(୧୫୪) — ଚଉପଦୀ (ଲୌକିକ ଓ ସାମାଜିକ) — ବଳଦେବ ରଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
(୧୫୪)
ରୁଷାକୁ ସାର ସାରସଦୃଶାତ ଶିଖିଲା ରେ । ଘୋଷା ।ମୁଁ ସାହସୁଁ କେଉଁ ଦୋଷକରିବା ଦେଖିଲା ରେ,ତୁଷାର-ମୟୂଖ ମୁଖମଣ୍ଡଳ ଶୁଖିଲା ରେ ।୧।ନିଶାରୁ ମୁଁ ହୋଇଛି ଯେତା ସ୍ନେହ ଭୋଖିଲାରେ,ବିଶାରଦା କି କାଳେସୁଖ ଉପେକ୍ଷିଲା ରେ ।୨।କୃଶାଙ୍ଗୀ କି ଶୁଣିଲା ତାମନରେ ଲାଖିଲା ରେକୁଶାଳିରେ କେଉଁ ଖଳକୁଶାନୁ ଯୋଖିଲା ରେ ।୩।ସୁସାର ସରସାକ୍ଷରଥରେ ନ ଭାଖିଲା ରେକି ସାରସାତ୍ମକ ଦୃଷ୍ଟଦଶାରେ ଲେଖିଲା ରେ ।୪।ଭାଷେ ଜଗଦ୍ଦେବ ସ୍ନେହଆଉ କି ରଖିଲା ରେରସାଳସାଧର ମୋ ରସନାନ ଚାଖିଲା ରେ ।୫।
(୧୫୫)
ରୁଷା ବରଜ ମୃଦୁ କୃଶାଙ୍ଗୀ ଶିଶୁମୃଗଦୃଶାଟିବିଚଳିତ ହସାଟି ରେ ।ଭସାଇ ନ ଦିଅ ସରସ ପ୍ରବର ଅଭରସାଜଳେ ମୋ ଶୁଭ ଦଶାଟି ରେ ।ପଦ ।ପରାଭବରୁ ମୋତେ ଖରାବ ନ କର ରେତରାବରମୁଖି ମୁଁ ତୋ ଶାଟୀରେ,ଧରାମାଣିକ୍ୟଝରା ମଦନ କରେମରାଇ ହେବୁ ଲୋକହସାଟି ରେ ।୧।କ୍ଷମାଜଳଧି ଭିଡ଼ି ଜମାଇ ଉରଜଭରମାଚଳରେ ନିଅ ନିଶାଟି ରେ,ଗୁମାନକୁ ନୁହଇ ସମାନ ମୁଁ ତୋହରତମାଳ କିଶଳୟ କେଶାଟି ରେ ।୨।ମନା ନ କର ସୁନୟନା ସଦୟ ରସଅନାଉଣି କି ବରଯୋଷାଟି ରେ,ଅନାଥ ପରି ଦୀନମନା ହେଉଛି ଧନଅନାଇ ନତମୁଖ ବସାଟି ରେ ।୩।ଅକାରଣେ ସଦ୍ୟୁତି, ଚକା ଲପନ ପୋତି,ନ କାନ୍ଦ ବସୁମତୀଭୂଷାଟି ରେ,ଜକାଜକି ଚୁମ୍ୱନ, ସକାମେ ରବି ଧନ,ପକାଅ ହରି ମୋର ତୃଷାଟି ରେ ।୪।ରସାଅ ରସରେ ତ ରସା ହେଉଛିମଧୁରସା ସଦୃଶ ରସକଷାଟି ରେ,ରସାତିଳକ ହରିଚନ୍ଦନ ଦେବ ଗୋରିତୋ ଚରଣ ଶରଣପଶାଟି ରେ ।୫।(୧୫୫)ଟୀକା---ବିଚକିଳ-ମଲ୍ଲୀ
(୧୫୬)
ରେ କିଶୋରୀ, ଭରସା କରିଚି ତତେଆନନ ଦେଖିଲେ ଆନନ୍ଦେ ଭାସଇଆନ ନ ରୁଚଇ ମତେ ।୦।
ଜଗତେ ଜାଣନ୍ତି ଜଗମୋହିନୀ ରେ
ଜଳରୁ ଜାତ ଜଳଜ
ମନ୍ଥର ଗତିରେ ପଥେ ଜାତ କରୁ
କେତେ ବିକଚ ସରୋଜ ।୧।
ନୀଳ ଇନ୍ଦିବର ସେହି ଦିନୁ ଜାତ
ଧାତା କଲାଦିନୁ ସୃଷ୍ଟି
ଚାହିଁଣ ଛଟକେ ପ୍ରତି ଦିଗେ ନୀଳ
କୁମୁଦ କରୁ ତୁ ବୃଷ୍ଟି ।୨।
ଜମ୍ବୁନଦ ଆଦି ଯେତେ ପୀତ ଦ୍ରବ୍ୟ
ଯେଝା ଅଙ୍ଗେ ଯେଝା ଶୋଭା
ତୋ ତନୁ ଝଟକ ଯହିଁ ପଡ଼ିଯାଏ
ଦିଶେ ସେ ଗଉର ପ୍ରଭା ।୩।
ମନ୍ଦ ହାସ ଯୂତ ଭାଷା ପଦେ କହ
ସୁଧା ବସୁଧାରେ ପୂରୁ
ରାମଚନ୍ଦ୍ର ଦେବ ନୃପ ସ୍ୱର୍ଗ ଭୋଗ
ଇଚ୍ଛା ଆଜ ଠାରୁ ସରୁ ।୪।
(୧୫୬)ଆନନ-ମୁଖ,ଜଳଜ-ପଦ୍ମ,ନୀଳ ଇନ୍ଦିବର-ନୀଳ କଇଁ,ଜମ୍ୱୁନଦ-ସୁନା,ଯୁତ-ମିଶିଥିବା ବା ଯୁକ୍ତ ହୋଇଥିବା ।
(୧୫୭)
ରାଗ----ତୋଡ଼ିପରଜ---ଏକତାଳିରେ ଜୀବନ, ନବମାଳି କଳି କଳିନିଖିଳ ବଲ୍ଲରୀ ବଦନ ଚୁମ୍ୱନେଆରମ୍ଭିଛି ଅଳି ଅଳି । ଘୋଷା ।ସୁନ୍ଦର ମାକନ୍ଦ ମୁଖରୁ ମରନ୍ଦପଡ଼ିବାରୁ ଗଳି ଗଳିରବ ଦମ୍ଭେ ପିକ କି ପରିହାସିକବୋଲୁଅଛି ଭଳି ଭଳି ।୧।ଚନ୍ଦନ ଚାହାଁ ତୁ ମଦନଭସ୍ୱାନ ଆସୁଅଛି ଢ଼ଳିଢ଼ଳି,ଦୀନ ମୁଖେ କେଳି ଶେଯୁ ଯୁବାପରିଦୁଇଆଖି ଢଳିଢଳି ।୨।କେଉଁ କେଉଁ ଗ୍ରାବ ସମୁଚୟେଦ୍ରାବ ଧନଞ୍ଜୟ ଜଳି ଜଳି,ବନ ମହୀସ୍ଥଳ କରୁଅଛି ନୀଳଜୀର୍ଣ୍ଣ ପର୍ଣ୍ଣ ଦଳି ଦଳି ।୩।କୁସୁମ ସମୟ ଲକ୍ଷ୍ମୀ ସମୁଦୟପଡ଼ୁଅଛି ବଳି ବଳିକାମିନୀଙ୍କ ମନ ଦୁହିଙ୍କର ମନଯାଉଅଛି ଟଳି ଟଳି ।୪।ତରୁଣୀ ଶରଣ ଇତର ମରଣହେଉ ବୋଲି ଢଳିଢଳି,ଯୋଗୀଙ୍କି ପ୍ରହାର କରି କାମକରରହିଅଛି ଫଳି ଫଳି ।୫।ତୋ କୃପା ସକାଶୁଁ ସୁଖେ ବଞ୍ଚେବସୁଦୁର୍ଗନାଥ ଛଳି ଛଳି,ନ ପଚାରେ ପଞ୍ଚ ନାରାଚକୁ ଲାଞ୍ଚଦେଲେ ହେଲେ ଥଳିଥଳି ।୬।
(୧୫୮)
ରାଗ---ତୋଡ଼ିପରଜ, ଏକତାଳିରେ ନୀରଦ ଗରଜି ମରୁଛୁ କେତେ,ଅରଜି ନାହୁଁ ତ ମୋ ବନ୍ଧୁ ଲଳିତ ଭାବବିଭବୁଁ କିଞ୍ଚିତେ । ଘୋଷା ।ଦେଖୁଛୁ ତ ମୋର ବାଳା ପୟୋଧରଉପରେ ମୁକୁତା ହାରକେଉଁ ବୁଦ୍ଧିବଳେ ଧରାଧରଚୂଳେଲମ୍ୱାଉ ସଲିଳଧାର ।୧।ତ୍ରିଭୁବନେ ସରି ଅଛି କି କିଶୋରୀଭୂରୁ ଖେଳିବା ଦଣ୍ଡକୁ,ଫୁଲୁଅଛୁ କେତେ ଦେଖାଇନିରତେ ଇନ୍ଦ୍ରକୋଦଣ୍ଡ ଖଣ୍ଡକୁ ।୨।କ୍ଷଣପ୍ରଭା କେଳି ଛାରକୁସଙ୍ଖାଳି କରି ଫୁଲୁଅଛୁ ଯାହା,ନୀଳଚେଳାଚ୍ଛନ୍ନ ବାଳା ଅପଘନଛବିକି ଅଳପ ଚାହାଁ ।୩।କରିଅଛୁ କେଡ଼େ ଭରସାନିବିଡ଼ କରକାବଳି ବରଷା,ଦେଖୁଛୁ ତ କୁନ୍ଦଦରହାସୀମନ୍ଦ ସୁନ୍ଦର ମଧୁର ହସା ।୪।ଅସିତ ଗୁଣରେ ମିଶିତ ମୋ ତୁଲ୍ୟକେହି ନୋହେ କି ବିଚାରୁ,ମୋ ଧନ କୁନ୍ତଳପାଶଇନ୍ଦ୍ରନୀଳମୟ ଚାମରରୁ ଚାରୁ ।୫।ମୁଁ ବଡ଼ ଶୀତଳ ବୋଲି ଏବେସ୍ଥୂଳ ଗରବ ଆଣିଛୁ କହୁଁ;ବୋଲେ ବାଲୁକେଶ ଶରଣନରେଶବନ୍ଧୁଗୁଣ ଶୁଣି ନାହୁଁ ।୬।
(୧୫୮)ଟୀକା---ନୀରଦଜ-ମେଘ,ପୟୋଧର-କୁଚ,ଧରାଧର-ପର୍ବତ,ଇନ୍ଦ୍ରକୋଦଣ୍ଡ-ଇନ୍ଦ୍ରଧନୁ,କ୍ଷଣପ୍ରଭା-ବିଜୁଳି,ନୀଳଚେଳାଚ୍ଛନ୍ନ-ନେଳିଆ ଲୁଗାଦ୍ୱାରା ଆବୃତ,ଅପଘନ-ଦେହ,କରକାବଳି-କୁଆପଥର,ଅସିତ ଗୁଣ-କୃଷ୍ଣତା,କୁନ୍ତଳପାଶ-କେଶଗୁଚ୍ଛ,ଶରଣନରେଶ-ଆଠଗଡ଼ ରାଜା
(୧୫୯)
ରାଗ----ପୁରବୀ----ଆଦିତାଳରେ ମଞ୍ଜୁଳା, ଧରୁଛି କର-ସାରସ,ନ ଧରିବୁ ଥିବାଯାକ ମୋରଜବାଅଧରା ତୁ ରୁଷା ବେଶ । ଘୋଷା ।କରୁଥାଏଁ ଅତି ପ୍ରୀତିରେମୁଁ ନିତି ନିତି ହର ଦରଶନ,ନିରତେ ତୋ ମୁଖ ପୀୟୂଷମୟୁଖ ହୋଇବାକୁ ପରସନ ।୧।ତୋ ବଦନ ଦରହାସ ଏକାମୋର କୋଟି କୋଟି ଟଙ୍କା ସୁନା,ଓଦରେ ନଜରେ ନ ଆଣଇଁଇନ୍ଦ୍ରପଦକୁ ଏ ଘେନି ସିନା ।୨।ମୋର ସୁଖଶିରୀ ରହୁଥାଏ ପୂରିମୋ ମନ ଉଲ୍ଲାସେ ମିଶି,ହେଲେହେଁ ବିମୁଖ ବିଷମ ବିଶିଖନ ପାରେ ଏଣୁ ଭରସି ।୩।ସଜବାଜେ ଚିତ୍ତ ଦେଲେ ତୁ ମୁଁମତ୍ତ ହେଉଥାଏଁ ମଦେ ଫୁଲି,ସେ କାଳ ମାଧୁରୀ ଅବଲୋକ କରିକୃତାର୍ଥ ହୋଇବି ବୋଲି ।୪।ତୋ କୋଳୁ ଅନ୍ତର ହୋଇଥିଲେ,ଦୂର ହୋଇଥାଏ ଭାଗ୍ୟ ମୋର,ଅଷ୍ଟଦୁର୍ଗ-ସ୍ୱର୍ଗ ମହେନ୍ଦ୍ର କହଇଏଣୁ ମୁଁ ଆୟତ୍ତ ତୋର ।୫।
(୧୬୦)
ରାଗ----ପୂରବୀରେ ମଦନ, ‘ଗୁମାନ’ କେତେ ଦେଖାଉ ?ଅମାନବତୀ ତ ହେଲାଣି ମୋ’ ଧନ,ନ ମାନଇଁ ତତେ ଆଉ ।୦।ଭୂରୁ ନୀଳ ସୂନ ଚାପରେଅଞ୍ଜନ ମିଳିନ୍ଦ ମାଳା ଶିଞ୍ଜିନୀନେତ୍ର-ସାରସର ଅନ୍ତଃସାର‘ଶର’ ସାଜିଲା ନିଜେ ମୋ’ ଧନୀ ।୧।ଗଉର ଦେହାର ସଉରଭ ସାରକଳା କୁନ୍ତଳ ତମାଳେକୁସୁମ ସମୟ ଶିରୀ ସମୁଦାୟପ୍ରବେଶ କଲାଣି ବଳେ ।୨।ରସା ବିଭୂଷାର ମୁଖେ ମିଶି ସାରପ୍ରସାଦ ଇନ୍ଦିରା ପାଳିପରବ ଶରବରୀଶର ଗରବମୂଳରୁ ଦେଲାଣି ଟାଳି ।୩।ଲଡ଼ିବା ‘ନା’ ତା’ର ଛଡ଼ାଇନେବାକୁ ପଡ଼ିବାରୁ ଆଲୋଚନାପିକ ରବପରି ପ୍ରିୟ ସହଚରୀନିକର ‘ବଚ’ ରଚନା ।୪।ବାକୀ ଅଛି ସିନା ଚନ୍ଦନ-ବାସନବହିବା ମନ୍ଦ ସମୀର;‘କବିରବି’ ଭାଷେ ‘ତୋ’ ସମର-ଶେଷେସେ ତ ହେବ ବଶ ମୋ’ର ।୫।
(୧୬୦)ଅମାନବତୀ-ଅଭିମାନ ଶୂନ୍ୟା,ସୂନ ଚାପରେ-ପଷ୍ପଧନୁରେ,ମିଳିନ୍ଦମାଳା-ଭ୍ରମର ପଙ୍କ୍ତି,ଶିଞ୍ଜିନୀ-ଧନୁର୍ଗୁଣ ଅର୍ଥରେ,ଅନ୍ତଃସାର-ଭାର ଭଲ,କୁସୁମ ସମୟ ଶିରୀ-ବସନ୍ତ ଋତୁର ସୌନ୍ଦର୍ଯ୍ୟ,ରସା ବିଭୂଷା-ପୃଥିବୀର ଭୂଷଣ,ଇନ୍ଦିରା-ଲକ୍ଷ୍ମୀ,ପରବ ଶରବରୀଶ-ପୂର୍ଣ୍ଣିମା ଚନ୍ଦ୍ର,ଲଡ଼ିବା-କଳି କରିବା,ବଚ-ଭାଷା,ବାସନ-ସୁବାସିତ କରଣ ।
(୧୬୧)
ରାଗ---ତୋଡ଼ି ପରଜ---ଏକତାଳିରେ ମିତଣୀ, ମଜ୍ଜାକୁ ଭେଦଇ ବ୍ୟଥାମିତ୍ରଜନମନ ମାତ୍ର କଲେ ମ୍ଳାନମାଡ଼ିଯାଏ ପୁଣି କଥା । ଘୋଷା ।ଦୂରୁ କିରେ ଆଳି ବୋଲି ନସଙ୍ଖାଳି ମୁରୁକି ହାସ ବରଜିତଳକୁ ମଉଳି କରି ଚ଼ଳିକରିନ କଲେ ହେଲେ ତରଜି ।୧।ଚନ୍ଦ୍ରିକା କଳପିକସ୍ୱନ କୁସୁମ ଭୃଙ୍ଗ ନିନାଦଲାଗେ ବିଷପରି ଦିବା ବିଭାବରୀନ ଛୁଅଁଇ ନେତ୍ରେ ନିଦ ।୨।ଉପାୟ ନ କଲେ ଜଣାଯିବବୋଲି ଉପାୟନ କିଛି କରିଗେଲ ଗିର ଯେତେ କହିଲେଲାଗଇ ଛେଇ ବାଜିଗଲା ପର ।୩।ଡୋଳା କଞ୍ଜଦଳ ଜଳରୁ ତରଳହୋଇଯାଏ କାହୁଁ କାହୁଁନୟନେ ନୟନ ମିଶୁଥାଉ ବୋଲିଯେତେ ଯତ୍ନେ ଚାହୁଁ ଚାହୁଁ ।୪।ଅଧର ଦଳରେ ନଚାଇଛଳରେ ମଧୁର ସରସ ବାଣୀଗଉରବମୟ କଲେ ହେଁହୃଦୟ ଠଉର ପଡ଼େ ସେ କ୍ଷଣି ।୫।ସ୍ନେହ ପରା ସ୍ୱାଦୁ ଚିକ୍କଣପଦାର୍ଥ ହୁଅଇ ଯେବେ ଖଦଡ଼ଅଷ୍ଟଦୁର୍ଗ ନାଥ ବୋଲେଦମ୍ପତ୍ତିକି କଷ୍ଟ ନାହିଁ ତହୁଁ ବଡ଼ ।୬।
(୧୬୨)
ରାଗ---କାମୋଦୀ----ଯତିତାଳରେ ମୋ ଧନ, ତେଜ ମନୁ ଲାଜହେବୁ କି ମୋ ପରି ଆଜ ରେ । ଘୋଷା ।ବାଞ୍ଛି ବନ୍ଧ କାଞ୍ଚିବନ୍ଧ ଚାଲନ୍ତେ ମୋଦରେସ୍ୱର୍ଣ୍ଣରମ୍ଭା ପର୍ଣ୍ଣ ଚରମରେବେଣାଫଣୀ ଖେଳିବ ବାଦରେ ।୧।ତିଳ ସମୁଜ୍ଜତ ନାସା ନୀଳମଣି ଅଳିଫୁଲ୍ଲ ଅରବିନ୍ଦ ହାସେ ମକରନ୍ଦଆଶାରେ କରିବ ଅଳି ରେ ।୨।ରଦେ ରଦବାସ ଭିଡ଼ିକରି ବିଧୂନନଆଶ୍ଳେଷରେ ଅପଘନେ ଜମି ମୋରଗଣ୍ଡେ ମଣ୍ଡିବ ଚୁମ୍ୱନ ରେ ।୩।କକ୍ଷମୂଳେ ତୀକ୍ଷ ନଖକ୍ଷତ କଲାବେଳେଜଳଧିରୁ ଝସ ଉଛୁଳିଲା ପରିହେଉଥିବ ମୋର କୋଳେ ରେ ।୪।ରାମଚନ୍ଦ୍ର ଛୋଟରାୟ ବୋଲେ ସେ ରମଣୀପ୍ରତି ଅଙ୍ଗ ଶୋଭା ଦେଖିବାଭୟରେମୋ ନେତ୍ର ବୁଜିବ ପାଣିରେ ।୫।
(୧୬୩)
ରାଗ---ଭାଟିଆରୀରେ ମୋ ଜୀବନ, ମୁଁ କି ମୀନମୀନନେତ୍ରା ତୁ ମୋ ଜୀବନ ରେ,ମୋର ମାନସ ବିହଗରାଜିବନ । ଘୋଷା ।ସାକରସାର ମଧୁରଭାଷୀ, କାକରକରକିରଣହାସୀ,ନାକରମଣୀକି ଟାକର ମାରୁଛି ତୋକର ପଇଠ ଧରା ଦାସୀ ରେ ।୧।କୁସୁମୋତ୍ସବ ବିଚ୍ଛେଦ ଯୁଗୁ,ଲାଗି ଡକାଇତ ଲାଗୁ ଲାଗୁ,ଲଳନାରତନ କଳନା ନ ପଡ଼ିକଳାନାଗବଲ୍ଲୀ ଗେଲେ ମାଗୁ ରେ ।୨।ଛାମୁରେ ଛାଇ ନ ପଡ଼ୁ ବୋଲି,ଛଡା ହୋଇ ମୁଁ ଯେ ଛିଡ଼ା ହେଲି,ଛୁଇଁଲ ଯେ ବୋଲି ଛଇଳି ହସି ମୋଛାତିକି ଉରୋଜେ ଦେଉ ପେଲି ରେ ।୩।ତୁ କାହା ଦୁଃଖପାସୋରା କି ରେ,ବୋଲି ମୁଁ ପଚାରେଁ ପ୍ରେମଗିରେ,ତୁମ୍ଭର ବୋଲିବା ଦମ୍ଭରେଦମ୍ଭୋଳି କଚାଡ଼ୁ ମୋ ଦୁଃଖଗିରି ଶିରେ ।୪।ମେଲାଣି ହେବି କି ଯେତେ ବୋଲେ,ମୁଁ କି ଜାଣଇ ମା ଭାଷି ଗେଲେ,ମୋ ପିନ୍ଧାବାସ ଶେଷକୁ ଛନ୍ଦିଥାଉଅଙ୍ଗୁଳି ଅସ୍ଫୁଟ ଚମ୍ପାଫୁଲେ ରେ ।୫।ସ୍ମିତ ସୁଧାବିନ୍ଦୁ ଝଡ଼ୁଥାଇ,ରତର ପ୍ରସଙ୍ଗ ବଢ଼ୁଥାଇ,ଚିତ୍ତ ତୋ ଯହିଁ ଦଉଡ଼ୁଥାଇ,ଚାରୁ ଚାହାଣିରୁ ଚିହ୍ନା ପଡ଼ୁଥାଇ ରେ ।୬ପ୍ରତି ପ୍ରବନ୍ଧେ ମଜ୍ଜାଇ ମଜ୍ଜା,ନିତି ହେଉଛୁ ବାସକସଜ୍ଜା,ଗୋଟିକି ଗୋଟିଏ ରାଣ ଲଙ୍ଘି ନଖିବୋଲି ଯେ କାହିଁକି ଏଡ଼େ ଲଜ୍ଜାରେ ।୭।କ୍ଷଣକେ ମୋ ଦୋଷ ଦଶକୋଟି,କ୍ଷମା ନ କଲେ ମୁଁ ସରିଲିଟି,ଅଖଦଡ଼ ଅବଧାନରୁ ଶ୍ରୀଅଙ୍ଗେନଖଦନ୍ତ କ୍ଷତ କରଇଟି ରେ ।୮।ଏ ସ୍ନେହପୀୟୂଷ ବରଷାରୁ,ଏହି ଅନୁରାଗ ଭରସାରୁ,କର ସାରସଲୋଚନା କବିରବିବଳାଇଛି ତୋତେ ଘରଷାରୁ ।୯।
(୧୬୪)
ରାଗ---ତୋଡ଼ି ପରଜ---ଆଦିତାଳରେ ସଙ୍ଗାତ, ନିଧୂବନେ ମୋହ ପରି,ରସିବା କାଳରେ ଦିଶି ଯାଉଥିଲାଧନ ଘନକାଳ ପରି । ଘୋଷା ।ବାରିଦ ନିଃସ୍ୱନ ପରି ଶୁଭୁଥିଲାଅରାଜି ‘ଉହୁଁ’ ବଚନ,ନାସା ନୀଳମଣି ନିନ୍ଦା କରୁଥିଲାନୀଳକଣ୍ଠ ନରତନରେ ।୧।ମୋର ଉରଘନେ ଖେଳାକରୁଥିଲା ତା ତନୁବଲ୍ଲୀ ଚପଳାପିକକୁଳ ପରି ମୂକ ହେଲାପଦପଙ୍କଜ ମଞ୍ଜରୀ ବଳା ରେ ।୨।ବଦନଚନ୍ଦ୍ରକୁ ଗ୍ରାସି ଆସୁଥିଲାଅସିତ ଘନକବରୀମଥା ମୋତି ଛକଜାଲି ଦିଶୁଥିଲାଅନ୍ଧାରେ ଖଦ୍ୟୋତ ପରି ରେ ।୩।ଝିଙ୍କାରୀ ଝଙ୍କାରପରି ଶୁଭୁଥିଲାରତନଯୁତ କିଙ୍କଣୀ,କନକ କଦଳୀଦଳେ ଖେଳୁଥିଲାକି ରଙ୍ଗେ କାଳୀନାଗୁଣୀ ରେ ।୪।ଛିଡ଼ିଯାଏ ମୋତି ବିଞ୍ଚି ହୁଏକ୍ଷିତି ପତନ କରକାବଳି,କପୋଳୁଁ କୁସୁମାବଳି ଖସୁଥାଏନୀରଦୁଁ ପରି ବକାଳି ରେ ।୫।କଳା ରଟଳା ବାସନ୍ତୀ ଜୀବବନ୍ଧୁଗଭା ପୁରନ୍ଦର ଧନୁ,କଦମ୍ୱ ପ୍ରଫୁଲ୍ଲ ସମ୍ପଦକୁ ଚୋରିକରୁଥିଲା ତାର ତନୁ ରେ ।୬।ଶ୍ରମ ସ୍ୱେଦବିନ୍ଦୁ ଛଳେଜୀବବନ୍ଧୁ ବରଷିଲା ଘନରସଚଞ୍ଚୁପୁଟେ ବାରି ଧରି ହେଲାହରିଚନ୍ଦନ ଭୂନାଥ ତୋଷ ରେ ।୭।
(୧୬୫)
ରାଗ---ତୋଡ଼ି ପରଜ---ଏକତାଳିରେ ସଙ୍ଗିନୀ, ମନ ଥିଲେ ମଙ୍ଗିଯାଉମତ୍ତଗଜଗତି ମଉନେ ରହିଲେ ମୁଁକିସ କରିବି ଆଉ । ଘୋଷା ।ସୁଝୀନବସନା ବୁଝି ନାହିଁ କିସେ ମୀନକେତନର ଦାଉବୁଝିବା ମରଜି ଅଛି ଯେବେବୁଝି ମନକୁ ରିଝାଇ ନେଉ ।୧।କହିବୁ ମନମୋହନାକୁ ମୋ’ଠାରେ ଅନୁରାଗ ରଖିଥାଉଏଣିକି ଏଣୀନୟନାର ମୁଁ କିଣାହେଲିନି ଲାଜ ନ ପାଉ ।୨।ବଧୂ ବଧୂଲୀଅଧରୁ ମଧୁରସଏଥର ଥରେ ଚଖାଉକାଚ କଳସରେ ଜଳଥିଲା ପରିଭଙ୍ଗୀ ଆଉ ନ ଦେଖାଉ ।୩।ବତିଶାର୍ଦ୍ଧବୟା ମାୟା ଛାଡ଼ିଦୟା ବଡ଼ପଣକୁ ଦେଖାଉକୁଟୀଳ କେଶୀ ମୋଠାରେ କୁଟୀଳତାଭାବ ଆଉ ନ ଦେଖାଉ ।୪।ମାରଦର ଖଣ୍ଡାଘାତକୁ ମୁଁନିଶ୍ଚେ କରିଚି ତାକୁ ବଦାଉନୀଳାଦ୍ରୀ ବିହାରୀ ଶ୍ରୀ ହରିଚଦନବୋଲେ ଆଶ ନ ଭଙ୍ଗାଉ ।୫।
(୧୬୬)
ରାଗ---ତୋଡ଼ି---ଏକତାଳିଲାଜ ବରଜି ଦ୍ୱିଜରାଜ ସୁନ୍ଦରମୁଖୀଆଜ ମୋ ସ୍ନେହ ପରିପାଳିବୁ ରେ । ଘୋଷା ।ବିନୟ ଘେନି ମୋର, ମୀନନୟନା ମାରରଣଦକ୍ଷ କଟାକ୍ଷ ଢାଳିବୁ ରେ । ୧।ବିନା ଲାଜେ ମୋ ଦେହ, ମୀନା ଧରଣୀରୁହସୁନାବଲ୍ଲରୀ ପରି ପାଳିବୁ ରେ ।୨।ଘନ ପରିରମ୍ଭରେ---ଧନ, ମୋହନ ଉରେସ୍ତନ କନକ କୁମ୍ଭ ଟାଳିବୁ ରେ ।୩।ମୁଁ ନର୍ମକାଳେ ନଖ, ମୂନ ଚାଳନ୍ତେ ସୁଖ---ବଶେ ମୋ ଅଙ୍ଗେ ନଖ ଚାଳିବୁ ରେ ।୪।ମଦନ ଶରକୁଳ କଦନ ତରୁମୂଳମୋ ଧନ ଘନକେଶା ଟାଳିବୁ ରେ ।୫।ଅଷ୍ଟଦୁର୍ଗ ଭୂପର ଦଷ୍ଟ ରଦନାମ୍ୱରହେବ ଯେ ତହିଁକି ନ ଭାଳିବୁ ରେ ।୬।
(୧୬୭)
ରାଗ---ପୂରବୀ---ତ୍ରିପୁଟାଲାବଣ୍ୟସିନ୍ଧୁରେ ବନ୍ଧୁ । ଅଛି ଏ ଦେହଟି ତୋସ୍ନେହାନୁବନ୍ଧେ । ଘୋଷା ।ଯା ନେତ୍ରୁ ଦୃଗନ୍ତ ମୋ ମୁଖେ ବରଷୁକାଶ୍ମୀରଗୋରୀ ସୁଖ ସୁଧା ପରଷୁ ।୧।ବିମ୍ୱାଡ଼ମ୍ୱରୀ ଓଷ୍ଠେ ଚୁମ୍ୱ ଯା’ଠାରୁତାଙ୍କୁ ମୁଁ ଜିଣି ପଡ଼େ ସମ୍ୱଜାଠାରୁ ।୨।କି ଭାଗ୍ୟ ନ ଦେଉଟି ରଦନ ଚେଳେସରସୋଦୟସ୍ମିତ ବିଳାସ ବେଳେ ।୩।ତାଜିମ ଦେଇ ଭେଟୁ ଯା ଦରହାସେସାଜି ମଦନ ନାଚେ ମୋ ହୃଦଦେଶେ ।୪।ଭାଷଇ ବସୁଦୁର୍ଗ ବସୁଧା ପାଳଆସ ଇନ୍ଦିବରାକ୍ଷୀ ମୋ କୋଳେ ଖେଳ ।୫।
(୧୬୮)
ରାଗ----ପୁରିଲୀଳାବତୀ ରସେ ରସିଲା; କୋଳେ ବସାଇଲି;ଗେଲେ ବସିଲା ରେ ! ।୦।ପୀନ ସ୍ତନ ଆଲିଙ୍ଗନୁଁ ଘନ ପୁଲକିତ ତନୁକରି ମୋ’ ଅଙ୍ଗରେ ରଙ୍ଗେ ମିଶିଲା ରେ ! ।୧।ଅଧର ବିମ୍ବ ଚୁମ୍ୱନେ ନ ଧରି ଗୁମାନ ମନେହରଷେ ମୋ’ ଗଣ୍ଡେ ଗଣ୍ଡ ଘଷିଲା ରେ ! ।୨।ନଖ ବସୁଁ ଉରୁ-ମୂଳେ ସୁଖସଦନା ବିକଳେ‘ରଖ’ ବୋଲି ଗେଲେ ‘‘ଇଷି’’ ଭାଷିଲା ରେ ! ।୩।ରତି ମୁଁ ମାଗନ୍ତେ ରସବତୀ ନ କରି ନିରାଶଲାଜ ଲାଜ ହୋଇ ମନ୍ଦେ ହସିଲା ରେ ! ।୪।ରାମଚନ୍ଦ୍ର ଛୋଟରାୟ କହେ ‘‘ଆହା ! ସେ ସମୟମୋତେ ‘ସ୍ୱର୍ଗ’ ସୁଖମୟ ଦିଶିଲା ରେ !’’ ।୫।(୧୬୮)ରଙ୍ଗେ-କ୍ରୀଡ଼ାରେ,ଊରୁମୂଳେ-ଜଙ୍ଘ ମୂଳରେ,ରଖ-ଥାଉ ବା ସେପରି କର ନାହିଁ,ସ୍ୱର୍ଗ ସୁଖମୟ-ଅଲୌକିକ ସୁଖପୂର୍ଣ୍ଣ