ଶିବଙ୍କ ରକ୍ଷାପାଇଁ ବିଷ୍ଣୁ ମାୟାରେ ଭସ୍ମାସୁରର ମୃତ୍ୟୁ — ହରିବଂଶ (ଷଷ୍ଠ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଯାହା ଇଛା ବର ମାଗ ଆରେ ଦୈତ୍ୟବୀର ।
ତାହା ଶୁଣିଣ ବୋଇଲା ଶିବଙ୍କୁ ଦାନବ
ଭୋ ସ୍ୱାମୀ ଏମନ୍ତ ବର ତୁମ୍ଭେ ମୋତେ ଦେବ ।
ଯେଉଁ କ୍ଷଣି ଯାର ମୁଣ୍ଡେ ଦେବି ମୁହିଁ ହାତ
ସେକ୍ଷଣି ତାର ଶରୀର ହେବ ଭସ୍ମସାତ ।
ଯେଣୁ ଏକଥା ସୁଣିଲେ ଦେବ ତ୍ରୀପୁରାରି
ମନେ ମହାଦୁଃଖ ଜନମିଲା ତାହାଙ୍କରି ।
ଦଇତ୍ୟ ବଚନେ ହର୍ଷ ବିସ୍ମୟ ହୋଇଲେ
ହେଉ ବୋଲି ମହେଶ୍ୱର ସ୍ୱୀକାର କରିଲେ ।
ଦାନବକୁ ବର ଦେଇ ଦେବ ପଶୁପତି
କପିଳାସ କନ୍ଦରକୁ ବିଜେ କରିଯାନ୍ତି ।
ବର ପାଇ ଦୈତ୍ୟ ମନେ ମନେ ବିଚାରଇ
ଏକଥା ଗୋଟିକ ମୋତେ ଭଣ୍ଡିଲେ କି ସେହି ।
ଏମନ୍ତ ବିଚାର କରି ଦୈତ୍ୟ ଡାକଦେଲେ
ଶୁଣିକରି ଭୋଳାଲିଙ୍ଗ ପୁଣି ଲେଉଟିଲେ ।
ଭସ୍ମାସୁର ବୋଲେ ତୁମ୍ଭେ ଭଣ୍ଡିବର ଦେଲ
ମହାପ୍ରଭୁ ହୋଇ କିପାଁ ଏ ପ୍ରକାର କଲ ।
ଏହା ସତ୍ୟ ଅଟେ ବୋଇଲେକ ମହାଦେବ
ଯେଉଁ ବର ଦେଲୁ ଆମ୍ଭେ ମିଛ ସେ ନୋହିବ ।
ଅସୁର ବୋଇଲା ଯେବେ ବରତୋର ସତ୍ୟ
ଦେଖା ମୁହିଁ ଦେବି ଏବେ ତୋର ମୁଣ୍ଡେ ହସ୍ତ ।
ଏତକ ବୋଲିଣ ସେହି ଭସ୍ମାସୁର ବୀର
ଇଶ୍ୱର ମୁଣ୍ଡକୁ ହାତ ବଢ଼ାଏ ପାମର ।
ଦେଖି ଭୟ ପାଇ ପଳାଇଲେ ଦେବ ହର
ପଛେ ପଛେ ଗୋଡ଼ାଇଲା ସେ ଦାନବ ବୀର ।
ପୃଥିବୀ ଶେଷ ପର୍ଯ୍ୟନ୍ତ ହର ପଳାଇଲେ
ବୈକୁଣ୍ଠପୁରେ ଯାଇଁ ପ୍ରବେଶ ହୋଇଲେ ।
ଆରତ ହୋଇଣ ହର ପଳାଉଅଛନ୍ତି
ବୈକୁଣ୍ଠପୁରରେ ଥାଇ ଦେଖିଲେ ଶ୍ରୀପତି ।
ମାୟାଧର ପୁରୁଷ ଯେ ହେଲେ ବ୍ରହ୍ମଚାରି
କରେଣ ଶଙ୍ଖ ଧଇଲେ ଦେବ ଦଇତ୍ୟାରି ।
କଟିରେ ପିନ୍ଧିଅଛନ୍ତି କୃଷ୍ଣସାର ଚର୍ମ
ବ୍ରହ୍ମଚାରୀ ବେଶ ହୋଇଛନ୍ତି ଅନୁପମ ।
ଦୁହିଁଙ୍କର ମଧ୍ୟେ ମିଳିଗଲେ ଚକ୍ରଧର
ବୈକୁଣ୍ଠନାଥ ବୋଇଲେ ଶୁଣ ଭସ୍ମାସୁର ।
ଗୋଡ଼ାଇ ତୁ ଅଛୁ କିପାଁ ଏତେ ଶ୍ରମ କରି
ପଳାଇ ଯାଉଅଛନ୍ତି ଦେବ ତ୍ରିପୁରାରି ।
ତୋର କଥାମାନ କହ ଆମ୍ଭର ଆଗର
ନିଶ୍ଚୟ ତୋହର କାର୍ଯ୍ୟକରିବା ନିକର ।
ସବୁକଥା କହିଲା ସେ କରି ଆଦି ଅନ୍ତ
ସଂପୂର୍ଣ୍ଣରୂପେ ଶୁଣିଲେ ପ୍ରଭୁ ଜଗନ୍ନାଥ ।
ତହୁଁ ବିଷ୍ଣୁ ବୋଇଲେ ତୁ ଶୁଣ ଦୈତ୍ୟବୀର
କେମନ୍ତ ପ୍ରକାରେ ମନେ ପ୍ରତ୍ୟେଗଲୁ ତୋର ।
ସବୁଦିନେ ମିଛୁଆ ତ ଦେବ ପଶୁପତି
ସତକରି କଥା ସେହୁ କେବେ ନ କହନ୍ତି ।
ପ୍ରେତ ପିଶାଚ ଯେବଣ ଠାବରେ ରହନ୍ତି
ସେହି ସ୍ଥାନରେ ଏହି ତ ବିଶ୍ରାମ କରନ୍ତି ।
ଯେବେ ଏହାର ବଚନ ଅଟଇଟି ସତ
ତୋହର ମୁଣ୍ଡରେ ତୁହି ଦିଅ ତୋର ହସ୍ତ ।
ଯେବେ ସେ ତାହାର ବର ଦେଲା ମିଛ ହୋଇ
ତୋହର ଆଗୁଁ ପଳାଇଯିବ ଅବା କାହିଁ ।
ବିଷ୍ଣୁମାୟାରେ ଅସୁର ମୋହିତ ହୋଇଲା
ଆପଣାର ମୁଣ୍ଡରେ ସେ ନିଜହସ୍ତ ଦେଲା ।
ତତକ୍ଷଣେ ଭସ୍ମସାତ ହେଲା ତା ଶରୀର
ଧୂଳିସଙ୍ଗେ ମିଶିଗଲା ତେଡ଼େକ ଅସୁର ।
ଯେତେବେଳେ ଭସ୍ମାସୁର ଭୂମିରେ ପଡ଼ିଲା
ମହାଦେବଙ୍କ ମନରୁ ଭୟ ଦୁର ହେଲା ।
ଦେଖିଣ ମହେଶ ବଡ଼ ଲଜ୍ଜା ପ୍ରାପ୍ତ ହେଲେ
ପ୍ରଭୁଙ୍କ ଛାମୁରେ ଆସି ତକ୍ଷଣେ ମିଳିଲେ ।
ପରସନ୍ନ ହୋଇ ଭଣି ଦେବ ଚକ୍ରଧର
କେଡ଼େ ପାପ ଅର୍ଜ୍ଜୁଥିଲା ମୂଢ଼ ଭସ୍ମାସୁର ।
ତହିଁର ଫଳ ଅସୁର ତ୍ୱରିତେ ପାଇଲା
ଆପଣା ଇଚ୍ଛାରେ ସେହୁ ବିନାଶ ଲଭିଲା ।
ତୁହି ଯାହା ପୁଚ୍ଛାକଲୁ ପରୀକ୍ଷ ନୃବର
ବ୍ରହ୍ମା ମହେଶ ଅଟନ୍ତି ଏମନ୍ତ ପ୍ରକାର ।
ଭାଗବତ ପୁରାଣ ଯେ ପଢ଼ଇ ଶୁଣଇ
ପାପାଧି ପାତକମାନ ତାକୁ ନ ଲାଗଇ ।
ଭୃଗୁ ଉପାଖ୍ୟାନ
ଏଥୁଅନ୍ତରେ ପରୀକ୍ଷ ନାମେ ମହାରାଜାଶୁକମୁନିଙ୍କ ଚରଣେ କଲେ ଦିବ୍ୟପୂଜା ।ଭୋ ମୁନି ବୋଇଲେ ଭସ୍ମାସୁର ନାଶଗଲାତଦନ୍ତରେ ପୁଣିହିଁ କେଉଁ କୃତ୍ୟ ହେଲା ।ଶ୍ରୀ ଶୁକ ବୋଇଲେ ଶୁଣ ପରୀକ୍ଷିତ ରାୟେଭାଗବତ ପୁରାଣ ଯେ ସାଧୁରସମୟେ ।ଏକଦିନେ ସବୁ ମହାଋଷିମାନେ ଆସିରୁଣ୍ଡ ହୋଇ ସରସ୍ୱତୀ ନଦୀତୀରେ ବସି ।ପରସ୍ପରଙ୍କ ମଧ୍ୟରେ କରନ୍ତି ବିଚାରବ୍ରହ୍ମା ମହେଶ ଆବର ପ୍ରଭୁ ଚକ୍ରଧର ।ଏ ତିନି ଦେବତା ମଧ୍ୟେ ଅଟନ୍ତି କେ ବଡ଼ଏହି କଥା ବିଚାରନ୍ତି ସର୍ବେ କରି ଦୃଢ଼ ।ଭୃଗୁ ଋଷିଙ୍କି ଅନାଇଁ ବୋଲନ୍ତି ସମସ୍ତେଏହି କଥା ଗୋଟି ଆମ୍ଭେ ଜାଣିବା କେମନ୍ତେ ।ଭୃଗୁ ଋଷି ବୋଇଲେକ ବ୍ରହ୍ମା ଠାକୁ ଯିବୁଁଏ କଥା ଗୋଟିକି ବୁଝି ତୁମ୍ଭଙ୍କୁ କହିବୁ ।ଏତେ ବୋଲି ବ୍ରହ୍ମାଙ୍କର ପାଶେ ଚଳିଗଲେଧାତାଙ୍କୁ ଦେଖିଣ ଋଷି ମାନ୍ୟ ଧର୍ମ କଲେ ।ମାନନା କରିଲେ ମଧ୍ୟ ଆପେ ପିତାମହଅଜ୍ଞାନ ହୋଇ ଭୃଗୁଙ୍କୁ କଲେ ସେହୁ କୋହ ।ସେଠାବରୁ ମହାଋଷି ବେଗେ ଗଲେ ଖସିଯେତେ ଋଷି ଥିଲେ ତହିଁ ସମସ୍ତେ ହିଁ ତ୍ରାସି ।ତଦନ୍ତେ ଯାଇ ମିଳିଲେ କପିଳାସ ପୁରତହିଁ ଦେଖିଲେ ବିଜୟ ଅନାଦି ଶଙ୍କର ।ଦେଖିଣ ଭୃଗୁ ଋଷିଙ୍କି ଦେବ ତ୍ରିଲୋଚନଆସ୍ଥାନ ତ୍ୟାଗ କରିଣ ଉଠିଲେ ବହନ ।ଆଦର କରିଣ ତାଙ୍କୁ ମାନ୍ୟଧର୍ମ କଲେଅନେକ କାର୍ପଣ୍ୟ ହୋଇ ଋଷିଙ୍କି ବୋଇଲେ ।ମହା ନିଷ୍ଠୁର ହୃଦୟ ଅଟଇ ତୁମ୍ଭରମେରୁ ମନ୍ଦର ପର୍ବତ ତହିଁ ହୋଇ ଚୁର ।ଏ କଥା ଶୁଣି ମହର୍ଷି ବେଗେ ଚଳିଯାଇବିଷ୍ଣୁଙ୍କ ପାଶେ ମିଳିଲେ ମନେ ଦୁଃଖ ପାଇ ।ତାହାଙ୍କୁ ଦେଖିଣ ଋଷି ନାତେକ ମାଇଲେଜଗନ୍ନାଥ ତାଙ୍କୁ ପଲ୍ୟଙ୍କରେ ବସାଇଲେ ।ନ ଜାଣି ମାଇଲ ତୁମ୍ଭ ପାଦ ବ୍ୟଥା ହେବଏଦୋଷ ଗୋଟିକ ମୁନି ମୋତେ ଯେ ଲାଗିବ ।ତୁମ୍ଭର ଚରଣ ରଜ ଦେହରେ ଲାଗିଲାତେଣୁକରି ମୋର ଦେହ ପବିତ୍ର ହୋଇଲା ।ଏ ତୁମ୍ଭର ପାଦରଜ ଯେଉଁ ପ୍ରାଣୀ ପାଇଲକ୍ଷ୍ମୀ ତାହାର ଗୃହରେ ସଦା ରହିଥାଇ ।ବିଷ୍ଣୁଙ୍କର ବଚନରେ ଭଣି ଭୃଗୁଋଷିବିଷ୍ଣୁଙ୍କର ଗୁଣ ତହିଁ ବୁଝିଲି ବିଶେଷି ।ଆନନ୍ଦ ପାଇଣ ମୁନି ପୁଲକିତ ହେଲେସରସ୍ୱତୀ କୁଳକୁ ସେ ବେଗେ ଚଳିଗଲେ ।ସବୁ ଋଷିମାନଙ୍କର ଅଗ୍ରେ ଯାଇ କହିବିଷ୍ଣୁ ସବୁଠାରୁ ବଡ଼ ସନ୍ଦେହ ତ ନାହିଁ ।ସମସ୍ତଙ୍କଠାରୁ ବଡ଼ ଅଟନ୍ତି ଅନନ୍ତକୀଟୁଁ ବ୍ରହ୍ମ ପରିଯନ୍ତେ ତା ତହିଁ ଏକତ୍ର ।ବିଷ୍ଣୁ ଗୁଣ ବିଶେଷିଣ କହି ମୁନିଗଣଦେବଋଷି ବ୍ରହ୍ମଋଷି କରନ୍ତି ଗାୟନ ।ହରିଙ୍କର ଅଙ୍ଗ କୀର୍ତ୍ତି ଅଟେ ହରିବଂଶତାଙ୍କର ଚରିତ କହି କେ କରିବ ଶେଷ ।ଶ୍ରୀହରିବଂଶ ଅଟଇ କର୍ଣ୍ଣକୁ ଅମୃତପଢ଼ ନରନାରୀମାନେ ଭଣଇ ଅଚ୍ୟୁତ ।
ବିପ୍ରପୁତ୍ରର ପୁନର୍ଜୀବନ ଲାଭ
ଏଥୁଅନନ୍ତରେ ପୁଣି ସୁଭଦ୍ରାର ନାତିଭକତିଭାବ ହୋଇଣ ଶୁକଙ୍କୁ ପୁଚ୍ଛନ୍ତି ।ଭୃଗୁମୁନି କହିଲେକ କୃଷ୍ଣଗୁଣ ଗାଥାତଦନ୍ତରେ ପୁନରୁପି ହେଲା କେଉଁକଥା ।ଶୁକ ବୋଇଲେ ହେ ଶୁଣ ପରୀକ୍ଷ ରାଜନଏଥୁଅନନ୍ତରେ ହେଲା ଯେଉଁ କଥାମାନ ।ଦ୍ୱାରକାପୁରରେ ଥିଲା ଏକଇ ବ୍ରାହ୍ମଣତାହାର ଗୋଟିଏ ପୁତ୍ର ହୋଇଲା ଜନମ ।ଜନମ ହେବା ମାତ୍ରକେ ତାର ମୃତ୍ୟୁ ହେଲାଦେଖିକରି ବ୍ରାହ୍ମଣର ଶୋକ ଜନମିଲା ।ମୋହର ଜ୍ଞାନରେ କିଛି ପାପ କରିନାହିଁବ୍ରାହ୍ମଣର କଥାମାନ ନ ଶୁଣିଲେ କେହି ।ଏମନ୍ତ ପ୍ରକାରେ ଥୋକେ ଦିନ ବହିଗଲାପୁଣି ବ୍ରାହ୍ମଣୀର ଗର୍ଭ ଉଦୟ ହୋଇଲା ।ଯୁଧିଷ୍ଠିରଙ୍କର ଭାଇ ଅଟନ୍ତି ଅର୍ଜ୍ଜୁନସେହୁ ଆସି ରହିଥିଲେ ଦ୍ୱାରକା ଭୁବନ ।ସେହିକାଳେ ବ୍ରାହ୍ମଣର ପୁତ୍ରଜାତ ହେଲାଜନମ ଲଭିବା ମାତ୍ରେ ଯମପୁର ଗଲା ।ପୁତ୍ରର ମରଣ ହ୍ୱନ୍ତେ କୁପିଲା ବ୍ରାହ୍ମଣବେଗେ ପ୍ରବେଶିଲା କୃଷ୍ଣ ସିଂହଦୁଆରେଣ ।ମହାଆତଙ୍ଗେ ବ୍ରାହ୍ମଣ କରଇ ଗୁହାରିମଲାପୁତ୍ରକୁ ପାଇବି କାହିଁ ଲୋଡ଼ିକରି ।ଏ ପ୍ରକାରେ ମୋର ନବଗୋଟି ପୁତ୍ର ମଲାବ୍ରାହ୍ମଣ ଯାଇଣ କୃଷ୍ଣ ପାଖରେ କହିଲା ।ଶ୍ରୀକୃଷ୍ଣର ପାଶେ ବସିଥିଲେ ଯେ ଅର୍ଜ୍ଜୁନବ୍ରାହ୍ମଣ ଗୁହାରିକୁ ଶୁଣି ବିଦ୍ୟମାନ ।ବ୍ରାହ୍ମଣର ମୁଖକୁ ଚାହିଁ ଅରଜୁନ କହିକ୍ଷତ୍ରିବୀର୍ଯ୍ୟେ ଜାତ ହୋଇ ଏଥେ କେହି ନାହିଁ ।କ୍ଷତ୍ରିୟ ପୁତ୍ର ଯଦ୍ୟପି ଏଥେ ରହିଥାନ୍ତାତୁମ୍ଭର ପୁତ୍ର ଜନମି କିପାଇଁ ମରନ୍ତା ।ଏବେ କ୍ରୋଧ ତେଜି ଏହିଠାରୁ ତୁମ୍ଭେ ଯାଅକିଛିଦିନ ନିଶ୍ଚିନ୍ତରେ ମନ୍ଦିରରେ ଥାଅ ।ପୁତ୍ର ଜାତ ହେଲେ କହିବଟି ମୋତେ ଆସିମୁହିଁ ତୋର ପୁତ୍ରକୁ ଯେ ରଖିବି ବିଶେଷି ।ଯଦ୍ୟପି ତୋର ପୁତ୍ରକୁ ରଖି ନ ପାରିବିଅନଳ ଜାଳିଣ ମିୁହିଁ ନିଶ୍ଚୟ ମରିବି ।ଅର୍ଜ୍ଜୁନ ବଚନ ଶୁଣି ବୋଲଇ ବ୍ରାହ୍ମଣଧନ୍ୟ ଧନ୍ୟ ଅଟୁ ତୁହି ବୀର ଅରଜୁନ ।ମହିମଣ୍ଡଳେ ଧାନୁକୀ ଚୁଡ଼ାମଣି ତୁହିବହୁତ ଲୋକର ମୁଖେ ଶୁଣିଅଛି ମୁହିଁ ।ତାହା ଶୁଣିଣ ବ୍ରାହ୍ମଣ ସବୁଙ୍କୁ କହିଲାଯୁଧିଷ୍ଠିର ସାନଭାଇ ରଖିବ ବୋଇଲା ।ଏମନ୍ତେଣ ତହିଁ ଗଲା କେତେହେଁକ ଦିନବ୍ରାହ୍ମଣୀ ପ୍ରସବ କଲା ଏକଇ ନନ୍ଦନ ।ବେଗରେ ବ୍ରାହ୍ମଣ ଯାଇ ପାର୍ଥକୁ କହିଲାମୋହର ପୁତ୍ର ଗୋଟିଏ ଜନମ ହୋଇଲା ।ତାହା ଶୁଣିଣ ଅର୍ଜ୍ଜୁନ ଗାଣ୍ଡୀବ ଧରିଣତୁରିତେ ମିଳିଲା ଯାଇ ବ୍ରାହ୍ମଣ ଘରେଣ ।ଗାଣ୍ଡୀବ ଧନୁରେ ଗୁଣଦେଇ ବୀରବରଦିବ୍ୟ ଶସ୍ତ୍ରମାନ ବାଛି ଧରେ ଧାତିକାର ।ତଳର ପାଚେରୀମାନ ନିସନ୍ଧି କରିଣଶସ୍ତ୍ର ପେଷିଣ ଅର୍ଜ୍ଜୁନ କଲେ ଆଚ୍ଛାଦନ ।ପବନ ଦେବତା ତହିଁ ପଶି ନ ପାରିଲାଏମନ୍ତ କରି ଅର୍ଜ୍ଜୁନ ନାରାଚ ସନ୍ଧିଲା ।ଏମନ୍ତ ସମୟେ ଶୁଣ ପଣୀକ୍ଷ ରାଜନବ୍ରାହ୍ମଣର ପୁତ୍ରଜାତ ହେଲା ସେହିଦିନ ।ବ୍ରାହ୍ମଣର ପୁତ୍ର ଜାତ ହୋଇଣ କାନ୍ଦିଲାତତକ୍ଷଣେ ଅନ୍ତର୍ଦ୍ଧାନ ହୋଇ କେଣେ ଗଲା ।ଆନବେଳେ ପୁତ୍ରର ଯେ ଶବ ପଡ଼ିଥାଇଏବେ ଶବ ସହ କେଣେ ଗଲାକ ଉଭାଇ ।ଏମନ୍ତ ପ୍ରକାରେ ତହିଁ ଦେଖିଣ ବ୍ରାହ୍ମଣଅର୍ଜ୍ଜୁନକୁ ବୋଇଲା ସେ ବଡ଼ ଧିକ୍କାରିଣ ।ତହୁଁ ବ୍ରାହ୍ମଣ ବଚନେ ଚଳିଲା ଅର୍ଜ୍ଜୁନବେଗେ ଯାଇ ପ୍ରବେଶିଲା ଯମର ଭୁବନ ।ଅନୁସରିଣ ତାହାକୁ ବହୁତ ଖୋଜିଲାବ୍ରାହ୍ମଣ ପୁତ୍ରର ଚିହ୍ନ ବର୍ଣ୍ଣ ନ ପାଇଲା ।ଫେରିଆସି ଶ୍ରୀକୃଷ୍ଣଙ୍କୁ ବୋଇଲେ ଅର୍ଜ୍ଜୁନନିଶ୍ଚୟ ଅଗ୍ନିରେ ମୁହିଁ ହୋଇବି ଦହନ ।ବ୍ରାହ୍ମଣ ଅଗ୍ନି ଜାଳିଛି ମରିବି ନିୟତଧାଇଁ ଯାଇ ହସ୍ତ ତାର ଧଇଲେ ଅଚ୍ୟୁତ ।ବ୍ରାହ୍ମଣ ପୁତ୍ରକୁ ବେଗେ ଆଣିବା ହେ ଯାଇଁନନ୍ଦିଘୋଷ ସାଜ ବୋଲି ଦାରୁକ କୁ କହି ।ଅର୍ଜ୍ଜୁନ ବୀରକୁ ସଙ୍ଗେ ଘେନିଣ ମୁରାରିନନ୍ଦିଘୋଷ ରଥପରେ ବେଗେ ବିଜେକରି ।ଦାରୁକ ସାରଥୀ ବେଗେ ବାହିଲାକ ଯାନବିଜେକଲେ ସ୍ୱର୍ଗପୁରେ ତହୁଁ ଦୁଇଜଣ ।ସାତଗୋଟି ସମୁଦ୍ର ଯେ ସାତଟା ପର୍ବତସେମାନଙ୍କୁ ଜିଣିଗଲେ ଅର୍ଜ୍ଜୁନ ଅଚ୍ୟୁତ ।ତହିଁ ଉତ୍ତାରେ ପଡ଼ିଲା ଅନ୍ଧକାର ଭୂଇଁସେଠାରୁ ତେଣିକି ଆଉ ପଥ ନ ଦିଶଇ ।ନନ୍ଦିଘୋଷ ରଥ ଘେନି ନ ପାରିଲେ ଯାଇସୁଦର୍ଶନ ଚକ୍ରବରେ ବୋଲନ୍ତି କହ୍ନାଇ ।ଆଗରେ ବାଟ କଢ଼ାଅ ବୋଲି ଆଜ୍ଞା ଦେଲେପଥ ଦିଶୁ ନାହିଁ ଯିବା କେମନ୍ତ ପ୍ରକାରେ ।କୋଟିଏ ସୂର୍ଯ୍ୟର ତେଜ ଯେହ୍ନେ ବିରାଜଇବାଟ କଢ଼ାଇଣ ଚକ୍ର ଆଗରେ ଚଳଇ ।ପ୍ରଭୁ ରାମଚନ୍ଦ୍ରଙ୍କର କୋଦଣ୍ଡ ଯେସନସୁଦର୍ଶନ ଚକ୍ର ତେଜ ଦିଶଇ ତେସନ ।ଅନ୍ଧକାର ଭୂମି ମାଡ଼ି ବେଗେ ଚଳିଗଲେତଦନ୍ତେ ଯାଇଁ କାଞ୍ଚନ ଭୂମିରେ ମିଳିଲେ ।ସେ ଭୂମି ତେଜ ଦେଖିଲେ ଚକ୍ଷୁ ଝଲସଇସୁଦର୍ଶନ ଚକ୍ରତେଜ ମିଳିଗଲା ତହିଁ ।ସେହି କାଞ୍ଚନ ଭୂମିକି ପାର ହେବା ପରେପ୍ରବେଶ ହୋଇଲେ ଯାଇଁ କ୍ଷୀର ସାଗରରେ ।ସେ ମହାଜଳ ଅତ୍ୟନ୍ତ ନିର୍ମଳ ଅଟଇତହିଁ ବିଜେ କରିଛନ୍ତି ଅନନ୍ତ ଗୋସାଇଁ ।ସେହି ପୁର ଗୋଟିକ ଯେ ଅଟଇ ନିର୍ମଳମଣି ମାଣିକ୍ୟ ନିର୍ମିତ ଅଟଇ ସକଳ ।ସେହିପୁର ଗୋଟିକର ନାହିଁ ପଟାନ୍ତରଉପମା ନାହିଁ ତ ସ୍ୱର୍ଗ ମଞ୍ଚ ପାତାଳର ।ବାସୁକୀ ଶିରେ ଅନନ୍ତ ଦେବ ଛନ୍ତି ଶୋଇଏମନ୍ତ ପ୍ରକାରେ ଶୋଭା ଆଉ ନାହିଁ କାହିଁ ।ବାସୁକୀର ସହସ୍ରକ ଫଣା ଶୋଭାବନତହିଁର ଉପରେ ସ୍ୱାମୀ କରନ୍ତି ଶୟନ ।ନିଶ୍ଚିନ୍ତରେ ଶୋଇଛନ୍ତି ପ୍ରଭୁ ଭଗବାନତାହାଙ୍କୁ ଦେଖିଲେ ଯାଇ ଶ୍ରୀକୃଷ୍ଣ ଅର୍ଜ୍ଜୁନ ।ସୀମସ୍ଥାନେ ଲକ୍ଷ୍ମୀ ପାଦତଳେ ସରସ୍ୱତୀଏମାନେ ସର୍ବେ ତାଙ୍କରି ପାର୍ଶ୍ୱରେ ଅଛନ୍ତି ।ବ୍ରହ୍ମା ଈଶ୍ୱରଙ୍କ ମୁଳେସର୍ବ ଦିଗପାଳନାନା ପ୍ରକାର ବିଚାର କରନ୍ତି ସକଳ ।ମୂର୍ତ୍ତିମନ୍ତ ହୋଇ ଦେବ ଛାମୁରେ ଅଛନ୍ତିପ୍ରଭୁଙ୍କ ମୁଖକୁ ଚାହିଁ କରୁଛନ୍ତି ସ୍ତୁତି ।ଶ୍ରୀକୃଷ୍ଣ ଅର୍ଜ୍ଜୁନ ଯାଇ ତହିଁ ପ୍ରବେଶିଲେଅନନ୍ତ ଶଯ୍ୟାରେ ଭଗବାନଙ୍କୁ ଦେଖିଲେ ।ପ୍ରଣାମ କରିଣ ପାଦପଦ୍ମରେ ଶୋଇଲେହରି ଅର୍ଜ୍ଜୁନଙ୍କୁ ଦେଖି ପ୍ରଭୁ ଆଜ୍ଞା ଦେଲେ ।ପୃଥିବୀର ମହାଭାରା ନିବାରିବା ପାଇଁଆମ୍ଭ ଆଜ୍ଞା ପାଇ ତୁମ୍ଭେ ଜନ୍ମିଅଛ ଦୁଇ ।ସେଥି ନିମନ୍ତେ ତୁମ୍ଭଙ୍କୁ ନିଯୋଗିଲୁ ଆମ୍ଭେଏତେ ଦିନଯାଏ କିପାଁ ରହିଅଛ ତୁମ୍ଭେ ।ସେ କାରଣେ ଦେଖିବାର ନିମନ୍ତେ ତୁମ୍ଭଙ୍କୁହରି ଆଣିଅଛୁ ଆମ୍ଭେ ବ୍ରାହ୍ମଣ ପୁତ୍ରକୁ ।ଏବେ ତୁମ୍ଭେ ଘେନିଯାଅ ବ୍ରାହ୍ମଣର ପୁତ୍ରସମର୍ପିବ ଦ୍ୱାରକାରେ ବିପ୍ରର ଅଗ୍ରତ ।ତୁମ୍ଭେମାନେ ଆଉ କେବେ ବିଳମ୍ବ ନକରପୃଥିବୀର ମହାଭାର ଏବେ ଶୀଘ୍ର ସାର ।ଏମନ୍ତ ବୋଲି ତାହାଙ୍କୁ ପ୍ରଭୁ ଆଜ୍ଞାଦେଇସାବଧାନେ ଶୁଣ ତୁମ୍ଭେ ପରୀକ୍ଷ ନୃସାଇଁ ।ଶ୍ରୀମୁଖ ଆଜ୍ଞା ପାଇଣ ଶ୍ରୀକୃଷ୍ଣ ଅର୍ଜ୍ଜୁନସଙ୍ଗେ ଘେନିଲେ ସେମାନେ ବ୍ରାହ୍ମଣ ନନ୍ଦନ ।ଦ୍ୱାରକାପୁରକୁ ଦୁହେଁ ବେଗେ ଚଳିଗଲେପୁତ୍ରଙ୍କୁ ନେଇଣ ବ୍ରାହ୍ମଣର ପାଶେ ଦେଲେ ।ଦେଖିଣ ବ୍ରାହ୍ମଣ ମହା ଆନନ୍ଦିତ ହେଲାବୋଇଲା ମୋହର ପୁତ୍ରକଷ୍ଟ ପାରଗଲା ।ବ୍ରାହ୍ମଣ ଦେଖିଲା ଯହୁଁ ଶ୍ରୀକୃଷ୍ଣ ଚରିତମହିମା ବର୍ଣ୍ଣନ କଲା ହୋଇ ତୋଷଚିତ୍ତ ।ଦିବ୍ୟଚକ୍ଷୁ ଫେଡ଼ି ଚାହିଁଦେଲା ଦ୍ୱିଜବରଦେଖିଲା ସେ ଶଙ୍ଖ ଚକ୍ର ଅଛଇ ହସ୍ତର ।ନିସ୍ତରିଲି ବୋଲିକରି ଶୋଏ ଗଡ଼ଘାଲିବ୍ରାହ୍ମଣ ବୋଇଲା ତହୁଁ ପଦ୍ମପାଦେ ପଡ଼ି ।ଜୟ ଜୟ ନିରଞ୍ଜନ ନିରାକାର ସ୍ୱାମୀଅଶେଷ କୋଟି ବ୍ରହ୍ମାଣ୍ଡେ ତୁହି ଅନ୍ତର୍ଯ୍ୟାମୀ ।ଲକ୍ଷ୍ମୀର ବଲ୍ଲଭ ତୁହି ଦେବାଧିଙ୍କ ରାଜାସନକାଦି ମୁନିମାନେ କରି ପାଦପୂଜା ।ଜଳ ସ୍ଥଳ ଅନଳରେ ତୁହି ଅଛୁ ପୂରିଶୁଭାଶୁଭ କର୍ମମାନ ପାରୁ ଆନକରି ।ଅକ୍ଷୟ ଅଜରାମର କଳ୍ପାନ୍ତ ପୁରୁଷତ୍ରିକାଳର କଥାମାନ ତୋତେସବୁ ଦୃଶ୍ୟ ।ମଦ ମତ୍ସରାଦି ଅହଙ୍କାର ତୋର ନାହିଁଅଛିଦ୍ର ପୂର୍ଣ୍ଣାନନ୍ଦ ତୁ ଅଲେଖ ଗୋସାଇଁ ।ମୁଁ ତୋହର ଦାସର ଦାସ ଅଟଇ ଶ୍ରୀହରିଏତେ ବୋଲି ଦ୍ୱିଜବର ପ୍ରଣିପାତ କରି ।ଜଗନ୍ନାଥ ବୋଇଲେକ ବିପ୍ର ମୁଖ ଚାହିଁପୁତ୍ର ଘେନି ନିଶ୍ଚିନ୍ତରେ ଏବେ ଥାଅ ରହି ।ଏମନ୍ତ ଦୟା ବ୍ରାହ୍ମଣେ କଲେ ଦୀନବନ୍ଧୁଯେଣୁକରି ଅଟନ୍ତି ସେ କୃପାଜଳ ସିନ୍ଧୁ ।ସୁଜନମାନେ ଭଜ ହୋ ନୀଳଗିରିବାସଜନ ହିତ ପାଇଁ ଭଣେ ଶ୍ରୀଅଚ୍ୟୁତ ଦାସ ।