ଛାନ୍ଦ -୨୪ — ପ୍ରେମକଳା — ଅଭିମନ୍ୟୁ ସାମନ୍ତସିଂହାର · ସ୍ୱର୍ଣ୍ଣଲିପିକୃତମାଳ ପାଶେ ମତେ ଦେଖି ଦିନେ
ସେ କଥାକୁ ସ୍ମରି ଦେଲା ହେ ,ମଧୁପ ॥୩୧॥
ମୋ ଗୁନ୍ଥିଦେଲା ବକୁଳ ମାଳସ୍ନେହ ଗଭାରେ ସେ ତ ରସିଥିବବ୍ୟସ୍ତ ଛାଡ଼ି ଯେବେ ପଦେ ପଡ଼ିବ,ମୋର କର ସାର୍ଥ ହେବ ଫୁଲ-ଭାବିତ ବନ୍ଧୁ ନବିଭବି ହେ ମଧୁପ ।ପ୍ରୀତି ପଣକୁ ଲୁଚିଯାଇ ତାରନ ସହଇ ସେ ପିଠି ଦେବାରଆହା ତା ବିପଦ ପଡ଼ୁ ମୋର ମୁଣ୍ଡେକହି ମୋହ ହେଲା ବୀର ହେ, ମଧୁପ ॥୩୨॥
ଗୋପୀ ପ୍ରମୋଦ ପଙ୍କଜ ଚିତ୍ରଭାନୁ-ଭାନୁ ସୁତାତ ବିହାରୀରସ ଶେଖର ବୃନ୍ଦାବନ ହରିତାପ କରି କି ବିନାଶ କରି ଯେକୃପାକୁ ଗୁଣ ଝଙ୍କାରି ହେ, ସୁଜନେ ।ମୋର ଭସା ଆଉ କେହି ନାହିଁଗତି କେବଳ ଏକା ଭାବଗ୍ରାହୀବୋଲେ ଅଭିମନ୍ୟୁ ସାମନ୍ତ ସିଂହାରଏ କଷ୍ଟରୁ ତ୍ରାହି ହେ ଗୋବିନ୍ଦ ॥୩୩॥
ଛାନ୍ଦ-୨୬
[ରାଗ- ବଙ୍ଗଳାଶ୍ରୀ]ଶୁଣ ହେ ରସିକେ ଏ ବସନ୍ତ ଋତୁଉଦ୍ଦୀପନରେନରେନ୍ଦ୍ର ତନୁଜା ମହୀକି କହିଲାଧିକ ଜୀବନ ଥିବାରେ ॥୧॥
ବାରେ ଗଣ ନିଧି ବିଛେଦ ସ୍ୱପନେନୋହିଥିଲା ଅନୁଭାବଭାବ ତାର ପର- ମାଦ ସୁହାଇଲାଏବେ ଆସି ପଦ୍ମ-ଭବ ॥୨॥
ଭାବ ଭିତରେ ତା- ଙ୍କି ବିନା ମୋହରେକାରଣ ତ ନାହିଁ ଆନଆନ ନବୀନ ତ ଆନ ନ ଦିଶଇଯହିଁକି କଲେ ଲୋକନକନକ ଦହନେ ଅନେକ ଯେସନେହୁଏ ଜ୍ୟୋତି ପ୍ରକାଶିତଶୀତକର ଶୀତ ପକ୍ଷରେ ଯେମନ୍ତେଶୋଭା ବୃଦ୍ଧି ବିଶେଷତ ॥୪॥
ସତତ ଗୂଢ଼ କୃ- ତ କର୍ମ ଯେମନ୍ତମହତ୍ତ ବଢ଼େ ଅଧିକଧିକ ତ ଏମନ୍ତ ପ୍ରୀତିବନ୍ତ ବିନାରହିଛି ପୁଣି ବିବେକ ॥୫॥
ବ୍ୟକତ ଲୋକେ ତ ତା ପରା ନାହିଁନଥିଲେ ନୋହିବେ କେହିକେହି ତ ମଣିବ ଅହିତ କହିଲେପ୍ରଣୟ ପ୍ରୟୋଧି ସେହି ॥୬॥
ସେ ହୀନ କରମ- କୁ ସିନା ମୋହରରହିଲେ ପରବାସରେସରେ ନାହିଁ ଦିନ ହେଲେ ନାହିଁ ଭାବଭାବନା କରି ମନରେ ॥୭॥
ନରେନ୍ଦ୍ର ସୁତ ସେ ନିରତେ ଅଲ୍ୟଳଆଜନମ ସୁକୁମାରମାର ଶର ସେହି ସହିଥିବେ କେହିରକ୍ଷାକରି କଳେବର ॥୮॥
ବରତ ମାନ ଏ- ହା କୁ କଲା ଧାତାତାହାକୁ ବରତମାନମାନସେ ସଦନ ଛାଡ଼ିଲେ କଦନମଦନେ ହୋଇଲେ ଦୀନ ॥୯॥
ଜୀବେଶ ମୋ ଭବେ ଆବେଶ ହୋଇ ତଆଶା ନ ରଖିବେ ଜୀବେ ॥୧୦॥
ଯିବେ ଛାଡ଼ି କରି ପ୍ରତେ ତ ନଥିଲାଦଇବ କଲା ଏସନସନମାନ ମନେ ପଡ଼ିବା ବେଳକୁଭାବୁଛି ବିବେକ ମାନ ॥୧୧॥
ମାନ ବୀର ବିମ- ନକଲେ ମନ ତମୋର ନୋହେ କଦାଚିତେଚିନ୍ତେ ଯେତେବେଳେ ଯାହା ସେ କରନ୍ତିସନମତ ମୋର ଚିତ୍ତେ ॥୧୨॥
ଚିନ୍ତେ ଏତେମାତ୍ର ଦୋଷ ବିପରୀତଇଚ୍ଛା କଲେଣି ଘେନଇନଇଲେ କି ଏହା ମନେ ଘେନି ଧନଏ ସଂଶୟ ଉପୁଜଇ ॥୧୩॥
ଜାଇବାତୃକ କେ- ତେ କେଇଁ ନ ମିଳେକୁମୁଦଙ୍କୁ ସେ ତ ଏକଏକଥା ବିଚାରି ଦାସୀଠାରେ କୋପକରିବେ କେହି ନାୟକ ॥୧୪॥
ଏଇ ମନେ ଛାଇ ସମାନ ମୁହିଁ ତତାଙ୍କୁ ଥାଇ ଅନୁସୀତଶରୀର ଛାଇ ଭି- ନ୍ନ କରି ଦଇବଆଣି କଲା ଏତେ ସରି ॥୧୫॥
ସରିତ ପତିଙ୍କି ସରି କେ କରିବପ୍ରୀତି ପଣକୁ ତାଙ୍କରକରନ୍ତେ ପଦ ସଂ- ଚାଳନ ବୋଲନ୍ତିମୁଁ ତୋର ସିନା କିଙ୍କର ॥୧୬॥
କରକରଦନା ନିକର ମନରେବ୍ୟଥା କରିବ ଶ୍ରୀକରକରନ୍ତି ଆଲିଙ୍ଗ- ନ ମୋ କର ଚୁମ୍ବିଶିରେ ଲଗାଇ ତତ୍ପର ॥୧୭॥
ପରମ ଆନନ୍ଦ ହୋଇ ମୋ ପଦରେଲେଖନ୍ତି ଅଳତା ଲତାଲତା ପିକା ଭାଷୀ ମୁଁ ତୋର ଏମନ୍ତବୋଲନ୍ତି ଜୀବ କରତା ॥୧୮॥
ରତାନ୍ତେ ସେ ଶ୍ରମ ସ୍ୱେଦକୁ ପୋଛନ୍ତିପିନ୍ଧିଲା ବସନ ଶେଷଶେଷେ ସେ ବିଧିରେ ସେ ପରା ବଲ୍ଲଭଲଭେ ରାମା ଭାଗ୍ୟବଶେ ॥୧୯॥
ବସେ ଯେବେ ମୁଁ ବ୍ୟ- ଜନ ଚାଳିକରିନ ଦିଅନ୍ତି ଲେଶେ ରଖିରଖିବାକୁ ମନ ମୋ ପିନ୍ଧା ବସନେବିଚିଂ ହେଇଥାନ୍ତି ସୁଖୀ ॥୨୦॥
ସୁଖୀ ଥିଲେ ରତି ଶ୍ରମେ ମୋର ସୁଖବାଧିଲା ପରାପରାଧୀନରେ ବୋ- ଲୁ ଥାନ୍ତି ଅପୂର୍ବଆଜ ହେଲି ଦମ୍ଭହରା ॥୨୧॥
ହରାଇବି ଆଜି ପଶା ଖେଳିବାକୁବୋଇଲି ଭଲକୁ ଆସଆସଇ ନାହିଁ ପ- ଶା ପଶି ବୋଇଲେବାହି ଦେବି ନାରୀ ଇଶ ॥୨୨॥
ଇଷତ ହାସ, କରି ପଲ୍ୟଙ୍କେ ପଡ଼ାଇଦିନେ କରି ରତି ଆଶଆସ ଶୋଇବ ବ- ନ୍ଧୁ ପରା ବୋଇଲେରୁଚିର ଭାଷ ପୀୟୂଷ ॥୨୩॥
ଉଷତେ ବୋଇଲି ସେ ଦିନର ପଶାଭାଷା ଜାଣିବାର ଆଶେଆଶେ ସଖୀ ତହୁଁ ମୋତେ ଶୁଆଶୋଇମୋତେ ସେ କଥା ନ ଆସେ ॥୨୪॥
ନ ଆସେ କଥା ବୋ- ଇଲେ ଶିଖାଇବିବାଜିକି ମାତ୍ର କିଙ୍କିଣୀକିଏ ଏ ଜାତି ଭା- ଷାରେ କେହି ଏତେଛାଡ଼ିଗଲେ ଗୁଣମଣି ॥୨୫॥
ମଣି ଅଛି ମନ ଆନନରେ ପ୍ରଚାରନ କରିବେ ସତ୍ୟଶିଳଶୀଳ ରେଖ ପରା ତାହାଙ୍କ ବଚନକେ ଜାଣେ ଦଇବ ବଳ ॥୨୬॥
ବଳ ତ କାର ବି- ନ ଥିଲେ ଆୟତରହନ୍ତେ ନାହିଁ ପରାଣରାଣ ନ ଲଘଂନ୍ତି ପରାଣ ଡାକନ୍ତିତାହା କରି ସୁମରଣ ॥୨୭॥
ମରଣ ଇଚ୍ଛା- କଲେ ଓଷ୍ଠମାନପୃଷ୍ଟିକୁ ହସିବେ ଲୋକଲୋକ ମଧ୍ୟରେ ପ୍ରୀ- ତି ବାଦ ପଡ଼ିବମୁଁ ନ ଦେଖିବି ନାୟକ ॥୨୮॥
ଏକ ଦିନରେ ମୁହିଁ କେତକୀ ଚଂପକଚଉଁରୀ ସଜାଡ଼ି କରିକରିବାକୁ ଧରି ଗଭା ସାଜିଥିଲିଦେଖି ତା ବନ୍ଧୁ ପଚାରି ॥୨୯॥
ଚାରି ଅଙ୍କ ମଧ୍ୟ ଭ୍ରମର ମୁଁ ପରାବୋଲୁ ଆଉ ଖଞ୍ଜ ବାରେବାରେ ଅପରାଧୀ ହେଲି ବୋଲି କେଶୁଫିଙ୍ଗି ଦେଲି ଶ୍ରୀ ଛାମୁରେ ॥୩୦॥
ମୁଁ ରେ ଆଉ ଦିନେ କିଛି ନ କହିବିଲୁଚି ଯାଇ ରେ ନବୀନାବିନା ଅପରାଧେ ରୋଷ ଯେବେ ଦାସପରେ ରଖିଲୁ ସୁମନା ॥୩୧॥
ମଇନା ତୋତେ ପ- ତାକା ଉଡ଼ାଇଛିବିଜୟ କରି ମାରକୁରଙ୍କୁଳିତ ମନେ ବିଚାର ଯୋଗାଇଟିକେ ରୋଷ ଏ ହାସ କୁ ॥୩୨॥
ସଙ୍କୁଚ ଏ ବଚ- ନେ ପାଇବ ବୋଇଲିକୋପେ କି ଦାସୀ ପ୍ରଭୁରେଭୂରେ ଏମନ୍ତ ଅ- ଛି କାହିଁବିଚାର ଥରେ ମନରେ ॥୩୩॥
ନରେନ୍ଦ୍ର ସୁତ ଆ- ଉ ଦିନେ ସେ ଯେଉଁଭରିଥିଲେ ଆଉଜାଇଯାଇ ଫୁଲେ ଗଭା ପରାଣେ ମୋ ନେତ୍ରେପଡ଼ୁଅଛି ଉପୁଜଇ ॥୩୪॥
ଜୟି ବାତୃକ ବ- ଦନା ଏ କି ରୀତିବୋଇଲେ ମୋ ଜୀବ ଯିବଯିବଟି ପରାଣ ଦେଖିଲେ ତାହାରନୀରସ ମୁଖ ରାଜୀବ ॥୩୫॥
ଜୀବନ ପୋଛିଏ ବଚନେ ହସିଲେଜାଣିଲେ ଏ ଭଙ୍ଗି ପାତ୍ରପାତ୍ର କେ ଏଥିକୁ ବୋଲି କୋଳ କରିଥନ ଥନ କଲେ ନେତ୍ର ॥୩୬॥
ନେତ୍ର ଦିନ ମାତ୍ର ଅନ୍ତର ହୁଅନ୍ତିକଲେ ମୁଁ ଯେତେ ନିଷେଧସେଧ କରି ସେ ବୋ- ଲନ୍ତି ପାଶେ ଥିବିହୋଇ କାମନା ବୁଧ ॥୩୭॥
ବୁଧ କେଶରୀ ବୋ- ଲନ୍ତି ରତି ସିନାନିଷେଧ କରନ୍ତି ଶ୍ରୁତିଶ୍ରୁତି ବଚନ ନ- ୟନ ମନ ତୋଷକରୁଥିବ ରସବତୀ ॥୩୮॥
ବତ୍ତ ଥିବେ ଏହି ଏବେ ଭିନ୍ନ ସହିକାମଦେବ ନିକରତିରତି ଇଚ୍ଛା କରି ବାରୁ ସେ ଦୁର୍ଗୁଣହୋଇବ ତେଜି ସୁରତି ॥୩୯॥
ରତି ମୋ ପତି ସ- ଙ୍ଗିତ କଲେ ନିଜପତିଙ୍କି ତ ନ ଭାଜିବଜୀବ ଥିବ କି ସେ ନାଗରୀ ମୋହନଚନ୍ଦ୍ରାନନ ଦେଖାଯିବ ॥୪୦॥
ଜୀବଧନ ଦିନେ ବୋଇଲେ ରେ ସହିଚୋଳ ପିନ୍ଧି ଦେଖାକରିକରିଗମନ ଆ- ଲିଙ୍ଗନ ସେନେହେନାହିଁ ପରା ପୂର୍ବ ସରି ॥୪୧॥
ଶରୀର ପୁଲକ ହେଲେ ବୁଲୁଥାନ୍ତିଆଲିଙ୍ଗନ ଜାଣେ ନଦୀନ ଦିଶଇ ଆନ ଶିବା ଶିବ ବିନାସ୍ମରବ୍ରହ୍ମା ମଘବାଦି ॥୪୨॥
ବାଦି ପିଛଡ଼ା ଦ- ର୍ଶନ ହୋଇବାରୁନିନ୍ଦା କରନ୍ତି ଧାତାକୁତାଙ୍କୁ ଆଉ ରସବେଳେଦେବ କେଉଁ ଆଦରକୁ ॥୪୩॥
ରଙ୍କୁଶର ଭେଦ ହେଲା ପରା ଖେଦଲଭି ହେବ ତ ନିଧନଧନ ଜୀବନ ଅ- ଭିନ୍ନ ବନ୍ଧୁ ନିଜେଡାକୁଥାନ୍ତି ପ୍ରତିଦିନ ॥୪୪॥
ଦିନକ ମାତ୍ର ହୃ- ଦ ବିନା ମୋତେ ତଶୁଆନ୍ତି ନାହିଁ ପଲ୍ୟଙ୍କେପଲକେ ଅନ୍ତର ସହି ନ ପାରନ୍ତିଯୋଗାଇ ଥିବ ହୃଦକେ ॥୪୫॥
ଦକେ ମଜ୍ଜିଲେ ମୁଁ ମନ ଜାଣିବାକୁଦିନେ ହୁଅନ୍ତି ଅନ୍ତରତରସ୍ତ ହୋଇ ନେ- ତୃ ଲୁହ ତେଜିଲେଡାକିଲେ ହୋଇ କାତର ॥୪୬॥
ତର ତର ହୋଇ ପାଶେ ମିଳି ବାସେପୋଛି ଦେଇ ଚନ୍ଦ୍ରମୁଖମୁଖରେ ବୋଇଲି ମିଛେ ଲୁଚିଥିଲିଏଥିକୁ କିମ୍ପା ବିମୁଖ ॥୪୭॥
ମୁଖରେ ମୋ ଭେଳା ବୁଡ଼ାଇ ଥିଲୁ ତଆଜ ବୋଇଲେ ଜୀବନବନଜାକ୍ଷୀ ଆଉ ଦିନେ ଏହା କଲେନ ରଖିବିଟି ଜୀବନ ॥୪୮॥
ବନ ଭ୍ରମଣକୁ ମୁଁ ଇଚ୍ଛା କରନ୍ତେବୋଇଲେ ବାଧିବ ପରାପରାଣ ନାଥ ସେ କଥା ଏବେ କଲେଭାବି ତା ହେଲି ଅଧୀରା ॥୪୯॥
ଧୀରା ଧୀରା ନାମ ଜପ ସେ କରନ୍ତିଉଠି ନିତି ପ୍ରଭାତରୁତରଣ ମିତ୍ର ଦ- ରଶନ କରନ୍ତିମୋ ମୁଖ ଦେଖା ଉତ୍ତାରୁ ॥୫୦॥
ତାରୁ କାମାର୍ଣ୍ଣରୁ ଯେଣୁ ତୁ ତ ମୋରଅଟୁ କାମ କଳ୍ପତରୁତରୁଣୀ ଦିନ ସ- ଫଳ ହେଲା ମୋରତୋ ମୁଖ ଦରଶନରୁ ॥୫୧॥
ନରୁଚଇ ମୋର ଶ୍ରୁତିକି ମୋହରତୋ ବକ୍ର ବଚନ ବିନାବିନା କ୍ଷତି ହୃଦେ ଭେଦ କରି ହେଲାଏ କଥା ଜୀବନ ଘେନା ॥୫୨॥
ଘେନା ଘେନି କରି ସାରିଣି କହନ୍ତିଚନ୍ଦ୍ର କରେ ଦେବୁ ରସରସନା ମୁଁ ରତେ ବଜାଇବା ପାଇଁନିବାସେ ଲୁଚାନ୍ତି ବାସ ॥୫୩॥
ବାସନ୍ତି କୁସୁମ ଗୁନ୍ଥି ବୋଲୁଥାନ୍ତିନାଇ ଦେବି କି ଅବଳାବାଳ ଖଞ୍ଜି ଦେବି ସେବା ବରତନଏପରା ମୋର ସୁଶୀଳା ॥୫୪॥
ଶିଳା ସେ ହୃଦ ହେ- ଲା ଏବେ ବାରତାଗୋଟିକୁ ଯୋଗ୍ୟ ନ କଲେକଲେ ନ ଥିଲା ଚିନ୍ତା ଉଣା ଥିବରସିକ କୁଳେ ॥୫୫॥
କୁଳେ କମଳ ନା- ହିଁ ଭୃଙ୍ଗେ ସଙ୍ଗରୁତେବେ ମିତ କରେ ମୁଦମୁଦ ପତର ଖ- ଣ୍ଡେ ଦେଇ ନ କଲଏ କଥା ହେଲା ବିଷାଦ ॥୫୬॥
ସାଦର ମୋର ସେ ତେଜି ନ ପାରିବେଏହା କରୁଛ ବିଚାରଚାର ନ ମିଳିଲେ ବା ଗୁଣ ନିଧିକିସେ ତ ପ୍ରୀତି ପୟୋଧର ॥୫୭॥
ଧରି ଉରଜ ପ- ତ୍ରାଳି ଲେଖିବାକୁପଦ ଧରନ୍ତେପ୍ରେମରେମରେଟି ସଙ୍ଗତ ଦେଇ ଦେଇ ବୋଲେଋୁଷିବିଟି ଏ ସନରେ ॥୫୮॥
ନରେନ୍ଦ୍ର ସୁତ ବ- ଦନ୍ତି ଏ ମୋ ଦେହକାହାର କିରେ ସୁନ୍ଦରୀଦରିଦ୍ର ନିଧି ଏ- କ ଜୀବ ଦଇବକଲା ଦେହ ଦୁଇ ସରି ॥୫୯॥
ସରିତ ସାଗର ପରାୟେ ଅଭେଦଏଣୁ ଡାକଇ ଅଭିନ୍ନଭିନ୍ନ ମନୋରଥ କଲେ ରସବତୀନ ରଖିବି ଏ ଜୀବନ ॥୬୦॥
ବନଜ ବଦନୁ ମୋ ମୁଖେ ତାମ୍ବୁଳଦେଇ ମାରୁ ପୁଣି ସତସତତ ପଣନ୍ତ ପ୍ରସାରି ମାଗଇକ୍ଷେମ ବନ୍ଧୁ ଅବିହିତ ॥୬୧॥
ହିତ ସେ ହିତ ଅ- ହିତ ହୋଇ ଏବେଦେଲା ଗରଳ ଅନଳନଳ ଦମୟନ୍ତୀ ବିପତ୍ତ ଏ ରୀତିସମାନରେ ନୋହେ ତୁଲ ॥୬୨॥
ତୁଲ୍ୟରେ ସେ ପୁଣି ଆଶ୍ୱାସ ମୋ ସମେପରା କାନ୍ତ କରିବାରୁବାରୁଣୀ ସୁର ଭ- ଜନ୍ତି ନିତି ପ୍ରତିଘେନି ନିନ୍ଧା ତେଜି ଦୂରୁ ॥୬୩॥
ଦ୍ରୌପଦୀ ସୀତା ଯେ ଘେନି ରଘୁପତିପାଣ୍ଡବେ ପ୍ରକାଶେ ପରାପରାଣ ଦୁଇ ଏ- କ ଯୋଗୀନ୍ଦ୍ରହୋଇ କଲେ ଉଗ୍ରତାରା ॥୬୪॥
ତାରା ସୁନ୍ଦର ମାନେ ଛନ୍ତି ନିଶି କିନ ଛାଡ଼େ ଶଶୀ ପ୍ରେମରେମରେ ଭ୍ରମର ପ- ଦ୍ମ କୋଳେ ବନ୍ଦିରେତେବେ ଏ ଭେଦ ନ କରେ ॥୬୫॥
କରେ ଚିନ୍ତାମଣି ପାଇକରି ଆଣିନ ରହିଲା ରେ ସଜନୀଜନିତ ସତତ ସଂତାପ ସଂକୁଳଲଭ ଏତେ ପୀନସ୍ତନୀ ॥୬୬॥
ସ୍ତନିତ ଶୁଣ ଆ- ଶା କରି ଘନକୁନିରାଶ କେକୀ ଯେସନେସେନେହ କଲେ ମି- ତ କାନ୍ତି କାନ୍ତିକୁଅଗ୍ନିଜାତ ଅପଘନେ ॥୬୭॥
ଘନେ ତ କୁଳଶ ଥିଲେ ହେଁ ଚାତକତେଜି ନ ପାରେ ଆଶାରଆଶା ରଖିଛି ସେ- ପରି ଯାହା ଇଚ୍ଛାତାହା କରନ୍ତି ନାଗର ॥୬୮॥
ଗରତରୁ ଆଣି ପୋତିଲେ ତ ହାଣି-ବାର କରେ ଅନୁଚିତଚିତ୍ତରେ ଏତେ ବି- ଚାରି ପ୍ରବାଶଆଦର କଲେ ଦଇତ ॥୬୯॥
ଇତସ୍ତତ ସୁଚ ନ୍ଦନ ଚନ୍ଦ୍ର ପିକପୁଷ୍ପବାତ କଲା ସେଆଶୀ ବିଷ ଭ୍ରମେ ବିଷମାଳା ହୁଏକି କରିବି ମତ୍ତକାଶୀ ॥୭୦॥
କାଶୀରେ ଝାସି ମା- ନସି କାଶି ବାସୀନୟନେ ହେବି ପାବକବକଟେ କାଳୁ ଆଉଆଗେ ମୁଁ ହେବି ଦର୍ପକ ॥୭୧॥
ଦର୍ପ କରି ବିଦ ରୁକ୍ଷ କରି ରାହୁହୋଇ ଚନ୍ଦ୍ରକୁ ଗଞ୍ଜିବିଜୀବିତ ପିକ ନ- ରଖିବି କିରାତସ୍ୱରୂପରେ ଉପୁଜିବି ॥୭୨॥
ଯିବି ଏହି ବାଞ୍ଛା କରି ରେ ମିତଣୀଆନ କି ଉପାୟ ଅଛିଅଛିଦ୍ର ହେଲା କା- ନ୍ତର ଭାବମାନକେହି ପାରିବି ମୁରୁଛି ॥୭୩॥
ମୂର୍ଚ୍ଛିତ କରାଉ- ଛି ଗୋଟି ଗୋଟିକକଥା ପଡ଼ିଲେ ମନରେନରେନ୍ଦ୍ର ସୁତ ପି- ଚିକା ମାରନ୍ତେ ମୋଉରକୁ ସ୍ନେହ ଆକରେ ॥୭୪॥
କରେ ଶାଚି ଶେଷ ପାଡ଼ି ପାହୁଡ଼ନ୍ତିବୋଲୁଥାନ୍ତି ଅତି ପ୍ରିୟେପ୍ରିୟେ ଫୁଲବତୀ ହେଲେ କହ ଏବେଭିନ୍ନ ହେବାର ଉପାୟେ ॥୭୫॥
ପାଏ ନିଉଛାଣା ଯାଏ ସେ ଗୋଟିକଭାଷା କୋଟିଏ ମୁକୁତାକୃତାର୍ଥ ହେଲା ପ - ରାୟେ ହୁଏ ମନଭିନ୍ନ ସେ ଜୀବ କରତା ॥୭୬॥
କରତାର କରେ ବନ ଭ୍ରମଣୀରେଊଣା ଦେଖି ମୋର କାନ୍ତକାନ୍ତ ତୁମ୍ଭଙ୍କୁ ପ- ଚାରିଲା ପରା ମୋବନ୍ଧୁ ମ୍ଳାନ କାହିଁକି ତ ॥୭୭॥
କି ତରକେ ମାନ ମଣି ମତେ ସିନାନ ପୁଛିଲେ ଗୁଣନିଧିନିଧିକରି ସେହି ଦିନୁ ସେ କଥାକୁହୃଦରେ ଅଛଇ ବାନ୍ଧି ॥୭୮॥
ବାଧିତ ହୁଅଇ ମନକୁ ତାଙ୍କରତୁଣ୍ଡୁ ଫିଙ୍ଗତେ ତାମ୍ୱୁଳମୂଳ କରନ୍ତି ନି- ଷେଧ ହେଲା ପରାହୃଦୟ ଏଡ଼େ ଉତ୍ସଳ ॥୭୯॥
ଛଳ ଶ୍ଳେଷ ରସେ କାହା ସଙ୍ଗେ ରଙ୍ଗେଏବେ ସେ ସାରିବେ ଦିନଦୀନ ବନ୍ଧୁ ଆନ ସଙ୍ଗେ ଦେଇ ଥିଲେଦିଶିବ କି ପୁଣ୍ୟମାନ ॥୮୦॥
ମାନ ଏ କଥାରେ ନାହିଁ ଯହିଁ ତହିଁଶୁଭେ ଥିବେ କି ବଲ୍ଲଭଲଭଇ ପଛେ କ୍ଳେ- ଶ ମୁହିଁ ତାହାଙ୍କଭଲରେ ମୋ ସର୍ବ ଶୁଭ ॥୮୧॥
ସୁଭଦ୍ରା ସୁଭଦ୍ର ବଳଭଦ୍ର ଜଗ-ନ୍ନାଥ ସୁଦର୍ଶନ କରକରକ ରଦନା ଏତେ କହି ମୋହେପଡ଼ି ହୋଇଲେ ଅଧୀର ॥୮୨॥
ଧୀରେ କଲେ ସଖୀ ଜଳ ସଂଚି ବିଂଚିଦୁହେଁ ବିବେକବେକତ ଏ ରସା- ମୃତ ସିନ୍ଧୁ ଛାନ୍ଦମାନସ କର୍ଣ୍ଣେ ତୋଷକ ॥୮୩॥
ସଙ୍କଟ ଭଞ୍ଜନ ଶକଟ ନାଶନଅଭୟ ପଦ ସାରସେରସେ ଅଭିମନ୍ୟୁ ସାମନ୍ତ ସିଂହାରମନ ଅଳି ଅହର୍ନିଶେ ॥୮୪॥