କାଳିନ୍ଦୀ, କମଳା ଓ ତୁଳସୀର ସହିତ କୃଷ୍ଣଙ୍କର ବିବାହ — ହରିବଂଶ (ଷଷ୍ଠ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିବ୍ରହ୍ମା ପ୍ରଳୟ କାଳରୁ ସୁସଞ୍ଚେ ଶୋଭୁଛି ।
ସପ୍ତତାଳ ପରିଯନ୍ତେ ଭେଦିଛି ତା ମୂଳ
ଉତ୍ସର୍ଗରେ ସେହି ବୃକ୍ଷଗୋଟି ତିନିତାଳ ।
ଅଙ୍ଗିରା ମହର୍ଷି ତହିଁ ଯୋଗ କରିଥିଲେ
ଇନ୍ଦ୍ରଦେବ ଇନ୍ଦ୍ରପଦ ସେଠାରେ ପାଇଲେ ।
ଅତିଅନ୍ତ ମହିମା ଯେ ଅଟେ ସେ ସ୍ଥାନର
ଜନ ମନୁଷ୍ୟ ସେଠାରେ ନାହିଁ କାରବାର ।
ତହୁଁ ଉତ୍ତର ଦିଗକୁ ଗଲେ ସେହୁ ପଶି
ଦେଖିଲେ ତିନୋଟି କନ୍ୟା ମେଢ଼େ ଛନ୍ତି ବସି ।
ମୁନି ମନ ମୋହିନୀ ସେ ପରମା ସୁନ୍ଦରୀ
ସମ୍ପୂର୍ଣ୍ଣ ଚନ୍ଦ୍ରବଦନ ଦିଶଇ ମାଧୁରୀ ।
ରମ୍ଭା ଉର୍ବଶୀ ରୂପରେ ନୋହିବେ ସମାନ
ଯତନେ ବିଧାତା ତାକୁ କରିଛି ନିର୍ମାଣ ।
ବହୁକାଳରୁ ଅଛନ୍ତି ସେହୁ ପଥ ଚାହିଁ
ଦେବତା ମାୟା ଭୂମି ସେ ଜନ କେହି ନାହିଁ ।
ଏକମାତ୍ର ତିନିକନ୍ୟା ବସି ମେଢ଼ପରେ
ଧ୍ୟାନ କରୁଅଛନ୍ତି ଯେ ଶ୍ରୀବିଷ୍ଣୁ ମନରେ ।
ଯେତେବେଳେ ସେ ପଦାର୍ଥ କରନ୍ତି ସେ ଇଚ୍ଛା
ତେତେବେଳେ ଯୋଗାବନ୍ତି ତାହା ଧାତାବତ୍ସା ।
ବହୁଯୁଗରୁ ଅଛନ୍ତି ସେହୁ ଦେହ ବହି
ଅବିବାହୀ କନ୍ୟା ସେ ତ ଛନ୍ତି ବାଟ ଚାହିଁ ।
ଏବେ ଦ୍ୱାପରରେ ହରି ହେଲେ ଅବତାର
ତପସ୍ୟା ସମ୍ପୂର୍ଣ୍ଣ ଏବେ ହୋଇଲା ତାଙ୍କର ।
ଏହା ଶୁଣିଣ ପରୀକ୍ଷ ନୃପତି ପଚାରି
ବଡ଼ ଗହନ କଥା ତ ଭାଷ ତପଚାରି ।
ଦ୍ୱାପରରେ ନାରାୟଣ ହେଲେ ଅବତାର
ଅସୁର ମାରି ନାଶିବେ ଅବନୀରେ ଭାର ।
ଏରୂପେ ଅଟଇ ସିନା ଦେବଙ୍କ ଭିଆଣ
ତେଣୁ ମର୍ତ୍ତ୍ୟେ ଜନମିଲେ ଦେବ ଭଗବାନ ।
ଅଷ୍ଟପାଟବଂଶୀ ବିଭା ହେବେ ଦେବହରି
ପୂର୍ବରୁ କିଏ ସେମାନେ କୁହ ତଥ୍ୟକରି ।
ଏ କଥା ସଂକ୍ଷେପି ମୁନି କହିବ ମୋତେ ହେ
ଫିଟିଯିବ ମନେ ଭ୍ରାନ୍ତି ତୁଟିବ ସନ୍ଦେହେ ।
ରାଜାର ବଚନ ଶୁଣି ଭଣି ଶୁକଯତି
ଶୁଣ ତୁମ୍ଭେ ସାବଧାନେ ଅପୂର୍ବ ଭାରତୀ ।
ବହୁତ କାଳ ପୁରାଣ ପୁରାତନ ବାଣୀ
କଶ୍ୟପଙ୍କ ବଦନରୁ ଯାହା ଅଛୁ ଶୁଣି ।
ଏକଦିନେ ଚନ୍ଦ୍ର ସୂର୍ଯ୍ୟ ଆଉ ଇନ୍ଦ୍ରରାୟେ
ବସିନ୍ତକାଳେ ନନ୍ଦନବନକୁ ବିଜୟେ ।
ଦେଖିଲେ ନାନାବର୍ଣ୍ଣରେ ପଲ୍ଲବିତ ତରୁ
ଫଳିତ ପ୍ରସ୍ଫୁଟିତ ଯେ ହୋଇଅଛି ଗରୁ ।
କହନ୍ତି ବିହଙ୍ଗଗଣେ ସୁସ୍ୱରରେ ବାଣୀ
ଅତିହିଁ ମଧୁର ଭାବେ କରୁଛନ୍ତି ଧ୍ୱନି ।
ମଧୁ ଲୋଭରେ ଭ୍ରମରେ କରୁଛନ୍ତି କେଳି
ଭୂମିରେ ବିଞ୍ଚା ହୋଇଣ କର୍ପୂରର ଧୂଳି ।
ଏ ସମୟେ ଦେଖିଲେକ ଅପ୍ସରୀ ଉର୍ବଶୀ
ବିବସନେ ସ୍ନାନ କଲେ ଜଳମଧ୍ୟେ ପଶି ।
ସଂପୂର୍ଣ୍ଣ ଷୋଳବୟସୀ ଯୁବତୀ ତରୁଣୀ
ତ୍ରିଭୁବନ ମୋହିନୀ ସେ ସ୍ତିରୀରତ୍ନ ମଣି ।
ସଂପୂର୍ଣ୍ଣ ଚନ୍ଦ୍ରମା ପରି ଦିଶଇ ବଦନ
ତାହାର ସଙ୍ଗରେ ପୁଣି ଛନ୍ତି ଦୁଇଜଣ ।
ରମ୍ଭା ମେନକା ନାମରେ ଦୁଇଗୋଟି ନାରୀ
ଦେଖିଲେ ମୋହିତ ହେବେ ତପି ବ୍ରହ୍ମଚାରୀ ।
ତିନି ଦେବେ ତିନିଜଣେ କରିଲେ ବିହାର
ଇନ୍ଦ୍ର ରମ୍ଭାକୁ ଉର୍ବଶୀ ସଙ୍ଗେ ଶଶଧର ।
ଅଦିତ୍ୟ ସଙ୍ଗେ ମେନକା ହୋଇଲେ ଏକାନ୍ତ
ତାଙ୍କଠାରୁ ତିନକନ୍ୟା ହୋଇଲେ ସଂଜାତ ।
ତ୍ରୈଲୋକ୍ୟମୋହିନୀ ସେହି ତିନିଗୋଟି ବାମା
ସୁକୁମାରୀ ସୁଲକ୍ଷଣୀ ରୂପ ଅନୁପମା ।
ତିନିହେଁ ବିଚାର କଲେ କରିବା କି ବୁଦ୍ଧି
କେଉଁଠି ଛାଡ଼ିବା ନେଇ କନ୍ୟା ରତ୍ନନିଧି ।
ବିଶ୍ୱକର୍ମାକୁ ହକାରି ବୋଲି ବାକ୍ୟ ଦୃଢ଼
ମଞ୍ଚ ଭୁବନରେ ନେଇ ତିନି କନ୍ୟାଛାଡ଼ ।
ଅପୂର୍ବ ମନ୍ଦିର କରିଥିବ ଗୁପ୍ତସ୍ଥାନ
ଜାଣି ନ ପାରିବେ ଗଣ ଗନ୍ଧର୍ବ ସେମାନ ।
କପିଳା କାମଧେନୁ ଯେ ସଙ୍ଗେ ରହିଥିବ
ଯେତେବେଳେ ଯା ବାଞ୍ଚିବେ ଆଣି ସମର୍ପିବ ।
ପରିଜନମାନେ ୟାଙ୍କୁ କରିଥିବେ ସେବା
ନ ହୋଇବେ ବହୁ ଯୁଗଯାଏ ନବଯୁବା ।
କୁମାରୀ ରୂପ ଧରିଣ ଥିବେ ଚିରକାଳ
ଗଳିତ ନୋହିବ ତନୁ ନ ପାଚିବ ବାଳ ।
ଦ୍ୱାପରରେ ଅବତାର ହେବ ଦେବହରି
ଏ ତିନିହେଁ ପାଟବଂଶୀ ହୋଇବେ ତାଙ୍କରି ।
ଲକ୍ଷ୍ମୀର ସମାନେ ସେହୁ ପାଇବେକ ପୂଜା
ୟାଙ୍କୁ ବିବାହ ହୋଇବେ ପ୍ରଭୁ ଦେବରାଜା ।
ପୁତ୍ର ଦୁହିତା ୟାଙ୍କର ହେବ ଅପ୍ରମାଣ
ତେବେ ଯାଇ ଏହିମାନେ ଲଭିବେ କାରଣ ।
ଆମ୍ଭେମାନେ ଯାଇ ୟାଙ୍କୁ କରାଇବୁ ବିଭା
ଏତେ ବୋଲି ଚଳିଗଲେ ସେହୁ ତିନିଦେବା ।
କନ୍ୟା ଘେନି ବିଶ୍ୱକର୍ମା ମଞ୍ଚକୁ ଅଇଲା
ବହୁ ଯତନରେ ମେଢ଼ ନିର୍ମାଣ କରିଲା ।
ପରିବାରୀ ଆଦିକର ସଙ୍ଗତେ ଅଛନ୍ତି
ଯାହା ଲୋଡ଼ନ୍ତି ଯେ କାମଧେନୁ ତାହା ଦ୍ୟନ୍ତି ।
ପୂର୍ବଜନ୍ମେ ଏହିମାନେ ଲକ୍ଷ୍ମୀ ପରିବାରୀ
ସମୁଦ୍ର ମନ୍ଥନ କାଳେ ଥିଲେ ଅବତରି ।
ତେଣୁ କରି ଏମାନେ ଯେ ସବୁକାଳେ ଥାନ୍ତି
ଯହିଁ ନାରାୟଣ ତହିଁ ଏମାନେ ଜନ୍ମନ୍ତି ।
ଦୁଆପରେ ମହାଲକ୍ଷ୍ମୀ ରୁକ୍ମିଣୀ ହୋଇବେ
ସତ୍ୟଭାମା ରୂପେ ସରସ୍ୱତୀ ଜାତ ହେବେ ।
କାଳିନ୍ଦୀ ଶ୍ରୀୟା କମଳା ଆଉ ସତ୍ୟବତୀ
ଜାମ୍ବବତୀ ତୁଳସୀ ଯେ ଏ ଆଠ ଉତ୍ପତ୍ତି ।
ଆବର ବହୁତ କନ୍ୟା ହରି ହେବେ ବିଭା
ଅଷ୍ଟପାଟବଂଶୀକି ସେ କରୁଥିବେ ସେବା ।
ଶୁଣ ପରୀକ୍ଷ ରାଜନ ଭଣ ଶୁକଯତି
ଇତି ଶିରୀ ହରିବଂଶ ପୁରାଣର କୀର୍ତ୍ତି ।
ତେଣୁ କରି କନ୍ୟାମାନେ ଏଥେଁ ଛନ୍ତି ରହି
ଅବିବାହୀ ଭାବେ ଛନ୍ତି ପଥକୁ ଅନାଇଁ ।
ଏତେକାଳେ ପ୍ରଭୁ ଆସି ହୋଇଲେକ ଭେଟ
ପୁରିଗଲା କଷ୍ଟ ଶୁଭ ହୋଇଲା ନିକଟ ।
ତହୁଁ କେତେଦୂର ନନ୍ଦିଘୋଷ ପ୍ରଭୁ ଗଲେ
ପର୍ବତ କ୍ରୋଟରେ ପୁଣ୍ୟଭୂମିଏ ଦେଖିଲେ ।
ପବିତ୍ର ପୁରେକ ତହିଁ ହୋଇଛି ନିର୍ମାଣ
ବାରସ୍ୱତୀ ପୁର ପରି ଦିଶଇ ଘଟଣ ।
ଅତିଘଞ୍ଚେ ନିର୍ମାଣ ସେ ପୁର ଅତି ସଞ୍ଚ
ତହିଁକି ପଟାନ୍ତର ଯେ ନାହିଁ ସ୍ୱର୍ଗ ମଞ୍ଚ ।
ଗଭୀର ସାତତାଳେକ ବିଚିତ୍ର ପାଟଣା
ଚାଙ୍ଗୁବନ୍ଧା ଫେରରେ ସେ ଗଡ଼ର ପାତନା ।
ଚାରିକତି ରୂପାବାଡ଼ ଅଛି ଦିଆହୋଇ
କେହି ନ ଜାଣନ୍ତି ତାହା ଅତି ସୁସଞ୍ଚହିଁ ।
ଗଡ଼ର ଦୁଆର ବେନିକ୍ରୋଣ ଆୟତନ
ଗଣ ଗନ୍ଧର୍ବ ଦେବତା ନୁହନ୍ତି ଭାଜନ ।
କ୍ରୋଟର ଭିତରେ ଏକ ଗୁପ୍ତସ୍ଥାନ ଅଛି
ତହିଁରେ ପ୍ରବେଶ ଇଚ୍ଛା କଲେ ନନ୍ଦବତ୍ସି ।
ସେ ସ୍ଥାନ ଦେଖିଣ ପ୍ରଭୁ ଆନନ୍ଦ ହୋଇଲେ
ଏଠାରେ କିସ ଅଛଇ ବୋଲି ତଲାସିଲେ ।
କେ ଏଥେ ବିଚିତ୍ର ପୁର କରିଛି ରଚନା
ଅବଶ୍ୟ ଏଥିରେ କେହୁ ରହିଅଛି କିନା ।
ନୋହିଲେ ହୋଇଛି କିପାଁ ଠଣା ଏଡ଼େ ବଡ଼
ପାଞ୍ଚକୋଶ ପରିଯନ୍ତେ ହୋଇ ଅଛି ଗାଢ଼ ।
ଏତ ବିଚିତ୍ର ଭୁବନ ନାହିଁ ଏଥେ ବାଟ
ଆମ୍ଭର ମନକୁ ଏକା ଲାଗୁଛି ସଙ୍କଟ ।
ଏକ ଏକ ପାଷାଣ ଯେ ଯୋଜନ ଓସାର
କେଉଁ ବିନ୍ଧାଣି ଗଢ଼ିଲା ବସି ଏହି ପୁର ।
କେଉଁବାଟେ ପଶି ଯିବା ନାହିଁ ତିଳେ ସନ୍ଧି
କାନ୍ଥ ଛେଦନ କରିବା ନାରାଚ କୁ ବିନ୍ଧି ।
କାନ୍ଥ ଡେଇଁଣ ପଶନ୍ତେ ରଥ ଯିବ କେହ୍ନେ
ଏମନ୍ତ ବିଚାର ସେହୁ କରି ମନେ ମନେ ।
ଶାରଙ୍ଗ ଧନୁକୁ ବାମ କରରେ ଉଠାଇ
ହାବୋଡ଼ାଶର ପେଷିଲେ ତହୁଁ ସେ ନିଠାଇ ।
ଦ୍ୱାରେକ ଫିଟିଲା ପାଞ୍ଚ ଯୋଜନ ଓସାରେ
ରଥ ସହିତରେ ଚଳିଗଲେ ସେହି ଦ୍ୱାରେ ।
ଦେଖିଲେ ଅଷ୍ଟରତନେ ପୁରେକ ନିର୍ମାଣ
ବିଶ୍ୱକର୍ମା ନିଜ କରେ କରିଛି ଗଠନ ।
କହନ୍ତେ ନ ସରଇ ସେ ଗଡ଼ର ମହିମା
କେତେକାଳୁଁ ତହିଁଛନ୍ତି ତିନିଗୋଟି କନ୍ୟା ।
ଭିତରେ ଦେଖିଲେ ଯାଇଁ ଗୋଟିଏକ ମେଢ଼
ସୁବର୍ଣ୍ଣେ ନିର୍ମାଣ ସେହୁ ଅତିଅନ୍ତ ଗାଢ଼ ।
ତିନିସସ୍ର ରହିଛନ୍ତି ତହୁଁ ପରିବାରୀ
ମନ ଜାଣି ସେବା କରୁଥାନ୍ତି ଯତ୍ନକରି ।
ସୁସ୍ୱାଦୁ ମଧୁର ପକ୍ୱଫଳ ନାନାଦ୍ରବ୍ୟ
ଇଚ୍ଛାକଲେ କାମଧେନୁ ଯୋଗାଏ ସରବ ।
ଅଚିନ୍ତାରେ ରହିଛନ୍ତି ତହିଁ ଦେବପୁତ୍ରୀ
ସକଳ ବିଦ୍ୟାମାନଙ୍କୁ ଜାଣି ସେ ଅଛନ୍ତି ।
ରଥେକ ଆସନ୍ତେ ତହୁଁ ଜାଣି ପରିବାରୀ
ବୋଇଲେ କିମ୍ଭୁତ ମାୟା ଜାଣି ତ ପାରି ।
ବିଧାତା ଗୋପନ ଭୂମି ଅଟେ ସିନା ଏହି
ଗଣ ଗନ୍ଧର୍ବ ଦେବତା ନ ଜାଣନ୍ତି କେହି ।
ଏ ପୁରେ ପଶିବା ପାଇଁ କାର ଶକ୍ତି ଅଛି
କେମନ୍ତେ ଏ ପୁର ମଧ୍ୟେ ବଳରେ ପଶୁଛି ।
ଆଦିତ୍ୟ ଦେବ ଅଟନ୍ତି ଏଥି ରକ୍ଷାପାଳ
ଭିତର ଲୋକ ପଶିଲେ ପୁରିବଟି କାଳ ।
ଏ ପୁରେ ପଶିବା ପାଇଁ କେ ହେବ ଶକତା
ମାନବ ନୁହଁନ୍ତି ଏହୁ ପ୍ରତ୍ୟକ୍ଷେ ଦେବତା ।
ତୁଳସା ବୋଇଲେ କହୁଅଛନ୍ତି ଦୁର୍ବାସା
ନାରାୟଣ ଏ ପୁରରେ ପଶିବେ ସହସା ।
ନିଶ୍ଚେଁ ଶ୍ରୀହରି ଆସିବେ ଏଥେଁ ରଥବାହି
ସେ ଅବତାର ବୋଇଲେ ଜାଣ ଆମ୍ଭପାଇଁ ।
କାଳିନ୍ଦୀ ବୋଇଲେ ସଖି ତୁମ୍ଭ ବାକ୍ୟ ଶୁଣି
ବାମନୟନ ସ୍ଫୁରଇ ମୋର ପୁଣି ପୁଣି ।
ଆଦିତ୍ୟ ଦେବତା ମୋତେ କହିଥିଲେ ଯାହା
ତୁମ୍ଭର ବଚନ ଶୁଣି ଚିତୋଇଲି ତାହା ।
ଦ୍ୱାପରେ ହରି ଜନ୍ମିବେ ଦେବକୀ ଉଦରେ
ଜାତହେବେ ମଥୁରାରେ ବଢ଼ିବେ ଗୋପରେ ।
କଂସ ମାରି ମଥୁରାରେ କାଳେକ ରହିବେ
ଜରାସନ୍ଧ ଭୟେ ଦ୍ୱାରକାକୁ ପଳାଇବେ ।
ଅନେକ ସମ୍ପଦ ତହିଁ ଅଜି ଦେବରାୟେ
ଭୃତ୍ୟପଣେ ଖଟିଥିବେ ପାଦ ଦେବତାଏ ।
ଦେବାଧି ଦେବରାଜା ସେ ଅଟନ୍ତି ଶ୍ରୀହରି
ଅବଶ୍ୟ ଏଠାକୁ ଆସିବେଟି ଅନୁସରି ।
ନୋହିଲେ ଏ ପୁରେ ଆନ ପାରେ କିବା ପଶି
ହେଲେ ହେବେ ଅବା ଗଣଗନ୍ଧର୍ବ ମହର୍ଷି ।
କମଳା ବୋଲେ କହିଣ ଅଛନ୍ତି ମଘବା
ନିକଟରେ ହେବେ ହରି ଆମ୍ଭଙ୍କୁ ଯେ ବିଭା ।
ଏତେକ ଲକ୍ଷଣ ଅଛି ଆମ୍ଭଙ୍କୁ ଏ ଯୋଗ
ବିଷ୍ଣୁଙ୍କ ବଲ୍ଲଭୀ ହୋଇ କରିବାଟି ଭୋଗ ।
ଏସନକ ଉଚ୍ଚବାଚ ହୁଅନ୍ତେ କୁମାରୀ
ମେଢ଼ର ନିକଟେ ଆସି ମିଳିଲେ ଶ୍ରୀହରି ।
ମାତଳି ଆକାଶୁ ମିଳେ ମାଳା ଘେନି କରେ
କରପତ୍ର ଯୋଡ଼ି କହେ ଶ୍ରୀହରି ଛାମୁରେ ।
ଇନ୍ଦ୍ର ଚନ୍ଦ୍ର ଦିବାକର ପେଷିଲେକ ମୋତେ
ତୁମ୍ଭର ବିବାହ ହେବ କନ୍ୟାଙ୍କ ସଙ୍ଗତେ ।
ପଛରେ ଆସୁଅଛନ୍ତି ଯୋଗାଡ଼ାଦି ଘେନି
ଦଣ୍ଡେ ମାତ୍ର ସ୍ଥିର ହୋଇ ରହିବାକ ପୁଣି ।
କହୁଁ କହୁଁ ତିନି ଦେବେ ଦେବତାଙ୍କ ତୁଲେ
ଶ୍ରୀକୃଷ୍ଣଙ୍କ ନିକଟରେ ପ୍ରବେଶ ହୋଇଲେ ।
ବିଭା ଯୋଗାଡ଼ମାନ ସେ ଧରି ଅପ୍ରମିତ
ଆସି ଶ୍ରୀହରିଙ୍କ ପାଶେ ହେଲେ ଉପଗତ ।
ବିଚିତ୍ର ଦେବୀ ଉପରେ ମିଳି ବରଜାତି
ତିନିକନ୍ୟାଙ୍କୁ ବସାଇ ଆପଣାର କତି ।
ଆପେ ବୃହସ୍ପତି ହେଲେ ଆଚାର୍ଯ୍ୟ ବରଣ
ଉଭୟ କୁଳଗୋତ୍ରକୁ କରି ଉଚ୍ଚାରଣ ।
ପବିତ୍ର କୁଶେ ବାନ୍ଧିଲେ କନ୍ୟାଙ୍କର କର
ଡାହାଣବର୍ତ୍ତ ଶଙ୍ଖରେ ଭରି ଗଙ୍ଗାନୀର ।
ଅନେକ ଯୌତୁକ ଦେଲେ ମହାମନ୍ତ୍ର ସ୍ମରି
ରଥ ଗଜ ଭୂମି ଆଉ ଅଳଙ୍କାର ଭରି ।
ବିଭାବିଧି ସାରି କୁଶଗ୍ରନ୍ଥି ଫିଟାଇଲେ
ଦେବଙ୍କ ସହିତ ତିନି ଦେବେ ବାହୁଡ଼ିଲେ ।
ପଞ୍ଚକନ୍ୟା ରଥେ ଘେନି ଚଳି ଦେବରାୟେ
ଇତି ଶିରୀ ହରିବଂଶ ପୁଣ୍ୟତମମଏ ।
କାଳିନ୍ଦୀ ଶ୍ରୀୟା ତୁଳସୀ ଦେବୀ ସତ୍ୟବତୀ
କମଳା ଆଦି କରିଣ ଏ ପଞ୍ଚ ଯୁବତୀ ।
ଲକ୍ଷ୍ମୀଙ୍କର ପରିବାରୀ ଅଟନ୍ତି ଏମାନେ
ରୁକ୍ମିଣୀଙ୍କ ପଛେ ବିଭାହେଲେ ଜନାର୍ଦ୍ଦନେ ।
ଜାମ୍ବବତୀ ସତ୍ୟଭାମା ଏହି କନ୍ୟା ବେନି
ଦ୍ୱାପରରେ ଭୋଗ ଅଷ୍ଟପାଟବଂଶୀ ଘେନି ।
କନ୍ୟାଙ୍କୁ ଘେନିଣ ତହୁଁ ଗଲେ ନାରାୟଣ
ଯେଉଁଠାରେ ବଳରାମ ସହ ଯଦୁଗଣ ।
ସେଠାରେ ପ୍ରବେଶ ଯାଇ ହେଲେ ଦେବତାଏ
ରଥୁ ଓହ୍ଲାଇ ପ୍ରଣମି ରାମଙ୍କର ପାୟେ ।
ଦେବକୀ ଯେ ଇନ୍ଦୁମତୀ ବସ୍ୱଦେବ ଆଗେ
କହିଲେ ସମସ୍ତ କଥା ଅତ୍ୟନ୍ତ ସରାଗେ ।
କନ୍ୟାଏ ନମିଲେ ଯାଇଁ ଶାଶୁ ଶଶୁରଙ୍କୁ
ରୁକ୍ମିଣୀ ଆଦି କରିଣ ସେ ଗୁରୁଜନଙ୍କୁ ।
ଯଦୁବଂଶ ନାରୀ ଅର୍ଘ୍ୟ ବନ୍ଦାଇଲେ ଆଣି
ନିଜ ସ୍ଥାନେ ବିଜେ କଲେ ଦେବ ଚକ୍ରପାଣି ।
ପ୍ରବେଶ ହୋଇଲେ ଯାଇଁ ଦ୍ୱାରାବତୀ ପୁରେ
ସମ୍ଭର୍ବରେ ବିଜେକଲେ ଯେ ଯାହା ଠାବରେ ।
ଦ୍ୱାରକା ସମ୍ପଦ କେହୁ କହି ବା ପାରଇ
କୋଟି କୋଟି ଲକ୍ଷ୍ମୀ ବିଜେ କରିଛନ୍ତି ଯହିଁ ।
ଆପେ ନାରାୟଣ ଯହିଁ ହୋଇ ଦେହବନ୍ତ
ତହିଁର ମହିମା କେହୁ ବର୍ଣ୍ଣନେ ସମର୍ଥ ।
କୃତାନ୍ତ ପବନ ଦିନକର ସ୍ୱାହାବର
ଏହାଙ୍କ ତେଜ ଯହିଁରେ ନ ଲାଗେ ପ୍ରଖର ।
ସୁଧର୍ମା ସଭା ପରାୟେ ଅଟେ ସେ ପ୍ରତ୍ୟକ୍ଷ
ଧାଡ଼ି ଧାଡ଼ି ଶୋଭାମାନ ଯହିଁ ନାନା ବୃକ୍ଷ ।
କୋଟି କାମଧେନୁ ଘେନି କପିଳା ଗୋମାତା
ରହିଥାଏ ଅବସନ୍ତେ ବସନ୍ତ ଶୋଭିତା ।
ପ୍ରତ୍ୟକ୍ଷ ବିଜୟେ ଯହିଁ ହରି କମଳିନୀ
ସାତବଂଶ ଯାଦବନ୍ତ ସଙ୍ଗତରେ ଘେନି ।
ଚଉରାଶୀ କୋଟି ଅକଳିତ ବାରାନିଧି
ଲକ୍ଷ ବେନିଲକ୍ଷ କରି ଅଳଙ୍କାର ସିଦ୍ଧି ।
କୁବେର ସମାନେ ସର୍ବେ ପ୍ରାଣୀ ଧନବନ୍ତ
ଜଗନ୍ନାଥଙ୍କ ପ୍ରସାଦେ ନାହିଁ କାକୁ ଭୀତ ।
ରୋଗୀ ଦରିଦ୍ର ସେଠାରେ ଜଣେ କେହି ନାହିଁ
ନିଶ୍ଚିନ୍ତରେ ମହାନନ୍ଦେ ରହିଥାନ୍ତି ତହିଁ ।
ହରିବଂଶ ପୁରାଣ ଏ କର୍ଣ୍ଣ ସୁଧାରସ
ଅଚ୍ୟୁତ କହଇ ଜନେ ଶୁଣି ହୁଅ ତୋଷ ।
ମଣି ବୃତ୍ତାନ୍ତ ଓ ମଣି ଘେନି ଯିବାବେଳେ ପ୍ରସନ୍ନାଜିତର ସିଂହଦ୍ୱାରା ବଧ
ପରୀକ୍ଷ ବୋଲେ ମୁନି ହେ ଶୁଣିଲ ଏ ରସବହୁ ଜନମର ପାପ ହୋଇଲେ ମୋ ନାଶ ।ଷଷ୍ଠ ପାଟବଂଶୀ ବିଭା ପାଇଲି ବାରତାକହ ଜାମ୍ବବତୀ ସତ୍ୟଭାମା ବିଭା କଥା ।ହରିହର ଅଙ୍ଗ ଏ ତ ଅଟେ ହରିବଂଶବହୁ ଜନ୍ମର କଳ୍ମଷ ହୋଇଲାକ ଧ୍ୱଂସ ।ଏତେ ବୋଲିଣ ରାଜନ ହୋଇଲେ ପ୍ରଣତଷଡ଼ଅର୍ଘ୍ୟେ ପୂଜା କରି ହେଲେ କୃତକୃତ୍ୟ ।ରାଜାର ବଚନ ଶୁଣି କହନ୍ତି ଯେ ମୁନିପବିତ୍ର ହରିବଂଶ ଏ ଦେବଶାସ୍ତ୍ର ବାଣୀ ।ଶୁଣ ତୁମ୍ଭେ ସାବଧାନେ ଅଭିମନ୍ୟୁ ବଳାଏ ହରିବଂଶ ପୁରାଣ ବେଦାନ୍ତରେ ଖେଳା ।ସୋମବଂଶେ ଜାତ ଯଦୁନାମେ ନରପତିକର୍ମବଳେ ସାତବଂଶ ହେଲେ ଉତପତ୍ତି ।ଭୋଜ ଅନ୍ଧକ ଯାଦବ ବୃଷ୍ଣି ହଇହୟେବିଷ୍ଣୁ ଚୁହାଣେ ଏମନ୍ତ ସାତପୁତ୍ର ହୋଏ ।ସବୁଠାରୁ ଅଟେ ଜ୍ୟେଷ୍ଠ ଭୋଜ ନରପତିସର୍ବେ ବିଚାରି ତାହାକୁ ଦେଲେ ଦଣ୍ଡଛତ୍ରୀ ।ଆର ଷଡ଼ପୁତ୍ରେ ରାଜ୍ୟେ ଅମାତ୍ୟ ହୋଇଲେମଥୁରାରେ ସାତବଂଶ ଯାଦବେ ରହିଲେ ।ବେଳକୁ ବେଳ କୁଟୁମ୍ବ ହୋଇଲା ବହଳଚୌରାଶୀ କୋଟି ଯାଦବ ହେଲେ ମହାବଳ ।ମହାରଥୀଙ୍କ ସହିତେ ହୋଇଲେ ଗଣିତାବେଦ ବେଦାନ୍ତ ବିଦ୍ୟାରେ ଅଟନ୍ତି ଶକତା ।ମଥୁରା କଟକ ବାଣ୍ଟି କରନ୍ତି ସେ ଭୋଗରଥୀ ମହାରଥୀ ଏକୁଁ ଏକ ହୋଇ ଯୋଗ ।ଅନ୍ଧକ ବଂଶରେ ଜାତ ଯଦୁନାମେ ବୀରଶକ୍ରାଜିତ ବୋଲି ଏକ ପୁତ୍ର ଯେ ତାହାର ।ବଡ଼ ବିଚକ୍ଷଣ ଧନୁର୍ଦ୍ଧର ଶିରୋମଣିଏ ପଞ୍ଚ ଭୁବନ ପାରେ ବାରେକ ସେ ଜିଣି ।ମହାରଥୀ ସଙ୍ଗରେ ସେ ଅଟଇ ଗଣିତାସକଳ ଶାସ୍ତ୍ର ବିଦ୍ୟାରେ ଅଟେ ଜଗଜ୍ଜିତା ।ବେଭାରେ ପାତ୍ରପଣେ ସେ ରାଜ୍ୟକୁ କାରେଣିବହୁ ଦୟାକରେ ଉଗ୍ରସେନ ନୃପମଣି ।କାଶୀ କାଞ୍ଚନ ଏ ବେନି ପୁତ୍ର ମହାତମାଦୁହିତା ଜାତ ଏକ ତା ନାମ ସତ୍ୟଭାମା ।ପ୍ରସନ୍ନାଜିତ ବୋଲି ତା ଭାଇ ଯେ ଅନୁଜସଂଗ୍ରାମେ ଶକତା ସହି ନୁହଇ ତା ତେଜ ।ବଡ଼ଇ ଧନବନ୍ତ ସେ କୁବେରର ସମପ୍ରସନ୍ନେ ପାଇଲେ ମଣି ସ୍ୟମନ୍ତର ନାମ ।ସମୟରେ ଶକ୍ରାଜିତ ଦିଗମ୍ବର ହେଲେଚନ୍ଦ୍ରଭାଗା ତୀରେ ବସି ଘୋର ତପ କଲେ ।ବୋଲେ ଦିନକର ତୁମ୍ଭେ ବିରଞ୍ଚି ଦେବତାବିହନ୍ତା ପୁରୁଷ କର୍ମ ଅକର୍ମ କରତା ।ଅଜୀବେ ତୁ ଜୀବଦାନୀ ତୋର ନାମ ସ୍ମରିସ୍ୱାମି ତୁମ୍ଭେ ସର୍ଜି ଥାପିଅଛ ବସୁନ୍ଧରୀ ।ଅନନ୍ତ କୋଟି ବ୍ରହ୍ମାଣ୍ଡେ ଅଛ ଦେବ ପୁରିସ୍ଥାବର ଜଙ୍ଗମ କୀଟ ପତଙ୍ଗାଦି କରି ।କାଳାନ୍ତକ ଯୁଗାନ୍ତକ ପ୍ରଳେନ୍ତକମୟତୁମ୍ଭେ ଅସ୍ତ ହୁଅ ପୁଣି ତୁମ୍ଭେ ଉଦେ ହୁଅ ।ତୁମ୍ଭେ ଦିନକର ନାଥ ତୁମ୍ଭେ ଜ୍ୟୋତିର୍ମୟତୁମ୍ଭେ ଯୋଗରୁ ତିମିରି ହୋଇଯାଏ କ୍ଷୟ ।ବରାଚର ଜଗତର ହୁଏ ବର୍ଣ୍ଣଭେଦତୁମ୍ଭ ଯେ କର୍ତ୍ତା ତୁମ୍ଭର ନାହିଁ ଭେଦାଭେଦ ।ଜଳସ୍ଥଳ ଅନଳ ଯେ ତଳାତଳ ଯାଏଅନ୍ତରୀକ୍ଷ ଜିଣି ତୁମ୍ଭେ ହେଉଛ ଉଦୟେ ।ତୁମ୍ଭେ ଦେବ ନିରାକାର ତୁମ୍ଭେ ନିରାଧାରକଶ୍ୟପ ଯେ ପିତା ମାତା ଅଦିତି ତୁମ୍ଭର ।ସ୍ୱାମି ଆବର ଅଦୃଶ୍ୟ ଯେତେ ବନଗାମୀତୁମ୍ଭରି ଯୋଗୁଁ ସବୁଙ୍କୁ ଦୃଶ୍ୟ ହୁଏ ପୁଣି ।କିରୀଟ ମୁକୁଟ ଶିରେ ଶ୍ରେଷ୍ଠ ରତ୍ନଜ୍ୟୋତିଝଟକନ୍ତି ହୀରାନୀଳା ମରକତ ମୋତି ।ଏକ ଚକ ରଥ ସପ୍ତ ବାରିଧି ପରିଧିଏକ ନିମିଷକେ ଭ୍ରମୁ ସପତେ ପୟୋଧି ।ଗରୁଡ଼ର ଜ୍ୟେଷ୍ଠଭାଇ ସାରଥି ତୋ ରଥେଷଠଦଣ୍ଡେ ଗମେ ଦିବାରାତ୍ର ଶୁନ୍ୟ ପଥେ ।ନମୋ ଜ୍ୟୋତିର୍ଲିଙ୍ଗ ସିଦ୍ଧ ସିଦ୍ଧାନ୍ତକ ବାନାନମୋ ଜ୍ୟୋତିର୍ଲିଙ୍ଗ ତୁହି ଦୟାସିନ୍ଧୁ ସିନା ।ନମସ୍ତେ ବିରଞ୍ଚି ଦେବ ଅଂଶ ତୋର ଇନ୍ଦୁନମସ୍ତେ ବିରଞ୍ଚି ଦେବ ଚରଣ ତୋ ବନ୍ଦୁ ।ସୁମରି ଶ୍ରୀଜଗନ୍ନାଥ ଖଣ୍ଡ ଅପମୃତ୍ୟୁଏ ଭବସାଗରୁ ମୋତେ ଉଦ୍ଧରି ଧରନ୍ତୁ ।ଏହିପରି ସ୍ତୁତି ଯହୁଁ କଲେ ଶକ୍ରାଜିତଛାମୁରେ ଆସିଣ ଉଭା ହୋଇଲେ ଆଦିତ୍ୟ ।ଜାଜ୍ୱଲ୍ୟମାନ ଲୋହିତ ପିଙ୍ଗଳ ମୁରତିକୋଟି ବାନି ସୁବର୍ଣ୍ଣର ରୂପ ନିନ୍ଦେ ଜ୍ୟୋତି ।ଅଳଙ୍କାର ଭୂଷଣରେ ଶୋଭା ଦିଶେ ବପୁଶକ୍ରାଜିତର ଛାମୁରେ ମିଳି ଅର୍କରିପୁ ।ବରମାଗ ବୋଲି ତାକୁ ମୁଖେ ଦେଲେ ଦୀକ୍ଷାଶକ୍ରାଜିତ ବୋଲେ ପ୍ରଭୁ ଯାହା ତୁମ୍ଭ ଇଚ୍ଛା ।ଅବାଞ୍ଛ କଳ୍ପତରୁ ହେ କାମକଳ୍ପ ନିଧିମୁଁ କିସ କହିବି ତୁମ୍ଭେ ନ ଜାଣ କି ବିଧି ।ବିରଞ୍ଚି ବୋଇଲେ ଦଣ୍ଡେ ନ ପାରୁ ଯେ ରହିବିଶ୍ରାମିଲେ ତ୍ରଇଲୋକ୍ୟ ନ ବର୍ତ୍ତିବେ କେହି ।ୟା ବୋଲି ଗଳାରୁ କାଢ଼ି ସ୍ୟମନ୍ତକ ମଣିଶକ୍ରାଜିତର ଗଳାରେ ଲମ୍ବାଇଲେ ଆଣି ।ଏ ମଣି ଗଳାରେ ଥିଲେ ନାହିଁ କିଛି ରିଷ୍ଟସମସ୍ତ ମଣି ରତ୍ନରେ ଏ ମଣି ବରିଷ୍ଠ ।ସମୁଦ୍ର ମନ୍ଥନକାଳେ ମଣି ହେଲା ଜାତଶ୍ୱେତ ପୀତ ଲୋହିତାଦି ଧରେ ନାନା ମତ ।ଯେବଣ କାଳେ ଜାତ ମୋ ମାତା ଠାକୁରାଣୀତାହାଙ୍କ ଲଲାଟେ ଥିଲା ଏହି ଶ୍ରେଷ୍ଠମଣି ।ସହସ୍ର ବଦନ ବ୍ରହ୍ମା ପ୍ରତିଗ୍ରହ କରିଚଉରାଣୀ ମନୁ ବେଦକରାଣ୍ଡିରେ ଭରି ।ଯେବଳ କାଳେ ହାରିଲା ବେଦ ଶଙ୍ଖାସୁରମଣିକୁ ଚୋରାଇ ନେଲା ବେଦ ସଙ୍ଗତର ।ଦଣ୍ଡ କମଣ୍ଡଳୁ ଶ୍ରୁବ ପ୍ରଣିତା ପ୍ରୋକ୍ଷଣିଅସୁର କାମରୂପୀ ସେ ସବୁ ନେଲା ପୁଣି ।ଶଙ୍ଖା ମାରି ଉଦ୍ଧରିଲେ ଦେବ ଚକ୍ରପାଣିବଡ଼ବାନଳେ ରଖିଲେ ସ୍ୟମନ୍ତକ ମଣି ।ଦେବ ଦାନବେ ମନ୍ଥିଲେ ମିଳି ସିନ୍ଧୁସାତତୃତୀୟ ମନ୍ଥନେ ଏହି ମଣି ହେଲା ଜାତ ।ଆମ୍ଭ ଭାଗେ ପଡ଼ିଲା ଏ ସ୍ୟମନ୍ତକ ମଣିସେହିଦିନୁ ସାଇତିଣ ରଖିଅଛୁ ପୁଣି ।ଏ ମଣି ପୂଜା କରନ୍ତେ ବସି ଏକମନେଆଠଭାର ସୁବର୍ଣ୍ଣ ଯେ ମିଳେ ପ୍ରତିଦିନେ ।ଏ ମଣି ଥିଲେ ଖଣ୍ଡଇ ଜାଣ ସର୍ବଭୟବୁଦ୍ଧି ବିଦ୍ୟା ହୁଅଇ ତ ରଣେ ପାଇ ଜୟ ।ଏ ମଣି ଥିଲେ ପାଖେ ନ ଲାଗେ ଅଗ୍ନିତେଜଲଭଇ ସେ ପୁଣି ଫଳ ହୁଏ ସର୍ବକାର୍ଯ୍ୟ ।ଜଳରେ ନ ବୁଡ଼ଇ ନ ଛିଡ଼ଇ ଖଡ଼ଗେଅଦୃଶ୍ୟ ଦୃଶ୍ୟ ହୁଅଇ ତାକୁ ଅତିବେଗେ ।ଅସିଦ୍ଧ ବିଦ୍ୟମାନ ଯେ ହୁଏ ତାର ସିଦ୍ଧିବ୍ରହ୍ମବିଦ୍ୟା ପରିଯନ୍ତେ ସ୍ଫୁରେ ଜ୍ଞାନବୁଦ୍ଧି ।ସ୍ତମ୍ଭନ ମୋହନ ବଶ୍ୟ ଉଚ୍ଚାଟନ ବିଧିପାଦୁକା ଗୋଟିକା ଆଦି ସର୍ବ ମହୌଷଧି ।ଏ ମଣି ଥାନ୍ତେ ପ୍ରାପତ ହୁଅନ୍ତି ସକଳବହୁ ଯତ୍ନ ସହ ତୁମ୍ଭେ ଏହାଙ୍କୁ ସମ୍ଭାଳ ।ଏତେ କହି ଚଳିଗଲେ ବିରଞ୍ଚି ଠାକୁରଆଲୋକିତ ବରପାଇ ଶକ୍ରାଜିତ ବୀର ।ଚଳିଲେ ସେଠାରୁ ଅତି ଆନନ୍ଦିତ ହୋଇଦ୍ୱାରାବତୀ କଟକରେ ପ୍ରବେଶିଲେ ଯାଇ ।ଗୁପତେ ମଣି ଲୁଚାଇ ପୂଜା କଲେ ନିତ୍ୟେଅଷ୍ଟଭାର ସ୍ୱର୍ଣ୍ଣ ତାକୁ ମିଳଇ ଯୁକତେ ।ଶକ୍ରାଜିତର ସମ୍ପତି ହେଲା ଅପ୍ରମିତଦିନୁଦିନ ବଢ଼ିଲା ତ ଧନ କୋଟି ସାତ ।ମଣି ପ୍ରସାଦେ ହୋଇଲା ଦ୍ରବ୍ୟ ଆନୁଆନଅନ୍ତର୍ଯ୍ୟାମୀ ନାରାୟଣ ପ୍ରଭୁ ଭଗବାନ ।ଯାଦବଙ୍କ ସଭାରେ ଯେ ଶବଦ ଶୁଭିଲାଶକ୍ରାଜିତ ସ୍ୟମନ୍ତକ କେମନ୍ତେ ପାଇଲା ।କମଳକର ବିରଞ୍ଚି ଦେଲେ ତାକୁ ବରସେ ମଣି ପ୍ରସାଦେ ସେହି ହେଲା ଧନେଶ୍ୱର ।ବଡ଼ ପୁଣ୍ୟବନ୍ତ ସେହି ଅଟେ ଶକ୍ରାଜିତନୋହିଲେ ପ୍ରସନ୍ନ କାହୁଁ ହୁଅନ୍ତେ ଆଦିତ୍ୟ ।ଦେବଙ୍କ ଦୁର୍ଲ୍ଲଭ ମଣି ମଞ୍ଚରାଜା ପାଇଅଷ୍ଟନିଧି ଖଟିଛନ୍ତି ନବରତ୍ନ ଦେଇ ।ସବୁଙ୍କର ପରିମୁଖେ ବୋଲେ ନାରାୟଣଦେଖିବା ସେ ମଣିଗୋଟି ସଭାକୁ ଯେ ଆଣ ।ବଳରାମ ବୋଇଲେ ଯେ ସବୁ ଥିଲୁ ଶୁଣିକେମନ୍ତ ରୂପ ତାହାର ଦେଖୁ ଦିଅ ଆଣି ।ଏନେ ବଡ଼ କଥା ଯେବେ ହେଲା ଉପଗତତାହା ଦେଖିବାକୁ କାର ନ ବଳିବ ଚିତ୍ତ ।ଉଗ୍ରସେନ ବୋଲେ ଯେବେ କରିଥାଇ ପୁଣ୍ୟତେବେ ସେ ପଦାର୍ଥଗୋଟି ଦେଖଇ ନୟନ ।ଉଦ୍ଧବ ଯେ ଅନାଧୃଷ୍ଟ ଶକ୍ରାଜିତେ ଚାହିଁବୋଲନ୍ତି ଦେଖନ୍ତୁ ମଣି ଆଣ କିନା ଯାଇ ।ସୁଧର୍ମା ପ୍ରାୟ ଏ ସଭା ପାଉଅଛି ଶୋଭାଆଣ ଶକ୍ରାଜିତ ମଣି ସମସ୍ତେ ଦେଖିବା ।ଶକ୍ରାଜିତ ଶୁଣି ମନେ ପାଇଲା ତରାସମଣି ଆଣିଦେଲେ ଆଉ ନ ପାଇ ବିଶ୍ୱାସ ।ନ ଦେଲେ ସଭାରେ ମୋତେ ବୋଲିବେ ବା କିସପୁତ୍ର ବନ୍ଧୁ ଭାଇଆଦି ନ ଯିବେ ବିଶ୍ୱାସ ।ଅନେକ ଦୁଃଖ ପାଇଲି ମୁଁ ଯେ ଦିବ୍ୟମଣିତହିଁକି ଧାତା କଷଣ ଦେଲା ମୋତେ ଆଣି ।ଜଗନ୍ନାଥ ଭଳି ଲୋକ ଯହିଁ ଲୋଭ କଲେଆବର ହାନିଲାଭ କି ସଂହାରିବା ଭଲେ ।କେତେହେଁ ପରିଯା ଥାଇ କରିବାକ କିସଯାହା ଅର୍ଜିଅଛି କର୍ମେ ମୋହର ଭବିଷ୍ୟ ।ଜାଣିକରି ଯେବେ ଆମ୍ଭେ ଦେବା ରତ୍ନନିଧିଶ୍ରୀକୃଷ୍ଣଙ୍କ ଆଗେ କିପାଁ ହୋଇବା ବିବାଦୀ ।ସେ ଯେବେ ଠାକୁର ହୋଇ କଲେ ପୁଣି ଲୋଭଆମ୍ଭେ ନ ସହିଲେ କୁଳଧର୍ମ ନାଶଯିବ ।ଏତେ ଭଳି ନିଜ ପାଶେ ଅକ୍ରୁରକୁ ରାଇବୋଇଲା ଏ ମଣି ଆଜ ଥାଉ ତୁମ୍ଭ ତହିଁ ।ଯତେନେ ଗୁପତ କରି ଏହା ରଖିଥିବଶ୍ରୀକୃଷ୍ଣଙ୍କୁ ଆଦି କାହା ଆଗେ ନ କହିବ ।ପ୍ରସନ୍ନାଜିତ ଅଟଇ ସାନଭାଇ ମୋରଏହାର ଗୋଚରେ ମଣି ଦେବ ନିରାଧାର ।ଦଇବେ କଥା ପଡ଼ିଲେ କାଲି ବଞ୍ଚାଇବାପରଦିନ ନେଇ କୃଷ୍ଣ ଛାମୁରେ ତା ଦେବା ।ଯାଦବ ସଭାରେ ରାମ କୃଷ୍ଣଙ୍କୁ ଦେଖାଇଆଉ କି ଘରକୁ ଏହା ନେବା ଲେଉଟାଇ ।ଏ ମଣି ଦେଖିଲେ କୃଷ୍ଣ ଆଉ କି ସେ ମୋତେଲେଉଟାଇ ଦେବେ ବୋଲି ଯିବି ମୁଁ ପରତେ ।ତୁମ୍ଭର ଗୋଚର ଆଜ ଥାଉ ଏହି ମଣିବଞ୍ଚାଇ ନୋହିଲେ ପଛେ ଦେବା ବେଳ ଜାଣି ।ଏତେ ବୋଲି ଅକ୍ରୁରକୁ ମଣିଗୋଟି ଦେଇଆପଣା ପୁରକୁ ଗଲେ ବଦନ ଶୁଖାଇ ।ଅକ୍ରୁର ସେ ମଣିଘେନି ଗଲେ ନିଜ ବାସଆଦିତ୍ୟ ଅସ୍ତ ହୁଅନ୍ତେ ରଜନୀ ପ୍ରବେଶ ।ଯେ ଯାହାର ନିତ୍ୟକର୍ମ ବଢ଼ାଇ ସକଳେଭୋଜନ ସାରଣ ନିଦ୍ରା ଗଲେ ନିଶାକାଳେ ।ଅକଣ୍ଟକ ଦ୍ୱାରାବତୀ ପୁରେ ନାହିଁ ଭୟନିଶ୍ଚିନ୍ତେ ଶୋଇଲେ ସର୍ବେ ହୋଇଣ ନିର୍ଭୟ ।ଜ୍ୟେଷ୍ଠ ଶୁକ୍ଳ ଚଉଠୀ ଯେ ତିଥି ଭୌମବାରପୂର୍ବାଷାଢ଼ା ନାମେ ଋକ୍ଷ ଭୋଗ ସେ ଦିନର ।ବିଷ୍ଟି ନାମରେ କରଣ ବଇଧୃତ ଯୋଗବୃଷ ସଂକ୍ରାନ୍ତିରୁ ଉନବିଂଶ ଦିନ ଭୋଗ ।ଶକ୍ରାଜିତ ସାନଭାଇ ପ୍ରସ୍ନାଜିତ ବୀରରାତ୍ର ସାତଘଡ଼ିଠାରେ ହୋଇଲା ବାହାର ।ବାରବେଶ ଧରି ଆପେ ହୋଇ ଦିବ୍ୟସଜଅଶ୍ୱପରେ ଆରୋହିଲା ଛାଡ଼ି ରଥ ଗଜ ।ସିପାହୀ ବେଶ ଧରିଛି ଛାଡ଼ି ଫରୀ ଖଣ୍ଡାଛାଟେଣି କଷଣି କରେ ବାନ୍ଧି ପରଚଣ୍ଡା ।ସିଂହର ଆଡ଼ବାଖର ସେହ୍ନା ଯମଦାଢ଼କରେ ଧନୁ କଷି ଆଗେ ହୋଇଅଛି ଦୃଢ଼ ।କୋରଡ଼ା ପ୍ରହାରି ଅଶ୍ୱ ଚଳାଇଣ ଖରେକ୍ଷଣକେ ମିଳିଲା ଯାଇ ଅକ୍ରୁରର ଦ୍ୱାରେ ।କୋଳିଆ ଦ୍ୱାରକୁ ଜିଣି ଭିତରକୁ ପଶିଦେଖିଲା ଅକ୍ରୁର ଅଛି ମଣିଘେନି ବସି ।ଅକ୍ରୁର ବୋଇଲା ବାବୁ ଅଇଲୁ କିପାଇଁଅଶ୍ୱେକ ଆରୋହି ଅଛୁ ସଙ୍ଗେ କେହି ନାହିଁ ।ପ୍ରସନ୍ମାଜିତ ବୋଇଲା ସଙ୍କେତ ଆଣିଛିମଣିଗୋଟି ଦିଅ ମୋତେ ନ ବିଚାରି କିଛି ।ଜ୍ୟେଷ୍ଠଭାଇ ଶକ୍ରାଜିତ ପେଷିଛନ୍ତି ମୋତେତୁମ୍ଭଠାରୁ ମଣିନେଇ ଯିବି ମୁଁ ତ୍ୱରିତେ ।ଲୁଚାଇ ରଖିବି ଦୂରେ ନେଇ ରତ୍ନନିଧିକୃଷ୍ଣର ସଙ୍ଗତେ କିପାଁ ହେବୁ ଆମ୍ଭେ ହାଦୀ ।ସେ ଯେବେ ଠାକୁର ହୋଇ ଆଚରିଲେ ଲୋଭଆମ୍ଭେ ନ ସହିଲେ କୁଳଧର୍ମ ନାଶଯିବ ।ପ୍ରସନ୍ମାଜିତ ମୁଖରୁ ଶୁଣିଣ ଏ ଗିରତତକ୍ଷଣେ ମଣିଗୋଟି ଦେଲେ ସେ ଅକ୍ରୁର ।ମଣିଘେନି ପ୍ରସ୍ମାଜିତ ଉଠି ସେହି ଲାଗେଅଶ୍ୱ ଆରୋହଣ କରି ଚଳିଗଲେ ବେଗେ ।ପଡ଼ିହାରୀ ଦେଲେ ଗଡ଼ କବାଟକୁ ଫେଡ଼ିଦ୍ୱାରକାପୁରୁଁ ବାହାର ରାତ୍ର ନବଘଡ଼ି ।ସଖା ସୋଦର ସଙ୍ଗତେ ଜଣେ କେହି ନାହିଁଏକା ଅଶ୍ୱକେ ଗମଇ ବୀର ପଥବାହି ।କଣ୍ଠେଣ ଲମ୍ବାଇ ଅଛି ସ୍ୟମନ୍ତକ ମଣିଶୋଭା ପାଉଅଛି ଦିନକର ତେଜ ଜିଣି ।ଜାଜ୍ଜ୍ୱଲ୍ୟମାନ ତା ତେଜ ଦିବାପ୍ରାୟ ଜ୍ୟୋତିନିଶି ଅର୍ଦ୍ଧରେ ଆଲୁଅ ଦିଶେ ଚଉକତି ।ମଣି କଣ୍ଠରେ ଲମ୍ବାଇ ସେ ଯାଦବ ବୀରମିଳିଲା ଯାଇ ଗୋମତୀ ନଦୀ ଆଉ ତୀର ।ଗୋମତ ପର୍ବତ ଜିଣି ଈଶାନକୁ ଚଳିପବନ ଘାତେ ଚଳଇ ଅଶ୍ୱ ମହାବଳୀ ।ପର୍ବତ ଡିଙ୍ଗର ଶାଳ ଶିଳ ନଦୀ ଆଦିଚୋଖାର ସେ ତୁରଙ୍ଗମ ଚଳେ ମନଭେଦୀ ।ବେନି ଘଡ଼ିରେ ମିଳିଲେ ପର୍ବତର ତଳେଜୟନ୍ତୀନଦୀ ବହଇ ଜଳର ଉଲ୍ଲୋଳେ ।ସେ ନଦୀକି ଜିଣି ବୀର ଗଲେକ ଚଳାଇପର୍ବତର ଉପରକୁ ଭଲବାଟ ପାଇ ।ପାଞ୍ଚ ଯୋଜନର ପଥ ଗିରିର ଉପରତାହା ଜିଣି ଅଶ୍ୱ ଚଢ଼ି ଚଳେ ମହାବୀର ।ଗମନ୍ତେ ତିନି ପ୍ରହର ହୋଇଲାଗ ରାତିଗିରି ଉପରେ ଚଳନ୍ତେ ପ୍ରକାଶଇ ଜ୍ୟୋତି ।ପବନ ଆଘାତେ ଅଶ୍ୱ କରେ ଶୀଘ୍ର ଗତିଅନ୍ଧାର ରାତିରେ ଯେହ୍ନେ ଦିନକର ଜ୍ୟୋତି ।ପୂର୍ଣ୍ଣ ଶରତ ଶଶାଙ୍କ ତେଜ କି ବିକାଶେତେସନ ପ୍ରସନ୍ମାଜିତ ବୀରବର ଦିଶେ ।ସର୍ବ ଜୀବଜନ୍ତୁ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତିଅପୂର୍ବ ପ୍ରାୟ ମଣିକି ଲେଉଟି ଚାହାନ୍ତି ।କତିକି ଆସନ୍ତି ପୁଣି ପଳାନ୍ତି ସେ ଦୂରେଜ୍ୟୋତି ବିକାଶଇ ସେହି ମଣିର ତେଜରେ ।ଶୁକ ବୋଇଲେ ହୋ ଶୁଣ ପରୀକ୍ଷ ନୃପତିଦେବ ବିଡ଼ମ୍ବନ ଦେଖ ହୋଇଲା ଏ ରୀତି ।ପର୍ବତ ଉପରେ ଏକ ସିଂହ ଚରୁଥିଲାଯାନ୍ତେଣ ସେ ମଣି ତେଜ ଦୂରହୁଁ ଦେଖିଲା ।ଆଦିତ୍ୟ ମଣ୍ଡଳ ପ୍ରାୟ ଦିଶିଇ ସେ ଜ୍ୟୋତିପବନ ଆଘାତେ ଅଶ୍ୱ କରେ ଶୀଘ୍ରଗତି ।ଦୂରହୁଁ ଦେଖିଣ ସିଂହ ବିଚାରଇ ମନେଆଜତ ଅପୂର୍ବ ଜୀବ ଚରୁଅଛି ବନେ ।ଅନେକ କାଳୁଁ ମୁଁ ଏହି ବନେ ଅଛି ରହିଏସନ ଅପୂର୍ବ ଜୀବ ମୋର ଦେଖିଲା ତ ନାହିଁ ।ଆଜ ଯେବେ ଏ ଜୀବକୁ କରିବି ଭୋଜନତେବେ ସନ୍ତୋଷ ହୋଇବ ମୋର ପଞ୍ଚମନ ।ଅନେକ ଦିନରୁ ଜନ୍ତୁ ଭୋକିଲା ହୋଇଛିବିଚାରି ଧାତା ଆହାର ଯୋଗାଇଲା ବାଛି ।ଏତେ ବିଚାରି ଧାଇଁଲା ସିଂହ ଅତି ବେଗେମିଳିଲା ଯାଇଁ ପ୍ରସନ୍ମାଜିତ ବୀର ଆଗେ ।ଦେଖିଲା ନବରତ୍ନେ ସେ ଅତ୍ୟନ୍ତ ସୁନ୍ଦରଅଶ୍ୱ ସହିତରେ ମାଡ଼ି ବସେ ଧାତିକାର ।ବୁକୁ ଭାଙ୍ଗି ବିଦାରିଲା ହୃଦୟ କମଳଅଶ୍ୱ ସହିତେ ହୋଇଲେ ଦୁଇ ଦୁଇ ଫାଳ ।ପ୍ରସନ୍ମାଜିତର କଣ୍ଠେ ଯେଉଁ ମଣି ଥିଲାଜ୍ୟୋତି ବିକାଶନ୍ତେ ତାହା ସିଂହ ଯେ ଦେଖିଲା ।ଅନେକ ଯତ୍ନେ ସେ ମଣି ଘେନି ନିଜ କରେପ୍ରଭାତେ ମିଳିଲା ଯାଇ ପାତାଳ ବିବରେ ।କୌତୁକେ ପ୍ରସନ୍ମାଜିତ ଗଲା ପ୍ରାଣେ ନାଶଯାଦବେ ନ ଜାଣନ୍ତି ଯେ ଏ କଥାର ଲେଶ ।ପାତାଳ ବିବରେ ସିଂହ ପଶିଲା ଝସାଇଅନେକ ଦୂର ଯେ ତହିଁ ଗଲା ପଥ ବାହି ।ହସ୍ତରେ ଘେନି ଅଛଇ ସ୍ୟମନ୍ତକ ମଣିଶୋଭା ବିକାଶୁଛି ନର କେଶରୀକୁ ଜାଣି ।ବୃକ୍ଷରାଜ ଜାମ୍ବବାନ ପାତାଳରେ ଥିଲାବେଢ଼ିଲେ ବେଣ୍ଟକାରେ ସେ ବନ୍ଧନେ ପଡ଼ିଲା ।ତ୍ରେତାଯୁଗ ମଲ୍ଲ ଋକ୍ଷ ବଡ଼ ବଳବନ୍ତତାହାଙ୍କର ଲଙ୍କାଗଡ଼ ହୋଇଲା ଧୂମାନ୍ତ ।ଜାମ୍ବବ ନୃପତି ତହିଁ ସିଂହକୁ ମାଇଲେସ୍ୟମନ୍ତକ ମଣି ତାର ଗର୍ଭରୁ ପାଇଲେ ।ଅଭିଷେକ ମଣି ଏହି ବିରଞ୍ଚି ଦେବରସ୍ୟମନ୍ତକ ମଣି ବୋଲି ଚିହ୍ନି ଋକ୍ଷବର ।ଜାମ୍ବବତୀ ବୋଲି ତାଙ୍କ ଦୁହିତା କିଶୋରୀତାହାଙ୍କ ଗଳାରେ ମଣି ଦେଲେ ଯତ୍ନ କରି ।ଏସନ ଚରିତ କେହି ନ ଜାଣନ୍ତି ଆନରାତ୍ରକ ଭିତରେ ହେଲା ଏତେକ ବିଧାନ ।କାହାକୁ ଗୋଚର ପୁଣି ନୋହିଲା ଏ କଥାଜଗନ୍ନାଥ ଆଦିକରି ଯେତେ ମହାରଥା ।ମଣିପାଇ ଜାମ୍ବବାନ ରହିଲେ ପାତାଳେନମଇଁ ଅଚ୍ୟୁତାନନ୍ଦ କୃଷ୍ଣ ପାଦତଳେ ।