(୧୪) — ଚଉପଦୀ (ଲୌକିକ ଓ ସାମାଜିକ) — ବଳଦେବ ରଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
(୧୪)
ରାଗ—ପୂରବୀ, ଆଠତାଳିଆଉ ଟିକାକୁ ଗୋ, ଆଉ ଦଣ୍ଡକୁ ଗୋ,ବୃଥା କଥାକୁ ଗୋ, କାହିଁକି ଦୁଃଖ ରୁଷଣା ?ଶ୍ୟାମ ମୋର ଜୀବବନ୍ଧୁ ବୋଲି, ଯିବଏହି ଶ୍ରୀମୁଖରୁ ଶୁଣା ।୦।ସରଦାର ମଧୁ ଫରମାସିଲାନିନିକୁଞ୍ଜମନ୍ଦିର ମଣ୍ଡା,ଅନଙ୍ଗ-ରଙ୍ଗ ରଙ୍ଗସ୍ଥଳେ ଉଡ଼ିବଶୃଙ୍ଗାର ମଙ୍ଗଳ ଧଣ୍ଡା ।୧।ସରମ ସମୟ ସମ ରସମୟସବୁ ରୂପେ ହୋଇବାକୁ,ନିଜ ଜୟ ହେତୁ ଧ୍ୱଜ କରିବୁତୁ କୋମଳ ରୋମଲତାକୁ ।୨।ନବୀନ ଘନ ଶ୍ୟାମଳ କୃଷ୍ଣପକ୍ଷେ ଚନ୍ଦ୍ରାଭିଖ୍ୟା ନ ଦିଶିବ,ସ୍ମର ସହଚର ସାବୟବଲଂଘି ବନମାଳିକା ବାସିବ ।୩।ତଦନନ୍ତର ତୁ ମୋଠାରେକରୁଣାରସ ସିଞ୍ଚ ବା ନ ସିଞ୍ଚ,ମିଳିବ ତୋ ପଦ-କଞ୍ଜକୁ ଶିଖଣ୍ଡମୟଚୂଳାଞ୍ଚଳ ଲାଞ୍ଚ ।୪।ମିଳିବାକ୍ଷଣେ ତୋ ପୀୟୂଷମୟୁର ମୁଖସୁବାସ ରାଜୀବ,ମୁରଲୀ ଚୁମ୍ୱନ ମୁରଲୀ-ମୋହନମନରୁ ପାଶୋରା ଯିବ ।୫।ଗଉର ବରନା ଗଉରବ ମନାକରି ମନ କଲୁ ତା’ରେ,ବଣିକହରାରି ମଳାଇବ ହରିମଣି କନକଲତାରେ ।୬।ରସି ସଖିଗିରେ ହସି ରାଧା ଧୀରେଭାଷିଲେ ସ୍ନେହେ ଯା’ମ ଯା’,ରଚିଲେ ନିଃସର୍ଗ ଧୀର ଅଷ୍ଟଦୁର୍ଗବସୁଧା-ବଳୟ ରାଜା ।୭।
(୧୫)
ରାଗ—ପୂରବୀଆଉ ଟିକାକୁ ଗୋ, କାହିଁକି ଦୁଃଖ – ରୁଷଣା ?‘‘ଶ୍ୟାମ ମୋ’ର ଜୀବ ବନ୍ଧୁ’’ ବୋଲିଯିବ ଏହି ଶ୍ରୀମୁଖରୁ ଜଣା ।୦।ସରଦାର ‘ମଧୁ’ ଫରମାଶିଲାଣିନିକୁଞ୍ଜ-ମନ୍ଦିର ମଣ୍ଡା,ଅନଙ୍ଗ-ରଣ-ରଙ୍ଗ ସ୍ଥଳେପଡ଼ିବ ଶୃଙ୍ଗାର ମଙ୍ଗଳ ଧଣ୍ଡା ।୧।ସମ ରସମୟ ସମରସମୟ ସବୁରୂପେ ହୋଇବାକୁନିଜ ଜୟ-ହେତୁ କେତୁ କରିବୁତୁ କୋମଳ ଲୋମ-ଲତାକୁ ।୨।ନବୀନ ଘନଶ୍ୟାମ କୃଷ୍ଣପକ୍ଷେ ଚନ୍ଦ୍ରାଭିଖ୍ୟା ନ ଦିଶିବ,‘ସ୍ମର’ ସହଚର ସମୟ ଲଙ୍ଘିବନ ମଲ୍ଲିକା ବାସିବ ।୩।ତଦନ୍ତରେ ତୁ ମୋ’ ଠାରେ କରୁଣାରରସ ସିଞ୍ଚ ବା ନ ସିଞ୍ଚ,
ଯାଚିବ ତୋ’ ପଦ-କଞ୍ଜକୁ
ଶିଖଣ୍ଡମୟ ଚୂଳାଞ୍ଚଳ ଲାଞ୍ଚ ।୪।
ମିଳିବା କ୍ଷଣି ତୋ’ ପୀୟୂଷ-ଅଧର-
-ମୁଖ-ସୁବାସ-ରାଜୀବ
ମୋହିତ ମୋହନ ମୁରଲୀ ଖୁ ରଲି
ମନରୁ ପାସୋରି ଯିବ ।୫।
ତା’ ଉର-ବିହାର-ଗଉରବ
ବିନା ହୋଇ ମନ କଲେ ତୁ ରେ !
ବଣିକ-ହରାରି ମିଳାଇବ ‘ହରି’-‘ମଣି’
‘କନକ ଲତା’ ରେ ।୬।
ହସି ସଖୀଗିରେ ରାଧା ଧୀରେ
ଭାଷିଲେ ‘‘ତୁହି ଯା ମ, ଯା’’
ରଚିଲେ ନିସର୍ଗ ଧୀର ଅଷ୍ଟଦୁର୍ଗ
ବସୁଧା ବଳୟ – ରଜା ।୭।
(୧୫) ସରଦାର ମଧୁ- ଋତୁରାଜ ବସନ୍ତ, ଧଣ୍ଡା-ମାଳା, ସମର ମସୟ- ରତିକ୍ରୀଡ଼ାର ବେଳ, କେତୁ- ପତାନା, ଲୋମଲତା- ନାହି ଉପରେ ଓ ତଳେ ଥିବା ଲୋମାବଳୀ, ଚନ୍ଦ୍ରାଭିଖ୍ୟା- ଚନ୍ଦ୍ରର ଶୋଭା, ସ୍ମରସହଚର ସମୟ- ରାତ୍ରିକାଳର କେଳି ସମୟ, ଖରୁଲି- ବଂଶୀ ବଜାଇବା ଭଙ୍ଗୀ, ବଣିକ ହରାରି- ବେପାରୀ କନ୍ଦର୍ପ, ହରିମଣି- ଶ୍ରୀକୃଷ୍ଣ ରୂପକ ମଣି, ନିସର୍ଗ ଧୀର- ସ୍ୱଭାବତଃ ନମ୍ର ।
(୧୬)
ରାଗ—ମୁଖାବରିଆଗୋ ସଖି ! ଭଜିବି ମୁଁ ସେ ନୂଆ ନଟକୁ ।୦।ହେଲେ ହେଁ ଲୋକହସା, ନିତି କରିବି ବସାକଳିନ୍ଦ ଗିରି ସୁତା – ତଟକୁ ।୧।ବୁଲିବି ବନେ ବନେ ତା’ ତୁଲେ ପ୍ରତିଦିନେ;ଯେ ଯେତେ ପାରେ ତେତେ ଅଟକୁ ।୨।ମତେ ଅବା ନ ସହି ଡକାଇ ନେଉ କେହିଭଟକୁ ଆଣି କଂସ – କଟକୁଁ ।୩।କେ ଦେଲେ ଦେଉ ଗାଳି ; କରିବି ତା’ ସଙ୍ଖାଳିହଟକୁ ଶିଖଣ୍ଡ ମୁକୁଟକୁ ।୪।ପଡ଼ି ଶ୍ରୀପଦ-ତଳେ ଟାଣି ଆଣିବି ବଳେନିକୁଞ୍ଜ – ମଧ୍ୟ ଫୁଲ ଖଟକୁ ।୫।ବୋଲେ ଶ୍ରୀ ଛୋଟରାୟ ନିରତେ ମୋ ହୃଦୟସ୍ଥଳେ ସେ ‘ନୀଳମଣି’ ଝଟକୁ ।୬।
(୧୬)କଳିନ୍ଦଗିରିସୁତା- ଯମୁନା ନଦୀ, ତେତେ ଅଟକୁ (ପାଠାନ୍ତର- ମୋତେ ଅଟକୁ)- ଆକଟ କରୁ ବା ଅଟକାଉ, ଭଟକୁ- ଭାଟକୁ, ହଟକୁ- ଦୁଷ୍ଟାମିକୁ ।
(୧୭)
ଆଗୋ ପ୍ରିୟ ସଖି ! ପ୍ରାଣପ୍ରିୟଙ୍କୁ ପାରିଲୁଟିକି ଦେଖି । ଘୋଷା ।ରସେ ଉଲୁସାଇ ଚିତ୍ତୁଟିକିଘେନିବା ସମୟେ ଗୀତୁଟିକି ।କି ତୁଔ ପାରିବ ଚନ୍ଦ୍ରିକା ତାହାରମିତୁଟିକି କୁନ୍ଦ ସ୍ମିତୁଟିକି ।୧।ଥାଏ ମୋର ମନ୍ଦ ମୁଁ ବିବେକୀପ୍ରାଣ ତୁଲେ ହୋଇଗଲି ବିକି ।ଜାଲିଟି ନିକଟେ ଅନାଇ ଦେଲିଟିକାଲି ଟିକିଏ ସେ ଚାଲିଟିକି ।୨।ଶ୍ରୁତିରେ ତାର ଚରିତୁ ଟିକିଶୁଣୁଥିଲେ ହେଲେ ମୁଁ ନିତିକି ।କି ବୃତ୍ତିରେ ସତୀ ମତିହରା ମୋରଧୃତି କରିଦେଲେ ଟିକିଟିକି ।୩।ବୋଲେ କବିରବି ତୁହିଟିକିଗେଲେ ତାଙ୍କୁ ରାଧେ ଚିନ୍ତୁଟିକି ?ପାଲେ ଯା ପକାଇ ନିଏ ସେ ଡକାଇଚୋରି କରି ମନ ବିଭୁଟିକି ।୪।
(୧୮)
ରାଗ ମୁଲତାନି—ଆଡ଼ତାଳିଆଜ ଏ ରୁଷାରେ, ପାଳିଲି ନାହିଁ କିତୋର ହୁକୁମ ସୁସାରେ ।ପଦ ।ହେଲୁ ଯେ ଗଣ୍ଡମଣ୍ଡିତ-କର ସାରସାରେ,ତୋ ବିନା ଅଛି କେ ମୋର ଭରସା ରସାରେ ।୧।ଚିନ୍ତାମଣି ପରା ତୁ ମୋ ଚିତ୍ତ ଘରଷା ରେ,ତିନ୍ତାଅ ନା କୁଚକୁମ୍ଭ ଅଶ୍ରୁ ବରଷାରେ ।୨।ସହି ସରିଲିଟି ହର-ଅହିତ ତୃଷାରେ,ବନ୍ଦ ପଡ଼ୁସ୍ମିତ ମକରନ୍ଦ ପରଷାରେ ।୩।ଗୁଣାମ୍ଭୁଧି ଥରେ ସ୍ମର ସମରେ ରସା ରେ,ଭଣାଯାଉ ତୋର ଗଣା ନ ଯା ନିରାଶା ରେ ।୪।ଜଗଦ୍ଦେବ ବୋଲେ ଶ୍ୟାମ ବିନୟ ତୁଷାରେ,ଶଙ୍କିଲା ଦେବୀଙ୍କ ମୀନ ପଙ୍କଜ ଦଶା ରେ ।୫।(୧୮) (ଶେଷ ପଦ)- କୃଷ୍ଣଙ୍କ ବିନୟରୂପ ହୁମସ୍କର୍ଶରେ ଦେବୀଙ୍କ ମାନ ପଦ୍ମ ଅବସ୍ଥାକୁ ପ୍ରାପ୍ତ ହେଲା ଅର୍ଥାତ୍ ମାନ ସଙ୍କୁଚିତ ହେଲା ।
(୧୯)
ରାଗ—ମରୁଆଆଜ ଏ କି ଗୁମାନ ରେ (ଚନ୍ଦ୍ରାନନା)ଦେଖିନାହିଁ ସ୍ୱପନରେ ।ପଦ ।ସୁନ୍ଦର ରଦବାସ, ମନ୍ଦାରଦଳେହାସ,-କୁନ୍ଦକୁ ପରକାଶ,କୁନ୍ଦାନାଙ୍ଗି ମୋ ଧନି, (ପଡ଼ି) ତୁ ସିନା ମୋର ପ୍ରାଣ,ରମଣୀଗଣ ରାଣ, ରାଣ ଅଛଟି ମାଣ,-ବକ ମୃଗାକ୍ଷୀଜାଣ ଦାରୁଣ ସ୍ମରରାଣ, ଶାଣଦିଆ ତୀକ୍ଷଣ,ବାଣଗଣରେ ନିଶ୍ଚେଁ ନେବଟି ଏ ପରାଣ ।୧।ଚାରୁ ଚମ୍ପକଦେହା ରେ, ଚନ୍ଦ୍ରାନନା,କାହୁଁ ଶିଖିଲୁ ଏହା ରେ, ଅଶ୍ରୁ ପ୍ରସରିବାର,ମହୀକି ଚିରିବାର, ଆଜନ୍ମ ପରିବାର,ସଂସାର ସାରିବାର ।୨।ମର୍ମ ଗଲାଟି ଫାଟି ରେ, ଚନ୍ଦ୍ରାନନା,ମାରମାର୍ଗଣଧାଟୀରେ, ବନ୍ଧୁଆ ସରିଲିଟି,ତୋ କୀର୍ତ୍ତି ପରିପାଟୀ, ରୋପିବାର ଲତାଟି,ମୂଳୁ ନ ପକା କାଟି ।୩।ଦୋଷ ଦେଖି ତୁ ଦଣ୍ଡ ରେ, ଚନ୍ଦ୍ରାନନା,ମଣ୍ଡନା କର ଗଣ୍ଡରେ, ବାହୁପାଶେ ନିତାନ୍ତେ,ବାନ୍ଧିବା ବସନାନ୍ତେ, ଓଷ୍ଠ ବିଦାରି ଦନ୍ତେ,ଭୂଜ କରଜ-କୁନ୍ତେ ।୪।ଆରମ୍ଭିଲେ ତୁ ରୁଷା ରେ, ଚନ୍ଦ୍ରାନନା,ଭରସା କେ ମୋ ରସାରେ, ତେଜିଲେତୁ ମୋ କୋଳ, କେତେ ମୋ ଧୃତି ବଳ,ସହେ କି କରବାଳ, କେଳି-କମଳ ଦଳ ।୫।ଶ୍ୟାମ ବିନୟଭାଷାରେ, ଚନ୍ଦ୍ରାନନା,ମନ୍ଦ ମଧୁରହସା ରେ, ଭାଷିଲେ ପ୍ରିୟବାଣୀ,ରସେ ସେ ସୁଲକ୍ଷଣୀ, ରସିଲେ ମନ ଜାଣି,ଶ୍ରୀ ଛୋଟରାୟ ଭଣି ।୬।
(୧୯) ରମଣୀଗଣରାଣ- ନାରୀମାନଙ୍କ ମଧ୍ୟରେ ଶ୍ରେଷ୍ଟ, ରଦବାସ-ମନ୍ଦାରଦଳେ- ଓଷ୍ଠରୂପ ମନ୍ଦାରଫୁଲରେ, ହାସକୁନ୍ଦକୁ- ହାସ-ରୂପ କୁନ୍ଦଫୁଲକୁ, କୁନ୍ଦନାଙ୍ଗି- ସ୍ୱର୍ଣ୍ଣାଙ୍ଗୀ, ମାଣବକ- ଶିଶୁ, ରାଣ- ରାଜା, ପରିଚାର- ଚାକର, ମାରମାର୍ଗଣାଧାଟୀ- କନ୍ଦର୍ପଶରସମୂହ, ରସା- ପୃଥାବୀ, କେଳି-କମଳ-ଦଳ- ପ୍ରୀତିପଦ୍ମପାଖୁଡ଼ା, କରବାଳ- ଖଣ୍ଡା ।
(୨୦)
ରାଗ—ବେହଗଡ଼ା—ଆଦିଆଜ ରସବତୀଙ୍କର ରାଜା । କୋଳୁ ନ ଯା ରେ ।୦।ସରିଯିବି ସିନା ସୁନାଗୋରି । ଦୁଃଖ ବେଜାରେ,ଥରେ ଆଉ ତୋ ରସପାତରେ ମୋତେ ଭିଜା ରେ ।୧।ଦୁହିଁଙ୍କ ନାମେ ଡିଣ୍ଡିମ ବାଜୁ ବ୍ରଜ ବଜାରେ,ଅସରସ ଲୋକ କି କରିବ ନିନ୍ଦି ହଜାରେ ।୨।ଊଣାଯାଉ ଗଣା ଯା ଅଦୃଷ୍ଟ ଦୁଷ୍ଟ ରଜାରେ,କରନ୍ତୁ ଦୁରନ୍ତେ ଲେଖା ମୋ ରସେ ଗରଜାରେ ।୩।ଦେହମହୀ ପୂରିଛି ପୁଲକ ବ୍ୟାଜ ଗଜାରେ,ଏ ସମୟେ ସ୍ମରାନଳ ଝାସରେ ନ ଭଜା ରେ ।୪।ଶ୍ରୀମତୀ ଏପରି ହରି ଭାରତୀ-ଭାନୁଜା ରେ,ବୁଡ଼ିଗଲା ପରି ଅଙ୍କେ ବିରାଜିଲେ ଲଜ୍ଜାରେ ।୫।କୃପାକରି ବସୁଦୁର୍ଗ ବସୁନ୍ଧରା ରଜାରେ,ସ୍ମିତକୁଳେ ରସିଲେ ମଦନ ମହାପୂଜାରେ ।୬।
(୨୧)
ରାଗ—ଖମ୍ୱାଜ, ଆଦିତାଳଆଜି ମଦନ ସାଜିକି ନାଗରକର ରାଜି ରେ । ଘୋଷା ।ଲଘିଂଲ ଯା ଶଙ୍କା ଗୁରୁଭୟ ବନ-ରାଜିରେ ।ରସସିନ୍ଧୁ ତଟରେ ସଞ୍ଚରୁ ମନ ବାଜି ରେ ।୧।ରସବତୀ ଚକ୍ରବର୍ତ୍ତୀ ଯଶକୁ ନିହାଜି ରେ,ଭୁଲାଇ ମୂଲାଇ ଯାନ ଦେବି ସିନା ସାଜି ରେ ।୨।ପରିକର ନାଶ ମଣି ତାର କରେ ମାଜି ରେ,ଧରଣୀ ମଣ୍ଡନା ବେଶ ଦେବ ସୈନ୍ୟ ସାଜି ହେ ।୩।ଭାଷେ ଜଗଦ୍ଦେବ ଶ୍ୟାମ ବାଣୀ ଡକା ବାଜି ରେ,ହଜିଗଲା ରାଜୀବାର ଶଙ୍କା ଭାନିତାଜି ରେ ।୪।
(୨୨)
ଆରେ ସଖି, କହିଲୁ କି ଶ୍ୟାମ ଆଗେବୁଡ଼ି ସୁଆଗେ ।୦।ରାଧା ଆମ୍ଭ ତୁଲେ କାଲିନିକୁଞ୍ଜ ପୁଞ୍ଜରେ ବୁଲିପୁଲକି ତମାଳ ବଲ୍ଲୀଶାଖାକୁ ଭିଡ଼ିଲା ବୋଲି ।୧।ବାଳ କାଳୁ ତୁ ମୋ ଜଥାବୋଲି ସିନା ମନ ବ୍ୟଥାକହିଲି ଛୁଆଇଁ ମଥାମନେ ନ ରଖି ସେ କଥା ।୨।ମନକୁ ନ ଭର ଯାଇତୋତେ କି ନ ସମଂଜାଇକରଜ ଦେଲି ବଜାଇଛାର ଏ କଥାକୁ ଯାଇ ।୩।ପଟେ ଚନ୍ଦ୍ରମୁଖ ତାରଚନ୍ଦ୍ରରେ କରି ତିଆରଚାହିଁଣ ଶିରୀ ସମ୍ଭାରଗେଲେ ଥରେ ଚୁମ୍ୱିବାର ।୪।ସେ ଦିନ ଦିବସ ଯାକକାନେ ଶୁଣି ବଂଶୀଡାକତା ପ୍ରଣୟେ ରଖି ଟାକକରିବା ପ୍ରସଙ୍ଗଯାକ ।୫।ନ ଜାଣନ୍ତି ଆନ ଆଳୀତତେ ସିନା କଲି ଅଳିତା କଠଉ ତଳ ଧୂଳିଆଣିଲେ ହୋଇବି ବୋଳି ।୬।କହେ ଛୋଟରାୟ ଭାବପ୍ରକାଶିତ ନାହିଁ ଲବଆନ ଆଗେ ମନୋଭାବପାଇଲେ ସେ କାହୁଁ ଠାବ ।୭।
(୨୨) ଜଣେ ସଖୀପ୍ରତି ଆଉ ଜଣେ ସଖୀର ଉକ୍ତି, ବଲ୍ଲୀ- ଲତା, ଜଥା- ସାଥି, କରଜ- ହାତର ନଖ, ପଟେ- ଗଛ ବକଳରେ, ଚନ୍ଦ୍ରରେ- କସ୍ତୁରୀରେ, ଲବ- ତିଳେ ମାତ୍ର ।
(୨୩)
ରାଗ—ପୂରବୀ, ଏକତାଳିଆରେ ହେମଦେହା,ତୁ ତ କୁହାଉ ରସିକା, କହୁ ଏହା ରେ ॥ପଦ ॥
ମୋହନ ପୁଣି ସେ ହସୁଥିବ,—ବାହାର ଭିତରେ ଦିଶୁଥିବ,ନର ନାଗ ନାକେ ବରବରନା କେ,ପର ଉପଦେଶେ ରୁଷୁଥିବ ।୧।ଭାଙ୍ଗି ଧୃତି ଚନ୍ଦ୍ର ଚାହୁଁଥିବ,—ନାଟୁଆ ନେତ୍ରାନ୍ତେ ଚାହୁଁଥିବ,ସେ ଖେଳା ଭ୍ରୂବଲ୍ଲୀ, ଚାହିଁଦେବି ବୋଲି,ବିବେକ ସେକାଳେ କହୁଥିବ ।୨।ତା ଶିଖଣ୍ଡ ଚୂଡ଼ା ଝଲକରେ—ପଡ଼ିଲେ ଦୃଷ୍ଟି ଅପଲକରେ,ମହୀଲୋକେ ରାମା, କେ ହୀନକରମା,କେହି ନ ପୂରିବ ପଲକରେ ।୩।ସଞ୍ଜବେଳ କଞ୍ଜ ପରି ରହି—କରରୁହ ମୁନେ ଚିରି ମହୀ,ମନମଥ ମନ, ମଥକୁ ପଥକୁ,ନୟନର ନ ଆଣିବି କେହି ।୪।ସକପଟ ମନେ ପୋତି ମଥା—ନ କହିବ ଯେଉଁ କ୍ଷଣ କଥା,ସକଳ ସୁକୃତ ଫଳ ମୂରତିକି,ସେ କ୍ଷଣୁଟି ନୋହିବ କି ବୃଥା ।୫।କହନ୍ତେ ଏପରି ସୁଦଶନା—ସହଚରୀ ହୋଇ ସହି ସିନା,ଅଷ୍ଟଦୁର୍ଗା ନାଥ କହନ୍ତି କହିଲେ,ତୋ ମରଜି କଷୁଥିଲି ସିନା ।୬।
(୨୪)
ରାଗ—ଭୈରବୀ, ଆଠତାଳିଆହା କି ଭାଲେ ଲିହି—ଥିଲା ଦାରୁଣ ବିହିହେବାକୁ କାମେ ଦହି ଗୋ ।ପଦ ।କ୍ଷଣେ ହେଲେ ଅନ୍ତର—ନୋହି ପାଶେ ଚାକର—ପରି ସେବିଥିବାର ଗୋକୁଳିଶୁଁ ବଳି ଚିତ୍ତ, ମୋଠାରେ ପ୍ରାଣନାଥ,କରିବାର ଉଚିତ ହେଲା କି ଗୋ ସଙ୍ଗାତ ।୧।ନିତି ନିଶା ବାସରେ, ଶୟନ ଆବାସରେ,ଥିଲା ପରି ପାଶରେ ଗୋଉରେ ଜମାଇବାକୁ, କୋଳକୁ ଆଣିବାକୁଚାଟୁ କଲା ବେଳକୁ, ଆଉ ନ ଦେଖିବାକୁ ।୨।ଏ ବିରହ ବେଦନା, ସହିବାକୁ ନବୀନାଅଛି କେ ମୋହ ବିନା ଗୋସନ୍ତାପ ଅକୂପାର, ଗଣ୍ଡେ ନ ମଜ୍ଜିବାରଜନେ ହେବାକୁ ପାର ଥିଲେ କହ ବିଚାର ।୩।ମୋହନ ଅନା ଥରେ,—କୃପା ହୃଦ ପଥରେନଇଲେ କିପାଁ ଥରେ ଗୋଦୁଃଖେ କବିସବିତା, ଭାବେ ଶୁଣ ଲଳିତା !ଏ କାଳେ ଏତେ ଚିନ୍ତା ବିହିଲା ଗୋ ବିଧାତା ।୪।
(୨୫)
ଆହା କି ଶୋଭା ତୋ ଠାଣିରେପରଭୂତ ରୁତ ବାଣୀରେ,ସହି ତୋତେ ମହୀ ପୁଣ୍ୟବଳୁ ପହିଅବତରାଇଛି ଆଣିରେ ।୦।ଜଗତୀ ପାବନ ହେବବୋଲି ଅବା କେଉଁ ଦେବବୋଲାଉଚି ଧନ୍ୟ କି ତତେ ଲାବଣ୍ୟପୀୟୂଷ ପୁରରୁ ଛାଣି ରେ ।୧।ନାଗରେ, ନାକେ, ଭୂତଳେନାହିଁ ଯା ତୁଳା ଭୂତଳେକି ପଦାର୍ଥ ତୁଟି ଦ୍ୱୀପ ରିପୁ କଟିଅନୁମାନେ ନୁହେ ଜାଣି ରେ ।୨।ମୁଁ ମାତ୍ର ମାଗୁଛି ଏତେପରକ୍ଷି ନ ଦେଇ ମତେନମଣ୍ଡିବୁ ଗଣ୍ଡ ସ୍ଥଳକୁ ଅଖଣ୍ଡସୁଷମ ପଲ୍ଲବ ପାଣିରେ ।୩।କାହିଁକିଟି ସେ ସୁରେଶେଖାତର କରିବ ଲେଶେଖେଳଯିବ ଯାହା ସୁଖେ ଚମ୍ପା ଦେହାତୋ ଭୂରୁ ନଚା ଚାହାଣିରେ ।୪।ଅଷ୍ଟଦୁର୍ଗ ନାଥ ବୋଲେଘନଶ୍ୟାମ ଗିରେ ବୋଲେସମନ୍ଦାକ୍ଷ ହସା ସ୍ନେହ ରସେ ମିଶା—ମିଶିହେଲେ ଠାକୁରାଣୀରେ ।୫।
(୨୫) ପରଭୂତ ରୁତ- କୋଇଲିର କୁହୁ ଧ୍ୱନି, ଜଗତୀ- ପୃଥିବୀ, ନାଗରେ- ପାତାଳରେ, ନାକେ- ସ୍ୱର୍ଗରେ, ସୁରେଶେ- ଇନ୍ଦ୍ରକୁ, ସମନ୍ଦାକ୍ଷ- ସଲଜ୍ଜ ।
(୨୬)
ଆହା ବଂଚିବ କେହିଶରଦରବିନ୍ଦ ନେତ୍ରା ଚାନ୍ଦମୁହିଁ ।୦।ଉରେ ନ ପହୁଡ଼ିଲେ ନ ଯାଏ ନିଦଦୂରେ ଏବେ ପ୍ରାଣସହି ପଞ୍ଚବାଣ ଟାଣ ସହିରହିଲା ବିହିଲା ବିହି ଏ ବିପଦ ।୧।ହେବନି ଧୂସର ଗାତ୍ରୀ ଧାତ୍ରୀରଜେନବନୀତ ସୁକୁମାରୀ ଅବନୀ ତଳପେ ସରିଯିବନି ତ ପୂର୍ବଶିରୀ ନ ଥିବ ଯେ ।୨।ମୁଖ ନିକଟ ଭ୍ରମିରେ ସ୍ୱପକ୍ଷ ଜାତ ସମୀରେଉଡ଼ାଇ ନେବ କି କୃପାଙ୍ଗୀକି ଅବା ।୩।କି ବସିବା ବଳ ଥିବ ଆଉ ତାରଶିବ ଶିବ ନାମ ମୁଖେ ସଖୀ ରଟୁଥିବେ ଦୁଖେଘେରି ଗୋରୀ ଚାରି ପାଖେ ନିରନ୍ତର ।୪ମୋହ ଅବସାନେ ମୋର ପ୍ରୀତି ଚିନ୍ତିତରୁଣାଧୀଶ୍ୱର ମୋତେ କରୁଣାରୁ କହେ କେତେଦୂର ବୋଲୁଥିବ ଏତେ କୁନ୍ଦଦନ୍ତୀ ।୫।ଅନୁକୂଳ ହେବ ଯେବେ ହଂସରଥଧନକୁ ମୋ ବନ ମାଳା ସହଚରୀ ପରି ଗଳାଭରଣ କରି ପୂରିବ ମନୋରଥ ।୬।ପରବାସ ନ ରଖିବି ଅଭିଳାଷେଚନ୍ଦ୍ରକଚୂଡ଼ାବତଂସ ଚିନ୍ତିଲେ ଏପରି କଂସନଗରେ ବସଦୁର୍ଗେଶ ଗୀତେ ଭାଷେ ।୭।
(୨୬) କେହି- କିପରି, ଶରଦରବିନ୍ଦ- ଶରତ୍କାଳୀନ କଇଁ ଫୁଲ, ଧାତ୍ରୀ- ପୃଥିବୀ, ହଂସରଥ- ବ୍ରହ୍ମା, ଚନ୍ଦ୍ରକଚୂଡ଼ାବତଂସ- ମୟୂର ପୁଚ୍ଛ ଥିବା ମଥାର ମୁକୁଟ ।
(୨୭)
ରାଗ—ଇମନ କଲ୍ୟାଣୀ—ଆଠତାଳିଆହା ! ମୃଦୁଦେହା ବରସ୍ନେହକୁ ତୁ ହୁଡ଼ିଲୁ ।୦।ହଜାରବାର ଯମୁନା—ନ ଯା’ ବୋଲି କରେଁ ମନାଯାହା, ସୁଖ ରାହା ତେଜି ତା ହାବୁଡ଼େ ପଡ଼ିଲୁ ।୧।ମୁଁ ଜାଣେ ତା ସଙ୍ଗ-ରସେ,ନ ଥାଏ ତୋ ମନ ଲେଶେ,କାହିଁ ଦୋଷ ନାହିଁ ଥରେ ଚାହିଁ ଦେଇ ସଢ଼ିଲୁ ।୨।ତତେ ତ ଥିବ ଗୋଚରସେ ତ କିତବଙ୍କ ବରଲାଭ ବିନା ଯା ଭରସି, ତା ଭରମେ ବୁଡ଼ିଲୁ ।୩।ଅବସାନେ ଏହି ଫଳ,ଅଛି ବୋଲି ଜଳଜଳ-ଦିଶୁଥିଲା, ଶିଶୁପରି କି ସୁଖକୁ ତଡ଼ିଲୁ ।୪।କହେ ଅଷ୍ଟଦୁର୍ଗ ନାହାଅହେତୁରେ ଏବେ ଯାହାଧରାଦେବୀ-ଝରା ! ତାହା ସରାଗରେ ଗଡ଼ିଲୁ ।୫।