ଚଉପଦୀ (ଲୌକିକ ଓ ସାମାଜିକ)
ବଳଦେବ ରଥ · ଭାଗ ୧୦ / ୩୧
ସମ୍ପୂର୍ଣ୍ଣ ସୂଚୀପତ୍ର
(୧୩୫)
ରାଗ—କଳିଙ୍ଗଡ଼ା—ନିଃସାରୀ ତାଳମୋ ଧନ ତ ରୁଷିଲାପରି ଦିଶିଲା ରେ । ଘୋଷା ।କରମ ଅବଳ ହେବାରୁ କେବଳ ରେପୀୟୂଷ ରସରେ ବିଷ ମିଶିଲା ରେ ।୧।ଭ୍ରମେ ମୋ ମାନସ ଛୁଇଁଥିଲେ ଦୋଷରେପ୍ରଭୁ ତ ସେ, କାହିଁକି ନ କଷିଲା ରେ ।୨।ଅନ୍ୟ ପ୍ରୀତି ବିନା ନ ଜାଣେ ନବୀନା ରେତା ମନେ ଗୁମାନକୁ କେ ପେଷିଲା ରେ ।୩।ରସମୟ ବିନା ମୋ ସହୀଟି ସିନା ରେତାକୁ ରୋଷ ନଜରେ କେ ତୋଷିଲା ରେ ।୪।ମୁଁ ଯେବେଟି ଦୋଷୀ ମତେ ତ ନ ଭାଷିଲା ରେନଖକୁନ୍ତେ ବସୁଧାକୁ ଭୁଷିଲା ରେ ।୫।ଅଷ୍ଟଦୁର୍ଗପତି ଚିତ୍ତେ ଚିନ୍ତେ ନିତି ରେହସି ଅନାଇଁବ କେହି ସୁଶୀଳା ରେ ।୬।
(୧୩୬)
ରାଗ—ସିନ୍ଧୁ କାମୋଦୀ—ଏକତାଳିମୋ ବନ୍ଧୁକୁ ନ ଦେଖି କୋଳରେଦେବ ଗିରୀଶାରୀ ସାରିବିଷମ କୁସୁମ ସମୁଦୟମୟବାଣଗଣେ ମାରି ମାରି । ଘୋଷା ।ମୋ ବିଚ୍ଛେଦ ଦିନ ଲେଖାରୁଭବନ ଦିଶିବନି ଖାରି ଖାରି ।୧।ଘଉଡ଼ କୋକିଳ, ଛପାଅ ବକୁଳବୋଲି ନେତ୍ରେ ଠାରି ଠାରିପ୍ରିୟସଖୀ ତତି ଜଗିଥିବେନିତି ପ୍ରହରକେ ଚାରି ଚାରି ।୨।ଅତି ଯତନରେ ହେଉ ନ ଥିବତା ନୟନୁ ନିବାରି ବାରିବୋଧୁଁ କହିକହି ଆଉ କେହିସହୀ ରହିବନି ହାରି ହାରି ।୩।ପାରୁ ନ ଥିବେ କେ କୃଶାଙ୍ଗୀରଗିର ନିଜ ପରିବାରୀ ବାରିଚାପଳ ନ ଥିବ ତନୁରେ ତାନବ-ଉରଜ ଯେ ଭାରିଭାରି ।୪।ଏ ଦୁଃଖ ସିନ୍ଧୁରୁ କେବେ କେବେପ୍ରଭୁ ପାପତାପ ତାରି ତାରିଜଗଦ୍ଦେବ ବୋଲେ ରଖିଲେରଖିବେ ଅବା ମଦନାରି ନାରୀ ।୫।
(୧୩୭)
ରାଗ—ସିନ୍ଧୁକାମୋଦୀ—ଏକତାଳିମୋର ବନ୍ଧୁ ଚିର ପ୍ରବାସରୁ ଗୋ କଳେ ଅବଧାନଜାଣି ଦାସୀ ମନ ଆଣିଲେ ମଣ୍ଡନସହିତେ ଅନେକ ଧନ । ଘୋଷା ।ସୁଷମ ସରୋଜରାଜି ଶେଯସଜ କୁସୁମ ସଜଡ଼ା ଖୋଷା ।୧।ଅଳକର ଭଙ୍ଗୀ ତିଳକର ଅଙ୍ଗୀକାର ବାଟିକାରେ ସ୍ନେହଫୁଲମାନଙ୍କର ବାସ ସୁକୁମାରଗୁଣ ବୀରର ବିରହ ।୨।କଳକଣ୍ଠ ସ୍ୱରେ ଭ୍ରମର ଝଙ୍କାରେ ସଙ୍ଗୀତେ ଶ୍ରବଣ ପ୍ରୀତିନିବିଡ଼ାଲିଙ୍ଗନ ସରସ ଚୁମ୍ୱନ ଅଭିଳାଷ ପରା ରତି ।୩।ଦର ଦରସ୍ମିତ ସୁଧା ପରିଚିତ ନିରଳସ ଚନ୍ଦ୍ରମୁଖମଦ-ଚନ୍ଦନ ଗନ୍ଧବହ ଲହରୀ ଚନ୍ଦ୍ରିକା ସ୍ଫରଶ ସୁଖ ।୪।ଅଳଙ୍କାର ଧନ ଏଥିରୁ ଯେ ଆନ କଳଙ୍କ ପରି ସେ ସିନାଅଷ୍ଟଦୁର୍ଗ ମହୀନାଥ ମୋର ସହି, କଷ୍ଟ କରିଦେଲେ ଚୂନା ।୫।
(୧୩୮)
ରାଗ—ମୁଖାବରିମୋ’ର କି ବୁଦ୍ଧି ଆଜ ?‘ନୂଆ ସଙ୍ଗମେ’ କେହି ଛାଡ଼ିବି ଲାଜ ? ।୦।ସ୍ୱପନେ କାନ୍ତ-ମୁଖ ଅନାଇଁ ନାହିଁ- (ମୁଁ ତ ଅନାଇଁ ନାହିଁ);‘କେଳି-ତଳପେ’ ମିଳି ଖେଳିବି କେହି ?।୧।‘ପ୍ରଦୀପ ମାଳା’ ଯେବେ ଦେବି ଲିଭାଇ,ଭାବିବେ ପରା ‘‘ବାଳା ହୋଇଲା ବାୟୀ’’ ?।୨।ତୁଚ୍ଛାକୁ ପୁରୁଷଙ୍କ ଅଧିକେ ଛଟା;ବିଧାତା କଲା ଆଣି କି ହଟହଟା !! ।୩।‘ଶ୍ରୀରାମଚନ୍ଦ୍ର ଛୋଟରାୟ’ ଭଣିଲେ-‘ଆଳୀ’ କହିଲା, ‘‘ହେବ କରି ଜାଣିଲେ’’ ।୪।
(୧୩୮) କେହି- କିପରି, କେଳି-ତଳପ- ରତିକ୍ରୀଡ଼ାର ଶଯ୍ୟା, ଛଟା- ଚାତର, ହେବ କରି ଜାଣିଲେ- ସଙ୍ଗମର ସାଧାରଣ ବିଧି ଜାଣିଲେ କାର୍ଯ୍ୟ ସମାହିତ ହେବ ।
(୧୩୯)
ମୋହନା ! ଥରେ ଚାହିଁ ଯା ...ରେଚଞ୍ଚଳ ମନୋହର ଅଞ୍ଚଳ ନୟନେ ।୦।‘ରସବତୀମଣି’ ପଣେ ଉଡ଼େ ବାନା;ଦିବା-ଦୀପ ପରି କରନା ।୧।ଦିଶୁଚି କଳାନିଧି ଶ୍ରୀମୁଖ ଶୋଭା,ଦେଖି ଧନ କୁସୁମ ଗଭା ।୨।ସ୍ନେହ ଜର ଜର ଦରହାସ ଲୀଳାରେଶରମରେ ଧନ ମଜ୍ଜରେ ! ।୩।‘ନବୀନ’ ବିଚାରି ଯେବେ ହୃଦୟ ଶଙ୍କେ,ନ ବିହର ପଛେ ମୋ’ ଅଙ୍କେ ।୪।‘ଛୋଟରାୟ’ ବୋଲେ ମୁଖ ପୋତି ପଳାନା,ଘେନ ପରିଜନ ମୁଁ ସିନା ।୫।
(୧୩୯) ମହନା- ମନୋମୁଗ୍ଧକାରିଣୀ, ଅଞ୍ଚଳ ନୟନେ- ଆଖି କୋଣରେ, ଦିବାଦୀପ- ଦିବସରେ ଦୀପ କ୍ଷୀଣ ହୁଏ, କଳାନିଧି- ଚନ୍ଦ୍ର, ଶରମରେ- ଲାଜରେ, ନବୀନ- ନୂଆ ପ୍ରେମିକ ବା ପୁରୁଷ ଅର୍ଥରେ, ଶଙ୍କେ-ଶଙ୍କା ଆସେ, ପରିଜନ- ସେବକ ।
(୧୪୦)
ରାଗ—ସାରଙ୍ଘ—ଏକତାଳିମୋହନା, ମୋ ଅଙ୍କକୁ ଆସ ରେ । ଘୋଷା ।ଦୁଃଖନଦ ଭେଳା, ଶୁଚି ସ୍ମିତ ଖେଳାମଧୁରାରୁଣ ରଦବାସରେ ।୧।ନୟନରୁ ବାରି, ପ୍ରସରି ନିବାରିଭିଡ଼ିଦେ ଥରେ ଭୁଜ ଫାଶରେ ।୨।ଖଳଜନ ବାଣୀ, ହୃଦୟକୁ ହାଣିରୁଷନା ଧନ ନିଜ ଦାସରେ ।୩।ତୋ ମଣି କଠାଉ, ବହି ଦିନ ଯାଉନ ଛାଡ଼ୁ ମୋର ଏ ମୁହାଁସ ରେ ।୪।ଗିର କର ଆହା, ସରିଲିଟି ଚାହାଁମଦନାନନ୍ଦନିଳ ଝାସ ରେ ।୫।ଚୁମ୍ୱନ ବିଧାନେ, ମଧୁରସ ଦାନେହର ମୋ ମରମ ପରାଶ ରେ ।୬।ବସୁଦୁର୍ଗ ରାଜା ସୁଖେ କର ତାଜାରସିଯା’ ତଳପ ବିଳାସ ରେ ।୭।
(୧୪୧)
ରାଗ—ତୋଡ଼ି—ଏକତାଳିମୃଦୁହାସୀ ଦାସୀ ସିନା ହେ । ଘୋଷା ।ତୁମ୍ଭ ସ୍ନେହ ନିଉନ ହେବାରୁ ହେଲା ମ୍ଳାନଏବେ ସେ ଯେବେ ସହି ନା ହେ ।୧।ବିଧି କଲା ବିଧାନ ଅବଧି କଲେ ଆନସୁନା ସେ ତୁମ୍ଭେ ତ ମିନା ହେ ।୨।କେ ଦେଲା ଉପବେଶ ନ ଥାଇ ଦୋଷ ଲେଶଯୁବତୀ ଜୀବନ ଘେନା ହେ ।୩।ସଢ଼ୁଛି ବିରାଗରେ ଅବନୀ ପରାଗରେଯେ ତୁମ୍ଭଠାରୁ ଅଭିନ୍ନା ହେ ।୪।ଏ କେଡ଼େ ଲୋକହସା ତୁମ୍ଭ ଉତ୍ସଙ୍ଗ ଭୂଷା---ହେବାର ସ୍ମିତ ବିହୀନା ହେ ।୫।ଅଷ୍ଟଦୁର୍ଗେଶ ବୋଲେ ତା’ ଭୋଗ ଯୋଗ ଥିଲେକର ତା ଗୁମାନ ମନା ହେ ।୬।
(୧୪୨)
ରାଗ-ପଞ୍ଜାବୀଯା ନ ଘେନିଲା ସେ, ଗାନ-ରସିକା ଆଜପାନ ମୋ କରୁ ଦରହାସେ ।ପଦ ।ତନୁ ମଧ୍ୟମା ମୋ ସହି, ଅନୁକମ୍ପିଲା ନାହିଁ,ତନୁ କମ୍ପିଲା ଚାହିଁ ତ୍ରାସେ ।୧।ସଡ଼ିଗଲି କେବଳ, ପଡ଼ି ମୁଁ ଚନ୍ଦ୍ରଚୂଳ-ପର-ଶର ଅନଳ ଝାସେ ॥୨
ତୋ କଞ୍ଜ ସୁନ୍ଦର ପଣ ଜିକ୍ଷାଣି ମୋର,କ୍ଷଣ କଲା ଦୁସ୍ତର ମାସେ ।୩।କେଉଁ ଦୁଃଖେ ଅଧର ଲଭିଲି ବୟସୀର,ମଉଳିଗଲା ଖର ଶ୍ୱାସେ ।୪।ଅକପଟରେ ମୋର ନ କଲା ତୋଷଭର,ମଳରେ ଚିତ୍ର ଫରମାସେ ।୫।ବଳ କରିଣ ପ୍ରୀତି, ଫଳ ହେଲା ଏ ଗତି,ଜଳନ୍ତର ଭୂନାଥ ଭାଷେ ।୬।
(୧୪୩)
ରାଗ—ଗଣ୍ଟାରବ—ଝୁଲାଯା’ର ମନ ଯହିଁକି ରସେ,ତା’ର ବିନା ତାକୁ ଆନ ନ ଦିଶେ । ଘୋଷା ।ଦୁଷ୍କ ଚକ୍ର ନକ୍ରାଦି ଥିଲେ,ନିଦାଘ ତପନ ତାପରେ ମଲେଥିଲେ ହେଲେ ଧୀବର ଜାଲେଦେଖୁ ଦେଖୁ ମୀନ ଜଳକୁ ଭୁଲେ ।୧।ପାଶେ ଥିଲେ ସୁର-ସରିତ,ବଳଇ କି ତହିଁ ଚାତକ ଚିତ୍ତ ?ହେଲେ ହେଲେ ଅତି ଆରତଘନ ଜଳ ସିନା ତାର ଜୀବିତ ।୨।ଦେଖ ପତଙ୍ଗକୁ କେମନ୍ତ,ଅନଳ ପାଶକୁ ଧାଏଁ ନିରତ,ଗଲେ ହେଲେ ତାର-ଜୀବ ତଶୋଚନା ଥାଏ କି ତାର କିଞ୍ଚିତ ।୩।କବିରବି ବୋଲେ ଏ ଭାବ,ଯେ ଯେତେ କହିଲେ କିସ ହୋଇବ ?ଯାହାର ଯେମନ୍ତେ ସ୍ୱଭାବପ୍ରାଣ ଗଲେ ହେଲେ ଛାଡ଼େ କି ଭାବ ? ।୪।
(୧୪୪)
ରାଗ—ତୋଡ଼ି—ଆଦିକାଳଯୋଷା, କରିଛୁ ଆଜ ଓଷା କି ରେ । ଘୋଷା ।ଏ ଘେନି ବେଣୀ ନାହିଁ ଛପି ରହିଛି କାହିଁଆଶାବତଂସ ହେବା ଖୋଷା କି ରେ ।୧।କୁଶବେଣ୍ଟିଆ ଜୂଡ଼ା ଉପରେ ଦୁବ ବିଡ଼ାବସନ୍ତରେ ଅକ୍ଷତ ମିଶା କି ରେ ।୨।କେଶ ଦରଶ ମସି ଚନ୍ଦନ ଟୋପି ଶଶୀସିନ୍ଦୂରରଜ ବିନ୍ଦୁ ପୂଷା କି ରେ ।୩।କଣ୍ଠ କଳିତ ମାଳ କଲା ଆଜ ବିରଳପଟିର ପଙ୍କଲେଖା ଭୂଷା କି ରେ ।୪।ଏହି ନିୟମେ ରହି ରହି ମୋ ପ୍ରାଣସହୀପ୍ରବେଶ ହୋଇଯିବ ନିଶା କି ରେ ।୫।ଶ୍ରୀ ଜଗଦ୍ଦେବ ବୋଲେ ଏବେ ମୁଁ ଅଳି କଲେରମ୍ଭୋରୁ ଆରମ୍ଭୁ ତୁ ରୁଷା କି ରେ ।୬।
(୧୪୫)
ଯୋଷାକୁ ରୁଷା କେ ଶିଖାଇଲେ ରେ ।ପଦ ।ନିର୍ଦ୍ଦୋଷ ନିର୍ମଳ, ସୁଧାରେ ଗରଳ,ଗୋଳିଦେଇ ଖଳ କି ଖାଇଲା ରେ ।୧।ମୋ ନୟନସୁଖ, ବର୍ଦ୍ଧନ ଶ୍ରୀମୁଖ,ପୀୟୂଷ ମୟୁଖ ଶୁଖାଇଲା ରେ ।୨।ଇନ୍ଦୀବରୁ ନବ, କମଳ ସମ୍ଭବ,କମଳସମ୍ଭବ ଦେଖାଇଲା ରେ ।୩।କି ରହିବି ଜୀବେ, ଚନ୍ଦ୍ରମାକୁ ଯେବେ,ଅରୁଣ ରାଜୀବେ ରଖାଇଲା ରେ ।୪।ଦୋଷ ଥିଲେ ମୋର, ଦୟାବତୀବର,କାହିଁକି ଅଧର ଚଖାଇଲା ରେ ।୫।ଏ ଘେନି ସଦ୍ୟଥ, ଅଷ୍ଟଦୁର୍ଗନାଥ,ସୁଖ ମନୋରଥ ଭୋଖାଇଲା ରେ ।୬।
(୧୪୬)
ରାଗ—ଶଙ୍କରାଭରଣରଞ୍ଚ ନୟନ-ଅଞ୍ଚଳ ଘନ ନୀଳ ଦେହରେବଞ୍ଚନ ସମୁଦଞ୍ଚନ ଧନ ସଞ୍ଜୟନୀ କି ସଞ୍ଚ ଭାବିଚଞ୍ଚଳ ଘନ ମୁଞ୍ଚ ଘଞ୍ଚ ମୋହ ରେ । ଘୋଷା ।ଯାନପୁର ବିତାନରୁ ଅଭିମାନ ଛେଦ ରେଆନ ନ କର ସାନ ବଚନ ମାନ ଆଦରେ,ଜ୍ଞାନ ପଥରେ ଧ୍ୟାନ କର ତୁ ତାନରେମୁନି ମାନନୀୟ ଯାନ ପଦ ନିଧାନକର ସୁଗାନ ବାଦ ରେ ।୧।କାଟ କଳୁଷ ଥାଟ ଭୟ କବାଟ ସାଜ ରେଘାଟଟି ଏହୁ ବାଟ ନତୁ ଉଚ୍ଚାଟ ହେଜ ରେ,ପାଟ ନ କର ଭାଟ ପଣର ହାଟକ ନଟ ନାଟରେହେବ ହାଟଟି ଏହି ପାଟ-ଶେଯ ରେ ।୨।ବାରକ ମୋ ନିବାରଣ ମଣ ସାର ନୀତିରେତାର ତନୁକୁ କାରଣ ପରଦାର ଭୀତିରେମାର ଭୟରୁ ଭାର ରମଣୀ ଛାର ଉରଜ ଭାରକୁ ତୁହାର କରି ବିହାର ନ କର ଜାର ଭୀତି ରେ ।୩।ଯେ ବର ମଣୁ ସେ ବପୁ କି ତୋ ଦେବ ଶାନ୍ତରେ,ସେବକୀ ତୁଲେ ନେବ କି କହ ଏ ବନାନ୍ତରେ,ଭେବଳ ହେଲେ କେବଳ ତୋରହେବ ଏ ଘେନି ଦେବ ଦେବକେବଳ ଜଗତଦେବ ବଚନେ ସେବ ତା’ ଠାରେ ।୪।
(୧୪୭)
ରାଗ—ପୂରବୀରସନିଧି ଭଲା ଆଚରିଲାମୋହପରି ବିଧି ରେ ।ପଦ ।କିଙ୍କିଣୀ ତାଳକୁ ରଚୁଥିଲା, ଝୁଲି ଝୁଲି ନଥ ନାଚୁଥିଲା,ନେତ୍ର ପୁଣ୍ୟଫଳ ପାଚୁଥିଲା,ମୋତେ ବ୍ରହ୍ମପଦ ସୁଖ ଯାଚୁଥିଲା ।୧।ଅଧୋମୁଖେ ରତ୍ନସାନୁ ଥିଲା, ତା ନିକଟେସୁଧାଭାନୁ ଥିଲା ତହିଁ ତିଳଫୁଲ ତଳେଝଳମଲ ବୁଲାକି ଝୁଲାକି ମାନୁଥିଲା ।୨।ଆନେ ତା ଚାକିର ଲବ କାହିଁ,ବିବେକ ବାକି ରହିଲା ନାହିଁବିନ୍ଦୁ ବିନ୍ଦୁ ଝାଳ ସୁନ୍ଦରକପୋଳ-ମୁକୁରେ ମକରୀଲୀଳା ଚାହିଁ ।୩।ବନ୍ଧୁ ମୋ କି ଲାଜ ଭଜୁଥିଲା,ଥରେ ଥରେ ନେତ୍ର ବୁଜୁଥିଲା,ଥରେ ଥରେ ଚାହିଁଦେଇ ଇନ୍ଦୀବରେମଦନଦେବକୁ ପୁଜୁଥିଲା ।୪।ନୀଳ କୁଞ୍ଚିତ କୁନ୍ତଳତତି, ଭଜୁଥିଲା ଅସ୍ତବ୍ୟସ୍ତ ରୀତି,ମିଶୁଥିଲା ଗଭା କ୍ରମରେ ଖସିବା କୁସୁମ ଶ୍ରୀଜଗଦ୍ଦେବ ଧୃତି ।୫।
(୧୪୭) ଟୀକା- ସାନୁ- ପର୍ବତ ଶିଖର ବା ଶୃଙ୍ଗ, ସୁଧାଭାନୁ- ଚନ୍ଦ୍ର, ଚାକୀ- ଦୀପ୍ତି, କପୋଳମୁକୁର- ଗଣ୍ଡଦେଶରୂପ ଦର୍ପଣ, ବୁଲାକି- ନାସିକାର ଅଳଙ୍କାରବିଶେଷ, ମକରୀ- ଗଣ୍ଡଦେଶରେ ଅଙ୍କିତ ଚିତ୍ର ବିଶେଷ, କୁନ୍ତଳତତି- କେଶସମୂହ, ବୁଲାକି ଝୁଲାକି- ଦଣ୍ଡିର ବୁଲିବା ।
(୧୪୮)
ରାଗ—କେଦାର—ଆଠତାଳିରସାତଳଭୂଷା, ନବରସେ ରସା ରେ । ଘୋଷା ।ଗାଢ଼େ ଭୁଜେ ଭିଡ଼ି ମୋତେ ବିଦାରି କରଜ-କ୍ଷତେଘଷି ଗଣ୍ଡେ ଗଣ୍ଡକୁ ସୁଧା ବରଷା ରେ ।୧।ନଚାଇ ରୁଚିର ବେଣୀ ବଜାଇ କଟି କିଙ୍କିଣିମଡ଼ାଇ କୁଚ ଇନ୍ଦ୍ର ପଦକୁ ନସା ରେ ।୨।ରଚି ବନ୍ଧନ ନାଗରୀ ନିଅ ମୋ ମନକୁ ଧରିନୀରେ ନୀର ପରି ଅଙ୍ଗେ ଅଙ୍ଗ ମିଶାରେ ।୩।ପ୍ରେମଭରେ ଯାଇ ମଜ୍ଜି ନିବିଡ଼ ସୁଖକୁ ହେଜିଭାଷି ଇଷି ଧନୁ କାମକରୁ ନ ଖସା ରେ ।୪।ଅଷ୍ଟଦୁର୍ଗ ଦଣ୍ଡଧାରୀ ଭାଷେ କାମ ପୂର୍ଣ୍ଣକରିରସିକ ସଂସାରେ ମୋ ସୁକୃତ ବିଶା ରେ ।୫।
(୧୪୯)
ରାଗ—ତୋଡ଼ି—ଆଦିତାଳରାମା ! ଚାହୁଁ ଯା ନୟନାନ୍ତେ ଅଳପରେ । ଘୋଷା ।ଟାଳିଦେବି ମୁଁ ଦୁଃଖପାଳି ଫରାଇ ମୁଖଗାଳିରେ ହେଲେ ପଦେ ଜଳପରେ ।୧।ଖଣ୍ଡ ମଧୁର ବାଣୀ ମଣ୍ଡ ସ୍ତନେ ମୋ ପରିଦଣ୍ଡ ଦେଲାଟି କୋଟି କଳପରେ ।୨।ରେ ବିମ୍ୱାଧରାବର ସେବି ନିଶାବାସରହେବି ମୁଁ ତୋ କିଙ୍କର କଳପ ରେ ।୩।ଗଜଗତିକି ସ୍ନେହେ ଶ୍ରୀ ଜଗଦ୍ଦେବ କହେପଣ୍ଡିତା ମଣ୍ଡ କେଳି ତଳପରେ ।୪।
(୧୫୦)
ରାଗ—ତୋଡ଼ି—ଆଠତାଳିରାମାବର, ଜଳଜନେତ୍ରା ହସି ଦେ’ରେ । ଘୋଷା ।ଚନ୍ଦ୍ର ଚନ୍ଦ୍ରିକା କ୍ଷୀର କୁନ୍ଦ ସୁଧା ହାଣ୍ଡିର---ପିଣ୍ଡ ଗରବ ମୁଖେ ମସୀ ଦେ’ ରେ ।୧।ମନମଥ ମୁକୁର-ମଣ୍ଡଳ ସହୋଦରଗଣ୍ଡ ମୋ ଗଣ୍ଡେ ଥରେ ଘସି ଦେ’ ରେ ।୨।ମୋ କର କରକଶ କି ତୋ କୁଚ କଳସରସିକା ଶିଖାମଣି କଷି, ଦେ’ ରେ ।୩।ରତେ ବଳାଇ ମତି ମୋତେ ଇନ୍ଦ୍ର ସମ୍ପତ୍ତିମର୍ତ୍ତ୍ୟଲୋକର ଉରୁବଶୀ ଦେ’ ରେ ।୪।କହେ ଶ୍ରୀ ଜଗଦ୍ଦେବ ଯେବେ ମୋ ଦୋଷ ଥିବଗଳେ ତୋ ବାହୁଲତା ରସି ଦେ’ରେ ।୫।
(୧୫୧)
ରାଗ—କଳିଙ୍ଗଡ଼ା—ରୂପକ ତାଳରାମା ରାଜିଲା, ବିଶ୍ୱଶୋଭାପୁଞ୍ଜ ଗର୍ବ ଗଞ୍ଜିଲାନାକ ନର ନାଗ ନଗରୀନାଗରୀ ଦରି କି ଭଜିଲା । ଘୋଷା ।ଧରଣୀ ଦେଶରେ ଧାତା ମାନସରେକି ଚାରୁ ଚିତ୍ର ଉପୁଜିଲା,ଏ ଘେନି କି ବାଳା ସ୍ୱର୍ଣ୍ଣ ଚମ୍ପାମାଳାଶମନ ପିତାଙ୍କୁ ପୂଜିଲା ।୧।ସବୁ ଯୁବାଶ୍ରେଣୀ ମନ ଜିଣିଜିଣି-ମଦନ ମଦକୁ ଭଜିଲା,ଯତୀନ୍ଦ୍ରଙ୍କସାର ସାରିବ ଏଥରଅମୋଘ ଆୟୁଧ ସାଜିଲା ।୨।ଝଳି ଚାମୀକର କିରଣ ନିକରପଙ୍କଜାନନୀର ବାଜିଲା,ଜଗତ ମହିଳା କଳେବରକଳା-କଳଙ୍କ ଛଡ଼ାଇ ମାଜିଲା ।୩।ଇନ୍ଦୁ ଅରବିନ୍ଦ ଇନ୍ଦୀବରକୁନ୍ଦ ମନ୍ଦାର ମଦ ବରଜିଲା,ମୁଖ ପାଣି ପାଦ ନେତ୍ର ରଦରଦବାସ ସେବାକୁ ନ ତେଜିଲା ।୪।ଜାଣିଲି ମୋ ସୁଖ-ଦୀପ ଚାରିମୁଖସ୍ନେହ ସଂଯୋଗରେ ତେଜିଲା,କହେ ଅଷ୍ଟଦୁର୍ଗନାଥ ଶୋଭାସ୍ୱର୍ଗ-ଫଳ ଭୋଗେ ମନ ମଜିଲା ।୫।
(୧୫୨)
ରାଗ—କାଫୀରାମାରାଜ ! ଆଜ ଏ କି ରେ ? ।୦।ନଚାଇ ଭୂରୁ, ନ ଚାହୁଁ ଦୁରୁକିପାଁ ଶ୍ରୀଚନ୍ଦ୍ରମୁଖ ଟେକି ରେ ? ।୧।ସହି ! ମୋ ଶୀରି ସହି ନ ପାରିଛଳେ ଜଣାଇଁ ଦେଲା କେ କି ରେ ? ।୨।ଦେଉଚୁ ସାରି ଶିଳା ପ୍ରହାରିଆହା ! କି ସୁଖ-ସୁଧା-ଠେକି ରେ !! ।୩।କେଳତି ପତି – ‘କାତି’ ମୋ ଛାତିକାଟି କଲାଟି ଚେକି ଚେକି ରେ ! ।୪।‘ହରିଚନ୍ଦନ’ ବିନୟ ଘେନ;ଘେନି ନଚାଅ ଚିଲ୍ଲି-କେକୀ ରେ ! ।୫।
(୧୫୨)ରାମାରାଜ-ରମଣୀଶ୍ରେଷ୍ଠା,ଶୀରି-ସମୃଦ୍ଧି,ଶିଳା-ପଥର,ସୁଖ-ସୁଧା,ଠେକି-ସୁଖ ରୂପକ ଅମୃତ କଳସ,କଳତି ପତି କାତି—କନ୍ଦର୍ପର କଟୁରୀ,ଚିଲ୍ଲି-ଭୂରୁ,କେକି-ମୟୁର
(୧୫୩)
ରାଗ---ପୂରବୀ---ଏକତାଳିଋଣୀ ହୋଇଲି ରେ, ଗୁଣି ତୋର ଗୁଣ ଶ୍ରେଣୀଲୁଣି ମଣିଲିଣି ପୁଣି ପୀୟୂଷକୁଶୁଣିଲାଦିନୁ ତୋ ବାଣୀ । ଘୋଷା ।ଦୁଃଖ ଏ ଅକ୍ଷର ଯୁଗଳକୁଦୂର କରିବାକୁ ମୋ କପାଳୁ,ଶଙ୍ଖ-ଲାବଣ୍ୟନିଧି-କଣ୍ଠୀ ତୁସ୍ନେହେ ସଙ୍ଖୁଳାଇବାର କାଳୁଁ ।୧।ଚିତ୍ତ କିଣିବାର ରସଗର୍ଭ ଗିରକେତକୀ ଦଳରେ ଲେଖି,ପେଷିବା ସଙ୍କେତ ଆରେ ମରକତକେଶୀ ବାଇ ହେଲି ଦେଖି ।୨।ଲୋଡ଼ି ପ୍ରଣୟ ଯା ସଙ୍ଗୀତେମୋହରି ଯୋଡ଼ିବାରେ ଗୀତ ଗାଉ,ବୁଡ଼ି ବସିବା ଦଶନ ଚିହ୍ନଥିବାବିଡ଼ିଆ ଯାହା ମଗାଉ ।୩।ଗୁରୁଜନ ଚୟ ତରଜନଭୟ ଗୁରୁଜି ଡିଆଇଁ ଦୂରୁ,ଦୃଷ୍ଟି ପୁରନ୍ଦର ରତନ ପ୍ରକରବୃଷ୍ଟି ମୋରେ କରିବାରୁ ।୪।ବାଞ୍ଛି ମୋ ଚୁମ୍ୱନ ଯା ଦନ୍ତବସନ ଦଳ ଦ୍ୱୟ ଦେଉ ଠାରି,ଜଳନ୍ତର ପତି ବୋଲେ ଧନପ୍ରୀତି ଜନମେ ଶୁଝି ନ ପାରି ।୫।