ଛାନ୍ଦ-୩୦ — ପ୍ରେମକଳା — ଅଭିମନ୍ୟୁ ସାମନ୍ତସିଂହାର · ସ୍ୱର୍ଣ୍ଣଲିପିଅପରାଧୀ ବୋଲି କୋପ ଇଚ୍ଛି ରାମାବର ହେ ॥୧୯॥
ଅବକାଶ ନ ଥିବ ମାନକୁ ଯେତେବେଳେଦଇବ ଭେଟାଇବ କୁଶଳେ ସେତେବେଳେ ହେ ॥୨୦॥
ବାଳା ଅତୀତରେ ଦୁଃଖ ଦେଖି ସଖୀମାନେକହିଲେ ଆସିବେ କାନ୍ତ ଶୁଭେ ଅଳ୍ପଦିନେ ହେ ॥୨୧॥
ଏହାଶୁଣି ନେତ୍ର କରି ଥନ ଥନ ଚାହିଁବସିଲେ କି ସତ ହେବ ଏ ବଚନ କହି ॥୨୨॥
ଜୀବେଶ ପଦ ଆନଦ ଘେନି ଜୀବ ଯାଉଯହିଁ ତହିଁ ଶୁଭେ ଥିବେ ଏତେ ମାତ୍ର ହେଉ ॥୨୩॥
ମୋର ଦାସପଣଯାକ ମନେ ପଡ଼ୁଥିବଏମନ୍ତ କାଳେ କି ନେଇ ଭେଟାଇ ବସିବ ହେ ॥୨୪॥
ୟେମନ୍ତ ବିଚାର କରୁ କରୁ ପଥ ଶେଷମରାଳ ବାହନେ ଯାଇ ପୁଷ୍କରେ ପ୍ରବେଶ ଯେ ॥୨୫॥
ଦେଖାଇ କମଳ ଦଳେ ଶୋଇଛି ଲଳନାକି ସେ କଷିଟିରେ ଗାର ବାରବାନୀ ସୁନା ଯେ ॥୨୬॥
ବେଢି ଶୋକ କରୁଛନ୍ତି ସଖୀ ଦାସୀ ବାରଜ୍ଞାତ ଜନେ କରୁଛନ୍ତି ନାନା ଉପଚାର ॥୨୭॥
କେ ବୋଲେ ବଳିଲା କଂଟ ଘଟ ଯିବା ହେଲାଜୀବ ଥାଉ ଥାଉ ୟେହା ବିହି ଭେଟାଇଲାଯେ ॥୨୮॥
ବିଂଚିଲେ ତପତ ଯିବ ସିଂଚନ୍ତାଇ ନୀରନ ପୁଣ ହୁଅଇ ଦାହ ଶମ୍ବୁକ ପ୍ରକାର ଯେ ॥୨୯॥
କେ ବୋଲେ ବିରହ ଉପଚାର ସେବାଶ୍ରମବ୍ୟର୍ଥ ହେଲା ନିମଳାଇଁ ପୋଡ଼ୁ ମନ୍ଦକର୍ମ ଗୋ ॥୩୦॥
ନାକେ ତୂଳା ଦେଇ କେ ଚିପଇ କର ନାଡ଼ୀଅଚଳ ଦେଖି ସକଳ ଶୋକ ଗଲେ ବୁଡ଼ି ॥୩୧॥
ଦୀନ ଅଭିମନ୍ୟୁ ବୋଲେ ଆହେ ମହାବାହୁକାଳେ କାଳେ ଏ ବିପତ୍ତ ଭଗାରିକୁ ନୋହୁ ॥୩୨॥
ଛାନ୍ଦ-୩୧
[ରାଗ-ଶଙ୍କରାଭରଣ]ଏଥୁ ଅନ୍ତେ ଶୁଣ ହେ ରସିକେ ଦେଇ ମନଅତିରେକ ଦଶାବନ୍ତ ସେ ନାରୀ ରତନଦେଖି ସଖୀ ଅତି ଦୁଃଖୀବୋଲନ୍ତି ଦଇବ ପୁଣି ୟେହା ଥିଲା ଲେଖି ॥୧॥
ୟେମନ୍ତ ସମୟେ ହଂସ ନାଗରକୁ ଘେନିଗଗନରୁ ଖସି ଯାଇ ମିଳିଲା ଅବନୀବୀର ଆଗମନ ଦେଖିସାଧୁ ବ୍ରହ୍ମାନନ୍ଦ ପ୍ରାୟେ ହେଲେ ସୁଖୀ ସଖୀ ॥୨॥
ସତର ବୟା ଶୟନ ପତର ଶଯ୍ୟାରେଉଚ୍ଚ କରି କଉଁ ସଖୀ କହିଲା କର୍ଣ୍ଣରେଶିବ କଲେ ନିଶ୍ଚେ ଶୁଭନେତ୍ର ଫେଇ ଅନା ଅଇଲେଣି ତୋ ବଲ୍ଲଭ ॥୩॥
ଏ ବଚନ ମୃତ୍ୟୁ-ସଞ୍ଜୀବନୀ ମନ୍ତ୍ର ହେଲାଯିବା ଜୀବନ ବାହୁଡ଼ି ପିଣ୍ଡେ ଆସି ହେଲାଚାହିଁ ନୟନ ଫିଟାଇମରି ବନ୍ଧୁ ବୋଲି କାନ୍ତ କୋଳେ କଲେ ଯାଇ ॥୪॥
ବଲ୍ଲଭ ଦର୍ଶନ ସ୍ପର୍ଶ ପାଇ ରାମାବରକଳନା ନୋହିଲା ଆଉ ଆନନ୍ଦ ସାଗରଚିର ବିରହୀ ଚକୋରଚନ୍ଦ୍ର ଦରଶନ ଯେଉଁ ପ୍ରକାର ଆଦର ॥୫॥
ଶୁଷ୍କ ସନ୍ତାପିତ ମନ ବନ କି ପାଇଲାଯାଚକ ଚାତକ ଜଳଧାରା କି ଲଭିଲାପଦ୍ମ ଦେଖିଲା କି ମିତ୍ରକହୁ କହୁ ଆନନ୍ଦ ପୁଲକ ହେଲା ଜାତ ॥୬॥
ଲାଜ ମାନ ଗୁମାନ ମାନସ ସଙ୍ଗେ ମିଳିନତ କରାଇଲେ ରାମା ମୁକୁଟ ମଉଳିଅନୁରାଗ ବଳବତଆନନ୍ଦ ଅଶୟୁ ନୟନୁ କରାଇଲା ଜାତ ॥୭॥
ୟେହା ଦେଖି ବୀର କାଳେ ବସାଇ ନାଗରୀକୋଳ କରି ଚାଟୁକରେ ବିରହ ସୁମରିଆହା ପରାଣ ଈଶ୍ୱରୀପିଶୁନ ଦଇବ ଘୁଣି ୟେତେ ସରି ॥୮॥
ଫୁଟି କିମ୍ପା ନ ଗଲା ମୋ ୟେ ପାପୀ ନୟନତୋର ଏଡ଼େ ଖୀନ ଦଶା କଲା ଦରଶନଫାଟି ନ ଗଲା ମୋ ଛାତିକେତେ କ୍ଳେଶ ସହିଲା ମୋ ଲାଗି ରସବତୀ ॥୯॥
ସେବତୀ ପାଖୁଡ଼ା ପଡ଼ା ଶେଯେ ପୀଡ଼ା ପାଉମହୀ ଝାଡ଼ି ଶାଢୀ ପାଡ଼ି କେହି ନିଦ୍ରା ଯାଉଭିନ୍ନ ନ ସହୁ ପଲକକିରୂପେ କାଟିଲୁ ପ୍ରାଣବନ୍ଧୁ ବରଷକ ॥୧୦॥
ହେମଜିତ ତନୁ ନିନ୍ଦେ ରଜତକୁ ୟେବେମୁଖ ଦିଶେ କରୀ କର-ଦଳା ପଦ୍ମଭାବେକଳା କର କଳା କରପରାୟେ ଶ୍ରୀଅଙ୍ଗ କ୍ଷୀଣ କଲୁ ରାମାବର ॥୧୧॥
ଜବାଜିତ ଅଧର ପଲାଣ୍ଡୁ ପରା ଦିଶେଇନ୍ଦୀବର ନେତ୍ର କୋକନାଦକୁ ତ ହସେପର ପରିଜନ ପାଇଁଲବଣୀ ପିତୁଳା ୟେତେ କ୍ଳେଶ ଅଛୁ ପାଇ ॥୧୨॥
ହାସ ରସ ଦେଶ ବାସ ଗ୍ରାସ କଲୁ ଦୂରଢାଳେ ତ ବୁଢାଉଥିଲୁ ତୋ ଦାସ ସଂସାରବାଧ କିଛି ଶୁଣି ତାରପରାଣ ରଖନ୍ତି ନିକି ଆଉ ରାମାବର ॥୧୩॥
ପକ୍ଷୀବର ସାହା ହୋଇ ନ ଥିଲେ ଅଙ୍ଗନାତୋ ସେବକ ନାମ ଲୋପ ହୋଇଥାନ୍ତା ସିନାବନ୍ଧୁ ଡ଼ାକ ସରିଥିଲାତୋ ଶ୍ରୀକର ମୁଦ ସିନା ପରାଣ ରଖିଲା ॥୧୪॥
କୃପା କଲେ ଦୀନବନ୍ଧୁ ହେଲା ଦେଖା ଦେଖିମୋ ଦୁଃଖ ତୋ ଛାମୁରେ କି କହିବ ସୁମୁଖୀତୋତେ ପାଇବା ଆଶାରେଜୀବନ ନ ଯାଇ ସିନା ରହିଲୁ ଶରୀରେ ॥୧୫॥
ଶ୍ରୀମୁଖ ଚନ୍ଦ୍ରମା ଟେକି କୃପାନେତ୍ରେ ଅନାହାସାମୃତ ସିଂଚ ତୁଟୁ ବିରହ ବେଦନାଅନାୟେତ୍ତେ ହେଲି ଭିନ୍ନସେ ଦୋଷ ମନେ ଘେନି ଅଛୁ ପ୍ରାଣଧନ ॥୧୬॥
କାନ୍ତ କାନ୍ତ ପ୍ରୀତି ଯୁକ୍ତ ଉକ୍ତି ଶୁଣି ଗୋରୀମାନସୁ ବିରହ ତାପ ମାନ ଗଲା ସରିସହଜେ ତ ସ୍ନେହାଧୀନାକି ରୂପେ ହୁଅନ୍ତା ଦୋଷ ଘେନା ॥୧୭॥
କାନ୍ତପଦ କରେ ଧରି ସସ୍ନେହେ ଚାହିଁଲାପୁଣି ଗଦଗଦ ବୋଇ ବଚନ ବୋଇଲାପୋଡ଼ୁ ବିରହ ବେଦନାସେ ଚରିତ ବନ୍ଧୁ ଆଉ ମନେ ପକାଅନା ॥୧୮॥
ୟେ ବଚନେ କାନ୍ତ ମନୁ ତେଜିଲା ବିରସପରସ୍ପରେ କାନ୍ତ କାନ୍ତି ହୋଇଲେ ହରସସଖୀ କୁଳ ସୁଖୀ ହେଲେଦଇବ ମହିମା କେତେ ରୂପେ ପ୍ରଂଶସିଲେ ॥୧୯॥
ନାଗର ମଣୀ ବୋଇଲେ ବିନୟ ବଚନେବନ୍ଧୁ ଦୁଃଖେ ଦୁଃଖିତ ହୋଇଲେ ସଖୀଜନେକଲେ ବହୁତ ପ୍ରଚାରମୁଁ ତୁମ୍ଭର କିଣା ଦାସ କି ଶୁଝିବି ଧାର ॥୨୦॥
ସଖୀୟେ ବୋଇଲେ ଆହେ ନଗରୀ ଶେଖରୟେମନ୍ତ ବୋଇଲୁ କିମ୍ପା କଲେ ନିକିପରଆମ୍ଭେ ସହଜେ ସେବକୀପ୍ରଭୁ ସେବା କଲେ ଉପକାର ବୋଲି ନିଜ ॥୨୧॥
କୋଟି କଳ୍ପ ସୁକୃତ ଦିଶିଲା ଆଜ ଦିନସର୍ବ ଶୁଭ ହୋଇବରୁ ତୁମ୍ଭ ଆଗମନଆମ୍ଭ ସର୍ବ ସାର୍ଥ ହେଲାକାମନା ତରୁରେ ଶୁଭ ଫଳ ଉପୁଜିଲା ॥୨୨॥
ୟେକାଳେ କେ ଯାଇ ବୀର ତାତମାତ ଆଗେକୁମରମଣି ଆସିବା କହିଲା ସରାଗେଶୁଣି ଜନକ ଜନନୀଆନନ୍ଦ ଜଳେ ଲିଭିଲା ସନ୍ତାପ ବହନି ॥୨୩॥
ୟେମନ୍ତେ ସମୟେ ବୀର ତାତମାତ ପଦେନମସ୍କାର କରନ୍ତେ ବୁଡ଼ିଲା ଶୋକନଦେକୋଳକରି ଚୁମ୍ବ ଦେଲେଆନନ୍ଦ ଲୋକିତ ଢାଳି ଶରୀର ଥୋଇଲେ ॥୨୪॥
ପାତ୍ରମନ୍ତ୍ରୀ ସୈନ୍ୟ ସେନା ନଗ୍ରଲୋକ ଯାକବୀର ଆସିବାର ଶୁଣି ହୋଇଲେ ଉତ୍ସୁକପରସ୍ପର ପରସଙ୍ଗପୁଚ୍ଛା ପୁଚ୍ଛି ହୋଇ ମନୁ ତେଜିଲେ ବିରଙ୍ଗ ॥୨୫॥
ୟେ ଅନ୍ତେ ସ୍ନାନ ମାର୍ଜ୍ଜନା ନୀତିବାର ସାରିହଂସକୁ ମେଲାଣି କଲେ ବିନୟତା କରିସେ ଦିନରୁ କାନ୍ତାକାନ୍ତୟେକାନ୍ତ ବିନା ନୋହିଲା କ୍ଷଣକେ ୟେକାତ ॥୨୬॥
ନାନାଜାତି କଉତୁକ ରୀତି ପ୍ରୀତି ରସେକିଛିକାଳ ଶେଷକଲେ ଅତି ମନତୋଷେୟେକା ମାତ୍ର ଭାବବୃତ୍ତଆନ ବିଷୟରେ ଲେଶେ ନ ଦିଅନ୍ତି ମତି ॥୨୭॥
ରସେ ଶରୀର ସେ ସ୍ୱର ପାଦ ପଦ୍ମ ଚିନ୍ତିଅଭିମନ୍ୟୁ ସାମନ୍ତ ସିଂହାର ରଚୟନ୍ତିରସବତୀ ଗୀତରସଘେନ ଧୀରେ ଏକତ୍ରିଂଶ ଛାନ୍ଦ ହେଲାଶେଷ ॥୨୮॥
ଛାନ୍ଦ-୩୨
[ରାଗ- ଭାଗବତ ବୃତ୍ତେ]ଏ ଅନ୍ତେ ଶୁଣ ହେ ସୁଜନେନୃପତି ବିଚାରିଲେ ମନେ ॥୧॥
ଅମାତ୍ୟ ପ୍ରଜାଜନ ଆଣିସମ୍ଭରେ ବସି ନୃପମଣି ॥୨॥
ସମସ୍ତେ ଶୁଭେ ବିଚାରିଲେପୁତ୍ରଙ୍କୁ ଅଭିଷେକ କଲେ ॥୩॥
ଯେ ରାଜ ଦଣ୍ଡ ସିଂହାସନସର୍ବ ବିଷୟ ପ୍ରଜା ଧନ ॥୪॥
ପୁତ୍ରେ ସମର୍ପି କହି ନୀତିଅରଣ୍ୟେ ମିଳିଲେ ନୃପତି ॥୫॥
ପତ୍ନୀ ସହିତେ ଋଷିମତେତପସ୍ୟା କରି ଦେହ ଅନ୍ତେ ॥୬॥
ସକଳ ପାପରୁ ତରିଲେବିଷ୍ଣୁ ଲୋକରେ ସେ ବସିଲେ ॥୭॥
କୁମର ମଣି ରାଜା ହେଲେନିକ୍ଷୋଭ ପ୍ରଜା ପାଳିଲେ ॥୮॥
ଶ୍ରୀରାମ ଯୁଧିଷ୍ଠିରପରାୟେ ହେଲେ କୀତ୍ତକର ॥୯॥
ସେ ରସବତୀ ପ୍ରିୟ ସଙ୍ଗେଦିନ ହରନ୍ତି ନାନାରଙ୍ଗେ ॥୧୦॥
ବିବିଧ ସୁଖ ଅଭିଳାଷେମନ ମଜ୍ଜାଇ ଅହର୍ନିଶେ ॥୧୧॥
ସଂସାର ଗୃହ ମେଧି ଧର୍ମବେଦ ବିହିତ ଯେତେ କର୍ମ ॥୧୨॥
ସମସ୍ତ ମତେ କାଳ ହରିଅନ୍ତେ ପାଇଲେ ନରହରି ॥୧୩॥
ସୁଜନେ ଶୁଣି ହୁଅ ତୋଷୟେ ରସବତୀ ଗୀତ ଶେଷ ॥୧୪॥
ରସିକ ମନ ଅଭିଳାଷନ ମତଳେ କଲାଇ ପ୍ରକାଶ ॥୧୫॥
ଛାନ୍ଦ ପ୍ରବନ୍ଧ ପଦନ୍ୟାସରାଗ ସଂଗୀତ ପ୍ରୀତି ରସ ॥୧୬॥
କାବ୍ୟାନୁବୃତ୍ତ ନୀତି ମତେକବି କବିତ୍ୱ ବିଧି ମତେ ॥୧୭॥
ବର୍ଣ୍ଣିଲି ଦ୍ୱାତ୍ରିଂଶ ଛାନ୍ଦରେଆଂଶୟେ କାନ (?) ପଦରେ ॥୧୮॥
ଗୁନ୍ଥିଛି ମୁଁ ସୁମନା ମାଳାରସିକେ ଲମ୍ବାଇବେ ଗଳା ॥୧୯॥
ଗ୍ରାହକ କରି ଶ୍ରମ ଧର୍ମଜାଣିବେ ୟେ କବିତ୍ୱ କର୍ମ ॥୨୦॥
ରସ ସମୁଦ୍ର କୂଳ କଳିମିଥ୍ୟାରେ କରନ୍ତି ସେ କଳି ॥୨୧॥
ଶୁନିରେ ପୁଚ୍ଛ ପ୍ରାୟେ ବୁଦ୍ଧିବିଧି ତାଙ୍କର କଲା ସିଦ୍ଧି ॥୨୩॥
ପିପୀଲିକା ମାରି ଗୁମାନତାକୁ ନିନ୍ଦିବା ଏ ବିଧାନ ॥୨୪॥
ସୁଜନେ ଗୀତ ରସ ଦୋଷଗ୍ରହଣ କରି ସମ ଦୃଶ ॥୨୫॥
ଘନ ପରାୟେ ତୁମ୍ଭ ରୀତିୟେଣୁ ମୁଁ କରଇ ଭଗତି ॥୨୬॥
ଜମ୍ବୁ ଦୀପ ଭ୍ରତ ଖଣ୍ଡରେଉତ୍କଳ ଦେଶର ମଧ୍ୟରେ ॥୨୭॥
ଶ୍ରୀ ଯାଜ ନଗ୍ର ସନ୍ନିକଟେଥିବାର ବାହ୍ମୀ ନଦୀ ତଟେ ॥୨୮॥
କ୍ଷତ୍ରୀୟ ବଂଶୀ କୀତ୍ତକରଇନ୍ଦ୍ରଜିତ ସାମନ୍ତ ବର ॥୨୯॥
ମୁଁ ଜ୍ୟେଷ୍ଠ କୁମର ତାଙ୍କରପ୍ରତିଷ୍ଠା ସାମନ୍ତସିଂହାର ॥୩୦॥
ମୋ ନାମେ ଦୀନ ଅଭିମନ୍ୟୁମୋ ପ୍ରାଣ ପତି ନନ୍ଦସୂନୁ ॥୩୧॥
ଶ୍ରୀବୀର କିଶୋର ନୃପତିନବ ଷଷ୍ଠୀ ଅଙ୍କେ ସମାପ୍ତି ॥୩୨॥