ଅର୍ଜୁନଙ୍କର ବରଲାଭ — ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିଜଳେ ଥଳେ ଅନଳେ ନାହିଂ ତୋତେ ଅପ୍ରାଜୟେ
ତ୍ରଇଲୋକ୍ୟେ ଜିଣନ୍ତା ହେବୁ ସାଂଗ୍ରାମେ ହୋଇବୁ ନିର୍ଭୟେ ।୨୨ ।
ସ୍ତମ୍ଭନ ମୋହନ ଯେ ବଶ ଉଚ୍ଚାଟନ
ଗୁଟିକା ଅଞ୍ଜନ ଯେ ଧରଣ ଧାରଣ ।୨୩ ।
ଅର୍ଜୁନକୁ ଦୃଢ କରି ଦିଲେ ମଉଷଧି
ୟେ ଭସ୍ମ ଲେପିଲେ ଶରୀରୁଂ ତୁଟିବ ନାନା ବ୍ୟାଧି ।୨୪ ।
ମଉଷଧି ଦହନରୁ ଦିଲକେ ବିଭୂତି
ୟେହା ଅଙ୍ଗେ ବାବୁ ଲେପନ କରିବୁ ନିତି ।୨୫ ।
ପଶୁପତ୍ର ମୁଦୁଗର ବଜ୍ର ଯେ ଶକତି
ଅଙ୍ଗେ ନ ଭେଦିବ ଚୂର ହୋଇବ ୟେଘାନ୍ତି ।୨୬ ।
ମହାମନ୍ତ୍ର ପଢି କରି ଦିଲେକ ଆଶିଷ
ତ୍ରଇଲୋକ୍ୟ ବ୍ରହ୍ମାଣ୍ଡେ ତୋତେ ହୋଉ ପାଥ ଯଶ ।୨୭ ।
ତିନିଯୁଗର ମୁହିଂ ଯେ ହୋଇଥିଲି ରୋଗୀ
ତୋହୋର ପ୍ରସାଦେ ମୁହିଂ ହୋଇଲି ସୁଖଭୋଗୀ ।୨୮ ।
ୟେସନେ ନିକଳଙ୍କ ହୋଇଲା ମୋର କାୟେ
ବଂଶରେ କଳଙ୍କ ତୋର ନ ରାଗୁ ଧନୁର୍ଜୟେ ।୨୯ ।
ସକଳ ଭବନକୁ ଅଗ୍ନି ସେ ଅଟଇ ମୂଳ
ଅଗ୍ନିହି ସେ ଖଣ୍ଡଇ ଦୁରିତ ସକଳ ।୩୦ ।
ପୁଣ ପୁଣ ଆଶିଷ କରନ୍ତି ପରମ ସାନନ୍ଦେ
ହୋଇଲି ନିକଳଙ୍କ ବାବୁ ତୋହୋର ପରସାଦେ ।୩୧ ।
ଜଳେ ଥଳେ ଅନଳେ ଖଡ଼ଗେ ନ ତୁଟୁଂ ତୋର କାୟେ
ତ୍ରଇଲୋକ୍ୟ ସାଂଗ୍ରାମେ ହୁଅ ତୁ ଅଜୟେ ।୩୨ ।
ଜାତ ହନ୍ତକକୁ ଯେ ଅଜପା ଯୋଗ ଧ୍ୟାନେ
ଶୁଦ୍ଧ ଅଶୁଦ୍ଧ ବୁଝି ତ ରୁଚଇ ମନ୍ତ୍ର ଗ୍ୟାନେ ।୩୩ ।
ନାରାଚ ସନ୍ଧିବୁ ଯେବେ ୟେହି ମନ୍ତ୍ର ପଢି
ୟେକା ବାଣ ପେଷିଲେ ହୁଅନ୍ତି ଲକ୍ଷ ଚାରି ।୩୪ ।
ଅରୁଣ କିରଣ ହାଦେ ଯେଉଂ ବେନି ମଣି
ଅର୍ଜୁନର କଣ୍ଠେ ବଶ୍ୟାନର ଲମ୍ୱାଇଲେ ଆଣି ।୩୫ ।
ୟେ ମଣି ଥିଲେ ବାବୁ ନ ପଡ଼ଇ ରୋଗ ବ୍ୟାଧି
ହରଇ ବିପତ୍ତି ଯେ ପ୍ରସରଇ ବୁଦ୍ଧି ।୩୬ ।
ଗବନ ଅନକୂଳେ ବାଞ୍ଛା ହେଉ ପ୍ରାପତ
ଯାବତ ଚନ୍ଦ୍ରାଅର୍କେ ସିଦ୍ଧ ଯେ ସମସ୍ତ ।୩୭ ।
ଯେତେବେଳେ ବାବୁ ସାଂଗ୍ରାମେ ଯାଉଥିବୁ
ଆମ୍ଭେ ତୋହୋର ରଥ ଦକ୍ଷିଣ କୋଣେ ଥିବୁଂ ।୩୮ ।
ଯେତେ ଧନୁ ଶହସ୍ର ମୁଂ ଦେବତାଙ୍କ ତହୁଂ ଆଣିଲି ମାଗି
ବାଞ୍ଛାସିଦ୍ଧ କରି ଅର୍ଜୁନକୁ ଦିଲେ ବେଗି ।୩୯ ।
ଅନେକ ବିଦ୍ୟା ଦେଇ ଦେବ ହୋଇଲେ ପରସନ
ତହୁଂଣ ଅଗ୍ନି ଦେବତା ହୋଇଲେ ଅନ୍ତର୍ଧାନ ।୪୦ ।
ଖାଣ୍ଡବ ବନ ଦହନେ ହୋଇଲା ସେ ଅଗ୍ନିଙ୍କର ବୁଦ୍ଧି
ରାଗଣେ ହରିଲେ ଆକାଶର ସମ୍ପ୍ରଧି ।୪୧ ।
ସତ୍ୟ ତ୍ରେତୟା ଦ୍ୱାପର ଯେ ମନ୍ଦାଅଗ୍ନି ହୋଇଲେ
ଅର୍ଜୁନ ପ୍ରସାଦେ ଦ୍ୱାପର ଅନଳ ତେଜ ପ୍ରକାଶିଲେ ।୪୨ ।
ତହୁଂଣ ବିଜେ କରି ଗଲେକ ଅର୍ଜୁନ
କପିଳାସେ ଥୋଇଲେ ନେଇ ଦେବଶସ୍ରମାନ ।୪୩ ।
ନନ୍ଦିଘୋଷ ରଥ ଚାରି ଅଶ୍ୱନ୍ତ ସହିତେ
ସମସ୍ତ ସମ୍ଭାଳିଲେ ଗଉରା ଜଗତମାତେ ।୪୪ ।
ଗିରିଜାହ୍କ ପଦ୍ମପାଦେ ପ୍ରଳମ୍ୱିତ ହୋଇଲେ ଧର୍ନୁଜୟେ
ସୁମରିଲେ ଶହସ୍ର ଛାଡ଼ି ଦେବୁଟି ଗୋ ମାୟେ ।୪୫ ।
ଲୟେ ବୋଧମନ୍ତ୍ରେ ଦିଲେକ ପାର୍ବତୀ
ୟେ ମନ୍ତ୍ର ପଢି ସୁମରିବୁ ବାବୁ ମୋତେ ମହାଛତ୍ରୀ ।୪୬ ।
କରେଣ ଧାମଣା କାଠର ଧନୁ ଦୋସରା ପିନାକୀ
ବେନି ତ୍ରୋଣ ଭିଡି ବାହାରିଲେ ସର୍ବସାଚୀ ।୪୭ ।
ତପୋଧନ ରୂପ ସେ ଧରିଣ ଫାଲଗୁନି
ଶିରରେ ବାନ୍ଧିଲା ସେ ଜଟା ଗୋଟି ତିନି ।୪୮ ।
ଭସ୍ମ ବିଲେପନ ଯେ ସ୍ଫଟିକ ମୁଦୁରା କର୍ଣ୍ଣେ
ତାମ୍ର ବସ୍ର ଆରୋପଣ ଶରୀର ଉଦ୍ଦାନେ ।୪୯ ।
ଓଡ଼ିଆଣି ଗୋଟିୟେ ପାଥ ଭିଡ଼ିଣ ଅଛି କଟି
ଭିଡ଼ିଲା ଗଣ୍ଡସ୍ଥଳେ ଦିବ୍ୟ ବସନ କର୍ପଟି ।୫୦ ।
ୟେସନେକ ସରୂପ ରୁଦ୍ରଗଣ ଚିହ୍ନ
ସତ୍ୟ ଆଚାରୀ ପାଥ ଚଳଇ ଘୋର ବନ ।୫୧ ।୧୩୫୩ ।
ଚିତ୍ରାଙ୍କୁର ଶରଣ ଓ ବୈରାଜ ରାଜା ମିଳନ
ଅନେକ ସାନନ୍ଦ ବୀର ଯେ ନାହିଂ ଅପୌରୁଷଭ୍ରମଇଂ ଗହନ ବନ ଯେ ଅନେକ ହରଷ ।୧ ।ୟେତେକ ବିଚାରି ଯେ ପାଥ ଅନେକ ତୀର୍ଥ ଭ୍ରମିଅନେକ ଗିରି ଡିଙ୍ଗର ଦୁସହ ପଥ ଗମି ।୨ ।ୟେସନେକ ଅଟଇ ସେ ପାଥର ବନବାସଶୁଭେଣ ପାର ଗଲା ଯେ ନବ ବରଷ ସାତମାସ ।୩ ।କାଶୀ କୌଶିକୀ ତୁଙ୍ଗଭଦ୍ରା କାବେରୀନର୍ମଦା ସରସ୍ୱତୀ ଯେ ଆବର ଗୋଦାବରୀ ।୪ ।ରାମଘାଟ କୃଷ୍ଣାବେଣୀ ମଣିକର୍ଣ୍ଣିକା ତଋଷିକୁଲ୍ୟା ଗଙ୍ଗା ଯେ ଯମୁନା ଆଦି ସାତ ।୫ ।ସରଜୁ ପୁଲକି ଆବର ଯେ ଗୟାତୀର୍ଥୟେମନ୍ତେ ଅନେକ ତୀର୍ଥ ଗମିଲା କୋନ୍ତୀସୁତ ।୬ ।ପାଦଶ୍ରମ ପାଇ ବୀର ବିଚାରଇ ମନେ ମନେଥୋକାୟେ ଦିନ ୟେବେ ରହିବା କାନନେ ।୭ ।ୟେମନ୍ତ ବିଚାର କରି କରଇ ପୟାଣୟେକାମ୍ୱରେ ମିଳିଲା ପାଣ୍ଡବ ଅରଜୁନ ।୮ ।ମହାସୁସ୍ତ ହୋଇ ତହିଂ ଫଳମୂଳ ଖାଇଂହସ୍ତିନା ପାଶୋରି ବୀର ରହିଲାକ ତହିଂ ।୯ ।ତିନିମାସ ତହିଂ ବଞ୍ଚିଲା ମହାବୀରଅଗସ୍ତି ବୋଇଲେ ଶୁଣ ମନୁ ଦଣ୍ଡଧର ।୧୦ ।କୁମ୍ଭ ମାସ ଶୁକଳ ପକ୍ଷ ଚଉଠୀ ତିଥି ଗୁରୁବାରରେବତୀ ନାମେ ନକ୍ଷତ୍ର ମୀନ ଚନ୍ଦ୍ର ସେ ଦିନର ।୧୧ ।ବବ କରଣ ଯେ ହେଲା ଶୁଭ ନାମେ ଯୋଗକୁମ୍ଭ ସଂକରାନ୍ତିକି ପଚିଶ ଦିନ ଭୋଗ ।୧୨ ।ସେ ଦିନ ଅର୍ଜୁନ ପିପଳ ବୃକ୍ଷ ମୂଳେଶରଧାରେ ବସିଅଛି ବାସବ ଦୁଲାଳେ ।୧୩ ।ଆଗରେ ଥୋଇଅଛି ଅକ୍ଷୟ ତ୍ରୋଣଭାରଶରମାନ ଯନ୍ତା ଦେଉଅଛି ମହାବୀର ।୧୪ ।ୟେସନେକ ସମୟେ ଯେ ୟେକଇ ପୁରୁଷେକେଶବାସ ଅସମ୍ଭାଳ ପଳାଉଛି ତ୍ରାସେ ।୧୫ ।ଗହନ କାନନେ ଯାଉଅଛି ଧାପ ଦେଇମିଳିଲା ଯାଇଂ ଅର୍ଜୁନ ବସିଅଛି ଯହିଂ ।୧୬ ।ଛତ୍ରୀବୃତ୍ତ ପଣ ତାର ଦେଖିଲାକ ଯହୁଂଶରଣ ବୋଲି ବୀର ଯେ ଫୁକାରିଲା ତହୁଂ ।୧୭ ।ୟେହା ଶୁଣି ପଚାରଇ ବିଲଙ୍କ ଦେଶ ରାୟଭୋ ମୁନି ଅଗସ୍ତି ୟେତ ବଡ଼ାଇ ସନ୍ଦେହ ।୧୮ ।କାହୁଂ ସେ ଅଦ୍ଭୁତେ ଅବା ଅଇଲା ପୁରୁଷକେବଣ ମହାତମା କଲା କିବା ତାକୁ ରୋଷ ।୧୯ ।ୟେହା ମୋତେ ସଞ୍ଚପି କହିବା ମହାମୁନିଶୁଣିସ ହୋ ମନୁ ବଦୟନ୍ତି ଅଗସ୍ତି ତପୋଧନୀ ।୨୦ ।ଯଶୋବନ୍ତ ବୋଲିଣ ଯେ ୟେକଇ ନଗରଜମ୍ୱାଳ ନାମେଣ ଗିରି ଉତ୍ତର ପାଶର ।୨୧ ।ଚିତ୍ରାଙ୍ଗୀ ନାମେ ନଦୀ ବହେ ଉତ୍ତର ମୂରତିଚିତ୍ରାଙ୍କୁର ବୋଲିଣ ତହିଂର ନରପତି ।୨୨ ।ଅହିବ୍ରତେ ଘର ତହିଂ ବସଇ ପାଟଣାଅତିହିଂ ସୁସଞ୍ଚ ସେହୁ ଅମୂଲ୍ୟ ଘଟଣା ।୨୩ ।ମର୍ଭୁତେକ ହାଥୀ ଅଶ୍ୱ ଶତେକ ମର୍ଭୁତବାଇଶ କ୍ଷେଉଣୀ ବଳ ଅହିବ୍ରତେକ ରଥ ।୨୪ ।ହିଙ୍ଗୁଳା ଲକ୍ଷ୍ମୀ ନାମେ ତାହାର ମହାଦେଈଲମ୍ୱିତା ଚିତ୍ରାଙ୍ଗଦା ଯେ ବେନି ତା ତନୟୀ ।୨୫ ।ଚିତ୍ରଧ୍ୱଜ ନାମେ ତାର ୟେକଇଂ କୁମରମୃଗୟା ବିନୋଦେ ସେହୁ ହୋଇଲା ବାହାର ।୨୬ ।ବେନି କୋଟି ଅଶ୍ୱ ତୁଲେ ରାଜାର ନନ୍ଦନସାତ କ୍ଷେଉଣୀ ପାଦାନ୍ତି ଘେନି ଭ୍ରମଇ ଘୋରବନ ।୨୭ ।ଗହନ ଅଟବୀରେ ପଶିଲାକ ଯାଇଂଦଇବର ଯୋଗେ ରାଜପଥ ବଣା ହୋଇ ।୨୮ ।ପଞ୍ଚଦଶ ଯୋଜନ ସେ ଅରଣ୍ୟେଣ ଗଲେପରମହଂସ ନାମେକ ଗ୍ରାମରେ ମିଳିଲେ ।୨୯ ।ପରନନ୍ଦଭୃତ ନାମେ ୟେକଇ ଶୟଳପିପଳା ନାମେଣ ନଦୀ ବହଇ ପରିମଳ ।୩୦ ।ବାରଲକ୍ଷ ଘର ସେ ରାଜ୍ୟରେ ବସଇସେ ପୁରରେ ବଇରାଷ୍ଟ୍ର ନାମେଣ ନରସାଇଂ ।୩୧ ।ବିମ୍ୱମାଳୀ ନାମେଣ ଅଛି ତାହାର ଦୋହିତାପିତା ଘରେ ଥାଇ ଅବିଭାଇତ ବନିତା ।୩୨ ।ଦାସୀଗଣମାନ ସଙ୍ଗେ ଘେନିଣ କୁମାରୀପିପଳା ନଦୀରେ ପଶି ସେ ସ୍ନାହାନ କରି ।୩୩ ।ୟେମନ୍ତ ସମୟେ ସେଠାରେ ତହିଂ ମିଳିଲା ଚିତ୍ରଧ୍ୱଜପଚାରଇ ସୁନ୍ଦରୀ ୟେ କେବଣ ରାଇଜ ।୩୪ ।କାହାର ଦୋହିତା ତୁ କାହାର ମନୋହାରୀବିଭା ହୋଇ ନ ଥିଲେ ତୁ ମୋତେ ବର ନାରୀ ।୩୫ ।ମୁହିଂ ଚିତ୍ରଧ୍ୱଜ ଚିତ୍ରାଙ୍କୁର ରାଜାର କୁମରଯଶୋବନ୍ତ ନଗ୍ରରେ ଅଟଇ ମୋର ଘର ।୩୬ ।ଇଚ୍ଛା ହେଲେ ମୋର ଅଶ୍ୱେ ଆସି ବସରେ ତରୁଣୀଶୁଣି ଅପସରିଲା ବଇରାଷ୍ଟ୍ରର ଦୁଲଣୀ ।୩୭ ।ଲୋହିତ ନାମେ ଯେ ଦାସୀ କହଇ ଉତ୍ତରଶୁଣ ଆହେ ଚିତ୍ରଧ୍ୱଜ ଆମ୍ଭର ବିଚାର ।୩୮ ।ଯାହା ପଚାରିଲେ ତୁମ୍ଭେ ୟେ ଦେଶର ବାରତାପରମହଂସ ବୋଲିଣ ଯେହୁ ଜଗତେ ବିଦିତା ।୩୯ ।ତିନି ମର୍ଭୁତ ଘର ଯେ ବସଇ ପରଜାବଇରାଷ୍ଟ୍ର ନାମେ ଅଟଇ ୟେଥିରେ ରାଜା ।୪୦ ।ତାହାର ଦୋହିତା ନାମ ଅଟଇ ବିମ୍ୱମାଳୀସ୍ନାହାନ କରିତେ ୟେଥକୁ ଆସିଅଛି ବାଳୀ ।୪୧ ।ତୁ ଯେବେ ୟେହାକୁ ବଳାଇଲୁ ମନରାଜାକୁ ମାଗ କନ୍ୟା ତୁମ୍ଭନ୍ତ କରୁ ସେ ପ୍ରଦାନ ।୪୨ ।ପିତାଦତ୍ତ କନ୍ୟା ରାଜଦତ୍ତ ମହୀସ୍ନାନ ଠାରୁ କେମନ୍ତେ କରିବ ଜେମାଦେଈ ।୪୩ ।ଶୁଣିଣ ଚିତ୍ରଧ୍ୱଜ ମୁରୁଛି ନ ପାରିଲାଦାସୀଗଣ ମଧ୍ୟେ ସେ ଅଶ୍ୱ ନେଇ କଲା ।୪୪ ।ବିମ୍ୱମାଳୀ କନ୍ୟାର ଧଇଲା ଯାଇ ଭୁଜବାରାସେ ବସାଇ ଚଳିଲା ନିଜ ରାଜ୍ୟ ।୪୫ ।ସଂଗତେ ଗୋଡ଼ାଇଲେ ଥାଠ ତାର ଯେତେଯଶୋବନ୍ତ ନଗ୍ରେ ମିଳିଲେ ତୁରିତେ ।୪୬ ।ଦେଖିଣ ପୁତ୍ରକୁ ପୁଚ୍ଛଇ ନରନାଥକାହୁଂ ଆଣିଲୁ ୟେ ଅବିଭାଇ ଦୋହିତ ।୪୭ ।ଅର୍ଧମ କଲୁତ ବୋଇଲେ ଦଣ୍ଡଧାରୀକାହାର ଦୋହିତା ତୁ ଆଣିଲୁ ବଳେ ହରି ।୪୮ ।କୁମର ବୋଇଲା ତାତ ୟେ ବରିଲାକ ମୋତେତାହା ଶୁଣିଣ ହରଷ ହୋଇଲେ ନୃପତ୍ୟେ ।୪୯ ।କନ୍ୟାକଇଂ ନେଇଣ ଥୋଇଲା ଅନ୍ତପୁରୀସନ୍ୟ ସେନା ଗଲେ ତହୁଂ ଯେ ଯାହା ନଗରୀ ।୫୦ ।ୟେଥୁଂ ଅନନ୍ତରେ ଶୁଣ ଦଣ୍ଡଧାରୀବିମ୍ୱମାଳୀ ସଂଗେ ଯେ ଥିଲେ ପରିବାରୀ ।୫୧ ।କନ୍ୟାକୁ ଯହୁଂ ହରିନେଲା ଚିତ୍ରଧ୍ୱଜ ବୀରବିଷାଦ ହୋଇ ଦାସୀ ଯେ ଚଳିଲେ ନିଜ ପୁର ।୫୨ ।ନିଅବକାଶଠାରେ ଯାଇଂ ମିଳିଲେ ସେ ବେଗେକରଯୋଡ଼ି ଜଣାଇଲେ ବଇରାଷ୍ଟ୍ର ଆଗେ ।୫୩ ।ଭୋ ଦେବ ରାଜେଶ୍ୱର ଶୁଣିମା ଗୁହାରିସ୍ନାହାନ ଯାଇଥିଲେ ତୁମ୍ଭର କୁମାରୀ ।୫୪ ।ଜଳେଶ ପଶି ଆପଣାର ଅଙ୍ଗ ପଖାଳନ୍ତେଚିତ୍ରାଙ୍କୁର ରାଜପୁତ୍ର ମିଳିଲା ତୁରିତେ ।୫୫ ।ଚିତ୍ରଧ୍ୱଜ ନାମ ଗୋଟି ଅଟଇ ତାହାରିବଳେ ଧରିନେଲା ଆସି ତୋହୋର କୁମାରୀ ।୫୬ ।ଶୁଣିଣ ରାଜନ କୋପେ ହୋଇ ପରଚଣ୍ଡମନ୍ତ୍ରୀକି ବୋଇଲା ବେଗେ ସାଜ ସମଦଣ୍ଡ ।୫୭ ।ତତକ୍ଷଣେ ସଜ ଯେ ସକଳ ସେନାପତିରଥ ଗଜ ଅଶ୍ୱ ଆଦି ସାଜିଣ ଆଣନ୍ତି ।୫୮ ।ଐରାବତ ଜାଣି ତିନି ଅହିବ୍ରତ ହାଥୀମହା ବଳବନ୍ତ ସେହୁ ସମରେ ନିଭ୍ରାନ୍ତି ।୫୯ ।ସାତ ମେବଚ୍ଛକ ଅଶ୍ୱ ପଞ୍ଚାଶ କୋଟି ବଳସାଜନ୍ତେ ଯେ ମେଦିନୀ ହୋଇଲା ଟଳମଳ ।୬୦ ।ୟେକାଦଶ ବୃନ୍ଦ ତହିଂରେ ଯେ ସାଜିଲେକ ଓଟଅମାପତ ବଳ ସମ୍ଭାଳିଛି ବଇରାଷ୍ଟ୍ର ।୬୧ ।ସେନାପତିମାନେ ଯେ ହୋଇଲେ ଆଗଆଣିପାଦଭରେ ଟଳମଳ କମ୍ଫଇ ଧରଣୀ ।୬୩ ।ଢୋଲ ଦମା ଟମକ ବାଜଇ ଘୋର ଟାଣହାଥୀଙ୍କ ଗର୍ଜନ ଘୋଡ଼ାଙ୍କର ହ୍ରେସାରବ ଜାଣ ।୬୪ ।ପାଦାନ୍ତିଙ୍କ ମୁଖରାବ ପଇଠେ ଧନୁଶର ଗୁଣଟଙ୍କାରଗଜ ଘଣ୍ଟାରବ ଯେ ଶୁଭଇ ଅପାର ।୬୫ ।ଦେଖିଣ ବଇରାଷ୍ଟ୍ର ରାଜା ଛାଡ଼ିଲା ମନୁ ଚିନ୍ତାବଜ୍ରଘୋଟ ସେହ୍ନା ଲାଇଲା ବଳବନ୍ତା ।୬୬ ।ବ୍ରତୁଳ ମୁକୁତାମାଳି ଗଳେ ଶତେ ସରିବିବିଧ ବର୍ଣ୍ଣେ ପଦକ ହୃଦୟରେ ଭରି ।୬୭ ।ଅନର୍ଗଳ ତୋଢର ବାନ୍ଧିଲାକ ପାଦେଚରଣ ଶୋଭା ପାଇଲା ନେପୁରର ନାଦେ ।୬୮ ।କଟିରେ କଟିମେଖଳା ବାମେ ଯମଦାଢ଼ନେତେକ ସେ ଉଡ଼ାଇଲା କରି ଅତି ଗାଢ ।୬୯ ।ଶିରରେ ଖଂଜିଲା ମୁକୁଟ ମଣିରତ୍ନମୟେକର୍ପୂର ସଂଗେଣ ଯେ ତାମ୍ୱୁଳ ଲାଗି ହୋୟେ ।୭୦ ।ଶ୍ରବଣେ କୁଣ୍ଡଳ ବିଜୁଳି ଝଟକ ଜାଣିଲଲାଟେ ଝଟକନ୍ତି ହୀରା ରତ୍ନ ମଣି ।୭୧ ।କେଶେଣ ପୁଷ୍ୟ ଲାଇଂ ବାନ୍ଧିଲାକ ଗଭାଆନୁ ଆନ ବର୍ଣ୍ଣ ଯେ ଦିଶଇ ବଡ଼ ଶୋଭା ।୭୨ ।କପାଳେ ଚନ୍ଦନ ଗୋରୋଚନାର ଯେ ଚିତାନୟନର ତେଜ କି ସେ ବିଜୁଳିର ଲତା ।୭୩ ।ଦାଢି ଫୁଲାଇଣ ହରଷ ରାଜନସାରଥି ସାଜିଆଣିଲା ତାର ଦିବ୍ୟ ଯାନ ।୭୪ ।ହରଷ ହୋଇ ରଥେ ଆରୋହି ମହାରାଜବାମ କରେ ଧନୁ ଦକ୍ଷିଣେ ନାରାଜ ।୭୫ ।ସମ୍ଭର ହୋଇଣ ଚଳଇ ରାଜନଗହଣେ ଥାଠ ତାର ଅଛନ୍ତି ଅପ୍ରମାଣ ।୭୬ ।ମୀନମାସ କୃଷ୍ଣପକ୍ଷ ସପତମୀ ଦିନବିଷ୍ଟି ନାମେ କରଣ ବଜ୍ର ଯୋଗ ଜାଣ ।୭୭ ।ଜ୍ୟେଷ୍ଠା ଋକ୍ଷ ବିଛାଚନ୍ଦ୍ର ଅଟଇ ସେ ଦିନଯୋଗିନୀ ମୁଖେ ରାଜା କଲା ପରସ୍ଥାନ ।୭୮ ।ସନ୍ୟର ଗହଳେ ତହିଂ ପଶିତେ ଠାବ ନାହିଂଆକାଶେ ଅଦୃଶ ହେଲେ ଛାୟାଦେବୀ ସାଇଂ ।୭୯ ।ଟମକ ନିଶାଣ ଯେ ବାଜଇ ବୀରତୂରପାଦ ଲାଗି ବନ କନ୍ଦର ଯେ ହୋୟେ ଚୂର ।୮୦ ।ଅତିହିଂ ସମ୍ଭରେ ସେ ଚଳଇ ଥାଠ ଗୋଟିପହରକ ମାନେ ଜମ୍ୱାଳ ଗିରି ଭେଟି ।୮୧ ।ମୁଖରାବ ଶବଦେ ଯେ କମ୍ପଇ ବ୍ରହ୍ମାଣ୍ଡଚିତ୍ରାଙ୍ଗୀ ନଦୀର କୂଳେ ମିଳେ ସମଦଣ୍ଡ ।୮୨ ।ୟେଥୁ ଅନନ୍ତରେ ଶୁଣି ବିଲଙ୍ଗ ଦେଶ ସାଇଂଚିତ୍ରାଙ୍କୁର ଆଗେ ଚାରଗଣ ଜଣାଇଲେ ଯାଇଂ ।୮୩ ।ସ୍ୱାମୀ ପରହଟ୍ଟ ଦେଶ ରାଜା ବଇରାଷ୍ଟ୍ରତୋହୋର ଉପରକୁ ବାହିଲା ତାର ଥାଠ ।୮୪ ।ଚିତ୍ରାଙ୍ଗୀ ନଦୀ କୂଳେ ଆସିଣ ରହିଲାସମ୍ଭାଳ ରାଜ୍ୟ ତୋର ବୋଲିଣ ବୋଇଲା ।୮୫ ।ନ ପୁଣ ରାଜ୍ୟରେ ତୋର ପଶଇ ଝସାଇଂବିଳମ୍ୱ ନ କରୁ ଶୁଣିମା ହେ ନରସାଇଂ ।୮୬ ।ୟେତେକ କହି ସେ ଚାର ପଛ ଘୁଞ୍ଚିଗଲାଶୁଣି ତାହା ରାଜା ଯେ ନୟନ ତରାଟିଲା ।୮୭ ।ଅଧରେ ଦନ୍ତଚାପି ବୋଇଲାକ ରାଗେପେଚାର ଗାରିମା କିରେ ବାୟେଂସାର ଆଗେ ।୮୮ ।ବାହାସ୍ଫୋଟ ମାରି ସେ ଉଠିଲାକ ପୁଣ ରାଗେମଣ୍ଡୁକୀ ରହଇ କିରେ କାଳସର୍ପ ଆଗେ ।୮୯ ।ୟେତେ ବୋଲି ରାୟେ ଗର୍ଜନ ନାଦ କଲାସମଦଣ୍ଡ ସାଜ ବୋଲି ମନ୍ତ୍ରୀକି ବୋଇଲା ।୯୦ ।ଆପଣେ ଯୁଦ୍ଧକୁ ସଜ ହେଲା ନୃପମଣିଶିରେ ସିମନ୍ଥନୀ ପାଗ ଜରିରେ ଖଞ୍ଜଣି ।୯୧ ।କରଣେ କଙ୍କଣ ବାହୁଟି ଆଦି ସ୍ୱର୍ଣ୍ଣ ଜଗଦଳାହୃଦରେ ଆଭରଣ ମୁକୁତାର ମାଳା ।୯୨ ।ଶ୍ରବଣେ କୁଣ୍ଡଳ ଶୋଭେ ବାମକରେ ଶରାସନଡାହାଣ କରେ ନାରାଜ ଦିଶଇ ଶୋଭାବନ ।୯୩ ।ଅନର୍ଗଳ ତୋଢର ବାନ୍ଧିଲାକ ବାମ ପାଦେଚରଣରେ ନୂପୁର ଶୁଭଇ ମହାନାଦେ ।୯୪ ।ଦାଢି ମୋଡ଼ି ରାଜା ବସିଲାକ ରଥେ ଯାଇଂଚିତ୍ରଧ୍ୱଜ ରାଜା ଅଇଲା ବେଗେ ସଜ ହୋଇଂ ।୯୫ ।କପାଳେ ତିଳକ ଶିରେ ପାଗ ବାନ୍ଧିଦିବ୍ୟ ଚାରୁ ପାଟେ କାଛିଣ ସେ ବୀରବେଶ ପିନ୍ଧି ।୯୬ ।ଚରଣେ ନୂପୁର ବେନି ରୁଣୁଝୁଣୁ ବାଜେହୃଦରେ ପଦକ ହାର ମଣିଗଣ ସାଜେ ।୯୭ ।ପୀତ ପତନୀୟେ ସେ କରିଣ ଦୋସଡ଼ାବିଦ ମୁଦି ବାହୁଟି କଚଟି ଜଗଦଳା ।୯୮ ।ତାଡ଼ ତୋଡ଼ର ଯେ ଯମଦାଢ ବାମଭାଗେକସ୍ତୁରୀ ଲେପନ କରିଅଛଇଂ ସର୍ବାଙ୍ଗେ ।୯୯ ।ବେନି ଶ୍ରବଣରେ ସୁବର୍ଣ୍ଣ ଲୋଳି ଶୋଭାବନକସ୍ତୁରୀ ଉପରେ କରି ଚନ୍ଦନ ଲେପନ ।୧୦୦ ।ଡାହାଣେ ନାରାଜ ବାମ କରେ ଶରାସନସାରଥି ସାଜିଣ ଆଣିଲା ସେ ଦିବ୍ୟଯାନ ।୧୦୧ ।ତହିଂ ଉପରେ ଆରୋହିଲା ଯାଇଂ ବୀରପ୍ରବେଶ ହୋଇଲା ଯାଇଂ ପିତାର ଛାମୁର ।୧୦୨ ।ତାହା ଦେଖିଣ ହରଷ ହୋଇଲାକ ରାୟେଦିଶଇଂ କୁମର ଯେ ମକରଧ୍ୱଜ ପରାୟେ ।୧୦୩ ।ୟେଥୁଂ ଅନନ୍ତରେ କଥା ଶୁଣ ମହୀପତିସଜ ହୋଇଲେ ଯେ ଦଶ ସହସ୍ର ରଥୀ ।୧୦୪ ।ମର୍ଭୁତେକ ଗଜ ପଚିଶକୋଟି ଅଶ୍ୱବାଇଶି କ୍ଷେଉଣୀ ପାଦାନ୍ତି ତାହାର ବିଶେଷ ।୧୦୫ ।ଢୋଲ ଦମା ଟମକ ନିଶାଣ ଘୋର ବାଜେରଥ ଗଜ ଅଶ୍ୱ ଚତୁରଙ୍ଗ ବଳ ସାଜେ ।୧୦୬ ।ସନ୍ୟଙ୍କର ସମ୍ଭାର କହିଲେ ନ ସରଇଅନକୂଳ କଲା ରାଜା ଜୟେଶଙ୍ଖ ବାଇ ।୧୦୭ ।ୟେମନ୍ତ ସମୟେ ବଇରାଷ୍ଟ୍ର ଦଣ୍ଡସାଇଂନଗରେ ପଶିଣ ସେ ଆସଇ ଝସାଇ ।୧୦୮ ।ହାଟ ପେଣ୍ଠ ଦେଶ ଘୋଷ ପାଟଣା ଉଜାଡ଼ିବାଣ ବଣିଜାର ଆଦି ଲୋକନ୍ତି ଘଉଡ଼ି ।୧୦୯ ।ଘରେ ଘରେ ପଶିଣ ପଦାର୍ଥ କଲେ ଜୂରବୃକ୍ଷନ୍ତ କଟାଇ ପୋଡ଼ିଦିଲେ ଘର ।୧୧୦ ।ୟେଥୁଂ ଅନନ୍ତରେ ଆସି ଚିତ୍ରାଙ୍କୁର ବୀରଥାଠ ସନ୍ୟ ଘେନି ସଙ୍ଗେ ପଶିଲା ସମର ।୧୧୧ ।ମାର ମାର ଧର ଧର ଶୁଭିଲା ଦୁଇ ବଳେୟେକକଇଂ ଆରକେ ସମରରେ ଆବୋରିଲେ ।୧୧୨ ।ଗଜେ ଗଜେ ରଥେ ରଥେ ଯୋଦ୍ଧା ସଙ୍ଗେ ଯୋଦ୍ଧାପାଦନ୍ତିକି ପାଦାନ୍ତି ମାହୁନ୍ତେ ମାହୁନ୍ତ ଶୋଧା ।୧୧୩ ।ଲାଗିଲାକ ହଣାହଣି ରଣେ ଦୁଇ ବଳଚିତ୍ରଧ୍ୱଜ ବଇରାଷ୍ଟ୍ର ଭେଟ ଓହୋବଳ ।୧୧୪ ।ବଇରାଷ୍ଟ୍ରକୁ ଦେଖି କୋପ ଚିତ୍ରଧ୍ୱଜ ବୀରବଇରାଷ୍ଟ୍ର ବୋଲେ ନାଶ ଗଲୁ ରେ ପାମର ।୧୧୫ ।ନ ପଚାରି କନ୍ୟା କିମ୍ଫେ ଆଣିଲୁ ମୋହୋରହୁଂକାରି କୁମରକୁ ବିନ୍ଧିଲା ସାତ ଶର ।୧୧୬ ।ଦେଖି ନିବାରିଲା ହିଙ୍ଗୁଳା ଲକ୍ଷ୍ମୀସୁତବାଇଶ ବାଣ ଯେ ବୀର ବିନ୍ଧିଲା ତୁରିତ ।୧୧୭ ।ଦଶ ବାଣ ପେଷି ତାହା ଛେଦିଲା ମହାରାଜାଚାଳିଶ ବାଣ ମାଇଲା ହିଙ୍ଗୁଳା ତନୁଜା ।୧୧୮ ।ପାଞ୍ଚବାଣେ ତାହା ବଇରାଷ୍ଟ୍ର ଯେ ନିବାରିସମର ସମ୍ଭାର ତାର କହିତ କି ପାରି ।୧୧୯ ।ଚିତ୍ରାଙ୍କୁର ରାଜା ବାମ କରେ ଧନୁ ଧରିନାରାଜ ବିନ୍ଧଇ ସେ ଗର୍ଜନ ନାଦ କରି ।୧୨୦ ।ବଇରାଷ୍ଟ୍ର ସଇନ ଯେ ଧାଇଂଲେ ଗଳଗାଜିଚିତ୍ରାଙ୍କୁର ସଇନୀ ଉଠିଲେ ହୋଇ ତେଜି ।୧୨୧ ।ଚିତ୍ରାଙ୍କୁର ବୀର ଯେ ବିନ୍ଧିଲା ଦଶ ଶରଦଶ ସହସ୍ର ସେନା ଛେଦିଲା ଧାତିକାର ।୧୨୨ ।ଚିତ୍ରଧ୍ୱଜ ନାରାଜେ ପଡ଼ିଲେ ବାଇଶି କ୍ଷେଉଣୀ ବଳତିନି ସହସ୍ର ଘୋଡ଼ା ମର୍ଭୁତେ କରିବର ।୧୨୩ ।କୋପ ହେଲା ଦେଖି ତାହା ବଇରାଷ୍ଟ୍ର ରାଜାଶତେ ନାରାଚ ବିନ୍ଧିଲା ହୋଇଣ ମହାତେଜା ।୧୨୪ ।ଚିତ୍ରାଙ୍କୁର ସଇନୀ ହୋଇଲେ ନାରଖାରବେଳୁଂ ବେଳ ଅପ୍ରମିତ ହୋଇଲା ସମର ।୧୨୫ ।ବେଳୁଂ ବେଳ ବଇରାଷ୍ଟ୍ର ହୋଇଲାକ ରାଗଧନୁଧରି ଗର୍ଜଇ ସେ ଯେସନେ ପନ୍ନଙ୍ଗ ।୧୨୬ ।ତିନି ଅହିବ୍ରତ ନାରାଜ କୋପେଣ ପୂରୋଇଚିତ୍ରଧ୍ୱଜ ଉପରକୁ ମାଇଲା ତୁହାଇ ।୧୨୭ ।ନାରାଜଘାତ ପାଇ ପଡ଼ିଲା ବୀରମଣିଅଶ୍ୱ ସାରଥି ରଥ ଲୋଟିଲେ ଧରଣୀ ।୧୨୮ ।ଘାୟେଣ ଅସାଷ୍ଟମ ଯେ ରାଜାର ନନ୍ଦନଧାତିକାରେ ରାଜା ତାକୁ କଲାକ ବନ୍ଧନ ।୧୨୯ ।ଚିତ୍ରଧ୍ୱଜକୁ ଧରି ସେ ରଥରେ ବସିଲାରଥ ଥମ୍ଭେ ବାନ୍ଧି ତାକୁ ଘୋର ରଣ କଲା ।୧୩୦ ।ଦେଖି ତାକୁ ଓଗାଳିଲା ଚିତ୍ରାଙ୍କୁର ବୀରବେନିରାଜା ସମର ଯେ କରନ୍ତି ଅପାର ।୧୩୧ ।ଅଶି ବାଣ କୋପଚିତ୍ତେ ଚିତ୍ରାଙ୍କୁର ପେଷିଚାଳିଶ ନାରାଜେ ତାହା ବଇରାଷ୍ଟ୍ର ନାଶି ।୧୩୨ ।କେ ଶତେ କେ ସହସ୍ରେ କେ ମେବଚ୍ଛେ କେ ଲକ୍ଷେବେନିରାଜା ସମରେ ଅଟନ୍ତି ସମକଚ୍ଛେ ।୧୩୩ ।ଅତିଶୟ ଅସମ୍ଭବ ଅଟଇ ସମରଓହୋବଳ ଯୋଦ୍ଧା ବହୁ ହେଲେ ଅପହାର ।୧୩୪ ।ବଦୟନ୍ତି ଅଗସ୍ତି ମୁନି ଶୁଣ ମନୁରାଜାବଡ଼ାଇ ପ୍ରତାପୀ ସେ ବଇରାଷ୍ଟ୍ର ରାଜା ।୧୩୫ ।ମହା ଧନୁର୍ଦ୍ଧର ଅଟନ୍ତି ସେ ବେନି ଛତ୍ରୀମହାଘୋର ସମରେ ଯେ କେହୁ ନ ଘୁଞ୍ଚନ୍ତି ।୧୩୬ ।ୟେକର ନାରାଜ ଆରକେ ନିବାରଇୟେମନ୍ତେଣ ନବ ଘଡ଼ି ଯାୟେ ଯୁଦ୍ଧ ହୋଇ ।୧୩୭ ।ଚିତ୍ରାଙ୍କୁର ରାଜା ଯେ ପେଷିଲା ତିନି ଶରଯାଇଂଣ ଭେଦିଲା ବଇରାଷ୍ଟ୍ରର ଶରୀର ।୧୩୮ ।ନାରାଜଘାତ ସେ ପାଇଣ ମହାବଳୀଅସାଷ୍ଟମ ନୋହିଂ ରହିଲା ସମ୍ଭାଳି ।୧୩୯ ।ପୁଣ ଧନୁରେ ବସାଇ ଶତେକ ନାରାଜରଥ ଉପରକୁ ସେ ମାଇଲା ମହାରାଜ ।୧୪୦ ।ସାରଥିକି ଶତେ ଚାରି ଅଶ୍ୱକୁ ଚାରିଶତଧନୁ ଛେଦିବାକୁ ସେ ପେଷିଲା ଅହିବ୍ରତ ।୧୪୧ ।ହୁଂକାରି ନାରଜ ବିନ୍ଧିଲାକ କୋପ କରିଚିତ୍ରାଙ୍କୁର ରଥ ତହୁଂ ହୋଇଲା ବିଦାରି ।୧୪୨ ।ଧନୁ ସହିତେଣ ପଡ଼ିଲା ହୟ ଯେ ସାରଥିଭୂମିରେ ଉଭା ରାଜା ହୋଇଣ ବିରଥି ।୧୪୩ ।ଖଡ଼ଗ ଫଳାକୁ ଘେନି ଧାଇଂଲାକ ବେଗେତାହାହିଂ ମହାରାଜା ଛେଦିଲାକ ରାଗେ ।୧୪୪ ।ହତ ଆୟୁଧ ହୋଇ ସେ ପଳାଇଲା ବୀରପଛେଣ ଗୋଡ଼ାଇଲା ବଇରାଷ୍ଟ୍ର ନୃପବର ।୧୪୫ ।କେଶବାସ ଅସମ୍ଭାଳ ଯଶୋବନ୍ତ ନୃପତିପଛକୁ ନ ଚାହିଂ ପଳାଇଲା ଝାତି ଝାତି ।୧୪୬ ।ସାତଭଡ଼ା ୟେକ ଭଡ଼ାୟେ କରିଣ ଗମଇଅନେକ ବନ କନ୍ଦର ଗଲା ପାରହୋଇ ।୧୪୭ ।ୟେକାମ୍ୱର ବନେ ହୋଇଲାକ ପରବେଶଝାଳ ଖଳଖଳ ବହଇ ଖରତର ନିଶୁଆସ ।୧୪୮ ।ବଦୟନ୍ତି ଅଗସ୍ତି ଶୁଣ ମନୁ ନରରାୟେଯାଇଂଣ ଭେଟିଲେ ସେ ପାଣ୍ଡବ ଧନୁର୍ଜୟେ ।୧୪୯ ।ସ୍ୱଭାବେ ଅର୍ଜୁନ ତହିଂ ଧରିଣ ଅଛି ରୁଦ୍ରବେଶଜଟା କରି ଶିରେ ବାନ୍ଧିଣ ଅଛଇ କେଶ ।୧୫୦ ।କପାଳେ ବିଭୂତି କର୍ଣ୍ଣେ ତମ୍ୱାର କୁଣ୍ଡଳହୃଦରେ ରୁଦ୍ରାକ୍ଷ ସଂଗେ ସଷ୍ଟିକର ମାଳ ।୧୫୧ ।କଷା କଉପନି କସ୍ତୁରୀ ରେଖ ଧାଡ଼ିନାଗୟୂତ୍ର ଡୋରି ଯେ କଟୀର ଅଛି ଭିଡ଼ି ।୧୫୨ ।ଆରୋହଣ କରିଅଛି ଅକ୍ଷୟେ ତୂଣ ଭାରଗାଣ୍ଡୀମ ଧନୁ ଧରି ଅଛଇ ବାମ କର ।୧୫୩ ।ଦକ୍ଷିଣ ଭୁଜରେ ତାର ଶୋହଇ କୁଠାରଦେଖି ତାହା ବିଚାରଇ ଚିତ୍ରାଙ୍କୁର ବୀର ।୧୫୪ ।କେବଣ ମହାତମା ୟେହି ତପୀ ବେଶ ଘେନିଆବର ବିଶେଷ ଶୋହେ ଧନୁଶର ବେନି ।୧୫୫ ।ୟେ ରୂପକୁ ପଟାନ୍ତର ତିନିପୁରେ ନାହିଂନିର୍ଧୂମ ଅଗ୍ନିରେ ପ୍ରାୟେ ନୟନ ତେଜହିଂ ।୧୫୬ ।ନିଚୟେ ୟେ ପରଶୁରାମ ରେଣୁକା ନନ୍ଦନସେ ସେ ଶହସ୍ର ବହିଣ ହୋଇଲେ ତପୋଧନ ।୧୫୭ ।ଯମଦଗ୍ନି ପୁତ୍ର ୟେ ଯେ ନୀଳରାମ ଜ୍ୟେଷ୍ଠନିଚୟେ ଆଜ ମୋହୋର ପାର ଗଲା କଷ୍ଟ ।୧୫୮ ।ୟେମନ୍ତେ ବିଚାରି ସେ ବୀର ନିକଟକୁ ଗଲାଭୋ ସ୍ୱାମୀ ଶରଣ ବୋଲି ଦଣ୍ଡ ପ୍ରଣାମ କଲା ।୧୫୯ ।କର ଧରି ପାଥ ତାକୁ ବସାଇଲା କତିତୁରିତେ ମିଳିଲା ଯାଇଂ ବଇରାଷ୍ଟ୍ର ନୃପତି ।୧୬୦ ।ଅର୍ଜୁନକୁ ବୋଇଲା ହୋ ୟେ ମୋହୋର ବଇରିଛାଡ଼ିଦିଅ ୟେହାକଇଂ ମୁଂ ପକାଇବି ମାରି ।୧୬୧ ।ପ୍ରାଣେ ମାରି ୟେହାର ତର୍ପଣ କରିବି ରୋଧିରତେବେ ସେ ଛତ୍ରୀବୃତ୍ତ ସାଚାଟି ମୋହୋର ।୧୬୨ ।ଅର୍ଜୁନ ବୋଇଲା ହୋ ରହ ରହ ମହାତମାୟେହାର ତୋହୋର ଦ୍ୱନ୍ଦ କିମ୍ପାଇ ବିଚାରୁଂ ଜାଣିମା ।୧୬୩ ।ୟେ ଅବା କିସ ଦୋଷୀ, କିମ୍ପା ତୋହୋର ୟେହାରେ ରାଗବସ ହୋ ନୃପତି କୋପ କରି ପରିତ୍ୟାଗ ।୧୬୪ ।ତୁ ଯେ ବୋଇଲୁ ହୋ ଛାଡ଼ ମାରିବି ୟେହାକୁମୋହୋର ଶରଣ ପଶିଲା ୟେ ପ୍ରାଣ ନିମନ୍ତକୁ ।୧୬୫ ।ଶରଣ ଉଦ୍ଧାରଣ ମୁଂ ଅଟଇ ଯୁଗତେକ୍ଷେତ୍ରୀ ପୁତ୍ର ହୋଇ ମୁଂ ଶରଣ ଛାଡ଼ିବି କେମନ୍ତେ ।୧୬୬ ।ଶୁଣି ମହାକୋପ କଲା ବଇରାଷ୍ଟ୍ର ନୃପବରବୋଇଲା ଯୋଗୀଆ ରେ କାଳ ପୂରିଲାଣି ତୋହୋର ।୧୬୭ ।ୟେତେ ବୋଲି ବୀର ବେଗେ ଧନୁ ଆମଞ୍ଚିଲାଅର୍ଜୁନର ଉପରକୁ ନାରାଜ ମାଇଲା ।୧୬୮ ।କୋଡ଼ିୟେ ବାଣ ଯେ ମାଇଲା ସେ କୋପଭରେଅର୍ଜୁନ ନିବାରିଲା ତାହା କିଞ୍ଚିତ ପ୍ରକାରେ ।୧୬୯ ।ନାରାଜ ନିହତ ଦେଖି ପୁଣିହିଂ ବିନ୍ଧଇଂଅର୍ଜୁନ ହାକଇ ରହ ରହ ନରବଇଂ ।୧୭୦ ।କିମ୍ପାଇ ନାରାଜ ବିନ୍ଧୁ ଅନମିତେସାମାନ୍ୟ ଜନ ପ୍ରାୟେ କି ତୁହି ମଣୁଅଛୁ ମୋତେ ।୧୭୧ ।ୟେ ମଞ୍ଚଭୁବନେ ଛନ୍ତି ଯେତେ ଶସ୍ରଧାରୀମୁଖ ଦେଖି ମୋର ଧନୁ ଧରତି ନୁଆରି ।୧୭୨ ।ତୁ ଅବା ନ ଜାଣି ଯେବେ କରିବୁ ସମରକାର୍ଯ୍ୟ ନ ପାଇବୁ ନାଶ ହେବୁ ନୃପବର ।୧୭୩ ।ଶୁଣିଣ କୋପଭର ବଇରାଷ୍ଟ୍ର ନରସାଇଂରଥ ଗଜ ଅଶ୍ୱ ଘେନି ବେଢିଲା ବେଗ ହୋଇ ।୧୭୪ ।ତିରିଶ ସହସ୍ର ରାଜାର ଛନ୍ତି ମତ୍ତହାଥୀସତୁରି ମର୍ଭୁତ ଅଶ୍ୱ ବହୁତ୍ତର ରଥୀ ।୧୭୫ ।ତିନି ବୃନ୍ଦ ସନ୍ୟ ଓଟ ପିଠିରେ ଯେ ବିଜେଆବର ୟେକକୋଟି ପାଦାନ୍ତି ବଳ ତାର ସାଜେ ।୧୭୬ ।ୟେତେ ସନ୍ୟ ଘେନି ରାଜା ବେଢିଲା ଅର୍ଜୁନକୁରଥେ ବସି ନାରାଜମାନ ବିନ୍ଧିଲା ପାଥକୁ ।୧୭୭ ।କିଞ୍ଚିତେ ନାଶଇ ବିଚିତ୍ରବୀର୍ଯ୍ୟ ନାତିପୁଣ ପୁଣ ନାରାଜ ପେଷଇ ଚଉକତି ।୧୭୮ ।କେ ଶତେ ସହସ୍ରେ କେ ଲକ୍ଷେ କେ ଅୟୂତେକେ ଶାବଳ ଲାଙ୍କିଆ କେ ବିନ୍ଧଇ ତୁରିତେ ।୧୭୯ ।କେ ଦଶ ବିଂଶ କେହୁ ମାରଇ ବାଣ ଚାରିକେବଣ ଯୋଧ୍ୟା ବିନ୍ଧଇ ନାରାଜ ସତୁରି ।୧୮୦ ।କେ ପାଞ୍ଚ ପଚିଶ କେ ବିନ୍ଧଇ ଯେ ବରକେ ୟେକାଦଶ ମାରି କୋ ଅବା ପନ୍ଦର ।୧୮୧ ।କେ ଷାଠିୟେ ସତୁରି କେ ଚାଳିଶ ବାଣ ପେଷିକେ ପଞ୍ଚାଶ ମାରଇ କେ ପେଷଇ ବାଣ ଅଶୀ ।୧୮୨ ।କେ ବେନି ସହସ୍ର କେ ଚାରିଶତ ମାରିକେବଣ ସେନାପତି ଯେ ମର୍ଭୁତେ ପ୍ରହାରି ।୧୮୩ ।ଅସଂକ୍ଷେପ ଶରମାନ ପଡ଼ନ୍ତେଣ ଆସିକୋପେଣ ବାସବୀ ଯେ କତୁରି ବାଣ ପେଷି ।୧୮୪ ।ୟେକା ବାଣକେ ତାହା ଛିନାଇ ପକାଇଲାୟେ ବିଧି ସମର ବେନି ଘଡ଼ିଯାୟେ ହେଲା ।୧୮୫ ।ଶସ୍ର ସଂହରିଣ ଅର୍ଜୁନ ମନେ ବିଚାରଇହେଳା ଯୁଦ୍ଧ କରିବାରେ ପିରୋଜନ ନାହିଂ ।୧୮୬ ।ୟେତେ ବୋଲି ଲୟେ ବୋଧନେ ଜପିଲାମନଭେଦୀ ଶର ଦିଅ ବୋଲି ପାର୍ବତୀଙ୍କୁ ସୁମରିଲା ।୧୮୭ ।କପିଳାସେ ଥାଇଂ ତାହା ଜାଣିଲେ ଗଉରୀଶୂନ୍ୟରେ ନାରାଜ ଛାଡ଼ିଦିଲେ ଶାକମ୍ଭରୀ ।୧୮୮ ।ଅର୍ଜୁନ କରେ ତାହା ହୋଇଲା ପ୍ରାପତଧନୁରେ ବସାଇ ତାକୁ ତିଆରଇ ବୀର ପାଥ ।୧୮୯ ।ୟେ କେବଣ ରାଜା ୟେହା ନ ଜାଣଇ ମୁହିଂସନ୍ୟ ସଙ୍ଗେ ମୋହ କରି ପକାଅ ତୁହିଂ ଯାଇଂ ।୧୯୦ ।ୟେତେ ବୋଲି ନାରାଜକୁ ପେଷିଲା ଅରଜୁନରାଜା ଆଦି ଥାଠ ସନ୍ୟ କର ମୋହମାନ ।୧୯୧ ।ଶୁଣିଣ ନାରାଜ ତହୁଂ ବେଗେ ଚଳିଗଲାବଇରାଷ୍ଟ୍ର ରାଜାକୁ ସେ ମୋହେ ପକାଇଲା ।୧୯୨ ।ୟେମନ୍ତର ସମୟେ ବଇରାଷ୍ଟ୍ର ମନ୍ତ୍ରୀବରନାମଗୋଟି ତାହାର ଅଟଇ ମତି ଧୀର ।୧୯୩ ।ଅର୍ଜୁନକୁ ଚାହିଂ ହେଲା ଅନେକ ବିନୋଇଂକାକୁସ୍ତ ହୋଇ ହୋଇଲା ଦଣ୍ଡ ପ୍ରାୟ ହୋଇ ।୧୯୪ ।ଅନେକ କାର୍ପୁଣ୍ୟ ହୋଇ ଚରଣରେ ସେବିଦେଖି ତାକୁ ଉଠ ଉଠ ବୋଇଲେ ବାସବୀ ।୧୯୫ ।ଆସ ଆହୋ ମହାତମା କହ ମୋ ଆଗରକେବଣ କେବଣ ଦେଶର ୟେ ଅଟନ୍ତି ଦଣ୍ଡଧର ।୧୯୬ ।କିମ୍ପାଇ ବା ୟେହାଙ୍କର ହୋଇଲା ଅପ୍ରୀତିତାହା ଶୁଣି ମନ୍ତ୍ରୀ ଭାଷେ ଅର୍ଜୁନର କତି ।୧୯୭ ।ସ୍ୱାମୀ ବଇରାଷ୍ଟ୍ର ରାଜା ୟେ ପରହଟ୍ଟ ରାଜ୍ୟେ ଘରଚିତ୍ରାଙ୍କର ପୁତ୍ର ଅଟଇ ଋତୁଧ୍ୱଜ ବୀର ।୧୯୮ ।ଋତୁଧ୍ୱଜ ବଳେ ଆଣିଲା ତାହାର ଦୋହିତାତେଣୁ ଧାଡ଼ିଦିଲା ବଇରାଷ୍ଟ୍ର ମହାରଥା ।୧୯୯ ।ଅନେକ ସମର ସେ ହୋଇଲା ଦୁହିଙ୍କରିହାରିଣ ଚିତ୍ରାଙ୍କୁର ପଳାଇଲା ଭୟେ କରି ।୨୦୦ ।ୟେବେ ଆସି ତୁମ୍ଭଠାରୁ ଶରଣ ପଶିଲାକୋପେ ବଇରାଷ୍ଟ୍ର ତାକୁ ଗୋଡ଼ାଇଣ ଥିଲା ।୨୦୧ ।ତୋହୋର ସଙ୍ଗେ ଦେବ ହୋଇଲା ଅପ୍ରୀତିତେଣୁ କରି ମୋହେଣ ପଡ଼ିଲା ନରପତି ।୨୦୨ ।ବଇରାଷ୍ଟ୍ର ମନ୍ତ୍ରୀ ମୁହିଂ ଅଟଇ ଯୁଗତିଦୋଷ କ୍ଷମାକର ସ୍ୱାମୀ ଘେନିଣ ଭଗତି ।୨୦୩ ।ଶୁଣିଣ ଅର୍ଜୁନ ତାହା ହୋଇଲେ ପ୍ରସନ୍ନଜୀବନ୍ୟାସ ଶରକୁ ସେ ପେଷିଲେ ବହନ ।୨୦୪ ।ରଥ ଗଜ ଅଶ୍ୱ ସନ୍ୟ ମୋହେ ପଡ଼ିଥିଲେଜୀବନ୍ୟାସ ଶର ତ୍ରାସେ ଚେତିଣ ଉଠିଲେ ।୨୦୫ ।ବଇରାଷ୍ଟ୍ର ନୃପତି ମୋହରେ ପଡ଼ିଥିଲାଚେତି ଉଠି ଅର୍ଜୁନକୁ ପ୍ରଣପତ୍ୟ ହେଲା ।୨୦୬ ।ଅର୍ଜୁନ ପଚାରଇ ବଇରାଷ୍ଟ୍ର ମୁଖ ଚାହିଂଅଣାଅ ଦେଖିବା ରାଜା ତୋହୋର ତନୟୀ ।୨୦୭ ।ନୃପତି ବୋଇଲା ଦେବ ମୋହୋର କୁମାରୀଚିତ୍ରଧ୍ୱଜ ବୀର ତାକୁ ବଳେ ନେଲା ହରି ।୨୦୮ ।ସେହିଦିନୁ ଅଛି ସେ ଯେ ଚିତ୍ରଧ୍ୱଜ ପୁରେବୀର ଚିତ୍ରଧ୍ୱଜ ମୁହିଂ ରଖିଛି ବନ୍ଦିରେ ।୨୦୯ ।ପାଥ ଆଗ୍ୟାଂ ଦେଲେ ତୁମ୍ଭେ ତାକୁ ଅଣାଅ ୟେଥିକିତକ୍ଷଣେ ଚିତ୍ରାଙ୍କୁର ଚାହିଂଲା ମନ୍ତ୍ରୀକି ।୨୧୦ ।ରାଜାର ସନମତ ଜାଣିଣ ସେ ମନ୍ତ୍ରୀବରବେଗେ ମିଲିଲା ଯାଇଂ ସେ ରାଜାର ନବର ।୨୧୧ ।ବିମ୍ୱମାଳୀ କନ୍ୟାକୁ ସେ ଘେନିଣ ଅଇଲାଅର୍ଜୁନ ଛାମୁରେ ଆଣି ପରବେଶ କଲା ।୨୧୨ ।ଅର୍ଜୁନ ବୋଇଲେ ଋତୁଧ୍ୱଜକୁ ଅଣାଅ ବହନଶୁଣି ରାଜା ବଇରାଷ୍ଟ୍ର ଚାହେଂ ମନ୍ତ୍ରୀର ବଦନ ।୨୧୩ ।ରାଜା ସନମତ ଜାଣି ମନ୍ତ୍ରୀ ଚଳିଗଲାବନ୍ଧନୁ ଫିଟାଇ ଚିତ୍ରଧ୍ୱଜକୁ ଆଣିଲା ।୨୧୪ ।ଅର୍ଜୁନ ଛାମୁରେ ଆଣି କଲାକ ପରବେଶଦେଖିଣ ସନ୍ତୋଷ ହେଲେ କୋନ୍ତୀଦେବୀ ଶିଷ ।୨୧୫ ।ପାଥ ବୋଇଲା ଆହୋ ବଇରାଷ୍ଟ୍ର ଶୁଣ ମୋର ବାଣୀଚିତ୍ରଧ୍ୱଜେ ବିଭାକର ତୋହୋର ଦୁଲଣୀ ।୨୧୬ ।ଶୁଣିକରି ନୃପତି ଯେ ସନ୍ତୋଷ ହୋଇଲାଯେ ତୋହୋର ବିଚାରକୁ ଯୋଗାଇ ବୋଲିଣ ବୋଇଲା ।୨୧୭ ।୧୫୭୦ ।