ଚଉପଦୀ (ଲୌକିକ ଓ ସାମାଜିକ)
ବଳଦେବ ରଥ · ଭାଗ ୮ / ୩୧
ସମ୍ପୂର୍ଣ୍ଣ ସୂଚୀପତ୍ର
(୧୦୩)
ରାଗ—କାଫି—ଆଡ଼ତାଳପୁଚ୍ଛ ତ ସେ ରସଭୋଗୀକି ଗୋ,କାହୁଁ ହେଲା ଶିଖା ସଖୀକି ଗୋସଂସାରେ ସଂସାର ଗୁରୁ କେଳିକାଳେସଖୀ କି ପାଖରେ ରଖିକି ଗୋ ।ନବନିର୍ଗତ ମଧୁ ମଧୁରସା,କ୍ଷୀର ସର ସାର କର୍ପୁର ମିଶାଖଣ୍ଡକୁ ପରି ଗଣ୍ଡକୁ କରିବାରସହଇ ଆଜନ୍ମ ସୁଖୀକି ଗୋ ।୧।ଯହିଁ ସମର୍ପି ପରାଣେ ପରାଣ,ଯା ନିର୍ବାହକୁ ଲକ୍ଷ ଲକ୍ଷ ରାଣନ ଜାଣି ସେ ବିଧି ବନି ଅପରାଧୀପୁଣି ହୋଇ ଦୁଃଖୀ ଦୁଃଖୀକି ଗୋ ।୨।ଦୃଷ୍ଟି ଦେଇ ଆଜ ବାଳା ବଦନେ,ଅନୁମାନ କଲି ମୁଁ ମନେମନେଶମ୍ୱରାରିରଣ-ଡମ୍ୱର ସମ୍ଭାର,ନୁହଇ ସେ ମୁଖାମୁଖୀକି ଗୋ ।୩।ହେଲେ ହେଲେ ପିଉଁ ପୀୟୂଷରସ,ଘଣ୍ଟାଘଣ୍ଟି କରି ପିଉ ସରସତହିଁରୁ ଓହରି ଅଙ୍ଗୀକାର କରି,ରୁଖାରୁଖି ସୁଖାସୁଖୀକି ଗୋ ।୪।ଚନ୍ଦନ ମର୍ଦ୍ଦନ ବେଳେ ମୋ ଆଖି,ସୁନ୍ଦରୀ କକ୍ଷ ଶୋଭା ଦେଲା ଦେଖିଚିତ୍ତେ ହେଲା ମୋର ଚନ୍ଦ୍ର ଚାଲିବାର,ନୋହେ ତ ସେ ନଖାନଖିକି ଗୋ ।୫।ହର୍ଷଚରିତ ସୁଧା ପୂରି ଆସେ,ହରିଚନ୍ଦନ ଜଗଦ୍ଦେବ ଭାଷେହରିଚନ୍ଦ୍ରାନନା ଆବୁର ଧନ ସେକାହିଁ କଲା ରଖାରଖିକି ଗୋ ।୬।
(୧୦୪)
ରାଗ—ଭାଟିଆରୀ—ଏକତାଳିବଦନର ଚାହିଁ ଛବିଛଟା,ରଦନରେ ଧରୁ ନାହିଁ କୁଟାଗରବରେ ତୁଚ୍ଛା ହରବର ହେଲାପରବ ରଜନୀ ରସିକୁଟାଆଗୋ ପ୍ରିୟସଖୀ !ପ୍ରାଣପ୍ରିୟଙ୍କୁ ପାରିଲଟି କି ଦେଖି ? ।୧।ବହି ନବ ଯୌବନ ମେରୁ,ସହି କେ ରହି ପାରିବ ଭୀରୁସେ ମହିଳା ମନ ମହାନଦୀ ମୀନ—ବାହାଣିଆ ଭଙ୍ଗୀ ଚାହାଁଣିରୁ ।୨।ଠୁଳ ହୋଇ ଆଶା ରହେ ଲାଖି,ମୂଳରୁ ଟଳିବ ଯେବେ ସଖୀଚୂଳବତୀ ମଣିମଣ୍ଡିତ ମୁକୁଟେକୁଳବତୀ ଯେବେ ଦେବ ଆଖି ।୩।ଥାଏ ମୋର ମଦ ମୁଁ ବିବେକୀ,---ପ୍ରାଣତୁଲେ ହୋଇଗଲି ବିକିଜାଲିଟି ନିକଟେ ଅନାଇଁ ଦେଲିମୁଁ କାଲି ଟିକିଏ ସେ ଚାଲିଟିକି ।୪।ଜଗତେ ବିଜୟେ ରତିସ୍ମର,କରିବେ କିସ ମୂରତି ସ୍ମରଇଷ୍ଟକଥା ମାନ ପୁଷ୍ଟ କରିବେସେ ଅଷ୍ଟଦୁର୍ଗ ବସୁମତୀ-ସୁର ।୫।
(୧୦୫)
ରାଗ—କେଦାର, ତାଳ—ଆଡ଼ତାଳବନ୍ଧୁ ଅଛି କି ଲୋଡ଼ା, ନୂଆନିଆଳୀନିର୍ମିତ ଚୂଡ଼ାରେ ।ପଦ ।ପରମାଧିକାରେ ଫରମାସୁ ଥିବୁମୋଠାରୁ ବରଜି ବ୍ରୀଡ଼ା ରେ ।ମନ ଥାଇ ଲାଜଭରବଶୁଁ ବ୍ୟାଜଚ୍ଛନ୍ନକଲେ ବଡ଼ ପୀଡ଼ା ରେ ।୧।ନ ପାଇବା ସୁଖ ମୋ ଆଗେଶ୍ରୀମୁଖ ନୋହିଲେ ସଂକୋଚ ଛଡ଼ାରେ ।ଚିତ୍ତେ ଥାଉ ମୁଁ ତୋ ସଙ୍ଗୀତଜଗତିବାହୁଡ଼ା ବିଜେ ପାହାଡ଼ା ରେ ।୨।ଇଚ୍ଛା ମାଫିକେ ତୋ ବିଛଣା ବନାଇଦିଆଇବି ହୋଇ ଛିଡ଼ା ରେ ।ଅଣା ଅଛି କି ବହୁତବାସନ୍ତିକ ବାସ କୁସୁମପାଖୁଡ଼ା ରେ ।୩।ସଇରିନ୍ଧ୍ରିକାକୁ ସହି କହୁ ଥାତୁ ଆଜ ହୋଇବ ନିବିଡ଼ା ରେ ।ଅଂସ ଅବତଂସ ଲହସା ଖୋସାକିକି ବେଣୀ ଲୋଟଣୀ ଜୁଡ଼ା ରେ ।୪।ଅଳପକେ ଯେ ହେଉଥାଏତରୁଣ ତରୁଣୀଙ୍କ ଘରବୁଡ଼ା ରେ ।ଧନ ଚିନ୍ତିଲେ ଆମ୍ଭର ବଶଂବଦହେବ ସେ ସ୍ମର ବାପୁଡ଼ା ରେ ।୫।ମାନିବ ଯେବେ ଦଣ୍ଡକେମହତ୍ତ୍ୱ ବନାଇ ଦେବା ଦିକଡ଼ା ରେ ।ଜଗଦ୍ଦେବ ଗୀତେ ବୋଲେ କରମୋତେ ଅଳପ ତଳପଗଡ଼ା ରେ ।୬।
(୧୦୫) ଟୀକା ବ୍ୟାଜ- କପଟ, ବ୍ୟାଜଛନ୍ନ କଲେ ମନ- ମନକୁ କପଟ ଦ୍ୱାରା ଆବୃତ କଲେ, ପାହାଡ଼ା- ଗତିପଥରେ ଆଛାଦନ୍ନ, ସୈରେନ୍ଧ୍ରିକା- ବେଳକାରିଣୀ, ଅଂସ- କାନ୍ଧ, ବାପୁଡ଼ା- ନଗଣ୍ୟ, ବଂଶବଦ- ଅଧୀନ ।
(୧୦୬)
ରାଗ—ସାରଙ୍ଗ—ଏକତାଳବନ୍ଧୁଆ, ତୁ ମୋ ମଣିହାର ରେ । ଘୋଷା ।ନ ରସ ନିରାଶେ ବସୁମତୀ ବାସେକର ମୋ ଉରେ ବିହାର ରେ ।୧।ଗିରୀଶ ଅରାତି ଗିରିଷମ ତାତିତୁ ନିଶାମୟ ନିହାର ରେ ।୨।ମନମଥ ଦାବେ ମୋର ଶିବ ଭାବେତୋ ପୟୋଧରକୁ ଜୁହା ରେ ।୩।ରହିତ ଗୁମାନେ ରଖ ତୁସମ୍ମାନେ ବିଡ଼ିଆ ତବକ ବୁହାରେ ।୪।ତୋର ସେ ମୃଗାକ୍ଷି ତୋ ରୁଚକିସାକ୍ଷୀ ହରୁ ମୋ ହୃଦ ଗୁହାର ରେ ।୫।ଜଗଦ୍ଦେବ ଭାଷେ ରସ ସୁବିଳାସେରସନା ମୋ ପରିହାର ରେ ।୬।
(୧୦୭)
ରାଗ-ଆନନ୍ଦଭୈରବବନ୍ଧୁଆ ତୁ ମୋ ସବୁ ଭରସା,ନ କର ଦରପଣନିଭ ରସା ।ପଦ ।ଭୁଷ ପଛେ ମୁନେ କରରୁହର,ଏ ଗୁମାନ ପରିକରରୁ ହର ।୧।ଶ୍ରୀମୁଖ ପରବ-ତୁହିନକର,ଅରୁଣଭାବକୁ ତୁହି ନ କର ।୨।ବିଅର୍ଥ ଏ ଚନ୍ଦ୍ର କ୍ଷଣଦା ସରେ,ଖେଳା ଚଞ୍ଚଳ ଈକ୍ଷଣ ଦାସରେ ।୩।ମୁଁ ସାଧ୍ୟ ନୋହିଲେ ତିଆରଣରେ,ମାର ମଦନ ହଟିଆ ରଣରେ ।୪।ସରିଲାଟି ଅଷ୍ଟଦୁର୍ଗନାଥରେ,ଅନା ଅନା ସୁନାବରନା ଥରେ ।୫(୧୦୭) ଟୀକା- ନିଭ- ତୁଲ୍ୟ, କରରୁହ- ନଖ, ପରିକରରୁ- ଚାକରଠାରୁ, କ୍ଷଣଦା- ରାତି, ତିଆରଣ- ଗାଳି ।
(୧୦୮)
ରାଗ-କାଫିବନ୍ଧୁଆ ରେ ବାରେ ଅନା ରେ ।ପଦ ।ରଦନବାସ, ସଦରହାସ, କରିକରମାନକୁ ମନା ରେ ।୧।ଗଜେନ୍ଦ୍ରଗତି, ଗତି ଜଗତୀତଳେନାହିଁଟି ତୋହ ବିନା ରେ ।୨।ନ ସହି ମୋତେ, କହୁ କେ କେତେ,ଧନ ମୁଁ ତୋ ଅଧୀନ ସିନା ରେ ।ମୁଁ ତୋର ବୋଲି, ନ ଜାଣେ ଚାଲି,ଆହା କି ସୁଖ କରୁଛୁ ଚୁନା ରେ ।୩।ଚାରୁ ଶ୍ରୀମୁଖ ସୁଧାମୟୂଖ,ଟେକି କରୁଣା କରୁ କି ନା ରେ ।୪।କବିଦ୍ୟୁମଣି, ଗିରେ ତରୁଣୀ,ହେଲା ଆଶ୍ଳେଷ ସୁଖ ଘେନା ରେ ।୬।(୧୦୮) ଟୀକା- ରଦନବାସ- ଅଧର, ସଦର ହାସ- ଦରହାସଯୁକ୍ତ ।
(୧୦୯)
ରାଗ-କରୁଣଶ୍ରୀବନ୍ଧୁ ରୁଷିଲା, ଅନ୍ଧୂଦର ପରି ପୁରୀ ଦିଶିଲା,ରାମା ରୁଷିଲା, କାମାନଳମୟ ସବୁ ଦିଶିଲା,ବାଳା ରୁଷିଲା, ହାଳାହଳ ଜ୍ୱାଳାମୟ ଦିଶିଲା । ଘୋଷା ।କି କଲା ଆହା ସୁଶ୍ରୋଣୀ, ମୋ ପରମ ସୁଖଶ୍ରେଣୀ,ସ୍ୱର୍ଗ ବଡ଼ଭୀ ନିଃଶ୍ରେଣୀ ଖସିଲା ରେ ।୧।ଅନଙ୍ଗ ବାଣ ବରଷା, ସଙ୍ଗେ ତ କୁରଙ୍ଗଦୃଶା,ସରୋଷ ଅପାଙ୍ଗଭୂଷା ମିଶିଲା ରେ ।୨।ତାର ନିଗ୍ରହୁ ମୁଁ ପରି-ବାରକୁ ଡରିଜୁହାରି-ବାର ନୀରସ ଭଗାରି ହସିଲା ରେ ।୩।ଦେଖି ନ ଥାଇ ଏ ଭୂତି, ଶିଖାଇ ଦୁର୍ନୀତି ନିତି,କେଉଁ ପିଶୁନ ମୋ ଧୃତି କଷିଲା ରେ ।୪।ସନ୍ତାପ-ସିନ୍ଧୁକୁ ନବ, ବିଳାସିନୀ ସିନା ପ୍ଳବ,ଶ୍ରୀ ବାଲୁକେଶ୍ୱର ଦେବ ଭାଷିଲା ରେ ।୫।
(୧୦୯) ଟୀକା- ଅନ୍ଧଦୂର- କୂଅଭିତର, ହାଳାହଳ- ବିଷ, ସୁଶ୍ରୋଣୀ-ନିତମ୍ବବତୀ, ବଡ଼ଭୀ- ଚନ୍ଦ୍ରଶାଳା, ନିଃଶ୍ରେଣୀ-ନିଶୁଣି, ପିଶୁନ- ନିଷ୍ଠୁର, ପ୍ଳବ- ନାହା, ପରିଚାର- ଭୃତ୍ୟ ।
(୧୧୦)
ରାଗ—କାମୋଦୀ, ତାଳ—ଆଦିବନ୍ଧୁ କଲି କି ଦୁର୍ବିଚାରକୁ ରେ,ବର୍ଜିଲି ଖଣ୍ଡ ଅର୍ଜି ଖାରକୁ ରେ ।ଅକ୍ଷରେ ନ ଜାଣିବା ମୂରୁଖ ପରିନିଜ ବକ୍ଷରେ ଲକ୍ଷ୍ୟ କରି ଶରକୁ ରେ ।ପଦ ।ସମ୍ପାଦି ଗୁଞ୍ଜ ଆଣି, ମୁଁ ଫିଙ୍ଗିଦେଲିପାଣି-ବନ୍ତ ବର୍ତ୍ତୁଳ ମୋତି ହାରକୁ ରେ;ଚଢ଼ାଇ ଦେଲି ଚାରୁତରଚନ୍ଦନତରୁମୂଳେ କର୍କଟୀଲଟୀ ଛାରକୁ ରେ ।୧।ଶ୍ୱପଚ ଗ୍ରାମ ମଝି, କୂପରେ ବୁଝି ବୁଝି,କଲି ସ୍ନାନାଦି ବ୍ୟବହାରକୁ ରେ;ନ କଲି ମନୋରଥ ପଥରେଭଗୀରଥ ନୃପନନ୍ଦନାନୀରଧାରକୁ ରେ ।୨।ଟେକି ଠୁକୁଳି ଲୋଷ୍ଟ୍ର, ସର୍ବ ସୁପର୍ବ ଶ୍ରେଷ୍ଠଚନ୍ଦ୍ରଚୂଳ ଦେଉଳ ଦ୍ୱାରକୁ ରେ;ଯବନ-ଜାତି-ଶବ ଭବନ ହେବାଗ୍ରାବକୂଟକୁ କଲି ନମସ୍କାରରେ ।୩।ଅତି ଭାଗ୍ୟୁ ଅର୍ଜିତ, ଉର୍ବଶୀ ଊରୀକୃତ,ଆଶ୍ଳେଷୁ ଛାଡ଼ି ଅଙ୍ଗୀକାରକୁ ରେ;ବାନରୀ ନେତ୍ରପ୍ରାନ୍ତ ବତାଇବା ସଙ୍କେତସ୍ଥଳକୁ କଲି ଅଭିସାରକୁ ରେ ।୪।ଶିଳାଶୟନୁ ଡର, ନ ଥିବା ଗଉଡ଼ର,ନିମନ୍ତେ ରଖି ତୁଳି ସାରକୁ ରେ;ଶିରୀଷସୁକୁମାର, ମହାରାଜକୁମରକନ୍ଧରେ ବୁହାଇଲି ଭାରକୁ ରେ ।୫।ଚିରଅଭ୍ୟସ୍ତ ଶସ୍ତ, ସଂସ୍କୃତ କରି ଅସ୍ତ,ବସି ଘୋଷିଲି ଶଶୀଠାରକୁ ରେ;ନ ଭଜି ଚକ୍ରାୟୁଧ, ତରିବି ବୋଲି ସଧକଲି ସଂସାର ଅକୂପାରକୁ ରେ ।୬।କବିମିହିର ବୋଲେ ଏପରି ହେଲେ ହେଲେ,କ୍ଷମା ଉଚିତ ପରିଚାରକୁ ରେ ;ଦୋଷ ମୁଁ କରିଅଛି, ଲଙ୍ଘିଲି ଯେବେ କିଛି,ତୋତେ ପଣ୍ଡିତା ଅଗ୍ରଗାରକୁ ରେ ।୭।
(୧୧୦) ଟୀକା- ଗୁଞ୍ଜ- କାଇଁଚ, ପାଣିବନ୍ତ-ଢଳଢଳ, କର୍କଟୀଲଟା- କାକୁଡ଼ି ଲତା, ଶ୍ୱପଚ- ଚଣ୍ଡାଳ, ସୁପର୍ବା- ଦେବତା, ଚନ୍ଦ୍ରଚୂଳ- ଶିବ, ଗ୍ରାବକୂଟ- ପଥରଗଦା, ଊରୀକୃତ- ଅଙ୍ଗୀକୃତ, ଆଶ୍ଳେଷ- ଆଲିଙ୍ଗନ, ଶିରୀଷ-ସୁକୁମାର- ଶିରୀଷଫୁଲ ପରି କୋମଳ, ଶସ୍ତ-ଉତ୍କୃଷ୍ଟ, ଅକୂପାର- ସମୁଦ୍ର ।
(୧୧୧)
ରାଗ—ଇମନ କଲ୍ୟାଣ—ଏକତାଳିବାଣି ବୀଣାବାଣୀ ଠାଣି ଜାଣିଲା ରେ । ଘୋଷା ।ଆଳିଙ୍କର ପ୍ରୀତି ପାଳିବାର ରୀତିଟାଳିବାର ଧୃତି ନେତ୍ରକୋଣ ଠାରେ ।୧।ଗଜଗତି ରୁଚି ସଜରେ କରୁଚିନଜର ନ କରେ ଅବିବେକ ଛାରେ ।୨।ପଲ୍ଲବକୁ ହରି ଝଲକଇ ଶୀରିପୁଲକେ ନାଗରୀ ଅଙ୍ଗ ମୋର ନାଁରେ ।୩।ଏହି ଯଉବନ ବହି କିଛି ଧନସହିଲେ ତା’ ସ୍ତନ ହେବ ଭାରି ଭାରେ ।୪।ଅଳସ ନ କରି ଚଳ ସହଚରୀ,କଳଶ ପୀନସ୍ତନାକୁ ଘେନି ଆ ରେ ।୫।ଅଷ୍ଟଦୁର୍ଗେଶ୍ୱର କଷ୍ଠ ହେଲା ଦୂରଇଷ୍ଟଦେବ ତାର ଅନୁକ୍ରୋଶ ସାରେ ।୬।
(୧୧୨)
ରାଗ—ଝଁଝୋଟ, ତାଳ—ଆଠତାଳିବାରିଜାକ୍ଷି ମନରୁ ବାରି ଦେ ରେ,ଦେଖ କାଳ ହେଲେ କଳା ବାରିଦେ ରେ ।ପଦ ।ଦାସ ନାଶରେ ମାନସ, ବଳୁଛି ଯେବେ ନାରୀଶ,କରଜନାରାଚ ମାରି ଚିରି ଦେ ରେ ।୧।ତୋ ଚରଣ ସେବା ଭଳି, ନୋହିଲି ଯେବେ ରେ ଆଳି,ଗାଳି ଦିଆଇ ମହତ ସାରି ଦେ ରେ ।୨।ଏବେ ବନ୍ଧୁ ଅନାଥରେ, ଦୟା ଥିଲେ ଅନା ଥରେ,କରୁଣା କଟାକ୍ଷ ନେତ୍ରେ ଠାରି ଦେ ରେ ।୩।ମହିଳାମଣି ଜଗତେ, ତୋ ବିନା ସାହା କେ ମୋତେ,ମାର ମୁଖୁଁ ବଞ୍ଚାଇବି ଗାରି ଦେ ରେ ।୪।ଦ୍ୱିଜ କବିରବି ବାଣୀ, ଶୁଣି ସେ ରମଣୀମଣି,ସ୍ନେହେ ଦ୍ରବି ବହିଗଲା ବାରିଦେରେ ।୫।
(୧୧୩)
ରାଗ—ଦେଶାକ୍ଷ, ଏକତାଳିବାମ-ନେତ୍ର କୋଣେ ମାତ୍ର ଥରେମୋତେ ଚାହାଁ ରେ । ଘୋଷା ।କାହିଁକି ରେ ଜୀବଧନ, ମୋ ଠାରେ କରୁ ତୁ ମାନଦିନକୁ ତ ଦିନ ଆନ କଲୁ କାନକୁହା ରେ ।୧।ଦୟା ଅଛି ହୃଦେ ପୁରି, ନବନୀତ ସୁକୁମାରୀହେଲାପରି ସୁନାଗୋରୀ କରମ ତ ଲୁହାରେ ।୨।ସହି ନ ପାରଇ ଆଉ, ଏ ମଦନଶର ଦାଉଅତି ଆଶା ଥାଉ ଥାଉ ଟେକି ରଖ ବାହା ରେ ।୩।ଜଳନ୍ତର ନାଥ ଭଣି, ଯୁବରାଜ ଯୁଗ ଶ୍ରେଣୀଘେନ ତୁ ମୋହର ବାଣୀ କହିବୁଟି ଏହାରେ ।୪।
(୧୧୪)
ବାଳା ୟେ କି ତୋ ଭଙ୍ଗୀହେଲା ନି ପରା ବୀର ଅନଙ୍ଗ ସଙ୍ଗୀ । (ପଦ)ଧରା ପରାଗ ଖେଳୁ ଥିଲୁ ତ କାଲିଯେବେ ତ ମତ୍ତଜିତ ଗଜେନ୍ଦ୍ର ଚାଲି ।୧।ବିମ୍ୱରୁ ବଳିଲା ନୀରାଜନାମ୍ୱରଶମ୍ଭରୁ ନ ବଳୁଟି ହୃଦୟରୁ ତୋର ।୨।ପୂର୍ଣ୍ଣ ମଧୁର ପ୍ରେମେ ପିୟୂଷ ଭରେସୁନା କଳସ ପରି ୟେ କି ତୋ ଉରେ ।୩।କବି ତପନର ସେ ମନବଳାଇରାଜି ତପନୀୟ ହସି ଗଲା ପଲାଇ ।୪।
(୧୧୫)
ରାଗ—ବିହାଗ—ଏକତାଳିବାଳା ରେ, ତୁ ମୋ ଗଳାମାଳା,ସହିବ କେହି ଦୁଃସହ ବିରହଜ୍ୱାଳା । ଘୋଷା ।ଏକେ ତ ଅତି ସୁକୁମାରୀ, ରାଜକୁମାରୀତହିଁ ପୁଣି ନବ କିଶୋରୀ ଚାଲି,ଅଭିନବ କଦନ, ଥାଉ ଶଠ ମଦନ, ଦାଉ ସହି ଜୀବନଆଉ କି ରଖିବ ବାଳା ।୧।ଚାହିଁ ଚାହିଁ ମୋ ଆଗମନ, ହେବଣି ବିମନ,ନିଦ୍ରା ବିହୁନରେ ତା’ର ନୟନ,ଆହାର ହେବ ଦୂର, ହାର ପରାୟେନୀରଧାର ପଡ଼ିବ ଉର,ସାରା ପହର ପୁର କାରା ତୁ ମଣିବୁ ବାଳା ।୨।ବେଢ଼ ବସି ସଖୀ ସକଳ, ହେବେ କି ବିକଳ,କେତେ କରୁଥିବେ ଶୀତଳଆହାର ହେବ ଦୂର, ଆହାର ଲାଗି ଘୋର,ଆହା ରବରେ ଘରବାହାର ପୂରିବ ବାଳା ।୩।ଅଙ୍କ କୃଶ ତ ଭଜିବ, ଶୋଭା ତେଜିବ,ବେଶଭୂଷଣ କାହିଁ ଯିବ ।ହ ବରକଣ୍ଠୀ ମୋର, ଆହାଦର କରିବ, ହା ବରକରି ପର ପାଦରେ ଲୁଟିବ ବାଳା ।୪।ହରିଚନ୍ଦନ ଜଗଦ୍ଦେବ, କହଇ ଦେବ-ଦେବକରୁଣା ଯେବେ ହେବ,ମଜ୍ଜାଇ ଶରତେ ସେ, ଛାଇପରି ତା’ ପାଶେ,ଥାଇ ପାଦ ସାରସେ ପାଇବି ମୋକ୍ଷକୁ ବାଳା ।୫।
(୧୧୬)
ରାଗ-ସଦରବିପରୀତ ରତେ ଗୋ, କିପରି ତରୁଣୀଜନେପ୍ରବଳନ୍ତି ସତେ ଗୋ ।ପଦ ।ଏକା ପ୍ରଦୀପରୁ ଭୟ ଜନମି ଅମିତେ ଗୋ,ଠଉରି ଯେ ନୋହେ ପ୍ରାଣ ପ୍ରଣୟିପୂରତେ ଗୋ ।୧।ତଳପକୁ ଧରି ନେବାବେଳେ ଅସମ୍ମତେ ଗୋ,ହରି ହରିଣୀକି ନେଲା ହୁଅଇ ପରତେ ଗୋ ।୨।ସମ୍ଭାଳି ନୋହିଲେହେଁ ବିକାର କଦାଚିତେ ଗୋ,ଚୁମ୍ୱାଇ ନୁହଇ ମୁଖ ଚୁମ୍ୱନ୍ତି କେମନ୍ତେ ଗୋ ।୩।ମୁଁ ହେଲେ ରହିଲା ପରି ନୁହଇ ଜୀବିତେ ଗୋ,ଦୁକୂଳାଡ଼ମ୍ୱର କିଛି ମୁକୁଳା ହୁଅନ୍ତେ ଗୋ ।୪।କଳାପ କିଙ୍କିଣୀ ସୁର ଡିଣ୍ଡିମ ବିରତେ ଗୋ,ପଳାଏ କେ ଲାଜେ କହେ ଜଗଦ୍ଦେବ ଗୀତେ ଗୋ ।୫।
(୧୧୭)
ରାଗ—କାମୋଦୀ—ଆଡ଼ତାଳବୀଣାବାଣୀ ଏ କି ରେ, ଜଣାଇଲା କେ କି ରେଘେନି ବସିଛୁ ମୁଖଚନ୍ଦ୍ରକୁ ନ ଟେକି ରେ । ଘୋଷା ।ଖଳ ଶୁଖିଲାଟି ଦେଖି ବଳ ଅଛି ଆଉ କିଦଳ କଦଳୀର ସହେ କଳମ୍ୱର ଦାଉ କି ।୧।ଲେଶେ ହେଲେ ଦୋଷ ଏକଦେଶେ ନାହିଁ ମୋହରକେ ସେ କି କହିଲା ଚିତ୍ତରେ ବେଶେ ହେଲା ଓହର ।୨।ପାନ କରି ନାହିଁ ନେତ୍ରେ ଆନ ମୁଖ-ଶୀରିକିସାନ ଲୋକ ଜାଣିଶୁଣି ମାନକୁ ଆଚରିକି ।୩।ସ୍ୱ ଚାକରକୁ ମଦନୁ ବଞ୍ଚାଇବୁ ନାହିଁ କିନଚାଇ ଭୂରୁକୁ ଆଜି ନ ଚାହିଁଲୁ କାହିଁକି ।୪।ବାସ ପରି ବିଭାବରୀ ବାସରେ ତ ରହିଛିରସରସିକାର ତ ମୁଁ ଦାସ ବୋଲି କହିଛି ।୫।ଦଣ୍ଡ ପଛେ ମତେ କରି ଖଣ୍ଡ ଖଣ୍ଡ କରଜେ,ମଣ୍ଡନା ଭୂମଣ୍ଡନା, ତୁ ଗଣ୍ଡ କର-ନୀରଜେ ।୬।ଅଗନିଭସ୍ତନା ଶୁଣି ମନୁ ମାନ ନାଶିଲେଜଗଦ୍ଦେବ ଶ୍ରୀ ହରିଚନ୍ଦନ ନୃପ ଭାଷିଲେ ।୭।
(୧୧୮)
ରାଗ—କାଫିଭାସିଲିଟି ଆସି ଦରହାସି ଥରେ ରଖ ରେ ।ପଦ ।ନିଧୁବନବିଚକ୍ଷଣା, ଜାଣି ତୋ କରୁଣା ଊଣା,ମାରି ଗିରୀଶାରି ମୋତେ ସାରିଦେଲା ଦେଖ ରେ ।୧।ଶରଣ ତୁହିଟି ବୋଲି, ଚରଣକଞ୍ଜ ଧଇଲି,ଚାହିଁଲୁ ନାହିଁ ଧନ କାହିଁକି ଏ ଦୁଃଖରେ ।୨।ନ ଶୁଣି ମୋ ଚାଟୁବାଣୀ, ଗଣ୍ଡଦେଶେ ମଣ୍ଡି ପାଣି,ଭୀରୁ କି ମତିରୁ ମହୀ ଚିରୁଅଛୁ ନଖରେ ।୩।ଧରୁଛି ପଲ୍ଲବ କର, ଏବେ କୃପା ଲବକର,ହାସ ସମୁଲ୍ଲାସ ପରକାଶ ବିଧୁମୁଖରେ ।୪।ଆରେ ନବୀନ ବନିତା, ଲଗାଇଣ ପ୍ରୀତିଲତା,କାଟିପକା ନାଟୀ ସେ ଏକାଠି ସବୁ ସୁଖରେ ।୫।ଅଷ୍ଟଦୁର୍ଗନାଥ ଶିରେ, କଷ୍ଟ ନାଶି ହସି ଦରେ,ଧରାଶିରହୀରା ଆସି ବିରାଜିଲା ପାଶରେ ॥୬।
(୧୧୮) ଟୀକା- ନିଧୁବନବିଚକ୍ଷଣା- ରତିପଣ୍ଡିତା, ଗୀରିଶାରି- କନ୍ଦର୍ପ, ଭୀରୁ- ହେ ଭୟାଳୁ, ହାସ ସମୁଲ୍ଲାସ- ହାସବିଳାସ, ହସି ଦରେ- ଅଳ୍ପ ହସି ।