ଛାନ୍ଦ-୨୨ — ପ୍ରେମକଳା — ଅଭିମନ୍ୟୁ ସାମନ୍ତସିଂହାର · ସ୍ୱର୍ଣ୍ଣଲିପିକେ ଜାରେ କି ହେଳା ବିହି ବଳ ॥୬॥
ଦିନେ ତ ଏ ଜାତି ରୀତି ପ୍ରାଣ ପତିକରିବାର ଅନୁଭବ ନାହିଁମୋତେ ୟେ ବିପତ୍ତ ଦିଅନ୍ତେ କି ପତିସ୍ୱଆୟତ୍ତ ଥାଉଁ କେହିଆଗେ ପ୍ରିୟ ଆଳି !ଛାର ଅବଳା ମୁଁ ମଳେ ମଲିକେଣେ ଗଲେ କାହିଁ ତଥ୍ୟ ନ ଜାଣଇଅନ୍ତର୍ଦାହ ହୋୟେ ଏହା ଭଳି ॥୭॥
ହୃଦରେ ଚନ୍ଦନ ଦେଖି ଆଲିଙ୍ଗନନ କରନ୍ତି ଭେଦ ହେବ ବୋଲିବଦନ ଚାହିଁକି ଭାଳି ସେ ବିହିକିନିନ୍ଦନ୍ତି ପଲକ ଦେଲା ବୋଲିଆଗେ ସହଚରୀ !ଏବେ କଲେ ମୋତେ ଏତେ ସରୀକିସ ଘେନି ମନେ ନ କହେ ବଚନେଛାଡ଼ିଗଲେ ଅନାଥିନୀ କରି ॥୮॥
ଦେଖି ମୁଖ ମ୍ଲାନ ନ ସହନ୍ତି ଧନଶୟନେ ପିଠି କରନ୍ତି ନାହିଁକରୁଛି ବିଚାର ପ୍ରଣୟ ସାଗରଆୟତ୍ତ ଥିଲେ ତେଜନ୍ତି କେହିମୋ କରମ ମନ୍ଦନିଷ୍ଠା ଦଇବ କଲା ଏ ଛନ୍ଦବିଚ୍ଛେଦ ସ୍ୱପନେ ନ ଜାଣନ୍ତି ଦିନେୟେବେ ପଡ଼ିଲା କି ପରମାଦ ॥୯॥
ଭୋ ଧର୍ମ ପୁରୁଷ! ସର୍ବ ଶୁଭେ ଈଶଥିବଟି ମୋହର ଯହିଁ ତହିଁପଦ ପଲ୍ଲବ ଆପଦମୋର ଶିରେ କିମ୍ପା ପଡ଼ିଲା ନାହିଁଆଗେ ସଖୀ ବାରସେତ ସହଜେ ରାଜ କୁମାରଅତି ମୃଦୁ ପିଣ୍ଡ କି ଅକାଳ ଦଣ୍ଡସହିବେ ଆଜନ୍ମ ସୁକୁମାର ॥୧୦॥
ଏହା କହୁଁ ମନ ଛିନ୍ନ ମୁହୁର୍ମୁହୁହୋଇଲା ଅତି ବେଶୀ ପରାୟେହା ବନ୍ଧୁ ଅଭିନ୍ନ ଗୁଣ ମଣି ଧନକାହା ମହୀପରେ ଗଡ଼ିଯାଏଏ ରୀତିକି ଦେଖିସଖୀ ଦାସୀଏ ହୋଇଲେ ଦୁଃଖୀଅତି ଶୋକ ବାଣୀ ଶୁଣି ରାଜା ରାଣୀଅଇଲେ ନିଦ୍ରାସ୍ଥାନେ ଉପେକ୍ଷି ॥୧୧॥
ଶ୍ରୀ ଛାମୁରେ ଦାସୀ- ମାନେ ବେଗେ ଆସିଜଣାଇଲା ଶୋକମୁଖ ହୋଇବିଭୋ ଏ ଆଶ୍ଚଯ୍ୟ ଗଲେ ଯୁବରାଜକେଣେ ଥିଲେ ଶୟନରେ ଶୋଇନ ଜାଣିଲୁଁ କେହିଖାଜିଲୁ ବସନ୍ତ ଯହିଁ ତହିଁ ॥୧୨॥
ତାତ ମାତ ସୁତ ଗୁପତ ଚରିତଶୁଣି ତା ମଣିଲେ ବଜ୍ରଘାତମୋହରେ ପଡ଼ିଲେ ମହୀରେ ଗଡ଼ିଲେହୃଦରେ ତାଡ଼ିଲେ ବେନି ହସ୍ତ“ପୁତ୍ର ପୁତ୍ର” କହିଡାକ ଦେଲେ “ବାବୁ ଗଲୁ କାହିଁ”ଅର୍ଜିଥିଲୁ ଅପରାଧ ମହାପାପକି କଲୁ ଏହା ଦାରୁଣ ବିହି ॥୧୩॥
“ଆହାରେ କୁମର ମଣି ତୋ ସୁନ୍ଦରପଣର ନ ଗଲୁ ନିଉଛୁଣାତୋହର ସୁଷମା କଲେ ତ ଉପମାମାର କୁମର ହୋଇବ ଉଣାଦେଖି ଲୋଭ କରିଡାକିନୀମାନେ କି ନେଲେ ହରିଆମ୍ଭ ଖଣ୍ଡତାପ ଫଳ ହେଲା ଲୋପକି ଦଇବ କଲା ଏତେ ସରି ” ॥୧୪॥
“ଆମ୍ଭ ଗଳା ମାଳା ନୟନ ପିତୁଳାରଙ୍କୁଣୀ ରତନ ଗୁଣନିଧିସୁଖରେ ତ ଭେଳା ବୁଡ଼ାଇଲା ଗଳାକାଟିଲା କେଉଁଠି ସେ ଦୁର୍ବୁଦ୍ଧିବାପ ଭାଇ ଧନଦେଖାଅ ଥରେ ଚନ୍ଦ୍ର ବଦନସରିବାକୁ ଅଳି ନୋହିଲେ କି ଭଳିଛାଡ଼ିଗଲୁ ବାବୁ ଦୀନ” ॥୧୫॥
“ତୁ ଗଲୁ କୁମର ଆମ୍ଭ ପ୍ରାଣ ଛାରରଖିବୁ ଆଉ କି ସୁଖ ଚାହିଁ ?ୟେ ତୋହର ନାରୀ ନବ କୁମାରୀୟେହାକୁ ଗଲୁ କାହାକୁ ଦେଇଆରେ ବୀରବରଚତୁର୍ଥ କାଳେ ତ ଏ ଆମରଲାଳନ ପାଳନ ତୁ କରନ୍ତୁ ସିନାଆଶା ଥିଲେ ବିହି କଲା ଦୂର” ॥୧୬॥
ଜନନୀ ଜନକ ଶୋକ ଯେ ଅନେକକବି ବଚନେ ସେ ଅକତନପାହିଲା ଶର୍ବରୀ ନଗ୍ର ନରନାରୀଶୁଣି ପୁଣି ଦୁଃଖ ଦେଲେ ଦୀନମିଳି ବୃଦ୍ଧଜନକହିଲେ ପ୍ରବୋଧ ସୁବଚନକାହିଁ କେତେ ଜନ କଲେ ଯେ ଶକୁନଗଣି କେ ବୁଝିଲେ ଶୁଭ ପ୍ରଶ୍ନ ॥୧୭॥
ଦେଶେ ଦେଶେ ଦୂତେ ଗମିଲେ ତୁରିତେସେ ନଗ୍ର ନର ନାରୀଙ୍କ ମାନରସବତୀ ମତିପତି ପୀରତୀ ଭାବ ଆରତିଦହଇ ବିଦେହ ଦେହ ନୋହେ ଦେହଦଶା ସମୂହ ବଢ଼ିଲେ ନିତି ॥୧୮॥
ଋତୁ ଉଦ୍ଦୀପନ ଯେତେ ଦ୍ରବ୍ୟମାନଚାହିଁଲେ ଚେତିଲେ ଗତ ଭାବହାସରସ ବେଶ ବାସରେ ଆବେଶନୋହିଲା ବୋଇଲେ ଶିବ ଶିବତେଜି ଘନସାରଲେପନ ହୋଇଲେ ଘନସାରରସିଲେ ରଜନୀ କରକୁ ରଜନୀକରକୁ ନ କଲା ସେ ଆଦର ॥୧୯॥
ତେଜିଲା ପଲଙ୍କ ତାର ସେ ଉଶୀରଭଜିଲା ମଜ୍ଜିଲା ଶୋକଜଳେପାଇଲା ତପତି ଶୋଇଲା ନୃପତିନନ୍ଦିନୀ ନିତି କମଳ ଦଳେଲଭି ଅତି ଭୀତିପ୍ରତି ରାତି ଶିବ ରାତିଦେଇ ନେତ୍ରଜଳ ବଦନ କମଳକୁଚ ଶମ୍ଭୁ ପୂଜି ଇଚ୍ଛେ ପତି ॥୨୦॥
ନାନା ଉପଚାର ହୋଇଲା ପ୍ରଚାରବିରହ ବେଶ ନିରତେ ହେଲାକାନ୍ତରୂପ ଧ୍ୟାନ କାନ୍ତ ଗୁଣମାନପଲକେ ମାତ୍ରକ ନ ଛାଡ଼ିଲାଅନୁଭବି ମାନେଜାଣନ୍ତି, ରୀତି ଅନୁମାନେବଦନ୍ତି ସାମନ୍ତ ସିଂହାର ଏମନ୍ତଦୁଃଖ ନ ପାଉ ବଇରି ଦିନେ ॥୨୧॥
ଛାନ୍ଦ- ୨୦
ଏଥୁ ଅନ୍ତେ ଶୁଣ ହେ ସୁଜନେନିଶାନ୍ତରେ ମୁନି ଶୀଘ୍ର ମନନୃପ ସୁତ ମନ୍ତ୍ରୀ ଘେନଇ ତଡ଼ିତଯୋଗବଳେ ସେ କଲେ ଗମନକରୁ ଗତିପ୍ରସଙ୍ଗ ନୃପସୁତ ପଚାରନ୍ତି ॥୧॥
ରାମେ ଗାଧିସୁତ ଭକ୍ତିଗତଇତିହାସ ବାକ୍ୟେ ପ୍ରମୋଦ ବଢ଼ାଇଚିହ୍ନାଇ ଦିଅନ୍ତି ପୁଣ୍ୟକ୍ଷେତ୍ରଏ ବିଧିରେଯାଇଁ ପ୍ରବେଶ ହେଲେ ଭାର୍ଗବୀ ତୀରେ ॥୨॥
ନିତ୍ୟକର୍ମ ବିଧି ମୁନି ସାରିନୃପ ନନ୍ଦନେ ଏକାନ୍ତ କରିଧନୁବିଦ୍ୟା ଦୀକ୍ଷା ଶିକ୍ଷା ମୁନି ଦେଲେପ୍ରତିଶର ପ୍ରତି ତୁଲ୍ୟ କରିମାୟା କର୍ମେଜାତ କଲେ ରଥ ମନୋଭାବ ନାମେ ॥୩॥
ବିକ୍ଷତ ଧନୁ ଅକ୍ଷୟ ତୂଣସେ ରଥ ମଧ୍ୟରେ ଅଛି ପୁଣଅଭେଦ କବଚ ଅଜୟ ଚିରାଳନୃପ ସୁତେ କଲେ ସମର୍ପଣମୁନିବରଆଜ୍ଞାଦେଲେ ତିନିପୁର ରିପୁ ମାର ॥୪॥
ନୃପତି ନନ୍ଦନ ରଥୀସଙ୍ଗେମୁନିମତ ଘେନି ରଥେ ରଙ୍ଗେମନକଲେ ଯାନ ଗମନ କରଇପ୍ରବେଶ ହେଲେ ଚୁଡ଼ଙ୍ଗ ରାଜ୍ୟେଯାତୁଧାନୀବିଡ଼ାଲକ୍ଷୀ ନାମରେ ସୁବାହୀ ଭଗ୍ନୀ ॥୫॥
ନଇରତ ବନେ ଅଛି ଶୋଇମନ୍ଦରଧର ପରାୟେଶୁଷ୍କ ପୁଷ୍କରିଣୀ ପରାଏ ଉଦରଯୋଜନେ ଯୋଜନେ ଭୁଜ ଦୁଇଶ୍ୱାସବଳେମହାଦ୍ରୁମେ ଉଡ଼ୁଛନ୍ତି ଅନ୍ତରାଳେ ॥୬॥
ନର ଶରୀର ଆମୋଦ ପାଇବେଗେ ଆସି ପଥ ଓଗାଳଇବିକଟ ଦନ୍ତ ର- ଟ ମଟ ଶବଦଶରଦ ଘନ କି ଗରଜଇତାମ୍ର କେଶକାତ୍ୟାୟନୀପରା ପରପଂଚ ବେଶ ॥୭॥
ଦେଖି ନୃପସୁତ ପଚାରଇଭୋ ମହାମୁନି ଏକେ ଅଟଇଘନପରା ଘୋଟି ଦେଖ ତ ଆସୁଛିକାରୁଣ୍ୟକ ସିନ୍ଧୁପରା ହୋଇମୁନିବରଏଟି ଅସୁରୀ ଆସେ ବହନ ମାର ॥୮॥
ବୀର ବୋଲେ ଏତ ସ୍ତୀରିଲିଙ୍ଗକେମନ୍ତ କରିବି ରଣଭଙ୍ଗକ୍ଷତ୍ରୀ କୁମର ମା- ନେ ଶୁଣି ହସିବେମୁଁ ଯେ ପାଇବଇଁ ପାପ ଯୋଗମୁନିକହବଡ଼ପାପୀ ଏଟିମୋର ଦୋଷ ନାହିଁ ॥୯॥
କହୁଁ କହୁଁ ସେ ରାକ୍ଷସୀ ଆଣିବାହୁ ଦଣ୍ଡ ପ୍ରସାରିଲା ପୁଣି“ଆରେ ରେ ମାନବୀ କାହିଁ ଯିବ ଆଜି”ତାହି ଗରଜଇ ପୁଣି ପୁଣିବୀରମଣିକ୍ରୋଧେ ବୋଲେ ସାକ୍ଷୀ ଦିନମଣି ॥୧୦॥
ସହି ନ ପାରିବାରୁ ସେ କାଣ୍ଡମାରିକଲା ଦେହ ଖଣ୍ଡ ଖଣ୍ଡପ୍ରାଣ ଯିବାବେଳେ ଗର୍ଜିଲା ଅସୁରୀକମ୍ପିଲା ଅବନୀ ନବ ଖଣ୍ଡଶୁଣ ରାଗେବୀର ବାହୁ ବାହାରିଲା ଅତି ବେଗେ ॥୧୧॥
ଚତୁରଙ୍ଗ ବଳ ଅକଳନାରଥ ମହାରଥୀ ମୟସେନାସିନ୍ଧୁ ମନ୍ଥନ କା- ଳେ ଘୋଷ- ପରାୟେଉଛୁଳଇ ମୁଖରାବ ସିନାଭାରା ବହିଧରା ଛାଡ଼ିବ କି ସେ ଅନନ୍ତ ଅହି ॥୧୨॥
ପଦଭାରେ ମହୀ ଟଳମଳରେଣୁ ଢାଙ୍କିଲା ରବି ମଣ୍ଡଳପ୍ରଳୟ ଲହରୀ ପରାୟେ ଦିଶଇଧ୍ୱଜମାନଙ୍କର ସେ ଚିରାଳବୀରେ ଭେଟିକିଏ ମନ୍ଦରକୁ ଜଳ ନିଧି ଘୋଟି ॥୧୩॥
କୋଟି କୋଟି ବାଣ ପ୍ରହାରିଲେଲକ୍ଷ ବେଳେ ରଥ ସେ ବେଢ଼ିଲେମାର ମାର ଧର ଭକ୍ଷଣ କେ ବୋଲେଏ ତ ନର ବୋଲି କେ ବୋଇଲେବୀରବାହୁକେତେ ଗର୍ଜି ଆବରିଲା ଋଣ ସେହୁ ॥୧୪॥
ବୋଇଲେ ରେ ଛାର ଦୁରାଚାରଏ କର୍ମ କଲୁ ରେ ତୁ ପାମରମରିବା ବେଳେ ମୋ ଛାମୁରେ ପଡ଼ିଛୁଭଗ୍ନୀକୁ ମାରିଲୁ କେହି ମୋରଧନୁଧରଆ ଯୁଝିବା ତୁ କେଡ଼େ ମହାବୀର ॥୧୫॥
ନୃପ ନନ୍ଦନ କହନ୍ତି ହସିଆହେ ହେଉଥାଆ ଗୁରୁହସିଆତ୍ମା ପ୍ରଶଂସା କ- ର ବିନା ଯୁଦ୍ଧରେଜାଣି ମାରଣେ ତ ଅଛ ଆସିଭଗ୍ନୀତୋରଦୋଷ କରି ଗଲା ମରି ଯମପୁର ॥୧୬॥
ଆମ୍ଭଙ୍କୁ ଯେବେ ଏହା ପଚାରକରିବା ତା ସଙ୍ଗତେ ବିଚାରକାଳେ ଭୁବନରେ ଅଚିନ୍ତା ଶୟନେକରିଛି ବହନ ଭେଟ କରଶୁଣିବୀରରେ ରେ କହି ତାର ପ୍ରହାରିଲା ଶର ॥୧୭॥
ସିଂହକୁ ବୃଷ ସମୂହ ଘେରିଅବା ତାହାର କି କରିପାରିକରେ କୋଦଣ୍ଡ ଧ- ରି ନୃପ ନନ୍ଦନକଲା ସଂହାର ଶର ପ୍ରହାରିଅଗ୍ନୀ ବାଣେଦହି ପକାଇଲା ସୈନ୍ୟ ତତକ୍ଷଣେ ॥୧୮॥
ଶରକୁ ଶରକୁ ପରିତାଳକିଏ ଶ୍ରାବଣ ବରଷାଜଳଅସି କୁନ୍ତ ଯଷ୍ଟି ଗଦା ଚକ୍ର ପିଟିଅସୁର ଦଳ ଅତି ପ୍ରବଳମାୟା ୟାନେଭେଦ କରି ନ ପାରନ୍ତି ଶସ୍ତ୍ରମାନେ ॥୧୯॥
କେଶରୀ ଯେସନ ଗଜବଳେମାତଙ୍ଗ ଯେସନେ ପଦ୍ମକୁଳେବାତେ କଦଳୀ ଭା- ଙ୍ଗିଲା ପରା ବୀରଅସୁର ବଳକୁ ବଳେ ଦଳେକୋଟି କୋଟିଏକ ଏକ ତୀକ୍ଷଣରେ ମହୀ ଲୋଟି ॥୨୦॥
ଖେଚର ଭୂଚର ମହୀ ଲୋଟିକବନ୍ଧ ନାଚିଲେ କୋଟି କୋଟିଭୂମି ଆକାଶ ଘୋ- ଟିଲା ଶରେ ସରେମକରେ ବରଷି କି କୁଝ୍ ଝଟିନୃପସୁତଲୀଳା ବୃତ୍ତରେ କରଇ କ୍ଷତ୍ରୀ ନୃତ ॥୨୧॥
ବିପଦକୁ ଦେଖି ସୈନ୍ୟ ହତଛଳେ ରଣ କଲା ଅପ୍ରମିତଶରକୁଶର ପ୍ର- ତି ଶର ସନ୍ଧାନଆଦାନ କରନ୍ତି ଆଚମ୍ବିତହା ହା ଡାକେଗର୍ଜି ତର୍ଜି ହୁଁ କରି ଏକ ଆରକେ ॥୨୨॥
ଶରଦ ଘନ ଗର୍ଜନ ପରିନିଷଙ୍ଗ ଗୁଣ ଘୋଷ ଟଙ୍କାରିମର୍ମ ସ୍ଥାନେ ଖୋଜି ଛିଦ୍ରମାନ ହେଜିପ୍ରହାରନ୍ତି ଶସ୍ତ୍ର ଅନୁସରିନିଃଶ୍ୱାସକେଯୁଦ୍ଧ ବେଳୁବେଳ ବଢ଼େ ଅତିରେକେ ॥୨୩॥
ନାଗ ଫାଶକୁ ଯେ ନାଗାନ୍ତକମେଘକୁ ପବନ ପରି ଦେଖପର୍ବତକୁ ବଜ୍ର ଅସୁରକୁ ଦେବତମକୁ ଅଟଇ ସୂର୍ଯ୍ୟବତପରିତ୍ରାଣନୀଳ ଆକାଶକୁ ଯେହ୍ନେ ଭୁଜବାଣ ॥୨୪॥
ଅନଳ ଶରକୁ ଜଳଧାରମାନବା ଶାସ୍ତ୍ରକୁ ଯେ ତିମ୍ବୁରମହାକାଳକୁ ପ- ଶୁପତି ଖେଚରୀଅଛି ପ୍ରତିଭାଇ ରାମ ଶରଶୋଷଣକୁଦେଖି ବିନ୍ଧୁଛନ୍ତି ଅସ୍ତ୍ର ମୋହନାକୁ ॥୨୫॥
ବାଡ଼ବାକୁ ଅଧୋ ଚନ୍ଦ୍ର ସମମାୟଭି କି ମନ ଭେଦି ବାମବରୁଣ ଫାଶିକି ନଈରୁତ ଖଡ଼ଗଗନ୍ଧର୍ବବ କରକୁ ବେଗ୍ର ସାମ୍ୟବ୍ରହ୍ମଶରନାରାୟଣୀ ହରଇ ପ୍ରତାପ ତାର ॥୨୬॥
ଏହିରୂପେ ନାଗ ଶସ୍ତ୍ର ମାରିନୃପ ସୁତ ଅତି କ୍ରୋଧକରିବଇଷ୍ଣବୀ ଚକ୍ର ହୁଁ କାରି ଧରିଲାମଧ୍ୟାହ୍ନ ରବି ତେଜ ପ୍ରସରିବୀରବରମାରି ବୋଲେ ଅସୁର ନିକ୍ଷେତ୍ର କର ॥୨୭॥
ବୀରବାହୁ ପ୍ରାଣ ନାଶ କଲାଶସ୍ତ୍ର ତହୁଁ କେତେ ବିକ୍ରମିଲାମହୀରେ ଯେତେ ଅ- ସୁର ବଂଶ ଥିଲେନିଃଶେଷ କରିଣ ସଂହାରିଲାଭୟକରିଥୋକେ ପଳାଇ ପଶିଲେ ନାଗପୁରୀ ॥୨୮॥
ବୀର ଅଲୌକିକ କର୍ମ କଲାତିନି ଭୁବନ ଅଭୟ ହେଲାପୂର୍ବେ ରାମାୟଣ ଆଦି ଶୁଣି ଥାଇଏକ ଜରକେ ଯୁଦ୍ଧ ନ ଥିଲା ॥୨୯॥
ସେ ରଣ ମଣିଲି ମହାର୍ଣ୍ଣବଶୋଣିତ ପୂରିଲା ଦିଗ ସର୍ବଅଶ୍ୱପନ୍ତିନତ୍ର ମକର ପରାଏ ଭାସୁଛନ୍ତି ॥୩୦॥
ମଡ଼ାମାନେ ମୀନ ପଂକ୍ତି ସରିହିଣ୍ଡିର ପ୍ରତେ ବସନ ପରିଶିକତା ପରା ର- ଣ ବଡ଼ବାନଳପ୍ରତୀତ ଶସ୍ତ୍ର ଅଛନ୍ତି ଧରିଭୁଜମାନଅହି ପବନ ପରାଏ ଶୋଭାବନ ॥୩୧॥
ଚକ୍ଷୁମାନ ଧରି ଦିବା ଜ୍ୟୋତିରତନ ପରାଏ ଦିଶୁଛନ୍ତିକି କହିବା ସେ ସ - ମର ଆଡ଼ମ୍ବରମତ୍ତ୍ୟେ ଦେଖାନାହିଁ ଏ କୀରତିଦେବଗଣରଣ ଦେଖି କଲେ ପୁଷ୍ପ ବରଷଣ ॥୩୨॥
ମହାନିଶାରେ ଦେଖି ନୃପ ସୁତରଣରୁ ହୋଇଲା ଶୂନ୍ୟଗତକୁମାରର ରଣ ପଉରୁଷ କଥାଶୁଣି ଯୋଗ୍ନିବୃନ୍ଦ ଆନନ୍ଦିତତୋଷମନେସବେ ବେଗେ ମିଳିଲେ ଯେ ରଣ ସ୍ଥାନେ ॥୩୩॥
ମହରଭାରତ କାଳରୁ ସେହିଉନବାସେ ଥିଲେ କ୍ଳେଶ ସହିଆନନ୍ଦେ ଚାମୁଣ୍ଡା ନୃତ୍ୟ ଯେ କରନ୍ତିକଳିକାଳନାଦେ କମ୍ପେ ମହୀମଣ୍ଡାପରିମୁଣ୍ଡମାନ ଚୋବାନ୍ତି ହସ୍ତରେ ଥରି ॥୩୪॥
ଭଇରବ ତୁଣ୍ଡ ବିସ୍ଥାରିଲେପଣ୍ଡା ପରି ରକ୍ତପାନ କଲେକଙ୍କାଳଏ ହାଡ଼ ରକଟନ୍ତି ଦାନ୍ତରଟମଟ କରି କୁତହଳେପ୍ରେମକୁଳବହୁ ମାଂସ ପିଣ୍ଡ ଖାଇ ମହା ଭୋଳ ॥୩୫॥
କିଳିକାଳି ବିକାରିଳୀ ଦଳଆଳି ଡାକିନୀ ହାକିନୀ ଠୁଳଆନନ୍ଦରେ ମଡ଼ା ଫିଙ୍ଗି ସେ ଶୂନ୍ୟରେବଦନ ବିସ୍ତାର ଅନଗଳମହୋଦରୀପ୍ରତି ଲିଙ୍ଗ ଭଖିଲେ ହୃଦ ବିଦାରୀ ॥୩୬॥
ମଡ଼ାମାନଙ୍କ ଉଦରେ ପଶିଅଟ ଅଟ ନାଦେ କେହୁ ହସିକେ ଚିରା ମାରନ୍ତି ମହୀ ଅକ୍ରୋଶନ୍ତିବିହରନ୍ତି ରଙ୍ଗେ ଚିତ୍ତ ତୋଷିତୋଷ ଚିତ୍ତେକଲେ କଲ୍ୟାଣ ବାଂଚିତ ନୃପସୂତେ ॥୩୭॥
ନିଶାନ୍ତରେ ନିଜପୁରେ ଗଲେକେତେ କେତେ ରୂପେ ବହି ନେଲେମାଂସ ଭୋଗିମାନେ ମିଳି ରଣ ସ୍ଥାନେମୋଦେ ମନୋରଥ ପୂର୍ଣ୍ଣକଲେଶ୍ୱାନଯୂଥଏକା ମଡ଼ାକୁ ଟାଣନ୍ତି ପାଂଚ ସାତ ॥୩୮॥
ଶିବା ଶିବ ଟାଣି ନେଉଛନ୍ତିକମେତୋ ଗୁଚ୍ଛତଳେ ଚାହିଁଛନ୍ତିଗୃଧ୍ରମାନେ ମଡ଼ା ଉଦରେ ପଶିଣବୁକୁ ସ୍କନ୍ଧ ମାସଂ ଖାଉଛନ୍ତିଚିନ ବଳେକୁଣପ ମଧ୍ୟକୁ ସେ ଯେ ରାମ୍ପିଦେଲେ ॥୩୯॥
କେତେ କହିବା ସେ କଥା ବସିରଥେ ଯାଇଁ ଦେଖେ ନୃପଶିଷିବିଭୋ ମହାମୁନି ଏବେ କି କରିବାଆଜ୍ଞା ହେଉ ବେଗେ ବୋଲେ ହସିଶୁଣି ମୋଦବହୁ ତୋଷେ ମୁନି କଲେ ଆଶୀର୍ବାଦ ॥୪୦॥
ପ୍ରଶଂସିତ ବହୁମତେ କରିସଧୀରେ ଗମନକୁ ଆଚାରିଇଳାବୃତ ଖଣ୍ଡେ ପ୍ରବେଶ ଦଣ୍ଡକେରଥ ରୁହାକଲେ ବସୁନ୍ଧରୀବୀରବରରଥୁଁ ଉତୁରି ଦେଖନ୍ତି ଗିରିବର ॥୪୧॥
ଯେଉଁ ଗିରିରୁ ଗିରି ଜାତତା ଦିପ୍ତୀ କରିବା କେତେ ଖାତନବରତ୍ନ ଶୃଙ୍ଗ ଶଶୀ ଶୋଭାବନଅଷ୍ଟଧାତୁ ଯହୁଁ ହୋଏ ଜାତସ୍ୱର୍ଗବାଟଯେଉଁ ଗିରି କୂଟେ ସଦା ପରକଟ ॥୪୨॥
ବହୁ ଅଛି ଯହୁଁ ମନ୍ଦାକିନୀପତିତ ଜଳ ପାପ ମୋଚିନୀନନ୍ଦିତ ବନ ସ- ମାନରେ କାନନଅନିଳ ବହେ ସୁଗନ୍ଧ ଘେନିରମ୍ୟ ସ୍ଥାନଆତ ଯାତ ସୁମନ ସେ ପ୍ରତିଦିନ ॥୪୩॥
ନାହିଁ ଜରା ବାୟୁ କ୍ଷୁଧା ବାଧାତିଳେ ତହିଁ ନାହିଁ ମୃତ୍ୟୁ ସୁଦ୍ଧାରୋଗ ପ୍ରପଂଚ ମି- ଥ୍ୟା ଯୁତ କପଟଅପବାଦମୟ ଧରାବନ୍ଧାଆଦିକରିଶାସ୍ତ୍ର ଥିବାର ଜାଣନ୍ତି ଅନୁସରି ॥୪୪॥
ନୃପ ସୁତ ଦେଖି ହରଷିତଆତ୍ମ ପ୍ରଶଂସା କଲେ ବହୁତକେଉଁ ପୁଣ୍ୟ ପୂର୍ବେ କରିଥିଲେ ଏବେଦେଖିଲି ଏ ସ୍ଥାନ ମୁଁ ସାକ୍ଷାତଦୃଢ଼େ ଧରିକାହିଁ କି ତପ ନୟନ ଥିଲା କରି ॥୪୫॥
ମୁନି ବୋଇଲେ ତୁ ଭାଗ୍ୟବନ୍ତଏକଥା ତୋତେ ନୋହେ ବହୁତମୁଖେ ଦେଇ ନୀର ଧୀର ହୁଅ ବୀରଫଳମୂଳ ଭୁଞ୍ଜ ହୁଅ ସୁସ୍ଥବୀରବରଆନେ ନ ମିଳିବ ଏ ତ ରୁଷିଘର ॥୪୬॥
ବୀର ବୋଇଲେ ୟେ ଅନୁଗ୍ରହମାତ୍ର କାହିଁ ମୋର ପ୍ରତିଗ୍ରହମଢ଼ିଆରେ ମୁନି ସ୍ଥାନ ଦେଇବୋଲନ୍ତି ବାବୁ ଏଠାରେ ରହରାଇ ଶିଷ୍ୟେଆଜ୍ଞା ଦେଲେ ପ୍ରତିକ୍ଷଣେ ଥିବ ପାଶେ ॥୪୭॥
ଦିନ ପାଂଚ ସାତ ଅତ୍ୟନ୍ତରେଅମର ପୁରୁ ଲଗ୍ନ ବେଳାରେତିଳ ବୁଣି ଯାଗ ସାଧି ମୁନିବରଯାଗଶାଳା ଯତ୍ନେ ନିର୍ମାଣିଲେଋଷିଗଣଶିଷ୍ୟଗଣ ପେଷି ଦେଲେ ଆମନ୍ତ୍ରଣ ॥୪୮॥
ମୁନିଗଣେ ଏ ବାରତା ଶୁଣିବୀର ଯଶ ମନେ ପରିମାଣିସର୍ବ ଭୁବନେ ଗ- ତି ସେହି କରନ୍ତିବିସ୍ତାରିଲେ ଯଶ ମୁଖେ ଭିଣିଚନ୍ଦ୍ରବତଚତୁର୍ଦ୍ଦଶ ଲୋକେ ପୁଣି ହେଲା ଖ୍ୟାତ ॥୪୯॥
ମୁନିଗଣେ କାମଧେନୁ ଆଣିଯାଗଦ୍ରବ୍ୟ ସଂପାଦିଲେ ପୁଣିନୃପ ନନ୍ଦନ ଯେ ଦିନୁ ଦିନ କ୍ଷୀଣନିରନ୍ତରେ ବାଳା ଗୁଣ ଗୁଣିନେତୃ ନୀରନିରନ୍ତର ମୁଂଚଇ ଅବନୀପର ॥୫୦॥
ନୀର ପାନ ହିଁ ଅରୁଚି ହେଲାନୀରଦ ପଲ୍ଲବୀ ଶଯ୍ୟାକଲାଦ୍ୱାର ବନ୍ଧେ ତନୁ ଦଣ୍ଡେ ନ ରହିଲାହାର ହିଁ ଭୁଜଙ୍ଗ ଭ୍ରମ ହେଲାଧରା ପରାନିଶିବାସରେ ଶୟନ କଲା ଧରା ॥୫୧॥
ବନରୁ ଗାଢ଼ ସଦନ ହେଲାମହୀ ଲେଖ ଦୀନ ନ ସରିଲା“ଆରେ ଅଭିନ୍ନ ଆ- ହା ବନ୍ଧୁ ଜୀବନ”ନିଦ୍ରା ଜାଗ୍ରତେ ବିଳାପ କଲାଛାଡ଼େ ଶ୍ୱାସଦିଶେ ଦିଶେ ବନ୍ଧୁ ଦିଶେ ଲଭେ କ୍ଳେଶ ॥୫୨॥
ସଖା ଶାନ୍ତି ମନେ ନ ଧରଇଯେ ଯାହା ବୋଇଲେ ନ ଶୁଣଇନିଜ ଛାଇ କୋଳ କରି ଆସ୍ୟ ରଖିବେଶବାସୀ ଗ୍ରାସ ନ କରଇପ୍ରୀତି ରୀତିକ୍ଷଣେ କରାଇଲା ନାହିଁ ଧୀର ମତି ॥୫୩॥
ଗୁର ଗୁଣିଲେ ସେ ଯେତେ ଯେତେଜଣାଯିବ ସେ କଳାନ ଉକ୍ତେଜୟ ଜୟ ଜଗ- ନ୍ନାଥ ଦୀନବନ୍ଧୁପତିତ ପାବନ ରଖ ମୋତେଭାବଗ୍ରାହୀଦୀନ ସାମନ୍ତ ସିଂହାର ନାଥ କହି ॥୫୪॥