ଦୁଧ ମଣୋହି କରାଇ ଦେବ ବିପ୍ରରାଜା ।
ଗୋଧନ ଚରାଉ ଆମ୍ଭେ ଇଚ୍ଛାସୁଖେ ଥାଉ
ମାସ ପଡ଼ି ବିଡ଼ିଆଦି ରାଜା କର ଦେଉ ।
ଖଣ୍ଡ ପାଟଣା ଆମ୍ଭର ସବୁ ଦାନ ଚୋପ
ପୂତନା ମଲା ବେଲିଣ ରାଜାଙ୍କର କୋପ ।
ଏଥକୁ ଶକଟାସୁର କେମନ୍ତେ ଅଇଲା
ଆମ୍ଭର ତ ଦୋଷ ନାହିଁ କେଉଁମତେ ମଲା ।
ଦୁଃସହ ପ୍ରତିଜ୍ଞାବନ୍ତ ଅଟେ କଂସରାୟ
ଯାହା ନାମକୁ ଦେବତା କରୁଥାନ୍ତି ଭୟ ।
ରାଜାର ବଇରୀ ହୋଇ ବର୍ତ୍ତିବୁ କେମନ୍ତେ
ଛାଡ଼ିବୁ ଗୋପନଗର ଯେ ଯାହାର ମତେ ।
ଥୋକେ ବୋଲନ୍ତି ଆମ୍ଭର ଏଥେ କେଉଁଦୋଷ
ଶକଟା ଭଳି ବୀର ଆମ୍ଭ ଯୋଗୁଁ ନାଶ ।
ତାହା ମନ୍ଦକର୍ମଫଳେ ମଲା ସେ ଦୁର୍ମତି
ବିଧାତା ବିଚାରେ ଭଲ ମନ୍ଦ ନିତିପ୍ରତି ।
ଥୋକେ ବୋଲନ୍ତି କଂସକୁ ଆମ୍ଭର କି ଶଙ୍କା
ପୁତ୍ରେ ପ୍ରମାଦ ପଡ଼ିଲା ଆମ୍ଭ ପାପେ ଏକା ।
ଶକଟା ଅସୁର ମଲା ଆମ୍ଭର କି ହେଲା
ପୁଣିହିଁ ତୋଳି ପାରିବା ଘର ଗଲେ ଗଲା ।
ଧର୍ମ ସାହାପକ୍ଷୁଁ ପୁତ୍ରେ ପରାଣ ପାଇଲେ
ରିଷ୍ଟ ଶାନ୍ତି ଅର୍ଥେ ନନ୍ଦ ଗ୍ରହଶାନ୍ତି କଲେ ।
ଚଣ୍ଡୀ କବଚ ପଢ଼ିବା ଅର୍ଥେ ବିପ୍ର ବରି
ଶିବ ଶିରରେ ମଇଁଷି ଗୋ ଦୋହନ କରି ।
କରାଲେ ଗ୍ରହବିପ୍ର ଆଣି ଗ୍ରହ ଶାନ୍ତି
ସ୍ନାନକରି ଗ୍ରାମ ଦିଅଁ ଦେବତା ପୂଜନ୍ତି ।
ନିଶ୍ଚିନ୍ତେ ରହିଲେ ବେନିଭାଇ ନନ୍ଦଘରେ
ନଗ୍ର ନରନାରୀମାନେ ଗଲେ ଯେ ଯାହାରେ ।
ଏଥୁ ଅନନ୍ତରେ କଂସନୃପତିର ଆଗେ
ଗୋପର ଡଗର ଯାଇ ଜଣାଇଲା ବେଗେ ।
ଭୋ ଦେବ ଶୁଣିମା ସାବଧାନେ ନରନାହା
ଗୋପ ବାରତା ଏକ୍ଷଣି ଦେଖିଲୁଟି ଯାହା ।
ଶକଟାସୁର ଠାକୁରେ ଗୋପପୁର ଗଲେ
ରଣ ସଂଗ୍ରାମ ନ କରି ଅଦଭୂତେ ମଲେ ।
ବେନିଶତ ବଖରା ଯେ ନନ୍ଦଘର ତଳି
ଅଷ୍ଟରତ୍ନରେ ନିର୍ମାଣିଥିଲା ତହିଁ ଦୋଳି ।
ସେ ଦୋଳିରେ ଶୋଇଦେଇ ନନ୍ଦ ବେନିସୁତ
ନିତ୍ୟକର୍ମ ଆଚରେ ଯେ ଲାଗିଲେ ସମସ୍ତ ।
ଏମନ୍ତେ ଏକାନ୍ତ ବେଳ ଜାଣି ମହାବୀର
ଧରି ଯୁଗାନ୍ତ ମୂରତି ଅତି ଭୟଙ୍କର ।
ପାଷାଣ ଘର ଭିତରେ ଥିଲେ ଯେ ପହୁଡ଼ି
ବିଚାରିଲେ ୟାଙ୍କ ପରେ ଘର ପଡ଼ୁ ମାଡ଼ି ।
ଅଖଡ଼େ ନାଶଯାନ୍ତୁ ଏ କଂସ ଶତ୍ରୁ ଶଲ
ଏମନ୍ତ ମନେ ବିଚାରି ସେ କପଟୀ ମଲ୍ଲ ।
ଘର ଭାଙ୍ଗନ୍ତେ ପଡ଼ିବା ଜାଣି ସେ ବାଳୁତେ
ଦକ୍ଷିଣ ପାଦ ଛିଞ୍ଚାଡ଼ି ଦେଲେକ ତୁରିତେ ।
ଅନ୍ତରୀକ୍ଷେ ବେନିଶତ ବଖରା ଉଡ଼ିଲା
ପାଦ ବାଜିଣ ଶକଟ ଭାଙ୍ଗି ପଡ଼ି ମଲା ।
ବଡ଼ ଦୁଷ୍କର ଅଟେ ସେ ବାଳୁତଙ୍କ କଥା
ବାଳୁତ ନୁହନ୍ତି ସେହି ପ୍ରତ୍ୟକ୍ଷେ ଦେବତା ।
ଶକଟା ଅସୁର ସଙ୍ଗେ ଆମ୍ଭେ ଯାଇଥିଲୁ
ଖଣ୍ଡେଦୂରେ ଥାଇ ସବୁ ପ୍ରତ୍ୟକ୍ଷେ ଦେଖିଲୁ ॥
ଶୁଣି କଂସରାଜା ମନ ହୋଇ ଅସମ୍ଭାଳଆତ୍ମା ଉତ୍ସର୍ଗ ହୋଇଲା ବହି ଶ୍ରମଝାଳ ।ଉଚ୍ଚସ୍ୱରେ ରୋଦନ ସେ କରେ ଘନ ଘନବାଳୁତ ପ୍ରାୟ ରାଜାର ଚିତ୍ତ ଛନ୍ନ ଛନ୍ନ ।କେଶୀର ମୁଖକୁ ଚାହିଁ ଶୋକେ ବୋଲେବାଣୀଏତେକାଳେ ବିପରୀତ କଲା ଧାତା ଆଣି ।କାହିଁ ଗୋପନଗ୍ର କାହିଁ ମଥୁରା ନଗରୀଗଉଡ଼ ଟୋକାଟା ମୋର ହୋଇଲା ବଇରୀ ।ପୂର୍ବେ ଯେ ଗୋମତ ଋଷିମୋତେକୋପକଲେଗୋପ ମାଡ଼ିଲେ ଜୀବନ ଯିବତୋ ବୋଇଲେ ।ତେଣୁ ଗୋପନଗ୍ରକୁ ମୁଁ ନ ପାରିଲି ଯାଇଆପଣା କାର୍ଯ୍ୟେ ତତ୍ପର ଆପେ ସିନା ହୋଇ ।ଅଖଡ଼େ ମୋ ପ୍ରାଣସଖା ହେଉଛନ୍ତି କ୍ଷତିଚେର ଛିଣ୍ଡିଲେ କି ନାହିଁ ତରୁବର ବର୍ତ୍ତି ।ପ୍ରୋହିଣୀ ତୃଣା ଶକଟା ଏ ବଳିଷ୍ଠ ତିନିଅବହେଳେ ପାରନ୍ତି ତ ଜିଣି ଏ ମେଦିନୀ ।ଅଖଡ଼େ ମୋ ଏଡ଼େ ବୀରମାନେ ନାଶଗଲେମଶାର ହସ୍ତରେ ହାତୀପଲ ପ୍ରାଣ ଦେଲେ ।ମୋହ ଅର୍ଜିଲା କର୍ମ ମୁଁ କାହାକୁ ଦେବଇଁକେଶୀ ବୋଲେ ତୁମ୍ଭେ ଏଡ଼େ ଜ୍ଞାନବନ୍ତ ହୋଇ ।ଅନିମିତ୍ତେ ଚିନ୍ତା ତୁମ୍ଭେ କର କାହିଁପାଇଁନନ୍ଦପୁଅ ଗଉଡ଼ ତ ବାଳୁତ ଅଟଇ ।ବଳବନ୍ତ ଯେ ରାଜାଧିରାଜ ଶିରୋମଣିସ୍ୱର୍ଗ ମଞ୍ଚ ପାତାଳକୁ ଏକା ପାର ଜିଣି ।ଆପେ ଜୀବନରେ ଥିଲେ ସବୁ ଜିଣିପାରିଆପଣା ବ୍ୟତ୍ରକେ କେହି ନୁହଇ କାହାରି ।ବଳବନ୍ତ ବୁଦ୍ଧମନ୍ତ ବିଦ୍ୟାବନ୍ତ ଥୋକେତାବଡ଼ା ତାବଡ଼ା ଏଥେ ଅଛନ୍ତି ତ ଲୋକେ ।ଏଥୁ କି ଉତ୍ତମ ସେହି ଗୋପାଳ ପରାଣୀଶ୍ରୀମନ୍ତ ପ୍ରାଣୀକୁ ଅଛି ପ୍ରମାଦ କି ପୁଣି ।ତୁମ୍ଭେ ମର୍ତ୍ତ୍ୟ ମଣ୍ଡଳରେ ରାଜା ସ୍ୱର୍ଗ କର୍ତ୍ତାମାତା ଯାର ଇନ୍ଦୁମତୀ ଉଗ୍ରସେନ ପିତା ।ଜାତି କୁଳ ମହତ୍ତ୍ୱରେ ସବୁ ଉଚ୍ଚଗୁଣଶଙ୍ଖ ପଦ୍ମନିଧି ଅଛି ଯାହା କରେ ପୁଣ ।ଚୌରାଶୀକୋଟି ଯାଦବ ପରେ ଅଗ୍ରଲେଖାଅଷ୍ଟେ ଅଷ୍ଟମଲ୍ଲ ଅଟୁ ତୁମ୍ଭର ଯେ ସଖା ।ଛାଡ଼ ଛାଡ଼ ଶୋଚନା ନ କର ଆନ କିଛିଆପେ ଜୀବିତରେ ଥିଲେ ସବୁ ଧର୍ମ ଅଛି ।ନ ବୁଝି ଚିନ୍ତା କରିବା ପ୍ରୟୋଜନ କିସଚିନ୍ତା କଲେ ବଳବୀର୍ଯ୍ୟ ଯାଇ ସର୍ବ ନାଶ ।କେଶୀ ବଚନେ ପ୍ରବୋଧ ହେଲା କଂସ ରାୟେମନର ବେଦନା ଚିନ୍ତା ଛାଡ଼ିଲା ଥୋକାଏ ।ବୋଇଲା ଅର୍ଜିଅଛି ତ ଧାତାର କି ଦୋଷତହିଁକି ନିସତ ହେଲେ ହେବ ପୁଣ କିସ ।ସମୟେ ବୀର ପଠାଇ ଶତ୍ରୁ କରି କ୍ଷୟଏମନ୍ତ ବୋଲି ରାଜନ ହୋଇଲା ବିସ୍ମୟ ।ବୋଲେ ଗୁପ୍ତେ ଚାରଗଣେ ଗୋପେ ବୁଲୁଥିବଦିନେ ଦିନେ ଗୋପନଗ୍ର ବାର୍ତ୍ତା ଆଣିଦେବ ।ଏତେ ବୋଲି ରାୟେ କଲା ଭିତରେ ବିଜୟେଯାଦବମାନେ ଯେ ଯାହା ପୁର ମଧ୍ୟ ରହେ ।କେଶୀ ଷଣ୍ଢା କୁବଳୟା ବକା ଯେ ଅରିଷ୍ଟଆସ୍ଥାନ ଭାଙ୍ଗି ଯେ ଯାହା ପୁରେ ଗଲେ ଦୁଷ୍ଟ ।ରହିଲେକ ନନ୍ଦଘରେ ପ୍ରଭୁ ଦେବରାୟେଭୁଞ୍ଜାନ୍ତି କ୍ଷୀର ଲବଣୀ ଯଶୋବନ୍ତୀ ମାଏ ।ଅନେକ ଧାତ୍ରୀ ପାରୁଶେ ଅଛନ୍ତି ଯେ ବେଢ଼ିନିରତେ ଅରିଷ୍ଟି ବୋଲି ନ ପାରନ୍ତି ଛାଡ଼ି ।ଦିନୁଦିନ ବର୍ଦ୍ଧମାନ ହେଲେ କଂସରିପୁଜଗତ୍ ବନ୍ଦନ ପୁରୁଷ ମନମଥ ବପୁ ।ଗୋପୀ ଗୋପାଳ ବାଳକ ଗୋପାଳ ସହିତେଅନୁବ୍ରତେ କୃଷ୍ଣ ଘେନି ଖେଳନ୍ତି ନିଶ୍ଚିନ୍ତେ ।ପୃଥିବୀର ଭାରାଭର ନିବାରିବା ପାଇଁଛଦ୍ରମେ ବାଳୁତ ରୂପ ତୈଲୋକ୍ୟ ଗୋସାଇଁ ।ସେ ବାଳମୁକୁନ୍ଦଙ୍କର ଅଭୟ ଚରଣଅଚ୍ୟୁତାନନ୍ଦ ଦାସ ଯେ ପଶିଲା ଶରଣ ।