ଛାନ୍ଦ-୩୦ — ପ୍ରେମକଳା — ଅଭିମନ୍ୟୁ ସାମନ୍ତସିଂହାର · ସ୍ୱର୍ଣ୍ଣଲିପିସୁଶଇଳ କରରୁ ତାହାର ଯେ ॥ ୧୨॥
ଛାନ୍ଦ-୩୧
ଏଥି ଲୁଚି ଥିବେ ଅବା କି ମଣିମୋତେ ଛଳିବା ପା- ଇଁ ଅବା ଇଙ୍ଗିତେଭଙ୍ଗି କଲେ ପୁଂସ ମଣି ସେ, ଜୀବେଶ ॥ ୪॥
ପୁଣି ବିହ୍ୱଳେ ଅ- ଦ୍ରି ମଣି ଉରଜେକନ୍ଧର ମଧ୍ୟେ କର ଭରେଏଥି ତ ନାହିଁତ ବୋଲିଣ ବିଷରେକାହିଁଗଲେ ମୋର ନାହାକହ ବୋଳି ତରୁ-ଲଜାକୁ ପଚାରେ, ସେ କାମିନୀ ॥ ୫॥
ମୃଗ ମାନଙ୍କ ଚଂ ଚଳ ଦେଖି ତାକୁସପତଣୀ ହିଂସା ବହଇନେତ୍ର କଟାକ୍ଷ କରି ପଚାରଇକେଉଁ କ୍ରୋଟେ ମୋହ ନାହାକୁ ଶୋଇଛକହ କହ ବେଗ ହୋଇ ସେ, କୁରଙ୍ଗୀ ॥ ୬॥
ତମାଳ ଲତାକୁ କୋଳ କରଇ ସେଶ୍ୟାମ ଅଙ୍ଗ ଭ୍ରମ ବିଚାରିପୁଣ୍ୟ ତେଯ୍ୟା କରଇ ହେତୁ କରିଏ ରୂପେ ବିହ୍ୱଳ ହୋଇ ବସିକରିଚତୁର ଗୁଣ ସୁମରିସେ, କାମିନୀ ॥ ୭॥
ଆହେ ପ୍ରାଣନାଥ କି ଦୋଷରେ ରୋଷେକରି ଛାଡ଼ିଗଲା ଅବଳାକହୁ କହୁ ବୁଡ଼ୁଛି ମୋର ଭେଳାଏ କି ରସିକ ନୀ- ତିକି ଯେ ଭୂଷଣଚିତ୍ତେ ବିଚାର ତ ହେ ଭଲାହେ, ଜୀବେଶ ॥ ୮॥
ସୁରତି ଧନେ ଯା- ହାକୁ କିଣି ତାକୁତେଜିବାର କେଉଁ ସୁନ୍ଦରପ୍ରଭୁ ପଣକୁ ଏତେ ଅସୁନ୍ଦରକରେ ରୋପି ବିଷ(୧) ତରୁକୁ ନାଶିବାଅଟଇ ତ ଅବିଚାର ହେ, ଜୀବେଶ ॥ ୯॥
ମଦନ କେତେ କ- ଦନ କରୁଥିଲାତହୁଁ ମୋ ପ୍ରାଣକୁ ରଖିଛଏବେ କିମ୍ପା ସେ ଯଶ ଉପେଖୁଛଶରଣ ହେଲା ଲୋ- କକୁ ନାଶିବାରେଅକୀତ୍ତ ସିନା ଅର୍ଜୁଛ ହେ, ଜୀବେଶ ॥ ୧୦॥
ଚାରୁ ଭାଷୀକେ ମ- ନ ଦୁଃଖ ଦେଖିଣଦୁଃଖ ଉପେକ୍ଷି ଥାଇ ମନୁଆନ ବାଞ୍ଛା ନୁହଇ ତୁମ୍ଭ ବିନୁଲବ ବିଛେଦ କୋଟି ଯୁଗ ହୁଅଇଭାବନା ନଯାଇ ମନୁହେ, ଜୀବେଶ ॥ ୧୧॥
ନ ଦେଖିବା ଯାଏ ତୁମ୍ଭର ବଦନମୃତ ପରା ହୋଇ ମୁଁ ଥାଇତୁମ୍ଭ ଦର୍ଶନ ଯଦ୍ୟପି ନୁହଇଚିତ୍ର ପ୍ରତିମା ପ୍ରା- ୟେ ହୋଇ ମୋହରନେତ୍ର ପଲକ ରହଇ ହେ, ଜୀବେଶ ॥ ୧୨॥
ନିର୍ମଳ ହୃଦୟ ମଧ୍ୟରେ ଉଦୟହେଲା ଏବେ ଏଡ଼େ ନିର୍ଦୟମନେ ହେଉଛି ଏବେ ଏ ସଂଶୟକେ କିସ ଉରଜ ସମର୍ପିତ ଦୋଷୁହୋଇଲା ନଷ୍ଠୁର ମୟ ହେ, ଜୀବେଶ ॥ ୧୩॥
କୁଲଶୀଳ ଲାଜ ସବୁ ଦୂର କରିତୁମ୍ଭ ପଦେ କିଣା ହୋଇଲିମହା ଆନନ୍ଦ ସୁଖକୁ ପାଇଲିବାତ ରହିତ ବୋ ଇତ ବତ ଏବେସବୁ ସୁଖ ହରାଇଲି ହେ, ଜୀବେଶ ॥ ୧୪॥
ତୁମ୍ଭ ମଧୁର ବ- ଚନେ ଭୁଲିଲି ମୁଁନ ଜାଣିଲି କୁଟ ବୋଲିଣଏବେ ହରାଉଛି ପ୍ରାଣମୋତେ ସୁନ୍ଦର ହେ- ବ ଯେ ତୁମ୍ଭ ଲାଗିଜୀବ ଯିବେ ସତ ପୁଣ ହେ, ଜୀବେଶ ॥ ୧୫॥
ଛାର ଅବଳା ମୁଁ ସମର ମରିଲେଏଥକୁ ନାହିଁ ଭାବନ୍ତିତବ ପଦ କମଳୁ ମୃଦ ସ୍ତୁତିଶିଳା ତୃଣ କଷ୍ଟ ବନେ ବୁଲିବାରୁକରିତ ହେଉଛି ଛାତି ହେ, ଜୀବେଶ ॥ ୧୬॥
ପୁଣି ବିହ୍ୱଳେ ଡା- କଇଁ ନାହିଁ ଅଛଆସ ମୁଁ ଛାଡ଼ିଲଇଁ ରୋଷକ୍ଷମା କରଇ ସର୍ବ ତୁମ୍ଭ ଦୋଷମୋ ରାଣ ଅଛିଟି ବିଳମ୍ବ ନ କରିଦେଖାଅ ମୁଖ ସାରସ ହେ, ଜୀବେଶ ॥ ୧୭॥
ଦୂରେ ଥାଇ ସଖୀ ବ୍ରଜ ରାଜ ଜେମାରୋଦନ ଶୁଣିଲେ ବହନେସର୍ବେ ମିଳିଲେ ଯାଇ ଘୋର ବନେଦେଖିଲେ କେଶ ବା- ସ ଲୋଟି ସାଉଁଟିକାନ୍ଦଇ ଅତି ଉଚ୍ଛନ୍ନେ ହେ, ସୁନ୍ଦରୀ ॥ ୧୮॥
କୋଳ କରି ଧରି ପଚାରନ୍ତି ଗୋରୀଏ କି ଚରିତ ଦେଖୁ କହକିମ୍ଫା ଅସ୍ଥିର ତୋହର ବିଗ୍ରହନା ନା ତୋ କାହାନ୍ତି ଏକା ତୁ କାନ୍ଦୁଛୁପଡ଼ିଲା କିବା ଦୁଃସହ ଗୋ, ସୁନ୍ଦରୀ ॥ ୧୯॥
ତାର ମୁଖରୁ ଉତ୍ତର ନ ଆସେକ୍ଷଣିକ କଣ୍ଠ କୁ- ଣ୍ଠିତ ହୋଇ ମୃଦୁମୃଦୁ କରି ବାକ୍ୟ ଭାଷେ ସେ, ସୁନ୍ଦରୀ ॥ ୨୦॥
ସୁଜନ ବୋଲି ମୁଁ ପ୍ରୀତି କରି ଥିଲିକୁ ବୁଦ୍ଧି କେ ଦେଲା ନାଥକୁମତେ ଛାଡ଼ିଗଲେ ଆନ ପାଶକୁଯେମନ୍ତ ଜଳୁଛି ମୋହର ହୃଦୟତେହ୍ନେ ଭଜୁ ସେ ନାଶକୁ ହେ, ସୁନ୍ଦରୀ ॥ ୨୧॥
ପୁରୁଷ ପୀରତି ଏଡେ ହୀନ ବୋଲିନଥିଲା ତ ମୋହ ମନରେଏବେ ଜଣଗଲା ଏହ କଥାରେଏବେ ସେ ନଗରେ ନାଗର ହୋଇଛିଆଉ କି ଚିହ୍ନିବ ମୋରେ ଗୋ ସୁନ୍ଦରୀ ॥ ୨୨॥
ବଡ଼ ଲୋକ ହେଲେ କି ହେବ ଯାହାରହୃଦ ନ ରଖିବ ବିବେକସେ କି ଜାଣେ ଅବା ଭାବ ବାରତଲାବଣ୍ୟ ପୀରତି ସେ କି ରଖିପାରେପରବଶେ ଯେହୁ ମତ୍ତ ଗୋ, ସୁନ୍ଦରୀ ॥ ୨୩॥
ପ୍ରଥମେ ତାହା ମୋ ଭେଟ ଯେ ଦିନରେସେ ଦିନ ତାର ଯେତେ କଥାଏବେ କରାଉ ଅଛି ମୋତେ ବ୍ୟଥାପାଷାଣ ଗାର ସ- ମାନ ମୋ ହୃଦୟେରହିଲା ସବୁ ବ୍ୟବସ୍ଥା ଗୋ, ସୁନ୍ଦରୀ ॥ ୨୪॥
ଆଜ ଏ ବନରେ ମୋତେ ଛଡ଼ି କରିଗଲେ ଏକ ରାମା ସଙ୍ଗତେତାହା ସ୍ନହ ମନୁ ଛାଡ଼ି ନ ପାରଇମରୁଛି ମଦନ ମତ୍ତେ ଗୋ, ସୁନ୍ଦରୀ ॥ ୨୫॥
ଉଚ୍ଚ ବାଚ ଶୁଣି ରସିକ ରତନନିଦ୍ରା ନାଶକୁ ଯେ ଭଜିଲାପ୍ରାଣ ବନ୍ଧୁ ବୋଲି ଗାୟିଲାଆସ ଭାଷ କହି ଖୋଜନ୍ତେ ନ ଲଭିମହା ବ୍ୟାକୁଳ ହୋଇଲା ସେ, ରସିକ ॥ ୨୬॥
ଆତୁର ଉଚ୍ଛନ୍ନେ ସଖୀବାଣୀଶୁଭୁଛି ବୋଳି ସେ ଧାଇଁଲାସଖୀ ପାଶକୁ ଅବା ବାଳା ଗଲାସାତ୍ତକ ବେଶ ଅ- ସ୍ଥିର ହୋଇ ସଖୀପୁରତେ ପ୍ରବେଶ ହେଲା ସେ, ସୁନ୍ଦରୀ ॥ ୨୭॥
ନାୟକ ରତନ ଦର୍ଶନେ ରମଣୀହୃଦରେ ମାନବୃଦ୍ଧି ହେଲାମୁଖ ତଳକୁ ଲମ୍ବାଇ ବସିଲାଦେଖି ରସିକ ହ- ରଷ ହୋଇଥିଲାବିରସେ ମଜ୍ଜିଲା ସେ, ରସିକ ॥ ୨୮॥
କାତର ତର ହୋଇ କର ମୋଡ଼ି ସେରମଣୀମଣି ପୁରତରେପ୍ରବତ୍ତଲା ବିନୟ କରିବାରେଆର ଛାନ୍ଦରେ କହିବା ସେହୁ ରସମୋଦ ହେବେ ଶୁଣି ଧୀରେ ହେ, ସୁଜନ ॥ ୨୯॥
ଜୟଶ୍ରୀ ଗୋକୁଳ- ପାଳ କାମୀ କାମଧେନୁ କାମନା କଳ୍ପଦ୍ରୂମଧ୍ୟାନ କରି ତୁମ୍ଭର ପାଦପଦ୍ମତହିଁ ଅଭିମନ୍ୟୁ ସାମନ୍ତସିଂହାରମନ ଅଳି କରୁ ସଦ୍ମ ହେ, ଶ୍ରୀକୃଷ୍ଣ ॥ ୩୦॥
ଛାନ୍ଦ-୨୩
(ଦିଶ-ଆଷାଢ଼ ଶୁକ୍ଳ)ୟେଥି ଉତ୍ତାରୁ ଶୁଣ ହେ ପ୍ରସଙ୍ଗକରଇ ଘନଋତୁ ନାଟ୍ୟରଙ୍ଗସୃଷ୍ଟି ନାଟ୍ୟଶାଳ ମଧ୍ୟରେ ମିଳିତୌର୍ଯ୍ୟତ୍ରିକ ରଙ୍ଗେ ସଙ୍ଗୀତ କେଳିଅତ୍ୟନ୍ତ ସୁଖଦଦମ୍ପତୀ ମୁଦ ଉପରେ ସେ ମୁଦ ॥ ୧॥
ଆସାର ବାର ସୂତ୍ରଧର ତାରଘନ କଲାଲୟ କରେ ପ୍ରଚାରଘଡ଼ଘଡ଼ି ରଡ଼ି ଡିଣ୍ଡିମ ଘୋଷଚଙ୍ଗ ଉପାଙ୍ଗ ମୃଦଙ୍ଗ ପ୍ରକାଶୟେ ତୋଷ ଦାୟକଶମ୍ଭୁକ ଭେକ ଡାହୁକଙ୍କ ଡାକ ॥ ୨॥
ଇନ୍ଦ୍ରଧନୁ ତ୍ରୋଣ ସନ୍ନିକଟରେଚଂଚଳା ନାଟକରେ ଚହଟରେଝଞ୍ଜା ପବନେ ପଲ୍ଲବ ଚନ୍ଦନକରୁ ଅଛି କି ଅଙ୍ଗ ବିକ୍ଷେପଣଷଡ଼ଜ ସ୍ୱରରେକେକା କେକୀ ରାବ କରେ ମୁଦରେ ॥ ୩॥
ୟେ ଜାତି ସୁର ସେ ସୃଷ୍ଟି ଭରିଲାବିଯୋଗୀ କୁଳକୁ ଭସାଇ ଦେଲାସଂଯୋଗୀ ମାନସ ମରାଳ ତୋଷବିଟପୀ ବଂଶ ହୋଇଲେ ଉଲ୍ଲାସୟେ ଚିତ୍ର ବିଶେଷସୁନାମ କଦମ୍ବ ହେଲେ ବିକାଶ ॥ ୪॥
ୟେ ଋତୁ ଦେଖି ନୃପତି ନନ୍ଦନାକାନ୍ଥ ବିଚ୍ଛେଦରେ ପାଇ ବେଦନାବୋଲଇ ଆହେ ପରାଣ ଈଶ୍ୱରୟେ କଲକି କରି ମୋତେ ବିଦୂରହେଲା ଭାବ ମାନଚେତାଇ ଚିତ୍ତକୁ ମଦନ ॥ ୫॥
ପ୍ରେମ ରତନରେ କିଣି ଯାହାକୁୟେତେ ସରି ନିକି କରି ତାହାକୁଛାର ଅବଳା ମଲେ ମଲି ମୁହିଁୟେଥିକି ଚିନ୍ତା ମନେ ଲେଶ ନାହିଁୟେ ଉଣା କାହାକୁପଚାରି ବୁଝ ରସିକମାନଙ୍କୁ ॥ ୬॥
ଖରାରେ ଦିନେ ନ ଦିଅ ଚଲାଇହୃଦ ବିନା ଶେଯେ ନାହିଁ ଶୁଆଇରତିଶ୍ରାନ୍ତ ଦେଖି ପଚାର ପରାଆଜ ବାଧିଲା କି ରମଣୀ ହୀରାସେ କୃପା ହୃଦୟୟେବେ କାହିଁ ପାଇଁ କଲ ନିର୍ଦ୍ଦୟ ॥ ୭॥
ମୋ ମୁଖେ ଦେଖି ଶ୍ରମ ସ୍ୱଦ ଜଳପୋଛି ଦିଅ ଧରି ପିନ୍ଧା ଅଂଚଳବୋଲୁଥାଅ ଦେଲି କେତେ ବେଦନାହା ମୁଁ ଅପରାଧୀ ମରଇ କିନାଡାକି ପାସୋରିଲିଭଗାରି ହାଥେ ଦେଇ କରିଗଲ ॥ ୮॥
ସେବା ଆଶା କରି ବସିଲେ ପଦେବାଧିବ ପରା କହ କି ଆସ୍ପଦେକିଙ୍କର ମୁଁ ତୋର ଏହା ନକରପାଡ଼ା ପାଇବେ ତୋ କୋମଳ କରୟେ ସ୍ନେହ ଯାହାକୁଦୁଃଖ ଦେବାରେ କି ଯୋଗାଏ ତାକୁ ? ॥ ୯॥
ବନ ବିହାରକୁ କଲେ ମୁଁ ମନବୋଲେ ବାଧିବ ସିନା ପ୍ରାଣଧନବ୍ୟଜନ ଧରି ମୁଁ ବିଂଚଇ ଯେବେକର ରଖି ତାହା ନ ଦିଅ ଲବେୟେବେ ଦୁଃଖ ଚାହିଁଆହା ବୋଳଇ ପଦେ କହିଲ ନାହିଁ ॥ ୧୦॥
ମୁଖ ଶୁଖି ଥିଲେ ମାନ ବିଚାରସଭିୟେ ସଖୀମାନଙ୍କୁ ପଚାରବେଶ ନଦେଖିଲେ ବିରସ ହୁଅନିଷେଧ ଘେନି ଚିନ୍ତା ମନେ ପାଅୟେ ଜାତି ସେନେହକରାଉଛି ଆସି ଅନ୍ତର ଦାହ ॥ ୧୧॥
ଉରଜେ କରଜ ନିବେଶ ନେଇଇସି ନ ଭାଷି ମୁଁ ନାସା ତୋଳଇୟେତେକ କ୍ଲେଶ ଜାଣି ଶ୍ଲେଷକରିହୃଦେ ମିଶାଇ ମନେ ନିଅ ହରିହୃଦେ ଥିଲେ ହାରଗାଢ଼ ଆଲିଙ୍ଗନ ପରା ନ କର ॥ ୧୨॥
ଧୂପ ଧୂମ ଯୋଗେ ଅଶ୍ୱ ବାହାରସେ ଦିନ ହୋଇଲେ ଯେଡ଼େ କାତରସଭୟେ ବଚନ ସ୍ପୁରିଲା ନାହିଁସେ ରୀତି ଦେଖି ହସି ଦେଲି ମୁହିଁବୋଲି ଅଛ ଧନସତ ହେଲେ ରହନ୍ତା କି ଜୀବନ ॥ ୧୩॥
ହୃଦ ଭେଦେ ନିଦେ ଶୋଇଲା ଦିନେୟେତେକ ମଜ୍ଜିଲ କି ଜାତି ଛନ୍ନେପାଇ ବୋଇଲ ପାଇଲି ପରାଣସେ କଥା ମନେ ନୋହିଲା ସ୍ମରଣୟେତେ ଦୂର କଲକାହିଁ ଗଲ ପଦେ କହି ନ ଗଲ ॥ ୧୪॥
ଦିନେ ମୁଁ ତୁମ୍ଭ ଆସିବ ଅନାଇମିଛେ ନିଷେଧକୁ ଦେଲି ଚିହ୍ନାଇସତ ମଣି ଦେଲ ମୁଖ ଶୁଆଇହସନ୍ତି ମୁହିଁ କୋଳ କଲ ଯାଇବୋଲିଅଛି ପରାପରିହାସ ଯୋଗ୍ୟ ମୁଁ ନିକି ଧୀରା ॥୧୫॥
ଦିନେ ମୁଁ ଦେଖି ତୁମ୍ଭ ଆଗମନଲୁଚିଲି ଜାଣିମା ପାଇଁ ବିମନଖୋଜି ନ ପାଇ ତେଜିଲ ଲୋତକନ ସହି ମୁଁ ଆସି ବୁଜିଲି ଦୃକମୁଁ ବୋଲି ଜାଣିଲମୋ ସୃଷ୍ଟି ବୁଡ଼ାଇ ଥଲ ବୋଇଲ ॥୧୬॥
ଲୁଚି ଯାଇ ସେ ସେନେହାବଳୀ କିବାଛିବାକୁ ଆଉ ଅଛି ଭାଳି କିମୂର୍ଚ୍ଛି ନାହିଁ ଦେଖା ଦିନୁ ତ ଦଣ୍ଡେବାଛିବି କି ଗୁଣ ମୁଁ ପାପୀ ତୁଣ୍ଡେଅଛି କି ମୋ ଦୋଷୀକିଛି ତ ଜାଣି ନାହିଁ ମୋ ମାନସ ॥୧୭॥
ଯଥା ହେମ ଦାହ ଅଧିକ ଜ୍ୟୋତିମୋ ରୁଷ୍ଟ ବାକ୍ୟେ ହୃଷ୍ଟକର ମତିଦୋଷ ଥିଲେ ବନ୍ଧୁ ଘେନନ୍ତ ନାହିଁକେଜାଣି କେ କଥା ବିହିଲା ବିହିଜାଣିଲେ ନିରାଶରଖନ୍ତି ନାହିଁ ପରାଣ ଆଶା ॥୧୮॥
କ୍ଷତିରେ କେବଳ ମୁହିଁ ଦୁଃଖିନୀମୋପରା କେହି ନାହିଁ ଅଭାଗିନୀରାତି ଅଧରେ କେହୁ ଡ଼କାଇଲାଗଳାକାଠି ମୋ କଣ୍ଠମାଳା ନେଲାକି ବୁଦ୍ଧି କରିବିକଉଁ ଉପାୟେ ଜୀବନ ଧରିବି ॥୧୯॥
ବନ୍ଧୁ ଗମନ ପଥ ଅନୁସରିଯା ଯା ପରାଣ ବହନ ବାରିକି ସୁଖପାଇଁ ଆଉ ମୋ ଘଟେପଡ଼ି ଅଛୁ ସିନା ମହା ସଙ୍କଟେବନ୍ଧୁ ନାମ ଧରିଅନୁକୂଳ କର ବହନ କରି ॥୨୦॥
ନୀଳ କମଳ ମଦ ମରଦନସାନ୍ଦ୍ର ଚନ୍ଦ୍ରଜିତ ଚାରୁ ବଦନତା’ ନ ଦେଖି ଆଜ ଫୁଟି ନ ଗଲୁକଉଁ ସୁଖ ପାଇଁ ଆଉ ରହିଲୁଘେନିଲେ ପୀରତିସଂସାର ରହନ୍ତା ସାର କୀରତି ॥୨୧॥
ଇଙ୍ଗିତ ଭଙ୍ଗୀ ସଙ୍ଗୀ ମୃଦୁ ଭାଷାବାଣୀ ବାଣୀ ଛାର କଉଁ ପ୍ରଶଂସାମନ ମୋହନ ବିଚିତ୍ର ମଧୁରସୁଧା ଶାକର ମୁଣ୍ଡରେ ଟାକରତାହା ନ ଶୁଣିଲୁପାପର କର୍ଣ୍ଣ କାହିଁ ପାଇଁ ରହିଲୁ ॥୨୨॥
ପୋଡ଼ି ନ ଗଲୁ ତୁ ଦାରୁଣ ଦେହଅର୍ଜିବୁ ଆଉ କି ସୁବାସ ମୁହିଁଯାହା ଘେନି କରି ଯତନ ବଶୁମାନ ଗୁମାନ ନିତି ପରକାଶୁମିଳାଇ ନ ଗଲୁୟେତେ କଥା ହେବା ଯାଏ ରହିଲୁ ॥୨୩॥
ଫାଟି ନ ଗଲୁ ତୁ ଦାରୁଣ ଛାତିପଥରଠାରୁ ତ କଠୋର ଅତିଘନ ସାର ଜିତ ଶୀତଳ ଦେହଲାଗି ନାଶ କରେ ତାପ ସମୂହତାହା ପାସୋରିଲୁତାପ ଅରଜିବା ପାଇଁ ରହିଲୁ ॥୨୪॥
ଅମିୟ ପୂର୍ଣ୍ଣ ରଙ୍ଗିମା ଅଧରଜବା ବନ୍ଧୁକ ବିମ୍ବା କରେ ଛାରତହୁଁ ପିଉ ଥାଉ ପୀୟୁଷ ସିନାକେହି ମୂର୍ଚ୍ଛିଲୁ ମନ୍ଦ ରସନାଛିଡ଼ି ନ ପଡ଼ିଲୁବନ୍ଧୁଗଣ ଗୁଣିବାକୁ ରହିଲୁ ॥୨୫॥
ଅକାଳ ଦଶା ମୋ କପାଳେ ଥିଲାଜୀବ ବନ୍ଧୁ ବିନା ଜୀବ ନ ଗଲାସବୁ କରିପାରେ ଦାରୁଣ ବିହିଅବଧ୍ୟ ବଧି ଲେଖିଥିଲା କେହିଓଷ୍ଠ ସୁଧା ମୋତେଲୋକ ହସା କରାଇଲ ଜଗତେ” ।୨୬॥
ଏତେ କହି ବାଳା ଢଳି ପଡ଼ିଲାକାହିଁ ଗଲ ବୋଲି ବନ୍ଧୁ ଲୋଡ଼ିଲାବାଲୁତ ପ୍ରାୟେ ମହୀରେ ପଡ଼ିଲାକହୁ କହୁ ତା’ର ଜ୍ଞାନ ବୁଡ଼ିଲାବଚନ ହଟିଲାକର ନେଇ କପାଳେ ତାଡ଼ିଲା ॥୨୭॥
ଦିଶେ ଦିଶେ ବନ୍ଧୁ ମୁଖ ଦିଶିଲାଆସ ଆସ ନାଥ ବୋଲି ବୋଇଲାଆଜ୍ଞା ଅବଜ୍ଞା ନ କରିବି ଦିନେମାନ ଧରିବି ନାହିଁ ଲେଶେ ମନେୟେତେ ବିପଦରେଦୟା ବସୁ ନାହିଁ କିଙ୍କରୀ ଠାରେ ॥୨୮॥
ଚନ୍ଦ୍ର ଚନ୍ଦନ ଗୋଳି ବୋଳି ଦିଅଚିତ୍ରରେ ବିଚିତ୍ର ବେଶ ବନାଅଦିବ୍ୟ ଫୁଲରେ ବନାଅସେ ଆଦର ୟେବେ ଗଲା କେଣିକିକାମ ଶର ଡ଼ରେଗଢ଼ାଇଲ କି ହୃଦକୁ ଶିଳାରେ ॥୨୯॥
ୟେମିତି ଦଶା ଦେଖି ସଖୀ ଜନେକୋଳ କରି ଧୂଳି ଝାଡ଼ି ବହନେକେ ବୋଇଲା ଆରେ ଲାବଣ୍ୟ ନିଧିକାହିଁ ଏ କଷ୍ଟ ରଖିଥିଲା ବିଧିସୁଖ ପାଶେ ଦୁଃଖକିମ୍ପା ଲେଚନ କଲା ଚାରିମୁଖ ॥୩୦॥
ୟେରୂପେ କେ କେତେ ପ୍ରକାରେ ଭାଳିକମଳ ଦଳେ ଶୁଆାଇଲେ ବାଳୀକମଳ ନାଳ ମାନ ଗଳେ ଦେଲେବାଟି ଉଶୀରେ ହୃଦରେ ବୋଳିଲେତା ଦୃଷ୍ଟି ଗୋଚରନ କଲେ ଉଦ୍ଦୀପନ ଦ୍ରବ୍ୟହାର ॥୩୧॥
ନେତ୍ର ନୀରେ କି ଚାନ୍ଦର କଦନସେକାଳ ଶୋକ ରୀତି ଅକଥନଅନୁଭବି ମନ ମାତ୍ରକ ସାକ୍ଷୀଜାଣନ୍ତି ଏକା ସୀତା ଶଶି ମୁଖୀତାଙ୍କ ପଦ ଚିନ୍ତିସାମନ୍ତ ସିଂହାର ପଦ ବନ୍ଦନ୍ତି ॥୩୨॥