ଚଉପଦୀ (ଲୌକିକ ଓ ସାମାଜିକ)
ବଳଦେବ ରଥ · ଭାଗ ୩ / ୩୧
ସମ୍ପୂର୍ଣ୍ଣ ସୂଚୀପତ୍ର
(୨୯)
କାହିଁକି ଆଜ--ଦ୍ୱିଜରାଜ ବଦନେ, ଲାଜ--ଭରି କିଶୋରୀ ନ ଚୁମ୍ୱୁ ଗୋ ।୦।ଅରସବତୀ ଘନ- କୁନ୍ତଳା ବୋଲି ଜନନ ବୋଲନ୍ତୁ, ତୋ ଊଣା ଯାଉ ଗୋ,ରସାଇବାକୁ ତୋତେ ମିଳିବ ନାହିଁ ରତେମୋ ପରି ପରିଜନ ଆଉ ଗୋ ।୧।ତୋ ବଧୁଲି ଅଧର ସ୍ୱର୍ଗ ସୁଧା ମଧୁରମୋର ରସନାକୁ ସମଜାଉ ଗୋ,ଜାଣୁ ତ ପ୍ରାଣମିତ ମାରମାର୍ଗଣ ଜାତସମୟ ଏ କେମନ୍ତ ଦାଉ ଗୋ ।୨।କୋଟିଏ ଅଭିଳାଷ ବହି ଆସିଛି ପାଶସମ୍ପ୍ରତି ଚରମକୁ ଥାଉ ଗୋ,କୋଳେ ନିଶ୍ଚଳେ ବସ କରି ସବ୍ରୀଡ଼ ହସକବି ମିହିର ଦୁଃଖ ଯାଉ ଗୋ ।୩।
(୨୯) ଟୀକା- ଦ୍ୱିଜରାଜ ବଦନେ-ଚନ୍ଦ୍ରମୁଖରେ, ରତେ-ରତିକ୍ରୀଡ଼ାରେ, ରସନାକୁ ସମଜାଉ-ସ୍ୱାଦ ଉପଲବ୍ଧି କରୁ, ମାରମାର୍ଗଣ-କନ୍ଦର୍ପଶର, ସବ୍ରୀଡ଼-ସଲ୍ଲଜ ।
(୩୦)
ରାଗ—ଭୈରବୀ—ଆଡ଼ତାଳିକାହିଁ ଲୁଚାଇ ସେ ସ୍ନେହ, ଚାହିଁଲୁ ଧରାରେ ।୦।ମଦନ-ଦର୍ପଣ ଝଳି-ସଦନ ସସ୍ମିତ କେଳିବଦନ ବିମୋଦ ନତ-ଅଙ୍ଗୀ ନ କରା ରେ ।୧।ଅରୁଣଓଷ୍ଠୀ ରୁଚିର-ଚରଣ ପଙ୍କଜ ତୋରଶରଣ ତୁ ପରା ମୋର ମଉଳି-ଝରା ରେ ।୨।ଠିକ୍ ଯୁବ ମଦ କଳ—ପିକଭାଷୀ ତୋ ତାମ୍ୱୁଳ—ପିକଦାନୀ ଦାନୀବର ମୋ କରେ ଧରା ରେ ।୩।ମନକୁ ମ୍ଳାନ ନ କର–ଘନ କୁନ୍ତଳା ମୋହରଧନକୁ ଜୀବନକୁ ତୁ ଅଧିକ ପରା ରେ ।୪।ଶଶିହାସୀ ମାର ମଦେ—ଇସି ଭାଷି ମୋର ହୃଦେଠେସି ଦିଅ ପୀନସ୍ତନ-କନକ-ଗରା ରେ ।୫।ବସୁ ଦୁର୍ଗନାଥ ବୋଲେ—ବସୁମତୀ-ଭୂଷା ଗେଲେରସୁ ଲେଖା ହେଲା ସ୍ମର ଦୁଃଖ ପାଶୋରା ରେ ।୬।
(୩୧)
ରାଗ – ବଙ୍ଗଳାଶ୍ରୀ - ଝୁଲାକାହିଁ ବରକେଳି-ମଣ୍ଡଳେ ନୋହିବ ସୁଧାରେ ତାର ସମାନଅମରେଶ୍ୱରକୁ ମିଳୁଥିବ ଅବା ସୁଧାରେ ତା ରସମାନ ।୦।ସଉରଭ ଲୋଭେ ଝାମ୍ପୁଥିଲା ଯହିଁ ମଧୁପ ଚାରିବଦରେହରିଲିଟି ବୋଲି ବାମାର ଅଧର ମଧୁପ ଚାରି ବଦରେ ।୧।ଯେଉଁପରି ହରିଚନ୍ଦନକୁ ମିଳିବା ବଦନେ ମଧୁର ସାରସେପରି ଥିବ କି ରସ ସରଜନେ ବଦନେ ମଧୁ ରସାର ।୨।ଚାକୁରେ ବନିବା ଏଥୁଁ ଯେବେ ଅନ୍ୟ ଭରମେ ଦିଖଣ୍ଡ ସରେକି ବାଦୁ ମିଳିବ ଏକମାତ୍ର ଶ୍ରମ ଭରମେ ଦିଖଣ୍ଡ ସରେ ।୩।ଏ କେଳି ଝଳିରୁ ଊଣା ହେବ ମଜା ଅପୂର୍ବ ସୁଆଦ ରସରସକୁ ଘେନିଲେ ଇକ୍ଷୁଖଣ୍ଡ ହେବ ଅପୂର୍ବ ସୁଆଦରସ ।୪।ନିଷିଦ୍ଧ ଏ ବୋଲି ନ ବହେ ଯା ତାକୁ ମହୀମ କର ମାସରେଘେନୁଛି ମୁଁ ମନେ ତା’ଠାରୁ ବିଗଡ଼ ମହି ମକର ମାସରେ ।୫।ଦେଉ ପ୍ରସାଦରୁ କରିପାରିବି ଏ ସଂସାରେ କରି ବିଶେଷକବିରବି ବୋଲେ ଏ ରସ କି ପରସଂସାରେ କରିବି ଶେଷ ।୬।
(୩୨)
ରାଗ—ତୋଡ଼ି—ଏକତାଳିକି କଲି ମଲ୍ଲୀହାସୀକି,କି ଦୁଃଖେ ଦେଲି ଗୁଣରାଶିକି ।୦।ଆହା ମୋ ଲୀଳା-ବିଳାସୀସମ୍ପୂର୍ଣ୍ଣ ଶରଦଶଶୀ-ବଦନ, କରେ ନିବେଶି, ଥିବ ବସି ।(ପଡ଼ି)ମୋ ଛାର ପାଇଁ ଜୀବନ ମୀନଗରବଗଞ୍ଜନ—ନୟନୁ ସରୁଅଞ୍ଜନ ଧୋଇଲାସେ ମୋର ମହିଳା କାହାର ମଣି ସେ ନ ଚାହିଁଲାଧିକ ଧିକ ମୋ ଜୀବନ ବେନି ସପତ ଭୁବନଖୋଜିଲେ ସୁକୃତହୀନ ନ ଥିବ ମୋପରି ଆନ ।୧।କଲେହେଁ ବହୁତ ଦୋଷ, କରି ନାହିଁ ଦିନେ ରୋଷ,ସେ ଦୟାଳୁ ଅବତଂଶ,-ନାଗରୀ ଈଷ(ପଡ଼ି)ଶ୍ୱେତ ନଳୀନ ମୁଖୀକି ଆହା ଆଜନ୍ମ ସୁଖୀକିମନନୟନ ପ୍ରୀତିକି—ଦେଇ ଛାତିକି ମାଇଲୁ କାତିକି ।୨।ଏକେ ଅତି ସୁକୁମାରୀ, ସେ ତ ନବୀନାକିଶୋରୀ—ମୋ ମନୋହାରୀ(ପଡ଼ି)ଅହର୍ନିଶ ବସୁଧାରେ, କୋଟିବାର ଲୋଟିବାରେଘୋଟିଲା ମଳିନ ଯୋଷା କେତକୀ ।୩।ମୃଣାଳ-ବାହୁ ବଲ୍ଲରୀ, କରେତତି କେତେ ପରି, ସେ ନାଗରୀ(ପଡ଼ି)ସେ ତ ଭାବମାନ ଦୂର-କରି କରେ ଏ ମନ୍ତରଅଷ୍ଟଦୁର୍ଗ ମହୀପତି ଭାଷିଲା,-ମୋର ସୁଶୀଳାଅତେଜ ଅଙ୍ଗନା ମିଶିଲା ।୪।
(୩୩)
କିପାଁ କରୁଛୁ ନିରାଶ, ମୁଁ ପରା ତୋ’ ନିଜ ଦାସ ।୦।ସେବି ତତେ ଦିବା- ରଜନୀ ! ସଜନୀକେତେ ନାହାନ୍ତି ତୋ’ ପାଶ ।ତହିଁ ମୁହିଁ ଜଣେ ହୋଇ ତୋ’ ଚରଣେଦେବି ସିନା ଲାକ୍ଷାରସ ।୧।ଆରେ ଘନକେଶି ! ସ୍ୱଜନ ବିନାଶିଲଭିବୁ ତୁ କେଉଁ ଯଶ ?ତନୁଅଙ୍ଗି ! ଅଙ୍ଗୀକାର କର, ଦର—ହାସ କର ପରକାଶ ।୨।ନାହିଁ ଚିତ୍ର-ଅଳି ଦିଶେ ମୋ’ ସଙ୍ଖାଳି !ଅଲଗା ତୋ’ ରଦବାସ,ହୁଅ ପଛେ ଚଳି, କୁଚେ ପତ୍ରାବଳୀ,ଲେଖିବାକୁ ଫରମାସ ।୩।ଆରେ ଜୀବ ଧନ ! ଯିବାକୁ ଜୀବନଲାଗୁ ନାହିଁ ମୋତେ ପ୍ରାସ,ମୋ’ ପରି କେ ମନ ଜାଣି ନିଧୁବନ-କୁଶଳା ! କରିବ ବେଶ ? ।୪।ହୋଇ ତୁ ହରଷ ସରସ ହୃଦୟା !ଅଧରୁ ସୁଧା ପରଷ;ହରିଚନ୍ଦନ ଚାତକେ ଘନ ପରିକରୁଣା ରସ ବରଷ ।୫।
(୩୩) ଲାକ୍ଷାରସ-ଅଳତା, ତନୁ ଅଙ୍ଗୀ-ତନୁପାତଳୀ, ଚିତ୍ରଅଳି-ମୁଖମଣ୍ଡଳରେ ଅଙ୍କିତ ଚିତ୍ର ସମୂହ, ରଦବାସ-ଓଠ ଓ ଅଧର, ଚଳି-ବିରକ୍ତ, ପ୍ରାସ-ବ୍ୟଥା, ନିଧୁବନକୁଶଳା-ରତିକ୍ରୀଡ଼ାରେ ନିପୁଣା, ଘନ ପରି-ମେଘ ସଦୃଶ ।
(୩୪)
କି ବର୍ଣ୍ଣିବି ରେ ! ତୋ’ କୁଚକୁ ? ।୦।ଶୋଭା ଦେବୀ କର—ଲୀଳା-‘ସରସିଜ’ କି ବହିଲାମୁଖ ଚନ୍ଦ୍ର ନାହିଁ ସଂକୋଚକୁ ରେ ? ।୧।ତାରୁଣ୍ୟ – ସୁନାରି ଯୋଡ଼ି ସ୍ୱର୍ଣ୍ଣ ସଂପୁଟ ସଜାଡ଼ିଭେଟିଚି କି ‘ଫୁଲ ନାରାଚ’କୁ ରେ ।୨।ଅବା ତୁ କଳା ବଲ୍ଲରୀ ଦିବ୍ୟ ଫଳ ଯୁଗ ଧରିବଢ଼ାଉଚୁ ? ବଳିବ ରୁଚକୁ ରେ ! ।୩।ବିଧ-ଚକ୍ରୀ ଏକାବେଳେ କୁମ୍ଭ ଦ୍ୱୟ କୁତୂହଳେଜାତ କଲା କେହି ଏକା ଚକୁଁ ରେ ? ।୪।ଅଷ୍ଟଦୁର୍ଗନାଥ ଭାଷେ ‘ବିପୁଳ’ ଦେଖି ହରଷେ‘ଶମ୍ଭୁ’ ଇଚ୍ଛାରେ କଲା କି ଉଚ୍ଚକୁ ରେ ? ।୫।
(୩୪) ଶୋଭାଦେବୀ-ଲକ୍ଷ୍ମୀ, କରଲୀଳା-ସରସିଜ- ହସ୍ତର କ୍ରୀଡ଼ନକ ପଦ୍ମଫୁଲ, ତାରୁଣ୍ୟସୁନାରି-ଯୌବନ ରୂପକ ବଣିଆ, ସଂପୁଟ-ଫରୁଆ, ଫୁଲନାରାଚକୁ-କନ୍ଦର୍ପକୁ, କଳାବଲ୍ଲରୀ-କଳାପୂର୍ଣ୍ଣ ଲତିକା, ରୁଚକୁ-ରୁଚିକୁ, ବିଧିଚକ୍ରୀ-ବିଧାତାରୂପୀ କୁମ୍ଭକାର, ଚକୁ-କୁମ୍ଭାରଚକରୁ, ବିପୁଳ-ବିଶାଳତା, ଶମ୍ଭୁ-ଶିବଲିଙ୍ଗ ।
(୩୫)
ତୋଡ଼ି ଜଙ୍ଗଲା—ଏକତାଳିକି ଭାବର ବାଣୀ ସବୁ ଜାଣି ଜାଣିରେ ଆଜ ଏ କି ଠାଣି ରେ ।୦।ଖଳି କି ବିନ୍ଧାଣୀପଣେ ଅନ୍ତର୍ବାଣୀ—ହୋଇ ଦେଲା ଏ ଗୁମାନୀ ମୂରତି ନିର୍ମାଣି ରେ ।୧।ମୋ ଧଇର୍ଯ୍ୟ ଛାଣି ନେବାକୁ ଟାଣିଗଣ୍ଡକୁ ମଣ୍ଡିଛୁ ନବ କିଶଳୟ ପାଣିରେ ।୨।କେଡ଼େ ମୂଢ଼ ପ୍ରାଣୀ ହେଲେ ଯେ ପଛାଣିବରଜି କି ସୁଧାରସ ଲୋଡ଼େ ତର ବାଣୀ ରେ ।୩।ଫୁଲଚାପ-ପାଣି ତୋ ମହୀ ଚାହାଣୀଦେଖି, ରଖିଲାଣିଟି ମାର୍ଗଣଗଣ ଶାଣି ରେ ।୪।ଅଦୋଷରେ ଆଣି ଦୃମନଦେ ହାଣିଅନା ଜଗଦେବଙ୍କୁ ସୁନ୍ଦରୀ ସାମନ୍ତାଣୀରେ ।୫।
(୩୬)
ରାଗ—କାମୋଦୀ—ଝୁଲାକି ରସିକ ସେ, ବିରସ ଯାହାର ମୁଖୁ ବିକଶେପୁରୁଷ ହୋଇ ଯେ ନାରୀମନସୁନା ପ୍ରୀତି କଷଟିରେ ଯେବେ ନ କଷେ ।୦।କଳନା ନ ଯାଏ ଲଳନାର ମୁଖ କମଳପରାୟେ ସଦା ବିକଶେଅଳି ହୋଇ ଯେବେ ଚୁମ୍ୱି ନ ପାରଇ,ଅଳି କରିବାର ତାର ଧିକ ସେ ।୧।ଚତୁରୀ ଚାତୁରୀ ବଚନ ଉଚ୍ଚାରିମରମେ ନୟନ ଶରକୁ ପେଷେତହିଁକି ଯେ ପ୍ରତିଉତ୍ତର ନ ଦେଲାଯୁବାବୃନ୍ଦ ମଧ୍ୟେ ଅବିବେକ ସେ ।୨।ଭିତରେ ସଦୟ ବାହାରେ ସଭୟଦେଖାଇ କହନ୍ତି ମାତରକ ସେଘେଳାଇ କରି ଯେ ଛଳାଇ ନ ଦେଲାନ ଜାଣଇ କିଛି ବିତରକ ସେ ।୩।ପଙ୍କଜାକ୍ଷୀ ବାଳା ଯା’ଅଙ୍କେ ନ ବସେକେଉଁମନ୍ତେ ଭାଗ୍ୟବନ୍ତ ଅଟେ ସେକହେ କବିରବି ମୋହନୀ ମନ୍ତରଜାଣି ମୁଁ ତାହାର ମନକୁ କଷେ ।୪।
(୩୭)
ରାଗ—କାମୋଦୀ । ତାଳ ସରିମାନ୍କେଉଁ କାରଣୁ ମୁଁ ତୋ ସେବାକୁ ଗୋ,ମୋଠାରେ ଅବଧାନ ହେବାକୁ ଗୋ ।ପଦ ।ତୋ ଚାରୁମୁଖ ମାଠି, ଘେନି ତିଳକ କାଠି, ଭାଳଇ ଭାଲେ ନିବେଶିବାକୁ ଗୋ;ଲାଗଇ ମନେ ଦୁଃଖ, କୋଟିସୁଧାମୟୁଖ ଦଳିବା ଝଳି ଛପି ଯିବାକୁ ଗୋ ।୧।ମନୋହର କବରୀ, ସାଜି ପାରଇ ଗୋରି ଜାଣି ତୋ ଚିତ୍ତ ରସାଇବାକୁ ଗୋ,ଭରସା ନୋହେ ମୋର ଛାର ନୀଳଚାମର ଚଉଁରି କେଶେ ମିଶାଇବାକୁ ଗୋ ।୨।ତୋ ପୟୋଧର ହେମ ଦାମ ଛଡ଼ା କୁସୁମ ପରି ମୋ ଚିତ୍ତେ ଆଭାସିବାକୁ ଗୋ;ମରଣୁଁ ଲାଜ ବଳେ ଚାହୁଁ ଚାହୁଁ ତ କଳେବରକୁ ଅଳଙ୍କାର ଦେବାକୁ ଗୋ ।୩।ସାରି ସକଳ ବେଶ ଦେଖାନ୍ତି ଆଦରଶ ହେବା ନୋହିବା ପଚାରିବାକୁ ଗୋ;କବିମିହିର କହେ, ସତେ ଦିଶେ ତୋ ଦେହେ କେବଳ ଅନୁଗ୍ରହ ଥିବାକୁ ଗୋ ।୪।
(୩୮)
ରାଗ—ତୋଡ଼ି, ଝୁଲାକେଳିପ୍ରବୀଣା, କେବଳ ତୋତେ ସିନା ଜଣା ରେ,ପ୍ରଣୟ ଧନେ ପ୍ରାଣ କିଣା ରେ ।ପଦ ।ନେତ୍ରାନ୍ତ ଖେଳଯୁତ, କରାଇ ମିତସ୍ମିତ,ବିବେକ କରି ଦେଉ ବଣା ରେ ।୧।ଦରଶନ ଆରମ୍ଭେ, ସରସ ଗିର ଦମ୍ଭେ,ପରଷିବାର ସରପଣା ରେ ।୨।ଦରକଣ୍ଠି ସୁନ୍ଦର, ଦରହାସ ମଧୁର,ସରସ ଗିର ପଦେ ଶୁଣା ରେ ।୩।କରୁଣାମୟ ଚିତ୍ତେ, ଅରୁଣାଧରା ମୋତେ,ତୋ ଦାସୀଗଣନାରେ ଗଣା ରେ ।୪।ମୁଁ ଏହି ଅଭିଳାଷେ, ଶିବ ଶିବାଙ୍କ ପାଶେ,କରୁଥାଏଟି ଜଣାମଣା ରେ ।୫।ଗୁଣେ ଲାବଣ୍ୟବତୀ, ପାଶେ ଭାରତୀ ରତି,ଦୁହେଁ ତୋ ଠାରୁ କିଛି ଊଣା ରେ ।୬।ବୋଲେ ଶ୍ରୀଜଗଦ୍ଦେବ, ତୋ ସ୍ନେହୁଁମନୋଭବ-ମସ୍ତକେ ମାରି ପାରେ ଠଣା ରେ ।୭।
(୩୮) ଟୀକା- ମିତସ୍ମିତ- ଈଷଦ୍ଧାସ୍ୟ, ସରସଗିରଦମ୍ଭେ- ସରସ ବାକ୍ୟ ଛଳନାରେ, ଦରକଣ୍ଠି- କମ୍ବୁକଣ୍ଠି, ଜଣାମଣା- ପ୍ରାର୍ଥନା, ଭାରତୀ- ସରସ୍ୱତୀ, ଠଣା- ଆଘାତ ।
(୩୯)
କେହି ବଞ୍ଚିବି ରେସହି ଜୀବନ ଦରଦଏ କାଳରେ ଯାହା ତେଜିଲି ରେ ଆହାସହୀ ଜୀବନ ଦରଦ ।୦।ଘେନି ଯାଉଥିବ ସ୍ମର ଶରେ ତାରଜୀବ ମୋ ଆଗମନରୁସତେକି ଭେଟିବି ବିନୟେ, ସେ ଦରଯିବ ମୋ ଆଗ ମନରୁ ।୧।କୋଳେ ବସି ମୋର ନାଗରୀ ମଦନଅବଧୀର ନିରନ୍ତରେଏବେ ବସି ଗଣୁ ଥିବ ଦିନ ମୋରଅବଧିର ନିରନ୍ତରେ ।୨।ଭୁଜଙ୍ଗୀ ଏ ବୋଲି ଭ୍ରମ ହେବନି ମୋସଜନୀର ହାର ବରେତା ମୁଖ କମଳେ ସିଂଚୁଥିବେ ସଖୀସଜନୀର ‘ହା’ ରବରେ ।୩।କି କଲି ଯା ତେଜି ଅଇଲି ମୋର ସେବନ୍ଧୁଜୀବ ସମାଧରୀକଣ୍ଠ ତଟେ ପ୍ରାଣ ରଖିଥିବ ଆହାବନ୍ଧୁ ଜୀବ ସମା ଧରି ।୪।ଅତି ଆର୍ତ୍ତ ହୋଇ ବିନୟରେ ରାମାସେ ବି ପଦ ଶର ଦରେଜଣାଉଥିବ ଯେ ମଦନରୁ ଲଭିସେ ବିପଦ ଶରଦରେ ।୫।କମ୍ପି ଯାଏ ନାମ ବୋଲନ୍ତେ ଏ ନବ—ଘନ’ ତାରକେଶମୁହୀଁଏବେ ଦେଖି ରଖି ପାରିବ କି ଅପ-ଘନ ତାର କେଶ ମୁହିଁ ।୬।ମତେ ଚିନ୍ତି ମନେ ଅବୟବ ନବ—ନୀତ ତନୁ କରୀଗତିନ ଦେଖି କାହାକୁ ମୋ ବିନା ସେ ନବ—ନୀତ ତନୁ କରି ଗତି ।୭।କିଶଳୟ ଶୟ— ନର ହୋଇଥିବମୋହର ଘନସ୍ତନୀ ତହେଉଥିବ ତାର ନିରତ କାରଣମୋହର ଘନ ସ୍ତନିତ ।୮।ବିରହାଗ୍ନି ତାପେ ଥିବ ସେ ସ୍ୱକୀୟରୁଚିର ବରନ ବିନାମେରୁ ଗୁରୁ ମଣି ବିନା ପିନ୍ଧା ବାସରୁଚିର ବର ନବୀନା ।୯।କି ବିଚାରୁ ଥିବ ଧରଣୀ ଶୟନେମାନସେ ଆହା ରମଣୀଉଭା ହେବା ବଳ ନ ଥିବ ଗରଳମାନସେ ଆହାର ମଣି ।୧୦।ଏ ଘନ କାଳରେ ଜୀବ ସେ ତେଜିବପରା ମାର ଶରଦରେଲଭିବି କି ଆଉ ଗଲେ ମୁହି ସମୀ—ପରାମାର ଶରଦରେ ।୧୧।ଜୀବ ଥିବ ସତେ ମୋ ପ୍ରିୟାକୁ ମତେଦେବ ଶ୍ରୀ ହରିଚନ୍ଦନଚିତ୍ର ଦେବି ସ୍ତନେ ତାର ଭାଷେ ଜଗ-ଦ୍ଦେବ ଶ୍ରୀ ହରିଚନ୍ଦନ ।୧୨।
(୩୯) କେହି-କିପରି, ଜୀବନଦ ରବ-ମେଘର ଡାକ, ଦର ଭୟ, ଅବଧୀର-ଅସ୍ଥିର, ଅବଧିର-ଅବଶିଷ୍ଟ, ଭୁଜଙ୍ଗୀ-ସର୍ବଣୀ, ହାରବର-ଶ୍ରେଷ୍ଠ ହାର, ବନ୍ଧୁଜୀବ ସମଧାରୀ-ବଧୁଲୀ ଫୁଲ ପରି ଅଧର ଯାହାର, ବନ୍ଧୁ ଜୀବ ସମା ଧରି ମୋ ବନ୍ଧୁ ପ୍ରାଣ ପରି ଜୀବ ଧରିଥିବ, ଶରଦରେ-ଶରତ୍ କାଳରେ, ଶର ଦରେ-କାମବାଣ ଭୟରେ, ତାରକେଶ ମୁହିଁ-ଚନ୍ଦ୍ରମୁଖୀ, ମୋହର-ବଶ୍ୟତାର, ସ୍ତନିତ-ମେଘ ଗର୍ଜନ, ସମୀପ ରାମାର-ପ୍ରେମିକା ପାଖକୁ ।
(୪୦)
ରାଗ - ମୁଖାରୀ, ଆଠତାଳକୁନ୍ଦରଦନା ରସବତୀ, ରସବତୀ ରାମା ରସବତୀ ।ପଦ ।ଗଲା ନିଶି ତାହା ସଙ୍ଗତେ ମାତି,ଯେତେ ବନ୍ଧେ ହେଲା ସୁରତି,ରତିରେ ମାତି ନ ହେଜିଲି ରାତି,ଢାଳୁଥିଲା ତାର ନେତ୍ର ସମ୍ପତ୍ତି, ଭିଡ଼ିଲା ଦେଇ ଛାତିକି ଛାତି ।୧।ନାଟ କରୁଥିଲା ନାସିକାମଣି,ଫିଟି ଚରମେ ଲୋଟୁଥିଲା ବେଣୀ,ବାଜୁଥିଲା ତାର କଟି କିଙ୍କିଣୀ,ନେଉଥିଲା ମୋର ଚିତ୍ତକୁ କିଣି, ଭାଷିଲା ହୁଁ ହୁଁ ଶବଦବାଣୀ ।୨।ଉରଜେ କରଜ ଚାଳନ୍ତେ ନେଇ,ଚମକି ଇଷି ବୋଲିଣ ଭାଷଇ,କହୁଥାଇ କେତେ ବିନୟ ହୋଇ,ଏଥକୁ ଆଉ ମୁହିଁ ନ ପାରଇ, ବୋଲଇ ଆଜି ପଡ଼ିଲି କାହିଁ ।୩।କେତେବେଳ ଅନ୍ତେ ଜୀବଜୀବନ,ଆରମ୍ଭିଲା ବିପରୀତ ବହନ,ତେତେବେଳେ ଯାହା ହେଲା ମୋ ମନ,ତହିଁକି କେବଳ ସାକ୍ଷୀ ମଦନ, ଗଣି ଦେଉଥିଲା ଚୁମ୍ୱନ ଦାନ ।୪।ଅଷ୍ଟଦୁର୍ଗପତି ବୋଲେ ଏ ରସ,ଏହି ଆଜ୍ଞା ମୋତେ ହେବ ଗିରୀଶ,ଖଟିଥିବି ଅନବରତ ପାଶ,ବସି ଚାହିଁଥିବି ମୁଖସାରସ, ଘେନି ବଞ୍ଚୁଥିବି ରାତ୍ରିଦିବସ ।୫।
(୪୧)
(ଶ୍ରୀ ରାଗ କାମୋଦୀ)କୁନ୍ଦ ସୁନ୍ଦରହାସୀ ଇନ୍ଦୁବଦନା । (ପଦ)ଶମ୍ୱ ବିଶିଖମଣି କେଶୀ ରେ ସହିବିମ୍ବ ସଦୃଶ ରଦନାମ୍ୱର ଚାହିଁଚୁମ୍ୱନ ବିନୁ ଧୃତି ସମ୍ଭବୁ ନାହିଁ ନ କର ମନା ।୧।କୁଞ୍ଜରବର ଗତିରେ କୁଟିଳାକ୍ଷାପଡ଼ିଛି ନିକଟ ଅନାଉଣି ଦୀକ୍ଷାକଞ୍ଜ ସୁରଭି ତନୁ ମୋର ତୁ ରକ୍ଷା ମୋ ମନ୍ତ୍ର ତୋ ନା ।୨।ଆଜ ରଜନୀ ଧନ ତୋର ଫରମାସେହାଜର ହେବି ଫୁଲବଲ୍ଲୀ ନିବାସେଲାଜ ରହିତ ନୟନାନ୍ତ ସବିଳାସେ ଅଳପ ଅନା ।୩।ଅଙ୍କେ ବିହର ପିକ ନିସ୍ୱନ ଗାନେଶଙ୍କର ରିପୁ ରଣରଙ୍କ ବିଧାନେରଙ୍କେ ନୃପତି ରାମା ତୁ ନିଦାନେ ଘେନ ବେଦନା ।୪।ଭାସଇ ନୃପ ଜଗଦ୍ଦେବ ୟେ ଭାଷାରଣକୁଶଳା ରସିକାବର ଯୋଷାହ୍ରାସ ସଫଳ କଲା ସକଳ ଆଶା ଶମଦମନା ।୫।
(୪୨)
ରାଗ - କେଦାର, ତାଳ - ସରିମାନଖଚ ବଚନକୁ ସତ ମଣି କି ରେ । ଘୋଷା ।ଆଦରଶେ ଥିବା ବାଙ୍କ, ଗଙ୍ଗାଜଳେ ଅଛି ପଙ୍କ,ରବିବିମ୍ୱରେ କଳଙ୍କ ଭଣିକି ରେ ।୧।ଭୃତ୍ୟର ବିଶ୍ୱାସ ଦେଖି, କରିଥାଇ ଯେବେ ସୁଖୀ,କାଳେ ତା ଚିତ୍ତରେ ରଖି ଟାଣିକି ରେ ।୨।ମଦନ ଅମଳ ବଶେ, କ୍ଷତ ଯେବେ ଦନ୍ତବାସେ,ଦିଶଇ ଏ ଦୋଷ ଦୋଷେ ଗଣି କି ରେ ।୩।ଯେବେ ପ୍ରଭୁପଣ କରି, ପାରିବୁ ହିରଣ୍ୟଗୋରି,ଜିଣି ଯିବି କରେ ଧରି ଫଣୀକି ରେ ।୪।ଲଭିବାରୁ ମୁଁ ପଣ୍ଡିତା, ବର ତୋ ପରିଚାରିତା,ଲକ୍ଷ୍ୟ ନ କରେଁଟି ଚିନ୍ତାମଣିକି ରେ ।୫।ଏଣିକି ତୋ ଅନୁଗ୍ରହ, ନୋହିଲେ ମୋ ରିପୁବ୍ୟୂହ,କହିବ ମୋ ପାଇଁ ଦେହପଣିକି ରେ ।୬।ଅଗଣିତ ଆନ ମନ, ଅନାଅ ବରଜି ମାନ,ରାୟଗୁରୁ କବିଦିନମଣିକି ରେ ।୭।
(୪୨) ଟୀକା- ଆଦର୍ଶ-ଦର୍ପଣ, ଦନ୍ତବାସ-ଅଧର, ପରିଚାରିତା-ଭୃତ୍ୟତ୍ୱ, ଚିନ୍ତାମଣି-ଅଭୀଷ୍ଟପ୍ରଦ ମଣି, ଦେହପଣିକି-ଶରୀରପଣି (ଟିକସ୍) ପାଇଁ, ଆନ ରାଣ, ରିପୁବ୍ୟୂହ-ଶତ୍ରୁସମୂହ ।