ଚଉପଦୀ (ଲୌକିକ ଓ ସାମାଜିକ)
ବଳଦେବ ରଥ · ଭାଗ ୨୫ / ୩୧
ସମ୍ପୂର୍ଣ୍ଣ ସୂଚୀପତ୍ର
(୧୮୧)
ରାଗ—ବିଳାହୁରି—ଆଦିତାଳମସାରକେଶା ସୁଦୃଶା ଗଲି,କଳାକୁଶଳା କୋମଳା ଅଳ୍ପ ଚାହାଁ ରେବଳା ଅବଳା ଭୂଷା ମୋ ସୁଖ ରାହା ରେ । ଘୋଷା ।ମାଖନତନୁ ଶ୍ରୁତି ପାଖରେ ଭାଷି—ଆଖରେ କପଟ କଲା ଖଳ ଆସିତା ଖଚକୁ କଲୁ ହୃଦୟ ବିଳାସୀ କହିବି କାହାରେ ? ।୧।ଖଞ୍ଜନ ମଦଉର-ଭଞ୍ଜନ ନେତ୍ରୀ—କଞ୍ଜ ସମୁଦୟ ସୁବାସିତ ଗାତ୍ରୀଅଞ୍ଜନ ନିଭଚିକୁରା ରସଗାତ୍ରୀ ଗଲାଟି ଲାହା ରେ ।୨।ସାସସିତ ମଦନବାଣ କଟାକ୍ଷା—ଜାସ ନୁହଟି ଅବୁଝାଣ ସୁଦକ୍ଷାଆଶ କରିବି ପରମାଣ ପରୀକ୍ଷା ହିରଣ୍ୟଦେହା ରେ ।୩।ଅମ୍ୱର କଟି ସରୁ ଚୁମ୍ୱନ ଦାନେ—ବିମ୍ୱ ସଦୃଶ ଦଶନାମ୍ୱର ପାନେ,ଶାମ୍ୱର ଦଳନ କଳମ୍ୱକୁ ଧାନେ ନ ମିଳୁ ସାହାରେ ।୪।ନନ୍ଦ ତନୟ ପଟୁ ଚାଟ-ବିଳାସେକୁନ୍ଦକୁ ରସନିଧି କଳିଲେ ସେବନ୍ଦନ କରି ହରି ଚନ୍ଦନ ଭାଷେ ଏ ରସେ ଏହା ରେ ।୫।
(୧୮୨)
ରାଗ—ବଙ୍ଗଳାଶ୍ରୀମାନ ଅବା ଲାଜ, ନ ଜାଣିଲି ଆଜ, ମୁଖଚନ୍ଦ୍ର ନୁଆଇଲୁ ।ଆନ ପକାଇଲି ଅନେକ ମୋ ଗିରକାନପାଖକୁ ନ ନେଲୁ ରେ ।୧।ଦୋଷ ଦେଖି ଯେବେ ନେତ୍ରେ ତେବେସିନା ରୋଷ ଅଙ୍ଗୀକାର କରି,କି ସକାଶରୁଟି ମୋ ସକଳ ଭାଗ୍ୟମୋଷ ରଖିଲୁ ଚତୁରୀ ରେ ।୨।ଫିଆଇ ନ ଦେଲୁ ଅଧର,ଉରଜେ ଦିଆଇ ନ ଦେଲୁ ପାଣି,ଫିଆଇ ବାସ ମଦନମୁଖୁଁ ମୋତେଜୀଆଇବୁ କେହି ପୁଣି ରେ ।୩।ଛକାଇ ସନ୍ଧିକି ସନ୍ଧିରେ ନିବିଡ଼େଜକାଇ ନ ଦେଲୁ ଦେହ,ଧକାଇଲୁ ନାହିଁ କେଳିରୁ ପଛକୁପକାଇ ଦେଲୁ ମୋ ସ୍ନେହ ରେ ।୪।ଗିରୀଶ-ପର-ଦଣ୍ଡରୁ ରେକେତକୀଗୋରି ସରିଲି ମୁଁ ସିନା,ଶିରୀଷସରି ଶରୀର ଭଡ଼ାଇଲୁପୁରୁଷଘାତିନୀବାନା ରେ ।୫।ମଦନମୋହନ ବଚନେ ଶ୍ରୀମତୀସଦୟ ହାସ ରଚିଲେ,ସେ ସମୟ ଛବି ଭାବି ଭାବିକବିରବି ରାୟଗୁରୁ ବୋଲେ ରେ ।୬।
(୧୮୩)
ମାନସ ତୁ ଭଜ ରେ, ଆନ ସବୁ ତେଜ ରେ,କୋଶଳେଶ ଲୋଚନ ଘନ ସାରକୁ,ରେଷହତ ଲଙ୍କେଶ ମୁଖରକୁ,ତମାଳ ସଦୃଶ୍ୟକୁ, ଚନ୍ଦ୍ରନିଭାସ୍ୟକୁ,ବାସର କର କୁଳ ଜଳଧି ସୁଧାଶଂକୁ,ନବ ଚାମିକର କବଚାଭରଣକୁବାରିଧି ଶୟନକୁ, ବାରିଜ ନୟନକୁ ।୦।ଚଣ୍ଡ କୋଦଣ୍ଡ ଧରଙ୍କୁ, କ୍ରତୁ ରକ୍ଷା ଚତୁରଙ୍କୁ ।୧।ତ୍ରିଜଗତୀ ମଣ୍ଡନଙ୍କୁ, ଅଜଗବ ଖଣ୍ଡନଙ୍କୁ ।୨।ତ୍ରିଶିରା ପ୍ରାଣନାଶୀଙ୍କୁ, ଋଷି ରାଶୀ ଉଲ୍ଲାସୀଙ୍କୁ ।୩।ସାତକୁମ୍ଭମୟ ରଙ୍କୁ, ଘାତ କୁଶଳ ଶରକୁ ।୪।ମରଣାହତ କାଳକୁ, ଶରଣାଗତ ପାଳଙ୍କୁ ।୫।ଅମୁଦ୍ର କୃପା କେତୁକୁ, ସମୁଦ୍ର ସେତୁ ହେତୁକୁ ।୬।ଅନୁଜ ସ୍ନେହଶୀଳକୁ, ଦନୁଜ ମର୍ମ କିଳଙ୍କୁ ।୭।କବିରବି ରାୟଗୁରୁକୁ, ଅବିରତେ କୃତୋଦ୍ଧାରକୁ ।୮।
(୧୮୩)ଚନ୍ଦ୍ରନିଭାସ୍ୟକୁ—ଚନ୍ଦ୍ର ପରି ମୁଖକୁ,ଚାମିକର—ସୁନା,କ୍ରତୁ—ଯଜ୍ଞ,ଅଜଗବ—ଶିବଧନୁ,ସାତକୁମ୍ଭମୟରକୁ—ସୁନାମୃଗକୁ,ଅମୁଦ୍ର—ପ୍ରକାଶ୍ୟ ।
(୧୮୪)
ରାଗ—ତୋଡ଼ି ପରଜ—ଏକତାଳିମାନସ ପ୍ରପଞ୍ଚରୁ ବଞ୍ଚି ପଳା,ଜାଣୁ ତ ଏ ଜୀବ-ଗତି ଅତି ରଙ୍ଗତରଙ୍ଗପରି ଚଞ୍ଚଳା ରେ । ଘୋଷା ।କଳିନ୍ଦଜାକୂଳେ ଜଙ୍ଗମ ତମାଳେମୋ ନେତ୍ର ଖଞ୍ଜନ ଖେଳାସ୍ମର ସ୍ମର ବ୍ରଜବାମା ଜନମନ-ମୋହନ କନକ ଚେଳା ରେ ।୧।ଲବ୍ଧ ମୋହ ଘୋର ଅକୂପାରପାର ପରମ ସୁନ୍ଦର ବେଳାଦେଖ ତ ଶରଣ କଂସାରି ଚରଣସଂସାର ତାରଣ ଭେଳା ରେ ।୨।ଲାଲ ପାଲିଙ୍କି ମଶାଲ ଶାଲହର ସଗୋତ୍ର ପୁତ୍ର ଅବଳାବିଷୟ ବାସନା ବିଷମ ଏହି ତ ତହିଁତୁ ମତି ନ ବଳା ରେ ।୩।କରି ହରିନାମ ସ୍ତୋମ ମତି ଦାମମନୋହର ମୋର ଗଳାପରିହରି କୂଟ ଧରି ଧୀରେ କାଟଏ ମୋହ ଲୌହ ଶୃଙ୍ଖଳାରେ ।୪।ଆନନ୍ଦେ ଗୋବିନ୍ଦପଦ-ଅରବିନ୍ଦଭୃତ୍ୟଜନେ କର ମେଳାକହେ ରାମଚନ୍ଦ୍ର ଛୋଟରାୟ ଦେବନ କରଟି କେବେ ହେଲା ରେ ।୫।
(୧୮୫)
ରାଗ—କେଦାର, ତାଳ—ସରିମାନ୍ମିତ ଆମ୍ଭ ଶ୍ୟାମବନ୍ଧୁ ଚାଲି କି ରସେ ଗୋ । ଘୋଷା ।ଅଖଣ୍ଡ ଶୋଭାମଞ୍ଜୁଳ, ଶିଖଣ୍ଡମଣ୍ଡନ ଚୂଳ,ଖଞ୍ଜେ କି ଜନନେତ୍ରକୁ ପରଶେ ଗୋ ।୧।ରସପୀୟୂଷଲହରୀ, ପରି ତା ବାଣୀ ନିର୍ଝରୀଜଗତୀ ମନୋମଞ୍ଜରୀ କୀର ସେ ଗୋ ।୨।ନୋହେ କୁସୁମ କମାଣ, ତା ନେତ୍ର ବାରିଜ କୋଣ,ମାର ମାରଗଣଗଣ ବରଷେ ଗୋ ।୩।ତା ମୋହନ ସ୍ମିତ ଶିରୀ, ତୁଲେ ସୁର ଚଳ ପରି,କୁଳର ସୁନ୍ଦରପଣ କରଷେ ଗୋ ।୪।ଶରଦ ରଜନୀ ଈଶ ମୋହେ ତା ମୁଖ ନିବାସ,ସେ ତ ଲଭୁଅଛି ନାଶ ଦରଶେ ଗୋ ।୫।କୃପାମୟ ଅବତାର, ରମା ଇଷ୍ଟ ଦେବତାର,ହେଲେ ଦିନ ନେବ ତାର ସ୍ପରଶେ ଗୋ ।୬।ଲାଭ ହେଉ ନୋହୁ ଅବା, ଅବସର ପୁହାଇବା,ତା ପଦତଳ ଚୁମ୍ୱିବା ତରସେ ଗୋ ।୭।କହଇ କବିତପନ, ଧ୍ୟାଉଥିଲେ ତା ଲପନସ୍ୱର୍ଗସୁଖେ ତ ମୋ ମନ ନ ରସେ ଗୋ ।୮।(୧୮୫)କମାଣ—ଧନୁ,ମାରଗଣ—ମାର୍ଗଣ ବା ଶର,ତରସ—ଉଦ୍ବେଗ ।
(୧୮୬)
ରାଗ—ତୋଡ଼ିପରଜ—ଏକତାଳିମିତ, ଏ କିଏ ସେ ଲୋ ମୋ ମନ ରହିଲା ଲାଖିଭାଲୁଣୀ ପରାୟେ କାଳିଆ ମୁହଁକୁ ଚାଲୁଣୀପରାୟେ ଆଖି । ଘୋଷା ।ପଣ୍ଡା-ରନ୍ଧା ଭାତ ତିଉଣକୁଯେବେ ଆଖିରେ ଦିଅଇ ଦେଖିଭଣ୍ଡାରି ବହନ୍ତି ବ୍ରହ୍ମଣେନେଇଣ ତାହାକୁ ଦିଅନ୍ତି ଚାଖି ।୧।ନିରତେ ପୁରତେ ବସିଛିଯାହାର ଦ୍ୱିଗୁଣ ଶାଗୁଣପକ୍ଷୀଲୋକମାନେ ତାର ପାଦେଖଟିଥାନ୍ତି କେଉଁ ଗୁଣ ସତେ ଦେଖି ।୨।ଭେଣ୍ଡା ଭେଣ୍ଡା ଦୁଇ ଭାଇଙ୍କିବସାଇ ସିଂହାସନ ଦୁଇପାଖିଜଗତଯାକର ମନ ମୋହୁଅଛିବନହଳଦିଆ ମୁଖୀ ।୩।କବିରବି ବୋଲେ ଇହ ପରଲୋକକରିପାରନ୍ତି ସେ ସୁଖୀନାମ ଜପୁଥିଲେ ପାପ ପୁଣିଯଶ କରଣ ନ ପାରେ ଲେଖି ।୪।
(୧୮୭)
ରାଗ—କୁମ୍ଭକାମୋଦୀ—ଏକତାଳିମିତ, ଚିତ୍ତ ଭିତରେ ମୋହର ଗୋଭୀତିରେ ହୋଇଛି ପୂରା ।ଫିଟାଇ ସାଜି ମୋ କବରୀକି ହରିଚିଟା ହେଉଥିବେ ପରା । ଘୋଷା ।ବାସନ୍ତୀକ ବେଶ ରଚିବା ଆଗ୍ରହେଆସନ୍ତି ଶ୍ୟାମଳ ଯୁବା,ନାରୀ ତ ମୁଁ ଭାରୀ ନୋହେ ନ ନିବାରିଶ୍ରୀହସ୍ତ ଘେନେ ଯା ସେବା ।୧।ବଳୟ ପହଞ୍ଚି ଗଳଭୂଷା କାଞ୍ଚିହେଲେହେଁ ନୋହିଲା ବୋଲେଅଳିକରି ଯାହା ଜଳିପଡ଼େ ଉର—ସ୍ଥଳୀ ଅପସରେ ଗେଲେ ।୨।ଅଙ୍ଗଦ ମଧ୍ୟରେ ବସି ନାହିଁ ବୋଲିରଙ୍ଗ ଦଳ ଶୋଣମଣି,ବାସ ହାସ ତା ନ ଦେଇଛି ଛିଣ୍ଡାଇଯାହା ସଜଡ଼ାଏ ପୁଣି ।୩।ଗର୍ଭକେ ଦେଖି ମୋ ଅର୍ଭକେ ହସିବେବୋଲି ରଚୁ ମିଛ କାନ୍ଦତହିଁ ଅଖାତର ନ କରି ଖାତରହୁଅନ୍ତି ଯା ନୀଳଚାନ୍ଦ ।୪।ଅଷ୍ଟଦୁର୍ଗେଶ୍ୱର ଜାଣି ମୋ ଦୋଷରନାହିଁ ଗଣନା ପ୍ରମାଣକ୍ଷମା ନ କରିବେ ତମାଳ ଶ୍ୟାମ କିବୋଲି ଘାଣ୍ଟିହୁଏ ପ୍ରାଣ ।୫।
(୧୮୮)
ରାଗ—ତୋଡ଼ିପରଜ—ଝୁଲାମିତ, ତୁନି ହୋ ଲୋ ତୁ ତ ଅନୁଭବୀ ନୋହୁ,ସ୍ନେହଜାତ ସୁଖ, ତା ବିଚ୍ଛେଦ ଦୁଃଖଯେ ଜାଣେ ସେ ଆସି କହୁ । ଘୋଷା ।ଅନୁବରତେ ତ ପରଶ ହେଲାଣି ବନଜ ପଲ୍ଳବାବଳିଘନଶ୍ୟାମ ନାମ ବିନା ଦୁଃଖାନଳେମନ ଯାଉଅଛି ଜଳି ।୧।ଲାକ୍ଷା ତ ସାକ୍ଷାତ ଲାଗିଛି ଭାଲରେତା ଖ୍ୟାତ କରିବ କେତେବିଷ ମକରନ୍ଦ ହେଲାଣି ବୋଲିଯା କିସ ସମଝାଉ ମୋତେ ।୨।ଟୋକୀଟାମାନଙ୍କ ଆଗ ସରିକିମୁଁ ଟେକି ପାରୁ ନାହିଁ ମଥାଟେକି ଦେଲେ ଭୁଲି ଫୁଲିଯିବିବୋଲି ଏ କି ସଟାବଟା କଥା ।୩।ଝଳି ଝାଳି କେତେ ମରମରେମୋର ବଳିଆଇ କହୁଥାଉଖୁଆ-ଦଣ୍ଡଖିଆ ଖରାପ କ୍ଷୀରରେସୁଆଦ ଥାଏ କି ଆଉ ।୪।ଝଡ଼ିପଡ଼ି ସଢ଼ି ଯାଉଛନ୍ତିକେତେ କୁସୁମ ଚୟନେ ନାହିଁଫୁଲ ପାନରଙ୍କ ମନଟା ମୁଁ ତାଙ୍କଆଡ଼କୁ ଅନାଉଁ ନାହିଁ ।୫।ନୀଳାଚଳ ଚୂଳ ପ୍ରସାଦରୁ ହେଲେଟେକିଥିଲେ ତିନିଥାଳିକବିରବି ରାୟଗୁରୁଙ୍କ ପରିକେ ପ୍ରୀତି ନ ଜାଣନ୍ତି ପାଳି ।୬।
(୧୮୯)
ରାଗ—କୁମ୍ଭକାମୋଦୀମିତ, ହିତ ଯେତେ ତୁ କହିଲୁ ଗୋ,ଚିତ୍ତ ତା ନ ମଣେ ସୁଖ,ପରମ ପଦବୀ ଲଭିଲେହେଁ ଯେବେକରମରେ ଅଛି ଦୁଃଖ । ଘୋଷା ।ମୋହନ ମନ୍ତର ଜାଣୁ ତୁ ଆହୁରିମୋ ମନ କରିବୁ ବଶ,ସରି ତ ଗଲା ହରିଣାକ୍ଷୀବୃନ୍ଦରୁଶ୍ୟାମ ସଉଭାଗୀ ଯଶ ।୧।ବିଷରେ ପୀୟୂଷ ବୁଦ୍ଧି କରିବାରଫଳ ହେଲା ଏତେ ସରି,ପିଶାଚ-ସ୍ମର ବଦନେ ପଡ଼ିହେଲି ନିଶା-ଚକ୍ରବାକୀ ପରି ।୨।ଝଳି ମୋର ମରଜିରେ ପୁଣିକେତେ ବଳିଆଇ କହୁଥାଉ,ଖୁଆଦଣ୍ଡଛୁଆଁ ଖରାପ କ୍ଷୀରରେସୁଆଦ ଥାଏ କି ଆଉ ।୩।ଅପ୍ରିୟ ହେଲେ ତାହାରି ବୋଲାଇବାଆଶା ସିନା ପରିତ୍ରାଣକହିବାରୁ ଏହା ସହି ରହିଥାଏନିକି ସେହି ଦ୍ରୋହୀ ପ୍ରାଣ ।୪।କହେ ଅଷ୍ଟଦୁର୍ଗ ମହୀଦମ୍ଭସ୍ୱର୍ଗ ମହେନ୍ଦ୍ର ଶ୍ରୀଜଗଦ୍ଦେବଯିବା ଶମନପୁରକୁ ଯେବେନାକନିବାସରୁ କିସ ହେବ ।୫।
(୧୯୦)
ତୋଡ଼ି ଜଙ୍ଗଲା—ଆଡ଼ତାଳିମିଶିଲୁ ଯେ ଆଜ ନିଶିରେ ଶଶୀମୁଖି !କି ଶିଖିଲୁ ଶ୍ୟାମଠାରୁ ॥ ଘୋଷା ॥
ହୋଇ ମଦମୟ ଛାଡ଼ିଲୁକି ଭୟ ଗୁରୁଜନ ଗ-ରହାରୁ,ଗାଢ଼ ଆଲିଙ୍ଗନ ଜାଣିଲୁ କି ଧନରାଜି ତେଜି ବରହାରୁ ।୧।ମୁରଲୀ ନିରତେ ଡାକିଲା କିତୋତେ ଦ୍ରବାଏ ଯେ ଗିଳାଦାରୁତେତେ ବିମର୍ଦନ ହେଲା କି କୁଦିନପ୍ରବଳତର ବିକାରୁ ।୨।ଦଳିବାକୁ ମାର ବୀର ଅହଙ୍କାରେସେ ପାରନ୍ତି କି ତୁ ପାରୁ,ଲୁଚା ଅନାଦର ଛଦ ଦନ୍ତକ୍ଷତଦିଶୁଅଛି ସିନା ଗାରୁ ।୩।ଦେବୀ ଦମ୍ଭ ରୋଷେ ଚାହିଁଲେସହାସେ ଆଳୀ ଏପରି ପଚାରୁଁଏକାଳେ ଛ ଦୁଇ ଦୁର୍ଗନାଥ ଯାଇତାଙ୍କ ଚରଣେ ଜୁହାରୁ ।୪।
(୧୯୧)
ରାଗ—ତୋଡ଼ି—ଆଠତାଳିମୁନିମୋହନା, ତୁନି ହୁଅ ନା । ଘୋଷା ।ଆରେ ବିଧୁବଦନେ ବୃଥା ନିରସ ମନେବାସେ ବନ୍ଦି-ବିଧାନେ ରହନା ରେ ।୧।ଗୁରୁଜନ-ଜରତି ଜ-ରେ-ଜନରୀତିଚାରୁତୂଲ୍ୟ ଭାରତୀ ସହନା ରେ ।୨।ମରକତ ମାଧୁରୀ ତନୁ କନକ ଗୋରୀମିଳାଇବା ସୁନାରୀ ମୋହନା ରେ ।୩।ଅତସୀ ଅଭିରାମ ନବନୀରଦ ଶ୍ୟାମବନ୍ଧୁଆରେ ତୁ ବାମ ବିହନା ରେ ।୪।ବରଜି ତା’ କୁଞ୍ଜକୁ ଅରଜିଣ ମୁଞ୍ଜକୁଚିନ୍ତାରସ ପୁଞ୍ଜକୁ ଦହନା ରେ ।୫।ପ୍ରୀତିବଲ୍ଲରୀ କନ୍ଦା ଟାଳିବା କରି ଫନ୍ଦାନିରସବତୀ ନିନ୍ଦା କହନା ରେ ।୬।କହେ ଶ୍ରୀ ଜଗଦ୍ଦେବ କଞ୍ଜନୟନେ ଲବକରୁଣାର ଅଭାବ ବହନା ରେ ।୭।
(୧୯୨)
ରାଗ—ମୁଖାରୀ, ତାଳ—ଆଠତାଳିମୁଁ ହାରିଲି ହେଉ ଏତିକି ଗୋ,ଜୁହାରିଲି ଶ୍ୟାମ ପ୍ରୀତିକି ଗୋ;ଗୁହାରି କରିବି କାହା ଆଗେ କେତେଲୁହାରେ ବନାଇ ଛାତିକି ଗୋ । ଘୋଷା ।ଦେହକୁ ସମରପି ପ୍ରାଣ ତୁଲେ,ସ୍ନେହକୁ ସମ୍ପାଦିବା ସିନା ଭଲେ,ଏ ହଟହଟାରେ କେ ମରିବ କରିସଙ୍ଖାଳି ବିଶ୍ୱାସଘାତୀକି ଗୋ ।୧।ନିୟମ କରି ନ ପାଳଇ ଯାହା,କି ଅମଳଖିଆ କରଇ ତାହା,ଦିଅ ମୋତେ ଗାଳି ପଛେ ମୁଁନ ପାରେ ପୁରୁଷ ପୁରୁଷ ଜାତିକି ଗୋ ।୨।ଦୁଆଗଲା ଶାଳୀବନେ କି ରଙ୍ଗ,ସୁଆଗ ନ ଥିବା ଜନେ କି ସଙ୍ଗ,ମୁଁ ଆଗ ବିବେକ ହୁଡ଼ି ହୃଦୟକୁସମର୍ପିଲି କାମ-କାତିକି ଗୋ ।୩।ହଟିଲା ରାଧାର ଏ କଞ୍ଜନେତ୍ର,ଘଟିଲା ମୋ କର୍ମେ ଏ ଦଶା ମାତ୍ର,ଜଟିଳା ଜାଣିଲେ ସଂସାରୁ ସରିବିପାଇ ଘୋର ଅପଖ୍ୟାତିକି ଗୋ ।୪।ଶତ ପଦରେ ପଦେ ନାହିଁ ସତ,ସତ ପରି ହୋଇବାରୁ ପ୍ରତୀତ,ଅତପଃଶୀଳା ମୁଁ ଅନୁଭବ କଲିଏ ତପତି ଉତପତ୍ତିକି ଗୋ ।୫।ଶିଖଣ୍ଡଚୂଳିଆର ଗୁଣ ତୁଲେ,ଏ ଖଣ୍ଡ ଅଛି ବୋଲି ଜାଣିଥିଲେ,ଅଖଣ୍ଡ ବିଶ୍ୱାସ କରନ୍ତି କି ଭଲେଜଗଦ୍ଦେବ ଏ ଭାରତୀକି ଗୋ ।୬।
(୧୯୨)ପୁରୁଷ—ନିଷ୍ଟୁର,ଦୁଆଗଲା—କଟା ହୋଇଥିବା,ସୁଆଗ—ସ୍ନେହ,ଅମଳ—ନିଶା,କାମକାତି—କନ୍ଦର୍ପର ଅସ୍ତ୍ର,ଅତପଃଶୀଳା—ଯେ ତପସ୍ୟା କରିନାହିଁ, ଅପୁଣ୍ୟବତୀ—ତପତି – ଉତ୍ତାପ ।
(୧୯୩)
ରାଗ—କୋଳାହଳ—ଆଦିତାଳମୋତେ ଯା ମହିଳା ମୋହିଲାସତେ କି ମୋ ଭାଗ୍ୟ ନୋହିଲା । ଘୋଷା ।ତା ସରସ ଅନାଉଣିସାରସ ହେବ କି ଲାଭଣି ।୧।ଦେଖି ନ ଥିଲି, ଥିଲା ଶୁଣାଲକୁଚ ତ କୁଚର ଊଣା ।୨।ଆଳିକି ଭାଳି ଯା ଭାଷିଲାମୋ କଥା ପରି ଆଭାସିଲା ।୩।ସତେ କି ସେ ଅଧର ବିମ୍ୱଭରତି କରିବ ମୋ ଚୁମ୍ୱ ।୪।ମଧୁରାଧରା ସେ ପ୍ରବୀଣାଅଧୁରା ନ କରୁ ମୋ କିଣା ।୫।ଏହି ଭାବନା ବନମାଳୀହୃଦୟସ୍ଥଳେ କଲେ ମାଳି ।୬।ନୟନେ ରହିଲା ଶୋଭା ସେବସୁଦୁର୍ଗର ନୃପ ଭାଷେ ।୭।
(୧୯୪)
ରାଗ—ତୋଡ଼ିପରଜ—ଝୁଲାମୋ ଧନଟି, ଭସାଇ ଦିଅଇ ସୁଖେରସାଇ ଜାଣିଲେ ଭୁଜେ ଭିଡ଼ି ଅଙ୍କେବସାଇ ଚୁମ୍ୱି ଶ୍ରୀମୁଖେ । ଘୋଷା ।ସଞ୍ଜବେଳ ନୀଳ-କଞ୍ଜ ପରି କରିମନ୍ଦାକ୍ଷ ମଞ୍ଜୁଳ ଆଖିକୁଧର ଉରଜେ ଜମାଇ ଭିଡ଼ିମୋ ଅଧର ଅଳପ ଚାଖି ।୧।ନଖ-ରେଖରେ ଖେଳାନ୍ତେ ମୁଁପୁଲକ ମାଂସଳ ମୃଦୁଳ ଅଙ୍ଗେରଖ ରଖ ଇଷି ସରିଲିଟି ଭାଷିଚମକୁ ଥାଇ କି ରଙ୍ଗେ ।୨।ଭାଷା ଭଙ୍ଗୀ ରଙ୍ଗେ ଇତର ପ୍ରସଙ୍ଗେପ୍ରକାଶଇ କେତେ ଠାଣିଆଶ ବାସ ବେଶ ଦରଶନରେମୋ ଆଶ ପ୍ରବଳିବା ଜାଣି ।୩।ମୋ ପରି ହେବୁ କି ବୋଲି ମୁଁତ୍ରିଲୋକୀ ଗର୍ଭେ ଯାହା ତୁଳା ନାହିଁମୋତେ ଛାନିଗୋରୀ କେହି ତୁମ୍ଭପରିହେବି ବୋଲି ରସି ଚାହିଁ ।୪।ପଦ-ଭୂଷା ମୂକ ହୋଇ,ବାବଦୂକ କଳାପ ହୋଇବା ବେଳେଚୂଡ଼ାଯାଏ ମୋର ବୁଡ଼ାଯାଏପରଂ-ବ୍ରହ୍ମାନନ୍ଦ ସୁଖ-ଜଳେ ।୫।ଶିଖଣ୍ଡ ଶେଖର ଭାବି ବୃଷକରମାଳିଜେମାଙ୍କ ଚାତୁରୀହୋଇବାର ହୃଷ୍ଟ ବିରଚିଲେଅଷ୍ଟଦୁର୍ଗନାଥ ଚିତ୍ତେ ଧରି ।୬।
(୧୯୫)
ରାଗ—ତୋଡ଼ି ପରଜମୋ ବନ୍ଧୁଟି ବାଇ ହୋଇଯାଏ ସିନା,ପାଇଯାଏ ଯେବେ ମୋର ଆଚରଣପ୍ରଶଂସା ଫୁଲବାସନା । ଘୋଷା ।ନ ରୁଚିଲା ପରି ବ୍ୟାଜେକରେ ମୁଖ ସୁରଚିର ଶରବିନ୍ଦୁ,ଚୁମ୍ୱିଲେ ଶ୍ରବଣସୀମାକୁ ମୋଗୁଣ ପୀୟୂଷରୁ ଏକ ବିନ୍ଦୁ ।୧।ବଳୟାବଳି ଅଙ୍ଗଦ ମଣିଚୁଡ଼ି ଚିହ୍ନବୁଡ଼ି ରହେ ଦେହେ,ଏପରି ସେ ପରିଣତ ବିମ୍ୱାଧରାସଖୀକି ଭିଡ଼ଇ ସ୍ନେହେ ।୨।ଜାଣି ବାର ବାର ବାରଣେନ୍ଦ୍ରକରଗରବ ଦଳିବା ଊରୁ,ମୃଦୁ ଇଷି ଇଷି ଉଚ୍ଚାରେ ପ୍ରେୟସୀତରୁଣ ସୁଗୁଣଗୁରୁ ।୩।ମୋହର ପ୍ରବେଶ ପ୍ରତୀତିରୁବେଶ-ରସିକା ପଡ଼େ ଚମକି,ସେ ସମୟେ ରାକା ପ୍ରଦୋଷେଜଳଧି ହେବ ତା ହୃଦସମ କି ।୪।ଚିବୁକେ ଚନ୍ଦନ ଶ୍ରବଣେ ଅଞ୍ଜନକଣ୍ଠେ କରେ ଲାକ୍ଷା ବୋଳ,ବ୍ୟସ୍ତ କରି କ୍ରମ ଭାସଇବିଭ୍ରମ-ସିନ୍ଧୁ କଲ୍ଲୋଳେ କେବଳ ।୫।ବୋଲେ ଅଷ୍ଟଦୁର୍ଗଧରା ଦମ୍ଭସ୍ୱର୍ଗପୁର ପୁରନ୍ଦର ଗୀତେ,କିଶୋରୀଙ୍କ ପ୍ରେମ ଘେନି ଘନଶ୍ୟାମପ୍ରମୁଦିତ ହେଲେ ଚିତ୍ତେ ।୬।
(୧୯୫)ଆଚରଣପ୍ରଶଂସାଫୁଲବାସନା—ବ୍ୟବହାର ଓ ପ୍ରଶଂସା ରୂପ ଫୁଲ ବାସନା,ବ୍ୟାଜେ—ଛଳରେ, ମୁଖ ସୁରଚିର ଶରବିନ୍ଦୁ— ମୁଖ ରୂପ ସୁନ୍ଦର ଶରଚ୍ଚନ୍ଦ୍ର,ପରିଣତ ବିମ୍ୱାଧରା—ପାଚିଲା କଇଁଶିକାକୁଡ଼ି ପରି ଅଧର ଯାହାର,ବାରବାର—ଥରକୁ ଥର, ବାରଣେନ୍ଦ୍ରକରଗରବଦଳିବାଊରୁ—ହାତି ଶୁଣ୍ଡଠାରୁ ମନୋହର ଜଙ୍ଘ, ରାକାପ୍ରଦୋଷେ ଜଳଧି—ପୂର୍ଣ୍ଣିମା ସନ୍ଧ୍ୟାର ସମୁଦ୍ର ।