ଚଉପଦୀ (ଲୌକିକ ଓ ସାମାଜିକ)
ବଳଦେବ ରଥ · ଭାଗ ୧୫ / ୩୧
ସମ୍ପୂର୍ଣ୍ଣ ସୂଚୀପତ୍ର
(୨୮)
ରାଗ—କଲ୍ୟାଣୀ, ଏକତାଳିଆହେ ବଂଶୀଧର ! ତନୁ-ଅଙ୍ଗୀରହେଲାଣି ଅଙ୍ଗୀକାର ହେ ।ପଦ ।ଏତିକି ଆୟତ୍ତ ପଦ୍ମିନୀର—ବାହାର ହୁଅଇ ଭେଦି ନୀର ।ହୁଅଇ କି ହାସ, ବଦନେ ବିକାଶ,ନ ଲାଗିଲେ ପ୍ରଭାକର-କର ।୧।ଲୋଡ଼ା କରେ ଭୃଙ୍ଗ ମଧୁପାନ—ନ ଥାଏ କି ପୁଷ୍ପ ସମାଧାନସ୍ୱଇଚ୍ଛାରେ ନେଇ, ତା ପାଶେ ରଖାଇ,ବୋଲଇ କି ମଧୁ ପାନ କର ।୨।ହେବାଠାରେ ପୂର୍ଣ୍ଣ ଚନ୍ଦ୍ରୋଦୟ—ନୁହଇ କି କୁମୁଦିନୀ ପ୍ରିୟଚନ୍ଦ୍ର ସିନା ନିଶା, ଅନ୍ତର ନିରାଶାକରଇ ଦଇବ ରସଭର ।୩।ଛାଡ଼ି, କୂପ, ନଦୀ ସରୋବର—ରହିବା ଆୟତ୍ତ ଚାତକରକିପରି ସେ ପାନ, କରିବଟି ବନ,ନ ବରଷୁ ଜଳଧର ନୀର ।୪।ଜଣାଉଛି ଜଗଦ୍ଦେବ ଗିର—ଥାଏ ହୋଇ ମୂକ ପିକବରକରେ ଆଗମନ, ଋତୁଙ୍କ ରାଜନ,ନ କରେ କି ଗାନ ମନୋହର ।୫।
(୨୯)
ରାଗ—ସାବେରୀ, ଆଠତାଳିଏ କି ରୁଷା ରେ ଖଞ୍ଜନଦୃଶା, ସୁନ୍ଦର କୁନ୍ଦ—ପସନ୍ଦ ସ୍ମିତ ବିନା ରେ ।ପଦ ।ବାରବାନି ଚାମିକର ଦେହା,ବାରଣେନ୍ଦ୍ର ଗମନା ସୁସ୍ନେହା—ସାର ସରିଲାଟି ଚାହିଁ ଏହା—ମାରଦର ନାଶକୁ ତୁ ସିନା ଭରସା ରେ ।୧।ଦୋଷ କରିବାର ନାହିଁ ଜାଣି—ଏ ସକାଶୁଁ ଗଣ୍ଡେ ଆଜ ପାଣିମୋ ସପତଟିରେ ବୀଣାପାଣି—ରୋଷକରଣ କହି ଦରିଆରେ ଭସା ରେ ।୨।ଧନାଧିକ ତୁ ମୋର ଜଗତେ—ଘନାନୀଳ କୁନ୍ତଳା ସୁଚିତ୍ତେଅନା ସଦୟ ନେତ୍ରପ୍ରାନ୍ତେ ମୋତେ—ମନା ନ କର, କର କରୁଣା ବରଷାରେ ।୩।ଭାରି ଉରଜା ମୋ ସୁଖ ରାହା,ମାରି ପକାଅ ସେ ଯିବ ସୁହାବାରିଝର ନୟନୁ ନ ବୁହା—ଚାରି ଧରମ ହେବଟି, ତୋ ରସେ ରସା ରେ ।୪।ସ୍ମିତ ବିଳସୁଥିଲେ ତୋ ମୁଖେ—ଶରମୁଖେ ଖାତର ନ ରଖେଁଇତରଙ୍କୁ ସୁଖରେ ନ ଲେଖେଁ—ନିତମ୍ୱିନୀ ବର ରସକେଳିଲାଳସା ରେ ।୫।ହରି ମୁଖୁଁ ଏ ଭାରତୀ ଝରି—କରି ଶ୍ରବ ଅବତଂସ ପରିଭରି ମନକୁ ମୋଦେ କିଶୋରୀ—ହରିଚନ୍ଦନ ଭଣେ ସୁଖେ ନେଲେ ନିଶାରେ ।୬।
(୩୦)
ରାଗ—ଖମ୍ୱାଜ, ଏକତାଳିଏ ରଜନୀ ବ୍ରଜବନ୍ଧୁଙ୍କୁ, ଗୋପିନାଥଙ୍କୁ,ରଖିଲେ କେଉଁ ସଜନୀ ।ପଦ ।ତାମ୍ୱୁଳ ପୁଣି ଅଳାଇଚରେ—ଭାଙ୍ଗି ରଖିଥିଲି ଯତ୍ନ କରେଚୁଆ ଚନ୍ଦନରେ କର୍ପୂର ମିଶାଇ,ବୋଳିବାକୁ କୃଷ୍ଣ ଶ୍ରୀଅଙ୍ଗରେ ।୧।ଜାଲିଣ ସୁରତ୍ନ ଦୀପାବଳି—ଉଜାଗରେ ନିଶି ପୁହାଇଲିନାନା ସୁବେଶରେ ବେଶ ମୁଁ ସାଜିଲି—କା’ ପୁରେ ରହିଲେ ବେଣୁପାଣି ।୨।ମୁଁ ଦୁଃଖୀ ହୋଇଲି ଅଭାଗିନୀ—କୃଷ୍ଣ ମୋ ପୁରେ ନଇଲେ ପୁଣିନାନା ଜାତି ପୁଷ୍ପେ ଶେଯ ଶେଯାଇଲି—ମାଧବ ରଖିଲେ କେ ତରୁଣୀ ।୩।କହେ ଶ୍ରୀଚନ୍ଦନ ଏହି ଗିର—ଶ୍ରୀମତୀ ଶ୍ରୀକୃଷ୍ଣ ବିରହରଟାଳିବାରୁ ଶଠ ନଟବର କଣ୍ଟ—କିଶୋରୀ ହୋଇଅଛନ୍ତି ମାନୀ ।୪।
(୩୧)
ରାଗ—ଝଂକୋଟି, ଏକତାଳିଏ ବସନ୍ତ ଦିନେ ଯେ ବସନ୍ତି ମାନେ,ସେ ବଧୂ ନୁହନ୍ତି ଶୀଳା ।ପଦ ।କଳ କୋଳିଳ ରୁତ—ଗାନେ ମନ୍ଦ ମରୁତଆଚରୁଛି ହୋଇ ଖେଳା ଗୋ ।୧।ସବକୁଳ ବାସନ୍ତୀ—ସର୍ବମାଳା ଦଂଶନ୍ତିଅନାଇ ରୋଲମ୍ୱ ଲୀଳା ଗୋ ।୨।ଏଡ଼େ ସୁଖ ସମୟ—ନ ଘେନେ ପ୍ରାଣପ୍ରିୟସଙ୍ଗେ କେ ରଚିବ ହେଳା ଗୋ ।୩।ଏକାଳେ ରତିବନ୍ଧୁ—ଶୀଳା ମନ୍ମଥ ବନ୍ଧୁଭିତରୁ ତରିବା ଭେଳା ଗୋ ।୪।ସ୍ନେହୀରେ ଯେ ଟି ମାନ—କରେ ତାହାର ସ୍ତନନିରସ ମାଟିର ଟେଳା ଗୋ ।୫।ନୋହି ପ୍ରଣୟ ଦଶ—ରୁଷିବାର ସାହସକେବଳ ଦେଉଳ ଶିଳା ଗୋ ।୬।ଶ୍ରୀ ଜଗଦ୍ଦେବ ଭଣେ—କୃଷ୍ଣକଥା ନ ଶୁଣେସେ ଶ୍ରୁତି ନୁହେ, ସେ ବିଳା ଗୋ ।୭।
(୩୨)
ରାଗ—ସିନ୍ଧୁକାମୋଦୀ, ତ୍ରିପୁଟାଏହି ଦୋଷ ସହି, ମୁଁ ତହିଁରେ ଗୋ,ବାଛିଚି ସୁଖଦ ରତିକରିବା ବେଳରେ ଯୁବତୀ ଜୀଇବାମରିବାର ନ ଜାଣନ୍ତି ।ପଦ ।କେ କାହାକୁ କେଡ଼େ ନିବିଡ଼େ ନଭିଡ଼େ ପୂରିଥିବାଠାରେ ସ୍ନେହକରି କି ଏପରି ଯହିଁ ନୋହେପରିଚୟ କେ କାହାର ଦେହ ।୧।ମୁଁ ସହଜ ଭୀରୁ ନ ସହଇ ଉରୁଭିଡ଼ା ମୋତେ ବାଧେ ବଡ଼ମୋହ ନିମନ୍ତେ ସେ ଦେହକୁକରନ୍ତି ଲୋହ ନିର୍ମିତ ନିଗଡ଼ ।୨।ଚିବୁକ ଅଧର ଗଣ୍ଡ ଚୁମ୍ୱିବାରୁସଂସାରେ ଥିବା କଥାଏକେ ଜାଣେ ଏମନ୍ତ ପ୍ରପଦୁ ସୀମନ୍ତଯାଏ ପୁଣି ସୁଧା ଥାଏ ।୩।ଶୁଭେ ଅର୍ଦ୍ଧକ୍ଷଣ ଚରଣାଭରଣରଣ-ଡିଣ୍ଡିମ ବାଜଣାପୁଣି ମୋର ଚେତା କାହିଁ ରହେଟିତା ସେହି ନାଗରକୁ ଜଣା ।୪।ତହୁଁ ଯେତେବେଳେ ଠଉରାଇକୋଳେ ଭିଡ଼ିଥାନ୍ତି ନନ୍ଦସୂତତେବେହେଁ ପଳାଇ ଯିବାକୁ ବଳାଇପାରଇ ନାହିଁ ମୋ ଚିତ୍ତ ।୫।ସଖୀ ଠାକୁରାଣୀ ଶ୍ରୀମୁଖୁ ଏ ବାଣୀସ୍ନେହେ ଚୁମ୍ୱ ଦେଲେଅଷ୍ଟଦୁର୍ଗ ଧରାମଣ୍ଡଳୀ ଅମରା-ବତୀନାଥ ରସେ ବୋଲେ ।୬।
(୩୩)
ରାଗ—ବେଗଡ଼ା, ଏକତାଳିଏହି ସେହି କି ମୋ ସହି, ସତ କହଟି ।ପଦ ।କହିବାକୁ ଜିହ୍ୱାଞ୍ଚଳ କରୁ କରୁ ତୁ ଚଞ୍ଚଳସ୍ମରସର୍ପ କଲାନି ରସନା ଲହଲହଟି ।୧।ଅନନୁତୁଲ ଏ ଦ୍ୟୁତି ଅନାଇ ସେ କେଉଁ ସତୀଠଉରିବ ନଉକରି କରିବାରେ ନ ହଟି ।୨।ଏହା କରି କି ଗୋ ଯଶ-କୁସୁମମାନଙ୍କ ବାସବାସବ-ନିବାସଯାଏ ଯାଉଥାଏ ଚହଟି ।୩।ଏପରି ନିଶ୍ଚେ ସଞ୍ଚିତ ହୋଇଛି ରେ ପ୍ରାଣମିତଅଲୀକଲୀନ ସେ ଅବିଗ୍ରହ ରବିଗ୍ରହଟି ।୪।କବିରବି ରାୟଗୁରୁ କରିଥାନ୍ତି ରେ ରମ୍ଭୋରୁଏହାଙ୍କ ଭଜନୁ ଆନ ନାହିଁ ସୁଖାବହଟି ।୫।
(୩୪)
ରାଗ—ମରୁଆ, ଏକତାଳିକଙ୍କେଳିମୂଳ ସଙ୍କେତ ଅତି ପ୍ରତିକୂଳ ।ପଦ ।ସଶିଖଣ୍ଡଚୂଳ, ତୁଲେ ପଛେ ଖେଳ,ସାହସ ମାତ୍ର ପ୍ରବଳ ରେ ।୧।ନିଧୂବନ ଲୋଳ—ତୋ ପଦକମଳବାଜିଲେ ହେବ ସେହି ଖେଳ ରେ ।୨।ଅକାଳେ ତା ଡାଳ, ମାନଙ୍କର ଜାଳହେବଟି ସମୁକୁଳ କୁଳରେ ।୩।ସେ କ୍ଷଣେ ଗୋକୁଳ—ମଧ୍ୟେ ହେବ ଠୁଳତୋହରି ନାମେ କଳକଳ ରେ ।୪।ସହି ମହୀତଳ ଯାକେ ତୋ ପାତଳଲାବଣ୍ୟ ଲବେ କାହିଁ ତୁଳ ରେ ।୫।ଅଷ୍ଟଦୁର୍ଗ ପାଳ ଭଣେ ଶୁଣି ନୀଳ—ବାସିନୀ ହେଲେ ରାଗକୁଳ ରେ ।୬।
(୩୫)
ରାଗ—ଖମ୍ୱାଜ, ଏକତାଳିକଦମ୍ୱ କାନନରେ କିସ ଦିଶିଲା ରେଦିଶିଲାକ୍ଷଣି ବିବେକ ଖସିଲା ରେମନ କଲି ବେଗେ ଧାଇଁ, ଘନଘନ ଶ୍ୟାମ ଧ୍ୟାୟୀ,ବନବନ ବୁଲୁଥିବି ବୋଲି ସୁଶୀଳା ରେ ।ପଦ ।ଶୃଙ୍ଗାର ମଙ୍ଗଳ ବିମୋହନ ବେଶ—ମସାର ସାର ନୀଳିମା ସୁଧାରସଶରଦ ରଜନୀ କର—ନିକର ଭାନୁ ପ୍ରକାରଏ ସବୁ କି ସେ ଧାତେ ମିଶିଲା ରେ ।୧।ଭେରୀ, ତୂରୀ, ବୀଣା ଶୁଣା ଅଛି କାନେ—ଶୁକ ପିକରୂତ ଗୋପ ଉପବନେଜଗତୀ ହେଲା ବିଧୂର—କି ଧ୍ୱନୀ ସେ କି ମଧୁରହୃଦୟ ନବବଧୂର ଦଂଶିଲା ରେ ।୨।ନିନ୍ଦେ ବରନଟ ଖଞ୍ଜରୀଟ ଖେଳ—ଇନ୍ଦିବର କି ସେ ନୀଳ ମହୋତ୍ପଳତହୁଁ ଜନମି ଅନନ୍ତ—ଦିଶେ ବିଷାଇବାକୁ ତଧୃତିକି ରଙ୍ଗେ ନିରତ ଭୂଷିଲା ରେ ।୩।କିଶୋର ସମୟ ପରି ହେଲା ଜଣା—କି ସୋରିଷ ମାତ୍ର ଅବା ହେବ ଊଣାମଦନ କୋଟି ସମ୍ଭାର-ସଦନ କରି ତାହାରପଦ ନଖ ଅଞ୍ଚଳରେ ବସିଲା ରେ ।୪।କଲା ମୋତେ ବାଇ ଯହୁଁ ଦେଲି ଚାହିଁ—ଗଲା ମହତ ମୋହର କାହିଁ ନାହିଁଭଲା ମନୋହର ଦିଶେ—ଲଲାମ ଉପରେ କି ସେଅଖଣ୍ଡ ଶିଖଣ୍ଡଝରା ଖୋସିଲା ରେ ।୫।ଅଷ୍ଟଦୁର୍ଗ ପୁର ପୁରନ୍ଦର କହେ—ଯିବା କି ସଙ୍ଗାତ ଦେଖି ମିଶି ଦୁହେଁନିନ୍ଦିଲେ ନିନ୍ଦିବେ ଜନେ—ତାର ସେବନେ ସେ ବନେରହିବି ତହିଁ ମୋ ମନ ରସିଲା ରେ ।୬।
(୩୬)
ରାଗ—ସାବେରୀ, ଆଠତାଳିକର କ୍ଷମା ରେ, ରତି-ପ୍ରତିମା ତୁ, କର କ୍ଷମା ରେଜଣା ନ ଥିଲା ମାଜଣା, ହେବେବୋଲି ଜେମା । ଘୋଷା ।କେଉଁ ପ୍ରତିହାରିଣୀ କି ଦାସୀ,କହିଥାନ୍ତା ଯେବେ ଧାଇଁ ଆସି,ତା ନ ମାନି ପଶିଥିଲେ ଝାସି,ମାନ ଉଚିତ ମୋଠାରେ ତନୁମଧ୍ୟମା ରେ ।୧।ବାରି ପାରି ନାହିଁ ରେ ସୁକେଶୀ,ବାରି ମଧ୍ୟେ ତୁ ଥିଲୁ ବିଳସି,ଚାରି ପାଶେ ଘେରିଥିଲେ ଦାସୀ,ଭାରି ନିତମ୍ବ ସ୍ତନ- ଜଘନ-ସୁଷମା ରେ ।୨।ଭିଡ଼ି ରଦନେ ବସନାଞ୍ଚଳ,ତଡ଼ିଲ୍ଲତାରୁ ହୋଇ ଚଞ୍ଚଳ,ବଳାଶିଞ୍ଜିତ କରି ପ୍ରବଳ,ପଳାଇ ଯା ମଣ୍ଡିଦେଲୁ ମଣ୍ଡପ ସୀମାରେ, ।୩।ଦାଉ ପାଇ ମୁଁ ହେଜିଲି ଏବେ,ଆଉ ଏପରି କରିବି ଯେବେ,ସାରିଦେବୁ ମୋତେ ପରାଭବେ,ବାରିଜାକ୍ଷୀ ପୀନସ୍ତନେ ଆଜକ ଜମା ରେ ।୪।ଶୁଣି ଶ୍ରୀକୃଷ୍ଣ ବିନୟ ବାଣୀ,ହରଷରେ ସେ ରମଣମଣୀ,ନିଧୁବନ ରଚିଲେ ସେକ୍ଷଣି,ବୋଲେ ବସୁଦୁର୍ଗ ବସୁନ୍ଧରା-ସୁତ୍ରାମା ରେ ।୫।
(୩୭)
ରାଗ—କେଦାର, ତ୍ରିପୁଟାକରିବ କି ରାଜି, ଚନ୍ଦ୍ରାନାନୀ ଆଜି,ମୋ ଅଙ୍କେ ବିରାଜି ଖେଳିବାକୁ,ସମରେ ନ ଭାଜିବାର ମାର ପାଜି,ମଜ୍ଜା ବଳ ରାଜି କଳିବାକୁ । ଘୋଷା ।ମୋର ଅନଳପ ପୂରବର ତପକଳାପ-କଳପବଲ୍ଲରୀ ସେ ଗୋରୀ,ହେଲା କି ଏଥର ମୋ ମନୋରଥରସମୁଚିତ ଫଳ ଫଳିବାକୁ ।୧।ନବୀନ ବିଳାସବତୀ ସେ ତ ତ୍ରାସ—ଲତା ଦୁଇପାଶ ମଧ୍ୟେ ତା ନିବାସ,ମୋହପରି ପାଞ୍ଚିଅଛି ମୁଁ ଯେ କାଞ୍ଚିକିଙ୍କିଣୀ ନିଚୟ ଚାଳିବାକୁ ।୨।ଅଭିନବ କ୍ରୀଡ଼ା କଳେ ଗାଢ଼ ଭିଡ଼ାଅନୁଭବରୁ ତ ଲଭୁଥିବ ବ୍ରୀଡ଼ା,ହେବ ଅନୁକୂଳ କି ଉରୁ ଦୁକୂଳ—ତଳସ୍ଥଳେ ପାଣି ଚାଳିବାକୁ ।୩।ଶିଶୁ-କଳାକାର-ଚୂଡ଼ାମଣିପରଅମଳରୁ ଜ୍ଞାନ ନ ଥିବ ମୋହର,ପାରିବି କି ବାରି ନିକି ସୁକୁମାରୀଶ୍ରୀଅଙ୍ଗ ଲତାଟି ଲୁଳିବାକୁ ।୪।ରଦନ-ବସନ ବିମ୍ୱକୁ ଦଶନ—ଅଞ୍ଚଳେ ପୀଡ଼ିତେ ହେବି ସୁଧାସମ,କୁନ୍ଦବିକଶନ ତା ମନ୍ଦହସନଦୁଇ ଶୋଭା ନେତ୍ରେ ତୋଳିବାକୁ ।୫।କହେ ବଳଦେବ କବିରବି ନବ—ନଟବର ଚିନ୍ତି ପ୍ରିୟାସଙ୍ଗୋତ୍ସବ,ମିଳି ସଖା ବ୍ରଜେ ମୋଦେ କଲେ ବିଜେ,କୁଞ୍ଜରୁ କୁସୁମ ତୋଳିବାକୁ ।୬।
(୩୮)
ରାଗ—ଝଝୋଁଟି—ବେହଡ଼ା ଏକତାଳକରିବା କି ବୁଦ୍ଧି ଶ୍ୟାମ ଜାଣିଲାଣି ପୁଣି ଲୋ ।୦।ସୁନା ସରୋରୁହ ଲତା ହୋଇବାର କୁସୁମିତାସଞ୍ଚାରିବାର ଚଞ୍ଚଳେ ଚଞ୍ଚରିକ ଶ୍ରେଣୀ ଲୋ ।୧।ଖଣ୍ଡରସ ସରସରେ ନ ରସେ ସତ ରସରେଅରୁଚି କରୁଚି ପୀୟୂଷକୁ ମଣି ଲୁଣି ଲୋ ।୨।କିଶୋରୀର ରଦାମ୍ୱର ଧ୍ୟାନେ ପୁଣି ପୀତାମ୍ୱରଉପରେ ପକ୍ୱ ବିମ୍ୱର ଚୁମ୍ୱେ ଗଣି ଗଣି ଲୋ ।୩।କୁଚକୁ ଚିତ୍ତାରେ ଧ୍ୟାୟି ଚୁଚକ ଉରେ ଲଗାଇଲୋଚନ ବୁଜୁଛି ପରିରମ୍ଭ ସୁଖ ମଣି ଲୋ ।୪।ନବଲତାକୁ ନିବିଡ଼େ ପ୍ରବଳ ଉନ୍ମାଦେ ଭିଡ଼େପ୍ରାଣେଶ୍ୱରୀ ହା କିଶୋରୀ ! ବୋଲି ହୁଏ ଗୁଣି ଲୋ ।୫।ଆମ୍ଭ ଆଳିର ତ ବେଶ ଉଚିତ ହେଲା ବୟସଧରି ହୃଦେ ମଣ୍ଡିବ କି ହରି ନୀଳମଣି ଲୋ ।୬।ଅଷ୍ଟଦୁର୍ଗ ପୁରନ୍ଦର କହେ ଦୂରୁଁ ଯୋଡ଼ି କରଭୀରୁ ମଦ-ଗଜକୁ ତା ଭୂରୁଭଙ୍ଗୀ ଶାଣି ଲୋ ।୭।
(୩୯)
ରାଗ—ନଟ—ଝୁଲାକଳାକୁଶଳା ରେ ସତେ କହିଲା କି ସଖି ?ତୋ ବିନା ମୋ ସ୍ନେହ ଆନେ ଥିଲା ପରି ଦେଖି ।ପଦ ।ନୂତନାମ୍ୱୁଦମଣ୍ଡଳିକି କି ଚାତକାଣ୍ଡଜ ତେଜଇ,ଭୂତଳେ ସରସୀଜଳେ ନିକି ତା ତୃଷା ଭାଜଇ ।ସ୍ୱର୍ଣ୍ଣଦୀକୃତଲୀଳ ହଂସ କି କୂପକେଳିକି ସାଜଇ,ଏକର କି ଆନ ନାରୀ ଚିବୁକେ ବାଜଇ ।୧।ତୋ କୃପାତରୁ ମୋ ମଦୋନ୍ନତି ଶାଖି-ମୌଳି ନ ମାଇଲା,କୌତୁକେ ରଚିବାର ପାଟବ ମୋ ପରା ଜନ ମାଇଲା ।ମାନସେ ଅନୁମାନ ସେ ପରିହାସିନୀ ଜନ ମାଇଲା,ପଙ୍କଜ ବାନ୍ଧବେ ତ କଳଙ୍କ ଜନମାଇଁଲା ।୨।ତଥ୍ୟ ମାନି ଅତଥ୍ୟ ଭାଷି ତ ପୋତନା ମୁଖ୍ୟ ମାନରେ,ବାହାକୁ ପ୍ରବଳାଇ ଦେ ପରିରମ୍ଭବୈଭବ ଦାନରେ ।ତୋଷ ମୋ ରସନାକୁ ତୋ ମଧୁରାଧ ମୃତ ପାନରେ,ରସ ଧନ, ମଦନମର୍ଦ୍ଦନ ବିଧାନ ରେ ।୩।ରସରଙ୍ଗିନୀ ଆସ ସୁନ୍ଦରୀ ହାସକୁନ୍ଦ ବିକାଶରେ,ବାସବାଶ୍ରୟ ବାସ ଭାଗ୍ୟ ବିଳାସ ଦେ ନ ବିନାଶରେ ।ଭାସମାନ ଜବାଧରା କି ନିରାଶରେ ନିଜ ଦାସରେ,ଅନ୍ତରାୟ ନ ରଚ ମୋ ସୁଖାଭିଳାଷରେ ।୪।ଆଧିକାତର ନନ୍ଦନନ୍ଦନ ଚାରୁପାଟବ ବାଣୀରେ,ରାଧିକା ସୁଗୁଣାଧିକା ସ୍ୱକପୋଳକୁ ନିଜ ପାଣିରେ ।ଛାଡ଼ିଲେ ରଖିବାର ମାନସମୋହନ ସ୍ମିତ ଠାଣିରେ,ବନ୍ଦେ ଅଷ୍ଟଦୁର୍ଗନାଥ ଲୁଠି ଧରଣୀରେ ।୫।
(୪୦)
ରାଗ—ବିଲାହୋରି—ଝୁଲାକଲା ଭଲା ଅଭିସାର; ଲାଘବ ଏକା ସାର ରେ ।୦।ସକପଟ ପଟୁ ଚାଟୁରେ କରଇ ସଦୃଶ ଉର ଭୂଷାରେବଞ୍ଚାଇ ନାରୀକି ସାରି ଯା ଦିଅଇଏ ଗୁଣ ବଡ଼ ଅସାର ରେ ।୧।ଦଣ୍ଡକ ରାତିରୁ ଜଗି ଜଗି ହେଲା, ମଣ୍ଡନ ମଣି ତୁଷାରପରମ ଡରେ କି କିଶୋରି ପଳାଏଚରମବେଳେ ନିଶାରେ ।୨।ବାସି ହୋଇ କୁନ୍ଦହାସୀ ବେଶଯେବେ ଉଦୟ ହେଲା ପୁଷାରକି ଚିତ୍ର ବିଚିତ୍ର ବିଳାସନିଧିରପ୍ରବଳିବାର ରୁଷାର ରେ ।୩।ଚାଲିବ ଦାଣ୍ଡରେ କାଲି ବରଯୋଷାକେହି ହୋଇଲାଟି ସାରସହିମାରୁ ଡରୁ ନ ଥାଏ ସେ ଟଭାସ୍ତନାରଭେଟ ହେଲା ଅସୁସାରଏହି ଏକା ପରା ଫଳ ଶ୍ୟାମପଦତଳ ଶରଣପଶାର ରେ ।୫।ସଖୀଙ୍କି କେ ଚନ୍ଦ୍ରମୁଖୀ କହିବାରହରି ପ୍ରସଙ୍ଗ ପ୍ରସାରକରିଛି ହରିଚନ୍ଦନ ଜଗଦ୍ଦେବମୁକୁଟ ତଟମସାର ରେ ।୬।
(୪୧)
ରାଗ—କେଦାର, ତାଳ ରୂପକକହ ରେ ଜୀବସଙ୍ଗିନୀ ! ତୋ ମନଘନଶ୍ୟାମରସେ ବଳିଲା କି ।ପଦେ ପଦେ ସୁଖଦେବା ପ୍ରେମଲେଖ ମିଳିଲା କି ବାଞ୍ଛା ଫଳିଲା କି ।ପଦ ।ତରଣିଜାକୂଳ, ନୀପମୂଳସ୍ଥଳ, କୁତୂହଳରୋଳ,ଏ ତୋ ନେତ୍ରାଞ୍ଚଳ, ମୋହନ ବିଗ୍ରହେ,ଅକପଟ ସ୍ନେହେ, ଢଳିଲା କି ଚିତ୍ତ ଚଳିଲା କି ।୧।ପୁରଦଳନାରି ଅମଳେ ତୁ ଘାରିହେଉଥିଲୁ ନାରୀମଣି ମନୋହାରୀ,ଧଇର୍ଯ୍ୟ ସରୋଜ ବନନୀଳ ଗଜଦଳିଲା କି ତହୁଁ ଲୁଳିଲା କି ।୨।ଅବସର ଦଣ୍ଡକରେ ସେ ଶିଖଣ୍ଡ-ମଣ୍ଡନଅଖଣ୍ଡ ନୟନାନ୍ତ ଦଣ୍ଡ,ତୋ ମରଜି ବକ୍ର ବସୁନ୍ଧରାଚକ୍ର ନଳିଲା କି ସବୁ କଳିଲା କି ।୩।ଏ କି ଚମତ୍କାର, ସେ ତ ସୁକୁମାର,ଶୃଙ୍ଗାର ମଙ୍ଗଳମୂରତି କିଶୋର,ତାହା ମନ ମୁନ ତୋ କଠିନସ୍ତନ ଗଳିଲା କି ଏଥୁଁ ବଳିଲା କି ।୪।ରଜତେ ରଜତ ଶାତକୁମ୍ଭେ ଶାତକୁମ୍ଭସିନା ଝଳେ ଜଗତେ ବିଦିତ,ଜମ୍ୱୁନଦସାର ତଳରେ ମସାରଝଳିଲା କି ତାପ ଟଳିଲା କି ।୫।ଜଗଦ୍ଦେବ ବାଲୁକେଶ ବସୁନ୍ଧରା-ବଳୟଅମରପତି ବୋଲେ ତ୍ୱରା,ଖେଦ-ତମିରକୁ ମୁଦ କଉମୁଦୀଗିଳିଲା କି କାଳ ମିଳିଲା କି ।୬।
(୪୧) ପୁରଦଳନାରି ଅମଳେ- କନ୍ଦର୍ପଭୋଳରେ, ନଳିତା- ନଳଦ୍ୱାରା ମାପିଲା; ମସାର- ଇନ୍ଦ୍ରନୀଳମଣି; ଜମ୍ବୁନଦସାର- ସୁବର୍ଣ୍ଣ; ଶାତକୁମ୍ଭ-ସୁବର୍ଣ୍ଣ ।
(୪୨)
ରାଗ—ଶ୍ୟାମ କଲ୍ୟାଣ, ଆଡ଼ତାଳକହ କି ହେଲା, ସହି କି ହେଲା, କପଟ ରୁଷାରେ ।ପଦ ।ନ ଚାହିଁ ପୁଣି ତାଙ୍କ, ଶ୍ରୀମୁଖହରିଣାଙ୍କ,ସଖୀ ଆଖି ରଖିଲୁ ରସାରେ ।୧।ଛାମୁ ନଜର ମଣି, -ମୟ ମଣ୍ଡନଶ୍ରେଣୀ,ବୁଣି ଦେଲୁ ପୁଣି ମୃଗଦୃଶା ରେ ।ଚରଣେ ପୁଣି ଦଳି ପକାଇ ଦେଲୁଚଳି ତୁ ସୁନ୍ଦର କୁସୁମ ଭୂଷାରେ ।୩।ଦେଖି ତୋ ରୁଷା ରୀତିଗିରିଧରଙ୍କ ଧୃତି ଥିଲା କିହୋଇଲା ଅତି କୃଶାରେ ।ମୃଦୁ ଶ୍ୟାମଳ ଗୋରା ଝାଉଁଳିଗଲେପରା ହର-ପର-ଶର-ଜ୍ୱର ତୃଷାରେ ।କରୁ ଏହି କଟାଳ ମଣ୍ଡିଦେଲା କି କାଳପୂର୍ବଦିଗ ପର୍ବତକୁ ପୁଷାରେ ।୬।ଶ୍ରୀ ଜଗଦ୍ଦେବ ବୋଲେ ତେବେ କଲୁ କି ହେଲେବେଳେ ଧରି କୋଳେ ତାଙ୍କୁ ସୁସାରେ ।୭।(୪୨) ଶ୍ରାମୁଖହରିଣାଙ୍କ- ଶ୍ରୀମୁଖଚନ୍ଦ୍ର; ରସା- ପୃଥିବୀ; ଗିରଧର- ଶ୍ରୀକୃଷ୍ଣ; ହରପରଶର- କନ୍ଦର୍ପଶର; ପୂଷା- ସୂର୍ଯ୍ୟ