ଛାନ୍ଦ-୫ — ପ୍ରେମକଳା — ଅଭିମନ୍ୟୁ ସାମନ୍ତସିଂହାର · ସ୍ୱର୍ଣ୍ଣଲିପିତେଜି ଆକାଶ ଯିବୁନି ବାସ
ନୋହି ପ୍ରକାଶ ଲୋଶେ ॥୧୩॥
କହିବି ଶେଷ କି ତାହା ଲେଶକରିବେ ଶେଷ ପୁଣି ॥୧୪॥
ଏହି ବିଧିରେ କଲ ନିଧିରେମୋର ବିଧିରେ ମଲାକରୁ ଆଳାପ ଶେଷୁ ପ୍ରଳାପଲବକଳାପ ହେଲା ॥୧୫॥
ହେ ଶାଧର ମୋତେ ଉଦ୍ଧାରତେଜି କ୍ରୋଧର ଚିତ୍ତଚନ୍ଦ୍ର ସୁଖିନା(?) ମୁଁ ମିତ୍ର ଖନ୍ନାହେଲି ନାଶତ ॥୧୬॥
ଆତୁର ଚିତ୍ତ ଘେନି ଉଚିତକଲି ରଚିତ ଗୀତଶେଷ ତ୍ରିଭଙ୍ଗୀ ବିଶେଷ ଭଙ୍ଗୀଯେ ଯୋଗ ଭଙ୍ଗୀକୃତ ॥୧୭॥
ଭବ ତାରଣ ପଦ୍ମ ଚାରଣପରେ ଶରଣ ଗଲିଶମନ ଦର ହେବି ହୃଦରଏଣୁ ନିଦର ହେଲି ॥୧୮॥
ନନ୍ଦ ନନ୍ଦନ ହରି ଚନ୍ଦନପଦ ବନ୍ଦନ କରିଚିନ୍ତି ସାମନ୍ତ ସିଂହାର ମତ୍ତଗୋପିକା ମତ ଧରି ॥୧୯॥
ଛାନ୍ଦ-୬
(ରାଗ-ମୁନିବର ବାଣୀ)ଏ ଉତ୍ତାରୁ ଶୁଣ ଧୀରସଖୀ ଦେଖି ଛଦ୍ମ ବୀରହୃଦୟକୁ ମାରି ଶରକଲା ପ୍ରହାର ଯେ ॥ ୧॥
କାତର ହୋଇ ନାଗରଚିତ୍ତେ ଚିନ୍ତେ ରାମାବରଆହା ତ ସୁଷମା ତାରସୃଷ୍ଟି ବାହାର ଯେ ॥ ୨॥
ଚନ୍ଦ୍ରମା ପଙ୍କଜ ମୁହିଁକେମନ୍ତେ ବୋଲିବି ମୁହିଁନିଶୀ ଦିନ ତାର ନାହିଁତାହାଙ୍କ ଏହି ଯେ ॥ ୩॥
କରୁଚି ଯେଉଁ ବିଚାରଯେଉଁକଳେ ବେଦବରଶ୍ରୀମୁଖ ଗଢ଼ିବା ପାଇଁଚିତ୍ତେ ଚିନ୍ତଇ ଯେ ॥ ୪॥
ହାତ ବଳିବାକୁ ବିଧିକଲ ବିଧି କଳ ସିଦ୍ଧିକେବେ ବନାଇଲ ମୁଖପରମ ସୁଖ ଯେ ॥ ୫॥
ଧୋଇଲା ପାଣିରେ ପାଣିବିଜ ହେଲା ସେହିକ୍ଷଣିହେଲା ସେହି ନୀଳ ତ୍ପୋଳନେତ୍ର ଯୁଗଳ ଯେ ॥ ୬॥
କଟି ବିଲୋକନ କରିପଲ୍ଲବା (?) ଡମ୍ବରୁ ହରିଆଶ୍ରିତ ହେଉ ଗଉରୀଅଛନ୍ତି କରି ଯେ ॥ ୭॥
ହର ତା ଯଶ ଶୁଣିଲେଦେଖିବା ଆଶେ ଅଇଲେବିଲୋକନରେ କୁବେରହେଲେ ପଥର ଯେ ॥ ୮॥
ଗଉରୀ ଦେଖିଲେ ଛବିଲବ ମନେ ଛନ୍ନେ ଭାବିଲୁଚିଲେ ହର ଦେହରେମୋହି ବିଚାରି ଯେ ॥ ୯॥
କାନ୍ତି ଚାହିଁ କ୍ଷଣ କାନ୍ତିଘନେ ଲୁଚି କମ୍ପେ କାନ୍ତିକବେରୀ ଚାହିଁ ନୀରଦହେଲେ ବିଷାଦ ଯେ ॥ ୧୦॥
ଗତି ଚାହିଁ ମତ୍ତହାତୀଲାଜେ ଚାହିଁଅଛି କ୍ଷିତିଏହି ରୂପେ କରି ଧ୍ୟାନନୃପ ନନ୍ଦନ ଯେ ॥ ୧୧॥
ବିଶେଷତ କରି ପାଂଚଆରମ୍ଭ କଲା କବଚଭାବି ଭଙ୍ଗେ ଅଙ୍ଗନ୍ୟାସକଲା ପ୍ରକାଶ ଯେ ॥ ୧୨॥
ସ୍ନେହ ଛଳ ହୃଦେ ଧରିରତି ଜିତ ତହିଁ ଭରିକାମଦେବ ଅଧିଷ୍ଠିତମନ କଳ୍ପିତ ଯେ ॥ ୧୩॥
ରସତନ୍ତ୍ର ମୂଳ କରିବଦ୍ଧାସନ ହୃଦେ ଧରିଯୋନିମୁଦ୍ରା ବରଷିତଯୁଗଳ ମନ୍ତ୍ର ଯେ ॥ ୧୪॥
ପ୍ରତିପଦ ମନ୍ତ୍ର ଘୋଷିସ୍ଥାନମାନ ଛୁଏଁ ବସିଶିରେ ବସୁ ସୀମନ୍ତିନୀଭାଳେ ଭାବିନୀ ଯେ ॥ ୧୫॥
ଲଲଟର ସୁଲଳନାନୟରେ ବସୁ ନବୀନାନାସାରେ ନାଗରୀ ରହୁମୋ ଦୁଃଖ ବହୁ ଯେ ॥ ୧୬॥
ବଦନରେ ରହୁ ବନ୍ଧୁକଣ୍ଠ ରଖୁ କୃପାସିନ୍ଧୁଗଣ୍ଡ ରଖୁ ଗୁଣନିଧିସଦା ଆରାଧି ଯେ ॥ ୧୭॥
କର୍ଣ୍ଣରେ କୋକିଳ ଭାଷିଶବଦକୁ ରହ ରସିବାହାରା ରହୁ ବାନ୍ଧବୀସୁଖ ସାଧିବୀ ଯେ ॥ ୧୮॥
ଛଇଳା ବସୁ ଛାତିରେସୁମନା ମୋ ମାନସରେକର ରଖ କୁମ୍ଭସ୍ତନାସୁଖ ସଦନା ଯେ ॥ ୧୯॥
ପୃଷ୍ଠ ରଖୁ ପରମଦାକଟୀକୁ ରଖୁ କାମଦାରୂପେ ରଖି ଶାବକାକ୍ଷୀରଖୁ ଯେ ॥ ୨୦॥
ବାହୁ ରଖୁ ଯୋଗ ଭଙ୍ଗୀପଦରେ ପଦ୍ମିନୀ ସଙ୍ଗୀସର୍ବାଙ୍ଗ ରଖୁ ସୁଶୀଳାଦାସ ବତ୍ସଳା ଯେ ॥ ୨୧॥
ବାମ କାମ ରକ୍ଷା କରୁଦକ୍ଷିଣେ ଦକ୍ଷିଣଠାରୁବିମଳ ସେ ବିପଦରେରଖୁ ନିର୍ଭର ଯେ ॥ ୨୨॥
ବିଭ୍ରମେ ବୋଲୁ ଏମନ୍ତବୃତି ମଲିୟେ (?) ପୁରତଶଂକିତେ ତେଜି ଆସନଆତୁର ମନ ଯେ ॥ ୨୩॥
ଦୂତୀକି କହଇ ବାଣୀକାହିଁ ମୋ ଜୀବ କାରେଣୀଦୂତୀ କହେ ହୁଅ ଧୀରରସିକ ବର ଯେ ॥ ୨୪॥
ଶୁଭ ତବ ସର୍ବ କାର୍ଯ୍ୟମହା ସୁଖ ହେବ ଆଜିଜୟ ଜୟ କାମଦେବଆଜ ସାଧବ ଯେ ॥ ୨୫॥
ଆସିଛି ଅଙ୍ଗନା ବରତହିଁକି ବିଦାୟ କରଦର ସିନ୍ଧୁରହେଳା ନ କର ଯେ ॥ ୨୬॥
ବୀର ବୋଲେ ଗୋ ମିତଣୀସତେ ଏ ଦୁଃଖ ହାରିଣୀଅଇଲ ଏତେକ ଦୂରଚାଲି ପୟର ଯେ ॥ ୨୭॥
ଦୟାଶିଳା ସ୍ନେହାଧୀନାଶିରୀଷ ଅଙ୍ଗ ନବୀନାମୋ ଛାର ପାଇଁ ସୁମୁଖୀହୋଇଲ ଦୁଃଖୀ ଯେ ॥ ୨୮॥
ପଦ ପରିଜନ ହେବିଗୁଣ ଶୁଝି ନ ପାରିବିମରଇ ଦାସ ବତ୍ସଳତନୁ ମୃଦୁଳ ଯେ ॥ ୨୯॥
ପ୍ରତ୍ୟେକ କହି ବଚନକରି ଅଞ୍ଜନପ୍ରେମାବେଶ ଗରଗରରତି ଅସ୍ଥିର ଯେ ॥ ୩୦॥
ବୋଲେ କାହିଁଦେଖାଅ ତାହାକୁସଖୀ ଦେଇ ଚନ୍ଦ୍ର ମୁଖ ॥ ୩୧॥
କହଇ ତୋଷେ ସଂଚରୀମହାମାୟା କୃପା କରିସଙ୍ଗତେ, ଘେନି ନବୀନାଅଇଲେ ସିନା ଯେ ॥ ୩୨॥
ତୁମ୍ଭଙ୍କୁ ସମର୍ପି ଦେବେଆନନ୍ଦ ପୁରକୁ ନେବେଏବେ ଉପର ତୁମ୍ଭରଅଟଇ ବୀର ଯେ ॥ ୩୩॥
ଶୁଣ ବୀର କୃତ କୃତ୍ୟପ୍ରଦାନ କଲେ ତ୍ୱରିତଆନନ୍ଦେ ନ ପାରୁ କହିଆତୁର ତହିଁ ଯେ ॥ ୩୪॥
ପଥରେ କଲେ ବିଚାରହୃଦୟ ନୁହଇ ସ୍ଥିରସତେକି ଭେଟିବି ରମାନିଧି ଅର୍ଣ୍ଣମା ଯେ ॥ ୩୫॥
ଭେଟିଲେ ଅମ୍ବିକା ଯାଇଚରଣେ ପ୍ରଣାମ ହୋଇଜୟ ସ୍ତୁତି କରେ ବୀରଯୋଡ଼ିଣ କର ଯେ ॥ ୩୬॥
ଦେବୀ ବୋଇଲେ ‘‘ରେ ବାବୁବାଞ୍ଛା ପୂର୍ଣ୍ଣ ହେଉ ସବୁତୋହ ଦୁଃଖ ଆମ୍ଭେ ଦେଖିହୋଇଲୁ ଦୁଃଖୀ ଯେ’’ ॥ ୩୭॥
ତୋ ମନ ଆମ୍ଭେ ଜାଣିସଙ୍ଗେ ଘେନି ସୁଲକ୍ଷଣୀଅଇଲୁ ତୋହର ଯାଏୟେହି ସଂଶୟେ ଯେ ॥ ୩୮॥
ଗାନ୍ଧର୍ବ କରିବା ବିଭାହେବ ୟେ ପ୍ରିୟ ଦୁର୍ଲ୍ଲଭାଏତେ ବେଶଳି ଯାଗମାୟାପ୍ରକାଶି କାୟା ଯେ ॥ ୩୯॥
ଭିଆଇ ବୀର ସମ୍ଭାରବସାଇ ଦେବୀ ଉପରବର ବରି ଗନ୍ଧ ଷଣକଲେ ତକ୍ଷଣ ଯେ ॥ ୪୦॥
ନାରୀ ବାରିକେ ଲଙ୍ଗଳ (?)ପ୍ରକାଣ୍ଡ କାଣ୍ଡ ତଣ୍ଡୁଳସୂପରେ ସତ୍ୱରେ ଥୋଇବିଧି ବଢ଼ାଇ ଯେ ॥୪୧॥
ଲବଣ ଚମରୀ ଆଶେକନ୍ୟା ଆଣୁ ବର ପାଶେଚାରି ଚକ୍ଷୁ ହେଲେ ଭେଟସ୍ନେହ ଲମ୍ପଟ ଯେ ॥୪୨॥
ଯେଉଁଠାରେ ପଡ଼େ ଆଖିସେହିଠାରେ ରହେ ଲାଖିସୁର ସୃଷ୍ଟି କଲେ ବଳେସ୍ନେହ ସଙ୍କୁଳେ ଯେ ॥୪୩॥
ଲବଣ ଚାମରି ସାରିଗୋରୀ ନ ଫେରଇ ଫେରିଅଚଳ ଚରଣ ଦେଶଲବ କୁଳିଶ ଯେ ॥୪୪॥
ରସିକ ନେତ୍ର ଚକୋରରମା ନେତ୍ର ସୁଧାକରଦେଖି ତହିଁ ବନ୍ଦି ହେଲେପ୍ରେମ ଶୃଙ୍ଖଳେ ଯେ ॥୪୫॥
ଶିଳା ଆରୋହଣ କାଳେଚରଣ ଛୁଇଁବା ବେଳେଶରଣ ହୋଇଲା ବୀରତୁଳି ପ୍ରକାର ଯେ ॥୪୬॥
ବିଭା ବିଭବ ସୁସାକ୍ଷୀକରି କର ବାହ ସାଖିବେଦ ମତେ ଚିତ୍ତ ଚିରନୁହଇ ଜୂର ଯେ ॥୪୭॥
ପାଣି ଗ୍ରହଣ ସମ୍ମତହସ୍ତ ଗ୍ରନ୍ଥି ଉପଗତଲାଜ ହୋମ ବିଧିକରିଲବ ସଂହାରି ଯେ ॥୪୮॥
ବୀର ଗାନ୍ଧର୍ବିକା ମତେସ୍ୱୟଂ କଲେ ଜଗନ୍ନାଥେକନ୍ୟା କର ଧରି କରେସମର୍ପିବାରେ ଯେ ॥୪୯॥
ଦଶ ଦୋଷ ମାଗି ଘେନିବିଦା ହୋଇଲେ ଭବାନୀବରକନ୍ୟା କୃତ କୃତ୍ୟହେଲେ ବହୁତ ଯେ ॥୫୦॥
ବିମଳାକ୍ଷି କର ଧରିକୃପା ବଶରେ ଗଉରୀମାୟା ମନ୍ତ୍ର ଶିକ୍ଷା ଦେଲେଆନନ୍ଦ ଭାଳେ ଯେ ॥୫୧॥
ବୋଇଲେ ଏ ବିମ୍ବାଧରହେବ ତୁମ୍ଭ ଉପକାରଚୋର ପ୍ରତି ଲୋଚାଯିବଅଶେଷ ଭାବ ଯେ ॥୫୨॥
ଏତକ ତାକୁ ବୋଇଲେଦେବୀ ଅନ୍ତର୍ଦ୍ଧାନ ହେଲେଏ ଉତ୍ତାରୁ ଆନରସହେବ ପ୍ରକାଶ ଯେ ॥୫୩॥
ଜୟ ରାଧା ଦାମୋଦରପ୍ରେମ ସୁଧା ନିଧି ସରକାମିକଳ୍ପ ତରୁବରଦୀନ ସୋଦର ଯେ ॥୫୪॥
ରସ ପ୍ରୀତି ଚିନ୍ତାମଣିପାଦପଦ୍ମ ଚିନ୍ତି ଭଣିସାମନ୍ତ ସିଂହାର ଗତିଗୋକୁଳ ପତି ଯେ ॥୫୫॥
ଛାନ୍ଦ-୭
[ରାଗ- ନଅପୋଇ ବାଣୀ]ରସିକେ ରସିକେ ଶୁଣ ଏ ଅନ୍ତରେରସିକେ ରସି କେ କହେ ହସିବିହିତ ବିହିତ କଲେ ଏକ ମେଳାସହିତ ସହିତ ଏ ବୟସୀ ॥୧॥
ଦେବ ଦେବ ଏତେ ମାଗୁଛି ସମସ୍ତେଜୀବ ଗୀବନେତ୍ରୀ କଲେ ଦୋଷମାନ ମାନିନୀ ନ ସହଇ ଟାଳେ ସେଆନ ଆନନେ ନୋହିବ ବଶ ॥୨॥
ଶିବ ଶିବ ବୋଲନ୍ତି ରସିକେଜୀବ ଜୀବବନ୍ଧୁ ହେଲେ ମୋରଘଡ଼ିକି ଘଡ଼ିକି ଦୁଃଖ ତା ଫେଡ଼ୁଛିଏତିକି ଏତିକି ରମାବର ॥୩॥
ଅଭିନ୍ନ ଅଭିନ୍ନ ଦୀନ ବୟସୀ ମୋଆନ ଆନ କିଛି ନ ଡ଼ାକିବିଶରଣ ଶରଣ ବତ୍ସଳ ଚରଣରସ ରସତ ସେ ଅଛି ଭାବି ॥୪॥
କହୁ କହୁ ବୀର କାମେ ଜର ଜରମୂହୁର୍ମୂହୁ ହେଲା ଥର ଥରଛିନ୍ନ ଛିନ୍ନ ବୋଲେ ହର ହରଘନ ଘନ ପ୍ରେମ ଗର ଗର ॥୫॥
ଫୁଲଶର ଯହୁଁ ଯହୁଁ ହୃଦୟରେପ୍ରହାରଣ କଲା ଫୁଲଶରକରି ବାରଣ ମୋହରବୋଇଲେ ନାଗର (?) ବାର ବାର ॥୬॥
ରମଣୀ ରମଣୀ- ୟ ବାଣୀ ଶ୍ରବଣେଏକ ସ୍ୱର ମନେ ଗୁଣି ଗୁଣିକାସାର ମଧ୍ୟ ମ- ଣ୍ଡପ ରମ୍ୟ ଜାଣିଭେଟାଇଲେ ଦୂତୀ ତତକ୍ଷଣି ॥୭॥
ମଧୁଶଯ୍ୟା ବିଧି ହୋଇବାକୁ ସିଦ୍ଧିମଣ୍ଡିଲେ ସେ ପୁର ଯତ୍ନେ କିଳିରସିକ ବଧୂ ବି- ଜେ କଲେ ସେ ପୁରେଦେଖିଲେ ଶୋଭା ଅତ୍ୟନ୍ତ ଝଳି ॥୮॥
ମଣିମାଣିକ୍ୟ ଅ- ଷ୍ଟରତ୍ନନିନ୍ଦା କରେ ଚନ୍ଦ୍ର ସୂର୍ଯ୍ୟକାନ୍ତିବିଚିତ୍ର କର୍ମା କ - ର୍ମ ବାଣୀ ବିଚିତ୍ରଚାରୁ ମୋହୁଛି ଜନମତି ॥୯॥
ପିତୁଳା ଫୁଲକୁ ସରି ନୋହି କରିଅପସରୀ ଅପସରି ଗଲେପୁର ସୁନ୍ଦର ପୁ- ରନ୍ଦର ଦେଖିଲେସୁର ସ୍ୱର୍ଗକୁ କରିବ ହେଳା ॥୧୦॥
ଦେଖି ମନୋହର ମୋହ ବଶେ ହରଶ୍ମଶାନକୁ ଘର ଛନ୍ତି କରିବିଶେଷ ସେ ବାସ ସେଖି ସେହି ବାସକଲେ ନିଜ ବାସ ତେଜିକରି ॥୧୧॥
ନୋହେ ଶେଷ କରି ବିଶେଷ ଚାତୁରୀଶଷ ବଚନରେ ପରଶଂସୀତହିଁ ଚିତ୍ର କରି ମଣ୍ଡିଲେ ଚାତୁରୀହେଲେ ହେଁ ନୟନ ମୋହ ପାଶୀ ॥୧୨॥
ହେମ ରଂଭାତରୁ ଦ୍ୱାରେ ପୋତି ଭୀରୁଲମ୍ବାଇଲେ ବରକୋଳି ଡ଼ାଳଚୂତ ପତ୍ର ଖୋସି ପ୍ରବାଳଲମ୍ବାଇଲେ ଝରା ମୋତି ମାଳ ॥୧୩॥
ଚାରୁ ଚାମର ମା- ଣିକ୍ୟ ପୁଞ୍ଜ ପୁଞ୍ଜରତ୍ନ ରବି କରି ଖଞ୍ଜି ଦେଲେଖଞ୍ଜିଲେ ନାହିଁରେ ରଞ୍ଜିଲେ ବିବେକଦେଖିଲା ଲୋକର ଅବହେଳେ ॥୧୪॥
ଚାନ୍ଦି ଦର୍ପଣ ଖ - ଞ୍ଜିବାର ତେଲଙ୍ଗୀମଣ୍ଡନ ବାନ୍ଧିଲେ ଯତ୍ନ କରିଝୋଲ ଟିଲି ମିଲି ବସନ ମଶାରିପ୍ରତିବାଦ ତହିଁ ଛନ୍ତି କରି ॥୧୫॥
ଦନ୍ତୀ ଦନ୍ତ ପାଟ ପ୍ରମାଳ ପଗଡ଼ରତ୍ନ ଝର ମଂଚ ଅତି ସଂଚଦିବ୍ୟ ହେମ ଖୁର ଯୋଚି ଅଛି ହୀରାଷୋଡ଼ଶ ଅଙ୍ଗୁଳି ଅତି ଉଚ୍ଚ ॥୧୬॥
ଅତୁଲ୍ୟ ସୁମାଣ୍ଡି ନାଗେଶ୍ୱର ଗୁଣ୍ଡିପୂରେଇ ସଂଚି ଅଛନ୍ତି ମାଳିହେମ ତଲବାର ଶଯ୍ୟା ପରକାଶଗଗନରେ ତାରା ପରି ଝଳି ॥୧୭॥
ଶଯ୍ୟା ପରେ ପଡ଼ି ସେବତୀ ପାଖୁଡ଼ିବାତ କରୁଅଛି ମନ ବଶଚୂଆ ଚନ୍ଦନ ଅ- ଗୁରୁ ଅତର ଯାପନିରନୀର ସଂଚିତ ବାସ ॥୧୮॥
ଘନସାର ଗୁଣ୍ଡି ଶଯ୍ୟା ପରେ ମଣ୍ଡିଅଛନ୍ତି ମନ ଜାଣି ଚତୁରୀବବିସନ ଦକ ହେବାର ନିଶଙ୍କଆଗହୁଁ ମୁଦି ଅଛନ୍ତି ଗୋରୀ ॥୧୯॥
ଏହି ତାମ୍ବୁଳ ଭା- ଙ୍ଗି ନାନା ଜାତିରଲବଙ୍ଗ ଯାଇ ଫଳାଦି ପୁରବିଜ୍ଞ ସଖୀ ଶ୍ରେଣୀ ରଞ୍ଜାଇ ରଖିଲେଯେ ଯହିଁ ଅନୁରୂପ ଯୋଗର ॥୨୦॥
ବାସ ଜଳ ଭରି ଝରୀ ରଖିଗଲେଶିଳ ପରୀକ୍ଷା ନିକଟ କରିକୁସୁମ ବ୍ୟଜନ ସ୍ୱେଦ ହତ ପାଇଁଶଯ୍ୟାପରେ ରଖି ମନୋହରୀ ॥୨୧॥
ସେହି ଶଯ୍ୟା ଏହି ରୂପେ ସଜାଇଲେଦକ୍ଷିଣ ଗବାକ୍ଷ ନିକଟରେକରି ପଞ୍ଜରୀ ମ- ଧ୍ୟରେ ଗୋପ୍ୟ କରିପ୍ରଦୀପ ସ୍ଥାପିଲେ କିଛି ଦୂରେ ॥୨୨॥
ଦୂତ ହେବା ପାଇଁ ଲେଖି ଦେଲେଚତୁଷଷ୍ଠି ବନ୍ଧ କାନ୍ଥେ ସଖିପୂର୍ବ ପ୍ରତୀ ଚେତି- ବାକୁ ରାମସୀତାମୂତ୍ତି ଚିତ୍ରପଟେ ଦେଲେ ଲେଖି ॥୨୩॥
କଶ୍ୟପ ଅତି ସ୍ୱ- ୟମ୍ଭୁ ରତି ରୂପାଅରୁନ୍ଧତୀ ବଶିଷ୍ଠଙ୍କୁଇନ୍ଦ୍ର ଇନ୍ଦ୍ରାୟଣୀ ଦିନମଣି ସ୍ୱାହାଅଗ୍ନିନାଶୀ ଚନ୍ଦ୍ରମାଙ୍କୁ ॥୨୪॥
ସୁର ବର ମୁନି ପ୍ରତୀ ରସେ ବଶକରିବାକୁ ଶୀଘ୍ର ସମ୍ପାଦିଲେସେ କାଳେ ନିରେଶ ନନ୍ଦନ ପ୍ରବେଶନୀତି ଗତି ଦେଖି ପ୍ରଶଂସିଲେ ॥୨୫॥
ବୋଇଲେ ଚତୁରୀ ଅତ୍ୟନ୍ତ ଚତୁରୀବିଜ୍ଞ ସଖୀ ସମ୍ପାଦିଛି ସଙ୍ଗେଆହା ତାହା ପରା ସାହା ହେଲେ ମୋତେହେଲି ଧନ୍ୟ ପୁଣ୍ୟ କେଉଁ ଯୋଗେ ॥୨୬॥
ଏମନ୍ତ ମନାସି ସନ୍ଧ୍ୟା ପରେ ବସିଅୟନେ ନୟନ ଦେଇ ପେଷିମନମଥ ମନ ମନ୍ଥନ କରଇମନ୍ଥର ଗମନା ଗୁଣ ଘୋଷି ॥୨୭॥
ଏକେତ ବସନ୍ତ ରତୁ ତହିଁ ପୁଣିନିର୍ମଳ ପୂର୍ଣ୍ଣିମା ଛନ୍ଦେ ରତି ।ଭ୍ରମର ଝଙ୍କାରି କୋକିଳ ଭାରତୀଧୀରେ ହେବ କେଉଁ କାମୀ ଛାତି ॥୨୮॥
ଦକ୍ଷିଣା ପବନ ବହେ ଘନ ଘନସୁମନ ସୁବାସ ଘେନି ଅଙ୍ଗେକମଳ କୁମୁଦ ବଢ଼ାନ୍ତି ପ୍ରମୋଦକାସାର ଜଳ ତରଙ୍ଗେ ॥୨୯॥
ଚାରି ପାଶେ ଦିବା କୁସୁମ କାନନଚୂତ ବକୁଳ ମୁକୁଳ ଶୋଭାହଂସ ସାରସ ନ କରି ବଳେ କେଳିକରି ବସନ୍ତି ମଦନ ପ୍ରଭା ॥୩୦॥
କାମ ଅହଂକାର ବେଳ ସେ ଝଙ୍କାରକରି ବିନ୍ଧୁଅଛି ହା କି ଶରସଙ୍ଗୀନାଗର ଝା- ଙ୍କି ଚାହେଁ ଦ୍ୱାରକୁପଲ୍ୟଙ୍କରୁ ଉଠି ବାର ବାର ॥୩୧॥
ବୋଲେ ଅତନୁ ଦେଇ ମୋ ତନୁସତନୁ ଭେଟିବା ଥାଏଁରହିଯାହା ଯାହା ପାଇଁ ଯାହା ମୁଁ କରିବିସବୁତା (?)ବୁଝିବୁ ରତ (?) ଦେଇ ॥୩୨॥
ପୁଣି ବିଚାରଇ ଆସିଲେ ଚାତୁରୀକର ଧରି କୋଳ ବସାଇବିକରି ଆଲିଙ୍ଗନ ଚୁମ୍ବି ଚନ୍ଦ୍ରାନନଚିବୁକରେ କର ନିବେଶିବି ॥୩୩॥
କି ବୋଲି ବୋଲିବି ବୁଦ୍ଧି ଦିଶୁ ନାହିଁତାହା ଅନୁରୂପେ ଚାରୁ ଭାଷାକିଣା ପରିଜନ ଚରଣେ ଶରଣବୋଇଲେ କୋପିବ ପରା ଯୋଷା ॥୩୪॥
କୁସୁମ ବୋ- ଲନ୍ତାଇ ସେମାନେମେଲା ପିତୁଳା ତ ନ ଦିଶଇଧନ ହରିଦ୍ରା ତ ବିକଇ ଅବଶ୍ୟସର୍ବଦା ବରନ ନ ରହଇ ॥୩୫॥
କେତେ ବାଡ଼ି ବନ୍ଧୁ ଲୋକ କରିଛନ୍ତିତାହା ବୋଲିବାର କେଉଁ ଆଣିଅଭିନ୍ନ ଡାକିଲା ଭିନ୍ନ କି କରିବଏହା ଘନେଇଟି ଗୁଣମଣି ॥୩୬॥
ଏହି ମତେ କେତେ କେତେ କଳପନାକରଇ ରସିକ ଚୂଡ଼ାମଣିଏକ ଦଶଗ୍ରହେ ଦଶ ବନ୍ଧୁ ଭେଟବେଳେ ଘେନୁ ଯେ ବିନତି ବାଣୀ ॥୩୭॥
ମୋର ଘୋର ଡ଼ର କର ହର ହରତୋର ସର ସର ବାର ବାରବରବର ଯାର ବୀର ପରିଚାରବାରବାର ସାର କର ମୋର ॥୩୮॥
ଏ ଅନ୍ତରେ ଯେତେ ରସ ସାର ଆଉଛାନ୍ଦରେ କହିବା ଧୀର ନରବୋଲେ ଅଭିମନ୍ୟୁ ସାମନ୍ତ ସିଂହାରକୃପା କର ବାରେ ବେଣୁଧର ॥୩୯॥