ଚଉପଦୀ (ଲୌକିକ ଓ ସାମାଜିକ)
ବଳଦେବ ରଥ · ଭାଗ ୯ / ୩୧
ସମ୍ପୂର୍ଣ୍ଣ ସୂଚୀପତ୍ର
(୧୧୯)
ଫୁଲତୋଳା—ବୃତ୍ତେମଦନ ଅମଳେ ବାଇପରି କେ ଯୁବତୀ,ଆଚରଇ ପ୍ରଳାପରେ ସ୍ୱୟଂ ଦୂତୀ ରୀତି ।୧।କେଉଁ ପଥିକକୁ ପୁଚ୍ଛେ କି ହେ ପାଟଯୋଷୀ,ବୁଝ କି ଯୋଗ ଆଜ ମୋ ପତି ପରବାସୀ ।୨।କର ରମଣୀ ପାଣିରେ ଯାଇଅଛି ପଡ଼ି,ମିଳିବ ପରା ବୁଝିବା ଥରେ ଥାପ ଖଡ଼ି ।୩।ଚରମ ଅଚଳେ ପରବେଶ ହେଲେ ରବି,ଯୁବା କୋଳ ବାହାରେ ମୁଁ ନିକି ବରତିବି ।୪।ଆଗରେ ଟେକିଛି ପୟୋଧର ବରଷିବ,ଛାଡ଼ିଯିବ ଯେବେ ଏଥେ ରହିବ କି ଜୀବ ।୫।ଅନା ଅନା ନେତ୍ରାଞ୍ଚଳେ ପିଇଦେଲା ପରି,ଅଧର ମଧୁ ପି’ବାରେ ଧରି ପରନାରୀ ।୬।ଶୁଣିଣ କୁହାର ତୁଲ୍ୟ କଲା ପାନ୍ଥଯୁବା,କହେ ଅଷ୍ଟଦୁର୍ଗ ସ୍ୱର୍ଗ ନଗରେ ମଘବା ।୭।
(୧୨୦)
ରାଗ—ତୋଡ଼ି ପରିଜ—ଆଦିତାଳମଦନ ଗୁମାନ କେତେ ଦେଖାଉ ?ଅମାନବତୀ ତ, ହେଲାଣି ମୋ ମିତ,ନ ମାନଇଁ ତୋତେ ଆଉ । ଘୋଷା ।ଭୂରୁ ନୀଳସୂନ,---ଚାପରେ ଅଞ୍ଜନ,ମିଳିନ୍ଦମାଳା ସିଞ୍ଜନୀନେତ୍ରଅନ୍ତ ଅରବିନ୍ଦ ମୁଖ ତାରସାଜିଲା ନିଜେ ମୋ ଧନୀ ।୧।ରସା ବିଦୂଷାର, ମୁଖେ ମିଶି ସାର,ପ୍ରସାଦି ଇନ୍ଦିରା ପାଳିପରବ ଶର୍ବରୀ-ବର ଗରବମୂଳରୁ ଦେଲାଣି ଟାଳି ।୨।ଯଉବନ ତୋର ଛଡ଼ାଇନେବାକୁପଡ଼ିବାରୁ ଆଲୋଚନାପିକରବ ପରି ପ୍ରିୟସହଚରୀନିକର ବାଚ ରଚନା ।୩।ଗଉରଦେହା ସଉରଭ ସାରକଳା କୁନ୍ତଳ ତମାଳେକୁସୁମ ସମୟ ଗିର ସମୁଦୟପ୍ରବେଶ ହେଲାଣି ବଳେ ।୪।ସଖୀଏ ବିଶେଷ ବିରଚନ୍ତେ ବେଶଗେଲେ ବୋଲିବାର ଉହୁଁମତ୍ତ ଅଷ୍ଟପଦ ନିଚୟନିନାଦ ଶ୍ରବଣେ କି ଶୁଣି ନାହୁଁ ।୫।ବୋଳିଅଛୁ ସିନା ଚନ୍ଦନ ବାସନାବହିବା ମନ୍ଦ ସମୀରେକବିରବି ଭାଷେ ତୋ ସମରଶେଷେ ସହି ହେବ ବଶ ମୋରେ ।୬।
(୧୨୧)
ରାଗ—ଭୈରବୀ—ଆଡ଼ତାଳିମଦନ ମୁକୁରନିଭ ବଦନ ଭଲା ରେ । ଘୋଷା ।ମୋ ଧନର ହୀରାପରି, ପଦନଖର ମାଧୁରୀରଦନରେ କୁନ୍ଦଶୀରି ସଦନ କଲା ରେ ।୧।ଉଚ୍ଚ କମନୀୟ ଗିରି, ସୂଚକ ପୀବର ଭାରିକୁଚ କଳଶରୁ ହାରି ରୁଚକ ଗଲା ରେ ।୨।ଖ ଲୋକରେ ଆଉ କାହିଁ, ପଲକ ପଡ଼ିଲା ନାହିଁଭଲ କରି ଦେଲେ ଚାହିଁ ଝଲକ ଝୁଲାରେ ।୩।ହସାର ସାକ୍ଷୀ ପୀୟୂଷ, ଆଶାର ସାରସଦୃଶଭାଷା ରସାରମ୍ଭେ ହସ ନାସିକା ଫୁଲାରେ ।୪।ଅଷ୍ଟଦୁର୍ଗ ନାଥ ଭାଷେ, ଇଷ୍ଟଦେବଙ୍କ ସନ୍ତୋଷେଦୁଷ୍ଟତର ମୋହର ସେ କଷ୍ଟ ସରିଲା ରେ ।୫।
(୧୨୨)
ରାଗ—ବଙ୍ଗଳାଶ୍ରୀମଧୁର ସମୟ ହେଲା ବନେବନେ ବରଷିଲା ମଧୁରସପରବ ସମ୍ପୂର୍ଣ୍ଣ ସୋମବଦନାଏହେଲେ ସୋମ ପରବଶ ।୧।ଧାତୁକିନୀ ଫୁଲ ଦେଖି ନଗଲା କାହାର ଶୁଖି ଧାତୁକି କିନିଆଳୀକି ଚାହିଁ ଭଲେ କାମିନୀଏଦୂତୀ କଲେଣି ଆଳିକି ।୨।ମଦନରଣକୁ କ୍ଷିପ୍ର ସଜହୋଇହୋଇଲେ ପ୍ରମଦ ନରକରକରଦନା ରତବେଳେ ବୋଲେହେ ‘‘ଜୀବିତ କର କର’’ ।୩।ରସମୟ ସବୁ ସ୍ୱାନ୍ତ କରିଦେଲାତ ବସନ୍ତ ରସମୟକିଶଳୟଓଷ୍ଠୀ ଭାଷେ ରତିବନ୍ଧୁଥିଲେ ପାଶେ କିଶଳୟ ।୪।ପରଦାରେ କ୍ଷଣେ କ୍ଷଣେରସି ଛପନ୍ତି ତରୁଣେ ପରଦାରେଶରଧାରେ ନେତ୍ର ପ୍ରେମ କଲେମର୍ମ କାଟେ କାମ ଶର ଧାରେ ।୫।ବକୁଳ କୁଞ୍ଜରେ ରସବତୀକେ ଅନାଇ ପ୍ରସବ କୁଳକୁମୁକୁଳକୁ ଚାହି ଚିତ୍ତେ ଚୂତେପାଳିକି କେମନ୍ତେ ମୁକୁଳକୁ ।୬।ମରମ ବ୍ୟାଜେ କହେ ଆରେବିରହୀ ନିବହେ ମରମରଭର ମରନ୍ଦ ପରବ ବହିଛିପ୍ରବାସୀ ଯୁବ ଭରମର ।୭।ମରୁତର ବୋଲାଇ କେ ପଲ୍ଲବକମ୍ପନା ଲୋକେ ମରୁତରୁକରୁ ତରୁଣୀର ଭୂଷା ଗଳିପଡ଼େତରୁଣୀ-ପିକ ରୁତରୁ ।୮।ଜର ଜର ହୋଇ ରସେ କେବୋଲେ ଆଣିଲା ଚିତ୍ତ ତରତରସରସର କଳେବର ହେଲାରତି ଖେଦ ସ୍ୱେଦ ସରସର ।୯।ତାତପରି ଜଗଦେବ ଦେବଭବ ପରିଭବ ଜାତ ନୋହୁଁସାନୁଗ୍ରହ ହୁଅ ନିତି ଏ ଭୂପତିଜଗଦ୍ଦେବ ସୁଖୀହେଉ ।୧୦।
(୧୨୩)
ରାଗ—ଭୂପାଳ—ଏକତାଳିମନ ମୋହନ ମନ୍ତର ତୋର ଭଙ୍ଗୀଆରେ ପ୍ରାଣସଙ୍ଗୀ । ଘୋଷା ।କୃପାରେ ମାନସ ରଖାଇଲୁ,ଭୁଜେ ଭୂଜବନ୍ଧା ଶିଖାଇଲୁ,ଅଳପ ଅଳପ ବଞ୍ଚାଇଣବିମ୍ୱଅଧରରୁ ମଧୁ ଚଖାଇଲୁ ।୧।ବ୍ରହ୍ମଜ୍ଞାନୀ ଯୋଗୀ ଯୋଗଭୁଲା,ତିଳସୁମନସ ନାସାଫୁଲା,ପଦ ପଦକରେ ଯାଚି ଦେଉଥାଏଶକ୍ରପଦ ମଣିନଥ ଝୁଲା ।୨ ।ସନ୍ତାପ-ସରିତ ଶୁଖାଇଲୁ,କରେ ପୟୋଧର ରଖାଇଲୁହେମ ପଶାସାର ପଲ୍ଲବପାଲିରେପଚାଇବା ରୀତି ଶିଖାଇଲୁ ।୩।ଅଷ୍ଟଦୁର୍ଗପତି ଭାବେ ଭୋଳେ,ଚକ୍ରବର୍ତ୍ତୀ କଲୁ ଯୁବାକୁଳେ,ଦାନୀ ହୋଇ ଅଳ୍ପମାନୀ ହେଲୁକାନିପଣନ୍ତେ ପବନ ଯେତେବେଳେ ।୪।
(୧୨୪)
ମନ ମୋହନ ମନ୍ତର ତୋର ଭଙ୍ଗି ରେ, ଜୀବସଙ୍ଗୀ ।ଅବନୀ ବନିତା ପଦ କରେ,ପଦକରେ ଯେହୁ ବାଦ କରେ,ଧରି ସାର୍ଥ କରେ କରକି ମୋକରହସ ମିଶା ଭାଷା ପଦକରେ ।୧।ସନ୍ତାପ ସରିତ ଶୁଖାଇଲୁଭୁଜ ବନ୍ଧାବନ୍ଧି ଶିଖାଇଲୁଅଳପ ଅଳପ ବଂଚାଇ ବଂଚାଇବିମ୍ୱାଧରୁ ମଧୁ ଚଖାଇଲୁ ।୨।କୃପାରେ ମାନସ ରଖାଇଲୁକରେ ପୟୋଧର ଲଖାଇଲୁହେବ ପଚା ସାର ପଲ୍ଲବ ପାଲିରେପଚାଇବା ରୀତି ଦେଖାଇଲୁ ।୩।ବ୍ରହ୍ମଜ୍ଞାନ ଯୋଗ ଭଙ୍ଗି ଭୁଲାତିଳ ଫୁଳକିତ ନାସା ଫୁଲାଖର୍ବ ଖର୍ବ କରି ଜାଚି ଦେଉଥିଲାପଦ୍ମ ରାଗମଣି ନଥ ଝୁଲା ।୪।ଅଷ୍ଟଦୁର୍ଗ ପତି ଭାଷେ ମନେଚକ୍ରବର୍ତ୍ତି କଲୁ ଯୁବାଜନେମାନିନୀ ରେ ଦାନୀ ସାଜିଲୁ ଯା କାନିପଶନ୍ତ ସଂଚାଳ ପବମାନେ ।୫।(୧୨୪) ପଲ୍ଲବ ପାଲିରେ- ନବପତ୍ର ସମୂହରେ, ପଦ୍ମରାଗ ମଣି- ରକ୍ତବର୍ଣ୍ଣ ମଣି, ଦାନୀ- ପ୍ରୀତି ଦେବାରେ ଦାନୀ, ପବମାନେ- ପବନରେ ।
(୧୨୫)
ରାଗ—ପୂରବୀମନ ମୋହୁଚି ରେ ! ରସବତୀ ନବବାଳା,ଜନ ନେତ୍ର ମନ-ଖଞ୍ଜନପକ୍ଷୀର ଅଠାକାଠି ଯା’ର ଡୋଳା ।୦।ବିରାଜି ଆସୁଚି ଶ୍ରୀମୁଖମଣ୍ଡଳ ପୂର୍ଣ୍ଣଚନ୍ଦ୍ରମାକୁ ବଳି;ଖେଳାଇ ନୟନ ଚାହିଁଦେବାମାତ୍ରେ ଦମ୍ଭ-ଗିରି ଦିଏ ଟାଳି ।୧।ଟେକି ଆସୁଅଛି କେଡ଼େଆରମ୍ଭରେ କୁନ୍ଦନ ଫରୁଆ-ସ୍ତନ !!ହୃଦ-ତଡ଼ାଗରୁ ପଦ୍ମକଢ଼ି ପରି,କଲି ଏହି ଅନୁମାନ ।୨।ଅଳପ ଅଳପ ହସୁଥିଲା ବେଳେକି ଭାବ ମନରେ ଘେନିମୁନିଙ୍କ ତପସ୍ୟା ଶୂନ୍ୟ ହୋଇଯିବପଡ଼ିଗଲେ ନେତ୍ର ବେନି ।୩।ଚାଲିଯିବାବେଳେ ଝୁଲି ଧୀରେଧୀରେ ଭୁଲିଯାଉଚି ମାନସ;କେ ବଶ ନୋହିବ ବେଳେ ଦେଖି ?ତା’ର ପାଶେ ହୋଇଥିବ ଦାସ ।୪।ରତି ଦେବାକାଳେ ବଳାଇପୀରତି ତୁଚ୍ଛ ବଳାରାତି ପଦଜଳନ୍ତର ନାଥ ଭାଷେମନମଥ-ମଦ ନୋହିବ କି ଛେଦ ? ।୫।(୧୨୫) କୁନ୍ଦନ ଫରୁଆ- ସୁନା ଫରୁଆ, ତଡ଼ାଗ- ବଡ଼ ପୋଖରୀ, ବଳାରାତି ପଦ- ଇନ୍ଦ୍ରପଦ, ଛେଦ- ଖଣ୍ଡ ଖଣ୍ଡ
(୧୨୬)
ମରୁଆ ଗୋ, ଏ ବୟସେ ସହିବ କେ ?ସେ ‘ସଧ’ ଲେଶେ ଗୋ ! ।୦।ପ୍ରିୟ ଚୁମ୍ୱନ ମୁଁ ଭରଜି ନାହିଁ ଜନମୁଁ;ଲାଗିବାକୁ ଲାଜ, ସେ କି ବଣିଜ ? ।୧।ପରିରମ୍ଭ କଥା ଶୁଣିଲେ ମୋ’ ଅଙ୍ଗ ବ୍ୟଥା;ତେଡ଼େ କଲବଲ ନୋହିଲେ ଭଲ ! ।୨।ଡରୁଚି ମୁଁ ଶୁଣି, କରଜ ଲୋଚାକେ ପୁଣିବିଦାରନ୍ତି ଆଗ, ଏ କି ସୁଆଗ ? ।୩।ନୋହିଲେ ନୋହିବ ନବ ସଙ୍ଗ ଅନୁଭବ,ରହିବି ମୁଁ ଲୁଚି, ଏବେ ଯାଉଚି ।୪।ଭଣେ ଛୋଟରାୟ, ‘ସଖୀ’ ଦେଖି ବାଳା ଭୟବୋଧି ବୁଦ୍ଧି କହେ ‘‘ଉଚିତ ନୁହେଁ’’ ।୫।
(୧୨୬) ସଧ- ଦୁଷ୍ଟାମି ବା ଉତ୍ପାତ, ଲେଶେ- ଟିକିଏ ହେଲେ, ଭରଜି ନାହିଁ ଜନମୁ- ଜନ୍ମରୁ ଅଭ୍ୟସ୍ତ ନୁହେଁ, ବଣିଜ- ଆଚାର ବ୍ୟବହାର, ପରିରମ୍ଭ- ଆଲିଙ୍ଗନ, କରଜ ଲୋଚାକେ- ନଖଗୁଡ଼କରେ, ବୋଧି- ପ୍ରବୋଧନା ଦେଇ, ବୁଦ୍ଧି କହେ- ବୁଦ୍ଧି ବା ବାଟ ବଟାଇ ଦିଏ ।
(୧୨୭)
ରାଗ—କାମୋଦିମଲି ମଲି ମୋ ଘର ବୁଡ଼ିଲା ରେ !ବନ୍ଧୁ-କର୍ଣ୍ଣେ କି କାହୁଁ ପଡ଼ିଲା ରେ ? ।୦।ଅପୂରବ ଚୁମ୍ୱନ ଦେଲି ମଜ୍ଜାଇ ମନ,ଇନ୍ଦୁ ବଦନ ‘ଧନ’ ମୋଡ଼ିଲା ରେ ! ।୧।ମୋ’ ପରେ ତା’ କୁରଙ୍ଗ-ଦୃଷ୍ଟି କୃପା ତରଙ୍ଗଅମିୟ ରସକୁ ନ ଇଡ଼ିଲା ରେ ! ।୨।କଲେ ମୁଁ ପରିରମ୍ଭ ପୂରୁବ ପରି କୁମ୍ଭ-ଉରୋଜଲଗାଇ ନ ଭିଡ଼ିଲା ରେ ! ।୩।ଅଷ୍ଟଦୁର୍ଗର ନାହା କହେ ‘‘ଏ ରସେ ଯାହାବାନ୍ଧବୀ ମୋ ଭାବ ଲୋଡ଼ିଲା ରେ !’’ ।୪।
(୧୨୭) ଟୀକା- କି କାହୁଁ- କୁଆଡ଼ୁ କିଛି ଭୁଲ୍ କଥା, ଇନ୍ଦୁବଦନ- ଚନ୍ଦ୍ରମୁଖୀ, କୁରଙ୍ଗ ଦୃଷ୍ଟି କୃପା ତରଙ୍ଗ- ମୃଗ ନୟନାର କରୁଣ ରୂପକ ଢେଉ, ଇଡ଼ିଲା- ଢାଳିଲା, ପରିରମ୍ଭ- ଆଲିଙ୍ଗନ, ନାହା- ରାଜା ।
(୧୨୮)
ରାଜ—ବେଲାବଳିମସାର କେଶା, ସୁବେଶା, ମଶାର କେଶା ରେ !କୁନ୍ଦ ଦଶନୀ ସିନା ଭୂସାର ଭୂଷାରେ;ତୋ’ ସ୍ନେହ ମୋ’ ଦୁଃଖ ରାଶି ‘ତୁଷାର’ ‘ପୂଷା’ ରେ ।୦।ପଞ୍ଚ ବିଶିଖ ସୁଖ ପୂରିତ ଗାତ୍ରା,ଚଞ୍ଚଳ ଶଫରୀ ସହୋଦର ନେତ୍ରା,ବଞ୍ଚନ ପଟୁତର ବଚନ ବିଚିତ୍ରା ! ।୧।ହାଲକୁ ଏ ଭୁବନେ ନ ଥିବ ତ ଗାରେ;ଲାଇ ଅଧର ରୁଚି ନାହିଁ ଜବାରେ;ଢାଲ ପରି ମଦନ-ଶରକୁ ନିବାରେ ।୨।ଯା’ ସରସିଜମୁଖୀ ପାଶକୁ ଆସେ,ଭାଷଇ ମୃଦୁ ମୃଦୁ ସୁନ୍ଦର ହାସେ;ନାଶଇ ଶଶି-ମଦ ବଦନ ବିଳାସେ ।୩।ସାରସ ସଦୃଶ ମୁଖେ ଯଦି ଚୁମ୍ୱେବାରଣଗତି ପୂରି ଫୁଲ୍ଲ କଦମ୍ୱେ,ହାର ପରି ମୋ’ର ହା! ହୃଦୟରେ ଲମ୍ୱେ ।୪।ଯନ୍ତ୍ରରେ ରଟି କହେ କିଙ୍କିଣୀ ବାଜା—‘‘ସନ୍ତତ ରସ ହେ ଜଳନ୍ତର ରାଜା !ମନ୍ତର ପରି ଚିନ୍ତି କରିଚିଟି ତାଜା’’ ।୫।
(୧୨୯)
ମହୀଚମ୍ପାଗଭା ଧନ୍ୟ ଧନ୍ୟ ଶୋଭାନିଧି ରେତୁହି କି ମୋ ସଙ୍ଖାଳି,ଗୋରୀ ପରମାଣୁମଧ୍ୟା ସିନା ଜାଣୁପ୍ରୀତି ପଦାର୍ଥକୁ ପରିପାଳି ।ପଦ ।ନାକ ନାଗ ନରଲୋକେ ଅଳଙ୍କାର,ହୋଇଛନ୍ତି ଯେତେ ଲଳନାପ୍ରବର;ମଣୁଛି ମୋ ମନ ସେମାନେଟି ଧନ,ତୋ ଚରଣତଳେ ନିଉଁଛାଳି ।୧।ହଟି ମୋ କୋଳକୁ ଆସିବାବେଳକୁନିନ୍ଦି ଚନ୍ଦ୍ର ମିଶା ଚନ୍ଦନବୋଳକୁ,ଘସି ଘସି ସ୍ତନ ହସି ହସି ତନୁଲତାକୁମୋ ଅଙ୍କେ ଦେଉ ଢାଳି ।୨।ଅଚେଷ୍ଟ ନିଦକୁ ଶରୀରଭେଦକୁଇତର ଦମ୍ପତି ନିଷ୍ଠୁର ହୃଦକୁ,ନିମିଷ ଦିବସ ନିଷେଧ ପ୍ରବାସବିଧିକି ଦିଆଉଥାଉ ଗାଳି ।୩।ମୁଁ ତୋ ଚରଣର କହୁ ଭୂଷାବରବରନା କହି ତୁ ବୋଲୁ ଏହି ଗିର,କୁଚେ କର ତାଡ଼ି ରସନାକାମୋଡ଼ି ଦେଖାଉ କଣ୍ଠ ରତନମାଳି ।୪।ସତ୍ୟ କହେ ଶିରୀ ଜଗଦ୍ଦେବହରିଚନ୍ଦନ ମହେନ୍ଦ୍ର ନବ କିଶୋରୀ ରେ,ତୋ ପ୍ରଣୟ ହୃଦେ ଘେନି ମହାମୋଦେଦୁଃଖ ମୁଖେ ମୁଁ ଲଗାଇ କାଳି ।୫।
(୧୩୦)
ରାଗ—ସୁରଟ, ତାଳ—ଝୁଲାମହୀମଣ୍ଡନା ତୁ ନ ମାର ମାର ରେ ।ପଦ ।ଘେନ ତୋ ଅବଧାନେ, ରସିଲି ମୁଁ କି ଆନେ,ତୁ ଥାଉଁ ଥାଉଁ ଏ ସଂସାରସାର ରେ ।୧।ବରଜି ମଣିପୁଞ୍ଜ, ଅରଜିବାକୁ ଗୁଞ୍ଜ,ଶିରୀଷଅଙ୍ଗୀ, ଅଙ୍ଗୀକାର କାର ରେ ।୨।କିସ ମାନସେ ଭାଳି, କରଜ କଳି ଚାଳିଭରତି କଲୁଣି ଅଗାର ଗାର ରେ ।୩।କେଳି ଚଞ୍ଚଳତର ନେତ୍ର ଖଞ୍ଜକୁ ନୀର,ବହେ କାହିଁକି ଆହା ଧାର ଧାର ରେ ।୪।ଆରେ ରତିପ୍ରତିମା, ଆଚର ଏବେ କ୍ଷମା,ବହିବି ତୋ ହୁକୁମ ଭାର ଭାର ରେ ।୫।ମୋ ଧନ ହୁଅ ରାଜି, ମଦନବାଣ ବାଜି,ହେଲାଣି ମୋ ହୃଦୟ ଆରପାର ରେ ।୬।ମୋ ସପତଟି ମଥା ଟେକି ଭାଷ ତୁ କଥା,କହେ ଶ୍ରୀ ଜଗଦ୍ଦେବ ବାରବାର ରେ ।୭।(୧୩୦)ଟୀକା- ଗୁଞ୍ଜ- କାଇଞ୍ଚ, କାର- କାହାର, କରଜ- ନଖ, ଅଗାର- ଗୃହ, ଆରପାର- ଅସ୍ତବ୍ୟସ୍ତ, ସପତ- ରାଣ, ଶପଥ ।
(୧୩୧)
ରାଗ—ରେଗୁପ୍ତ—ଏକତାଳିମହୀମଣ୍ଡଳେ ମୋ ବନ୍ଧୁ ଜଣେ ରେ । ଘୋଷା ।ତା ମୃଦୁ ପଦପଲ୍ଲବ ଶୋଭା ବିଭବରୁ ଲବନାହିଁ ନାହିଁ କାହିଁ ରାମାଗଣେ ରେ ।୧।ହରମଧ୍ୟା ଦ୍ୟୁତିକି କରୀରାଜ ଗତିକିସରି ନିକି ରମ୍ଭାପରି ପଣେ ରେ ।୨।ବିଷ ସୁଧା ଶାୟକ ଶକ୍ର ସମ୍ପତ୍ତିଯାକସମ୍ପାଦି ରଖିଛି ନେତ୍ରକୋଣେ ରେ ।୩।ପ୍ରଣୟ ସୁରବଲ୍ଲୀ ପ୍ରାଣୁ ଅଧିକ ବୋଲିପ୍ରୀତି ରୀତିକି ସେ ଏକା ଜାଣେ ରେ ।୪।ଯେ’ଟି କୋଟି କଳପ ଆଚରିଥିବ ତପଲାଗିବ ତା’ ସବାରୀ ଗହଣେ ରେ ।୫।ବେଳେ ତା’ ଓଷ୍ଠବିମ୍ୱ- ଫଳେ ଯେ ଦେବ ଚୁମ୍ୱଧନ୍ୟ ଧନ୍ୟ ତା’ ଜୀବନ ଜଣେ ରେ ।୬।ବାଳା ସୁଗୁଣ ଛବି ରସିକାପଣ ଭାବିଅଷ୍ଟଦୁର୍ଗ-ପୁରନ୍ଦର ଭଣେ ରେ ।୭।
(୧୩୨)
ରାଗ—ତୋଡ଼ି ଜଙ୍ଗଲା—ଏକତାଳିମାନିନୀବର ମାନ ମନୁଁ ହର ରେ । ଘୋଷା ।ମୃଗମଦ ଲୀଳା ଭୃଙ୍ଗୀ ନୋହିଛି ଅଧର ସଙ୍ଗୀନାହିଁ ମୀନନେତ୍ରୀ ପୀନପୟୋଧରେ ହାର ରେ ।୧।ଆରେ କାମ ରସସିନ୍ଧୁ ହେବାକୁ ଭାବିଛି ବନ୍ଧୁତୋ ଅଧର ବନ୍ଧୁଜୀବ ଜୀବ ମଧୁକର ରେ ।୨।ଶରଦ ଚନ୍ଦ୍ରମାମୁଖୀ ଆଲିଙ୍ଗନେ କର ସୁଖୀଏ ସମୟେ ଅଭିନବ-ରତ ମନୋହର ରେ ।୩।କିପାଁ ରେ ରମଣୀବର, ତୋ ନୟନ ଇନ୍ଦିବରସରଜୁଛି ଏବେ ନିରତରେ ନୀରଧାର ରେ ।୪।ତୋ ବିହୁନେ ଆନେ ମନ କରିପାରେଁ କିରେ ଧନ !ଅଷ୍ଟଦୁର୍ଗ ବସୁମତୀ ସ୍ୱର୍ଗ ପୁରନ୍ଦର ରେ ।୫।
(୧୩୩)
ରାଗ—ଆନନ୍ଦ ଭୈରବୀ—ଆଡ଼ତାଳିମାନସରୁ ଗୁମାନ ବରଜ ରେ ବନ୍ଧୁଆ !ଦାସର ଅଭିଳାଷ ଉର ବିକାଶ ସରଜ ରେ । ଘୋଷା ।ତୋ ରସ ପରିଚୟ ସୁଭାଗ୍ୟ-ଭୋଗକୁ ହୋଇବାକୁ ଯୋଗ୍ୟସେବିଛି ହରିଶଙ୍କରମୁଖୀ ମୁଁ ଶଙ୍କରଙ୍କ ପଦ-ପଙ୍କଜ ।୧।କା’ର ଗିରକୁ ସାର କରିଛୁ ରେ ବନ୍ଧୁଆ,ମାର ମଦ ବିକାରର ଉପକାର କରୁଛ ରେବାସବ-ମଣି ସଦୃଶ, କେଶ-ପାଶିନୀପରିହରି ସୁବେଶ ଦାସ ଜନେ ନିରାଶ କରୁଛୁ,ଏ କି ରେ କିଶୋରୀ ରତନ ।୨।ଆରତି ବର-ବାରଣ ଗତି ରେ ବନ୍ଧୁଆ,ତାରଣ ଗୁଣ ବାରଣ କର ରସବତୀ ରେଆନ ଅଛିଟି ରଦନ ଚେଳ,ପାନ ବିତର ଭରସି ଖେଳଆଚରି ପରିହାର ବିଭବ ମୁଞ୍ଚ ଚଞ୍ଚଳାଞ୍ଚଳ ଦୃଶୀ ।୩।ହାସ ଜନିତ ଭାଷ ସମୁଦାୟ ବନ୍ଧୁଆ,କେବଳ ଜଗଦ୍ଦେବ ବିନୟ ସେବି ହୃଦୟରେମନ୍ଦ ବିକଚ ରୁଚିର କୁନ୍ଦବୃନ୍ଦ ବରଷିଲା ପସନ୍ଦଚନ୍ଦନଶଶୀବାସିତ ତନୁ ସାର ଦାର ଆର ମୂରତି ।୪।
(୧୩୪)
ତାଳ—ଆଠତାଳିମାନ ସୁମନା, କରି ଦେ ମାନସୁ ମନା ରେ । ଘୋଷା ।ଗିରିସମ ଜାଇରେ ରାମା, ଗିରିସମ ଜାଇ;ଦେଇ ମୁଁ ପାଇଛି ତୋତେ ଗିରୀଶ ମଜ୍ଜାଇ ।୧।ନାଗରାଜଗତେ ରେ ରାମା, ନାଗରାଜଗତେ;ମୁଁ ତୋର ବୋଲି ବାଜୁଛି ନାଗରା ଜଗତେ ।୨।ତୋର ପରିକର ରେ ରାମା, ତୋର ପରିକର;ଆଜି ସିନା ରତେ ମୋତେ ତୋର ପରି କର ।୩।ଫୁଟିଲେ ନିଆଳି ରେ ରାମା, ଫୁଟିଲେ ନିଆଳି;ଜଳପି ଜଳପି ତୋତେ ଫୁଟିଲେନି ଆଳି ରେ ।୪।ରମ୍ଭାଊରୁ ବସି ରେ ରାମା ରମ୍ଭା ଉରୁବସି;ଅଙ୍କେ ଥିଲେ ନ ଗଣେ ମୁଁ ରମ୍ଭା ଉରୁବଶୀ ରେ ।୫।ନବ ସୁରସା ରେ ରାମା, ନବସୁରସା ରେ;ତୁ ପରା ମୋ ଅଙ୍କ ବିନା ନ ବସୁ ରସା ରେ ।୬।ହରିଚନ୍ଦନକୁ ରେ ରାମା, ହରିଚନ୍ଦନକୁ;ଘେନ ଯଥା ବସନ୍ତରେ ହରିଚନ୍ଦନକୁ ।୭।
(୧୩୪) ହେ ସୁମନା- ମାନସରୁ ଅର୍ଥାତ୍ ମନରୁ ମାନକୁ ମନା କରି ଦେ, ଅର୍ଥାତ୍ ମନରେ ମାନ ରଖନା । ଗିରିସମ ଜାଇ- ପର୍ବତ ସମାନ ଜାଇଫୁଲ, ଗିରୀଶ ମଜ୍ଜାଇ- ମହାଦେବଙ୍କୁ ସନ୍ତୁଷ୍ଟ କରି, ନାଗରାଜଗତେ- ଶ୍ରେଷ୍ଠ ହାତୀ ପରି ଗତି ଯାହାର, ନାଗରା- ବାଦ୍ୟବିଶେଷ, ଜଗତେ- ସଂସାରରେ, ତୋର ପରିକର- ତୋ ଚାକର,ନିଆଳି- ଫୁଲ ବିଶେଷ, ଫୁଟିଲେନି- ବିକଶିତ ହେଲେଣି ଓ ଥକିଗଲେଣି, ଆଳି- ସଖୀ, ଜଳପିଜଳପି- କହି କହି, ରମ୍ବାଊରୁ- ରମ୍ଭୋରୁ, କଦଳୀ ଗଛ ପରି ଊରୁ ଯାହାର, ରମ୍ଭାଉର୍ବଶୀ- ସ୍ୱର୍ଗବେଶ୍ୟା, ନବସୁରସା-ନୂଆରସିକା, ରସା- ପୃଥିବୀ, ହରିଚନ୍ଦନ- ଆଠଗଡ଼ର ରାଜା ଓ ଉତ୍କୃଷ୍ଟ ଚନ୍ଦନ ।