ଛାନ୍ଦ-୧୨ — ପ୍ରେମକଳା — ଅଭିମନ୍ୟୁ ସାମନ୍ତସିଂହାର · ସ୍ୱର୍ଣ୍ଣଲିପିଦଣ୍ଡ ଦେବାର ସିନା ତାକୁ ବିହିତ ॥୨୦॥
ଏହା ଶୁଣି କେ କଜ୍ଜ୍ୱଳ ରଞ୍ଜି ଦେଲା ।ତାକୁ ମୁଁ ଗୋ କିଳି ଦେବାଟି ବୋଇଲା ॥୨୧॥
ବେଶ ଶେଷ କଲେ କରି ପରିହାସ ।କହି ବସିଲେ ହେବ ତ ସର୍ବଶେଷ ॥୨୨॥
ବାଳା ଅଳସ ଦେଖି ସଜନୀ ପାଂଚି ।ପାଶରେ ଶଯ୍ୟାକୁ ରଚି ॥୨୩॥
ରାମାମଣିକି ତହିଁ ସେ ଶୁଆଇଲେ ।ନାଟ ଖଟଣିରେ ସୁଖୀ ପ୍ରବତ୍ତଲେ ॥୨୪॥
ଏଣେ ମଧୁଶଯ୍ୟା ବାସୁ ବୀର ଯାଇ ।ସଖା ସମୂହ ମଧ୍ୟରେ ବେଗେ ଯାଇ ॥୨୫॥
ହୃଦ ଅଙ୍କିତ ସିନ୍ଦୂର ଯାବକରେ ।ତାହା ଦେଖି କେ ଭାଷିଲା ଇଙ୍ଗିତରେ ॥୨୬॥
ନିଶି ଅନୁରାଗ ବ୍ୟକ୍ତ କରିବାକୁ ।ଆଣି ଦେଖାଇ ଅଛି କି ଏ ଚିହ୍ନକୁ ॥୨୭॥
କେ ବୋଇଲା ତନୁ କଷଟିରେ ଘେନ ।କଷି ଅଛି ଚୂଡ଼ି ସଂଚା ପ୍ରତିଦାନ ॥୨୮॥
କେ ବୋଇଲେ ତେମନ୍ତ ନ ଘେନ ମିତ ।ଲେଖି ଦେଇଛି ସୁବେଶ କାମ ମନ୍ତ୍ର ॥୨୯॥
କେ ବୋଇଲା କୁଙ୍କୁମ ଚିହ୍ନ କେ ପୁଣିପ୍ରୀତି ପାଲଟ ଦେଇ ଅଛନ୍ତି ପୁଣି ॥୩୦॥
କଲେ ଏହି ରୂପେ କେତେ ପରିହାସ ।କରୁଥିଲେ ତ ସରିବ ନାହିଁ ରସ ॥୩୧॥
ସେହି ଦିନରୁ ବଢ଼ିଲା ନିତି ରସ ।ଦିନ ଦିନୁ ସେ ଦମ୍ପତି ପ୍ରୀତି ବଶ ॥୩୨॥
ଚକ୍ଷୁ ଅନ୍ତର ପଲକ ଯୁଗ ମଣି ।ଦୀନ ସରଇ ଭାଷା ଗୁଣମଣି ॥୩୩॥
ଏହିରୂପେ ଗଲା ତହିଁ କେତେ ଦିନ ।ହେଲା ନିଷେଧ ଯୋଗେ ରାମାରତନ ॥୩୪॥
ଭିନ୍ନ ହେବାର ରସିକ ଚୂଡ଼ାମଣି ।ଉଚ୍ଚ ଭାବନା କରଇ ବସି ପୁଣି ॥୩୫॥
ଧିକ ବିହି ଅବିହିତ ତୋ ଆଚାର ।କାହିଁପାଇଁ କଲୁ ଏତେ ଅବିଚାର ॥୩୬॥
ପ୍ରାଣ ପରି କରାଇଲୁ ଯେଉଁ ରାମା ।ତହିଁ କିମ୍ପା ଏହା କଲୁ ହେ ମହାତ୍ମା ॥୩୭॥
ପୁଣି ବୋଲଇ ଧନ୍ୟ ଯେ ଭାଗ୍ୟ ରାଶି ।ବାରାଣାସୀରେ ମନାଇ କାଶୀ ବାସୀ ॥୩୮॥
ଶତେବାର ପ୍ରୟୋଗରେ ଥିବା ଝାସି ।ସେହି ପୁଣ୍ୟବନ୍ତ ସଦା ଅଭିଳାଷୀ ॥୩୯॥
ଯେହୁ ଯାଗରେ ସାଗରେ ଥିବ ଝାସି ।ଜାଳି ଆଗ ଜାଗର ଉଜାଗର ନିଶି ॥୪୦॥
ତୋଷିଥିବ ରମା ଉମା ସଦାଶିବ ।କାହିଁପାଇଁ ତା ନଥିବ ସଦାଶିବ ॥୪୧॥
କୋଟି ମହାଦାନ ଦେଲେ ଏକେ ଏକେ ।କର ପଡ଼ଇ ତେବେ ଚିବୁକ ବୁକେ ॥୪୨॥
ମିଥ୍ୟା ନ ବୋଲଇ ଯେଉଁ ଦୃଢ଼ବ୍ରତୀ ।କରିଥାଇ ହର ହର ମହା ଶ୍ରୁତି ॥୪୩॥
ବକ୍ରଭାଷା ଚମ୍ବଲାଭ ସେ ଲଭନ୍ତି ।କାହିଁ ସେ ଭାଗ୍ୟ ଲଭିବ ଅଶ୍ରୁସୁତି ॥୪୪॥
ମଦାଳସୀ ଟଳଟଳ ମନ୍ଦ ଗତି ।ନେତ୍ର ତରଙ୍ଗ ରହିତି ରଙ୍ଗ ଜ୍ୟୋତି ॥୪୫॥
ଅସ୍ତବ୍ୟସ୍ତ କେଶ ବାସ ମଧ୍ୟେ କର ।ରତି ବାହୁଡ଼ା ଛବି କି ମନୋହର ॥୪୬॥
ପ୍ରାତ ଅଭୀଷ୍ଟ କରି ଯେ ଅଛି ଦେଖି ।ପ୍ରେମ ସୁଧା ଚାଖି ଅଛି ତାର ଆକ୍ଷି ॥୪୭॥
ରତି ଇଚ୍ଛାରେ ଧରିଲାବେଳେ ନୀବୀ ।ଗେଲେ ବୋଲିବା ମୁଁ ଅବା ନ ପାରିବି ॥୪୮॥
କକ୍ଷ ତଳେ ଗୋ ବୋଲଇ ମୃଦୁ ବଚନ ।ଏକିସ ଗୋ ବୋଲଇ ମୃଦୁ ବଚନ ॥୪୯॥
ରତେ ବ୍ୟାଜେ ବୋଲୁଥାଇ ଇସି ଇସି ।ମଲି ମଲି ଛାଡ଼ ଛାଡ଼ ନେତ୍ର ଖୋସି ॥୫୦॥
କି ଗୋ ଏ କି ରଙ୍ଗ ବୋଲେ ପ୍ରସଙ୍ଗରେ ।ଭାଗ୍ୟବନ୍ତ ଏହାଶୁଣେ ଶ୍ରବଣରେ ॥୫୧॥
କେଶ ବେଶ କରି ଖୋଷି ଦେବ ଫୁଲ ।କେଉଁ ସିଦ୍ଧି ବଡ଼ ହେବ ତହିଁ ତୁଲ ॥୫୨॥
କୁଚେ ପତ୍ରାଳି ଭାଳେ ମକରୀ ଲିହି ।ପାଦେ ଯାବକ ସୁଚିତ୍ର କରି କହି ॥୫୩॥
ଗୋଳି ଚନ୍ଦ୍ର ଚନ୍ଦନକୁ ଅଙ୍ଗେ ବୋଳି ।ବନା ଦେଉଥିବା ପଦେ ଛଳି ॥୫୪॥
ଭାଲ ସିନ୍ଦୂର ବହିଲେ ପୋଛି ଦେବ ।ନେତ୍ର ଅଂଜନ ଭଂଜନେ ରଜୁଥିବ ॥୫୫॥
ଉରୁ କାଛି ଝିନ ଶାଢ଼ୀ ପିନ୍ଧାଇବ ।ଜାଣେ ବେଶ ରସ ରସେ ଖଂଜି ଦେବ ॥୫୬॥
ଏହା ପ୍ରବତ୍ତେ ଯେଉଁ ରସିକ ନିଧି ।ବଇକୁଣ୍ଠେ ବଡ଼ ଆଉ କେଉଁ ସିଦ୍ଧି ॥୫୭॥
ବାସାଂଚଳେ ପୋଛି ମୁଖ ଶ୍ରମ ସ୍ୱେଦ ।ଆହା ମଲି ବୋଲି ଯାଉଥିବା ଖେଦ ॥୫୮॥
ପଟୁ ଚାଟୁରେ ଯୁବତୀ ମତି ହାରି ।ଛାଇପରି ସଦା ଥିବ ଅନୁସାରୀ ॥୫୯॥
ଆରେ ଅଭିନ୍ନ ବନ୍ଧୁ ଜୀବନ ଧନ ।ଏହି ଭାଷା ଡ଼ାକୁଥିବ ପ୍ରତିଦିନ ॥୬୦॥
ହେମନ୍ତରେ ହୃଦ ଭେଦ ନ କରିବ ।ଶିଶିରରେ ପରବାସ ନ ଗମିବ ॥୬୧॥
ବସନ୍ତ କ୍ରୀଡ଼ା ଉପବନେ କରି ।ଜଳ ବିନୋଦ ଜଳନା ଗ୍ରୀଷ୍ମ ହରି ॥୬୨॥
ବରଷା ରେ କାମ ଶାସ୍ତ୍ର ଅନୁରକ୍ତ ।ଚନ୍ଦ୍ରକରେ ଶରଦରେ ରତି ଯୁକ୍ତ ॥୬୩॥
ପଶା ବିନୋଦରେ ବିପରୀତ ହୁଏ ।ଏଥୁ ବ୍ରହ୍ମାଣ୍ଡରେ ସୁଖ ହୁଏ ॥୬୪॥
ଯେଉଁ ରସିକ ଏ ରସେ ଦିନ ହରେଜୀଇଁ ରାଗ ଅଟେ ଗୃହରେ ॥୬୫॥
ଏରସରେ ଯେ ବିରକ୍ତ ମାନସରେ ।ବ୍ରହ୍ମ ଲୋକେ ଥିଲେ ଅଛି ସେ କୂଅରେ ॥୬୬॥
ବହି ହୁଡ଼ି ଛାଡ଼ି ଗଲା ରଚନା ।କିମ୍ପା କଲ ଏ କିଗଲା ତାର ବିନା ॥୬୭॥
ଦଇବକୁ ଦେଖିଲେ ମାଗନ୍ତି ମୁହିଁ ।ନ କରନ୍ତା ଭେଦ ଯଥା ଦେହ ଛାଇ ॥୬୮॥
ଶିବା ଶିବ ପରାୟେ ହୁଅନ୍ତି ଯେବେ ।କେଉଁ ପ୍ରତିଷ୍ଠା ନୁହନ୍ତା ତାକୁ ଭବେ ॥୬୯॥
ଏହି ମତି ଭାବି ବୀର ଭାବମାନ ।ବାଳା ଭାବରେ ଉଚ୍ଛନ୍ନ କରି ମନ ॥୭୦॥
ନେଲା ଦିନ ଅନ୍ତରେ ଯୁବତୀମଣି ।ମଣି କାନ୍ତ ଭାବେ ତେଣେ ଏଣୀକ୍ଷଣୀ ॥୭୧॥
ଆନ ଦେଖିଲେ ହୁଏ ଭାବଧିଆନ ।ଆନ ନବୀନା ଦିଶିଲେ ନାହିଁ ଆନ ॥୭୨॥
ଜୀବ ବନ୍ଧୁ ବିନା ନ ରହଇ ଜୀବ ।ଜୀବଧନ ପୁରକୁ ଆଜି ଯିବ ॥୭୩॥
ରସବତୀ ଭାଷଇ ହୋଇ ବିରସ ।ରସନିଧି ବିନା କେ ଦେବ ହରଷ ॥୭୪॥
କଳ୍ପେ ରତି ଡାକୁ (?) ବିନା ମୋହ କଳ୍ପେ ।କଳ୍ପେ ଖେଦି ନ ମିଳିବ କେଉଁ କଳ୍ପେ ॥୭୫॥
ମାନସରେ କଲେ ରତି କଥାମାନ ।ମାନ ମୋଚନ କି କଲେ ଅଭିମାନ ॥୭୬॥
ବାରଣ ଗଲା ନ ଆସିବାର ବାରବାର ବାର ମାର ମାରେ ଶତବାର ॥୭୭॥
ରତି ପତି ଦର୍ପରେ ଛାତି ଥରତି ।ରତି ପଣ୍ଡିତ କଲେ ପର ପୀରତି ॥୭୮॥
ଏହା ଭାବନା କରୁ ମଦନ ଦଶା ।ମାତି ଗଡ଼ିବାରେ କ୍ଳେଶ ହେଲା ଯୋଷୀ ॥୭୯॥
ପ୍ରୀତି କରିଲା କାନ୍ତରେ ଘେନି ।ଦୁଃଖ ଲେଖି ଜଣାଇଲା ପୀନସ୍ତନୀ ॥୮୦॥
ଲେଖା ଦୂତୀ କରେ ଦେଇ ପଠାଇଲା ।ବୀର ପତି ସ୍ନେହଭରେ ରତି ଗଲା ॥୮୧॥
ଲେଖିଅଛି ଯାହା ଶ୍ରୀଶ୍ରୀ ରମଣଙ୍କୁ ।ବୀରେ ବିଦଗ୍ଧ ରସ ଚୂଡ଼ାମଣି ।ତବ ହୃଦୟ ନପାରିଲି ମୁଁ ଜାଣି ॥୮୩॥
ଆହେ ରସିକ ବର ବିଚାର କର ।କର ଧରି ମୁଁ ତୁମ୍ଭର ଏତେ ଦୂର ॥୮୪॥
ଦୂରକୁ-ମୁଦକୁ ଚନ୍ଦ୍ର କରେ ମୁଦ ।ମୁଦ ନିକଟ ଦେଲ ଯେ ପ୍ରମୋଦ ॥୮୫॥
ମୋଦକିତ ଲଙ୍କେଶ ଦେଖ ବିବେକ ।ବେକ ଦେଲା ବାଳା ସ୍ନେହରେ ସେ ନାୟକ ॥୮୬॥
କେ ଚନ୍ଦ୍ର ଥାଇଁ ପଦ୍ମ ହିମମାତରେ ।ମାରେ ମଲି ମୁଁ ନିନ୍ଦିତ ସେ ରୂପରେ ॥୮୭॥
ପର କଲେ କର ପଛେ ଅବିହିତ ।ହିତ ପ୍ରଭୁକୁ ନୁହଇ ମନେ ଚିନ୍ତ ॥୮୮॥
ଚିତ୍ତ ପ୍ରେମେ ପ୍ରୀତି ଥିଲି କରୀ ।କରିବଟି ନାହିଁ ବନ୍ଧୁ ମୋହପରି ॥୮୯॥
ପରିପୂର୍ଣ୍ଣ ଗୁଣ ଅଲେଖ ।ଲେଖ ପୋଷ କ୍ଷମ ଦେଖ ଦାସୀ ଦୁଃଖ ॥୯୦॥
ରସ ସନ୍ଦର୍ଭ ଗର୍ଭପୀରିତି ଭାଷା ।ମୋତିପନ୍ତି ଅକ୍ଷର ଲିହିଛି ଯୋଷା ॥୯୧॥
ଗୁଣ ଗ୍ରାହକ ପ୍ରତି ସେନେହ ଛନ୍ନେ ।କି କହିବି ଯାହା ବୋଲି ମନେ ମନେ ॥୯୨॥
ଘେନ ରସିକ ହେ ଭାବ କଳ୍ପମନେ ।ଯେତେ ରୀତି ନୀତି ରସ ଅନୁମାନେ ॥୯୩॥
କଷ୍ଟ ଅର୍ଥ ଭାଷାରେ କହନ୍ତି ଯାହା ।ତନୁ ଦେହ ନାମ ଯେ ସଂଯୋଗ ଯାହା ॥୯୪॥
ପ୍ରିୟ ପ୍ରିୟା ନାମକୁ ହିଁ ଦୃଢେ ଧର ।ଧୀର ଧୀର ନାମ ଦେଇ ଅର୍ଥ କର ॥୯୫॥
ତିନି ବର୍ଣ୍ଣରେ ହେବ ଆଦ୍ୟନ୍ତ ଲୋପ ।ମଧ୍ୟ ଚିନ୍ତା ବିନାଶିବ ଯଦି ପାପ ॥୯୬॥
ମନ ଆନ ସଂକଳ୍ପ ନ କର ଲବେ ।ଅଭିମନ୍ୟୁ ସାମନ୍ତସିଂହାର ଭାବେ ॥୯୭॥
ଯୋଷିତ ଚକ୍ର ମଧ୍ୟେ ସଦା ବିଚାରୁ ।ତାମିର କି ହେବ ପ୍ରାନ୍ତ ନ ସୁସରୁ ॥୯୮॥
ଶୀଳବନ୍ତ ଆଦ୍ୟରୁ ନୋହିଲୁ ତହିଁ ।ରସିକଙ୍କ ମଧ୍ୟରେ ଗୁମାନ କହି ॥୯୯॥
ତୁ ସିନା ନ ଜାଣି ଏହି ଗର୍ବବହୁ ।କହି ଦେଲେ ଦେଖୁ ଶୁଣୁ ଘେନୁ ନାହୁଁ ॥୧୦୦॥
ଛାନ୍ଦ-୧୩
ଏଥି ଉତ୍ତାରୁ ଶୁଣ ସାଧୁ ନରଏଛାନ୍ଦ ସର୍ବ ରସଦ ନିକର ।ନେତ୍ର ବୁଜି ଅନ୍ତେ ନାଗରବରଲଭିଲା ସଙ୍ଗେ ଯୁବତୀମଣିର ।ପ୍ରଥମ ଭେଟରେ ଆତୁର ହୋଇକୋଳ କଲା ଗାଢ଼େ ହୃଦ ଲଗାଇ ॥୧॥
ବୋଇଲା ଆରେ କରୀନ୍ଦ୍ର ଗମନାଦେଲୁ ବନ୍ଦୁ ମୋତେ କେତେ ବେଦନା ।ଲବକ କଳ୍ପ ହୁଅଇ ତହିଁ ସିନାଏହା ସହିଲା ବିହି ବଶେ ସିନାତୋହର ଓଷ୍ଠରେ ପୀୟୂଷ ପାନୁଜୀବ ରହିଲା ମୋହର ସୁତନୁ ॥୨॥
ତୋ ବିନା ତ ଗତି ସଂସାର ମୋରଆନ ନାହିଁରେ ରସିକ ଶେଖର ।ତୁ ତ ସହଜେ ଦୟାର ସାଗରମୋ ପରେ ତିଳେ ନୋହିଲୁ କଠୋରମୁଁ ତୋର ପାଦେ ଶରଣ ସିନାଆନ ଘେନିଲେ ଅଯଶ ସୁମନା ॥୩॥
ଏରୂପେ କହି ସୁରତେ ରସିଲେମନକୁ ମନ ସେହି ମିଶାଇଲେ ।ଅମର ପଦକୁ ତୁଚ୍ଛ ମଣିଲେଅଣିମାଦି ସୁଖକୁ ନଗଣିଲେ ।ମଦନ ବୀର ମନୁ ମଣିଲେପ୍ରୀତିକୁ ମୂଳ କରିଣ ସଂଚିଲେ ॥୪॥
ଏହି ପ୍ରକାରେ ଦିନେ ଦିନେ ରସବିଷୟମାନ ବଢ଼ିଲା ବିଶେଷ ।କେବେ କୁମର ହୋଇ ନାଗରୀ ବେଶରମଣୀପୁରେ କରନ୍ତି ବିଳାସ ।କେବେ ସେହୁ ତ ମକର ପରିନିଶାରେ ପଶନ୍ତି ଜେମାର ପୁରୀ ॥୫॥
କେବେ ସେ ମାଳାକାର ରସି ହୋନ୍ତିକୁସୁମ ଦେବି ଛଳରେ ଲଭନ୍ତି ।ଯୋଗ ଯେବେ ଦିନେ ଭେଟ ହୁଅନ୍ତିଦେଖିବା ପାଇଁ ବିଚାରନ୍ତି ମତି ।ସୁବେଶ ଇନ୍ଦ୍ର-ଜାଲିକ ହୋଇକୁହୁକ ବିଦ୍ୟା ସେ ପୁରେ ଦେଖାଇ ॥୬॥
ନୟନ ସୁଖ ମାତ୍ରକ ଲଭନ୍ତିପ୍ରୀତି ହତ ଉନ୍ନତ୍ତକୁ ଛାଡ଼ନ୍ତି ।ଶଶୀ କଳା ଯେହ୍ନେ ବଢ଼ାଇ ନିତିସେ ପୁଂସ ନାରୀ ଭାବ ସେହି ମତି ।କେବେ ସେ ନାନା ସଂକେତ ସ୍ଥାନେରମଣୀମଣି ଆସଇ ଗୋପନେ ॥୭॥
ଦିବସରେ ମାତ୍ର ଯୁବା ଛଳରେକୁସୁମ ବନକୁ ଗମନ କରେ ।ଏ ରୂପେ ରମନ୍ତି ନିତି ପ୍ରୀତିରେନ ଜାଣେ କେହି ଦେବୀର କୃପାରେ ।ସେ ବେନି ପତି ଯୁବତୀ ପରିଭାବ ରଚନ୍ତି ଲୋକଙ୍କୁ ନ ଡ଼ରି ॥୮॥
କେବେ ଚାନ୍ଦୀନୀ ଅଙ୍କରେ ରମନ୍ତିବନ୍ଦୀ ସଂଯୋଗମାନ ପ୍ରକାଶନ୍ତି ।କେବେ ପଲ୍ୟଙ୍କ ଅଙ୍କରେ ରମନ୍ତିରତେ ମନ ମୀନ ଶବ୍ଦ ଘୋଷନ୍ତି ।କେବେ ସେ ହରି ଉଦରେଭାବ ପ୍ରକାଶନ୍ତି ଘନି ଘେନିରେ ॥୯॥
ବସନ୍ତି ବନ କ୍ରୀଡ଼ାକରନ୍ତିଫଗୁ ପିଚିକା ବାଦରେ ମଜ୍ଜନ୍ତି ।ଗ୍ରୀଷ୍ମେ ବନ କ୍ରୀଡ଼ା ମାନ ରଚନ୍ତିଚନ୍ଦ୍ର ବଦନରେ ରଖନ୍ତି ମତି ।ପ୍ରାକୃତ କାମ ଶାସ୍ତ୍ରେ ପଠନକହି ଲବ ମାତ୍ର ନୁହନ୍ତି ଭିନ୍ନ ॥୧୦॥
ଶରଦ ନିଶିକି ନିର୍ମଳ ଦେଖିଚାନ୍ଦିନୀରେ ରସି ହୁଅନ୍ତି ସୁଖୀ ।ହିମ ରାତ୍ରି ବୃଦ୍ଧି ଦେଖି ସୁକେଶୀଆଶା ତୃପ୍ତି ହେବ ବିଚାର ରଖି ।ନାଗରବର ପାଶରୁ କ୍ଷଣେଅନ୍ତର କରିଣ ନ ଥାନ୍ତି କ୍ଷଣେ ॥୧୧॥
ଶିଶିର କାଳେ ଶୀତ ଭୟ କରିଜାନୁରେ ଜାନୁ ଛନ୍ଦନ ଆଚରି ।ଉରେ ଉରଜ ଠେସା ଠେସି କରିଦମ୍ପତୀ ଯୁଗ କୋଳକୁ ଆଦରି ।ସୁଖରେ ମୁଖ ଦେଇ ପ୍ରମରେହାରକୁ ପର ମଣନ୍ତି କୋଳରେ ॥୧୨॥
ଜାନୁ ସୀମାସ୍ଥଳ ହୃଦ ପଲଙ୍କରାମା ସ୍ନେହରେ କଲାକ ନାୟକ ।ଚତୁରୀ ଏପରି ସୁଖ ଦାୟକଭାବ ଦାନେ କରେ ପତି ତୋଷକ ।ନୀବୀରେ ମେଘ ପଦ ଲଭନ୍ତିବେଶକୁ ସାଜି ଆନନ୍ଦେ ମଜ୍ଜନ୍ତି ॥୧୩॥
ଶୟନେ ଗରମ ନୁହଇ ଦିନେମନ ବୋଲିଣ ନ ମଣନ୍ତି ଦିନେ ।ପ୍ରେମବନ୍ଧ ବାନ୍ଧି ଦୁହିଁଙ୍କ ମନଦଇବେ ଯଦି ସେ ହୁଅନ୍ତି ଭିନ୍ନ ।ବଡ଼ଶି ପରି ମନ ମୀନକୁଆକର୍ଷଣ କରି ନିଏ ପ୍ରାଣକୁ ॥୧୪॥
ପ୍ରଭାତେ ଦୁହେଁ ଦୁହିଁଙ୍କର ନାମସ୍ମରଣ କରନ୍ତି ଏତେକ ପ୍ରେମ ।ଦେଖା ଦେଖି ହୋନ୍ତି ବେନି ସୁରମ୍ୟଲବେ ଅନ୍ତର ଲଭେ କଳ୍ପସମ ।ପଲକ ଯିବା ଛାର ମଣନ୍ତିବିରୋଧଇ ଯେଣୁ ଦର୍ଶନ ନିତି ॥୧୫॥
ସେକାଳେ ବାମାଦି (?) ରଖିବେ କାହିଁପଲକ ଅନ୍ତର ନ ସହେ ଯହିଁ ।ଦୁହେଁ ଦୁହିଁଙ୍କ କପତ (?) ପାଇଁମାର ଖର ଭୟ ଦେଲେ ଛଡ଼ାଇ ।ପୀରତି ନୀର କ୍ଷୀର ପରାୟେ ।ଭେଦ ନୁହଇ ବେନି ଜନ କାୟେ ॥୧୬॥
ସିନ୍ଧୁ ନଦୀ ପରାୟେ ହୋଇଅଙ୍ଗ ଅଙ୍ଗରେ ଆସେ ମିଶାଇ ।ଧିକ୍କାର କରନ୍ତି ସଂସାର ସାରନ ରମିଲେ ଚନ୍ଦନ କର୍ପୂର ।ବିଷୟମାନ ପର ମଣିଲେଜୀବିକା ଏକା ଭାବକୁ ସେ କଲେ ॥୧୭॥
ଏକ ତାମ୍ବୁଳ ବେନି ଭାଗ କରିଭୁଞ୍ଜନ୍ତି ଗଞ୍ଜନ୍ତି ସ୍ନେହ ଆଚରି ।ଭାବ ଗର୍ଭ ଚକ୍ର ଉକ୍ତି ଭାଷନ୍ତିମନ ମିତକୁ ସାକ୍ଷୀ କରିଥାନ୍ତି ।ଦୁହିଁଙ୍କ ଚିତ୍ତ ଭାବନା ଏହ୍ନେଦର୍ପଣେ ପ୍ରତିବିମ୍ବ ଦିଶେ ଯେହ୍ନେ ॥୧୮॥
ଗ୍ରୀଷ୍ମେ ଜଳଯନ୍ତ୍ର ପୁରେ ଗମନ୍ତିକୁସୁମ ଶଯ୍ୟା ଶୟନେ ଶୁଅନ୍ତି ।ଦିବସ ନିଦକୁ ନିଦ୍ରା ନ ଆସେମାନସ ପୂର୍ଣ୍ଣ ନୁହଇ ଯେ ରସେ ।ଦମ୍ପତୀ ପ୍ରୀତି ଜାତ ମୋଦରେରତୁ ମାନଙ୍କୁ ପ୍ରଶଂସନ୍ତି ଧୀରେ ॥୧୯॥
କୁସୁମ କାଳ ହୋଇଲେ ଯୋଗରେପାଶ ନ ତେଜନ୍ତି ଲେଶ ମାତ୍ରରେ ।ନୟନ ସୁଖକୁ ବୃଦ୍ଧି କରନ୍ତିବକ୍ର ବଚନେ କର୍ଣ୍ଣକୁ ତୋଷନ୍ତି ।ଭାବନ୍ତି ପୁରାତନ ପୀରତିସାରକୁ ଘେନି ଅସାର ତେଜନ୍ତି ॥୨୦॥
ଏ ରୂପେ ଯେତେ ଭାବ ଭକ୍ତି ରସବିନାଶ ପ୍ରକାଶ ମତ୍ତ ଉଲ୍ଲାସ ।ବିଚ୍ଛେଦ ବର୍ଣ୍ଣନେ ହେବ ପ୍ରକାଶଏଣୁ ଛାନ୍ଦରେ ହେଲା ବିରସ ।କହିବା ଏବେ ତ ଆନ ସୁରସବୁଝେ ସୁମନେ ନିବେଶି ମାନସ ॥୨୧॥
ଅନୁରାଗ ବିନା ଆନ ସଂସାରେସାର ନାହିଁଟି ଘେନ ହେ ମନରେ ।ଯାଗ ସାଙ୍ଗ ଯୋଗ ବଡ଼ ବିଧାନବଶ ନୁହନ୍ତିଟି ଶ୍ରବଣାର୍ଚ୍ଚନ ।କେବଳ ରାଗ ପ୍ରେମ ସଙ୍ଗରେଗୋପୀଶ କଲେ ବରଭୁଜରେ ॥୨୨॥
ଏ କଥା ଦୃଢ଼ କରି ହେଜ ମନଭ୍ରମି ନ ମର ତୁଛାଡ଼ି ଅଜ୍ଞାନ ।ଯେତେ ଦେଖୁଛୁ ସଂସାର ବିଧାନଅନିତ୍ୟ ବେଭାର ଅଟେଟି ଜାଣ ।ଚଂଚଳ ଅଟେ ଏହ୍ନେ ଏ ଜୀବପଦ୍ମ ପତ୍ରେ ନୀର ଢାଳିଲା ଭାବ ॥୨୩॥
ମାତା ପିତା ସୁତା ଦାରା ଦୁହିତାବନ୍ଧୁ କୁଟୁମ୍ବ ଏ ସର୍ବ ଅହିତା ।କେହି ତୋ ସାଙ୍ଗରେ ନୋହିବେ ସାହାଗତ ମାତ୍ରକ ଏକା ଚଉବାହା ।ମୋହର ବୋଲୁ ଯେତେକ ପୁଣିକିଛି ନ ଯିବୁଟି ସଙ୍ଗରେ ଘେନି ॥୨୪॥
କୃଷ୍ଣ ସଙ୍ଗେ ସଙ୍ଗ ନିରତେ କରକୃଷ୍ଣ ଭାବନା ନାମ ହୃଦେ ଧର ।ସର୍ବ ଦୁର୍ବୁଦ୍ଧିମାନଙ୍କୁ ସମ୍ଭାଳଉତ୍ତମ କଥାରେ ହୁଅ ପ୍ରବାଳ ।ତରିବୁ ଯେବେ ଏ ଭାବ ଜଳବେଳହୁଁ ତହିଁକି ନାବ ସଙ୍ଖୋଳ ॥୨୫॥
ହେଳା ନ କର କାଳ ଅଛି ବୋଲିପଛେ ସିନା ପୁଣି ମରିବୁ ଭାଳି ।ସାମନ୍ତି ସଂହାର ବୋଲଇ ଏହାଆନରେ ମନ ତୁ ନୁହ ସୋରେହା ।ଏକାଗ୍ରେ ଭଜ ଶ୍ରୀ ରାଧା ପତିନ ଭୁଲ ଏ ରଙ୍ଗ ପସରା କ୍ଷିତି ॥୨୬॥