ହରିବଂଶ (ଷଷ୍ଠ ଖଣ୍ଡ)
ଅଚ୍ୟୁତାନନ୍ଦ ଦାସ · ଭାଗ ୨୯ / ୩୩
ସମ୍ପୂର୍ଣ୍ଣ ସୂଚୀପତ୍ର
ଶାମ୍ବର ଲକ୍ଷଣ କନ୍ୟା ପରିଣୟ
ଶୁକ ବୋଇଲେ ଶୁଣ ପରୀକ୍ଷ ନୃପବରଲକ୍ଷଣା କନ୍ୟାର ଯେହ୍ନେ ହେଲା ସ୍ୱୟମ୍ବର ।ଦୁର୍ଯ୍ୟୋଧନ ରାଜାଙ୍କର ଝିଅ ସେ ଅଟଇସୁନ୍ଦର ପଣେ ତାହାକୁ ପଟାନ୍ତର ନାହିଁ ।ସମାରୋହେ ରାଜା କରିଅଛି ସ୍ୱୟମ୍ବରତହିଁ ମିଳି କୃଷ୍ଣ ପୁତ୍ର ଶାମ୍ବ ମହାବୀର ।ମାଳା ଦେଇଣ ସେ କନ୍ୟା କାହାକୁ ନ ବରିନୃପତିମାନଙ୍କ ରୁପ ଦେଖୁଥିଲା ହେରି ।ରଙ୍ଗସଭା ମଧ୍ୟେ କନ୍ୟା ଅଛି ଉଭାହୋଇଶାମ୍ବ କୁମର ଧଇଲା ବଳେ ତାକୁ ଯାଇଁ ।ବେନି ଭୁଜେ ତୋଳି ରଥ ଉପରେ ଥୋଇଲାଦ୍ୱାରକାକୁ ଯିବାପାଇଁ ଉଦଯୋଗ କଲା ।ଏମନ୍ତ ଚରିତ ଦେଖ କୁରୁବୀର ମାନେବିଡ଼ମ୍ବନ ଦେଖି କ୍ରୋଧ ପାଇଲେକ ମନେ ।ମହାରଥୀ ଭୀଷ୍ମଙ୍କର ଅଗ୍ରେ ଜଣାଇଲେକୁରୁବୀରମାନେ ଅତି କୋପେଣ ଧାଇଁଲେ ।କର୍ଣ୍ଣ ଶକୁନିର ମୁଳେ ବୀର ଦୁଃଶାସନଭୁରିଶ୍ରବା ଆଦିକରି ରାଜା ଦୁର୍ଯ୍ୟୋଧନ ।ସମସ୍ତେ ହିଁ ଏକମୁଖ ହୋଇଣ ଧାଇଁଲେଶାମ୍ବ କୁମରକୁ ବେଢ଼ି ବାଣ ବୃଷ୍ଟି କଲେ ।ହସ୍ତେ ଧନୁ ଧରି ଜାମ୍ବବତୀର କୁମରସବୁ ଶର ଛେଦି ପକାଇଲା ତାହାଙ୍କର ।ଷଢ଼ରଥୀ ବେଗୁ ବେଗେ ଯାଇଣ ଭେଟିଲେସହସ୍ର ସହସ୍ର ବାଣ ତାହାକୁ ମାରିଲେ ।ଏକାହୋଇ ଶାମ୍ବବୀର କିଛିହିଁ ନ ଡରିକୋପେ ଶର ବୃଷ୍ଟି କଲା ଦ୍ରୋଣ ମେଘ ପରି ।ସେ ବାଣାଘାତରେ ପୀଡ଼ା ପାଇ କୁରୁବଳଥୋକେ ଭାଜିଗଲେ ଥୋକେ ହୋଇଲେ ଆକୁଳ ।ଏହାଦେଖି ଷଢ଼ରଥୀ ଏକଯୋଗ ହୋଇଅଧର୍ମରେ ଯୁଦ୍ଧ କଲେ ଧର୍ମକୁ ନ ଚାହିଁ ।ପାପ ପୁଣ୍ୟ କଥା କେହି ବିଚାର ନ କରିଏକମୁଖ ହୋଇ ସର୍ବେ ନାନା ଶସ୍ତ୍ର ମାରି ।ସାରଥୀ ସହିତ ନେଲେ ଘୋଡ଼ାଙ୍କର ପ୍ରାଣକବଚ ତୁଣୀର କାଟି କଲେ ରଣଭଣ ।ହସ୍ତର ଧନୁ ତାହାର କାଟି ପକାଇଲେସର୍ବେ ବେଢ଼ିଣ ତାହାକୁ ବିରଥୀ କରିଲେ ।କୁମର କନ୍ୟା ଦୁହିଙ୍କି ଧଇଲେ ଯାଇଣହସ୍ତିନାପୁରେ ତାହାଙ୍କୁ ରଖିଲେ ବାନ୍ଧିଣ ।ଏ କଥା ଜାଣି ନାରଦ ଯାଇ ଅତି ବେଗେଦ୍ୱାରକାରେ ଜଣାଇଲେ ଶ୍ରୀକୃଷ୍ଣଙ୍କ ଆଗେ ।ସାବଧାନ ହୋଇ ଶୁଣ ଦେବ ଚକ୍ରଧରଦୁର୍ଯ୍ୟୋଧନ ଶାମ୍ବକୁ ଯେ ଧଇଲା ତୋହର ।ଅଧର୍ମ ସମର କୁରୁବୀରମାନେ କଲେକୁମର ପ୍ରତି ସେମାନେ ଉପ୍ରୋଧ ନ କଲେ ।ଦୁର୍ଯ୍ୟୋଧନ ଆଦି ବେଢ଼ିଥିଲେ ଷଢ଼ରଥୀଅଧର୍ମ ଯୁଦ୍ଧ କରିଣ କଲେକ ବିରଥୀ ।ମୁନି ମୁଖୁ ବାରତା ପାଇଣ ଉଗ୍ରସେନବୋଇଲେ ସେ ବେଗକରି ସାଜ ହୋ ସଇନ୍ୟ ।ହସ୍ତିନା ପୁରକୁ ବେଗେ କରିଣ ବିନାଶଶାମ୍ବ ଲକ୍ଷଣାକୁ ସର୍ବେ ତହୁଁ ଘେନି ଆସ ।ଉଗ୍ରସେନଙ୍କର ଆଜ୍ଞା ପାଇଣ ବୀରଗଣେସଇନ୍ୟ ଘେନିଣ ସଜ ହୋଇଲେ ବହନେ ।ଉଗ୍ରସେନଙ୍କର ସଜ ଦେଖି ରାମ କହିହସ୍ତିନାକୁ ସୈନ୍ୟ ଯାଉଛନ୍ତି କାହିଁପାଇଁ ।ଆମ୍ଭେ ହସ୍ତିନା ଭୁବନେ ବିଜେ କରିଯିବୁଶାମ୍ବ କୁମରକୁ ତହୁଁ ଘେନିଣ ଆସିବୁ ।ବଳରାମ ମହାପ୍ରଭୁ ଯାହା ଦେଲେ ଆଜ୍ଞାଦେହ ବହି କିଏ ଅବା କରିବ ଅବଜ୍ଞା ।ତେଜୋମୟ ଅଟଇ ସେ ତାଳଧ୍ୱଜ ରଥଆପଣେ ଚଢ଼ିଲେ ଘେନି ସବୁ ଅସ୍ତ୍ର ଶସ୍ତ୍ର ।ବୃଦ୍ଧ ଯାଦବ ଯେତେକ ଉତ୍ତମ ଲୋକଙ୍କୁସଙ୍ଗତରେ ଘେନିଗଲେ ହସ୍ତିନାପୁରକୁ ।ହସ୍ତିନାପୁର ଭବନ ଉପବନେ ରହିଉଦ୍ଧବଙ୍କୁ ପଠାଇଲେ ସବୁ କଥା କହି ।ଆବର କହିଲେ ତୁମ୍ଭେ ହସ୍ତିନାକୁ ଯାଅଆମ୍ଭର ଆସିବା ମାନଗୋବିନ୍ଦଙ୍କୁ କହ ।ରାମ ଆଜ୍ଞାରେ ଉଦ୍ଧବ ହସ୍ତିନାକୁ ଚଳିଧୃତରାଷ୍ଟ୍ରଙ୍କର ଆସ୍ଥାନରେ ଯାଇ ମିଳି ।ଭୀଷ୍ମ ଦ୍ରୋଣ ଆଦିକରି ସବୁଙ୍କୁ ଭେଟିଲେବଳରାମ ଆସିବାର ବାରତା କହିଲେ ।ଶୁଣି ଆନନ୍ଦିତ ହେଲା ସେ କୁମରମଣିଦୁର୍ଯ୍ୟୋଧନ ଆଦି କୁରୁବୀରମାନେ ଶୁଣି ।ବାର୍ତ୍ତାପାଇ ସମସ୍ତେ ହିଁ ଅର୍ଘ୍ୟ ଘେନି କରେରାମଙ୍କୁ ଆଣିବା ପାଇଁ ଗଲେ କୁରୁବୀରେ ।ଉପବନର ଭିତରେ ତାହାଙ୍କୁ ଦେଖିଲେଯେ ଯାହାର ଅନୁରୁପେ ମାନ୍ୟଧର୍ମ କଲେ ।ମହା ହରଷ ହୋଇଣ କୁରୁବୀରମାନେକରଯୋଡ଼ି ଉଭାହେଲେ ରାମ ସନ୍ନିଧାନେ ।ବଳରାମ ପଚାରନ୍ତି ଶୁଣ ଭୀଷ୍ମ ଦ୍ରୋଣରାଜାଙ୍କ ଉପରେ ଯେଉଁ ରାଜା ଉଗ୍ରସେନ ।ତାଙ୍କ ଶ୍ରୀମୁଖରୁ ଆଜ୍ଞା ହୋଇଛି ତୁମ୍ଭଙ୍କୁକହିବା ପାଇଁ ବରଗି ଅଛନ୍ତି ଆମ୍ଭଙ୍କୁ ।ଏକଚିତ୍ତ ହୋଇଣ ଯେ ତୁମ୍ଭେମାନେ ଶୁଣଏ ଆଜ୍ଞା କଥା ଗୋଟିକ ନିୟତ ପ୍ରମାଣ ।ଅଧର୍ମ ଆଚାର କରି ସମସ୍ତେ ଯୁଝିଲକିପାଁ କଅଁଳା ପୁଅକୁ ଅଦୋଷେ ମାଇଲ ।ଏ ସମସ୍ତ କଥାମାନ ନ ବୁଝିଲ ତୁମ୍ଭେତୁମ୍ଭର ଏ ସବୁ ଦୋଷ ଉପେକ୍ଷିଲୁ ଆମ୍ଭେ ।ଯାହାଙ୍କର ସଙ୍ଗତେ ହୋ ବନ୍ଧୁପଣ କରିଯେତେ ଦୋଷ କରିଲେ ହେଁ ସବୁ ପରିହରି ।ଶାମ୍ବ କୁମର ସହିତ ତୁମ୍ଭର ଯେ ଝିଅଦୁହିଁଙ୍କ ଚିତ୍ତ ମିଳନ୍ତେ ହେଲେ ପତି ପ୍ରିୟ ।ସେ କଥା କିଛି ନ ବୁଝି ଯୁଦ୍ଧ ଆରମ୍ଭିଲଅଦୋଷେ ବନ୍ଧନ କରି ପୁତ୍ରକୁ ରଖିଲ ।ତେଣୁକରି ମହାରାଜା ଆମ୍ଭଙ୍କୁ ପେଷିଲେସବୁ କଥା କହିବାକୁ ଆମ୍ଭଙ୍କୁ କହିଲେ ।ରାମଙ୍କ ମୁଖରୁ ଏହା ଶୁଣି କଉରବେପରସ୍ପରେ ଚୁହାଁଚୁହିଁ ହୋଇଲେ ସରବେ ।କ୍ରୋଧାଗ୍ନିରେ ଜଳିଉଠି ବୋଲନ୍ତି ସକଳେକାନରେ ଶୁଣିଲୁ ଏହା କର୍ମର ଅବଳେ ।ପାଦ ସେବାକରି ଲୋକ ମସ୍ତକେ ବସଇଚର୍ମର ପାଦୁକା ଅବା ଗର୍ବେ ଏହା କହି ।ଆମ୍ଭର ସଙ୍ଗରେ କିସ ହେବ ବନ୍ଧୁପଣପାଇବ ଟିକି ଶ୍ରୀକୃଷ୍ଣ ରାଜାଙ୍କ ଆସନ ।ଆମ୍ଭଙ୍କୁ ଆଜ୍ଞା ସେହୁଟି ଦ୍ୟନ୍ତି କାହିଁପାଇଁଭୀଷ୍ମ ଦ୍ରୋଣ କର୍ଣ୍ଣାର୍ଜୁନ ଅଛନ୍ତିଟି ଯହିଁ ।ଏହି କୁରୁସାଗରରେ ସର୍ବେ ଛନ୍ତି ରହିଏ କଥା ଗୋଟା ତାଙ୍କର ମନରେ କି ନାହିଁ ।ଇନ୍ଦ୍ର ନ ପାରଇ ଯେଉଁ ରାଜ୍ୟେ ପଶିବାକୁମଞ୍ଚରେ କିଏ ବା ଅଛି ସମାନ ହେବାକୁ ।ରାମଙ୍କୁ ଏମନ୍ତ କହି କଉରବଗଣହସ୍ତିନା ପୁରକୁ ଚଳିଗଲେ ତତକ୍ଷଣ ।ଏମନ୍ତ ଦେଖିଣ ବଳରାମ କୋପକଲେସଙ୍ଗରେ ଥିବା ଲୋକଙ୍କୁ ବେଗେ ଆଜ୍ଞାଦେଲେ ।ଦୁଷ୍ଟ ପାମର ଅଟଇ ଏହି କୁରୁରାଣମଞ୍ଚପୁର ମହାରାଜା ଅଟେ ଉଗ୍ରସେନ ।ଇନ୍ଦ୍ର ଆଦିକରି ଦଶଦିଗପାଳ ପତିଯାହାଙ୍କ ସେବା କରନ୍ତି ହୋଇ ବଶବର୍ତ୍ତୀ ।ସୁଧର୍ମା ସଭା ମାଡ଼ିଣ ଯେ ଲୋକ ବସଇସେ କି ମହାରାଜାପଣେ ଗଣନା ନୁହଇ ।ସ୍ଥାପି ଅଛନ୍ତି ଯାହାକୁ ପ୍ରଭୁ ଚକ୍ରଧରଛାମୁରେ କଥା କହନ୍ତି ଯୋଡ଼ି ବେନିକର ।ଉଗ୍ରସେନ ମହାରାଜା ଏମନ୍ତ ଅଟଇଇନ୍ଦ୍ରଦେବତା ନମନ୍ତି ଯାହାର ପାଦେହିଁ ।ସେ ରାଜାର ପାଦତଳେ ଆମ୍ଭେ ସଦା ଥାଉଁଆମ୍ଭର ମୁକୁଟ ତାଙ୍କ ପାଦେ ତଳେ ଯହୁଁ ।ଯେବଣ ରାଜାର ପାଦଦୋକ ମୋକ୍ଷପାଇଁଯାହା ତହିଁ ତୀର୍ଥଜଳ ସମାନ ନୁହଇ ।ଲକ୍ଷ୍ମୀ ଯାହାଙ୍କର ନିତ୍ୟ ଭଜଇ ଚରଣସେ ରାଜାଙ୍କୁ ନିନ୍ଦାକରେ ମୁର୍ଖ କୁରୁରାଣ ।ଏମନ୍ତ ବୋଲିଣ ରାମ ମହାକୋପ କଲେସୌନନ୍ଦ ମୁଷଳ ତହୁଁ ହସ୍ତରେ ଘେନିଲେ ।ପୃଥିବୀ ମଧ୍ୟରେ ଯେତେ କୁରୁବୀରେ ଛନ୍ତିନିର୍ବଂଶ କରିଣ ମୁହିଁ ମାରିବି ଏ ଘାନ୍ତି ।ଏମନ୍ତ ପ୍ରତିଜ୍ଞାମାନ କରି ହଳଧରବେଗେ ଯାଇଣ ମିଳିଲେ ହସ୍ତିନା ପାଶର ।ହସ୍ତିନାପୁରକୁ ରାମ ଲଙ୍ଗଳେ ତାଡ଼ିଲେଉପାଡ଼ି ପକାଇବାକୁ ମନେ ବିଚାରିଲେ ।ମନେ ପାଞ୍ଚିଲେ ଗଙ୍ଗାରେ ପକାଇବା ନେଇହସ୍ତିନା ଲୋକେ କମ୍ପିଲେ ଥରହର ହୋଇ ।ନିଶ୍ଚୟେ ପଡ଼ିବେ ବୋଲି ସମସ୍ତେ ଭାଳିଲେଭୟେ ଆର୍ତ୍ତ ହୋଇକରି ସର୍ବେ ଡାକଦେଲେ ।ଜୟ ଜୟ କାମପାଳ ଜୟ ହଳଧରଜୟ ବଳରାମ ପ୍ରଭୁ ତ୍ରୈଲୋକ୍ୟ ଠାକୁର ।ବାସୁକିର ସସ୍ରେ ଶିର ମୁକୁଟ ଅଟଇସେ ବାସୁକି ତୋତେ ଦିନରାତି ଖଟିଥାଇ ।ସଂଖ୍ୟା କେ କରିବା କେତେ ଅଛି ବସୁନ୍ଧରୀସେଥିରେ ଜୀବ ଜନ୍ତୁଏ ଯେତେ ଛନ୍ତି ପୁରି ।ତୋହ ବିନା ତାଙ୍କୁ ରଖିବାକୁ କେହି ନାହିଁଏ ସଂକଟରୁ ଆମ୍ଭଙ୍କୁ କର ପରିତ୍ରାହି ।ଏମନ୍ତ ବୋଲିଣ କୁରୁବଳ ଡାକଦେଲେଲକ୍ଷଣା କନ୍ୟାକୁ ନେଇ ଛାମୁରେ ଅର୍ପିଲେ ।କୁମାର କୁମାରୀ ଦୁଇ ଆଗ କରିଛନ୍ତିଅତି ଆରତେ ଶରଣ ବୋଲିଣ ଡାକନ୍ତି ।ଲକ୍ଷଣା ଶାମ୍ବକୁ ଅଗ୍ରେ ଯହୁଁ ନେଇ ଦେଲେନୟନ ମେଲାଇ ରାମ ତାହାଙ୍କୁ ଚାହିଁଲେ ।ତତକ୍ଷଣେ ବଳରାମ ଆନନ୍ଦିତ ହୋଇଲଙ୍ଗଳୁ କାଢ଼ି ହସ୍ତିନାପୁର ତଳେ ଥୋଇ ।ଶ୍ରୀହସ୍ତରେ ହଳଧରି ଉଭାହେଲେ ବୀରଦେଖି କୁରୁବୀର ସର୍ବେ ଭୟରେ କାତର ।ସ୍ୱର୍ଣ୍ଣାଳଙ୍କାରେ ଭୂଷିତ ଆଠ ସସ୍ର ରଥୀବତ୍ସାର ସହିତ ଗାଭୀ ଲକ୍ଷେ ମତ୍ତ ହସ୍ତୀ ।ଚୋଖାର ଚୋଖାର ସସ୍ର ଘୋଡ଼ା ସେହୁ ଆଣିଅନେକ ଦାସୀ ମହିଷି ଦେଲେକ ସେ ପୁଣି ।ଭୀଷ୍ମ ଦ୍ରୋଣ ଦୁର୍ଯ୍ୟୋଧନ ଦୁଃଶାସନ ଥାଇଏତେକ ଯଉତୁକକୁ ସମ୍ଭାରରେ ଦେଇ ।ଦ୍ୱାରକାପୁରରେ ଯାଇଁ ହୋଇଲେ ପ୍ରବେଶଦେଖିକରି ହର୍ଷ ହେଲେ ପ୍ରଭୁ ହୃଷୀକେଶ ।ହସ୍ତିନାପୁରରେ ଯେଉଁ ଯେଉଁ କୃତ୍ୟ କଲେବଳରାମ ସେହି କଥା କୃଷ୍ଣଙ୍କୁ କହିଲେ ।ମୋହର ମସ୍ତକେ ଥାଉ ଶ୍ରୀକୃଷ୍ଣ ଚରଣଶ୍ରୀଅଚ୍ୟୁତ ଦାସ ପଦେ ମାଗଇ ଶରଣ ।
ଜରାସନ୍ଧ ବଧ
ଏଥୁ ଅନ୍ତରେ ପରୀକ୍ଷ ନାମେ ମହାଶୟଶୁକମୁନିଙ୍କ ଚରଣେ କଲେକ ବିନୟ ।ଲକ୍ଷଣା ଶାମ୍ବର ମୁହିଁ ବିବାହ ଶୁଣିଲିଭାଗବତ ଶୁଣି ଗତି ମୁକତି ଲଭିଲି ।ଏଣିକି କିସ ହୋଇଲା କହ ମହାଯତିପୁରାଣ ପୁସ୍ତକ ଫେଡ଼ି ଭଣି ଶୁକଯତି ।ନାନାଭୂଷଣ ଭୁଷିତ ହୋଇ ଭଗବାନସମ୍ଭ୍ରମେ ବିଜୟ କରି ଅଛନ୍ତି ଆସ୍ଥାନ ।ବେଗେ ଦାରୁକ ନେଇଣ ରଥ ଯୋଗାବନ୍ତିଉଦ୍ଧବ ଅକ୍ରୁର ଆଦି ସର୍ବେ ବସିଛନ୍ତି ।ନନ୍ଦିଘୋଷ ଆରୋହଣ କରି ହୃଷୀକେଶପୁରରୁ ବାହାର ହୋଇ ଲଭିଲେ ସନ୍ତୋଷ ।ଅନେକ ପରିବାରୀଏ ସଙ୍ଗତେ ଅଛନ୍ତିସୁଧର୍ମା ସଭାରେ ଯାଇ ସମସ୍ତେ ମିଳନ୍ତି ।ଉତ୍ତମ ଆସନ ମାଡ଼ି ବସିଲେକ ଯାଇତହିଁ ଉପରେ ବିଜୟ ପ୍ରଭୁ ଭାବଗ୍ରାହୀ ।ସେ ସୁଧର୍ମା ସଭାମଧ୍ୟେ ଯେତେ ଲୋକ ଥିଲେଶ୍ରୀକୃଷ୍ଣଙ୍କର ଦର୍ଶନ ସମସ୍ତେ ପାଇଲେ ।ଅତ୍ୟନ୍ତ ସୁନ୍ଦର ପୁଣି ଦିଶିଲା ସେ ସଭାଜଗମୋହନ ମୁରତି ଅତିଅନ୍ତ ଶୋଭା ।ଏହି ସମୟର କଥା ଶୁଣ ପରୀକ୍ଷିତସେଠାରେ ମିଳିଲେ ସବୁ ରାଜାଙ୍କର ଦୁତ ।ସଭା ତଳରେ ପ୍ରଣାମ କରିଣ ଶୋଇଲେଉଠି କରପତ୍ର ଯୋଡ଼ି ବାର୍ତ୍ତା ଜଣାଇଲେ ।ସବୁ ରାଜାଏ ଆମ୍ଭଙ୍କୁ କହିଛନ୍ତି ଯାହାକରପତ୍ର ଯୋଡ଼ି ଆମ୍ଭେ ଜଣାଉଛୁ ତାହା ।ଆହେ ଶ୍ରୀକୃଷ୍ଣ ତୁମ୍ଭେ ତ ଅଟ ମହାବାହୁଆମ୍ଭ ମାନଙ୍କୁ ଉଦ୍ଧାର କରିବା ଯେ ହେଉ ।ତେଣୁ ଶରଣ ପଶିଲୁଁ ତବ ଚରଣରେଆମ୍ଭଙ୍କୁ ଏ ସଙ୍କଟରୁ ରକ୍ଷାକର ବାରେ ।ଅନେକ କାଳରୁ ଆମ୍ଭେ ପାଇଛୁ କଷଣଜରାସନ୍ଧ ବନ୍ଦୀ କରି ରଖିଅଛି ଜାଣ ।ଆମ୍ଭେ ରାଜାଏ ଶରଣ ତୁମ୍ଭର ପାଦରଜରା ବନ୍ଧନୁ ଆମ୍ଭଙ୍କୁ ବାରେ ରକ୍ଷାକର ।ଦଶସସ୍ର ମତ୍ତଗଜ ଜରାସନ୍ଧ ବଳତୁମ୍ଭଙ୍କୁ ସେ ରାଜା ହୋଇଅଛି ଖଳବଳ ।ସେ ଦୁଷ୍ଟ ରାଜାକୁ ତୁମ୍ଭେ ବେଗେ ଆସି ମାରଏ ଦୁଃସହ ସଂକଟରୁ ଆମ୍ଭଙ୍କୁ ଉଦ୍ଧର ।ରାଜା ମାନଙ୍କର କଥା କହିବା ବେଳରେନାରଦ ଆସି ସୁଧର୍ମା ସଭାରେ ମିଳିଲେ ।ବଳରାମ କୃଷ୍ଣ ତାଙ୍କୁ ଦେଖିଣ ଉଠିଲେନାରଦ ମହାମୁନିଙ୍କି ମାନ୍ୟ ଧର୍ମ କଲେ ।ରାମ କୃଷ୍ଣ ଦୁଇଭାଇ ତାଙ୍କ ମୁଖ ଚାହିଁକୁଶଳ ବାର୍ତ୍ତା ପୁଚ୍ଛନ୍ତି ଚିତ୍ତେ ତୋଷ ବହି ।ଭୋ ମୁନି ତୁମ୍ଭେ ଚଉଦ ପୁରେ ଭ୍ରମୁଥାଅକାହିଁ କିସ ଦେଖିଅଛ ଆମ୍ଭ ଆଗେ କହ ।ପଣ୍ଡୁ ପୁତ୍ର ଯୁଧିଷ୍ଠିର କି କରୁଅଛନ୍ତିପାଞ୍ଚଭାଇଙ୍କି ଘେନି ସେ କି କି ଆଚରନ୍ତି ।ଶ୍ରୀକୃଷ୍ଣ ବାକ୍ୟେ କହିଲେ ନାରଦ ମହର୍ଷିସାବଧାନ ହୋଇ ତୁମ୍ଭେ ଶୁଣ ହୃଷୀକେଶୀ ।ତୁମ୍ଭର ମାୟାରେ ଜଡ଼ି ଅଛଇ ଜଗତବିଷ୍ଣୁ ମାୟାରେ ପଡ଼ିଣ ସର୍ବେ ମୋହଗତ ।ଜଗତଯାକରେ ତୁମ୍ଭେ ପୁରିଛ ଗୋସାଇଁତୁମ୍ଭ ବ୍ୟତୀତ ସଂସାରେ ଆଉ କେହି ନାହିଁ ।ସଂସାର ପ୍ରାଣୀଙ୍କୁ ରକ୍ଷା କରିବା ନିମନ୍ତେମାନବ ରୂପ ଧରିଣ ଜନ୍ମିଛ ଜଗତେ ।ତେତିଶ କୋଟି ଦେବତା ତବ ରୂପ ଚିନ୍ତିଅନୁବ୍ରତେ ତୋର ନାମ କୀର୍ତ୍ତନ କରନ୍ତି ।ମନ ନିର୍ମଳ କରିଣ ପାପ ଦୁର କରିମୁକତି ମାର୍ଗର ହୋଇଅଛ ଅଧିକାରୀ ।ଜାଣୁ ଜାଣୁ ତଥାପି ହିଁ ପଚାରୁଛୁ ତୁହିଏବେ ଶୁଣ ସବୁକଥା ସାବଧାନ ହୋଇ ।ସେ ଯୁଧିଷ୍ଠିର ରାଜାର ଯେମନ୍ତ ବିଚାରସାବଧାନେ ଶୁଣ ତୁମ୍ଭେ ପ୍ରଭୁ ଚକ୍ରଧର ।ତୁମ୍ଭ ଶ୍ରୀମୁଖରୁ ଯେବେ ବଚନ ଶୁଣିବରାଜସୂୟ ଯାଗର ସେ ଉଦ୍ଯୋଗ କରିବ ।ସନ୍ଥ ରାଜାମାନଙ୍କର ହୋଇଛି ବିଚାରନିର୍ମଳ ଚିତ୍ତରେ ତୁହି ଦେଖିବୁ ଶ୍ରୀଧର ।ସ୍ୱର୍ଗପୁରେ ଦେବଋଷିଗଣେ ବୋଲୁଛନ୍ତିଯାଗକଲେ ଆମ୍ଭେମାନେ ଦେଖିବୁ ଶ୍ରୀପତି ।ବେଗେଣ ସେହି ସ୍ଥାନକୁ ବିଜେ କରିଯିବୁଯୁଧିଷ୍ଠିର ରାଜାଙ୍କର ବାଞ୍ଛା ପୂରାଇବୁ ।ନାରଦ ମୁଖୁଁ ଏସନ ଶୁଣିଣ ଶ୍ରୀପତିତତକ୍ଷଣେ ଉଦ୍ଧବକୁ ହକାରିଲେ କତି ।ଶ୍ରୀକୃଷ୍ଣ ବୋଲନ୍ତି ଧର୍ମ ବିଚାରକ ତୁମ୍ଭେବୋଲ କେମନ୍ତ ବିଚାର କରିବା ହେ ଆମ୍ଭେ ।ରାଜଦୁତ ମାନେ ଆସି କହନ୍ତି ଆମ୍ଭଙ୍କୁଜରା ବନ୍ଦୀ କରିଅଛି ସକଳ ରାଜାଙ୍କୁ ।ଯୁଧିଷ୍ଠିର ରାଜାଙ୍କର ରାଜସୂୟ କଥାଦେବର୍ଷି ନାରଦ ମୋତେ କହିଲେ ବାରତା ।ବେଗେ ଯାଇ ଜରାସନ୍ଧ ରାଜାକୁ ମାରିବାକି ଅବା ଯୁଧିଷ୍ଠିରଙ୍କ ଯାଗକୁ ଗମିବା ।ବିଚାରିଣ ବୋଲ କେଉଁଠାକୁ ଯିବା ଆମ୍ଭେଯେଣୁ ଉତ୍ତମ ବିଚାର କର କିନା ତୁମ୍ଭେ ।ଏସନକ କଥା ଯହୁ ଶ୍ରୀକୃଷ୍ଣ କହିଲେପ୍ରଣାମ ମରି ଉଦ୍ଧବ ଶିରେ କର ଦେଲେ ।ଆବର ବୋଇଲେ ତାଙ୍କୁ ବିନୟ ସେ ହୋଇଜଗତଯାକର ସିନା ନାଥ ଅଟୁ ତୁହି ।ଯୁଧିଷ୍ଠିର ରାଜାଙ୍କର ଯାଗର ନିମନ୍ତେନାରଦ ମହାମୁନି ଯେ କହିଲେ ଅଗ୍ରତେ ।ତାଙ୍କର ତହିଁକି ଆଗେ ଯିବାକ ଗୋସାଇଁଏକଥା ଗୋଟିକ ପ୍ରଭୋ ଉଚିତ ଅଟଇ ।ରାଜାମାନଙ୍କର ଯେଉଁ ବନ୍ଦୀର ବ୍ୟବସ୍ଥାବର୍ତ୍ତମାନ ନ ବିଚାର ସେ ସକଳ କଥା ।ତୁମ୍ଭର ନାମ ଅଟଇ ଶରଣ ପଞ୍ଜରଯୁଧିଷ୍ଠିର ପାଶେ ଯିବା ଅଟଇ ବିଚାର ।ଆଗେ ତୁମ୍ଭେ ଇନ୍ଦ୍ରପ୍ରସ୍ଥେ ବେଗେ ଚଳିଯାଅଯୁଧିଷ୍ଠିର ଦେବଙ୍କର ଦରଶନ ପାଅ ।ରାଜସୂୟ ଯାଗ ଯେବେ ନିଶ୍ଚୟ କରିବେତୁମ୍ଭର ଛାମୁରେ ସେ ତ ମଣାଇ କହିବେ ।ଜରାସନ୍ଧକୁ ଯଦ୍ୟପି ମାରିବା ହୋ ଜିଣିତେବେ ସିନା ତୁମ୍ଭ ଯାଗ ହୋଇଲାକ ପୁଣି ।ଜରାସନ୍ଧ ନୃପତିର ଦଶସସ୍ର ବଳତାକୁ ଜିଣିବାକୁ କେହି ନାହିଁ ରବିତଳ ।ଯୁଧିଷ୍ଠିର ନୃପତିଙ୍କି ଏମନ୍ତ ବୋଲିବତୁମ୍ଭର ରାଜୁସି ଯଜ୍ଞ କି ପ୍ରକାର ହେବ ।ପୁଣି ଉଦ୍ଧବ ବୋଇଲେ ଆହେ ମହାବାହୁଯୁଧିଷ୍ଠିର ଦେବଙ୍କର ଯାଗ କାର୍ଯ୍ୟ ହେଉ ।ମହାବଳୀ ଭୀମ ଅର୍ଜୁନକୁ ଘେନିଯିବଭୀମର ହସ୍ତରେ ଜରାସନ୍ଧ ମରାଇବ ।କୁଟକପଟେ ବ୍ରାହ୍ମଣ ବେଶ ଧରି ଯାଇତୁମ୍ଭେ ମାଗିବ ସମର ଜରାସନ୍ଧେ ତହିଁ ।ତୁମ୍ଭର ପାଖରେ ସେହି ଭୀମସେନ ଥିବଜରାସନ୍ଧକୁ ତାହାର ହସ୍ତେ ମରାଇବ ।ତେବେ ଯୁଧିଷ୍ଠିର ରାଜା ରାଜୁସି କରିବେତୁମ୍ଭର ପ୍ରସାଦେ ରାଜାମାନେ ମୁକ୍ତ ହେବେ ।ଉଦ୍ଧବହୁଁ ହରି ଯେଣୁ ଏକଥା ଶୁଣିଲେସାଧୁ ସାଧୁ ବୋଲି ଉଦ୍ଧବଙ୍କୁ ପ୍ରଶଂସିଲେ ।ଏହି କଥା ଗୋଟିକ ଯେ ରୁଚିଲା ସବୁନ୍ତିଉଦ୍ଧବକୁ ସମସ୍ତେହିଁ ପ୍ରଶଂସା କରନ୍ତି ।ତାହା ଶୁଣି ବେଗେ ଆଜ୍ଞା ଦେଲେ ନାରାୟଣଯାଦବ ସୈନ୍ୟଙ୍କୁ ମୋର ସଜ କରି ଆଣ ।ଇନ୍ଦ୍ରପ୍ରସ୍ଥକୁ ସତ୍ୱରେ ବିଜେ କରି ଯିବାଯୁଧିଷ୍ଠିର ମହାରାଜା ସେଠାରେ ଭେଟିବା ।ଆଜ୍ଞା ପାଇଣ ଧାଇଁଲେ ସର୍ବ ଯଦୁବୀରଯେ ଯାହାର ସୁସଜ୍ଜିତ ହେଲେ ଧାତିକାର ।କୃଷ୍ଣ ସଙ୍ଗେ ବାହାରିଲେ ସ୍ୟନନ୍ଦରେ ଚଢ଼ିବିବିଧ ପ୍ରକାରେ ହାତୀ ଘୋଡ଼ାଙ୍କୁ ସଜାଡ଼ି ।ତତକ୍ଷଣେ ଦାରୁକ ଯେ ରଥ ସଜ କଲାଶ୍ରୀକୃଷ୍ଣଙ୍କର ଛାମୁରେ ଆସି ଜଣାଇଲା ।ଶୁଣିଣ ପ୍ରଭୁ ଶ୍ରୀକୃଷ୍ଣ ପୁଲକିତ ହୋଇବଳରାମଙ୍କୁ ଦ୍ୱାରକା ପୁରରେ ରୁହାଇ ।ଆଜ୍ଞା ମାଗିଣ ତାହାଙ୍କୁ ଚଳିଲେ ଶ୍ରୀହରିନାରଦ ମହାଋଷିଙ୍କି ବହୁମାନ୍ୟ କରି ।ରାଜଦୁତଙ୍କୁ ବୋଇଲେ ତୁମ୍ଭେ ବେଗେ ଯାଅନୃପତି ମାନଙ୍କୁ ଆଗେ ତ୍ୱରିତେ ଜଣାଅ ।ଏମନ୍ତ ବୋଲି ଦୁତଙ୍କୁ ମେଲାଣି ସେ ଦେଲେଆପେ ନନ୍ଦିଘୋଷ ରଥ ଚଢ଼ି ବିଜେ କଲେ ।ଅପାର ରାଜ୍ୟ ଜିଣିଣ ସମ୍ଭର୍ବେ ଚଳିଲେଇନ୍ଦ୍ରପ୍ରସ୍ଥରେ ଶ୍ରୀକୃଷ୍ଣ ଯାଇଣ ମିଳିଲେ ।ଚାର ମୁଖରୁ ବାରତା ପାଇଣ ଯୁଧିଷ୍ଠିଚାରି ଭାଇଙ୍କି ଘେନିଣ ଆସନ୍ତି ପାଛୋଟି ।ମହାବୀର ଅଟନ୍ତି ସେ ଭୀମ ଅର୍ଜୁନହିଁସଙ୍ଗେ ଅଛନ୍ତି ତାଙ୍କର ମାଦ୍ରୀ ପୁତ୍ର ଦୁଇ ।ସର୍ବେ ଆସି ଶ୍ରୀକୃଷ୍ଣଙ୍କୁ ନୟନେ ଦେଖିଲେମହାଆନନ୍ଦ ହୋଇଣ କୋଳାଗ୍ରତ କଲେ ।ତହୁଁ ତାହାଙ୍କୁ ଦେଖିଣ ପଣ୍ଡୁର ନନ୍ଦନେଶିର ଲଗାଇଲେ ସର୍ବେ ଶ୍ରୀକୃଷ୍ଣ ଚରଣେ ।ଯୁଧିଷ୍ଠିଙ୍କୁ ଦେଖି ହରି ମାନନା କରିଲେଭୀମସେନ ଅର୍ଜୁନକୁ କୋଳାଗ୍ରତ କଲେ ।ନକୁଳ ସହଦେବଙ୍କୁ କଲେ ସେହିପରିପରମ ସୁଖ ଜନ୍ମିଲା ଅନ୍ତରେ ତାଙ୍କରି ।କୃଷ୍ଣ ଦେଖିଲେ ମଣ୍ଡିତ ହୋଇଛି କଟକବିବିଧ ପ୍ରକାରେ ହୋଇ ଅଛଇ ଛଟକ ।ଇନ୍ଦ୍ରପ୍ରସ୍ଥରେ ପୁରୁଷ ସ୍ତିରୀ ଥିଲେ ଯେତେଧାଇଁ ଅଇଲେ କୃଷ୍ଣଙ୍କୁ ଦେଖିବା ନିମନ୍ତେ ।ନବର ଭିତରେ ପଶିଲେକ ଭାବଗ୍ରାହୀଯେଣୁ କରି ଅଟନ୍ତି ସେ ବ୍ରହ୍ମାଣ୍ଡ ଗୋସାଇଁ ।କୁନ୍ତୀ ଦେବିଙ୍କୁ ଆପଣେ ଦେଖିଲେ ଶ୍ରୀପତିଯେହୁ ଯାହାର ବିଧାନେ ମାନନା କରନ୍ତି ।ଦ୍ରୌପଦୀ ସୁଭଦ୍ରା ଦୁହେଁ ତ୍ୱରିତେ ଅଇଲେଶ୍ରୀକୃଷ୍ଣଙ୍କ ପାଦତଳେ ପ୍ରଣିପାତ କଲେ ।ରୁକ୍ମିଣୀ ପ୍ରଭୃତି କୃଷ୍ଣଙ୍କର ଯେତେ ନାରୀଯେଝା ଅନୁରୁପେ ସର୍ବେ ମାନ୍ୟବିଧି କରି ।ଏମନ୍ତ ପ୍ରକାରେ ତହୁଁ କିଛଦିନ ଯାନ୍ତେଯୁଧିଷ୍ଠି ବୋଇଲେ ଯାଇଁ କୃଷ୍ଣଙ୍କ ଅଗ୍ରତେ ।ତୁମ୍ଭେ ପ୍ରଭୁ ଶ୍ରୀମୁଖରେ ଆଜ୍ଞା ଯେବେ ଦେବତେବେ ମୋହର ରାଜୁସୀ ଯାଗବିଧି ହେବ ।ଏମନ୍ତ ବଚନ ଯହୁଁ ଶୁଣିଲେ ଶ୍ରୀପତିଯୁଧିଷ୍ଠିର ରାଜାଙ୍କୁ ସେ ବଚନ ବୋଲନ୍ତି ।ମହତ ପୁରୁଷ ତୁମ୍ଭେ ପୂଣ୍ୟ କର୍ମ କଲେସେ ଫଳରେ ପୂଣ୍ୟଲୋକ ପ୍ରାପ୍ତ ହେବ ଭଲେ ।ଏବେ ତ୍ୱରିତ ରାଜୁସୀ ଯାଗ ଗୋଟି କରବିବିଧ ପ୍ରକାରେ ତୁମ୍ଭେ ଭିଆଅ ସମ୍ଭାର ।ଇନ୍ଦ୍ର ସମାନ ତୁମ୍ଭର ଛନ୍ତି ଚାରି ଭାଇରାଜାମାନଙ୍କୁ ଆଣିବେ ବରଣ କରାଇ ।କୃଷ୍ଣଙ୍କର ବଦନରୁ ଏହି ବାକ୍ୟ ଶୁଣିଆନନ୍ଦିତ ହେଲେ ଯୁଧିଷ୍ଠିର ନୃପମଣି ।ଚାରିଦିଗକୁ ତ୍ୱରିତେ ଗଲେ ଚାରିଭାଇନୃପତିଙ୍କୁ ନିମନ୍ତ୍ରଣ କରିବାର ପାଇଁ ।ଦକ୍ଷିଣ ଦିଗକୁ ବେଗେ ସହଦେବ ଗଲେଆପଣା ସମାନେ ସେହୁ ବଳ ବାଛି ନେଲେ ।ପୂର୍ବଦିଗକୁ ଚଳିଲେ କୁମାର ନକୁଳତାହାଙ୍କ ସଙ୍ଗରେ ଗଲେ ମତ୍ସ୍ୟଦେଶ ବଳ ।ପଶ୍ଚିମ ଦିଗକୁ ଭୀମସେନ ଚଳିଗଲେଅନେକ ବଳ ତାଙ୍କର ସଙ୍ଗରେ ଚଳିଲେ ।ଉତ୍ତରକୁ ଚଳିଗଲେ ଅରଜୁନ ବୀରପଞ୍ଚାଳ ସୈନ୍ୟଙ୍କୁ ସଙ୍ଗେ ନେଲେ ତାହାଙ୍କର ।ନିମନ୍ତ୍ରଣ କରି ସବୁ ରାଜାଙ୍କୁ ଆଣିଲେଅନେକ ଧନ ଘେନିଣ ସେମାନେ ଅଇଲେ ।ଏକା ଜରାସନ୍ଧ ରାଜା ଆୟତ୍ତ ନୋହିଲାଆସିବା ନିମନ୍ତେ ସେହୁ ସ୍ୱୀକାର ନ କଲା ।ଯୁଧିଷ୍ଠିର ରାଜା ଯହୁଁ ଏ କଥା ଶୁଣିଲେଶ୍ରୀକୃଷ୍ଣ ଛାମୁରେ କର ଯୋଡ଼ିଣ କହିଲେ ।କେମନ୍ତ ଉପାୟେ ଜରାସନ୍ଧକୁ ଜିଣିବାଭୋ ଚକ୍ରପାଣି ଏଥିରେ ବିଚାର କରିବା ।କରପତ୍ର ଯୋଡ଼ି କୃଷ୍ଣ ବୋଲନ୍ତି ବଚନସମର ମାଗିବୁ ଆମ୍ଭେ ଜରା ସମୀପେଣ ।ଆମ୍ଭର ସଙ୍ଗତେ ପେଷ ଭୀମ ଅର୍ଜୁନଙ୍କୁତିନିଜଣ ଯାଇ ଯୁଦ୍ଧ ମାଗିବୁ ତାହାକୁ ।ତୁମ୍ଭେ ଆଜ୍ଞା ଦେଲେ ଆମ୍ଭେ ତିନି ଜଣ ଯିବୁବ୍ରାହ୍ଣଣ ସ୍ୱରୂପ ଧରି ତା ପାଶେ ମିଳିବୁଁ ।ଆମ୍ଭର ଛାମୁରେ କହି ଅଛନ୍ତି ଉଦ୍ଧବଏହା କଲେ ଜରାସନ୍ଧ ନିଶ୍ଚେଁ କ୍ଷୟ ଯିବ ।ଭୀମସେନ ହସ୍ତେ ଅଛି ତାହାର ମରଣଏ କଥା ଦେବତାଙ୍କର ହୋଇଛି ନିର୍ମାଣ ।ଯୁଧିଷ୍ଠିର ରାଜା ଶୁଣି ଲଭିଲେ ହରଷଯାହା ଇଛା ହୁଏ ତୁମ୍ଭେ କର ପୀତବାସ ।ଭୀମ ଅର୍ଜୁନ ଆବର ପ୍ରଭୁ ଚକ୍ରଧରଜରାସନ୍ଧ ନିକଟକୁ ଗଲେ ଧାତିକାର ।ଗୁପତେ ବ୍ରାହ୍ମଣେ ରୂପ ଧରି ତିନିଜଣବେଗେଣ ଭେଟିଲେ ଯାଇଁ ଜରାସନ୍ଧ ରାଣ ।ସୁବର୍ଣ୍ଣ ସିଂହାସନରେ ବସିଅଛି ରାୟେବ୍ରାହ୍ମଣମାନଙ୍କୁ ଅନୁକ୍ଷଣ ଦାନ ଦିଏ ।ଏମନ୍ତ ସମୟେ ତିନିଜଣ ପ୍ରବେଶିଲେଜରାସନ୍ଧ ନିକଟରେ ପ୍ରାର୍ଥନା କରିଲେ ।ଏକଲୟ କରି ହୃଦେ ଭାଳି ନୃପରାଣଏହି ତିନି ପୁରୁଷ ତ ନୁହନ୍ତି ବ୍ରାହ୍ମଣ ।କ୍ଷତ୍ରୀଙ୍କର ପରାୟେ ତ ଏମାନେ ଦିଶନ୍ତିଗଣ୍ଠି ମୁଷ୍ଟିରେ ଏମାନେ ଶୋଭା ପାଉଛନ୍ତି ।ଜରାସନ୍ଧ ରାଜା ଏହା ବିଚାରି ମନରବୋଇଲେ ସେ ତୁମ୍ଭେମାନେ ଶୁଣ ଦ୍ୱିଜବର ।କେଉଁ ଦ୍ରବ୍ୟ ପ୍ରୟୋଜନ ତୁମ୍ଭମାନଙ୍କରହରଷ ମନରେ ତାହା ବୋଲ ମୋ ଆଗର ।ଆନନ୍ଦ ଲଭିଣ ତହୁଁ ବୋଲନ୍ତି ବଚନସାବଧାନ ହୋଇ ତୁମ୍ଭେ ଶୁଣ ହୋ ରାଜନ ।ତୋହର ମୁଖରେ ରାଜା ସତ୍ୟ ଉଚ୍ଚାରିବୁଆମ୍ଭେ ଯାହା ମାଗିବୁ ତା ଅବଶ୍ୟ ତୁ ଦେବୁ ।ସବୁଦିନ ଚିର କଥା ନୁହଇ ଏମାନଏକା ନିଶ୍ୱାସେ ନ ଥାଏ ଜୀବନ ଯେସନ ।ଏଥି ପୁର୍ବେ ନରପତି ହରିଶ୍ଚନ୍ଦ୍ର ଥିଲାପୃଥ୍ୱୀଯାକ ଦାନଦେଇ ସ୍ୱର୍ଗରେ ବସିଲା ।ଶିବିରାଜା ଆପଣାର ମାଂସ କାଟି ଦେଇଅକ୍ଷୟ ସ୍ୱର୍ଗଧାମକୁ ବେଗେ ଗଲା ସେହି ।ବଳିରାଜା ବ୍ରାହ୍ମଣରେ ବହୁଦାନ କଲେସେହି ପୁଣ୍ୟବଳେ ସେହୁ ବୈକୁଣ୍ଠ ଲଭିଲେ ।ଆହୁରି ପର୍ବରେ ଥିଲେ ଅନେକ ନୃପତିଏ ମର୍ତ୍ତ୍ୟପୁରେ ଅନେକ କୀର୍ତ୍ତି କରିଛନ୍ତି ।ଏ ଶରୀରେ ପ୍ରାଣ ତୋର ଅଛି ଏହିକ୍ଷଣିକେତେବେଳେ ଚାଲିଯିବ କିଏ ଅଛି ଜାଣି ।ଯେତେବେଳେ ଯାଏ ପ୍ରାଣୀ ଥାଏ ଜୀବନରେସେତେବେଳେ ଯାଏ ନାନା ଧର୍ମ କରିପାରେ ।ଆମ୍ଭର ବଚନେ ସତ୍ୟ କର ନୃପମଣିଗୋଟିଏ କଥା ଆମ୍ଭର ଅଛଇ ମାଗୁଣି ।ଜରାସନ୍ଧ ରାଜା ସତ୍ୟ କଲାକ ସେକ୍ଷଣିମାୟାଧରଙ୍କର ମାୟା ନ ପାରିଲା ଜାଣି ।ମାଗ ହୋ ବ୍ରାହ୍ମଣ ଯାହା ମାଗିବ ତା ଦେବିଶିରକମଳ ହେଲେହେଁ ନିଶ୍ଚେ ସମର୍ପିବି ।ତାର ସତ୍ୟବାକ୍ୟ ଯହୁଁ ଶୁଣିଲେ ମୋହନବୋଇଲେ ସେ ସାବଧାନେ ଶୁଣ ହୋ ରାଜନ ।ଆମ୍ଭେ କିମ୍ପାଇଁ ଏଡ଼େକ ଅଧର୍ମ କରିବୁଁଶିରକମଳ ତୋହର କି ଅର୍ଥେ ମାଗିବୁ ।ଆମ୍ଭଙ୍କୁ ସମର ହାଦେ ଦିଅ ନୃପମଣିଏହି କଥା ଆମ୍ଭର ଯେ ଅଟଇ ମାଗୁଣି ।ଜଣକ ସଙ୍ଗରେ ଆମ୍ଭେ ଜଣକେ ଯୁଝିବାଅଧର୍ମ ଯୁଦ୍ଧ କେବେହେଁ ଜାଣ ନ କରିବା ।ଆମ୍ଭେମାନେ ବ୍ରାହ୍ମଣ ତ ନୋହୁ ଭୋ ରାଜନଏ ଅଟନ୍ତି ଯୁଧିଷ୍ଠିର ଭାଇ ଭୀମସେନ ।ବସୁଦେବ ସୁତ ମୁହିଁ କୃଷ୍ଣ ନାମ ମୋରଦୁଷ୍ଟ ନିବାରଣେ ମୋର ନର ଅବତାର ।କୃଷ୍ଣମୁଖୁ ଜରା ଯହୁଁ ଏମନ୍ତ ଶୁଣିଲାଟହ ଟହ ହୋଇ ସେହି ହସିଣ ଉଠିଲା ।ବୋଇଲା ଭଲ ହୋଇଲା ଆସିଅଛ ଏବେଏସନକ କଥା ଜାଣି ନ ଥିଲୁ ଯେ ଆମ୍ଭେ ।ଯେବେ ବୋଲ ଜଣେ ଜଣେ କରିବା ସମରତୁମ୍ଭସଙ୍ଗେ ଯୁଝି କିସ ପ୍ରୟୋଜନ ମୋର ।ଭୟାଳୁ ପୁରୁଷ ତୁମ୍ଭେ ଅଟ ଏ ଜଗତେସମୁଦ୍ରରେ ଲୁଚି ତେଣେ ରହିଛି ଗୁପତେ ।ଏଣୁ ତୁମ୍ଭ ସଙ୍ଗତରେ ନୁହେଁ ଆମ୍ଭ ରଣମୋ ସଙ୍ଗେ ସମାନ ଯୋଦ୍ଧା ନୁହଇ ଅର୍ଜ୍ଜୁନ ।ଭୀମ ଅଙ୍ଗେ କିଛି ବଳ ଅଛି ମୁଁ ଜାଣଇତା ସଙ୍ଗେ ସମର କଲେ କେ ନିନ୍ଦିବେ ନାହିଁ ।ଯୁଝିବାକୁ ଇଚ୍ଛାଥିଲେ ଆସୁ ଭୀମସେନଏତେ ବୋଲି ଲୁହାଗଦା ଦେଲାକ ବହନ ।ଭୀମସେନ ହାତେ ଗଦା ବେଗେ ନେଇଦେଲାଆପଣା ହସ୍ତରେ ଗଦା ଗୋଟିଏ ଘେନିଲା ।ନଗର ବାହାରେ ଦୁହେଁ ପ୍ରବେଶିଲେ ଯାଇଦେଖିଲେ ସେ ସ୍ଥାନଗୋଟି ସମାନ ଅଟଇ ।ସେ ସ୍ଥାନକୁ ବେଗେ ଯଆଇ ଯୁଦ୍ଧ ଆରମ୍ଭିଲେବାମ ଦକ୍ଷିଣ ହୋଇଣ ଉଭୟେ ଭ୍ରମିଲେ ।ଦେହେ ଦେହେ ମିଶାମିଶି ହେଲେ ମରାମରିବ୍ରଜ ଯେସନେ ପର୍ବତ ଉପରେ ଉଭାରି ।ଦୁଇ ଜଣଙ୍କ ଉପରେ ଗଦାମାନ ବାଜିଧୁଳି ପରାୟେ ହୋଇଣ ବେଗେ ଗଲା ଭାଜି ।ଅପାର ବେଳ ପର୍ଯ୍ୟନ୍ତ ଅନେକ ଯୁଝିଲେଦୁଇଜଣ ମଧ୍ୟେ କେହି ନିଊନ ନୋହିଲେ ।ଭୀମସେନ ଅନାଇଲେ ଶ୍ରୀକୃଷ୍ଣ ବଦନଭଲରୁପେ ଜାଣିଲେ ତା ଦେବ ଜନାର୍ଦ୍ଦନ ।କୁଟାଖଣ୍ଡିଏ ଶ୍ରୀକୃଷ୍ଣ ଶ୍ରୀକରରେ ଧରିଚିରି ପକାଇଲେ ତାକୁ ଦୁଇଫାଳ କରି ।ଏହି ପ୍ରକାରେ ସଙ୍କେତ ଭୀମସେନ ପାଇଜରାସନ୍ଧ ରାଜାକୁ ସେ କଚାଡ଼ିଲା ତହିଁ ।ଗୋଡ଼େକ ହାତରେ ଧରି ଗୋଡ଼େକ ମାଡ଼ିଲାଓଟାରି ଜରାସନ୍ଧକୁ ଦୁଇଫାଳ କଲା ।ଜରା ରାକ୍ଷସୀ ତାହାର ଦେହେ ଯୋଡ଼ିଥିଲାଭୀମସେନ ଧରି ତାକୁ ବେନି ଫାଳ କଲା ।କଟକର ଲୋକମାନେ କଲେ ହାହାକାରସମରେ ପଡ଼ିଲା ଜରାସନ୍ଧ ମହାବୀର ।ଶ୍ରୀକୃଷ୍ଣ ଅର୍ଜୁନ ଦୁହେଁ ବେଗେ ଉଠିଗଲେଭୀମସେନକୁ ତକ୍ଷଣେ କୋଳାଗ୍ରତ କଲେ ।ସ୍ୱର୍ଗର ଦେବତାମାନେ କଲେ ଜୟ ଜୟଦୁଷ୍ଟମତି ଜରାସନ୍ଧ ଏବେ ଗଲା କ୍ଷୟ ।ତାହାର ଜ୍ୟେଷ୍ଠ କୁମର ସହଦେବେ ଆଣିରାଜ୍ୟେ ଅଭିଷେକ ତାକୁ କଲେ ଚକ୍ରପାଣି ।ସହଦେବ ମଘଦେଶେ ରାଜା କରାଇଲେବନ୍ଦୀ ନୃପତିମାନଙ୍କୁ ମୁକୁଳାଇ ଦେଲେ ।ମଳିନ ବେଶରେ ଥିଲେ ସବୁ ନରନାଥକ୍ଷୁଧାରେ ଆତୁର ଥିଲେ ହୋଇଣ ଶଙ୍କିତ ।ଶ୍ରୀକୃଷ୍ଣଙ୍କ ପାଦତଳେ ସମସ୍ତେ ନମିଲେକରପତ୍ର ଯୋଡ଼ି ସର୍ବେ ବଚନ ବୋଇଲେ ।ଅଚଳ ଭାବରେ ଲକ୍ଷ୍ମୀ ହେଲୁ ଆମ୍ଭେ ପ୍ରାପ୍ତଯେଣୁ ସମସ୍ତେ ଦେଖିଲୁ ଦେବ ଜଗନ୍ନାଥ ।ନମୋ ନମୋ ନାରାୟଣ ବୋଲି ସ୍ତୁତି କଲେତୁମ୍ଭ ଦିବ୍ୟ ଅବତାର ଦେଖିଲୁ ବୋଇଲେ ।ଏବେ ଆମ୍ଭମାନଙ୍କୁ ଯେ ଦୟା ହୋଇଥାଉରାଜେଶ୍ୱର ଇଚ୍ଛା ଆମ୍ଭ ନାହିଁ ମହାବାହୁ ।ତୁମ୍ଭର ଅଭୟ ପାଦେ ଥାଉ ଆମ୍ଭ ଚିତ୍ତଏକଲୟେ ଖଟୁଥିବୁ ଯେହ୍ନେ ଅବିରତ ।ଏସନକ ସ୍ତୁତି ଶୁଣି ଲକ୍ଷ୍ମୀ ଦେବୀ ପତିପ୍ରସନ୍ନ ହୋଇଣ ତାଙ୍କୁ ବଚନ ବୋଲନ୍ତି ।ଆମ୍ଭର ଆଜ୍ଞା ପ୍ରମାଣେ ତୁମ୍ଭେମାନେ ଯାଅପ୍ରଜାମାନଙ୍କୁ ସୁଖରେ ପ୍ରତିପାଳୁ ଥାଅ ।ମୋହର ପାଦପଦ୍ମରେ ଚିତ୍ତବୃତ୍ତି ଥିବତୁମ୍ଭଙ୍କୁ ପ୍ରମାଦ ଆଉ କେଭେ ନ ପଡ଼ିବ ।ପ୍ରାନ୍ତକାଳରେ ସମସ୍ତେ ପାଇବ ସଦ୍ଗତିଏସନକ ଆଜ୍ଞାଦେଲେ ପ୍ରଭୁ ଶିରୀପତି ।ଏମନ୍ତ ଆଜ୍ଞା ଦେଇଣ ପ୍ରଭୁ ଭାବଗ୍ରାହୀଜରାସନ୍ଧ କୁମରକୁ ବେଗେ ହକରାଇ ।ଆଜ୍ଞା ତାହାକୁ ଦିଅନ୍ତେ ପ୍ରଭୁ ପୀତବାସରାଜାମାନଙ୍କୁ କରାଅ ଏବେ ରାଜବେଶ ।ଦିବ୍ୟ ଆଭରଣମାନ ଦିଅ ତାଙ୍କୁ ନେଇସ୍ନାହାନ ଭୋଜନ ଅନ୍ତେ ସୁବେଶ କରାଇ ।ଆମ୍ଭର ପାଶକୁ ତାଙ୍କୁ ବେଗେ ଘେନି ଆସଏସନକ ଆଜ୍ଞା ତାକୁ ଦେଲେ ପୀତବାସ ।ଶ୍ରୀକୃଷ୍ଣ ବଚନ ଶୁଣି ସହଦେବ ବୀରତାହାଙ୍କର ଆଜ୍ଞାମାନ ଘେନିଲା ଶିରର ।ସମସ୍ତ ରାଜାମାନଙ୍କୁ ବେଗେ ଘେନିଗଲାବହୁ ଅଳଙ୍କାର ଦେଇ ବେଶ କରାଇଲା ।ଉତ୍ତମ ରାଜ୍ୟେ ପଦାର୍ଥ ସେମାନଙ୍କୁ ଦେଇରାଜାଙ୍କୁ ଘେନିଣ କୃଷ୍ଣ ଛାମୁରେ ମିଳଇ ।ଶ୍ରୀହରି ବୋଇଲେ ଏବେ ଯେଝା ରାଜ୍ୟେଯାଅନିଶ୍ଚିନ୍ତ ହୋଇଣ ସର୍ବେ ରାଜ୍ୟ କରୁଥାଅ ।ବିବିଧ ପ୍ରକାରେ ଯାନ ବାହାନ ସେ ଦେଇଯେ ଯାହାର ରାଜ୍ୟକୁ ସେ ଦେଲେ ପଠିଆଇ ।ଜରାସନ୍ଧ ପୁତ୍ରେ ମଘଦେଶେ ରାଜାକରିବାହୁଡ଼ା ବିଜୟ ତହୁଁ କଲେ ଦେବହରି ।ଇନ୍ଦ୍ରପ୍ରସ୍ଥର ନିକଟେ ପ୍ରବେଶିଲେ ଯାଇଁଆପେ ଜୟ ଶଙ୍ଖ ବଜାଇଲେ ଭାବଗ୍ରାହୀ ।ପ୍ରଭୁ ଶ୍ରୀକୃଷ୍ଣଙ୍କ ଜୟ ଶଙ୍ଖ ଶବ୍ଦ ଶୁଣିସାନନ୍ଦ ହୋଇଲେ ଯୁଧିଷ୍ଠିର ନୃପମଣି ।ସମସ୍ତ କଥା ଶୁଣିଣ ହୋଇଲେ ଆନନ୍ଦଯୁଧିଷ୍ଠିର ଆଗେ ଯାଇ ବୋଇଲେ ଗୋବିନ୍ଦ ।ଭୀମାର୍ଜୁନ ବେନିଭାଇ ଆବର ଶ୍ରୀପତିପରମ ସାନନ୍ଦ ହୋଇ ବଚନ ବୋଲନ୍ତି ।ଯୁଧିଷ୍ଠିର ନରପତି ମନରେ ଭାଳନ୍ତିଆମ୍ଭ ମହାପାପ କ୍ଷୟ ଗଲାକ ଏ ଘାନ୍ତି ।ଦୟାମୟ କୃଷ୍ଣଙ୍କର ଅଭୟ ଚରଣେଅଚ୍ୟୁତ ଦାସର ମନ ରହୁ ଅନୁକ୍ଷଣେ ।ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଚରଣ କମଳେଅଚ୍ୟୁତ ଦାସର ଶିର ନିରନ୍ତର ଲୁଳେ ।ଯୁଧିଷ୍ଠିରଙ୍କର ରାଜସୁୟ ଯାଗ ଓ କୃଷ୍ଣଙ୍କ ଦ୍ୱାରା ଶିଶୁପାଳର ବଧଏଥୁ ଅନ୍ତରେ ପରୀକ୍ଷ ନାମେ ନୃପବରପାଦପଦ୍ମେ ପୂଜାକଲେ ଶୁକ ମୁନିଙ୍କର ।ଜରାସନ୍ଧ ବଧ କଥା ଶ୍ରୀମୁଖୁ ଶୁଣିଲିପାପାଧି ମହାପାତକ ଦୁଷ୍କୃତ ହରିଲି ।ଏଥୁ ଅନନ୍ତରେ କୃଷ୍ଣ କେଉଁ କୃତ୍ୟ କଲେଏହା ମୋତେ ସଂକ୍ଷେପିଣ କହିବାକ ଭଲେ ।ରାଜାର ବଚନ ଶୁଣି ଶୁକ ମହାଯତିବୋଇଲେ ଶୁଣ ହୋ ତୁମ୍ଭେ ସୁଭଦ୍ରାର ନାତି ।ଯୁଧିଷ୍ଠିର ମହାରାଜା କୃଷ୍ଣଙ୍କୁ ବୋଲନ୍ତିବ୍ରହ୍ମା ଇଶ୍ୱର ଉପରେ ଅଟ ତୁମ୍ଭେ ପତି ।ତୁମ୍ଭର ସମସ୍ତ ଆଜ୍ଞା ଶିରପରେ ଘେନିସଂସାର ରଚନା କରିଛନ୍ତି ପଦ୍ମଯୋନି ।ଜଗତର ନାଥ ତୁମ୍ଭେ ଅକ୍ଷୟ ଅବ୍ୟୟସବୁରି ଆତ୍ମାପୁରୁଷ ଅଟ ପୁଣ୍ୟମୟ ।ତୁମ୍ଭ ସ୍ତୁତି ନିନ୍ଦା କେହି କରିବାକୁ ନାହିଁହାନି ଅପଚୟ ଅବା ଏଥି ଅଛି କାହିଁ ।ଯୁଧିଷ୍ଠିର ଦେବଙ୍କର ବଚନ ଶୁଣିଣସାନନ୍ଦ ହୋଇ ବୋଲନ୍ତି ପ୍ରଭୁ ନାରାୟଣ ।ରାଜସୂୟ କରିବାକୁ ବିଳମ୍ବ ନ କରଯାଜକମାନଙ୍କୁ ବେଗେ ନିମନ୍ତ୍ରଣ କର ।କୃଷ୍ଣ ବଦନୁ ଏମନ୍ତ ଶୁଣି ମହୀପାଳବରିଲେ ତପସ୍ୱୀଜନ ବ୍ରାହ୍ମଣ ସକଳ ।ବ୍ୟାସ ବଶିଷ୍ଠ ଚ୍ୟବନ ଆବର ଭାର୍ଗବଶୁକଦେବ ନାରଦ ଯେ ପୁଣି ବାମଦେବ ।ଏମନ୍ତ ଅନେକ ଋଷି ବ୍ରାହ୍ମଣ ମାନଙ୍କୁମାଳା ଚନ୍ଦନ ଦେଇଣ ବରିଲେ ତାହାଙ୍କୁ ।ଯୁଧିଷ୍ଠିର ବରିଲେକ ସର୍ବ ନୃପବରପାତ୍ରମନ୍ତ୍ରୀ ଆଦିକରି ଯେତେ ପରିବାର ।ଯୁଧିଷ୍ଠିରଙ୍କ ବରଣ ପାଇଣ ରାଜାଏମହାସମ୍ଭର୍ବେ ସମସ୍ତେ କଲେକ ବିଜୟେ ।ବ୍ରହ୍ମ କ୍ଷତ୍ରି ବୈଶ୍ୟ ଶୁଦ୍ର ଏ ଚାରି ବରିଲେଆଉ କ୍ଷୁଦ୍ର ରାଜା ଯେତେ ପୃଥିବୀରେ ଥିଲେ ।ଯାଗ ନିମନ୍ତ୍ରଣ ଶୁଣି ସମସ୍ତେ ଆସନ୍ତିମହାସୁସ୍ଥ ପାଇଣ ସେ ଆସ୍ଥାନେ ବସନ୍ତି ।ଏହି ଅନୁକ୍ରମେ ଯାଗ ରାଜୁସି ବରଣନୂତନ ସୁବର୍ଣ୍ଣ ପାତ୍ର ହୁଏ ପ୍ରତିଦିନ ।ଦେବଙ୍କ ସମୁହେ ବାସୁଦେବ ଛନ୍ତି ରହିତହିଁର ସମ୍ପଦ କିସ କହିବଇଁ ମୁହିଁ ।ବ୍ରହ୍ମାଣ୍ଡ ଆଦି କରିଣ ଦଶ ଦିଗପାଳଗନ୍ଧର୍ବ ଗଣ ସହିତେ ବିଜେ ଆଖଣ୍ଡଳ ।ଏପରି ତେତିଶ କୋଟି ଦେବତା ମଣ୍ଡଳେଅଧାସ୍ୱର୍ଗେ ରହି ଯାଗ ଦେଖନ୍ତି ସକଳେ ।ପାତାଳ ଭୁବନୁ ବିଜେ ନାଗ ଲୋକମାନେସେ ଆସି ମିଳିଲେ ଯୁଧିଷ୍ଠିର ଯଜ୍ଞସ୍ଥାନେ ।ଚଉଦ ଭୁବନେ ଲୋକ ବସନ୍ତି ଯେତେକରାଜସୂୟ ଯଜ୍ଞସ୍ଥାନେ ମିଳିଲେ ସେତେକ ।ସମସ୍ତଙ୍କୁ ଶ୍ରୀକୃଷ୍ଣ ଯେ ଯାଇଣ ଦେଖନ୍ତିଆନନ୍ଦସାଗରେ ସର୍ବେ ନିମଜ୍ଜି ଅଛନ୍ତି ।ରାଜୁସି ଯଜ୍ଞର ଅଟେ ଏମନ୍ତ ବେଭାରସମସ୍ତଙ୍କୁ ପୂଜିବାକୁ ହୁଏ ସେ ଦିନର ।ହସ୍ତେ ଅର୍ଘ୍ୟପାତ୍ର ଘେନି ଯୁଧିଷ୍ଠି ରାଜନଆବର ସେ ଧରିଛନ୍ତି ପୂଜା ଦ୍ରବ୍ୟମାନ ।ସଭାକୁ ଚାହିଁଣ ପୁଚ୍ଛା କରନ୍ତି ସେ ଆପେସମବେତ ହୋଇଅଛ ବସି ସର୍ବ ନୃପେ ।କାହାକୁ ପୂଜିବି ଆଗ ପାଦ୍ୟ ଅର୍ଘ୍ୟଦେଇଏକଥା ବିଚାରି ସର୍ବେ ଦିଅ କୋତେ କହି ।ଯୁଧିଷ୍ଠି ମୁଖରୁ ଶୁଣି ଏସନକ ଗିରମଉନେ ବସିଲେ ନୃପେ ନ ଦେଇ ଉତ୍ତର ।କେହି କାହାକୁ ଆଉ ଯେ ଉତ୍ତର ନ ଦେଲେମଉନ ହୋଇଣ ତହିଁ ସକଳେ ବସିଲେ ।ଏମନ୍ତ ସମୟେ ଉଠି ସହଦେବ ବୀରକରଯୋଡ଼ି ବୋଲେ ଶୁଣ ସମସ୍ତେ ମୋ ଗିର ।ସଭାମଧ୍ୟେ ବସିଅଛ ଲକ୍ଷେ ନୃପରାଣପ୍ରତ୍ୟକ୍ଷେ ମୂର୍ତ୍ତିବନ୍ତ ଯେ ବିଜେ ନାରାୟଣ ।ଯଜ୍ଞ ହିଁ ଏହି ଜଗତ କରତାହିଁ ରହିଅଗ୍ନିରୂପରେ ଏହି ଯେ ଭୁଞ୍ଜନ୍ତି ସବୁହିଁ ।ଆପଣେ ଯେ ମୂର୍ତ୍ତିବନ୍ତ ହୋଇ ବିଜେ କରିତାଙ୍କ ବିନା କେ ହୋଇବ ଅର୍ଘ୍ୟେ ଅଧିକାରୀ ।ଚୌଦଭୁବନ ଯାକର ଲୋକ ଥିଲେ ଯେତେବ୍ରହ୍ମ ଆଦିକରି କୀଟ ପତଙ୍ଗ ସହିତେ ।ସମସ୍ତେ ଶୁଣିଣ ଏହା ହୋଇଲେ ହରଷସବୁରି ମନକୁ ଆସେ ପୂଜ ପୀତବାସ ।ଏକଥାମାନ ତ ସର୍ବ ରାଜାଏ ଶୁଣିଲେସଜ୍ଜନ ରାଜାମାନେ ଯେ ସାଧୁ ସାଧୁ କଲେ ।ଧନ୍ୟ ଧନ୍ୟ ତୁମ୍ଭେ ସହଦେବ ମନ୍ତ୍ରୀବରଏକଥା ତୁମ୍ଭର ଅଟେ ଉତ୍ତମ ବିଚାର ।ଭୀଷ୍ମଦେବ ଶୁଣିଣ ଯେ ଆନନ୍ଦ ହୋଇଲେଭକ୍ତମାନେ ଶୁଣି ମନେ ସ୍ତୁତି ବଖାଣିଲେ ।ବ୍ୟାସ ଆଦି ନାରଦ ଯେ ମହା ମହାମୁନିସହଦେବଙ୍କୁ ବୋଇଲେ ଧନ୍ୟ ମନ୍ତ୍ରୀମଣି ।ତାହା ଶୁଣି ଯୁଧିଷ୍ଠିର ଆନନ୍ଦିତ ହୋଇଆନନ୍ଦାଶ୍ରୁ ତାହାଙ୍କର ନୟନୁ ଗଳଇ ।ହରଷ ମନରେ ସେହୁ ଉତ୍ସୁକ ହୋଇଲେଶ୍ରୀକୃଷ୍ଣଙ୍କ ପାଦପଦ୍ମେ ଅର୍ଘ୍ୟ ନେଇ ଦେଲେ ।ଏମନ୍ତ ଦେଖିଣ ସର୍ବେ କଲେ ଜୟେ ଜୟେପୁଣି ଆନନ୍ଦ ହୋଇଲେ ସର୍ବ ଦେବତାଏ ।ଦୁନ୍ଦୁଭି ବଜାଇ ଦେବେ ଜୟଧ୍ୱନି କଲେଅବିଚ୍ଛିନ୍ନେ ଆକାଶରୁ ପୁଷ୍ପ ବରଷିଲେ ।ଯୁଧିଷ୍ଠିର କୃଷ୍ଣଙ୍କର ପାଦପଦ୍ମ ଧୋଇସେ ପାଦଉଦକ ଶିରେ ସିଞ୍ଚିହେଲେ ନେଇ ।ଗର୍ଭ ଭିତରକୁ ତହୁଁ କ୍ଷେପିଲେ ଥୋକାଏଅବଶିଷ୍ଟ ରଖିଲେ ସେ ଯୁଧିଷ୍ଠିର ରାଏ ।ଦ୍ରୌପଦୀ ଆଦି କରିଣ ପାର୍ଥ ବୃକୋଦରନକୁଳ ଯେ ସହଦେବ ଯୋଡ଼ିଛନ୍ତି କର ।ଶ୍ରୀକୃଷ୍ଣଙ୍କର ଯେତେକ ପାଦର ଉଦକମହାହରଷେ ଗର୍ଭକୁ କ୍ଷେପି ସର୍ବଲୋକ ।ଯେତେ ଅବଶିଷ୍ଟ ଥିଲା କୃଷ୍ଣ ପାଦନୀରତାହା ଭକ୍ଷନ୍ତେ ପବିତ୍ର ହେଲା ତିନିପୁର ।ସେ ପାଦଜଳ ଯୁଧିଷ୍ଠି ଠାକୁରେ ପାଇଲେତେଣୁ ସୋମବଂଶ ପିତୃଲୋକ ନିସ୍ତରିଲେ ।ଏକମନେ ଶ୍ରୀକୃଷ୍ଣଙ୍କୁ ଯେ ଜନ ସେବଇରାଜସୂୟ ଯଜ୍ଞଫଳ ସେ ନିଶ୍ଚେ ଲଭଇ ।ଯୁଧିଷ୍ଠିର ରାଜା ପାଦପଦ୍ମ ପଖାଳିଲେପିନ୍ଧିବା ନିମନ୍ତେ ପୀତବାସ ଆଣିଦେଲେ ।ଚନ୍ଦନ ବୋଳିଲେ ମାଳା ଆଭରଣ କଲେପ୍ରଣାମ କରିଣ ଶିରେ କର ନିବେଶିଲେ ।ଜୟ ଜୟ ଶବଦରେ ହେଲା ଯହୁଁ ଗୋଳକ୍ରୋଧଭର ହୋଇ ତା ନ ସହି ଶିଶୁପାଳ ।ମହା ଗୁରୁତମେ ଭୁଜ ତୋଳିଣ ଉଠିଲାଅତିକ୍ରୋଧେ ଗାଲତୁରି ଦେଇଣ ବୋଇଲା ।ତପେ ଅଟ ସିଦ୍ଧ ପୁଣି ବୟସରେ ବୃଦ୍ଧଏମନ୍ତ ଲୋକ ବସିଛି ଏହି ସଭା ମଧ୍ୟ ।ସହଦେବ ବାଳକ ତା ବୁଦ୍ଧି ତୁମ୍ଭେ କଲଅଧମ ଗୋପାଳକୁ ଏ ସଭାରେ ପୂଜିଲ ।ଯେଉଁ ଗୋପାଳର ଜଣାନାହିଁ କୁଳ ମୁଳରାଜୁସି ଯାଗରେ ଆଗେ ତାହାକୁ ପୁଜିଲ ।ଅର୍ଘ୍ୟ ପୂଜା ଘେନିବାକୁ ଯୋଗ୍ୟ କିହୋସେହିଏହି ଛାର ଅକୁଳାକୁ ଅର୍ଘ୍ୟ ଦେଲ ନେଇ ।ଶୁକ ବୋଲନ୍ତି ହୋ ଶୁଣ ପରୀକ୍ଷ ରାଜନପାପିଷ୍ଠ ଅଟଇ ଦମଘୋଷର ନନ୍ଦନ ।କୃଷ୍ଣନିନ୍ଦା କରି ଯେତେ ଗାଳିଦେଲା ସେହିତା ତୋତେ କହିବା ପାଇଁ ଚିତ୍ତ ନ ବଳଇ ।ସନ୍ଥ ନରପତିମାନେ ତାର ଗାଳି ଶୁଣିଚକ୍ଷୁ ବୁଜିଲେ କର୍ଣ୍ଣରେ ଦେଇ ହସ୍ତ ବେନି ।ଥୋକାଏକ ସଭାମଧ୍ୟୁ ଉଠିଣ ସେ ଗଲେଶ୍ରୀକୃଷ୍ଣଙ୍କ ନିନ୍ଦା ଯହୁଁ ଶ୍ରୁତିରେ ଶୁଣିଲେ ।ପାଣ୍ଡବମାନେ କର୍ଣ୍ଣରେ ଏ କଥା ଶୁଣିଣବେଗେ ଧାଇଁଲେ ହସ୍ତରେ ଆୟୁଧ ଧରିଣ ।ତାହା ଦେଖି ଶିଶୁପାଳ କଲା ଗୁରୁତମହସ୍ତରେ ଧଇଲା ବେଗେ ଖଡ଼୍ଗ ଶରାସନ ।ବୋଇଲା ରହରେ ଜାରଜାତ ଦୁଷ୍ଟ ମତିନିଃଶେଷ କରି ଆଜ ମୁଁ ମାରିବି ସବୁନ୍ତି ।ତାହା ଦେଖିଣ ଶ୍ରୀକୃଷ୍ଣ ମନେ ବିଚାରିଲେନିଶ୍ଚୟ ପଞ୍ଚପାଣ୍ଡବେ ଏହା ହସ୍ତେ ମଲେ ।ମୁଁ ଯଦ୍ୟପି ଆଜ ୟାକୁ ଏଥେ ନ ମାରିବିକେମନ୍ତେ ଏ ପୃଥ୍ୱୀ ଭାରା ଉଶ୍ୱାସ କରିବି ।ଏମନ୍ତ ବିଚାର କରି ତହିଁ ଚକ୍ରଧରପେଷିଲେକ ସୁଦର୍ଶନ ଚକ୍ର ଧାତିକାର ।ତକ୍ଷଣେ ଛେଦିଲେ ପ୍ରଭୁ ଶିଶୁପାଳ ମୁଣ୍ଡମହା ବିଷମ ତେଜ ସେ ଦିଶିଲା ପ୍ରଚଣ୍ଡ ।ସେ ଜ୍ୟୋତି ଗୋଟାକ ବଇକୁଣ୍ଠକୁ ଯେ ଗଲାତହୁଁ ଯାଇ ପ୍ରଭୁଙ୍କର ଭେଟ ନ ପାଇଲା ।ପୁଣିହିଁ ସେଠାରୁ ତେଜ ଲେଉଟିଣ ଆସିଚାହୁଁ ଚାହୁଁ ଲୀନ ହେଲା କୃଷ୍ଣଅଙ୍ଗେ ପଶି ।ଆଦ୍ୟ ଅବତାରେ ଦୈତ୍ୟ ହିରଣ୍ୟ ସେ ହୋଇଦ୍ୱିତୀୟ ଅବତାରେ ସେ ରାବଣ ବୋଲାଇ ।ତୃତୀୟ ଜନ୍ମରେ ହୋଇଥିଲା ଶିଶୁପାଳଦ୍ୱାପର ଯୁଗେ ପାଇଲା ସେହି ମୋକ୍ଷଫଳ ।ଗୋବିନ୍ଦଙ୍କୁ ସେ ବଇରୀ ପଣେ ଭଜି କରିବାହୁଡ଼ି ପୁଣି ପାଇଲା ବଇକୁଣ୍ଠ ପୁରୀ ।ଶିଶୁପାଳର ଯେ ମୃତ୍ୟୁ ସମସ୍ତେ ଦେଖିଲେଦୁଷ୍ଟରାଜାମାନେ ଡରେ ପଳାଇଣ ଗଲେ ।ସର୍ବେ ଶୁଣିଛନ୍ତି ଶିଶୁପାଳର ଯେ କଥାସନ୍ଥରାଜାମାନେ ମନୁଁ ଛାଡ଼ି ମନ ବ୍ୟଥା ।ପାଣ୍ଡବେ ରହିଲେ ତହିଁ କୃଷ୍ଣ ଆଶ୍ରେକରିରାଜୁସିଯାଗେ ସମସ୍ତେ ପୁଣ୍ୟ ଯେ ଆଚରି ।ଭୁରି ଭୋଜନ ଦକ୍ଷିଣାମାନ ବିପ୍ରେ ଦେଲେସବୁ ରାଜାମାନଙ୍କୁ ସେ ତୋଷ କରାଇଲେ ।ଅମୃତ ସମ ଭୋଜନ ସର୍ବେ ତହିଁ କରିତହୁଁ ରାଜାମାନଙ୍କୁ ଯେ ଶ୍ରୀକୃଷ୍ଣ ହକାରି ।ମେଲାଣି ଦେଲେ ଚାଙ୍ଗଡ଼ାମାନ କରେ ଧରିଆନନ୍ଦ ହୋଇ ସମସ୍ତେ ଗଲେ ଯେଝାପୁରୀ ।ଏକା ଦୁର୍ଯ୍ୟୋଧନ ରାଜା ମନେ ଦୁଃଖ ବହିଏକାକୀ ହୋଇ ସଭାରେ ଅଛଇ ସେ ରହି ।ଶତେଭାଇ ସଙ୍ଗେ ଘେନି ସଭାରେ ରହିଲାବାହାରେ ଆନନ୍ଦ କୁଟ ମନରେ ପାଞ୍ଚିଲା ।ସବୁରିମତେ ସବୁରି ମନେ ବଡ଼ସୁଖଏକା ଦୁର୍ଯ୍ୟୋଧନ ମନେ ପାଉଅଛି ଦୁଃଖ ।ଥୋକାଏ ଦିନ ଶ୍ରୀକୃଷ୍ଣ ସେଠାରେ ରହିଲେଯୁଧିଷ୍ଠି ରାଜା ଛାମୁରେ ଯାଇ ଜଣାଇଲେ ।ଦ୍ୱାରକା ମୁଁ ଯିବି ମୋତେ ଦିଅ ଅନୁକୁଳଶୁଣିଣ ଯୁଧିଷ୍ଠି ତହିଁ ହୋଇଲେ ବିକଳ ।ଅତି ବଡ଼ କଷ୍ଟ ପାଇ ଯୁଧିଷ୍ଠିର ରାୟେପତ୍ନୀ ପରିବାରୀ ଘେନି ଖଣ୍ଡେଦୁର ଯାଏ ।ଦ୍ୱାରକାପୁରକୁ ବିଜେ କଲେ ଭାବଗ୍ରାହୀଯେଉଁ ଜନ ନିତ୍ୟେ ଏହା ପଢ଼ଇ ଶୁଣଇ ।ସକଳ ପାପରୁ ତରି ବଇକୁଣ୍ଠ ଯାଏଅପୁତ୍ରୀକ ଜନ ଶୁଣି ଶତପୁତ୍ର ପାଏ ।ମୁର୍ଖ ଅପଣ୍ଡିତ ଅଟେ ଅଚ୍ୟୁତ ଯେ ଦାସଶ୍ରୀକୃଷ୍ଣ ଶ୍ରୀଚରଣକୁ ବଢ଼ାଇଛି ଆଶ ।ରାଜୁସୀ ସଭାରେ ଦୁର୍ଯ୍ୟୋଧନର ଅପମାନଏଥୁଅନ୍ତେ ପରୀକ୍ଷିତ ନାମେ ମହାରାଜାବିନୟେ ପୁଚ୍ଛିଲେ ଶୁକପାଦେ କରି ପୂଜା ।ଭାଗବତ ପୁରାଣକୁ କହିବା ଗୋସାଇଁଯାଗ ଅନ୍ତେ କିସ ହେଲା କହ କୃପାବହି ।ଯାଗର ସକଳ ଲୋକ ଲଭିଲେ ସନ୍ତୋଷଦୁର୍ଯ୍ୟୋଧନ ରାଜା କିମ୍ପା ହୋଇଲା ବିରସ ।ଶୁକ ବୋଇଲେ ହୋଶୁଣ ପରୀକ୍ଷିତ ରାୟେଯାଗର ଭଣ୍ଡାରେ ସେହୁ ଅଧିକାର ପାଏ ।ରୋଷଘରେ ଅଧିକାରୀ ଅଟେ ଭୀମସେନଭଣ୍ଡାର ର ଅଧିକାରୀ ଅଟେ ଦୁର୍ଯ୍ୟୋଧନ ।ନୃପତିମାନଙ୍କ ଚର୍ଚ୍ଚା କରେ ସହଦେବନକୁଳ ସାଇତି ରଖେ ଭଣ୍ଡାରରେ ଦ୍ରବ୍ୟ ।ସନ୍ଥ ରାଜାମାନଙ୍କୁ ସେ କରେ ଆରାଧନସମସ୍ତଙ୍କୁ ଚର୍ଚ୍ଚୁଥାଇ ବୀର ଅରଜୁନ ।ଏମନ୍ତ ପ୍ରକାରେ ରାଜାସୂୟ ଯଜ୍ଞ କଲେତିନି ଭୁବନର ଲୋକେ ସର୍ବେ ପ୍ରଶଂସିଲେ ।ଯଜ୍ଞ ସମାପତ କରି ଯୁଧିଷ୍ଠି ରାଜନଭାଇଙ୍କୁ ଘେନିଣ କଲେ ଅବଭୃତ ସ୍ନାନ ।ସ୍ନାନ ସାରି ନବରକୁ ବିଜେ କଲାବେଳେଅହ୍ୟସ୍ତିରୀ ହୁଳହୁଳି ଦ୍ୟନ୍ତି କୁତୁହଳେ ।ଏକକୁ ଆରେକ କରିଲେକ ପରିହାସତେଣୁକରି ଉପୁଜିଲା ବହୁତର ରସ ।ଶ୍ରୀକୃଷ୍ଣଙ୍କର ଅଟନ୍ତି ଯେତେ ପାଟବଂଶୀସମସ୍ତେହିଁ ହୋଇଛନ୍ତି ତହିଁ ମିଶାମିଶି ।ରୁଣୁଝୁଣୁ ହୋଇ ପାଦ ନୁପୁର ବାଜଇସେ ଧ୍ୱନି ଶୁଣି ଜଗତ ମନକୁ ରଞ୍ଜଇ ।ରାଜୁସି ଯାଗ ସମ୍ପଦ କି କହିବି ମୁହିଁପ୍ରତ୍ୟକ୍ଷରେ ଲକ୍ଷ୍ମୀ ଯହିଁ ଅଛନ୍ତି ଟି ରହି ।ସେହି ସଭା ନିର୍ମାଣିଛି ବିଶ୍ୱକର୍ମା ମୟଶୋଭା ପାଉଅଛଇ ସେ ସୁଧର୍ମାର ପ୍ରାୟ ।ସେହି ସଭାକୁ ଦେଖିଲେ ମନହୁଏ ମୋହିକ୍ଷୁଧା ତୃଷା ନିଦ୍ରାଆଦି ତିନି ତହିଁ ନାହିଁ ।ପାରୁଶରେ ସେବା କରୁଛନ୍ତି ଷଢ଼ଋତୁସେ ସଭାରେ ଥିଲେହେଁ ନ ଥାଇ ଅପମୃତ୍ୟୁ ।ଅଷ୍ଟ ରତ୍ନରେ ନିର୍ମିତ ଅଟେ ଯେଉଁ ସଭାସ୍ଫଟିକ ପରାୟେ ଦିଶେ ପାବଚ୍ଛର ପ୍ରଭା ।ମର୍କତରେ ନିରିମିତ ଅଟେ ସିଂହାସନଯହିଁରେ ବସନ୍ତି ଦେବ ଯୁଧିଷ୍ଠି ରାଜନ ।ସେ ସଭାର ଗୁଣ କେତେ କହିବଇଁ ପୁଣଯହିଁ ବିଜେ କରିଛନ୍ତି ଆପେ ନାରାୟଣ ।କିସ ବା କହିବି ମୁହିଁ ତହିଁର ସମ୍ପତ୍ତିପ୍ରତ୍ୟକ୍ଷରେ ଲକ୍ଷ୍ମୀ ଯହିଁ ବିଜେ କରିଛନ୍ତି ।ସେ ସଭାରେ ବିଜେ କରିଅଛନ୍ତି ଯୁଧିଷ୍ଟିସେବକମାନେ ସକଳ ସନ୍ନିଧିରେ ଖଟି ।ସେହି ସଭା ହୋଇଅଛି ଏମନ୍ତ ଶୋଭନତହିଁ ଆସିଣ ମିଳିଲା ରାଜା ଦୁର୍ଯ୍ୟୋଧନ ।ଯୁଧିଷ୍ଠିର ଦେବଙ୍କର ସମ୍ପଦ ଦେଖିଲାସେ ମାନଗୋବିନ୍ଦ ତାହା ସହି ନ ପାରିଲା ।ଦୁର୍ଯ୍ୟୋଧନର ମାନସ ହେଇଛି ବିକଳସଭାକୁ ଉଠନ୍ତେ ବାଟେ ଦେଖିଲାକ ଜଳ ।ସ୍ଥଳ ମଧ୍ୟେ ଜଳ ମାୟାବଶେ ଦିଶୁଥିଲାଦୁର୍ଯ୍ୟୋଧନ ରାଜା ତାହା ଜାଣି ନ ପାରିଲା ।ଅଳପ କରିଣ ତହିଁ ଉଠାଇ ବସନତାହା ଦେଖିଣ ସମସ୍ତେ କଲେ ହାସ୍ୟମାନ ।ମନ ମଧ୍ୟେ ମହାକ୍ରୋଧ କଲା ମହାରାୟେମାୟାବିଳ ବୋଲି ସେ ନ ଜାଣି ଚାଲିଯାଏ ।ସ୍ଥଳହେବ ବୋଲି ତହିଁପରେ ଚାଲିଗଲାତହିଁରେ ପଡ଼ିଯାଆନ୍ତେ ବସନ୍ତ ତିନ୍ତିଲା ।ଏସନକ ପରକାରେ ଦେଖି ଭୀମସେନଉପହାସ କରି ତାଳି ମାରେ ଘନ ଘନ ।ସେହି ସଭାର ଆଗେଣ ଶ୍ରୀକୃଷ୍ଣ ହସିଲେଭୀମସେନ ବେନିକରେ କରତାଳି ଦେଲେ ।ହାସ୍ୟ କରିଣ ଉଠିଲେ ସଭାଜନମାନେଦ୍ରୌପଦୀର ସହିତରେ ହସି ସ୍ତିରୀମାନେ ।ସବୁରି ମୁଖରେ ତହୁଁ ହାସ୍ୟ ସେ ଦେଖିଲାତାହାର ମନ ମଧ୍ୟରେ କ୍ରୋଧ ଜାତ ହେଲା ।ଅପମାନ ପାଇ ସଭାମଧ୍ୟୁ ବାହୁଡ଼ିଲାକର୍ଣ୍ଣ ଶକୁନି ଦୁଃଶାକୁ ବସାଇ କହିଲା ।ଆବର କୁରୁବୀରଙ୍କୁ ରାଇ ଦୁର୍ଯ୍ୟୋଧନସକଳ କଥା କହିଲା ଦୁଃଖ ପ୍ରକାଶିଣ ।ସେ ଦିନୁ ମାନଗୋବିନ୍ଦ କୁବୁଦ୍ଧି ପାଞ୍ଚିଲାପାଣ୍ଡବ ଭାଇ ମାନଙ୍କୁ ବହୁ ଦଃଖ ଦେଲା ।ଯାହାକୁ ରଖିଅଛନ୍ତି ଦେବ ଜନାର୍ଦ୍ଦନତାହାଙ୍କୁ କିସ କରିବ ସେ କୁଟ ପାଞ୍ଚିଣ ।ଶ୍ରୀକୃଷ୍ଣଙ୍କର ଚରଣ ଭାବଇ ଅଚ୍ୟୁତମୋରଠାରେ କୃପାକର ଆହେ ଜଗନ୍ନାଥ ।ଅତିହିଁ ଅମୃତ ରସ ଅଟେ ଭାଗବତରାଜୁସୀ ଯଜ୍ଞ ଏଠାରେ ହେଲା ସମାପତ ।