କନ୍ଦର୍ପର ପୂର୍ବଶାପ ବିବରଣ — ହରିବଂଶ (ଷଷ୍ଠ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଅନିମିତ୍ତେ କୋପଭର ହୁଅ କିସ ପାଇଁ ।
ଶୁଣିକରି ବିଶ୍ୱଦେବା ହେଲେ କୋପଭର
ନୟନ ଅନ୍ତରାଳ ଯେ କମ୍ପଇ ଅଧର ।
ଆମ୍ଭକୁ ଭର୍ତ୍ସନା ବାକ୍ୟ ବୋଇଲୁ ଅନଙ୍ଗ
ଆମ୍ଭ ଅଭିଶାପେ ଭସ୍ମ ହେଉ ତୋର ଅଙ୍ଗ ।
ମତ୍ତଗର୍ବେ ଉପହାସ କରିଲୁ ତୁ ତାଳେ
ଅସ୍ଥି ସହ ଭସ୍ମହେଉ ନ ରହି ଯେ ତିଳେ ।
ଇନ୍ଦ୍ରଦେବ ବୋଇଲେକ ବିଶ୍ୱେଦେବା ଚାହିଁ
ବୋଇଲେ ଗର୍ବବିହୀନ ପୁରୁଷ ତୁ ହୋଇ ।
ବାଳୁତ ପୁଅକୁ କେହ୍ନେ ଦେଲୁ ଅଭିଶାପ
କୋପ ଶାନ୍ତି କରିବା ହେ ନ କରିଣ ତାପ ।
ଭୋ ମୁନି ଲକ୍ଷେକ ପୁତ୍ର ଅଛନ୍ତି ଗରିଷ୍ଠ
ଅନଙ୍ଗ ତାହାଙ୍କ ମଧ୍ୟେ ଅଟଇ ଯେ ଶ୍ରେଷ୍ଠ ।
ଯେହୁ ଅନଙ୍ଗ ସାକ୍ଷାତେ ସେହୁ ବାସୁଦେବ
ତ୍ରୈଲୋକ୍ୟ ବିଜୟ ପୁତ୍ର ମୋହର ଜାଣିବ ।
ଅନଙ୍ଗ ଜ୍ୟେଷ୍ଠ କୁମର ଅଟେ ଅଗ୍ରଲେଖା
ଦେବେନ୍ଦ୍ରପଣେ ସ୍ୱର୍ଗରେ ମିଳେ ତାକୁ ଟିକା ।
ଏଡ଼େ ବଡ଼ ପୁତ୍ର ତୋର କେଉଁ ଦୋଷ କଲା
ତୁମ୍ଭେ ଧର୍ମଶୀଳ ପୁଣି ଅଟୁ ନିଜେ ଭଲା ।
ବାଳୁତ ପୁଅର ଦୋଷ ଉପେକ୍ଷା କରିବ
ଇନ୍ଦ୍ରଦେବଙ୍କ ବଚନେ ତୁଷ୍ଟ ବିଶ୍ୱବେ ।
ଦର୍ହସିତେ ବୋଇଲେକ ଶୁଣ ହେ ମଘବା
ଅଭିଶାପକୁ ଯେ ପ୍ରତିକାର କହିଦେବା ।
ବ୍ରହ୍ମହତ୍ୟା ଦୋଷଗୋଟା କରିଲେ ଶଙ୍କର
ଏକାମ୍ର ବନେ ବିହିଲେ ଯାଇ ତପ ଘୋର ।
ସ୍ୱର୍ଗପୁରେ ଧାଡ଼ିଦେବ ତାରକା ଦଇତ୍ୟ
ତପ ଭଗ୍ନପାଇଁ ତହିଁ ଯିବୁ ତୁ ତ୍ୱରିତ ।
ଅନଳନୟନେ ତୋତେ ଚାହାନ୍ତେ ଶଙ୍କର
ହୋଇବୁ ତୁ ଭସ୍ମକୁଢ଼ ଜାଣିଥା ନିକର ।
ଏବେ ସମୟେ କରିବୁ ତୁହି କାମ ଭୋଗ
ତିନିମନୁ ଅନ୍ତରେ ଯେ ହେବ ଏହି ଯୋଗ ।
ଦେବଙ୍କର କାର୍ଯ୍ୟେ ତୁହି ହେବୁ ପ୍ରାଣେକ୍ଷୟେ
କୀର୍ତ୍ତି ରହିବ ତୋହର କଳ୍ପାନ୍ତର ଯାଏଁ ।
ଅନଙ୍ଗ ବୋଇଲେ ମୁନି ତୁମ୍ଭର ଯେ ଇଚ୍ଛା
ନ ଜାଣି ଅପ୍ରାଧ କଲି କର ମୋତେ ରକ୍ଷା ।
ଶୁକ ବୋଇଲେକ ଶୁଣ ପରୀକ୍ଷ ନୃମଣି
କାମଦେବ ଅଭିଶାପ ପୂର୍ବର କାହାଣୀ ।
ବାଳକାଳେ ମତ୍ତଗର୍ବେ ଅର୍ଜିଅଛି ଯାହା
କିଏ ସେ ଅନ୍ୟଥା ପୁଣି କରିବଟି ତାହା ।
ପୂର୍ବାର୍ଜିତ କର୍ମ ଯାହା ତାର କ୍ଷୟ ନାହିଁ
ଅବଶ୍ୟ ପାପ ପୂଣ୍ୟକୁ ଭୋଗିବ ଏ ଦେହୀ ।
ବିଶ୍ୱଦେବାଙ୍କ ଶାପରେ କାମଦେବ ନାଶ
ସେ ଆସି ରୁକ୍ମିଣୀ ଗର୍ଭୁ ଜନ୍ମିବେ ଅବଶ୍ୟ ।
ମୁନିଙ୍କର ବଦନରୁ ଏସନକ ଶୁଣି
ଅନେକ କୃତକୃତ୍ୟ ସେ ପରୀକ୍ଷ ନୃମଣି ।
ଭୋ ମୁନି ନିସ୍ତରିଲି ମୁଁ ଜୀବନ ମୋ ଧନ୍ୟ
ଶୁଣିଲଇଁ ହରିବଂଶ ପବିତ୍ର ପୁରାଣ ।
ଅନେକ ଜନ୍ମ ପାତକ ହୋଇଲା ମୋ ଖଣ୍ଡି
କୃଦାନ୍ତ ଦେବତା ମୋତେ ନ ପାରିବ ଦଣ୍ଡି ।
ଶିବପୁରାଣ ଯେ ବିଷ୍ଣୁ ପୁରାଣର ବାଣୀ
କୋଟିଜନ୍ମ ପାପ ନାଶଯିବ ଏହାଶୁଣି ।
ହରିହର ଏକଆତ୍ମା ନାହିଁ ଭିନ୍ନାଭିନ୍ନ
ସେ ଦୁହିଁଙ୍କ ପାଦେ ସଦା ରହୁ ମୋର ମନ ।
ମୁଁ ଦୀନ ଅଚ୍ୟୁତ ଦାସ ଜନ୍ମରୁ ମୁରୁଖ
ସୁଦୟା କରନ୍ତୁ ମୋତେ ହରି ପଞ୍ଚମୁଖ ।
ପ୍ରଦ୍ୟୁମ୍ନ ଜନ୍ମ
ଏଥୁ ଅନନ୍ତରେ ହେଲା କେବଣ ହିଁ ବିଧିସଂକ୍ଷେପିଣ କହିବା ତା ମୋତେ ତପୋନିଧି ।ରୁକ୍ମିଣୀ ଦେବୀର ପୁଣି ହେଲା ଗର୍ଭବାସସଂକ୍ଷେପି କହିବା ମୋତେ ବ୍ୟାସଙ୍କର ଶିଷ୍ୟ ।ଶୁକମୁନି ବୋଇଲେକ ଶୁଣ ସାବଧାନେଅତିଭାଗ୍ୟେ ଭାଗବତ ପୁରାଣ ବିଧାନେ ।ଏଥୁ ଅନନ୍ତରେ ହାଦେ କେତେହେଁକ ଦିନେଦୁର୍ବାସା ମିଳିଲେ ଆସି ଦ୍ୱାରକା ଭୁବନେ ।ହସ୍ତରେ ଯେ ବ୍ରହ୍ମଦଣ୍ଡ ମାଥେ ବାନ୍ଧି ଠେକାକପିଳାମଳ ବିଭୂତି ମସ୍ତକରେ ଟିକା ।କର୍ଣ୍ଣେ ତମ୍ବାକୁଣ୍ଡଳ ଯେ କଟିରେ କାଛଟିବିଶ୍ୱନାଥ ମୁଦ୍ରାଗୋଟି ଅତ୍ୟନ୍ତ ପ୍ରକଟି ।ତୁଳସୀ ରୂଦ୍ରାକ୍ଷମାଳା ଭୂଷିତ କଣ୍ଠରେଉତ୍ତରୀ ପକାଇଛନ୍ତି ବାମକନ୍ଧ ପରେ ।କୋଟିଏକ ବାଳଖିଲ୍ୟା ଘେନି ବ୍ରହ୍ମଋଷିଦ୍ୱାରକାପୁରେ ପ୍ରବେଶ ହୋଇଲେକ ଆସି ।କୁଶସ୍ଥଳୀ କଟକକୁ ଦେଖି ପ୍ରଶଂସିଲେସ୍ତୁତି କରିଣ ଯେ ଯାର ନବରେ ପଶିଲେ ।ଦେଖି ଦ୍ୱାରପାଳେ ପଥ ଛାଡ଼ିଦେଲେ ଡରେଦୁର୍ବାସା ମିଳିଲେ ଯାଇ ଶ୍ରୀକୃଷ୍ଣ ଛାମୁରେ ।ନବରତ୍ନ ମନ୍ଦିରରେ ବିଜେ ଚକ୍ରପାଣିସନ୍ନିଧିରେ ଉଭା ହୋଇ ଅଛନ୍ତି ରୁକ୍ମିଣୀ ।ଏ ସମୟେ ମିଳିଯାନ୍ତେ ଯାଇ ମହାଋଷିଦେଖିଣ ପାଛୋଟି ନେଲେ ତହୁଁ ହୃଷୀକେଶୀ ।ଆସନ ପରେ ବସାଇ ବୋଲନ୍ତି ବଚନଜୟ ଜୟ ମହାଋଷି ବିଜ୍ଞ ତପୋଧନ ।ଅଲଙ୍ଘିତ ବାକ୍ୟ ତୋର ଯେହ୍ନେ ସୁଧାଧାରକ୍ଷୁଧା ତୃଷା ବିବର୍ଜି ମହାବିଜ୍ଞବର ।କାଳ କାମ ନିଦ୍ରା ତୁମ୍ଭେ ଦେଇଅଛ ତେଜିଚଉଦ ଭୁବନେ ତବ ମହିମା ବିରାଜି ।ଅତ୍ରି ମହାଋଷି ଯାର ଅଟନ୍ତି ତ ପିତାଅନୁସୂୟା ଅଟେ ପୁଣି ଯାର ନିଜ ମାତା ।ନମସ୍ତେ ବ୍ରହ୍ମଋଷି ହେ ମହାବ୍ରହ୍ମଜ୍ଞାନୀଅତୁଳାୟିତ ପୁରୁଷ ମହିମା କେ ଜାଣି ।ଦୁର୍ବାସା ସନ୍ତୋଷ ହେଲେ ଶ୍ରୀକୃଷ୍ଣ ବଚନେବୋଇଲେ ଶୁଣିବା ଆହେ ଦେଵ ଜନାର୍ଦ୍ଦନେ ।ଅଶେଷ କୋଟି ବ୍ରହ୍ମାଣ୍ଡେ ତୁମ୍ଭେ ଆଦି ପିତାକି ଅବା ବର୍ଣ୍ଣିବି ମୁହିଁ ତୁମ୍ଭ ଗୁଣଗାଥା ।ତୁହି ଦେବ ଅନନ୍ତ ହେ ମହାବିଶ୍ୱରୂପୀସ୍ଥାବର ଜଙ୍ଗମ କୀଟ ସବୁଠାରେ ବ୍ୟାପୀ ।ଦେବାଧି ଦେବଙ୍କ ପରେ ଅଟୁ ଦେବରାୟେଅଶେଷ ଭୁବନେ ତବ ବ୍ୟାପିଅଛି କାୟେ ।ଭୋଦେବ ଅଶେଷ ପୁରେ ଯେତେ ଜୀବ ଜାତତୋହରଠାରୁ ସକଳ ହୁଅନ୍ତି ସମ୍ଭୁତ ।ତୁହି ଦେବ ନାରାୟଣ ନର ଅବତାରପୃଥିବୀର ଭାରାଭର ତୁମ୍ଭେ ତ ଉଦ୍ଧାର ।ଶ୍ରୀକୃଷ୍ଣ ବୋଇଲେ ମୁନି ତୁମ୍ଭହେତୁ ସିନାଦ୍ୱାରାବତୀ ଭୁବନ ଯେ ଅତ୍ୟନ୍ତ ପାତନା ।ଭୋ ମୁନି ଏକାନ୍ତ କଥା ପଚାରଇ ତୋତେଭୂତ ଭବିଷ୍ୟତ ବାଣୀ କହିବୁଟି ମୋତେ ।ରୁକ୍ମିଣୀ ଦେବୀ ପ୍ରଥମ ମାସ ଗର୍ଭଗତଜାଣଟିକି ମୁନି ଆହେ କିସ ହେବ ଜାତ ।ଦୁର୍ବାସା ଋଷି ହସିଲେ ସେହି କଥା ଶୁଣିବୋଇଲେ କି ନ ଜାଣୁ ତୁ ପୁଚ୍ଛୁ ଚକ୍ରପାଣି ।ବିଶ୍ୱକୂଟ ମାୟା ତୁହି ଭିଆଇଛୁ କିସକେ ତାହା ଅନ୍ୟଥା କହିପାରେ ଜଗଦୀଶ ।ଏ ତୋହର ମାୟାଗୋଟି ଦେବେ ଅଗୋଚରମୋତେ ଏହା କାହିଁପାଇଁ ପୁଚ୍ଛ ଚକ୍ରଧର ।ରୁକ୍ମିଣୀ ବୋଇଲେ କିସ କୁହ ଦୁଇଜଣେଗୁପତ କରିଣ ମୋତେ ଲୁଚାଅ ଆପଣେ ।ଦୁର୍ବାସ ବୋଇଲେ କିସ ତୁମ୍ଭଙ୍କୁ କହିବାଶୁଣିଲେ ବ୍ୟଥା ପାଇବ ହୋଇଅଛି ଯେବା ।ରୁକ୍ମିଣୀ ବୋଇଲେ ମୁନି କହ ମୋତେ ଫେଡ଼ିହୃଦୟ ମନରୁ ଭ୍ରାନ୍ତି ଯାଉ ମୋର ଛାଡ଼ି ।ଦୁର୍ବାସା ବୋଇଲେ ଜିଦି ଯେବେ ଧର ମାତସାବଧାନେ କହିବାଟି ଶୁଣ ସେହି ତତ୍ତ୍ୱ ।ମାଗୋ କାମ ଦଗ୍ଧ ହେଲା ହର କୋପାନଳେସେ ଏବେ ତୁମ୍ଭ ଗର୍ଭରୁ ଜନ୍ମିବ ଶୟଳେ ।ବଳବନ୍ତ ଗୁଣବନ୍ତ ବିଜ୍ଞ ଶିରୋମଣିସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ହୋଇବ କାରେଣି ।ନାରାୟଣ ଯାର ପିତା ଲକ୍ଷ୍ମୀ ଯାର ମାତାତ୍ରିଭୁବନରେ ତାହାକୁ କେ ହେବ ଶକତା ।ଦ୍ୱିତୀନାରାୟଣ ଭବେ ହେବେ ଅବତାରଖଣ୍ଡନ କରିବେ ନିଶ୍ଚେଁ ପୃଥିବୀର ଭାର ।ଅନେକ ପୁତ୍ର ନାତି ଯେ ହୋଇବେ ତାଙ୍କରଚିରାୟୁ ଧନ ସମ୍ପଦ ହୋଇବ ଅପାର ।ଏକ ଅବିଗୁଣ ହେବ ଅଛଇ କଥାଏକହିଲେଟି ଖେଦ ମନେ ପାଇବ ଗୋ ମାଏ ।ରଜଚକ୍ର ଯୋଗୁଁ ଫଳ ଫୁଲ ହେବ ନଷ୍ଟଥୋକେଦିନ ପୁତ୍ରତୋର ହେବେ ସ୍ଥାନଭ୍ରଷ୍ଟ ।ଏ କଥାରେ ମନେ ଭ୍ରାନ୍ତି ନ କର ତୁ କିଛି ।ଆଗୁହୁଁ ବିଧାତା ଯାହା ଭିଆଇଣ ଅଛି ।ଅନ୍ତୁଡ଼ିଶାଳରେ ପୁତ୍ର ଥାଆନ୍ତେ ତୋହରିଗୁପ୍ତେ ଦାନବ ଶମ୍ୱର ନେବ ତାଙ୍କୁ ହରି ।ରୂପ ଦେଖିଣ ମୋହିତ ହୋଇବ ଦଇତପ୍ରାଣେ ମାରିବାକୁ ତାର ନ ବଳିବ ଚିତ୍ତ ।ମଞ୍ଜୁଷ ଭିତରେ ତାକୁ ଯତନେ ପୂରାଇସପ୍ତ ସମୁଦ୍ର ମଧ୍ୟକୁ ଦେବ ଫୋପାଡ଼ଇ ।ଅକୁଳିତ ସମୁଦ୍ରେ ସେ ପଡ଼ିବ ବହନଆହାର ମଣିଣ ତାହା ଗିଳିଦେବ ମୀନ ।ଆଗହୁଁ ବିଧାତା ଏହା ଅଛଇ ଭିଆଇଧୀବର ଜାଲରେ ମୀନ ଧରାହେବ ଯାଇ ।ମାଛ ପାଇଣ ଧୀବର ଆନନ୍ଦ ହୋଇବସାରାବତୀ କଟକରେ ରାଜାକୁ ଭେଟିବ ।ନୃପତି ଅଗ୍ରତେ ଦେବ ନେଇ ଦରଶନିମାୟାବତୀ ପୁରକୁ ସେ ମାଛ ଯିବ ଘେନି ।ମୀନ କାଟନ୍ତେ ଗର୍ଭରୁ ଜନ୍ମିବ କୁମରତୁହଁ ମୀନକେତନ ଯେ ହେବ ଅବତାର ।ସେ ଦିନ ରତିଦେବୀର ପୂର୍ଣ୍ଣ ହେବ ବାଞ୍ଛାଆପଣା ସ୍ୱାମୀକି ପାଇ ହୋଇବ ସେ ରକ୍ଷା ।ତା ହସ୍ତେ ଶମ୍ବର ହେବ ସବଂଶରେ କ୍ଷୟଲେଉଟି ତୋ ପୁରେ ଆସି ମିଳିବ ତନୟ ।ମାଗୋ ତୁ ପ୍ରତ୍ୟକ୍ଷେ ଲକ୍ଷ୍ମୀ କୃଷ୍ଣର ଘରଣୀଅଶେଷ କୋଟି ବ୍ରହ୍ମାଣ୍ଡେ ଅଟୁ ଠାକୁରାଣୀ ।କୀଟୁ ବ୍ରହ୍ମା ପରିଯନ୍ତେ କରୁ ଅନ୍ନଦାନବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ଯାହାଙ୍କ ଅଧୀନ ।ମାଗୋ ଦେବତାଙ୍କୁ ତୁହି କରିପାରୁ ହତତୋହର ବ୍ୟତିରେକରେ ଅପର ନାହିଁତ ।ରୁକ୍ମିଣୀ ଭଣି ପ୍ରତ୍ୟକ୍ଷେ ତୁମ୍ଭେ ପିତାମହଭୂତ ଭବିଷ୍ୟାଦି ତିନିକାଳ କଥା କହ ।କେବେହେଁ ଅନ୍ୟଥା ନୁହେଁ ତୁମ୍ଭର ଯେ ବାଣୀଶୁଣିକରି ଯେ ସନ୍ତୋଷ ହେଲେ ତପିମଣି ।ଅନ୍ତର୍ଦ୍ଧାନ ହୋଇ ତହୁଁ ଚଳିଲେ ତକ୍ଷଣଏଥୁ ଅନନ୍ତରେ ରସ ଶୁଣ ନୃପରାଣ ।ମୁନି ଯାନ୍ତେ ଅନ୍ତଃପୁର ତେଜି ଭଗବାନସୁଧର୍ମା ସଭାରେ ଆସି ମିଳିଲେ ବହନ ।ଉଗ୍ରସେନ ଆଦିକରି ସମସ୍ତ ଯାଦବେଆସ୍ଥାନେ ବସିଲେ ଆସି ଯେ ଯାହାର ଠାବେ ।ବସୁଦେବ ଅନାଧୃଷ୍ଟ ସାତ୍ୟକି ଅକ୍ରୂରଉଦ୍ଧବ ସହସ୍ରାଜିତ କୃତବର୍ମା ବୀର ।ଦେବକୀର ଷଡ଼ପୁତ୍ର ରାମଙ୍କ ସହିତେସୁଧର୍ମା ସଭାରେ ଆସି ବସିଲେ ସମସ୍ତେ ।ଏସନ ସମୟେ ବାର୍ତ୍ତା ଜଣାଏ ଜ୍ୟୋତିଷରୁକ୍ମିଣୀ ଦେବୀର ଗର୍ଭ ହେଲା ପାଞ୍ଚମାସ ।ସକଳ ଯାଦବେ ଶୁଣି ସନ୍ତୋଷ ହୋଇଲେଭୀଷ୍ମକ ନୃପତି ରାଜ୍ୟେ ଦୂତ ବରଗିଲେ ।ଦେବକୀ ଯେ ଇନ୍ଦୁମତୀ ଆଦି ଯେତେ ବାଳୀପାଞ୍ଚମାସ ବନ୍ଦାପନା କଲେ ସର୍ବେ ମିଳି ।ଲଡୁମୁଆଁ ପଣା ଖଜା ଚିତାଉ ଉତ୍ସବନଗର ମଣ୍ଡାଇ କଲେ ନାନାଦି ସମ୍ଭର୍ବ ।ସକଳ ରାଜ୍ୟରେ କଥା ହୋଇଲା ପ୍ରକାଶଦିନକୁଦିନ ରୁକ୍ମିଣୀ ପାଇଲେ ଅଳସ ।କେଶବାସ ଆଦି ନାନାଭୋଗ ସେ ଛାଡ଼ିଲେପଲ୍ୟଙ୍କ ସୁପାତି ତେଜି ଭୂମିଶଯ୍ୟା କଲେ ।ନ ରୁଚଇ ଅନ୍ନପାଣି ନ ଚଳଇ ଦେହଗନ୍ଧ ଚନ୍ଦନ କର୍ପୁରେ ନ ବଳିଲା ସ୍ନେହ ।ଅତି ଅଶକତେ ଚଳି ନ ପାରଇ ଦେହୀଗର୍ଭ ମହାଭାରା ଦେବୀ ନ ପାରନ୍ତି ସହି ।ଏମନ୍ତ ପ୍ରକାରେ ତହୁଁ କେତେଦିନ ଗଲାକ୍ରମେ କ୍ରମେ ଦଶମାସ ସମ୍ପୂର୍ଣ୍ଣ ହୋଇଲା ।ଋଷଭ ଶୁକ୍ଳ ଯେ ଏକାଦଶୀ ଚନ୍ଦ୍ରବାରଚିତ୍ରାନାମରେ ନକ୍ଷତ୍ର ଅଟେ ସେ ଦିନର ।ସକଳ ଶୁଭ ଯୋଗରେ ଶୁଭ ତାର ଅଛିବାର ନକ୍ଷତ୍ରର ଅବିଗୁଣ ନାହିଁ କିଛି ।ବିଷ୍ଟି ନାମରେ କରଣ ଅତିଗଣ୍ଡ ଯୋଗବୃଷ ସଙ୍କରାନ୍ତିକୁ ଯେ ବିଂଶଦିନ ଭୋଗ ।ଏକାଦଶୀ ଦଣ୍ଡର କକଡ଼ା ଲଗ୍ନେ ଯଥାରୁକ୍ମିଣୀ ଦେବୀଙ୍କର ଯେ ହେଲା ଗର୍ଭବ୍ୟଥା ।ପାରୁଶେ ବେଢ଼ିଲେ ଆସି ବହୁ ଦାସୀବୃନ୍ଦଯେ ଯାହାର ଅନୁରୂପେ ହୋଇଣ ଆନନ୍ଦ ।ଶ୍ରୋତ୍ରିୟ ବ୍ରାହ୍ମଣମାନେ ବେଦ ପାଠକରିଗୋ ଦୋହନ କରାଇଲେ ଶିବଙ୍କ ଉପରି ।ଦେବତାମାନଙ୍କୁ ପୁଣି କଲେ ବହୁସ୍ତୁତିରୁକ୍ମିଣୀ ଗର୍ଭୁ କୁମର ଖସିପଡ଼େ କ୍ଷିତି ।ଫଳ ଫୁଲ ରକତ ଯେ ମଳସୂତ୍ର ସଞ୍ଚଧରାରେ ଶୟନ କଲେ ରୁକ୍ମିଣୀର ବତ୍ସ ।ଜାଜ୍ଜ୍ୱଲ୍ୟମାନ ଜ୍ୟାତି ଯେ ମହା ଜ୍ୟୋତିର୍ମୟେନିର୍ମଳ ଗଗନେ ଯେହ୍ନେ ଚନ୍ଦ୍ରମା ଉଦୟେ ।ଅତୁଲାୟିତ ବଦନ ଶୋଭା ରୂପରାଶିପ୍ରତ୍ୟକ୍ଷରେ କାମ ଭବେ ବିଜେ କଲେ ଆସି ।କୋଳାହଳ ଶବଦ ଯେ ଶୁଭେ ଘୋରଧ୍ୱନିଶୋଭାରେ ମୋହୁ ଅଛଇ ସ୍ୱର୍ଗ ମର୍ତ୍ତ୍ୟ ବେନି ।ରୁକ୍ମିଣୀଙ୍କ ନିକଟରେ ଥିଲେ ପରିବାରୀମୁଖରେ ପାଣି ସିଞ୍ଚିଣ ସଚେତ ସେ କରି ।ତପତ ସଲିଳ ସ୍ୱର୍ଣ୍ଣ ଭାଣ୍ଡରେ ପୂରାଇଦ୍ୱାଦଶ ନୀରରେ ପଞ୍ଚାମୃତକୁ କରାଇ ।ତିଳ ଅଏଁଳାକୁ ଘୋଟି ଲେପିଲେକ ଅଙ୍ଗେସ୍ୱର୍ଣ୍ଣଶାମୁକାରେ ନାଭି ଛେଦିଦେଲେ ବେଗେ ।ଅର୍ଘ୍ୟ ବନ୍ଦାଇ ଦେବକୀ ଦେବୀ ଇନ୍ଦୁମତୀକୁଶସ୍ଥଳୀ ଦ୍ୱାରକାରେ ଆନନ୍ଦ ହୁଅନ୍ତି ।କୁମର ଉତ୍ସବେ ହେଲା ହାଟବାଟ ଜୂରବାଜଇ ଯେ ଢୋଲ ଦମା ଭେରୀ ଶଙ୍ଖତୂର ।ହାଟବାଟ ନଗରରେ ଉତ୍ସବ କରିଲେମେଲା ମଣ୍ଡପରେ ସ୍ୱର୍ଣ୍ଣତ୍ରୋଣା ଲମ୍ବାଇଲେ ।କାନ୍ଥ ବାଡ଼ମାନଙ୍କରେ ଦେଲେ ବହୁଝୋଟିନେତ ଉପାଙ୍ଗ ଚିରାଳ ଉଡ଼େ କୋଟି କୋଟି ।ଦ୍ୱାରେ ଦ୍ୱାରେ ରମ୍ଭାତରୁ ଚୂତପତ୍ର ଡାଳପୂର୍ଣ୍ଣକୁମ୍ଭ ପୂରାଇଣ ସ୍ଥାପିଲେ ସକଳ ।ହାଟୁଆ ବାଟୁଆ ଆଉ ବଣିକ ପସାରିରୁକ୍ମିଣୀ ପୁତ୍ର ଜନ୍ମରେ ଆନନ୍ଦିତ ଭାରି ।ଏଥୁ ଅନନ୍ତରେ ପୁଣି ଅମର ପୁରରେବୃହସ୍ପତି ଜଣାଇଲେ ଇନ୍ଦ୍ରଙ୍କ ଛାମୁରେ ।ସାବଧାନ ହୋଇ ତୁମ୍ଭେ ଶୁଣ ମଘବାନଏକ୍ଷଣି ରୁକ୍ମିଣୀ ଗର୍ଭୁ ପୁତ୍ର ହେଲେ ଜନ୍ମ ।ମହୀର ଭାରାଭର ସେ କରିବେ ଉଶ୍ୱାସବାଣା ବଜ୍ରନାଭ ଆଦି ସବୁ ଯିବେ ନାଶ ।ଶୁଣି ମହାସନ୍ତୋଷ ଯେ ହେଲେ ପରମେଷ୍ଠୀଇନ୍ଦ୍ର ଦୁନ୍ଦୁଭି ବଜାଇ କଲେ ପୁଷ୍ପବୃଷ୍ଟି ।ସ୍ତିରୀଗଣମାନେ ରୁଣ୍ଡ ହୋଇଲେ ସକଳଜୟ ମଙ୍ଗଳ ଉଚ୍ଚାରି ଅନ୍ତୁଡ଼ିର ଶାଳ ।ଅଗରୁ ଚନ୍ଦନେ ଲଗାଇଲେ ସେ ବହନିହୁଳହୁଳି ଦ୍ୟନ୍ତି ମିଳି ଅହିଅ କାମିନୀ ।ଗଜଦନ୍ତ ପଲ୍ୟଙ୍କରେ ସୁପାତି ସଜାଇସ୍ତିରୀଗଣମାନେ ପୁଅ ଶୁଆଇଲେ ନେଇ ।ରୁକ୍ମିଣୀଙ୍କୁ ଶୌଚକରି ସକଳ ଯୁବତୀଇନ୍ଦ୍ରଗୋବିନ୍ଦ ଚାନ୍ଦୁଆ ଟାଣିଲେ ଚୌକତି ।ରଥ ଗଜ ପଦାତିକ ଚତୁରଙ୍ଗ ବଳଖଞ୍ଜାରେ ରହିଲେ ତହିଁ ଯେଝାରେ ସକଳ ।ଜଗନ୍ନାଥ ବଳରାମ ଆଗେ ଉଭା ହୋଇସକଳ ସଞ୍ଚା କରଲେ ଦ୍ରବ୍ୟନ୍ତି ଭିଆଇ ।ସାତ୍ୟକି ଯେ ଅନାଧୃଷ୍ଟ ରାମ ଉଗ୍ରସେନଉଦ୍ଧବ ଅକ୍ରୂର ଆଦି ହେଲେ ତୋଷମନ ।ଏଥୁଅନ୍ତେ ଅସ୍ତାଚଳେ ଗଲେ ଦିନମଣିକହୁଁ କହୁଁ ପ୍ରବେଶିଲା ଆସିଣ ରଜନୀ ।ସକଳ ଯାଦବମାନେ ଯେଝାପୁରେ ଗଲେଯଥାବିଧି ସ୍ନାନ ଭୋଜନାଦି ଶେଷ କଲେ ।ରକ୍ଷକମାନେ ରହିଲେ ଅନ୍ତୁଡ଼ିର ଶାଳଭିତରକୁ ବିଜେ କଲେ କୃଷ୍ଣ କାମପାଳ ।ଅତି ଆନନ୍ଦ ଉତ୍ସବେ ରହିଲେ ସକଳେବିଜେ କଲେ ସର୍ବେ ଯାଇ ନିଜ ନିଜ ଆଳେ ।ବିଶ୍ୱେଦେବା ଶାପ ଏବେ ହୋଇଲା ମୋଚନଶମ୍ୱର ନାଶିବା ପାଇଁ ଜନ୍ମିଲେ ପ୍ରଦ୍ୟୁମ୍ନ ।ବାଳଅର୍କ ଜିଣି ପ୍ରଭା ଦିଶେ ସେ ଶିଶୁରଯେଣୁ ସେ ଅଟଇ ପ୍ରତିମୂର୍ତ୍ତି ମଦନର ।ସେ ରତିପତିର ପଦେ ରହୁ ମୋର ମତିଅତି ଦୀନହୀନ ଅଟେ ମୁଁ ଦାସ ଅଚ୍ୟୁତି ।ଶମ୍ବରାସୁର କର୍ତ୍ତୃକ ପ୍ରଦ୍ୟୁମ୍ନ ଅପହରଣ ଏବଂ ସମୁଦ୍ର ଗର୍ଭକୁ କ୍ଷେପଣଶୁକ ବୋଇଲେକ ଶୁଣ ପରୀକ୍ଷ ନୃମଣିନାରଦ ମହାମୁନି ସେ ବାର୍ତ୍ତାପାଇ ପୁଣି ।ମନପବନ ଚଢ଼ିଣ ଆସି ମହାଯତିଶମ୍ବର ପୁରେ ପ୍ରବେଶ ହେଲେ ତକ୍ଷଣାନ୍ତି ।ସମ୍ଭର୍ବେ ଶମ୍ବର ରାଜା ଆସ୍ଥାନରେ ବସିବେଦ ଅଧ୍ୟୟନ କରି ମିଳିଲେକ ଋଷି ।ପ୍ରତ୍ୟକ୍ଷରେ ବ୍ରହ୍ମାଙ୍କର ପରାୟେ ବଦନରସାଣିଲା ସ୍ୱର୍ଣ୍ଣ ପ୍ରାୟେ ଦିଶେ ଛନ୍ନ ଛନ୍ନ ।ବିଭୂତି ବିଲେପନ ସେ ଅତିଅନ୍ତ ଶୋଭାମର୍କତ ଲିଙ୍ଗ ପରାୟେ ଦେଖାଯାଏ ଆଭା ।ମସ୍ତକରେ ମଣି କର୍ଣ୍ଣଯୁଗଳେ କୁଣ୍ଡଳଚନ୍ଦ୍ରମା ପରାୟେ ସେହୁ ଦିଶେ ଢଳ ଢଳ ।ରଙ୍ଗ ବସ୍ତ୍ର ପରିଧାନ ଓଢ଼ିଆଣୀ ବନ୍ଧଉତ୍ତରୀ ଯଜ୍ଞୋପବୀତ ପ୍ରୋକ୍ଷଣୀ ଯେ ଛନ୍ଦ ।କରେ ବେଦକାଣ୍ଡି ପୋଥି କମଣ୍ଡଳୁ ବୀଣାବୃହତ୍ସାମ ଗାୟନ ସେ କରି ଅଗଣନା ।ମନ ପବନ ଦଣ୍ଡକୁ ଆରୋହିଣ ବେଗେଅଦ୍ଭୁତେ ମିଳିଲେ ଯାଇ ଶମ୍ବରର ଆଗେ ।ଯେସନେ ଚନ୍ଦ୍ରମା ଉଇଁ ଆସଇ ଆକାଶୁଁତେସନେକ ସଞ୍ଜାତରେ ଦିଶେ ମୁନି ଆସୁ ।ଦେଖିଣ ଶମ୍ବର ଉଠେ ଆସନକୁ ମାଡ଼ିସାଷ୍ଟାଙ୍ଗରେ ପ୍ରଣମଇ ମୁନିପାଦେ ପଡ଼ି ।ଗନ୍ଧ ଧୂପ ଦେଇ କରି କରେ ପାଦପୂଜାଅନେକ ସ୍ତୁତି ବଚନ ବୋଲେ ମହାରାଜା ।ଅଷ୍ଟରତନ ଆସନେ କୃଷ୍ଣାଜିନ ପାଡ଼ିଗୌରବ ପାଇ ବସିଲେ ଆସନକୁ ମାଡ଼ି ।ରାଜାର ଭକତି ଦେଖି ଭଣି ମୁନିବରବିଶ୍ୱାସ କଥା ତୋତେ ହୋ କହିବା ନୃବର ।ଯେଣୁ ସର୍ବକାଳେ ତୁହି କରୁ ଆମ୍ଭ ସେବାଏଡ଼େ ବଡ଼ କଥା କେହ୍ନେ ତୋତେ ନ କହିବା ।ରକ୍ଷ ଭକ୍ଷ ବୀଣା ମଧୁକୈଟଭ ଅସୁରେମହା ମହା ବୀର ଥିଲେ ଏହି ପୃଥିବୀରେ ।ପାପ ଆଚରଣ କରି ଅଳ୍ପେ ଗଲେ ନାଶବହୁକାଳ ବଞ୍ଚିଲୁ ତୁ ପୁଣ୍ୟତ୍ମା ପୁରୁଷ ।ତେଣୁ କରି ତୋତେ ଆମ୍ଭେ କରୁ ବଡ଼ ଦୟାଅସୁରଙ୍କଠାରେ ହରି କରେ ବଡ଼ ମାୟା ।ଆମ୍ଭର କର୍ଣ୍ଣରେ ଶୁଣି ପାଉ ବଡ଼ ତ୍ରାସତୋହଭଳି ଲୋକ ଯେବେ ଯିବ ଅଳ୍ପେ ନାଶ ।ସମୟେ ଭୋଗ କରିଲୁ ନିଷ୍କଣ୍ଟେ ଧରଣୀଏତେକାଳେ ବିଧାତା ଯେ ଖଣ୍ଡିଲା ତା ଆଣି ।ସେ କଥାମାନଙ୍କୁ ତୋତେ କହିବା ବତାଇତେଣୁ କରି ଧାତିକାରେ ଅଇଲୁ ଚଳାଇ ।ଆପଣା ଆୟୁଷ ଥିଲେ ସବୁ ଅର୍ଜିପାରିଶରୀର ଗଲେ କେହି ତ ନୁହଇ କାହାରି ।ଶମ୍ୱର ବୋଇଲେ ତୁମ୍ଭେ ଭବିଷ୍ୟତ ଜ୍ଞାତାତୁମ୍ଭର ବଚନ କିଏ କରିବ ଅନ୍ୟଥା ।ଏହି କଥା ଶୁଣି ମୋତେ ଲାଗେ ବଡ଼ ଭୟଏଥିରୁ ପାରି ହେବାକୁ ଅଛି କି ଉପାୟ ।ନାରଦ ବୋଇଲେ ତୁହି ନ ଜାଣୁ ବା କିସନବ ନାଟକ ତୁଲରେ ଜାଣଉ ତୁ ସର୍ବସ୍ୱ ।ସଚରାଚର ପୃଥ୍ୱୀରେ ଏକ ଚକ୍ରବର୍ତ୍ତୀଅସୁରଙ୍କ ଶ୍ରେଷ୍ଠ ତୁହି ଜାଣୁ ମାୟାରୀତି ।ତୋହର ବୁଦ୍ଧିରେ ତୁହି ରକ୍ଷା ହୁଅ ବାବୁଆପଣେ ବିନାଶ ହେଲେ ନଷ୍ଟ ହେବ ସବୁ ।ତୋର ଭଳି ଲୋକ ଜଣେ ଅତିପୁଣ୍ୟେ ପାଇଅନେକ ଯଶ ଲଭଇ ଶ୍ରେଷ୍ଠ ସେ ବୋଲାଇ ।କେହି କାହାର ନୁହଇ ଆପଣାର ଅନ୍ତେସକଳ ଅର୍ଜିପାରି ଯେ ନିଜେ ନିଜେ ଥାନ୍ତେ ।ତୋହର ଅଭାବେ ଆମ୍ଭେମାନେ ବଡ଼ ବ୍ୟଥାତେଣୁକରି ଗୁପତରେ କହିବୁଟି କଥା ।ଶ୍ରୀକୃଷ୍ଣଙ୍କର ନନ୍ଦନ ହୋଇଲା ଜନମସେ ତୋତେ ନିଶ୍ଚେମାରିବ ନାମ ତା ପ୍ରଦ୍ୟୁମ୍ନ ।ଶମ୍ବର ବୋଇଲା ମୁନି କହ ମୋତେ ଫେଡ଼ିକେମନ୍ତେ ତାକୁ ମାରିବି ହଂସା ଯାଏ ଉଡ଼ି ।ଏକାନ୍ତରେ ଶମ୍ବରକୁ ଡାକି ମୁନିବରବୋଇଲେ ସତ୍ୟ କର ତୁ ଆମ୍ଭର ଆଗର ।କାହାର ଆଗରେ ଏହି କଥା ନ କହିବୁତୋହର ବ୍ୟତିରେକରେ ଆନେ ଫେଡ଼ିବୁ ।ମୁନିଙ୍କର ବାକ୍ୟେ ରାଜା ସତ୍ୟ କଲା ଉଠିଆନର ଆଗେ କହିଲେ ମୂର୍ଦ୍ଧା ଯିବ ଫାଟି ।ମୁନି ବୋଇଲେ ତୁ ଏବେ ଶୁଣ ନୃପବରଅନ୍ତୁଡ଼ି ଶାଳରେ ଯାଇ କର ତୁ ସଂହାର ।ଏତେ କହି ଅନ୍ତର୍ଦ୍ଧାନ ହେଲେ ମହାମୁନିଶୁଣିଣ ଶମ୍ୱର ରାଜା ମନେ ହୁଏ ଗୁଣି ।ଆପଣା ହୃଦଗତରେ ଭାଳେ ନୃପନିଧିମହା ସଂକଟ ପଡ଼ିଲା କରିବା କି ବୁଦ୍ଧି ।ଭୋ ଧର୍ମଦେବତା ମୋତେ ପ୍ରତିକାର କରଏ ଦୁଃସହ ସଂକଟରୁ ଉଦ୍ଧରିଣ ଧର ।ନାରଦ ମୁନି ବିଧାତ ପ୍ରତ୍ୟକ୍ଷେ ଅଟନ୍ତିତାହାଙ୍କ ବଚନ କେହୁ କରିବଟି ନାସ୍ତି ।ତାହାଙ୍କର ଦୟା ଯେଣୁ ଅଛଇଟି ଚିତ୍ତେସନ୍ଦେହ ବାରତାମାନ କହିଗଲେ ମୋତେ ।କେମନ୍ତ ପ୍ରକାର ମୁହିଁ ହୋଇବିଟି ରକ୍ଷାନୋହିଳେ ବହିବି ଜାଣ ସନ୍ନ୍ୟାସର ଦୀକ୍ଷା ।କରିବଇଁ ଦେଶାନ୍ତର ସାଧି ବ୍ରହ୍ମଜ୍ଞାନଏ ରାଜସମ୍ପଦେ ମୋର ନାହିଁ ପ୍ରୟୋଜନ ।ଏତେ ବୋଲିଣ ଅନେକ ସନ୍ତାପ କରଇବେନି ନୟନରୁ ତାର ନୀର ବହିଯାଇ ।ଭାବେ ସ୍ୱର୍ଗ ପାତାଳ ମୁଁ ଜିଣିପାରେ ଦର୍ପେଅସଂଖ୍ୟ କୀର୍ତ୍ତି ମୋହର ଅଛି ସପ୍ତଦ୍ୱୀପେ ।କର୍ମରେ ଅଛି ପୁଣି ତ ଏସନ ଭବିଷ୍ୟବାଳୁତ ପୁତ୍ର ହାତରେ ହେବି ପ୍ରାଣେ ନାଶ ।ଦେଖୁ ଦେଖୁ ମଣ୍ଡୁକୀ ତ ଗଜକୁ ଗିଳିଲାମରଣରୁ ଉଗୁଳିଣ ଲଜ୍ଜା ମୋ ବଳିଲା ।ପୁଣି ଭାଳେ ଉପାୟରେ ହେବ କାର୍ଯ୍ୟସିଦ୍ଧିଆଗହୁଁ ଭାବିବାର ତ ନୁହେଁ ଭଲ ବୁଦ୍ଧି ।ଆଗତ କଥାରୁ ଯେହୁ ଭାବନା କରଇତାହାଠାରୁ ଅଜ୍ଞପ୍ରାଣୀ ଜଗତରେ ନାହିଁ ।ବଳବୀର୍ଯ୍ୟ ପରାକ୍ରମ ପୌରୁଷ ଆୟୁଷଶୋଚନା କଲେ ଏମାନ ଅଳ୍ପେ ପାଇନାଶ ।ମୋହର ବୁଦ୍ଧିବଳରେ ସାଧିବଇଁ କାର୍ଯ୍ୟନିର୍ବନ୍ଧରେ ନାଶିବି ମୁଁ ତାର ବଳବୀର୍ଯ୍ୟ ।ଏତେ ଭାବିଣ ପାଦୁକା ମନ୍ତ୍ରକୁ ସୁମରିଘଡ଼ିକେ ମିଳିଲା ଯାଇ ଦ୍ୱାରାବତୀ ପୁରୀ ।ନିର୍ବନ୍ଧେ କବାଟମାନ ଅଛି କିଳା ହୋଇକୃଷ୍ଣଙ୍କ ପୁରେ ପଶିଲା ବଳାତ୍କାରେ ଯାଇ ।ରକ୍ଷାପାଳମାନେ ସର୍ବେ ଚାହିଁଛନ୍ତି ବସିନଗର ଭିତରେ ସେହୁ ଗୁପ୍ତେ ଗଲା ପଶି ।ଅନ୍ତୁଡ଼ିଶାଳ ମଧ୍ୟରେ ନିର୍ଭୀକ ସେ ହୋଇକୁମରକୁ ଖୋଜଇ ସେ ମହାଦମ୍ଭ ବହି ।ବାରସ୍ୱତୀ ପରାୟେକ ସେ ଅନ୍ତୁଡ଼ି ଶାଳଉତ୍ତାନଶାୟୀ ହୋଇଣ ଶୋଇଅଛି ବାଳ ।ଗଜଦନ୍ତ ପଲ୍ୟଙ୍କର ହଂସୁଲୀର ତୂଳିମସ୍ତକ ଉପରେ ଇନ୍ଦ୍ରଗୋବିନ୍ଦ ମୁଚୂଳି ।ପାରୁଶରେ ବେଢ଼ିଛନ୍ତି ବହୁ ଧାଇଗଣରୂପ ଦେଖାଯାଏ ଯେହ୍ନେ ଦ୍ୱିତୀ ନାରାୟଣ ।ଖଣ୍ଡେ ଦୂରରୁ ଦେଖିଲା ତାହାଙ୍କୁ ଶମ୍ବରମନ ମଧ୍ୟରେ ଆନନ୍ଦ ହୁଅଇ ଅପାର ।ଚାରିପାଖେ ଜଳୁଅଛି ରତ୍ନ ଦୀପାବଳିଜ୍ୟୋତି ବିରାଜଇ ଯେହ୍ନେ ଝଟକ ବିଜୁଳି ।ସମ୍ପୂର୍ଣ୍ଣ ଚବିଶ ଦଣ୍ଡ ହୋଇଛି ରଜନୀଦେବଙ୍କ ମାୟାରେ ସବୁ ଘୋଟିଛି ମେଦିନୀ ।ଶମ୍ବର ବଧରେ ସୁସ୍ଥ ହେବେ ସ୍ୱର୍ଗବାସୀନିଦ୍ରାବତୀକୁ ଆଗରୁ ତେଣୁ ଦେଲେ ପେଷି ।ଦେଖିକରି ଆନନ୍ଦିତ ସେ ଶମ୍ବର ରାଜବୋଇଲା ନିଶ୍ଚେଁ ମୋହର ସିଦ୍ଧ ହେବ କାର୍ଯ୍ୟ ।ଏତେ ବଡ଼ ସୁଯୋଗରେ ଭେଟ ହୋଇଲାଇଁନିଶ୍ଚେଷ୍ଟ ଭାବରେ ସର୍ବେ ନିଦ୍ରାଛନ୍ତି ଯାଇ ।ଅନ୍ତୁଡ଼ିଶାଳରୁ ପୁତ୍ର ଆଜି ନେବି ହରିପୁଣି ସମୟେ ତାହାକୁ ପକାଇବି ମାରି ।ଚୌରାଶିକୋଟି ଯାଦବ ରାମ କୃଷ୍ଣ ତୁଲେସଂଗ୍ରାମରେ ନ ପାରିବେ ଜଣେ ଜଣେ ବଳେ ।ତାହାଙ୍କ ଜାଣିବା ଯାଏ ଥାଇ କିସ କରିଚାହୁଁ ଚାହୁଁ ଶତ୍ରୁକୁ ଯେ ବଳେ ନେବି ଧରି ।ଏତେ ଭାଳି ସନ୍ନିଧିରେ ମିଳିଲା ସେ ଯାଇବାମ କରରେ ପୁତ୍ରକୁ ଧରେ ଗୋଟିଆଇ ।ଦକ୍ଷକରେ ଯମଦାଢ଼ ଅଛଇ ସେ ଧରିବାମକରେ ପୁତ୍ରକୁ ସେ ଧରେ ଆଣ୍ଟକରି ।ତିନିବେଳ ଆକର୍ଷିଣ ଧରେ ପୁଣ ପୁଣିତିଳେ ଭୂମିରୁ ନ ଉଠେ ସେହି ପୁତ୍ରମଣି ।ପୁଣି ବେନିଭୁଜେ ପୁତ୍ର ଦରାଣ୍ଡି ଧରଇକୋପେ କୋପାନଳ ହୋଇ ଗର୍ଜନ ଛାଡ଼ଇ ।ସର୍ବାଙ୍ଗଯାକରୁ ତାର ଗଳିପଡ଼େ ଝାଳପୁଣ ପୁଣ ଆକର୍ଷିଣ ଧରେ ଶତେବେଳ ।କୌଣସିମତେ କୁମର ନ ଉଠେ ଭୂମିରୁପିମ୍ପୁଡ଼ି ପ୍ରାକର୍ମେ କାହିଁ ତଳିପାରେ ମେରୁ ।ଶମ୍ବର ବିଚାରେ ୟାର ଅଟେ ବଡ଼ ମାୟାତୋଳି ନ ପାରିଲି ମୁହିଁ ବାଳୁତର କାୟା ।ମୋର ଭଳି ଲୋକ ପୁଣି ନ ପାରିଲି ଚାଳିମଣ୍ଡୁକୀ ମୁହିଁ ଏହୁ ତ ସର୍ପ ମହାବଳୀ ।ନୋହିଲେ ନାରଦ ମହାମୁନି କି କହନ୍ତେବିଧାତା ଭେଟାଏ ଆଣି ଏଠାରେ ତ ମୋତେ ।ବାଳେହେଁ ମୋତେ ଏହୁ ତ ଅବଶ୍ୟ ମାରନ୍ତାକଅଁଳା ପୁଅ ବଡ଼ଇ ଅଟେ ସାମରଥା ।ଏତେବେଳେ ଏହାର ନ କଲେ ପ୍ରାଣ ନାଶଜଗତରେ ଅପଖ୍ୟାତି ପାଇବି ଅବଶ୍ୟ ।ବିଧାଏ ମାରିବି ବୋଲି ପାଞ୍ଚିଅଛି ବୁଦ୍ଧିଜାଣୁଛି ମୋହର ନିଶ୍ଚେଁ ହେବେ କାର୍ଯ୍ୟସିଦ୍ଧି ।ଏତେ ଭାଳି ପୁନରପି ସାଉଁଟି ଧରଇତତକ୍ଷଣେ କୁମର ଯେ ଉଠେ ଶୀଘ୍ରହୋଇ ।ସଞ୍ଚାଣ ବକ ପକ୍ଷୀକୁ ଧଇଲା ପରାୟେକୈବର୍ତ୍ତ ମାଛମାନଙ୍କୁ ଯେହ୍ନେ ଗୁନ୍ଥିନିଏ ।କାଞ୍ଚନ ଲାଭ କରଇ ଯେହ୍ନେ ଦୁଃଖୀଜନବ୍ୟାଘ୍ର ଛାଗଳକୁ ଯେହ୍ନେ କରଇ ଭୋଜନ ।ମତ୍ତଗଜେ ଯେଉଁପରି କେଶରୀ ଧରଇସେହିପରି ଶମ୍ବର ଯେ ମହାତୋଷ ବହି ।ପ୍ରଦ୍ୟୁମ୍ନକୁ ଘେନିକରି ପୁରେ ଲେଉଟିଲାସର୍ବଦ୍ୱାର ଜିଣି ଗଲା କେହି ନ ଜାଣିଲା ।ପାହିବାକୁ ତିନିଦଣ୍ଡ ଅଛଇ ରଜନୀଚଳଇ ଶମ୍ବର ମୀନକେତନକୁ ଘେନି ।ଥୋକାଏ ଦୂର ଯାଇଣ ଦେଖେ ପୁତ୍ର ମୁଖବୋଲେ ଫିଟିଲା ଏବେ ତ ମନଭ୍ରାନ୍ତି ଦୁଃଖ ।ପୁଣି ବିଚାରଇ ୟାକୁ ରାଜ୍ୟେ ନେବି ଧରିମାଂସ କାଟିବ ଏହାର ତୁଳା ପ୍ରାୟ କରି ।ମାୟାବତୀ ହାତେ ଦେଇ ତୁଳା ରନ୍ଧାଇବି ମାଂସସୁରା ସଙ୍ଗତରେ ୟାକୁ କରିବଇଁ ଗ୍ରାସ ।ନୋହିଲେ ଗୋଟିକଯାକ ଭଜାଇକ ଘୃତେମଣୋହିକି କରିବଇଁ ମହାତୋଷ ଚିତ୍ତେ ।ପୁଣି ବିଚାରଇ ଏହୁ ମୋ ପ୍ରାଣ ବଇରୀଏହାକୁ ଉପେକ୍ଷା କଲେ ଅବଶ୍ୟ ଏ ମାରି ।ଦଣ୍ଡେ ରଖିବାକୁ ୟାକୁ ନ ବଳଇ ଚିତ୍ତଏତେ ବୋଲି ଯମଦାଢ଼ ଉଞ୍ଚାଏ ଦଇତ ।ବକ୍ଷରେ ମାରିବ ବୋଲି ଭାଳେ ଦୁଷ୍ଟମତିଏସନ ସମୟେ କଣ୍ଠେ ବସିଲେ ଭାରତୀ ।ଚାରିଚକ୍ଷୁ ଏକକରି ଚାହିଁ ମହାରାୟେଜାଜ୍ଜ୍ୱଲ୍ୟମାନ ଜ୍ୟୋତି କି ହୋଇଛି ଉଦୟେ ।କୋଟିଏ ଚନ୍ଦ୍ରମା ଜିଣି ଅକଳଙ୍କ ଜ୍ୟୋତିଦର୍ହସିତ ବଦନରେ ଶୋଭା ସେ ପାଆନ୍ତି ।ଶତେମାଢ଼ ସୁବର୍ଣ୍ଣର ପରି ତନୁ ଆଭାନିର୍ମଳ ଆକାଶ ଯେହ୍ନେ ଆର୍ଦ୍ରାବଳି ଶୋଭା ।ପନ୍ନଗ ନାରାୟଣ ସେ ନାରାୟଣ ବଳାବ୍ରହ୍ମା ଇନ୍ଦ୍ର ଗଙ୍ଗାଧର ବିଷ୍ଣୁ ଚାରିକଳା ।ଆଜାନୁ ବକ୍ଷସ୍ଥଳ କି ପ୍ରଳେ ଭୁଜଦଣ୍ଡଆଲୋକ କର୍ଣ୍ଣମୁଳରେ ପୋହାଳାର ଖଣ୍ଡ ।ଆପେ କନ୍ଦର୍ପ ଭୂତଳେ ନରତନୁ ବହିତାହାକୁ ଦେଖନ୍ତେ କିଏ ନୋହିବ ବା ମୋହି ।ସୁଲଳିତ ଅଙ୍ଗୁଷ୍ଠି କି ଯେହ୍ନେ ଚମ୍ପାକଢ଼ିସୁରେଖ ସେବତୀ ରେଖ ଅଟଇ ପାଖୁଡ଼ି ।ବିକଶିତ ପଦ୍ମପରି ବିରାଜଇ ନେତ୍ରଲୋହିତ କମଳକାନ୍ତି ପାଦ ପାଣି ଗାତ୍ର ।ଅଧରର ଶୋଭାବନ ବଧୂଲିକୁ ଜିଣିଦ୍ୱିତୀ ନାରାୟଣ ମର୍ତ୍ତ୍ୟେ ଜନ୍ମିଛି କି ଜାଣି ।ଦେଖିଣ ଶମ୍ବର ରାଜା ହୋଇଲାକ ମୋହିପୁଣି ପୁଣି ବାଳୁତର ରୂପ ନିରେଖଇ ।ବୋଲେ କେବଣ ବିଧାତା ଗଢ଼ିଲା ଏହାକୁନାହିଁ ପଟାନ୍ତର ତିନିପରରେ ଦେବାକୁ ।ବାଳୁତାକାଳୁଁ ସୁନ୍ଦରପଣ ୟାର ଏତେମୁଖ ଚାହିଁଲା ମାତ୍ରକେ ଦୟା ହୁଏ ଚିତ୍ତେ ।ଦେଖୁ ଦେଖୁ ଏହାକୁ ମୁଁ କେମନ୍ତେ ମାରିବିସମୟେ ଛାଡ଼ିଣ ୟାକୁ ବନ୍ଦୀରେ ରଖିବି ।ନୋହିଲେ ପୁତ୍ର କରିବି ଏହାକୁ ମୁଁ ଭଲେପ୍ରୀତି ବଢ଼ାଇବି ନେଇ ପୁତ୍ରଙ୍କର ତୁଲେ ।ପୁଣି ବିଚାରଇ ଏ ତ ସଂକଟର କଥାଏହି ଜୀଇଁଥାନ୍ତେ ମୁହିଁ ନ ଜୀଏଁ ସର୍ବଥା ।ଦେଖୁ ଦେଖୁ ଆତ୍ମାବୈରି ଛାଡ଼ିବି କେମନ୍ତେଭଭୟ ସଂକଟ ଆସି ପଡ଼ିଲାକ ମୋତେ ।ଯଦି ଖଣ୍ଡ କ୍ଷୀରଦେଇ କାଳସର୍ପ ପୋଷିବେଦଶାସ୍ତ୍ର ପରମାଣେ ଦଂଶେ କାଳେ ଆସି ।କର୍ପୁରର ବଳିତାରେ ଜାଳି ଦୀପାବଳିଆହାଲାଦ କଲେ ପଛେ ହେବ କି ଶୀତଳି ।ଦେଖୁ ଦେଖୁ ବିଷ କେହ୍ନେ ଭକ୍ଷିବଇଁ କରେକର ପାଦ ବାନ୍ଧିହୋଇ ପଡ଼ଇ କେ ଜଳେ ।ଶ୍ରୀନାରଦ ମହାମୁନି କହି ତଥ୍ୟବାଣୀସର୍ବଶୁଭ ଅନୁକୂଳ ଅଛଇ ତା ଶୁଣି ।କୁଶସ୍ଥଳୀ କଟକରେ ପଶିଲି ଧସାଇସୁଦର୍ଶନ ଚକ୍ର ଯହିଁ ନିରତେ ବୁଲଇ ।ତହିଁରେ ପଶିଲି ମାୟା ସ୍ୱରୂପକୁ ଧରିଅକଣ୍ଟକ ରାଜ୍ୟ ପୁତ୍ର ଆଣିଲି ମୁଁ ହରି ।କୃନ୍ତାତକ ତେଜ ଯେଉଁ ପୁରେ ନ ଲାଗଇଏଡ଼େ ବଡ଼ ଭରସା ମୋ ପଶିଲି ଧସାଇ ।ଯାହା ବାଞ୍ଛା କରିଥିଲି ପାଇଲଇଁ ଭଲେସପ୍ତାଙ୍ଗେ ମରିବି ୟାକୁ ମୁହିଁ ନ ମାଇଲେ ।ଏତେ ବୋଲିଣ ପୁତ୍ରକୁ ଚାହିଁଲା ରାକ୍ଷସଜଗମୋହନ ମୁରତି ଦେଖି ହେଲା ତୋଷ ।ବିଶେଷରେ ସରସ୍ୱତୀ କଣ୍ଠେଛନ୍ତି ବସିଦେଖି ଶମ୍ବର ନୃପତି ହେଲା ମନେ ତୋଷି ।ଏସନକ ବିଚାରିଣ ନିଜ ହୃଦଗତକଞ୍ଚାମାଟି ପେଣ୍ଡୁଳାଏ ଧଇଲା ଦଇତ ।ବେନି କରରେ ଚକଟି କଲା ତାହା ମେଞ୍ଚାପୁତ୍ରକୁ ତହିଁରେ ଭରିକରି ଅତିସଞ୍ଚା ।କରଯୁଗଳେ ଧଇଲା ଅତି ଆଣ୍ଟକରିଅନ୍ତରୀକ୍ଷେ ଫୋପଡ଼ାଇ ଦେଲା ଦେବଅରି ।ବିଚାରଇ ମୋ କରରେ ନ ମରି ଏ ବାଳଅକୁଳ ସମୁଦ୍ର ମଧ୍ୟେ ହେବ କଷତୁଳ ।ଅବଶ୍ୟ ବୁଡ଼ି ମରିବ କେବଣ ବାଗରେନିଶ୍ଚେଁ ପଡ଼ିବ କୁମ୍ଭୀର ଶମ୍ବର ଦାଢ଼ରେ ।ଅଥବା ଯାଉ ଯାଉଣୁ ପଥେ ପ୍ରାଣ ଦେବଏତେବେଳଯାଏ କିବା ସତେ ଜୀଇଁଥିବ ।ନିସନ୍ଧି ମାଟି ମେଞ୍ଚାରେ ନିଃଶ୍ୱାସ ନ ଯାଏଜାଣିଲଇଁ ନିଶ୍ଚେଁ ଏବେ ହୋଇବଟି କ୍ଷୟେ ।ଏତେ ଚିନ୍ତି ନିଃସଂଶୟ ହେଲା ମହାବଳୀସମୁଦ୍ରେ ପଡ଼ିଲା ଯାଇ ସେ ମାଟି ପିଣ୍ଡୁଳି ।ବେନିଶତ ଯୋଜନ ସେ ଅନ୍ତରୀକ୍ଷେ ଗଲାଚୌରାଶୀକାଠି ଗଭୀର ଜଳରେ ପଡ଼ିଲା ।ଭାଙ୍ଗିଲା ମୃର୍ତ୍ତିକାପିଣ୍ଡ ପଡ଼ନ୍ତେ ବହନଆହାର ନିମନ୍ତେ ତାହା ଗିଳିଦେଲା ମୀନ ।ଆଦ୍ୟରୁ ଘଟଣା ଏହା କରିଥିଲା ବିହିପାଞ୍ଚମନୁ ଯାଏ ମୀନ ଥିଲା ବାଟ ଚାହିଁ ।ପଡ଼ିଲା ମାତ୍ରକେ ଥୋପ ଗିଳିଲା ତଡ଼ତିତୁଟିଲା କ୍ଷୁଧା ତାହାର ହୋଇଲା ତୃପତି ।ଶୁକ ବୋଲନ୍ତି ଯେ ଶୁଣ ପରୀକ୍ଷିତ ରାୟେଅତିଭାଗ୍ୟେ ଭାଗବତ ଗ୍ରନ୍ଥ ପୁଣ୍ୟମୟେ ।ଏଥୁ ଅନନ୍ତରେ ଯାଇ ଶମ୍ବର ନୃପତିନିଜପୁରେ ପରବେଶ ହେଲା ଶୀଘ୍ରଗତି ।ସାରାବତୀ କଟକରେ ହୋଇଲା ପ୍ରବେଶରାତ୍ର ପାହିବାକୁ ଅଛି ମାତ୍ର ଦ୍ୱିନିମିଷ ।ଏଥୁ ଅନନ୍ତରେ ତେଣେ ଦ୍ୱାରାବତୀ ପୁରେରୁକ୍ମିଣୀ ପହୁଡ଼ି ଥିଲେ ଅନ୍ତୁଡ଼ିଶାଳରେ ।ଧାଈ ମୁଦୁସୁଲୀ ଆଉ ଦାସୀ ପରିବାରୀସବୁରି ନୟନେ ଥିଲା ନିଦ୍ରାବତୀ ଘାରି ।କାକ କୁମ୍ଭାଟୁଆ ଶବ୍ଦ କର୍ଣ୍ଣବିଳେ ପାଇଏକାବେଳେ ସମସ୍ତେ ଯେ ଉଠିଲେ ଚିଆଇଁ ।ଦେଖିଲେ ଅନ୍ତୁଡ଼ିଶାଳେ ନାହିଁ ପୁତ୍ରମଣିଚକିତ ହୋଇଣ ସର୍ବେ କରନ୍ତି ଭାଳେଣି ।ସ୍ତମ୍ଭୀଭୂତ ହୋଇଗଲେ ଉଡ଼ିଲା ସାହସଅନ୍ତୁଡ଼ିଶାଳ ମଧ୍ୟରେ ଲୋଡ଼ି ଚଉପାଶ ।ଗମ୍ଭୀରି ଭିତରେ ଆଦି କବାଟର କୋଣଘର ବାହାର ନିରୋପି ଖୋଜି ଜଣେ ଜଣ ।ଦେବକୀ ସୁଭଦ୍ରା ଇନ୍ଦୁମତି ଆଦି ନାରୀଯାଦବକନ୍ୟା ଯେତେକ ବିଷ୍ଣୁ ମନୋହାରୀ ।କରେ ଦୀପାବଳିମାନ ଘେନିଣ ସକଳଲୋଡ଼ନ୍ତି ସେ ଚଉକତି ହୋଇଣ ବିକଳ ।ଅନ୍ତୁଡ଼ିଶାଳରୁ ପୁତ୍ରଗୋଟି ଗଲା କାହିଁସର୍ବେ ଆଶ୍ଚର୍ଯ୍ୟ ହୁଅନ୍ତି ଏକୁ ଆରେ ଚାହିଁ ।କେହୁ ବୋଲନ୍ତି ଏହାତ ଅସମ୍ଭବ କଥାଦେଖିଲା ଶୁଣିଲା ନାହିଁ କର୍ଣ୍ଣରେ ସର୍ବଥା ।ଅନ୍ତୁଡ଼ି ନଗ୍ରେ ପୁତ୍ରକୁ ସର୍ବେ ଥିଲେ ଜଗିଅଦଭୂତେ ମାୟାକରି କେଣେ ଗଲା ବେଗି ।କେ ବୋଲଇ ପୁତ୍ରଗୋଟି ଏହିକ୍ଷଣି ଥିଲାଆଖି ପିଛଡ଼ା ମାତ୍ରକେ କେଣେ ଚାଲିଗଲା ।କେଣିକି ଗଲା ତାହାକୁ କିଏ ନେଲା ହରିଅସମ୍ଭବ ମାୟା ଏହା ଜାଣି ତ ନ ପାରି ।ଯେଉଁ ଦ୍ୱାରକାପୁରକୁ ଯମ କରେ ଭୟେରକ୍ଷପାଳ ପରାୟେକ ଖଟି ଦେବତାଏ ।ସମଦ୍ର ଯହିଁରେ ଖଣା ଅଗ୍ନିଯହିଁ ବାଡ଼ସୁଦର୍ଶନ ଚକ୍ର ଯହିଁ ଭ୍ରମେ ସସ୍ରେଦାଢ଼ ।ସେ ପୁର ଭିତରେ ପୁଣି ହେଲା ଏଡ଼େ କର୍ମସକଳ ବିନାଶ ହେଲା ଦ୍ୱାରକାର ଧର୍ମ ।କେହୁ ବୋଲେ ଏହି କଥା ଜାଣିତ ନ ପାରିକେବଳ ମାୟା ଭିଆଇଅଛି ଦେବହରି ।ଭୀଷ୍ମକ ରାଜନନ୍ଦିନୀ ରୁକ୍ମିଣୀ ସୁହଂସୀପ୍ରତ୍ୟକ୍ଷରେ ମହାଲକ୍ଷ୍ମୀ ହରିପାଟବଂଶୀ ।ସବୁଙ୍କରି ସରଧା ଯେ ଜ୍ୟେଷ୍ଠ ପୁତ୍ରଠାରେଏଡ଼େ କର୍ମ କଲା କେହୁ ଏଥିର ଭିତରେ ।ଅସୁରମାନେ ଏଠାକୁ ଆସି ନ ପାରନ୍ତିଅରିଷ୍ଟ ଉତ୍ପାତମାନ କେ କଲା ଏ ଘାନ୍ତି ।ଆଦିତ୍ୟର ତେଜ ଅଗ୍ନି ଭୟତ ପ୍ରଚଣ୍ଡମାଛି ପଡ଼ିଲେ ହୁଅଇ ଯହିଁ ନବଖଣ୍ଡ ।ରୋଗ ଶୋକ ବାଧା ଯହିଁ ତିଳେମାତ୍ର ନାହିଁମୂର୍ତ୍ତିମନ୍ତ ନାରାୟଣ ଅଛି ଦେହ ବହି ।ଥୋକାଏ ଲୋକ ବୋଲନ୍ତି ଏହି କଥା ତଥ୍ୟରୁକ୍ମିଣୀ ନ ଜାଣି ଜାଣିଛନ୍ତି ଜଗନ୍ନାଥ ।ଅଶେଷ କୋଟି ବ୍ରହ୍ମାଣ୍ଡେ ପୂରିତ ଯା କାୟାତାହାଙ୍କର ଅଗୋଚର ଅଛି କିବା ଏହା ।ନାରଦଙ୍କ ଦୋଷ ନାହିଁ ହରିଙ୍କର କୃତ୍ୟନୋହିଲେ ଅନିମିତ୍ତରେ ମଲା ଏ ବାଳୁତ ।ବସୁଦେବ ଉଗ୍ରସେନ ସାତ୍ୟକି ଅକ୍ରୂରଅନାଧୃଷ୍ଟ ସସ୍ରାଜିତ ପ୍ରଶ୍ନାଜିତ ବୀର ।ସୁରଥ ଯେ କୃପବ୍ରହ୍ମା ଉଦ୍ଧବ ସହିତେଦେବକୀର ଷଡ଼ପୁତ୍ର ଉଗ୍ରସେନ ସୁତେ ।ଇଷ୍ଟ ମିତ୍ର ସହୋଦର କୁଟୁମ୍ବାଦି ନରଜଗନ୍ନାଥଙ୍କ ଅଗ୍ରତେ ମିଳିଲେ ବହନ ।ଚୌଷଠି କୋଟି ଯାଦବ ସର୍ବେ ପୂରିଛନ୍ତିଯେ ଯାହା ଅନୁରୂପରେ ବିକଳ ହୁଅନ୍ତି ।ଉଭୟ ସଂକଟ କଥା କେମନ୍ତେ ଜାଣିମାବିକଳ ହୁଅନ୍ତି ଯହିଁ ଶ୍ରୀକୃଷ୍ଣଙ୍କ ବାମା ।ସକଳ ଯାଦବବୀରେ ଚିନ୍ତାଭର ହୋଇଜଗନ୍ନାଥଙ୍କ ଅଗ୍ରତେ ମିଳିଲେକ ଯାଇ ।ବଳରାମ ବୋଇଲେକ ଶୁଣ ଚଉବାହାଆମ୍ଭଙ୍କୁ ନ କହି ତୁହି ଅର୍ଜିଲୁଟି ଏହା ।ଆଦ୍ୟ ପାଟବଂଶୀ ତୋର ଅଟଇ ରୁକ୍ମିଣୀତାହାର ଗର୍ଭରୁ ଜାତ ହେଲା ପୁତ୍ରମଣି ।ଦ୍ୱିତୀ ନାରାୟଣ ସେ ଯେ ଅଟେ ଅବତାରଦେଖିବା ପାଇଁକି ଶ୍ରଦ୍ଧା ବହୁତ ଆମ୍ଭର ।ଆମ୍ଭଙ୍କୁ ନ କହି ତୁ ଯେ କଲୁ ଘଟସୂତ୍ରଅନ୍ତୁଡ଼ିଶାଳରେ ନାହିଁ ଜନ୍ମ ହେବା ପୁତ୍ର ।ଏଡ଼େ ନିରପେକ୍ଷ କିପାଁ ହୋଇଲ ଶ୍ରୀବତ୍ସିଜାଣିଲି ମୋଠାରେ ତୋର ନିଶ୍ଚେ ମାୟାଅଛି ।ଶ୍ରୀକୃଷ୍ଣ ବୋଇଲେ ସ୍ୱାମୀ ଶୁଣ ହଳପାଣିନିକଟେ ଦୁର୍ବାସା ଏହା କହିଥିଲେ ଜାଣି ।ସାରାବତୀ କଟକର ଶମ୍ବର ନୃପତିଦେବ ଗନ୍ଧର୍ବଙ୍କୁ ତାର ନାହିଁ କିଛି ଭୀତି ।ନାନାବିଧି ଉପଦ୍ରବ କରେ ସେ ଅସୁରପୃଥ୍ୱୀଦେବୀ ନ ସହଇ ତାର ଭାଦଭାର ।ଦେବାସୁର ମାନବରେ ନୁହଇ ସେ ଜୟମୀନକେତନ ହସ୍ତେ ତା ବଂଶ ଯିବ କ୍ଷୟ ।ତିନିମନୁ ପରିଯନ୍ତେ ଗତି ତପ କଲାଦିନେ ସେ ଶମ୍ବରାସୁର ତାହାକୁ ଦେଖିଲା ।ମଦନେ ଅଦମ୍ଭ ହୋଇ ପାପୀ ନିଶାଚରରତିକି ରଖିଲା ନେଇ ଆପଣାର ପୁର ।ତା ମାୟା ଭ୍ରମରେ ପଡ଼ି ରଖିଛି ଯତନେମଦନକୁ ପାଇବ ସେ ଥାଇ ସେହି ସ୍ଥାନେ ।ଯୋଗେଶ୍ୱର ପୁରୁଷ ହେ ସର୍ବ ଅନ୍ତର୍ଯ୍ୟାମୀମୁଁ କିସ କହିବି ତୁମ୍ଭେ ନ ଜାଣ ବା ସ୍ୱାମୀ ।ପୃଥିବୀ ଭରା କେମନ୍ତେ ହେବ ନିବାରଣଶୁଣିକରି ସନ୍ତୋଷ ଯେ ହେଲେ ସଂକର୍ଷଣ ।ବସୁଦେବ ଉଗ୍ରସେନ ସର୍ବ ଯଦୁବୃନ୍ଦଶ୍ରୀକୃଷ୍ଣ ବଚନ ଶୁଣି ସକଳେ ଆନନ୍ଦ ।ଆସ୍ଥାନ ମଉଳି ଯାନ୍ତେ ଯେଝା ପୁରେ ଗଲେରଜନୀ ପ୍ରଭାତୁ ନିତ୍ୟକର୍ମ ଶେଷ କଲେ ।ରୁକ୍ମିଣୀ ମନ ସନ୍ତୋଷ କରି ସର୍ବନାରୀଚଳିଗଲେ କନ୍ୟାମାନେ ଯେ ଯାହାର ପୁରୀ ।ଇତି ଶିରୀ ଭାଗବତ ଅତି ପୁଣ୍ୟମୟେଇଦଂ ଏକାଦଶ ଅଧ୍ୟା ସମାପତ ହୁଏ ।ଜୟ ଜୟ ଯୋଗେଶ୍ୱର ଯୋଗାରୁଢ଼ ମୂର୍ତ୍ତିରୂପ ରେଖ ବିବର୍ଜିତ ଯାହାର ଆକୃତି ।କର ଚରଣ ନାସିକା ପାଦ ଅତିରଙ୍ଗମନ ବୃଦ୍ଧି ଅହଂଙ୍କାର ନାହିଁ ଯାର ସଙ୍ଗ ।ଅଚିନ୍ତା ଚିନ୍ତାମଣି ଯେ ଦେବଙ୍କର ରାଜାବ୍ରହ୍ମା ଇନ୍ଦ୍ର ରୁଦ୍ର ଯାର କରିଥାନ୍ତି ପୂଜା ।ଦକ୍ଷିଣ ସିନ୍ଧୁତଟରେ କଳ୍ପବଟ ମୂଳେବିଜୟେ ଜଗମୋହନ ଅତ୍ୟନ୍ତ ସୁଢ଼ଳେ ।ସର୍ବପାଳକ କୋଟିଏ ବ୍ରହ୍ମାଣ୍ଡର ନାଥଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚାରିହସ୍ତ ।ପ୍ରତ୍ୟକ୍ଷେ ପରମାନନ୍ଦ ପରଂବ୍ରହ୍ମରାଶିଜୀବାତ୍ମା ପୁରୁଷ ପଞ୍ଚଆତ୍ମାରେ ପ୍ରକାଶି ।ଅଶେଷ ମହିମା ଯାର କହି ଶେଷ ନୋହିମୁଁ କିସ କହିବି ଅବା ନରତନୁ ବହି ।ସେ ଜଗନ୍ନାଥ ପାଦରେ ପଶ ହେ ଶରଣଅଚ୍ୟୁତ ଦାସ ଭାଳଇ ତାହା ଅନୁକ୍ଷଣ ।ମୀନ ଗର୍ଭରୁ ମନକେତନର ଜନ୍ମଏଥୁ ଅନନ୍ତରେ ପରୀକ୍ଷ ନାମେ ମହାରାଜାଶୁକମୁନି ଚରଣରେ କଲେ ଦିବ୍ୟପୂଜା ।ଭୋ ମୁନି କୃତାର୍ଥ ହେଲି ହରିବଂଶ ଶୁଣିଲଭିବି ମୋକ୍ଷପଦବୀ ସ୍ୱର୍ଗକୁ ନିର୍ଗୁଣି ।ଏଥୁ ଅନନ୍ତରେ ପୁଣି ହେଲା କିସ ଆନସଂକ୍ଷେପେ କହିବା ମୋତେ ବ୍ୟାସଙ୍କ ନନ୍ଦନ ।ଏତେ ବୋଲି ରାଜା ପୁଣ ପୁଣ ପରଣାମିମୀନକେତନର କୀର୍ତ୍ତି କହିବା ଭୋ ସ୍ୱାମୀ ।ରାଜାର ଭକତିଭାବ ଦୃଢ଼ତର ଜାଣିପୁରାଣ ପୁସ୍ତକ ଫେଡ଼ି ଭଣି ଶୁକମୁନି ।ଶୁଣ ମହାରାଜା ସୋମବଂଶ ଅଧିକାରୀସେ କଥା ତୋର ଆଗରେ କହିବା ବିଚାରି ।ସମୁଦ୍ର ମଧ୍ୟରେ ଦୀର୍ଘକାୟ ମୀନ ଥିଲାମାଟିର ପିଣ୍ଡୁଳା ଗୋଟି କ୍ଷୁଧାରେ ଗିଳିଲା ।ସାହେର ଭିତରେ ଚଳିଗଲା ମହାବଳୀକ୍ଷଣକେ ପ୍ରବେଶ ହେଲା ସିଦ୍ଧ ମଧ୍ୟସ୍ଥଳି ।ଅନେକ କାଳରୁ ସେହୁ ଅଭିଶାପ ପାଇକାଳବେଳ ସଂଯୋଗକୁ ଥିଲା ବାଟ ଚାହିଁ ।ଯେତେବେଳରେ ଶମ୍ବର ଫିଙ୍ଗିଦେଲା ମାଟିକ୍ଷୁଧାକ୍ଷୁଧା ଆତୁରେ ସେ ମୀନ ପାଡ଼ିଲାକ ପାଟି ।ମନପବନ ଯୋଗରେ ଚଳେ ଶୀଘ୍ରଗତିସଲିଳକୁ ଲଙ୍ଘି ମୀନ ଚଳେ ଧାତି ଧାତି ।ନୈର୍ଋତ କୋଣୁ ଅଇଲା ଐଶାନ୍ୟ ଦିଗକୁମନପବନ ପରାୟେ ଯାଏ ଗଭୀରକୁ ।ଦ୍ୱାରକାପୁର ନିକଟୁ ଗଲା ମୀନରାୟେଦିନରେ ଗମିଲା ଆଠ ଯୋଜନର ଯାଏ ।ସାରାବତୀ ପାଶେ ପାରାବତୀ ଯେ ପାଟଣାପୂର୍ବେ ସପ୍ତଋଷିଙ୍କର ଅଟେ ତହିଁ ଠଣା ।ଅମଳାନ ସୂର୍ଯ୍ୟବଂଶେ ଶିବି ନୃପ ଥିଲାନିଜ ମାଂସକୁ କାଟିଣ କପୋତକୁ ଦେଲା ।ଅନେକ କାଳର ସେହୁ ଅଟେ ସିଦ୍ଧଭୂମିଲୋକନାଥ ପାରେଶ୍ୱର ବିଜେ ଦେବସ୍ୱାମୀ ।ଶାନ୍ତି ନାମରେ କୈବର୍ତ୍ତ ନଗ୍ର ଅଧିକାରିସେ ସମୁଦ୍ର ମଧ୍ୟେ ସେହୁ ଅଟେ ପ୍ରତିହାରୀ ।ଦିନେକ ପଡ଼ିଲା ତାର ବେଣ୍ଟକାର ବେଳନୌକା ଚଢ଼ିଗଲା ସେହୁ ସିନ୍ଧୁ ମହାଜଳ ।ଭେଳାଚଢ଼ି କାଠିଜାଲ ହସ୍ତରେ ସେ ବାନ୍ଧିପଞ୍ଚାଶ କ୍ରୋଶ ପର୍ଯ୍ୟନ୍ତେ ଯାଏ ଜଳଖେଦି ।ବହୁତ ଜାଲିଆମାନେ ସେହିପରି ଆସିଫିରିକି ବେଣ୍ଟ କରରେ ଧରି କାଳଫାଶି ।କିନ୍ତୁ ଶାନ୍ତି କଇବର୍ତ୍ତ ସେ ମୀନ ଧଇଲାଶମ୍ବର ନରପତିକି ନେଇ ଭେଟିଦେଲା ।ଦେଖିଣ ଶମ୍ବର ହେଲା ଅତ୍ୟନ୍ତ ହରଷକୈବର୍ତ୍ତକୁ ଅନେକୁ ସେ କଲା ପଉରୁଷ ।ମୁଦୁସୁଲୀଏ ତାହାକୁ ଭିତରକୁ ନେଲେଠାକୁରଙ୍କ ଆଜ୍ଞା ବୋଲି ଆଗେ ଜଣାଇଲେ ।ଶାନ୍ତି ନାମରେ କୈବର୍ତ୍ତ ଦେଲା ମାଛ ଆଣିରାଜା ଆଜ୍ଞାଦେଲେ ୟାକୁ ରାନ୍ଧ ଯତ୍ନେ ପୁଣି ।କ୍ଷୁଧାରେ ମହାଆକୁଳ ଶମ୍ବର ନୃପତିଆପେ ମଣୋହି କରିବେ ଆସିଣ ଏଘାନ୍ତି ।ଶୁକ ବୋଇଲେ ହେ ଶୁଣ ପରୀକ୍ଷ ନୃପତିଆଗହୁଁ ବାଟ ଚାହିଁଣ ରହିଥିଲା ରତି ।ଅନୁସୂୟାଙ୍କ କହିଲା ଦିନୁଁ ଦିନ ଗଣିବ୍ରହ୍ମାଏ କହିଅଛନ୍ତି ଆପେ ଅଛି ଜାଣି ।ରାତ୍ର ନ ପାହୁ ଉଚ୍ଚାଟ ହୋଇଅଛି ମନତିନି ମନ୍ୱନ୍ତର ଭୋଗ ବଳିଲାଣି ଦିନ ।ତେଣୁ ହରଷ ବିସ୍ମୟ ହୋଇ ଶୁଭ୍ରକେଶୀଦିନରାତ୍ରି ମଦନକୁ ଚାହିଁଅଛି ବସି ।କ୍ଷୁଧା ତୃଷା ନିଦ୍ରା ତ୍ୟାଗକରି ସେ କାମିନୀମରଣ ଦୀକ୍ଷାକୁ ଅନ୍ତର୍ଗତେ ଅଛି ଘେନି ।ଯଦ୍ୟପି କାମଦେବଙ୍କୁ ନ ଭେଟିବି ଆଜମରିବ ଜହର ଖାଇ ହେବ ସ୍ୱାମୀ କାର୍ଯ୍ୟ ।ତିନିମନୁ ଯାଏ କରିଥିଲି ମୁଁ ଅବଧିମହତ ବଚନେ କାର୍ଯ୍ୟ ହେବାପାଇଁ ସିଦ୍ଧି ।ଏସନ ବିଚାର କରି ହୁଅଇ ଆତଙ୍କଶରୀରେ ଭେଦୁଅଛି କୁସୁମ ସାୟକ ।ସ୍ଫୁରିଲା ବାମ ନୟନ ବାମଭୁଜ ତାରଉଲ୍ଲସଇ ରୋମାବଳି ପୁଲକେ ଶରୀର ।ଅଦଭୂତେ ଆସି ହର୍ଷଜାତ ହେଲା ମନେନାନାଶୁଭ ସଙ୍କେତ ସେ ଦେଖଇ ନୟନେ ।କାମଦେବ ନାମଧରି ଜପେ ଅନୁକ୍ଷଣବ୍ରହ୍ମାଙ୍କ ବଚନ ମନେ କରଇ ସ୍ମରଣ ।ଚଞ୍ଚଳ ଚିତ୍ତରେ ବାମା ଚାହେଁ ଦଶଦିଶକ୍ଷଣକେ ବିସ୍ମରୁ ପୁଣି କ୍ଷଣକେ ହରଷ ।ଏସନ ସମୟେ ପୁଣି କହେ ମୁଦୁସୁଲୀମଣୋହି କହିବେ ନୃପ ରାନ୍ଧ ମଢ଼ଫୁଲି ।ବୁଭୂକ୍ଷିତ ହୋଇଛନ୍ତି ଶମ୍ବର ନୃପତିବିଳମ୍ବ ନ କରି ମାଗୋ ରାନ୍ଧ ଶୀଘ୍ରଗତି ।ଏହାଶୁଣି ମାୟାବତୀ ଉଠି ଧାତିକାରବ୍ୟଞ୍ଜନ ରାନ୍ଧିବା ପାଇଁ ହେଲେ ଆଗଭର ।ମୀନ ଦେଖିଣ ସନ୍ତୋଷ ମଦନର ବାମାପନିକି ମାଡ଼ି ବସିଲେ ବ୍ରହ୍ମାଙ୍କର ଜେମା ।କାନ୍ଧଠାରୁ ମାଛ ବେନିଖଣ୍ଡ କରି କାଟିଦକ୍ଷିଣ ହସ୍ତେ ଦରାଣ୍ଡି କାଢ଼ି ଅନ୍ତଗୋଟି ।ଅନଙ୍ଗର ପଞ୍ଚଶର ଭେଦିଅଛି ଅଙ୍ଗକଣ୍ଠ ଗଦଗଦ ହୁଏ ଅଧର ସୁରଙ୍ଗ ।ମୀନ ଗର୍ଭ ମଧ୍ୟେ ମୀନକେତନ ଯେ ଥିଲାମାଟି ପିଣ୍ଡୁଳା ଭାଙ୍ଗନ୍ତେ କୁମର ଜନ୍ମିଲା ।କୋଟିଏ ଚନ୍ଦ୍ରମା ପ୍ରାୟେ ଦିଶେ ମୁଖଗୋଟିଦେଖି ରତିଦେବୀ ଶାନ୍ତ ହେଲେ ସେ ମୂର୍ତ୍ତିଟି ।ସମସ୍ତେ ଆଶ୍ଚର୍ଯ୍ୟ ହେଲେ ତାକୁ ଚାହିଁ ଚାହିଁଥୋକାଏ ବୋଇଲେ ଏକା କର୍ଣ୍ଣେ ଶୁଣା ନାହିଁ ।ଦେଖିବାକୁ ଦୁର୍ଲ୍ଲଭ ଏ ଅତି ଅଗୋଚରମୀନ ଗର୍ଭରୁ ମନୁଷ୍ୟ ହୁଏ ଅବତାର ।ରୂପ ଦେଖି କାମେ ସର୍ବେ ହୋଇଲେକ ମୋହିବ୍ରହ୍ମା ବିଷ୍ଣୁ ଗଙ୍ଗାଧର ଏହି କି ଅଟଇ ।ଥୋକାଏ ବୋଇଲେ ଏ ତ ଅସମ୍ଭବ କଥାରାଜାଙ୍କ କଦାପି ଭଲ ନୁହଇ ସର୍ବଥା ।ଥୋକାଏ ବୋଲନ୍ତି ଏତ ବିଧାତାର ମାୟାନୋହିଲେ ମୀନୁଁ ଜନ୍ମନ୍ତା କାହୁଁ ନରକାୟା ।କେହୁ ବୋଲନ୍ତି ଏଥକୁ କିଛି ଭ୍ରାନ୍ତି ନାହିଁଏସନ ଚରିତ ପୂର୍ବୁ ଧାତା ଅଛି ଲିହି ।ବିଭାଣ୍ଡକର ନନ୍ଦନ ଋଷ୍ୟଶୃଙ୍ଗ ଯତିମୃଗୁଣୀର ଠାରୁ ସେହୁ ଜନ୍ମ ହୋଇଛନ୍ତି ।ନୈର୍ଋତଙ୍କର ଭାରିଯା ସିଂହିକା ସୁନ୍ଦରୀଈଷୀ ନାମରେ ବ୍ରାହ୍ମଣୀ ତାହାଙ୍କ କୁମାରୀ ।ପଦ୍ମବନର ଭିତରୁ ଲକ୍ଷ୍ମୀ ଉତପତ୍ତିହିମବନ୍ତ ପର୍ବତର ଦୁହିତା ପାର୍ବତୀ ।ଅଶ୍ୱଗର୍ଭୁ ଜାତହେଲେ ଅଶ୍ୱିନୀ କୁମାରଅଗସ୍ତି ବୃକ୍ଷୁ ସମ୍ଭୁତ ଅଗସ୍ତି ଆବର ।ଐରାବତର ଭଗିନୀ ବିମଳା ହସ୍ତିନୀତାର ଗର୍ଭୁ ଉପୁଜିଲା ପୁଣି ସେ ସର୍ପିଣୀ ।ମୀନରୁ ମନୁଷ୍ୟ ଜାତ କିଛିଭୟ ନାହିଁଅପାରୁଁ ଅପାର ଏହିରୂପେ ଜନ୍ମ ହୋଇ ।ଏତେ ବିଚାରିଣ ମୁଦୁସୁଲୀ ଚଳି ବେଗେବାର୍ତ୍ତା ଜଣାଇଲେ ଯାଇ ଶମ୍ବରର ଆଗେ ।ଭୋ ଦେବ ସାବଧାନରେ ଶୁଣ ନୃପମଣିଅପୂର୍ବ କଥା ଦେଖିଣ ଅଇଲୁ ଏକ୍ଷଣି ।ଯେବଣ ମୀନକୁ ଦେଇ ତୁମ୍ଭେଟି ଚଳାଇଠାକୁରାଣୀଙ୍କର ହାତେ ତାହା ଦେଲୁ ନେଇ ।କନ୍ଦର୍ପ ପରାୟେ ଏକ କୁମର ପାଇଲାକୁମର ପାଇଣ ରାଣୀ ଆନନ୍ଦିତା ହେଲା ।ଶୁଣ ମହାରାଜା ବଡ଼ ଆନନ୍ଦିତ ହୋଇଧନ କାଞ୍ଚନ ବହୁତ ଦେଲାକ ବଧାଇ ।ମାୟାବତୀକି ହକାରି ବୋଲେ ମହୀପାଳଏ ପୁତ୍ର ଗୋଟିକି ତୁମ୍ଭେ ଯତନରେ ପାଳ ।ପ୍ରାଣରୁ ଅଧିକ କରି ଏହାକୁ ପାଳିବସମୟେ ଏହି ରାଜ୍ୟରେ ନୃପତି ହୋଇବ ।ରଥ ଗଜ ପଦାତିକ ଭଣ୍ଡାରାଦି କରିସମ ରାଜ୍ୟରେ ମୋହର ହେବ ଅଧିକାରୀ ।ଏ ମୋହର ସତ୍ୟ ସତ୍ୟ ନିରାଧାର ବାଣୀମାୟାବତୀ ମୁଖ ଚାହିଁ ବୋଲ ନୃପମଣି ।ତୁମ୍ଭେ ମୋର ପଞ୍ଚଭୂତ ଆତ୍ମା ଅଟ ଯେଣୁପ୍ରକୃତ କଥା କହିଲି ତୁମ୍ଭଙ୍କୁ ମୁଁ ତେଣୁ ।ଏତେବୋଲି ରାଜା ଅନ୍ତଃପୁରେ ବିଜେ କଲାନାନାବିଧ ମିଷ୍ଟଅନ୍ନ ମଣୋହି କରିଲା ।ଏଥୁ ଅନ୍ତରେ ପ୍ରବେଶ ହୋଇଲା ରଜନୀଅସ୍ତାଚଳ ପର୍ବତକୁ ଗଲେ ଦିନମଣି ।ରାତ୍ରେ ମାୟାବତୀ ଅଙ୍ଗେ ଲେପି ହୋଇ ଘଟିମଳିକୁ ଉକୁଟି କଲେ ସେ ପ୍ରତିମା ଗୋଟି ।ମୃତ ସଞ୍ଜିବନୀ ତାର କହି କର୍ଣ୍ଣପୁଟଦିବ୍ୟବେଶ ହୋଇ ସେହୁ ଦେଲା ଆସି ଭେଟ ।ଶୁଣ ହେ ପରୀକ୍ଷ ରାଜା ଶ୍ରୀଶୁକ ବୋଇଲେଭାଗବତ ପୁରାଣକୁ ଶୁଣ ତୁମ୍ଭେ ଭଲେ ।ଧର୍ମ ଅର୍ଥ କାମ ମୋକ୍ଷ ହେବ ପରାପତଶ୍ରୀଜଗନ୍ନାଥ ଚରଣେ ରହୁ ମୋର ଚିତ୍ତ ।ମୀନକେତନ ସଙ୍ଗେ ରତିର ପରିଚୟଏଥୁ ଅନନ୍ତରେ ଜନେ ଶୁଣ ଦିବ୍ୟରୀତିତପସିଦ୍ଧ ହେଲା କାମେ ଭେଟିଲେକ ରତି ।ଦ୍ୱିତୀ ନାରାୟଣ ସେହି ରୁକ୍ମିଣୀର ବଳାଅତୁଲାଇତ ପୁରୁଷ ରୂପ ଅନର୍ଗଳା ।ଅନେକ ହୋଇଥିଲେ ଯେ ତିନିମନୁ ଯାଏଏବେ ଆସି ପାଇଲେକ ଭେଟ ନିଜ କାୟେ ।କେବଳ ଏ ମାୟାମୋହ ସଂସାର ବନ୍ଧନବାଳୁତ ଭାବରେ ହୋଇଥିଲେ ସେ ଅଜ୍ଞାନ ।ମୀନ ଗର୍ଭରୁ ଯେ ମୀନକେତନ ସଂଜାତତୀର୍ଥଜଳେ ଅଭିକେ କରି ବିଧିମତ ।ଏକାନ୍ତ ମନ୍ଦିରେ ଗଜପଲ୍ୟଙ୍କ ଶେଯାଇସପାତି ଶଯ୍ୟା ଉପରେ ଶୋଇଦେଲେ ନେଇ ।ନିରେଖି ଚାହିଁଲେ ଦେବୀ କାମର ବଦନଅନୁସରି ସ୍ଥିର କଲେ ପତିର ଶଙ୍କୁନ ।ରୂପ ରେଖ ବର୍ଣ୍ଣ ଚାହିଁ ହୋଇଲେକ ଶାନ୍ତିପାଇ ନିଜ ଭର୍ତ୍ତା ଫିଟିଗଲା ମନୋଭ୍ରାନ୍ତି ।ଯେବଣ ମନ୍ତ୍ରଗୋଟିକ ବ୍ରହ୍ମା ଦେଇଥିଲେକାମଦେବ କର୍ଣ୍ଣେ ଦେବୀ ତାହାଙ୍କୁ କହିଲେ ।ସେହି ମନ୍ତ୍ରଗୋଟି ଯହୁଁ ପଶିଲା ଶ୍ରବଣେନବଯୁବା କନ୍ଦରପ ହେଲେ ତତକ୍ଷଣେ ।କୋଟିଏ ଲାବଣ୍ୟରୂପ ଅତି ସୁକୁମାରନିରଞ୍ଜନ ରୂପକୁ ତ ନାହିଁ ପଟାନ୍ତର ।ନିଜ ଭର୍ତ୍ତାକୁ ପାଇଣ ରତି ଛାଡ଼ି ଲଜ୍ଜାଦ୍ୱାର ଚିକୁର ବସନ କରି ସବୁ ତେଜ୍ୟା ।ବେଳକୁବେଳ ଖେଦ ଯେ ବଢ଼ିଲା ଉଗୁଳିମଦନର ପୀଡ଼ା ପାଇ ବ୍ରହ୍ମାଙ୍କ ଦୁଲାଳୀ ।ରତି ଭାବଭଙ୍ଗୀ ଦେଖି ସେ ମୀନକେତନବୋଲେ ଜାଣୁ ଜାଣୁ କିପାଁ ହେଉ ତୁ ଅଜ୍ଞାନ ।ମୁଁ ତୋହର ପୁତ୍ର ତୁହି ମୋହର ଜନନୀଲଜ୍ଜା ସଙ୍କୋଚ ତେଜିଣ ଏଡ଼େକ ଅଜ୍ଞାନୀ ।ଲଜ୍ଜା ଅଟେ ସିନା ନାରୀମାନଙ୍କ ଭୂଷଣଲଜ୍ଜାକୁ ଯେ ଛାଡ଼େ ସେହୁ ହୁଏ ବିଡ଼ମ୍ବନ ।ଲଜ୍ଜା ଯାର ଅଛି ତାର ଅଛି ଜାତିକୁଳଲଜ୍ଜା ଥିଲେ ଧର୍ମକର୍ମ ମିଳଇ ସକଳ ।ଲଜ୍ଜାହିଁ ଅଙ୍କୁଶ ମତ୍ତଗଜ ସବୁ ପ୍ରାଣୀଲଜ୍ଜା ଅଟେ ଅଙ୍ଗଭୁଷା ଲଜ୍ଜା ରତ୍ନମଣି ।ଲଜ୍ଜା ହୁଏ ଇହପରଲୋକେ ବଜ୍ରସେହ୍ନାଲଜ୍ଜା ସ୍ଥାପି ଧାତା କଲା ସଂସାର ରଚନା ।କୁଳସ୍ତିରୀମାନେ କେଭେ ନ ଛାଡ଼ନ୍ତି ଲଜ୍ଜାବେଶ୍ୟାଏ କେବଳ ତାହା କରିଥାନ୍ତି ତେଜ୍ୟା ।ରଜ ବୀର୍ଯ୍ୟ ସଂଯୋଗରୁ ପିଣ୍ଡ ହୁଏ ଗଢ଼ିତହିଁର ଭିତରେ ଲଜ୍ଜା ରହିଥାଏ ଜଡ଼ି ।ଏ ଦେହକୁ ବହି ପ୍ରାଣୀ ଯେତେ ପାପକରିସେହି ଶୁଭାଶୁଭ କର୍ମେ ଆନ ଦେହ ଧରି ।ଲୋଭ ମୋହ କାମବଶେ ଆପେ ଅର୍ଜି ଯାହାବେଦଶାସ୍ତ୍ର ପ୍ରମାଣରେ ଭୋଗକରି ତାହା ।କେବେହେଁ ଅଜରାମର ନୁହେଁ ଏହି ଦେହସଂସାର ମାୟାରେ ଜନେ ହେଉଥାନ୍ତି ମୋହ ।ବ୍ରହ୍ମା ବିଷ୍ଣୁ ଶିବ ଆସି ହେଲେ ନରଦେହୀଅବଶ୍ୟ ମରିବେ ଏଥେ ସନ୍ଦେହ ତ ନାହିଁ ।ତୁ ବା ସ୍ତିରୀ ଜନ୍ମ ପାଇ ନ ଜାଣିଲୁ ଧର୍ମଜାଣୁ ଜାଣୁ ମୁଁ କରିବି କେହ୍ନେ ପାପକର୍ମ ।ତୁ ଏବେ କଟାଳ ଆଉ ନ କର ଗୋ ମୋତେନିନ୍ଦିତ କରମ ମୁହିଁ କରିବି କେମନ୍ତେ ।ଯଶ ଶିରୀ ଆୟୁ ନାଶ ହୋଇବ ଏଥିରେଧର୍ମ ଲଙ୍ଘିଲେ କି ପ୍ରାଣୀ ରକ୍ଷା ହୋଇପାରେ ।ରତି ବୋଇଲେ ଏତେବେଳେ ନ ରୁଚେ ଏକଥାଏ ତୋହର ପଞ୍ଚଶର ଦିଏ ମୋତେ ବ୍ୟଥା ।ତୋହର ଶରୀରେ ଏବେ ପୂର୍ବଜ୍ଞାନ ନାହିଁପଛେ ସେ କଥାମାନ ମୁଁ କହିବି ବୁଝାଇ ।ତ୍ରାହି କର କାମଜଳୁଁ ମୋତେ ପ୍ରାଣନାଥନୋହିଲେ ମରିବି ବିଷ ଖାଇଣ ନିୟତ ।ଏସନ ବଚନ ଯହୁଁ କହିଲେକ ରତିମୀନକେତନ ବୋଲେ ଏ ନୁହଇ ଯୁକତି ।ନରପତିର ଅଟ ଯେ ତୁମ୍ଭେ ପ୍ରିୟବତୀଆବର ମୁଖେ ଏମାନ ନ କହ ଗୋ ସତି ।ଶମ୍ବର ନୃପତି ଅଟେ ମହା ବଳିୟାରଶୁଣି ପାରିଲେ ସେ ଶାସ୍ତିଦେବ ଯେ ଅପାର ।ଯୁକତରେ ରାଜପତ୍ନୀ ଅଟ ଯେଣୁ ତୁମ୍ଭେପୋଡ଼ୁ ପୋଡ଼ୁ ଏହି କଥା ନ କହ ଗୋ କେବେ ।ଗୋହତ୍ୟା ମାତୃହରଣ ଆଦି ସୁରାପାନପାପାଧି ମହାପତକ ନୁହଇ ମେଣ୍ଟନ ।ଯେଝା କଲା କର୍ମଗୋଟା କେବେ ପାର ନୋହିତୁ ଅବା ନ ଜାଣୁ ମାଗୋ ଜାଣେ ଏହା ମୁହିଁ ।ରତି ବୋଇଲେ କହିବି ତୁମ୍ଭଙ୍କୁ ମୁଁ କେତେନିଜ ଜ୍ଞାନ ହରାଇଣ ଅଛ ତ ଯୁକତେ ।ତିନିମନୁ ପରିଯନ୍ତେ ବନେ ତପ କଲିଈଶ୍ୱର କୃପାରୁ ଆସି ଏଠାରେ ପାଇଲି ।କାମଦେବ ବୋଇଲେ ଏ ଯୁଗାନ୍ତର କଥାଏଥକୁ ସଂପ୍ରତେ ମୁହିଁ ନ କରେ ସର୍ବଥା ।ରତି ବୋଇଲା ତୁମ୍ଭେ ତ ଦ୍ୱିତୀ ନାରାୟଣତୁମ୍ଭଯୋଗୁଁ ଖେଦ ମହୀଭରା ନିବାରଣ ।ତୁମ୍ଭେ କନ୍ଦର୍ପ ମୁହିଁ ତ ଅଟେ ସିନା ରତିମୁହିଁ ତୁମ୍ଭ ଭାର୍ଯ୍ୟ ତୁମ୍ଭେ ଅଟ ମୋର ପତି ।ବହୁଯୁଗ ଯାଏ ଏହିପରି ଆମ୍ଭେ ଥାଉଁଏଥିରେ ସନ୍ଦେହ ତୁମ୍ଭେ ନ ମଣ ଯେ ଆଉ ।ଶାନ୍ତି ନାମେ ସତ୍ୟଯୁଗେ ହେଲ ଅବତାରପାର୍ବତୀ ମାତା ତୁମ୍ଭର ଈଶ୍ୱର ପିଅର ।ଅମୟ ଦୈତ୍ୟକୁ ବଧ କରିବାର ପାଇଁବିଷ୍ଣୁଙ୍କ ନିଦ୍ରା ଭାଙ୍ଗିଲ ବୈକୁଣ୍ଠରେ ଯାଇ ।ଭ୍ରୁଭଙ୍ଗୀ କୋପନୟନେ ଚାହୁଁ ବନମାଳୀତତକ୍ଷଣେ ଦିବ୍ୟତନୁ ଗଲା ତବ ଜଳି ।ଚୌଦମନୁ ପରିଯନ୍ତେ ସେବିଲି ଈଶ୍ୱରସୁପ୍ରସନ୍ନ ହୋଇବର ଦେଲେକ ଶଙ୍କର ।ଶଚୀର ଗର୍ଭରେ ନେଇ କଲେ ତୋତେ ଜାତସେ ଯୁଗେ ହୋଇଲ ତୁମ୍ଭେ ତିନିଗୋଟି ଭ୍ରାତ ।ଇନ୍ଦ୍ର କୁଳବଧୂ ହଓଇ ନେଲି ପୁଣି ଦିନତେବେହେଁ କର୍ମ ଲିଖନ ନୋହିଲା ଖଣ୍ଡନ ।ସ୍ୱର୍ଗକୁ ଲାଗିଲା ଯର୍ହୁ ତାରକାର ଭୟେକାର୍ତ୍ତିକ ଜନ୍ମ ନିମନ୍ତେ ଦେବଙ୍କ ଉପାୟେ ।ସଦାଶିବ ତପଲଗ୍ନ କରିବାର ପାଇଁତାଙ୍କ ବଚନରେ ତୁମ୍ଭେ ଗଲ ତାଙ୍କ ପାଇଁ ।ଈଶ୍ୱରଙ୍କ ତପଭଗ୍ନ କଲ ପୁଷ୍ପବାଣେଚାହାନ୍ତେ ଭଷ୍ମ ହୋଇଲ ନାଥ ତତକ୍ଷଣେ ।ଶିବ ପାର୍ବତୀ ଏକତ୍ର ହୋଇଲେକ ଯହୁଁକାର୍ତ୍ତିକ ଦେବ ଜନମ ଲଭିଲେ ଯେ ତହୁଁ ।ତାରକା ନାଶି ଅବନିଭାରା କଲେ ହତସେ ଦିନୁ ଘୋର ତପରେ ବସିଥିଲ ନାଥ ।ମୃଗୟା ଯାଇଁ ଭେଟିଲା ମୋତେ ଯେ ଶମ୍ବରପ୍ରିୟଭାବ କରି ମୋତେ ରୁହାଇ ନବର ।ଏବେ ରୁକ୍ମିଣୀ ଗର୍ଭରୁ ହୋଇଲେ ଜନମପ୍ରସିଦ୍ଧ ନାମ ତୁମ୍ଭର ଅଟଇ ପ୍ରଦ୍ୟୁମ୍ନ ।ଅନେକ କାଳୁ ତୁମ୍ଭଙ୍କୁ ଲଭିବାର ପାଇଁମହତଙ୍କର ବଚନେ ଅଛି ବାଟ ଚାହିଁ ।ଆହୁରିବେଳେ ତୁମ୍ଭଙ୍କୁ ପଡ଼ିଲା ସଙ୍କଟଦେବ ସଭାରେ ଉର୍ବଶୀ କରୁଥିଲେ ନାଟ ।ତେତିଶ କୋଟି ଦେବତା ଥିଲେ ତହିଁ ରହିନୃତ୍ୟ ଦେଖିବ ବୋଲିଣ ମିଳିଗଲ ତହିଁ ।ସଭାତଳେ ଉଭା ନବଘଡ଼ି ପରିଯନ୍ତେଉପରେ ଆସବୋଲି କେ ନ ବୋଇଲେ ତୋତେ ।ତେଣୁକରି ଲଜ୍ଜା ତୁମ୍ଭେ ପାଇଲ ଅପାରବ୍ରହ୍ମା ଉପରକୁ ବିନ୍ଧିଦେଲେ ପଞ୍ଚଶର ।ମଦନରେ ଅସାଷ୍ଟମ ହେଲେ ବେଦପତିପଞ୍ଚବିଂଶ ବର୍ଷଯାଏ ଉର୍ବଶୀରେ ମାତି ।ସୁଧର୍ମା ସଭାମଧ୍ୟରେ ବ୍ରହ୍ମାଭଳି ଲୋକଛାଡ଼ିଲେ ମର୍ଯ୍ୟାଦା ସେହୁ ମହତ ବିବେକ ।ସକଳ ଦେବତାମାନେ ଉପହାସ କଲେଯେ ଯାହାର ଅନୁରୂପେ ସଭାରୁ ଚଳିଲେ ।ଈଶ୍ୱର ଦେଖୁଥିଲେକ ଖଣ୍ଡେଦୂରେ ଥାଇଟହ ଟହ ହୋଇ ହସି କରତାଳି ଦେଇ ।ବୋଇଲେ ଧାତା ହୋଇ ତୁ ଏଡ଼େକ ନିଲଠଏକା କାମଦେବ ତୋତେ ଦେଲା ଏଡ଼େକଷ୍ଟ ।ତହୁଁ ବେଦପତି ଲଜ୍ଜା ପାଇଣ ସଭାରେମହା ଅଭିଶାପ ଦେଲେ ଅତି କ୍ରୋଧଭରେ ।ତତକ୍ଷଣେ ଭସ୍ମହେଲା ତୁମ୍ଭର ଶରୀରପୁଣି ସୁଦୟା ବହିଣ ଜ୍ୟାଇ ବେଦବର ।ଆବର ଅନେକ ପୂର୍ବୁ ଘଟିଛି ବିଯୋଗବିଶ୍ୱେଦେବାଙ୍କର ଶାପ ପୁଣି କଲ ଭୋଗ ।ବାଞ୍ଛା ବଟମୂଳେ ପୂର୍ବେ ଗୋମାତ ଯେ ଥିଲେନମସ୍କାର ନୋହିଲା ତୁ ବୋଲି କୋପକଲେ ।ଶରୀର ବିହୀନେ ତୁମ୍ଭେ ହେଲ ଅକାରଣଆକାଶ ଗଙ୍ଗା କୂଳରେ ଲଭିଣ ମରଣ ।ଅନେକ ଚିନ୍ତା କରିଣ ଦେବ ଶଚୀପତିସେହି ସଙ୍କଟୁ ତାରିଲେ ଯାଇଣ ଝଟତି ।ସମୟ ଅନ୍ତରେ ପୁଣି ପାଇ ନିଜ କାୟାଜ୍ଞାନ ହରାଇ ବସିଲ ହୋଇଣ ନିର୍ମାୟା ।ତୁମ୍ଭେ ବିଚାର ଶମ୍ବର ଅଟେ ମୋର ପତିସେ କଥା ଗୋଟି କଦାଚ ନୁହଇ ଯୁକତି ।ଏତେ ବୋଲି ମନ୍ତ୍ରଗୋଟି ସୁମରିଲେ ଯେଣୁମୀନକେତନକୁ ଶୁଭାଶୁଭ ଦିଶେ ତେଣୁ ।ସ୍ୱର୍ଗ ମର୍ତ୍ତ୍ୟ ଆଦିକରି ଯେତେ ଯହିଁ ବିଧିବିଧିବିଧାନ ସମସ୍ତ ହୋଇଲାକ ସିଦ୍ଧି ।ଅନେକ ସାନନ୍ଦ ହୋଇ ରତିକି ବୋଇଲେତୋହର ପ୍ରସାଦେ ମୋର ଦୁଃଖଗଲା ଭଲେ ।ହେଲା ପାପକ୍ଷୟ ଦିବ୍ୟଚକ୍ଷୁ ପାଇଲଇଁମୋତେ ଆପଦରୁ ତାରୁ କାଳେ କାଳେ ତୁହି ।ସାକ୍ଷାତେ ସାଧବୀ ତୁହି ପରଂମାହେଶ୍ୱରୀବିଚିତ୍ର ବ୍ରହ୍ମବୀର୍ଯ୍ୟରେ ଉଦ୍ଭବ ତୁମ୍ଭରି ।ଅକ୍ଷୟ ଅଜରାମର ସର୍ବଦା ତ୍ରିଜୀବିମଲା ଦେହକୁ ଜୀଆଉ ଆଣି ମହାଦେବୀ ।ଏ ତୋହର ଗୁଣ ମୁହିଁ ପାସୋରିବି କାହିଁସ୍ତୁତିକଲେ କାମଦେବ ରତିମୁଖ ଚାହିଁ ।ରତି ବୋଇଲେ ସ୍ୱାମୀ ତୁ ମୋର ପ୍ରାଣପତିତୋର ବ୍ୟତିରେକେ ମୋର ନାହିଁ ଆନ ଗତି ।ତୁହି କାଳେ ପଞ୍ଚଭୂତ ଆତ୍ମାର କାରେଣିତୋହର ପ୍ରସାଦେ ମୁହିଁ ତ୍ରୈଲୋକ୍ୟକୁ ଜିଣି ।ଏତେ ବୋଲି ଦେବୀ କାମଦେବ ପାଦତଳେସାଷ୍ଟାଙ୍ଗରେ ଗଡ଼ଘାଲି ଶୋଇଲେ ବିକଳେ ।ପବିତ୍ର ଗଙ୍ଗାଜଳରେ ଚରଣ ପଖାଳିପାଦୋଦକ ପାନକଲେ ବ୍ରହ୍ମାଙ୍କ ଦୁଲାଳୀ ।ଆପଣେ ଘଟନ ଯାହା କରିଛି ବିଧାତାଅନେକ କାଳେ ଭେଟଣ ହୋଇଣ ସେ କଥା ।ବହୁକାଳରୁ ବିଭିନ୍ନ ହୋଇଥିଲେ ବେନିହାସ୍ୟରସ କଉତୁକେ ବଞ୍ଚିଲେ ରଜନୀ ।ଧାଈ ମୁଦୁସୁଲୀ ପରିବାରୀ ଯେତେ ଥିଲେକେହି ଜଣେ ନ ଜାଣନ୍ତି ସେ କଥାକୁ ଭଲେ ।ଶୁକ ବୋଇଲେକ ଶୁଣ ପରୀକ୍ଷ ନୃମଣିଏସନକ ସମୟରେ ପାହିଲା ରଜନୀ ।ଏଥୁ ଅନନ୍ତରେ ରତି କାମର ଶ୍ରବଣେବାଳୁତର ମନ୍ତ୍ର ଗୋଟି କହିଦେଲେ କର୍ଣ୍ଣେ ।ବ୍ରହ୍ମା ବୀଜମନ୍ତ୍ର କାମ କର୍ଣ୍ଣରେ ସଞ୍ଚାଇପୁଣି ବାଳୁତ ରୂପକୁ ଧଇଲେକ ତହିଁ ।ଏସନ ଚରିତ କେହି ନ ଜାଣନ୍ତି ଆନମାୟାବତୀର ମନ୍ତ୍ରରେ ସର୍ବେ ତୋଷମନ ।