ଛାନ୍ଦ-୨୭ — ପ୍ରେମକଳା — ଅଭିମନ୍ୟୁ ସାମନ୍ତସିଂହାର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଛାନ୍ଦ-୨୭
[ରାଗ-କନଡ଼ା]ଏ ଅନ୍ତେ ଚରିତ ଶୁଣ ହେ ଧୀବନ୍ତବସନ୍ତ ଋତୁ ହେଲା ଆସିଜନ ମାନସ ମହା ସୁଖରାଶିଦକ୍ଷିଣ ଅନିଳ ପଲ୍ଲବାଇ ଦେଲାବିଟପୀମାନଙ୍କୁ ରସି ହେ, ସୁଜନେନିଜ ଯୁବତୀ ନବ ପୁଷ୍ପବତୀହେଲା ଶୁଣି ଯେମନ୍ତ କାନ୍ତମତିଆଶା ଆତୁର ସେ- ପରି ଦିନୁ ଦିନବଢ଼ାଇଲେ ଭୃଙ୍ଗପନ୍ତି ହେ, ସୁଜନେ ॥୧॥
କ୍ରମେ ଯହୁଁ ନାନା ସୁମନ ଫୁଟିଲେତହୁଁ ଅଳିକୁଳ ଉଷତ-ହେଲେ ମକରନ୍ଦ ପାନେ ପ୍ରମତ୍ତରସ ଆତୁର ପୁ- ରୁଷ ନବବାଳାସଙ୍ଗ ଲଭିଲେ ୟେମନ୍ତ ହେ, ସୁଜନେପିକ ମାକନ୍ଦ ପାଇ ହେଲେ ସୁଖୀସୁଧା ଗ୍ରାସ ପାଇଲା ପରା ଭୋଖୀସ୍ମର ଦିଗ ବିଜେ ହେଲା ଜଣାଇଲିୟେକାଳେ ବସନ୍ତ ପକ୍ଷୀ ହେ, ସୁଜନେ ॥୨॥
ମିତ୍ର ଆଗମନ ହେବାରୁ ପ୍ରସନ୍ନଦିଶିଲା ଶଶୀ ଅତୀତରଜାଣି ୟେ କାଳେ ଅତି ଦର୍ପକରପ୍ରବାସ ମାନ ଦୂ- ର କରି ଦମ୍ପତୀଲବେ ନୋହିଲେ ଅନ୍ତର ହେ , ସୁଜନେଚେତି ଏ କାଳେ ଏକାଳେ ଚରିତସିନ୍ଧୁ ମଧ୍ୟେ ବୀର ରହି ଆରତଅବଶେ ଆବେଶ ହୋଇ ବାଳା ଗୁଣପିକ ଆଗେ କରେ ଖ୍ୟାତ ହେ, ସୁଜନେ ॥୩॥
ଛାର ମୋର ପାପୀ କର ଧରି ନବନାଗରୀ ହେଲା ୟେତେ ଦୂରପ୍ରାଣ କାହିଁକି ନ ଗଲା ମୋହରଯୋଡ଼ି ଯୋଡ଼ି ହୋଇ ଦମ୍ପତୀ ସମ୍ପତ୍ତଦେଖି କି ହେବନି ତାର ହେ,କୋକିଳଗୁଣଗଣ ସୁନ୍ଦରପଣ ଗଣିବସିଲେ ତ ଚେତନା ହରେ ପୁଣିଶେଷ ଗଣେଶ ବୁ- ଦ୍ଧିରେ ତ କଳନାକଲେ ହେଁ ନୋହିବ ଜାଣ ହେ, କୋକିଳ ॥୪॥
ଦିନେ ଦିନେ ଭିନ୍ନେ ରସ ଭଙ୍ଗୀ କରୁଥାଇ ପୀରତି ବରଧନାତାର ଚାତୁର୍ଯ୍ୟ ନୋହଇ କଳନାଆଶୟ ବିରୁଦ୍ଧ ଛଳ ଶ୍ଳେଷ ରସସନ୍ଦର୍ଭ ଗର୍ଭ ବଚନା ସେ, କୋକିଳପଦ ପଦକେ ଇନ୍ଦ୍ରପଦ ଦିୟେମଣଇ ମୁଁ ସୁଧା ବୃଷ୍ଟି ପରାୟେପ୍ରାଣ ସଙ୍ଗିତି ସ- ଙ୍ଗିତରେ ମୁକତିକତିରେ ମୋହର ଥାଏ ହେ, କୋକିଳ ॥୫॥
ଫୁଲ ଭାବି ମାତ୍ର କହିବା ତାହାରଦିନେ ବନେ କରୁ ବିହାରମାଧବୀ କି ତୋଳନ୍ତେ ରମାବର
ବୋଇଲି ସେ ଫୁଲ ବତ କରି ଆଜୁ
ଫୁଲ ଡ଼ାକ ମୂଳ କା ହେ, କୋକିଳ
ଏହାଶୁଣି ବୋଇଲା ପ୍ରାଣଧନ
ଦତ୍ତ କର ଏ କରୁଣା ସୁମନ
ସେପରି ଆଶା ଆ- ଉକି ଶୁଣାଯିବ
ଥାଉ ଥାଉ ମୋ ଜୀବନ ହେ, କୋକିଳ ॥୬॥
ସୁମତି ସେବତୀ ଚମ୍ପକ ଚଉଁରୀକରି ଘେନଥିଲା କେଶରେଦେଖି ବୋଇଲି ସୁପରିହାସରେଦିନେ ଆଉ ମୋତେ ସରି ନକରିବୁବାନ୍ଧବୀ ଭଙ୍ଗ ସଙ୍ଗରେ ହେ, କୋକିଳଦୋଷୀ ହେଲା ଦାସୀ ଭାସୀ ଚତୁରୀଫିଙ୍ଗିଦେଲା କଶରୁ କାଢି କରିକରୁଣା ମାଳା ମୁଁ ମଣ୍ଡନେ ବୋଲିଛିସଦା ଥିବ ନା ଏପରି ହେ , କୋକିଳ ॥୭॥
ଦିନେ ମୁହିଁ ନବ ମାଳିକା ମାଳିକାବାଳିକା ବେଣୀରେ ମଣ୍ଡନ୍ତେମୁଖ ଶୁଖାଇ କହିଲା ତୁରିତେୟେବେ ଏ ଭୂଷଣ କରାଇବା ପାଇଁହେଲାନିକି ବନ୍ଧୁ ଚିତ୍ତେ ହେ, କୋକିଳକୋଳକରି ବୋଇଲିରେ ବାନ୍ଧବିଜୀବ ଥିଲେ କି ଏମନ୍ତ କରିବି?ମିଥ୍ୟାଭାଷୀ ହେଲି ନିର୍ଲ୍ଲଜ ଜୀବନଆଉ କାହିଁକି ରଖିବି ହେ , କୋକିଳ ॥୮॥
ଭ୍ରମରେ ଭ୍ରମରେ ଚିତ୍ରକଞ୍ଜି ଚୁମ୍ବିବାର ଦେଖି ମୁଖ ଶୁଖାଇଚୁମ୍ବସ୍ୱର ବିରସରେ କରଇସେ ଅଭିନ୍ନାଭିନ୍ନ ୟେବେ ୟେତେ ଦିନକି ରୂପେ ସହି ପାରଇ ହେ, କୋକିଳବନ ବିହାରେ ଯେବେ ମୁଁ ଲୁଚଇଖୋଜି ନ ପାଇ ତବଦ ହୁଅଇୟେତେ ଅନ୍ତର ସ- ହିବାରୁ ଦୁସ୍ତରସେ ପୁଣି କେହି ଜୀଅଇ ହେ, କୋକିଳ ॥୯॥
ଦିନେ ଦିନେ ବନେ ବନେ ଭିନ୍ନେ ଭିନ୍ନେଜାତରେ ପରିହାସ ଲୀଳାମନେ ଚେତୁଥିବା ଯେବେ ଅବଳାକଉଁ ଦଶା ତାର ନୋହୁଥିବ ଅବାୟେ କଥା ବିଚାର ଭଲା ହେ, କୋକିଳମୋ ଗ୍ରନ୍ଥା ବକୁଳ ମାଳ କେଶେରଖିଥିବ ତ ବନ୍ଧୁ ପ୍ରୀତି ବଶେଶେଷ ଛିଡ଼ି ଯେବେ ପଦରେ ପଡ଼ିବହୋଇଲେ କୃପାଳୁ ମନା ହେ, ସୁଜନେ ॥୧୩॥
ମୁଖରେ ପକ୍ଷୀ ବ- ରଜଳ ସିଂଚି ବିଂ-ଚିବି ତ ଚେତନା କରାଇପଚାରିଲେ ସବୁ କଥା ବସାଇଚଂଚୁ ଚରଣେ ଧ- ରି ବୀର କହିଲାସର୍ବ ବିଷୟ ମଣାଇ ହେ, ସ୍ୱଜନେଶୁଣି ଦୟାର୍ଦ୍ର ଚିତ୍ତ ହୋଇବାଳୀ କହିଲେ ମାନସ ରସାଇଚିନ୍ତା ଛାଡ଼ି ଲେଖ ଲେଖ ତବ କାନ୍ତାବାରଣ ଆଣଇ ଦେବ ହେ, କୁମର ॥୧୪॥
କଳ୍ପ ତପ ଫଳ ସ୍ଥାପିତ ପରାଏହୋଇଲା ବୀର କୃତ୍ୟବୋଲେ କାହିଁ ମୋର ଏତେ ସୁକୃତତୁମ୍ଭେ ମହତ ଦୟାଳୁ ଗୁଣ ଘେନିସିନା କହିଲ ୟେମନ୍ତ ହେ, ମରାଳକେହି ବୋଲିବ ମୋର ହୁଅ ଦୂତତୁମ୍ଭେ ପରୋପକାରୀ ପୁଣ୍ୟବନ୍ତନିରେଖ ରକ୍ଷକ କେତନ ଉଡ଼ାଅଦେଇ ବାନ୍ଧବୀ ତଦନ୍ତ ହେ, ମରାଳ ॥୧୫॥
କହି ୟେମନ୍ତ କେ- ତକୀ କଳେ ବୃକ୍ଷକଂଟକେ ଲେଖ ଲେଖି କରିହଂସେ ସମର୍ପେ ବିନୟ ବିସ୍ତାରିଲେଖ ଘେନି ଲେଖ ମାଗେ ଚଳିଗଲେମରାଳ ବିଷ୍ଣୁ ସୁମରି ହେ, ସୁଜନେରସବତୀ ଥିଲା ପୁରେ ପ୍ରବେଶକର୍ଣ୍ଣେ ଶୁଣିଲା ହାହାକାର ଘୋଷସଖି ଦାସୀ ମିଳି ରୋଦନ କରନ୍ତିଛାଡ଼ି ବାଳା ପ୍ରାଣ ଆଶା ହେ ,ସୁଜନେ ॥୧୬॥
ମରାଳ ମଣି ପୁ- ଚ୍ଛନ୍ତି ଗୋ ଯୁବତୀ-ମନେ ଶୋକ ସୁଖ କାହିଁକିଉଶୀର ଘନସା- ରୁକ ଉପଚାରପ୍ରଚାର ଆନେ କାହିଁକି ଗୋ, ସଜନୀସଖୀ ପକ୍ଷୀଠାରୁ ଶୁଣିୟେ ବାଣୀତାର ସର୍ବଜ୍ଞ ପଣ ପରିମାଣିକହିଲେ ଯାହା ବୋ- ଇଲେ ପକ୍ଷୀବରସତ୍ୟ ଅଟଇ ଏ ପୁଣି ହେ, ମରାଳ ॥୧୭॥
ସର୍ବଜ୍ଞ ପଣ ତୁ- ମ୍ଭର ଅଛି କିସଲୁଚାଇ କହିବୁ ତୁମ୍ଭକୁଶୁଣି ଯାହା ପଚାରିଲା ଆମ୍ଭକୁଦଇବ ଆମ୍ଭ ଦେ- ହ ଥୋଇ ବାହାରକରି ନେଲେ ପରାଣକୁ ହୋ, ମରାଳଗୁଣବତୀ ରସଜ୍ଞା ନବବାଳାଅଜ୍ଞାତ ବରେ ପତି ଭିନ୍ନ ହେଲାକାନ୍ତ ଗୁଣ ଗୁଣି- ବାରେ ତା ଜୀବନଯିବାର ୟେବେ ତା’ ହେଲା ହେ, ମରାଳ ॥୧୮॥
ହସି ହଂସ ବୋଲେ ବୟସୀ ବଂଶକୁଆମ୍ଭେ ତୁମ୍ଭର କାନ୍ତ ଦୂତଶୁଣି ଆନନ୍ଦ ସମସ୍ତଙ୍କର ଚିତ୍ତକେ ଧାଇଁ ଏ କଥା ମୃତ ବାଳା କର୍ଣ୍ଣେଢାଳି ରଖିଲେ ଜୀବିତ ହେ, ସୁଜନେନେତ୍ର ଫେଡ଼ି ନାଥ ନାଥ ଡ଼ାକିଲାପକ୍ଷୀ ଦୂତକୁ ପୁରତେ ଦେଖିଲାକୃତ କୃତ ହୋଇ ଚଂଚୁପତ୍ର ଧରିବଲ୍ଲଭ ଶୁଭ ପୁଚ୍ଛିଲା ହେ, ସୁନ୍ଦରି ॥୧୯॥
ହସଂ ବୋଇଲା ସ- କଳ ଶୁଭ ଏକାତବ ଭାବନା କରି କ୍ଷୀଣଏହା ଶୁଣି ବାଳା ଦୁଃଖେ ମଜ୍ଜନବୋଇଲା ଛାର ଦା- ସୀ ପଦ ସକାଶୁକି ଦୁଃଖ ପାଇଲି ଧନ ହେ, ଦଇବତବ ଶ୍ରୀପଦ ଆପଦ ମୋ ଶିରେକାହିଁ ପାଇଁ ନ ପଡ଼ିଲା ନିର୍ଭରେମୋ ପାଇଁ ତୁମ୍ଭେ ଝୁ- ରୁଛ ଏହା ପୁଣିଶୁଣିଲି ଜୀବ ଥିବାରେ ହେ, ଜୀବେଶ ॥୨୦॥
ନ କଲା କଥା ଦ- ଇବ କରି ପାରେକାହାକୁ ବିହିଲା କି ଦୁଃଖସତେ ଦେଖିବି ପ୍ରାଣବନ୍ଧୁ ସୁଖସତେ ନାଥ କ୍ଷେମେ ଅଛନ୍ତି ନା ମୋରତଥ୍ୟ କହି ପ୍ରାଣ ରଖ ହେ, ମରାଳହଂସ ବୋଇଲା ନ ଭାଳ ନବୀନାସର୍ବ କ୍ଷମ ଚିଟାଉ ପଢୁକିନାସାମନ୍ତ ସିଂହାର ବୋଲନ୍ତି ଏ ବାଣୀଶୁଣି ଆତୁର ଲଳନା ହେ, ସୁଜନେ ॥୨୧॥
ଛାନ୍ଦ-୨୮
[ରାଗ- ବିଭାଗ]ଏଥି ଉତ୍ତରୁ ଶୁଣ ସୁଧୀରେ ଧୀରେହଂସ ଚିଟାଉ ପଢି ଅଧରେ ଥରେଦେବା ଜାଣି କରି ସୁରମଣୀ ମଣିଉରାଂଚଳେ କର ଭରି ଗୁଣି ଗୁଣି ॥୧॥
ପ୍ରେମ ପତ୍ରିକାକୁ ଜବାଧରୀ ଧରିନ ପାରିଲେ ନୟନୁ ନିବାରୀ ବାରିଶିରେ ଲଗାଇଲେ ସେ ଲେଖରେ ଖରେଚୁମ୍ବ ଦେଇ ଫେଡ଼ିଲେ ଅଧୀରେ ଅଧୀରେ ॥୨॥
ପାଇଗଲା କି ସେ ଗଜ ଗତି ଗତିରସାର୍ଣ୍ଣବେ ମଜ୍ଜିଲେ ସୁମତି ମତିମୋତି ପନ୍ତି ବର୍ଣ୍ଣାବଳୀ ବଳି ବାଳୀରାଜି ରାଜି କିଏ ଶିଶୁ ଆଳି ॥୩॥
ଆଦ୍ୟେ ଲେଖିଛି ଶ୍ରୀ ସଦାଶିବ ଶିବେତଦୁତ୍ତାରୁ ଲେଖି ଅଛି ଜୀବ ଜୀବଶ୍ରୀ ଛାମୁକୁ ଲେଖିଛି ବିନୟ ନୟବିହି ହଂସ ଭିନ୍ନେ ତୁ ମୁଁ ପୟ ପୟ ॥୪॥
ୟେହା ପୁଣି କର୍ମେ ଥିଲା ବିହି ବିହିହେଲି ଅପରାଧୀ ଚାନ୍ଦମୁହୀଁ ମୁହିଁନିରବଧି ମାର ଶର ସହି ସହିକଉଁ ରୂପେ ପାରିପି ବରହୀ ରହି ॥୫॥
ଯିବ ଜୀବନ କାଳକ ଡ଼ାକି ଡ଼ାକିଭିନ୍ନେ ଜୀବନ ଗଲା ଏ ଧିକି ଧିକିଦଶ ମୁଖ ଗଣନା ନାୟେକ ୟେକନାରୀ ସତନେହ ଦେଲା ସେ ବିବେକ ବେକ ॥୬॥
ତହୁଁ ହେଲି ମୁହିଁ ଅଭାଜନ ଜନଭିନ୍ନ ହେଲି ନୋହିଲି ନିଧନ ଧନଦେହ ଅଛି ତୋ ବିପଦ ସହି ସହିୟେହା ପୁଣି କର୍ମେ ଥିଲେ ବିହି ବିହି ॥୭॥
ନିଦ୍ରାକାଳେ କେ ହରି ବିରୋଧେ ରୋଧେଆସି ଛାଡ଼ିଭଲା ସିନ୍ଧୁ ମଧ୍ୟେ ମଧ୍ୟେଯିବା ପାଇଁ ବୁଦ୍ଧି ତ ନ ଦିଶେ ଦିଶେ ।ପ୍ରତି କ୍ଷଣେ ତୋ ବଦନ ଦିଶେ ଦିଶେ ।୮॥
ଘନି ଘେନି ତୋ ଅତନୁ ତନୁ ତନୁକରି ରଖିଛି ମାତ୍ର ସତନୁ ତନୁଭାବ ଭାବିଲେ ତ ଫୁଲ କାଣ୍ଡ କାଣ୍ଡମାରି ଦେଉ ଅଛି ତ ଉଦଣ୍ଡ ଦଣ୍ଡ ॥୯॥
ୟେକା ତୋହ ନାମ ଜବାଧରୀ ଧରିଗଲି ନାହିଁ ତ ଗୁଣ ସୁମରି ମରିଓଷ୍ଠ ପାନ ଦେଲା ଅପମାନ ମାନଜୀବନେ ମାନ କଲା ଶମନ ମନ ॥୧୦॥
ତନୁ ଆଦି ପରା ମୁଁ ନବୀନା ବିନାବିହି କଲା ତ ସବୁ କାମନା ମନାଜାଲ ଗତ ମୃଗକୁ ଶବର ବରଯଥା ତଥା ବିନ୍ଧେ ଫୁଲ ଶର ଶର ॥୧୧॥
ଆନ ୟେତେ ଏତେ ତୋ କେଶ ହିଁ ସହିଜୀବ ଧରିବ କେହି ବିରହୀ ରହିସବୁ ରୂପେ ମୋର ଗଜଗତି ଗତିତୋହୋ ବିନା ଦହୁଛି ସୁମତି ମତି ॥୧୨॥
ଭାବ ଯେମନ୍ତ ଚନ୍ଦ୍ରକୁ ଜୀବ ଯିବତଥା ପ୍ରୀତି ଭାବି ଭାବି ଜୀବ ଯିବତୋର ସଙ୍ଗତେ ପୁଣି ପୀରତି ରତିଭଲେ କରାଇବେ କା ବିପତ୍ତ ପତି ॥୧୩॥
ବେଶ ଶେଷ କାଳରେ ଦରପଣ ପଣଦାନ ଦେବାରେ ହେବୁ ନିପୁଣ ପୁଣମିଶି ରହିଛୁ ସଦା ସୁମନେ ମନେଚିତ୍ତେ ଘେନିବୁ ନାହିଁଟି ଭିନ୍ନେ ଭିନ୍ନେ ॥୧୪॥
ସମ୍ବତ୍ସରାନ୍ତରେ ଦୁଃଖ ହରି ହରିକରାଇବେ ଏ ସିନ୍ଧୁ ସେପାରି ପାରିୟେହି ଆଜ୍ଞା ଶୁଣି ସୁମୁହୀଁ ମୁହିଁଆଶା କରିଛି ପାଇବି ସହି ସହି ॥୧୫॥
କର୍ଣ୍ଣେ ଶୁଣିବି କଲେ ତୋଷି ବସିବତେବେ ଯମ ପୁରକୁ ନ ଯିବ ଜୀବଚିନ୍ତା ନ କରିବୁଟି ସଧୀରେ ଧୀରେଲେଖ ଲେଖିଦେବୁ ତୋ ହାଥରେ ଥରେ ॥୧୬॥
ଦୋଷ ଅଛିଟି ମୋର ଲେଖିବାର ବାରକୃପାରେ ୟେ ବ୍ରହ୍ମ ପରିଚାର ଚାରସବୁ କହିବେ ୟେ ଶ୍ରୀ ମୁଖରେ ଖରେହାଥ ନ ବଳେ ତ ଲେଖିବାରେବାରେ ॥୧୭॥
ଏହା ପଢି ବାଳା ହୃଦ ଜର ଜରଭାବ ବଶେ ତନୁ କମ୍ପେ ଥର ଥରପ୍ରେମେ ନେତ୍ରୁ ନୀର ବହେ ଝର ଝରବାଣୀ କହେ ହେ ଦଇବ ମର ମର ॥୧୮॥
ସମ ବୟସୀଙ୍କି ବୋଲେ ଧର ଧରସୁମରଇ ଏ ଦୁଃଖକୁ ହର ହରଧୀର ହୋଇ ସେ ପୁଣି ପଚାରେ ଚାରେନାଥ ଶୁଭ କହ ଶ୍ରୀମୁଖରେ ଖରେ ॥୧୯॥
କେହି ଛନ୍ତି ବନ୍ଧୁ ଆପଦରେ ଦରେଦାସୀ ପଡ଼େ ନା ହୃଦପଥରେ ଥରେକାହିଁ ୟେତୋ ଦୁଃଖ ତାକୁ ପାଂଚି ପାଂଚିଭାଳ ଥିଲେ ତ ବିରଂଚି ରଚି ॥୨୦॥
ପ୍ରାଣନାଥ ଗୁଣ ପୁଣି ଗୁଣି ଗୁଣିଫାଟି ହୃଦ ଯା ଯା ବୋଲେ ପୁଣି ପୁଣିକାନ୍ତ ଭେଟାଇବ ତ ସୁମୁହୀଁ ମୁହିଁହଂସ ବୋଧିଲା ଏ ରୂପେ କହି କହି ॥୨୧॥
ବେଗ କରି ତୋ ପାଲଟ ଲେଖ ଲେଖପୁଣି ବାଳା ହୋଇଣ ସୁମୁଖ ମୁଖଦୁଃଖେ ଲେଖି ମେଲାଣି ସେ କରେ କରେହଂସ ଗଲା ତହୁଁ ପ୍ରତ୍ୟକ୍ଷରେ ଖରେ ॥୨୨॥
ଘେନି ଚିଟାଉ ରସ ପ୍ରଚାର ଚାରଭାଷେ ସାମନ୍ତ ସିଂହାର ଧର ଧରମୋର ସର୍ବ ସମ୍ପଦ ତୋ ପଦପଦନାଥ ମାଗୁଛି ପ୍ରୀତି ବିଚ୍ଛେଦ ଚ୍ଛେଦ ॥୨୩॥
ଛାନ୍ଦ-୨୯
[ରାଗ-ଆଷାଢ ଶୁକ୍ଳ]ସୁଜନେ ଶୁଣ ଏ ଚିଟାଉ ରସବୀର କରେ ଦତ୍ତ କରନ୍ତେ ହଂସକର କରାଦିତ କର ଘେନିଲାମୁଦେ ମୁଦେ ଚୁମ୍ବନକୁ ମଣ୍ଡିଲାଅମୃତ ଅମୃତକରାଗତ ବତ ଚିତ୍ତ ଉଷତ ॥୧॥
ଚିଟାଉ ଫିଟାଉ ଫିଟାଉ ବୀରପଂଚେନ୍ଦ୍ରିୟେ ଲଭିବାକୁ ଆତୁରମହା କାମୁକ ନବ ବୂଧ ନୀବୀନିର୍ଗତ ପାଇଁ ଉଦବେଗ ଭାବିଯଥା ତର ତରତଥା ପ୍ରବୋଧନେ ଚିର ଆତୁର ॥୨॥
ମୋକ୍ଷ ପଦ କଲା ପାଣିକି ଦତ୍ତବର୍ଣ୍ଣ ଦେଖି ନେତ୍ର ହେଲା କୃତାର୍ଥରସନା ପ୍ରେମନୃତ ସ୍ୱାଦ ଚାଖେଅତି ଶ୍ରୁତି ତତ୍ତ ପରାୟେ ଲେଖେସର୍ବ ସୁଖ ଆଶେସର୍ବେନ୍ଦ୍ରିୟଙ୍କ ସଙ୍ଗେ ମନ ମିଶେ ॥୩॥
ସମ ସର ଶିର ଘନ ବିରଳମାତ୍ର ବିରଙ୍ଗ ନାହିଁ ୟେକ ତିଳବର୍ଣ୍ଣ ହସଇ ମୁକୁତା ପନ୍ତିକିରସ ସନ୍ଦର୍ଭ ଗର୍ଭ ଭାରତୀକିଦେଖି ବୀରମଣିହା ହା ବୋଲି ନେତ୍ରୁ ତେଜିଲା ପାଣି ॥୪॥
ଶ୍ରୀ ସଦାଶିବ ସ୍ମର ଦର୍ପ ହରପ୍ରିୟାକୁ ରାଗି (ରଖି) ପୂର୍ଣ୍ଣ କାମ କରଚରଣେ ଚରଣେ ହେଲା ଉତ୍ତାରୁତ୍ରୟୋତ୍ତର ଶ୍ରୀ ଲେଖିଛି ରମ୍ଭୋରୁୟେ ଅନ୍ତେ ବଲ୍ଲଭନାମକୁ ଲେଖିଛି କରି ଦୁର୍ଲ୍ଲଭ ॥୫॥
ଆହେ ପୀରତି ପସରା ଗ୍ରାହକଆହେ ଚିତ୍ତାନନ୍ଦ ସୁଖଦାୟକଆହେ ଗୁଣନିଧି ପ୍ରେମ ପୟୋଧିଆହେ ଭାବ ସୃଷ୍ଟି ବର୍ଦ୍ଧନ ବିଧିଆହେ ପ୍ରେମଦାତାଆହେ କାମୀଜନ କଳପଲତା ॥୬॥
ଆହେ ଗୁଣଗ୍ରାହୀ ଦୟାସାଗରଆହେ ନୂତନ ମଦନ ସୁନ୍ଦରଆହେ କାମିନୀ ନୟନ ରଞ୍ଜନଆହେ ସ୍ୱଜନ ସୁଖ ବରଧନପରି ପରି କରିକିଙ୍କରୀକି କରି କି ୟେତେ ସରି ॥୭॥
ଦାସୀ ଦୋଷ ଅନବରତେ ସିନାକ୍ଷମା କେ କରଇ ତା ପ୍ରଭୁ ବିନାଭୃଙ୍ଗ ସଂସର୍ଗ କଲେ ହେଁ ପଦ୍ମିନୀମିତ୍ର ବିନା ମୁଦେ କେବା ଦେଖନିଦାସୀ ବୋଷ ଘେନାପତାକା ୟେବେ ଉଡ଼ାଇଲ ସିନା ॥୮॥
ବୋଲିବ ଅବା ବିହି ୟେକା କଲାତଥାପି ଏ ନିନ୍ଦା କାହାକୁ ହେଲାବଳେ ବଳେ ଯେବେ ହିମପଦ୍ମିନୀମିତ୍ର ବିନା ହୋଏ କାହାକୁ ହାନିବିନାଶିଲେ ମାରପ୍ରଭୁଙ୍କୁ ଏ ନିନ୍ଦା ସିନା ବିଚାର ॥୯॥
ନିରାଶ କଲ ବୋଲି ଜାଣିଥିଲେପରାଣ ରଖନ୍ତି କାହିଁକି ତିଳେଲଭିବି ଅବା ଯେ ଆଶା ଶୃଙ୍ଖଳାଜୀବ ପଦେ ଦେଇ ଧରି ରଖିଲାଭସ୍ମାଚ୍ଛନ୍ନେ ଅଗ୍ନିପରାୟେ ବେଳୁ ବେଳ ହେଲା ଜନି ॥୧୦॥
ମହାଦୁଃଖ ପରା ଗୃହରେ ଭରିଦଶାଏ ସାରୁଥିଲେ ମାରି ମାରିପଳାଇ ଯାଉଥିଲା ଉଚ୍ଛନ୍ନରେବୋଇଥିଲା ଯାଇଁ କଂଟାବାଡ଼ରେତହିଁ ତବ ଶୁଭଶୁଣି ମଣିଲା ସେ କ୍ଳେଶ ସୁଲଭ ॥୧୧॥
ନେତ୍ର କୁମୁଦ ଜୀବଜୀବ ଯିବଶ୍ରୀମୁଖ ଚନ୍ଦ୍ର ଆସନ ପାଇବମୋ ତନୁ ନିଶିବତ ଆଶାବନ୍ତସଂସର୍ଗ ହେଲେ ହେବ ବିରାଜିତୟେବେ ୟେହି ଆଶାଜୀବକୁ ରଖିଛି ଦେଇ ଭରସା ॥୧୨॥
ଦର୍ଶନ ଅରି ପଛେ ଜୀବ ଯାଉଏତିକି ବାଞ୍ଛା ଅଛି ମୋର ଆଉକୁଶଳେ ତୁମ୍ଭଙ୍କୁ ଦେଖିବ ଆଖିୟେ ଭାଗ୍ୟ ସତେ ମୋର ହୋଇବ କିସବୁ ଲାଭ ହେବମୋ ଦାସୀ ଜୀବ କୃତାର୍ଥ ହୋଇବ ॥୧୩॥
ତବ ଶ୍ରୀପଦ ଆପଦ ନିର୍ଭରେନ ପଡ଼ିଲା କିମ୍ପା ମୋ ପାପୀ ଶିରେପାଇଲା ଶ୍ରୀ ଅଙ୍ଗ ୟେତେ ବେଦନାବିଧି ବିଧାନ ପୋଡ଼ି ଯାଉ କିନାଥାଉ ଥାଉ ପ୍ରାଣତୁମ୍ଭର ୟେ ଦୁଃଖ କଲି ଶ୍ରବଣ ॥୧୪॥
ମୋ ଛାର ପାପୀ ନିଲକ୍ଷଣୀ ପାଇଁନିରତେ ଚିନ୍ତା ସିନା ଥିବ ପାଇପାପୀ ଦାରୁଣ ଦୁଷ୍ଟ କାମଦେବବାଳକ ରିପୁ ପଣ ସାରୁଥିବକୋମଳ ଶରୀରୟେଥକୁ ଯୋଗ୍ୟ କଲା କୁଶଧର ॥୧୫॥
କାହିଁ ଶୟନେ ଶୟନ ହେବାରକାହିଁ ଅଗମ୍ୟ ସାଗର ଭିତରସବୁ କରିପାରେ ଦୁର୍ବୁଦ୍ଧି ବିଧିକିଛି ବୁଦ୍ଧି ଦିଶୁ ନାହିଁ ଅବଧିପ୍ରତି ଚକ୍ଷୁ ବିନାନୂଆ ଅନ୍ଧ ପ୍ରାୟେ ହୋଇଛି ସିନା ॥୧୬॥
ବନ୍ଧୁ ଦର୍ଶନକୁ ବଳିଛି ଆଶଅଗମ୍ୟ ପଥ ନ ଜାଣଇ ଦିଶମନ ପରାୟେ ଦେହ କଲା ନାହିଁବେଳୁଁ ତ ପକ୍ଷ ଦେଇ ନାହିଁ ବିହିସବୁ ମତେ ମୋରବଇରି ହୋଇ ଅଛି ବେଦବର ॥୧୭॥
ତବ ଅଧରାମୃତ ସ୍ୱାଦୁ ପାଇୟେ ପ୍ରାଣ ଦେହ ଲୋଭ ନ ଛାଡ଼ଇଗଲେ ହେଁ ଥିଲା ଲଭିବା କାରଣଶଶଧର ସାକ୍ଷୀ ଅଛି ପ୍ରମାଣଯମ ହିଁ ଡ଼ରିଲାକେବଳ ରାହୁ ଦଶା ମୋତେ ଦେଲା ॥୧୮॥
ଯଉଁ ଦ୍ରବ୍ୟକୁ ମୁଁ ଦେଲି ଅନାଇଗତ ଭାବ ସେହି ଦେଲା ଚେତାଇଦିଶେ ଦିଶେ ତବ ମୁଖ ଦିଶିଲାଆନ ଅଭିଳାଷ ମାନ ନାଶିଲାମୃଗତୃଷ୍ଣା ଆଶତୃଷାବନ୍ତ ପରି ପାଉଛି କ୍ଳେଶ ॥୧୯॥
ଋତୁ ଉଦ୍ଦୀପନ ସଂଚାର ଯେତେପୁଷ୍ପ ଚନ୍ଦନ କର୍ପୂର ସହିତେସୁଖ ଦାୟିତେ ଦୁଃଖକୁ ବିହିଲେଭାବ ମନୁ ଜନ୍ମି ତନୁ କୁ ଜାଳେୟେମନ୍ତ ମଙ୍ଗଳଗ୍ରହ ଯୋଗରେ ହୋୟେ ଅମଙ୍ଗଳ ॥୨୦॥
ସତେ ଦୀନବନ୍ଧୁ କୃପାବତ୍ସଳଉଦେ କରାଇବେ ମୋର ମଙ୍ଗଳଶୁଭେ ତବ ଦରଶନ ପାଇବିଶ୍ରୀପଦ ସେବାକୁ ଯୋଗ୍ୟ ହୋଇବିପାପୀ ଗତି ହେବସତେ ସତେ ପୁଣ୍ୟ ପୁଣି ମୋ ଥିବ ॥୨୧॥
ଶ୍ରୀପଦ ତଳେ ବସିଥିଲା ପରିମନେ ଘେନିଥିବ ପ୍ରୀତି ଆଦରିଗୁଣନିଧିକି ମାଗୁଣି ଏତିକିଚିନ୍ତା ନ କରିବ ନିଲକ୍ଷଣୀକିପ୍ରମାଦେ ପ୍ରମାଦେପାଇବଟି ବନ୍ଧୁ ସରସ ହୃଦେ ॥୨୨॥
ଦଶାଗୁଣ ଘେନି ମାର ପାମରଲୁଟିଲା ଧୀର ବିବେକ ଭଣ୍ଡାରଉଚ୍ଛନ୍ନ ହୋଇ ମନ ପଳାଇଲାଆହା କହି କେହି ସାହା ନୋହିଲାଅତୀତର ଖେଦେଶରଣ ପଶିଛି ତବ ଶ୍ରୀପଦେ ॥୨୩॥
ଭ୍ରମରରେ କେତେବେଳେ କି ଲେଖିଛିକର ଥର ଥର ପୁଣି ହେଉଛିସଦା ଦୋଷୀ ଦୋଷ ଘେନିବ ନାହିଁୟେ ଲୋକେ ମୋର ଆନ ଗତି ନାହିଁତୁମ୍ଭ ଅଭେଦରେକପୋତ କୀତ୍ତ ରଖିବି ସଂସାରେ ॥୨୪॥
ଏହା ପଢି ବୀର ପ୍ରେମେ ଅଧୀରଆହା ସ୍ନେହାଧୀନ ନାଗରୀବରକହି ବିହ୍ୱଳରେ ଲଭି କ୍ଷିତିକିମରାଳ ଆଶ୍ୱାସି କଲା ଶାନ୍ତିକିବୋଇଲେ ଉତ୍ତରନ ଭାଳ ଭେଟାଇବି ରାମାବର ॥୨୫॥
ରାଧା ଗୋବିନ୍ଦ ବୋଲି ଜୀବ ଯାଉପ୍ରୀତି ବିଚ୍ଛେଦ କାଳେ ହେ ନଥାଉପ୍ରୀତି ଗ୍ରାହକ ଶିରୋମଣି ବରମୋଠାରେ ଏତେ ମାତ୍ର କୃପାକରତବ ସଙ୍ଗେ ସଙ୍ଗକୋଟି ଜନମାନେ ନାହିଁ ବିଭଙ୍ଗ ॥୨୬॥
ଆହେ ଧୀବନ୍ତ ୟେ ରସ ବିଚାରସଂସାରରେ ନାହିଁ ଟି ପ୍ରୀତିରୁ ସାରପ୍ରୀତି ବିଚ୍ଛେଦ ଅନୁଭବୀ ବିନାଆନ କେ ଜାଣିବ ୟେତେ ବେଦନାଚିନ୍ତି ରାଧାପତିସାମନ୍ତ ସିଂହାର ବିରଚୟତି ॥୨୭॥