ସତ୍ୟଭାମାର ବନ୍ଦାପନା — ହରିବଂଶ (ଷଷ୍ଠ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିସତ୍ୟଭାମାଙ୍କର ଆଜ ରଜଚକ୍ର ଗଣ
ସଂକ୍ଷେପିଣ ବୋଲ ମୋତେ ତହିଁର ବିଧାନ ।
ଏତେ ବୋଲି କୃଷ୍ଣଚନ୍ଦ୍ର ହସ୍ତେ ଫଳ ଘେନି
ମୁନିଙ୍କ ଛାମୁରେ ଥୋଇ କରନ୍ତି ଦଇନୀ ।
ଗୋବିନ୍ଦଙ୍କ ବଚନରେ ମହାମୁନିବର
ଅଣ୍ଟାରୁ ପବିତ୍ର ଖଡ଼ି କାଢ଼ିଣ ସତ୍ୱର ।
ଶ୍ରୀୟା ଲେଖି କୋଷ୍ଠି ଯତ୍ନେ କୋଟି ପଞ୍ଚକୋଠି
ଗ୍ରହମାନେ ବସାଇଲେ ତହିଁ ଗୋଟି ଗୋଟି ।
ଗ୍ରହଙ୍କର ଉଚ୍ଚ ନୀଚସ୍ଥାନ ପରିମାଣି
କାଳକ୍ରମେ ରିଷ୍ଟଯୋଗ କରାବତି ଆଣି ।
ଏବେ ସତ୍ୟଭାମା ଦେବୀ ହେଲେ ରଜୋବତୀ
ପ୍ରତ୍ୟକ୍ଷରେ ଲକ୍ଷ୍ମୀ ଏହୁ ପଦ୍ମିନୀ ସୁଜାତି ।
ତୁମ୍ଭେ ଅଟ ଯାଦବଙ୍କ ଦେବ ଶିରୋମଣି
ପାଟବଂଶୀ ଶ୍ରେଷ୍ଠ ସତ୍ୟଭାମା ଯେ ରୁକ୍ମିଣୀ ।
ଗନ୍ଧର୍ବ ଦେବତାଙ୍କର ଅଟନ୍ତି ସେ ମାତା
ଅନାଦି ଅପର୍ଣ୍ଣା ସେହୁ ସବୁ ଜୀବଦାତା ।
ଦ୍ୱାପରେ ଯୁଗେ ଠାକୁର ଅଟ ତୁମ୍ଭେ ପୁଣି
ୟାଙ୍କ ରଜଚକ୍ର କଥା କହିଲି ପ୍ରମାଣି ।
ଶୁଣିଣ ମହାସନ୍ତୋଷ ହେଲେ ଭାବଗ୍ରାହୀ
ବ୍ୟାସଙ୍କର ବଚନରେ ଭଣି ହୋଇ ହୋଇ ।
ସକଳ ଶୁଭ ହୋଇଲା ବୁଝିଲେ ପ୍ରମାଣି
ଏଥୁ ଅନନ୍ତରେ ସଭା ମଉଳିଲା ପୁଣି ।
ଯେ ଯାହାର ଭୁବନକୁ ଗଲେ ସର୍ବେ ଚଳି
ଏସନକ ପରକାରେ ହେଲା ରଜସ୍ଥଳୀ ।
କୃଷ୍ଣ ଉଗ୍ରସେନ ବସୁଦେବ କାମପାଳ
ଉଦ୍ଧବ ଅକ୍ରୁର ସହ ସର୍ବ ଯଦୁବଳ ।
ଯେ ଯାହା ମନ୍ଦିରେ ଯାଇ ହୋଇଲେ ପ୍ରବେଶ
ଶୁଣ ଆହେ ପରୀକ୍ଷିତ ଭଣି ବ୍ୟାସ ଶିଷ୍ୟ ।
ଶିଷ୍ୟଙ୍କୁ ଘେନିଣ ବେଦବ୍ୟାସ ମହାମୁନି
ମନ ପବନ ଦଣ୍ଡରେ ଚଳିଲେ ସେକ୍ଷଣି ।
ଇଦଂ ପ୍ରତିବାକ୍ୟ ଅଟେ ଅମୃତର ବାଣୀ
ରଜୋବତୀ ହେଲେ ସତ୍ୟଭାମା ଠାକୁରାଣୀ ।
ଏହି ବାର୍ତ୍ତା ଘେନି ଦୁତ ବେଗେ ଚଳିଗଲା
ଶକ୍ରାଜିତ ଆଗେ ଯାଇ ବାରତା କହିଲା ।
ଶୁଣିଣ ମହାସନ୍ତୋଷ ହେଲେ ନୃପମଣି
ଅନେକ ବଧାଇ ଦେଲେ ଧନରତ୍ନ ପୁଣି ।
ଗୁରୁବାରେ ରଜୋବତୀ ହେଲେ ସତ୍ୟଭାମା
ଅହୋରାତ୍ର ଉପବାସେ ରହି ରାଜଜେମା ।
ସପ୍ତମ ଦିନରେ ସ୍ନାନ ଶୁଚିମନ୍ତ ହୋଇ
ଶ୍ରୀକୃଷ୍ଣଙ୍କର ମନ୍ଦିରେ ପ୍ରବେଶିଲେ ଯାଇ ।
ଚନ୍ଦନ କସ୍ତୁରୀ ଯେ କର୍ପୂର ହେଲେ ଲାଗି
ପଲ୍ୟଙ୍କରେ ପହୁଡ଼ିଲେ କୃଷ୍ଣ ସଉଭାଗୀ ।
ଏଥୁ ଅନନ୍ତରେ ତହୁଁ ପ୍ରଭୁ ଦେବରାଜେ
ଦିବ୍ୟବେଶ ହୋଇକରି ପଲ୍ୟଙ୍କରେ ବିଜେ ।
ସତ୍ୟଭାମା ଦେବୀ ଥିଲେ ପଲ୍ୟଙ୍କେ ପହୁଡ଼ି
ତଳେ ଉଭାହେଲେ ଆସି ଶିରେ କର ଯୋଡ଼ି ।
ମଣିମା ମଣିମା ବୋଲି ଶୁଭେ ଦିବ୍ୟବାଣୀ
ସତ୍ୟଭାମା ହସ୍ତ ଧରି ନେଲେ ଚକ୍ରପାଣି ।
ଅବକାଶ ମନ୍ଦିରରେ ହୁଅନ୍ତେ ମୁରାରି
ଆଡ଼ ହୋଇଗଲେ ମୃଦୁସୁଲୀ ପରିବାରୀ ।
କାଳବେଳ ଯୋଗ ବେଳ ମାହେନ୍ଦ୍ରକୁ ଘେନି
ଶଯ୍ୟାରେ ବିଜୟ କଲେ ଦେବ କମ୍ବୁପାଣି ।
କୃଷ୍ଣଙ୍କୁ ଭେଟିଲେ ସତ୍ୟଭାମା ଠାକୁରାଣୀ
ସତ୍ୟଭାମାକୁ ରସିଲେ ପ୍ରଭୁ ଚକ୍ରପାଣି ।
ଅତିଭାଗ୍ୟେ ଭାଗବତ ଅଟେ ପୁଣ୍ୟମୟ
ପଢ଼ନ୍ତେ ଶୁଣନ୍ତେ ପାପ ହୋଇଯିବ କ୍ଷୟ ।
ସତ୍ୟଭାମାଙ୍କର ରତି ଅତି ପ୍ରେମରସ
ଶ୍ରୀକୃଷ୍ଣ ପାଦେ ଶରଣ ମୁଁ ଅଚ୍ୟୁତ ଦାସ ।
ଶତ ଧନୁର ଶିରଚ୍ଛେଦ
ଏଥୁ ଅନନ୍ତରେ ପରୀକ୍ଷ ନାମେ ନୃପନିଧିଶୁକ ବ୍ରହ୍ମାଙ୍କ ଚରଣେ କଲେ ପୂଜାବିଧି ।ତହିଁର ଅନ୍ତରେ ପୁଣ ହୋଇଲାକ କିସଏହା ମୋତେ ସଂକ୍ଷେପିଣ କହ ବ୍ୟାସଶିଷ୍ୟ ।ରାଜାର ବାକ୍ୟେ କହନ୍ତି ଶୁକ ମହାମୁନିଶୁଣ ନୃପ ସାବଧାନେ ହରିବଂଶ ଧ୍ୱନି ।କିଛି ଦିନ ଗତ ହେଲା ଏହି ପରକାରେପାଣ୍ଡବଙ୍କୁ ଅନାଦର କଲେ କୁରୁବୀରେ ।ଜଉ ସଜଳସ ଯୋଗେ ଘର ଭିଆଇଲେପୁରଞ୍ଜନ ପଣ୍ଡା ଦ୍ୱାରା ପୁର ଜାଳି ଦେଲେ ।ଦିନେ ଶ୍ରୀକୃଷ୍ଣ ଆସ୍ଥାନେ ବିଜେ କରିଛନ୍ତିଉଗ୍ରସେନ ବଳଦେବ ଏମନେ ଅଛନ୍ତି ।କଥା ଭାଷା ହେଉଛନ୍ତି ନାନା ପରକାରେଏ ସମୟେ ଦୂତ ଆସି ବାର୍ତ୍ତା ଜଣାଇଲେ ।ପାଞ୍ଚଭାଇ ସହିତରେ ମାତା ଦେବୀ କୁନ୍ତୀଛଅଜଣ ଜତୁଗୃହେ ପୋଡ଼ି ମରିଛନ୍ତି ।ଏମନ୍ତ ବାରତା ଯହୁଁ ଶ୍ରୀକୃଷ୍ଣ ଶୁଣିଲେନନ୍ଦିଘୋଷକୁ ସଜାଅ ଦାରୁକେ କହିଲେ ।ଆଜ୍ଞା ପାଇଣ ଦାରୁକ ବେଗ ହୋଇ ଗଲାନନ୍ଦିଘୋଷ ରଥ ସେହୁ ବେଗେଣ ମଣ୍ଡିଲା ।ରଥ ସାଜିଣ ସାରଥି ଅଗ୍ରେ କଲା ନେଇସେ ରଥରେ ବିଜେକଲେ ଲକ୍ଷ୍ମୀଦେବୀ ସାଇଁ ।ଶ୍ରୀକୃଷ୍ଣ ବାହାର ହେଲେ ଅତିବେଗେ ହୋଇଅଧା ସ୍ୱର୍ଗରେ ଦେଖନ୍ତି ଦେବଗଣ ଥାଇ ।ଆକାଶେ ମାର୍ଗେ ଚଳଇ ସେହି ଦିବ୍ୟ ରଥବୃହସ୍ପତି କହନ୍ତି ହୋ ଶୁଣ ଶଚୀନାଥ ।ଦେଖ ଦେଖ ଜଗନ୍ନାଥ ପାଣ୍ଡବଙ୍କ ପାଇଁଏକା ଯାଉଛନ୍ତି ନନ୍ଦିଘୋଷକୁ ଆରୋହି ।ନ ଜାଣିଣ ଦୁର୍ଯ୍ୟୋଧନ ଅଛି ମନ୍ଦ କରିନିଶ୍ଚେଁ ପାଣ୍ଡବମାନଙ୍କୁ ରଖିବେ ଶ୍ରୀହରି ।ପୃଥିବୀର ମହାଭାରା ନିବାର ହୋଇବଉଶ୍ୱାସ ହେବେ ପୃଥିବୀ ମରିବେ ଦାନବ ।ବିଚାର କରନ୍ତି ଏସନକ ସ୍ୱର୍ଗବାସୀଅର୍ଦ୍ଧାକାଶେ ନନ୍ଦିଘୋଷେ ଯାନ୍ତି ବ୍ରହ୍ମରାଶି ।ଶୁକ ବୋଲନ୍ତି ହେ ଶୁଣ ପରୀକ୍ଷିତ ରାୟେଇତି ଶିରୀ ଭାଗବତ ଅତି ପୁଣ୍ୟମୟେ ।ଏଥୁ ଅନନ୍ତରେ ଶୁଣ କଥା ଦିବ୍ୟରସପ୍ରବେଶ ହୋଇଲା ରଥ ଜଉଘର ପାଶ ।ଦେଖିଲେ ଶବରୀ ପାଞ୍ଚପୁତ୍ର ପଡ଼ିଛନ୍ତିସଙ୍ଗେ ମାତା ପୁରଞ୍ଜନ ପୋଡ଼ି ମରିଛନ୍ତି ।ଦେଖିବା ମାତ୍ରେ ଚିହ୍ନିଲେ ଶ୍ରୀବତ୍ସଲାଞ୍ଛନମିଛେ ମିଛେ ଶୋକ ତହିଁ କଲେ ଭଗବାନ ।ଆଗହୁଁ ଶ୍ରୀକୃଷ୍ଣ ତାହା ଅଛନ୍ତି ଭିଆଇଶୋକ କରନ୍ତି ଲୋକଙ୍କୁ ଦେଖାଇବା ପାଇଁ ।ଆହେ ପାଣ୍ଡବ ମୋହର ଅଟ ପଞ୍ଚଭୂତଏକାକରି ମୋତେ ଛାଡ଼ିଗଲ ହେ କେମନ୍ତ ।ତୁମ୍ଭଙ୍କୁ ନ ଦେଖି ହୃଦ ହେଉଛି ଦହନକାହିଁ ଛାଡ଼ିଗଲୁ ମୋତେ ଭୋ ସଖା ଅର୍ଜ୍ଜିୁନ ।ଏତେ ବୋଲି ତହୁଁ ମୂର୍ଚ୍ଛାଗଲେ ଚକ୍ରପାଣିନାମ ଧରି ଉଚ୍ଚସ୍ୱରେ କାନ୍ଦି ପୁଣି ପୁଣି ।ତୁମ୍ଭଙ୍କୁ ଘେନିଣ ପୃଥ୍ୱୀ ଭାରା ଉଶ୍ୱାସିବିଏବେ କାହାକୁ ମୁଁ ସଖା ବୋଲିଣ ବୋଲିବି ।ଏତେ ବୋଲିଣ ବିଳାପ କରି ଚକ୍ରପାଣିମୁକ୍ତା ପ୍ରାୟ ଝଡ଼ି ଲୁହ ପଡ଼ଇ ଧରଣୀ ।ଏସନକ ବାରତାକୁ ପାଇ କୁରୁବୀରେତ୍ୱରିତେ ମିଳିଲେ ଆସି ଶ୍ରୀକୃଷ୍ଣ ଛାମୁରେ ।ବିଦୁର ଧୃତରାଷ୍ଟ୍ରଙ୍କୁ ଦେଖି ଦେବହରିମହାତାପ ପାଇଲେକ ଉଚ୍ଚେ କାନ୍ଦି କରି ।ଭୋ ତାତ ପାଣ୍ଡବେ ମୋର କାହିଁ ଛାଡ଼ିଗଲେମୋର ପ୍ରାଣସଖା ମୋତେ ଛାଡ଼ି ପଳାଇଲେ ।କୃଷ୍ଣଙ୍କର ଶୋକ ଧୃତରାଷ୍ଟ୍ର ଯେ ଶୁଣିଲେପ୍ରବୋଧ ଦେଇଣ ଶୋକ ଶାନ୍ତି କରାଇଲେ ।ହସ୍ତିନା ସଭାକୁ ନେଇ ସାନ୍ତ୍ୱନା କରାଇକୃଷ୍ଣ ଦେଖି ଦୁର୍ଯ୍ୟୋଧନ ଅପସରି ଯାଇ ।ଆସ୍ଥାନେ ବିଜୟ ଯହୁଁ କଲେ ଦାମୋଦରଛାମୁରେ ବସିଲେ ଯାଇ ରାଜା କୁରୁବୀର ।ଏହି ବେଳେ ଧୃତରାଷ୍ଟ୍ର ବୋଲନ୍ତି ଏ ଗିରସାବଧାନେ ଶୁଣ ତୁମ୍ଭେ ପ୍ରଭୁ ଚକ୍ରଧର ।ପାଣ୍ଡବେ ଭସ୍ମ ହୋଇଲେ ଜଉଘରେ ପଶିଏବେ କାୟା ଶୁଦ୍ଧ କରିବାକୁ ହୃଷୀକେଶୀ ।ଧୃତରାଷ୍ଟ୍ରଙ୍କ ବଚନ ଶୁଣିଲେକ ଯହୁଁଯମୁନା ନଦୀରେ ପଶି ସ୍ନାନ କଲେ ତହୁଁ ।ଶ୍ରୀକୃଷ୍ଣ ହସ୍ତିନା ସଭା ମଧ୍ୟେ ଛନ୍ତି ବସିଶୁକବ୍ରହ୍ମା ବୋଇଲେ ତୁ ଶୁଣ ରାଜବଂଶୀ ।ଏଥୁ ଅନନ୍ତରେ ପୁଣି ଦ୍ୱାରକାରେ ଥାଇଶତଧନୁକୁ ଅକ୍ରୂର କୃତବର୍ମା ରାଇ ।ଶକ୍ରାଜିତ ଅଟଇ ତ ତୁମ୍ଭ ଜ୍ୟେଷ୍ଠ ଭାଇତାହାର ହସ୍ତରେ ମଣି ଦେଲେ ଯଦୁସାଇଁ ।ସେହୁ ଏକା ଗୋପନ ଯେ କଲା ତାହା ଶୁଣିତୁମ୍ଭଙ୍କୁ ଗୋପନ କରୁ ରଖିଅଛି ପୁଣି ।ବର୍ତ୍ତମାନ ଶ୍ରୀକୃଷ୍ଣ ତ ଦ୍ୱାରକାରେ ନାହିଁଶକ୍ରାଜିତକୁ ମାରିଣ ମଣି ଆଣ ଯାଇ ।ଅକ୍ରୂର କୃତବର୍ମାର ଏହି କଥା ଶୁଣିଆଣିବାକୁ ଶତ ଧନୁ ଗଲେ ସେହି ମଣି ।ମହାନିଶାକାଳେ ଶକ୍ରାଜିତ ଘରେ ପଶିପାପ ନ ବିଚାରି ତାକୁ ବଳାତ୍କାରେ ନାଶି ।ସ୍ୟମନ୍ତକ ମଣି ଘେନି ତହୁଁ ସେ ଅଇଲାତାହାର କୁଟୁମ୍ବ ଯାକ ଶୋକେ ଭସାଇଲା ।ସେହି ବାର୍ତ୍ତା ପାଇ ସତ୍ୟଭାମା ଶୋକକରିକାନ୍ଦଇ ସେ ଉର ତାଡ଼ି ଗୁଣମାନ ସ୍ମରି ।ଭୋ ପିତା ଅନେକ କଷ୍ଟେ ସୂର୍ଯ୍ୟଙ୍କୁ ସେବିଲୁବିରଞ୍ଚି ନାରାୟଣଙ୍କୁ ତପେ ମନାଇଲୁ ।କଠୋର ତପ ଦେଖି ସେ ପ୍ରସନ୍ନ ହୋଇଲେସ୍ୟମନ୍ତକ ମଣି ତୋତେ କରତୋଳି ଦେଲେ ।ମଣିପାଇ ପୁଣି ତୁହି ଦ୍ୱାରକାକୁ ଗଲୁଯାଦବ ସଭାରେ ତାହା ତୁ ନ ଦେଖାଇଲୁ ।ସେ ବାରତାଗୋଟି ପାଇ ତ୍ରୈଲୋକ୍ୟର ସାଇଁମଣିର ବାରତା ତୋତେ ପଚାରିଲେ ଯାଇ ।ଶ୍ରୀକୃଷ୍ଣଙ୍କୁ ନ ଦେଇଣ ପ୍ରସ୍ନାଜିକ ବୀରସେ ମଣି ନିମନ୍ତେ ସେହୁ ଗଲା ଯମଦ୍ୱାର ।ପ୍ରସନ୍ନାଜିତକୁ ମାରି ସିଂହ ନେଲା ମଣିଲୋଭେ ସେ ଆପଣା କରେ ରଖିଥିଲା ପୁଣି ।ତାହାକୁ ମାରିଣ ପଛେ ଜାମ୍ବବାନ ନେଲାପାତାଳ ବିବରେ ତାକୁ ଲୁଚାଇ ରଖିଲା ।ଶ୍ରୀକୃଷ୍ଣଙ୍କୁ ଅପଖ୍ୟାତି ଦେଲେ କାହିଁପାଇଁସଭାରେ ଲଜ୍ଜା ପାଇଲେ ତ୍ରୈଲୋକ୍ୟ ଗୋସାଇଁ ।ଅପବାଦ ନିମିତ୍ତରେ କୃଷ୍ଣ ଚଳିଗଲେଜାମ୍ବବର ନିକଟୁ ସେ ମଣିକୁ ଆଣିଲେ ।ସୁଧର୍ମା ସଭାରେ ଯାଦବଙ୍କ ନିକଟରେସେହି ସ୍ୟମନ୍ତକ ମଣି ରଖିଲେ ଯତ୍ନରେ ।ଲଜ୍ଜାପାଇ ସେହି ମଣି କୃଷ୍ଣହସ୍ତେ ଦେଲୁପୁଣି ହିଁ କିପାଇଁ ତୁହି ବାହୁଡ଼ାଇ ନେଲୁ ।ମଣିର ନିମନ୍ତେ ବେନିଭାଇ ନାଶଗଲଅକୁଳ ସମୁଦ୍ରେ ମୋର ଭେଳା ବୁଡ଼ାଇଲା ।ଏହିମତି ସତ୍ୟଭାମା ବହୁତ କାନ୍ଦିଲେଶକ୍ରାଜିତ ଶବ ତ୍ରୈଳଦ୍ରୋଣୀରେ ଭରିଲେ ।ହସ୍ତିନା ପୁରକୁ ସେହି ବେଗେ ଚଳିଯାଇଯହିଁ ବିଜେ କରିଥିଲେ ତ୍ରୈଲୋକ୍ୟ ଗୋସାଇଁ ।ତାହାଙ୍କର ବଦନକୁ ଚାହିଁ ସତ୍ୟଭାମାମୋହେ ମୂର୍ଚ୍ଛାଗଲେ ହୋଇ ପଡ଼ିଲେକ ବାମା ।ତୋଳି କୋଳ କରିଣ ଯେ ଧରି ବନମାଳୀସଚେତ କରାଇ ତାଙ୍କୁ ପୁଚ୍ଛିଲେ ଏଭଳି ।ଭୋ ସଖି କିଅର୍ଥେ ତୁମ୍ଭେ ରୋଦନ ଗୋ କରସଚେତ ହୋଇଣ ଏବେ ଭାଷ ମିଷ୍ଟଗିର ।ଶ୍ରୀକୃଷ୍ଣ ବଚନେ ଶୋକ ସମ୍ବରଣ କରିପ୍ରଭୁଙ୍କ ଆଗରେ ସବୁ ବୋଲନ୍ତି ବିସ୍ତାରି ।ସତ୍ୟଭାମା ମୁଖୁଁ ଶୁଣି ଏମନ୍ତ ବଚନବିସ୍ମୟ ହୋଇ କହିଲେ ପ୍ରଭୁ ଭଗବାନ ।ମାଉସୀ ପୁଅ ମୋହର ପାଞ୍ଚଗୋଟି ଭାଇଜଉ ସଜଳସ ଗୃହେ ପୋଡ଼ି ମଲେ ସେହି ।ଏବେ ତୁମ୍ଭର ପିଅର ସଖା ମୋର ଥିଲେବିଧାତାର ବଶେ ସେହି ପ୍ରାଣ ହରାଇଲେ ।ଏତେ କହି ଶୋକ କଲେ ତ୍ରିଦଶ ଠାକୁରନୟନରୁ ଅଶ୍ରୁଜଳ ବହେ ଝରଝର ।ସତ୍ୟଭାମାକୁ ବୋଇଲେ ଶତଧନୁ ମାରିତେବେ ସେ ଶୋକର କଥା ବୁଝିବି ବିଚାରି ।ଏମନ୍ତେ ବହୁ ପ୍ରଶଂସା କରି ଲକ୍ଷ୍ମୀସାଇଁଧୃତରାଷ୍ଟ୍ରଙ୍କ ଆଗରେ ସବୁ କଥା କହି ।ସତ୍ୟଭାମାକୁ ସଙ୍ଗତେ ଘେନି ନିଜ ରଥେଦ୍ୱାରକା ପୁରକୁ ଚଳିଗଲେ ଜଗନ୍ନାଥେ ।କୃଷ୍ଣଙ୍କର ଆଗମନ ଶୁଣି ଶତଧନୁଅତିଭୟେ କମ୍ପମାନ ହେଲା ତାର ତନୁ ।କୃତବର୍ମା ସମୀପକୁ ଅତିଖରେ ଯାଇପଚାରିଲେ ଏବେ କିସ କରିବି ଗୋସାଇଁ ।ସେ କଥା ଶୁଣି ବୋଇଲେ କୃତବର୍ମା ବୀରଶ୍ରୀକୃଷ୍ଣଙ୍କୁ ଦୋରେହାକୁ କେ ରଖିବ ଆର ।କୃତବର୍ମା ବୋଇଲେକ ମୋର ବୁଦ୍ଧି ନାହିଁଯାହା ତୋହର ବିଚାର କର ବେଗେ ଯାଇ ।ତହୁଁ ଶଙ୍କାପାଇ ଶତଧନୁ ପଳାଇଲାଅକ୍ରୂର ଆଗରେ ଯାଇ ସମସ୍ତ କହିଲା ।ତହୁଁ ଅକ୍ରୂର ବୋଇଲା ଶତଧନୁ ଶୁଣତ୍ରିଦଶ ପ୍ରଭୁ ଅଟନ୍ତି ସେହୁ ନାରାୟଣ ।ଆଦିଅନ୍ତ ନାହିଁ ତାର ମହିମା ଅପାରବ୍ରହ୍ମାଆଦି ଠାକୁର ନ ପାନ୍ତି ଅନ୍ତ ଯାର ।ତା ବଇରୀକୁ ପୃଥ୍ୱୀରେ କେ ରଖିପାରିବତାହାଙ୍କର କୋପରେ ତ ନିଶ୍ଚେଁ ନାଶଯିବ ।ଏମନ୍ତ ନିରାଶ ବାଣୀ ଶତଧନୁ ଶୁଣିଅକ୍ରୁର ଆଗରେ କାନ୍ଦି କହେ ପୁଣି ପୁଣି ।ତୁମ୍ଭର ବୋଲରେ ମୁହିଁ ପାପକର୍ମ କଲିନ ଜାଣିବା ପଣେ କୃଷ୍ଣ ବଇରୀ ହୋଇଲି ।ଏତେ ବୋଲି ଶତଧନୁ ମଣିଗୋଟି ନେଇଅକ୍ରୂର ଅଣ୍ଟିରେ ତାହା ବେଗେ ଭରିଦେଇ ।ଅଶ୍ୱେକ ଆରୋହି ତହିଁ ପଳାଇଲା ଖରେଯାଉଁ ଯାଉଁ ବାଟେ ତାକୁ ଦେଖିଲା ଡଗରେ ।ଗୋଡ଼ାଇ ଗୋଡ଼ାଇ ଯହୁଁ ତାକୁ ନ ପାରିଲାକୃଷ୍ଣଙ୍କୁ ଛାମୁରେ ଆସି ଖବର କହିଲା ।ଶୁଣି ସେ ଭାବନ୍ତି ମଣି ଗଲା ଘେନିକରିକେଉଁଆଡ଼େ ଗଲା ତାହା ଜାଣିବା କିପରି ।ଏହା ଭାବି ସେହୁ ନନ୍ଦିଘୋଷେ ବିଜେ କଲେବଳରାମ ବାହାରିଲେ ତାଙ୍କର ଆଗରେ ।ଶଏ ଯୋଜନ ପର୍ଯ୍ୟନ୍ତେ ଗୋଡ଼ାଇଣ ଗଲେମିଥିଳା କଟକେ ଯାଇ ତାହାକୁ ଭେଟିଲେ ।ସେତେଦୂର ଯାଏ ସେହୁ ବେଗେ ପଳାଇଲାଯେ ଘୋଡ଼ାରେ ଚଢ଼ିଥିଲା ସେହି ଘୋଡ଼ାମଲା ।ପଳାଇ ଫୁଟିଲା ସେହୁ ପାଦଗତି ହୋଇଶ୍ରୀକୃଷ୍ଣ ରଥ ଉପରୁ ପଡ଼ିଲେକ ଡେଇଁ ।ପଛେ ପଛେ ଗୋଡ଼ାଇଣ ତାହାକୁ ଭେଟିଲେଚକ୍ରରେ ତାହାର ମୁଣ୍ଡ କାଟି ପକାଇଲେ ।ଶତଧନୁର ମସ୍ତକ କାଟି ଚକ୍ରଧରପିନ୍ଧିଲା ବସନ ବେଗେ ଖୋଜନ୍ତି ତାହାର ।ବସନ ଖୋଜିଣ ଯହୁଁ ମଣି ନ ପାଇଲେରାମଙ୍କ ଆଗରେ ଯାଇ ଶ୍ରୀକୃଷ୍ଣ କହିଲେ ।ଅକାରଣେ ଆମ୍ଭେ ଶତଧନୁକୁ ମାଇଲୁତାହା ତହିଁ ସ୍ୟମନ୍ତକ ମଣି ନ ପାଇଲୁ ।ଏହା ଶୁଣି ବଳରାମ ସ୍ତମ୍ଭୀଭୂତ ହୋଇବିଚାରିଲେ ମୋତେ ମାୟା କଲା ଏ କହ୍ନାଇ ।ଏତେ ଚିନ୍ତି ବଇରାଗ ପାଇ ହଳପାଣିକୃଷ୍ଣଙ୍କ ମୁଖକୁ ଚାହିଁ ବୋଇଲେ ଏ ବାଣୀ ।ମିଥିଳା ଦେଶରେ ଆମ୍ଭେ ଥିବୁ ଦିନା କେତେଦ୍ୱାରକା ପୁରକୁ ତୁମ୍ଭେ ଯାଅ ନିଜ ରଥେ ।ଏତେ କହି ବଳରାମ ମିଥିଳାରେ ରହିଜନକ ରାଜାଙ୍କୁ ତହିଁ ଭେଟିଲେ ସେ ଯାଇ ।ଏ ବାରତା ଦୁର୍ଯ୍ୟୋଧନ ଚାରମୁଖୁଁ ଶୁଣିରାମଙ୍କ ପାଶକୁ ସେହୁ ଗଲା ସେହିକ୍ଷଣି ।ତାଙ୍କଠାରୁ ଦୁର୍ଯ୍ୟୋଧନ ଗଦାବିଦ୍ୟା ପାଇଗୁରୁରୂପେ ବରଣ ସେ କଲା ସେହିଠାଇଁ ।ବଳରାମ ସେହିଠାରେ ରହିଲେ ନିଶ୍ଚିନ୍ତେଦ୍ୱାରକାପୁରେ ପ୍ରବେଶ ହେଲେ ଗୋପୀନାଥେ ।ସତ୍ୟଭାମାଙ୍କ ଆଗରେ କହିଲେକ ଯାଇମାଇଲୁ ଶତଧନୁକୁ ଗୋଡ଼ାଇ ଗୋଡ଼ାଇ ।ତାହାର ତହିଁ ସ୍ୟମନ୍ତମଣି ନ ପାଇଲୁକେସନ କଥା ଏ କିଛି ଅନ୍ତ ନ ଜାଣିଲୁ ।ଆମ୍ଭ ପରିଶୋଧ କଲୁ ଶକ୍ରାଜିତ ଋଣସମସ୍ତ ସାରିଲେ ହରି ପ୍ରେତ କାର୍ଯ୍ୟମାନ ।ଅକ୍ରୂର ଯେ କୃତବର୍ମା ଦୁହେଁ ବିଚାରିଲେକାଶୀପୁର ନଗରକୁ ଯିବାକୁ ବୋଇଲେ ।ମଣି ତ ନିତ୍ୟ ଦିଅଇ ବହୁ ଶୁଦ୍ଧ ସ୍ୱର୍ଣ୍ଣସେଠାରେ ରହି କରିବା ବହୁ ଯଜ୍ଞଦାନ ।ଏତେ କହି ଦୁହେଁ ଚଳିଗଲେ ଅତିଖରେପ୍ରବେଶ ହୋଇଲେ ସେହୁ ଯାଇ କାଶୀପୁରେ ।ଅକ୍ରୂର ଯେଉଁ ଦିନରୁ ଦ୍ୱାରକାରୁ ଗଲାଦ୍ୱାରକାପୁରେ ବହୁତ ଅନିଷ୍ଟ ହୋଇଲା ।ବିଚାରି ଯାଦବମାନେ ସର୍ବେ ତହିଁ ଗଲେଅକ୍ରୂରକୁ ବୋଧ କରି ସଙ୍ଗରେ ଆଣିଲେ ।କିଛି ଦିନାନ୍ତରେ ରାମ ଦ୍ୱାରକାକୁ ଆସିସ୍ୱଧର୍ମା ସଭା ମଧ୍ୟରେ ସମସ୍ତେ ହିଁ ବସି ।ଅକ୍ରୁର ମୁଖକୁ ଚାହିଁ କୃଷ୍ଣ ତହିଁ ପୁଚ୍ଛିସ୍ୟମନ୍ତକ ମଣିଗୋଟି ତୁମ୍ଭ ତହିଁ ଅଛି ।ସହି ମଣି ଗୋଟିକ ଯେ ଅଟଇ ଆମ୍ଭରଶକ୍ରାଜିତ ରାଜାଙ୍କର ଅଛନ୍ତି କୁମର ।ସେହି ଧନ ବେଭାରେ ତ ତାଙ୍କର ଅଟଇଝିଅ ପୁଅଙ୍କୁ ତ ମିଳେ ଶାସ୍ତ୍ରରେ ଅଛଇ ।ତାହାଙ୍କର ଭାଇ ପୁଅ ତା ପୁଅମାନଙ୍କୁଏହି ଦ୍ରବ୍ୟମାନ ପ୍ରାପ୍ତ ହୋଇବ ତାହାଙ୍କୁ ।ଯେତେ ଛନ୍ତି ତାର ବନ୍ଧୁଜନ ଆଦିକରିଶକ୍ରାଜିତ ବର୍ଷିକିଆ ଦେବେ ସେହୁ ସାରି ।ଯେତେକ ଧନ ତାହାର ଗୃହେ ମଧ୍ୟେ ଥିବକୁଟୁମ୍ବ ମଧ୍ୟରେ ତାହା ବଣ୍ଟନ ହୋଇବ ।ଯେବେ ତାହାଙ୍କର ବନ୍ଧୁ କୁଟୁମ୍ବ ନ ଥିବେସନ୍ନ୍ୟାସୀ ଯତିମାନଙ୍କୁ ତାହା ବାଣ୍ଟି ଦେବେ ।ଯେତେ ଧନ ସବୁ ନେବେ ଶାସ୍ତ୍ରର ପ୍ରମାଣେଏସନକ ବଚନକୁ ଭଣି ନାରାୟଣେ ।ଆହେ ଅକ୍ରୂର ବିଚାର ଏମନ୍ତ ଯେ କରସେ ମଣି ଦେଖାଅ ଆଣି ଯାଦବ ସଭାର ।ଆମ୍ଭର ହୋଇଣ ପଛେ ଥାଉ ତୁମ୍ଭ ତହିଁଏତେ ବୋଲି କୃଷ୍ଣ ରହିଲେକ ତୁନି ହୋଇ ।ଶ୍ରୀକୃଷ୍ଣ ମୁଖରୁ ଯହୁଁ ଏମନ୍ତ ଶୁଣିଲାସଭାପତିଙ୍କ ସମ୍ମୁଖେ ମଣି ଦେଖାଇଲା ।ଭାଦ୍ରବ ମାସରେ ଯେହ୍ନେ ସୂର୍ଯ୍ୟ ଆସେ ଉଇଁତେମନ୍ତ ହୋଇ ମଣିର ତେଜ ଦେଖାଯାଇ ।ସୁଧର୍ମା ସଭା ମଧ୍ୟରେ ଯେତେ ଲୋକଥିଲେଶ୍ରୀକୃଷ୍ଣର ମଣି ଜାଣି ସର୍ବେ ଛାଡ଼ି ଦେଲେ ।ଏହା ଯେହୁ ପ୍ରତିଦିନ ପଢ଼ଇ ଶୁଣଇତାର ଅପବାଦ ଦୋଷ ସବୁ ନାଶଯାଇ ।ଏହି ଯେଉଁ ସ୍ୟମନ୍ତକ ମଣିର ପ୍ରସ୍ତାବଶୁଣିଲେ ହରଇ ପାପ ମହାପାପ ସର୍ବ ।ଶ୍ରୀଅଚ୍ୟୁତ ଦାସ କବି ଗୀତେ ଏହା କହିହେ ରାମ କୃଷ୍ଣ କରିବା ମୋତେ ଭବୁଁ ତ୍ରାହି ।