(୧) — ଚଉପଦୀ (ଲୌକିକ ଓ ସାମାଜିକ) — ବଳଦେବ ରଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
(୧)
ରାଗ—ଭୈରବୀ, ଆଦିତାଳଅଛି ଏତେ ମନୋରଥ କରି ରେ, ସହଚରୀ ।ପଦ ।ତମାଳ ମହେନ୍ଦ୍ରମଣି ଅପଘନ,ପରିରମ୍ଭକୁ କି ଅଟେ ମୁଁ ଭାଜନ,କେବଳ ଡାକିବ ଥରେ ସେ ମୋହନ,ମୁରଲୀ ମୋ ନାମ ଧରି ।୧।ଯାଉ ଯାଉ ବାଟେ ଭେଟିଲକେ ରାଧା,ତାଙ୍କୁ ଦେଖି କୃଷ୍ଣ ହୋଇଲକେ ଶ୍ରଦ୍ଧା,ଯମୁନାର ତଟେ, ବୃନ୍ଦାବନ ଘାଟେ,ଡାକିକରି ମନେ ତୋରି ରେ ।୨।ଶ୍ୟାମ-ସଙ୍ଗ ରଙ୍ଗଭାବ ରସକେଳି,ଲଭିବାକୁ ମୁଁ କି ଛାର ଏତେ ଭଳି,ଏତେ ଭଳି ଦେଖିଥିବି ଥରେ ନୀପପୁଞ୍ଜକେଳି ବିଜୟ ଶୋଭା ମାଧୁରୀ ।୩।ଜଣାଉଛି ଜଗଦ୍ଦେବଙ୍କ ଛାମୁରେ,ଚାରୁ ଭୂରୁରଙ୍ଗୀ ବିଳାସ ମଦରେ,—ଅଳପ ମୋଠାରେ ପକାଇଦେବାରେ କରୁଣାକଟାକ୍ଷ ହରି ।୪।
(୨)
ଅତସି-ଗୋରା, ଆଉ ନ ଚାହାଁରେ ।ନିରତେ ଜଗି ଯମୁନା-ରାହା ରେ ।୦।ମରମକୁ ଜାଣି, ଦେ’ ପଛେ ହାଣି,ଶ୍ୟାମ ଦାରୁଣ ବଡ଼ ତୋ’ ଚାହାଣି ରେ ! ।୧।ବ୍ରଜ ବିଟ ରାଜା ତୋ’ ବେଣୁ ବାଜାପ୍ରାଣ ଘେନୁଚି, ବେଗେ ଏଥୁ ଯା ଯା ରେ ! ।୨।ହେଲେ ହେଁ ଗୁଆଳୀ, ମୁଁ କୁଳପାଳୀନେଲେ ନେବୁ ପଛେ ଧନ ସଂଖାଳୀ ରେ ! ।୩।ଦେଉଛି ଯେ ନାରୀ ଆବୁର ସାରିକାଲିକି ହେବଟି ବ୍ରଜେ ଗୁହାରି ରେ ! ।୪।ବିରହ ବିଳାସେ କୁଞ୍ଜ ନିବାସେଶ୍ରୀ ଛୋଟରାୟ ଦେବ ରସେ ଭାଷେ ରେ ! ।୫।(୨) ଅତସୀଗୋରା- ପେଶୀ ଗଛର ବର୍ଣ୍ଣଧରୀ, ବିଟ- କାମୁକ, କୁଳପାଳୀ-ପବିତ୍ରତା, ଆବୁର(ଆବ୍ରୁ)- ଇଜ୍ଜତ୍, ସାରି- ଶେଷ କରି ।
(୩)
ରାଗ—କାଫି, ଏକତାଳିଅନା ଅନା ଥରେ ଥରେ ରସି ରସିକାରେ ।ପଦ ।ଇନ୍ଦିରାକୁ ନିନ୍ଦି ଇନ୍ଦୀବର ବନିକାରେ,ବନ୍ଦଇ ମୁଁ ନୀଳଜଳ ଜନମ ଧିକ୍କାରେ ।୧।ମୀନମାନେ ଜାଲେ ମରି ସରନ୍ତୁ ବିକାରେ,ସଞ୍ଚରୁ ତୋ ନେତ୍ର ଚିତ୍ରକେଳି ଶିବିକାରେ ।୨।ଭ୍ରମରମଣ୍ଡଳୀ ସରୁ ଝଙ୍କାର ଡକାରେ,ଷଡ଼ାଶୁଗ ପଦଛତି ସ୍ମରକୁ ଟେକାରେ ।୩।ଆସ ମୁଁ ମଣ୍ଡିବି ଗଣ୍ଡ ସୁମ କରକାରେ,ସ୍ତନ କନକ କଳଶ ମୂଳ କରକା ରେ ।୪।ହରିଗିରେ ହରିଣାକ୍ଷୀ ଲାଜେ ଧାତିକାରେ,ଛପିଗଲେ ଜଗଦ୍ଦେବ ଚିତ୍ତ ଲତିକାରେ ।୫।
(୪)
ରାଗ—ମୁଖାରୀ, ତାଳ—ଆଠତାଳ
ଅନା ଅନା ରେ ମୋତେ,
ବସୁଧାକୁ ଅନାଅ ନା ରେ ।
କେଉଁ ଖଳ ଜନ କହିଛି କି
ମନମୋହନା କିଛି ମୋହ ନାଁ ରେ ।ପଦ ।
ଖଳଭାଷିତକୁ, ସରସ ଚିତ୍ତକୁ,
ଆଣିବୁ ନାହିଁ ନବୀନା ରେ;
ଘେନ ତ କ୍ଷିତିରେ କେ ରସେ
ରୀତିରେ ସୁନ୍ଦର କୁନ୍ଦନ ବିନା ରେ ।୧।
ମୋ ଅଙ୍କ ପର୍ଯ୍ୟଙ୍କ ଛାଡ଼ି
ହରିଣାଙ୍କ-ବଦନା ତଳେ ବସ ନା ରେ;
ଇନ୍ଦୁକରକାନ୍ତି ପଟଳୀ ନିନ୍ଦକ
କୁନ୍ଦକଳିକାଦଶନା ରେ ।୨।
ଆଳିଏ ଥିବାରେ ଚାଳିଦେଲି ଯାହା
ଯାହା ଦଶନାମ୍ୱରେ ରସନାରେ,
କ୍ଷିତିକି କରଜେ ମୋ ବନ୍ଧୁ ଚିରୁ
ଯେ ଏତିକି ମୋ ଦୋଷ ସିନା ରେ ।୩।
ପରଖି ଦେବାର ଦୋଷୀକି ସୁନ୍ଦର
ନ ରଖି ମନେ କୁହନା ରେ,
ଅସ୍ତ କରି ବୃଥା ସଉଭାଗ୍ୟ କଥା
ମସ୍ତକ ପୋତି ରହନା ରେ ।୪।
ଆଦର ଚାଦରପରି ପରିଜନେ
ଆଦର ଊଣା କର ନା ରେ;
କମ୍ପ କଉତୁକ ଝଲକାମଣ୍ଡନା
ଚମ୍ପକ ବରବରନା ରେ ।୫।
ହରି ଚାଟୁ ଘେନି ହେଲେ
ଅମାନିନୀ ପରିଣତଚନ୍ଦ୍ରାନନା ରେ
ଅଷ୍ଟଦୁର୍ଗଲେଖାଧିପ ହେଲେ
ଲେଖା ତୁଷ୍ଟ ପ୍ରମୁଦିତମନା ରେ ।୬।
(୪) ଟୀକା- ବସୁଧାକୁ ଅନାଅ ନା ରେ- ପୃଥିବୀକୁ ଚାହାଁ ନା, ଘେନ ତ କ୍ଷିତି... ବିନାରେ- ସୁନ୍ଦର ସୁବର୍ଣ୍ଣ ଛଡ଼ା ଏ ପୃଥିବୀରେ କିଏ ରିତିରେ ଅର୍ଥାତ୍ ପିତ୍ତଳରେ ରସ୍ପାରେ କି ? ଇନ୍ଦୁକର...ଦଶନାରେ-ଚନ୍ଦ୍ର କିରଣ ଅପେକ୍ଷା ମନୋହର ଓ କୁନ୍ଦଫୁଲର କଢ଼ି ପରି ଦଶନ ଯାହାର,ହରିଣାଙ୍କ ବଦନା-ଚନ୍ଦ୍ରମୁଖୀ,କରଜ –ନଖ,କୁହନା-କୋପ,କମ୍ପକୌତୁକଝଲକମଣ୍ଡନା-ମନୋହର ସଚଳ କର୍ଣ୍ଣଭୂଷଣ ଭୂଷଣ ଯାହାର,ପରିଣତଚନ୍ତ୍ରାନନା-ପୂର୍ଣ୍ଣଚନ୍ଦ୍ରବଦନା ।
(୫)
ରାଗ—ଆନନ୍ଦ ଭୈରବଅନା ନା ଗୋ ! ଶ୍ୟାମ ଗୋରାକୁରାଧେ ! ସକଳ ବାମା ଜାତିହରାକୁ ।ଯହିଁ ସେ କାମ ବିଜୟ-ପତାକା ସମୟମୟଗୁରୁ ଗୁରୁଜନ ଭୟ, ତହୁଁ ବିରହ ଉଦୟ ।୦।ତନୁ-ତାତି ହେବ ବିଶାଳ;କାଳେ ଧରିବୁ ପାଣି-କଞ୍ଜେ କପାଳ;ନେବୁ ନିଳୟ ତେଜି କୁଞ୍ଜେ ତୁ କାଳ;ହେବୁ କେବଳଟି କଳକଣ୍ଠ ନିନଦୁଁ ବିକଳ ।୧।‘କଳା’ ପ୍ରୀତି ଜାତି ଦୁରନ୍ତ;କେବେ ନୁହଇ କୁନ୍ଦଦନ୍ତି ! ସେ ସ୍ୱନ୍ତ;ଘେନ ଭ୍ରମର ରୀତି ଯାହା ଦୃଷ୍ଟାନ୍ତ,ତୋହଠାରେ ନୟନାନ୍ତ ଥିଲେ,ଆନେ ଥିବ ସ୍ୱାନ୍ତ ।୨।ଦେଖିଅଛୁ ଯେ ବାଳକାଳେ,ଖେଳି ଦନୁଜ-ଦାରା ଦାରୁଣ କୋଳେ,ଚୁମ୍ୱି ଗରଳ ବୋଳା ‘ଉରଜ’ ହେଳେପ୍ରାଣ ପକାଇଲା ପିଇ,ତା’ ଠାରେ କି ମନ ଦେଇ ! ।୩।ଯା’ କନିଷ୍ଠ କୋଟିରେ ରହି,ତେଡ଼େ ଶିଖରୀ ବର ଅଣ୍ଟିଲା ନାହିଁ !ଯେଡ଼େ ପୃଥୁଳ ହେଲେ ରେ ଚାନ୍ଦମୁହିଁ !କେହି ସହିବ ତା’ ପଞ୍ଚ ଅଙ୍ଗୁଳି-ଦାଉ ତୋ’ କୁଚ ? ।୪।ଜାନୁ ଯୁଗଳ ଚାଲି ବୟସେଦେଖି ବିଷମ ଧୂର୍ତ୍ତ ରୀତି ବିଶେଷେ,ଯହିଁ ‘ଯଶୋଦା’ ବାନ୍ଧିଲେ ରୋଷେ,ସେ ଯାମଳ ତରୁଠାରୁ ଦୃଢ଼ତର କି ତୋ’ ଊରୁ? ।୫।କୁଳ-ଶୀଳ-ଲାଜ-ବଡ଼ାଇଆଳି ନିବହ-‘ସଙ୍ଗ’ –ଅଙ୍ଗୁ କଢ଼ାଇଦେବ ସହଜ ‘ଦେହ’ –ସ୍ନେହ ଛଡ଼ାଇ;ତହିଁରେ କି ମନୋରଥ ?କହେ ‘କଳନ୍ତର’ –ନାଥ ।୬।
(୫)ଜାତିହରା-କୁଳଭ୍ରଷ୍ଟକାରୀ,ସମୟମୟ-ସବୁ ସମୟରେ,ତନୁତାତି-ଦେହର ଉତ୍ତେଜନା,ପାଣିକଞ୍ଜେ-ପଦ୍ମହସ୍ତରେ,କଳକଣ୍ଠ ନିନଦୁଁ-କୋକିଳର କୁହୁ-ରବରୁ,କଳାପ୍ରୀତି-କାମକଳାରେ ଆସକ୍ତ,ଦୁରନ୍ତ-ଦୁଷ୍ଟ,ସ୍ୱନ୍ତ-ଆପଣାର,ନୟନାନ୍ତ-ଚୋରା ଚାହାଣି,ସ୍ୱାନ୍ତ-ଆନ୍ତରିକତା,ଦନୁଜଦାରା-ରାକ୍ଷାସୀର ସ୍ତ୍ରୀ ପୁତନା,କନିଷ୍ଠ କୋଟିରେ-କାଣି ଆଙ୍ଗୁଠିରେ,ଶଖରୀବର-ବଡ଼ପର୍ବତ ଗୋବର୍ଦ୍ଧନ,କେହି-କିପରି,ଚାଲି ବୟସେ- ଚାଲି ଶିଖିବା ବୟସରେ,ବଡ଼ାଇ-ବଡ଼ପଣ,ଆଳିନିବହ ସଙ୍ଗ-ସଖୀମାନଙ୍କ ସହ ଏକତ୍ରବାସ,ସହଜ ଦେହ-ଭାଇ ଭଉଣୀଙ୍କ ଦେହ ।
(୬)
ରାଗ—ତୋଡ଼ି, ଏକତାଳିଅନାରତ ସରସମନା ମୋ ଧନକିସ ମନାସି ପରିଜନେ ରୁଷିଲା ରେ,ନିଶାରମଣଜୟ ବିଶାରଦବଦନ ନବାରୁଣସଦୃଶ ଦିଶିଲା ରେ । ଘୋଷା ।ବଳାହକ ଗରବ, -ଦଳାକୁନ୍ତଳେ ନବ,କଳାପ ସୁମୁଖି ନ ଖୋସିଲା ରେ,କଳାଗୁଣ ମୋହନ, ଚଳାଚଳ ନୟନ,-ଦଳାନ୍ତରୁତ ବଳ ଖସିଲା ରେ ।ଘୋଷଯାକ ଭିତରେ, ମୋ ସଙ୍ଗମ ଇତରେ,ଅଛି କି ନାହିଁ ତ ନ କଷିଲା ରେ,ଦୋଷ ବିନା ଏପରି ରୋଷ କଲେ କିପରିଜନ ବଞ୍ଚିବ ଘେନି ସୁଶୀଳା ରେ ।୨।ଯେଉଁଦିନୁ ମୋତେ ସେ କଉତୁକିନୀରସେ ନେତ୍ରାନ୍ତ ବରଛିରେ ଭୁଷିଲା ରେ,ପଉରୁଷ ମୋହର ନଉକରି ତାହାରଚରଣ ମାଜିବାର ସୁଶୀଳା ରେ । ୩।ଦିବା ସମୟେ ଦିନେ ବିବାସ କଲିମନେ କିବା ସତତ ତାହିଁ ଘୋଷିଲା ରେ,କାହିଁକି ଧରଣୀ, ଚାହିଁ କିଶୋରୀମଣି,ଗୁମାନକୁ ମାନସେ ପୋଷିଲା ରେ ।୪।କହେ ବସୁ ଦୁର୍ଗେଶ ଅହେତୁକ ତା ରୋଷ,ଶହେ ଗୁଣରେ ସମୁଲ୍ଲାସିଲା ରେ,ପ୍ରାଣ ନେବାକୁ ମୋର, ବାଣ ମୀନରଥରଶାଣରେ ନିରନ୍ତର କଷିଲା ରେ ।୫।
(୬)ଅନାରତ-ସର୍ବଦା; ପରିଜନ-ଭୃତ୍ୟ; ନିଶାରମଣ ଜୟବିଶାରଦବଦନ-ଚନ୍ଦ୍ରକୁ ଜୟକରିବାରେ ଯଉଁ ମୁଖ ନିପୁଣ,ନବାରୁଣ-ବାଳସୂର୍ଯ୍ୟ; ବଳାହକଗର୍ବଦଳା-ମେଘର ଗର୍ବଧ୍ୱଂସକାରୀ,ଅର୍ଥାତ୍ ଅତିପଳା; କଳାପ-ମୟୁର ପୁଚ୍ଛ; ଘୋଷ-ଗଉଡ଼ ଗାଁ,ବରଛି-ବର୍ଚ୍ଛା;ମୀନରଥ-କନ୍ଦର୍ପ
(୭)
ରାଗ—ନାଆଟାକୁରଞ୍ଜଅନୁପମ ହାସି, ତୁ ମୋ’ ମନୁଁ ଯିବୁ କେହି ରେ ? ।୦।ନିଦେଶୁଁ ଭୂପର କାଲି ଗଲି ଦୂରେ ରହି ରେ !ଚାରି କଳା ତୋ’ ବିଚ୍ଛେଦ ପାରିବି କି ସହି ରେ ? ।୧।ମହୀଚକ୍ର ଯାକରେ ମୁଁ ରହିଲେ ହେଁ ଚାହିଁରେ !ନିଶି-ଦିବା ଆନ ମତେ ଦିଶିବ ତ ନାହିଁ ରେ ! ୨।ଅପେତ ଭୋଗ ମୁଁ କେଉଁ ତପେ ଥିଲି ଦାହି ରେ ! ।ମନରେ ତ ଅଛୁ ପ୍ରାଣଧନ,ଅବଗାହି ରେ ! ।୩।ଅନନ୍ତ ମୋଦ ବର୍ଷିବା ‘ଘନ’ ତୁ ମୋ’ ସହି ରେ !ତୋ’ର ବିନା କି ନାଚିବ ମୋ ସୁଖ ବରହୀ ରେ ? ।୪।କରିଥିବାରୁ ତୁ ଦେହ ପରି ମୋତେ ସ୍ନେହୀ ରେ !ଚାରୁ ମୁଖ ଚାହିଁ ଦୁଃଖ ପାରୁ ନାହିଁ କହି ରେ ! ।୫।‘ହରି’-ଗିରେ ଶରଦ-ଶର୍କରୀ-ନାଥମୁହିଁ ରେ !ଜଗଦେବ କହେ ସ୍ନେହେ ଦ୍ରବିଗଲେ ବହି ରେ ! ।୬।
(୭)ନିଦେଶୁଁ ଭୂପର-ରାଜାଙ୍କ ଆଦେଶ ହେତୁ,ଚାରିକଳା-ଚାରାପକ୍ଷ ବା ଦୁଇମାସ,ମହୀଚକ୍ର ଯାକରେ-ପୃଥିବୀ ସାରା,ଅପେତ ଭୋଗ-ଛାଡ଼ିଥିବା ବିଳାସିତା,ଘନ-ମେଘ,ସୁଖବରହୀ-ସୁଖରୂପକ ମୟୁର,ଶରଦ ଶର୍ବରୀ ନାଥମୁହୀଁ-ଶରଥଚନ୍ଦ୍ରବଦନା,ଗିରେ-କଥାରେ
(୮)
ଅରଜିବି ପଛେ ଜନ ଅପଖ୍ୟାତିକି ଗୋ,ବରଜିବି କେହି ଘନଶ୍ୟାମ ପ୍ରୀତିକି ଗୋ । ଘୋଷା ।ତେଜି ଜାଈଦଳ ଶେଯ, ଘନସାର ମଳୟଜ,କରିବ କେ ରାଜୀବଦଳକୁ ଗତିକି ଗୋ ।୧।ତା ସୁନ୍ଦର ମନ୍ଦ ହାସ, ରୁଚିର ଭୂରୁବିଳାସ,ଛାଡ଼ି ଆଡ଼ିବ କେ ଫୁଲବାଣେ ଛାତିକି ଗୋ ।୨।ପଦକୁ ପୁରନ୍ଦରର, କରିଦେବି କରି ଛାର,ନିତି ନିତି ତା ସୁରତେ ମାତିକି ଗୋ ।୩।ତେଜିଣ କୋଣ ଚାହାଣି, ପୀୟୂଷ ମଧୁର ବାଣୀ,ସହିବ କେ କାମରାଜ ଝଳି କାତିକି ଗୋ ।୪।କରି ଗାଢ଼େ ପରିରମ୍ଭ, ତା ଅଧର ପକ୍ୱ ବିମ୍ୱ,ପିଇଥିବି ପାହିଯିବା ଯାଏ ରାତିକି ଗୋ ।୫।ବୋଲେ ବସୁଦୁର୍ଗପତି, ଧ୍ୟାନ କରି ତା ମୂରତି,ନାମ ଭଜନରେ ହେବି ଯତି କି ଗୋ ।୬।
(୯)
ରାଗ—ପୂରବୀଅରଜିଥିବାର ପ୍ରୀତି, ବରଜି ଦିଅନ୍ତି ମନୁଁ କେହିରୂପେ ପରୁଷ ପୁରୁଷଜାତି ।ପଦ ।ମନୁ ସରିଯିବା ଯାଏ ଚାଟୁ ବାଣୀଭଣି ଦୂତୀପାଣି ଧରି,ତନୁ ସରିଯାଏ ଭଜିବା ଆଶାରେଅନୁସରି ଅନୁସରି ।୧।ମୁରଲୀ ବଜାଇ ନିତି ନିତି ଯାଇସଉଧକୁ ଲାଗି ଲାଗି,ବେଶ ହୋଇ ନଟ ନଦୀତଟବଟବନବାଟ ଜଗି ଜଗି ।୨।ଚାଲିଯିବା ମାର୍ଗ ଚରଣଲାଞ୍ଛନବାଲି ଗଉରବେ ତୋଳି,ଦେଇ ଶତ ଚୁମ୍ୱ ପୁଲକାବଲମ୍ୱହୋଇ ଶିରେ ବୋଳି ବୋଳି ।୩।ତୋତେ ତ ଗୋଚର ପେଶିଶିଶୁଚର ଯେତେରୂପେ ମନଧରା,କରେ ଦେଇ ମଞ୍ଜୁକୁସୁମପୁଞ୍ଜରେସଜାଡ଼ି ସଜାଡ଼ି ଝରା ।୪।ପରସନ ହେବା ନୋହିବାସନ୍ଦେହୁଁ ପରଶନ ଦେଖି ଦେଖି,ଅମ୍ଳାନ କେତକୀପ୍ରସୂନ ଦଳରେପ୍ରେମଲେଖ ଲେଖି ଲେଖି ।୫।ଦେବୀବାଣୀ ଶୁଣି କହିଲେମିତଣୀ ଅଷ୍ଟଦୁର୍ଗ ନାଥ ବୋଲେ,ହେଲେ ହେଲେ ବାମ ଶ୍ରମ ଲଭି ପ୍ରେମଉଚିତ ସେ ଶ୍ୟାମ ତୁଲେ ।୬।
(୯) ପରୁଷ ପୁରୁଷଜାତି-ନିଷ୍ଠୁର ପୁରୁଷଜାତି; ତନୁ ସରିଯାଏ-ଦେହ ଶୁଖିଯାଏ; ସୌଧ-କୋଠାଘର; ଚରଣଲାଞ୍ଛନ ବାଲି-ପାଦଚିହ୍ନ ଲାଗିଥିବା ଧୂଳି; ପୁଲକାବଲମ୍ୱ-ରୋମାଞ୍ଚାବଲମ୍ୱୀ ଅର୍ଥାତ୍ ରୋମାଞ୍ଚିତ; ମଞ୍ଜୁକୁସୁମପୁଞ୍ଜରେ ସଜାଡ଼ି ସଜାଡ଼ି ଝରା-ସୁନ୍ଦର ଫୁଲମାନଙ୍କଦ୍ୱାରା ଫୁଲତୋଡ଼ା ସଜାଡ଼ି; ପରଶନ ଦେଖି ଦେଖି- ପର୍ଶ୍ନ ଦେଖି ଅର୍ଥାତ୍ ଜ୍ୟୋତିଷିକ ଗଣନା କରି କରି; ପ୍ରସୂନ-ଫୁଲ; ବୀମ- ପ୍ରତିକୂଳ ।
(୧୦)
ରାଗ—କାମୋଦୀ, ତାଳ—ଝୁଲା,ଅଲଂଘ୍ୟ ହେବାରୁ ମୋ ରାଣପରାଣବନ୍ଧୁ ଯାହା ଦିନେ ଦିନେ ।ସହଜେ ଦୟାଳୁ ଗୁଣ ପରିପାଳୁମୋହପରି ନିଧୁବନେ ରେ, କିଶୋରି,ସେ କାଳେ ଯେଉଁ ସମ୍ପତ୍ତି,ତଳପ ଦୀପ ମୋ ମନ ନେତ୍ର ନିଶାଏମାନେ କିଛି ଜାଣନ୍ତି ରେ ।୧।ଶ୍ରୀହସ୍ତ କଞ୍ଜଚରଣ ଆଭରଣନିବହ ହେବାରୁ ମୂକ,ରତନମେଖଳା କ୍ଷୁଦ୍ର ଘଣ୍ଟିମାଳା, ହୁଏ,ମହା ବାବଦୂକ ରେ, କିଶୋରୀ,ପକାଇ ତ୍ରିପଟା ତାଳ, ଅଧୋମୁଖ ସୁନା କଳସଉପରେ ନଚାଇ ନକ୍ଷତ୍ରମାଳ ରେ ।୨।ମଣିମୟ ନଥ ନାଟୁଆ ତାହାକୁବିବାଦେ ଜିଣିମା ପାଞ୍ଚେ,କମ୍ୱୁଶିରେ ମାର ଦରପଣ ରଖି,ତହିଁ ତିଳଫୁଲ ନାଚେ ରେ କିଶୋରୀ,କି ମୋଦେ ଲଜ୍ଜାନାଗରୀ, ଦେଖୁଥାଇ ନାଟତା ପକ୍ଷ୍ମକବାଟ ଆଡ଼ ଆଡ଼ ପେଲା କରି ।୩।ନୀଳମେଘୀ ଶାଢ଼ୀ ଗଲା ପରିଭିଡ଼ି ଖସାଇ ଲହସା ଖୋସା,ରଜତ ମୁଦ୍ରିକା ବିଞ୍ଛିଦେଲା ପରିସେ ସମୟ ମନ୍ଦହସାରେ,କିଶୋରୀ, ରତି ମନମଥ ନୁହେଁ,ପନୀର ପିଚିକା ଖେଳୁଥିଲା ପ୍ରାୟେସ୍ୱେଦ ବିନ୍ଦୁ ଦିଶେ ଦେହେ ରେ ।୪।ବେଳକୁ ବେଳ ବ୍ୟାକୁଳ କରିବାରେନାରାଚେ ପଞ୍ଚବିଶିଖ, ଅଲେଖ ସୁଖଆସ୍ୱାଦନେ କମ୍ପାଇ ଦେଲା ବେଳେଚନ୍ଦ୍ରମୁଖ ରେ, କିଶୋରୀ,ମୁକୁତା ଜାଲି ତାଟଙ୍କ, ଦୋହଲିବା ଦେଖିଦୂର ହୁଏ ଆଖି ପୂର୍ବର ଦୁରିତପଙ୍କ ରେ ।୫।ଚୁମ୍ୱାଇ ଚୁମ୍ୱି ମୋ ଅଧର ବଦନେପୀଡ଼ିନେତ୍ରକଞ୍ଜ ଖୋସି, ଅତୁଲ୍ୟ ଅମୂଲ୍ୟଝଳି ଝଲମଲ ଗଣ୍ଡକୁ ମୋ ଗଣ୍ଡେ ଘଷିରେ, କିଶୋରୀ,ଯାହା ଭାଷୁ ମଲି ଇଷି, ଅଖଣ୍ଡପ୍ରମୋଦ ପ୍ରବାହେମୋ ହୃଦ ଅନାୟାସେ ଯାଏ ଭାସି ।୬।ଘନସାର ବାସ ପ୍ରଖର ନିଃଶ୍ୱାସ ଶରମଭରୁ ପ୍ରସରେ,ନିଦାଘେ ଲୁଳିଲା ନବୀନ ମଞ୍ଜରୀପରି ଜମି ମୋର ଉରେ ରେ, କିଶୋରୀ,ଦେଇଅଛୁ ସୁଖ ଯେତେ, ତୋ ପଦରାଜୀବେ ଅଳତାହେଲେ ମୁଁ ସୁଝିବି ଅବା କିଞ୍ଚିତେ ରେ ।୭।ଏପରି ସମ୍ପତ୍ତି ଛାଡ଼ି ଆସି କ୍ଷିତିବନଧର ନଦୀ ଦେଶେ,ମୋ ହୃଦୟ ଫାଟି ନ ଗଲା ଯାହାଟି,ବନିଛି ନିଶ୍ଚେଁ କୁଳିଶେ ରେ, କିଶୋରି,ଲୋଡ଼ିଲେ ଆଉ କେ ଦେବ, ବ୍ରଜ ବରଜିଲା ଦିନୁ ସେଗଲାଣି କହେ ଶ୍ରୀମୁକୁନ୍ଦଦେବ ରେ ।୮।
(୧୦) ନିଧୂବନ- କାମକ୍ରୀଡ଼ା, ତଳପ- ଶଯ୍ୟା, ବାବଦୂକ- ବହୁଭାଷୀ, ମାତ୍ର ଏଠାରେ ଶବ୍ଦାୟମାନ, କୁମ୍ଭ- ଶଙ୍ଖ, ପନୀର- ସୁବାସିତ ଜଳ, ଅଲେଖ- ଅନିର୍ବଚନୀୟ, ଘନସାର-କର୍ପୁର, ଲୁଳିଲା- ମ୍ଳାନ ହୋଇଯାଇଥିବା; ବନିଛି- ତିଆରି ହୋଇଛି, କୁଳିଶ- ବଜ୍ର, ରଜତମୁଦ୍ରିକା- ରୌପ୍ୟମୁଦ୍ରା, ଟଙ୍କା ପ୍ରଭୃତି ।
(୧୧)
ରାଗ—ଚିନ୍ତା କେଦାରଆଉ ଏ ‘‘ଚାଟୁ ବାଣୀ’’ କାହିଁକି ?ସବୁ ‘ସ୍ନେହ’ ମୁଁ ଜାଣି ନାହିଁ କି ? ।୦।ଆହେ ଗୋବିନ୍ଦ, କପଟ ମୂରତି !‘‘ସୁଧା’’ ରେ ଉଦର ହେଲେ ଭରତି,ଥିଲେ ଭଲ ବୁଦ୍ଧି, ଆଉ ଛାର‘ଦଧି-ସର’କୁ କେବେ ଚାହିଁ କି ? ।୧।ଅଛି କି ଅବଧାନେ ? ଯେଉଁ କାଳେଛାପି ରାତି ଜାତି ଲତିକା ମୂଳେଧରୁଁ ମୋ’ର ହାତ ‘‘ରଖ ଉମାନାଥ !’’ବୋଲି ଯେ ପଡ଼ ଚିହିଁକି ? ।୨।ଅହର୍ନିଶି ନିଦ ନ ଥିବ ପରା ?ଅଳସୀ ହେଉଥିବ ଜବାଧରା,ଆସୁଥିବ ହାଇ, ଅବିଳମ୍ୱେ ଯାଇ‘‘ଫୁଟୁକି’’ ଠୁକ ତହିଁକି ।୩।‘ଶ୍ରୀ ରାମଚନ୍ଦ୍ର ଛୋଟରାୟ’ ଭଣେଲୁଠିବାରୁ ‘ବାଳାମଣି’ –ଚରଣେଲାଗିଚି ଯାବକ ବୋଳ ମଥାଯାକ,ଏ ‘ଦଣ୍ଡ’ ଦେଲା କେହି କି ? ।୪।
(୧୧) ଛାପି ରାତି- ଲୁଚି ରହି, ଜାତି ଲତିକା- ଜାଇଫୁଲ ଲତା, ଫୁଟୁକି- ଆଙ୍ଗୁଳିରେ ଶବ୍ଦ କରିବା, ଲୁଠିବାରୁ- ମାଟିରେ ଗଡ଼ିବାରୁ, ଯାବକ- ଅଳତା ।
(୧୨)
ରାଗ—କାମୋଦୀ, ତାଳ—ଆଠତାଳିଆଉ କି ସହୀ ସହି କରିବ ଗୋ,କହି ମହତ ସିନା ସରିବ ଗୋ । ଘୋଷା ।ଶ୍ୟାମଗୁଣ ପରକ୍ଷି, ଚିତ୍ତ ଭିତରେ ସଖି,ରଖିଲାଣି କିପରି ଭାରିବ ଗୋ,ମିଶି ଗଲାଣି କ୍ଷୀର,--ଭାଣ୍ଡରେ ଯେବେ ଖାର,ଛାଣି କେ ସ୍ୱାଦୁ ବାରି ପାରିବ ଗୋ ।୧।ବୁଝିଲାଣି ମରଜି, ଆଉ କି ହୋଇ ରାଜି,ନିକୁଞ୍ଜେ ତୋ ସଙ୍ଗେ ବିହରିବ ଗୋ,ସୁଧାରେ ବିଷ ଦେଇ ଯତ୍ନେ ଛାଣିଲେ ନେଇ,ତହୁଁ କି ମଧୁ ଆଉ ଝରିବ ଗୋ ।୨।ଦେଲାଣି ସ୍ନେହ ଭାଙ୍ଗି ତୋଠାରୁ ସେ ଶୁଭାଙ୍ଗୀଆଉ କି ତୋ ବୋଲ ସେ କରିବ ଗୋ;ଛେଦି ପାଦପମୂଳ, ସିଞ୍ଚିଲେ ନେଇ ଜଳ,ସେ କି ନବପଲ୍ଲବ ଧରିବ ଗୋ ।୩।ଅଷ୍ଟଦୁର୍ଗ ଅବନୀପତି ଭାଷେ ସଜନି ଆଉକି ତୋ ଦୁଃଖ ସେ ହେରିବ ଗୋ ;ପରଖଦେବା ଲାଞ୍ଛ, କଲାଣି ଯେବେ ପାଞ୍ଚ,ପଞ୍ଚବାଣକୁ ସେ କି ଡରିବ ଗୋ ।୪।
(୧୩)
ରାଗ—କାଫି—ଝୁଲାଆଉ ଗମାର ମାରକୁ କେ’ ମାନେ ରେ ।ପଦ ।ସହୁ ସେ ନ ସହୁ କହୁଅଛି ଅଭିମାନେମୋର ହେଲେ ଡର ନାହିଁ ଧ୍ୟାନେ ରେ ।୧।ତୋରା କର୍ପୂରହାସି ! ତୁ ପରା ଅବଧାନେରଖିଲୁନି ଯେବେ ସନ୍ନିଧାନେ ।୨।କହିଲେ ହେଁ ମୋ ଭାଗ୍ୟ ନ ସହି ଖଳଜନେଧନ ଯେବେ ନ ଶୁଣିଲୁ କାନେ ।୩।ପହୁଡ଼ ଛୁ ଯାହା ଦେଇ ବଳି ଅବସାନେମସ୍ତକ ମୋ ହସ୍ତ ଉପଧାନେ ।୪।ରସନିଧି ! ଯାହା ମୋ ତରସ ଅନୁମାନେ,ତୋଷୁ ବିମ୍ୱ ଓଷ୍ଠ ଚୁମ୍ୱଦାନେ ।୫।କିଶୋର କିଶୋରୀ ଚାରି ପଦକଞ୍ଜ ଧ୍ୟାନେକହେ ଜଗଦ୍ଦେବ ସାବଧାନେ ।୬।