ଛାନ୍ଦ- ୧୯ — ପ୍ରେମକଳା — ଅଭିମନ୍ୟୁ ସାମନ୍ତସିଂହାର · ସ୍ୱର୍ଣ୍ଣଲିପିମଦନେ ହେଉ ଦୁଃଖିତ
ୟେତେ ବିଚାର ମନେ
କୋଳେ କଲା ବୀରକୁ ଯତନେ
ନେଇ ଥୋଇଲା ନିଜ ବିମାନେ
ଶୂନ୍ୟେ ବୋହିଲା ରଥ ବହନେ ॥୭॥
ମହାଦୁର୍ଗମ ସମୁଦ୍ର ମଧ୍ୟେ ସ୍ଥାନତହିଁ ବୀରକୁ ରଖାଇନିଜ ପୁରକୁ ଗଲା କଲା ଅନ୍ୟାୟହେବାର ମଦନ ବାଇବୀର ନିଦ୍ରା ଭାଜିଲାପାଶେ ବାନ୍ଧବୀକି ନ ଦେଖିଲା“ବନ୍ଧୁ ବନ୍ଧୁ” ବୋଲି ଡାକ ଦେଲାନିଜ ପୁର ନୋହେ ହେତୁ କଲା ॥୮॥
ବଜ୍ର ପଡ଼ିଲା ପରାୟେ ମଣି ଚଉ-ଦିଗକୁ ଚାହେଁ ଚକିତେଆନ ନ ଦିଶଇ ତରୁଲତା ବିନାସ୍ଥାନ ସିନ୍ଧୁ ମଧ୍ୟ ଗତେବିଚାରଇ ମାନସେଶୋଇଥିଲି ତ ବାନ୍ଧବୀ ପାଶେକେହି ପ୍ରବେଶ ଏ ବନ ଦେଶେବିହି ବାମ ହେଲା କଉଁ ଦୋଷେ ॥୯॥
କଉଁ ପାପ କଉଁ ଅପରାଧ କାହାପରେ କରିଥିଲି ମୁହିଁସେହି ସଂଯୋଗୁ ସହୀ ସଙ୍ଗ ଛଡ଼ାଇକେ ଛାଡ଼ିଲା ମୋତେ କାହିଁନ ଜାଣିଲି ତଦନ୍ତକାହିଁ ଦେଖା ନାହିଁ ଏ ଅଦ୍ଭୁତକେଣେ ଯିବି ବୁଦ୍ଧି ନ ଦିଶେ ତବିହି ପ୍ରତିକୂଳ ହେଲା ସତ ॥୧୦॥
ମୋର ଏ ଚରିତ ବିଦିତ ହୋଇଲାଧନରେ ହେଲା କି ଗତି?ଆହା ପ୍ରାଣ ବନ୍ଧୁ ମୋ ଜୀବନ ଇନ୍ଦୁଛାଡ଼ିଲି ତୋହ ସଙ୍ଗତିକଲା କେ ଏତେ ସରିକିମ୍ପା ପକାଇଲା ନାହିଁ ମାରିଧିକ ପ୍ରାଣ ଯା’ ଯା ରେ ବାହାରିଥିଲି କାହାର କି ଦୋଷ କରି ॥୧୧॥
କରୁ କରୁ ଏହି ରୂପେ ବସି ଚିନ୍ତାରଜନୀ ଶେଷ ହୋଇଲାକାନନ ଯାକ ଭ୍ରମି ଭ୍ରମି ସେ ବୀରପଥ କେଣେ ନ ପାଇଲାବେଳୁ ବେଳ ଅଧୀରପ୍ରେମାନନ୍ଦେ ହୃଦେମାରଜ୍ଞାନ ମନ ହେଲା ଅଗୋଚରଆସି ବେଢ଼ିଲା ଦଶା ନିକର ॥୧୨॥
ପ୍ରାଣ ଥିଲେଅବା ବଲ୍ଲଭୀ ଲିଭିବଏମନ୍ତ ବିଚାର କରିପ୍ରାଣ ରଖି ପ୍ରିୟ ଗୁଣ ଗୁଣଇବାଇ ପ୍ରାୟେ ହୋଇ କରିତନୁ ତନୁ ହୋଇଲାନେତ୍ର ନୀର ଧାର କଲାମହୀ ଚିରି ନଖ ଛିଡ଼ିଗଲାହାହା ବଦନରେ ନ ରହିଲା ॥୧୩॥
କଉଁ ବୃକ୍ଷକୁ କୋଳ କରେ କାହାକୁବିନୟ କରଇ ଭାଳେତୁମ୍ଭ ବିନୁ ମୋର ଆନ ସାହା ନାହିଁଚେତ୍ତ ବୋଲେ ବେଳେ ବେଳେତାଡ଼େ କରକୁ ଶିରେଗାଢ଼େ ତାଡ଼େ କରକୁ ଶିରରେଶିବ ଶିବ ନିରତେ ଉଚ୍ଚାରେବନ୍ଧୁ ବନ୍ଧୁ ବୋଲି ଶୋକ କରେ ॥୧୪॥
ବିକଳ କଳ ତାର ଶୁଣି ନିରତେବୃକ୍ଷରୁ ପତ୍ର ଝଡ଼ଇଆରେ ଅଭିନ୍ନ ଜୀବନ ଧନ ବନ୍ଧୁକେବଳ ବସି ଘୋଷଇକେତେ ବେଳେ କି କିରେଦେହ ପ୍ରାଣ ଆଶ କେତେ ଦୂରେଧୂଳି ବୋଳଇ ଶିର ହୃଦରେଦିନ ନେଲା ନିଦ୍ରା ବିହୀନରେ ॥୧୫॥
ବେଳ ବେଳେ ବୋଲେ ଫାଟି ଯାଇ ହୃଦଫୁଟିଯା ନୟନ ମୋରଶତ କୋଟି ଶତ- କୋଟି ପଡ଼ୁ ଶିରେପୋଡ଼ୁ ଯାଉ ପ୍ରାଣ ମୋରଛାଡ଼ି ବାନ୍ଧବୀ ସଙ୍ଗଧିକ୍ ଧିକ୍ ଥିବାରୁ ଏ ଅଙ୍ଗଅର୍ଜିଥିଲି ଏଡ଼େ ପାପ ଯୋଗୁଁପୋଡ଼ୁ କର୍ମ ଲେଖନ ପ୍ରସଙ୍ଗ ॥୧୬॥
ସୁଶୀଳା ଦାସ ବ- ତ୍ସଳା କଉଶଳାରତି କଳା ନବ ବାଳାଅତୁଳା ଡୋଳା ପିତୁଳା ଗଳାମାଳାକୋମଳା ଭାବ ପ୍ରବଳାସ୍ମର ସାଗର ଭେଳାଆଉ କାହିଁ ପାଇବି ଲୀଳାକେଡ଼େ ଚାତୁରୀ ତୋ ଖେଳାମନ ଶୃଙ୍ଖଳା ତୋ ନାସା ତୋଳା ॥୧୭॥
ଆହା ଭ୍ରୁଭଙ୍ଗିନି ସୁରତ ରଙ୍ଗିଣିମୁନିନ୍ଦ୍ର ଯୋଗ ଭଙ୍ଗିନିନେତ୍ର ତରଙ୍ଗିଣି କୋମଳଅଙ୍ଗିନୀମୋହ ପରାଣ ସଙ୍ଗିନୀଆହା ପ୍ରେମ ଭଙ୍ଗିନିଚାରୁ ବକ୍ତ, କୃପା ଅପାଙ୍ଗିନିନାହିଁ ତୋ’ ପରା ଅନୁରାଗିଣୀହେବ କେ ମୋର ଦୋଷ ନାଶିନୀ ॥୧୮॥
ଏହି କ୍ଷଣି ବାଣୀ ପୁଣି ବାଣୀ ବୀଣାଗୁଣାଜଣା ପରକାଶବରୁଣାଳୟ କ- ରୁଣା ଊଣା କିମ୍ପାକିଣା ଜନରେ ପ୍ରକାଶଦିଶୁଅଛି ମୋ ଆଗେଆସି ମିଶୁ ନାହିଁ କିମ୍ପା ଅଙ୍ଗେବନ୍ଧୁ ଭିନ୍ନ ହେଲି କଉଁ ଯୋଗେମନ ବୁଡ଼ାଇ କୁତୁକୀ ରଙ୍ଗେ ॥୧୯॥
ବିଭ୍ରମ ବିଳାପ ଏହିପରି ବୀରକରେ ଯେତେ ନିତି ନିତିରସିକ ହୋଇ ଶ୍ରବଣେ ଶୁଣି ପୁଣିଧରି ପାରିବ କେ ମତିନପୁଂସକ ଯେ ହେବପ୍ରୀତି ଘେନି ସେହି ଦ୍ରବ୍ୟ ଯିବଦୁଃଖ ଶୁଣି ଧୀରେ ନ ରହିବନେତ୍ରୁ ଲୋତକ ମାନ ପଡ଼ିବ ॥୨୦॥
ଜୟ ଜୟ ସୀତା- ପତି ରଘୁନାଥବିଚ୍ଛେଦାନୁଭବକାରୀୟେ ସଂସାର ମଧ୍ୟେ ଦୁଃଖ ନ ପାଆନ୍ତୁଦଣ୍ଡେ ମାତ୍ରକ ଭଗାରିଧୀରେ କର ବିଚାରରସବତୀ ଗୀତ ମନୋହରହୃଦ ମଣ୍ଡନ ମୁକୁତା ହାରରଚୟତି ସାମନ୍ତ ସିଂହାର ॥୨୧॥
ଛାନ୍ଦ-୨୦
[ରାଗ-ଭୂପାଳ]ଋତୁ ଗ୍ରୀଷମ ବିଷମ ବିରହୀଙ୍କିବାମ ହେଲା କାମଦେବ କରି ତମନର ଭୟେ ଛିନ୍ନ ମଣି ରତାନ୍ତରମଣି ପରାୟେ ମଣିଲେ ତା ସୁଷମ ॥୧॥
ଶ୍ରମ ସ୍ୱେଦ ଦେହୁ ଗଳି ଚୂତ ପତ୍ରା-ବଳୀ ମିତ୍ର କର ଲାଗି ଜଳେ ତନୁଖଣ୍ଡ ଖଣ୍ଡ ନ ହୋଇଲା ସଉଜନ୍ୟହେଲା ବାତ ସ୍ନେହ ଛୁଟିଲା ତା ମନୁ ॥୨॥
ଖରକର ଦର୍ପପାଇ ଅସ୍ତବ୍ୟସ୍ତହୋଇ ମଲ୍ଲୀ ପ୍ରକାଶିଲା ଅତିଶୟବାସ ଅନାଦିର ମଣି ଚାନ୍ଦିନୀ କିପୁଣି ଆଦରିଲା ଦେହ କର ପ୍ରିୟ ॥୩॥
ଦିନ ତାପ ଅତି ଚନ୍ଦନେ ଆଦରଏ ପରାୟେ ଦେଖି କାଳରାତ୍ରିବୀର ସିନ୍ଧୁ ମଧ୍ୟେ ବାନ୍ଧବୀ ବିହୀନେମଜ୍ଜାଇ ରସିକ ସରିତରେ ମତି ॥୪॥
ଦେଖି ଶିରୀଷ ବିକାଶ ଭ୍ରମେ ବୋଲେଠାରୁ ସୁକୁମାରୀ ଧନଭାଳି ସୁନ୍ଦରୀ ସେ କହଇ ବଚନବନ୍ଧୁଠାରୁ ତୁ ତ ସର୍ବଗୁଣେ ହୀନ ॥୫॥
ମଲ୍ଲୀ ବିକାଶକୁ ଦେଖି ବୋଲେ ପ୍ରାଣ-ସଖୀ ହାସକୁ ଉପମା ହେବୁ ନାହିଁଶୁଣି ଝିଙ୍କାରୀ ଶବଦ ମଣେ ବାଳା-ନାଦ ବୋଲେ ବନ୍ଧୁକର ତ୍ରାହି ଯହିଁ ॥6॥
ପୁଣି ଚେତି ବୀରମଣି ବାଳାଗୁଣଶ୍ରେଣୀ ଗୁଣିଲେ ଉପଦେଶ ପରାୟେହା ହା ମୋର ପ୍ରାଣବନ୍ଧୁ ସର୍ବ ସୁଖସିନ୍ଧୁ ବିହି କଲା ଏତେ ସରି ଘାୟେ ॥7॥
ମୋର ସକଳ ସମ୍ପଦ ତୁ ତ ଇନ୍ଦ୍ର-ପଦ ତଳେ ଥିଲା ପ୍ରାୟେ ମଣେଭାଷା ପଦକରେ ତୋର ରତ୍ନାକରଜୂର ପୀୟୂଷ ଛାର କରି ଗଣେ ॥୮॥
ଲଭିଥିଲେ ମୁକତି କି ତୁଚ୍ଛ ମୁଁ କ-ତିକି କରୁଥାଇଁ ଚନ୍ଦ୍ରାନନ ଚାହିଁଛାର କର୍ପୂର ଚନ୍ଦନ ଗଣେ ଅପ-ଘନ ଆଲିଙ୍ଗନ କଲାବେଳେ ମୁହିଁ ॥୯॥
ଦିନେ ହୃଦେ ଭେଦକାଳ ଆଣିଥାଇକୋଳେ ଆଣି ଅଣିମାଦି ସୁଖ ମଣେକଲେ ବକ୍ର ଦୃଷ୍ଟି ସୃଷ୍ଟି ମୋହିନୀ ମୁଁବୃଷ୍ଟି ପୀୟୂଷ ହେଲା ପରାୟେ ମଣେ ॥୧୦॥
ହସିବା ବେଳରେ ଭାଇର ମନରେଆଉ ଏଥୁଁ ବଡ଼ ଦ୍ରବ୍ୟ କିଛି ନାହିଁସବୁ ଛଡ଼ାଇଲା ବିହି ଏହା ଥିଲାଲିହି ସେ ସୁଖ ପୁଣି ପାଇବି କାହିଁ ॥୧୧॥
ମୋର ଲାଗି କିମ୍ପା ପ୍ରାଣ ଆଶା ହେବିନାଶା ଝାସି ଦେବି ୟେ ସାଗର ଜଳେଶଶଠାରୁ କଲି ଶିକ୍ଷା ନିଶ୍ଚୟେ ମୁଁଦୀକ୍ଷା ଲଭିବି ତୋ ତବୁ ଅବା କାଳେ ॥୧୨॥
ତୋର କି ଗତି ହୋଇବ କେହି ଜଣାଯିବ ୟେହି ଭାବନା ନିରତେ ହେଲାନଖ କ୍ଷେତେ ଇଷି ଭାଷୁ ମତେ ପରାରୁଷୁ କେହି ସହିବୁ ମଦନ ଜ୍ୱାଳା ॥୧୩॥
ନିଜେ ପିଠି ଦେଲା ଇଙ୍ଗିତ ବିଧାନେଦିନେ ଦଇତ ସୁତ କି ବୋଲିଥିଲୁୟେବେ କେହି ନିଶିଦିନ ସାରି ବରେଧନ ଭଗାରି ହାତେ ଦଣ୍ଡିଦେଲୁ ॥୧୪॥
ଲୁଚାଲୁଚି ଖେଳବେଳେ କହିଲୁ ତୁଛଳେ ବନ୍ଧୁ ମଦନ ପାକଲା ଛିଦ୍ରଏବେ ବିଚାରୁଛି ମନେ ତ ନ ଥିବୁଜୀବନେ ପ୍ରକଟ ହୋଇଛି ତା ଭଦ୍ର ॥୧୫॥
ଶେଯେ ସେବତି ପାଖୁଡ଼ା ଦେହେ କଲେପୀଡ଼ା ଏବେ ସ୍ମରଶର ଯୋଗ୍ୟ ହେଲୁମୋର କର ଧରି ସଖୀ ୟେତେ ହେଲୁଦୁଃଖୀ ମହୀରେ ପଣନ୍ତ ଶଯ୍ୟା କଲୁ ॥୧୬॥
ଚାରୁ ଚନ୍ଦନ କର୍ପୂର ଦିବ୍ୟ କୃଷ୍ଣ-ସାର କସ୍ତୁରୀ ମଣ୍ଡନ ହେଉ ଅଙ୍ଗେମୋର ସଙ୍ଗ ଲାଭ ୟେତେ ହେଲା ସିନାତୁତ ଏମେ ଲୋଟୁଥିବୁ ଧୂଳି ସଙ୍ଗେ ॥୧୭॥
କୁମୁଦୁକୁ ଯେଉଁ ହାସ କରେ ଉପ-ହାସ ହେଇଥିବ ସେ କୁମୁଦ ସିନାତୁତ ଏକେ ମୃଦୁଲତା ତହିଁ ପାଇଁଚିନ୍ତା ଶ୍ରୀ ଅଙ୍ଗ ହେବନି କେଡ଼େ ଶୀର୍ଣ୍ଣ ॥୧୮॥
ଯେଉଁ ଉରେ ଭାସୁଥାଏ ତହିଁଚିର ହୋଇ ରହିଥିବ ପଦ୍ମ ନାଡ଼ବେଳେ ବେଳେ ତାକୁ ଚାହିଁ ଭ୍ରମେ ଭୁଜ-ଙ୍ଗ ମଣି ସ୍ମରୁ ଥିବୁ ସିନା ଗରୁଡ଼ ॥୧୯॥
ଫିଟା ନୋହିବାରୁ ବାଟ ଜଳା ହେବମୂଳେ ଫୁଲେ ଆଦର କାହିଁକି ଥିବଦରୀ ସମାନରେ ବୀଶ ପରାଗ୍ରାସ ୟେତେ ଦଶ ଚିର କି ନ ହେବ ॥୨୦॥
କଞ୍ଜ ଖଞ୍ଜନ ଗଞ୍ଜ ନୟନରେରଞ୍ଜନ ଲୋତକୁ କରାଇଲା ଧାତାଧିକ ତାର ନାମ ବିଧି ହେବାର ଅ-ବିଧି ପୋଡ଼ୁ ପୋଡ଼ୁ ତାର ବିବେକିତା ॥୨୧॥
ପଶୁ ବଶ ହେବ ଯହିଁ ସେ ମୁଖକୁଚାହିଁ ଏ ଦୁଃଖ ଲେଖିଲା ଭାଲେ ପୁଣିକେହି ବଳିଲା ତା’ ସତ ଚଳିଲା ଶ୍ରୀ-ହସ୍ତ ବଦଳିବା ପାଇଁ ଅବଧ୍ୟ ପ୍ରାଣୀ ॥୨୨॥
ବିଭୋ ଦେବକୀ ନନ୍ଦନ ଦେବକି ମୋଧନ ଦୀନବନ୍ଧୁ ନାମ ଅଛ ବହିହେଲେ କରୁଣା କୃପଣ କରାଇବିପ୍ରାଣ ସତ୍ୟ ଏତୁ ଆନ ନାହିଁ । ॥୨୩॥
ଗଜ, ଦ୍ରୌପଦୀ ଆରତ ନାଶନ ତୁ-ରିତ ମନ ଜାଣି ଆନ ଗୃହ କଲେଶୂନ୍ୟେ ଶୁଭିଲା ବଚନ ଧୀର କରମନପ୍ରିୟା ଭେଟିବୁ ବରଷେ ଗଲେ ॥୨୪॥
ସ୍ୱୟମ୍ବର ଦିନ ନାଶ ହେଲା ଯାହାଆଶ ସମସ୍ତ ନୃପତି ମାନଙ୍କରଗଲେ ନିଶ୍ୱାସ ପକାଇ ସେହି ପାପହୋଇ ଜଗିଥିଲା ଛିଦ୍ରକୁ ତୁମର ॥୨୫॥
ଚିତ୍ରସେନ ବନେ ପଶି ବିବେକ ବି-ନାଶି କରାଇଲା ତୋତେ ୟେତେ ଦୂରକାନ୍ତା ଶୁଭେ ଅଛି ତୋ ନ କର ବିଚା-ର ଏହା ଶୁଣି ବୀର ହୋଇଲା ଧୀର ॥୨୬॥
ସେ ମୁକ୍ତି ପାଇଲା ବତ ହୋଇଲା ଉ-ଷତ ଆକାଶକୁ ନମସ୍କାର କଲାବାଳା ଗୁଣ ମାନ ଗାନ ରୂପ କରିଧ୍ୟାନ ନିଶି ଦିବସ ମାନଙ୍କୁ ନେଲା ॥୨୭॥
ଗୋପୀ କୁମୁଦ-ପ୍ରମୋଦ ଚିନ୍ତାତମଛେଦୀ ବୃନ୍ଦାବନ ନଭ-ବିଧୁବରପଦ ପଦ୍ମ ମକରନ୍ଦ ଆଶରେ ମି-ଳିନ୍ଦ ସାମନ୍ତ ସିଂହାର ନିରନ୍ତର ॥୨୮॥
ଛାନ୍ଦ-୨୧
[ରାଗ-କାଳୀ]ଶୁଣ ତୁରିତ ତେଣେ ଗୋରୀ ତଚିନ୍ତା ତୁରିତ ତେଜିନ ଦେଖି ପତି ଚିନ୍ତା ଉତ୍ପତ୍ତମାର ବିପତ୍ତି ଭଜି ॥୧॥
ଭ୍ରମ ବୁଦ୍ଧିରେ କୁଚ ସନ୍ଧିରେକର ଅଧୀର ଭରିକାନ୍ତ ଲୋଡ଼ଇ ଜ୍ଞାନ ବଡ଼ଇମୋହେ ପଡ଼ଇ ଗୋରୀ ॥୨॥
ଚେତି କିଂଚିତେ ଚିତୋଇ ଚିତ୍ତଅନ ଉଚିତେ କାନ୍ତକରି ଅନ୍ତର କଲେ କାତରଦୁଃଖ ଦୁସ୍ତର ଏ ତ ॥୩॥
ସେ ତ ନାଗର ଗୁଣ ସାଗରପ୍ରେମ ରଙ୍ଗର ଛଳେକି କି ପାଂଚିଲେ ୟେହା ରଚିଲେକାହିଁ ଲୁଚିଲେ ଭାଳେ ॥୪॥
ଦିନେ ଏପରି ନାହିଁ ଯେପରିବାରିରେ ପରିହାସନୋହି ବିଭିନ୍ନ କହି ଅଭିନ୍ନକଲେ ତ ଭିନ୍ନ ପାଶ ॥୫॥
କଲେ ଅବଧ ଅବଳା ବଧହେବ ଲବଧ କି କି ?କଲେ ବିଚାର ୟେହୁ ପ୍ରଚାରତାଙ୍କ ଆଚାର ନିକି ॥୬॥
ଦିବସ ବିନା ସେ କି ନବୀନାକରନ୍ତେ ବିନାଶନଭିନ୍ନ ବିହିତ କଲା ବିହିତନିଷ୍ଠା ନାହିଁତ ଆନ ॥୭॥
ହେ ପଦ୍ମଭବ ଦେଇ ପ୍ରାଭବକେଉଁ ବିଭାବ ହେବଦୀନ ପୋଷିଣ ଲୋକ ଦୂଷଣମୋହେ ଭୂଷଣ ଭାବ ॥୮॥
ମନ କଳଇ ସତ ବଳଇହାତ ଚଳଇ କେହିସୁଖ ପାଖରେ ଦୁଃଖ ଲେଖରେକିମ୍ପା ପ୍ରଖରେ ତୁହି ॥୯॥
ଅବିବେକରେ ଲେଖା ଲୋକରେଯେଣୁ ଲୋକରେ କେହିକରିବ ରତି ତୋର ମୂରତିପୂଜା କରନ୍ତି ନାହିଁ ॥୧୦॥
ଦିନେ କଷଣ ଦେବା ଦୂଷଣସିନା ଭୂଷଣ ନୋହେକଲେ ଆରତି ଅପକୀରତିପରବ ରତି ରହେ ॥୧୧॥
ମଣିର ମଣି ମୁକୁଟମଣିହୃଦରେ ମଣି ଭ୍ରମବୋଲେ ହୃଦୟେ କରୁ ଉଦୟେକାନ୍ତ ନିଦ୍ଦର୍ୟେ ପ୍ରେମ ॥୧୨॥
ଛାଡ଼ିଧରମ କଲା ପରମପୋଡ଼ା କରମ କେତେୟେହା ବିହିଲା କ୍ଷତି ସହିଲାଦହି ନହିଲା ସେତେ ॥୧୩॥
ସେ ତ ସୁବୁଦ୍ଧି କେଉଁ କୁବୁଦ୍ଧିଦେଲା ୟେ ବୁଦ୍ଧି ସତକେହି ଜାଣିବି ତଥ୍ୟ ମଣିବିମନେ କରିବି ମୁଁତ ॥୧୪॥
ହା ହା ବଲ୍ଲଭ ସବୁ ସୁଲଭୟେବେ ଦୁର୍ଲ୍ଲଭ କଲାପଦ ଦାସୀକି ଏମନ୍ତ ସେ କିଦୁଃଖ ରାଶିକି ଦେଲା ॥୧୫॥
ଆହା ଜୀବଶ ମୋହେ ଆବେଶଦେଖି ସୁବେଶ କରବୋଲି ସ୍ତବଳ ସ୍ତନ ଯାବକଲେଖି ସେବକ ତୋର ॥୧୬॥
ତୁମେ ଅତୁଳା ନିଧି ପିତୁଳାଆଖିର ତୁଳା ଅଙ୍ଗପକାଅ ରାଣ ରସିକ ରାଣହେବି ପରାଣ ସଙ୍ଗ ॥୧୭॥
ତୋହ ରାଜୀବ- ନେତ୍ର ରାଜିବହେ ବିରା ଜୀବଧନମୁଁ ତ କିଙ୍କର ନାହିଁ ନିକରଲଭନ୍ତି କର ପୁଣ୍ୟ ॥୧୮॥
ଗୋଳି ତିଳକ ସାଜି ଅଳକଦେବି କାଳକ କହକହୁଛି ଧ୍ୟାୟି ମୋତେ ବ୍ରିଡ଼ାଇନୋହୁଛ ଡାକି ଦେହ ॥୧୯॥
ପତ୍ର ଆବଳୀ କୁଚେ ତ୍ରିବଳୀଶୋଭିନୀ ବଳିଆ ! ଇଁଦେବା ଆସି ତ ଅଛଇ ସତଉଷ ଉଷତ ହୋଇ ॥୨୦॥
ୟେବେ ଶେଷ ନ- ମାନ ଯେ ମାନସୁର ଗୁମାନ ନାଶେଏତେ ତ କଲ ଭଲକୁ କଲଦୟା ନ କଲ ଲେଶେ ॥୨୧॥
ଶେଷେ ପାଛୁଡ଼ି ମୁଁ ସଜଡ଼ାଇଶେଯେ ପକାଇ ଫୁଲକେ ବା ବାଧିବ ବୋଲି ବାଧିବକେ ଆରାଧିବ ବୋଲ ॥୨୨॥
ନେତ୍ରେ ଅଞ୍ଜନ ହେଲେ ଭଞ୍ଜନଦିଅ ରଞ୍ଜନ କରକଉଁ ପାତକ ଥିଲା ୟେତେକତହୁଁ ଲୋତକ ଝରି ॥୨୩॥
ନମସ୍କାରରେ ଧୂଳି ଶିରରେଦେଖି କରରେ ପୋଛଏବେ କ୍ଷିତିରେ ପଡ଼େ ଭୀତିରେନୋହେ ମତିରେ ସ୍ୱଚ୍ଛ ॥୨୪॥
ୟେକା ପଥରେ ଛାଡ଼ି ବ୍ୟର୍ଥରେକି ଅନାଥରେ ଯାଇସୁଜନେ ନରେ ଭାଳେ ମନରେକିସ ଜନରେ ପିଇ ॥୨୫॥
ମନ ରସାଇ ନାବେ ବସାଇନଦେ ଭସାଇ ଦେଲଆଶା ବଢ଼ାଇ ଗଛେ ଚଢ଼ାଇଚଢ଼ା କଢ଼ାଇ ଦେଲ ॥୨୬॥
ବାତ ରହିତ ପ୍ରେମ ବୋହିତରୀତି ବିହିତ କଲନାହିଁ ଆୟତ୍ତ ମୁଁ ନ ପାଏତଶୁଭ ପାଏତ ଭୁଲ ॥୨୭॥
ମୁଖ ରାଜୀବ ନ ଦେଖି ଯିବଯେବେ ଟି ମୋରନୋହିବ ଗତି ପ୍ରାଣ ସଙ୍ଗତିଦେବ ଦୁଃଖ ତ ମୋର ॥୨୮॥
ଆହେ ସାଧବ ବନ୍ଧୁ ମାଧବଥିଲେ ମୋ ଧବ ଶୁଭେୟେ କି ବିପତ୍ତ ଅମର ପତିପଦ ସମ୍ପତ୍ତ ଲଭେ ॥୨୯॥
କାହା ଦୁରିତ ଅବା ହରିତବାସ ହରିତ ନାହିଁଗବ ହରଣ ଦୀନ ତାରଣଭାବ ଧାରଣ ଦେହ ॥୩୦॥
ଆହେ ଦେବକୀ ସୁତ! ଦେବ କିକୃପା ହେବ କି ରତିସୁଲଭେ କାନ୍ତ ସଙ୍ଗେ ଏକାନ୍ତକର ଅକ୍ଲାନ୍ତ ମୂତ୍ତ ॥୩୧॥
ଆହେ ସଙ୍ଗୀତ- ବିଜୟେ ଗୀତତ୍ରିଭଙ୍ଗୀ ତ ମୁଁ ସରିସଦା ସାମନ୍ତ- ସିଂହାର ମତଗୋପିକା ମତ ଧରି ॥୩୨॥