ଚଉପଦୀ (ଲୌକିକ ଓ ସାମାଜିକ)
ବଳଦେବ ରଥ · ଭାଗ ୪ / ୩୧
ସମ୍ପୂର୍ଣ୍ଣ ସୂଚୀପତ୍ର
(୪୩)
ରାଗ - ବିଳାହୋରି, ତାଳ - ଏକତାଳିଖଞ୍ଜରୀଟନୟନା ଅଳପ ଚାହାଁ ରେ ।ପଦ ।ଅଞ୍ଜନରୁଚି ମଦଗଞ୍ଜନକେଶା,କଞ୍ଜସୁନ୍ଦର ମୁଖ ରଞ୍ଜନବେଶା,ସଞ୍ଜ କୁମୁଦସମହାସବିଳାସା, ତୁ ସିନା ସାହା ରେ ।୧।ଦନ୍ତ ବସନ ରୁଚି ସନ୍ତତ ଚାଖି,ସନ୍ତତ ତବ ତନୁ କାନ୍ତିରେ ଲାଖି,କାହିଁ ଭରସି ରସି ନାହିଁ ମୋ ଆଖି, ତୋହର ବାହାରେ ।୨।ବାରଣବରଗମନା ରସକାରା,ପରିଚିତ ରଣରଣ ଧରଣୀବିହାରା,ରଚ ବଚନାମୃତ ନିର୍ଗତ ଧାରା ମିଶ ହୃଦ ହାରେ ।୩।ଚଣ୍ଡ ମଦନ କର ଦାରୁଣ ବାଣେ,ଦଣ୍ଡକୁ ସମୁଚିତ ନୁହଇ ମୁଁ ଟାଣେ,ମଣ୍ଡ ଗଳକୁ କହେଁ ଅଗଣିତ ରାଣେ, ମୃଦୁଳବାହା ରେ ।୪।ମଗ୍ନ ମୁଁ ତୋର ରସନିର୍ଝରକୂପେ,ତନୁ ରୁଚି ନିର୍ଧୂତ ହାଟକରୂପେ,ସକରୁଣ ହୁଅ ହରିଚନ୍ଦନ ଭୂପେ, ମୋ ସୁଖ ରାହା ରେ ।୫।
(୪୩) ଟୀକା- ଖଞ୍ଜରୀଟ- କଜଳପାତି, ଦନ୍ତବସନରୁଚି-ଅଧର ମାଧୁରୀ, ରଣରଣ-କନ୍ଦର୍ପ; ହାଟକ-ସୁନା, ସଞ୍ଜକୁମୁଦ- ସନ୍ଧ୍ୟା ସମୟରେ ଫୁଟିଥିବା କଇଁଫୁଲ, କଞ୍ଜସୁନ୍ଦର-ପଦ୍ମପରି ମନୋହର ।
(୪୪)
ରାଗ - ତୋଡ଼ି ଜଙ୍ଗଲା - ଆଦିତାଳଖୁଣ ନ ଥିବା ଗୁଣ— ଗଉରୀକି ମୋ ଋଣ—ଲାଗି ତନୁ ସୁଝିବୁ ଆଉ ରେ ।ପଦ ।କେଣେ ସ୍ତନେ ମୋ ପାଣି ନ ବହୁ ବୀଣାବାଣୀବହେଁ ମୁଁ ତୋ’ ଲାଗି କଠାଉ ରେ ।୧।ଥିଲେ ତୋର ମାନସ ତୋତେ ନ ଘଟେ କିସକାହିଁକି ସୁଝି ନ ପକାଉ ରେ ।୨।ନ ଦେଉ କିପାଁ ଧନ, ମୋତେ ପ୍ରତି ଚୁମ୍ୱନମୋର ଆଗ୍ରହୁଁ ତ ଚୁମ୍ୱାଉ ରେ ।୩।ଟିପେ ମୁଁ ତ ସ୍ତନରେ ଥରେ ତୁ ମୋ ତନୁରେକାହିଁକି ନଖ ନ ଖେଳାଉ ରେ ।୪।ଉରେ ଜମାଇ ତୋର ଉରଜ ମହୀଧରଭିଡ଼େ ତୁ ନଭିଡ଼ି ବଞ୍ଚାଉ ରେ ।୫।ମୁଁ ଯେ ଲିଭାଏଁ ତୋର କସ୍ତୁରୀ ଚିତ୍ରାଙ୍କୁରତୁ କାମାନଳ ନ ଲିଭାଉ ରେ ।୬।ଶ୍ରୀ ଜଗଦେବ ବୋଲେ ବିଶୋଧନ ନୋହିଲେକି କରି ନ ପାରେଟି ସାହୁ ରେ ।୭।
(୪୫)
ରାଗ - ତୋଡ଼ି ଜଙ୍ଗଲା - ଆଡ଼ତାଳିଗାନ-ପଣ୍ଡିତା ତୋତେ ଆନ ନାରୀଙ୍କ ପରିମାନ ମାନଇ ନାହିଁ ଲେଶେ ଗୋ ।ପଦ ।ଦନ୍ତ ବାସ ପଲ୍ଲବ ବିନା ଅରୁଣ ଭାବନ ରହେ ମୁଖ ପରବେଶେ ।୧।ପୋତିବାକୁ ଲପନ କଲେ ହେଲେ ଯତନତଳୁ ସ୍ତନ କଳଶ ଠେସେ ।୨।ବିଶାଳ ବସୁମତୀ ମୋ ଛାତି ବୋଲି ଚିନ୍ତିଭୂଭୂଷା ଭୂଷୁ ନଖଶେଷେ ।୩।କଞ୍ଜର କିଶଳୟ ପରି ଦିଶଇ ଶୟ—ପଲ୍ଲବ ଦେଲେ ଗଣ୍ଡଦେଶେ ।୪।ନ ଥାଏ କେଉଁ ଶୋଭା ତୁ ମହୀମଥା-ଗଭାଚିତ୍ତ ନ ଦେଲେ ହେଲେ ବେଶେ ।୫।ବସିବା ବେଳେ ଋଷି କି ରମ୍ଭା କି ଉର୍ବଶୀଦିଶିବ ତୋ’ ପରି ସେ କେ ସେ ।୬।ଦିଶନ୍ତା ରୁଷାପରି ନ ଥିଲେ କୃପା ପୂରିଶ୍ରୀ ଜଗଦ୍ଦେବ ଅବନୀଶେ ।୭।
(୪୬)
ବୃତ୍ତ - ସିନ୍ଧୁକାମୋଦୀଗୁଣନିଧି ଲାବଣ୍ୟଲହରୀ ରେ,ମୋ ରାଣଟି କହ କହ,ଦିବ୍ୟ ଅବଧାନେ ଯେବେ ହେଲେଧାନେ ଅଛି ମୋରେ ଅନୁଗ୍ରହ ।ପଦ ।ଲୀଳା ସଉଧରେ ଆରମ୍ଭି ଥିଲୁତ ବିଳାସ ମଧୁର ଗାନ,ହରିଣାଙ୍କ ବିମ୍ୱ ଚାହିଁ କିପାଁବିମ୍ୱଅଧରା ହେଲୁ ମଉନ ।୧।ଶଶାଙ୍କନିବାସ ଛାଡ଼ି କରିଶଶ କଲେ ଶ୍ରୀମୁଖ ଆଶ୍ରୟ,ବିମଳ ବଦନ ହେବ ସଲାଞ୍ଛନ,ବୋଲି ଲଭିଲୁ କି ଭୟ ।୨।ପଲକେ ପଲଙ୍କେ ମୁଁ ପ୍ରିୟଙ୍କଅଙ୍କେ ନିଶି ନୋହିଥିଲେ ସ୍ଥିତ,ଏହି ନିଶାଚର ପିଅଇ ରୁଧିରବୋଲି ହେଲୁ କି ଚକିତ ।୩।କରକଶତର ଅକର୍ମ ପଥରଦ୍ରବାଏ ମୋ କଣ୍ଠଧ୍ୱନି,ପୀୟୂଷ-ମୃଦୁଳ ବିଧୁର କି ବଳବିଚାରି ହେଲୁ କି ତୁନୀ ।୪।ଅଷ୍ଟଦୁର୍ଗପତି ବୋଲେ ଗଜଗତିନ କରି କପଟ ଲେଶ,କରି ଚନ୍ଦ୍ରାଲୋକ ତୁ ଦେବାରୁମୂକ ହୁଏ ସନ୍ଦେହ ଅଶେଷ ।୫।
(୪୬) ଟୀକା- ହରିଣାଙ୍କବିମ୍ବ- ଚନ୍ଦ୍ରମଣ୍ଡଳ, ସଲାଞ୍ଛନ- କଳଙ୍କଯୁକ୍ତ, ପୀୟୂଷମୃଦୁଳ- ଅମୃତ ଥିବା ହେତୁରୁ ଅତି କୋମଳ, ଚନ୍ଦ୍ରାଲୋକ କରି- ଚନ୍ଦ୍ରଦର୍ଶନ କରି ।
(୪୭)
ରାଗ – କଲ୍ୟାଣ - ଏକତାଳିଘନଜଘନା, ମନ ଅଛି ନ କର ମନାରେ ।ପଦ ।ତୋର ଅଭିଳାଷ ଚାଲି ରେ, ସୁରସବଲ୍ଲୀକହୁଛି ନାଚୁଣୀ ଚାରୁଚିଲି ରେ ।୧।ତୁଚ୍ଛା କି ହୁଏ ଉଦିତ, ମୋ ପ୍ରାଣମିତ !ସରସ ସୁନ୍ଦର ଶିତ ସ୍ମିତରେ ।୨।କମ୍ପୁଛି ଉରୁ କଦଳୀ, ମୋ ଗଳାମାଳିକପାଳି ସ୍ଥଳେ ପୁଲକ ପାଳି ରେ ।୩।ସଦୟ-ଅପାଙ୍ଗ ଭଙ୍ଗି, ଶିରୀଷ ଅଙ୍ଗୀ !ସନ୍ଦେହ ଦେଉଛି ଭାଙ୍ଗି ରେ ।୪।ଆଚରିଲେ ତୁ ବିଳମ୍ବ, ଫୁଲକଳମ୍ୱଫିଙ୍ଗିବଟି ତା କଳମ୍ୱ ଶମ୍ୱରେ ।୫।ବେଗେ ଅଙ୍ଗୀକାର କର, ରସିକାବର !କହେ ଅଷ୍ଟଦୁର୍ଗମହେଶ୍ୱର ।୬।
(୪୮)
ଘନଜଘନା—ମୋତେ ମନା କରି ଦେ ନା !ଘନ ଘନ ନୀଳ କେଶା, ବିଲୋଳ ଲୋଚନା,ଘେନ ଧନାଧିକ ମୁଁ ତୋ ଘେନାଘେନି ସିନା ।୧।ବନାଅନା ସୁନା ଗୋରୀ ବିପଞ୍ଚୀ ବଚନାଅନାଦର ଅନାଉଣୀ ମୋ ପରାଣ ଘେନା ।୨।ଚିନାଏ ନାହିଁ ମୋ ଦୋଷ ବିଶେଷ ନବୀନାଅନାରତେରେ ନାଗରୀ ଜପୁଥାଇ ତୋ ନା ।୩।ଦନାର୍ଦ୍ଦନାୟୁଧ ନାମ ବିହଙ୍ଗମସ୍ତନାପ୍ରେମାଧୀନା ସୁନା ଗୋରୀ କଜ୍ୱଳ ତୁ ଧୋନା ।୪।ନାନାଯତ୍ନେ କରି ତୋତେ ମୁଁ ଜୀବନ ଖାନାଛୋଟରାୟ ଭଣେ ଯୁବାଗଣେ ତୋର ବାନା ।୫।
(୪୮) ବିଲୋଳ- ଅତି ଚଞ୍ଚଳ, ଧନାଧିକ- ସଂପତ୍ତିରୁ ଅଧିକ, ଘେନାଘେନି- ସମାଦର, ଚିନାଏ- ଟିକିଏ, ଅନାରତରେ- ସୁଖରେ, ବିହଙ୍ଗମସ୍ତନା- ଚକ୍ରବାକସ୍ତନା, ଧୋନା- ଧନ୍ୟା ।
(୪୯)
ରାଗ—ସାବେରୀ—ଆଡ଼ତାଳିଘନ ନିଶାରେ, ରମଣୀମଣି ଦେଲାବାସବ ଭୂତି ମୋରେ ।ପଦ ।ଜାତୀ ଉପବନ ଜଗତୀକି,ପ୍ରୀତି ସଙ୍କେତ ଗଜଗତିକିମତି-ମୋହନା ତେଜି ଭୀତିକିବିଜେ କଲା ଝର ଝର ନୀର ବରଷା ରେ ।୧।ଜିଣିବାକୁ ରାମା ପଞ୍ଚବାଣ,ମଣିଭୂଷଣେ ହୋଇ ଭୂଷଣକିଣି ଘେନିଗଲା ମୋର ପ୍ରାଣ,ଛାତି ସୁପାତିରେ ମାତି ସେ ନେବ ନିଶାରେ ।୨।ତରତର ଝଲକା ଝଲକ,ବାରବାର ଲୁଟିଲା ପଲକମୋର ହରିଲା ଧୀର ବିବେକ,ନଚାଇଲା ଯୋଡ଼ି ମୋତିବସଣୀ ନାସାରେ ।୩।ଧରି ବରାରୁହା କୁଚ କୁମ୍ଭ,ବାରିରୁହ ମୁଖେ ଦେଇ ଚୁମ୍ୱକରି ବାଳା ମୋତେ ପରିରମ୍ଭମନ ମୋହିନେଲା କହିକହି ବିନୟ ଭାଷାରେ ।୪।କେଳିରସେ ନିମଜ୍ଜିତ ରଙ୍ଗେ,ଢାଳି ନୟନ ଚାହେଁ କି ଭଙ୍ଗେଢଳି ଝୁଲିଯାଏ ମୋର ଅଙ୍ଗେପୂର୍ଣ୍ଣକଲା ଛୋଟରାୟ ଦେଉ ଲିପିସା ରେ ।୫।
(୫୦)
ଘେନ ମୋ’ର ଭାରତୀ ମନ୍ଥର-ଗତି ରେ ! ।୦।ନାସିକା ମଣି ନଚାଇ, କଟି ରସନା ବଜାଇ,ରସ ଶମ୍ୱରାରି ରଣେ ହୋଇ ତୋଷ ମତିରେ ! ।୨।ଗେଲେ ‘ଉହୁଁ’ ଗିର ଭାଷି ଭାଲେ କଞ୍ଜ ଡୋଳା ଖୋସିଗାଢ଼େ ଭିଡ଼ି ସୁକରଜେ ପକାଅ କରତି ରେ ! ୨।ତୋ’ର ବିରସ ବଦନ ଦେଖି ଆରେ ଜୀବଧନ !‘ଅଦେହ’ ଶରେ ମୋ’ ଦେହ କଲାଣି ଭରତିରେ ! ।୩।ପରିଣତ ବିମ୍ୱାଧରି ! କଲେ ପରିପନ୍ଥୀ ପରି‘ତୋ’ ବିନା ଏ ଧରିତ୍ରୀରେ କହ କେ ମୋ’ ଗତିରେ ।୪।ଛୋଟରାୟ ଦେବ କହେ --- ‘ମୁହିଁ’ ଅପରାଧୀ ନୁହେଁ ।କର କରୁଣା ଚିତ୍ତ ରେ ମାନି ମୋ ମିନତି ରେ ।୫।
(୫୦) ଭାରତୀ- ବଚନ, ମନ୍ଥରଗତି- ମନ୍ଦଗାମିନୀ, କଟିରସନା- ଅଣ୍ଟାସୂତାରେ ଘଣ୍ଟି, ଶମ୍ଭରାରି- ଶମ୍ଭରାସୁର ଶତ୍ରୁ କନ୍ଦର୍ପ, ପରିଣତ- ପକ୍ୱ, ପରିପନ୍ଥୀ- ଶତ୍ରୁ ।
(୫୧)
ରାଗ - ଆଶାବରୀଚନ୍ଦ୍ରନିଶାରେ, ଦେଲା ସୁନ୍ଦରୀମଣିମହେନ୍ଦ୍ରଭୂତି ମୋରେ ।ପଦ ।ଫୁଲବନେ କେଳିସରକୂଳେ, ନବ ସଙ୍କେତକଙ୍କେଳିମୂଳେ, ଶେଯ ସାଜି ନାନା ପୁଷ୍ପଦଳେ,ବସିଥିଲି ସେ ରମ୍ଭୋରୁ ସମ୍ଭୋଗ ଆଶାରେ ।୧।ଏ ସମୟେ ମୋ ଜୀବନଧନ, ଘେନି ଘନସର୍ବାଙ୍ଗଚନ୍ଦନ, ତେଜି ବାଜିବା ମଣ୍ଡନମାନ,ବିଜେ କଲା ମଲ୍ଲୀଗଭା ଭୂଷିତ ଖୋସାରେ ।୨।ଶଙ୍ଖକଣ୍ଠୀକି ମୁଁ ଦେଖି କରି, ରଙ୍କରତନ ଲଭିଲା ପରି, ଅଙ୍କପର୍ଯ୍ୟଙ୍କେବସନ୍ତେ ଧରି, ଗଲା ଅଙ୍ଗଅନଙ୍ଗ ମର୍ଦ୍ଦିବା ଦୁର୍ଦ୍ଦଶାରେ ।୩।ଉରେ ଜମାଇ ଉରୋଜ କୁମ୍ଭ,କରୁ କରୁ ଗାଢ଼େ ପରିରମ୍ଭ,କଲି ସହସ୍ର ଚୁମ୍ୱ ଆରମ୍ଭ,ମନ ବଳିଲା ନାହିଁ ପୀୟୂଷ ପ୍ରଶଂସାରେ ।୪।ଫେଡ଼ୁ ଫେଡ଼ୁ ବାଳାବର ନୀବି,ଯେତେ ଭାବ ତା କି ବରନିବି,ନିବସନ କାଳେ ଯେଉଁ ଛବି,ଆଖିଦେଖିଲା କେଉଁ ଭାଗ୍ୟରୁ ଏ ରସାରେ ।୫।ଝୁମି ଝୁମି କାମମଦଭୋଳେ,ଝୁଲୁ ଝଲୁ ନାସାଭୂଷା ଲୋଳେ,ଝଲ ଝଲ ଝଟକିଲା ବେଳେ,ଝିଙ୍କି ନେଲା ସ୍ୱର୍ଗସୁଖ ମାର୍ଗକୁ ସୁସାରେ ।୬।କହେ ଅଷ୍ଟଦୁର୍ଗ ହରିହୟ,ପରସ୍ପର ପ୍ରେମ ରସମୟ,ଜାତ ହେଲା ଯାହା ସେ ସମୟ,ଝର ଝର ଅପୂରବ ରସ ବରଷାରେ ।୭।
(୫୧) ଟୀକା- ମହେନ୍ଦ୍ରଭୂତି-ଇନ୍ଦ୍ରସମ୍ପତ୍ତି, କଙ୍କେଳି-ଅଶୋକବୃକ୍ଷ, ମଣ୍ଡନ-ଅଳଙ୍କାର,ପୀୟୂଷ-ଅମୃତ, ନୀବି-କଟିର ବସ୍ତ୍ରବନ୍ଧ, ହରିହୟ-ଇନ୍ଦ୍ର ।
(୫୨)
ରାଗ – ଶାବେରୀ - ଝୁଲାଚନ୍ଦ୍ରବଦନା ରେ ଲେଉଟି ପଛକୁ ଅନାଁ ।ପଦ ।ଅଣ୍ଟା ତାର ସରୁ, କୁଚ ମହା ମେରୁ,ତାହା ସହିଛି ଅବଳା ।ସେ ସରୁ କଟିରେ ନୀରକୁମ୍ଭ ଧରିଆସୁଥାଏ କରି ହେଳା ।୧।ସେ ଯେଉଁ ଚାହାଣୀ ହୃଦ ହୁଏହାଣି ତେଣେ କିପାଁ ଆଖିଠାରପାଷାଣ ହୋଇଲେ ତରଳିପଡ଼ିବ ପୁରୁଷ କେତେ ମାତର ।୨।ମତ୍ତଗଜ ଗତି ହୋଇଣସୁମତି କରୁଥାଏ ସେ ସୁମନା,ବସନ୍ତ ଋତୁରେ ଝାଳଟିପିଟିପି ଖରାବେଳେ ପାଣିଅଣା ।୩।ଦେଖି ତୋର ଭଙ୍ଗୀ ଯୋଗୀଯୋଗ ଭାଙ୍ଗିଯିବ ପଙ୍କଜ-ଆନନା,ବୋଲେ କବିରବି ତୋହର ଯେଛବି ଚାହିଁଲେ ବଢ଼େ ବେଦନା ।୪।
(୫୩)
ରାଗ – ପୂରବୀ - ଆଠତାଳିଚନ୍ଦ୍ରମୁଖି ରେ, ଏକ ଭାଗ୍ୟବନ୍ତ ପଣେତାକୁ ଲେଖି ରେ ।ପଦ ।କୁସୁମବନେ ବିହରୁଥିବ,ବିଦ୍ୟାରସେ କାଳ ହରୁଥିବ,ଜ୍ଞାନୀ ପଣ୍ଡତାର ପାନ ପିକଦାନୀଧରି ନଉକରୀ କରୁଥିବ ।୦।ଆଖଣ୍ଡ ମଣ୍ଡଳେ ଆଳା ଥିବ,ଉରେ ଦିବ୍ୟ ମୋତିମାଳା ଥିବଅଙ୍କରେ ଶଙ୍କର-ଧଇର୍ଯ୍ୟ-ଧ୍ୱଂସିନୀପଙ୍କଜ-ନୟନା ବାଳା ଥିବ ।୨।ଦନ୍ତବାସ ସୁଧା ପିଉଥିବ,ଇଙ୍ଗିତ ଭଙ୍ଗିକି ଜାଣୁଥିବ,ରାତିଯାକ ହାତୀକୁମ୍ଭ ଉରଜାକୁଛାତିରେ ଲଗାଇ ଭିଡ଼ୁଥିବ ।୩।ସଙ୍ଗୀତ ବିଦ୍ୟାକୁଶଳା ଥିବ,ପ୍ରଭୁ ଅଧିକାର ଚଳୁଥିବ,ପଶାଖେଳି ରସାଳସା ତୁଲେ ଗେଲେବିପରୀତ ହୁଡ଼େ ଜିଣୁଥିବ ।୪।ଅନର୍ଗଳ ଅଧିକାର ଥିବ,ଉଚ୍ଚ ଅଟ୍ଟାଳିକା ଘର ଥିବ,ନୂତନ-ଛଇଳା ଅବତାର ମାର-ବାଣ ମାରଣ ମନ୍ତର ଥିବ ।୫।ଅକଳଙ୍କ କ୍ଷତ୍ରି ଜାତି ଥିବ,କପିଳାଶ ତୁଲ୍ୟ ହାତୀ ଥିବ,ମହେନ୍ଦ୍ର ଦମ୍ପତି ତୁଚ୍ଛ ମଣି ରତି-ଉତ୍ସବରେ ନିତି ମାତୁଥିବ ।୬।ଅଙ୍ଗେ କର୍ପୁର ଚନ୍ଦନ ଥିବ,ସବୁ ଦିନେ ଯଉବନ ଥିବ,ଅନଙ୍ଗ-ଭଙ୍ଗରେ ବାଳା ସଙ୍ଗେପଡ଼ି, ଗଡ଼ି ଲଢ଼ିଯିବା ମନ ଥିବ ।୭।ରାମଚନ୍ଦ୍ର ଛୋଟରାୟ ଭାବ,ଏକା ପ୍ରିୟା ଭୟ ନାହିଁ ଲବ,ଥିବାରୁ ସରସେ ମୋର,ଉରଦେଶେ ଶାସନ ସମ୍ପଦ ତା ଗୌରବ ।୮।
(୫୪)
ରାଗ - କେଦାରବୃନ୍ଦ ବୃନ୍ଦ କନ୍ଦର୍ପ ଶରମୟ ସର୍ପନ ଦିଏ ମୋ ଦର୍ପ ରଖି ରେ ।ପଦ ।ରସାଇ ସାରସଦୃଶା ଲସା ମୋ ଦୁର୍ଦ୍ଦଶାରେ,ଦଶାରେ ତୋ ଲାଭ ମୋ ଭରସା ରସାଳସା ରେ ।ନିଶାରମଣକର, ବିଶାଳମଦହର,ହସା ବିଭବଭର, ମିଶା ମଧୁରତର,ପ୍ରସାଦ ପରିହର, ରୁଷାରୁତ ନ କର,ତୃଷା ମୋହର ହର, କୃଶାନୁବର ରେ ।୧।ବଳାହକ ବିଜୟି କୁନ୍ତଳା ଲୀଳାବତୀ ରେ ।ଝଳାଅ କୁଞ୍ଜର କୁମ୍ଭସ୍ଥଳାକୃତି ଛାତି ରେ ।ଗଳା ନବରତନ, କଳାପ ଅନୁଦିନ,ଚଳାଚଳ ନୟନ,ଢଳା ରସକୁ ମନ,ବଳାଅ ରେ ମଦନ, କଳାନିଧି ବହନ,ବଳାପହକଦନ, ପଳାଉ ଧନ ରେ ।୨।ଚରାଚର ବିଭୂଷଣା ଧରାଧରସ୍ତନା ରେ,ପରାଣ ଅଛି ତୁ ଦେବା କରାରରୁ ସିନା ରେ,ଧରା ତଳେ ମୋ ଗତି, ପରା ତୁ ଗଜଗତି,ହରାରିଶରେ ନିତି, ମରାଇ ଅକୀରତି,ପରାଗରେ ଜଗତି, କରାଉଛୁ ଭରତି,ଅରାଳ ଭୂରୁତତି, ଝରା ସୁଦତି ରେ ।୩।କହେ ଅଷ୍ଟଦୁର୍ଗ ନାଥ ସ୍ନେହେ ତୁ ଅଧୀନା ରେ,ଅହେତୁକ ରୋଷ ଛାଡ଼ ମହେଶମୋହନା ରେ,ବହେ ଅନବରତ, ଦହେ ମୃଦୁ ମରୁତ,ସହେମ ମରକତ, ଗୃହେ ହୋଇ ମିଳିତ,ତୁ ହେବୁ ରସ ରତ, ଦୁହେଁ ହେବା ସଙ୍ଗତ,ମୁଁ ହେବି ମହୀଗତ, ମହେନ୍ଦ୍ରବତ ରେ ।୪।
(୫୪) ଟୀକା- ହେ ସାର ସଦୃଶା, ତୋ ଲାଭ ଦଶାରେ ମୋ ଦୁର୍ଦ୍ଦଶାକୁ ଲସା; ଅର୍ଥାତ୍ ଦୂର କର । ବଳାହକବିଜୟିକୁନ୍ତଳା- ମେଘ ଅପେକ୍ଷା ନୀଳତର କୁନ୍ତଳ ଯାହାର, କଳାନିଧିବହନବଳାପହକଦନ- ଶିବ ଶତ୍ରୁ ଅର୍ଥାତ୍ ମଦନର କଷ୍ଟ, କରାର- କଷ୍ଟ, ଅରାଳଭ୍ରୂତତି- ବାଙ୍କ ଚାହାଣି ।
(୫୫)
ଚାହାଁ ରେ, ନିଧୂବନ କେଳିକୁଶଳାକୁ । ଘୋଷା ।କୋମଳପାଦ ସରୋରୁହ ଯାବକ ଚିତ୍ରଶଳାକାଧରାକୁ,ତା ମଧୁରାଧର ଲାଲ-ଜବା-ମକରନ୍ଦଝୁରା ଭ୍ରମରାକୁ ।୧।ନିର୍ଜିତଶୋଣସରୋଜକରେ କରୁ ଯା ସଜଡ଼ା ବିଡ଼ିଆକୁ,ହୀରକ-କୈରବ-କାଶ-ସୁଧାକର-ହାସ ବିଳାସିନି ତାକୁ ।୨।ଚାରୁ ସୁନୀଳ ଚଳାଚଳ ଲୋଚନ କୋଣ ନିଦେଶକରାକୁ,ଚାମର ବାତଭରେ ରତି-କୌତୁକ-ସମ୍ଭବ-ଖେଦହରାକୁ ।୩।ଶୈଳସହୋଦର ପୀନପୟୋଧର ଚନ୍ଦନ ଭୋଗଦିଆକୁ,ମଞ୍ଜୁଳିମାଚଳ କକ୍ଷତଳେ ନଖକେଳିକଳା ହଟିଆକୁ ।୪।ବାନ୍ଧବି ! ଯଦ୍ୟପି ମାନସରେ ଅଛି ଲେଶ କୃପା କରିବାକୁ,ରାଜ କଦମ୍ୱ କିରୀଟ ଜଳନ୍ତରନାଥ ମହୀମଘବାକୁ ।୫।
(୫୫) ଟୀକା- ନିର୍ଜିତ ଶୋଣ ସରୋଜକର- ରକ୍ତପଦ୍ମଠାରୁ ଅଧିକ ମନୋହର ହସ୍ତ, କୈରବ- କଇଁ, କୁମୁଦ; ମଞ୍ଜୁଳିମାଚଳ- ସୌନ୍ଦର୍ଯ୍ୟପୂର୍ଣ୍ଣ ପର୍ବତସ୍ୱରୂପ, କଦମ୍ବ- ସମୂହ, କିରୀଟ- ମୁକୁଟ ।
(୫୬)
ରାଗ—ତୋଡ଼ି—ଆଡ଼ତାଳିଚାହିଁ ଯା ନୟନାନ୍ତେ ଅଳପ ରେ ।ପଦ ।ଟାଳିଦେବି ମୁଁ ଦୁଃଖ-ପାଳି, ଫେରାଇ ମୁଖଗାଳିରେ ହେଲେ ପଦେ ଜଳପ ରେ ।୧।ଖଣ୍ଡ-ମଧୁର ବାଣୀ-ମଣ୍ଡ ସ୍ତନେ ମୋ ପାଣିଦଣ୍ଡ ହେଲାଟି କୋଟି କଳପ ରେ ।୨।ରେ ବିମ୍ୱାଧରାବର-ସେବି ନିଶାବାସରହେବି ମୁଁ ତୋ କିଙ୍କର କଳପ ରେ ।୩।ଗଜଗତିକି ସ୍ନେହେ-ଶ୍ରୀ ଜଗଦେବ କହେପଣ୍ଡିତା ମଣ୍ଡ କେଳି ତଳପରେ ।୪।
(୫୭)
ରାଗ—ମୋହନା—ନିଃସାରୀତାଳଛାଡ଼ିଲାଣି ଶିଶୁଭାବ ମୋ ଧନଛୁଇଁଲାଣି ଯଉବନ ଗୁମାନ ।ପଦ ।ସରି-ବୟସୀ ସଖୀ ପରିହାସେଅଧର ମଣ୍ଡିଲାଣି ଦରହାସେ ।୧।ଧ୍ୱଂସଲାଣି ଧୃତି, କଟାକ୍ଷେ ଚାହିଁପଢ଼ାଇବାକୁ ବାକି କିଛି ନାହିଁ ।୨।ପୁରୁଷ ବାସନା ବାଜିଲାକ୍ଷଣିଚଞ୍ଚଳ ହୋଇଲାଣି ସୁଲକ୍ଷଣୀ ।୩।କବିରବି ଏହି ଗୀତରେ କହେନାଗରମାନଙ୍କ ଚିତ୍ତକୁ ମୋହେ ।୪।
(୫୮)
ରାଗ—ସୁରଠ—ଏକତାଳିଛି ଛି ପର ପୀରତି କିଛି ନରଖଇ ମତି ମା ।ପଦ ।ଦାଉ ଘେନିଣ ତା ଗୁରୁଜନଙ୍କରଯାଉ ପଛେ ଜାତିରୀତି ମାସ୍ନେହରେ ଶ୍ରୀମୁଖ ଦେଖିଦେଲା ଯାଏଦେହରେ କି ଥାଏ ଗତି ମା ।୧।ଭାଜି ହୋଇ ଯାଏ ତା ବିନୁତନୁଟି ବାଜି ବିରହାଗ୍ନି ତାତି ମାରାଜି ନ ଥାଏ କି ତା ସଙ୍ଗ ସୁଖରେଲାଜ ମିତ, ହୁଏ କ୍ଷତି ମା ।୨।କହଇ ଅବଶ୍ୟ ଆସିବି ବୋଲିମୁଁ ରହଇ ଇତରେ ମାତି ମାଦାସୀ ପରି ଅନୁସରି ବସୁଆସି ପାହିଯାଏ ସିନା ରାତି ମା ।୩।ମନୁ ତେଜି ଦିନୁ ବଳିବାରଆନ ନାହିଁଟି ସୁମତି ମାଆଖରକୁ ଫଳ ମଦନ ଶରକୁଲାଖ କରିବାର ଛାତି ମା ।୪।ବସଇ ବସୁଧା ତଳ ତେଜିଗଜଦନ୍ତ ପଲଙ୍କ ସୁପାତି ମାଦଶା ହୋଇଯାଏ ଅତି ବିପରୀତମଶା ହୋଇଯାଏ ହାତୀ ମା ।୫।ଏ କାହାକୁ ଜଣା ଟେକାଏମାରଣା ମଣ୍ଡଳେ ହୋଇବ ଖ୍ୟାତି ମାସହି ତୁ ଅଇଲୁ ପଦେ ନ କହିଲୁବୋଲେ ବସୁଦୁର୍ଗପତି ମା ।୬।