ଚଉପଦୀ (ଲୌକିକ ଓ ସାମାଜିକ)
ବଳଦେବ ରଥ · ଭାଗ ୩୦ / ୩୧
ସମ୍ପୂର୍ଣ୍ଣ ସୂଚୀପତ୍ର
(୨୫୨)
ରାଗ—କାଫି—ଆଦିତାଳସଖି, ଦେଖିଯିବା ଚାଲ ଗୋ । ଘୋଷା ।ପ୍ରସୂନ ପୁଞ୍ଜେ ନୀପନିକୁଞ୍ଜେଖେଳୁଅଛନ୍ତି ନନ୍ଦଲାଲ ଗୋ ।୧।ଧୃତି ଲତାଳି ଦେଲାଟି ଟାଳି ସ୍ମରତଟିନୀ ତଟୀ ଟାଲ ଗୋ ।୨।ମାର ଖଡ଼ଗ ଧାରକୁ ବେଗ ବାରିଦେବାକୁ ସେ ଢାଲ ଗୋ ।୩।ନିଶ୍ୱାସୁ ବାସ ତା’ରଦବାସ ଚାରୁମାଣିକ୍ୟ ମଣି ଲାଲ ଗୋ ।୪।ନାରୀ ସଂସାର ବୋଲାଉ ସାର ଚୁମ୍ୱିତା’ ମନୋହର ଗାଲ ଗୋ ।୫।ମହେନ୍ଦ୍ର ମଣିମୟ ସେ ପୁଣିବାମା ହୃଦୟ-ମୀନ ଜାଲ ଗୋ ।୬।ବସୁଦୁର୍ଗେଶ ରଚିଲେ ରସ ସ୍ନେହେନ ଘେନି ଢିପ ଖାଲ ଗୋ ।୭।
(୨୫୩)
ସଖି ! ସେ କି ପିନ୍ଧିଥିଲା ନୀଳ ପାଟକୁ ? ।୦।ଅଏଁଳା – କୁଙ୍କୁମ ଘେନି ସଙ୍ଗତେ ଥିଲେ ସଜନୀ;ଯାଉଥିଲେ ସେ ଯମୁନା ଘାଟକୁ ।୧।ସେ ଛଇଲୀ ଛତ୍ରଧାରୀ ପୁରନ୍ଦର ପୁର-ଶିରୀ;ନାହିଁ ଜଣେ ତା’ ସମ ଥାଟକୁ ।୨।ସତେ ନିକି ଏଡ଼େ ଭାଗ୍ୟଏ ପାପ ନେତ୍ରକୁ ଯୋଗ୍ୟଦେଖାଇବ ତା’ ବସନ-ନାଟକୁ ? ।୩।ଅଷ୍ଟଦୁର୍ଗପତି ବୋଲେ‘‘ଲେଖା ଗଲାଣି ତା’ ଭାଲେବସାଇବ ଅପବାଦ – ହାଟକୁ’’ ! ।୪।
(୧୫୩)ପୁରନ୍ଦର ପୁର ଶିରୀ—ଇନ୍ଦ୍ରପୁରୀ ର ଲକ୍ଷ୍ମୀ ସ୍ୱରୂପା,ବସନ ନାଟକୁ—ପିନ୍ଧିଥିବା ଶାଢ଼ୀର ଦୋଳନକୁ,ଅପବାଦହାଟ—ନିନ୍ଦାର ବ୍ୟାପକତା ।
(୨୫୪)
ରାଗ—ତୋଡ଼ି ପରଜ—ଆଦିତାଳସଙ୍ଗାତ, ରୁଷି ବସୁଥିଲ ପରା ?କଷନ୍ତାଇଁ ଶ୍ୟାମସୁନ୍ଦରଙ୍କ ପ୍ରେମସତ କି ଅବା ଟାପରା । ଘୋଷା ।ଶୁଝନ୍ତାଇଁ କିତବରତିକିବୁଝନ୍ତାଇଁ କେଡ଼େ ଧୃତିବସ ପାଣି ଗଣ୍ଡେ ସମରପିଦଣ୍ଡେ ମାତ୍ରକ ଅନାଇଁ କ୍ଷିତି ।୧।ସାକ୍ଷାତ ନେତ୍ରେ ଦେଖିଛ ଲାଗିବାରଲାକ୍ଷା ତ ଚୂଳଶିଖଣ୍ଡେନ ଧର ସରସ ସ୍ମିତକୁତୁକକୁ ଅଧର ଦଳରେ ଦଣ୍ଡେ ।୨।ସବିତା ନନ୍ଦନ ଗହନ ବାହୁଡ଼ାଛବି ଏବେ ଭିନ୍ନେ ଭିନ୍ନେଏଣୁ ଜଣାଉଛି ବେଣୁ ଗୀତ ଶୁଣିନ ପୁଲକ ଏକାଦିନେ ।୩।ହାଜର କରିବା ନଜର ମୁଜୁରାନ ଘେନି ସରୋଷେ ଗେଲେଶରଣ ବୋଲି ତୋ ଚରଣେଚନ୍ଦ୍ରକ ଚୁମ୍ୱାଇଲେ ଏକ ହେଲେ ।୪।ବସନ୍ତି ବାସନ୍ତୀକ ବେଶ ରସିକାକରଜେ ଧରିତ୍ରୀ ଚିରିଛାଡ଼ି ସ୍ୱକଳମ୍ୱ ଆସନ୍ତା କିଶମ୍ଭରାରି ଫରି ଖଣ୍ଡା ଧରି ।୫।ଚରଣତଳ ପତନ ଦୁଃଖ ଘନଶ୍ୟାମଜାଣନ୍ତେ କି ନାହିଁଅଷ୍ଟଦୁର୍ଗ ନରନାଥ ମନୋରଥଭରତି କରିବା ପାଇଁ ।୬।
(୨୫୫)
ରାଗ—ଦେଶୀବରାଡ଼ୀ—ତ୍ରିପୁଟାସଙ୍ଗାତ ରେ, ସରି ତ ଗଲାନି ସବୁ ଦୁଖ ।ସଙ୍କୋଚ ବିନା ବିହରି ତୁମ୍ୱିବି କି ରୂପେ ହରିସୁନ୍ଦର ଶ୍ୟାମଳ ଚନ୍ଦ୍ରମୁଖ ॥
ସଂସର୍ଗ କଲେ ଇତରେ, ସେ ଥାଏ ଚିତ୍ତ ଭିତରେଅପ୍ରିୟେ ଜଣା ନ କରି ଦୁଃଖ,ସରୋଜ ସଙ୍ଗ ନିପଟ ଛାଡ଼ି କି କାହିଁ ଲମ୍ପଟହୁଅଇ ପ୍ରମତ୍ତ ଶିଳୀମୁଖ ।୧।ସାକ୍ଷାତ ଦେଖିଲି ଭାଲ ଲାକ୍ଷାରେ ହେବାର ଲାଲଧୂଳିଆ ଚନ୍ଦ୍ରକଚୂଡ଼ ଶିଖ,ଶୁଣିବାକୁ ଲୋକେ ଲାଜ ବଢ଼ଇ ସପତ୍ନୀ ଓଜଏ କଥା ତୋହରି ମନେ ରଖ ।୨।ସମ୍ଭୋଗ ପ୍ରବଳ ବେଳେ ଯାହାର ଉରଜମୂଳେହେଳେ ଗାଢ଼େ ବାଜିଗଲେ ନଖ,ସୁକୁମାରୀ କ୍ଷମା କର ବୋଲି ଧରାଯାଏ କରଏବେ ତାକୁ ବିଷମ ବିଶିଖ ।୩।ସନ୍ତତ ସରିତ ତଟୀ ସମୀପ କୁସୁମ ବାଟୀବୁଲାଇ କରି ଯାହାକୁ କାଖସେ ସ୍ନେହ ପାଶୋରି ମନୁ ତାହାକୁ ଖଚ ବଚନୁସ୍ୱପନେ ନ କରି ଟିକି ପାଖ ।୪।ସୁଧାରୁ ମଧୁର ସାର ରସରେ କିରାତ ଖାରମିଳାଇ ବୋଲି କି ଆଉ ଚାଖ,ସୁମେରୁ ଚୂଳ ଦାରଣ ଦାରୁଣ ଦମ୍ଭୋଳି ବାଣ—ଶ୍ରେଣୀକି ଶିରୀଷ ନିକି ଲାଖ ।୫।ସରସ ବଚନ ରସେ ଅଷ୍ଟଦୁର୍ଗନାଥ ଭାଷେସାଇତି ରଖିଛି ଦେଖ ଦେଖ,ସର୍ବସ୍ୱ ତୁହିଟି ମୋର ଶରଣ ସୁବେଣୀ-ବରବୋଲି ପେଷିବାର ପ୍ରେମ ଲେଖ ।୬।
(୨୫୬)
ରାଗ—କାମୋଦୀ, ତାଳ—ଝୁମ୍ପାସାଞ୍ଚାରିଣୀ ପାଞ୍ଚାଳିକା କାଞ୍ଚନମୟୀ ରେପ୍ରଲମ୍ୱ କୁଞ୍ଚିତକେଶା,ଯୋଗି-ସମାଧିଖଣ୍ଡନବିଧିଚତୁରଚାରୁବେଶା;ପଦପଙ୍କଜନ୍ୟାସପବିତ୍ରୀକୃତ ଧରିତ୍ରୀଦେଶା,କେ ତୁ ମୋହନ-ହେତୁ ମନର,ସେତୁ ବିଳାସମିଷବନରନରଲୋକରେକୃତବାଗୀଶଶିଳ୍ପବିଶେଷଶେଷା । ଘୋଷା ।ପନ୍ଦରୁ ଊଣା ପରି ତ ଜଣା ପଡ଼ୁଛିକେହି ଏଡ଼େ ପ୍ରବୀଣା ହେଲୁ ରେ,ଛଣାପୀୟୂଷଜିଣା ବାଣୀ, ସୁଧାଗରଳମିଶାତରଳ ବିଲକ୍ଷଣ ଚାହାଣୀ,ଜଗତୀଯୋଷାରତନଖୋସାଭୂଷା ଶ୍ରୀଅଙ୍ଗଠାଣି;ଜନନୟନ-ନୀଳେନ୍ଦୀବର-ଚନ୍ଦ୍ରିକା-ପରମ୍ପରା କିବରବରନା ତୁହି ନିଶ୍ଚୟ ତୋରବୁଦ୍ଧି ନ ପାରେ ଜାଣି ରେ ।୧।କରିଛୁ ଖର୍ବ ସୁପର୍ବପର୍ବସୁଧାଂଶୁମୁଖୀଗଣଙ୍କ ଗର୍ବସର୍ବଂସହାରେ କେ ରହିବ ମାନି,ଲାଜର ବାସଗୃହ ତୁ ରସରାଜର ରାଜଧାନୀ,ଗତିଲାବଣ୍ୟ ମାତିଲା ବନ୍ୟହାତିରୁ ବଳିଲାନି,ଧନ ଯାହାର ମୁକୁତାହାର ହେବୁ ତୁ ଶ୍ରୀଛାମୁକୁତାହାର ସୁକୃତ ତୁଲେ ମୋରଜୁହାର ହେଉ ମହତ୍ତ୍ୱ ହାନି ।୨।ଉଦ୍ଦଣ୍ଡରତି ପାଣ୍ଡିତ୍ୟବତୀ ବୋଲାଇ ଟେକାଇବୁକି ଛତି ଏବେ ତ ଯତିମୋହନା କ୍ଷିତି ମଣ୍ଡୁ,ଖଣ୍ଡିବୁ ଚଣ୍ଡ ଫୁଲ କୋଦଣ୍ଡ ବୀରଦୋର୍ଦ୍ଦଣ୍ଡ କଣ୍ଡୁ,ଚୁମ୍ବେ ଯେ ଜୂରି ନେବ ମକରୀ ତୋର ସୁନ୍ଦର ଗଣ୍ଡୁ,ସେ ବଡ଼ ଗିରୀଶରୁ ଅମରନାଥରୁ ପାଶକରୁକୁବେର ଠାରୁ ନଳିନନନ୍ଦନୁମୀନସ୍ୟନ୍ଦନୁ ମାରତଣ୍ଡୁ ।୩।କହନ୍ତି ଅଷ୍ଟ-ଦୁର୍ଗସାମନ୍ତ ଶ୍ରୀକୃଷ୍ଣଚନ୍ଦ୍ର ମୁଖୁଁ ଏମନ୍ତସରସବାଣୀ ଶ୍ରୀ ଠାକୁରାଣୀ ଶୁଣି ଲଭିଲେ ଲାଜ,ସ୍ଫୁରିଲା କୁନ୍ଦ ମଧୁନିଃସ୍ୟନ୍ଦ ମନ୍ଦ ହସିତ ବ୍ୟାଜ,ଚାଳି ଚରଣ କଲେ ଶରଣ ଆଳିଜନ ସମାଜ,ମିଳନ୍ତେ ଦିନେ ଏକାନ୍ତ-ସୀମା ଏପରି ପରିଣତଚନ୍ଦ୍ରମା-ବଦନା ଶ୍ୟାମ ଦୁହିଙ୍କପ୍ରେମ ହେଲା ନିବିଡ଼େ ନ୍ୟାଜ ।୪।
(୧୫୬)ସଞ୍ଚାରିଣୀ ପାଞ୍ଚାଳିକା କାଞ୍ଚନମୟୀ—ଗମନ କରୁଥିବା ସୁବର୍ଣ୍ଣ ପ୍ରତିମା,ସେତୁବିଳାସମିଷବନର—ବିଳାସରୂପ ଜଳ ପାର ହେବାର ସେତୁ ଅର୍ଥାତ୍ ପୋଲ,ବାଗୀଶ—ବ୍ରହ୍ମା,ସୁପର୍ବ—ଦେବତା,ପର୍ବସୁଧାଂଶୁ—ପୂର୍ଣ୍ଣଚନ୍ଦ୍ର,ସର୍ବଂସହା—ପୃଥ୍ୱୀ,ରସରାଜ—ରସିକଶ୍ରେଷ୍ଠ(କନ୍ଦର୍ପ),ମାତିଲା ବନ୍ୟ ହାତୀ—ମତ୍ତ ବନ୍ୟ ହସ୍ତୀ,ଧନ—ସଂବୋଧନ ପଦ,ଫୁଲକୋଦଣ୍ଡ—କନ୍ଦର୍ପ,ଦୋର୍ଦଣ୍ଡ—ବାହୁବଳ,ଜୂରି ନେବ—ଜୂର କରି ନେବ,ମକରୀ—ମକରୀ ଚିତ୍ର,ସ ଗିରୀଶରୁ(ଶିବଙ୍କଠାରୁ); ଅମରନାଥରୁ(ଇନ୍ଦ୍ରଙ୍କଠାରୁ),ପାଶକରୁ(ବରୁଣଙ୍କଠାରୁ);କୁବେରଙ୍କଠାରୁ,ନଳିନନନ୍ଦନୁ(ବ୍ରହ୍ମାଙ୍କଠାରୁ),ମୀନସ୍ୟନ୍ଦନୁ(କନ୍ଦର୍ପଠାରୁ)ଓ ମାର୍ତ୍ତଣ୍ଡୁ(ସୂର୍ଯ୍ୟଙ୍କଠାରୁ) ବଡ଼ । ନ୍ୟାଜ—ବିବେଚନା ।
(୨୫୭)
ରାଗ—ଚିନ୍ତାଭୈରବସଜନୀ, ଆଜ ରଜନୀରେ ନଇଲେ ବ୍ରଜମୋହନମନ କେହୁ ମୋହିଲା ରେ ।ପଦ ।ମୋ ଦେହେ ଦେଇ କର-କମଳ ବାରମ୍ୱାରନିୟମ କରି କେତେ କହିଲା ରେ ;କପଟ ମତି କରି, ସାହସେ ସେ କିପରିଧରମ ତାକୁ ସହି ସହିଲା ରେ ।୧।ଲଗାଇ ପ୍ରେମରସ, ମଧୁ ଜନ୍ମାଇ ବିଷ,ନୟନୁ ଅଶ୍ରୁ ବରଷାଇଲା ରେ,ଭଜି ମୁଁ ନିଶି ଦିବା, କି ଅପରାଧୁ ଅବାମୋଠାରେ ଅବଧାନ ନୋହିଲା ରେ ।୨।ଭାଙ୍ଗି ରଖିଛି ପାନ, କର୍ପୂର ଶ୍ରୀ ଚନ୍ଦନ,ଏବେ ତ ବେଶ ବାସି ହୋଇଲା ରେ,କାହା ସୁରତେ ମାତି, ଆସି ହେଲା ପାହାନ୍ତି,କୁଳ୍ପୁଟ କୁକୁରାବେ ରଟିଲା ରେ ।୩।ଏ ପାପ କାମ ମୋତେ, ଦଣ୍ଡ ଦେଲାଣି ଯେତେପରାଣତୁଲେ ପିଣ୍ଡ ଦହିଲା ରେ;କବିମିହିର ଚିନ୍ତା, ଆହା ବ୍ରଜବନିତା,କପାଳେ ବିହି ଏହା ଲିହିଲା ରେ ।୪।
(୨୫୮)
ସଜ ହୋଇ ଥା ରେ, ଗଜରାଜଗତି ଆଜରଜନୀ ଆସିବେ ସଜନୀଳୋତ୍ପଳଶ୍ୟାମବ୍ରଜଯୁବରାଜ ।ପଦ ।ସୁନା ଲତିକାରେ ମୀନା ପରି କଳାଝୀନ ଶାଢ଼ୀ ଯତ୍ନେ ପିନ୍ଧି,ବଳାପହମଣି ନୀଳ କୁନ୍ତଳୟେକଳାପ କମର ବାନ୍ଧି ।୧।ପୁଣ୍ଡରୀକବରଯୁଗେ ଇନ୍ଦୀବର ଯୁଗଳୀଲଢ଼ାଇବାକୁ; ମର୍ଦ୍ଦିବା ଲାଞ୍ଛନ ତାପିଞ୍ଛେକନକମଞ୍ଜରୀ ମିଳାଇବାକୁ ।୨।ମସାରମଣି ହେମସାରସମୂହ ମିଶିବାର ବୁଝିବାକୁ;ବରତୁଳ ପୟୋଧରେ ରତିବରତୁଲେ ଥରେ ଯୁଝିବାକୁ ।୩।କୁଞ୍ଜାଳୟ ଝଷଧ୍ୱଜ କେଳିରସ ଭୁଞ୍ଜାଇଭୁଞ୍ଜିବୁ ପରା; କଞ୍ଜାୟତାକ୍ଷିରେ ଖଞ୍ଜାଇଲଲାମ ତା ପରେ ପୁନ୍ନାଗଝରା ।୪।ଦେଖି ସେ ଉତ୍ସବ ନେତ୍ରେ ଆମ୍ଭେମାନେସୁଖୀ ହୋଇ ଜୀଇବାକୁ;ଦୁହେଁ ତ ଦୁହିଁଙ୍କ ଜୀବ, ଜୀବବନ୍ଧୁଯିବ ମଧୁ ପିଇବାକୁ ।୫।ଶୁଣି ଲଳିତାଙ୍କୁ ଲୀଳା ତାମରସ ଉଞ୍ଚାଇଲେଦେବୀ ସ୍ନେହେ; ସେ ସମୟେ କରି ବନ୍ଦନକୁହରିଚନ୍ଦନ ଭୂନାଥ କହେ ।୬।
(୧୫୮)ମୀନା—ସୂନା ଅଳଙ୍କାରରେ ସୂକ୍ଷ୍ମକାର୍ଯ୍ୟ,ଝିନ—ସୂକ୍ଷ୍ମ,ବଳାପହମଣି—ଇନ୍ଦ୍ରମଣି,କଳାପ—କାଞ୍ଚୀଦାମ,ପୁଣ୍ଡରୀକ—ଶ୍ୱେତପଦ୍ମ,ଇନ୍ଦୀବର—ନୀଳକଇଁ,ତାପିଞ୍ଛ—ତମାଳ,ମସାର—ଇନ୍ଦ୍ରନୀଳମଣି,ବରତୁଳ(ବର୍ତ୍ତୁଳ) —ଗୋଲ,ରତିବର—କନ୍ଦର୍ପ,କୁଞ୍ଜାଳୟ—କୁଞ୍ଜଗୃହ,ଝଷଧ୍ୱଜ—କନ୍ଦର୍ପ,କଞ୍ଜାୟତାକ୍ଷୀ—ପଦ୍ମପରି ବସ୍ତୃତ ଲୋଚନ ଯାହାର,ଲଲାମ—ଭୂଷଣ,ଝରା—ପୁଷ୍ପଗୁଚ୍ଛ ।
(୨୫୯)
ସତେ କି ବିଧି ଏହା କରିବ ଗୋସଖି, ମୋ ଦୁଃଖ-ଦଶା ସରିବ ଗୋ ।୦।ସଜଳ ଜଳଧର କଳେବର କିଶୋରବରଙ୍କୁ ମୋର ନେତ୍ର ହେରିବ ଗୋ ।ପରିଣତ ବିମ୍ୱରୁ ଅଧିକ ଯେଟି ଚାରୁଅଧର ମନ୍ଦହାସ ଧରିବ ଗୋ ।୧।ବ୍ରଜ ନଗରୀ ଦମ୍ଭ ମହାସାଗର କୁମ୍ଭ—ସମ୍ଭବ ନୟନାନ୍ତ ଫେରିବ ଗୋ !ଶ୍ୟାମ ଶ୍ରୀମୁଖ ଚନ୍ଦ୍ର ମଣ୍ଡଳୁ ହୋଇ ସାନ୍ଧ୍ରବଚନ ସୁଧାରସ ଝରିବ ଗୋ ।୨।‘କରି ମୋ ଚିତ୍ତ ଚୋରି ଧରା ନ ଦେବା ହରି’ବୁଝିବା ବୋଲି ବାଣୀ ସ୍ଫୁରିବ ଗୋ!ବାନ୍ଧିବି ବାହୁ ପାଶେ ଶଙ୍କା ନ ରଖି ଲେଶେମନ୍ଦ କନ୍ଦର୍ପ ଦର୍ପ ସରିବ ଗୋ ! ।୩।ଭାଷେ ଶ୍ରୀ ଜଗଦ୍ଦେବ ଲଭି ସେ ଶ୍ୟାମ ଭାବକଳ୍ପକ ଅଳ୍ପ ପରି ସରିବ ଗୋ ।ଶତ କଳ୍ପରେ ଅବା ସଂକଳ୍ପ କରିଥିବାକାମରୁ ଲେଶ ମାତ୍ର ପୂରିବ ଗୋ ।୪।(୨୫୯)ଜଳଧର—ମେଘ,କୁମ୍ଭସମ୍ଭବ—ଅଗସ୍ତି ମୁନି,କଳ୍ପ—କୋଟି କୋଟି ବର୍ଷ(ବ୍ରହ୍ମାଙ୍କର ଗୋଟିଏ ଦିନ)
(୨୬୦)
ରାଗ—କେଦାର, ତାଳ—ଆଡ଼ତାଳିସରିଗଲା ଯେ ଲାଜେ,ରହି ନ ପାରେ ସହୀସମାଜେ । ଘୋଷା ।ନଗତିଳକ ଉରୋଜାଏ ଅଛନ୍ତିଅଗଣିତେ ଅନୁସରି ହେ ।ଜଗତୀଲଲାମ ଚମ୍ପାଝରା ନାମ ଯୋଗ୍ୟକି ଏକା କିଶୋରୀ ହେ ।୧।ଘେନାଇ କହିଲେ ହେଲେ ନେତ୍ରାଞ୍ଚଳେଅନାଇ ତ ସେ ନ ଜାଣେ ହେ ।ତାକୁ ନଟ-ଖଞ୍ଜରୀଟ-ନେତ୍ରା ବୋଲିଡାକୁଥାଅ ତୁମ୍ଭେ କେଣେ ହେ ।୨।ତୁମ୍ଭ ଉରେ ସ୍ତନକୁମ୍ଭ ନତ-ତନୁଲତାଯେ ମଣ୍ଡାଏ ନାହିଁ ହେ ।ବହିଯିବ ବୋଲି ଶୋଭା ପୀୟୂଷକି ରହିଥାଅ ଏକା ଚାହିଁ ହେ ।୩।ତାରୁଣ୍ୟ ଗରବେ ବାଳା ସେ ତ କେବେଚଲିକି ନ କରେ ଚାରୁ ହେ ।ସଡ଼ୁଅଛି କେଳି ଲାଳସୀ ମରାଳୀଗତିବୋଲି ଡାକିବାରୁ ହେ ।୪।ଅଧର ମାଧୁରୀ-ଅଭିମାନେ ପୂରି କେତେନାଗରୀ ନାହାନ୍ତି ହେ ।ତା ଦଶନ ଅଙ୍କ ଥିବା ପାନରଙ୍କ ପରିମାଗିବାର ନିତି ହେ ।୫।ପ୍ରେମାଦରେ ଅବା ପ୍ରମାଦରେ ବାଣୀଶୁଣିବା ଚିତ୍ତ କାହିଁକି ହେ ।ସରସ ଶ୍ଳେଷମଦ କଳକୋକିଳବଚନା ବୋଲ କାହିଁକି ହେ ।୬।ଜଗଦ୍ଦେବ ବନ୍ଦି ଜଣାଇଲେ ଇନ୍ଦୀବରଶ୍ୟାମ ବଂଶୀପାଣି ହେ ।ତୁମ୍ଭେ ସେ ତରୁଣୀ ଚାଲିବା ସରଣୀପରାଗେଗଡ଼ିବା ଜାଣି ହେ ।୭।
(୨୬୧)
ସହଚରୀ,ଅଛି ଏତେ ମନୋରଥ କରି ରେ ।୦।ତମାଳ ମହେନ୍ଦ୍ର-ମଣି ଅପଘନପରିରମ୍ଭକୁ ମୁଁ ଅଟେ କି ଭାଜନକେବଳ ଡାକିବ ଥରେ ସେ ମୋହନମୁରଲୀ ମୋ ନାମ ଧରିରେ ।୧।ପଲ୍ଲବ ବିଦ୍ରୁମ ବନ୍ଧୁକ ସଂକାଶଅଧର ମଧୁକୁ ନାହିଁ ମୋର ଆଶ,ପିଉ ଥରେ ଶ୍ୟାମ ମୁଖ ଚନ୍ଦ୍ରହାସଶୋଭା ମୋ ନେତ୍ର ଚକୋରୀରେ ।୨।ସେ ଶ୍ୟାମ ସଙ୍ଗେ ଅନଙ୍ଗରାଜ କେଳିଲଭିବାକୁ ମୁହିଁ ଛାର କି ସେଭଳିଦେଖିବି ସେ ପଦ କୁଞ୍ଜ କୁଞ୍ଜାବଳୀବିଜୟ ଶୋଭା ମାଧୁରୀ ରେ ।୩।ଶ୍ୟାମ କର ଚିତ୍ର ପତ୍ରାବଳୀ ମନେଭଜିବାକୁ ଲଜ୍ଜା ଲୋଡ଼ିବି କେସନେ ?ତାଙ୍କ ସୁଧା ସ୍ୱାଦୁ ବଚନ ମୋ କର୍ଣ୍ଣେହେଉ ଅବତଂସ ପରି ରେ ।୪।ଜଗଦ୍ଦେବ ଯାଇ ଜଣାଏ ପାଶରେଚାରୁ ଉରୁଭଙ୍ଗୀ ସଙ୍ଗ ବିଳାସରେଅଳପ ମୋଠାରେ ପକାଇ ଦେବାରେକରୁଣା କଟାକ୍ଷ ଝରି ରେ ।୫।(୨୬୧)ପରିରମ୍ଭ—ଆଲିଙ୍ଗନ,ବନ୍ଧୁକ ସଂକାଶ—ବଧୁଲି ଫୁଲ ସଦୃଶ,ଅବତଂସ—କାନର ଅଳଙ୍କାର ।
(୨୬୨)
ରାଗ—କେଦାର—ଆଦିତାଳସାଜ ରାଜହଂସ-ଗତି ରାତିକି ରେ ॥ ଘୋଷା ॥
ଚପଳା ବଲ୍ଲରୀ ମୁଦିରକୁ ପରି ରେମଣ୍ଡିବୁ ଶ୍ୟାମଳ ଛାତିକି ରେ ।୧।କିଶୋରୀ ରାଜୀବ ନେତ୍ରେ ନ ବାଜିବରେଆଡ଼ିବୁଟି ସ୍ମରକର କାତିକି ରେ ।୨।ଆମ୍ଭେ ଯେ ପ୍ରକାଶ କରୁଛୁଁ ତୋ ଯଶ ରେପୁହାଇବୁ ନାହିଁ ତା କୀରତିକି ରେ ।୩।ଆଚାରୁ ଭୂରୁରୁ ଆଳାନତ ଉରୁ ରେରୁନ୍ଧି ବାନ୍ଧିବୁ ତ ନୀଳ ହାତୀକି ରେ ।୪।ନାନା ମଦବାଜି ମାଗିବେ ଯେ ଆଜି ରେରାଜି କରିବୁଟି କେତେ ଜାତିକି ରେ ।୫।ଏ ବାଣୀ ବିଳାସେ ହସି ରାଧା ଭାଷେ ରେମରୁଛୁ ଗଞ୍ଜାଇ ଖାଇ ମାତିକି ରେ ।୬।ଜଗଦ୍ଦେବ ଚିତ୍ତେ ଏ ସମୟେ ଚିନ୍ତେ ରେକିଶୋରୀମଣିକି କଂସାରାତିକି ରେ ।୭।
(୨୬୩)
ରାଗ—ମାଳବସେ ମୋହନ ସ୍ନେହ ରେ,ସହଚରୀ କି ପଦାର୍ଥ କହ ରେ ।ପଦ ।ନୋହେ ଅଭୟ ନ ରଖଇ ଦକ,ଅମଳ ନୋହେ ଅତି ଉନ୍ମାଦକ,ହୋଇ ହୃଦୟ ଅଦୃଶ୍ୟପଦକ,ହଜାଇ ଦିଅଇ ବିବେକଯାକ ।୧।ନୋହେ ଘୂକନେତ୍ର ଗୋଳକଜ୍ଜଳ,ଦୃଶ୍ୟ କରାଏ ଗାଢ଼ତମ ସ୍ଥଳ,ଲଙ୍ଘାଏ ଦୁର୍ଗ ନୋହେ ଜଙ୍ଘାବଳ,ବୁଡ଼ାଇ ଦିଅଇ ନୁହଇ ଜଳ ।୨।ନୁହଇ ପରାଣ ନୁହଇ ଛାଡ଼ି,ଅଟକଇ ପଦ ନୁହଇ ବେଡ଼ି,ଦୃଷ୍ଟି ବାରଣ ଛତ୍ରକୁ ନ ଲୋଡ଼ିନ ମାନେ ନଉମାସନିଶା ଝଡ଼ି ।୩।ନୋହେ ସଂକଳପ ମାନସେ ରହେ,ହେଳା ନୋହେ ଯତ୍ନ ନ ରଖେ ଦେହେ,ଅନ୍ନ ନୋହି ଶୀର୍ଣ୍ଣ କରେ ବିରହେ,ସନ୍ଦେହେ ଶ୍ରୀମୁକୁନ୍ଦଦେବ କହେ ।୪।(୨୬୩)ଟୀକା-:ଘୂକ—ପେଚକ,ଜଙ୍ଘାବକ—ବେଗଗାମୀ ଦୂତ,ନଭମାସ—ଶ୍ରାବଣ ମାସ ।
(୨୬୪)
ରାଗ—ଶାବେରୀ—ଆଡ଼ତାଳିସ୍ନେହେ କହ ରେ ଚନ୍ଦ୍ରବଦନାକା’ର ହାରମଣି ମଣି ତୁ । ଘୋଷା ।ତୋର ଚରଣ ନଖର ଗଣଶରଦୁଦିତ ତାରା କିରଣପରମ୍ପରା ସୁଷମାରୁ କଣ,ବରବାମାବୃନ୍ଦେ ନାହିଁ ଏ ବ୍ରଜ ସହରେ ।୧।ବଳାହକରୁ କବରୀ କଳାକଳାକର ବିମ୍ୱେ ମୁଖ ତୁଳାକଳାମାତ୍ର ନାହିଁ ରେ ଅବଳା,ବାଳାବଳୟର କି ତୁ ଭୂଷା ନିବହ ରେ ।୨।ତନୁବର୍ଣ୍ଣ ବଳିଛି କୁନ୍ଦନୁ,ତନୁ କଟୀଟି କି ଯିବ ମନୁଅନୁମିତ ହୁଏ ମଣିସାନୁ,ସ୍ତନୁ ଊଣା ହୋଇବ ଏ ତହୁଁ ଦୁର୍ବହ ରେ ।୩।ଯଉବନ ମଦ ଚାଲି ଲବକେଉଁ ବନ ମଦଗଜେ ଥିବକଉତୁକର ତୁ ତ ଅର୍ଣ୍ଣବ,ନଉବନ୍ଧ କି ତୁ ସ୍ମର ସିନ୍ଧୁ ପ୍ରବାହ ରେ ।୪।ପଟାଟୋପ ଲୋକେ ନିରୂପମ,ଛଟା କଟାକ୍ଷର କି ବିଷମକଟା ଲୋଟାଟି କି ହେବ ସମ,ସଟାବଟା ନ କର ରୋଷେ ମୋ ଆଗ୍ରହରେ ।୫।ଧନ ହୁଅ ଯାହାର ତାହାରମୁଁ ତୋ ଚାକରୁଁ ନୁହେଁ ବାହାରମୁଖ ପଙ୍କଜୁଁ ମରନ୍ଦାହାର,ଦେବୁଟି କି ମୋତେ ନ ମଜ୍ଜାଅ ସନ୍ଦେହ ରେ ।୬।ବସୁଦୁର୍ଗ ପୁରନ୍ଦର ଭାଷେଶ୍ୟାମସୁନ୍ଦର ବାଣୀ ବିଳାସେଲାଜେ ମଜ୍ଜି ବର ମହିଳା ସେ,ହସି ପଳାଇଲେ ମହା ମଦନ ମୋହରେ ।୭।
(୨୬୫)
ସୁଖ ସଦନା, ମୋ ଏ ଦୋଷୂ ପରାମୁଖ ପୋତି ନଖେ ଚିରୁଚୁ ଧରା ? ।୦।ଗୁରୁଜନ ମେଳେ ଥିଲୁ ତୁ ବସିଦୂରୁ ଡାକି ଦେଲା ତୋ ନାଁ ମୋ ବଂଶୀ ।୧।ନିବାସେ ଡକାଇ ସଖୀ-ସଂକେତେବିବାସ କଲି ଯା ଦିବସେ ତତେ ।୨।ଗଣ୍ଡମଣ୍ଡଳକୁ ଯା ନିଧୂବନେଖଣ୍ଡଇ ବୋଲି ତ ମୋର ରଦନେ ।୩।ପ୍ରାଣପଣେ ପାଳିଥିଲୁ ତୁ ବ୍ରତରାଣ ପକାଇ କଲି ଯେ ସୁରତ ।୪।ଦଣ୍ଡଧର ହରିଚନ୍ଦନ ଭାଷେଦଣ୍ଡଦିଅ ଛାନ୍ଦି ତୋ ବାହୁ ପାଶେ ।୫।(୨୬୫)ବିବାସ—ବସ୍ତ୍ରହୀନ,ନିଧୁବନେ—ରତିକ୍ରୀଡ଼ାରେ,ରଦନେ—ଦନ୍ତଦ୍ୱାରା ।
(୨୬୬)
ରାଗ—ଝୁଲାସୁନୟନା ତୁ ଅନା କୁଞ୍ଜପୁଞ୍ଜ ନିକଟକୁ ରେ (ପଦ)ତହିଁ ଶାମଦେବତାର ଲୀଳା ଚାହିଁପଡ଼ିଯିବୁ ତୁ ସିନା କଳାଧନରୁ ଯେ ତନୁ ତେଜେସୁନା ସୁମନେ ଝଟକୁ ରେ ।୧।ଯେ ବ୍ରଜମଣ୍ଡଳେ ତୁ ପରାଚାରସେ ଦେବତା ପୂଜା ଉପଚାରଦେବାର୍ଚ୍ଚିତ ଥିଲେ ମିତ ଯାଅଯମୁନା ତଟକୁ ରେ ।୨।ଥରେ ଚାହିଁଣ ମୋହନ ଚାଟବରଜି ମଣିମଣ୍ଡିତ ଖଟଭୂମଣ୍ଡଳା ତୁ ମଣ୍ଡନାନବ ପଲ୍ଲବ କୂଟକୁ ରେ ।୩।କବିରବି ବୋଲେ ଅନୁରାଗେ ପଡ଼ିବୁଯେବେ ମୋ ମୋହନ ଆଗେଜାତି ପତି ନୀତି ଗଲାବୋଲି ବୋଲିବେ ହଟରେ ।୪।