ବ୍ରହ୍ମହତ୍ୟା ପାପ ଖଣ୍ଡନ ନିମିତ୍ତ ଶିବଙ୍କର ଯୋଗ ସାଧନା — ହରିବଂଶ (ଷଷ୍ଠ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଶରୀର କମ୍ପେ କଦଳିପତ୍ର ପ୍ରାୟ ଜାଣି ।
ଯେ ମୁଖରେ ଶିଶୁବେଦ ବ୍ରହ୍ମା କରେ ଗାନ
ଚାପୋଡ଼େ ମାରି ତାହାକୁ କରିଲେ ଛେଦନ ।
ଛିଣ୍ଡିଲା ବ୍ରହ୍ମକପାଳ ମହାଘାତ ପାଇ
ଈଶ୍ୱର ଦକ୍ଷିଣ କରେ ଲାଗିଲାକ ଯାଇ ।
ଦେଖିକରି ଦେବଗଣେ ପାଇ ଅମରଷ
ବୋଇଲେକ ସଦାଶିବ କଲେ ବଡ଼ ଦୋଷ ।
ବ୍ରହ୍ମହତ୍ୟା ପାତକ ଯେ ଲାଗିଲା ଅଦ୍ୟାପି
ଯାଅ ତୁମ୍ଭେ ସ୍ୱର୍ଗ ଛାଡ଼ି ହେଲ ମହାପାପୀ ।
ଏତେ ବୋଲି ଦେବତାଏ ନ କହିଲେ କଥା
ଶଙ୍କର ହେଠବଦନ କଲେ ଶୁଣିଣ ତା ।
ମନରେ ମହାବିଷାଦ ପାଇ ତ୍ରିପୁରାରି
ଗତଆତ୍ମା ପରାୟେକ ହେଲେ କାମଅରି ।
ହସ୍ତରେ ଲାଗିଣ ଅଛି ବ୍ରହ୍ମାଙ୍କର ମୁଣ୍ଡ
ରକତରେ ଜର ଜର ଶ୍ରୀକପାଳ ଖଣ୍ଡ ।
କ୍ଷଣ କ୍ଷଣକେ କରକୁ ଛିଞ୍ଚାଡ଼ନ୍ତି କାଶୀ
କଦାପି ସେ ମୁଣ୍ଡଗୋଟି ହସ୍ତରୁ ନ ଖସି ।
ଦେଖିଣ ଈଶ୍ୱର ହେଲେ ଅତ୍ୟନ୍ତ ଅଚେଷ୍ଟ
ବୋଇଲେ ଜାଣୁ ଜାଣୁ ମୁଁ ହେଲି ଜ୍ଞାନଭ୍ରଷ୍ଟ ।
କ୍ଷଣକରେ କୋପକୁ ମୁଁ ସହି ନ ପାରିଲି
ଜାଣୁ ଜାଣୁ ସଂସାରରେ ହାସ୍ୟାସ୍ପଦ ହେଲି ।
କେବଣ ପ୍ରକାରେ କରୁଁ ଛାଡ଼ିବ ମୁଣ୍ଡଟି
ଏମନ୍ତେ ଅନେକ ଚିନ୍ତା କଲେକ ଧୂର୍ଜ୍ଜଟି ।
କପିଳାସ କନଦରକୁ ଛାଡ଼ି ଉମାସାଇଁ
ଇନ୍ଦ୍ର ବାରସ୍ୱତୀପୁରେ ପଶିଲେକ ଯାଇ ।
ଦିଗମ୍ୱର ହୋଇଲେ ସେ ବୁଲି ପୁର ପୁର
ତଥାପି ହସ୍ତୁ ନ ଛାଡ଼େ ବ୍ରହ୍ମାଙ୍କର ଶିର ।
ଅଳକାପୁରରେ ତହୁଁ ମିଳିଲେକ ଯାଇ
ତଥାପି ବ୍ରହ୍ମାଙ୍କ ମୁଣ୍ଡ କରୁଁ ନ ଛାଡ଼ଇ ।
ହତ୍ୟାଦୋଷୀ ବୋଲି ତାଙ୍କୁ ବୋଇଲେ କୁବେର
ପବନପୁରରେ ଯାଇ ହେଲେ ତତପର ।
ଅଣଚାଶ ବାୟୁ ଥିଲେ ଆସ୍ଥାନରେ ବସି
ଈଶ୍ୱର ଗମନ ଜାଣି ଦୂରୁ ଗଲେ ଖସି ।
ଅନେକ ଲଜ୍ଜା ପାଇଣ ସଦାଶିବ ସ୍ୱାମୀ
ବୈଶ୍ୱାନର ପୁରେ ଯାଇ ମିଳିଲେ ତକ୍ଷଣି ।
ମହାର୍ଣ୍ଣବ ପୁରେ ବିଜେକରି ହୁତାଶନ
ସନ୍ନିଧେ ପ୍ରବେଶ ଯାଇ ହେଲେ ତ୍ରିଲୋଚନ ।
ସନ୍ତାପ ହେତୁ ଚଉଦ ଭୁବନେ ଭୁଲିଲେ
ଚନ୍ଦ୍ରଙ୍କର ପୁରେ ଯାଇ ପ୍ରବେଶ ହୋଇଲେ ।
ଦେଖିଣ ହେଠବଦନ ହୋଇଲେ ଶୀତାଂଶୁ
ବୋଇଲେ ତୁ ମହାପାପୀ କିପାଁ ଏଥେ ଆସୁ ।
ଶୁଣି ଅମ୍ୱିକାର ପତି ଅଭିମାନ ପାଇ
ଉଦୟ ପର୍ବତ ତଳେ ଭେଟି ଲକ୍ଷ୍ମୀସାଇଁ ।
ଖଣ୍ଡେଦୂରୁ ବୋଇଲେ ସେ ଆହେ କାଶୀବାସୀ
ଦେବତାମାନେ ପୁରରେ ନ ଦେଲେ ତ ପଶି ।
ମୁହିଁ ଜାଣୁ ଜାଣୁ ମୁଖ ଚାହିଁବି କେମନ୍ତେ
ତଥାପି ତ ପାପବାଧା ଲାଗେ ଦେଖି ତୋତେ ।
ସେଠାରୁ ଈଶ୍ୱର ଚଳିଗଲେ ଲଜ୍ଜାପାଇ
କାହାକୁ କିଛି ନ କହି ସ୍ତମ୍ଭୀଭୂତ ହୋଇ ।
ମହାବିସ୍ମିତ ହୋଇଣ ଗଲେ ଅତିବେଗେ
ପାତାଳେ ମିଳିଲେ ଯାଇ ନାଗଲୋକ ଆଗେ ।
ଦେଖିକରି ନାଗମାନେ ହେଲେ ହେଠମାଥ
ଟଳମଳ ବସୁନ୍ଧରୀ ବ୍ରହ୍ମାଣ୍ଡ ଯେ ସାତ ।
ଅନନ୍ତ ବୋଇଲେ ତୁହୋ ଶୁଣ ପଶୁପତି
ବ୍ରହ୍ମଘାତୀ ହୋଇ କେହ୍ନେ ଆସୁ ମୋର କତି ।
ଏବେ ମୋର ବଚନକୁ ଶୁଣ ତ୍ରିଲୋଚନ
ଧର୍ମଦେବତା ତହିଁକି ଯାଅସି ବହନ ।
ସେହି ତୋତେ ବ୍ରହ୍ମଜ୍ଞାନ କହିଲେ ନିଶ୍ଚୟ
ତେବେ ଯାଇ ବ୍ରହ୍ମହତ୍ୟା ହେବ ତୋର କ୍ଷୟ ।
ଶୁଣି ସଦାଶିବ ମନେ ହୋଇଲେକ ତୋଷି
ନିରଞ୍ଜନ ଅଗ୍ରତରେ ପ୍ରବେଶିଲେ ଆସି ।
ଅଲେଖ ଆସ୍ଥାନ ପରେ ବିଜେ ନିରାକାର
ଅଗ୍ରତରେ ପ୍ରବେଶିଲେ ଯାଇ ଶୂଳଧର ।
ପାଦ୍ୟ ଅର୍ଘ୍ୟଦେଇ ପୂଜା କଲେ ନିରାକାରେ
ଛାମୁରେ ଅନେକ ସ୍ତୁତି କଲେ ଭକ୍ତିଭରେ ।
ନିରଞ୍ଜନ ବୋଇଲେକ ଆସିଛ କିପାଇଁ
ପରିଶ୍ରମ ପାଇଲ ତ ଫଳ କିଛି ନାହିଁ ।
ଈଶ୍ୱର ବୋଇଲେ ତୁମ୍ଭେ ସର୍ବ ଅନ୍ତର୍ଯ୍ୟାମୀ
ମୁଁ କିସ କହିବି ଅବା ନ ଜାଣ କି ସ୍ୱାମୀ ।
ବ୍ରହ୍ମହତ୍ୟା ପାତକ ମୁଁ ଅର୍ଜିଲି ସ୍ୱହସ୍ତେ
ଏଥକୁ ପ୍ରତିକାର ଯେ ଅଟେ କିସ ମୋତେ ।
ସବୁପୁରେ ମିଳିଲଇଁ ନ ଚାହେଁ କେ ମୁଖ
ପାତକରୁ ବାଧିଲା ଯେ ସେ କଥା ଅଧିକ ।
ନିରଞ୍ଜନ ବୋଇଲେ ହେ ନ କର ତୁ ଚିନ୍ତା
ଭବିଷ୍ୟ ବର୍ତ୍ତମାନରେ ଅଛି ଯେ ବ୍ୟବସ୍ଥା ।
ତହିଁର କାରଣ ତୋତେ କହିବା କଥାଏ
ସାବଧାନ ହୋଇ କର ବ୍ରହ୍ମଜ୍ଞାନେ ଲୟେ ।
ବ୍ରହ୍ମା କପାଳ କରରୁ ନ ଛାଡ଼ଇ ତୋର
ବ୍ରହ୍ମଜ୍ଞାନ ଲୟେ ଯିବ ସେହି ପାପଭାର ।
ସଦାଶିବ ବୋଇଲେକ କହ ଜ୍ଞାନବୁଦ୍ଧି
କେଉଁପରି ପାପଯାଇ ହେବ କାର୍ଯ୍ୟସିଦ୍ଧି ।
ତୁମ୍ଭେ ତ ପରମଗୁରୁ ଅଟ ମହାଜ୍ଞାନୀ
କହ ବ୍ରହ୍ମଜ୍ଞାନ ମୋତେ ହେଉ ପାପହାନି ।
ଅନାଦି ବୋଇଲେ ତୁମ୍ଭେ ଶୁଣ ପଞ୍ଚମୁଖ
ଯେଉଁ ବ୍ରହ୍ମଜ୍ଞାନ ତାର ନାହିଁ ରୂପ ରେଖ ।
ମାତ୍ରା ଶୂନ୍ୟ ବିବର୍ଜିତ ସୂକ୍ଷ୍ମତନୁ ବହି
ଅକ୍ଷୁର୍ଣ୍ଣ ପୁରୁଷ ସେହି ସଦାନନ୍ଦମୟୀ ।
କେବଣ ତା ନାମ ଜପ ବସି ନିତିଦିନ
ନିଶ୍ଚେଁ ପାତକ ଶରୀରୁ ହୋଇବ ଖଣ୍ଡନ ।
ଆକାଶ ଉପରେ ଜାଣ ପରାକାଶ ମିଶା
ମନ ପବନ ତହିଁରେ ହୋଇଅଛି ଆଶା ।
ସେ ମନ ପବନ ଯେବେ କରିପାରୁ ଠୁଳ
ତେବେ ଜୀବ ପରମ ତୋ ହେବେ ଏକମେଳ ।
ଯେଣୁ ସେ ନିର୍ଧୂମ ଆତ୍ମା ପ୍ରଳୟର ଦେହୀ
ଜଗତର ଆଦିମୂଳ ରୂପ ରେଖ ନାହିଁ ।
ଇଅଁଳା ପିଅଁଳା ଶିଶୁମୁନା ଷଡ଼ଚକ୍ରେ
ଏକାଦଶ ପବନ ଯେ ବହୁଅଛି ବକ୍ରେ ।
କାହାକୁ ନିଗ୍ରହ ଯେବେ କରିପାରୁ ଲୟେ
ନିଶ୍ଚୟ ଅଙ୍ଗରୁ ତୋର ପାପ ଯିବ କ୍ଷୟେ ।
ମୋର ବୋଲ ମାନ ଏବେ ଆହେ ଦେବକାଶୀ
ଏକାମ୍ର କାନନକୁ ତୁ ଏକ୍ଷଣି ଯାଅସି ।
ଅନେକ କାଳରେ ସେହୁ ଅଟେ ସିଦ୍ଧଭୂମି
ପୁଣ୍ୟହୀନ ଲୋକ ତହିଁ ନ ପାରନ୍ତି ଗମି ।
ସୃଷ୍ଟି ପ୍ରଳୟ ହୋଇଲା ଯେବଣହିଁ କାଳେ
ସମସ୍ତେ ବିନାଶ ହେଲେ ବଡ଼ବା ଅନଳେ ।
ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ଶ୍ରୀବିଷ୍ଣୁ ସହିତେ
ଚରାଚର ଆଦି ନାଶଗଲେ ଯେ ସମସ୍ତେ ।
ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଚାର୍ଖାନି
ଏକାବେଳେ ବଇକୁଣ୍ଠେ ଲାଗେ ପ୍ରଳେ ପାଣି ।
ନବଦ୍ୱୀପ ସପ୍ତସିନ୍ଧୁ ହେଲା ଜଳମୟେ
ସେହି କାଳରେ ସମସ୍ତେ ହୋଇଗଲେ କ୍ଷୟେ ।
ଅନାଦି ନାରୀ ଯେ ତାହାଙ୍କର ଠାକୁରାଣୀ
ଗର୍ଭ ଭିତରେ ସେ ଭୂମି ସଂହାରିଲେ ଆଣି ।
ପାଞ୍ଚକୋଷ ଆୟତନ ଅଟେ ସେହି ସ୍ଥାନ
ଏକାମ୍ବର ଭୂମି ତାର ନାମ ଶତେ ବର୍ଣ୍ଣ ।
ରୁବ୍ରଧ୍ୱଜ ବୋଲିକରି ତହିଁ ବ୍ରହ୍ମା ଥିଲେ
କୋଟିଏକ ଅଶ୍ୱମେଧ ସେଠାରେ ସେ କଲେ ।
ପବିତ୍ର ପୁଣ୍ୟଭୂମି ସେ ଅଟେ ପୁଣ୍ୟସ୍ଥାନ
କୁଣ୍ଡ ଆବୋରିଛି ବିନ୍ଦୁ ସାଗରଟି ଜାଣ ।
ସେହି କୁଣ୍ଡର ଯେ ଅଇଶାନ୍ୟ ଦିଗ ଲାଗେ
ଅନନ୍ତ ପୁରୁଷୋତ୍ତମ ଅଛି ପୂର୍ବଭାଗେ ।
ସେହି ସ୍ଥାନର ମହିମା କହୁଁ ନ ସରଇ
ଅନନ୍ତ କୋଟିଏ ଲିଙ୍ଗ ରହିଛନ୍ତି ଯହିଁ ।
ସେ ପୁଣ୍ୟଭୂମିକୁ ପଟାନ୍ତର ଦେବା କିସ
ଯହିଁ ପ୍ରବେଶିଲେ ମୁକ୍ତି ଲଭନ୍ତି ମନୁଷ୍ୟ ।
ଅଷ୍ଟଭକ୍ତି ଯେ ଅଷ୍ଟାଙ୍ଗ ଯୋଗଆଦି କରି
ପାଞ୍ଚଗୋଟି ତୀର୍ଥ ତହିଁ ଅଛଇ ଆବୋରି ।
ତପି ଭଗବନ୍ତ ସିଦ୍ଧ ସାଧକର ମୂଳେ
ଅନେକ ଦେବତା ତହିଁ ରହିଛନ୍ତି ଠୂଳେ ।
ତୁ ଏବେ ସେହି ପୁରକୁ ଯାଅ ହୋ ଶଙ୍କର
ବ୍ରହ୍ମହତ୍ୟା ପାବକ ତୋ ଅଙ୍ଗୁ ଯିବ ପାର ।
ଶୁଣିକରି ଆନନ୍ଦିତ ହୋଇ ତ୍ରିଲୋଚନ
ତକ୍ଷଣେ ମିଳିଲେ ଯାଇ ଏକାମ୍ର କାନନ ।
ପାର୍ବତୀ ଆଦି ସକଳ ତେଜି ଦେବରାଜା
ବିନାୟକ ନନ୍ଦୀ ଭୃଙ୍ଗୀ କରି ସବୁ ତେଜ୍ୟା ।
ଶଙ୍କର ବାମ୍ଫୀରେ ସ୍ନାନ ସାରି ତ୍ରିପୁରାରି
ବସିଲେକ ତପସ୍ଥାନେ ଏକଲୟ କରି ।
ବନ୍ଧଭେଦ ମୁଦ୍ରା ବାୟୁ ଏକକରି ପୁଣି
ଆତ୍ମାକୁ ଧ୍ୟାୟି ବସିଲେ ତହିଁ ଶୂଳପାଣି ।
ପ୍ରଥମେ ସହସ୍ର ବର୍ଷ ଭକ୍ଷି ଲୁଣିଜଳ
ବେନିସସ୍ର ବର୍ଷ ତହିଁ ଖାଇ କନ୍ଦମୂଳ ।
ତୁଳସୀ ବେଲପତ୍ରୀ ଯେ ଆଉ ଦୁବଘାସ
ସଞ୍ଜୀବନୀ ମନ୍ତ୍ର ପଢ଼ି କଲେ ତାହା ଗ୍ରାସ ।
କ୍ଷୀର ଖାଇ ତିନିସସ୍ର ବରଷ ବଞ୍ଚିଲେ
ଏକପାଦେ ସସ୍ରଯୁଗ ରହି ତପ କଲେ ।
ଖରାଦିନେ ଚଉପାଶେ ଜାଳି ହୁତାଶନ
ସାତସସ୍ର ବର୍ଷ ତପ କଲେ ପଞ୍ଚାନନ ।
ବସ୍ତ୍ର ତେଜ୍ୟାକଲେ ପୁଣି ମହା ହିମକାଳେ
ମକରେ ବିଶ୍ରାମ କଲେ ଗଭୀର ସଲିଳେ ।
ଏମନ୍ତେ କଠୋର ତପ କଲେ ବେଦବର
କଉଣସିମତେ କରୁ ତ ଛାଡ଼ଇ ଶିର ।
ସଦାଶିବ ବୋଇଲେକ ନୋହିଲା ତ କାର୍ଯ୍ୟ
ପ୍ରପଞ୍ଚ ଶରୀର ମୁହିଁ କରିବି ଦହିଯ୍ୟ ।
ନିତ୍ୟାଚାର କର୍ମେ କିଛି ନୋହିଲା କାରଣ
ଘେନିବି ଅପର ଦୀକ୍ଷା ତେଜିବି ପରାଣ ।
ଏସନକ ବିଚାରିଣ ସବୁ କଲେ ଦୃଢ଼
ମନ ପବନ ଚୈତନ୍ୟ ସବୁ କଲେ ସ୍ଥିର ।
ବନ୍ଧ ଭେଦ ମୁଦ୍ରାରେ ସେ ସସ୍ରେ ପରିମାଣି
ମହାଯାଗରେ ବସିଲେ ଛନ୍ଦି ପାଦ ପାଣି ।
ଏସନ ଅନେକ ତପ କଲେ ଦେବ ହର
କରୁ ନ ଛାଡ଼ଇ କେବେ ବ୍ରହ୍ମାଙ୍କର ଶିର ।
ପଞ୍ଚଭୂତ ପଞ୍ଚତତ୍ତ୍ୱ ପଚିଶ ପ୍ରକୃତି
ଏକାଦଶ ଇନ୍ଦ୍ରି ନିଗ୍ରହିଣ ପଶୁପତି ।
ଏମନ୍ତେ ଅନେକ ଯୁଗ ଯୁଗାନ୍ତର ଯାଏ
ହୋଇଲେ ସେ ସଦାଶିବ ଯୋଗାରୂଢ଼ ପ୍ରାୟେ ।
ସମାଧି ଆସ୍ଥାନ ପରେ ବସି ତ୍ରିପୁରାରି
ଛାଡ଼ିଲେକ ନିଜ ବିନ୍ଦୁ ଚେତାଆଦି କରି ।
ଶୁଖିଲା ଯେ ସପ୍ତଧାତୁ ରହି ଅସ୍ଥିମାତ୍ର
ଦୁର୍ବଳ ହୋଇଲା ତହୁ ଈଶ୍ୱରଙ୍କ ଗାତ୍ର ।
ଏମନ୍ତ ଅନେକ ଯୁଗ ଯୁଗାନ୍ତର ଯାଏ
ଅତିଶୟ ଅସାଷ୍ଟମ ହେଲେ ଦେବରାୟେ ।
ଚକ୍ଷୁ ଇନ୍ଦ୍ରି ନାସିକାଦି ଏକାଦଶ ଭୋଗ
କ୍ଷୁଧା ତୃଷା ନିଦ୍ରାଆଦି ସର୍ବ ପରିତ୍ୟାଗ ।
ଅତିଶୟ ଅଶକତ ହେଲେ ଈଶ୍ୱରଟି
ବସିବା ସ୍ଥାନରୁ ସେହୁ ନ ପାରନ୍ତି ଉଠି ।
ଦୁର୍ବାଦଳ ପରି ଦେହ ଶୁଷ୍କକାଷ୍ଠ ଜାଣି
ନିଶ୍ଚଳ କର ଚରଣ ଫୁଟି ପାଦ ପାଣି ।
ସମୟେକ ବଞ୍ଚିଲେ ସେ ଜଳାହାର କରି
ସମୟେ ଅନ୍ତରେ ହେଲେ ପୁଣି ନିରାହାରୀ ।
ଆହାର ତେଜନ୍ତେ ଅଙ୍ଗୁଛାଡ଼େ ଧାତୁମାତୁ
ଧାତୁ ଛାଡ଼ନ୍ତେ ଘୋଟିଲା ଯେ ପରମତତ୍ତ୍ୱୁ ।
ସମାଧି ଲାଗିଲା ଯହୁଁ ପରଂହଂସମୟେ
ସୁଖ ଦୁଃଖ ଉପେକ୍ଷାକୁ ବହିଲେ ସେ କାୟେ ।
କେବଳ ପରମହଂସ ଘରେ ଚେତା ଥାଇ
ସେ ତେଜରେ ପଞ୍ଚଭୂତ ଆତ୍ମା ବିସର୍ଜଇ ।
ଏସନକ ବହୁଯୁଗ ହୁଅନ୍ତେ ଅତୀତ
ପ୍ରଳୟ କଳ୍ପ ଏ ଅନ୍ତେ ହୋଇଲାକ ଗତ ।
ଏମନ୍ତେ ଷାଠି ଲିତାରେ ଦଣ୍ଡ ପରିମାଣି
ବେନିଦଣ୍ଡେ ଘଡ଼ିଏକ ବିଧାତା ନିର୍ମାଣି ।
ଏମନ୍ତେ ଚାରି ଘଡ଼ିରେ ପ୍ରହରେକ ଲେଖା
ଚାରିପ୍ରହର ମଧ୍ୟରେ ଦିନେ ହୁଏ ଯୋଖା ।
ପଞ୍ଚଦଶ ଦିବସରେ ହୁଏ ଏକପକ୍ଷ
ତିରିଶ ଦିବସେ ମାସେ ହୁଅଇ ପ୍ରତ୍ୟକ୍ଷ ।
ବାରମାସେ ବରଷେକ ହୁଅଇ ସମ୍ପୂର୍ଣ୍ଣ
ରାତ୍ର ପୁଣି ଲେଉଟିଣ ହୁଅଇ ସେ ଦିନ ।
ସତ୍ୟଯୁଗ ଅଠାଇଶ ଲକ୍ଷସସ୍ର ବର୍ଷ
ତ୍ରେତାଯୁଗ ବାରଲକ୍ଷ ଛୟାଣୋଇ ଶେଷ ।
ଦ୍ୱାପର ଅଠରଲକ୍ଷ ସସ୍ରେ ବର୍ଷ ହୁଏ
କଳିଯୁଗ ଚାରିଲକ୍ଷ ବତିଶ ବୋଲାଏ ।
ଏସନେକ ଚାରିଯୁଗେ ଗଣ୍ଡାଏକ ବୋଲି
ଏ ଦିନେ ପୂର୍ଣ୍ଣ ରାତ୍ରେକ ହୁଅଇ ବୋଇଲି ।
ଏହିପରି ଏକସ୍ତରି ଗଣ୍ଡା ଭୋଗ ହେଲେ
ଜ୍ୟୋତିଷ ମତରେ ଏକ ମନ୍ୱନ୍ତର ବୋଲେ ।
ଏମନ୍ତେ ଚୌଦ ମନୁରେ କଳ୍ପେ ହୁଏ ଭୋଗ
ଅଷ୍ଟାଦଶ କଳ୍ପେ ମନୁ କରି ଏକଯୋଗ ।
ଚଉଦ ମନୁରେ ବ୍ରହ୍ମରାତ୍ର ଏକ ଲେଖା
ଦ୍ୱାଦଶ ବ୍ରହ୍ମ ରାତ୍ରିରେ ଧ୍ରୁବ ଜ୍ୟୋତିଶାଖା ।
ଚଣ୍ଡାଳ କନ୍ୟାକୁ ପୁଣି ଘୋଟେ ମହାକାଳ
ଏତେକାଳ ତପ କଲେ ସୁଢ଼ଳେ ସୁଢ଼ଳ ।
ତଥାପି ନ ଛାନଇଲା ଯେ ବ୍ରହ୍ମାଙ୍କର ଶିର
କହନ୍ତି ଶ୍ରୀଶୁକମୁନି ଶୁଣ ଦଣ୍ଡଧର ।
ଇତି ଶ୍ରୀ ଭାଗବତ ଗ୍ରନ୍ଥ ପୁଣ୍ୟମୟେ
ଶୁଣନ୍ତେ ପାପାଧିପାପ ଅଙ୍ଗୁ କ୍ଷୟଯାଏ ।
ନବଭକ୍ତି ଚୌରାଅଶୀ ଜ୍ଞାନ ଅଷ୍ଟଯୋଗ
ଋଷିସିଦ୍ଧି ଆଦିକରି ସବୁତିଥି ଯୋଗ ।
ପୁତ୍ର ପୌତ୍ର ଧନଧାନ୍ୟ ଆୟୁ ବର୍ଦ୍ଧମାନ
ଇହଲୋକେ ପରଲୋକେ ହୁଅଇ କାରଣ ।
ସଂକଳ୍ପ କରିଣ ଯେବା ଶୁଣି ଏହି ଗ୍ରନ୍ଥ
ଗୋରୁ ସ୍ୱର୍ଣ୍ଣ ଦାନଦିଏ ଦକ୍ଷିଣ ସହିତ ।
ସେ ପୁଣ୍ୟବଳରେ ପାପ ନ ରହଇ ଅଙ୍ଗେ
ସାଲୋକ୍ୟ ମୁକତି ପାଇ ବାସକରେ ସ୍ୱର୍ଗେ ।
ଯେବଣ ଶ୍ରୀକୃଷ୍ଣ ନାମ ଉଚ୍ଚାରନ୍ତେ ଥରେ
ସକଳ ପାତକ ଅଙ୍ଗୁ ଛାଡ଼ିଯାଏ ଦୂରେ ।
ସେ ବିଷ୍ଣୁନାମ ଏଥିରେ ନିରନ୍ତର ଗାନ
ଶ୍ରବଣେ ଶୁଣିଲେ ନରେ ଯିବ ସ୍ୱର୍ଗସ୍ଥାନ ।
ପବିତ୍ର ଗଙ୍ଗାଜଳ ଏ ଗ୍ରନ୍ଥ ପୁଣ୍ୟମୟେ
ଇଦଂ ଏକାଦଶ ଅଧ୍ୟା ସମାପତ ହୁଏ ।
ଭଣଇ ଅଚ୍ୟୁତ ଦାସ ଗୀତବନ୍ଧେ ଏହା
କେବଳ ସହାୟ ମୋର ପ୍ରଭୁ ଚଉବାହା ।
ହର କୋପାନଳରେ ମଦନର ଭସ୍ମ ଓ ରତିଦେବୀର ବିଳାପ
ଜୟ ନୀଳାଚଳବାସୀ ପ୍ରଭୁ ଚକ୍ରପାଣିଅଶେଷ କୋଟି ବ୍ରହ୍ମାଣ୍ଡ କରତା କାରେଣି ।ଲକ୍ଷ୍ମୀ ତୁଳାସୀ ବଲ୍ଲଭ ଦୀନଜନ ବନ୍ଧୁସରସ୍ୱତୀ ପଞ୍ଚଭୂତ କୃପାଜଳ ସିନ୍ଧୁ ।କଳାମୁଖ ଶୋଭାନୀଳ ଜଳଧର ଜାଣିବିକଚ କମଳନେତ୍ର ଶଙ୍ଖ ଚକ୍ରପାଣି ।ପକ୍ୱ ବିମ୍ୱଫଳ ଜାଣି ସୁରଙ୍ଗ ଅଧରଭକ୍ତଜନ ହିତକାରୀ କରୁଣାସାଗର ।ଅଷ୍ଟରତ୍ନ ସିଂହାସନ ପ୍ରଭୁ ଦେବରାଜେଭାଇ ଭଗ୍ନୀ ଘେନି କଳ୍ପବଟ ତଳେ ବିଜେ ।ଛାମୁରେ ବିନତାସୁତ ଯୋଡ଼େ ବେନିପାଣିଦରଶନେ ନିସ୍ତରନ୍ତି କୋଟି କୋଟି ପ୍ରାଣୀ ।ଶ୍ରୀଜଗନ୍ନାଥ ଚରଣେ ସଦା ମୋ ଭକତିଅଚ୍ୟୁତ ଦାସ କବିର ନାହିଁ ଅନ୍ୟ ଗତି ।ବୋଇଲେ ହୋ ମହାମୁନି ତୁମ୍ଭ ସୁଦୟାରୁତରିବଇଁ ଅକ୍ଳେଶରେ ଭବ ପାରାବାରୁଁ ।ଏଣିକି କିସ ହୋଇଲା କହ ମୋର ଆଗେଦେଖୁ ଦେଖୁ ତେଜିବଇଁ ସୁଧା କେଉଁ ବାଗେ ।ରାଜାର ଭକତି ଦେଖି ଭଣି ମହାମୁନିଶୁଣ ଆହେ ନରପତି ପାପନାଶ ବାଣୀ ।ଯୋଗୀର ସ୍ୱରୂପ ହୋଇ ବସି ଦେବ ହରଧ୍ୟାନରେ ନିମଗ୍ନ ହେଲେ ଶଶାଙ୍କଶେଖର ।ଏଥୁଅନ୍ତେ ଆନରସ ଶୁଣ ନରପତିବିକଟାସୁର ନନ୍ଦନ ଲୌହାସୁର ନାତି ।ତାରକାସୁର ନାମରେ ଦୁର୍ଦ୍ଦାନ୍ତ ଦଇତଅନେକ ତପସ୍ୟା ସେହୁ କରି ଅଲୋକିତ ।ଅସଂଖ୍ୟା ବର ତାହାକୁ ଦେଲେ ପିତାମହପୃଥିବୀର ଏକେଶ୍ୱର ହେଲା ଦୈତ୍ୟମୟ ।ବଡ଼ଇ ବଳବନ୍ତା ସେ ଅତିଶୟ ଯୋଧୀନବଦ୍ୱୀପ ସପ୍ତସିନ୍ଧୁ କ୍ଷଣେ ପାରେ ସାଧି ।ଏସନକ ବର ତାକୁ ଧାତା ଦେଲେ ପୂର୍ବେଯୁଗ ଯୁଗାନ୍ତେ ମରଣ ନୁହେ ତାକୁ କେବେ ।ଖଡ଼୍ଗେ ନ ଛିଡ଼ିବୁ ଅନଳରେ ନ ପୋଡ଼ିବୁଅକାଳେ ମୃତ୍ୟୁ ନୋହିବ ଜଳେ ନ ବୁଡ଼ିବୁ ।ଗଣ ଗନ୍ଧର୍ବ ଦେବତା ହାରିବେଟି ତୋତେଚଉଦ ଭୁବନ ତୁହି ସାଧିବୁ କିଞ୍ଚିତେ ।ଦିନାକେତେ ସପ୍ତଦ୍ୱୀପ ବୁଲିବୁ ଯେ ତୁହିଅନ୍ତରୀଷେ ରଥ ତୋର ସଦା ବୁଲୁ ରହି ।ଏହିରୂପେ ବର ପାଇ ହେଲା ଏକେଶ୍ୱରକୋଟିଏକ ଧନୁ ସେହି ଧରେ ବାମକର ।ବିନ୍ଧ୍ୟଗିରି ତଳେ ବହେ କୋଳା ନାମେ ନଦୀପୁରାଣ ପର୍ବତଠାରୁ ପଶ୍ଚିମକୁ ଭେଦି ।ସେ ନଦୀ ଦକ୍ଷିଣ କୂଳେ ଚିନ୍ତାମଣି ବନଦିଗନ୍ତର ନାମେ ତହିଁ ନଗ୍ର ବିତପନ ।ବିନ୍ଧ୍ୟଗିରି ସୀମାଠାରୁ ଚିତ୍ରକୂଟ ବେଢ଼ିଅଣଚାଶ ଯୋଜନ ସେ ପୁର ଅଛି ମାଡ଼ି ।କୋଳାନଦୀ ବେଢ଼ିଅଛି ତାର ତିନିକତିଏକାଣୋଇ ଖର୍ବ ଘର ତହିଁରେ ବସନ୍ତି ।ଆକାଶକୁ ଜିଣି ଦିଶେ ଗଡ଼ ସିଂହଦ୍ୱାରକବାଟରେ ବେନିପୁଡ଼ା କୋଶେକ ଓସାର ।ଶତେତାଳ ଗଭୀରରେ ପରିଖା ହୋଇଛିପାଞ୍ଚତାଳ ଉତ୍ସର୍ଗରେ ପାଚେରୀ ବେଢ଼ିଛି ।ତା ମଧ୍ୟେ କଟକ ଦିଶେ ଅତି ଶୋଭାବନଜଗତୀ ଅଟ୍ଟାଳି ମେଢ଼ ମଣ୍ଡପରେ ପର୍ଣ୍ଣ ।ଇନ୍ଦ୍ରଭୁବନ ପରାୟେ ଦିଶେ ଗଡ଼ ସଞ୍ଚାବିହରନ୍ତି ପ୍ରାଣୀମାନେ ଯେ ଯାହାର ଇଚ୍ଛା ।ପାତ୍ର ମନ୍ତ୍ରୀ ଅମାନତ୍ୟ ଖଞ୍ଜମୂଳେ ଲାଗିଅନେକ ଅସୁର ଗଡ଼େ ରହିଛନ୍ତି ଜଗି ।ସେ ଗଡ଼ରେ ଅଭିଷିକ୍ତ ହୋଇଣ ତାରକାସମାରୋହ ରାଜ୍ୟ ନ କଲା ନ କରିଣ ଶଙ୍କା ।ଭୟଙ୍କର ଦାନବ ସେ ସମର ପ୍ରଚଣ୍ଡଏକା ରଥକେ ଭ୍ରମଇ ପୃଥ୍ୱୀ ନବଖଣ୍ଡ ।ଇନ୍ଦ୍ର ଚନ୍ଦ୍ର ବ୍ରହ୍ମାଙ୍କୁ ସେ ନୃଜରେ ନ ଆଣେରଥ ଗଜ ଅଶ୍ୱ ଚଢ଼ି ବୁଲେ ଏଣେତେଣେ ।ଭୟଙ୍କର ରୂପ ଧରି ଏକ ଦିନକରେସ୍ୱର୍ଗକୁ ସେ ଧାଡ଼ିଦେଲା ମହାମତ୍ତଭରେ ।ସହସ୍ର ଯୋଜନ ମାଡ଼ି ଚଳାଇଲା ଦଣ୍ଡପାଦଭରେ କମ୍ପମାନ ହୋଇଲା ବ୍ରହ୍ମାଣ୍ଡ ।ହସ୍ତୀର ବଦନ କାର ସିଂହ କଳେବରବରାହ ଆକାରେ କେହୁ ଗର୍ଦ୍ଦଭ ଶଲାର ।କପାଳ ବିକଟାଳ କା ଭୟଙ୍କର ଓଷ୍ଠକନ୍ଧରେ ନୟନ କାର ମସ୍ତକ ଗରିଷ୍ଠ ।ନିର୍ଦ୍ଧୁମ ଅନଳ ଜିଣି ବିରାଜଇ ଜ୍ୟୋତିରଙ୍ଗବର୍ଣ୍ଣ କାହାର କେ କୃଷ୍ଣବର୍ଣ୍ଣ ଦ୍ୟୁତି ।କେହି ଅବା ହରିତାଳ ପରି ଦେଖାଯାଏସର୍ବାଙ୍ଗ ରକତବର୍ଣ୍ଣ ଦିଶଇ ତା କାୟେ ।ଏସନ ସ୍ୱରୂପେ କରେ ଅସ୍ତ୍ରମାନ ଧରିଏକୁଁ ଆରେକ ଯଆନ୍ତି ବାହାସ୍ପୋଟ ମାରି ।କେ ଅଶ୍ୱ ବାହନେ କେହୁ ବାସୁକୀରେ ସଜଥୋକାଏ ଗମନ୍ତି ହୃଷ୍ଟେ ଚଢ଼ି ମତ୍ତଗଜ ।ଅନୁବ୍ରତେ ମତୁଆଳ ଅନର୍ଯ୍ୟାପ ବଳମହୁ ମାଂସ ମଦିରାରେ ସର୍ବେ ମତିଭୋଳ ।ଅମର ଭୁବନେ ଯାଇ ହୋଇଲେ ପ୍ରବେଶହୁରିଜୁରି କରିଲେକ ଦେବଙ୍କ ସର୍ବସ୍ୱ ।ଅଗ୍ରତରେ ଦେବଗଣ ନୋହିଲେ କେ ଉଭାଅସୁର ହେଣ୍ଡି ମାରନ୍ତି କରି ଉଚ୍ଚୈ ବାଃ ବାଃ ।ଦେବକୁମାରୀମାନଙ୍କୁ ବଳେ ନେଲେ ହରିଥୋକାଏ ବଳାତ୍କାରରେ ହରିଲେ ଅପ୍ସରୀ ।ପଳାଇଲେ ଦେବାତାଏ ସ୍ୱର୍ଗ ଛାଡ଼ି ବେଗେମହାଭୟ ପାଇ କେହି ନ ରହିଲେ ଆଗେ ।ଅଶେଷ କୋଟି ବ୍ରହ୍ମାଣ୍ଡେ ନ ରହିଲେ କେହିବନ କନ୍ଦର ପ୍ରଭୃତି ସର୍ବ ଦେଲେ ଦହି ।ମେଘମାନେ ପୃଥିବୀରେ ନ ବର୍ଷିଲେ ଜଳଜାତ ନୋହିଲେ ମହୀରେ ସ୍ୱାଦୁଦ୍ରବ୍ୟ ଫଳ ।ଅନ୍ନ ବିହୀନରେ ନଷ୍ଟ ହେଲେ ସର୍ବପ୍ରାଣୀମଡ଼ାମାନ ଖାଇଲେକ ଦୈତ୍ୟମାନେ ଆଣି ।ବ୍ରହ୍ମହତ୍ୟା କରି ଶିବ ଯୋଗୀ ହେଲେ ଯହୁଁତାରକାସୁରର ଭୟ ଲାଗିଲାକ ତହୁଁ ।ଦେବଗଣମାନେ କେହି ନ ରହିଲେ ଘରେବନ କନ୍ଦରେ ଲୁଚିଲେ ତାରକା ଭୟରେ ।ତ୍ରେତାଯୁଗରେ ରାବଣ ନାମେ ରାଜା ଥିଲାଦିଗବିଜେ କାଳେ ମେରୁ ପ୍ରଦକ୍ଷିଣ କଲା ।ଇନ୍ଦ୍ରଜିତ ଥିଲା ପୁଣି ତାହାର କୁମରସେ ଦିଗବିଜେ କରିଲା ଅପାରୁଁ ଅପାର ।ସୋମବଂଶେ ଥିଲା ତ୍ରିଲୋଚନ ନରପତିସେ ଦିଗବିଜେ କରିଲା ବହୁବାର ପୃଥ୍ୱୀ ।କଂସାସୁର ନାମେ ଉଗ୍ରସେନର ଦୁଲାଳସେ ଦିଗବିଜେ କରିଲା ମହୀ ତିନିବେଳ ।କିନ୍ତୁ ଏହିପରି କେହି ପୂର୍ବୁ କରି ନାହିଁତାରକ ଦିଗବିଜୟେ ଅଦ୍ଭୁତ ଅଟଇ ।ଏକମନ ହୋଇ ତୁମ୍ଭେ ଶୁଣ ମହାରାୟେଅଙ୍ଗରୁ ପାତକରାଶି ହୋଇଯିବ କ୍ଷୟେ ।ତାରକାସୁରର ଭୟ ଲାଗେ ସ୍ୱର୍ଗପୁରେଧରଣୀ ଯେ କମ୍ପମାନ ଦୈତ୍ୟ ପାଦଭରେ ।ସକଳ ଦେବତାମାନେ ଏକରୁଣ୍ଡ ହୋଇଇନ୍ଦ୍ରଙ୍କ ଆଗେ କହିଲେ ବିକଳରେ ଯାଇ ।ଭୋ ପ୍ରଭୁ ପୃଥିବୀ ଦେବୀ ହେବ ରସାଗତତୁମ୍ଭେ ନ ରଖିଲେ ସୃଷ୍ଟି ବିନଷ୍ଟ ନିୟତ ।ପାରିଲେ ରଖ ଆମ୍ଭଙ୍କୁ ଆହେ ବଜ୍ରଧରନ ରଖିଲେ ନାଶଯିବ ନିଶ୍ଚେ ତିନିପୁର ।ଆଲୋକିତ ବର ଧାତା ଦେଲେ ତାରକାକୁଜାଣି ଶୁଣି ଶତ୍ରୁ ହେଲା ଆମ୍ଭ ଉପରକୁ ।କେଉଁପରି ସେ ଅସୁର ହୋଇବଟି କ୍ଷୟେଏବେହେଁ ପାରିଲେ ତୁମ୍ଭେ କରସି ଉପାୟେ ।ଶୁଣିକରି ଶଚୀନାଥ ଲଭି ମନେ ତାପବୋଇଲେ ତୁମ୍ଭେମାନେ ହୋ ଛାଡ଼ ମନୁ ତାପ ।ବିଷ୍ଣୁଙ୍କର ଆଗେ ଯାଇ କହିବା ଏ ବାର୍ତ୍ତାସେହୁ ଜାଣନ୍ତି ତାରକା ମରିବାର କଥା ।ସେହି ତ ପୃଥିବୀ ଭାରା କରିବେ ଉଶ୍ୱାସତାହାଙ୍କର ଉପାୟରେ ଦୈତ୍ୟ ଯିବ ନାଶ ।ଏତେ ବିଚାରି ସକଳ ଦେବେ ଚଳିଗଲେଶ୍ରୀନାରାୟଣଙ୍କ ଆଗେ ଯାଇଣ ମିଳିଲେ ।କରପତ୍ର ଯୋଡ଼ି ଦେବେ କରିଲେକ ସ୍ତୁତିକିମର୍ଥେ ଆଗ ବୋଲି ପୁଚ୍ଛନ୍ତି ଶ୍ରୀପତି ।ଦେବତାଏ ବୋଇଲେ ଯେ ତାରକାକର ଭୟଉଦ୍ଧାର କର ଆମ୍ଭଙ୍କୁ ଆହେ ଦେବରାୟେ ।ନାରାୟଣ ବୋଇଲେକ ଶୁଣ ହେ ତ୍ରିଦଶଆମ୍ଭର ହସ୍ତେ ତାରକା ନୋହିବ ବିନାଶ ।ଏସନକ ବର ସେହୁ ପୂର୍ବେ ଅଛି ପାଇବ୍ରହ୍ମା ଇନ୍ଦ୍ର ବିଷ୍ଣୁ କରେ ମୃତ୍ୟୁ ତାର ନାହିଁ ।ଜଳ ସ୍ଥଳ ଅନଳେ ସେ ନୋହିବ ବିନାଶଜନ୍ମ ମରଣ ତାହାର ନାହିଁଟି ଅବଶ୍ୟ ।ଏକ ମୃତ୍ୟୁଭେଦ ତାର ଅଛଇ ନିୟତସାବଧାନେ ଶୁଣ ତୁମ୍ଭେ ଆହେ ଦେବତାନ୍ତ ।ଯେବଣ ଦିନେ ତାରକା ପାଇଲାକ ବରଗୁପ୍ତ ମୃତ୍ୟୁଭେଦ ଆମ୍ଭେ ଜାଣୁଟି ନିକର ।ଈଶ୍ୱର ବୀର୍ଯ୍ୟେ ପୁତ୍ରେକ ହୋଇବ ସଂଜାତସେହୁ ନିଶ୍ଚେ ତାରକାକୁ କରିବ ନିହତ ।ହିମବନ୍ତ ଉମାଦେବୀ ଅଛନ୍ତଟି ରହିଈଶ୍ୱରେ ତେଣିକି ଗଲେ ତାହ ଜଣା ନାହିଁ ।ଆନ କରେ ତାରକାର ନୋହିବଟି ବଧଦେବଙ୍କ ଆଗେ କହିଲେ ଏହା ଚକ୍ରାୟୁଧ ।ଶୁଣିକରି ଦେବଗଣେ ଆନନ୍ଦିତ ହୋଇବୋଇଲେ କହ ଈଶ୍ୱର ରହିଛନ୍ତି କାହିଁ ।ଈଶ୍ୱର ଯେ ବ୍ରହ୍ମହତ୍ୟା ପାତକ କରିଲେକଇଳାସ ପୁର ତେଜି କେଉଁଆଡ଼େ ଗଲେ ।ଦିଗମ୍ବର ବେଶ ଧରି ଗଲେ ଭଗବନ୍ତକେଉଁଠି ରହିଲେ କେହ୍ନେ ଜାଣିବା ତଦନ୍ତ ।ବିଷ୍ଣୁ ବୋଇଲେ ଈଶ୍ୱର ଯେବେ ଯିବେ ନାଶସକଳ ବ୍ରହ୍ମାଣ୍ଡ ନାଶଯିବଟି ଅବଶ୍ୟ ।ତ୍ରିଭୁବନେ ଦୂତ ତୁମ୍ଭେ ଦିଅ ପଠିଆଇକେଉଁଠାରେ ଛନ୍ତି ଶିବ ଖୋଜନ୍ତୁ ସେ ଯାଇ ।ଏହାଶୁଣି ଦେବେ ଦୂତ ପେଷି ଧାତିକାରେଦୂତମାନେ ଖୋଜିଲେକ ପଶି ପୁରେ ପୁରେ ।ଭୂଲୋକ ଭୁବଲୋକ ଯେ ସୁରଲୋକ ତିନିମୃତ୍ୟୁଲୋକ ସତ୍ୟଲୋକ ଆବର ମେଦିନୀ ।ଇନ୍ଦ୍ରଲୋକ ସୂର୍ଯ୍ୟଲୋକ ଯେ ନକ୍ଷତ୍ର ଲୋକବ୍ରହ୍ମଲୋକ ବିଷ୍ଣୁଲୋକ ଆଉ ନରଲୋକ ।ନାଗଲୋକ ମହଲୋକ ମଣ୍ଡୁକୀ ଯେ ଆଦିଯମ ନଇର୍ଋତ ପୁଣ କୁବେରାଦି ଭେଦି ।ଗୋମନ୍ତ କେଦାର ସାର ଆଉ ବାରାଣସୀମଥୁରା ଦ୍ୱାରକାପୁର ଅଯୋଧ୍ୟା ଯେ କାଶୀ ।ଗୋଦାବରୀ ସେତୁବନ୍ଧ ଆଦି କୁରୁକ୍ଷେତ୍ରକନ୍ଦି ବିକନ୍ଦି ଖୋଜନ୍ତି ପଶିକରି ଦୂତ ।ଉତ୍ତମ ଲୋକ ଦେଖିଣ ପୁଚ୍ଛନ୍ତି ଏସନବ୍ରହ୍ମଘାତୀ ସଦାଶିବେ ଦେଖିଛ କି ପୁଣ ।ସର୍ବେ ବୋଇଲେ ନ ଜାଣୁ ଆମ୍ଭେ ତଥ୍ୟବାଣୀପୁନରପି ଠାବେ ଠାବେ ଖୋଜନ୍ତି ସେ ପୁଣି ।କେତେଦିନେ ଫେରିଆସି କହିଲେ ବାରତାକାହିଁ ନ ପାଇଲୁ ଆମ୍ଭେ ଦେବ ମଞ୍ଚମଥା ।ଏହାଶୁଣି ଦେବଗଣେ ବିସ୍ମିତ ହୋଇଲେଆନର ବଳେ ତାରକା ନ ମରିବ ଭଲେ ।ଶ୍ରୀହରି ବୋଇଲେ ତୁମ୍ଭେ ଶୁଣ ସ୍ୱର୍ଗବାସୀଆମ୍ଭ ବିଚାରରେ ଜୀଇଁ ଅଛନ୍ତଟି କାଶୀ ।ବ୍ରହ୍ମହତ୍ୟା ପାପ ତାଙ୍କ କ୍ଷୟ ହେବାପାଇଁଅଷ୍ଟାଙ୍ଗ ଯୋଗ ସାଧନ୍ତି ଯାଇଁ ଉମାସାଇଁ ।ଚଉଦମନୁ ଆସିଣ ହେଲା ପରବେଶଅସ୍ଥିମାଂସ କିଛି ପୁଣ ନାହିଁ ତାଙ୍କ ଲେଶ ।ଅମରେ ବୋଇଲେ ତୁମ୍ଭେ ଶୁଣ ଦେବରାୟେତୁମ୍ଭର ଏଥକୁ କିଛି ଅଛି କି ଉପାୟେ ।ଶ୍ରୀହରି ବୋଇଲେ କାମଦେବ ଆଣ ଯାଇଈଶ୍ୱରଙ୍କ ତପସ୍ୟାକୁ ଭାଙ୍ଗି ସେ ପାରଇ ।ଶୁଣିଣ ସନ୍ତୋଷ ହେଲେ ଅମର ନିକରଚିତ୍ରସେନ ଆଜ୍ଞା ଦେଲେ ଯାଅ ଧାତିକାର ।ତହୁଁ ଚିତ୍ରସେନ ଅତି ତ୍ୱରା ହୋଇ ଗଲାକାମଦେବ ଭୁବନରେ ପ୍ରବେଶ ହୋଇଲା ।ସପତ ଦୁଆର ଜିଣି ଭିତରକୁ ପଶିଦେଖିଲାକ ରତି କାମ ଦୁହେଁ ଛନ୍ତି ବସି ।ଚୌରାଶୀକୋଟି ନାୟିକା ମିଳି ସେହିପୁରେଛତ୍ର ଚାମର ଧରିଣ ଉଭାରି ଆଗରେ ।ହଡ଼ପ ଧୂପକାଠି କେ ଧରିଛି ବିଞ୍ଚଣୀକେହି ଆଲଟ ପକାଏ ଧୀରେ ଧୀରେ ଆଣି ।ଗନ୍ଧ ଚନ୍ଦନ ବୋଳି କେ ଦ୍ୟନ୍ତି ନାନାରଙ୍ଗେବିଳସନ୍ତି ସର୍ବନାରୀ କାମଦେବ ସଙ୍ଗେ ।ଏସନ ସମୟେ ଯାଇ ମିଳେ ଚିତ୍ରସେନବୋଇଲା କାମଦେବ ତୁ ଉଠ ହୋ ବହନ ।ଦେବତାଙ୍କର ଆଜ୍ଞାକୁ ଘେନି ଧାତିକାରେଯିବାପାଇଁ ସଜବାଜ ହୁଅ ତତପରେ ।ଇନ୍ଦ୍ର ଅଗ୍ନି ସହିତରେ ସର୍ବେଛନ୍ତି ଚାହିଁତୁମ୍ଭଙ୍କୁ ନେବାପାଇଁ କି ଦେଲେ ପଠିଆଇ ।ଶୁଣିଣ ମୀନକେତନ ସନମତ କଲେଯିବାପାଇଁ ଉଦବେଗେ ସଜବାଜ ହେଲେ ।ରତି ବୋଇଲା ହେ ନାଥ ମାନ ମୋର ବାଣୀଗଲେ ଲେଉଟିଣ କେବେ ନ ଆସିବ ପୁଣି ।କାମଦେବ ବୋଲେ ପ୍ରିୟେ ଚିନ୍ତା ତୁ ନ କରଦେବତାଙ୍କୁ ଭେଟ ଦେଇ ଆସିବ ସତ୍ୱର ।ଶୁଭେ ବିଦାୟ ଦିଅ ଗୋ ମୋତେ ହୃଷ୍ଟଚିତ୍ତେଦୁଇ ଚାରି ଦିନେ ଫେରି ଆସିବି ତ୍ୱରିତେ ।ଶୁଣ ପରୀକ୍ଷ ରାଜନ ଭଣି ଶୁକମୁନିଇତି ଶିରୀ ଭାଗବତ ପୁରାଣର ଧ୍ୱନି ।କହୁ ଚାଟୁ କହି ରତି ମନ ତୋଷ କରିଧାତିକାରେ ବାହାରିଲେ ଶମ୍ବର ଅଇରି ।ଚିତ୍ରସେନ ଗନ୍ଧରବ ପଛରେ ଗୋଡ଼ାଇଚନ୍ଦ୍ରକାନ୍ତି ପରାୟେକ ଶରୀର ଶୋଭଇ ।ସର୍ବଗୁଣେ ସୁଲକ୍ଷଣ ତନୁ ନବଯୁବାଅପୂର୍ବ ରୂପରାଶି ଯେ ଦିଶେ ଦିବ୍ୟଶୋଭା ।ସୁରଙ୍ଗ ଅଧର ଗୋଟି ଜବାପୁଷ୍ପା ଜାଣିକହନ୍ତେଣ ବର୍ଷଇ କି ସୁଧାରସ ବାଣୀ ।ଅଙ୍ଗୁଷ୍ଟି ଚମ୍ପକ କଢ଼ି ପ୍ରାୟେ ଶୋଭାପାଏନବରତ୍ନ ହାରମାନ ବିରାଜଇ ଦେହେ ।କହନ୍ତେଣ ନ ସହଇ କାମଦେବ ଗୁଣଚାରିଖାନି ନବଦ୍ୱୀପେ ଅଧିକାରୀ ଜାଣ ।ଯାହାର ନାମ ଗୋଟିକ ଜଗତେ ଅଜେୟପ୍ରତ୍ୟକ୍ଷରେ ଦେଖାଯାଏ ଯେହ୍ନେ ଦବରାୟ ।ସ୍ୱର୍ଣ୍ଣ ସିଂହାସନ ପରେ ଆଉଜି ମନ୍ମଥବିଜୟା ନାମ ରଥରେ ବସିଅଛି ସେ ତ ।ରଥ ବାହଇ ବସନ୍ତ ନାମରେ ସାରଥିବାମକରେ ବାଗ ଧରି ଚଳାଇଛି ଧାତି ।ଏସନ ସଂଜାତେ ଯାଇ ଦେବ ସଭାତଳେକାମଦେବ ବିଜେକଲା ଅତି କୁତୁହୁଳେ ।ଶତେକ ପାବଚ୍ଛ ତଳେ ଶୁଏ ପାଏ ପଡ଼ିଉଠିଣ ଉଭା ହୋଇଲା କରପତ୍ର ଯୋଡ଼ି ।କାମଦେବ ରୂପଦେଖି ଦେବେ ହେଲେ ତୋଷବୋଇଲେ ଲାବଣ୍ୟନିଧି ଅଟେ ଏ ପୁରୁଷ ।ବିଧାତାଙ୍କର ଜୁଆଇଁ ରତିର ଭରତାଯେ ପୁଣି ଅଟଇ କୋଟି ବ୍ରହ୍ମାଣ୍ଡ କରତା ।ପୁରୁଷ ଉତ୍ତମ ଜାଣ ଦେବଙ୍କ କାରେଣିଏକ ବାଣକେ ସଂସାର ପାରେ ସେହୁ ଜିଣି ।ନିଶ୍ଚେଁ ଆମ୍ଭମାନଙ୍କର ଫିଟିଗଲା ଭ୍ରାନ୍ତିତାରକା ନିମନ୍ତେ ଆଉ ନାହିଁ ଆମ୍ଭ ଭୀତି ।ଏହି ସଦାଶିବଙ୍କର ଭାଙ୍ଗିବଟି ତପଏହିଗଣ ଗର୍ନ୍ଧବଙ୍କ ହରିପାରେ ଦର୍ପ ।ଏସନକ ଭାଳି ଦେବେ ହୋଇଲେ ଆନନ୍ଦଧାତିକାରେ ଆସନକୁ ତେଜି ଦେବଇନ୍ଦ୍ର ।କାମଦେବକୁ କୋଳରେ ବସାଇଲେ ଆଣିଅନେକ ଚାଟୁପଟଳେ ବାକ୍ୟମାନ ଭଣି ।ଇନ୍ଦ୍ର ବୋଇଲେ ରେ ବାବୁ ଶୁଣ ରତିପତିବଚନେ କହିବା ତୋତେ ନ କରିବୁ ନାସ୍ତି ।କନ୍ଦର୍ପ ବୋଇଲା ଦେବ ତୁମ୍ଭେ ମୋର ପିତାବିଶେଷରେ ଦେବରାଜ ଜଗତ କରତା ।ମୁଁ ତୁମ୍ଭ ବଚନ ଅବା ଲାଙ୍ଗିବି କେମନ୍ତେକି ଆଜ୍ଞା ଦେଉଛ ତାହା ନ କହ କିନା ମୋତେ ।ଇନ୍ଦ୍ର ବୋଇଲେକ ବାବୁ ଶୁଣ ମନଦେଇତାରକା ଡରେ ସ୍ୱର୍ଗରେ ନ ପାରିଲୁ ରହି ।ଭୂଲୋକ ଯେ ଭୁବଲୋକ ସ୍ୱର୍ଲୋକ ସହିତେଦେବଗଣେ ରହି ନ ପାରିଲେ ତିଳେ ମାତ୍ରେ ।ଜଳ ସ୍ଥଳ ପାତାଳରେ ନୋହିବ ସେ କ୍ଷୟେଏସନକ ବର ଦେଇଅଛନ୍ତି ଧାତାଏ ।ବିଷ୍ଣୁଙ୍କ କରରେ ସେହୁ ନୋହିବ ବିନାଶଈଶ୍ୱରଙ୍କ ପୁତ୍ର କରେ ଯିବ ନିଶ୍ଚେଁ ନାଶ ।ପାର୍ବତୀ ଗର୍ଭରେ ସ୍ଥିତି ହେଲେ ହରବୀର୍ଯ୍ୟପୁତ୍ରେକ ଜାତ ହୋଇବ ଅଲୋକିତ ତେଜ ।ସେ ପୁତ୍ର ହସ୍ତେ ମରିବ ତାରକା ଅସୁରକାମଦେବ ଆଗେ ଏହା କହି ବଜ୍ରଧର ।ଆବର ବୋଇଲେ ବାବୁ ଶୁଣ ଆମ୍ଭ ବାଣୀପୂର୍ବକାଳେ ବ୍ରହ୍ମହତ୍ୟା କରି ଶୂଳପାଣି ।ସେ ବ୍ରହ୍ମହତ୍ୟା ଭୟରେ ଯୋଗ ସାଧି ଗଲେଖୋଜି ନ ପାଇଲୁ ଆମ୍ଭେ ସେ କାହିଁ ରହିଲେ ।ସଂପ୍ରତି ପିତାଙ୍କ ଘରେ ରହିଣ ପାର୍ବତୀଶିବଙ୍କି ପାଇବା ପାଇଁ ତପ କରୁଛନ୍ତି ।ତୁ ତାହାଙ୍କୁ ଖୋଜି ଏବେ ପୁରେ ପୁରେ ପଶିଯୋଗଭଗ୍ନ କଲେ ସୁସ୍ଥ ହେବେ ସ୍ୱର୍ଗବାସୀ ।ତୋହର ଉପକାରରେ ସର୍ବେ ହେବେ ରକ୍ଷାଦିଗପାଳମାନଙ୍କର ପୂରା ମନୋବାଞ୍ଛା ।ଘେନ ବନମାଳା ବାବୁ ବିରସ ନ ହୋଇଏତେ ବୋଲି ଆସ୍ଥାନରୁ ଉଠି ଶଚୀସାଇଁ ।ବିଜୟ ମାଳାକୁ କଣ୍ଠତଟୁ କାଢ଼ିଦେଲେକାମଦେବର ଗଳାରେ ନେଇ ଲମ୍ବାଇଲେ ।ସମସ୍ତ ଦେବତାମାନେ କଲେ ଜୟଧ୍ୱନିଗର୍ନ୍ଧବେ ବୋଇଲେ ଶୁଭାସୂଚକ ବାଜେଣି ।ଶ୍ରୀଫଳ ବଦରୀ ଦୁର୍ବାକ୍ଷତ ସୁମନସେମଙ୍ଗଳାରୋପଣ କଲେ ବେଢ଼ି ଚଉପାଶେ ।ହାର ନୁପୂର ଗଳାରେ ଦେଇ ଚନ୍ଦ୍ରମାଳାପୂଜା କରିଲେ ମିଳିଣ ସର୍ବ ଦେବବାଳା ।ଆପଣେ ଶଚୀ ଆସିଣ ଅର୍ଘ୍ୟ ବନ୍ଦାଇଲେମଙ୍ଗଳ ନିମନ୍ତେ ଉଚ୍ଚେ ହୁଳହୁଳି ଦେଲେ ।ରମ୍ଭା ମେନକା ଯେ ତିଳୋତ୍ତମା ଆଦିକରିକିନ୍ନରୀ ବିଦ୍ୟାଧରୀଏ ଛନ୍ତି ସର୍ବେ ପୂରି ।ସୁବର୍ଣ୍ଣ ଥାଳିରେ ପଞ୍ଚ ରତନକୁ ଭରିକାମଦେବେ ବନ୍ଦାଇଲେ ମଙ୍ଗଳ ଉଚ୍ଚାରି ।ସମସ୍ତଙ୍କୁ ଲାଗିଅଛି ତାରକାର ଭୟେବହୁମାନ୍ୟ କରି କଲେ ସର୍ବେ ଜୟେ ଜୟେ ।ଏମନ୍ତ ଗୌରବ ଯହୁଁ କଲେ ସୁରସାଇଁକାମ ବିଚାରିଲା ଗଲେ ନିଶ୍ଚେଁ ମରିବଇଁ ।ପୁଣି ମନେ ବିଚାରିଲା ଏ ସଙ୍କଟ କଥାମୁଁ ଏହାକୁ ନାସ୍ତିକରି ନ ପାରେ ସର୍ବଥା ।ଜଣେ ନାଶ ଗଲେ ଯେବେ ସୃଷ୍ଟିହେବେ ସୁଖୀଧର୍ମଶାସ୍ତ୍ର ପ୍ରମାଣରେ ମହାପୁଣ୍ୟ ଲେଖି ।ଯଦ୍ୟପି କରିବି ମୁହିଁ ଏ କଥାରେ ନାସ୍ତିଶାପ ବିହି ଦେବଗଣେ ଦେବେ ନାନା ଶାସ୍ତି ।ଏତେ ଚିନ୍ତି କାମଦେବ ସନମତ କଲାତୁମ୍ଭପାଇଁ ନିଶ୍ଚେଁ ପ୍ରାଣ ଦେବି ମୁଁ ବୋଇଲା ।ଭୋ ଦେବଗଣେ ତୁମ୍ଭଙ୍କୁ ପଚାରଇ ମୁହିଁକେଉଁଠାରେ ଶିବ ଛନ୍ତି ଦିଅ ତା ବତାଇ ।ଦେବତା ବୋଇଲେ ଆମ୍ଭେ ନ ଜାଣୁ ତଦନ୍ତକେଉଁଠାରେ ରହିଛନ୍ତି ଦେବ ପଞ୍ଚମାଥ ।ବ୍ରହ୍ମହତ୍ୟା ଦୋଷ ଯେଣୁ କଲେ ଲିଙ୍ଗରାଜସାଧିଲେ ଅଷ୍ଟାଙ୍ଗ ଯୋଗ ସବୁ କରି ତ୍ୟାଜ୍ୟ ।ରୂପରେଖ ବିବର୍ଜିତ ନୋହି ରୂପବନ୍ତସକଳ ଦେବେ କହନ୍ତି କାମର ଅଗ୍ରତ ।ଇନ୍ଦ୍ର ବୋଇଲେକ ଆମ୍ଭେ ଜାଣୁ କିଛି ବିଧିଚୌଦମନୁ ପରିଯନ୍ତେ କଲେ ତପସିଦ୍ଧି ।ଯେବଣଠାରେ ଈଶ୍ୱର କରି ଜପଲୟେଆଡ଼ଦୀର୍ଘେ ପାଞ୍ଚକ୍ରୋଶ ଯେ ଧବଳମୟେ ।ଏତିକି ମାତ୍ର ତୁମ୍ଭେ ତ ହେତୁ ରଖିଥିବଯହିଁ ଶ୍ୱେତବର୍ଣ୍ଣ ପୁର ତହିଁ ଥିବେ ଶିବ ।ପରମାତ୍ମା ଲୟକରି ସମାଧିରେ ବସିଯାଅ ବିଳମ୍ବ ନ କରି ଖୋଜ କାଶୀବାସୀ ।ହା ହା ହୁହୁ ଗର୍ନ୍ଧବଙ୍କୁ ସଙ୍ଗତରେ ନିଅଏମାନେ ସଙ୍ଗରେ ଥିଲେ ମଙ୍ଗଳ ନିଶ୍ଚୟ ।କନ୍ଦର୍ପ ବୋଇଲେ ତାହା ମୁହିଁ ନ ଜାଣଇଯେହ୍ନେ କାର୍ଯ୍ୟସିଦ୍ଧି ହେବ ତାହା କରିବଇଁ ।ଏତେ ବୋଲି ଦେବଙ୍କୁ ସେ କରି ନମସ୍କାରଦୁର୍ଗା ମାଧବ ସୁମରି ହୋଇଲା ବାହାର ।ହସ୍ତକେ ଦୁର୍ବା ଅକ୍ଷତ ହସ୍ତକେ ଶ୍ରୀଫଳ ।ଅଦଭୂତ ବେଶ ସାଜି ଗଳେ ବନମାଳ ।ପ୍ରଥମେ ନିଜ ନବରେ ପ୍ରବେଶିଲା ଯାଇରତିଦେବୀ ପଚାରଇ କନ୍ଦର୍ପକୁ ଚାହିଁ ।ଅତି ଶୀଘ୍ରରେ ଫେରିଲେ ସଙ୍ଗେ ନାହିଁ କେହିସର୍ବାଙ୍ଗଯାକରୁ ଝାଳମାନ ବୋହିଯାଇ ।କାମଦେବ ବୋଲେ ତୁମ୍ଭେ ଶୁଣ ସଙ୍ଗାତୁଣିମହାଘୋର ତପ କରୁଛନ୍ତି ଶୂଳପାଣି ।ଦେବତାଙ୍କୁ ଲାଗିଅଛି ତାରକାର ଭୟତାହା ଭାଙ୍ଗିବାକୁ ମୋତେ ପେଷେ ସୁରରାୟ ।କାମଦେବ ବଦନରୁ ଏ ବଚନ ଶୁଣିପଡ଼ିଣ ମୂର୍ଚ୍ଛତି ହେଲେ ବ୍ରହ୍ମାର ଦୁଲଣୀ ।ମୂଳ ଛେଦନ୍ତେ ଯେସନେ ପଡ଼େ ତରୁବରତେସନକ ହୋଇ ଟଳି ପଡ଼ିଲେ ଭୂମିର ।ପାରୁଶରେ ବେଢ଼ିଥିଲେ ଦାସୀ ପରିବାରୀମୁଖରେ ସଲିଳ ସିଞ୍ଚି କୋଳାଗ୍ରତ କରି ।କୁସୁମ ଆଲଟ ଧର ବିଞ୍ଚି ଧୀରେ ଧୀରେକେତେବେଳେ ଜୀବ ଆସି ପଶିଲା ଶରୀରେ ।ଶୋକ ଗଦଗଦ ନେତ୍ର ଚିତ୍ତ ଛନ୍ନଛନ୍ନଆହା ପ୍ରାଣାନାଥ ବୋଲି କରନ୍ତି ରୋଦନ ।କେବଣ ବିଧାତା ଆଣି ଏଡ଼େ ଦୁଃଖକରନ୍ତି ଶୋକ ଚାହିଁଣ କାମଦେବ ମୁଖ ।ଅଶେଷ ଗୁଣଗ୍ରାହୀ ତି ପୁରୁଷ ଉତ୍ତମଜଗଜ୍ଜନ ମୋହନ ହେ ଅଟେ ପ୍ରାଣଧନ ।ସ୍ୱାମୀ ଯେତେବେଳେ ତୋତେ ଚିତ୍ରସେନ ଡାକେମୁହିଁ ମନା କରିଥିଲି ପ୍ରତ୍ୟକ୍ଷ ଅନେକେ ।ସେ ମୋହର ବଚନକୁ ଲଙ୍ଘିକରି ଗଲଏହି ଜନମ ଗୋଟାକୁ ଅକାରଣ କଲ ।ଏବେ ଅମର ସଭାକୁ ଲେଉଟିଣ ଯିବାପ୍ରୀତି ଉପୁଜାଇ ପ୍ରତିକାରକୁ ମାଗିବା ।କନ୍ଦର୍ପ ବୋଇଲା ସଖି ନ କହ ଗୋ ଏହାକାଳେ କାଳେ ଅଜ୍ରାମର ନୁହଇ ଏ କାୟା ।ମହତ ବଚନ ସଖି ପାଷାଣର ରେଖଜଳବିନ୍ଦୁ ସମାନରେ ଜୀବନକୁ ଲେଖ ।ଅବଶ୍ୟ ପିଣ୍ଡରୁ ପ୍ରାଣ ଛାଡ଼ିବ ସର୍ବଥାକେବଳ ମର୍ତ୍ତ୍ୟମଣ୍ଡଳେ ରହିଥିବ କଥା ।ଆପଣେ ଯାହା ଅର୍ଜିବ କର୍ମ ବୋଲି ଭାବିତୁମ୍ଭେ ଏହା ଜାଣ ମୁହିଁ କିସ ଗୋ କହିବି ।ପରମା ମାଧବୀ ତୁହି କି କହିବି ଆଉସତ୍ୟ ରଖିବଇଁ ମୋର ଜୀବ ପଛେ ଯାଉ ।ମୁହିଁ ସନମତ କଲି ଦେବଙ୍କ ଅଗ୍ରତେତହିଁକି ନାସ୍ତି ଅବା ମୁଁ କରିବି କେମନ୍ତେ ।ଏଥକୁ ବାରଣ ତୁହି ନ କର ଗୋ ସତିବାଚା ବିଚଳିତେ ପ୍ରାଣୀ ନର୍କଗତି ପାନ୍ତି ।ହରିଶ୍ଚନ୍ଦ୍ର ନାମେ ପୂର୍ବେ ରାଜା ଏକ ଥିଲାସତ୍ୟେ ସପ୍ତଦ୍ୱୀପା ମହୀ ବିଶ୍ୱାମିତ୍ରେ ଦେଲା ।ଦକ୍ଷିଣା ଦେବାପାଇଁକି ଆପେ ମହାରାଜାବିକ୍ରୟ କରିଲା ନେଇ ତନୟ ଭାରିଯା ।ବଳୀ ମହାରାଜା ପୂର୍ବେ ସତ୍ୟ କରିଥିଲେବାମନେ ଦାନ ଦେଇଣ ପାତାଳେ ପଶିଲେ ।ଜୀମୁତବହନ ବୋଲି ରାଜା ଏକ ଥିଲାଶ୍ୟେନ ପକ୍ଷୀକି ଶରୀର କାଟି ଦାନଦେଲା ।ଦଧିଚି ମହର୍ଷି ପୂର୍ବେ ସତ୍ୟ କରିଥିଲେଶରୀର ଭିତରୁ ସେହୁ ଅସ୍ଥି କାଢ଼ିଦେଲେ ।ଇନ୍ଦ୍ରଦେବଙ୍କ ଆୟୁଧ ବଜ୍ର ସେ ହୋଇଲାପର୍ବତଙ୍କ ପକ୍ଷ ସବୁ ତହିଁରେ ଛେଦିଲା ।ସମୁଦ୍ର ମନ୍ଥନୁ ଉପୁଜିଲା କାଳେ ବିଷଈଶ୍ୱରଙ୍କ ମୁଖ ଚାହିଁ ବୋଇଲେ ତ୍ରିଦଶ ।କାହିଁପାଇଁ ସ୍ତମ୍ଭୀଭୂତ ହୁଅ ଦେବ କାଶୀତୁମ୍ଭେ ହଳାହଳ ବିଷ ଆପ୍ୟାନ କରସି ।ତୋହଭଳି ଲୋକ କିପାଁ ତେଜୁ ଧର୍ମଘଟଶୁଣି ଈଶ୍ୱର ଭକ୍ଷିଲେ ତହୁଁ କାଳକୂଟ ।ବିଷ ଜ୍ୱାଳାରେ ଢଳିଣ ପଡ଼ି ଦେବକାଶୀତକ୍ଷକ ବୋଲେ ଥୋକାଏ ମୋତେ ତ ଦିଅସି ।ଶୁଣି ଈଶ୍ୱର ସେ ବିଷ କଲେ ବେନିଭାଗଅର୍ଦ୍ଧେକ ତକ୍ଷକେ ଦେଲେ ଅର୍ଦ୍ଧେ ଭକ୍ଷି ଆଗ ।ଅନନ୍ତ ନାମରେ ନାଗ ଅଛି ନାଗପୁରେଅଶେଷ କୋଟି ଜଗତ ବହିଛି ସେ ଶିରେ ।ସତ୍ୟରେ ସଂସାର ହେଇଅଛି ଆତଯାତପନ୍ଦରତିଥି ସତୈଶ ନକ୍ଷତ୍ର ଯାବତ ।ସତ୍ୟରେ ପୃଥିବୀ ଦେଉଅଛି ଶସ୍ୟଫଳସତ୍ୟରେ ମେଘମାନେ ଯେ ବର୍ଷନ୍ତି ସଲିଳ ।ସତ୍ୟେ ସମୁଦ୍ର କୂଳକୁ କେବେ ନ ଲଙ୍ଘଇସତ୍ୟେ ରହିଅଛି ମେରୁ ମନ୍ଦର ଆଦି ହିଁ ।ପୃଥ୍ୱୀ ଆପ ତେଜ ବାୟୁ ଆକାଶ ଯେ ପଞ୍ଚସତ୍ୟେ ରହିଅଛି ସ୍ୱର୍ଗ ପାତାଳ ଯେ ମଞ୍ଚ ।ଜାଣି ଶୁଣି କେଉଁପରି କହୁଛୁ ଏ କଥାନିଶ୍ଚୟ ସତ୍ୟ ମୋହର ରଖିବି ସର୍ବଥା ।ରତି ବୋଇଲା ଭୋ ଦେବ ନ କହ ଏମାନତୁମ୍ଭରଠାରୁ ମୋହର ନାହିଁ ଆନ ଜନ ।ବ୍ରହ୍ମା ମୋର ପିତା ମାତା ଅଟେ ବ୍ରହ୍ମାୟଣୀସନକ ସନାତନାଦି ଋଷି ଭାଇ ପୁଣି ।ପିତା ତବ ଦେବଇନ୍ଦ୍ର ଦେବ ଶିରୋମଣିକହିବାମାତ୍ରେ ସେ ନାସ୍ତି କରିବେଟି ପୁଣି ।ଭୋ ଦେବ ଅଟ ତୁମ୍ଭେ ତ ସର୍ବ ବିଶ୍ୱବାସୀମୁଁ ତୁମ୍ଭର ଅଟେ ଜନ୍ମେ ଜନ୍ମେ ସେବାଦାସୀ ।ସବୁ ଅର୍ଜିପାରି ସିନା ଦେହେ ଥିଲେ ପ୍ରାଣଜୀବଗଲେ ସଂସାରଟି ଅକାରଣ ଜାଣ ।ନୋହିଲେ ସ୍ୱର୍ଗଭୁବନୁ ପଳାଇବା ଆସଅନିମିତ୍ତେ ଶରୀରକୁ ନ କର ବିନାଶ ।କାମ ବୋଲେ ଦେବଙ୍କର ପାଇଁ ଦେବି ପ୍ରାଣତାହାଙ୍କ ପ୍ରସାଦେ ମୋର ଭୟ ନାହିଁ ଜାଣ ।ଭୋ ସଖି ମନରେ ଭୟ କରୁ କାହିଁପାଇଁତିନି ଜଗତରେ ଏହି କଥା ଥିବ ରହି ।ରତି ବୋଇଲେ ମେନକା ନାମେ ଅପସରୀବିଶ୍ୱାମିତ୍ର ତପ ଭଗ୍ନେ ଗଲା ସେହି ନାରୀ ।ମୁନିଙ୍କ ଶାପେ ସେହୁ କଷ୍ଟ ଯେ ଲଭିଲାଆବର ସ୍ୱର୍ଗପୁରକୁ ଲେଉଟି ନଇଲା ।ପୌଲସ୍ତିଙ୍କ ତପ ଭାଙ୍ଗିଯାନ୍ତେ ବେଲାବେଳୀଚାହିଁବା ମାତ୍ରକେ ସେହୁ ଗଲା ପୁଣି ଜଳି ।ସୋମବିନ୍ଦୁ ରାଜପୁତ୍ର ନାମେ ମେଘଦର୍ପବିଭାଣ୍ଡର ଋଷି ଗଳେ ଲମ୍ବାଇଲେ ସର୍ପ ।କୋପେ ଶାପ ଦେଲେ ବିଭାଣ୍ଡକ ମୁନିବରଶତେ ଜନ୍ମଯାଏ ସେହୁ ହେଲା ନିଶାଚର ।ସଗର ରାଜାର ଷାଠିସସ୍ର ପୁତ୍ର ଥିଲେକପିଳ ମୁନିଙ୍କ ତପ ସେହୁ ଭଗ୍ନ କଲେ ।ମତ୍ତଭରେ କୁତୂହଳେ ଝିଙ୍କିଦ୍ୟନ୍ତେ ଦାଢ଼ିଚାହିଁବାମାତ୍ରେ ସକଳ ଗଲେ ତହିଁ ପୋଡ଼ି ।ଅନନ୍ତ ଶଯ୍ୟାରେ ନାରାୟଣ ଥିଲେ ଶୋଇନିଦ୍ରା ଭାଙ୍ଗନ୍ତେଣ ବାଣୀ ବୀଣାକୁ ବଜାଇ ।ଭାରିଯାକୁ ଅଭିଶାପ ଦେଲେ କୋପଚିତ୍ତେଧବଳ କୃଷ୍ଠ ବ୍ୟାଥି ଯେ ହୋଇଲା ଯୁକତେ ।ହିମବନ୍ତର ଗୃହରେ ଥିଲେ ଦେବୀ ଉମାନଦୀରେ ବାଳୁକା ଲିଙ୍ଗ ପୂଜି ରାଜଜେମା ।ମରୁତଗଣ ଯାଇଣ ପକାନ୍ତେ ତା ଭାଜିଗୌରୀ ଅଭିଶାପେ ସେହୁ ହୋଇଲେଟି ଗଞ୍ଜି ।ଅଙ୍ଗିରା ତପ ଭାଙ୍ଗିଲେ ଦେବ ସୁରରାୟେହୋଲେ ସେ ହତପାଟ କୋଟି ଯୁଗଯାଏ ।ଏବେ ତୁମ୍ଭେ ଶିବ ତପ ଭାଙ୍ଗିବ ହେ ଯାଇଁକେବେ ଫେରି ନ ଆସିବ ଜାଣିଥା ଏହାହିଁ ।କାମଦେବ ବୋଲେ ସଖି ବାଧା ତୁ ନ ଦିଅଈଶ୍ୱର ତପ ଭାଙ୍ଗିବି କହୁଛି ନିଶ୍ଚୟ ।ଯହିଁ ତହିଁ ଥିଲେ ମୁହିଁ ଦିନେ ତ ମରିବିଜାଣୁ ଜାଣୁ ଦେବକାର୍ଯ୍ୟ କିପାଇଁ ଛାଡ଼ିବି ।ଅନେକ ଯୁଗ ପର୍ଯ୍ୟନ୍ତ କଥା ଥିବ ରହିକାମ ପ୍ରାଣ ଦେଥିଲା ଦେବତାଙ୍କ ପାଇଁ ।ଏତେବୋଲି କାମଦେବ ହୋଇଲେ ବାହାରଅଳିଅଳ ବସନ୍ତ ଯେ ଗୋଡ଼ାଏ ସଙ୍ଗର ।ହାହା ହୁହୁ ସହିତରେ ବହୁ ବିଦ୍ୟାଧରୀରମ୍ଭା ମେନକା ପ୍ରଭୃତି ତିଳୋତ୍ତମା ନାରୀ ।କାମଦେବ ସଙ୍ଗତରେ ଗମନ୍ତି ସମସ୍ତେଯାଏ କାମ ପୁଷ୍ପବାଣ ଧରି ଦକ୍ଷ ହସ୍ତେ ।କାମ ଦେବ ଶୋଭାପାଏ କୁସୁମର ଧନୁତ୍ରୈଲୋକ୍ୟ ମୋହୁ ଅଛଇ ସୁଲାବଣ୍ୟ ତନୁ ।ରତି ବୋଇଲେକ କାମଦେବ ମୁଖ ଚାହିଁସ୍ୱାମି ତୁମ୍ଭର ସଙ୍ଗତରେ ମୁଁ ନିଶ୍ଚେଁ ଯିବଇଁ ।ଏଥକୁ ନାସ୍ତି ତୁମ୍ଭେ ହେ ନ କର ସର୍ବଥାସଙ୍ଗେ ଥିଲେ ଜାଣିବଇଁ ହେବ ଯେଉଁ କଥା ।କାମଦେବ ବୋଲେ ତୁହି ବ୍ରହ୍ମାଙ୍କ ନନ୍ଦିନୀଷୋଡ଼ଶ ବୟସୀ ସୁକୁମାରୀ ସୁଲକ୍ଷଣୀ ।ରମଣୀ ରତନ ତୁହି ଚାରୁ ଚନ୍ଦ୍ରମୁଖୀଅନିମିତ୍ତେ କାତର ତୁ ନ ହୁଅ ସୁମୁଖୀ ।ରହିଥାଅ ପିତାଘରେ ନ ହୋଇଣ ଗଞ୍ଜିଲେଉଟି ଆସିବି ଶୀଘ୍ର ଶିବତପ ଭାଙ୍ଗି ।ରତି ବୋଇଲେ ହେ ସ୍ୱାମୀ ଶୁଣ ତଥ୍ୟକରିତୁମ୍ଭେ ଜାଣ ମୁହିଁ ଅଟେ ପତିଭକ୍ତା ନାରୀ ।ପ୍ରାଣ ତେଜିବାକୁ ତୁମ୍ଭେ ଯାଉଛ ଯୁକତେମୁଁ ତୁମ୍ଭଙ୍କୁ ଏତେବେଳେ ଛାଡ଼ିବି କେମନ୍ତେ ।ଭୋ ସ୍ୱାମୀ ପତ୍ନୀର ପତି ଅଟଇ ଭୂଷଣଭର୍ତ୍ତା ବିହୀନରେ ସ୍ତିରୀ ଜନ୍ମ ଅକାରଣ ।ତୁହି ମୋର ଉପକାର କରିବୁ ତେତେହେଁତୁମ୍ଭେ ନାସ୍ତି କଲେ ମୁହିଁ ଜୀବ ତେଜିବଇଁ ।କନ୍ଦର୍ପ ବୋଇଲା ପ୍ରିୟେ ଘେନ ମୋର ଦୀକ୍ଷାକହିବଇଁ ନିରାଧାର ନ କର ତୁ କକ୍ଷା ।ସଂସାରେ ଭିତରେ ମୋତେ ଜିଣନ୍ତା କେ ନାହିଁଉତ୍ପତ୍ତି ସ୍ଥିତି ପ୍ରଳୟ କରିପାରେ ମୁହିଁ ।ଅତି କୋମଳ ମୋହର କାମଦେବ ମୂର୍ତ୍ତିମୁହିଁ ସ୍ୱଭାବେ ସମସ୍ତଠାରେ ବହେ ପ୍ରୀତି ।ଚାରି ଜାତି ନାରୀ ଆଉ ଚାରି ଜାତି ପୁଂସଏମାନେ ମୋର ବାଣରେ ମୋହିତ ଅବଶ୍ୟ ।ଶୁଣ ପରୀକ୍ଷ ରାଜନ ଭଣି ଶୁକମୁନିକେବେ ନ ରହିଲା ସେହି ବ୍ରହ୍ମାଙ୍କ କୁମାରୀ ।କାମଦେବ ସଙ୍ଗେ ରତି ହୋଇଲା ବାହାରସଙ୍ଗତରେ ଦାସୀଗଣ ହେଲେ ଆଗୁଁ ସାର ।ପ୍ରବେଶ ହୋଇଲେ ଆସି ଉମାଙ୍କ ଆଗରେସାଷ୍ଚାଙ୍ଗରେ ଶୁତିଲେକ ଅତି ମୋଦଭରେ ।ପାର୍ବତୀ ବୋଇଲେ ଉଠ ଉଠ ରେ ମଦନରତି ଘେନି କରୁ ବାବୁ କେଣିକି ଗମନ ।ଅନିଳ ବସନ୍ତ ଗନ୍ଧରବ ବିଦ୍ୟାଧରଏମାନେ ସଙ୍ଗତେ ରହି ଅଛନ୍ତି ତୋହର ।କାମଦେବ ବୋଲେ ମାଗୋ ତାରକାବଦ୍ଧା ଅର୍ଥେଯାଉଅଛି ଶିବ ତପ ଭାଙ୍ଗିବି ଯଥାର୍ଥେ ।ବ୍ରହ୍ମଚାରୀ ଦୀକ୍ଷା ନେଲେ ସେ ପ୍ରଭୁ ଧୂର୍ଜଟିତେଣୁ କରି ତାଙ୍କ ପାଶେ ଯାଏ ମୁହିଁ ଲୋଟି ।ତୁମ୍ଭ ଦୁହିଁଙ୍କର ଯଦି ଭେଟ ଗୋ ହୋଇବଯେଉଁ ପୁତ୍ର ଜନ୍ମ ହେବ ତାରକା ବଧିବ ।ଅନାଦି ଦେବୀ ମାତା ତୁ ଅଟି ମାହେଶ୍ୱରୀତୁମ୍ଭେ ସିନା ସରଜନା କର ବସୁନ୍ଧରୀ ।ତୁମ୍ଭେଯେବେ ନ ରଖିବ ମାଗୋ ଏତେବେଳେପୃଥିବୀ ପଡ଼ିବ ନିଶ୍ଚେ ଜାଣ ରସାତଳେ ।କାମଦେବ ବାଣୀ ଶୁଣି ବୋଇଲେ ଗଉରୀବ୍ରହ୍ମହତ୍ୟା ପାପ ପୂର୍ବେ କଲେ ତ୍ରିପୁରାରି ।ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ବୁଲି ଦେବ କାଶୀଈଶ୍ୱର ବଦନ ନ ଚାହିଁଲେ ସ୍ୱର୍ଗବାସୀ ।ତେଣୁକରି ସଦାଶିବ ପାଇ ବହୁ ଲଜ୍ଜାକପିଳାସ କନଦରକୁ କରି ପରିତ୍ୟଜା ।ବିନାୟକ ସହିତରେ ନନ୍ଦୀ ଯେ ଭୃକୁଟୀସସସ୍ତଙ୍କୁ ତେଜ୍ୟାକରି ଚଳିଲେ ଧୂର୍ଜଟୀ ।ଦେଖ ମୁହିଁ ହେଲି ଏଥି ଆସି ନବଯୁବାନୁହଇ ସଧବା ମୁହିଁ ନୁହଇ ବିଧବା ।କଉଣସି କୁଳକୁ ତ ନୋହିଲି କାରଣପତିକି ଲଭିବି ପୁଣି ତୋର ଅନୁଗ୍ରହେ ।ଏତେ ବୋଲିଣ ପାର୍ବତୀ ରୋଦନକୁ କରିକମଳ ନୟନୁ ବହି ପଡ଼େ ଅଶ୍ରୁବାରି ।କାମଦେବ ବୋଇଲେ ତୁ ଛାଡ଼ ମନୁଭ୍ରାନ୍ତିନିଶ୍ଚୟ କାର୍ଯ୍ୟସିଦ୍ଧି ଗୋ ହୋଇବ ଏ ଘାନ୍ତି ।ଈଶ୍ୱରଙ୍କ ତପ ମୁହିଁ ଭାଙ୍ଗିବି ନିୟତପାଇବୁ ତୁ ଅଙ୍ଗ ସଙ୍ଗ ହେବ ପୁତ୍ର ଜାତ ।ଏବେ ତୁ ମୋହର ସଙ୍ଗେ ଆସ ଗୋ ମୃଗାକ୍ଷିଈଶ୍ୱରଙ୍କୁ ଖୋଜିବାଟି ଆଗୋ ପଙ୍କଜାକ୍ଷି ।ପାର୍ବତୀ ବୋଇଲେ ମୁହିଁ ଲୋଡ଼ୁଥିଲି ଯାହାକର୍ମବଳେ ଆସି ମୋତେ ଧର୍ମ ହେଲା ସାହା ।କେତେବାର ଅନଳରେ କରିଥିଲି ହୋମଈଶ୍ୱରଙ୍କୁ ଲଭିବାକୁ କଲି ଏତେ କର୍ମ ।ଶୁଭ ଉଦୟ ସମୟ ହେଲା ଏବେ ଆସିଭାଗ୍ୟବଳେ ଭେଟିବଇଁ ଦେବଦେବ କାଶୀ ।ଏତେ ବୋଲିଣ ବାହାର ହେଲେ ଦେବୀଉମାଶୁଣ ପରୀକ୍ଷ ରାଜନ ଭଣି ଶୁକବ୍ରହ୍ମା ।ଏସନ ପ୍ରକାରେ ତହିଁ ସର୍ବେ ଚଳିଗଲେକପିଳାସ କନ୍ଦରରେ ପ୍ରବେଶ ହୋଇଲେ ।ଦେଖିଲେ ସେ ପୁଣ୍ୟଭୂମି ସଦାଶିବ ଆଳଅତିଅନ୍ତ ସୁସଞ୍ଚ ସେ ଦିଶେ ପରିମଳ ।ତହିଁରେ ଈଶ୍ୱରଙ୍କୁ ଯେ ନ ପାଇଲେ ଲୋଡ଼ିକନ୍ଦର ପର୍ବତ ଯାଇଁ ଖୋଜି ଦେଶେ ଛାଡ଼ି ।ତହୁଁ ଅନୁସରିଣ ସେ ଖୋଜି ପୁର ଗିରିଉତ୍ତମଲୋକ ପୁଚ୍ଛନ୍ତି ନାମମାନ ଧରି ।କେହି ଜଣେ ନ କହିଲେ ଈଶ୍ୱରଙ୍କ ଲେଶବିନ୍ଧ୍ୟାଚଳରେ ଯାଇଣ ହୋଇଲେ ପ୍ରବେଶ ।ତହିଁ ଲୋଡ଼ି ନ ପାଇଲେ ଅନେକ ସେ ଖୋଜିସୁଧାକର ପର୍ବତରେ ଖୋଜିଲୋକ ହେଜି ।ପାର୍ବତୀ ଆଦି କରିଣ ସର୍ବେ ଛନ୍ତି ତୁଲେଲୋଡ଼ି ନ ପାଆନ୍ତେ ତହୁଁ ଧାତିକାରେ ଗଲେ ।ଚିତ୍ରାଙ୍ଗଦା ନଦୀକୂଳେ ଶୋଷକ କାନନଅଗସ୍ତି ଋଷି ଆଶ୍ରମ ତହିଁ ବିତପନ ।ଚଉରାଶୀ କୋଟି ଶିଷ୍ୟ ଘେନି ବ୍ରହ୍ମଋଷିକୃଷ୍ଣାଜିନ ଛାଲ ମାଡ଼ି ସମାଧିରେ ବସି ।ମନ ପବନ ଆସନେ ବନ୍ଧମୁଦ୍ରା ଭିଡ଼ିପରମହଂସ ଗୁମ୍ଫାରେ ବସି ବେଦ ପଢ଼ି ।ଏସନ ସମୟେ ଯାଇ କନ୍ଦର୍ପ ମିଳିଲାମୁନିଙ୍କର ପାଦପଦ୍ମେ ନମସ୍କାର କଲା ।କାମଦେବ ଚାହିଁ ମୁନି ସନ୍ତୋଷ ହୋଇଲେଏଥକୁ ତୁମ୍ଭେ କିପାଇଁ ଆସିଲ ବୋଇଲେ ।ମୀନକେତନ ବୋଇଲା ଖୋଜୁଁ କାଶୀବାସୀଦେଖିଥିଲେ କହି ଦିଅ ଦୟାକରି ଋଷି ।ମୁନି ବୋଇଲେ ତୁ ଯେବେ ଭାଙ୍ଗୁ ଶିବ ତପନିଶ୍ଚୟ ସଂସାରୁ ତୋର ନାମ ହେବ ଲୋପ ।ଆମ୍ଭ ଏହି କଥା ଗୋଟି କହିଲୁ କିପାଇଁବାବୁ ବ୍ରହ୍ମାଙ୍କର ତୁହି ଅଟୁ ତ ଜୁଆଇଁ ।ତୋର ଭଳି ଲୋକ କିପାଁ ଅଖଡ଼େ ମରିବୁଏ ଦେହ ଥିଲେ ବାବୁରେ କରିପାରୁ ସବୁ ।ଆମ୍ଭେ ଏଥେ ବ୍ରହ୍ମଜ୍ଞାନ କରୁଛୁ ସାଧନଜାଣୁ ଜାଣୁ ନାଶ କିପାଁ ହେବୁ ଅକାରଣ ।କାମଦେବ ବୋଲେ ମୁନି କିପାଁ ଏହା କୁହକେତେଦିନ ରହିଥିବ ଏ ନଶ୍ୱର ଦେହ ।ଅବଶ୍ୟ ସଂସାରୁ ଦିନେ ଯିବ ଜୀବ ଛାଡ଼ିମୃତ୍ତିକାପରି ଶରୀର ଭବେ ଥିବ ପଡ଼ି ।ମୁହିଁତ ଦେବସଭାରେ କଲି ସନମତଏବେ ନାସ୍ତି କଲେ ହେବି ନରକ ପ୍ରାପତ ।ପୁରୁଷଙ୍କର ବଚନ ପାଷାଣର ରେଖାଅକାରଣ ଜୀବନ ଏ କାହିଁ ନୋହେ ଲେଖା ।ଏପରି କଥା କେବେହେଁ ଆଉ ନ କହିବକୁହ କେଉଁଠାରେ ରହିଛନ୍ତି ସଦାଶିବ ।ଅଗସ୍ତି ବୋଇଲେ ମୋତେ ଯୋଗବଳେ ଦିଶିମର୍ତ୍ତ୍ୟ ଭୁବନରେ ରହିଛନ୍ତି ଦେବକାଶୀ ।ମେରୁର ବାୟବ୍ୟ କୋଣେ ଏକାମ୍ର କାନନତହିଁର ନୃପତି ବ୍ୟୋମନାମେ ରାଜା ପୁଣ ।ନବକୁମାର ସଂଜାତ ହୋଇଲେ ତାହାରଏବେ ଏକେ ଶକତା ସେ ମହା ଧନୁର୍ଦ୍ଧର ।ନବଖଣ୍ଡ ମେଦିନୀର ଅଟେ ଅଧିପତିତହିଁର ନିକଟେ ଜାଣ ଶ୍ୱେତପୁର ସ୍ଥିତି ।ସେଠାରେ ତପ କରନ୍ତି ଦେବ ତ୍ରିଲୋଚନପଞ୍ଚକୋଶ ଆୟତନ ଅଟଇ ସେ ବନ ।ଜୀବ ଜନ୍ତୁମାନେ କେହି ନାହାନ୍ତି ସେଠାରେପଞ୍ଚାନନ ବସିଛନ୍ତି ଯୋଗାସନ ପରେ ।ରତି ବୋଇଲା ମୋହର ସ୍ୱାମୀ ଗଲେ ନାଶବିଫଳ ହୋଇବ ନାରୀଜନ୍ମ ମୋ ଅବଶ୍ୟ ।ପୂର୍ବେ ସାବିତ୍ରୀ ନାମରେ କନ୍ୟା ଏକ ଗଲାତା ଆୟୁ ଦେଇଣ ସ୍ୱାମୀ ଜୀବନ ରଖିଲା ।ଊର୍ମିଳା ବୋଲି କରିଣ ତ୍ରିଶୁଙ୍କର ରାଣୀଉର୍ତ୍ତାପାଇଁ ବୈଶ୍ୱାନରେ ଗଲେକ ସେ ଆଣି ।ସାଧବୀ ନାମରେ ଭାର୍ଯ୍ୟା ଶଶବିନ୍ଦୁ ନାରୀଭର୍ତ୍ତାର ନିମନ୍ତେ ସେହୁ ହେଲା ବନଚାରୀ ।ଅତ୍ରି ମହାଋଷିଙ୍କର ଭାର୍ଯ୍ୟା ଅନୁସୂୟାଭର୍ତ୍ତାପାଇଁ ଗଙ୍ଗାଜଳେ ତେଜିଲେ ସେ କାୟା ।ରୂପବତୀ ନାମେ ପୂର୍ବେ ଦ୍ୱିଜଭାର୍ଯ୍ୟା ଥିଲାଭର୍ତ୍ତା ଘେନି ରାତ୍ରରେ ସେ ବେଶ୍ୟାଘରେ ଗଲା ।ଯାଆନ୍ତେ ଏକ ଋଷିଏ ପାଇଥିଲେ ଶୂଳିଗୋଡ଼ ବାଜନ୍ତେଣ ଶାପ ଦେଲେ ତପଶାଳୀ ।ବୋଇଲେ ତୁ ନିଲକ୍ଷଣୀ କଲୁ ମହାଦୋଷରାତ୍ର ପ୍ରଭାତରୁ ତୋର ଭର୍ତ୍ତା ଯାଉ ନାଶ ।ପତିଭକ୍ତା ବୋଇଲେ ନ ପାହୁ ଆଜରାତିଏକ ରାତିକ ହେଉ ଯେ ପୁଣି ସାତରାତି ।ରାତ୍ର ନ ପାହାନ୍ତେ ସର୍ବେ ହେଲେ ହରବରଯାଚି ବର ଦେଲେ ତାକୁ ଆସିଣ ଅମର ।ଅଗସ୍ତ୍ୟ ବୋଇଲେ ତୁ ଯେ ନାରୀ ରତ୍ନନିଧିସ୍ୱାମୀକୁ ପାଇବୁ ନିଶ୍ଚେଁ ଅଛି ତୋର ବୁଦ୍ଧି ।ଦ୍ୱାପର ଯୁଗର ଶେଷେ ଦ୍ୱାରାବତୀ ପୁରେକନ୍ଦର୍ପ ଜନମ ହେବ ରୁକ୍କିଣୀ ଗର୍ଭରେ ।ବାସୁଦେବଙ୍କର ବୀର୍ଯ୍ୟେ ହେବ ଅବତାରସେକାଳେ ଲଭିବୁ ନିଜ ସ୍ୱାମୀକୁ ତୋହର ।ପାର୍ବତୀଙ୍କୁ ବୋଇଲେ ତୁ ଈଶ୍ୱର ଘରଣୀତୋ ଯୋଗୁଁ ଉଶ୍ୱାସ ହେବ ସକଳ ଧରଣୀ ।ତୋହର ଗର୍ଭରୁ ହେବ କାର୍ତ୍ତିକେୟ ଜାତସେ ପୁତ୍ର ତାରକା ଦୈତ୍ୟ କରିବ ନିହତ ।ଏତେ ବୋଲି ବସିଲେ ସେ ମୁନି ଯୋଗାସନେତହୁଁ କାମଦେବ ଗଲା ବସି ନିଜଯାନେ ।ମନ ପବନହୁଁ ବେଗେ ଚଳି କ୍ଷିପ୍ରଗତିତକ୍ଷଣେ ମିଳିଲେ ଯହିଁ ଥିଲେ ପଶୁପତି ।ଦେଉଳ ଅଟ୍ଟାଳିକା ଯେ ଅଳି ବିତପନବାମ୍ପୀ କୂପ ତଡ଼ାଗରେ ପୂର୍ଣ୍ଣ ସେତୁ ସ୍ଥାନ ।ତପସିଦ୍ଧ ଭୂମି ସେହୁ ଅତି ତେଜୋମୟେକୋଟିଚନ୍ଦ୍ର କିରଣ କି ହୋଇଛି ଉଦୟେ ।ସେ ସ୍ଥାନରେ ରହିଛନ୍ତି ଜୀବ ଜନ୍ତୁମାନକୀଟ ପତଙ୍ଗ ପ୍ରଭୃତି ସର୍ବେ ଶ୍ୱେତବର୍ଣ୍ଣ ।ଗଣ୍ଡା ଗୟଳ ହରିଣ ହସ୍ତୀ ବାହୁଟିଆନେପାଳି ମୂଷା ଖୁରାଣ୍ଟି ଆଉ ବଣଭୂଆ ।ଶାଳେହା ବଳିଆମାନ ବ୍ୟାଘ୍ର ଯେ ଭଲ୍ଲୁକମୃଗ ଶମ୍ବର ବରାହ ଶୁଆ ଶାରୀ ଝିଙ୍କ ।ସିଂହ ଗଜ ଓଟ ଗଧଆଦି ନାନଜାତିଈଶ୍ୱରଙ୍କ ପ୍ରସାଦରେ ସର୍ବେ ଶ୍ୱେତାକୃତି ।ଡାହୁକ ବଳଙ୍ଗା ମୟୁର ଯେ କୁମ୍ଭାଟୁଆଛଞ୍ଚାଣ ଯେ ଶଙ୍ଖଚିଲ କାକ ପାଣିକୁଆ ।ଗଣ୍ଡା ଗୟଳ ଆବର ପକ୍ଷୀ ନୀଳକଣ୍ଠକାକତୁଣ୍ଡୀ ଚକ୍ରବାକ ଆଦି ଲମ୍ବଥଣ୍ଟ ।ଏକାନ୍ତେ ଅନେକ ପକ୍ଷୀ କରି ବିନୋଦନସଦାଶିବ ତେଜଲାଗି ସର୍ବେ ଶ୍ୱେତବର୍ଣ୍ଣ ।ଭୂଲୋକ ଆଦି କରିଣ ସ୍ୱର୍ଗଲୋକ ଯାଏପାଞ୍ଚକୋଷ ଆୟତନେ ସବୁ ଶ୍ୱେତମୟେ ।ସ୍ଥାବର ଜଙ୍ଗମ କୀଟ ପକ୍ଷୀ ଲତାମାଳଜୀବ ଜନ୍ତୁମାନେ ସବୁ ଦିଶନ୍ତି ଧବଳ ।ଦେଖିଣ ସେ କାମଦେବ ମନରେ ବିଚାରିନିଶ୍ଚୟ ଏହି ସ୍ଥାନରେ ବିଜେ ତ୍ରିପୁରାରି ।ଏହା ବିଚାରି ପଶିଲେ ଶ୍ୱେତବର୍ଣ୍ଣ ବନେଗିରି ଗୁମ୍ଫା ଗୃହାମାନ ଖୋଜି ଅନୁକ୍ଷଣେ ।ଆଡ଼ କନ୍ଦି ବିକନ୍ଦି ଯେ ପରବତମାଳଅତି ନିର୍ବନ୍ଧ କରିଣ ଖୋଜନ୍ତି ସକଳ ।ସୁପଥ ଦେଖିଣ ସେହୁ ଥୋକେଦୂର ଗଲେବିନ୍ଦୁ ସାଗର ନିକଟେ ପ୍ରବେଶ ହୋଇଲେ ।ଦେଖିଲେ ଅନନ୍ତ ପୁର୍ଷୋତ୍ତମ ଦେବରାଜାତପରେ ବସି ଅଛନ୍ତି ସର୍ବ କରି ତେଜ୍ୟା ।ରତି ପାର୍ବତି ଗନ୍ଧର୍ବ ଆଦି ଦେବମୂଳେସଙ୍ଗେ ପ୍ରଣିପାତ କଲେ ଯାଇ ପାଦତଳେ ।କଳ୍ପାଦି ପୁରୁଷ ସେହୁ ଦେବ ପୁର୍ଷୋତ୍ତମପାପାଧିପାତକ ଖଣ୍ଡେ ସ୍ମରନ୍ତେ ଯା ନାମ ।ଶ୍ୱେତବର୍ଣ୍ଣ କଳେବର ଏକାମ୍ବର ବାସୀଚଉବର୍ଗ ଦାତା ସ୍ୱାମୀ ପରଂବ୍ରହ୍ମ କାଶୀ ।ସେ ସ୍ୱାମୀକୁ କାମଦେବ କଲେ ଯାଇ ସେବାଶୁକ ବୋଇଲେକ ରାୟେ ଏ ଅନ୍ତେ ଶୁଣିବା ।ସଙ୍ଗେ ଛନ୍ତି ସଖାଗଣ ରତି ହୈମବତୀଗନ୍ଧର୍ବ ଗାନ୍ଧର୍ବୀ ପିତ ବସନ୍ତ ସାରଥି ।ପାଞ୍ଚକୋଶ ଆୟତନ ଏକାମ୍ର କାନନଅଦ୍ଭୁତେ ବହିଲା ତହିଁ ବସନ୍ତ ପବନ ।ମନ୍ଦ ମନ୍ଦ ସୁଶୀତଳ ପବନ ବହନ୍ତେପଲ୍ଲବି ଉଠନ୍ତେ ବନେ ତରୁଲତା ଯେତେ ।ଧାତୁମାତୁ ବର୍ଦ୍ଧମାନ ହେଲା ଚାରିଆଡ଼େ ।ପାଷାଣ ତରଳି ଧାତୁରସ ବହି ପଡ଼େ ।ବୃକ୍ଷଶିଖେ ବସି ରାବ ଦିଅନ୍ତି କୋକିଳଫଳିତ ପୁଷ୍ପିତ ତରୁଲତା ପରିମଳ ।ଭ୍ରମର ବୁଲନ୍ତି ଡାକଦ୍ୟନ୍ତି ଶାରୀ ଶୁଆମୟୂରେ ନାଚନ୍ତି ଖେଳା କରେ କୁମ୍ଭାଟୁଆ ।ଝିଙ୍କାରୀଙ୍କ କୋଳାହଳ ସୁକୋମଳ ବାଣୀନାରଦ ତୁମ୍ବୁର ବୀଣା ବଜାଇଲେ ପୁଣି ।ହାହା ହୁହୁ ଗର୍ନ୍ଧବେ ଯେ କରତାଳି ଧରିଗାବନ୍ତି ସୁସ୍ୱରେ ଗୀତ ଗାନ୍ଧାର ଉଚ୍ଚାରି ।ଚଞ୍ଚକୀର ଚଞ୍ଚପୁଟେ ଚାଳି କର ପାଦଏକଲୟେ ନୃତ୍ୟ କଲେ ଅପସରୀବୃନ୍ଦ ।ବୀଣା ବଇଁଶୀ ମୃଦଙ୍ଗ ଯନ୍ତ୍ର ଅଳାବେଣୀବଜାଇ ଗାୟନ କଲେ ସ୍ୱର୍ଗ ବିଳାସିନୀ ।ଧାତୁ ମାତୁ ବର୍ଦ୍ଧମାନ ହେଲା ଯେ ଯାହାରେଅକାଳେ ବସନ୍ତ ବାତ ବହିଲା ନିର୍ଭରେ ।ଶୁଷ୍କକାଷ୍ଠ ପଲ୍ଲବିଲା ନବ ପ୍ରାଣ ପାଇବିହରିଲୁ ପଶୁ ପକ୍ଷୀ ଯୂଥଯୂଥ ହୋଇ ।ଆକାଶରୁ ଚନ୍ଦ୍ରଦେବ କଲେ ସୁଧାବୃଷ୍ଟିଅଜୀବରେ ଜୀବ ପଶି କଲେ ନବସୃଷ୍ଟି ।ବସନ୍ତ ସହିତେ ଲାଗି ମଦନର ପ୍ରଭାବାଳ ବୃଦ୍ଧା ପାଲଟିଣ ହେଲେ ନବଯୁବା ।ଭାଜିଲା ତପିଙ୍କ ତପ ଯୋଗୀଙ୍କର ଧ୍ୟାନଉନ୍ମତ୍ତ ପରାୟେ ସର୍ବେ ହେଲେ ଛନ୍ନ ଛନ୍ନ ।ଅଦେହ ଯେ ଅଣାକାର ହୋଇଥିଲେ ହରଧାତୁମାତୁ ବର୍ଦ୍ଧମାନ ହେଲା ତାହାଙ୍କର ।କର ଚରଣ ନାସିକା ଇନ୍ଦ୍ରିୟ ସକଳପଚିଶ ପ୍ରକୃତି ପଞ୍ଚଭୂତ ହେଲେ ଠୁଳ ।ରକ୍ତ ମାଂସ ମେଦ ଅସ୍ଥି ମଜ୍ଜ ଆଦି ଯେତେଯେ ଯାହା ଆଶ୍ରୟେ ରହି ବଢ଼ିଲେ ସମସ୍ତେ ।ବ୍ରହ୍ମହତ୍ୟା ମହାପାପ ଛଡ଼ାଇବା ପାଇଁଯୋଗ ସାଧୁଥିଲେ ଶିବ ଧ୍ୟାନ ମଗ୍ନ ହୋଇ ।ସ୍ୱର୍ଗକୁ ଲାଗିଲା ଯହୁଁ ତାରାକାୟ ଭୟତେଣୁ ସର୍ବଦେବେ କଲେ ଏସନ ଉପାୟ ।ଲେଉଟିଣ ଦେହବନ୍ତ ହେଲେ ସଦାଶିବନିଃଶ୍ୱାସ ବହିଲା ଅଙ୍ଗେ ପାଇ ପୂର୍ବଭାବ ।ଶୋହିଲାକ ବସୁନ୍ଧରୀ ବ୍ରହ୍ମାଣ୍ଡ ଯେ ତିନିସ୍ୱର୍ଗ ମଞ୍ଚ ପାତାଳରେ ଶୁଭେ ଜୟଧ୍ୱନି ।ଏସନ ସଞ୍ଜାତ ନେତ୍ରେ ଦେଖି ମନସିଜବିଚାରି ବୋଇଲା ନିଶ୍ଚେ ହେଲା ଦେବକାର୍ଯ୍ୟ ।ଯଦ୍ୟପି ଦେଖିଲି ସଦାଶିବଙ୍କର ଦେହଏକ ବାଣ ବିନ୍ଧି ତାଙ୍କୁ କୁରାଇବି ମୋହ ।ଏତେଭାଳି ଧନୁଶର ଧରି ରତିପତିପାର୍ବତୀଙ୍କୁ ବୋଲେ ମାଗୋ ଥାଅ ପଛକତି ।ପୁଷ୍ପର ଧନୁକୁ କାମ ବାମ କରେ ଧରିଆକର୍ଷି ଆକର୍ଣ୍ଣ ଯାଏ ଆଣିଲା ଓଟାରି ।ଦହନ ଶୋଷଣ ଆଉ ଉଦ୍ୟାନ ମାରଣଆମଞ୍ଚନ ବୋଲି କରି ଏହି ପଞ୍ଚବାଣ ।ମନ୍ତ୍ର ପଢ଼ି ଛାଡ଼ିଦେଲା ଅତ୍ୟନ୍ତ ବେଗରେଇନ୍ଦ୍ରାଦି ଦେବେ ଦେଖନ୍ତି ଥାଇ ସ୍ୱର୍ଗପୁରେ ।ମନ୍ତ୍ରବଳେ କାମବାଣ ଚଳେ ଶୀଘ୍ର ହୋଇସଦାଶିବଙ୍କର ଅଙ୍ଗେ ଭେଦିଲାକ ଯାଇ ।ସମାଧିରେ ବସିଥିଲେ ପ୍ରଭୁ ମହେଶ୍ୱରସର୍ବାଙ୍ଗେ ଭେଦିଲା ଯାଇ କାମ ପଞ୍ଚଶର ।ମୋହଶରମାନ ଯାଇ ରୋମେ ରୋମେ ଗଳିତତକ୍ଷଣେ ଧାତୁମାତୁ ପଡ଼ିଲା ଉଛୁଳି ।ଉତ୍କଣ୍ଠିତ ଗାତ୍ର ଉଲ୍ଲସିତ ରୋମମୂଳକାମଶରେ ଅସାଷ୍ଟମ ହୋଇଲେ ସୁଢ଼ଳ ।ମନ ଛନ୍ନଛନ୍ନ କାମ ଅଙ୍ଗେ କରୁ ବାଧାମଦନରେ ଆର୍ତ୍ତ ଶିବ କାମେ ବଳେ ଶ୍ରଦ୍ଧା ।ଛାଡ଼ି ଚଇତନ ପଥ ମାଡ଼ି ଯୋଗମୁଦ୍ରାଘୋଟିଯାନ୍ତେ କାମକଳା ତୁଟି ମହାମୁଦ୍ରା ।ବେଳୁଁ ବେଳୁଁ କାମେ ମତ ହେଲା ବର୍ଦ୍ଧମାନମଦନରେ ଅସାଷ୍ଟମ ତେଜି ବ୍ରହ୍ମଜ୍ଞାନ ।ମହାଘୋର ତପସ୍ୟାକୁ ଭାଙ୍ଗେ କାମବଳୀଦେଖୁ ଦେଖୁ କାତର ଯେ ହେଲେ ଦେବଶୂଳୀ ।ଚୌଦମନୁ ଯାଏ ବୁଜିଥିଲେ ଯେ ନୟନନେତ୍ରକୁ ଫେଡ଼ି ଚାହିଁଲେ ସେହୁ ପଞ୍ଚାନନ ।ଫିଟିଲା ବୈଶ୍ୱାନର ଯେ ଅଗ୍ନି ଜ୍ୱାଳାବଳିଚାହିଁଦେବା ମାତ୍ରେ କାମଦେବ ଗଲା ଜଳି ।ଦହନ ହୁତାଶନ ଯେ ଅତି ତେଜୋମୟେନିର୍ଧୂମ ଶିଖା ଲାଗିଛି ବ୍ରହ୍ମଲୋକ ଯାଏ ।ଲହ ଲହ ବିକରାଳ ଭୟଙ୍କର ତେଜକୋପାନଳ ନୟନରେ ଦଗ୍ଧ ମନସିଜ ।ପୁଣି ଅମୃତ ନୟନେ ଚାହାଁନ୍ତେ ଲେଉଟିପାର୍ବତୀଙ୍କର ଉପରେ ପଡ଼େ ସୁଧାଦୃଷ୍ଟି ।ଦେଖି କରି ଆନନ୍ଦିତ ହେଲେ ଦେବଶୂଳୀଆସ ପ୍ରିୟେ ବୋଲି ଜାନୁ ଉପରକୁ ତୋଳି ।ଉମା ମହେଶ୍ୱର ରୂପ ଅତିଅନ୍ତ ଶୋଭାଶୁଦ୍ଧ ସୁବର୍ଣ୍ଣ ପରାୟେ ଦିଶେ ଅଙ୍ଗଆଭା ।ମହାଯୋଗୀ ପୁରୁଷ ସେ ଦେବ ଦେବରାୟେହିମବନ୍ତର ନନ୍ଦିନୀ କୋଳେ ଶୋଭା ପାଏ ।ପାର୍ବତୀଙ୍କୁ କୋଳେ ଘେନି ସଦାଶିବ ତୁଷ୍ଟିଅନଳେ ପାଉଁଶ ହେଲା କନ୍ଦର୍ପ ଦେହଟି ।ରୋମ ମାଂସ ମଜ୍ଜା ଅସ୍ଥି ରଜ ବୀର୍ଯ୍ୟ ନାଡ଼ିଧନୁଶର ସହିତରେ ସବୁ ଗଲେ ପୋଡ଼ି ।ଶୁଣ ହୋ ପରୀକ୍ଷ ରାଜା ଭଣି ଶୁକମୁନିଇତି ଶିରୀ ହରିବଂଶ ପୁରାଣର ଧ୍ୱନି ।ରତି ମହାସତୀ କାମଦେବ ପଛେ ଥିଲେକାମଦେବ ଦଗ୍ଧ ହେବା ନୟନେ ଦେଖିଲେ ।ଶରୀର ଭିତରୁ ଆତ୍ମା ଗଲେ ଯେହ୍ନେ ଛାଡ଼ିଆହା ସ୍ୱାମି ବୋଲିକରି ମୂର୍ଚ୍ଛାଗତେ ପଡ଼ି ।ମୂଳଛେଦନେ ଯେସନେ ତରୁବର ଢଳିଗତଆତ୍ମା ପ୍ରାୟ ହେଲେ ବିଧାତା ଦୁଲାଳୀ ।ପରିଜନ ସନ୍ନିଧରେ ସଙ୍ଗେ ବେଢ଼ିଥିଲେମୁଖରେ ପାଣି ସିଞ୍ଚିଣ ଚେତା କରାଇଲେ ।ପୁଷ୍ପବିଞ୍ଚଣି ଘେନିଣ ବିଞ୍ଚି ଧୀରେ ଧୀରେଗତଆତ୍ମା ଆସି ପୁଣି ପଶଇ ଶିରୀରେ ।ଚେତା ପାଇ ଉଠିକରି ବସିଲେ ତଡ଼ତିଉଚ୍ଚ ସ୍ୱରରେ ରୋଦନ କଲେ ମହାସତୀ ।ଆହା ପ୍ରାଣନାଥ ମୋର ସର୍ବ ଗୁଣନିଧିକେଉଁ ଧାତା ତୋତେ ଦେଲା ଏସନକ ବୁଦ୍ଧି ।ଉପ୍ରୋଧରେ ନାଶଗଲ କରି ଅଣହେଳାଅଗାଧ ସମୁଦ୍ରେ ମୋର ବୁଡ଼ାଇଲ ଭେଳା ।ତୁମ୍ଭର ବ୍ୟତିରେକ ମୋ ନାହିଁ ଆନ ଗତିମୁଁ ତୁମ୍ଭର ଭାର୍ଯ୍ୟା ତୁମ୍ଭେ ମୋର ଅଟ ପତି ।ସର୍ବଗୁଣରେ ସୁନ୍ଦର ପୁରୁଷ ଉତ୍ତମାକହନ୍ତେ ନ ସରେ ନାଥ ତୁମ୍ଭର ମହିମା ।ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଚାର୍ଖାନିଏକା ନାରାଚକେ ତୁମ୍ଭେ ସୃଷ୍ଟି ପାର ଜିଣି ।ବିହନ୍ତା ପୁରୁଷ ତୁମ୍ଭେ କର ଲାଭ ହାନିସୃଷ୍ଟି ଉତ୍ପତ୍ତି ସ୍ଥିତିର ଅଟ ଯେ କାରେଣି ।ଚାରିଖାନ ଚାରିବାନି ସର୍ବ ତୋର ଦେହୀବ୍ରହ୍ମା ବିଷ୍ଣୁ ମହେଶ୍ୱର ମୋହିପାରୁ ତୁହି ।ଅନନ୍ତ ନିରଞ୍ଜନ ତୁ ଅଟୁ ବିଶ୍ୱବାସତୁମ୍ଭେ ଯହିଁ ନାହିଁ ତହିଁ ଅଛି ଅବା କିସ ।ଶଚୀଦେବୀ ଯାର ମାତା ଇନ୍ଦ୍ର ଯାର ପିତାତୁମ୍ଭେ ଗଣପତି ଅଟ ମୋର ନିଜ ଭର୍ତ୍ତା ।କେଉଁ ଗୁଣ ବାହୁନିବି ସ୍ୱାମୀ ହେ ତୁମ୍ଭରିଭୂଲୋକ ଭୁବଲୋକାଦି ସଦା ଥାନ୍ତି ଡରି ।ସର୍ବଜୀବକର୍ତତ୍ତା ତୁମ୍ଭେ ଅଟ ପୁଣ୍ୟ ଦେହୀଯାବତ ଜୀବଜନ୍ତୁର ପିଣ୍ଡଟି ବୋଲାଇ ।ଅଜୀବକୁ ଜୀବଦାନ କରିପାର ଭଲେନବ ନାଟ୍ୟକାଦି ବିଦ୍ୟା ସାଧ୍ୟ ତୋରବୋଲେ ।ଆହା କନ୍ଦର୍ପ ମୋହର ଗୁଣେ ବାରାନିଧିକେବଣ ଦଇବ ଦେଲା ଏସନକ ବୁଦ୍ଧି ।ପର ନିମନ୍ତେ ଜୀବନ ହରାଇଲ ନାଥବାଚା ବିଚଳିତ ନୋହି ରଖାଇଲ ସତ୍ୟ ।ଭୋ ଧର୍ମଦେବତା ମୋର ବିପକ୍ଷ ହୋଇଲୁକାମଦେବ ପ୍ରାୟ ସ୍ୱାମୀ ହରଣ କରିଲୁ ।ମଦନ ବ୍ୟତିରେକ ମୋ ଅନ୍ୟ ଗତି ନାହିଁଆହେ ପ୍ରାଣନାଥ ମୁହିଁ ପାଇବଇଁ କାହିଁ ।ଏକାବେଳେ ଗିରିମୋର ବକ୍ଷେ ପଡ଼େ ମାଡ଼ିଶରୀର ଭିତରୁ ଆତ୍ମା ନେଲା କେବା କାଢ଼ି ।ମହା କନ୍ଦର୍ପ ସୁନ୍ଦର ରୂପ ଅନୁପମପାପ ନାଶଯାଏ ଧରନ୍ତେଣ ତୁମ୍ଭ ନାମ ।ମୁହିଁ ବଡ଼ ନିଲକ୍ଷଣୀ ଅତି ପାତକିନୀକାମ ପ୍ରାୟେ ସ୍ୱାମୀ ମୋର ନଷ୍ଟ ହେଲା ପୁଣି ।ଆବର ଜୀବନେ ମୋର ପ୍ରୟୋଜନ କିସଅନଳେ ଝାସିବି ଦେହ ଖାଇବଇଁ ବିଷ ।ବିଧାତା ନନ୍ଦିନୀ ମୁହିଁ ସତୀ ଶିରୋମଣିଏ ନବଯୁବା ବୟସ ନାଶଗଲା ଜାଣି ।ଏ ଯଉବନ ଭାରା ମୁଁ ସହିବି କେମନ୍ତେଜନମୁଖେ ଅପବାଦ ରଟିବ ଜଗତେ ।କେଉଁ ଜନ୍ମେ କାହାର ମୁଁ କଲି କେଉଁ ଦୋଷକିବା ଈଶ୍ୱରଙ୍କଠାରେ ଭରିଲଇଁ ବିଷ ।କିବା ଗୁରୁଙ୍କର ବାକ୍ୟ ଅନ୍ୟଥା କରିଲିସେଥିଯୋଗରୁ ମୁହିଁ ଯେ ବିଧବା ହୋଇଲି ।କିବା ରୋପିଲା ବୃକ୍ଷକୁ କରେ ଉପାଡ଼ିଲିକିବା ଫୁଟିଲା ଅନ୍ନରେ ଜଳ ଦେଇଥିଲି ।କି ଅବା ବିଷ୍ଣୁକୁ ଛେଦନ କଲଇଁକି ଅବା ଶାସ୍ତ୍ର ପୁରାଣମାନ ନିନ୍ଦିଲଇଁ ।କିବା ପରର ରମଣ ଭଙ୍ଗାଇଣ ଦେଲିପତି ଶୃଙ୍ଗାର ମାଗନ୍ତେ ତାଙ୍କୁ ନାସ୍ତି କଲି ।ଗୋମାତା ଜଳ ପିଅନ୍ତେ ଦେଲି ହୁରୁଡ଼େଇକିବା ପଶୁ ଶୃଙ୍ଗାରକୁ ନ ଜାଣି ଛଡ଼ାଇ ।ଗୋରସ ସଙ୍ଗରେ କିବା ଖାର ଆମିଷ ଭକ୍ଷିଲିକ୍ଷୀର ସଙ୍ଗତରେ କିବା ଖାର ମିଶାଇଲି ।କ୍ଷୁଧାର୍ତ୍ତ ଲୋକକୁ କିବା ନ ଦେଲି ଆାହାରଶ୍ରାଦ୍ଧ ଦିବସରେ କଲି ଗୋରୁଙ୍କୁ ପ୍ରହାର ।କି ଅବା ସ୍ୱାମୀଙ୍କଠାରେ ହେଲି ଅଭକତକିବା ଅତିଥି ଫେରାଇ ଦେଲଇଁ ମୁହିଁତ ।କି ଅବା ମିତ୍ର ସଙ୍ଗତେ କୂଟ ଆଚରିଲିକି ଅବା ମଇତ୍ର ନାମ ଗୋଟିକ ଧଇଲି ।କିବା ଶିବ ଜାଗରେ ମୁଁ କଲଇଁ ଶୟନତମାଖୁ ନ ଦେଇ କିବା ଖାଇଲଇଁ ପାନ ।କି ଅବା ଆଦିତ୍ୟବାରେ ଭୁଞ୍ଜିଲି ଆମିଷକି ଅବା ମୁଁ ଭୁଞ୍ଜିବସି ହେଲି ହସ ହସ ।କିବା ପରର ଧନକୁ ଚୋରାଇ ଆଣିଲିକି ଅବା ଅଣ୍ଟାର ସୁନା କାହିଁ ପକାଇଲି ।କି ଅବା କଂସା ପାତ୍ରରେ ନାରିକେଳପାଣିକି ଅବା ଅଜ୍ଞାନ ଯୋଗେ ନ ପାରିଲି ଜାଣି ।କିବା ଓଦା ବସନରେ ଦେଉଳେ ପଶିଲିକିବା ସାଷ୍ଟାଙ୍ଗରେ ଶିବଶକ୍ତି ନ ଦେଖିଲି ।କିବା ଅଜ୍ଞାନ ବଶରେ ଭକ୍ଷିଲି ପାଉଁଶକିବା ପାଣି ପକାଇଲି ଜଳନ୍ତା ହୁତାଶ ।କିବା ଅଜ୍ଞାନେ ଭୂତଳ ଉପରେ ଶୋଇଲିପତି ଡାକନ୍ତେଣ କିବା କର୍ଣ୍ଣେ ନ ଶୁଣିଲି ।କେଉଁଯୁଗେ କାହାର ମୁଁ କଲି କେଉଁ ଦୋଷଅନଳ ନୟନେ ପଡ଼ି ଭର୍ତ୍ତା ଗଲା ନାଶ ।ବିଧବା ଲକ୍ଷଣ ଯୋଗ କରମରେ ଥିଲାଲଲାଟ ଲିଖନ ମୋର ଅନ୍ୟଥା ନୋହିଲା ।କେମନ୍ତେ ମୁଁ ସହିବଇଁ ମଦନର ଭାରଜୀବନ ଗୋଟିକ ମୋର ହୋଇଲା ଅସାର ।ଗନ୍ଧଚନ୍ଦନ ବସନ ଲାଗେ ବିଷ ପରିକଙ୍କଣ ନୂପୁର ମୋର ହୋଇଲା ଭଗାରି ।ସାଷ୍ଟାଙ୍ଗରେ ନାଶଗଲି ବିଫଳ ମୋ ଅଙ୍ଗକାହାକୁ ଘେନିଣ ମୁହିଁ କରବଇଁ ଭୋଗ ।ଅତୁଲାଇତ ଭର୍ତ୍ତା ମୁଁ ପାଇବଇଁ କାହିଁଜାଣୁ ଜାଣୁ ଅଷ୍ଟନିଧି କରୁ ତେଜିଲଇଁ ।ଏସନକ କୃତ୍ୟ କର୍ମେ ମୋର ଲେଖାଥିଲାଲଲାଟ ଲିଖନ ଗୋଟି ମେଣ୍ଟଣ ନ ଗଲା ।ଜୀଇଁବାଠାରୁ ମରଣ ଅଟେ ଶ୍ରେୟସ୍କରକିଏ ଆଣି ଦେବ ମୋତେ ସ୍ୱାମୀକୁ ମୋହର ।ଦେବଙ୍କ କୂଟ ବଚନ ଜାଣି ନ ପାରିଲଊପ୍ରୋଧବଶ ହୋଇଣ ଅଖଡ଼େ ମରିଲ ।କ୍ଷଣକେ ଖଣ୍ଡିଲ ମୋର ଚିରକାଳ ଆଶମୋତେ ଆଗ ନ ମାରିଣ ଗଲ ତୁମ୍ଭେ ନାଶ ।ଏମନ୍ତ ପ୍ରକାରେ ରତି କରଇ ବିଳାପସକଳ ପ୍ରାଣୀଏ ଶୁଣି ଲଭିଲେ ସନ୍ତାପ ।ଅଚ୍ୟୁତ ଦାସର ଚିତ୍ତ ହେଲା ଅସମ୍ଭାଳବେନି ନୟନରୁ ବହି ପଡ଼େ ଅଶ୍ରୁଜଳ ।