ଚଉପଦୀ (ଲୌକିକ ଓ ସାମାଜିକ)
ବଳଦେବ ରଥ · ଭାଗ ୭ / ୩୧
ସମ୍ପୂର୍ଣ୍ଣ ସୂଚୀପତ୍ର
(୮୮)
ନିମଜ୍ଜା ମନକୁ ରସେ, ପରିଜନ-ମଜ୍ଜା ସମଜା ।୦।ଫୁଲିଚି ଗୁରୁ ଗରବେ ନିରତେ ‘ମଦନ ରଜା’,ନିଧୁବନ-ଆହାରରେ ନୂତନ ଛଇଲା ! ଭରଜା ।୧।ଥାଏ ତ ତହିଁ ‘ମରଜି’ ତୋହରି; ଓହରି ନ ଯା;ହଟି ନ ଯାଇ ବିଳାସ-ଡିଣ୍ଡିମ- ନିକୁରମ୍ବ ବଜା ।୨।କରୁଣା ଜଳଧି, ମଥା ପୋତି ତୁ ‘ଧୃତି’ ନ ହଜା;ପରମ ତପୋବଳେ ତ ତୋ’ର ବଶ କଲେ ଗିରିଜା ।୩।କହୁଚି ତୋ’ ମନ-କଥା ତନୁରେ ‘ପୁଲକ-ଗଜା’‘ଜଳନ୍ତର’-ଭୂମି ସୁରାଧୀଶୁଁ ଧନ ! ବରଜ ଲଜା ।୪।
(୮୮) ରସେ- ଶୃଙ୍ଗାରରେ, ପରିଜନ ମଜ୍ଜା ସମଜା- ପରିବାରର ଅଭିପ୍ରାୟ ବୁଝାଇ ଦେ, ନିଧୁବନ ଆହବରେ- ରତିକ୍ରୀଡ଼ା ରୂପକ ଯୁଦ୍ଧରେ, ଭରଜା- କର୍ତ୍ତବ୍ୟ ପୂରଣ କର, ନିକୁରମ୍ବ- ସମୂହ,
ଗିରିଜା- ପାର୍ବତୀ, ଭୂମିସୁରାଧୀଶୁଁ- ରାଜାଙ୍କଠାରୁ ।
(୮୯)
ରାଗ—ଶ୍ୟାମ—କଲ୍ୟାଣ—ଆଡ଼ତାଳିନୂଆ ଛଇଳା, ଥରେ ରସେ ରସାଇବି ରେକଦନକୁ ମୋ ଧନ ଲସାଇବି ରେ ।୦।ସକରୁଣ ସ୍ମିତେ ଅଙ୍ଗୀ-କାର କର ଶିରିଷାଙ୍ଗୀତଳୁ ତୋଳି କୋଳରେ ବସାଇବି ରେ ।୧।ଚୁମ୍ୱି ଚୁମ୍ୱାଇ ଅଧରକରେ ଦେଇ ପୟୋଧରଗଣ୍ଡେ ଗଣ୍ଡସ୍ଥଳକୁ ଘଷାଇବି ରେ ।୨।ମୋ ଛାତି ଚନ୍ଦ୍ରପରାଗୁକିଛି ତୋ କୁଚାଗ୍ରେ ଲାଗୁମଦନର ଭଗାରି ହସାଇବି ରେ ।୩।ତୋ ଭୁଜେ ମଣ୍ଡି ମୋ ଗଳଦୁହିଁଙ୍କ ମନଯୁଗଳରସାନନ୍ଦ ପ୍ରବାହେ ଭସାଇବି ରେ ।୪।କହେ ଅଷ୍ଟଦୁର୍ଗନାଥପୂରି ଦୁଇ ମନୋରଥପାପତାପଯାକକୁ ଖସାଇବି ରେ ।୫।
(୯୦)
ରାଗ—ପୁରବୀନୂଆ ରସିକା ରେ ଗୁଆଁର ମୋ ସମ କାହିଁ ।ତୁ ଆଚରୁଥାଇ ଗୁମାନ ବୋଲି ଯାମୁଁ ଆରମ୍ଭୁଥାଏ ତାହିଁ ।ପଦ ।ନବଲତା ଲୋଳ ଶାଖେ ନିଷେଧିଲେଲଭି ସମୀରଣ ସଙ୍ଗ;ମକରନ୍ଦ ପାନ ଉତ୍ସବରେ ମନନ କରଇ ନିକି ଭୃଙ୍ଗ ।୧।ରସବତି ଘେନ ତେଜିଲେଜୀବନ ଝଷ ବରତିବ କେହି;ମଣି କରକଶ ବୋଲିବରଜିବା ବଣିକର ଭାଗ୍ୟ କାହିଁ ।୨।ଅଗତିକି ମୁହିଁ ବୋଲି ତ ଜାଣଇଜଗତୀତଳେ ତୋ ବିନା;ଚରଣକଞ୍ଜେ ତୁ ପେଲି ଦେଲେହେଲେ ଶରଣ ବୋଲିବି ସିନା ।୩।ଯାହା ପାଦେ ଲାକ୍ଷା ଲେଖୁଥିଲେଶଚୀନାହାପଦ ତୁଚ୍ଛ କରି ;ତାହା ପରା ରମ୍ୟ ପଦାର୍ଥକୁଯାହା ପର ପରିଭବ ସରି ।୪।ଅଷ୍ଟଦୁର୍ଗନାଥ ବୋଲେ ଜାଣୁଜାଣୁ କଷ୍ଟଦ କାମ ଚରିତ;ଜମ୍ବାଳ ଲାଗିଲା ବୋଲିଦରଜିଲି ବିମ୍ୱାଧରା ମରକତ ।୫।
(୯୧)
ରାଗ—କାମୋଦୀ—ଆଠତାଳିପଙ୍କଜ-ଲୋଚନା, ମୁଁ ତୋ ଦାସ ରେଅଙ୍କ ଜଗତୀକି ଥରେ ଆସ ରେ । ଘୋଷା ।ସହି ମଦନାଳସା, ମହୀ-ମହିଳାଭୂଷାବହି ମନରେ ରୁଷା ରହି କି ବିରସ ରେ ।୧।ବାରଣ-ଗତି ମୋର, ସାର ବଜ୍ରପଞ୍ଜର ମାରଫୁଲ ପ୍ରହାର ଛାରକୁ ଏ ତ୍ରାସ ରେ ।୨।ମାନବେଶ କିଞ୍ଚିତେ, ମାନୁ ନାହିଁଟି ତୋତେଆନଟି ମୋର ଚିତ୍ତେ ମାନ ରସରାସ ରେ ।୩।ପୂରି କାମନା ମୋର, ଚୂରି ଦେବା କର୍ପୂର---ପରି ସ୍ମିତକଧର ଗୋରୀ ଦନ୍ତବାସ ରେ ।୪।ହରିଚନ୍ଦନ ଭାଷେ, ହରି ଚାଟୁ ବିଳାସେହରିଣନେତ୍ରା ତୋଷେ ବିରଚିଲେ ହାସ ରେ ।୫।
(୯୨)
ରାଗ—ତୋଡ଼ି; ତାଳ—ଝମ୍ପାପର-ପୀରତିରୁ ଲାଭ ଏତିକି ଗୋଛାତି ପାତିବାର ହେତିକି ଗୋ ।ବନବନ ବୁଲି ସ୍ନେହ ମୋହେ, ଥନଥନ କରି ନେତ୍ରକୁ ହେଛନଛନ ହୋଇ ପାଇବାର ଭୀତିକି ଗୋ । ଘୋଷା ।ଅଳପ ଲୋକରୁ ଲଭି ବଡ଼ ଭୟ,ତଳପକୁ ନ ଅଣ୍ଟେ ପଲ୍ଲବଚୟଜଳପି ବାତୁଳପରି, କଳପିବାର ପାସୋରିଜଳ ପିଆଇ ନୟନୁ କ୍ଷିତିକି ଗୋ ।୧।କାହାର ଗିରରେ ନୁହଇ ବିଶ୍ୱାସ,ଆହାର ବିହାର ହାର ହୁଏ ବିଷଆହା ରାବ ତୁଲେ ଶ୍ୱାସ, ବାହାର ହୁଏ ବିଶେଷପ୍ରହାରେ ପଞ୍ଚମ ଧ୍ୱନି ଶ୍ରୁତିକି ଗୋ ।୨।ନିଶି ନିଦ ବୋଲି ନ ଜାଣଇ ଆଖି,ବିସିନୀଦଳ ତଳପ ତହିଁ ସାକ୍ଷୀମିଶି ନିରବଧି ଗିରେ ଇସି ନିରତ ଉଚ୍ଚାରେଶଶୀନିନ୍ଦାରେ ପୁହାଇ ରାତିକି ଗୋ ।୩।ମନ୍ତର କି ନ ଜାଣଇ ସେହି ଜନ,ଅନ୍ତର ବାହାରେ ଦିଶେ ତା ବଦନଦନ୍ତବାସ ରୁଦ୍ଧ ମନ୍ତ୍ର, ଉଚ୍ଚାରି ଅଙ୍ଗେ ସନ୍ତତରୋମାଞ୍ଚିତ ହର୍ଷ ବେଳ ଗତିକି ଗୋ ।୪।ସଳଖ ମାର୍ଗ ତ୍ୟାଗରୁ ପଡ଼େ ହୁରି,ବଳଖଣ୍ଡନ ହୁଅଇ ଝୁରି ଝୁରିପଳ ଛ’ଚିନା ଗଞ୍ଜଣା, ଫଳରେ ଲଭି ଏ ଜଣା,ଅଷ୍ଟଦୁର୍ଗବସୁମତୀପତିକି ଗୋ ।୫।
(୯୩)
ରାଗ-ଝୁଲାପର ପ୍ରେମ ପୋଡ଼ୁ ଗୋ, କାହିଁକି ତା ଲୋଡ଼ୁ ଗୋମାଗୁଛି ଏତେ ତା ମୋ ଶ୍ରବଣେ ନ ପଡ଼ୁ ଗୋ ।୦।ପ୍ରଳୟ ବହ୍ନିରୁ ବଳେ ମଳୟଜ ମରୁତନିକର ବଇରୀ ଯୁବ ପିକରବ ବିରୁତ ।୧।ବିଧୁର ହୁଅଇ ତନୁ ବିଧୁର କରତେଜେନିମି ନିଦ ନ ଲାଗଇ ବିସିନୀଦଳ ଶେଯେ ।୨।ଦଶନେ କରାଅ ତୃଣ ଅଶନେ ତ ଅରୁଚିରୂପକାନ୍ତି ହରେ ଏହି ଉପକାର କରୁଚି ।୩।ଭ୍ରମର ଖର୍ଜନ ମିଶେ ଯମର ତର୍ଜନରେରଜନୀ ଦୁଃଖି ତ ଥିବ ସଜନୀ ତୋ ମନରେ ।୪।ସରି ଏକା କରିକୁମ୍ଭ ପରି ଧରିଥିବାରକେ ସହିବ ଏ ସମୟେ ବେଶ ବାସି ହେବାର ।୫।ଆଳି କହେ ହେବ ଏହି ପାଳିକ ତୁ ସହିଲେଅଷ୍ଟଦୁର୍ଗ-ମଣ୍ଡଳାଖଣ୍ଡଳ ରସେ କହିଲେ ।୬।
(୯୪)
ରାଗ—ସାରଙ୍ଗ—ଝୁଲାପରବ ଚନ୍ଦ୍ରମାମୁହୀଁ, ପର-ବତ ମତେ ନ କର ତୁହି ରେ,ପରବତ ରତେ ସହି, ମୋ ଧନ ରେ ।୧।ନିଧୂବନ ବିଚକ୍ଷଣା, ବିଧୁର କିପାଇଁ ହେଉ ସୁମନା ରେ,ମଧୁର ବଚନ ଶୁଣା, ମୋ ଧନ ରେ ।୨।ବରସାରସ ଗମନେ, ନ ରସାଇ ରସେ ମନ କି ମନେ ରେଭରସା ତୁ ତ ଭୁବନେ, ମୋ ଧନରେ ।୩।ସନକ ମନମୋହନା, କନକ ତନୁକୁ ମ୍ଳାନ କରନା ରେ,ଧନ କରୁଛି ଯାତନା, ମୋ ଧନ ରେ ।୪।ମଦନ ଦର୍ପଣମୁଖୀ, ବଦନ ତୋହର ଶୁଖିଲା ଦେଖି ରେ,କଦନ ଲଭଇ ଆଖି, ମୋ ଧନ ରେ ।୫।ପରମ ଦୟାଳୁ ହୋଇ, ପର ମଣି ମୋତେ ନ ଚାହୁଁ ସହି ରେ,ମରମକୁ ବାଧେ ଏହି, ମୋ ଧନ ରେ ।୬।ହରଶତ୍ରୁ ବିନ୍ଧେ ଶର, ହରଷେ ଅପାଙ୍ଗେ ଅନାଇଁ ମୋର ରେ,ହର ସବୁ ଦୁଃଖଭାର, ମୋ ଧନ ରେ ।୭।ଶରମରେ ଲଭିଥିଲି, ନରମଅଙ୍ଗୀ ନ ଚାହିଁଲୁ ବୋଲି ରେ,କରମକୁ ଆଦରିଲି, ମୋ ଧନ ରେ ।୮।କୁରଙ୍ଗ ଚାରୁ ଲୋଚନା, ସୁରଙ୍ଗ ଅଧରେ ମାଧୁରୀଘେନା ରେ,ତୁ ରଙ୍ଗରେ ବାରେ ଅନା, ମୋ ଧନ ରେ ।୯।ହୀରକରଦନୀ ଧନ, ଧୀର କରି କର ତୁ ଆଲିଙ୍ଗନ ରେ,ଗିର କରି ପଦେ ଦାନ, ମୋ ଧନ ରେ ।୧୦।ଛଇଳୀ ଥିବ କି ମନେ, ଧଇଲି କର ନ ଘେନିଲୁ ଦିନେ ରେ,ରହିଲି ମୁଁ ଅଭିମାନେ ମୋ ଧନ ରେ ।୧୧।ରସିକା ସେଦିନ ନିଶି, ରସି କାମେ ମୋର ମନକୁ ତୋଷି ରେ,ହସି ଏକା ଗଲୁ ମିଶି, ମୋ ଧନ ରେ ।୧୨।ଗତ ରସକଥା ମାନ, ଗତରସ କିପାଁ କରୁଛୁ ଘେନ ରେ,ସତରବୟସୀ ଧନ, ମୋ ଧନ ରେ ।୧୩।ହରିଚନ୍ଦନ, ବୋଲନ୍ତି, ହରିଚନ୍ଦନୁ ତ ଶୀତଳ ଅତି ରେ,କରିଛୁ କଠୋର ମତି, ମୋ ଧନ ରେ ।୧୪।
(୯୫)
ରାଗ—ତୋଡ଼ି ପରଜ; ତାଳ—ଏକତାଳିପରାଣ ଛାର କି ଲୋଡ଼ା ରେ ସଙ୍ଗାତ,ପରାଣ ଛାର କି ଲୋଡ଼ା ? । ଘୋଷା ।ପ୍ରିୟଜନ-ପ୍ରୀତି ପୀୟୂଷ-ପ୍ରବାହ ହୁଅଇଯେବେ ଖଦଡ଼ା ରେ ।୦।ପାସୋରେ ହୃଦୟ ଭିତରୁ ସଦୟପଣ ପରମ ମୁହାଁସ.ପେଟଯାକ ପୂରିଥିବ ଯେବେ କୂଟମୂଖେ ଥିବ ମନ୍ଦହାସ ରେ ।୧।ଛଳପୂର୍ଣ୍ଣ କରି ମୃଦୁ ବାଣୀ ଝରୀ ବିରହୀ ହୃଦେ ଢାଳିବା,ନିଦାଘେ ତାପିତ ବନଲତା ହିତହାତଟେକା ଜଳ ଦେବା ରେ ।୨।ପଣୟ ପରଖ କରି ଲକ୍ଷ ଲକ୍ଷ ସବୁ ବୁଝି ଅନୁଭବେ,ପ୍ରୀତିଠାରୁ ବଡ଼ କେହି ନାହିଁ ବୋଲିବିବେଚନା ନାହିଁ ଯେବେ ରେ ।୩।କବି-ଦିନକର ରାୟଗୁରୁ ବୋଲେ ଏବେ ସବୁ ଜଣାଗଲା,ପକାଇ ପବିତ୍ର ସ୍ଥଳେ ସ୍ଥୂଳଗାତ୍ରପରମ ପଦକୁ ଚଲା ରେ ।୪।(୯୫) ଟୀକା- ମୁହାଁସ- ଗର୍ବ, କୂଟ- କପଟ, ଝରି- ଜଳପାତ୍ରବିଶେଷ ।
(୯୬)
ରାଗ—ମୁଖାବରୀ—ଆଠତାଳିପାରିବୁ କି, ରସେ ହାରିବୁ ରେ । ଘୋଷା ।ନବଖଣ୍ଡ ମେଦିନୀ-ମଣ୍ଡନା ଜୀବଧନୀଋଷିମନମୋହିନୀ ଶ୍ରୀମୁଖେ ଚୁମ୍ୱ ଘେନି ।୧।ତୁ ତ ନ ଜାଣୁ ରତି, ମତ୍ତ ବାରଣଗତିକିପରି ଆଜ ରାତି ପତି ସଙ୍ଗତେ ମାତି ।୨।ଗେଲାଇ ନାହିଁ ନାହିଁ, ଭାଷେ ଚନ୍ଦ୍ରମାମୁହିଁକେଳିତଳପେ ରହି କରଜ ଦାଉ ସହି ।୩।ଭଲା ତା’ ନାସାମଣି, ମୋ ମନ ନେଲା କିଣିରତି-ସମରେ ଜିଣି, ତାହାକୁ କିଣିଆଣି ।୪।ଚକ୍ର କରି ନୋଥକୁ, ମାରି ମନମଥକୁପୂର୍ଣ୍ଣ ମନୋରଥକୁ ଜଳନ୍ତର ନାଥକୁ ।୫।
(୯୭)
ପାରିବୁ ରେ, ରସେ ଘାରିବୁ ରେ ! ।୦।ନବ ଖଣ୍ଡ ମେଦିନୀ ନବ ମଣ୍ଡନା ଧନି,ମୁନି ମନ ମୋହିନି, ଚିବୁକେ ଚୁମ୍ୱ ଘେନି ।୧।ଗେଲାଇ ‘ନାହିଁ ନାହିଁ’ ଭାଷି ଚନ୍ଦ୍ରମା ମୁହିଁ !କେଳି ତଳପେ ରହି କରଜ ଦାଢ଼ ସହି ।୨।ଚାଟୁରେ ଭରଜାଇ ଡାକିବାରେ ନ ଯାଇଆଲିଙ୍ଗନେ ମଜ୍ଜାଇ ଚେତନାକୁ ହଜାଇ ।୩।ଇଙ୍ଗିତ ଭଙ୍ଗି-ମଝି ସଂସାର ଭାବ ବୁଝିପ୍ରିୟ ବିନୟେ ରିଝି ମଦନ ରଣେ ଯୁଝି ।୪।ପ୍ରବନ୍ଧ ପଟ ଆଣି, ଚାହିଁ ସେ କ୍ଷଣି ଜାଣିକିଙ୍କିଣୀ କିଣି କିଣି ରବେ ମାନସ କିଣି ।୫।ଚକ୍ର କରି ନଥକୁ, ମାରି ମନମଥକୁ,ପୂରା ମନୋରଥକୁ ଜଳନ୍ତର ନାଥକୁ ।୬।
(୯୭) ରସେ ଘାରିବୁ- ରତିକ୍ରୀଡ଼ରେ ମଜ୍ଜିଯିବୁ, କରଜ ଦାଢ଼- ହାତ ନଖର କ୍ଷତ, ଭରଜାଇ- ସମଜାଇ, ରିଝି- ମଣାଇ, ମଦନ ରଣେ- ରତିକ୍ରୀଡ଼ାରେ, ପ୍ରବନ୍ଧପଟ- ଭଲ ଚିତ୍ରପଟ, ମନମଥକୁ-ମନ୍ମଥକୁ, ମନୋରଥ- କାମନା ।
(୯୮)
ରାଗ-କେଦାର-ଆଦିତାଳପ୍ରାଣନାଥ ବିଜେ ବେଳ ବଳିଲା ରେ । ଘୋଷା ।ସଖୀ, ହେଲା କି ପାପ ଦେଖା ଏ ଚନ୍ଦ୍ରାତପ—ବନ୍ଧା କୁସୁମ ଥୋପ ଆସି ଲୁଳିଲା ରେ ।୧।ତୁଟିଲାନି ମୋ ହୃଦ- ପୁଟେ ଥିଲା ପ୍ରମୋଦମଥାପରୁ କୁମୁଦବନ୍ଧୁ ଟଳିଲା ରେ ।୨।ଦେଲା ଆହା କି ଫଳ ଭଲ ତ ମୋ କପାଳ,ଲଗାଇଲେ ରସାଳ ନିମ୍ୱ ଫଳିଲା ରେ ।୩।ମଣ୍ଡାଇଲି ନିବାସ, କିପାଁ ହେଲି ଏ ବେଶ,ଆନେ ତେବେ ଜୀବେଶ ମନ ବଳିଲା ରେ ।୪।ଛୋଟରାୟ ନୃପତି, ବିଜେ କଲେ ଏ ରାତି,ଜାଣ ସବୁ ସମ୍ପତ୍ତି ମୋତେ ମିଳିଲା ରେ ।୫।
(୯୯)
ରାଗ—ଆନନ୍ଦ ଭୈରବୀ—ତ୍ରିପଟାପ୍ରାଣବନ୍ଧୁଆ, ଆଜ ତୋ ଅନାଉଣି ନୂଆ ରେ । ଘୋଷା ।ସ୍ମିତ କାନ୍ତି ପ୍ରସରୁ, ସରୁମଧ୍ୟାରେ କରୁ,ବସୁଧା ସୁଧାରେ ଗାଧୁଆ ରେ ।୧।ହିୟାରେ ଢଳି ମୋର, ସୁଆଦ ରଦାମ୍ୱର,ପିଆଇ ଧନ ମୋତେ ଜିଆ ରେ ।୨।ନିଶ ମରଦୁ ଅଛି, କି ସମଜୁଛୁଛି ଛି,ବିଷମ ବିଶିଖ-ମଦୁଆରେ ।୩।ଅମଳ ମୃଦୁ ଦେହା, ଶ୍ୟାମଳ ଉରେ ବୁହା,ଯାମଳ ପୀୟୂଷ-ମାଠିଆ ରେ ।୪।ଶ୍ରୀ ଜଗଦ୍ଦେବ ଭାଷେ, ଦେବୀ ସବ୍ରୀଡ଼ ହାସେ,ଅଣିମାଦି ସୁଖକୁ ଦିଆ ରେ ।୫।
(୧୦୦)
ରାଗ—ଝିଂଝୋଟି—ଏକତାଳିପ୍ରାଣବନ୍ଧୁଆ ରେ ତୋ ଶୋଭାକୁ ଚାହିଁପୁରନ୍ଦର ସମ୍ପଦ ମୋ ନେତ୍ର ଲୋଡ଼ୁ ନାହିଁ । ଘୋଷା ।ଫୁଲ୍ଲ ପଙ୍କଜ ଚନ୍ଦ୍ର ଦର୍ପଣ ସନ୍ଦରାନନୀ ମୋ ଧନୀହେମ ଚମ୍ପକ କେତକୀ ତନୁ ଶମ୍ଭୁ-ଦମ୍ଭ ବିନାଶିନୀତାର ହୀରକ କୁନ୍ଦ ମୌଳିକ କାଶହାସୀ ବିଳାସିନୀଧରା ଧନ୍ୟ ହେଉଛି ତୋ ପାଦ ସଙ୍ଗ ଘେନି ।୧।ନୀଳଉତ୍ପଳ ଖେଳ ଚଞ୍ଚଳ ମୀନ ଖଞ୍ଜନ ଲୋଚନୀବୀର ମନ୍ମଥ ବାଣ ସମ୍ଭବଟି ଦୁଃଖ ବିମୋଚନୀଲୋଳ ଲୋଚନ କଞ୍ଜରଞ୍ଜନ କୁଞ୍ଜରାଧିପ ଗାମିନୀଅନଙ୍ଗ ମଙ୍ଗଳ ରମା ତୁ ମନ ମୋହନୀ ।୨।ମଞ୍ଜୁଳାଞ୍ଜନ-ପୁଞ୍ଜଗଞ୍ଜନ ନୀଳକୁନ୍ତଳପାଶିନୀଭକ୍ଷିତାନିଳ ଯୋଗୀମଣ୍ଡଳ ଯୋଗଖଣ୍ଡନ ବେଶିନୀସାନ୍ଧ୍ର ଚନ୍ଦ୍ର ପରାଗ ସଙ୍ଗତ ଗନ୍ଧସାର ସୁବାସିନୀକୁତାର୍ଥ ହୋଇଲା ଯଉବନ ତୋହ ଘେନି ।୩।ବକ୍ର କୋମଳ ବାଣୀ ବର୍ତ୍ତୂଳ ଚନ୍ଦ୍ରଚାରୁ ନିତମ୍ବନୀଶକ୍ର ବାରଣ କୁମ୍ଭ ଭୂଧର ଚକ୍ରବାଜ ଘଟସ୍ତନୀଲାଲ ପଲ୍ଲବ ବିଦ୍ରୁମ ଭ୍ରମ କରମାଧରି ଭାବିନୀରାମଚନ୍ଦ୍ର ଦେବେ କେବେ ନୋହିବୁ ଗୁମାନୀ ।୪।
(୧୦୧)
ପ୍ରାଣବନ୍ଧୁ, କର ଗରବ କାହିଁକି ରେ;ପରବ ଚନ୍ଦ୍ରମା ଚିତ୍ତେ, ବଳିଲାନି କି ତୋ ଝଳିଲାବଣ୍ୟାଦି ଗୁଣଗଣରୁ କିଞ୍ଚିତେ । ଘୋଷା ।ଜଳଧର ପଙ୍କ, କି ଅବା କଳଙ୍କଖଣ୍ଡେ ଶିରୀକରି ଫୁଲେ,ନାହିଁ କି ନଜର, ରସାଳସା ତୋରନେତ୍ର ଇନ୍ଦୀବର ଫୁଲେ ।୧।ମୋ ସୁଧାତୁଳରେ, ବସୁଧା ତଳରେକେ ଅଛି ବୋଲି ଯା ଭାବେ,କର୍ଣ୍ଣେ ନାହିଁ ଶୁଣି, ତୋ ମୃଦୁଳ ବାଣୀବିଳାସକୁ ପରା ଲବେ ।୨।କରିଛି କି ମନେ, ଏ ତିନି ଭୁବନେମୁଁ ଏକା ରଜନୀକର,ଫୁଲ ଶେଯରତେ, ତୋ ଚରଣେ କେତେଲାଗଇ ରଜ ନିକର ।୩।ଜଗତୀରେ ଏକା, ମୋହରି ଚନ୍ଦ୍ରିକାରୁଚିର ବୋଲି ଯେ ବୋଲେ,କୁନ୍ଦ ବିକାଶକୁ, ନିନ୍ଦିବା ହାସକୁଖେଳାଇ ହେବୁଟି ଗେଲେ ।୪।ଭାବୁଅଛି ଚିତ୍ତେ, ଭଜିଛନ୍ତି ମୋତେ,ଅନେକ ନକ୍ଷତ୍ରମାନେ,ଶ୍ରୀହସ୍ତ ଚରଣ-କଞ୍ଜ ନଖଗଣଶୋଭା ଚାହିଁ ନାହିଁ ଦିନେ ।୫।ଟେକିଦିଅ ମୁଖ, ଏ ସିତ ମୟୂଖ—ଜିତ ହୋଇ ମରୁ ଚଳିନିତି ନିଧୁବନେ, ଅନେକ ବିଧାନେକେତେ ଚନ୍ଦ୍ର ଥାଇ ଚଳି ।୬।ଚକୋର ଏହାର, ବଡ଼ ପରିଚାରତୁ ସେବା ଦେଇଛୁ ମୋତେ,ଅଷ୍ଟଦୁର୍ଗ ଧରାମଣ୍ଡଳୀ ଅମରାବତୀ—ପତି ବୋଲେ ଗୀତେ ।୭।
(୧୦୨)
ରାଗ—ଭୈରବୀ—ଆଠତାଳିପ୍ରିୟ ସହି, ଏତେବେଳକୁ ଥାଅ ମୋତେ କହି ରେ,ତହିଁରେ ମୁଁ ନାହିଁ ଅବଗାହି ରେ । ଘୋଷା ।ପ୍ରଥମ ପ୍ରବେଶ କାଳେ, ଆଚ୍ଛାଦି ଅଙ୍ଗ ଦୁକୂଳେ,ଉଭା ହେବି ସିନା ତଳେ, କେଳି ତଳପକୁ ବଳେଘେନିଯିବେ, ସେହି ସ୍ନେହ ବହି ରେ ।୧।ମାର ମନେ ଖେଳୁଥିବ, ପ୍ରଦୀପ ଯେ ଜଳୁଥିବ,ବିବେକ ତ ଟଳୁଥିବ, ଲାଜ ତ ପ୍ରବଳୁଥିବ,ତାଙ୍କ ମୁଖ, ଅନାଇବି କେହି ରେ ।୨।ମଦନ-ମଦ ଅମଳେ, ଚେତା ନ ଥିବାରୁ ଭଲେ,ଲୋଭ ବଶୁଁ ଅବା ଗେଲେ, ପୁନଃ ପୁନଃ ଚୁମ୍ୱ ଦେଲେ,ସ୍ଥିର ହୋଇ ରହି କି ନ ରହି ରେ ।୩।ବୋଲୁ ଯେ ଅଛି ବିଧାନ, ବାଜି କରରୁହ ମୂନ,ଦେହରେ ନ ରଖି ସ୍ଥାନ, ପୁଣ ଗାଢ଼େ ଆଲିଙ୍ଗନ,ଏତେ ଦାଉ, ପାରିବି କି ସହି ରେ ।୪।ବିନତି ହୋଇ କହିଲେ, ଏତେ ଅବା ହେବ ହେଲେ,କି କରିବି ନୀବୀ ତୁଲେ, ହଟୁ ପ୍ରିୟ ରଚିଲେ,ସହିବାର, ପଡ଼ଇ କି ତାହି ରେ ।୫।ଅଷ୍ଟଦୁର୍ଗ ନାଥ ଭଣେ, ତୋଷ ଗୋ ସଖୀ ଜଣାଣେ,ମଣ୍ଡି ମଣି ଆଭରଣେ, ବନ୍ଦିବା ଶିବା ଚରଣେ,ଆସିଲେ ମୁଁ, ଲୋକହସା ହୋଇ ରେ ।୬।