ଚଉପଦୀ (ଲୌକିକ ଓ ସାମାଜିକ)
ବଳଦେବ ରଥ · ଭାଗ ୨୮ / ୩୧
ସମ୍ପୂର୍ଣ୍ଣ ସୂଚୀପତ୍ର
(୨୨୩)
ରାଗ—ତୋଡ଼ି ପରଜରେ ରମଣୀ ଗୁରୁଜନେ ଯେବେ ଭୀତି,ପୂରୁବରୁ ନୀଳ ପରବଚନ୍ଦ୍ରରେବହିଲୁ କାହିଁକି ପ୍ରୀତି ।ପଦ ।ସିନ୍ଧୁ ତ ଗଭୀର ଅଛନ୍ତି କୁମ୍ଭୀରଅହି ମହାମୀନଶ୍ରେଣୀ,ତହୁଁ ତ ରତନ ଲଭନ୍ତି ଯତନକରି କେହି କେହି ପୁଣି ରେ ।୧।ଜାଣି, କାହିଁକି ପଣ୍ଡିତେ ବସୁଥାନ୍ତି ସତେମଳୟରେ ଅହିବଳୟ ତ ରହିବାର ସକଳଜାଣି,ଗନ୍ଧସାରସାରେ ପୁଣି ରେ ।୨।କଣ୍ଟକନିଚୟ ସକାଶରୁ ଭୟଲଭେ ଯେବେ ଶିଳୀମୁଖ,ହେଉଥାଏ ସେ କି ବଚାରେ କେତକୀଲତିକାର ପାଖ ପାଖରେ ।୩।ହରିଚକ୍ରଧାରା ପରାକ୍ରମୁଁ ପରାହେଲେ ହେଲେ ଖଣ୍ଡ ଖଣ୍ଡ,ଛାଡ଼ିଲା କି କହ ସୁଧାରୁ ଆଗ୍ରହବିଧୁନ୍ତୁଦ ଗ୍ରହ ତୁଣ୍ଡ ରେ ।୪।ମୋହନ ବିଷମ ପଦାର୍ଥରେ ପ୍ରେମନ ଛୁଆଁଇବାର ଭଲ,ବଧୂ ବଶୁ କରି ଇତରରୁ ଡରିବାରବଡ଼ କଲବଲ ରେ ।୫।ବୁଡ଼ିଗଲେ ହେବ ଏକା ଶେଷଦେବଭୁବନକୁ ଅହିମୁଖ,କହେ ଜଳନ୍ତର-ମହୀ ପୁରନ୍ଦର,ଓହରିଲେ କାହିଁ ସୁଖରେ ।୬।(୨୨୩)ଶିଳୀମୁଖ—ଭ୍ରମର,ବିଧୁନ୍ତୁଦ—ରାହୁ
(୨୨୪)
ରେ ସଙ୍ଗୀତ ! କାହା ମନେ ଥିଲା ୟେହାଯାହା ଲେଖି ଥାୟେ ବିହି ଭାଲ ପଟେକି ନ ଯାୟେ ଦେହସୁହା (ପଦ)ସୁମନସ ବୃନ୍ଦ ମକରନ୍ଦ ସ୍ୱାଦୁବିଶାରଦ ଯହିଂ ଅଳିତାହା ସର୍ପି ଆଶା ଲଭିବାକୁ ଦିଶାନୋହିଲା ଚମ୍ପକବଲ୍ଲୀ ରେ ।୧।ରାଜୀବ ଗଗନ ତଟେ ନବଘନଧରି ସେ ବଳାକା ମାଳିକରିବ ଆରେ ବୋଲି ହୃଦାନ୍ତରମଧ୍ୟରେ ଚପଳା ଖେଳାରେ ।୨।କୁମୁଦିନୀ ବାଳା ପ୍ରକାଶି ସ୍ୱଲୀଳାବଶ କରି କଳାକରନିଜାଙ୍ଗ ଭିନ୍ନ ଚନ୍ଦ୍ରିକା ବଦନକରାଇବ ବୋଲି ଦୂର ।୩।ନିମଜ୍ଜିବା ଜନ କଲୁ ଅପହାରିଯଉଁ ସୁର ନଦୀବାରିଗତି କର ଆଶା ସମ୍ଭବ ଦୃଦଶାଲେଶ ନ ପାରୁ ସଂହାରି ।୪।ଅଟନ୍ତି ଯେ ବୀକ୍ଷେ ତା ଶିଖରମଣିଶିଖିବେ ସେ ଶିକ୍ଷାବୁଦ୍ଧିବୋଲେ ଜଗଦ୍ଦେବ ଶ୍ୟାମରେ ନିରାଶହେବ ବୋଲି ରସନିଧିରେ ।୫।
(୨୨୫)
ରାଗ—ତୋଡ଼ି ପରଜରେ ସଙ୍ଗାତ, ଏତିକି ମୋ ସଙ୍କଳପକିଶୋର କିଶୋରୀ ଅନାଇଁବେଧରି ଅଧରେ ହାସ ଅଳପ ।ପଦ ।ମୁଁ କୋଟି କଳପ କରି ନାହିଁ ତପ,ଏ ଭରଷା ହେବ କାହୁଁ,ଭିଡ଼ିବ ସୁନ୍ଦରତର ମଣିମାଳା ରମ୍ୟ ବାହୁ ।୧।ଦେଇ ନାହିଁ ସର ସାଚି ପାଚିବାରତା ମଧୁରସା ହବନେ,ଚୁମ୍ୱବି ତାହାଙ୍କ ମୁଖ ହରିଣାଙ୍କନିକି ନିକୁଞ୍ଜଭୁବନେ ।୨।ଶଙ୍କର ଗିରିଜା ପଙ୍କଜାଙ୍ଘ୍ରି ପୂଜାକରି ନାହିଁ ଗଙ୍ଗାକୂଳେ,ମରକତ ମାର ମୂରତି ସୁନ୍ଦର ଖେଳିବକେହି ମା କୋଳେ ।୩।ଖଞ୍ଜି ନାହିଁ ମଣି ମାଳିକାଧରଣୀ ସୁରସୁନ୍ଦରୀଙ୍କ ଗଳେ,କିପାଁ କଞ୍ଜନେତ୍ର ମୃଗମଦଚିତ୍ର ହେବମୋ କୁଚ ଯୁଗଳେ ।୪।ନ ଥିବାରୁ ଭାଗ୍ୟ ନୁହଇ ତ ଯୋଗ୍ୟଲୋଡ଼ିବ କି ଆନ କଥା,ମୋହନ ପଙ୍କଜ ପଦଚିହ୍ନ ରଜଚୁମ୍ୱୁଥାଉ ମାତ୍ର ମଥା ।୫।ବଡ଼ଭୀ ତନାବୀ, ପାଶେ କରିଥିବିରଜନୀ ବାସର ସ୍ଥାନ,ଚରଣମଣ୍ଡଳ ମୁରଳିକା ସ୍ୱନସୁଧାପିଉଥିବ କାନ ।୬।କେଉଁ ରୂପେ ହେଲେ, ସେ କୃପା ନୋହିଲେତମାଳେ ଦେବି ଦଉଡ଼ି,ଜଳାନ୍ତର କ୍ଷିତିଚକ୍ରବଳାରାତିକହଇ ସନ୍ଦେହ ଛାଡ଼ି ରେ ।୭।(୨୨୫)ମଧୁରସା—ମିଷ୍ଟ ଖାଦ୍ୟବିଶେଷ,ହବନ—ଯଜ୍ଞ, ବଡ଼ଭୀ ତନାବୀ—କୋଠାଘର ଝରକା,ବଳାରାତି—ଇନ୍ଦ୍ର
(୨୨୬)
ରାଗ—ପୂରବୀ—ତ୍ରିପୁଟାରେ ସଙ୍ଗାତ, କେ ଜାଣିଥିଲା ଏ କଥା ?ହଜାଇବି ମତି ମୋର ଏଡ଼େସତୀବରତ ହେବ ଅନ୍ୟଥା । ଘୋଷା ।ଶୁଣି ତରଣୀଜାତଟେ ବଂଶୀ ବାଜାହେବାରୁ ମୁଁ ଅନୁମାନକେହି ଆଗୁଁ ଜାଣି ବଳିବେ ସରଣୀପକାଇ ଅଂସଖ୍ୟ ଆନ ।୧।ଥରେ କୃପା କର ବୋଲି ବାରମ୍ୱାରଲୁଟିବେ ଚରଣ ତଳେମନେ କରି ମୋତେ କୋଳ ଆଚରିବେଉଠ ବୋଲି ଦେବାକାଳେ ।୨।ଗୋଟିଏ ଚୁମ୍ୱବି ବୋଲି ଭାଷି,ଦେବେ କୋଟିଏ ଚିବୁକେ ଚୁମ୍ୱପୁଣି ଦଶନାନ୍ତେ ନିବିଡ଼େ ଫାଡ଼ିବେମୋ ରଦନାମ୍ୱର ବିମ୍ୱ ।୩।ଛଇଁଦେବି ସିନା ବକ୍ଷକୁ ବୋଲନ୍ତେଥରେ ଅଙ୍ଗୀକାର କଲିମୋ କୁଚଶମ୍ଭୁର ସେ ନଖାଙ୍କଚନ୍ଦ୍ରଖଣ୍ଡ ଭୂଷା ହେବ ବୋଲି ।୪।ସେ ରୂପ ପ୍ରକାଶ ନିରୂପମହାସ-ବିଳାସ ଭୂରୁ କମାଣଦେଖୁଁ ଦେଖୁଁ ନେତ୍ରେ ମୋ ସକଳଗାତ୍ରେ ବିନ୍ଧିବ ମଦନବାଣ ।୫।ବଳିବ ମୋ ତାପ ଝୁମିଯିବି ପାପଅନଙ୍ଗ ଅମଳ ବଶେକରତି ମୋ ଦମ୍ଭ ମନୋରଥ କୁମ୍ଭଭରତି କରିବେ ରସେ ।୬।ମୋ ପରାଣ ଅଟୁ ବୋଲି ଅକପଟୁକହିଲିଟି ସହି ତୋତେଚିତ୍ତେ ଥିବ ତୋର ଜଳନ୍ତର ନରନାଥବିରଚିଲେ ଗୀତେ ।୭।
(୨୨୭)
ରାଗ—ତୋଡ଼ିପରଜ, ତାଳ—ରୂପକରେ ସଙ୍ଗାତ, ତୋ ବୋଲେ ବସନ୍ତି ମାନେ,ଶିଖଣ୍ଡଶେଖର ସ୍ନେହୁଁ ଆଶା ମୋରତୁଟାଇ ପାରନ୍ତୁ ଧାନେ ।ପଦ ।ଖଳଜନବାଣୀ ସତ୍ୟ ପରି ମଣିନ ଚାହିଁଲେ ହେଲେ ମୋତେ,ଘେନ ଚାରୁତର ମୁଖ-କଳାକାର ମୁଁନ ଚାହିଁବି କେମନ୍ତେ ।୧।ଜାଣିଅଛି ଧ୍ରୁବ ମୋଠାରେ ପୂରୁବପରି ନାହିଁ ହରି ସ୍ନେହ,ହେଲେ ହେଲେ ଯେବେ ମୁରଲୀବିରାବେପୁଲକନ୍ତା ନାହିଁ ଦେହ ।୨।ଚନ୍ଦ୍ରକ ଲଲାମେ ଦେଖଇ ମୁଁପଛେ ଅନ୍ୟ ପଦ ଲାକ୍ଷା ରାଗ,ଇନ୍ଦ୍ର-ନୀଳମଣିମୟ ନ ଦିଶନ୍ତାଯେବେ ମୋତେ ପ୍ରତିଦିଗ ।୩।ଆହାର ବିହାର ନିଦ୍ରା ବେଶ ବିଷହେଉ ତାକୁ ମୁଁ ନ ଗଣେ,ତା ଦରଶନେ ଅନାଦର ବିହିଲେଅରୁଚି ନୁହନ୍ତା ପ୍ରାଣେ ।୪।କାମୋଦୟ ଘନେ ଆମୋଦ ବର୍ଦ୍ଧନେତା ମୋହନ ମୃଦୁ ଦାସ,ବଶ ନ କରାଇ ଯେବେ ଠଉରାଇଦିଅନ୍ତା ଧଇର୍ଯ୍ୟ ଲେଶ ।୫।କେ କହୁଛି ତୋତେ ହୋଇଛିନିକୁଞ୍ଜନିଳୟ ଦୁଆର ମନା,କେ କହେ ତୁ ବେଣୁପାଣି ପ୍ରାଣ ଏଣୁନିଶ୍ଚୟ ଜାଣିଲେ ସିନା ।୬।ଅଷ୍ଟଦୁର୍ଗଧରାନାଥ କହନ୍ତି ସେଚତୁରମାନଙ୍କ ରଜା,ସରଣୀ ତାର କଳିଲେ ସିନା ହେବଧରଣୀନ୍ୟସ୍ତ କରଜା ।୭।
(୨୨୭)ଧାନେ—ଅଳ୍ପ ପରିମାଣରେ,ମୁଖ କଳାକାର—ମୁଖଚନ୍ଦ୍ର,ଧ୍ରୁବ—ନିଶ୍ଚିତ,ମୁରଲୀବିରାବେ—ବଂଶୀଧ୍ୱନିରେ,ଚନ୍ଦ୍ରକଲଲାମେ—ମୟୂରପୁଚ୍ଛ ଭୂଷଣରେ
(୨୨୮)
ରାଗ—ତୋଡ଼ିପଜ—ଆଦିତାଳରେ ସଙ୍ଗାତ, ତୁ ତ ଅନୁଭବୀ ନୋହୁ,ସ୍ନେହଜାତ ସୁଖ ତା’ ବିଚ୍ଛେଦ ଦୁଃଖ ଯେଜାଣେ ସେ ଆସି କହୁ । ଘୋଷା ।ଅନୁବରତେ ଶରଣ ହୋଇଲାକି ବନଜ ପଲ୍ଲବାବଳି,ଘନଶ୍ୟାମ ନାମ ବିନା ଦୁଃଖାନଳେମନ ଯାଉଅଛି ଜଳି ।୧।ଟୋକୀଟାମାନଙ୍କ ଆଗସରିକିମୁଁ ଟେକି ପାରୁ ନାହିଁ ମଥା,ଟେକି ଦେଲେ ଭୁଲି ଫୁଲିଯିବ ବୋଲିଏ କି ସଟାବଟା କଥା ।୨।ସାକ୍ଷାତରେ ଲାକ୍ଷା ଦେଖିଛି କପାଳେତା ଖ୍ୟାତ କରିବି କେତେ,ବିଷ-ମକରନ୍ଦୁ ବଳି ପଡ଼ିଲାଣିକି ସମୁଝାଉଛୁ ମୋତେ ।୩।ଟଳାଟଳି ହୋଇ ମରମରେମୋର ବଳିଆଇ କହୁଥାଉ,ଖୁଆଦଣ୍ଡଖିଆ ଖରାପ କ୍ଷୀରରେସୁଆଦ ଥାଏ କି ଆଉ ।୪।ନୀଳଚଳଚୂଳ ପ୍ରସାଦରୁ ହେଲେଟେକିଥିବ ତିନି ଥାଳି,କବିରବି ରାୟଗୁରୁ ବୋଲେ ପ୍ରୀତିଦଗାଦିଆ ବନମାଳୀ ।୫।
(୨୨୯)
ରାଗ—ତୋଡ଼ି ପରଜ, ତାଳ—ରୂପକରେ ସଙ୍ଗାତ, ଦରିଦ୍ରନିଧିଙ୍କ ଦ୍ୟୁତି,ଦେଖୁଥିଲେ ଦେଖିଥିବାକୁ ମୋମନ ଧାଉଁଥାଏ ନିତି ନିତି । ଘୋଷା ।ଦଶନ ବସନ ପଲ୍ଲବରେ ମଲ୍ଲୀରଖି ଦରସ୍ମିତ ଛଳେ;ଦଣ୍ଡକୁ ଦ୍ୟୁମଣି ଅସ୍ତ ହେବା ଜାଣିବନୁ ବାହୁଡ଼ିବା ବେଳେ ।୧।ଦକ୍ଷ କରେ ଧରି ମୋହନ ଚାତୁରୀବିଶାରଦ ବେଣୁଦଣ୍ଡ,ଦକ୍ଷେତର ପଦପଙ୍କେରୁହ ଯୁଗେମଣ୍ଡିଦେଲା କାଳେ ଦାଣ୍ଡ ।୨।ଦେଇ ସାନ୍ଦୀପନି ମୁନୀନ୍ଦ୍ର ନନ୍ଦନେତା ଦକ୍ଷ କର ସାହସ;କୁତୁକେ ଶ୍ରୀଦାମ ପରିହାସକ୍ରମକରିବା ବେଳେ ପ୍ରକାଶ ।୩।ଦଳିତ ଲଳିତ ହରିତାଳଦେହସଉଧ ତନାବୀ ଚାହିଁ;ଦୁର୍ମଦ ବିଳାସେ ନାଚିବା ଲୀଳା ସେଲୋକତ୍ରୟେ ନାହିଁ ନାହିଁ ।୪।ଦିଶିବ ଦୁଇଟା ନୟନକୁ କେତେମାଧୁରୀ ମୁଖଚାନ୍ଦର;ଦମ୍ୟଖୁରଭଡ଼ା ଭୂପରାଗବୁଡ଼ାଶ୍ରୀଅଙ୍ଗଟି କି ସୁନ୍ଦର ।୫।ଦଶପୁର ଘେରି ଚାଲନ୍ତି ବାଛୁରୀବଲ୍ଲବବାଳକ ଜନ;ଦେଖିବାକୁ ସେ ସମୟ ବାଲୁକେଶଜଗଦ୍ଦେବ କରେ ମନ ।୬।
(୨୨୯)ଦ୍ୟୁମଣି—ସୂର୍ଯ୍ୟ,ଦକ୍ଷ କରେ—ଡାହାଣ ହାତରେ,ପଙ୍କେରୁହ—ପଦ୍ମ,ତନାବୀ—ଝରକା,ଦମ୍ୟ—ବାଛୁରି,ବଲ୍ଲବ—ଗଉଡ଼,ଭୂପରାଗ—ପୃଥିବୀର ଧୂଳି ।
(୨୩୦)
ରାଗ—ତୋଡ଼ି ପରଜ—ଏକତାଳିରେ ସଙ୍ଗାତ, ନିନ୍ଦିଲେ ନିନ୍ଦିବେ ଲୋକେ,ନୂଆ ବାରିବାହ ନୀଳ ଦେହ ସ୍ନେହବରଜିବି କି ପଲକେ । ଘୋଷା ।କହି ଦିବାରାତି ବତାଇ ସୁନୀତିଯେ ମୋତେ ନିବାରୁ,ମନକୁ କେ ମନା କରିବ ଯମୂନାତଟକୁ ନିତି ଯିବାରୁ ।୧।ମୋର ଏହି ମନ ହରୁଥିବିଦିନ ହରିଗୁଣ ଗୁଣି ଗୁଣି,କିଶୋର ରତନ କର ନିକେତନ-ବଂଶୀ ଗୀତ ଶୁଣି ଶୁଣି ।୨।ବଢ଼ି ଅକୀରତି କୁଳବତୀ ରୀତିଭାଜିଲେ ପଛେ ଭାଜିବବାଜିବାରୁ ନନ୍ଦସୁନ୍ଦରସମନ୍ଦହାସିତ ମୁଖ ରାଜୀବ ।୩।ମୋତେ ପଛେ ଗୁରୁଜନେ ରୋଷେଘରୁ ଘଉଡ଼ି ଦିଅନ୍ତୁ ପେଲି,ଯାଇ ନିକୁଞ୍ଜକୁ ଖାଇ କି ଅମଳବାଇ ହୋଇଗଲା ବୋଲି ।୪।ଆସୁଥିବି ଛଳ କରି ନିତିଜଳ ନେବାକୁ ରବିସୂତାରୁ,ନଟ ବେଶଧର ଅଧରୁ ମଧୁରମଧୁ ପିଇଲା ଉତ୍ତାରୁ ।୫।ଜଗଦ୍ଦେବ ଭାଷେ ଆନ ତ ନ ଦିଶେମୋର ଏ ତାପ ଭଙ୍ଗକୁ,କରିଛି ଶରଣ ଏଣୁ ସେତରୁଣମଣି ଶ୍ରୀଅଙ୍ଗ ସଙ୍ଗକୁ ।୬।
(୨୩୧)
ରେ ସଙ୍ଗାତ, ପ୍ରୀତିରୁ ନାହିଁ ମାଦକଛାଡ଼ିବି ବୋଇଲେ ଛାଡ଼ି ତ ନୁହଇହରଇ ଧୈର୍ଯ୍ୟ ବିବେକ ।୦।କୁଳବତୀ ଅତି ହେଲେ ହେ ଯୁବତୀହଜାଇ ହେମନ୍ତ ଯାକଗୁରୁଜନ ଭୟ ଛାଡ଼ି କରେ ଭୟକେବଳ ହୃଦ ପଦକ ।୧।ଘେରିଥିଲେ ଜନ ଡେରିଥାଇ କର୍ଣ୍ଣଶୁଣିବାକୁ ପ୍ରୀତିଡ଼ାକକହିବା ଲୋକକୁ ପ୍ରଶ୍ନ କରୁଥାଏନୋହିବାରେ ପରିପାକ ।୨।ଭସା ଏ ପ୍ରଳାପ ହସାଏ ଭଗାରୀଲସାଇ ପକାଏ ଟେକମଜ୍ଜାଇଲେ ମନ ଦେଖାଏ ସ୍ୱପନକରାଇ ଆକୁଳ ଶୋକ ।୩।କ୍ଷଣେ ହେଲେ ଭିନ୍ନ ନ ରୁଚଇ ଅନ୍ନପିତା ହୁଏ ସିତା ଶାକପାଇଲେ ହେଁ ନିନ୍ଦା କରେ ତାକୁ ଫନ୍ଦାହେଉଥାଏ ଦକ ଦକ ।୪।ସଂସାରୀ ହେଲେ ତ କଂସାରି ପଦରେନ ରଖେ କେହୁ ଆଟକବୋଲେ ଜଳନ୍ତର ପତି ହେ ଶ୍ରୀମତୀତା ଜନ୍ମ ପୋଡ଼ୁ ପାବକ ।୫।(୧୩୧)ହେମନ୍ତ—ହିମ୍ମତ,ଲସାଇ ପକାଏ—ନଷ୍ଟ କରିଦିଏ,ସିତା—ସାକର,କଂସାରି—ଶ୍ରୀକୃଷ୍ଣ,ପାବକ—ଅଗ୍ନି ।
(୨୩୨)
ରାଗ—ପୂରବୀ—ଆଡ଼ତାଳିରେ ସଙ୍ଗାତ, ମକରଧ୍ୱଜ ବଦନେଜନମେ ହରଷ ଦିନେ ଦିନେ ବେଶ ହେଲେସିନା ଭିନ୍ନେ ଭିନ୍ନେ । ଘୋଷା ।ଭଙ୍ଗୀ ଲାବଣ୍ୟ ତଟିନୀ ନାଥବଡ଼ ରଙ୍ଗିଲା ସେ ନନ୍ଦପୁଅରଙ୍ଗ ଶାଲୁ ଯୋଡ଼ି ଅଙ୍ଗକୁଉହାଡ଼ି ବଙ୍ଗଦେଶ ବେଶ ହୁଅ ।୧।ଅକ୍ଷିଣ ମଣ୍ଡନ ଦକ୍ଷିଣ ଦେଶରବେଶରେ ଶରଧା ବଳୁବ୍ୟାପାରି ନିରାନ୍ଧ୍ର ନୀବିବନ୍ଧେବ୍ରଜ ବାନ୍ଧବ ଅଙ୍ଗୁଳି ଚାଳୁ ।୨।ଜରି ବୁଟାଦାର ଖିନିଖାପ ସାରକୁଞ୍ଚ ମହୀଯାଏ ଲମ୍ୱୁମଡ଼ିଆଳ ଦେଶ ଛଡ଼ିଆ-ଡମ୍ୱରୁଶ୍ୟାମ ତୋ ଚରଣ ଚୁମ୍ୱୁ ।୩।ପାଇଜାମା ଜାମା ବନ୍ଦ ବକ୍ଷ ଲିମାହସ୍ତିନୀ ମସ୍ତକ ତାଲିଘନଶାଳ ମାଳା କୁସୁମ୍ଭା ପଗଡ଼ିଖସି ଖସି ଆଲବେଲି ।୪।ଜଗଦ୍ଦେବ ବୋଲେ କିଶୋରୀ ଭାଷିଲେହସି କି ଫଳ ବଶରୁଦେଶ ବିନା ଜୀବିତେଶଙ୍କରଅନୁରାଗ ଏବେ ସରୁ ।୫।
(୨୩୩)
ରାଗ—ତୋଡ଼ିପରଜରେ ସଙ୍ଗାତ, ରୁଷି ମୁଁ ବସିଲି ଗେଲେ,ମନ ମନସିଜ ଚକ୍ଷୁ ମୁଖ ଭୁଜ ଏମାନେମୋ ଶତ୍ରୁ ହେଲେ ରେ । ଘୋଷା ।ଦେଲି ଯେ ଗୁମାନ ଲାଞ୍ଚ ତୁ ଚଞ୍ଚଳନୁହ ମନ ବୋଲି କହି,କେବେ ନ ଛୁଇଁଲା ସେ ବ୍ରଜ ଛଇଳାଶୋଭା ସମ୍ପତ୍ତିରେ ରହି ରେ ।୧।ରଖ ଧୃତି ମୋର ବୋଇଲି ଯେ ଛାରମାରକୁ ପାଣି ପ୍ରସାରି,ବିନ୍ଧି କୋଟି କୋଟି ବାଣ ନେଲା ହଟିଦେଲା ମୋ ଆବୁର ସାରି ରେ ।୨।ତଳ କଲି ମଥା ଜାଣି ଚପଳତା-ସମ୍ପନ୍ନବୋଲି ମୋ ଡୋଳା,ନ ପଡ଼ି ଧରାରେ ମୁରଲୀଧରାରେରସି ରସି କଲା ଖେଳା ରେ ।୩।ଏ ପାପ ଲପନ ଦିଶୁ ଥାଏ ଆନବେଳେ ସାଭିମାନ ପରି,ଜାଣି ସେହି କାଳ ରହିଲା କେବଳହାସ ଉଲ୍ଲାସରେ ପୂରି ରେ ।୪।ଭିଡ଼ି ଯେ ରଖିଲି ତେବେ ଭୁଜବଲ୍ଲୀତାହାରି ଆଶ୍ଳେଷେ ଟାକି,ଟେକି ଯେ ହୋଇଲା କାଳେ ନ ରହିଲାସ୍ତନମୂଳଚେଳ ବାକି ରେ ।୫।ବୋଲେ ଶ୍ରୀମୁକୁନ୍ଦଦେବ ଅତିଯତ୍ନେ ବୁଜିଲି ନୟନ ପୁଣି,ଜାଣେ କି ମନ୍ତର ହେଲା ମୋଅନ୍ତରଗତ ସେହି ନୀଳମଣି ।୬।
(୧୩୩)ମନସିଜ—କନ୍ଦର୍ପ,ମୁଁ ରୁଷି ବସିବାବେଳେ ମୋ ମନ,କନ୍ଦର୍ପ,ମୋ ଚକ୍ଷୁ,ମୁଖ ଓ ଭୁଜ−ଏହି ପାଞ୍ଚୋଟି ମୋର ଶତ୍ରୁ ହେଲେ ଅର୍ଥାତ୍ ମୋ ରୁଷି ବସିବା କାର୍ଯ୍ୟ ଏମାନେ ବ୍ୟର୍ଥ କରିଦେଲେ(ତଳ ପାଞ୍ଚପଦରେ କ୍ରମାନ୍ୱୟରେ ଏମାନଙ୍କ କାର୍ଯ୍ୟ ବର୍ଣ୍ଣନା କରାଯାଇଛି),ଆବୁର—ମହତ୍ତ୍ୱ,ମୁରଲୀଧରା—ଶ୍ରୀକୃଷ୍ଣ,ଲପନ—ମୁଖ,ସାଭିମାନ—ଅଭିମାନଯୁକ୍ତ,ଭୁଜବଲ୍ଲୀ—ବାହୁଲତା,ଆଶ୍ଳେଷ—ଆଲିଙ୍ଗନ,ଚେଳ—ବସ୍ତ୍ର ।
(୨୩୪)
ରାଗ—ପୁରବୀରେ ସଙ୍ଗାତ, ସମ୍ଭାଳି ନ ପାରେ ଆଉ,ଅମ୍ଭୋରୁହାକ୍ଷର ଖେଳା କଟାକ୍ଷରଦମ୍ଭୋଳିରୁ ବଡ଼ ଦାଉ । ଘୋଷା ।ଦୂରରୁ ପଡ଼ି ବୁଡ଼ିଯାଏ ହୃଦରେଲୋଡ଼ିଲେ ନ ଦିଶେ ଆଉ,ମରମରେ ପଶି ଦରମରା କରେସରସ ସ୍ପରଶ ନୋହୁ ।୧।ଶବଦ ନ ଥାଇ ସ୍ତବ୍ଧ କରାଇସେ କି ରତି-ଋଣ-ସାହୁ,ମିଆଦ ଟାଳିଲା ପିଆଦା ପରାଏମାର ଝିଙ୍କେ ଆସୁ ଯାଉ ।୨।ନବଘନ ଅଙ୍ଗ ବିଶେଷ ତରଙ୍ଗରଙ୍ଗ ଦିଶେ ଦାଉ ଦାଉ,ସୁଦିନ କୁଦିନ କରାଏ ଦୁର୍ଦ୍ଦିନଥରେ ଅନାଉଁ ଅନାଉଁ ।୩।ଗଲେ ହେଲେ ଜାତି ମହତ୍ତ୍ୱସମ୍ପତ୍ତି ଫିଟି ତୁଟି ଲୁଟିଯାଉ,ଗଜପତି ଭାଷି ହୁଅ ତାଙ୍କଦାସୀ ପିଣ୍ଡେ ପ୍ରାଣ ଥାଉ ଥାଉ ।୪।(୨୩୪)ଅମ୍ଭୋରୁହାକ୍ଷ—ପଦ୍ମନେତ୍ର,ଦମ୍ଭୋଳି—ବଜ୍ର, ଅଙ୍ଗ ବିଶେଷ ତରଙ୍ଗ— ଅଙ୍ଗର ବିଶେଷ ଲାବଣ୍ୟ ମାଧୁରୀ ।
(୨୩୫)
ରାଗ—ତୋଡ଼ି ପରଜରେ ସଙ୍ଗାତ, ସରିଗଲି ଲାଜେ ଆଜ,କରି ବିଲୋକନ କାଲି କେହିଘନଶ୍ୟାମ ମୁଖ-ଦ୍ୱିଜରାଜ । ଘୋଷା ।ସେ ଶୋଭା ଉଦିତ ସମ୍ଭୋଗରେଚିତ୍ତ ପୂରା ନ ଥିବାରୁ ମୋର;ରଜନୀ ରଥାଙ୍ଗୀ ଭଙ୍ଗୀ ସିନାଅଙ୍ଗୀକାର କରେ ନିରନ୍ତର ରେ ।୧।ନୀଳ ସୁଧାସିନ୍ଧୁ ପରି ତ ମୋବନ୍ଧୁ ଦିଶୁଥାନ୍ତି ଗୋଟିଯାକ;କେବଳ ଅଧର ଚୁମ୍ୱିବାରୁ ମୋରନ ରହଇ ତ ବିବେକ ରେ ।୨।ମୁଁ ରତିଭବନ ଭିତରେ ମୋହନମୂରତିକି ଯତ୍ନେ ଲେଖି;ଚୁମ୍ୱିଥିଲି ରଙ୍କ ପରି ହରିଣାଙ୍କତୁଲ୍ୟେ ମୁଖେ ବୁଜି ଆଖି ରେ ।୩।ମୋହିତ ହେବାରୁ ସେ ସୁଖଅମଳେ ନୋହିଥିଲି ସାବଧାନ;କେହି ଆସି ଶ୍ୟାମ ଚୁମ୍ୱିଲେଚରମଦେଶେ ରହି ମୋ ବଦନ ରେ ।୪।ଲେଖାରେ ହେଲେ ତ ଲେଖାମାନଙ୍କରଲେଖାରେ ନୋହି ସେ ଠାଣି;ଝଟ କରି ଅବା ଲିଭାଇ ଦିଅନ୍ତିଅଟକି ରହିଲା ପାଣି ରେ ।୫।ଯାହା ହେଲା ମୋର ବାହାରଭିତର ମନ୍ଦାକ୍ଷ ଭୟରେ ପୂରି;ଅଷ୍ଟଦୁର୍ଗ ହରିହୟ ବୋଲେ ଚୋରିଧରା ପଡ଼ିଗଲା ପରି ରେ ।୬।
(୨୩୫)ଦ୍ୱିଜରାଜ—ଚନ୍ଦ୍ର,ରଜନୀରଥାଙ୍ଗୀଭଙ୍ଗୀ—ରାତିରେ ଚକ୍ରବାକୀ ପରି ବ୍ୟାକୁଳ,ହରିଣାଙ୍କ—ଚନ୍ଦ୍ର,ଚରମଦେଶ—ପୃଷ୍ଠଭାଗ,ଲେଖାମାନଙ୍କରେ—ଦେବତାଙ୍କ ମଧ୍ୟରେ,ମନ୍ଦାକ୍ଷ—ଲଜ୍ଜା,ହରିହୟ—ଇନ୍ଦ୍ର(ଏଠାରେ ରାଜା)
(୨୩୬)
ରାଗ—ତୋଡ଼ି ପରଜରେ ସଙ୍ଗାତ, ସେ ସିନା ବସିବ ରୁଷିସେ ଶିଖଣ୍ଡଚୂଳ ନୟନ-କୁନ୍ତରେଦିନେ ନୋହିଥିବ ଭୁଷି ।ପଦ ।ତରଣିଜା ତଟ, ସରଣିରେ ଭେଟ,ଯେ ରମଣୀ ହୋଇ ନାହିଁ;ନୀଳ ବାରି-ବାହ-ଦଳନ ବିଗ୍ରହଅଳପ ନ ଥିବ ଚାହିଁ ରେ ।୧।ରସିକା-ବୃନ୍ଦରେ, ବସି ଆନନ୍ଦରେ,ରସି ଶ୍ୟାମ ପ୍ରେମ ଗୁଣ;ଯେ ଶୁଣି ନ ଥିବ, ବସୁଧାରେ ଥିବ,ପଶୁରୁ ହୋଇ ଅଜାଣ ରେ ।୨।ବସାଇଣ ପାଶେ, ରସାଇ ହରଷେ,ହସାଇ ଉତ୍ସୁକ ମନେ;ପୀଡ଼ାଇ ଓଷ୍ଠକୁ, ଭିଡ଼ାଇ ଅଙ୍ଗକୁ,ଜଡ଼ାଇ ନ ଥିବ ଦିନେ ରେ ।୩।ବସନ ଲୁଟିଆ, ରସ ବିନୋଦିଆ,ରସରେ ନ ଥିଲେ ରସି;ଦୂରରୁ ଦୁର୍ଲ୍ଲଭ, ମୁରଲୀର ରବ,ଶ୍ରବଣେ ନ ଥିଲେ ପଶି ରେ ।୪।ଜଳନ୍ତର ଇନ୍ଦ୍ର ନୃପ ରାମଚନ୍ଦ୍ର,ଛୋଟରାୟ ରସେ ଭଣି;ସ୍ମର-ତରୁଆର ଧାରରେ ଶରୀରଥରେ ନୋହିଥିଲେ ହାଣି ରେ ।୫।