ଚଉପଦୀ (ଲୌକିକ ଓ ସାମାଜିକ)
ବଳଦେବ ରଥ · ଭାଗ ୨୪ / ୩୧
ସମ୍ପୂର୍ଣ୍ଣ ସୂଚୀପତ୍ର
(୧୬୫)
ରାଗ—ମୁଖାବରୀ, ତାଳ—ଆଠତାଳବିମ୍ୱାଧରା ରେ, ବିଶ୍ୱମ୍ଭରା ଦେବୀ ଚମ୍ପାଝରା ରେ ।ବନ୍ଧୁ ତୁ ମୋ ଛାତି ବିଭୂଷଣ ମୋତିସୋରିକି ଦୁଃଖପାସୋରା ରେ ।ପଦ ।ବଳାରାତି ବଇଜୟନ୍ତ ପ୍ରାସାଦବିଳାସିନୀ ତାରା ରେ,ବେଶସୁରସିକା ତୁ ଶରଦରାକା-ରଜନୀ ଚନ୍ଦ୍ରମା ପରା ରେ ।୧।ବିଲୋକି ଯା ମୋତେ ଉଠି ଲାଜସ୍ମିତେହେଉ ରମ୍ୟରଦାମ୍ୱରା ରେ,ବିଶେଷରେ ପୂତ କରୁ କି ରେ ମିତମୋ ମାର୍ଗକୁ ସୁଧାଛରା ରେ ।୨।ବିଧିରେ ଗିରିଜାରମଣଙ୍କ ପୂଜା କରିଚମ୍ପାପରମ୍ପରାରେ, ବୋଲାଏମୁଁ ବରବରନାପ୍ରବର ତୋକରପଇଠ ଧରା ରେ ।୩।ବୀଣା-ବାଦନ-ପ୍ରବୀଣା ପଣରେତୋ ଗଣନା ପ୍ରଥମ ଗିରା ରେ,ବିଶ୍ୱବିମୋହନ ଗୁଣେ ତୁ ମୋ ଧନଧୀରାଙ୍କ ଲଲାମ ହୀରା ରେ ।୪।ବୋଲେ ଜଗଦ୍ଦେବ ସଙ୍କୋଚନ୍ତେ ବାଳାକିଶୋରଙ୍କର ପଚରାରେ,ବିଜେ ହେଉ ବଲ୍ଲୀମନ୍ଦିରକୁ ବୋଲିଆଳୀ କହେ ଆଖିଠରା ରେ ।୫।
(୧୬୫)ବିଶ୍ୱମ୍ଭରା—ପୃଥ଼ିବୀ, ଚମ୍ପାଝରା—ଚମ୍ପାଫୁଲର ଗଚ୍ଛ, ମୋତିସୋରି—ମୋତହାର, ବଳାରାତି—ଇନ୍ଦ୍ର,ବର—ଶ୍ରେଷ୍ଠ, ବଇଜୟନ୍ତ—ବୈଜୟନ୍ତି ବା ଇନ୍ଦ୍ରପୁରୀ,ରାକା—ପୂର୍ଣ୍ଣିମା, ରମ୍ୟରଦାମ୍ୱରା—ସୁନ୍ଦର ଅଧର ବିଶିଷ୍ଟା, ସୁଧାଛରା—ଅମୃତ ସେଚନ, ଚମ୍ପାପରମ୍ପରାରେ—ଚମ୍ପାଫୁଲି ସମୂହ ଦ୍ୱାରା, କରପଇଠ—ହାତ ଭାର ।
(୧୬୬)
ରାଗ—ତୋଡ଼ି ପୁନ୍ନାଗ—ଝୁଲାବିଳାସିନୀ ଶିରଗଭା,ବେଶ ବିନା ହେଲେ ବସୁଧାମଣ୍ଡଳେବିଞ୍ଚି ଦେଉଥାଉ ଶୋଭା । ଘୋଷା ।ବୋଲନ୍ତି ଯେ ଇନ୍ଦୁ ଇନ୍ଦୁ,ବଦନ ସୁଷମା ସମ ସେ କି ହେବସ୍ମିତେ ତା ବୃନ୍ଦକୁ ନିନ୍ଦୁ ।୧।ଦେଶାଦ କି ନୀଳୋତ୍ପଳବିଶ୍ୱକେତୁ ବାଣାବଳିରୁ ବଳେତୋ ବଜ୍ରେ ନୟନାନ୍ତ ଖେଳ ।୨।ବାସବ-ମଣି କିରଣ,ବାସହୀନ କେଶତୁଲ୍ୟକୁ କି ଛାରପାମର ଚାମରଗଣ ।୩।ବକ୍ଷୋଜ କୁମ୍ଭ ଯୁଗଳି,ବଡ଼ ବଡ଼ ଗିରି ବଡ଼ାଇକି ଜୁରିପକାଉଅଛି ପ୍ରବଳି ।୪।ବନ୍ଧୁକ-ବନ୍ଧୁ ଅଧରାବର୍ଣ୍ଣନ୍ତି ଉଦର ଟିକିଏ ହେଲେସେ ତୋହଠାରେ ନାହିଁ ପରା ।୫।ବିସ୍ତରତର ନିତମ୍ୱବନିବ ଅବନୀ ଚାମୀକର ଯେବେହେବ ବାଣ ଅନୁବିମ୍ବ ।୬।ବଡ଼ ମୃଦୁ ପାଣି, ପାଦ,ବିଭାତର ସଜ ଲାଲ କି ଲାଲଜବ୍ରଜତୁଲେ କରେ ବାଦ ।୭।ବଲ୍ଲୀଗୃହ ସାମନ୍ତାଣୀବାଣୀବକ୍ରଠାଣି ନ ପାରନ୍ତି ଜାଣିତୋର ବାଣୀ ଠାକୁରାଣୀ ।୮।ବସିଥିଲେ ମାତ୍ର କୋଳେବ୍ରହ୍ମବଳପର ଦୁଇପଦ ମୋରପଡ଼ିଥାଏ ପଦତଳେ ।୯।ବ୍ରଜେନ୍ଦ୍ର ନନ୍ଦନ ଗେଲେବ୍ରୀଡ଼ାରସେ ପଡ଼ି ରାଧା ଗଲେବୁଡି ନୃପ ଜଗଦ୍ଦେବ ବୋଲେ ।୧୦।
(୧୬୭)
ରାଗ—ସାବେରୀବୁଡ଼ି ପ୍ରୀତିରେ, ହୁଡ଼ି ପଡ଼ିଗଲି ପରମାଦେ ଅତି ।ପଦ ।ମନ ଛନ ଛନ ନିରନ୍ତରେ, ନ ରହିଲା ଆନ ବିଷୟରେ,ପୂର୍ଣ୍ଣ ବେନି ନେତ୍ର ନୀରଭରେ,କ୍ଷୀଣ ହୋଇଗଲା ଅତି ତନୁ ନିତି ନିତି ।୧।ନ ପାଇଲି ମୁଁ ସୁଖକୁ ଲେଶେ,ଅନୁଭବ ଦୁଃଖ ତ ବିଶେଷେ,ନିମିଷକ ତ ହେଲା ବରଷେ ଶୁଣିରହିଲିଣି ଲାଜେ ପୁଣି ଅପଖ୍ୟାତି ।୨।ଦଗ୍ଧ ହେଲା କାମାନଳେ ଦେହ,ସହି ନୁହେ କି କରିବି କହ,ଦଣ୍ଡ ଦଣ୍ଡକେ ହେଉଛି ମୋହ, ରହୁ ନାହିଁକେତେ ରୂପେ ବୋଧ କଲେ ଧୃତି ।୩।ହେଲି ଜୀବନରେ ମୁଁ ନିରାଶ,ଦେଲି ଭଗାରିଙ୍କ ମୁଖେ ହାସ,ନେଲି ଅକାରଣେ ଏ ବୟସ, ହାସବିଳାସ ବେଶରେ ରହୁ ନାହିଁ ମତି ।୪।ବସୁଦୁର୍ଗ ଭୂପ ରସେ ଭଣି,ଏହା ବିଚାରେ ଗୋପ ରମଣୀ,ଆହା ବିହି କି ବିହିଲା ଆଣି,ଜାଣି ନ ପାରିଲି ବେନୁପାଣି କୂଟ ରୀତି ।୫।
(୧୬୮)
ରାଗ—ଧନାଶ୍ରୀଭଜ ଭଜ ମନ, ‘ବ୍ରଜ’-ମହିଳା ମୋହନକୁ,ଶକୁନ୍ତ-ସନ୍ତତି ମହୀ-ମହେନ୍ଦ୍ର ବାହନକୁ ।୦।ବ୍ରଜପୁର ପୁରନ୍ଦର ମନ୍ଦିର ମଣ୍ଡନକୁ,ଦଣ୍ଡଯୋଗ୍ୟ ସୁରଶତ୍ରୁ ମଣ୍ଡଳ ଖଣ୍ଡନକୁ ।୧।ଯଦୁ ବଂଶ ଅବତଂସ ଅମୂଲ୍ୟ ରତନକୁ,ଭୂମି-ଆଦି ଚତୁର୍ଦ୍ଦଶ ଲୋକ ନିକେତନକୁ ।୨।‘ହର’ କରି ନ ପାରନ୍ତି ଯା’ର ଦରଶନକୁ,ମହାପାପ ଧନଞ୍ଜୟ ପୁଞ୍ଜ ନବଘନକୁ ।୩।ତାପଭୟ-ତୃଣଚୟ ପ୍ରଳୟ ଦହନକୁ,ମୁନି-ଜନ ମନ ମୃଗ ତମାଳ ଗହନକୁ ।୪।ସେହି ପ୍ରଭୁ କୃପାରୁଟି ଧରି ସ୍ୱର୍ଗେ ସ୍ଥାନକୁରାମଚନ୍ଦ୍ର ଦେବ ବୋଲେ ‘‘ନ ଭଜ ରେ ! ଆନକୁ’’ ।୫।
(୧୬୮) ଶକୁନ୍ତ-ସନ୍ତତି ମହୀ-ମହେନ୍ଦ୍ର—ପକ୍ଷି ସନ୍ତାନ ଗରୁଡ଼ାସନ, ପୁରନ୍ଦର ମନ୍ଦିର—ଇନ୍ଦ୍ର ଭୁବନ,ସୁରଶତୃ—ଅସୁର,ମଣ୍ଡଳ—ସମୂହ,ଚତୁର୍ଦ୍ଦଶ ଲୋକ—ଚଉଦ ଭୁବନ,ମହାପାପ-ଧନଞ୍ଜୟ—ମହାପାପ ରୂପକ ଅଗ୍ନି,ଗହନ—ବଣ ।
(୧୬୯)
ମଜ୍ଜ ମନ! ‘ମଧୁ’ହାରୀରେମଞ୍ଜୁଳ କୁଞ୍ଜ-ବିହାରୀରେ,ମଦନ-ମଦସାଳସା ଗୋପ-ଯୋଷା-ମୋହନ, ମୁରଲୀଧାରୀରେ ।୦।ମୁନି-ମାନସ ସଞ୍ଚାରୀରେ, ମକର କୁଣ୍ଡଳ-ହାରୀରେ,ମୟୂର ଚନ୍ଦ୍ରକ ଚାରୁ ଚୂଳେ,ଲୋକ ନିବହ-ଶୋକ ନିବାରୀରେ ।୧।ମଲ୍ଲ, ଦିତି-ସୁତମାରୀରେ, ମହୀଭାର ଦୂରକାରୀରେ,ମହେନ୍ଦ୍ର ରତନ ଶ୍ୟାମଳ ଶ୍ରୀଅଙ୍ଗେ,ମଖଶାଳାର ଭିକାରୀରେ ।୨।ମିଥ୍ୟା ପ୍ରପଞ୍ଚ ଭଗାରିରେ, ମନୁଭବ ଅବତାରୀରେ,ମହାପାପ ଯାକ ପ୍ରବଳ ଅନୀକଛଟାଛେଦ ତରବାରୀରେ ।୩।ମନୀଷୀ ମତାନୁସାରୀରେମହିମ-ବାରଣ-ବାରିରେ,ମହୀରାୟ ‘ଛୋଟରାୟ’ର ମାନସ-ମୀନସମୁଦୟ-ବାରିରେ ।୪।
(୧୬୯) ମଧୁହାରୀ—ମଧୁରାକ୍ଷସ ବିନାଶକାରୀ, ମଦନମଦସାଳସା—କାମନିଶାରେ ନିବିଷ୍ଟା,ମକର କୁଣ୍ଡଳହାରୀ—ମକରକୁଣ୍ଡଳ ଓ ହାର ପିନ୍ଧିଥିବା,ମୟୂରଚନ୍ଦ୍ରକ—ମୟୂରପୁଚ୍ଛ,ଲୋକନିବହ—ଲୋକସକଳ, ଦିତିସୁତମାରୀ—ଦୈତ୍ୟକୁଳ ବିନାଶକାରୀ, ମଖଶାଳା—ଯଜ୍ଞମଣ୍ଡପ,ମନୁଭବ—ବ୍ରହ୍ମାଙ୍କ ପୁତ୍ର, ପ୍ରବଳ ଅନୀକ—ବଳିଷ୍ଠ ଯୋଦ୍ଧାକୁଳ, ଛଟାଛେଦ—ବଡ଼ିମାକୁ କାଟିବା,ମହିମ-ବାରଣ-ବାରିରେ—ମହତ୍ତ୍ୱ ରୂପକ ହସ୍ତୀ ପକ୍ଷରେ ଜଳ,ମହୀରାୟ—ରାଜା,
(୧୭୦)
ରାଗ—ପୂରବୀ—ଆଠତାଳିମନ୍ଦ ବାରଣଗତି କିଶୋରୀବର,ପଦବାରିଜେ ମଣ୍ଡ ଲତା-ମନ୍ଦିର, ଧନ ରେ ।୦।ନୀଳ ତନୁରେ ଘନେ ଚପଳା ରଙ୍ଗେମିଳି ତରୁଣୀମଣି ଶ୍ୟାମ ଶ୍ରୀଅଙ୍ଗେ ।୧।ପଚା ରତନେ ମିଶା ପରିରମ୍ଭରେନଚା ରସିକା, ପୃଥୁ କୁଚକୁମ୍ଭରେ ।୨।ଅରୁଣାଧରୁ ସୁଧା ପିଆଇ ଦିଅକରୁଣାନିଧି କିଛି ଦିଆଇ ଦିଅ ।୩।ଯଉବନ ସମ୍ପତ୍ତି ତୁଲେ ଲାବଣ୍ୟହେଉ ବସୁଧା ଲୋକେ ତୋହର ଧନ୍ୟ ।୪।ଆକାର-ହୀନ ମାର ଜୟ ପତାକାରାକା-ରମଣମୁଖୀ ଛଡ଼ାଇ ପକା ।୫।ଚାଲୁଁ କେଶରୀମଧ୍ୟା ଧୀରେ ଏ ଗିରେବାଲୁକେଶ୍ୱର ନୃପ ବର୍ଣ୍ଣନା କରେ, ଧନ ରେ ।୬।
(୧୭୧)
ମନ୍ଦରାଦ୍ରି ଉରଜା କୁନ୍ଦକଳି କରଜା,ସୁନ୍ଦରୀ ରାଜା ଅନା ଫେରି ଅନା ରେ । ଘୋଷା ।ସମ୍ପଦ ତୁହି ମୋର ଚମ୍ପକ ମଦଭର,ସମ୍ପାକ ଅଙ୍ଗ ସଙ୍ଗ ଦେଉ କି ନା ରେ ।୧।ଶଙ୍କର ପରତୀକ୍ଷ କଙ୍କ ପତ୍ରକୁ ଲକ୍ଷ୍ୟପଙ୍କଜାକ୍ଷି ମୋ ବକ୍ଷ ହେବ କି ନା ରେ ।୨।ବିମ୍ୱବିଜୟୀ ରଦନାମ୍ୱରେ ସେ ମୋଦଚୁମ୍ୱକୁ ମୋ ଭରସା ଦେଉ କି ନା ରେ ।୩।ମୋତେ ଅନ୍ତର କରୁ ଆରେ ହେବ ରମ୍ଭୋରୁ,ଅନ୍ତରଙ୍ଗ କେ ଅଛି ତୋହ ବିନା ରେ ।୪।ଭାଷଇ ଜଳନ୍ତର-ବାସବ କୃଷ୍ଣଗିରରାସମଣ୍ଡନା ଶୁଣି ତୋଷମନା ରେ ।୫।
(୧୭୨)
ରାଗ—ଆହାର, ଆଠତାଳମନ୍ଦ ମଳୟାନିଳ ବହିଲା,ଚନ୍ଦ୍ରବଦନା ଦୂରେ ରହିଲା ।ପଦ ।ଖଇ ନୂଆ ଚୂତ ବକୁଳକୁଳ,କଳକଣ୍ଠ କରେ ଯା କଳକଳ,କରି କଳକଳ ପ୍ରବାସୀ ବିକଳକରିବ ବୋଲି ବୋଇଲା ।୧।ଅଙ୍କଜଗତିରେ ପଙ୍କଜମୁଖୀ,ପହୁଡ଼ିଲେ ମୋର ହୁଏ ଯେ ସୁଖୀ,ମୃଦୁ ସରସିଜ କିଶଳୟ ଶେଯଧନକୁ ଯୋଗ୍ୟ ହୋଇଲା ।୨।ଆହା ତାହା ସାହା ବାରେ ମୋତେ,ବନରୁ ଚମ୍ପକମାଳା କିଞ୍ଚିତେ,ମନମଥବଶେ ଏବେ ସେ ଅବଶେଦୁଃସହ ଦୁଃଖ ସହିଲା ।୩।ପଲ୍ଲବକୁ ଦଣ୍ଡଧର ରସନା,ବଲ୍ଲୀରୁ କିଶୋରୀ ମଣିବ ସିନା,କିଂଶୁକସ୍ତବକ ଅନଳ ଯାବକତୁଲ୍ୟ ତ ଦେହ ଦହିଲା ।୪।ଭଣିଲେ ଅଷ୍ଟଦୁର୍ଗ ପୁରୁହୂତ,ଦୁଃଖ ତେଜିଲେ ବ୍ରଜରାଜସୁତ,ମୃଦୁଳ କନ୍ଦଳୀ ବ୍ରଜେ ଦେଲେଦଳି ହେବାର ବିହି ବିହିଲା ।୫।(୧୭୨)କନ୍ଦଳୀ—ଭୂଇଁ କଦଳୀ,ପୁରୁହୂତ—ଇନ୍ଦ୍ର,ଦଣ୍ଡଧର—ଯମ,ଯାବକ—ଅଳତା
(୧୭୩)
ରାଗ—ଭୈରବୀ—ଆଡ଼ତାଳିମନ୍ଦହାସେ ସନ୍ଦେହକୁ ରଖା ଏ ମାନସେ ରେ । ଘୋଷା ।ମୁଁ କୁଳବଧୂ ମୋ ପାଶକୁ ନ ଆସ,ବୋଇଲେ ସେ ଯାହା ମୁଖେ ଦେଇ ବାସଶରଦଚନ୍ଦ୍ରରୁ ନବ ସୁଧାରସଛାଣିଲା ପରି ଆଭାସେ ରେ ।୧।ଉଛୁର ହେଲାଣି ବେଳ ହେ ମୋହନ,ନିରୋଧ ନକର ମୋହର ଗମନବୋଲି ଲୀଳାବତୀ ଖେଳାଇ ନୟନଫେରି ଅନାଇବା ବେଶେ ରେ ।୨।ଯାଅ ଚନ୍ଦ୍ରାବଳୀ ପାଶେ ଘନଶ୍ୟାମ,ବିନ୍ଧୁଛି ତୁମ୍ଭଙ୍କୁ ଯେବେ ଏବେ କାମବୋଲି ସେ ଯେ ନବ ବନ୍ଧୁକ ବିଦ୍ରୁମକୋକନଦ ରଦବାସେ ରେ ।୩।ଯାଉଛି ହେ ହରି ତୁମ୍ଭର ପାଶରୁ,ନିବରତ ମୋର ସୁରତ ଆଶରୁବୋଲିଣ ବାଣୀ ସଙ୍ଗୀତ ଚାରୁତରୁଭଙ୍ଗେ ଅଙ୍ଗୀକାର ବଶେ ରେ ।୪।କହେ ଜଗଦ୍ଦେବ ଶ୍ୟାମକୁ ରାଜୀବ-ନୟନାଦେଖାଇ ବିଚକ୍ଷଣ ଭାବକପଟ ପଟକୁ ଆଚ୍ଛାଦିବା ଭାବନିର୍ମଳ ସୁଧା ପରଶେ ରେ ।୫।
(୧୭୪)
ରାଗ—ସୁରଟମନ ଜମି ଯା, ସିନ୍ଧୁଜେମା ପ୍ରାଣଧନେ,ସିତପଙ୍କଜନୟନେ ।ପଦ ।ରମ୍ୟଯାନପଦକରେ, ମୁନି ହୃଦ ପଦକରେ ।୧।ଶରଣାଗତ ବନ୍ଧୁରେ, କରୁଣା ସୁଧାସିନ୍ଧୁରେ ।୨।ଦୀନଜନ ବିଭବରେ, ନୀଳାଦ୍ରି କଣ୍ଠୀରବରେ ।୩।ଦଳିତ କଳୁଷପୁଞ୍ଜେ, ଇନ୍ଦ୍ରବନ୍ଦ୍ୟ ପଦକଞ୍ଜେ ।୪।ନିଗମ କୁଞ୍ଜ କୁଞ୍ଜରେ, ଭବ ଭୟାଳୁ ପୁଞ୍ଜରେ ।୫।ଛୋଟରାୟ ଦେବ କହେ, ଦୁଃଖତମର ବିଗ୍ରହେ ।୬।(୧୭୪)ଜମି ଯା—ଏକୀଭୂତ ହୋଇ ଯା,ସିତ—ଶୁକ୍ଳ,ରମ୍ୟଯାନପଦକର—ଚକ୍ରଧାରଣକାରୀ
(୧୭୫)
ମନ ବିନା, ତ ନବୀନା,ଆନ ସ୍ଥଳେ ନ ଖେଳିଲା ରେ ।ପଦ ।ମଞ୍ଜୀର ମଞ୍ଜୁ ଶିଞ୍ଜିତ କାଳେ ଥରୁଥିଲା ଝରା କି ଚଞ୍ଚଳେମନମଥ, ରଣରଥ, ପରି ସିନା ସେ ଚଳିଲା ରେ ।୧।ଶ୍ରୁତିମୋତି ଝୁମ୍ପ କମ୍ପୁଥିଲା, ତାକୁ ନେତ୍ରାଞ୍ଚଳ ଝାମ୍ପୁଥିଲାଧରାଚକ୍ର, ମୋତେ ଶକ୍ର—ରାଜଧାନୀରୁ ବଳିଲା ରେ ।୨।ମାନସରେ କି ସଙ୍କଳପିଲା, ହସି ଆଳିକି କି ଆଳପିଲାମୋ ଆଡକୁ, ଚିଆଡ଼କୁ ପରି କଟାକ୍ଷ ଚାଲିଲା ରେ ।୩।ଜଗତି ଯୁବତୀ ଚମ୍ପାଗଭା, ଜନନୟନମଣ୍ଡନ ଶୋଭା,କିଶୋରୀ ସେ, କି ସୋରିଷେ, ହେଲେ ସ୍ମରଣ ଟଳିଲା ମା ।୪।ଆଦରଶ ସେ ସୁନ୍ଦରୀଙ୍କର, ତା ଦରଶନ ଲାଭରୁ ମୋରମରମରେ, ମାର ମାରେ, ତହୁଁ ହୃଦୟ ଜଳିଲା ରେ ।୫।ଜଗଦ୍ଦେବ ବୋଲେ ଶ୍ୟାମଚିତ୍ତ, ଜାଣି ଜଣାଇଲେ କେହି ମିତତୁମ୍ଭ କାମ, ସ୍ମରଦ୍ରୁମ, କୃଷ୍ଣ ଅବଶ୍ୟ ଫଳିଲା ରେ ।୬।(୧୭୫)ଚିଆଡ଼—ଶର,ବାଣ ।
(୧୭୬)
‘ମନ’ ବିନା ତ ନବୀନା ନ ଖେଳିଲା ଆନେ ।୦।ଶିଶୁ ଶଫରୀ ଚଞ୍ଚଳ ସୁନୀଳ ଲୋଚନାଞ୍ଚଳନଚାଇ କି ଅନାଏଁ ଗୁମାନେ ? ।୧।କି ସୁନ୍ଦର ବର କମ୍ପା ତାଟକ ମୁକୁତା ଝୁମ୍ପାଅବଦଂସ ‘ଇନ୍ଦୀବର’ ମାନେ ।୨।ମୋ ଚାଟୁ ପାଟବେ ରସି କେଉଁ ଦିନୁଁ ସ୍ନେହେ ହସିତୋଷିଲା ଅଧର-‘ମଧୁ’ ପାନେ ।୩।କରି ମୋ’ ତୁଲେ ବିବାଦ କି ମାନବ କଣ୍ଠ-ନାଦମିଶାଏ ମୁରଲୀ ମୃଦୁ ଗାନେ ? ।୪।ଜରତୀର ‘ନେତ୍ର’ ତୁଲେ ‘ବାସର’ ବିଧ୍ୱଂସ ହେଲେମିଳନ୍ତା ମୋ ଅଙ୍କେ ସବୁ ସ୍ଥାନେ ।୫।ଅଷ୍ଟଦୁର୍ଗନାଥ ବୋଲେ ଏତେ ଚିନ୍ତି ଆରୋହିଲେ‘ହରି’ ‘ରାଧା’ –ସଉଧ-ସୋପାନେ ।୬।(୧୭୬)ମନ ବିନା... ଆନେ—ଅନ୍ୟ ପ୍ରକାରେ ନୁହେଁ,କେବଳ ମନ ମଧ୍ୟରେ ଖେଳିଲା;ଶିଶୁ ଶଫରୀ—
ସାନ କେରାଣ୍ଡିମାଛ,ଅବତଂସ—କର୍ଣ୍ଣଭୂଷଣ,ଇନ୍ଦୀବର— ନୀଳକଇଁ,ମାନେ—ଶୋଭା ପାଏ,ଜରତୀ—ବୃଦ୍ଧା ଶାଶୁ ଅର୍ଥରେ,ବାସର ବିଧ୍ୱଂସ ହେଲେ—ଦିନ ଶେଷ ହୋଇ ରାତ୍ରି ଆସିଲେ ।
(୧୭୭)
ମନ ମଜ୍ଜି ଯା ରେ, ବ୍ରଜ ମହିଳାନାଥରେ ।ପରଚଣ୍ଡ ଯମଦଣ୍ଡ ହେବ ମନା ଥରେ ।୦।ପୀତ ପେଶଳ ବାସ ସୁସ୍ୱର ଗୀତ କେଳି କଳାପରେଧୃତ ବଲ୍ଲବ ମଣ୍ଡଳୀ ପୁରୁ-ହୂତ ଲୋଚନ ପାପରେନୂତନାର୍ଭକ କୌତୁକାହତ ପୁତନା ଭବ ତାପରେହୃତ ଜଗତ୍ତ୍ରୟ ଭୟକୃତ ବିଳାପରେ ।୧।ଅଙ୍ଗଣାନ୍ତର ରିଙ୍ଗଣେ ସ୍ମିତ ଲଙ୍ଗଳାୟୁଧ ସଙ୍ଗରେସଙ୍ଗତୈବ୍ରଜ ବାଳକୈର୍ଭୁଜ ସଙ୍ଗତେ କୃତ ଭଙ୍ଗରେଭଙ୍ଗି ଖେଳଦ ପାଙ୍ଗ ବର୍ଦ୍ଧିତ ରଙ୍ଗ ଯୋଷିଦନଙ୍ଗରେମୁନି-ମନ-ସରସୀ-ବିଳାସ-ଚକ୍ରାଙ୍ଗରେ ।୨।ହଂସଜାତଟ କେଳି ଲମ୍ଫଟ ବଂଶଜାତ ନିନାଦରେପଙ୍କଜ ପ୍ରତିମାନନେ କଳି ପଙ୍କଲୋପ କୃତାଦରେଜମ୍ଭବୈରି ଶିରୋମଣି ପରି-ରମ୍ଭ ଶୋଚିତ ପାଦରେକଳିତ ସେବକ ଲୋକବର ପ୍ରସାଦରେ ।୩।ମଞ୍ଜୁ ବଞ୍ଜୁଳ ବଲ୍ଲୀ ନଭୃତ କୁଞ୍ଜ ମନ୍ଦିର ପୁଞ୍ଜରେଅଞ୍ଜନାଶିତ ଭାଷି ବିଦ୍ରୁମ ମଞ୍ଜରୀକୃତ ପୁଞ୍ଜରେକଞ୍ଜସମ୍ଭବ ଦେବ ମାନସ ଖଞ୍ଜରୀଟକ ପଞ୍ଜରେରମାସ୍ତନ ଯୁଗ ସୁକୃତ ପୁଞ୍ଜରେ ।୪।କୁନ୍ଦ ସୂନସ-ମାନ ମାଦକ ମନ୍ଦହାସ ଯୁତାଧରେଦ୍ୱନ୍ଦ କଳ୍ପିତ ମନ୍ଦପାଦପ କନ୍ଦ କୌଣପ ବାଧରେଚନ୍ଦନାଗୁରୁ ସାର ସୌରଭ ବୃନ୍ଦ ସଂପଦଗାଧରେବଂଶବଟ ନିକଟ ନାଟୁଆ ବେଶ ଧରେ ।୫।ଚଣ୍ଡ ଦୀଧିତି ମଣ୍ଡଳ ଦ୍ୟୁତି କୁଣ୍ଡଳାଂଚିତ ଗଣ୍ଡରେମଣ୍ଡଳୀଭବ ଦଣ୍ଡ ପୁଷ୍ପକ ରୁଣ୍ଡ ତୁଲ୍ୟ ପିଚଣ୍ଡରେହଣ୍ଡ ମାନସ ମୁଲ୍ଲସ ଭୁଜ ଦଣ୍ଡ ନିର୍ଜିତ ଶୁଣ୍ଢରେଭୁବନ ମଣ୍ଡଳ ନୀଳରତନ ଖଣ୍ଡରେ ।୬।ଅନ୍ତରଂଗତ ଭାବ ମଜ୍ଜଳ ସନ୍ତତାର୍ଦ୍ର ହୃଦନ୍ତରେଅନ୍ତକୋଭବ ଭୀତି ବାରଣ ମନ୍ତନାମ୍ନି ସୁଶାନ୍ତରେକ୍ଷାନ୍ତ ପାତକୀ ଯତ୍ର ସନ୍ତତି ମନ୍ତ୍ର କାନ୍ତ ଦୃଗନ୍ତରେନୃପ ରାମଚନ୍ଦ୍ର ବୋଲେ ନିରନ୍ତରେ ।୭।
(୧୭୭) ପେଶଳ—ମନୋହର, କଳାପ—ସମୂହ, ବଲ୍ଲବ—ଗୋପାଳ,ଗୁରୁଦୂତ—ଇନ୍ଦ୍ର, ନୂତନାର୍ଭକ—ନୂଆ ଶିଶୁପୁତ୍ର, ଅଙ୍ଗଣାନ୍ତର—ଘରବାହାରେରିଙ୍ଗଣେ—ଚଲାବୁଲାରେ,ଲଙ୍ଗଳାୟୁଧ—ବଳରାମ,ପାଙ୍ଗ ମନ୍ତ୍ରଶକ୍ତି,ଯୋଷିତ୍+ଅଙ୍ଗନରେ=ଯୋଷିଦନଙ୍ଗରେ—ରମଣୀ ପ୍ରେମରେ,ହଂସଜାତଟ—ଯମୁନାତଟ, ଜମ୍ଭବୈରି—ଇନ୍ଦ୍ର, ବଞ୍ଜୁଳ ବଲ୍ଲୀ—ବେତସ ଲତା,ସୂନ—ଫୁଲ, କୌଣପ—ଅସୁର,ଗାଧରେ—ଲୋଭରେ,ଦୀଧିତି—କିରଣରେ,ପିଚଣ୍ଡରେ—ପେଟରେ,ଦୃଗନ୍ତରେ—ଦୃଷ୍ଟିରେ
(୧୭୮)
ରାଗ—ବେଗଡ଼ା—ତ୍ରିପଟାମନୋହାରୀ ହାରି ନ ଯିବା ପରି ଆଚରନ ଯିବାରୁ ବାରିଜାକ୍ଷ ହେ କରେଁ ଗୋଚର । ଘୋଷା ।ମଧୁଗନ୍ଧ ଲୋଭୀ ଭ୍ରମରେ କୁସୁମ ଚୁମ୍ଭିବା କ୍ରମରେଚୁମ୍ୱବଟି ବିନା ଶ୍ରମରେ, କାମ ସମରେ ।୧।ସୁକୁମାରୀ ସେ ନ ଡରିବ ଆଶ୍ୱାସୀ ଅଙ୍କରେ ଧରିବସୁରତନୁ ଯେବେ ବରିବ, ଚେଳ ହରିବ ।୨।ପଡ଼ି ଅସଙ୍ଗତି କଦନେ ଘାରି ଯେ ହେଉଛି ମଦନେବ୍ରଣ ନୋହିବଟି ବଦନେ, ରଦଛଦନେ ।୩।ଭୁଜାନ୍ତେ ସେ ଯେବେ ପଡ଼ିବ ମୃଦୁଳ ସ୍ୱରସେ ଜଡ଼ିବକୁସୁମହାର ନ ଛିଡ଼ିବ, ଯେବେ ଭିଡ଼ିବ ।୪।ଜଗଦ୍ଦେବ ବୋଲେ ଗୀତରେ ଏପରି ଆଳି ଇଙ୍ଗିତରେଶ୍ୟାମ ସଙ୍କୋଚିଲେ ଚିତ୍ତରେ, ଦରସ୍ମିତରେ ।୫।
(୧୭୯)
ମନୋହାରୀ ରେନିୟମରେ ତ ମୁଁ ନାହିଁ ହାରି ରେ ।ପରଖିବାରେ ତ ଜାଣିଛୁ, କାହିଁକିନ ରଖିବୁ ନଉକରିରେ ।୦।କସିତ ଅଛି ମୁଁ ମତେ ତୋ ରୋମାଳୀଅସିତ ଭୂଜଙ୍ଗୀ ଧରିରେସମ୍ଭାଳିଛି ଦେହ ତୋ କୁଚ ସ୍ୱୟମ୍ଭୁଶମ୍ଭୁ ଯୁଗ ଛୁଇଁ କରିରେ ।୧।ଅଲଗା କରି ଚୁମ୍ୱଇ ପାନ ବୋଳନ ଲଗାଇ ଗୁଣ୍ଡ ଭରିରେଏଟି ଏକ ଦିବ୍ୟ ବିଧି ଜାଣ ନବ୍ୟପୁଟ ପୁରଟ ଗଉରୀରେ ।୨।ମୋହ ପାଇଁ ଓଷା ନିୟମକୁ ଯୋଷାରତନ ଥିଲୁ ଆଚରି ରେଅଧର ମଧୁ ମୁଁ ପିଇଦେଲି ସିନାଅଧରମକୁ ନ ଡରି ରେ ।୩।ସପରାଗ ତଳେ ନ ପହୁଡ଼ ମୋରଅପରାଧ ଥିଲା ପରିରେହରଇ ପଛକେ ରଖ ସାଢ଼ିଲାଗିକରାଇବାର ଚାକରିରେ ।୪।ବସୁଦୁର୍ଗ ପତି ଭାଷେ ଏ ଭାରତୀହସ ବଲ୍ଲବ କିଶୋରୀରେକହି ଭଲା ମନ ମୋହି ପାରେ ଧନବୋଲେ ଗେଲେ ସ୍ନେହେ ପୂରିରେ ।୫।(୧୭୯)ଅସିତ ଭୁଜଙ୍ଗୀ—କଳା ସର୍ପିଣୀ,ସ୍ୱୟମ୍ଭୂ—ଶିବ,ପୁରଟ—ସୁନା,ବସୁଦୁର୍ଗପତି—ଆଠଗଡ଼ ରାଜା,ବଲ୍ଲବ-କିଶୋରୀ—ଗୋପାଳୁଣୀ
(୧୮୦)
ରାଗ—କାମୋଦୀ, ତାଳ—ଏକତାଳୀମନା ମୁଁ କରୁଥିଲି ଏହାକୁ ଗୋ,ଅନା ନା ବୋଲି ବନରାହାକୁ ଗୋ,ଅନାଦର ମୋ ଗିରେ, କଲା ଯେ ଏବେ ସ୍ମରେ,ଲଭିଲା ଦୁଃଖ ହେଲା କାହାକୁ ଗୋ । ଘୋଷା ।କୁଞ୍ଜ ସଞ୍ଚାରୀ ଶ୍ୟାମ, ଦେବତା ପରାକ୍ରମ,ଜାଣେ ବଳଇ ରତିନାହାକୁ ଗୋ;ସାହସୁଁ ସିନା ସୁଖୀ, କି ଯୋଗେ ଦେଲା ଯୋଖୀ,ନବନୀତେ ତପତ ଲୁହାକୁ ଗୋ ।୧।ଯେବେ ଏ ଚାନ୍ଦମୁହୀଁ, ଶ୍ରବଣ ଦେଇ ନାହିଁ,ନାଟୁଆ ଚାଟୁ ବଂଶୀକୁହାକୁ ଗୋ;ତେଜି ହଁସୁଲିତୂଳି, କରନ୍ତା କି ସଙ୍ଖାଳି,ସଲିଳସିଞ୍ଚା ସର୍ବଂସହାକୁ ଗୋ ।୨।ଗହବ ଚମ୍ପା ଧଣ୍ଡା, ନିର୍ମିତ ଗଜଶୁଣ୍ଡା-ଦଣ୍ଡକୁନିନ୍ଦି ଚାହିଁ ଯାହାକୁ ଗୋ;ବିଶେଷେ ବିସନାଳ ଦିଶିଲାଣି ପୃଥୁଳ,ଆଉ କାହିଁଛି ସେହି ବାହାକୁ ଗୋ ।୩।ଗହବ ଚମ୍ପା ଧଣ୍ଡା ନିର୍ମିତ ଗଜଶୁଣ୍ଡାଦଣ୍ଡକୁ ନିନ୍ଦି ଚାହିଁ ଯାହାକୁ ଗୋ;ବିଶେଷେ ବିସନାଳ ଦିଶିଲାଣି ପୃଥୁଳ,ଆଉ କାହିଁକି ସେହି ବାହାକୁ ଗୋ ।୩।କଳାକେଶରୀ ବାଳୀ, ଧୃତି-ଦନ୍ତୀକୁ ଦଳି,ଦେଲାଣି ଆସି ମନୋଗୁହାକୁ ଗୋ;ଥରକେ ଯେବେ ଲୋକ,ନୋହିଲା ଜାଗରୂକ,କହିବା କେତେ ତୁହା ତୁହାକୁ ଗୋ ।୪।କବିମିହିର ରାୟ, ଗୁରୁ କହଇ ଭୟ,ଲାଗୁଛି ଦେଖି ଚିତ୍ତେ ଏହାକୁ ଗୋ;ଜାଣି ପାରିଲେ କଂସ, ପେଷି କରିବ ଧ୍ୱଂସ,ଜଟିଳାସୁତଘରବୁହାକୁ ଗୋ ।୫।
(୧୮୦)ରାହା—ପଥ,ହଂସୁଲି ତୂଳି—କୋମଳ ଶଯ୍ୟା,ସର୍ବଂସହା—ପୃଥିବୀ,ଗହବ—ଗହଳିଆ,ଗଜଶୁଣ୍ଡାଦଣ୍ଡ—ଚମ୍ପାଫୁଲରେ ନିର୍ମିତ ଗଜଶୁଣ୍ଡାକୃତି ପୁଷ୍ପରଚନା ବିଶେଷ,ବିସନାଳ—ମୃଣାଳ