ଛାନ୍ଦ-୧୦ — ପ୍ରେମକଳା — ଅଭିମନ୍ୟୁ ସାମନ୍ତସିଂହାର · ସ୍ୱର୍ଣ୍ଣଲିପିନେତ୍ର ମୁଦି କେତେ ଅବା କରେ ଅଙ୍ଗ-ବୋଳ
ମହୀରେ ,
ଦୀପୁନିକୁ (?) ଗୋ ମଙ୍ଗଳା କିସ ଗୋ ପୁଣି ହେଲା
ବିହି ଭଲା ସରଜିଲା ସେ ॥୧୦॥
ଦ୍ୱାଦଶଲିଙ୍ଗନ ଦଶଚୁମ୍ବ କରି ଦତ୍ତଚତୁର୍ବିଂଶ ମୁଷ୍ଟି ଅଷ୍ଟାଦଶ ନଖ କ୍ଷତସେ କଲା ରସିକ,ବାହ୍ୟ ଚତୁଷଷ୍ଟ ଅଙ୍କ ଚାରି ଆଘ୍ରାଣ ଅଧିକତୋଳି କୁମ୍ଭକ ପୂରକ ସେ ॥୧୧॥
କଲା ଚନ୍ଦ୍ରକୁ ଚାଳନ ହେଲା ଅଜ୍ଞାନ ଦାୟକପୁଣି କଲା ଶାନ୍ତି ଯାକ ॥୧୨॥
କର୍ଣ୍ଣ ମୂଳୁ ନାଭିଯାଏ ନଖ ଫେରାଇଲା,କର୍ଣ୍ଣେ କର ଫୁଙ୍କି ଦେଲାସେ ରସିକ ବର,ନାଭି ମର୍ଦ୍ଦିଲା ସତ୍ୱର ହୃଦେ ସ୍ଥାପିଲା ଶ୍ରୀକରସ୍ତନେ ଦେଲା ନଖଗାର ସେ ॥୧୩॥
କୁଚେ ଜିହ୍ୱା ଫେରାଇ ଜନ୍ଦ୍ରକୁଥୟ କଲାଇସି ବୋଲି ଚମକି କାନ୍ତକୁ କୋଳ କଲାସେ ଚତୁରୀବର,କାମ ମାଦକେ ଆତୁର ହେତୁ ନ କଲା ଗୋଚରଅଙ୍ଗେ ଘେନିଲା ସେ ବିକାର ସେ ॥୧୪॥
ଲଜ୍ଜାବଳ ଥୟ ଥିଲା ଜୃମ୍ଭାରସେ ବନ୍ଧେକାଳ ଆଣି ହାଦେ ଦେଲା କାମ ପଦେ ଅନ୍ଧେସେ ସ୍ରୋତ ବହିଲା,ହୃଦ ହୃଦ ବୁଡ଼ାଇଲା ଜ୍ଞାନ କମଳ ବୁଡ଼ିଲାଧୈର୍ଯ୍ୟ ଭେଳା ଭାଙ୍ଗିଗଲା ସେ ॥୧୫॥
କି କରୁଛି କି ହେଉଛି ନ ଜାଣି ସିହାଣିଲଲାଟରେ ଭାଲ ଖୋସି ନଚାଇ ବସିଣସେ କି ମୃଦୁ ଭଣି,ଇସି ଇସି ଉହୁଁ ବାଣୀ ଛାଡ଼ି ଏ କିସ ଗୋ ପୁଣିଥାଉ ଉଠ ଯାଅ ପୁଣି ସେ ॥୧୬॥
ମଲି ମଲି ବୋଲଇ ହେଲାଣି ଆଉ ନୋହୁଭଙ୍ଗି କରେ କେରଙ୍ଗ କହୁଁ କହୁଁସେ ଚୁମ୍ବନ ଦାନ,ଦୁଇ ଆଡ଼ରୁ ବର୍ଦ୍ଧନ ଏକେ ଆରକେ ଦ୍ୱିଗୁଣସାହୁ ଖାତକ ବିଧାନ ସେ ॥୧୭॥
ମାଳା ପରି ବଡ଼ ବନ୍ଧେ ରଜରତି (?) ଯାନ୍ତାହସ୍ତନ୍ୟସ୍ତେ ଅସ୍ତବ୍ୟସ୍ତେ ଭାବକୁ ଭାବନ୍ତାସେ କରି ହୁଂକୃତି,କଲେ ନଖ ଦାନ୍ତ ଘାତ ଉରେ ଉରକୁ ଠେସିତକି ବନ୍ଧରେ ଆଲଙ୍ଗିତ ସେ ॥୧୮॥
ତୁଲ କୋଟି ବୀରତୁର ରେ ରେ ବାରପରାୟେ ଝୁଂ ଟିଆ ଝଙ୍କାର ବାରକୁ ବାର,ଚୁମ୍ବନ ଜାଣି ଝଙ୍କାର ନାସା ବଡ଼ ଖରତରଭଙ୍ଗା ଭଙ୍ଗି ନେତ୍ର ସର ସର ସେ ॥୧୯॥
ସୁର ଉରଗାଦି କରି ପତଙ୍ଗାଦି ବନ୍ଧଚତୁଷଷ୍ଠି ପୂର୍ଣ୍ଣ ପ୍ରତେକ୍ୟ ନିର୍ବନ୍ଧସେ ଦଂରତୀ(?) ମନେ,ମଣିତୁଚ୍ଛ ନୃପାସନେ ବିଧୁ କି ଦେଲେ ଘନେଶୀତଳାଙ୍ଗ ଅନୁମାନେ ସେ ॥୨୦॥
କାନ୍ତା କାନ୍ତ ମୁଖ ଦର୍ଶନ ଲାଳସେଚାହାଁହେ ଚାନ୍ଦି ଦର୍ପଣେ ସେ ନେତ୍ର ଥାଇ ମିଶେସେ ଦର୍ପଣେ ବାଳା,ପ୍ରତିବିମ୍ବ ଦୃଶ୍ୟ ହେଲା ବିପରୀତ ଭ୍ରମ କଲାବୋଲେ କି କର୍ମ ତ ହେଲା ସେ ॥୨୧॥
ଚଂଚଳ ଚଂଚଳ ଝଟକରେ ଚମକିଲାଉଲଟାଇ ପୁରଷାଇତା ପ୍ରତ୍ୟେକ୍ଷ କଲାସେ ରୀତି ବାରି,କିଣି ରଟିଲା କିଙ୍କିଣି ଆନ୍ଦୋଳିତ ଝୁମ୍ପାମଣିନୃତ୍ୟ କଲା ନାସାମଣି ସେ ॥୨୨॥
ସେ ରାତୀ ଛାଡ଼ି ଲୋଡ଼ନ୍ତେ ଗୁଣି ମଣି ମଣିଅଛିଟି ଭଳି ମନକୁ ବୋଲି ବୀରମଣିସେ ଭଳି ମନକୁ,ଲାଜେ ଚାହିଁଲା ଉରକୁ ଧୀରେ ରହିଲା ସ୍ନେହକୁମୁଦି ନେତ୍ର କମଳକୁ ସେ ॥୨୩॥
ଗେହ୍ଳାଇ ହୋଇଣ ସେ ହଲାଇ ମୁଖ ଶଶୀଫୁଲାଇ ନାସା ଫୁଲେଇ ଫୁଳ ଗଭାଶଶୀସେ କି ରଙ୍ଗ କାଳ,ଖେଳାଇଲା ମୀନ ତେଲ ବ୍ୟାଜେ ଆଳସି ହୋଇଲାଉରେ ଉରଜ ଠେସିଲା ସେ ॥୨୪॥
ପ୍ରିୟ ପ୍ରିୟ ତୋଷ ବନ୍ଦ ଚରଣଏକ ପାଦ ସମପାଦ କାମୁକ ନିପୁଣ,ସେ କଲା ନାଗର,ପୁଣି ସୁରତି ସୁନ୍ଦର ନାଗ ଚକ୍ରାଙ୍କୁଶେ ଜୁରଉରୁପିତ ପଦ ଉରସେ ॥୨୫॥
ବିଶେଷତ ବନ୍ଧ ଛଳେ ଭାବ ପ୍ରସରିଲାରସ ଚକ୍ର ଲଭି ପ୍ରମ ସିନ୍ଧୁ ଉଛୁଳିଲାସେ ରସ ଉଜ୍ଜ୍ୱଳ,କାମ ତନାକୁ ନିର୍ମଳ କେଳି ବଶରେ ଉଲ୍ଲାଳନାଶ କଲା ତାପ କୁଳ ସେ ॥୨୬॥
ରସିକବର କୃଷକ ବାଳା ଗାତ୍ର କ୍ଷେତନଖ ଲଙ୍ଗଳରେ ଚଷି ବୁଣିଲା ତ୍ୱରିତସେ ରସ ବିହନ,ସିଂଚି ସ୍ନେହଜଳ ଅଙ୍କୁରିଲା ମାନବୁଦ୍ଧି ଲାଳା ଶାଖାମାନ ସେ ॥୨୭॥
ବିଲ କୁସୁମ ମୃତଫଳକାନ୍ତାକାନ୍ତି ଲଭି ହେଲେ ଆନନ୍ଦେ ବିହ୍ୱଳସେ ବିରହାନଳ,ଶାନ୍ତି ଯୋଗ କଲେ କୁଣ୍ଡି ମାର ଗାର ଠୂଳଘୃତ ବତ ଘର୍ମ (?) କୁଳ ସେ ॥୨୮॥
ଦୁଃଖ ପଶୁ ଛେଦି ପ୍ରେମ ସୋମ ପାନ କଲେଦ୍ୱିଜ ହୋଇଣ ସେ ମୋତି ପନ୍ତି ଦାନ ଦେଲେସେ ଯଥା ବିଧାନ,ଶ୍ରୁ ବ ଶ୍ରୁ ଚ ନାଭି ହୋମ ଇସି ମନ୍ତ୍ର ଅନୁଷ୍ଠାନବଟାବଟି ପାଟ ମାନ ସେ ॥୨୯॥
ବଚନରେ କହି ନୋହେ ସେ କାଳ ସଂପତ୍ତିସାକ୍ଷିମାତ୍ରେ କାମ ଜାଣେ ଅନୁଭବି ମତିସେ ମଦନରୀତି,ଏସମୟେ ପାଇ ଲାଜ ଛାଡ଼ି କୋଦଣ୍ଡ ନାରାଜପଳାଇଲା ରଖି ॥୩୦॥
ଭାବ ଅନ୍ତେ ଜାନୁ ଛନ୍ଦି ରମଣୀ ମୁକୁଟଝଟପରି ଉଠି ପିନ୍ଧି ପୟକାନ୍ତିସେ ସତ୍ତରେ ଦୂତୀ,ବେଢି ଦେଇ ପିନ୍ଧି ଶାଢୀ ଧରି ଅଧରରେ କାମୋଡ଼ିଗ୍ରୀବା ତୀର୍ଯ୍ୟକ୍ କରି ମୋତି ସେ ॥୩୧॥
ଗାଢ଼ ବିବନ୍ଧ ଦେଖୁ ଅଛି ବୀରକେତେ ତେବେ ପାଇଁ ଏତେ ଦୁଃଖ ରାମାଦରସେ ଶୁଣି ,ବାଙ୍କେ (?) ଚାପି ଅଧର ଯେ କଲା କୁଟିଳଚାହାଣି ହରି ନେଲେ ॥୩୨॥
ଲାଜ ବ୍ୟାଜ ବାସ ସଙ୍ଗେ ଯାଇଥିଲାଶିରୀ ଅଙ୍ଗେ ଶାଢ଼ୀ ପାଇ ପ୍ରଭା ପ୍ରକାଶିଲାସେ କାମ ମୂରତି,ହେଲା ସେ କାଳ ସୁରଭୀ ଖରକର ଦର୍ପ ଲୋଭୀକଳା ଅଙ୍ଗୀର ହେ ନାଭି ସାଥି ॥୩୩॥
ଚୂତ ପତ୍ରାଳି ଶୀତଳ ବାତକଚ୍ଛେ ଚିତ୍ତଇସି ଇସି ଭାଷି ଅଳସଇ ଚାରୁ ଗାତ୍ରସେ ଦେଖିଲେ ପର,କୋଳେ ଧରିଲା ସତ୍ୱର ଚୁମ୍ବେ କଳ କରି ମଲିବନ୍ଧୁ ମଲି ମଲି ଗିର ସେ ॥୩୪॥
ପୁଣି ପତ୍ରାଳି କୁସୁମେ ତହିଁ ବେଶ କରିବସନ୍ତ ରତୁ ସଦୃଶ ହୋଇଲା ସୁନ୍ଦରୀସେ ବୋଲେ ରସିକ,ମୁଁ ତୋର କିଶାନ ଲୋକ ତୁ ମୋ କପାଳ ତିଳକଭାଷା ହସି ପଦେ କହ ॥୩୫॥
ନିର୍ଲ୍ଲଜ ମଦନ ଯେ ଶରଧାର ଯା (?) ପରିପାଖ ପାଖ ହେଲା ଯାଇଥିଲା ହାରିସେ ଚାରୁ ଚାତୁରୀ,କହ ଉପାୟ ବିଚାରୀ କି କରିବି ଚମ୍ପାଗୋରୀମାଗୁଛି ସେ ତାହା ନାରୀ ସେ ॥୩୬॥
କହି ଏହି ରୂପେ ପୁଣି ନିଧୂବନେ ମଗ୍ନଅନୁଭବ ବିନା ବାଳା ପାଇ ଭୀତ ଲଗ୍ନସେ ଅନ୍ତେ ବେନି,ନିଦ୍ରା ଗଲେ ଶ୍ରମ ଘେନି ଆଲିଙ୍ଗନେ ଘେନି ଘେନିଦାସ ପରଶୁ (?) ମାନି ସେ ॥୩୭॥
ନିଶି ଶେଷ ହୋଇ ସଖୀ ଭୟ ଚିତ୍ତ ଘେନିଗବାକ୍ଷେ ଚାହିଁ ଦେଖନ୍ତି ଶୋଇଛନ୍ତି ବେନିସେ ସୁଷମା ରଖି,ଉପମେୟକୁ ନ ଆସି ଯଥା ବିଦ୍ୟୁ ଘନ ମିଶୀଚନ୍ଦ୍ରାର୍ଦ୍ଧ କି ତମ ଗ୍ରାସି ସେ ॥୩୮॥
ଚନ୍ଦ୍ରକରେ ଅଧେ ଅଧେ ଛଡ଼ାଇ ମିଶିଛି?କି ହେମ ଦର୍ପଣେ ଅଧେ ନୀଳ ନିର୍ମାଣିଛିସେ କି ମନୋହର,ପୀତ ଧଡ଼ି ନୀଳାମ୍ବର କଷଟିରେ ହେମଗାରବିଳଗତ ଚକ୍ରଧର ସେ ॥୩୯॥
କାମ କରି ତୁ କି ବସନ୍ତ ପୋଷିଛିକରୁବକ ନୀଳୋତ୍ପଳ ମାଳ କି ଗୁନ୍ଥିଛିଯେ ଭଲା ସୁନ୍ଦର,ନେତ୍ର ମନ ବଶକର କି ବର୍ଣ୍ଣିବ କି ବିମ୍ବର (?)ଲକ୍ଷ ସୃଷ୍ଟିରୁ ବାହାର ସେ ॥୪୦॥
ସଖୀ ବାଣୀ ଶୁଣ ଯୁବା ଯୁବତୀ ଉଠିଲେନାୟିକାକୁ କୋଳ କରି ନାୟକ ଭାଷିଲେସେ କମଳ ମୁହିଁ,ମୋତେ ଛାଡ଼ିବାକୁ କାହିଁ ମୋର ନେତ୍ର ଅଟୁ ତୁହିଁତୋର ବିନା ଗତି ନାହିଁ ସେ ॥୪୧॥
ହାର ଶୀତଳ ତାମ୍ବୁଳ ତିକ୍ତ ହେବା ଜାଣିନିଶି ଶୋଷ ବୋଲି ଭାବେ ଚତୁରୀ ସିହାଣୀସେ ଚାହଁଇ ଗୋରୀ,ଗଣ ବଣର ଏଣୀ ପରି ଉଦବେଗ ଚିତ୍ତ କରିକାନ୍ତ ପଦେ କରି ମାରି ସେ ॥୪୨॥
ଅନୁରାଗ ବନ୍ଧନ ହୋଇଛି ବେନି ମନପ୍ରାତଜାତ ହୋଇଲାଟି ହେଲା ସେ ବନ୍ଧନହେ ସୁଜନେ,ଯେତେ ରୀତି ନୀତିମାନ ହୁଅ ସେଠାରେ ପ୍ରସନ୍ନଶେଷ ସମ୍ଭୋଗ ବିଧାନ ସେ ॥୪୩॥
ଜୟ ଜୟ ରାଧା କୃଷ୍ଣ ଗୋକୁଳ ବିହାରୀନିତ୍ୟ ମଣିମୟ ପୁର କଉତୁକକାରୀସେ ରସ ଶେଖର,ପଦେ ନେଇ ଦାସ କର ଗତି ଆନ ନାହିଁ ମୋରବୋଲି ସାମନ୍ତ ସିଂହାର ସେ ॥୪୪॥
ଛାନ୍ଦ-୧୧
ପାହିଲା ରଜନୀ ଉଦେ ଅରୁଣବହିଲା ଶୀତଳ ଜଗତ ପ୍ରାଣ ।କହିଲେ ତ କାକ ରବରୁ ଲେଖହେଲେ ନିରେଖ ।ଅସ୍ତ ଦଶାକୁ ଗଲେ ଚନ୍ଦ୍ରମାଜାଣି ବିରସ କୁମୁଦର ସୀମା ॥୧॥
ନିଶି ବିଟପୀ ହଟହଟା ଚାହିଁପ୍ରାଣ ସୁନ୍ଦରୀ ହସି ଦେଲା ତହିଁ ।ଜୀବ ଜୀବ ଜୀବନେ କ୍ଳେଶ ବହିଭାଳିଲେ ଆଜତକ ଦିଶେ ତ୍ରାହି ।ରାମଚନ୍ଦ୍ର ଯଶ ବିରସରେକଉଶିକ ମଜ୍ଜି ଗଲେ ଦୁଃଖରେ ॥୨॥
ଭାଳୁ ବିଦେଶ ଆଗମନ ଘେନିପ୍ରମୋଦ ହୁଏତ ପଦ୍ମିନୀ ଧନୀ ।ଅତି ଝଙ୍କାର ହୁଳହୁଳି ଘେନିଦ୍ୱିଜ କଳି କଲେ ଭାଙ୍ଗି ସେ ଧ୍ୱନି ।ତ୍ରିଦଶାଳୟେ ଶୁଭଇ ଦରକୋପ ଶାପ ମୁକ୍ତ ହେଲେ ନିକର ॥୩॥
ବିଟ ବିଟପୀ ଦୋ ସାଧୁ ତସ୍କରବଂଚ ଆଦି ପ୍ରଭାତୁ ବର ।କର କୁଂଠାର କରିଣ ପ୍ରହାରଛେଦି ପକାଇଲେ ବହନ ଶର ।ଏହା ଦେଖି ପାଟଳି ସୁମନବିଟପୀ ତେଜିଣ ମହୀ ପତନ ॥୪॥
ଏ କାଳ ଦେଖି କେ ହୋଇ ଉଚ୍ଛନ୍ନଜାର ପାଖରୁ କରଇ ଗମନ ।କରି ମୁଖ ଭାବି ମୃଗ ଯେସନତେସନ ଦିଶଇ ବେନି ନୟନ ।ରାତ୍ରି ଯିବାର ଛାତି କମ୍ପଇଦନ୍ତି ଗତ ସ୍ଥିତ ନୁହେଁ ରହଇ ॥୫॥
ଦେଖିଲା କେଉଁ ସୁରତି ପଣ୍ଡିତବୋଲେ ଆନ ଭଲ ଦିଶେ ଶୋଭିତ ।କିଏ ଶତ୍ରୁ ଜୟ ରକତ ଚିତାଭାଲେ ଦେଖାଇଲା ପଦ ଅଳତା ।ଯାଅ ଯା’ ମଠ କରନାନ କହ କହ ହେ ଏ ଛଳି ସିନା ॥୬॥
ସିନ୍ଦୂର କଜ୍ଜ୍ୱଳ ଅଙ୍କେ ଅଙ୍କିତପ୍ରୀତି ପାଲଟିକି କୁସୁମ ଖ୍ୟାତି ।ନଖ ଦନ୍ତ ଘାତ କେ କଲା ଦତ୍ତରଖାଇଲା ପରି ହେଲା ପ୍ରତୀତ ।ଯାଅ ଯା’ ଶଠ ମଠ କରନାନ କହ କହ ହେ ଏ ଛଳି ସିନା ॥୭॥
କେହି ଛାଡ଼ିବାକୁ ବଳିଲାକୁମୁଦ ଭୃଙ୍ଗ ବତ କରେ ପ୍ରାତ ।ଉନ୍ମିଦ୍ରରୁ ଘୋଟିଛି କି ଘୃମିତଯାଅ ଯା’ ଶଠ ମଠ କରନାନ କହ କହ ହେ ଛଳି ସିନା ॥୮॥
ମାଦକୀ ପରାଏ ଚାଲଇ ଝୁଲିବଦନାମ୍ଭୁଜ ମଧୁପାନେ ଭୁଲି ।କିବା ଶୋହେ ଚୂଡ଼ି ସିନ୍ଦୂର ଝଳିଭଲା କାମ କର୍ମ ଲେଖିଛି କାଳୀ ।ଯାଅ ଯା’ ଶଠ ମଠ କରନାନ କହ କହ ହେ ଏ ଛଳି ସିନା ॥୯॥
କପଟ ନିଧି ଏ କାହାର ପଟସଂଘଟ କାଳେ କି ହେଲା ପାଲଟ ।ଲଟ ନାଶିଲେ ଜଣାଯିବ ବାଟଛିଛି କଲା ଲଲାଟ ।ଯାଅ ଯା’ ଶଠ ଶଠ କରନାନକହ କହ ହେ ଏ ଛେଳି ସିନା ॥୧୦॥
ଗଣ୍ଡେ କଜ୍ଜ୍ୱଳ ତିଳକ ଦେଖାଇକଳୀ ଚୂନ କେ ଦେଇଛି ପୁଛଇ ।କାଳକ ଏହି ଜୀବିକା ଅଟଇନିର୍ଲ୍ଲଜ ବଦନେ ଲାଜ ନୁହଇ ।ଯାଅ ଯା’ ଶଠ ମଠ କରନାନ କହ କହ ହେ ଛଳି ସିନା ॥୧୧॥
କେଉଁ ବିଟପୀ ଛବି ଚାହିଁ ଚାହିଁକହିଲା ଚାହୁଁଥଲୁ ଚନ୍ଦ୍ରମୁହିଁରଣେ ଥିଲା ପରା ମଣୁଛି ମୁହିଁଜୟ କି ପରାଜୟ ଯାଅ କହି ।କପଟୀ ନୁହ ପରାଣ ସଖିନ କହ ସାକ୍ଷୀ ତ ଏ ତୋର ଆକ୍ଷି ॥୧୨॥
ଶୁଖି ତ ଯାଇଛି ଚନ୍ଦ୍ର ବଦନଆଜି ଦିଶୁ ନାହିଁ କାଲି ଯତନ ।ମଧ୍ୟେ କର କରି ନିବେଶନମଳିନ ଦିଶୁଛି ବେଶି ବସନ ॥୧୩॥
କେଣିକି ପଳାଉ ଅଛୁ ମିତଣିକାହିଁ ଲୁଚାଇଲୁ ଏ ରତି ପୁଣି ।ବତାଇ କହୁ ଆଉ ଶିର ଝୁଣିଛଡ଼ାଇ ଘେନିଲି ଆଜି ତୋ ଆଣି ।କପଟୀ ନୁହ ପରାଣ ସଖିନ କହ ସାକ୍ଷୀ ତ ଏ ତୋର ଆକ୍ଷି ॥୧୪॥
କିମ୍ପା ବଂଚିବ ନିରାଶ ବଶରେଯୁବତୀ କି ନିନ୍ଦା କରେ ରସରେ ।ପିତାମାତା ଏ ଦାରୁଣ ବଶରେନିବେଶିଲେଟି ନେଇ ପର ଘରେ ।ଧିକ ଧିକ ତୁ ଅବିବେକରେ ।ଆଶ ନାଶ କରି ଯଶରେ ॥୧୫॥
ବାସକ ସଜ୍ଜାରେ ହୋଇ ନିରାଶକେଉଁ ଯୁବତୀ ପକାଇ ନିଃଶ୍ୱାସ ।ବୋଲଇ ବଡ଼ ନିଷ୍ଠୁର ପୁରୁଷଜାଣିବି ନିଶ୍ଚୟ ଅଇଲେ ପାଶ ।ଆଶା ନାଶ କରି ଯଶରେ ॥୧୬॥
ଏକାଳେ ଜାଣି ନୃପତି ନନ୍ଦନାକାନ୍ତ କୋଳେ ହେଲା ଚଂଚଳମନା ।ସଖୀ ଛଳାଇବେ କରି ଭାବନାପ୍ରାନ୍ତ ହେଉଛି ବେଦନା ।କି ନ କରଇ ହଟିଆ ବିହିକେ ଜାଣଇ ଏହା କି କଲି ମୁହିଁ ॥୧୭॥
ଯାହା ସଙ୍ଗତେ ଚିହ୍ନା ଚିହ୍ନି ନାହିଁନିର୍ଲ୍ଲଜ ପଣ ଆଚରିଲି ମୁହଁ ।କଥା ହିଁ ଯାହା ସଙ୍ଗେ କାହିଁ ନାହିଁକିଛି ବେଭାର ତ ରହିଲା ନାହିଁକି ନ କରଇ ହଟିଆ ବିହିକେ ଜାଣଇ ଏହା କଲି ମୁହିଁ ॥୧୮॥
ପରେ ଆଣି ପରଚେ କରିପୀରତୀ କରି କଥାଏ ବିଚାରି ।ଲବଣୀ ପରମ ସୁଖଛଡ଼ା ଛଡ଼ି ତହିଁ କଲା କି କରି ।କି ନ କରଇ ହଟିଆ ବିହିକେ ଜାଣଇ ଏହା କି କଲି ମୁହିଁ ॥୧୯॥
ନାୟକର ଶରେ ହୋଇ ଆତୁରଭାବାନୁରାଗେ କରଇ ବିଚାର ।ଭେଦ କାହିଁକି କଲା ବେଦବରକରିଥାନ୍ତା ଯଥା ନଦୀ ସାଗର ।ଧିକ ଦଇବ ଏ ତୋର ସିଦ୍ଧିକାହିଁ ବା ସଂପାଦିଥିଲୁ ଏ ବୁଦ୍ଧି ॥୨୦॥
କର୍ଣ୍ଣାର୍ଜ୍ଜୁନ ପରି ନ ଦେଲୁ ବରଆଲିଙ୍ଗନେ ତୃପ୍ତି ନୋହିଲା ମୋର ।ଇନ୍ଦ୍ରକୁ ଦେଲୁ ନୟନ ଅପାରମତେ ଦେଲୁ ନାହିଁ କି ଥିଲା ତୋର ।ଧିକ ଦଇବ ଏ ତୋର ସିଦ୍ଧିକାହିଁ ବା ସଂପାଦିଥିଲୁ ଏ ବୁଦ୍ଧି ॥୨୧॥
ଏମନ୍ତ ଭାବନ୍ତେ ମନରେ ବସିକୋଳୁ ଉଠି ଉଭା କୁଟିଳକେଶୀ ।କାନ୍ତ ହିଁ ପ୍ରେମ ଅଭିଳାଷୀମନକୁ ଟାଣିଲା ପୀରତୀ ପାଶୀ ।ବେନିଜନ ଉଭା ଅବନୀରେବଳାନ୍ତା ନାହିଁ ପଦ ସେନେହରେ ॥୨୨॥
ନେତ୍ର ଥନ ଥନ କଲା ଯୁବତୀପ୍ରେମେ ଗର ଗର ରସିକ ମତିଏସନ ସଖୀ ଶାରୀକି ପଢ଼ାନ୍ତିସଙ୍ଗୀତେ ରାମା ଆରମ୍ଭିଲା ରତି ।ସେକାଳେ ଶୋଭା ଲାଳସା କରିକାନ୍ତ ଦେଖି ବୋଲେ, ‘ଆହା ମୁଁ ମରି’ ॥୨୩॥
ଫିଟିଛି କବରୀ ତୁଟିଛି ହାରମେଂଟିରୁ ଭ୍ରମ କୋଟି ଚିର ।ଘଟିଛି ଅଳସ ହଟିଛି ମୋରକାଟି ଉଠିଛି ସିତ୍କାର ।ସେ ମଦାଳସୀ ଲାବଣ୍ୟନିଧିକାନ୍ତ ନେତ୍ର ମନ ହେଲା ସେ ବାନ୍ଧି ॥୨୪॥
ବାସ ପଣନ୍ତରେ ପକାଇ ଗଣ୍ଠିକାନ୍ଧେ ଲମ୍ବାଇ ଚାଲଇ ବିମ୍ବୋଷ୍ଠୀ ।ପହଣ୍ଡ ହୁଡ଼ି ବାର ବାର ଝୁଂଟିଭିଡ଼ିଧରି ଗତି କରଇ ଫୁଟି ।ସେ ମଦାଳସୀ ଲାବଣ୍ୟନିଧିକାନ୍ତ ନେତ୍ର ମନ ହେଲା ସେ ବାନ୍ଧି ॥୨୫॥
ତୋଳି ଶ୍ରୀଭୁଜ ଆଳସୀ ହୁଅଇଶ୍ରମେ ‘ଉହୁଁ’ ‘ଇଷି’ ‘ଇଷି’ ଭାଷଇ ।ମାଦକୀ ପରାଏ ଘୃମିତ ହୋଇପହଣ୍ଡକ ଶତ କୋଶ ମଣଇ ।ସେ ମଦାଳସୀ ଲାବଣ୍ୟନିଧି ।କାନ୍ତ ନେତ୍ର ମନ ନେଲା ସେ ବାନ୍ଧି ॥୨୬॥
ଏକାଳେ ସଖୀଏ ଦେଖି ଏ ବେଶପାଶରେ ମିଳି କଲେ ପରିହାସ ।ଆହାମାରି ଦେଲା ଏ କେତେ କେଶ୍ଳହୋଇ ଅଛି ଅସ୍ତବ୍ୟସ୍ତ ବେଶ ।ଆନ ଅଛିଟି ଏ ରୀତି କହଜଣାଗଲା ନିଷ୍କପଟୀ ନୁହେ ॥୨୮॥
କୋଠାରୀ ଦେଖାଇ ଦେଲା ନୀବୀକିଖେସି ଦେଲେ ଖସି ପଡ଼େ କାହିଁକି ।କେ ବୋଲେ ସଖି ଗୋ ଜାଣ ନାହିଁ କିତାକୁ ଅବକାଶ ନାହିଁ ଏଣିକି ।ଆନ ଅଛିଟା ଏ ରୀତି କହଜଣାଗଲା ନିଷ୍କପଟୀ ନୁହ ॥୨୯॥
କେ ବୋଲେ ମହାରତି ଥିଲା ଧୀରଏ ଘେନି ବସନ ମଣୁଛି ଭାର ।ରଜ କୁନ୍ତ ଘାତ ଦେଖୁଛି ତାରଛିଡ଼ି ତ ପଡ଼ିଛି ରତନ ହାର ।ଆନ ଅଛିଟିଏ ରୀତି କହଜଣାଗଲା ନିଷ୍କପଟୀ ନୁହ ॥୩୦॥
କେ ବୋଲେ ସୁମନା ଗଲା ରତିରେପଡ଼ିଥିଲା ପରା ଅଳି ପାଲରେ ।ରସ ତ ଚୁମ୍ବିଲା ପ୍ରୟୋଜନରେବାସ ଜୁର କଲା ଦେଖ ଦୃଷ୍ଟିରେ ।ଆନ ଅଛିଟିଏ ଏ ରୀତି କହଜଣାଗଲା ନିଷ୍କପଟୀ ନୁହ ॥୩୧॥
ବୋଲେ ସଖି ଗୋ ଚନ୍ଦ୍ରାନନେରସିକ ଚାତକ ସୁଧା ଚୁମ୍ବନେ ।କି ରସ ସୁଧା କି ପିଇଲାଚ୍ଛନ୍ନେନୀରସ ଦେଖି ମୁଁ ଭାଳୁଛି ମନେ ।ଆନ ଅଛିଟିଏ ରୀତି କହଜଣାଗଲା ନିଷ୍କପଟୀ ନୁହ ॥୩୨॥
କେ ବୋଲେ ସଖି ସୁକେତକୀ ଦେହାଭ୍ରମର କେହି ଚୁମ୍ବିଲାଟି ଏହା ।ପଦ୍ମନୀ ନାମ ତୁ ବୋଲିଣ ଯାହାକାହା ବାରଣ ସେ ପାଇଲା ତାହା ।ଆନ ଅଛିଟିଏ ରୀତି କହଜଣାଗଲା ନିଷ୍କପଟୀ ନୁହ ॥
କେ ବୋଲେ କୁଚ ଶମ୍ଭୁ ଶଂଖ ଥିଲାନାଗର ପ୍ରତ୍ୟକ୍ଷେ ତାହା ଛେଦିଲା ।ପାଣି ପଦ୍ମ ଦେଇ ଅର୍ଚ୍ଚନ କଲାବିଶେଷ ଚନ୍ଦ୍ର ଚୂଡ଼ କରାଇଲା ।ଆନ ଅଛିଟାଏ ରୀତି କହଜଣାଗଲା ନିଷ୍କପଟୀ ନୁହ ॥୩୪॥
ଇଙ୍ଗିତ ସହି ସେ ଅପାଙ୍ଗ ଶରସଜନୀ ମାନଙ୍କୁ କଲା ପ୍ରହାର ।ବୟସୀ ଛଳିଲା ଏ କାମୁ ସରପାରିଲେ ହରଙ୍କୁ ସନ୍ଧାନ କର ।ଚନ୍ଦ୍ର ଆନନୀ ହସି ବ୍ୟାଜରେକୁଚକୁ ଅନାଇ ଦେଲାକ ଖରେ ॥୩୫॥
ହାର ସଂଚାରରେ ଦେଖି ବୟସୀବୋଇଲା ଶୁଣ ଗୋ କୁଟିଳ କେଶୀ ।ନ କହିଲେ ତୋ କହୁଛି ଆକ୍ଷିମାଳମାଳଟି ତହିଁରେ ସାକ୍ଷୀ ॥୩୬॥
ଗଣ୍ଡରେ ଦେଖାଇ ତାମ୍ବୁଳ ବୋଳତହିଁକି ସଜନୀ କରନ୍ତି ଛଳ ।ଭଲ ଏ ଦିବ୍ୟ ହେବ ଆଳବାଳଅନୁରାଗ ବୀଜ ମେଲୁଛି ଡ଼ାଳ ।ନ କହିଲେ ତୋ କହୁଛି ଆକ୍ଷିମାଳମାଳଟି ତହିଁରେ ସାକ୍ଷୀ ॥୩୭॥
କେ ବୋଲେ ପଣତ ଗଣ୍ଡିକୁ ଚାହିଁକି ଦିବ୍ୟ ଏଥିରେ ପରାଣ ସହି ।ଆମ୍ଭର ସ୍ୱରାଗ କି ଦେବୁ ନାହିଁକେ ବୋଲେ ପ୍ରୀତି ଚେତିବ ବୁଝାଇ ।ନ ଶୁଣି ପୁଣି ଶୁଣି ଗୁଣମଣିନଚାଇ ଦେଲା ନାସା ବସଣି ॥୩୮॥
କେ ବୋଲେ କାଲିକ ତମ କବଳେଶ୍ରୀମୁଖ ଚନ୍ଦ୍ରମା ଥିଲା ମହିଳେ ।ସେ ପୀଡ଼ାଶ୍ରମେ ସ୍ୱେଦ ବିନ୍ଦୁ ଗଳେକି ଜାତି ତୋର ଦିଶୁଛି କପୋଳେ ।ନ କହୁ ଏଥିଗଲାଣି ଜାଣିବିଚିତ୍ର ଛବି ଦେଖି ମିତଣି ॥୩୯॥
କେ ବୋଲେ ଗଣ ବଣା ଏଣୀପରିଚଂଚଳ ନୟନ ଦଶିଛି ତୋରି ।ଉଚ୍ଛନ୍ନ ଗତିରେ ଝୁଂଟିଛି ଧରାଚୋରଇଛିୁ କି କାନ୍ତ ଚିତ୍ତ ହୀରା ।ନ କହୁ କିବା ଆମ୍ଭେ ତୋ ସଖିକେହି ନ ଦେଖିଲେ ସାକ୍ଷୀ ତୋ ଆକ୍ଷି ॥୪୦॥
କେ ବୋଲେ କାନ୍ତ ଲିହିତ ଚିତ୍ରାଳିଘର୍ମ ଯୋଗେ କିମ୍ପା ଜାଣିଲୁ କାଳି ।ଲଭିଲୁ କି ଶୋଭା ଅଧେ କି କାଲିନେତ୍ର କୁମୁଦ କି ଝାମ୍ପିଛି ଆଳି ।ଦର୍ପଣ ଘେନି ଅନାଉଁ କିନାବିଚିତ୍ର ଦିଶେ ମୁଖ ଶୋଭନା ॥୪୧॥
କେ ବୋଲେ କିଶଳୟ ଓଷ୍ଠପରେପିକ ଚୁଂଚୁଘାତ କଲା ପ୍ରକାରୋ ।ନିଶି ଅନୁରାଗ ବ୍ୟକ୍ତ ପ୍ରସରେ ।ରକ୍ତ ନିଃସରିଛି ଦନ୍ତ ଭିତରେ ।ଦର୍ପଣ ଘେନି ଅନାଉଁ କିନାବିଚିତ୍ର ଦିଶେ ମୁଖ ଶୋଭନା ॥୪୨॥
କେ ବୋଲେ ଦୟାନିଧି ପରା ରେପଣତ ପଦେ ନିଉଛାଳି କିରେ ।ରତିକାରେ ସଖି କାରି ବୁଦ୍ଧିରେଆମ୍ଭ କହିବା ପାରୁନୁ ବୁଝିରେ ।ଶୁଣ ସୁମୁଖୀ ମନ୍ଦେ ହସିଲାବ୍ୟାଜେ ଶ୍ରୀମୁଖ କଂପାଇ ଦେଲା ॥୪୩॥
କେ ବୋଲେ କେତେ କହୁ ରେ ସଙ୍ଗୀତକେତେ ସହିବ ଭାଷାଭାର ସେ ତ ।ବୋଲେ ସଖି ଜାଣୁ ନାହିଁ ତହୃଦରେ ସୁମୁଖୀ ମନ୍ଦେ ହସିଲାବ୍ୟାଜେ ଶ୍ରୀମୁଖ କଂପାଇ ଦେଲା ॥୪୪॥
କେ ବୋଲେ ମଦନ ଭଣ୍ଡାର ଜୁରହୋଇଥିବ କରୁଅଛି ବିଚାର ।ଏ କଥା ଚ୍ଛାରକୁ ଚିନ୍ତା ନ କରଯେ ନେଲା ସେ ଦେବ ସୁଖ ଅପାର ।ଶୁଶି ସୁମୁଖୀ ମନ୍ଦେ ହସିଲା ॥୪୫॥
କେ ବୋଲେ ତେମନ୍ତ ନୁହ ସୁମତିଅଙ୍ଗ ଦେଶ ପତି ହେଲେ ନୃପତି ।ବସନ ଜୁର ଇଚ୍ଛା କରେ ମତିକେହି ପାଳିବ ଏ ତୋହି ଭାରତୀ ।ଶୁଣି ସୁମୁଖୀ ମନ୍ଦେ ହସିଲାବ୍ୟାଜେ ଶ୍ରୀମୁଖୀ କମ୍ପାଇ ଦେଲା ॥୪୬॥
ମଦନ ମହାଳସୀଚୂଳେ ଫୁଟିଛଳାଇ ବୋଲୁଛୁ କେଉଁ ବିମ୍ବୋଷ୍ଠୀ ।ଡ଼ମ୍ବରୁ ନିନ୍ଦା କରେ ଯେଉଁ କଟିଧର ଧର ଗୋ ଭାଙ୍ଗି ପଡ଼ିବ ଟି ।ଶୁଣି ସୁମୁଖୀ ମନ୍ଦେ ହସିଲାବ୍ୟାଜେ ଶ୍ରୀ ମୁଖ କମ୍ପାଇ ଦେଲା ଦେଲା ॥୪୭॥
କହି ଏହି ରୂପେ ସହି ବଚନପହଣ୍ଡ ମଣାଇ ନେଲେ ବହନ ।ଅଥୟେ ଗତିକି କରି ଶୋଭନମତ୍ତ ମାତ୍ତଙ୍ଗ ଗୁମାନ ଗଞ୍ଜନ ।କି କଳହଂସ ଚଳାଇ ଛଳିହେମଲତା ବାତ ଯଥା ଚଳି ॥୪୮॥
କ୍ରମେ କ୍ରମେ ପୁରେ ପ୍ରବେଶ ହେଲେସେଠା ରୀତି ସଖୀ ସମସ୍ତ କଲେ ।ରତ ବାହୁଡ଼ା ଛପି ପୂର୍ଣ୍ଣ ଛଳେକୋବିଦେ ବିଚାର ହୃଦକମଳେସେ ରାମା ସଙ୍ଗିନୀ ବକ୍ର ଉକ୍ତିଜାଣିଥିବା ଅବା କିଛି ରୀତି ॥୪୯॥
ଜୟ କୋଟି ବ୍ରହ୍ମାଣ୍ଡ ଜାତକାରିପରମାଣୁ ସୂକ୍ଷ୍ମ ଶରୀରଧାରୀସମ୍ଭବେ ସର୍ବ ସିଦ୍ଧାନ୍ତ ଯା କରିଜାଗ୍ରତ ପ୍ରଭୁ ସେ ନିତ୍ୟା ସେ ବିହାରୀ ।ସେହି ପଦପଙ୍କଜକୁ ଚିନ୍ତିସାମନ୍ତ ସିଂହାର ରତିମତି ॥୫୦॥