ଛାନ୍ଦ-୧୫ — ପ୍ରେମକଳା — ଅଭିମନ୍ୟୁ ସାମନ୍ତସିଂହାର · ସ୍ୱର୍ଣ୍ଣଲିପିଧୀର ଭେଳା ହିଁ ଭାସି କେଣେ ଲାଗିଲା ॥୨୦॥
ଏହି ପରି ନିଧୁବନ କଲେ ଶେଷରାମାମଣି ହେଲା ଅତି ଲଜ୍ଜାବଶ ॥୨୧॥
ଜାନୁ ଛନ୍ଦି ଝଟପରି ଉଠିକରିବେଢ଼ ଦେଇ ଶାଢ଼ୀ ପିନ୍ଧି ଜବାଧରୀ ॥୨୨॥
ଶାଢ଼ୀ ନୀବୀ ବନ୍ଧ ଦେଖି କହେ ବୀରକେତେବେଳ ପାଇଁ ଏତେ ଶ୍ରମ କର ॥୨୩॥
ଚାହିଁ ନ ଚାହିଁ ନ ଚାହିଁଲା ସେ ମହୀଜାଣି କାନ୍ତ ନେଇ କୋଳେ ଧରି ତହିଁ ॥୨୪॥
ପରାଧୀନ ହେଲା ଅପରାଧୀ ଜନମନେ ଘେନୁ ଅଛୁ କି ନାରୀ ରତନ ॥୨୫॥
ଗଣ୍ଡ ଖଣ୍ଡନରୁ ତପ ତ୍ରାହି ହେଲାଶୀତ ବାତକୁ ତ ଚିତ୍ତ ଆଦରିଲା ॥୨୬॥
ହେଲା ରତାନ୍ତ ଗ୍ରୀଷମ କାଳ ବତଫୁଲ ବେଶରେ କରିବି କି ବସନ୍ତ ॥୨୭॥
ପୀକ ବଚନ ପ୍ରକାଶ ଥରେ କରକର୍ଣ୍ଣକୁ ସୁଅର୍ଥ ହେଉ ରାମାବର ॥୨୮॥
ତୋର ସଙ୍ଗସ୍ପର୍ଶ ପାଇ ଇନ୍ଦ୍ର ହେଲିଓଷ୍ଠପାନେ ସୁଧା ତୁଚ୍ଛ ବିଚାରିଲି ॥୨୯॥
ଫୁଲ ଗୁନ୍ଥା ମାଳୀ ସେବାକାରୀ ଆଳିଅନୁସରି ବିଷୟରୁ ପରା ବାଳୀ ॥୩୦॥
ଅଙ୍କ ପଲଙ୍କ ମୋ ଜାନୁ ସିଂହାସନଆଜ ଦିନୁ କୋଠ କରି ରଖ ଧନ ॥୩୧॥
ନିଶିଗଲା ଏପରି ଲବକ ଭାବେକୃଷ୍ଣପଦ ସାମନ୍ତ ସିଂହାର ଭାବେ ॥୩୨॥
ଛାନ୍ଦ- ୧୬
[ରାଗ- ଗଉରୀ]ଏଥି ଉତ୍ତାରୁ ଶୁଣ ଧୀରଜନନିଶି ହୋଇଲା ଯହୁଁ ଅବସାନଅସ୍ତକୁ ଶଶୀ ଯହୁଁ ଭଜିଲେତାରାଏ ସତୀପଣ ଦେଖାଇଲେ ॥୧॥
ନିଶି ବିପଟୀ ହଟହଟା ହେଲାକୁମୁଦ କୁମୁଦ ଲାଜେ ଜଳିଲାତା ଦେଖି ପ୍ରାଚୀ ନାରୀ ହସିଲାକଉଶିକ ଦୁଃଖ ବଢ଼ାଇ ଦେଲା ॥୨॥
ଚୋର ଦୋସାଧୁ ବଂଚକ ବିପଟୀପ୍ରଭାତ ହେଲା କୁଠାର ପରିଛେଦି ପକାଇଲା ସମ୍ବଳ କରି ॥୩॥
ମିତ୍ର ଆଗମ କାହୁଁ ହେବା ଘେନିଦ୍ୱିଜ ଆବଳୀ ଡ଼ରେ କଲେ ଧ୍ୱନିପଦ୍ମିନୀ କନ୍ୟା ବିରସ ଚାହିଁଭୃଙ୍ଗ ଝଙ୍କାର ମତେ ଚାଟୁ କହି ॥୪॥
କୁକ୍ କଟୁ ବାଣୀ ପ୍ରାୟେ ମଣିସଂଯୋଗୀ ବିରସ ହୋଇଲେ ପୁଣିଆନନ୍ଦ ଚକ୍ରବାକ ହୋଇଲେଚକୋର ନିଚୟ ଦୁଃଖ ପାଇଲେ ॥୫॥
ଦେବ ଆଳୟରେ ଦର ଘୋଷରେଈଶ ନାମକୁ ସୁମରିଲେ ଧୀରେପଥିକେ ଯିବା ଉତ୍ସୁକ ହେଲେକାକ ଡାକରେ ଲୋକେ ଜଗାଇଲେ ॥୬॥
ୟେ କାଳେ ହେଲା ଦୀପ ଜ୍ୟୋତି ଉଣାଶୀତଳ ରତ୍ନହାର ଗଲା ଜଣାତାଂବୁଳ ତିକ୍ତ ହେଲା ତୁଣ୍ଡରେନିଶି ଶେଷ ରାମାବାଣି ବିଚାରେ ॥୭॥
ନୂତନ ଧରା କୁରଙ୍ଗୀ ପରାୟେକାନ୍ତ କାଳେ ଥାଇ ଚଂଚଳ ହୋଏରମଣୀ ମନେ ପ୍ରବେଶ ବ୍ରୀଡ଼ାକ୍ରୀଡ଼ା ପ୍ରାନ୍ତେ ଆସି ଦେଉଛି ପୀଡ଼ା ॥୮॥
ରମଣୀ ମଣି ଜାଣି ବୀରକହେ ଛାଡ଼ିକି ଯିବୁ ରାମାବରତୋ ଯିବା କେହି ବଂଚିବି ଦିନେପୋଡ଼ୁ ପୋଡ଼ୁ ବିଧାତର ବିଧାନ ॥୯॥
ଶୁଣ ରମଣୀ ଝଟ ପରି ଉଠିକାନ୍ତ ହିଁ ଖଣ୍ଡେ ଅଇଲା ପାଛୋଟିରମଣୀ କଷ୍ଟେ କଷ୍ଟେ ଅଇଲାପ୍ରେମର ଲଜ୍ଜିତ ବଳି ପଡ଼ିଲା ॥୧୦॥
ସଜନୀ ସମୂହ ହାସ ବଦନେପାଶେ ମିଳି ପରିହାସ ବିଧାନେକେ କେତେ ମତେ କହନ୍ତି ତହିଁରମଣୀ ମଣି ରତି ଚିହ୍ନ ଚାହିଁ ॥୧୧॥
କେ ବୋଲେ କାହିଁ ଥିଲ ଗୋ ମିତବେଶ ବାସ ତହିଁ ସେ ଅସ୍ତବ୍ୟସ୍ତଚେଲି ତ ଆଜି କି ଶୋଭା ପାଏପହଣ୍ଡ କେ ଶଏ କୋଶ ପରାୟେ ॥୧୨॥
କେ ବୋଲେ କି ଗୋ ତୁମ୍ଭେ ଜାଣ ନାହିଁସ୍ମର ରଣ କାଲି ସହୀଅଳସ ସେହି ଘେନି ହୋଇଛିସେ ନ କହିଲେ ତା’ ଚାଲି କହୁଛି ॥୧୩॥
ତାହା ଶୁଣି କହେ କେଉଁ ନବୀନାଜୟ କେ ପରାଜୟ କହୁ କିନାକେ ବୋଲେ ସଖୀ ଜିଣିଛୁ ମୋରବାଜେ ଜଗଜ୍ଜୟ ତୁରନ୍ତ ପୁର ॥୧୪॥
କେ ବୋଲେ କପଟ ନୁହଇ ମିତଚୋରାଇଛୁ କି କାନ୍ତ ଚିତ୍ତ ବିତ୍ତଚଂଚଳ କାହିଁ ପାଇଁ କି ନୟନରଣ ତୁରଙ୍ଗ ତରଙ୍ଗ ସମାନ ॥୧୫॥
କେ ବୋଲେ ନେତ୍ର କୁରଙ୍ଗ କୁରଙ୍ଗକେ କଲା କହନି ଏଥି ପ୍ରସଙ୍ଗକେ ବୋଲେ ନେତ୍ର ନିକିତି କଲା ।ନାଲି ଅନୁରାଗ ତୁଳିଛି ବାଳା ॥୧୬॥
କେ ବୋଲେ ଗଣ୍ଡରେ କି ରଙ୍ଗ ତୋରଅନୁରାଗ ବୀଜ ଅଙ୍କୁର ପରାକେ ବୋଲେ ନୀବୀ ଶିଥଳ ଚାହିଁଏବେ ଅବକାଶ ଏଣିକି ନାହିଁ ॥୧୭॥
କେ ବୋଲେ କୁଚ ସ୍ୱୟମ୍ଭୁଙ୍କୁ ଦେଖହୋଇଥିଲେ ପରା କାଲି ୟେ ଲାଖମାରିଛି ଅର୍ଦ୍ଧ ଚନ୍ଦ୍ର ବିଶିଖବୀର କରାୟୁଧ ଚିହ୍ନ ପରଖ ॥୧୮॥
କେ ବୋଲେ ଏ ଦଣ୍ଡ ଯୋଗାଏ ତାକୁପୋଡ଼ିଯିବ ନ ରଖିଲେ ତାହାକୁସେଘେନି ଯାହା ପାଲେ ପଡ଼ିଛିବିନା ଦଣ୍ଡରେ ଦଣ୍ଡେ ନ ରହୁଛି ॥୧୯॥
କେ ବୋଲେ ବସନ ଲୋଟୁଛି ତଳେସଙ୍ଗୀ ନ କଲୁ କି ତୁ ରହ କାଳେସୁବୁଦ୍ଧି ନିଧି ଦୟା ସାଗରୀତୁପରା ବୋଲାଉ ନବନାଗରୀ ॥୨୦॥
କେ ବୋଲେ ଆମ୍ଭଙ୍କୁ ଛାଡ଼ିଛି ଯହିଁବାସ ସ୍ନେହ ସେ ରଖିଥିବ କାହିଁ?କେ ବୋଲେ ଯାହା ପାଇଁ ଏମନ୍ତତାକୁ ଛାଡ଼ିବାକୁ ବଳିବ ସତ ॥୨୧॥
କହି ଏହିରୂପେ ଭାଙ୍ଗି ବଚନଘେନାଇ ଗଲେ ବେଗେ ସଖୀଗଣସ୍ନାହାନ କରାଇଲେ ବହନକଲେ ସେ କାଳର ବଧିବିଧାନ ॥୨୨॥
ରସାଳସାର ଆଳସକୁ ଦେଖିଶଯ୍ୟା ଗବାକ୍ଷ ପାଖେ ରଚି ସଖୀବିପଂଚୀ ବଚନାକୁ ତହିଁରେପହୁଡ଼ାଇ ଖଟଣିରେ ରହିଲେ ॥୨୩॥
ରସିକ ବିଧୁ ମଧୁଶଯ୍ୟା ବାସଛାଡ଼ି ବାହାର ହେଲେ ଅବକାଶଛଳିଲେ ସଖୀମାନେ ୟେକାଳେଶମ୍ପା କୋଳ କଲା କି ଭାଗ୍ୟବଳେ ॥୨୪॥
ଚନ୍ଦ୍ରମାର ସୁଧା ଅଶନ କଲେପିକ ବଚନକୁ କର୍ଣ୍ଣେ ଶୁଣିଲେଶ୍ରୀକରେ ଲୋପ କଲେ ମେରୁକୁଭେଳାରେ ତରିଲେ ସ୍ମର ସିନ୍ଧୁକୁ ॥୨୫॥
ବଡ଼ ବିଚିତ୍ର ଭାଗ୍ୟ ଅରଜିଲାବାସରେ ମୋକ୍ଷକୁ ଯାହା ଲଭିଲାଆମ୍ଭର ଦେଖିବାର ପାଇଁ କିରଜନୀ ଚିହ୍ନକୁ ଆଣି ଅଛ କି ? ॥୨୬॥
କେ ବେଲେ ବୋଲଇ ଧନ୍ୟ ଧନ୍ୟ ସୁନାରୀବଜ୍ର ଶମ୍ପା ପ୍ରତିଦାନ କି କରିବସିଛି ହୃଦ କଷିଟି ଶୀତଳେଧନ୍ୟ ଆମ୍ଭେ ଏହା ଦେଖିଲୁ ଡାଳେ ॥୨୭॥
କେ କେତେ କହିଲେ ଏହି ପ୍ରକାରେସ୍ନାନାଦି ନୀତି ସାରିଲେ ସତ୍ୱରେସେ ଦିନୁ ପ୍ରୀତି ରୀତି ବିଧାନନାନା ଜାତିରେ ହୋଇଲେ ବର୍ଦ୍ଧନ ॥୨୮॥
ବିଳାପରେ ସେ ତ ହେବ ପ୍ରକାଶଏହି ଘେନି ତା ବୋଲଇ ବିଶେଷଏଠାରୁ ଶେଷ ହେଲା ଏ ଛାନ୍ଦସାମନ୍ତ ସିଂହାର ମନେ ଆନନ୍ଦ ॥୨୯॥
ଛାନ୍ଦ-୧୭
[ରାଗ- ଭଇରବ]ଏଥୁ ଅନ୍ତେ ଶୁଣ ଦିବ୍ୟରଦହେଲେ ବସନ୍ତ ରିତୁ ପ୍ରବେଶବନ ବିହାରକୁ ମନେ କଲେ କାନ୍ତାକାନ୍ତ ହୋଇଣ ହରଷହେ ସୁଜନେ ॥୧॥
ସଖୀ ପାଂଚ ସାତ ଘେନି ସଙ୍ଗେଉପବନ ରେ ପ୍ରବେଶ ରଙ୍ଗେବସନ୍ତ ମନ୍ଦ ଗ- ନ୍ଧ ବାତ ହୋଇଣପୁଷ୍ପ ଗନ୍ଧ ଘେନି ସଙ୍ଗେହେ ସୁଜନେ ॥୨॥
ଦ୍ୱିଜବଳୀରେ ମଣ୍ଡନ ବନମୁନି କଦମ୍ବରାଜି ଶୋଭନମନ ନୟନ ଆ- ନନ୍ଦ ବଢ଼ାଉଛିନୈମିଷାରଣ୍ୟ ସମାନହେ ସୁଜନେ ॥୩॥
ରମ୍ଭା ଅଇରାବତ ବିଶେଷପୂରିଛନ୍ତି ସର୍ବ ସୁମନସପାରିଜାତକ ଜୟନ୍ତ ଦେଖି ତହିଁକେ ଅବା ନ ହୋଇ ବଶହେ ସୁଜନେ ॥୪॥
ତୋଷୁଅଛି ବିଶେଷ ନୟନସହଜରେ ସୁଚିତ୍ତ ରଞ୍ଜନଅମରାବତି ପରାୟେ ପ୍ରତେ ହୋଏଏହି ଘେନି ସେ କାନନହେ ସୁଜନେ ॥୫॥
ସ୍ଥତ କମଳା କରୁଣାକରରାମ ଶୋଭାବନ ଅତୀତରମଦନ ଜାତ ସ୍ଥାନ ସେ ପ୍ରତ୍ୟକ୍ଷରେମଣି ତା’ ଦ୍ୱାରକାପୁରହେ ସୁଜନେ ॥୬॥
ଦେବଦାରୁ ଶ୍ରୀ ସ (ଅ?)ଜ୍ଞାତ ଥିଲାବିମଳାକ୍ଷୀ ବାଣୀ ଯୁକ୍ତି ହେଲାଏହି ଘେନୁ ମଣୁ ଥାଇ ସେ ଗହନନୀଳାଚଳ ସମତୁଳାହେ ସୁଜନେ ॥୭॥
ନବ ଯୁବା ଯୁବତୀ ସେ ବନେକ୍ରୀଡ଼ା କରୁ କରୁ ନାନା ସ୍ଥାନେବିରୋଧ ରୂପକ ଛଳ ଶ୍ଳେଷ ବାଣୀପ୍ରକାଶ କଲେ ଯତନେହେ ସୁଜନେ ॥୮॥
କୃତମାଳ ପାଶେ ଯାଉ ବୀରହସି କହିଲା ରମଣୀ ବରକାନ୍ତ କାମିନୀ ପରାୟେ ପ୍ରତେ ହେଲାକାନ୍ତ ଏବେ କଲେ ବରହେ ସୁଜନେ ॥୯॥
ବୀର ସେ ଛିଦ୍ରକୁ ଜଗି ଥିଲାବାଳା ପୁନ୍ନାଗ ପାଶକୁ ଗଲାବନ୍ଧୁ ଏବେ ଅନୁ- ରୂପକ ଯତନହେଲା ବୋଲି ଛଳି ଦେଲାହେ ସୁଜନେ ॥୧୦॥
ଗୁନ୍ଥି ବନ୍ଧୁ ଜୀବ ନାଗେଶ୍ୱରରାଜା ଗଳେ ଦେବାବେଳେ ବରଏ ତୁମ୍ଭ ହୃଦୟ ମଣ୍ଡନ କହନ୍ତେବାଳା ଗଳେ ଦେଲା ହାରହେ ସୁଜନେ ॥୧୧॥
ବୀର ଗୁନ୍ଥିଲା ଯତ୍ନେ ମାଳତୀବାମା ବେଣୀରେ ଖଞ୍ଜି ଝଟତୀକହେ ଆଜୁଁ ଫୁଲ ଡାକ ମୂଳ ହେଲାହେଉ କହ କେ ସେ –ବତୀହେ ସୁଜନେ ॥୧୨॥
କାନ୍ତ ବଦନୁ ଏ ବାଣୀ ଶୁଣିକୁରୁବକ ଫୁଲକୁ ଆଣିକାନ୍ତ ଚରଣେ ଦେଇ ବୋଲେ ଏପରିକରୁଥିବୁ ଗୁଣମଣିହେ ଜୀବେଶ ॥୧୩॥
ପରସ୍ପର ଗୀର ପରଚାରଛନ୍ଦାଛନ୍ଦି କରି କରେ କରଖଣ୍ଡେ ଦୂର ଯାଇ ସରତୀରେ ମିଳିକହନ୍ତି ଭଙ୍ଗୀ ଉତ୍ତରସେ ନାଗର ॥୧୪॥
ଦେଖ ପଦ୍ମ କରେ ପଦ୍ମକରେଶୋଭା ଦିନ କରେ ଦିନ କରେଆନନ ଆଚ୍ଛନ୍ନ କର ଚୁମ୍ବନ୍ତିଟିବନ୍ଧୁ ଭ୍ରମରେ ଭ୍ରମରେରେ ବାନ୍ଧବୀ ॥୧୫॥
ରାମା କହିଲା ହେ ପ୍ରାଣେଶ୍ୱରଭୃଙ୍ଗ ସ୍ୱଭାବ ସିନା ତୁମ୍ଭରନାନା ସୁମନା ରସକୁ ଚାଖୁଥାଅପ୍ରୀତିକି ନ କରି ଚିରହେ ନାଗର ॥୧୬॥
ବୀର ବୋଲେ ମୁଁ ଯେବେ ଭ୍ରମରମୁଖାମ୍ବୁଜ ସୁଧା ଦତ୍ତ କରରାମା କହେ ପଦ୍ମ ଭୃଙ୍ଗରଯୁଥ ଭୋଗ ଆଜ କରହେ ନାଗର ॥୧୭॥
ପୁଣି ବୀର କହେ ଚାହିଁ ଧନପଦ୍ମାକର ଦିଶେ ତୋ ସମାନଘନରସ ପୂରି ତରଙ୍ଗ ପ୍ରକାଶେଛଟକେ ମୀନ ନୟନରେ ବାନ୍ଧବି ॥୧୮॥
ମୁଖ ପଦ୍ମ ଦିଶୁଛି ପ୍ରସନ୍ନକୋକ ଦ୍ୱନ୍ଦ୍ୱ ଶୋଭା ସ୍ତନ ଘେନଶଇବାଳ ବାଳ ସୁହାସ କୁମୁଦକଲା ଦଇବ ଯତନରେ ସୁନ୍ଦରୀ ॥୧୯॥
ମହୁ ଅମୃତ ସମାନ ସତଅତି ନିର୍ମଳ ହୋଇଛି ଖ୍ୟାତତାପ ହାରିଣୀ ହୋଇଛି ଶୁଚି ଜଳସହଜ କରଇ ତତ୍ତସେ ସଙ୍ଗିନି ॥୨୦॥
ଶୁଣି ହସି କହେ ରାମା ମଣିତୁମ୍ଭ ଇଚ୍ଛା ହୋଇଛି କି ପୁଣିଭୃଙ୍ଗରାଜ କାନ୍ତ ଦେଖନ୍ତି ତୁମ୍ଭଙ୍କୁତୋଷିବ ପୁଣିହେ ଜୀବଶେ ॥୨୧॥
କହି ଏହି ରୂପେ ଚକ୍ରପାଣିବିଜେ ବକୁଳ ତଳରେ ପୁଣିନାନା କୁସୁମ ତୋଳି ଆଣି ରସିକତୋଷ କଲା ରାମାମଣିହେ ସୁଜନେ ॥୨୨॥
ବାଳା ଅନୁଗ୍ରହେ ପ୍ରାପ୍ତବନ୍ତକାନ୍ତ ପଦେ କଲା ପ୍ରଣିପତ୍ୟଆହା ପ୍ରାଣବନ୍ଧୁ ବୋଲିଣ ରସିକକୋଳେ ଧଇଲା ତୁରିତସେ ନାଗର ॥୨୩॥
ପୁଣି ବୀର କହଇ ଉତ୍ତରତୁତ କଳ୍ପତରୁ ରାମାବରବସନ୍ତ ରୁତୁ ପରାୟେ ଦିଶୁଅଛିଆଜ ତୋର କଳେବରରେ ସୁନ୍ଦରି ॥୨୪॥
ଓଷ୍ଠ ପଲ୍ଲବି କି ରଙ୍ଗ ଦିଶେମୁଖ କମଳ ଶୋଭାକୁ ହସେନେତ୍ର ନୀଳୋତ୍ପଳ କୁନ୍ଦ କଳି ଦନ୍ତସ୍ତନ ସ୍ତବକ ବିକାଶେରେ ସୁନ୍ଦରୀ ॥୨୫॥
ତନୁ କେତକୀ ଅଛି ଯତନପ୍ରକଟୁଛି ମୁଖେ ପିକ ସ୍ୱନଏଥିରେ ବିହାର କରିବାକୁ ମୋରହେଉଅଛି ବଡ଼ ମନରେ ସୁନ୍ଦରୀ ॥୨୬॥
ଏହି ରୂପେ ନାନା ଭଙ୍ଗୀ କଲେରତ୍ନ ମଣ୍ଡପେ ପ୍ରବେଶ ହେଲେଅତୁଳା ପିତୁଳା ମୂତ୍ତି ଆଗୁ ଥିଲାରସିକ ଦେଖି ବସିଲେହେ ସୁଜନେ ॥୨୭॥
ରାମା ଭ୍ରମେ ସପତଣିମାନବତୀ ହେଲା ତତକ୍ଷଣୀରସିକ କିଶୋରୀ ରତୀ ଜାଣେ ଛିନ୍ନେପ୍ରକାଶିଲା ଚାଟୁବାଣୀହେ ସୁଜନେ ॥୨୮॥
ଆର ଛାନ୍ଦେ କହିବାର ଶେଷହେଲା ଏ ଛାନ୍ଦ ଏଠାରୁ ଶେଷକିଶୋରୀ ମାନ ମନେକରି ସାମନ୍ତ-ସିଂହାରୀ ଅତି ବିରସ ହେ ସୁଜନେ ॥୨୯॥
ଛାନ୍ଦ -୧୮
[ରାଗ-କାନଡ଼ା]ଏଥୁ ଅନ୍ତେ ଶୁଣ ରସବୀର କହେ ଚାଟୁ ଭାଷ“ଦୟାଶୀଳା ଗଳାମାଳାଏ କି ରୀତି ତୋର ବାଳା ॥୧॥
କଲି ମୁଁ କି ଅପରାଧକାହିଁକି କରୁଛୁ କ୍ରୋଧଦେଖି ତୋ ଶ୍ରୀମୁଖ ମ୍ଳାନଯିବ ଜୀବନ ବହନ ॥୨॥
କିଣା ଦାସ ନାଶ କରିକି ଯଶ ପାଇବୁ ଗୋରିନ ବସ ବଦନ ପୋତିନଖରେ ନ ଚିରି କ୍ଷିତି ॥୩॥
ଶିର ଟେକି ଗୀର କହମାରେ ଶରରେ ନ ଦହକାଶ ହାସ ପରକାଶଦୋଷ କିସ ବନ୍ଧୁ ଭାଷ ॥୪॥
ଊଣା ଏ ରସ ନିଧିକିତୋ ମନଯୋଗ୍ୟ ମୁଁ ନିକି?ଅଳତା ଲତା ସମାନମୁଁ ଭାବେ ସେବକ ଘନ ॥୫॥
ପ୍ରେମ ସାଗର ନନ୍ଦିନୀତା’ର ତୁ ପ୍ରାଣ ସଙ୍ଗିନୀପ୍ରେମଶୀଳା ନେହୁ ଶିଳାଖେଳାଅ ଖଞ୍ଜନ ଡୋଳା ॥୬॥
ଆସ ଆସ କୋଳେ ବସମାନସ ଅଶନ ନାଶରସ ରସା ଭାଷ ଭାଷଦାସକୁ ନକର ନାଶ ॥୭॥
ହର ଗର ଘୋର ତରଶର ବାର ହର ହରକରକ ରଜନୀ ଅନାହେଲାଣି କେତେ ବେଦନା ॥୮॥
ତୁଚ୍ଛା ତୋ ଛାମୁରେ ତାରମାରୁଛୁ ରମଣୀ ବରଗଜ ଗତି ମୋର ଗତିବିରସ ନ କର ମତି ॥୯॥
ଜଣାଉଛି ନାହିଁ ଆନମାନ ତେଜ କଥା ମାନପଦ ସେବା ମୋ ସମ୍ପଦକୁମୁଦ ନୋହିବେ ମୃଦ ॥୧୦॥
ବଦନ ଟେକି ତୁ ମୁଦରଜ ଶୋଭୀ ହୋ ବରଦମୁଁ ତୋହର ପରମ୍ପରାନକର ରେ ତାର ପରା ॥୧୧॥
ଗତି କେ ନବୀନା ବିନାକରୁଛୁ କାମନା ମନାତୁ ମୋହର ଜୀବ ଜୀବୟେହା କଲେ ଜୀବ ଯିବ ॥୧୨॥
କାମୀ କାମିନୀ ରତରେଭାବି ଭାବି ନିରନ୍ତରେକାଳୁ କାଳୁ ବ କମୁଁ ଅନୁସରଣ ଲୋକ ॥୧୩॥
ଲୋକ ହସା କିମ୍ପା କରୁକରୁଣା ସିନ୍ଧୁ ନ ତାରୁତାରୁଣ୍ୟ ଏ ତ ଅବିଧିବିଧିରେ ତୁ ତ ସୁବୁଦ୍ଧି ॥୧୪॥
ବୁଦ୍ଧି ଯାହା ଯଶ କରକରୀ ଗତି ଡାକ ବାରବାରି ପୂର୍ଣ୍ଣ ନୟନରେନରେନ୍ଦ୍ର କିରେ ॥୧୫॥
ସରେ ଅନା ଅସରସେରସେଟି ବସ ସାର ସେରସକୁ ନ ରସି ତୁହିବସିଅଛୁ ମାନ ବହି ॥୧୬॥
ପଦ୍ମଜିତ ଚନ୍ଦ୍ରାନନକିମ୍ପା କରୁଅଛୁ ମାନମହୀ କରି ଆଦରଶବସିଛୁ ରମଣୀ ଈଶ ॥୧୭॥
ନଖେ ଲେଖୁଛୁ କ୍ଷିତିକିୟେ ରୀତି ମାନ କାହିଁକି?ଏହା ଦେଖି ରସବତୀ!କରତି ହେଉଛି ଛାତି ॥୧୮॥
ଆସ ଆସ କୋଳେ ବସବେଶ କର ନିଜ ଦାସନ ସେବି ଉଆସେଅବଧାନକୁ ନ ଆସେ ॥୧୯॥
ତୋର ପରାଧୀନ ବିନାଆନ ନ ଜାଣେ ନବୀନାନ ପାରଇ ତୋତେ ମୂର୍ଚ୍ଛିଏଣୁ ଚିତ୍ର ଲେଖାଇଛି ॥୨୦॥
ତୋ ସମାନେ ମନୋରମାଗଢ଼ାଇ ଅଛି ପ୍ରତିମାତୋ ବିନା ତାହାକୁ ଧନଚାହିଁ ହରୁ ଥାଇ ଦିନ” ॥୨୧॥
ଏହା ଶୁଣି ଏଣୀକ୍ଷଣୀଚାହିଁ ତା ତତ୍ କ୍ଷଣେ ଜାଣିଗୁଣି ଗୁଣି ମଣି ଚିତ୍ତେହସିଲା ଅଳ୍ପ ଲଜ୍ଜିତେ ॥୨୨॥
ମିଥ୍ୟା କଥାରେ ଭ୍ରମିଲିଧନକୁ କିଛି ନ ଦେଲିୟେତେ ଭାଳି ଅନ୍ତର୍ଗତେକାନ୍ତକୁ ଚାହିଁଲା ସ୍ମିତେ ॥୨୩॥
ଏତେ ଶ୍ଳେଷ ପାଇ ବୀରକ୍ଳେଶ କଲା ମନୁ ଦୂରମୁକତି ପାଇଲା ବତହୋଇଲା ଅତି ଉଷତ ॥୨୪॥
କୋଳ କରି ଚୁମ୍ବ ଦେଲାସେ ହର ରସେ ମଜ୍ଜିଲାବିଚିତ୍ର ମାନ ଚରିତଛାନ୍ଦ ହେଲା ସମାପିତ ॥୨୫॥
ମୋର ଘୋର ତର ଦୂରଧର ଧର ଦୂର କରଧୀର ଦର ଦର ବାରବାରଣର ସୁର ବୀର ॥୨୬॥
ନରକର ନରକରଦରବର ଚୂର କରସୁରଙ୍କର ହରଷରଘାର ମାରଶର କର ॥୨୭॥
ପଦ୍ମ ଡମ୍ବରୁ ଅର୍ଗଳିଗୋମୁତ୍ର କପାଟ ଭାଳିଅଶ୍ୱପ୍ଲୁତ ପଦଗୁପ୍ତସପ୍ତ ବନ୍ଧରେ ଖ୍ୟାତ ॥୨୮॥
ଶେଷ ରସବତୀ ଗୀତବିଚାରି ଘେନ ଧୀବନ୍ତଚିନ୍ତି ଶ୍ରୀ ମୂରଲି ପାଣି ସାମନ୍ତ ସିଂହାର ଭଣି ॥୨୯॥