(୧୯୬) — ଚଉପଦୀ (ଲୌକିକ ଓ ସାମାଜିକ) — ବଳଦେବ ରଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
(୧୯୬)
ମୋ ଭାଲେ ଥିଲା କି ଲିହି,କଲି ମଲ୍ଲୀ ରୋପଣ, ତହୁଁ ଜନ୍ମିଲା ତୃଣ,ଚିନ୍ତା ରତନଗଣ ହେଲା ପାଷାଣ କଣ । ଘୋଷା ।ଚୂତ ଫଳିଲା ନାଗରଙ୍ଗ,କଟିମେଖଳା ହେଲା ଭୁଜଙ୍ଗ,ତଟିନୀ ତଟେ ବାସ,କରି ନ ଗଲା ଶୋଷ,ପିଇବାର ପୀୟୂଷ-ପାନରେ ହେଲା ବିଷ ।୧।ମଧୁଶାକର ହେଲା ନିମ୍ୱ,ରବି ପରି ହେଲା ଚନ୍ଦ୍ରବିମ୍ୱ,ଧାତାର କି ବିବେକ,ଚଞ୍ଚୁଜିତ କିଂଶୁକ,ପଢ଼ା ପଣ୍ଡିତ ଶୁକ, ହେଲା ମୋ ଦ୍ରୋଣ କାକ ।୨।ମନ୍ଦାକିନୀରେ ନିମଜ୍ଜିଲି,ନିନ୍ଦା କାହିଁକି ଅରଜିଲି,ଚଢ଼ିଲି ମେରୁଚୂଳ,ଭୋଗ ହେଲା ଅତଳବ୍ରହ୍ମଜାତି ପାତଳ, ହୀରା ହେଲା ପିତ୍ତଳ ।୩।ଆଉ ନ ରଖିବି ନବୀନା,ଜୀବନ ଯିବ ତାଙ୍କ ବିନା,ଏ ଚିନ୍ତାର ମନ୍ଦିର,ହେଲେ ଶ୍ୟାମସୁନ୍ଦରବନ୍ଦଇ ଜଳନ୍ତର ଅବନୀ ପୂରନ୍ଦର ।୪।
(୧୯୬)ଲିହିବା—ଲେଖିବା,ନାଗରଙ୍ଗ—ନାରଙ୍ଗ ନାମକ ଅମ୍ଳଫଳ ବିଶେଷ,ମେଖଳା—ଅଣ୍ଟାସୂତା,ଭୂଜଙ୍ଗ—ସାପ, ପୀୟୂଷ—ଅମୃତ,ଚଞ୍ଚୁଜିତ କିଂଶୁକ—(ଶକର ବିଶେଷଣ) ଯାହାର ଥଣ୍ଟ ପଲାଶ ଫୁଲଠାରୁ ଅଧିକ ଲାଲ,ଦ୍ରୋଣକାକ—ଡାମରାକୁଆ,ମନ୍ଦାକିନୀ—ସ୍ୱର୍ଗ ଗଙ୍ଗା ।
(୧୯୭)
ମୋହିଲା ରେ ବରମହିଳା ରେ ।ପଦ ।ନୂଆ ମୃଦୁ ଜଳପ,-ବତୀରସକଳପ,-ବଲ୍ଲୀକି ସଂକଳପ, କରି ଚାହିଁ ଅଳପ ।୧।କରି ଭୂରୁ ନର୍ତ୍ତନ, ନ ଚାହୁଁ ସଖୀଜନ, ସ୍ନେହମୟମୋହନ ହାସେ ଧନ ମୋ ଧନ ।୨।ପୂରୁବେ ମହାବ୍ରତେ, ଶିବା ଶିବଙ୍କୁ କେତେ,ସେବିଥିଲି କି ସତେ, ସ୍ନେହେ ବାଳା ମତେ ।୩।କେବଳ ମୋ ବିବେକ, ହରି ନାହିଁ ସେ ପିକ-ବାଣୀରକଉତୁକ ଜଗତୀ ଗୋଟିଯାକ ।୪।ସତେ, କି ବନ୍ଧୁ ସଞ୍ଜ-ବେଳେ ମଣ୍ଡିବ କୁଞ୍ଜ, ବନୀଅବନୀ କଞ୍ଜ-ନେତ୍ରାର ଛବିପୁଞ୍ଜ ।୫।ଅଷ୍ଟଦୁର୍ଗେଶ ଭାଷେ, କିଶୋରୀଙ୍କ ଶୋଭା ସେ,କିଶୋରୀ ଦେଖି ତୋଷେ ଭାବିଲେ ସଙ୍ଗ ଆଶେ ।୬।
(୧୯୮)
ରାଗ—ନାଟକୁରଙ୍ଗଯାଉଛି ମା, ଆଉ ନ ପାରେ ତାକୁ ଟାକି ।ପଦ ।ସଂବେଶ ବେଶ ଭୋଜନେ, ଲୋଡ଼ି ମୋତେ ଗୁରୁଜନେଚଳି ହେଉଥିବେ ପରା ଡାକି ।୧।ନିତି ଧରି ଦୂତୀ କର, ଯତନେ ଅରଜିବାର,ଚୋରି ପୀରତିରେ ଏ କି ଚାକି ।୨।ହଜାର ହଜାର ଯାର, ପ୍ରଣୟବତୀ ବଜାର,
ତହୁଁ କେହି ରଖିଥିବ ଜାକି ।୩।
ବ୍ରଜୁ ହୁଅନ୍ତେ ବାହାର, ତା ପଦପଙ୍କଜ କା’ର,
କୁଚାଚଳେ ରହିଥିବ ଠାକି ।୪।
ତୁଚ୍ଛାକୁ ତ ଶ୍ୟାମ ପ୍ରୀତି-ଲମ୍ପଟା ବୋଲି ମୋ ଖ୍ୟାତି,
ନ ରହିବ ପୁଣି ସିନା ବାକି ।୫।
ଅବଶ୍ୟ ତ ଜୀବ ଯିବ, ନେଲେ ନେବ ମନୋଭବ,
ରଖିଲେ ରଖିବେ ଶ୍ରୀ ପିନାକୀ ।୬।
ଜଗଦ୍ଦେବ ଭାଷା ଶୁଣି, ଆଳି କହିଲେ ମୁଁ ଆଣି,
ଏବେ ଭେଟାଇଲେ କି ହେଲା କି ।୭।
(୧୯୮)ସଂବେଶ—ନିଦ୍ରା,ଚାକି—ଚତୁରତା,
ଶ୍ରୀପିନାକୀ—ମହାଦେବ
(୧୯୯)
ରାଗ—ତୋଡ଼ିବଙ୍ଗଳା, ଆଡତାଳିଯା ଯା ମୋ ପାଶରୁସେ ଶ୍ୟାମନାଗର ନଟ ନାମ ନଧର ମୋ ଆଗେ ଲୋ । ଘୋଷା ।ଘେନି ତୋ ଉପଦେଶ ହେବାରୁ ବୁଦ୍ଧିନାଶପଡ଼ିଥିଲି ଥରେ ତା ଭାଗେ ଲୋ ।୧।ତ୍ରିଜଗତୀରେ ଗତି ନ ଥିବାର ଯୁବତୀବୁଡ଼ିବ ତାର ଅନୁରାଗେ ଲୋ ।୨।ସଞ୍ଜବେଳକୁ କଞ୍ଜ ଫୁଟିବାଯାଏ କୁଞ୍ଜଗୃହେତୋ ତୁଲେ ପରା ଲାଗେ ଲୋ ।୩।ସେ ଧୂର୍ତ୍ତ ପୀତପଟ ପେଟେ ଯେତେ କପଟବିଷ ନ ଥିବ ତେତେ ନାଗେ ଲୋ ।୪।ମୋ ପରି ଲାଜହୀନ ନୋହିବା ନାରୀଜନଗର ଗିଳନ୍ତା ସେହି ଲାଗେ ଲୋ ।୫।ଅଷ୍ଟଦୁର୍ଗଭୂପତି ବୋଲେ ହେବ ଭରତିକେ ବୃଥା ଅକୀରତି ଦାଗେ ଲୋ ।୬।(୧୯୯)ତ୍ରିଜଗତି—ସ୍ୱର୍ଗ,ମର୍ତ୍ତ୍ୟ,ପାତାଳ;କଞ୍ଜ ଫୁଟିବାଯାଏ—ସକାଳଯାଏ,ନାଗେ—ଗୋଖର ସର୍ପରେ
(୨୦୦)
ରାଗ—କେଦାର, ତାଳ-ଏକତାଳଯେବେ ନବଘନ ଶ୍ୟାମ ବଂଶୀସ୍ୱନନିଶୀଥରେ ଥରେ ଶୁଣାଯିବ ।ସଖି ସୁଖେ ବନେ ମୋଦମୟ ମନେବିହରିବୁ ତୋର ଊଣା ଯିବ । ଘୋଷା ।ପ୍ରସରିବ ମତ୍ତ ମିଳିନ୍ଦ ସଙ୍ଗୀତକଳପିକରୁତ ମଳୟମରୁତ;ଚରାଚର ଲୋକ ଧରାରେ ପୁଲକପରାନନ୍ଦ ବୀଜ ଶୁଣାଯିବ ।୧।କଳିନ୍ଦଜାକୂଳ ବିପିନ ବକୁଳ ମଞ୍ଜୁଳ-ମଞ୍ଜରୀ ନିଳୟ ବଳୟେ ଗୋ,ସୁରଭି ସୁଷମ ବିବିଧ କୁସୁମ-ମୟ ଚନ୍ଦ୍ରାତପ ଟଣାଯିବ ।୨।ଆମ୍ଭେମାନେ ଘେରିଥିବୁଁ ପରିଚାରୀଜନ ପରି ଚାରିଦିଗରେ ତୋହରି,ଲକୁଚକୁଚାରେ ନୃପ ଉପଚାରେଏ ପଦ ପହଣ୍ଡ ମଣାଯିବ ।୩।ହେବ ସ୍ମରବଳଜନ୍ୟ ମହୋଜ୍ଜ୍ୱଳ,ଶୃଙ୍ଗାର ମଙ୍ଗଳମୟ ବନସ୍ଥଳ,କଳାବତୀ କୁଳବ୍ରତତରୁମୂଳଜଟାତଟୀଠାରୁ ହଣାଯିବ ।୪।କିଶୋର ଅରୁଣ ପଙ୍କଜ ଚରଣସ୍ତନେ ଲଗାଇବା ତା ତୁଲେ ଗାଇବା,ବ୍ରଜବରାରୋହୀ ସମୁଦୟ ମହାଧନ୍ୟମୂର୍ଦ୍ଧନ୍ୟରେ ଗଣାଯିବା ।୫।ଅଷ୍ଟଦୁର୍ଗପତି କହେ ଗୋ ସୁଦତିଦୁଇ ହୃଦସ୍ନେହ ପୀୟୂଷପ୍ରବାହ,ବଇଶାଖ ରାକାରଜନୀରେ ଏକ ଛଣାଗଲା ପରି ଜଣାଯିବ ।୬।(୨୦୦)ଊଣା—ଅଳ୍ପତା,ହୀନତା;ମିଳିନ୍ଦଭ୍ରମରକଳପିକରୁତ—କୋଇଲିର ମଧୁର ଗୀତ,
କଳିନ୍ଦଜାକୁଳ...ନିଳୟବଳୟେ—ଯମୁନା କୂଳବର୍ତ୍ତୀ ବକୁଳବୃକ୍ଷମାନଙ୍କର ମନୋହର ଲତାସମୂହରେ,ସୁରଭି ସୁଷମା—ସୌରଭପୂର୍ଣ୍ଣ,ତନ୍ଦ୍ରାତପ—ଚାନ୍ଦୁଆ,ପରିଚାରୀ ଜନପରି—ଭୃତ୍ୟପରି, ଲକୁଚ—ଜେଉଟ,ଜଟା—ବୃକ୍ଷର ଅବରୋହ,ତଟୀ—ତୀର,ମୂଳ; ବ୍ରଜବରାରୋହା... ଗଣାଯିବ—ବ୍ରଜନାରୀମଣ୍ଡଳୀ ମଧ୍ୟରେ ଅତି ଧନ୍ୟ ବୋଲି ପ୍ରଥମେ ପରିଗଣିତ ହେବା,ସୁଦତି—(ସଂବୋଧନ)—ସୁନ୍ଦର ଦନ୍ତପଂକ୍ତି ଯାହାର, ରାକା —ପୂର୍ଣିମା
(୨୦୧)
ରାଗ—ସୁରଠ—ଏକତାଳିରତାନ୍ତରେ ନତାନ୍ତରେ ହେଲେକେଡ଼େ ଅଳି ଲୋଳ ଗୋ । ଘୋଷା ।ଶିଥିଳ କବରୀ ବାନ୍ଧୁ ବାନ୍ଧୁ,ତରତରେ ଶାଢ଼ୀ ପିନ୍ଧୁ ପିନ୍ଧୁକୋଟି ରାଣ ବୋଲି ପ୍ରାଣବନ୍ଧୁଭିଡ଼ି କଲେ କୋଳ ଗୋ ।୧।‘ଇସି ମଲି, ରଖ’ ବୋଲୁ ବୋଲୁ,କର ସରସିଜେ ପେଲୁ ପେଲୁନଖ-ଶିଖ-ଖେଳ ସୁଖକରାଇଲେ ପରବଳ ଗୋ ।୨।ବିବିଧ ବିନୟ କରୁ କରୁ,ଚରଣ ପଲ୍ଲବ ଧରୁ ଧରୁଦନ୍ତକ୍ଷତ ପରିଚିତ କରିଦେଲେ ଗଣ୍ଡସ୍ଥଳ ଗୋ ।୩।ନ ପାରଇ ବୋଲି କହୁ କହୁ,ମୋ ଦେହ ବଞ୍ଚାଇ ରହୁ ରହୁକାମ ଅମଳରେ ଶ୍ୟାମ ହେଲେଅତି ଅମମ୍ଭାଳ ଗୋ ।୪।କହେ ଅଷ୍ଟଦୁର୍ଗ ଧରା ନାହା,ଶୁଣି ସଖି ଜଣାଇଲେ ଏହାପ୍ରିୟସହି, ତୋର ସେହିମନୋରଥ ଲତା ଫଳ ଗୋ ।୫।
(୨୦୨)
ରାଗ—ରେଗୁପ୍ତ—ରୂପକରତି ମୂରତି ଶ୍ୟାମ ପ୍ରୀତିରେ ନ ଜାଣୁପରା ପରମାଣୁମଧ୍ୟା ରେ । ଘୋଷା ।ଖଣ୍ଡେ ଦୂରକୁ ଦିଶେ ମଞ୍ଜୁଳ,ଗଣ୍ଡେ କାହାର ତାମ୍ୱୁଳ ବୋଳମଣ୍ଡେ କି ଚିହ୍ନ ଦନ୍ତ ଦୂକୁଳ, ଦଣ୍ଡେ ବସିଦେଲୁ କି ରସ ପରିଚିତି ରେ ।୧।ନୀବି ନିବିଡ଼ତା ନାହିଁ କିଛି,ଲିଭି ଅଛି ମୃଗମଦ ମାଛିଜୀବିତେଶ ତୋହର ଶ୍ରୀ-ବତ୍ସି କି ବିହିଲେବଦ ମଦ-ଦ୍ୱିରଦ ଗତିରେ ।୨।ମୁଁ ଟିକିଏ ହେଲେ ଶୁଣିଥାଏଁ,ଲୁଚିଗଲା କି ଲାଜ ଥୋକାଏଲୁଟିବାରେ ମାର ପୁରଯାଏ ଫୁଟିଝଡ଼ିଗଲା କି ସେଫାଳିକା ତତିରେ ।୩।ସୁଖ ଲୋଭରୁ ବନ୍ଧୁକାଧରା,ରଖ ବୋଲି ନାହୁଁ ଥରେ ପରାନଖ କ୍ଷତେ ହେଜା ତନୁପୂରା ଅଖଣ୍ଡିତକଲ କି କାମିତ ସନ୍ତତି ରେ ।୪।କି ସାହସ କଲୁ ସତେ ଆଳି,ନିଶାଯାକ ଜାଗରେ ପ୍ରବଳିକଷା ଦିଶୁଛି ନେତ୍ର ଯୁଗଳ ହସା ଲାଗୁଛିଆଜ ଅନାଇଁ ତୋ ଦ୍ୟୁତି ରେ ।୫।ତୁଳି ତଳପ ବରଜି ଫୁଲ ଧୂଳିସମାଜ କି ଶେଯ କଲଗୁଳି ବାଜିଲା ପରି ତ ଗଲ ଲୁଳିଯାଇଛି ଅଳକମୋତି ସୀମନ୍ଥିରେ ।୬।ଆସେଚନକ ଆଜ ଏ ଶୀରି,ବାସେ ଉତ୍ପଳ ମିଶା କସ୍ତୁରୀନାଶେ ମାନସ ବ୍ୟଥା ବଲ୍ଲରୀ ଭାଷେବସୁଦୁର୍ଗ ଧରାବଳୟ ପତି ରେ ।୭।
(୨୦୩)
ରାଗ—ପୂରବୀ—ଆଡ଼ତାଳିରସଦାର ସଦା ନଉକରିକିମୁଁ କରିଅଛି ମୂଳ ଫନ୍ଦା ।ରୁଷଣାରୁ ଶୁଣାଯିବ ସିନାଏବେ ଧରଣୀ ମଣ୍ଡଳେ ନିନ୍ଦା ।୧।ରସି ବରଷିବ କରୁଣା ପୀୟୂଷବେଳକୁ ବେଳ ସେ ବୋଲିଭରସାଭର ସାର କରି ମୁଁମୋଦ ଅମଳରେ ଝୁଲୁଥିଲି ।୨।ମାନସେ ମାନ ଶେଷ ରଖିନିରତେ ତେଡ଼େ ପଣ୍ଡିତା ଛଇଳାଦିନ ବଦନ ବରୋବର ହୋଇଲାବୃଥା କାଳ ବଞ୍ଚାଇଲା ।୩।ତରଳତର ଲକ୍ଷଣ ଯୋଗଚଳଚିଲ୍ଲୀ ନର୍ତ୍ତନ ପଣ୍ଡିତାବନିତା ବନିତାର ହେବ ମଞ୍ଜରୀକିଜାଣି ହେଲା ଖଣ୍ଡିତା ।୪।କରକ କରକଶ ପୀନ ଉତ୍ତୁଙ୍ଗରୁଚିର ସ୍ତନା ମୋ ଧନକିରତୀ କି ରତିଶର ପ୍ରକାଶିବାବିଚାରି କରିଛି ମନ ।୫।ମଦନ ମଦ ନ ଥିଲେ ଜାଗି ମନେନ ଥାଏ ମୋ ମନେ ଧୃତିକିଶୋରୀ କି ଶୋରିଷକେ ହେଲେମତେ ଦେଖାଇଲା ପୂର୍ବ ଦ୍ୟୁତି ।୬।ପ୍ରଭାତେ ପ୍ରଭା ତେଜିବା ଶରଦରୁଭିନ୍ନ ଋତୁ ଶୀତକରପରାୟେ ପରା ଏବେ ମୁଖ୍ୟ କରିଛିପାଞ୍ଚି ମୋ ନାଶ ବିଚାର ।୭।ସାରସ ସାର ସମୂହ ଶୋଭାଜୟ ଧୂରନ୍ଧର ଲୋଚନରୁବାରି ନିବାରି ନିପଟ ହସିବାରପାଶୋରି ଦେଲା ରମ୍ଭୋରୁ ।୮।ତଳପ ତଡ଼ପକା ହଂସତୂଳୀରେକଠିନତା ଅବା କେଡ଼େସହୀ ନ ସହି ନରମ କାଳେ ଲୁଳେସେ ତନୁ ଧରାରେ ସଡ଼େ ।୯।ରୁଷିଲାରୁ ଶିଳା ଭାବକୁଶ୍ରୀଅଙ୍ଗେ ବହିଲା ନୂଆ ଛଇଳାମହିଳା ମହୀଲାୟକ ହୋଇବାରୁଏ ଅନୁମାନ ହୋଇଲା ।୧୦।କରି ଚାକରି ଚାରି ଯାମଜାକରେ ଅନାରତେ ସାବଧାନେଚାଲିଲେ ଚାଲି ଲେଶେ ହେଲେ ଖସଇପ୍ରଭୂକି ତା ମନେ ଘେନେ ।୧୧।ଏବେ ତ ଏବେ ତ ହେଲା ମୋଚରମେ ଏଣିକି କ୍ଷମା ସୁନ୍ଦରରସଭାର ସଭା ପଦେ କହୁକହେ ଅଷ୍ଟଦୁର୍ଗ ପୁରନ୍ଦର ।୧୨।
(୨୦୪)
ରାଗ—ସୋମରସନିଧି ହେ ! ଭଲ ପ୍ରୀତି କଲ ଭୁଲାଇ;ଅଶକତ ନ କଲେ କି‘‘ବଶ କଲା’’ ବୋଲାଇ ? ।୦।କଲ କି କରମ !! ସାରିଥିଲ ଅମକଳ କି ?ସଂସାରେ ଥିବା ରୀତିରୁଝଲକିଲେ ଭଲ କି ? ।୧।ତା’ ତନୁ-ଶିରୀଷେ ଦଳିଦେଇ କଟୁ କୁଳି ଗୋ !!ପଡ଼େ ପରା ପହୁଡ଼ିଲେ ତୁଳିଶେଯେ ଲୁଳିଶେ ସେ ? ।୨।ଖଣ୍ଡ ଖଣ୍ଡ କରଜେ ସେପରି ଏକା ଦଣ୍ଡ କି ?ଧରିତ୍ରୀମଣ୍ଡନାର ସେ ଗଣ୍ଡ ନୁହେ ଖଣ୍ଡ କି ? ।୩।‘ସେ’ ପରେ ହୁଏ କି ସ୍ମର-ସମରଜ ଶ୍ରମରେ ?ଚୁମ୍ୱିଥା’ନ୍ତ ପଙ୍କଜକୁ ଭ୍ରମରଙ୍କ କ୍ରମରେ ।୪।ତା’ ଶ୍ରୀ ଅଙ୍ଗ ରାଗ ବାସ ଯାଉଚି ତ ଚହଟି;କେଉଁ ପ୍ରକାରକୁ ଆଉ ନ ହଟିଲ ? କହ ଟି ।୫।ଶ୍ୟାମ ଶୁଣି ଲଜ୍ଜା ମଦ ବହିବାର ଚିତ୍ତରେଜଗଦ୍ଦେବ ଧ୍ୟାୟେ ଚିନ୍ତି ମନରେ ଏ ଗୀତରେ ।୬।
(୨୦୪)ଅମଳକ—ମାଦକ ଦ୍ରବ୍ୟ,ଝଲକିଲେ—ଟଳିଗଲେ,ଲୁଳି—ଝାଉଁଳି,କରଜେ—ହାତନଖରେ,ସ୍ମର-ସମରଜ ଶ୍ରମ—ରତିକ୍ରୀଡ଼ାରୁ ଜାତ କ୍ଳାନ୍ତି,ଭ୍ରମରଙ୍କ କ୍ରମରେ—ଭ୍ରମରଙ୍କ ସଦୃଶ,ଅଙ୍ଗରାଗ ବାସ—ଦେହର ଚନ୍ଦନ କୁଙ୍କୁମାଦିର ସୁରଭି,ଲଜ୍ଜାମଦ—ଅତିଶୟ ଲଜ୍ଜାଭାବ ।
(୨୦୫)
ରସିକାମଣ୍ଡଳୀ ମଥାଝରା ରେ,ବସିଛୁ ତ ରୁଷି ବସୁନ୍ଧରାରେ,ଖସି ପଡ଼ିଲାଟି ଦେଲା ପରି କାଟିଧୃତଲତିକାଟି ମନୁ ତ୍ୱରାରେ ।ପଦ ।କହିଛି ଛାମୁରେ କେ କି ଧୀରାରେ,ମହୀରେ କରିଛୁ ନଖଗିରାରେ,ଅହିତ ମୁଁ ନୁହେ, ଅଦୋଷେ ନିଗ୍ରହେନ ଦଣ୍ଡ ତୁ କୃପାନିଧି ପରା ରେ ।୧।ଦୁଃଖକୁ ମୋହର ତୁ ପାସୋରା ରେ,ମୁଖଚନ୍ଦ୍ର ଟେକି ବିମ୍ୱାଧରା ରେ,ସୁଖ-କୁସୁମାଳି, ନ ଯାଉ ମଉଳି, ବନ୍ଧୁତୋ ଗୁମାନ-ତୀବ୍ର ଖରାରେ ।୨।ବଣା ମୃଗନେତ୍ରା ନାରୀହୀରା ରେ,ଗଣାଗଲିଣି ମୁଁ ତୃଷାତୁରା ରେ,ଛଣା ରସଝରି, ଥାଉ ଥାଉ ପୂରି,ତୋ ଉରଜ ବ୍ୟାଜ ସୁନାଗରା ରେ ।୩।ମଦନମଦୁଆ ଇଟ ଛୁରାରେ,ମୋ ଧନ ମୁଁ ଯିବି ସିନା ମରା ରେ,କଦନ ବିଧ୍ୱଂସ ନ କଲେ ତୁହଂସବିଜୟିଗମନା ଶୋଭାକାରା ରେ ।୪।ହରି ବିନତିର ମନୋହରା ରେ,ପୁରୀରେ ରୋଷକୁ ହସି ଜରାରେ,ହାରିଲେ କଷ୍ଟ ସିନ୍ଧୁ ତରିବା ଅଷ୍ଟଦୁର୍ଗସ୍ୱର୍ଗରାଜା ମନ ପୂରା ରେ ।୫।
(୨୦୬)
ରାଗ—କାଫୀରସିଲା, ମୋ’ କୋଳେ ଧନ ବସିଲା ରେ ! ।୦।ଉରେ ଜମାଇଁ ତା’ ଉଚ୍ଚ ଉରୋଜ ହେମ-ଲକୁଚନିବିଡ଼େ ଭିଡ଼ିଲି, ‘ଇସି’ ଭାଷିଲା ରେ ।୧।ସଂଖାଳି ତା’କୁ ବିଚାରି, ରଙ୍କାଳି ଛଡ଼ା ଆଚରିଚୁମ୍ୱିଲି ଶ୍ରୀମୁଖେ ଆଖି ଖୋସିଲା ରେ ! ।୨।ରହସ୍ୟ ଅଙ୍ଗମାନଙ୍କ ଜାଣି ଦେଲି କରଜାଙ୍କଚମକି ଅଳପ ଲାଜେ ହସିଲା ରେ ! ।୩।ଇଭ ଗତି ନିଭ ଗତି କି ଭଗତିରେ ମୋ’ ପ୍ରୀତିପାଳିବା ବିଳାସାଦାନେ ତୋଷିଲା ରେ ।୪।ସେ ନବ ରସିକାରାଜ ସବୁ ଅଙ୍ଗୁ ନେଇ ଲାଜନିବିଡ଼ ନୀବିରେ ଏକା ପୋଷିଲା ରେ ! ।୫।ପ୍ରିୟା ନବ ସଙ୍ଗୋତ୍ସବ ଘେନିବାର ଶ୍ରୀ କେଶବବସୁ ଦୁର୍ଗେଶକୁ ଧ୍ୟାନେ ଦିଶିଲା ରେ ! ।୬।
(୨୦୬)ଉଚ୍ଚ ଉରୋଜ—ଉନ୍ନତ ସ୍ତନ,ହେମ ଲକୁଚ—ସୁନାର ଜେଉଟ(ସ୍ତନ ସହିତ ତୁଳନା),ରଙ୍କାଳୀ—ଲୋଭୀ, କରଜାଙ୍କ—ହାତନଖର ଚିହ୍ନ,ଇଭ—ହସ୍ତୀ,ନିଭ—ଭଳି ବା ସଦୃଶ,ବିଳାସାଦାନେ—ରତିକ୍ରୀଡ଼ାରେ,ନବ ସଙ୍ଗୋତ୍ସବ—ଆଦ୍ୟ ମିଳନ ଉତ୍ସବ ।
(୨୦୭)
ରାଗ—ବଙ୍ଗଳାଶ୍ରୀ—ଝୁଲାରହି ବିଦେଶରେ ଦଇବବଶରେବଲ୍ଳଭ ନୃଭ କୁମରରତିପତି ଭୀତି ବଳରୁ ବୋଲନ୍ତିଆହା ବିଳାସିନୀ ବର ।୦।ରଣରଣ ଶର ଦମ୍ଭୋଳି ପ୍ରକରବରଷାରୁ ନିରନ୍ତରରକ୍ଷା କେ କରିବ ମୋର ରେପଲ୍ଲବ-ଅଧରା ବିନା ତୋହର ।୧।ରଙ୍କ ମୁଁ ସୁଭାଗ୍ୟବଶୁଁ ଅରଜିବାଚିନ୍ତାମଣି କରି ଦୂରରସବତୀ ରାଜା ତୁ ସଖି ପରଜାଏକାଳ ହେଲି ଅନ୍ତର ।୨।ରଥପରି ମନମଥର ଆସନ୍ତେହୋଇ ମନ୍ଥର ମନ୍ଥରରଟିବ କିଙ୍କିଣୀ କାହାରଟି ଶୁଣିଲଭିବି ମୁଁ ମୋଦଭର ।୩।ରଜ ନିକରେ କୁସୁମ ମାନଙ୍କରକରି ଦେହକୁ ଧୂସରରଜନୀକର ମୟୁଖେ ବିହରିବିକୁଞ୍ଜେ ଧରି କାହା କର ।୪।ରସି କାହା ପରିରମ୍ଭ ଚୁମ୍ୱେହରିବିଟି ଯାମିନୀ ବାସରରତେ ରସି କାହା ତୁଲେ ହେବିମହାସୁଖାମୃତ-ଜରଜର ।୫।ରଙ୍କ ତାମରସ ପଦ ଲାକ୍ଷାରସଚିତ୍ରେ ସାଜନ୍ତେ ତାହାରରସିକ ଚକ୍ର ଚୂଡ଼ାମଣି ହୋଇବମୋ ପଦତଳେ ନଜର ।୬।ରଚି ନିଧୁବନ ଅବସାନେ ଧନ,ଧରି କୁସୁମ ଚାମରରଖି ମୋତେ ଉରେ ବିଞ୍ଚୁ ପରା ଧୀରେଏବେ ସାରିଦେଲା ସ୍ମର ।୭।ରଦନ ଅମ୍ୱର ସୁପକ୍ୱ ବିମ୍ୱରସ୍ୱାଦୁ ନ ପାଇ ଏଥରରଦ ହେବା ପରି ଲାଗିବାରୁ ଡରିହୋଇଲାଣି ଥରଥର ।୮।ରତ୍ନ ପରିଚିତ ସୁକୃତ ସଞ୍ଚିତହେବା କଣ୍ଠ ଅଳଙ୍କାରରସାମଧ୍ୟ ଶୀରି ତୁ ଯେ ମୋରକରି ନ ପାରିଲି ଅଙ୍ଗୀକାର ।୯।ରମଣୀୟତର ପୟୋଧରେତୋର ନ ଖେଳାଇଲି ନଖରରମଣୀ ଅତର ସୁବାସିନୀ ମୋରଜନମ ବଡ଼ ଅସାର ।୧୦।ରହରେ ଏପରି ଚିନ୍ତିଲେଶ୍ରୀହରି ପ୍ରିୟାଙ୍କ ଗୁଣ ପ୍ରକରରଚିଲେ ହରଷରେ ହରିଚନ୍ଦନଜଗଦ୍ଦେବ ନୃପବର ।୧୧।
(୨୦୮)
ରାଜି ନ କଲା ଆଜି ପ୍ରବୀଣା ହେ ।୦।ପ୍ରୀତି ପାଶୋରା ପଣତାହାଠାରେ ଆପଣକି କରିଛ ତା ତୁମ୍ଭଙ୍କୁ ଜଣା ହେ ।୧।ବିନୟେ ଧରି ପଦକରାଅ ବଶମ୍ୱଦପୁଣି ସୁଖମୁଣ୍ଡେ ଠୁକ ଠଣା ହେ ।୨।ସ୍ୱର୍ଗ ପୀଠେ ବସାଇପୁଣି ଜାଣ ଖସାଇଏ ଗୁଣେ ଆପଣ ନୁହ ଊଣା ହେ ।୩।ଦେବାର ଇନ୍ଦ୍ରପଦହରି, ଦିଅ ବିପଦନିତ୍ୟ ନୋହିବାରୁ ଏ କରୁଣା ହେ ।୪।ରାତି ରାତିକା କ୍ଳେଶକହି ବହିଲା ରୋଷଯହୁଁ ତୁମ୍ଭ ଗୁଣ ନୁହେଁ ଗଣା ହେ ।୫।ଆପଣ ଯା ଅସାରକଥାକୁ ଘେନ ସାରନ ସମଂଜ କେ ପାଣି କେ ପଣା ହେ ।୬।ଦୁଃଖେ ସେ ଦିନ ହରେଆପଣଙ୍କ ସ୍ନେହରେଖଦା ଥାଇ ନ ଥିବାରୁ ଛଣା ହେ ।୭।ଭଣିଲେ ଜଗଦ୍ଦେବଜାଣିଏ ବାଣୀ ଭାବହେଲା ଶ୍ୟାମବନ୍ଧୁ ବୁଦ୍ଧି ବଣା ହେ ।୮।(୨୦୮)ଠୁକ—ଆଘାତ କର,ଠଣା—ଢୁସା ବା ହାତ ଆଙ୍ଗୁଳି ଗଣ୍ଠିଦ୍ୱାରା ମାଡ଼,ରାତିଜା—ରାତିରେ ଜନ୍ମୁଥିବା,ଖଦା—ମଇଳା ।