ଛାନ୍ଦ-୨୪ — ପ୍ରେମକଳା — ଅଭିମନ୍ୟୁ ସାମନ୍ତସିଂହାର · ସ୍ୱର୍ଣ୍ଣଲିପିଅନୁରାଗ ବୀଜର ଅଙ୍କୁର ଦିଶେ ହେ ॥୧୧॥
ଶୋହଇ ମୋତି ନାକଚଣା କି ତୋରରୋହିଣୀ ରାମା ନାକେ ଉଦିଲା ପରା ହେହାସ ପୀୟୂଷ କର ଦେଖି ଉଲ୍ଲାସେମୋହେ ମନକୁ ଏହି ଲକ୍ଷଣ ଆସେ ହେ ॥୧୨॥
ବିଚିତ୍ର ନଥ ନେତ୍ର ଧରା ଶାଙ୍କୁଳିମୋ ଧଇର୍ଯ୍ୟ ଧରକୁ ଦିଅଇ ଟାଳି ହେଭଙ୍ଗିରେ ଦେଲେ ନାସା ପୁଡ଼ା ଫୁଲାଇମଦନ ଆନନ୍ଦକୁ ଦିଅଇ ତାଇ ହେ ॥୧୩॥
ଚଂଚଳେ କ୍ଷଣ- ଗତି ଚାତୁରୀତ୍ରିବେଣୀ ତରଙ୍ଗ କି ତହିଁକି ସରି ହେବକ୍ରଭଙ୍ଗୀ ଛଟକ ଆଚ୍ଛନ୍ନ ଗତିମଦାଳସ ଘୃମିତ ଲଜ୍ଜା ମିଶନ୍ତି ହେ ॥୧୪॥
ଭୁରୂ କୋଦଣ୍ଡେ କଳା ଗୁଣ ରସଇଦୃଷ୍ଟି ସାୟକ ଧରି କେଳତି ମାଇଁ ହେତରଙ୍ଗ ଡ଼ୋଳା ତୁରଙ୍ଗୀରେ ଆରୋହିବାହିଛି ଜଗଯୁବା ଦେବାକୁ ଦହି ଯେ ॥୧୫॥
କଜ୍ଜ୍ୱଳ ଲାଞ୍ଜି କାମ ଜମ୍ବୁରା ନଳୀପଲକ କାଳେ ଚାଳେ ସୁଡ଼ୋଳା ଗୁଳି ହେକି କୃପା ଦୃଷ୍ଟି ଗତାଗତ ସାରଣୀକର୍ଣ୍ଣ ବିଳକୁ ଯାଏ କାଳଫଣୀ ହେ ॥୧୬॥
ରଙ୍ଗ ଅଧର ପାନ କୋଳେ କି ତୋରାଅରୁଣ ଫଗୁ ଖେଳୁଥିଲାର ପରା ହେମନ୍ଦହାସ ତା’ ସଙ୍ଗେ କି ମତି ଶୋହେଶଶୀ ଅରୁଣ କୋଳ କୋକିଳ ସ୍ନେହ ଯେ ॥୧୭॥
ଶମ୍ପା ଗଉରୀ ଅନୁକମ୍ପା ବିସ୍ତାରିକମ୍ପାଇ ଦିଏ କେମନ୍ତ କରି ହେଜଳଦ କାଳେ ଶମ୍ପା ବିମ୍ବ ଚଂଚଳହେଲେ ହେଁ ଉପମା ନୋହିବ ତୁଲ ହେ ॥୧୮॥
ଭାଷା କହିବା ବେଳେ ଓଷ୍ଠ ଚଳନବାତ ଯୋଗେ ଚଳେ କି ନବ କାନନକି ଅନୁରାଗାମୃତ ଦାନ ଦେବାକୁଠାରୁ ଥିଲା ପରା ଯେ ଆସେ ମନକୁ ଯେ ॥୧୯॥
ଚିବୁକରେ ତର୍ଜ୍ଜନୀ ଦେଇ ଚତୁରୀଦିଏ କି ଆଶେ ମୁଖ ମୋଡ଼ିଲା କରି ହେହେମକଞ୍ଜ ଅଳପ ଚଳିଲା ବାତେଏମନ୍ତ ପରାୟେ ମୁଁ ମଣିଲେ ଚିତ୍ତ ହେ ॥୨୦॥
ପୁଣି ସେ ଲେଉଟାଇ ଆଣେ ବଦନଦକ୍ଷିଣାବତ୍ତ କିଏ ପୂର୍ଣ୍ଣିମୀ ଜହ୍ନ ହେତା’ ସଙ୍ଗେ ଡ଼ୋଳା ବୁଲାଇବା ଚାତୁରୀନୀଳା ସାରଣୀ ଶଶୀ ଖେଳିଲା ପରି ହେ ॥୨୧॥
ଆହା ରେ ସୁକୁମାରୀ ନୃପ କୁମାରୀସବୁ ସୁକୃତ ବିହି ଦେଲା ତ ସାରି ରେଆଉ ତୋ ଚନ୍ଦ୍ରାନନ ଭଙ୍ଗିମା ମାନଦେଖିବା ପୁଣ୍ୟ କାହୁଁ ଅର୍ଜିବି ଧନରେ ॥୨୨॥
ଶୁଣ ଗଉରୀ ପ୍ରାଣେଶ୍ୱରୀ କିଶୋରୀସୁର କିନ୍ନରେ ପ୍ରୀତି ପଣେ କି ସରି ରେମନା ନ କରେ ଦିନେ କାମନା ମୋରମୋ ଆନ ହେଲେ ବୋଲେ ହେଲ କି ପର ହେ ॥୨୩॥
ୟେ କଥାମାନ ଘେନି ନ ଗଲା ପ୍ରାଣକି କି କରି ନ ପାରେ ବିହି ଦାରୁଣ ରେହେ ହରିହର ଘୋର ଦରକୁ ହରୟେତେ କହି ଭଜିଲା ମୋହକୁ ବୀର ହେ ॥୨୪॥
ଚେତି ଅଜ୍ଞାନ ବେଳେବେଳେ ତାହାରଅଭିଳାଷ କେବଳ ବିଳାପ ବାର ହେଦେହ ବୃଦ୍ଧି ବିବେକ ନାହିଁ ଯାହାରଦଶା ବିଶ୍ଳେଷ ଶ୍ଳେଷ କି ଲେଖା ତାର ହେ ॥୨୫॥
ବିପତ୍ତ ବିନାଶନ କୃପାସାଗରତିଳେ ହେଁ ବିପଦ ନ ପାଉ ପର ହେଅଭିମନ୍ୟୁ ସାମନ୍ତ ସିଂହାର ଦୀନରାଧା ଗୋବିନ୍ଦ ବୋଲି ନେବ କି ଦିନ ହେ ॥୨୬॥
ଛାନ୍ଦ-୨୫
[ରାଗ-ବଙ୍ଗଳାଶ୍ରୀ]ଦେଲା ହିମ ଋତୁ ମହୀ ମନୋରମଜାତ କଲା ବିହି ପରିକାନ୍ତ ପ୍ରବାସ ଗମନ କାନ୍ତ ପରିବିରସ ପଦ୍ମିନୀ କରି ॥୧॥
ଦିନ କ୍ଷୀଣରୁ ଦି- ନ କ୍ଷୀଣ ହୋଇଲେଶୀତ ଭିନ୍ନ ଆଗମନରେତେଜିଲେ ଉତ୍ତର ଗମନ ଭଜିଲେହଂସ ଗତି ଦକ୍ଷିଣରେ ॥୨॥
ପ୍ରଗଳ୍ଭ ପରାୟେ ହସନ୍ତୀ ହସିଲାପ୍ରତି ପୁର ମାନଙ୍କରେଗବାକ୍ଷ ଭେଦ ମୁଦଇ ସଖୀମାନେରସିଲେ ଲୀଳା ଗୃହରେ ॥୩॥
ଦିନେ ଯେ ନିଶାରେ ଆଶା ବଳାଇଲେନିଶାରେ ଆଶା ଦିନକୁତରଣୀ ତରୁଣୀ ଆଦର ବିଶେଷହୋଇଲେ ସେହି କାଳକୁ ॥୪॥
ସାଗର ଭିତରେ ନାଗର ରତନୟେକାଳ ଚରିତ ଚାହିଁକହିଲା ବିବେକ ରହିଲା ପରାଶଧନ ମୋର ଏବେ କାହିଁ ॥୫॥
ଗଡ଼ ତ ତାହାର କେଡ଼େ ତ ମୋହରଛାଡ଼ ତ ହୋଇଲା ଭାଳେତାଡ଼ ଯାର ହାଡ଼ ତ ମଦନଭାବିବ ଏଥର ବଳେ ॥୬॥
ହାରମଣି ମୋର ହା ରମଣୀ -ବରନ ରଖଇ ନିଦ୍ରାକାଳେସତର ବୟାକୁ ଅନ୍ତର ଏବେ ତାମଧ୍ୟେ ସିନ୍ଧୁ ବିହି ବଳେ ॥୭॥
ପୁଲକ ଅନ୍ତର ଝଲକ ଆନନୀଆଲିଙ୍ଗନେ ଘେନୁଥାଇସରିତ ସାଗର ଚରିତ ଗୋରୀ ତସାର ବୋଲି ପ୍ରଶଂସଇ ॥୮॥
ଗୁଣ ତ ତାହାର କଥନ ନୁହଇପଣତ ଘୋଡ଼ାଇ ମତେପୀରତି ଅଧୀନା ସୁରତି ଦେବାରପାସୋର ଯିବ କେମନ୍ତେ ॥୯॥
ସାର ସାକ୍ଷୀ ଅଙ୍ଗ ସଙ୍ଗେ ମୁନି ସାରତୁଚ୍ଛ କରି ମଣୁଥାଇଅବକାଶ ମୃଗ ଶାବକାକ୍ଷୀ କ୍ରୀଡ଼ାବେଳେ ଦାସେ ନ ମିଳଇ ॥୧୦॥
ଲୋଭିତ ସେକାଳ ଶୋଭିତ ଦେଖିବାପାଇଁ ହୋଉ ଥାଇ ଆଖିକପଟେ ହସନ୍ତି ଯୋଗାଇ ଆପଟେଯତନରେ ଥାଇ ରଖି ॥୧୧॥
ଅବଳା ମଣିକି ମୁଁ ବଳାଉ ଥାଇଁବଳା ରହିତ ଶୃଙ୍ଗାରେଜଳଇ ହସନ୍ତୀ କଳଇ ମୁକତିମିଳି କି ଗଲା ହାତରେ ॥୧୨॥
କୃପା ନିଧାନୀ ନେ- ତ୍ର ପାନରେ ବୁଡ଼ିସେ ରୀତି ଛାଡ଼ିଲା ଖରେକହିଲେ ଏତେ ତ ହେଲା ଏହି ରୀତିକହିବୁନି ଆଉ ଥରେ ॥୧୩॥
ବୋଇଲେ ବିନୟ ଛଇଳି ସଦୟଛାଡ଼ିଲା ଗୁଣିଲେ ମାରସାଜିବ ଶିଞ୍ଜିତ ରାଜୀତ ଗଞ୍ଜିତସୁଖ ଏଥି ହେବ ତୋର ॥୧୪॥
ତହିଁକି ଶ୍ରୀମୁଖ ଶୁଖାଅ ବୋଇଲାକାହିଁକି ଏପରି କହକିଙ୍କରୀକ ପର ପରି କରି ସିନାୟେ ଜାତି ବଚନେ ଦହ ॥୧୫॥
ପୀରତି ବତ୍ସଳା ସେ ସୁରତି ବାସେସେ ହସନ୍ତୀ ଦେଖି କରିଏ ଭାବ ଚିତ୍ତୋଇ ସେ ଭାବବତୀକିଜୀବନ ପାରିବ ଧରି ॥୧୬॥
ଅମଳ ଯତନ କମଳ ନୟନପାଦ ପାଣି ମୁଖ ଆଦିଜାତି ପଦ୍ମିନୀକି ଅତି ରଖିକରିବ ୟେ ଉତୁବାଦି (?) ॥୧୭॥
ସାନ୍ଦ୍ରରେ ବଳଇ ଚନ୍ଦ୍ରରେ ଲକ୍ଷଣାନ କରଇ ଶ୍ରୀମୁଖକୁହିଂସାକୁ ବହି ସେ ଯୋଷାକୁ ଦହିବଧରି ମଦନ ପକ୍ଷକୁ ॥୧୮॥
ପ୍ରଦୀପ ଆଲୋକ ପ୍ରତିପଦ ଶୂନ୍ୟବସନ ହରଣ କରୁସୁମନ କଳାପ ସୁମନା ପ୍ରହରିବିନାଶଇ ତାହା ଦୂରୁ ॥୧୯॥
ସୁତନୁ ଛଡ଼ା ସୁ- ମନକୁ ସୁତନୁଦହିବାର ଅନୁଚିତବୋଇଲାକୁ ଧନ କହିଲା କାହିଁକିନୋହିବ କଲେ ଏମନ୍ତ ॥୨୦॥
ସେ ମତ୍ତ-କାଶିନୀ- କି ମୁହିଁ କହିଲିୟେମନ୍ତ କହିଲେ ତୁହିମନ୍ଥର ଗମନା ଏଥିରେ ନାଥରେୟେ ଦଶାକୁ ହେବ ନାହିଁ ॥୨୧॥
କେତକୀ ବରନା ୟେତିକି ମୋ ମନବିରସ ସହିଲା ନାହିଁହସିଲା ହୋଇ ସେ ଭାଷିଲା ତହିଁକିଏ ରୂପେକେ ଘନେ ନାହିଁ ॥୨୨॥
ଦାସୀ ଛିଦ୍ର ଘେନା ଆସି ହେଲାଣି କିଶିଖିଲ କାହୁଁ ଏପରିହଉ ତ ଏ କଥା ଆଉ ତ କେ କିଛିନ କହିବ ଭଙ୍ଗୀ କରି ॥୨୩॥
ଏପରି ଆଉ ପ- ରିପୂର୍ଣ୍ଣ ପୀରତିଭାଷା କି ଶୁଣିବି ସତେଜୀବନ ନ ଗଲା ବନଜ-ବଦନାଭାବ ଭାବୁଛି ଜବିତେ ॥୨୪॥
ୟେତେକ କହି ସେ ଲୋତକ ସରିତେଭାଷିଲା ଅଜ୍ଞାନ ହୋଇହରିତ ଅମ୍ବର ଦୁରିତ ନାଶନଭାଷିଲା ଚେତନା ପାଇଁ ॥୨୫॥
ଭଦ୍ରା ପକ୍ଷୀ ଗଜ ଏଣୀ ଖେଦନାଶନ ଚରଣେ ଚିନ୍ତିସାମନ୍ତ ସିଂହାର ଏମନ୍ତ ଭାବଇତ୍ରାହି କର ରାଧା ପତି ॥୨୬॥
ଛାନ୍ଦ-୨୬
[ରାଗ- ରସ କୋଇଲା]ହୋଇଲା ଶିଶିର ଋତୁ ଉଦୟକନ୍ୟା ଯୁବାସନ୍ଧି କାଳ ପରାୟବାସକୁ ଆଦର ସୁତନୁପୁଷ୍ପ ଉନ୍ମୁଖ ହେବା ଆଗମନୁ ସେଭ୍ରମର ଆଶା ବିଶେଷ ଯେଅଳ୍ପ ଦିନେ ମୋର କଷ୍ଟଯିବ ଜନ୍ମେବସନ୍ତ ହେଲେ ପ୍ରବେଶ ଯେ ॥୧॥
ବିଦେଶୁଁ କାନ୍ତ ଆସିବା ନିକଟକଷ୍ଟ ଜାଣି ରାମା ଯଥା ଉଚ୍ଚାଟକଷ୍ଟେ କଷ୍ଟପ୍ରାଣ କରଇ ରକ୍ଷାବକକୁଳ କଲେ ତୋମନ୍ତ ଦୀକ୍ଷା ଯେବୀର କେଶେ କର ଭରି ଯେଅତନୁ କାମୀକି ତର୍ଜ୍ଜଇ ନିକଟେଦିଗ ବିଜୟେ ମୋହରି ଯେ ॥୨॥
ପ୍ରୀତିରୁ ରତି ହୁଅଇ ଜନନପୁଣି ସେ ପ୍ରୀତିକି କରେ ଆଚ୍ଛନ୍ନପ୍ରୀତି ଅଧିକ ତା ହେଲେ ପ୍ରକାଶକ୍ରମେ ରତିଭାବ ହୋଏ ନିରସ ସେସୂର୍ଯ୍ୟ କୁଜ୍ଝଟୀ ଯେପରିମିତ୍ର ଗୋତ୍ର ଗ୍ରାସେ ଦେଖି କୁଚ ଓଷ୍ଠଥିବାରୁ ଶଙ୍କିଲେ ନାରୀ ଯେ ॥୩॥
ମାଘମାସ ହେଲା ବାଘପରାୟେଏଣୀ ନେତ୍ରୀ ଦେଖି ଚକିତ ହୋଏକାନ୍ତ ଗୁଣ-ଗଣ ଗଣିମା ପାଇଁଶେଷ ଆନ୍ଦକୁ ଧ୍ୟାନେ ଭାବଇ ସେବିଳାପଇ ଚନ୍ଦ୍ର ମୁହୀଁ ଯେଆହା ପୀରତି ସମ୍ପତ୍ତ ପସରାଗ୍ରାହକ ରହିଲେ କାହିଁ ॥୪॥
ମୁଁ ହିଁ ପଢାଇବି ଶୁଣିମାପାଇଁଶୁକ ପିକ ବାଳକଙ୍କୁ ଅଣାଇୟେକାଳେ ପାଳନ୍ତି କି ସ୍ନେହ ମନେହୃଦମଣି ମୁଁ ବୋଲଇ ଆଚ୍ଛନ୍ନେ ସେସେ ଲାଳସା ଲୋକେ ଦିଅ ଯେତହିଁକି ବୋଲନ୍ତି କାହା ସ୍ନେହ ଏଥିହୋଇଛିତ ଅବା ଉଦୟ ସେ ॥୫॥
ୟେହା ଶୁଣି ହେଲି ସଦ୍ରବାମନାବୋଇଲି ବନ୍ଧୁ ମୁଁ କିଙ୍କର ସିନାନୋହିଛି କେବେ ଅବଜ୍ଞା ପରାଧୀନାସତେ ୟେ ଭାବନା ସଦା ଥିବନା ସେତହିଁକି ବୋଇଲି ଧନ ଯେଜୀବ ଗଲେ ଯିବ ବନ୍ଧୁ ଏ କାମନାକଳ୍ପିଲା କି ରୂପେ ମନ ଯେ ॥୬॥
ଦିନ ଦିନକରେ ଯେତେ ଚରିତକେବଳ ସେ ପ୍ରେମ ସୁଧା ସରିତପୀତବାସ ପିନ୍ଧିଥିଲି ଯୁଗତେହରିତ ବସନା ଡ଼ାକିଲେ ମତେ ସେତର୍କିଲ ଭାଷା ଭଙ୍ଗିରୁ ଯେଲାଜ ବ୍ୟାଜେ ଚାହୁଁ ଉରକୁ ବୋଇଲେମାନ ରୀତିକି ହେତୁରୁ ଯେ ॥୭॥
ପୁଣି ହିଁ ପରାଣ ଈଶକୁଚ ଶମ୍ବୁଶିରେ ମୁଖ ସାରସଦେଇ ମନାଇଁ କି ମାଗୁଛୁ ବରନିଜ ଶତ୍ରୁ ସାଧୁ ନୁହାନ୍ତି ହର ସେହେବେ ପରା ମରଷଣ ଗୋଅର୍ଦ୍ଧଚନ୍ଦ୍ରବାଣେ ବିଶେଷ ଶଶାଙ୍କବହିବେ ନିଦାନ ଜାଣ ଗୋ ॥୮॥
ଲଜ୍ଜାବଳେ ନାଚୁ ନାସା ବସଣିମାରୀତି ବୁଦ୍ଧି ବିକାରମଣିକୋଳକରି ଜାନୁ ପରେ ବସାଇବୋଇଲେ ଜୀବେଶ ମନ ରସଇ ସେଅପରାଧୀ ଦାସ ସିନାରେପ୍ରଭୁ କ୍ଷମାନିଧି ଗୁଣ ବହି କିମ୍ପାଶ୍ରୀମୁଖ ଟେକି ଚାହୁଁନା ରେ ॥୯॥
ପ୍ରିୟ ପ୍ରିୟ ଭାଷାମନରେ ଭାଳିପ୍ରେମଜଳ ଲଜ୍ଜା ବନ୍ଧୁକୁ ବଳିଦମ୍ଭାରମ୍ଭାତୀର ଗଲା ଉଛୁଳିକୋରିଲା ପାଦି ରୋମାଳି ସେୟେତେକେ ମୋ ମନ ଜାଣି ଯେମୁକତି ସମ୍ପତ୍ତ ମିଳିଗଲା ପରିଆନନ୍ଦ ନ ପାରି ଗଣି ଯେ ॥୧୦॥
‘ନା’ ‘ନା’ କରୁଁ କରୁଁ ହୋଇ ଉତ୍ସୁକଆରମ୍ଭିଲେ ନାନା ବନ୍ଦେ କୁତୁକଅତି ଶାନ୍ତ ପାଇ ଲଜ୍ଜା ଆୟତ୍ତେଇସି ନ ଭାସି ମୁଁ ନାସା ତୋଳନ୍ତେ ସେୟେତେକେ ଜାଣି ମୋ କ୍ଳେଶ ଯେଦୟାନିଧି ଗୁଣ ମଣି ବନ୍ଧ ଛନ୍ଦକ୍ରୀଡ଼ାରେ କରେ କି କ୍ଳେଶ ଯେ ॥୧୧॥
ସ୍ମର ମଦ ବିଘୂର୍ଣ୍ଣିତ ନୟନସ୍ଫୀତ ମିଶାରଙ୍ଗ ଦନ୍ତ ବସନପ୍ରେମ ସନ୍ଦର୍ଭ ଚାଟୁବାଣୀକହିବାବେଳେ ଶ୍ରୀ ମୁଖର ଆଣି ସେଆଣିମ କି କୃଷ୍ଣ ପଦ୍ମ ଯେଅନାଇଁ ଦେଲେ ମୁଁ ନ ରଖଇ ବଳେମାନସରେ ମାନ ଛଦ୍ମ ଯେ ॥୧୨॥
ଋତୁରାଜ ଉଦ୍ଦୀପନକୁ ଚାହିଁବୋଲନ୍ତି ବନ୍ଧୁରେ ଏ ପରା ତୁହିଦର୍ପକ ଦର୍ପ ବରଧନକାରୀକୋକିଳେ କଳବର୍ଦ୍ଧନ ମାଧୁରୀ ସେରସାଳ ସହଜେ ଧନ ଯେପ୍ରେମରେ ପଲ୍ଲବି କି ଶୋଭା ଦିଶଇସୁରଙ୍ଗ ଦନ୍ତ ବସନ ଯେ ॥୧୩॥
ଶ୍ରୀ ମୁଖ ପଙ୍କଜ ହୋଏ ବିକାଶନେତ୍ର ନୀଳୋତ୍ପଳ ଅତି ଉଲ୍ଲାସହାସ ଶଶଧର କର ଗଞ୍ଜଇଗଣ୍ଡ ମଧୁକ ପ୍ରସନ୍ନ ହୁଅଇ ସେକର୍ଣ୍ଣ ପଲାଶ ପ୍ରସୂନ ଯେକେତକୀ ବରନ ସ୍ତବକ ସୁସ୍ତନନଖ ନିଆଳି ଯତନ ଯେ ॥୧୪॥
ତୋ ଅଙ୍ଗ ଦେଶରେ ବସନ୍ତ ବାସଚହଟୁଛି ପୁଣି ତନୁ ସୁବାସଫୁଲବତୀ ରତି ଦେଖି ଭ୍ରମରଆଶ କରିଅଛି ନାଗରବର ସେରସଦାନୀ ପଣ ତୋର ଯେକରୁଣାମାଳତୀ ହୃଦରେ ଫୁଟିଲେସଂସାର ହୋଇବ ସାର –ଯେ ॥୧୫॥
ଦିନେ ବୋଇଲେ ଯେ ରଣନ୍ତେ ରସିସାକ୍ଷାତେ ଗ୍ରୀଷମ ଋତୁ ଜୀବେଶୀସୁନାରୀ ପତ୍ରାଳି ହୋଇଛି ଚ୍ୟୂତରସବିନା ଗଣ୍ଡ ଯତ୍ନ ଖଣ୍ଡିତ ସେମଲ୍ଲୀ ବିକାଶ ଆନନେ ଯେମିତ୍ର ଖର କର ଦର୍ପ ଲଭି ତନୁଇଚ୍ଛେ ଶୀତଳ ପବନ ଯେ ॥୧୬॥
ଦିନେ ଦିନେ ରତି ଆଶରେ ଧନଭଙ୍ଗି ଇଙ୍ଗିତ ବିନୟ ବଚନପ୍ରେମ ସନ୍ଦର୍ଭରସ ପୂରି ଥାଇକି ଆଶେ କହନ୍ତି ଗେଲାଇ ହୋଇ ସେନିଅନ୍ତି ମନ ମୂଲାଇ ଯେବର ରସମୁହୀଁ କି ମୁ ହିଁ ବରଷା -କାଳ ପରାୟେ ମଣଇ ଯେ ॥୧୭॥
ଜ୍ୟେଷ୍ଠ ତାପେ ତାପି ହେଲା ଚାତକପରାୟେ ମୁଁ ଘନରସ ଯାଚକମିଥୁନ ବାଞ୍ଛା ହେବା ନିରବଧିମନ୍ଦାର ଓଷ୍ଠ ଚଳନ ଅବଧି ସେସୂଚକ ଜଣାଉ ଅଛି ସେପୟୋଧର ଦେଖି ଦ୍ୱିଗୁଣ ମାନସଉଲ୍ଲାସ ଆଶ ବଢୁଛି ରେ ॥୧୮॥
କଳାପିକ ମୂକ ଭାବକୁ ଭଜୁକିଙ୍କିଣୀ ଭେକର ମକଶବଜୁପ୍ରିୟକର ସୁମନରେ ପ୍ରସନ୍ନପଦବୀ ମୁଁ ନାରୀ ଲଭୁଁ ବହନ ସେଚଂଚଳା ଲୀଳା ପ୍ରକଟୁ ଯେଆଶାବନ୍ତ ଦାସ ମନୁ ଦର୍ପକରସନ୍ତାପ ବହନ ତୁଟୁ ରେ ॥୧୯॥
ସେ ଭାଷା ଘେନିଲା ନାହିଁ ସେ ଦିନେନାଥ ସେହି କଥା ଘେନିକି ମନେକିଙ୍କରୀ କି କରି ଗଲେ ଅନ୍ତରଆନ ଦୋଷ କିଛି ନାହିଁ ତମୋର ସେଆହା ପ୍ରୀତି ଗୁଣ ଗ୍ରାହୀ ଯେସେବା ଦାସୀ ଦୋଷୀ ବୋଲିଯିବା ବେଳେମନେ କି ପଡ଼ିଲା ନାହିଁ ଯେ ॥୨୦॥
ହୃଦେ ହାତ ମାରି ଥିଲେ ତ କହିଜୀବିତେ ଅନ୍ତର କରିବି ନାହିଁକେତେ ପରି ସ୍ନେହ କରି ତ ଥିଲଗଲାବେଳେ ପଦେ କହି ନ ଗଲ ସେଅଯୋଗ୍ୟ ହେଲେ ପ୍ରୀତି କି ହେକିଙ୍କରୀ କରି କ- ତିରେ ନ ରଖାଇକହି ଭଜିଲେ କ୍ଷିତିକି ଯେ ॥୨୧॥
ୟେହା ଦେଖି ସଖୀ ଧଇଲେ କୋଳେଦୁଃଖରେ କେ କେତେ ପରି ବୋଇଲେପୁଣି କପାଳେ ଏ ଅକାଳ ଯଶାଲେଖାଇ ଆଣିଥିଲା ରସାଳସା ସେଦଇବ କି କି ନ କଲା ଯେୟେ ପୁଣି ଏ ଦଶା ଯୋଗ୍ୟ ହେବ ବୋଲିୟେ କାହା ମନରେ ଥିଲା ଗୋ ॥୨୨॥
ୟେ ପରି ସଖୀଏ କରି ବିଚାରନାନା ଉପଚାର କଲେ ପ୍ରଚାରଶ୍ରୀ ଲକ୍ଷ୍ମୀ ନୃସିଂହ ଦୁର୍ଗା ମାଧବଯୁବତୀ ମଣି ଚିତ୍ତେ ତାପ ଯିବଭାବନା ଏପରି ନିଜେ ଯେବୋଲେ ଅଭିମନ୍ୟୁ ସାମନ୍ତ ସିଂହାରଗତି କର ରାଧାପତି ହେ ॥୨୩॥