କୁଣ୍ଡଳୀ ଦୈତ୍ୟ ବଧ — ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିୟେହାର ତୁଲେଣ ଦେଖି ମିଳିବାକ ଥରେ
ଆରମ୍ଭ ଦେଖି କିନା କେତେକ ସମ୍ଭରେ ।୨୩।
ବାଦ୍ୟନାଦ ଶବଦେଣ କମ୍ପଇ ବ୍ରହ୍ମାଣ୍ଡ
ଥାଠ ଆଗିଆଣି କରି ପଛେ ମାନଗୋବିନ୍ଦ ।୨୪।
ବାଦ୍ୟନାଦ ଶୁଣିଣ ବୀର କଲା ୟେକ ରଡ଼ି
ଆଷାଢ଼ ମାସରେ କିବା ମେଘ ଘଡ଼ଘଡ଼ି ।୨୫।
କଉରୋବେ ବିଚାରିଲେ ୟେ କେବଣ ଅର୍ଥ
ରଡ଼ିୟେ ଶୁଭିଲା କାହୁଂ କମ୍ପିଲା ପର୍ବତ ।୨୬।
ୟେମନ୍ତ ବିଚାର କଉରୋବେ କରୁଛନ୍ତି ତହିଂ
ଦାନବ ବୀରମଣି ମିଳିଲା ଆଗେ ଯାଇଂ ।୨୭।
ଚଉଦ କୋଶ ଅଟଇ ଶରୀର ଯାହାର
ହସି କଉରୋବନ୍ତ ଚାହିଂଲା ବୀରବର ।୨୮।
ପଚାରଇ ତୁମ୍ଭେ କେଉଣ ଦେଶୁଂ ଆୟେ
କେ ତୋହୋର ତାତ ମାତ ନାମ ତୋର କିସ ହୋୟେ ।୨୯।
ମୋହୋର ମନେ ମନେ ବିଚାରୁଥାଇ ମୁହିଂ
ବୀରତୂର ଶବଦ ତ ଶୁଣିଲା ମୋର ନାହିଂ ।୩୦।
ୟେବେ ବୀରତୂର ଯେ ଶୁଣିଲି ତୋହୋର
ଛତ୍ରୀକଇଂ ମଧ୍ୟେ ତୁ ଅଟୁ ବଳୀୟାର ।୩୧।
ଭୟେ ନାହିଂ ତୋହୋର ତୁ ନିର୍ଭୟେ ଅଟୁ ପୁଣ
ତୋହୋର ତୁଲେ ଆଜ କରିବା ଆମ୍ଭେ ରଣ ।୩୨।
ସାମରଥ ପଣ ତୋର ବୀରତୂର ବାଜା
ଜାଣିଲି ସାଂଗ୍ରାମେ ତୁମ୍ଭେ ଅଟ ବଡ଼ ରାଜା ।୩୩।
ଆଜର ସାଗ୍ରାଂମେ ଯେବେ ବ୍ରତି ଯିବୁ ତୁହି
ଜାଣିମା ପୃଥୀରେ ତୋତେ ଆଉ ମୃତ୍ୟୁ ନାହିଂ ।୩୪।
ୟେତେକ କହିଣ ତହିଂ ଦାନବ ଚୂଡ଼ାମଣି
କୁରୁସାଗର ସଇନକୁ ସେ ଉଠିଲା ଶିର ଝୁଣି ।୩୫।
ଧୁଶାସନ କୋପ କଲା ପ୍ରତଗ୍ୟାଂ ତାର ଦେଖି
ଆଗେ କଲା ରଥ ନେଇ କରେଣ ଧରି ଗଦାବର
ପଚାରଇ କାହିଂର ରେ ଅଟୁ ତୁ ପାମର ଅସୁର ।୩୭।
ମୃତ୍ୟୁ କଢାଇ କିରେ ଆଣିଛନ୍ତି ୟେଥି ତୋତେ
ତେଣୁ କରି ଅସୁରରେ ପଚାରୁଅଛୁ ମୋତେ ।୩୮।
ନ ଜାଣୁ କିରେ ହସ୍ତିନାର ନୃପ ଚୂଡ଼ାମଣି
ବିଜୟେ କରିଅଛନ୍ତି ବନେ ଦଣ୍ଡ ସଇନ ପଲାଣି ।୩୯।
ଆରେ ଅଭୟ ସୋମବଂଶୀ କଇଚ୍ଛା ଜଗଜେଠୀ
ପୃଥୀରେ ଯାର ନାମ ମାନଗୋବିନ୍ଦଟି ।୪୦।
ଛୟାଣୋଇଂ ସହସ୍ର ରାଜା ଯାହାର ଚରଣେ ବନ୍ଦେ
ତୁ ଛାର ତାହା ମୋତେ ପଚାରୁ ଅଛୁରେ ଜାତି ଅନ୍ଧେ ।୪୧।
ରେ ରେ କରିଣ ଯେ ପଚାରୁଛୁ ତୁହି
ଯମର ଘରେ କି ପ୍ରାଣ ଅଛୁ ବନ୍ଧା ଦେଇ ।୪୨।
ତୁ ଛାର ଅସୁର କୁଳେ ହୋଇଅଛୁ ଜାତ
ପଚାରୁଅଛୁ ଯେ ରାଜା ପାଣି ହେମହସ୍ତ ।୪୩।
ୟେମନ୍ତ କହନ୍ତେ ଦାନବ ତାହା ଶୁଣି
ପୋଛ ମାଡ଼ନ୍ତେ ଯେହ୍ନେ ଟେକଇ ସର୍ପ ଫେଣି ।୪୪।
ହସି ଅସୁର ପଚାରିଲା ତୁ ରେ ଅଟୁ ମନ୍ଦ ବାଇ
ଆମ୍ଭକୁ ପଚାରୁଅଛୁ ରେ କାହିଂର ଅଟୁ ତୁହି ।୪୫।
ବାଳୁତଂକର ପ୍ରାୟେ କିରେ ଅଟୁ ଆପଣ
ୟେହିକ୍ଷଣି ଜାଣିମୁଂ ସିନା ଆମ୍ଭର ବଡ଼ପଣ ।୪୬।
ୟେତେ ବୋଲି କୋପେ ସେ ଯେ କମ୍ପଇ ଥରହର
ବାତ ଘାତେ ରମ୍ଭାପତ୍ର ଯେହ୍ନେ ଉଡ଼ଇ ଫରହର ।୪୭।
କରେ କୋଦାଳ ଘେନିଣ ସେ ଅନ୍ତରୀଚ୍ଛେ ବୁଲାଇ
ଧୁଶାସନ ରଥରେ ଯେ ପ୍ରହାର କଲା ନେଇ ।୪୮।
ଭାଜିଣ ରହୁବର ତହିଂ ମସିମୁଣ୍ଡା ହେଲା
ପ୍ରଳୟ ଅଗ୍ନି କି ସେଠାରେ ଜଳିଲା ।୪୯।
ସାରଥି ରହୁବର ହୋଇଲା ଗୁଣ୍ଡାମୟେ
ରଥୁ ଡେଇଂ ଉଭା ହେଲା ଧୃତିରାଷ୍ଟ ତନୟେ ।୫୦।
ଚଉଷଠି ଭାର ଗଦା ବୁଲାଇ ଅନ୍ତରୀଚ୍ଛେ
ଦାନବର ଉପରେ ସେ ପିଟିଲା ପ୍ରତଚ୍ଛେ ।୫୧।
ମୁଣ୍ଡ ପାତିଣ ତାହା ସହିଲା ରାକ୍ଷସ
ଚଉଷଠି ଭାର ଗଦା ହୋଇଲା ଭଗନସ୍ତ ।୫୨।
ପୁଣିହିଂ ମୁଦୁଗର ଧରିଲା ବୀରବର
ଦାନବ ଉପରେ ନେଇ କଲାକ ପ୍ରହାର ।୫୩।
ବାମ ହାଥ ପାତି ତାହା ଦାନବ ଘେନିଗଲା
ନିପ୍ରୋଧ ଶକତି ଧୁଶା ପୁଣିହିଂ ମାଇଲା ।୫୪।
ଦାନବ ଉପରେ ତାହା ପିଟିଲାକ ନେଇ
ଝଡ଼ି ପଡିଲା ଶକତି ଶତେ ଖଣ୍ଡ ହୋଇ ।୫୫।
ଦେଖିଣ ଦୁଶାସନ ପାଇଲା ଲାଜଗତି
ଭାଇନ୍ତ ଡାକିଲା ଯେ ମାନଚକ୍ରବ୍ରତୀ ।୫୬।
କିପାଇଂ ରହିଛ ରେ ବେଢିକରି ମାର
ବିନା ଅର୍ଥେ ଶତ୍ରୁ ମିଳିଲା ଅସୁର ।୫୭।
ରାଜାର ଆଗ୍ୟାଂ ପାଇ ଧାଇଂଲେ ଭାଇ ଶତେ
ଦୁର୍ବିନ୍ଦ, ଦୁରାକ୍ଷ, ଦୁରିତ ସହିତେ ।୫୮।
ଦୁର୍ଜୟେ ଦୁର୍ଣ୍ଣୟ ଦୁରାଳ ଦୁଷ୍କର୍ଣ୍ଣେ
ଦୁର୍ମିନ୍ଦ ଦୃହଣ ଦୁରାବିନ୍ଦ ଦୃହନେ ।୫୯।
ୟେମନ୍ତେ ଅଠାଣୋଇଂ ଧାଇଂଲେ ତୁରିତେ
ନାନା ଶହସ୍ରମାନ ସେହୁ ଧରିଛନ୍ତି ହାଥେ ।୬୦।
ରେ ରେ ଦାନବ ବୋଲି ବେଢିଲେ ଚଉକତି
ଗଦା ଛେଲ ସେହୁ ମାଇଲେ ଶକତି ।୬୧।
ଲକ୍ଷେ ଲକ୍ଷେ ଭାର ଗଦା ମାଇଲେ ତଡ଼ତି
ମୃଦୁଗର ଅସିପତ୍ର ସୂର୍ଯ୍ୟ କରିଣ ପ୍ରାୟେ ଜ୍ୟୋତି ।୬୨।
ହୁଂ ହୁଂ କାର ଶବଦେ ମାରନ୍ତି ଶସ୍ରମାନ
ପର୍ବତ ପ୍ରାୟେ ଉଭା ଅସୁର ରୀଜନ ।୬୩।
ଶହସ୍ର ପଡ଼ନ୍ତେଣ ହସଇ ଟହ ଟହ
ବାଜନ୍ତେଣ ଶହସ୍ର ପୁଲକଇ ତାର ଦେହ ।୬୪।
ଯେତେକ ଯୋଧାୟେ ଗଦାମାନ ଧରିଥିଲେ
ଦାନବ ମୂରତି ଦେଖିଣ ଭୟେ କଲେ ।୬୫।
ପୁଣି ପୁଣି ଆରବେଳେ ପ୍ରହାର କରନ୍ତି
ହରଷ ଦାନବ ଦେଖିଣ ଗଦାର ଆକୃତି ।୬୬।
ହସିଣ ଦାନବ ଯେ ପଚାରଇ ତାହାନ୍ତ ଚାହିଂ
ମରିବାକୁ ଅନକୂଳ ହୋଇଲା ରେ ଭାଇ ।୬୭।
ୟେହି ଶହସ୍ରମାନ କିରେ କରେ ଧରିଥାଅ
ସାଂଗ୍ରାମ ଭୂମିରେ ତୁମ୍ଭେ ରେ ପ୍ରତଗ୍ୟାଂ କରି କହ ।୬୮।
ଆମ୍ଭର ଅଭାଗ୍ୟ ରେ ଭେଟିଲୁ ତୁମ୍ଭଂକୁ
ଦଇବ ମୃତୁ ଦିଲା ପିମ୍ପୁଡ଼ିଗଦାକୁ ।୬୯।
ତୁମ୍ଭେ ଯେ ବୋଲାଉଥାଅ ଅଭୟେ ସୋମବଂଶୀ
ପାଶେ ଲାଗିଲା ଆସି କାଳଦଣ୍ଡ ଫାଶି ।୭୦।
କହୁଂ କହୁଂ କୋପେଣ ଅସୁରକୁଳ ରାୟେ
ବାମ ହାଥ ବୁଲାଇଣ ମାଇଲା ବିଧାୟେ ।୭୧।
ଧୁଶାସନ ଆଦି କରି ଅଠାଣୋଇଂ ଭାଇ ଯେତେ
ଲକ୍ଷେକ ଗଦା ଯୋଦ୍ଧା ବେଢିଥିଲେ ଅପ୍ରମିତେ ।୭୨।
ୟେକା ବିଧାକରେ ତହିଂ ପଡ଼ିଲେ ୟେତେ ବୀର
ଦେଖିଣ କଉରୋବେ ହୋଇଲେ କାତର ।୭୩।
ୟେକଠାରୁ ଦାନବ ଚରଣ ନ ଚାଳଇ
ମନ୍ଦରଗିରି ପ୍ରାୟେ ରହିଛି ଉଭା ହୋଇ ।୭୪।
ଭୀଷ୍ମ ଦ୍ରୋଣ ଭୂରିସର୍ବା ସହ ସୋମଦତ୍ତ
ଅଶସ୍ତମା କର୍ଣ୍ଣ ଶକୁନି ଆବର ଜଦ୍ୟରଥ ।୭୫।
ୟେମାନନ୍ତ ଚାହିଂଣ ଯେ ମାନଚକ୍ରବ୍ରତୀ
ବୋଇଲା ଭାଇମାନେ ମଲେ ମୋର ୟେଥି ।୭୬।
ସଇନ ସେନାମାନ ଘେନି ତୁମ୍ଭେ ଅଛ ଉଭା ହୋଇ
ଜାଣି କରି ତୁମ୍ଭର ମୋହୋଠାରେ ଦୁଖ ହୋଇ ।୭୭।
ନୋହିଲେ ତୁମ୍ଭେ କିମ୍ପେ ମଉନ ହୋଇଲ
ଯୁଦ୍ଧ ନ କରି କିମ୍ପେ ତୂନି ହୋଇ ରହିଲ ।୭୮।
ଦେଖୁଅଛ ଶତ୍ରୁ ଯେ କରୁଅଛି ନାଶ
ତୁମ୍ଭେମାନେ ମଉନ ହୋଇ ନ ଦେଉଛ ଉଦ୍ଦେଶ୍ୟ ।୭୯।
ୟେତେ ବୋଲିଣ ରାଜା ତହିଂ କପାଳେ କର ଦିଲା
ଆହା ମୋର ଭାଇ ଧୁଶାସନ ବୋଲିଣ ବୋଇଲା ।୮୦।
ଭୀଷ୍ମ ଦ୍ରୋଣେ ବୋଇଲେ ଶୁଣ ହୋ ନୃପତି
ସନ୍ତାପ କରୁଅଛ ହୃଦରେ ମାନ ଘେତି ।୮୧।
ୟେକ ଯୋଧାକୁ କି ବହୁତ ଲୋକ ମାରି
ଅର୍ଧମ ଆଚାର ସିନା ହୋଇବ ଦଣ୍ଡଧାରୀ ।୮୨।
ବାହା ଯୁଦ୍ଧ ଆମ୍ଭର ଆମ୍ଭେ ସେ କ୍ଷତ୍ରୀବର
ଅଧର୍ମ ତୋତେ ଜାତ ହୋଇବ ନୃପବର ।୮୩।
ୟେହା ବିଚାରି ଆମ୍ଭେ ନ କରିଅଛୁ ରଣ
ୟେହିକ୍ଷଣି ଯୁଦ୍ଧ ଆମ୍ଭର ଦେଖ ତୁ ଆପଣ ।୮୪।
ମାନଗୋବିନ୍ଦ ବୋଇଲା ମୋହୋର ଧର୍ମ ଅଧର୍ମ ୟେ ଦୁଇ
ମୋହୋର ଉପରେ ହେଲେ ତୁମ୍ଭର କିସ ଯାଇ ।୮୫।
ୟେହା ଶୁଣି ଗଙ୍ଗାସୁତ ଟଂକାର କଲେ ଗୁଣ
ତ୍ରୋଣରୁ ବାହାର କଲେ ଦଶ ସହସ୍ର ବାଣ ।୮୬।
ମାନଗୋବିନ୍ଦ ବୋଇଲା ସବୁ ଯୋଧାନ୍ତ ଚାହିଂ
ସଭିୟେଂ ବିନ୍ଧ ବେଢି କିଛିହିଂ ଦୋଷ ନାହିଂ ।୮୭।
ରାଜାର ଆଗ୍ୟାଂୟେ ଧାଇଂଲେ ସର୍ବ ଯୋଧୀ
ଅସୁରକୁ ବେଢିଣ ସେ ବେଗେ ଶର ବିନ୍ଧି ।୮୮।
ଭୀଷ୍ମଂକର ଦଶ ସହସ୍ର ନାରାଜ ଜାଣିଣ ବଜ୍ରଘାତ
ଦ୍ରୋଣେ ବିନ୍ଧିଲେ ପର୍ବତା ଶହସ୍ର ଅହିବ୍ରତ ।୮୯।
ଅଶସ୍ତମା ବିନ୍ଧିଲେ କୋଟିୟେ ନାରାଜ ବଜ୍ର ସୂଚିଟି
ଶଲ୍ୟେ ଦଶ ସହସ୍ର ନାରାଜ ବଜ୍ର ଘୋଟି ।୯୦।
କର୍ଣ୍ଣ ଅଶି ସହସ୍ର ବିନ୍ଧିଲେ ନାରାଜ ତିମ୍ୱୁର
ବାହ୍ଲିକେ ନାରାଜ ବିନ୍ଧିଲେ ସହସ୍ର ପନ୍ଦର ।୯୧।
ସୋମଦତ୍ତ ନାରାଜ ବିନ୍ଧିଲେ ପର୍ବତା ଲକ୍ଷେ ଶର
ଜଦ୍ୟରଥ ନାରାଜ କଲେ ଶର କୋଟି ପନ୍ଦର ।୯୨।
ଶ୍ରାବଣ ମାସରେ ଯେହ୍ନେ ଦ୍ରୋଣ ମେଘର ବୃଷ୍ଟି
ସେହିମତି ନାରାଜ ବିନ୍ଧିଲେ କୋଟି କୋଟି ।୯୩।
ଲକ୍ଷେ ଲକ୍ଷେ ଗଦା ଯେ ଲକ୍ଷେ ଲକ୍ଷେ ତିମ୍ୱୁର
ଲକ୍ଷେ ଲକ୍ଷେ ଶକତି ଲକ୍ଷ ଲକ୍ଷ ମୁଦୁଗର ।୯୪।
ଲକ୍ଷ ଲକ୍ଷ ଭାଲ ୟେକାବେଳେକେ ମାରି
ଦାନବର ଅଙ୍ଗେ ପଡ଼ି ହୋଉଛନ୍ତି ଚୂରି ।୯୫।
ଲକ୍ଷେ ପୁର କରି ସର୍ବେ ମାରୁ ଯେ ଅଛନ୍ତି
ଅଙ୍ଗ ପାତି ରହିଅଛି ଦାନବ କୁଳପତି ।୯୬।
ଭୀଷ୍ମ ଦ୍ରୋଣ କର୍ଣ୍ଣ ଭୂରିସର୍ବା ସୋମଦତ୍ତ
ବାହ୍ଲିକ ଶଲ୍ୟ କୃପବ୍ରହ୍ମା ଜଦ୍ୟରଥ ।୯୭।
ପୁଣ ପୁଣ ନାରାଜ ବିନ୍ଧନ୍ତି ଅଗୋଚର
ଦାନବର ଅଙ୍ଗେ ପଡ଼ି ହୋଉଛନ୍ତି ଚୂର ।୯୮।
କ୍ରୋଧଭରେ ଆପଣେ ଗଙ୍ଗା ଦେବୀର ସୁତ
ଲକ୍ଷେ ପର୍ବତା ବାଣ ସେ ବିନ୍ଧିଲେ ତୁରିତ ।୯୯।
ଦାନବ ମୁଣ୍ଡ ପାତି ସହିଲାକ ତାହିଂ
ସାଂଗ୍ରାମ ମଣ୍ଡଳେ ଦାନବ ଅନ୍ତ ନୋହି ।୧୦୦।
ପୁଣିହିଂ ଗଙ୍ଗାସୁତ ବିନ୍ଧିଲେ ଅନଳ ଦଶ ସସ୍ର ବାଣ
ଦାନବ ଉପରକୁ ବିନ୍ଧିଲେ ତତକ୍ଷଣ ।୧୦୧।
ତୁଣ୍ଡ ପାତି ଦାନବ ଗିଳି ଦିଲା ତାହିଂ
ଚକିତ ହୋଇଲେ ଦେଖି ଗଙ୍ଗାର ତନୟୀ ।୧୦୨।
କୁଣ୍ଡଳୀ ଚକ୍ର ଶର ବିନ୍ଧିଲେକ ଶତେ
ଭାଙ୍ଗି ପକାଇଲା ଦତ୍ୟ ଧରିଣ ବାମ ହାଥେ ।୧୦୩।
ଶରଯନ୍ତା ନାରାଜ ବିନ୍ଧିଲେ କୋପ କରି
ବାମ ହାଥେ ଧରି ତାହା ଦଇତ ଦିଲା ଗିଳି ।୧୦୪।
ବାବଲ ଶର ଲକ୍ଷେ ବିନ୍ଧିଲେ ଗଙ୍ଗାସୁତ
ମୁଣ୍ଡ ପାତିଣ ତାହା ସହିଲା ଦଇତ ।୧୦୫।
ଲକ୍ଷେକ ରୁଦ୍ରବାଣ ବିନ୍ଧିଲେ ଅଶସ୍ତମା
ଶତ୍ରୁଜୟେ ବାଣ ଯେ ବିନ୍ଧିଲେ କୃପବ୍ରହ୍ମା ।୧୦୬।
ଅନିଳ ଶରକୁ ବିନ୍ଧିଲେ ଯେ ବୀର କର୍ଣ୍ଣ
ଶଲ୍ୟେ ବିନ୍ଧିଲେ ଯେ ଦୂରାନ୍ତେକ ବାଣ ।୧୦୭।
ବ୍ରହ୍ମ ଅନଳ ନାରାଜ ବିନ୍ଧିଲେ ଶକୁନି
ଜଦ୍ୟରଥ ବିନ୍ଧିଲା ଅନଳ ଶର ଘେନି ।୧୦୮।
ଆଉ ଯେତେ ଯୋଧା ଅଛନ୍ତି ସାଂଗ୍ରାମ ମଣ୍ଡଳରେ
କୋଟି ଲକ୍ଷ ବାଣ ବିନ୍ଧିଲେ ଯେ ଯାହାରେ ।୧୦୯।
ଅଚଳ ପର୍ବତ ପ୍ରାୟେ ଦାନବର ଗତି
ଶହସ୍ରମାନ ଦେହୁଂ ଉପୁଡ଼ି ପଡ଼ୁଛନ୍ତି ।୧୧୦।
ପଠାରେ ବୁଣନ୍ତେ ଯେସନେ ହୋଇ ରାଇ
ଶହସ୍ର ପଡ଼ନ୍ତେ ତେହ୍ନେ ଦାନବର ଦେହୀ ।୧୧୧।
ସହିଣ ଦାନବ ଚାହିଂ ବୋଇଲା ବଚନ
ଶତ୍ରୁ କି ଜିଣିମ ତୁମ୍ଭେରେ ବିନ୍ଧି ୟେହୁ ବାଣ ।୧୧୨।
ଅପୂର୍ବ ଶହସ୍ର ଥିଲେ ପରୀକ୍ଷ ତୁମ୍ଭେ କର
ମରଣ ନିକଟ ଆସି ରେ ହୋଇଲା ତୁମ୍ଭର ।୧୧୩।
ୟେତେ କହି ଅସୁର କୋଦାଳ ବୁଲାଇଲା
ରଥୀ ମାନଂକ ଉପରକୁ କୋପେଣ ଧାଇଂଲା ।୧୧୪।
ଭୀଷ୍ମ ଭୂରିସର୍ବାଂକର ରଥେ ପିଟିଲାକ ନେଇ
ପଡ଼ିଲେ ମହାରଥୀ ଭୂମିରେ ଅଚେତନ ହୋଇ ।୧୧୫।
ଶଇଲ ସୋମଦତ୍ତ କୃପ କର୍ଣ୍ଣ ବୀର
ଅଶସ୍ତମା ଶକୁନି ଜଦ୍ୟରଥ ମହାବୀର ।୧୧୬।
ୟେ ଯୋଧା ଯେତେମାନ ସବୁନ୍ତିହିଂ ପିଟିଲା
ରଥୀ ଯୋଧା କରି ଗୋଟିୟେ ନ ରଖିଲା ।୧୧୭।
ରଥୀ ମହାରଥୀ ହାଥୀ ପାଦାନ୍ତି ଥିଲେ ଯେତେ
ବଳୀ ମହାବଳୀ ତହିଂ ରହିଥିଲେ ଯେତେ ଯେତେ ।୧୧୮।
ମଲ୍ଲ ମହାମଲ୍ଲ ଆଦି ଯୋଧା ଭରଶଲ
ସମସ୍ତଂକୁହିଂ ମାଇଲା ଅସୁର ମହାମଲ୍ଲ ।୧୧୯।
ଯେସନେକ ଆକାଶୁଂ ଝଡ଼ି ପଡ଼ନ୍ତି ଗ୍ରହଗଣ
ତେସେନେକ ଶୋଭା ଯେ ଦିଶନ୍ତି ପଡ଼ିବାର ସଇନ ।୧୨୦।
ହାର ପଦକ କୁଣ୍ଡଳ ମୁକୁଟ ରତ୍ନହାର
ପଡ଼ିଲାର ଶୋଭା ଦିଶନ୍ତି ଯେସେନେକ ଦିନକର ।୧୨୧।
ସବୁରିହିଂ ମୃତୁ ସେ ଯେ ଦେଖଇ ନୃପତି
ହା ହା କାର କଲା ତହିଂ ମାନଚକ୍ରବ୍ରତୀ ।୧୨୨।
ବିନା ଅର୍ଥେ ଶତ୍ରୁ ଆସି ମିଳିଲାକ ପଥେ
ସବୁଂକରି ମୃତୁ କଢାଇ ଆଣିଥିଲା ୟେଥେ ।୧୨୩।
ଯେଉଣ ଭୀଷ୍ମ ଦ୍ରୋଣ ଜିଣନ୍ତି ସୁରାସୁରେ
ପଡ଼ିଲେ ନିଚିନ୍ତେ ଆସି ଦାନବ ହାଥରେ ।୧୨୪।
ଆଉ କି ୟେକା ହୋଇ ବ୍ରତିବଇଂ ମୁହିଂ
ହସ୍ତିନାକୁ ଯିବି ମୁହିଂ କାହାର ମୁଖ ଚାହିଂ ।୧୨୫।
ଛାଡ଼ିବଇଂ ଜୀବନ ନିଚେଂ କରିବଇଂ ରଣ
ଦାନବର ହାଥେ ପଛେ ଯାଉ ମୋର ପ୍ରାଣ ।୧୨୬।
ୟେତେକ ବିଚାରିଣ ନୃପତି କୁରୁରାୟେ
ରେ ରେ ଦାନବ ବୋଲି ଡାକିଲା ବିକ୍ରମସିଘଂ ପ୍ରାୟେ ।୧୨୭।
ଦାନବର ଛାମୁରେ ସେ ମିଳିଲା ଧାତିକାରେ
ବସନ୍ତ ସାରଥିକି ବୋଇଲା ଦଣ୍ଡଧରେ ।୧୨୮।
ବିଚାରି ରଥ ବାହୁଥିବୁଟି ଆପଣ
ୟେତେ ବୋଲି ଧନୁ ଧରି ଟଂକାରିଲା ଗୁଣ ।୧୨୯।
ବାବଲ ଶତେକ ବାଣ ବିନ୍ଧିଲା ଧାତିକାର
ମୁଣ୍ଡ ପାତିଣ ଦଇତ ସହିଲା ସେ ଶର ।୧୩୦।
ବଜ୍ରା ଲକ୍ଷେକ ବାଣ ବିନ୍ଧିଲା ନୃପରାଣ
ହୃଦୟ ପାତି ତାହା ସହିଲା ଦାନବ ରାଜନ ।୧୩୧।
ଅଗ୍ନି ପଞ୍ଚାଶ ବାଣ ବିନ୍ଧିଲା ନୃପତି
ଗିଳିଣ ଦିଲା ତାହା ଦାନବ ମହାରଥୀ ।୧୩୨।
ଶରଯନ୍ତା ଶର ଯେ ବିନ୍ଧିଲା କୁରୁବୀର
ବାମ ଚରଣେ ତାହା ଭାଞ୍ଜିଲା ଅସୁର ।୧୩୩।
ପୁଣିହିଂ ବିନ୍ଧିଲା ସେ ଶକତି ଲକ୍ଷେ ବାଣ
ବାମ ଭୁଜ ପାତି ତାହା ଅସୁର କଲାକ ରଣଭଣ ।୧୩୪।
କୋପେଣ ଗର୍ଜି ରାଜା ବିନ୍ଧିଲା ଶତେ ଶର
ହସି ଜିଭ୍ୟା ପାତିଲା ତହିଂ କୁଣ୍ଡଳୀସିଘଂ ବୀର ।୧୩୫।
ପୁଣିହିଂ କ୍ରୋଧଭରେ ସେ ମାନଚକ୍ରବ୍ରତୀ
କ୍ରୋଧେଣ କାଢିଲା ସେ କାଳାନଳ ଶକତି ।୧୩୬।
ହୁଂକାରି ଝମକିଲା ସେ ତିନିବେଳ ଯାୟେ
ଦାନବର ହୃଦୟକୁ ମାଇଲା କୁରୁରାୟେ ।୧୩୭।
ହସିଣ ଦାନବ ଦକ୍ଷିଣ ପାଦ ପାତି
ଭାଞ୍ଜି ପକାଇଲା ସେ କାଳାନଳ ଶକତି ।୧୩୮।
ଯଶୋଦିଆ ନାରାଜ ଯେ ଘେନିଣ ନୃପବର
ଆହୁରି ଗୁଣେ ବସାଇଲେ ଯେ କଲାଟି ତିଆର ।୧୩୯।
ଗୁଣରେ ବସାଇ ସେ ଆକର୍ଣ୍ଣ ଯାୟେ ଟାଣି
ଅଗ୍ନିର ତେଜକୁ ନାରାଜ ଯେ ପାରଇ ଜିଣି ।୧୪୦।
ମନ୍ତ୍ର ସୁମରିଲା ସେ ଯେ ତିନିବେଳ ଯାୟେ
ବିନ୍ଧିଲା ନାରାଜ ସୂର୍ଯ୍ୟ ତେଜ ହୀନ ହୋୟେ ।୧୪୧।
ନାରାଜ ଚଳିବାରେ ଯେ କମ୍ପିଲାକ ପୃଥୀ
ଦାନବ ଉପରେ ବାଣ ପଡ଼ିଲା ତଡ଼ତି ।୧୪୨।
ଅସୁରର କପାଳେ ପଡ଼ିଲା ଯାଇଂ ଶର
ହୋଇଲାକ ଗୁଣ୍ଡାମୟେ ଧୂଳିର ଆକାର ।୧୪୩।
ଦେଖିଣ ବିଚାରଇ ତହୁଂ ରାୟେ ଦ୍ରିଯୋଧନ
ନିଚୟେ ହୋଇଲା ଆସି ମୋତେ ଅକାଳ ମରଣ ।୧୪୪।
ୟେଡ଼େବଡ଼ ଶହସ୍ର ଯେବେ ଚମେ ନ ଫୁଟଇ
ମୃତୁ ୟେହାକୁ ଦଇବ ଥୋଇଣ ଅଛି କାହିଂ ।୧୪୫।
ବିଚାରୁଂ ବିଚାରୁଂ ଯେ ବିନ୍ଧିଅଛି ଶର
ଦାନବର ଚିନ୍ତା ନାହିଂ କିଛିହିଂ ମନର ।୧୪୬।
ଡାକିଲାକ ଅସୁର ତୁ ରେ ନିଚୟେ ଗଲୁ ନାଶ
ବୀର ତୂର ବଜାଇ ଯେ କରୁଥିଲୁ ଯଶ ।୧୪୭।
ନାମ ତୋ ୟେଡ଼େ ବଡ଼ ଅଭୟେ ସୋମବଂଶୀ
ସଇନ ସେନା ନାଶିଣ ଆପଣେ ହୋଇବୁ ବିନାଶି ।୧୪୭।
ଆମ୍ଭର ଆଗ୍ୟାଂ ଯେବେ ପାଳିବୁ ଆପଣ
ଆଷ୍ୟ ଥିବା ଯାୟେ ଶରୀରେ ଥିବ ପ୍ରାଣ ।୧୪୯।
ଆରେ ମୁଖରେ ଆଙ୍ଗୁଳି ଯେ ଦନ୍ତରେ ତିରଣ
ବେକରେ କୋଠାର ରେ ବାନ୍ଧ ତୁ ଆପଣ ।୧୫୦।
କେଶବାସ ଅସମ୍ଭାଳେ ପାୟେ ପଡ଼ି ଶୁଅ
ବୋଲ ମୁଂ ଅରକ୍ଷିତ ମୋତେ ରକ୍ଷା କରି ଯାଅ ।୧୫୧।
ୟେମନ୍ତେ ବୋଇଲେ ମୁଂ ଛାଡ଼ିବି ନିଚୟେ
ରହିଣ ଥିବ ପ୍ରାଣ ଆଷ୍ୟ ଥିବା ଯାୟେ ।୧୫୨।
ଶାର୍ଦ୍ଦୂଳ ଚର୍ମ ଛାଉଣି ଯେ ରଥୁ ଫିଟାଇବୁ
ଆଗରୁ ପାଲଟି ସିଘଂ ପଛକୁ ବସାଇବୁ ।୧୫୩।
ମାନଗୋବିନ୍ଦ ନାମ ଛାଡ଼ିବୁ ତୋହୋର
ତେବେ ସେ ତୋତେ ଛାଡ଼ିଦେବି ତୁ ଯିବୁ ନିଜ ପୁର ।୧୫୪।
ଦାନବର ମୁଖରୁ ୟେସନେକ ବାକ୍ୟ ଶୁଣି
କ୍ରୋଧେଣ କମ୍ପିଲା ସେ ନୃପତି ଚୂଡ଼ାମଣି ।୧୫୫।
ଟହ ଟହ ହସିଣ ବୋଇଲା ଆରେ ବାଇ
ୟେତେକ ଛାଡ଼ିବି କିରେ ମୁଂ ତୋହୋର ଛାର ପାଇଂ ।୧୫୬।
ୟେତେକ ବିଚାରି ବିଚାରି ରାଜା ବୋଇଲେ ସାରଥି
ପ୍ରାଣ ରକ୍ଷା କରିବୁଟି ତୋହୋର ବୁଦ୍ଧି ଚିନ୍ତି ।୧୫୭।
ମୋହୋର ଜୀବନକୁ ନାହିଂଟି ଆଉ ଆଶ
ଶତେ ଭାଇ ଆଦି ମୋ ବଂଶ ଗଲେ ନାଶ ।୧୫୮।
ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଭୂରିସର୍ବାହିଂ ପଚିଲା
ଜଦ୍ୟରଥ ପଡ଼ିଲା ମୋ ଭୟେଣୀ ରାଣ୍ଡ ହେଲା ।୧୫୯।
ୟେବେ ଯେବେ ମୋହୋର ହୋଇଲା ଦେହ ନାଶ
ଅଶତ୍ରୁ ଶତ୍ରୁ ଆସି ହୋଇଲା ରାକ୍ଷସ ।୧୬୦।
କାହୁଂ ମିଳିଲା ସେ ଆସି କେଉଂଣ ଦେଶର
ସଇନ ସେନା ସବୁଟି ମୋର କଲା ନାରାଖାର ।୧୬୧।
ମରୁ ଅବା ରାକ୍ଷାସ ମରଇଂ ଅବା ମୁହିଂ
କହୁଂ କହୁଂ ରଥରୁ ଯେ ଡେଇଂଲା ନରବଇ ।୧୬୨।
ରେ ରେ କାର କରି ଗଦା ଘେନିଲା ବେନି କରେ
ରତ୍ନାବଳୀ ଗଦା ମାଇଲା ଦାନବ ଉପରେ ।୧୬୩।
ପଡ଼ନ୍ତେଣ ଗଦା ଯେ ଦାନବ ମସ୍ତକର
ଅଗ୍ନି ଝଲକିଲା ମୋହେ ପଡ଼ିଲା ଅସୁର ।୧୬୪।
ଦେଖିଣ କୁରୁପତି ତାର ହୃଦେ ମାଡ଼ି ବସିଲାକ ଝାତି
ମାଇଲାକ ମୁଥେ ସେ ଯେ ବଜ୍ରର ଆକୃତି ।୧୬୫।
ଦାନବର ଦେହେ ଯେ ପାଇଲା ମୁଥଘାତ
ନୟନ ଫେଡ଼ି କରି ଯେ ଚାହିଂଲା ଦଇତ ।୧୬୬।
ଝାଡ଼ିଲାକ ଦେହ ଯେ ଝଡ଼ି ପଡିଲା ନୃପତି
ମତ୍ତହାଥୀ ଝାଡ଼ିଲେ ଯେହ୍ନେ ମାହୁନ୍ତେ ଝଡ଼ନ୍ତି ।୧୬୭।
କୋଦାଳ ଆୟୁଧେକ ପିଟନ୍ତେ ଦଇତ ନେଇ
ଡାହାଣ ହାଥେ ରାଜା ନେଲାକ ଛଡ଼ାଇ ।୧୬୮।
କୋଦାଳ ଆୟୁଧ ରାଜା ଛଡ଼ାଇ ପକାଇଲା ତଳେ
ମାଲ ବିନ୍ଧାଣ ଘେନିଲା ଦଇତ ରାଜା ମେଳେ ।୧୬୯।
ଆତଙ୍ଗେ ଚିନ୍ତିଲା ସେ ଯେ ରେବତୀର ପତି
ଚଉଦ କୋଶ ଦାନବର ଯହୁଂ ଦେଖିଲା ଆକୃତି ।୧୭୦।
ତେଡ଼େକ ଶରୀର ଯେ ହୋଇଲା ନୃପବର
ବଳହିଂ ଅଟଇ ଯେ ସହସ୍ର ସିଘଂର ।୧୭୧।
ଅଶି ସହସ୍ର ବଳ ଯେ ଅଟଇ ମତ୍ତାହାଥୀ
ୟେତେକ ବଳ ବହଇ ସେ ଦାନବ କୁଳପତି ।୧୭୨।
ଦୁହେଂ ହୁହିଂକି ସେ ଯେ ହୋଇଲେ ଧରାଧରି
ଦେଖିବାକୁ ନାହିଂ ସେ ଯେ ହୋଇଲେ ଧରାଧରି
ଦେଖିବାକୁ ନାହିଂକି ସେ ଯେ ସ୍ୱର୍ଗ ମଞ୍ଚପୁରୀ ।୧୭୩।
ସୋମବଂଶ ରାଜା ଯେ ମୋହେଣ ପଡ଼ଇ
ରଥେ ଥାଇଂ ସାରଥି ଅଛି ଯେ ଅନାଇଂ ।୧୭୪।
ନୃପତିକି ଚାହିଂଣ ବିକଳ ତାର ମନ
ମନେ ଚିନ୍ତା କରଇ ରକ୍ଷାକର ହେ ଦେବ ଧର୍ମ ।୧୭୫।
କେଉଣ ଅନକୂଳେ ଯେ ନୃପତି ଅଇଲେ
ସୋମବଂଶ ଘେନି ଯେ ଆପଣେ ନାଶ ଗଲେ ।୧୭୬।
ଆଉ କିମ୍ପେ ମୁହିଂ ରଖିଥିବି ପ୍ରାଣ
ୟେହାର ହାଥେ ଯେବେ ମରିବେ ରାଜନ ।୧୭୭।
ହା ହା ଧର୍ମ ବୋଲି ଯେ ଚିନ୍ତଇ ସାରଥି
ଦାନବର ମୁଖୁଂ ରକ୍ଷା କର ହେ ନୃପତି ।୧୭୮।
ୟେତେକ ବିଚାର କରି ସାରଥି ମଉନ
ନୟନରୁ ଅଶ୍ରୁଜଳ ଯେ ବହଇ ଘନ ଘନ ।୧୭୯।
ଅସୁରର ଯୁଦ୍ଧେ ମୋହେ ପଡ଼ିଥିବା ରାଜନ
ଚେତିଣ ଯୁଦ୍ଧକୁ ରାଜା ବାହରିଲା ପୁଣ ।୧୮୦।
ହାଥକୁ ବାଥ ଛନ୍ଦି ପାଦକୁ ପାଦ ଦେଇ
ମୁଣ୍ଡକୁ ମୁଣ୍ଡ ସେ ଯେ ମାରନ୍ତି ରୋଷ ବହି ।୧୮୧।
ହୋଅନ୍ତି ଗଡ଼ାଗଡ଼ି ଲାଗିଣ ନ ଛାଡ଼ନ୍ତି
ମାରନ୍ତି ମୁଥେ ସେ ଯେ ହୋଅନ୍ତି ଯନ୍ତଯନ୍ତି ।୧୮୨।
କରନ୍ତି ଗରଜନ ସେ ଯେ ଆଷାଢ ମେଘ ଜାଣି
ବେନି ଅହିଂକର ଯେସନେ ଲାଗଇ ଆରେଣୀ ।୧୮୩।
ସ୍ୱର୍ଗରେ ସୁରଗଣେ ଯେ ଅଛନ୍ତି ଉଭା ହୋଇ
ଦାନବ ମରିବ କି ବିଚାରନ୍ତି ଚାହିଂ ।୧୮୪।
ବୃହସ୍ପତିଂକି ଚାହିଂ ଯେ ପଚାରନ୍ତି ସୁରପତି
ଦାନବର ମୃତୁ ଅଛି ୟେହାର ତହିଂକି ବୋଲନ୍ତି ।୧୮୫।
କୁରୁ ସାଗର ସଇନ୍ୟ ସମସ୍ତେ ହେଲେ ହତ
ଦ୍ରିଯୋଧନ ହାଥେ କି ମରିବ ଦଇତ ।୧୮୬।
ୟେହାର ଉପର ବଂଶେ ଅସୁର ଥିଲେ ଯେତେ
ମୟେଂଷା ଆଦି କରି ଧୂମ୍ରଲୋଚନ ପରିଯନ୍ତେ ।୧୮୭।
ଶୁମ୍ଭ ନିଶୁମ୍ଭ ରକ୍ତବୀର୍ଯ୍ୟ ଯେତେ ଥିଲେ
ବିରୂପାକ୍ଷ କାନ୍ତିମାଳା ଚଣ୍ଡ ମୁଣ୍ଡ ମଲେ ।୧୮୮।
ପୃଥୀକି ଭାରା ହୋଇଥିଲେଟି ୟେ ସର୍ବେ
ୟେ ପୁଣ ନାଶ ଗଲେ ହୋଇଣ ମତ୍ତଗର୍ବେ ।୧୮୯।
ୟେମାନ ଦୁଷ୍ଟ ପଣେ ଦେବଂକୁ କଲେ ନାଶ
ୟେହୁ ୟେବେ ଜିଣିଲା ଯେ ଭୁବନ ତ୍ରିଦଶ ।୧୯୦।
ୟେବେ ଯେ ୟେହାର ମୃତୁ କହିବାକୁ ହୋଉ
ଦୁର୍ଗାର କୋପରେ ତ ନାଶ ଗଲେ ସେହୁ ।୧୯୧।
ବୃହସ୍ପତି ବୋଇଲେ ଶୁଣ ହୋ ସୁରାରାୟେ
ୟେହାର ଯୁଧ୍ୟରେ ତ ହାରିବ କୁରୁରାୟେ ।୧୯୨।
ୟେହି ବଂଶେ ନାଶ ନିଚେଂ ଯିବ ୟେ ଅସୁର
ପଣ୍ଡୁର ତନୟେ ଯେ ନକୁଳ ମହାବୀର ।୧୯୩ ।
ତାହାର ହାଥେ ନିଚୟେ ମରିବ ଅସୁର
ୟେ କଥା ପ୍ରମାଣ ଜାଣ କହିଲୁଂ ନିକର ।୧୯୪।
ଇନ୍ଦ୍ର ବୋଇଲା ଶୁଣିମାକ ଦେବଗୁରୁ
ୟେ ଦଇତ ନାଶ ଯାଉ ସେ ସ୍ୱର୍ଗ ରକ୍ଷା କରୁ ।୧୯୫।
କେତେକ ଦିନ ଅନ୍ତରେ ମରିବ କହ ମୋତେ
ବୃହସ୍ପତି ବୋଇଲା ମରିବ ୟେ ଚଉଦିନ ଅନ୍ତେ ।୧୯୬।
ୟେମନ୍ତେ ବିଚାରିଣ ଚାହାନ୍ତି ସୁରଗଣେ
ଅସୁର ସଙ୍ଗତେ ଯେ ଯୁଝନ୍ତି କୁରୁରାଣେ ।୧୯୭।
ଦୁହିଂକରି ଯୁଦ୍ଧ ଯେ ଅତିଅନ୍ତ ଭାରି
କହିବାକୁ ଅଗୋଚର ଦେବେ ଛନ୍ତି ଦୃଷ୍ଟି କରି ।୧୯୮।
ଧରନ୍ତି ପଡ଼ନ୍ତି ଗଡ଼ନ୍ତି ଜଡ଼ନ୍ତି
ମହାଘୋର ଯୁଧ୍ୟ ଦୁହେଂ ତହିଂ କରୁଛନ୍ତି ।୧୯୯।
ରେ ରେ କାର ରଡ଼ି ପଡ଼ିବାର ଠାରେ
ହୁଂକାରି ମୋଡ଼ନ୍ତି ମାରନ୍ତି ମୁଥରେ ।୨୦୦।
ଉଠନ୍ତି ଲୋଟନ୍ତି ଘୁଞ୍ଚନ୍ତି ଛନ୍ଦନ୍ତି
ହେଠନ୍ତି ହଠନ୍ତି ହୁଂ ହୁଂ ଶବଦେ ହାକନ୍ତି ।୨୦୧।
ଲେଛନ୍ତି ଲାଛନ୍ତି ଜାରନ୍ତି ଜୁରନ୍ତି
ନଟନ୍ତି ଲକ୍ଷ୍ୟନ୍ତି ଘୋଟନ୍ତି କୁରୁଳନ୍ତି ।୨୦୨।
କୁରନ୍ତି କାରନ୍ତି କିକିନ୍ତି କୁକୁନ୍ତି
ଚଉଷଠି ବିନ୍ଧାଣ ଘେନିଣ ଜୁଝନ୍ତି ।୨୦୩।
ଦୁହିଂକରି ଯୁଧ୍ୟ କରିବାର କାଳେ
ସପତ ଘଡ଼ି ବେଳ ହୋଇଥିଲା ଆକାଶରେ ।୨୦୪।
ତିନି କୋଶ ପରିଯନ୍ତେ ବନ ହୋଇଲା ପଦାମୟେ
ଧୂଳି ଧପଟ ହୋଇଲା ତିନି କୋଶ ଯାୟେ ।୨୦୫।
କୁରୁପତିଂକି ମାଡ଼ିଣ ବସିଲା ଅସୁର
ମସ୍ତକରେ ମୁଥେକ ଯେ ମାଇଲା ଧାତିକର ।୨୦୬।
ହୁଂକାରି ଉଞ୍ଚାଇଣ ମାଇଲା ଯହୁଂ ମୁଥେ
ୟେକଠାରେ ପଡ଼ିଲା କି ବ୍ରଜ ଅହିବ୍ରତେ ।୨୦୭।
ଢଳିଲା କୁରୁପତି ମୃତ ଶବ ପ୍ରାୟେ
ମଲା ବୋଲି ଛାଡ଼ି ଉଭା ହୋଇଲା ଅସୁର କୁଳ ରାୟେ ।୨୦୮।
ଶରୀରକୁ ଚାହିଂଲା ବିବିଧ ରତ୍ନମାନ
କାଢିଣ ଅସୁର ତାହା ହୋଇଲା ଆଭରଣ ।୨୦୯।
ମଣିମୟ ମୁକୁଟ ବାନ୍ଧିଲାକ ଶିରେ
ରତ୍ନାବଳୀ ବେନି ଗଦା ଘେନିଲାକ କରେ ।୨୧୦।
ବୋଇଲା ୟେମାନ ୟେଥେଂ ପଡ଼ିଥାନ୍ତୁ ସର୍ବେ
ୟେତେ କହି ନେଉଟିଲା ଦାନବ କୂଳ ଦେବେ ।୨୧୧।
ରକତ ଲାଗି ଦିଶଇ ସିନ୍ଦୂର ଗିରି ପ୍ରାୟେ
ମନ୍ଦାର ଫୁଲ ବର୍ଣ୍ଣ ଅସୁରର କାୟେ ।୨୧୨।
ଯମୁନା କୂଳେ କୂଳେ ଚାଲଇ ଧୀରେ ଧୀରେ
ଗେଲେ ଗେଲେ ଚାଳଇ ସଧୀରେ ସଧୀରେ ।୨୧୩।
ସାରଥି ଯେ ଦେଖୁଥିଲା ରଥ ପରେ ଥାଇଂ
ରୋଦନ କଲା ସାରଥି ରାଜାର ମୁଖ ଚାହିଂ ।୨୧୪।
ହା ହା ଦଇବ ବୋଲି କପାଳେ ମାରଇ କର
ଭୋ ଦଇବ ପୁରୁଷ ଆଣି କଲୁ ୟେତେ ଦୂର ।୨୧୫।
ବିନା ଦୋଷେ ନାଶ ଗଲେ କୁରୁ ସାଗର ସଇନ
ପୃଥୀର ମଣ୍ଡଣ ଯେ ନୃପତି ଦ୍ରିଯୋଧନ ।୨୧୬।
ଯାହାର ବିଜେ କଲେ କମ୍ପଇ ଦିବି ପୃଥୀ
ଅସୁର ହାଥେ ଥିଲା ୟେହାନ୍ତ ମୃତୁ ଗତି ।୨୧୭।
ୟେତେ କହିଂ ରୋବଇ ବହୁତ ସାରଥି
ବିଚାରଇ କେମନ୍ତେ ମୁଂ ଯିବି ତୁଚ୍ଛା ରଥ ଘେତି ।୨୧୮।
ରଥୀକି ମରାଇ ସାରଥି ଯେବେ ଥାଇ
ଧର୍ମ ଶାହାସ୍ରେ ବୋଲି ସେ ନର୍କ ଗତି ପାଇ ।୨୧୯।
ଶୂନ୍ୟ ରଥ ଘେନି ମୁଂ ଯିବି ହସ୍ତିନାକୁ
କି ବୋଲି କହିବିଟି ମୁଂ ରାଜାର ଲୋକଂକୁ ।୨୨୦।
କି ବୋଲି ବୋଲିବେ ମୋତେ ପଞ୍ଚୁକଟକ ଜନ
କି ବୋଲି ବୋଲିବେ ମୋତେ ପଣ୍ଡୁର ନନ୍ଦନ ।୨୨୧।
ଦଇବ କୃତ୍ୟେ ହୋଇଲା ୟେସନ ବିପତ୍ତି
ପଡ଼ିଲେ ଭୂରିସର୍ବା ଆବର ଗଙ୍ଗାର ସନ୍ତତି ।୨୨୨।
ଦ୍ରୋଣ ଅଶସ୍ତମା ଶଲ୍ୟ ରାୟେ କର୍ଣ୍ଣ
ସୋମଦତ୍ତ ବାହ୍ଲିକ ସୁରଥ ରାଜାର ନନ୍ଦନ ।୨୨୩।
ଧୃତିରାଷ୍ଟ ଶତେ ପୁତ୍ର ସହିତେ ଗଲେ ନାଶ
ଗାନ୍ଧାର ରାଜାର ସୁତ ସଇନି ସମସ୍ତ ।୨୨୪।
ମୋହୋର ଦେଖୁଂ ଦେଖୁଂ ପଡ଼ିଲେ ୟେ ରଣେ
ଅଠର କ୍ଷଉଣୀ ଥାଠ ପଡିଲେ ନ ରହିଲେ ଜଣେ ।୨୨୫।
ୟେତେ ବୋଲି ରଥୁଂ ଓହ୍ଲାଇ ସାରଥି
ନୃପତିଂକି ଯାଇଂ ତୋଳିଲା ହସ୍ତଗତି ।୨୨୬।
ତୋଳି ନୁଆରିଲା ସହସ୍ରେ ସିଘଂର ବଳ
ଭୂମିରେ ପୋତା ଅବା ଅଛଇ ଅଚଳ ।୨୨୭।
ଜଣ ଜଣ କରି ତୋଳିଲା ୟେହି ମତେ
ରାଜାର ପ୍ରିୟଜନ କୁଟୁମ୍ୱ ଭ୍ରାଥ ଯେତେ ।୨୨୮।
କାହାକଇଂ ଯହୁଂ ସେ ତୋଳି ନୁଆରିଲା
ଲେଉଟ ସାରଥି ଆସି ରଥରେ ବସିଲା ।୨୨୯।
ବାହିଲାକ ଯାନ ରାଜ୍ୟକୁ ଯିବ ବୋଲି
ଯାନ୍ତେଣ ମିଳିଲା ଯେ ଇନ୍ଦ୍ରପ୍ରଶସ୍ତ ପୁରୀ ।୨୩୦।
ମଧ୍ୟରେ ବନସ୍ତ ବାରୁଣା ଅଛି ଲାଗି
ଅନିଳେକ ନାମ ବନ ପର୍ବତ ସଉଭାଗୀ ।୨୩୧।
ଆରଡ଼େକ ନାମେ ତହିଂ ଅଛଇ ଡିଙ୍ଗର
ସେ ବାଟେ ସାରଥି ଘେନି ଚଳଇ ରହୁବର ।୨୩୨।
ଶୁଣ ବଇବସୁତ ମନୁ ବଦନ୍ତି ଅଗସ୍ତି
ସେ ବାଟେ ଆସୁଛନ୍ତି ମାଦ୍ରୀର ସନ୍ତତି ।୨୩୩।
ଖଣ୍ଡେ ଦୂରୁଂ ଥାଇଣ ଚିହ୍ନିଲାକ ରଥ
ଶର୍ଦ୍ଦୂଳ ଚର୍ମ ଛାୟେଣୀ ଉପରେ ଧ୍ୱଜ ଛତ୍ର ।୨୩୪।
ବିରାଳ ପଛୀର କେରା ବ୍ରହ୍ମଜାତି ହୀରା
ନାହିଂ ପଟାନ୍ତର ବିଜୁଳୀ ଝଟକ ତାରା ।୨୩୫।
ଲକ୍ଷେକ ପତନୀ ଦର୍ପଣ ଶୋଭା ପାଇ
କୋଟିୟେ ଚାମର ତହିଂ ବିଚିତ୍ର ଉଡ଼ଇ ।୨୩୬।
ଚନ୍ଦ୍ର ସୂର୍ଯ୍ୟଂକର ଚାନ୍ଦୁଆ ଉପରେ
ମାଣିକ୍ୟ ଆଉଜାଣି ବିଚିତ୍ରି ମନୋହରେ ।୨୩୭।
ପୋୟେଂଳାର ଦଣ୍ଡା ମର୍କତର ଗୁରୁଜ
ପୁଷ୍ପରାଗ ଦ୍ୱାରା ଗଢ଼ା ନୀଳ ରତ୍ନ ସଜ ।୨୩୮।
ବିଚିତ୍ର ରଥ ଦେଖି ମାଦ୍ରୀ ଦେବୀର ବଳା
କୁନ୍ଦ ଦନ୍ତ ଚାହିଂ ସାରଥିକି ଚିହ୍ନିଲା ।୨୩୯।
ମଳୟ ସାରଥିର ଚେତନା ଦେହେ ନାହିଂ
ଚିନ୍ତାଭରେ ରଥ ସେ ଯାଉଅଛି ବାହୀ ।୨୪୦।
ଦୁଇ ନୟନରୁ ବିକଳେ ଅଶ୍ରୁଜଳ ବହେ
ମୃତୁ କାଳେ ପ୍ରାଣୀକି ଯେସନେ କାଳ ବିକାଳ ଦହେ ।୨୪୧।
ସେହିମତି ସାରଥି ହୋଇଛି ଅଚେତ
ଦିଗ ନ ବାରିଣ ଯେ ବାହୁଅଛି ରଥ ।୨୪୨।
ନକୁଳ ଚିହ୍ନି କରି ଡାକିଲା ଆପଣ
ମଳୟ ସାରଥିର ନାମ ଉଚ୍ଛାରିଣ ।୨୪୩।
କିହୋ ସାରଥି ତୁ ଯାଇଥିଲୁ କାହିଂ
ଆମ୍ଭେ ଡାକୁଅଛୁ ତୁ ନ ଶୁଣି କିପାଇଂ ।୨୪୪।
ଶବଦ ପାଇ ସାରଥି ଚାହିଂଲା ତତକ୍ଷଣେ
ଚିହ୍ନିଲା ନକୁଳ ସେ ମାଦ୍ରୀର ନନ୍ଦନେ ।୨୪୫।
ଚିହ୍ନିଣ ସାରଥି ଡେଇଂଲା ଧାତିକାର
ନକୁଳ ପାଦେ ପଡ଼ି କାନ୍ଦିଲା ଉଚ୍ଛସ୍ୱର ।୨୪୬।
ନକୁଳ ବୋଇଲେ ରେ କାର୍ଯ୍ୟ କିସ କହ
ଅକାରଣେ କିମ୍ପେ ତୁ କରୁଅଛୁ କୋହ ।୨୪୭।
ସାରଥି ବୋଇଲା ଦେବ ଅବଧାନ କର
ସମଦଣ୍ଡ ଘେନି ବିଜେ କଲା ନୃପବର ।୨୪୮।
କେବଣ ଦେଶର ସେ ନ କହିଲା ଦଇତ
ସାଂଗ୍ରାମେ କୁରୁ ସାଗର ସଇନ ସେ କଲା ହତ ।୨୪୯।
ପାଦାନ୍ତି ତୁରଙ୍ଗ ହାଥୀ ନାହିଂ ତାର ରହୁବର
କୋଦାଳ ଆୟୁଧ ଗୋଟାୟେ ଅଛଇ ହାଥର ।୨୫୦।
ଅର୍ଦ୍ଧ ଆକାଶରେ ତାର ଲାଗିଅଛି ଦେହୀ
ପଦ୍ମ ବନକୁ ଯେହ୍ନେ ମତ୍ତହାଥୀ ଗଞ୍ଜଇ ।୨୫୧।
ସାରଥି ବୋଇଲା ତେସନେକେ ସବୁନ୍ତି କଲା ହତ
ସକଳ ମାରି ଗଲା ଆରଡ଼େକ ପର୍ବତ ।୨୫୨।
ୟେକା ହୋଇ ରଥ ଘେନି ଆସୁଛନ୍ତି ମୁହିଂ
ସରିଲା ସମ୍ପଦ ଦେବ ସୃଷ୍ଟିରେ କାର୍ଯ୍ୟ ନାହିଂ ।୨୫୩।
ନକୁଳ ବୋଇଲା ରେ ସେ କେଇଣ ମାର୍ଗେ ଗଲା
ଅଭୟେ ସୋମବଂଶକୁ ଦଇତ ନାଶ କଲା ।୨୫୪।
କଢ଼ାଅ ପଥ ସାରଥି ୟେଥେ ଥାଉ ଯାନ
ଆସ ବୋଲି ଗମିଲେ ସେ ମାଦ୍ରୀର ନନ୍ଦନ ।୨୫୫।
ଯାଉଂ ଯାଉଂ ସାରଥି ବଚନ କହିଲା
ଦକ୍ଷିଣକୁ ମୁଖ କରି ନଇଋତ ମାର୍ଗେ ଗଲା ।୨୫୬।
ରେ ରେ ଦାନବ ବୋଲି ଡାକ ଦିଅଇ ମହାବୀର
ମାର୍ଗ ଅମାର୍ଗ ନାହିଂ ଧାମନ୍ତି ନିରନ୍ତର ।୨୫୭।
ବେନି ଘଡ଼ି ପରିଯନ୍ତେ ପାଦେ ଗମନ କଲେ
ଆରଡ଼େକ ପର୍ବତ ଉପରେ ଉଠିଲେ ।୨୫୮।
ଦେଖିଲେ ସେ ଯମପ୍ରଶସ୍ତ ପଛିମ ଦିଗ କତି
ସେ ମାର୍ଗେ ଯାଉଅଛି ଅସୁର କୁଳ ପତି ।୨୫୯।
ସାରଥି ବୋଇଲା ଦେବ ୟେହିଟି ଅସୁର
ମଣିମୟ ମୁକୁଟ ସେ ବାନ୍ଧିଅଛି ଶିର ।୨୬୦।
ସାରଥିର ବଚନେ ସେ ନକୁଳ ଡାକ ଦେଇ
ରହ ରହ ଦାନବ ରେ ଯାଉଅଛୁ କାହିଂ ।୨୬୧।
ରେ ରେ କାର ଧୁନି ଶୁଣି ରହିଲା ଅସୁର ମହାବୀର
ନକୁଳ ମିଳିଲା ଯାଇଂ ଦାନବ ଛାମୁର ।୨୬୨।
କରେ ଧରିଅଛି ବିକ୍ରମ ଆୟୁଧ
ସାଂଗ୍ରାମ କରିବାକୁ ଅଛି ତାର ସଧ ।୨୬୩।
ନକୁଳେ ମିଳିଲେ ଛାମୁରେ ଝାତିକାରେ
ହରଣ ପଚାରଇ ସେ ଦାନବ ବୀରବରେ ।୨୬୪।
କେଉଣ ଦେଶର ତୁ କହ ମୋହୋର ଛାମୁରେ
ମରଣକୁ ଭୟ ରେ ନାହିଂକି ତୋହୋରେ ।୨୬୫।
ରେ ରେ କାର କରିଣ ଆମ୍ଭକୁ ଡାକ ଦେଉ
କାଳ ବିକାଳନ୍ତ ତୁ ଭୟେ କି ନପାଉ ।୨୬୬।
ନକୁଳ ବୋଇଲେ ରେ ପାମର ମନ୍ଦ ବାଇ
ଯମକୁ ଯମଦୂତ ବାରତା କହୁ ତୁହି ।୨୬୭।
ପଛ ଆଡ଼କୁ ତୁ ଚାହାନି ରେ ଦାନବ
କାଳଫାଶି ଲଗାଇଛି ସଞ୍ଜୀବନୀ ପୁର ଦେବ ।୨୬୮।
ଘରକୁ ଯାଇ ଆଜ ଦେଖିବୁ କିରେ କୁଟୁମ୍ୱ
ୟେହି ପର୍ବତରେ ଆଜ ପଡ଼ିବ ତୋର ଶବ ।୨୬୯।
ଶୁଣି ଦାନବ କୋପ କରି ମାଇଲା କୋଦାଳ
ବାମ ହାଥେ ଛଡ଼ାଇଣ ନେଲେକ ନକୁଳ ।୨୭୦।
ତାହାର ଆୟୁଧ ଧରି ପିଟିଲେ ତାର ଶିରେ
ଉପୁଡ଼ିଣ ଆୟୁଧ ଧରି ପଡ଼ିଲା ଭୂମିରେ ।୨୭୧।
ଦେଖିଣ ବୀରବର ପିଟିଲେ ଆଉ ବେଳେ
ନାହିଂ ନୋହିଲା ବୋଲି ଦାନବ ଡେଇଂଲା ଝାତିକାରେ ।୨୭୨।
ବୃକ୍ଷେକ ଉପାଡ଼ିଲା କୋଶେକ ଉଚ୍ଚରେ
ନକୁଳ ଉପରେ ନେଇ ପିଟିଲା ଝାତିକାରେ ।୨୭୩।
ଦେଖିଣ ନକୁଳ ଯେ ମାଇଲେକ କୋନ୍ତ
କେଡ଼େ ବଡ଼ ବୃକ୍ଷ ଗୋଟା ହୋଇଲା ଭଗନସ୍ତ ।୨୭୪।
ବୃକ୍ଷକୁ ଛେଦିଣ ମାଇଲେ ଆଉ ବେଳେ
ଦାନବର ହୃଦେ ପଡ଼ିଲା ଅବହେଳେ ।୨୭୫।
ଯେବଣ କୋନ୍ତ ବାଜନ୍ତେ ମେରୁ ଚୂର ହୋଇ
ୟେଡ଼େ ଶହସ୍ର ଗୋଟା ଯେ ଉପୁଡ଼ି ପଡ଼ଇ ।୨୭୬।
ନକୁଳ ବିଚାରନ୍ତି ୟେତ ବଢ଼ାଇ ବିପରୀତ
ଉପୁଡ଼ି ପଡ଼ଲା ତ ନବନିଶି କୋନ୍ତ ।୨୭୭।
ୟେତେକ ବିଚାରିଣ ସେ ମାଦ୍ରୀ ଦେବୀର ବଳା
ଦାନବର ହୃଦେ ସେ ମୁଥେକ ପ୍ରାହାରିଲା ।୨୭୮।
ବଜ୍ରଘାତ ପ୍ରାୟେକ ଯେ ଶୁଭିଲା ଶବଦ
ହସିଣ ଦାନବ ସେ କଲାକ ଘୋର ନାଦ ।୨୭୯।
ବୋଇଲା ମାନବା ରେ ତୁ ଅଟୁ ୟେଡ଼େ ବାଇ
ମେରୁରେ କ୍ଷୁଦ୍ର ଟେଳା ବାଜିଲେ କିସ ହୋଇ ।୨୮୦।
ବିକ୍ରମ ସିଘଂକୁ ରେ ଓଗାଳୁ ଶ୍ରିକାଳ
ଯମର ଭବନକୁ ତୁ ରେ କରୁଅଛୁ ଅନକୂଳ ।୨୮୧।
ନିରେଖ ଲୋକନ୍ତ ମାରିବା କେମନ୍ତେ
ହତ୍ୟା ହୋଇବନା ପାପ ଲାଗିବଟି ମୋତେ ।୨୮୨।
ଧର୍ମ ଶାହାସ୍ର ପୁରାଣେ ବୋଲିଅଛି ଯାହା
ଶୁଣିଣ ମାନବା ରେ କହିବା ତୋତେ ତାହା ।୨୮୩।
ଆପଣାର ସମାନ ହୋଇବାକ ଯେହୁ
ତାହାର ତୁଲେ ଯୁଦ୍ଧ କରିବଟିକି ସେହୁ ।୨୮୪।
ଅସମାନ ଲୋକ ସଙ୍ଗେ କରିବ ଯେହୁ ଦ୍ୱନ୍ଦ
ଆଖି ଥାଉଂ ଥାଉଂଟି ବୋଲି ତାକୁ ଅନ୍ଧ ।୨୮୫।
ବଚନ ତାହାକୁ ମାଡ଼ ହୁଅଇଟି ଯେତେ
ଅବଧାନ ହୋଇ ଶୁଣ ତୁ ହୋ ୟେକ ଚିତ୍ତେ ।୨୮୬।
ଆମ୍ଭନ୍ତ ସମାନ ତୁ ନୋହୁ ବୋଲି କରି
ସେ ନ୍ୟାୟରୁ ବୋଇଲି ଯାଅ ଜୀବନ ଘେନି ଅପସରି ।୨୮୭।
ଆମ୍ଭନ୍ତ ସମାନ ତୁ ନୋହୁ ତୋହୋ ଛାର
ତୁ ଯୁଦ୍ଧ କରିବୁ କି ଆମ୍ଭର ଛାମୁର ।୨୮୮।
ୟେତେ ବୋଲି ଦଇତ ପୁଣିହିଂ ଚାହିଂଲା
ପ୍ରାଣ ଘେନି ମନ୍ଦିରକୁ ଯାଅ ଯାରେ ବୋଇଲା ।୨୮୯।
ଯହୁଂ ସେ ଅସୁର ବୋଇଲା ୟେହୁ ବାଣୀ
କୋପେ କମ୍ପିଲା ବୀର ମତ୍ତଗଜ ଜାଣି ।୨୯୦।
କୋପେଣ ମହାମତ୍ତ ପାଷାଣେକ ଧଇଲା
ଦାନବର ମସ୍ତକ ଉପରେ ନେଇଣ କଚାଡ଼ିଲା ।୨୯୧।
ମସ୍ତକେ ବାଜି ପାଷାଣ ହୋଇଲାକ ଚୂର
କୋପେଣ ନକୁଳ ଯାଇଂ ଧଇଲା ଅସୁର ।୨୯୨।
ଗ୍ରୀବା ଧରି ତାର ନାସିକା କାମୋଡିଲା
ତୁଣ୍ଡେ ନ ପଶି ନାଶିକା ଉଚ୍ଛର୍ଗ ହୋଇଲା ।୨୯୩।
ଦୁଇ ଭୁଜେ ଧରି ଦିଲାକ ପକାଇ
ନ ଛାଡ଼ିଲେ ନକୁଳ ମହା କୋପ ବହି ।୨୯୪।
ତିନି ଯୁଣ ଅଧେକ ଦାନବର କାୟେ
ତାହାକୁ କ୍ଷୁଦ୍ର କୀଟ ମାଦ୍ରୀର ଦୁଲାଳେ ।୨୯୬।
ଦୁଇ ଭୁଜେ ଭିଡ଼ିଲା ସେ ଦାନବର ଗଳା
କଟି ଭାଗ ଭିଡ଼ିଲା ସେ ଦାନବ ଅନର୍ଗଳା ।୨୯୭।
ଧନ୍ୟ ସେ ପଣ୍ଡୁସୁତ ନ ପଡ଼ିଲେ ତଳେ
ଦାନବକୁ ମାଡ଼ିଣ ବସିଲେ ଗଳାରେ ।୨୯୮।
ହୁଂକାର ମୁଣ୍ଡେ ମୁଣ୍ଡ ମାଇଲାକ ଧାତି
ବଜ୍ରଘାତ ପଡିଲା ପ୍ରାୟେ ଶବଦ ଶୁଭନ୍ତି ।୨୯୯।
ଦାନବହିଂ କଟି ଧରି ରହିଅଛି ରାଗେ
କ୍ରୋଧଭରେ ନକୁଳ କମ୍ପିଲା ସଭାବେ ।୩୦୦।
ଗଳା ଧରି ନକୁଳ ଅସୁରକୁ ମୋଡ଼ିଲା ତିନି ବେଳ ପରିଯନ୍ତେ
କିଛିହିଂ ନୋହିଲା ଦାନବ ରହିଛି ସେହି ମତେ ।୩୦୧।
କେଡ଼େ ବଡ଼ଦାନବ ନ ପାରୁଅଛି ଚଳି
ପୁଣି ଅସୁର ମାଡ଼ି ବସିଲା ନକୁଳ ମହାବଳୀ ।୩୦୨।
ରେ ରେ ଦାନବ ବୋଲି ଡାକନ୍ତି ନକୁଳ
ମାଇଲୁ ମୋହୋର ରେ ଅଠର କ୍ଷଉଣୀ ବଳ ।୩୦୩।
ଭାଇ ବନ୍ଧୁ କୁଟୁମ୍ୱ ମୋର ଗୁରୁଜନ ଯେତେ
ତୋହୋର ବଇରି ନୋହୁ ଆମ୍ଭେ ତୁ ମାଇଲୁ କିସ ଅର୍ଥେ ।୩୦୪।
ତୋହୋର ଆମ୍ଭର ତ ବଇରିତା ନାହିଂ
ୟେଡ଼େ ବଡ଼ ବଳ ଧଂସିଲୁ କିମ୍ପାଇ ।୩୦୫।
ଆଜ ୟେବେ ଦଇବ ପୋଛିଲା ଆଷ୍ୟ ତୋର
ଲେଉଟି ଦେଖିବୁ କି ଆପଣା ମନ୍ଦିର ।୩୦୬।
ୟେତେ କହି ବୀର ବିଧାୟେ ମାଇଲାକ ତୋଳି
ୟେକାବେଳେ ବଜ୍ର କି ଅହିବ୍ରତେ ଢଳି ।୩୦୭।
ତଥାପି ଦାନବର କିଛିହିଂ ନୋହିଲା ଶିର
କେବଳ ଅଚେତ ହୋଇଛି ଅସୁର ।୩୦୮।
ସଭାବେ ଦାନବ ଅତିହିଂ ଅଚାର୍ଗଳା
ବିବିଧ ମାଡ଼ ମାଇଲା ମାଦ୍ରୀ ଦେବୀର ବଳା ।୩୦୯।
ମନେ ବିଚାରଇ ୟେହି ନ ମରଇ ନିକି
ସାରଥିର ବଚନେ ମୁହିଂ ଅଇଲି ୟେଥିକି ।୩୧୦।
ଦାନବକୁ ଛାଡ଼ି ଉଠିଲା ମହାବୀର
ମୁଣ୍ଡେ ପକାଇଲା ନେଇ ଅଚଳ ପଥର ।୩୧୧।
କୁଣ୍ଡଳୀ ସିଂହ ବୀର ଯେ ପଡ଼ିଛି ଅଚେତ
ପଥର ବାଜନ୍ତେଣ ସେ ଚାହିଂଲା ସଚେତ ।୩୧୨।
ଉଠି ଉଭା ହୋଇଲା ସେ ଦଇତ କୁଳବୀର
ଦେଖି ବିଚାରଇ ତହିଂ ମାଦ୍ରୀର କୁମର ।୩୧୩।
ମୃତ ପ୍ରାୟେ ୟେହାକୁ ଜାଣିଥିଲି ମୁହିଂ
ପୁଣିତ ଦାନବ ଉଠିଲା ପ୍ରାଣ ପାଇ ।୩୧୪।
ୟେତେ ବିଚାରିଣ ମାଦ୍ରୀ ଦେବୀ ସୁତ
ଛାଡ଼ିଣ ଦାନବକଇଂ ମାଇଲା ପାଦ ଘାତ ।୩୧୫।
ବାଜନ୍ତେଣ ଦାନବ ଟହ ଟହ ହସି
ମୃତୁ ଦେବତା ତୁଲେ ଧାରଣା ଦେଉ ଆସି ।୩୧୬।
ନକୁଳ ବୋଇଲେ ରେ କହିଲୁ ତୁ ସତ
ଆଜ ତୋତେ ମୃତୁ ଦେବଇଂ ନିୟତ ।୩୧୭।
ୟେତେ ବୋଲି ବେନି ପାଦ ଧରି ଝାତିକାରେ
ବୁଲାଇ କଚାଡ଼ିଲା ପର୍ବତ ଉପରେ ।୩୧୮।
ଭାଜିଲା ପର୍ବତ ହୋଇଲା ଚୂନାମୟେ
ଟହ ଟହ ହସିଲା ଦାନବ କୁଳ ରାୟେ ।୩୧୯।
ଚାରି ଯୁଣ ଲୋହ ଗିରି ପର୍ବତେକ ଥିଲା
କ୍ରୋଧରେ ନକୁଳ ସେ ପର୍ବତେ କଚାଡ଼ିଲା ।୩୨୦।
ଟଳିଲା ପର୍ବତ ଅସୁର କାୟେ ଲାଗି
ଚଉଦ ଖଣ୍ଡ ହୋଇଣ ପର୍ବତ ପଡ଼ିଲାକ ଭାଜି ।୩୨୧।
ନକୁଳ ଅସୁରର ଦେଖି ଘୋର ରଣ
ସାରଥି ବିଚାର କରଇ ମନେ ମନ ।୩୨୨।
ବୋଇଲା ଶୁଭାଶୁଭ ତ ନ ଦିଶଇ ମୋତେ
ଦାନବର ମୃତୁ ତ ନୋହିବ କଦାଶ୍ଚିତେ ।୩୨୩।
ନିଚୟେ ହସ୍ତିନା ଗଲାକ ଆଜ ନାଶ
ବିପରୀତ କର୍ମ ଚିନ୍ତିଲା ଦିଗବାସ ।୩୨୪।
ୟେତେକ ବିଚାରି ସେ ଚଳିଲା ଆପଣ
ବାଟେ ଯେଉଂଠାରେ ସେ ରଖିଥିଲା ଯାନ ।୩୨୫।
ରେ ରଥେ ଯାଇଂଣ ଚଢିଲା ସାରଥି
ବାରୁଣାବନ୍ତରେ ଯାଇଂ ମିଳିଲା ତଡ଼ତି ।୩୨୬।
ବିଜେ କରଛନ୍ତି ସେ ପାଣ୍ଡବ ଚାରି ଭାଇ
ରଥୁଂ ଡେଇଂ ଯାଇ ଭୂମିରେ ଉଭା ହୋଇ ।୩୨୭।
ବିଜେ କରିଛନ୍ତି ଯୁଝେଷ୍ଠି ନୃପବର
ଡାକିଲା ସାରଥି ଅତି ଉଚ୍ଚ ସ୍ୱର ।୩୨୮।
ଭୋ ଦେବ ବୁଡ଼ିଲା ଆସି ହସ୍ତିନା ସଂପତ୍ତି
କାହୁଂ ଆସି ଶତ୍ରୁୟେ ହୋଇଲା ଉତପତ୍ତି ।୩୨୯।
ଶୁଣିଣ ଯୁଝେଷ୍ଠି ତାକୁ ପଚାରନ୍ତି ଚାହିଂ
କିମ୍ପେ ହୋ ସାରଥି ବିକଳ ହେଉ ତୁହି ।୩୩୦।
ଅଶୋକ ଦେଶେ କିମ୍ପେ ଶୋକ ଜାତ କରୁ
ହାନି ଲାଭ କଥା ତୁ ତ ବିଚାରି ନ କରୁ ।୩୩୧।
ମଳୟ ବସନ୍ତ ରଥ ଆସିଅଛୁ ଘେନି
ସନ୍ତାପ ବାକ୍ୟ ତ କରୁଅଛୁ ଶୋକ ଧୁନି ।୩୩୨।
ସାରଥି ବୋଇଲା ଦେବ କର ଅବଧାନ
ଚତୁରଙ୍ଗ ସଇନ ଘେନି ନୃପତି ଦ୍ରିଯୋଧନ ।୩୩୩।
ଦିଗ ବିଜେ କରି ଯାନ୍ତେଣ ନୃପତି
କାହୁଂ ମିଳିଲା ଆସି ଦାନବ ଚକ୍ରବତୀ ।୩୩୪।
ବାଟ ଓଗାଳିଣ ସେ ଥିଲା ଉଭା ହୋଇ
ଚଉଦ କୋଶ ଦେବ ଅଟଇ ତାର ଦେହୀ ।୩୩୫।
ବୀର ତୂର ଶୁଣି ସେ ନୁଆରିଲା ସହି
ପଚାରିଲା ମାନବା ରେ କାହିଂର ଅଟୁ ତୁହି ।୩୩୬।
ଶୁଣି ଧୁଶାସନ ଧୁଆଂଇଲା ରଥ
ବୋଇଲା ତୋହୋର ଛାର ଅଟ ରେ ଦଇତ ।୩୩୭।
ୟେ ହସ୍ତିନା ନଗର ଠାକୁର ମାନଚକ୍ରବ୍ରତୀ
ରେ ରେ କାର କରୁ ରେ ତୋହୋର ଛାର ନାସ୍ତି ।୩୩୮।
ଦୁହିଂକର ଉଚ୍ଚବାଚ ହୁଅନ୍ତେଣ ୟେହିମତି
ଗଦା ଘେନି ଅସୁରକୁ ପିଟିଲା ମହା ଛତ୍ରୀ ।୩୩୯।
ବାମ ହାଥେ ଧରି ସେ ଛଡ଼ାଇ ଘେନିଗଲା
ଦେବରାଜା ମାନଗୋବିନ୍ଦ ଭାଇନ୍ତ ଆଗ୍ୟାଂ ଦିଲା ।୩୪୦।
ବେଢି କରି ଦଇତକୁ ମାର ରେ ବୋଇଲା
ଭଲା ଶତ୍ରୁ ଆସି ବନସ୍ତେ ମିଳିଲା ।୩୪୧।
ଶୁଣିଣ ଅନେଶତ ବେଢିଲେକ ଭାଇ
ୟେକା ବିଧାକେ ଦଇତ ମାରିଲା ସବୁକଇଂ ।୩୪୨।
ଦେଖିଣ ନୃପବର ହୋଇଲା ଚକିତ
ବେଢି ମାର ବୋଲି ସଇନନ୍ତ ଆଗ୍ୟାଂ ଦିଲା ନରନାଥ ।୩୪୩।
ଆଗ୍ୟାଂ ପାଇଣ ସେ ସକଳ ସେନା ରଥୀ
ଲକ୍ଷେ ପୁର କରିଣ ବେଢିଲେ ଦଇତପତି ।୩୪୪।
ଯାହାର ଯେତେ ଶସ୍ର ବିନ୍ଧିଲେ ବେଢି କରି
ଦଇତ ଉପରେ ବାଜି ପଡ଼ିଲା ଉପୁଡ଼ି ।୩୪୫।
ଗଦା ଛେଲ ଭାଲ ଶକତି ତିମ୍ୱୁର
ପର୍ବତା ବଜ୍ରବାଣ କୋନ୍ତ ଅସିବର ।୩୪୬।
ପଥରେ ସୋରିଷ ବୁଣିଲେ ଯେହ୍ନେ ହୋଇ
ଦଇତର ଶରୀରେ ଶସ୍ର ତେମନ୍ତେ ନ ଭେଦଇ ।୩୪୭।
ଦେବ ପର୍ବତ ପ୍ରାୟେ ଉଭା ହୋଇଥିଲା ଦଇତ ବୀର
ଦେଖିବାକୁ ୟେ କଥା ହୋଇଲା ଅଗୋଚର ।୩୪୮।
ଦେବ ଘୋର ଯୁଦ୍ଧ କରିଣ ସକଳ କଲା ହତ
ଚତୁରଙ୍ଗ ସଇନ ବଳ ସବୁ ହୋଇଲେ ନିପାତ ।୩୪୯।
ଦେବ ପଛ ରଥେ ଥିଲେ ମାନଚକ୍ରବ୍ରତୀ
ଦଇତକୁ ନାରାଜ ବିନ୍ଧିଲେ ଅପ୍ରମିତି ।୩୫୦।
ମେରୁରେ କ୍ଷିଦ୍ର ଟେଳା ଯେସନ ନ ଭେଦଇ
ସେହିମତି ଶହସ୍ର ଦଇତ ଦେହରେ ନ କାଟଇ ।୩୫୧।
ଯହୁଂ ଶହସ୍ରମାନ ତାର ଦେହରେ ନ ଭୋଦିଲା
ଗଦା ଘେନି ନୃପତି ଉପରେ କଚାଡ଼ିଲା ।୩୫୨।
ଶତେ ଖଣ୍ଡ ହୋଇଣ ଭାଞ୍ଜିଲା ଗଦାବର
ବିବିଧ ଶହସ୍ରମାନ ମାଇଲା ନୃପବର ।୩୫୩।
ବିଧା ଖୁନ୍ଦା ଯେତେ ମାଲ ବିନ୍ଧାଣର
ଦେବ ସେ ମୁଥ ବାଜନ୍ତେଣ ହସଇ ଅସୁର ।୩୫୪।
ପୁଣିହିଂ କଚାଡ଼ିଲା ଆଣି ଗିରିବରମାନ
ତଥାପି ନ ମଲା ସେ ଅସୁର ରାଜନ ।୩୫୫।
ନୃପତିକି ଅସୁର ମୁଥ ଘାତେ କରି ହତ
ମୁଥ ଘାତେ ରାଜା ହୋଇଲା ଅଚେତ ।୩୫୬।
ଦେବ ଭୀଷ୍ମ ଭୂରିସର୍ବା ବାହ୍ଲିକ ଯେ ଶଲ୍ୟ
ଦ୍ରୋଣ ଅଶସ୍ତମା ଯେ କୃପ ମହାମଲ୍ଲ ।୩୫୭।
ଜଦ୍ୟରଥ କର୍ଣ୍ଣ ୟେ ବିକର୍ଣ୍ଣ ଆଦି କରି
ଶକୁନି କାଳକେତୁ ମଧ୍ୟାଙ୍ଗ ଦଣ୍ଡଧାରୀ ।୩୫୮।
ସଭିୟେଂ ଅଚେତ ଯେ ହୋଇଲେକ ନାଶ
ସବୁନ୍ତିହିଂ ମାରି ଗଦା ଘେନି ଗଲାକ ରାକ୍ଷସ ।୩୫୯।
ମଣିମୟ ମୁକୁଟ ରାଜାର ଶିରୁଂ ଫେଇ
ଆପଣାର ଶିରେ ଦାନବ ବାନ୍ଧିଲାକ ନେଇ ।୩୬୦।
ବୋଇଲା ରେ ତୁମ୍ଭେ ସର୍ବେ ଥାଅ ୟେହିମତେ
କାଲି ମୁଂ ଭକ୍ଷଣ ରେ କରିବଇଂ ଗତେ ।୩୬୧।
ଅପାର ଦିନୁଂ ମୋହୋର ମହୁ ମାଂସେ ଇଚ୍ଛା
କାଲି ପୂରୋଇବି ରେ ମୋହୋର ମନୋବାଞ୍ଚ୍ଥା ।୩୬୨।
ୟେମନ୍ତ ବୋଲି କରି ଅସୁର ଗଲା, ଦେବ !
ରଥ ଘେନି ଆସି ମିଳିଲି ଗିରି ସର୍ବ ।୩୬୩।
ସର୍ବ ଗିରି ଉପରେ ମୁଂ ଦେଖିଲି ନକୁଳ
ବାରତ ସେ ପୁଚ୍ଛିଲେ ମୁଂ କହିଲି ସକଳ ।୩୬୪।
ଶୁଣିଣ କୋପମନ କରିଣ ଧାଇଂଲେ
ମୋତେ ସଙ୍ଗତେ ଘେନିଣ ପର୍ବତ ବଳି ଗଲେ ।୩୬୫।
ଆରଡ଼େକ ପର୍ବତେ ଯାଉଅଛି ଅସୁର
ରେ ରେ କାର କରି ଡାକନ୍ତେଣ ରହିଲା ମହା ବୀର ।୩୬୬।
ଦେବ ସେ ଦାନବର ତୁଲେ ବହୁତ କଲେ ରଣ
କେତେ କହିବି ଦେବ ସାଂଗ୍ରାମ ଅପ୍ରମାଣ ।୩୬୭।
ନବନିଶି କୋନ୍ତ ଗଦା ଛେଲ ଭାର
ଶକତି ତିମ୍ୱୁର ଦେବ ଅସିପତ୍ର ଫଳ ।୩୬୮।
ଦେବ ଶହସ୍ର ଭେଦ ଯହୁଂ ନୋହିଲା ଅସୁରର କାୟେ
ମାଲ ବିନ୍ଧାଣ ଯୁଦ୍ଧ ଆରମ୍ଭିଲା ମାଦ୍ରୀର ତନୟେ ।୩୬୯।
ଦେବ ଚଉଷଠୀ ମାଲ ବିନ୍ଧାଣି ମାଲ ଯୁଦ୍ଧ ଯେତେ
କେବେହେଂ ନାଶ ସେ ଯେ ନୋହିଲା ଦୁରାନ୍ତେ ।୩୭୦।
ଦେବ ପାଷାଣ ପର୍ବତ ଯେ ଲୋହଗିରି ଉପରେ
କଚାଡ଼ନ୍ତେ ଚୂର୍ଣ୍ଣ ସେ ଯେ ହୋଇଲେ ଅଚଳେ ।୩୭୧।
ଯୁଦ୍ଧ କରନ୍ତେଣ ଯେ ନକୁଳ ଅନେକ ଚିନ୍ତା ପାଇ
ତେଣୁ କରି ଦେବ ଅଇଲଇଂ ଛାମୁକୁହିଂ ।୩୭୨।
ଶୁଣିଣ ନୃପବର ଭାଇନ୍ତ ଅନାଇଲେ
ଆସ୍ତାନ ତେଜ୍ୟା କରିଣ ଆପଣେ ଉଠିଲେ ।୩୭୩।
ଚାରିଭାଇ ସାରଥି ଧାମନ୍ତି ଆଗସରି
ମୁହୁର୍ତ୍ତେକ ମିଳିଲେ ଆରଡ଼େକ ଗିରି ।୩୭୪।
ନକୁଳ ଦଇତକୁ ଧରି କଚାଡ଼ଇ
ତିନି ଯୁଣ ଅଧେ ଯେ ଅଟଇ ଦଇତର ଦେହୀ ।୩୭୫।
ନକୁଳର ବଳ ଯେ ଅତିହିଂ ଅକଳଣା
ଯୁଦ୍ଧକୁ ମହାବଳୀ ଅଟଇ ରାଜରଣା ।୩୭୬।
ୟେଣେହେଂ ବିଚାର କରିବାର ବେଳେ
ନକୁଳ ଦଇତକୁ ଭୂମିରେ କଚାଡ଼ିଲେ ।୩୭୭।
ତାଳେ ପରିଯନ୍ତେ ଯେ ନସିଲାକ ମହୀ
ନକୁଳ ହାଥୁଂ ଦଇତ ଗଲା ଫିଟିକାଇ ।୩୭୮।
ବ୍ରିକୋଦର ବୋଇଲା ଦେବ ଆଗ୍ୟାଂ ଦିଅ ମୋତେ
ଦାନବର ଉପରେ କରଇ ଗଦାଘାତେ ।୩୭୯।
ଯୁଝେଷ୍ଠି ବୋଇଲେ ବାବୁ ନୋହଇ ୟେମନ୍ତ
ଅଧର୍ମ ଯୁଦ୍ଧ କରିବା କିସ ଅର୍ଥ ।୩୮୦।
ୟେମନ୍ତେ ଯୁଝେଷ୍ଠି ଯେ ବ୍ରିକୋଦର କହି
ନକୁଳକୁ ଦାନବ ଯେ ଧଇଲାକ ଯାଇଂ ।୩୮୧।
ବାଳକ ପୁତ୍ର ଯେହ୍ନେ ମାତାଂକର ତୁଲେ
ସେହିମତି ନକୁଳ ଯେ ଦାନବର କୋଳେ ।୩୮୨।
ଶରୀର ଫୁଲାଇ ସେ ମାଦ୍ରୀର ତନୟେ
ଧରନ୍ତେ ଦାନବକୁ ସେ ହୋଇଲା ଅଥୟେ ।୩୮୩।
କଟିଭାଗ ଧରିଣ ପକାଇଲା କଚାଡ଼ି
ବୁକୁରେ ବସିଣ ସେ କଲାକ ଘୋର ରଡ଼ି ।୩୮୪।
ବିବିଧ ମାଡ଼ ମାରିଣ ଦାନ୍ତ କାମୋଡ଼ିଲା
ମସ୍ତକ ଉପରେ ନେଇ ମସ୍ତକ କଚାଡ଼ିଲା ।୩୮୫।
ତେବେହେଂ ସେ ଦାନବର ନୋହିଲାକ କିଛି
ତଳେ ପଡ଼ି ଦାନବ ଅନାଇ ହସୁଛି ।୩୮୬।
ବାମ କରେ ଧରିଣ ସେ ଦିଲା ଫୋପଡ଼ାଇ
ତଳରେ ପଡ଼ିଲେ ଯେ ମାଦ୍ରୀର ତନୟି ।୩୮୭।
ପୁଣିହିଂ ଧାରାଧରି ଲାଗିଲେ ବେନି ବୀରେ
ଖାଲ ଠିକର ଭୁମି ଯେ ସମତୁଲ ହେଲେ ।୩୮୮।
ଗଡ଼ନ୍ତି ପଡ଼ନ୍ତି ଧରନ୍ତି କାମୋଡ଼ନ୍ତି
ମଟନ୍ତି ମାଟନ୍ତି ଝଟନ୍ତି ଧାକଟନ୍ତି ।୩୮୯।
ଆଦିତ୍ୟ ଦେବତା ଅସ୍ତ ପରିଯନ୍ତେ
ଲାଗିଲେ ମାଲ ବିନ୍ଧାଣ ଦୁହେଂ କୋପ ଚିତ୍ତେ ।୩୯୦।
କେହି କାହାକୁ ଯେ ନୁଆରିଲେ ଜିଣି
ଯୁଝେଷ୍ଠି ପଚାରନ୍ତି ଶୁଣ ହୋ ମନ୍ତ୍ରୀ ଚୂଡାମଣି ।୩୯୧।
ୟେଡ଼େ ଘୋର ଯୁଦ୍ଧ ତ ଦେଖିଲାର ନାହିଂ
ଦଇତକୁ ମରଣ ଅଛଇ ଯହିଂ ତହିଂ ।୩୯୨।
ଶୁଣିଣ ମନ୍ତ୍ରୀବର ଯୋଡ଼ିଲା ବେନି କର
ସାବଧାନେ ଶୁଣିମା ହୋ ନୃପତି ଈଶ୍ୱର ।୩୯୩।
ଭୋ ଦେବ କପିଳ ସିଂହ ବୋଲି ମହାବଳ ବୀର
ମହିଷାସୁର ବୋଲି ତାହାର ଦୁଲାଳ ।୩୯୪।
ତାହାର ନନ୍ଦନ ଦେବ ଅଟଇ ଶମ୍ଭୁରାଣ
ତାହାର ନନ୍ଦନ ଯେ ବୀରଙ୍ଗା ନାମେଣ ।୩୯୫।
ତାହାର ନନ୍ଦନ ହୋଇଲା କାଳାଙ୍ଗ ଅସୁର
ତାହାର ନନ୍ଦନ ବିଳଙ୍ଗାସୁର ବୀର ।୩୯୬।
ଗୋସିଂହ ବୋଲି ପୁତ୍ର ହୋଇଲା ତାହାରି
ସତ୍ୟଭାମା ହରଣେ ଅର୍ଜୁନ ହାଥେ ମରି ।୩୯୭।
ବୀରଙ୍ଗା ସିଂହଠାରୁ କପିଳ ସିଂହ ପରିଯନ୍ତେ
ଦୁର୍ଗାଂକ ସମରେ ଯେ ନାଶିଲେ ସମସ୍ତେ ।୩୯୮।
ଗୋସିଂହ ପଡିଲା ଯେ ଅର୍ଜୁନର ହାଥେ
ସତ୍ୟଭାମାକୁ ନେଉଥିଲା ଦାନବ କୁଳ ରଥେ ।୩୯୯।
ତାହାର ପୁତ୍ର ଯେ ଜୟସିଂହ ବୀର
ସେହି ନାଶ ଯିବ ରାଜୁସି ଯାଗର ।୪୦୦।
ଜୟସିଂହର ପୁତ୍ର ୟେ କୁଣ୍ଡଳୀ ସିଂହ ବୀର
କାଳୀକାନ୍ତ ମନାଇ ଅଛି ୟେ ଅସୁର ।୪୦୧।
ଦେବ ! ସପତ ବରଷ ସେ ତପ ଆରମ୍ଭିଲା
ୟେକ ପାଦେ ଉଭା ହୋଇ ଉର୍ଦ୍ଧ୍ୱକୁ ଅନାଇଲା ।୪୦୨।
ତଦନ୍ତେ ବୀର ଘୋର ଅନଳ ସେ ଜାଳି
ସେ ଅଗ୍ନି ଭିତରେଣ ପଶିଲା ଅସୁର ମହାବଳୀ ।୪୦୩।
ବରଷକେ ପ୍ରସନ୍ନ ହୋଇଲେ ମାହେଶ୍ୱରୀ
ଆସ ଆସ ଦଇତ ବୋଲି ଡାକିଲେ ଉଚ୍ଚ କରି ।୪୦୪।
ଦଇତ ବୋଇଲା ତୁ କେଉଣହିଂ ଜନ
ଦେବୀ ବୋଇଲେ ମୁଂ କାଳୀକା ଆପଣ ।୪୦୫।
ଶୁଣିଣ ଦାନବ ଅଗ୍ନିରେ ଥାଇଂ କହି
ନିଜ ସ୍ୱରୂପ ତୋହୋର ଦେଖାଅ ମହାମାୟୀ ।୪୦୬।
ଦେବୀ ବୋଇଲେ ରେ ତୁ ଶୁଣସି ଅସୁର
ମୋ ନିଜ ରୂପ ଦେଖିଲେ କି ବ୍ରତଇ ସଂସାର ।୪୦୭।
ମୋହୋର ନିଜ ରୂପ ଦେଖି ଦେବ ତ୍ରିଲୋଚନ
ସହି ନୁଆରିଣ ସେ ହୋଇଲେ ମୋହମାନ ।୪୦୮।
ଦାନବ ବୋଇଲା ମାତାର ରୂପ ଦେଖି
ପୁତ୍ର ନାଶ ଯାଇକି ଗୋ ଶରଦ ଚନ୍ଦ୍ରମୁଖି ।୪୦୯।
କାଳୀକା ବୋଇଲେ ତୁ ଅଗ୍ନିରୁ ବାହାର ହୁଅ
ତେବେ ସେ ଦେଖାଇବି ମୋହୋର ନିଜ ଦେହ ।୪୧୦।
ଦେବୀର ବଚନେ ଦଇତ ହୋଇଲା ବାହାର
ପୋଡ଼ିଲା ତମ୍ୱା ପ୍ରାୟେ ଦିଶଇ ଶରୀର ତାହାର ।୪୧୧।
କରପତ୍ର ଯୋଡ଼ି ବୋଇଲା ଗୋ ଆଈ
ଦେଖାଅ ନିଜ ରୂପ ଦେଖଇ କିନା ମୁହିଂ ।୪୧୨।
ଶୁଣିଣ ମହାମାୟା ନିଜ ରୂପ ଧରି
ଚତୁର୍ଦ୍ଦଶ ବ୍ରହ୍ମାଣ୍ଡଯାକ ପୂରିଲେ ସୁନ୍ଦରୀ ।୪୧୩।
ସପତ ପାତାଳେ ଲାଗିଲା ଚରଣ
ଶିର ଲାଗିଲା ଯାଇ ଆକାଶ ଉପରେଣ ।୪୧୪।
ଦଶଦିଗ ଯାକ ପୂରିଲା କଳେବର
ମେରୁ ମଣ୍ଡଳ ଜାଣି ଦିଶଇ ତା ଶରୀର ।୪୧୫।
ଅଷ୍ଟ ଗିରିଯାକ ଯେ ରୋମରାଜ ପନ୍ତି
ରଟ ମଟ ଦନ୍ତ ବିକଟ ହାସ ଚିନ୍ତି ।୪୧୬।
ଗହ ଗହ ଶବଦ ଶୁଭଇ ଘୋର ଧୁନି
ପୃଥିବୀ ତଡ଼ପା କମ୍ପିଲା ମେଦିନୀ ।୪୧୭।
ବିଦୁ ଝଟ ଝଟ କି ହିସାବାର ଗତି
ରାସାନ୍ତଳ ହୋଇ ପଡ଼ିବ କି ପୃଥୀ ।୪୧୮।
ଚଉଷଠୀ ଯୋଗ୍ନୀ ଲାଗିଛନ୍ତି ଦେହୀ
କିଳିକିଳା ଧୁନି ପୃଥୀ ଦେବୀ ନ ସହଇ ।୪୧୯।
ପଞ୍ଚାଶ ମର୍ଭୁତ ଚଣ୍ଡୀ ରାବ କରି
ଘୋର ଧୁନି ଶବଦେ କମ୍ପଇ ବସୁନ୍ଧରୀ ।୪୨୦।
ମେରୁ ଟଳ ଟଳ ଯେ କମ୍ପଇ ମନ୍ଦର
ସପତ ସମୁଦ୍ରଯାକ ହୋଇଲାକି ଥିର ।୪୨୧।
ପ୍ରକଟ ବିକଟ ଘୋର ରାବ ଧୁନି
ଦେଖିଣ କମ୍ପମାନ ଦାନବ କୁଳମଣି ।୪୨୨।
ୟେତିକି ହୋଉ ବୋଲି ଅସୁର କୁଳପତି
ତାଣ୍ଡବ ନୃତ୍ୟ କରିଣ କରାଇଲା ଶାନ୍ତି ।୪୨୩।
ଶାନ୍ତି ରୂପ ହୋଇ ବୋଲନ୍ତି ମହାମାୟେ
କିମ୍ପା ରେ ଦାନବ ତୁ କରୁ ଚିତ୍ତେ ଭୟେ ।୪୨୪।
ୟେବେ ରେ ବର ମାଗ ଯେ ତୋହୋର ଇଚ୍ଛା
ଦାନବ ବୋଇଲା ମା ଗୋ ପୂରାଅ ମନବାଞ୍ଚ୍ଥା ।୪୨୫।
ତିନି ଯୁଣ ଅର୍ଦ୍ଧେକ ହୋଇବ ମୋର କାୟେ
ଉର୍ଦ୍ଧ୍ୱକୁ ଜିଣିମି ମୁଂ ବ୍ରହ୍ମଲୋକ ଯାୟେ ।୪୨୬।
ବ୍ରହ୍ମା ଇନ୍ଦ୍ର ରୁଦ୍ର କୋବେର ବରୁଣ
ଚନ୍ଦ୍ର ସୂର୍ଯ୍ୟ ଆଦି ସୁର ଅସୁରଗଣ ।୪୨୭।
ଯମ ନଈରୁତ ଆଦି ଦଶ ଦିଗପାଳ
ନାଗ ଦକ୍ଷ ଆଦି ଯେତେ ଅଛନ୍ତି ଭୂଅପାଳ ।୪୨୮।
କାହାରିହିଂ ହାଥେ ନ ଥାଉ ମୃତୁ ମୋତେ
ବ୍ରହ୍ମାଣ୍ଡ ଜିଣିମାକୁ ବର ମାଗିଲି ମାୟେ ତୋତେ ।୪୨୯।
ଚଉଦ କଳପ ମୁଂ ହୋଇବି ଅମର
ଭୋ ଜନନୀ ତୋତେ ମୁହିଂ ମାଗୁଛି ୟେହି ବର ।୪୩୦।
କାଳୀକା ବୋଇଲେ ଶୁଣ ରେ ଦାନବ
ଜନ୍ମ ହୋଇଲେ ନାଶ ଯାନ୍ତି ଦେବାଦେବ ।୪୩୧।
ବଇକୁଣ୍ଠ ଆଧିପତି ଅଟନ୍ତି ନାରାୟଣ
ଦଶ ଅବତାର ସେ ଯେ ହୁଅନ୍ତି ଆପଣ ।୪୩୨।
ଆମ୍ଭେମାନେ ପୁଣି ପୃଥୀରେ ଦେହ ଧରି
ଦଇତ ଦାନବ ମାରୁ ପୃଥୀ ଭାରା ହରି ।୪୩୩।
ତୋହୋର ଇଚ୍ଛାୟେ ରେ ମାଗ ତୁହି ବର
ଯେଉଂ ରୂପେ ମୃତୁ ହୋଇବ ତୋହୋର ।୪୩୪।
ଶୁଣିଣ ଦଇତ ରାୟେ ବୋଇଲା ଗୋ ମାୟେ
ମୋହୋର ମୃତୁକୁ ମୁଂ ନ ଛିଡ଼ିବି ନ ବୁଡ଼ିବି ଜଳେ
ପବନେ ନ ଉଡ଼ିବି ନ ପୋଡ଼ିବି ଅନଳେ ।୪୩୬।
ଦଶ ସହସ୍ର ସିଘଂର ହୋଇବ ମୋର ବଳ
ମୋହୋର ମନ କଲେ ଉପାଡ଼ି ପାରଇ ମେରୁ ଯେ ଅଚଳ ।୪୩୭।
ମୋତେ ଉତ୍ତାନ କରି ଯେ ମାଡି ବସି ପାରି
ଗ୍ରୀବା ଆଣି ଯେବେ ରଖିବି କଟି ସରି ।୪୩୮।
ବାମ ଚରଣ ମୋର ରଖିବ ତହିଂ ଆଣି
ତୁଣ୍ଡେ ପୂରୋଇବ ଅଙ୍ଗୁଷ୍ଠି ମୋର କାଣି ।୪୩୯।
ସେ ଅଙ୍ଗୁଷ୍ଠି ଯେବେ ଯେବେ ପଶିବ ତୁଣ୍ଡରେ
ଛାଡ଼ିବି ମୋହର ପ୍ରାଣ ଯେ କହିଲି ତୁମ୍ଭରେ ।୪୪୦।
ଅସ୍ତୁ ହୋଉ ବୋଲି ଗଲେକ ଦେବୀ କାଳୀ
ସହଦେବ ମନ୍ତ୍ରୀ ଯେ କହିଲେ ୟେତେ ଭାଳି ।୪୪୧।
ମୃତୁଭେଦ ଯହୁଂ ସେ ଜାଣିଲେ ତାହାର
ସାଧୁ ମନ୍ତ୍ରୀ ବୋଲି ବୋଇଲେ ନୃପବର ।୪୪୨।
ୟେଣେ ଚାରିଭାଇ ଯେ କରନ୍ତି ବିଚାର
ଦାନବର ତୁଲେ ଯୁଦ୍ଧ କରନ୍ତି ମହାବୀର ।୪୪୩।
ରେ ରେ କାର ଧୁନି ଘୋର ରାବ କରେ
ସିଘଂ ଶାର୍ଦ୍ଦୂଳ କି ସାଂଗ୍ରାମ ମହା ଘୋରେ ।୪୪୪।
ଦୁହିଂକରି ଯୁଦ୍ଧ ବେନି ଷଣ୍ଢ ଜାଣି
ଘୋର ଯୁଦ୍ଧ କରନ୍ତେ କମ୍ପଇ ଧରଣୀ ।୪୪୫।
ନକୁଳକୁ ଦାନବ ବୋଇଲାକ ହସି
ଲାଗିଲା ମାନବରେ ଦୁସହ କାଳଫାଶି ।୪୪୬।
ନକୁଳ ବୋଇଲେ ରେ କହିଲୁ ତୁ ସତ
ଆଜ ମୃତୁ ତୋତେ ରେ ଦେଇ ତ ଦଇବତ ।୪୪୭।
ୟେତେ ବୋଲି ନକୁଳ ମାଇଲାକ ମୁଥେ
ହସି ଉଠିଲା ଯେ ଦାନବ ମୁଥ ଘାତେ ।୪୪୮।
ବୋଇଲା ୟେହି ଯୁଦ୍ଧ କରି କି କି ଜିଣିବୁ
ୟେହି ଦେହ ଘେନି କି ଯମ ମନ୍ଦିରକୁ ଯିବୁ ।୪୪୯।
ଶୁଣିଣ କୋପଭର ହୋଇଲେ ନକୁଳ
ଦଇତ ପାଦ ଧରି କଚାଡ଼ିଲେ ଶିଳ ।୪୫୦।
ଦାନବ ଦେହେ ବାଜି ଭାଜିଲା ପାଷାଣ
ତେର ଦିନ ଯୁଦ୍ଧ ହୋଇଲା ହୋ ନୃପରାଣ ।୪୫୧।
ଯୁଝେଷ୍ଠି ବୋଇଲେ ତୁ ହୋ ଶୁଣ ନୃପବର
ଦଇତର ମୃତୁ କହ ନକୁଳ ଛାମୁର ।୪୫୨।
ମନ୍ତ୍ରୀ କହିଲା ସେ ଯେ କରୁଛନ୍ତି ରଣ
ତଡ଼ପା ହୋଇଲା ପୃଥୀ ଦଇତ ଗରଜନ ।୪୫୩।
ମୋହୋର କହନ୍ତେ ସେ ଯେ ନୁଆରିବେ ଜାଣି
ବ୍ରିକୋଦର ଠାକୁର ସେ କହନ୍ତୁ ପରିମାଣି ।୪୫୪।
ୟେହାଂକରି ଶବଦ ତାଂକ କର୍ଣ୍ଣରେ ଶୁଭିବ
ଚିତୋଇଣ ନକୁଳ ଯେ ଦତ୍ୟକୁ ମାରିବ ।୪୫୫।
ବ୍ରିକୋଦରକୁ ଆଗ୍ୟାଂ ଦିଲେ ଧର୍ମ ପୋଅ
ମନ୍ତ୍ରୀ କହିଲା ବଚନ ନକୁଳ ଆଗେ କୁହ ।୪୫୬।
ଶୁଣିଣ ବ୍ରିକୋଦର ହସିଲା ଟହ ଟହ
ହସନ୍ତେ ଦୃଷ୍ଟି କଲେ ମାଦ୍ରୀଂକର ପୁଅ ।୪୫୭।
ଗଦା ତଳେ ଥୋଇ ଭୀମ ଠାରିଲେ ବୀରମଣି
ଗ୍ରୀବା ବାମ ପାଦ ଯେଉଂ ରୂପେ ଆଣି ।୪୫୮।
କନିଷ୍ଠ ଆଙ୍ଗୁଳି ମୁଖେ ଦିଲେ ନେଇ
ୟେହି ରୂପେ ମାର ବୋଲି ଦିଲା କହି ।୪୫୯।
ଠାରିଲେ ବ୍ରିକୋଦର ଯେ ଜାଣିଲା ନକୁଳ
ତୋଳିଣ କଚାଡ଼ି ପକାଇଲା ତଳ ।୪୬୦।
ଦଶ ସହସ୍ର ମତ୍ତସିଘଂର ବଳ ଯେହୁ
ଚଳି ନୁଆରିଲା ଭୂମିରେ ପଡ଼ିଲା ସେହୁ ।୪୬୧।
ଚକ୍ରାକାର ହୋଇ ବୁଲିଲା ତାର ଦେହୀ
ଚଉଦ କୋଶ ଯାୟେ ପର୍ବତ ଚୂନା ହୋଇ ।୪୬୨।
ନକୁଳ ମାଡ଼ି ବସିଅଛଇ କଟିରେ
ଦତ୍ୟର ଚୂଟି ଧରିଅଛି ବାମ କରେ ।୪୬୩।
ମେରୁ ଶୃଙ୍ଗ ଜାଣି ଅଟଇ ଦଇତର ଶିର
ଓଟାରନ୍ତେ ଧରି ହେଲା ଥମ୍ୱର ଆକାର ।୪୬୪।
ଅଚଳ ହୋଇଲା ଦଇତ ନ ଚଳିଲା ଯହୁଂ
ନକୁଳ କମ୍ପମାନ ହୋଇଲାକ ତହୁଂ ।୪୬୫।
ମନେ ବିଚାରଇ ଅସୁର ନ ମରଇ
ବିନା ଅର୍ଥେ ଯୁଦ୍ଧକୁ ଅଇଳଇଂ କିମ୍ପେ ମୁହିଂ ।୪୬୬।
ମୋହୋର ଚାଳନ୍ତେ ସେ ଚଳଇ ଅଚଳ
ଅଚଳହୁଂ ଅଧିକ ହୋଇଲା ଅସୁର ମହାବଳ ।୪୬୭।
ୟେତେକ ବିଚାରି ହୃଦପଦ୍ମେ ଚିନ୍ତା କଲା
ରଖ ଜଗନ୍ନାଥ ବୋଲି ହୃଦରେ ସୁମରିଲା ।୪୬୮।
ଆମ୍ଭେ ଅରକ୍ଷିତ ଦେବ କୋଇନ୍ତା ରାଣ୍ଡ ପୁତ୍ର
ଆଶ୍ରେ କରିଅଛୁଂ ଆହେ ଶଙ୍ଖ ଚକ୍ର ହାଥ ।୪୬୯।
ଅନମିତେ ଆସ ମିଳଇଲା ବଇରି
ମାଇଲା ସୋମବଂଶ ସରିଲା ସର୍ବ ଶିରୀ ।୪୭୦।
ୟେବେ ସେ ଦଇତ ତୁଲେ କଲି ମୁହିଂ ରଣ
ରୟଣୀ ଦିବସ ହୋଇ ତେର ଦିନ ।୪୭୧।
ଜିଣି ନୁଆରିଲି ଅସୁରକୁଳ ରାୟେ
ତେଣୁ ତୋତେ ଚିନ୍ତା କଲି ଯେ ଦେବରାୟେ ।୪୭୨।
ୟେ ଲଜ୍ଜାରୁ ମୋତେ ଉଦ୍ଧର ନାରାୟଣ
ଦଇତର ଯେମନ୍ତେ ହୋଅଇ ମରଣ ।୪୭୩।
କ୍ଷେତ୍ରୀଂକର ମୁଖେ ଯେହ୍ନେ ମୁଂ ନ ପାଇବି ଲାଜ
ଉଦ୍ଧରି ଧରି ମୋତେ ଦେବାଧି ଦେବରାଜ ।୪୭୪।
ୟେହେନେକ ଚିନ୍ତା କରନ୍ତେ ବୀରମଣି
ଦ୍ୱାରିକାୟେ ଥାଇ ତାହା ଜାଣିଲେ ଚକ୍ରପାଣି ।୪୭୫।
ନକୁଳର ଆତଂକ ଜାଣିଲେ ଚକ୍ରଧର
ନୃସିଘଂ ମୂରତି ଦେବ ପେଷିଲେ ଧାତିକାର ।୪୭୬।
ନକୁଳର ଅଙ୍ଗେ ସେ ପଶିଲେକ ଯାଇଂ
କୋଟିୟେ ସିଘଂର ଯେ ପଟାନ୍ତର ନାହିଂ ।୪୭୭।
ଦାନବର କେଶ ସେ ବାମ କରେ ଧରି
ଡାହାଣ ଭୁଜେ ଧରି ଦୁଇପାଦ ଆଣିଲା ଓଟାରି ।୪୭୮।
କନେଷ୍ଠ ଅଙ୍ଗୁଳି ମୁଖରେ ଦେବା ବେଳେ
ପାଟି ପାଡ଼ିଲା ସେ ଯେ ଦାନବ ଅଚାର୍ଗଳେ ।୪୭୯।
ଦେଖିଣ କୋପ କଲା ଦୁତୀ ନରସିଘଂ
ମୁଣ୍ଡ କଚାଡ଼ିଲା ଦାନବ ନାସାଭାଗ ।୪୮୦।
ବଜ୍ର ବାଜନ୍ତେଣ ଯେହ୍ନେ ଫାଟଇ ପର୍ବତ
ବଜ୍ର ବାଜନ୍ତେଣ ଫିଟିଲାକ ପାଟି ଶୋଣିତ ହୋଇଲାକ ଜାତ ।୪୮୧।
ତୁଣ୍ଡର ଭିତରେ ଅଙ୍ଗୁଷ୍ଠି ଦିଲା ନେଇ
ତତକ୍ଷଣେ ପ୍ରାଣ ଛାଡ଼ିଲା ଦାନବଇ ।୪୮୨।
ଶରୀର ପଡିଲା ତାର ପ୍ରାଣ ଶୂନ୍ୟେ ଗଲା
ନକୁଳ ଜାଣିଲା ୟେ ଦାନବ ବୀର ମଲା ।୪୮୩।
ମୃତୁ ପିଣ୍ଡ ଛାଡ଼ି ଉଭା ହୋଇଲାକ ବୀର
କୁସୁମ ବୃଷ୍ଟି ଶିରେ କଲେ ସର୍ବ ସୁର ।୪୮୪।
ଅନ୍ତରୀକ୍ଷେ ଡାକିଲେ ସାଧୁ ସାଧୁ ତୁହି
ଚଉଦ ଭୁବନ ରଖିଲୁ ୟେ ଦଇତକୁ ଦହି ।୪୮୫।
ୟେତେ ବୋଲିଣ ଯେ ଯାହା ପୁରେ ଗଲେ
ପାଣ୍ଡବେ ଜୟେ ଜୟେ ଶ୍ରୀହରି ସୁମରିଲେ ।୪୮୬।
ବଦନ୍ତି ଅଗସ୍ତି ଶୁଣ ନୃପବର
କୁଣ୍ଡଳୀ ଦଇତ ମାଇଲେ ମାଦ୍ରୀର କୁମର ।୪୮୭।
ଯୁଝେଷ୍ଠିଂକ ଚରଣରେ କଲେ ପ୍ରଳମ୍ୱିତ
ଆବର ଓଳଗିଲେ ବ୍ରିକୋଦର ପାଥ ।୪୮୮।
ସହଦେବ ନକୁଳର ଚରଣେ ପଡ଼ନ୍ତି
ଶୂଦ୍ରମୁନି ସାରୋଳା ଦାସ ଚିନ୍ତଇ ଶ୍ରୀପତି ।୪୮୯-୫୧୨୦।
କୌରବ ପାଣ୍ଡବଙ୍କର ହସ୍ତିନା ପ୍ରବେଶବଦନ୍ତି ଅଗସ୍ତି ଶୁଣ ନୃପବରଯେତେବେଳେ ସାଂଗ୍ରାମେ ପଡ଼ିଲା ଅସୁର ।୧।ଯେ ଯାହାର ପୁରକୁ ଗଲେ ସୁରଗଣେସାରଥି ସଙ୍ଗତେ ଛନ୍ତି ପାଣ୍ଡବେ ପାଞ୍ଚ ଜଣେ ।୨।ବ୍ରିକୋଦର ବୋଇଲେ ଦେବ ଯିବା ନିଜ ପୁରୀଶୁଣିଣ ଆଗ୍ୟାଂ ଦିଅନ୍ତି ଯୁଝେଷ୍ଠି ଦଣ୍ଡଧାରୀ ।୩।କେମନ୍ତେ ଯିବା ବାବୁ କଉରୋବେ ହେଲେ ହତଭୀଷ୍ମ ଦ୍ରୋଣ ଭୂରିସର୍ବା ବାହ୍ଲିକ ଜଦ୍ୟରଥ ।୪।ସୋଦର ଶତେ ଭାଇ ସହିତେ ଶକୁନିସମଦଣ୍ଡ ବଳ ଘେନିଣ ଅଠାର କ୍ଷଉଣୀ ।୫।ୟେବେ କି କରିବା ବାବୁ କହସି ଉପାୟେକରପତ୍ର ଯୋଡ଼ିଣ କହେ ପବନ ତନୟେ ।୬।ଭୋ ଦେବ ତାହାଂକର ନ ଧରିବା ନାମୟେ କଥା କରିଅଛନ୍ତି ଶ୍ରୀ ପୁରୁଷୋତ୍ତମ ।୭।ନିର୍ଦ୍ଦୟା କଉରୋବେ ଦୟା ତାହାଂକର ନାହିଂଦଇବ ଯୋଗେ ୟେବେ ଛନ୍ତି ମୃତୁ ପାଇ ।୮।ଆମ୍ଭର ତହିଂକି ଦେବ କେଉଣ ଉପାୟେଚାଲ ୟେବେ ବାରୁଣାକୁ ଯିବା ଦେବରାୟେ ।୯।ଯୁଝେଷ୍ଠି ବୋଇଲେ ରେ ୟେହା ସେ କହୁ ମୋତେସୋଦର ମରିବେ ମୁଂ ରହିବି ନିଚିନ୍ତେ ।୧୦।ନାଶ ଗଲେ ଯେବେ ହୋ ନୃପତି କଉରୋବେଅନ୍ଧ ରାଜା ଗୋଟି ଯେ ଅନାସ୍ତ ହୋଇବେ ।୧୧।ଆହା ଭାଇ ବୋଲିଣ ଯେ ନୃପତି ଚୂଡାମଣିଅର୍ଜୁନକୁ ଚାହିଂଣ କାନ୍ଦନ୍ତି ପୁଣ ପୁଣି ।୧୨।ବାବୁ ଧନଞ୍ଜୟ ରେ ସୋଦରେ ରକ୍ଷା କରଅଭୟେ ସୋମବଂଶେ ବୋଲାଉ ଅଛୁ ବୀର ।୧୩।ଯେ ଯହିଂ ଯହିଂ ପଡ଼ିଲେ ବୋଲିଣ ବୋଲିବେଅଭୟେ ସୋମବଂଶୀ ବୋଲନ୍ତି କଉରୋବେ ।୧୪।ୟେବେ ସେ ଦଇତ ମାରିଗଲା ସଇନ ସହିତେଭୀଷ୍ମଦ୍ରୋଣ କର୍ଣ୍ଣ ଶଲ୍ୟ ଅଶସ୍ତମା ଜଦ୍ୟରଥେ ।୧୫।ବାହ୍ଲିକ ଭୂରିସର୍ବା ନୃପତି ଦ୍ରିଯୋଧନଲକ୍ଷେକ ନୃପତିଂକ ଉପରେ ୟେ ରାଜନ ।୧୬।ନୁଆରିଲା ଲୋକନ୍ତି ଜିଣୁ ସିନା ଥିଲେୟେକା ଦଇତର ହାଥେ ସମସ୍ତେ ନାଶ ଗଲେ ।୧୭।ୟେ କୁଳ ଲଜ୍ଜାରୁ ଉଦ୍ଧର ଧନୁର୍ଜୟେୟେତେ କହି ଢଳି ପଡିଲେ ଧର୍ମର ତନୟେ ।୧୮।ହା ହା ରେ ଭାଇମାନେ ବୋଲିଣ କାନ୍ଦନ୍ତିଦଇତର ହାଥେ ମୃତୁ ଥିଲାକ ସବୁନ୍ତି ।୧୯।ତୁମ୍ଭେ ଯେବେ ମଲ ମରିବୁ ବାବୁ ମୁହିଂଆଉ ବାରୁଣାବନ୍ତକୁ ମୁଂ ଯିବି କିସ ପାଇଂ ।୨୦।ଅନ୍ଧ ଅନ୍ଧୁଣୀଂକର କେ ଦେଖିବ ବିକଳଛାଡ଼ିବି ଜୀବନ ବୋଲି ବୋଇଲେ ନୃପବର ।୨୧।ଅର୍ଜୁନ ବୋଇଲେ ଦେବ କରିବା ବିଜୟେଯେଉଁ ଠାୟେ ପଡ଼ିଛନ୍ତି ସୋମବଂଶ ରାୟେ ।୨୨।କଢାଅ ସାରଥି ବୋଲି ଆଗ୍ୟାଂ ତାହକୁ ଦିଅନ୍ତିକଢାଅ ତୁ ବାଟ ହୋ ବୋଲିଣ ବୋଲନ୍ତି ।୨୩।ସାରଥି ଶିରେ ଯୋଡ଼ି କହଇ ବେନି ପାଣିମଣିମୟ ମୁକୁଟ ଅଛଇଂ ଦାନବ ଆଣି ।୨୪।ରତ୍ନାବଳୀ ଗଦା ଆଣିଥିଲା ସେହିହାଲୁକା ଚନ୍ଦ୍ରମାଳା ଆଣିଅଛି ଗୋସାଇଂ ।୨୫।ସାରଥି ମୁଖରୁ ଯେ ଶୁଣିଣ ୟେମନ୍ତଦେଖିଲେ ଯେଉଂଠାରେ ପଡ଼ିଛି ଦଇତ ।୨୬।ମଣିମୟ ମୁକୁଟ ପଡ଼ିଛି ସନ୍ନିଧରେଦେଖିଣ ବ୍ରିକୋଦର ବାନ୍ଧିଲା ମଥାରେ ।୨୭।ହାଲୁକା ଚନ୍ଦ୍ରମାଳା ଗଳାରୁ ତା କାଢିପଦେକ ଶୋଭାବନ ନବରତ୍ନେ ଜଡ଼ି ।୨୮।ବ୍ରିକୋଦର ଗଳାରେ ପକାଇଲା ତାହିରତ୍ନାବଳୀ ଗଦା ଦେଖିଲେ ସନ୍ନିଧେ ତାର ନାହିଂ ।୨୯।ଯୁଦ୍ଧ ଭୂମି ଯେତେକ ତହିଂ ଖୋଜିଣ ଦେଖିଲେଲୋହଗିରି ମଧ୍ୟରେ ଯାଇଣ ଠାବ କଲେ ।୩୦।ଘନ ମେଘରେ ଯେହ୍ନେ ବିଜୁଳିର ଧାରଲୋହଗିରି ମଧ୍ୟେ ତେସନେକେ ଗଦାବର ।୩୧।ସାରଥିକି ବୋଇଲେ ଘେନ ୟେ ଗଦା ତୁହିଆଗ୍ୟାଂରେ ସାରଥି ଧଇଲାକ ଯାଇଂ ।୩୨।ତିଳେହେଂ ଭୂମିରୁ ନୁଆରିଲା ତୋଳିଯେଉଣ ଗଦାବର ବହନ୍ତି ମହାବଳୀ ।୩୩।ସହସ୍ରେ ସିଘଂର ବଳ ବହଇ ଦ୍ରିଯୋଧନତାହାର ଗଦା ତୋଳି କି ସାରଥି ଭାର୍ଜନ ।୩୪।ବ୍ରିକୋଦର ବୋଇଲା ଥାଉ ୟେ ଗଦାବରବ୍ରତିଲେ ଘେନି ଯାଆନ୍ତୁ ନୃପତି ଦଣ୍ଡଧର ।୩୫।ହସିଣ ବୋଇଲେ ଯେ ଧର୍ମରାଜାର ସୁତକିମ୍ପେ ତୁ ବ୍ରିକୋଦର କହିଲୁ ୟେମନ୍ତ ।୩୬।ଘେନ ଗଦାବର ତୁ ମନେ ନ ଧର ବିମନଆଗ୍ୟାଂ ପାଇ ଗଦା ଘେନିଲା ଭୀମସେନ ।୩୭।ମାର୍ଗ କଢାଇଣ ଯ ଚଳିଲା ସାରଥିପାଣ୍ଡବ ପାଞ୍ଚଭାଇ ପଛେଣ ଚଳନ୍ତି ।୩୮।ଯେଉଂଠାରେ ପଡ଼ି ଅଛନ୍ତି କଉରୋବ ସଇନଚନ୍ଦ୍ରଧ୍ୱଜ ପ୍ରାୟେ ଦିଶଇ ଶୋଭାବନ ।୩୯।ତିନି ଯୋଜନା ମାଡ଼ିଣ ପଡିଛନ୍ତି ବଳଦେଖିଣ ଧର୍ମସୁତ ହୋଇଲେ ବିକଳ ।୪୦।ସଇନ ଖୋଜି ଖୋଜି ଯାଇଂ ମିଳିଲେକ ଧାତିଯେଉଂଠାରେ ପଡ଼ିଅଛି ମାନଚକ୍ରବ୍ରତୀ ।୪୧।ଆପଣେ ଯୁଝେଷ୍ଠି ଦେବ ଧଇଲେ କୋଳ କରିହା ହା ଭାଇ ବୋଲି କାନ୍ଦନ୍ତି ଉଚ୍ଚ କରି ।୪୨।ବାବୁ ମାନଗୋବିନ୍ଦ ତୁ କଇଚ୍ଛା ଜଗଜେଠୀଶରଣ ପଞ୍ଜର ରେ ଯାହାର ନାମ ଗୋଟି ।୪୩।ଦିଗ ବିଜୟେ କରନ୍ତେ ଯାହାର ସଇନ ଘେନିକୁରୁ ସାଗର ଥାଠ ବୋଲି ବୋଲନ୍ତି ନୃପମଣି ।୪୪।ଦଇତର ହାଥେ ସେ କି ମୃତୁ ଥିଲା ତୋତେଚତୁରଙ୍ଗ ବଳ ଘେନି ପଡ଼ିଲୁ ନିଚିନ୍ତେ ।୪୫।ଭାଇ ବନ୍ଧୁ କୁଟୁମ୍ୱ ସହିତେ ସମସ୍ତେ ଗଲେ ନାଶଭୀଷ୍ମ ଭୂରିସର୍ବାୟେ ପଡ଼ିଲେ ବେଢି ପାଶ ।୪୬।ଅନେକ ରୋଦନ ତହିଂ କଲେକ ନୃପବରକେବଳ ଶୁଣୁଛନ୍ତି ଗଙ୍ଗାର କୁମର ।୪୭।ଇଚ୍ଛା ମୃତୁ ଇଚ୍ଛା ଜୀଇଂମା ଯେଣୁ ଅଟନ୍ତି ସେହିତେଣୁ ସେ ଅଚେତ ହୋଇଲେ ରଣେ ଶୋଇ ।୪୮।ଆଉ ଯେତେ ଯୋଦ୍ଧା ସବୁରି ନାହିଂ ପ୍ରାଣଦଇବତ ଆଘାତେ ସର୍ବେ ହୋଇଲେ ଅଚେତନ ।୪୯।ତେର ଦିବସ ହେଲା ସର୍ବେ ପଡ଼ିଛନ୍ତି ମହୀକାହାରି ଶରୀରେ ଚେତନା ଯହୁଂ ନାହିଂ ।୫୦।ଅର୍ଜୁନ ବିଚାର ଯେ କରନ୍ତି ମନେ ମନକେମନ୍ତେ ବ୍ରତିବେ ୟେ କଉରୋବ ସଇନ ।୫୧।ୟେମନ୍ତ ବିଚାର ଯେ କରନ୍ତି ଫାଲଗୁନିପୂର୍ବେ ଯେ ଖାଣ୍ଡବ ବନ ଦହିଲା ବହନି ।୫୨।ମୃତୁ ସଞ୍ଜୀବନୀ ବୃକ୍ଷମାନ ଥିଲେଅଗ୍ନିର ଦହନେ ଯେ ସମସ୍ତେ ନାଶ ଗଲେ ।୫୩।ଅର୍ଜୁନକୁ ମାଗି ତୋଟା କଲେ ହତଲୁଦୁବୁଦୁ ବ୍ୟାଧିରୁ ଉବୁରିଲେ ସ୍ୱାହା କାନ୍ତ ।୫୪।ବନ ଦହନ ଅନ୍ତେ ବିଭୂତି କରେ ଘେନିଅର୍ଜୁନ କରେ ତାହା ଦିଲେକ ବହନି ।୫୫।ସନ୍ତୋଷେ ବୋଇଲେ ବାବୁ ଆମ୍ଭନ୍ତ ଦୟା କଲୁତିନି ଯୁଗ ବ୍ୟାଧିରୁ ଆମ୍ଭେ ତୋହରେ ତରିଲୁ ।୫୬।ତୁ ୟେବେ ୟେହୁ ବିଭୂତି ଯତନେ ଥୋଇଥିବୁମୃତୁ ଜୀବଂକର ଉପରେ ପକାଇବୁ ।୫୭।ଗିରି ଗୁହା କନ୍ଦରେ ମରିଥିବେ ଯେତେଥାବର ଜଙ୍ଗମ କୀଟ ପତଙ୍ଗ ସହିତେ ।୫୮।ୟେ ମନ୍ତ୍ର ପଢିଣ ଯେବେ ବିଭୂତି ପକାଇବୁସମସ୍ତେହେଂ ବ୍ରତିବେ ପ୍ରତକ୍ଷେ ଦେଖିବୁ ।୫୯।ୟେମନ୍ତ ବୋଲିଣ ଦେବ ଦିଲେକ ବିଭୂତିତକ୍ଷଣେ ଅନ୍ତର୍ଦ୍ଧାନ ହେଲେକ ବହତି ।୬୦।ଘେନିଣ ଧନଞ୍ଜୟେ ଯେ ହୋଇଲେ ବାହାରଇନ୍ଦ୍ର ତୁସ୍ତି କଲେ ଯେ ଅର୍ଜୁନ ଛାମୁର ।୬୧।ଇନ୍ଦ୍ର କହିଲେ ଯେ ଶୁଣ ହୋ ଅର୍ଜୁନଅଗ୍ନିକି ଦିଲୁ ସେ ଖାଣ୍ଡବ ନାମେ ବନ ।୬୨।ତିନି ଯୁଗେ ସେ ବୃକ୍ଷ ମାଗିଣ ନ ପାଇଲାତୋତେ ମାଗିଣ ୟେବେ ସେ ତୋଟାଯାକ ଭକ୍ଷିଲା ।୬୩।ଅମର ମଉଷଧିମାନ ଥିଲା ତହିଂସହସ୍ରେ ଉନବିଂଶ ଯୋଜନା ତୋଟା ହୋଇ ।୬୪।ଜୀବଜନ୍ତୁ ଆଦି କରି ଥିଲେ ତୋଟାରେ ଯେତେସବୁନ୍ତି ଖାଇଲା ସେ କରିଣ ଲୋଭ ଚିତ୍ତେ ।୬୫।ତୋହୋର ଘେନି ୟେବେ ଦେବେ ହେଲେ ହତସଂସାରେ ହତ୍ୟାର କରେଣୀ ହେଲୁ ବୀର ପାଥ ।୬୬।ୟେମନ୍ତ କରି ପୁତ୍ରରେ ଅରଜିଲି ତୋତେଲକ୍ଷେ ବରଷ ଆରମ୍ଭ କଲି ଯହିଂ ଯେତେ ।୬୭।ତୁ ତାହାନ୍ତ ତିନି ଦିବସେ ହତ କଲୁସାଂଗ୍ରାମ କରିଣ ମୋତେ ୟେତେ କଷ୍ଟ ଦିଲୁ ।୬୮।ୟେବେ ଯେବେ ତୋଟା ଦେଇ ପାରୁ କରିତେବେ ସେ ସବୁ ଧର୍ମ ରହିବ ତୋହୋରି ।୬୯।ପିତାଂକର ବଚନମାନ ଶୁଣିଣ ଅରଜୁନଅଗ୍ନିଂକର କଥା ଯା ଚିତୋଇଲେ ମନ ।୭୦।ମନେ ବିଚାରିଲା ଯେ ଅଗ୍ନି କହିଛନ୍ତି ମୋତେମଲାର ବ୍ରତିବେ ୟେ ଭସ୍ମ ପକାବନ୍ତେ ।୭୧।ପରୀକ୍ଷ ବୁଝିବା ୟେବେ ୟେହିଠାରେ ଜାଣିବୋଇଲା ବିଚାର ନ କର ସୁରମଣି ।୭୨।କାଲି ଦେଖିବ ତୁମ୍ଭେ ଘେନିଣ ସୁରଗଣଶୁଣିଣ ଆଖଣ୍ଡଳ ଯେ ହୋଇଲେ ମଉନ ।୭୩।ପିତାନ୍ତ ପ୍ରବୋଧିଣ ବାହାର ହେଲେ ପାଥତୋଟାପୁରେ ପ୍ରବେଶ ହୋଇଲେ ତୁରିତ ।୭୪।ତ୍ରୋଣରୁ କାଢିଲେ ସେ ଯେ ଜୀବନ୍ୟାସ ଶରଭସ୍ମ ବୋଲିଲେ ନେଇ ନାରାଜ ମୁନର ।୭୫।ମନ୍ତ୍ର ସୁମରିଣ ସେ ବସାଇଲେ ଗୁଣନାରାଜକୁ ତିଆରିଣ କହନ୍ତି ପାଣ୍ଡବ ଅରଜୁନ ।୭୬।ଭୋ ଅସ୍ର ଚଳି ତୁ ତୋଟା ପୁରେ ଯିବୁଯହିଂ ଯେତେ ବୃକ୍ଷ ତହିଂ ସବୁନ୍ତି ଲାଗିବୁ ।୭୭।ଗତୁଂ ଅଧିକ ସେ ଯେ ହୋଇବେ ଗୁଣ ଶତେସକଳ ଦେବତାୟେ ଦେଖିବେ ଦୃଷ୍ଟି ପଥେ ।୭୮।ୟେତେ ବୋଲି ବୀର ଛାଡ଼ିଲେକ ଶରଚଳିଲା ନାରାଜ ଯେ ଘୋଟିଲା ଶୀଘ୍ରର ।୭୯।ସର୍ବାଠାରେ ଲାଗିଲା କିଛିହିଂ ନ ଛାଡ଼ିଲାଗତୁଂ ଶତେଗୁଣ ତୋଟା ଉପୁଜିଲା ।୮୦।ଜୀବଜନ୍ତୁ ଆଦି କରି ଯହୁଂ ଯେତେ ଥିଲେବିଭୂତି ପଡ଼ନ୍ତେଣ ସଭିୟେଂ ଉପୁଜିଲେ ।୮୧।ଉପୁଜାଇ ନାରାଜ ତ୍ରୋଣରେ ପ୍ରବେଶପରୀକ୍ଷ ଦେଖିଣ ପାଥ ହୋଇଲେ ହରଷ ।୮୨।ସ୍ୱର୍ଗକୁ ନ ଯାଇଂ ତହୁଂ ଗଲେ ବନ ଘୋରବନରେ ପ୍ରବେଶ ଯେ ପଣ୍ଡୁର କୁମର ।୮୩।ଶୁଣ ହୋ ବଇବସୁତ ମନୁ ବଦନ୍ତି ଅଗସ୍ତିମନେ ସେ କଥା ଚିତୋଇଲେ ପାଣ୍ଡବ କୁଳ ଛତ୍ରୀ ।୮୪।ସେହି ଜୀବନ୍ୟାସ ଶର ତ୍ରୋଣରୁ କାଢିଣସୋଦରଂକ ଅର୍ଥେ ତାହା ଘେନିଲେ ଅର୍ଜୁନ ।୮୫।ଧନୁରେ ଗୁଣ ଦେଇଣ ନାରାଜ ବସାଇଲେନାରାଜ କର୍ଣ୍ଣରେ ଯେ ସେ ମନ୍ତ୍ର କହିଲେ ।୮୬।ବୋଇଲେ ରଥୀ ହାଥୀ ଅଶ୍ୱ ଯେ ପାଦାନ୍ତିଛତାହାର ବାଦ୍ୟକାର ଯେତେକ ପଡ଼ିଛନ୍ତି ।୮୭।ସମସ୍ତେହେଂ ବର୍ତିବେ ତୋ ଲାଗି କରି ମୁନୟେତେ କହି ନାରାଜ ଯେ ଛାଡ଼ିଲା ଅର୍ଜୁନ ।୮୮।ମୁହୁର୍ତ୍ତ ମାତ୍ରରେ ଲାଗିଲା ସବୁକଂରି ଠାରେନେଉଟିଣ ଶହସ୍ର ଯାଇ ପଶିଲା ତ୍ରୋଣରେ ।୮୯।ନିଦ୍ରାରୁ ଉଠନ୍ତି ଯେହ୍ନେ ଶୋଇଲାର ପ୍ରାଣୀଉଠିଲେ କଉରୋବେ ତେସନେକ ଜାଣି ।୯୦।ପ୍ରତଗ୍ୟାଂ କରିଣ ସେ ଡାକନ୍ତି ମାର ମାରଉଚ୍ଚେ ଡାକ ଦିଅନ୍ତି କେଣେ ଗଲୁରେ ଅସୁର ।୯୧।ହସିଣ କହନ୍ତି ଯେ ଗଙ୍ଗା ଦେବୀଂକର ସୁତତୁମ୍ଭର ଭେଟ କାହିଂ ହୋ ହୋଇବ ଦଇତ ।୯୨।ସର୍ବେ ୟେକ ରୁଣ୍ଡ ହୋଇଲେକ ମେଳିନୃପତିର ଛାମୁରେ ଭୀଷ୍ମ ଦ୍ରୋଣ ମିଳି ।୯୩।ୟେମନ୍ତର ସମୟେ ପାଣ୍ଡବ ପାଞ୍ଚ ଭାଇଭୀଷ୍ମ ଭୂରିସର୍ବାନ୍ତ ପ୍ରଣପତ୍ୟ ହୋଇ ।୯୪।ଦ୍ରୋଣ ଅଶସ୍ତମା ବାହ୍ଲିକ ଯେ କର୍ଣ୍ଣଶଲ୍ୟ ସୋମଦତ୍ତ ନୃପତି ଦ୍ରିଯୋଧନ ।୯୫।ୟେମାନନ୍ତ ପ୍ରଳମ୍ୱ କରନ୍ତି ନୃପତିଦ୍ରିଯୋଧନକୁ ଛାଡ଼ି ଆଉ ଶ୍ରେଷ୍ଠ ଲୋକ ଯେ ସବୁନ୍ତି ।୯୬।ଚାରି ଭାଇ ଦ୍ରିଯୋଧନକୁ ପ୍ରମଣିଲେଶିରେ କର ଦେଇଣ ହସି ଉଭା ହେଲେ ।୯୭।ପଚାରନ୍ତି ନୃପତି ତୁମ୍ଭେ ଥିଲ କାହିଂୟେଥକୁ ଅଇଲ ତୁମ୍ଭେ କେବଣ ଅର୍ଥଇଂ ।୯୮।ବ୍ରିକୋଦର ବୋଇଲେ ସାରଥିକି ପୁଚ୍ଛକହିଣ ତୁନୀ ହୋଇଲେ ପବନର ବଚ୍ଛ ।୯୯।ଶୁଣିଣ ସାରଥିକି ଚାହିଂଲେକ ରାୟେକହ ସାରଥି ଆହୋ ମାରୁତି ଯାହା କହେ ।୧୦୦।ଶୁଣିଣ ସାରଥି ଯେ ଯୋଡ଼ିଲା ବେନି କରଅବଧାନ କରିବାକ ନୃପତି ଈଶ୍ୱର ।୧୦୧।ଯେବଣ ଅସୁରକୁ ଭେଟିଲେ ନୃପତିଘୋର ଯୁଦ୍ଧେ ତୁମ୍ଭନ୍ତ ସେ ମାଇଲା ସବୁନ୍ତି ।୧୦୨।ସ୍ୱାମୀ ଜାଣୁ ତ ଆଦ୍ୟ ଯୁଦ୍ଧେ ହୋଇଲାକ ଯାହାପ୍ରାନ୍ତେଣ ସାଂଗ୍ରାମେ ପଡ଼ିଲା ତ ନୃପକୁଳ ନାହା ।୧୦୩।ଗୋଟିୟେ ନ ବ୍ରତିଲେ ପଡ଼ିଲେ ସମସ୍ତଜୟେ କରି ବାହୁଡ଼ି ଗଲାକ ଦଇତ ।୧୦୪।ମଣିମୟ ମୁକୁଟ ଆବର ଗଦା ରତ୍ନାବଳୀୟେହାନ୍ତ ଘେନିଣ ଅସୁର ଗଲା ଚଳି ।୧୦୫।ଦେବ ! ଦେଖିଣ ତରସ୍ତ ହୋଇଲଇଂ ମୁହିଂବୋଇଲି ହସ୍ତିନାରେ କହିବଇଂ ଯାଇଂ ।୧୦୬।ରଥ ଚାଳିଣ ମୁହିଂ କରନ୍ତେ ଗମନପଥରେ ଭୋଟିଲି ମୁହିଂ ମାଦ୍ରୀର ନନ୍ଦନ ।୧୦୭।ଚିନ୍ତାଭରେ ଦେବ ନୁଆରିଲି ଜାଣିମୋତେ ଚିହ୍ନି ପଚାରିଲେ କ୍ଷତ୍ରିୟ ଚୂଡ଼ାମଣି ।୧୦୮।ଡାକି ପଚାରିଲେ କିହୋ ମଳୟ ସାରଥିକେଣିକି ଯାଇଥିଲ ଶୂନ୍ୟ ରଥ ଘେତି ।୧୦୯।ତେତେବେଳେ ଚିହ୍ନିଲି ୟେ ଅଟନ୍ତି ନକୁଳରଥୁଂ ଡେଇଂ ଯାଇଂଣ ପଡ଼ିଲି ପାଦ ତଳ ।୧୧୦।ସାଂଗ୍ରାମ ବାରତା ମୁହିଂ କହିଲି ସମସ୍ତଶୁଣିଣ କୋପ କଲେ ମାଦ୍ରୀ ଦେବୀର ସୁତ ।୧୧୧।ମୋତେ ବୋଇଲେ ରେ କଢାଅ ପଥ ତୁହିକେବଣ ବାଟରେ ଦାନବ ଯାଉଣ ଅଛଇଂ ।୧୧୨।ରଥ ଛାଡ଼ି ଦେବ କଢାଇଲି ପଥଦଇତକୁ ଭେଟିଲୁ ଆରଡ଼େକ ପରବତ ।୧୧୩।ଯୁଣକ ଠାରୁ ଦିଶିଲା ଦଇତର ଦେହୀରହ ରହ ବୋଲି ଯେ ନକୁଳ ଡାକ ଦେଇ ।୧୧୪।ପାଲଟି ରହିଲା ଯେ ଅସୁର କୁଳ ସାଈଂନକୁଳ ଭେଟ ହେଲେ ଅସୁରକୁ ଯାଇଂ ।୧୧୫।ଯେତେ ଯେତେ ଦେବ ଯୁଦ୍ଧ ହୋଇଲା ଅପ୍ରମିତବଚନେ କହିତେ ମୁଂ ନୋହଇ ସାମରଥ ।୧୧୬।ଦେବ ତେର ଦିନ ପରିଯନ୍ତେ ହୋଇଲା ଘେର ରଣକେହି କାହାକୁହିଂ ନୋହିଲେ ହାର ଜିଣ ।୧୧୭।ଦେବ ଲେଉଟି ପୁଣି ବାରୁଣାରେ କହିଲଇ ଯାଇଂଦେବ ଶୁଣିଣ ଧାଇଂଲେ ଠାକୁର ଚାରି ଭାଇ ।୧୧୮।ମୁହୁର୍ତ୍ତକେ ପ୍ରବେଶ ହୋଇଲେ ରଣଭୂଇଂଦାନବର ଯୁଦ୍ଧ ଦେଖିଲେ ଚାରି ଭାଇ ।୧୧୯।ମହାଘୋର ଯୁଦ୍ଧ ଯେ ଦେଖିଣ ତାହାରନ ମରଇ ଦାନବ ଯେ ଅଟଇ ଅମର ।୧୨୦।ୟେତେକ ବିଚାରି ମନ୍ତ୍ରୀକି ପଚାରିଲେୟେ ଦଇତର ମୃତୁ କି ଅଛଇ ବୋଇଲେ ।୧୨୧।ମନ୍ତ୍ରୀବର ତାର କହିଲେ ବେବସ୍ତାଯେଉଂ ରୂପେ ଦାନବର ହୋଇବ ମୃତୁ ଯଥା ।୧୨୨।ମୃତୁ ଭେଦ ଜାଣି ତାର ନକୁଳ ଯେ ମହାବୀରମାଇଲେ ବଜ୍ରମୁଥେ ଦାନବର କମ୍ପିଲା ଶରୀର ।୧୨୩।ଉତ୍ତାନଶାୟୀ କରି ମାଡ଼ି ବସିଲେ କଟିରେଗ୍ରୀବା ବାମ ପାଦ ଓଟାରି ଆଣିଲେ ।୧୨୪।ବାମ ପାଦ କାଣି ଆଙ୍ଗୁଳି ମୁଖେ ଦିଲେସର୍ଗେ ଦେବତାୟେ ଯେ ସାଧୁ ସାଧୁ କଲେ ।୧୨୫।ତୁଣ୍ଡେ ପଶନ୍ତେଣ ବାହାର ତାର ପ୍ରାଣମେରୁ ମନ୍ଦରରୁ ଅଟଇ ହାଦେ ଟାଣ ।୧୨୬।ଦଇତ ମରଣକୁ ଦେବତାୟେ ଚାହିଂପୁଷ୍ୟ ବୃଷ୍ଟି କଲେ ଶଚୀ ଦେବୀ ସାଈଂ ।୧୨୭।ଦେବ ଦଇତକୁ ମାରି ମଣି ମୁକୁଟ ଆଦି କରିରତ୍ନାବଳୀ ଗଦା ଆଣିଲେ ଦଣ୍ଡଧାରୀ ।୧୨୮।ତୁମ୍ଭର ମରଣ ଦେବ ଶୁଣିଲେକ ଯହୁଂଠାକୁରେ ଅନେକ ରୋଦନ କଲେକ ତହୁଂ ।୧୨୯।କ୍ରୋଧଭର ହୋଇ ଠାକୁର ୟେଠାକୁ ଅଇଲେସକଳ ସଇନ ପଡ଼ିଅଛନ୍ତି ନୟନେ ଦେଖିଲେ ।୧୩୦।ଭାଇ ଭାଇ ବୋଲିଣ ପଡ଼ିଲେକ ଢଳିସହଦେବ ବୀର ତାଂକୁ ଧଇଲେକ ତୋଳି ।୧୩୧।ଅର୍ଜୁନକୁ ଚାହିଂ ବହୁତ ରୋଦନ ଯେ କଲେଦେଖ ହୋ ଧନୁର୍ଜୟେ ମୋର ସୋଦରେ ନାଶ ଗଲେ ।୧୩୨।ୟେହାଂକର ନିଧନ ଶୁଣିଲେ ଧୃତିରାଷ୍ଟକେ ସହି ପାରିବଟି ତାହାଂକ ଅରିଷ୍ଟ ।୧୩୩।ତାହାଂକର ବିକଳରେ ମୁହିଂ ନ ବ୍ରତିବିୟେହାନ୍ତ ଛାଡ଼ି ଅବା କେମନ୍ତେ ଘରେ ଯିବି ।୧୩୪।ସୋଦର ଭାଇ ଇଷ୍ଟ ବନ୍ଧୁମାନେ ମଲେୟେହାଂକର ନିଧନେ ମୁଂ ବଞ୍ଚଇ କି ଭଲେ ।୧୩୫।ୟେତେ କହି ରାୟେ ପଡ଼ିଲେ ମୂର୍ଚ୍ଛା ଯାଇଅର୍ଜୁନ ଅନେକ ଯେ କହିଲେ ବିନୋୟୀ ।୧୩୬।ଦଣ୍ଡେ ରହି କରି ଧଉର୍ଯ୍ୟ ହୋଇଥିବାଆମ୍ଭର ୟେକ ବୁଦ୍ଧି ଅଛଇ କରିବା ।୧୩୭।ୟେତେ ବୋଲି ବୀର ଅମର ମଉଷୋଧିଖାଣ୍ଡବ ବନ ଦହନ କାଳେ ଅଗ୍ନି ଦେଇଥିଲେ ବୁଦ୍ଧି ।୧୩୮।ସେ ଭସ୍ମ ଅର୍ଜୁନ ମନଭେଦୀ ନାରାଜ ମୁନେ ଲଗାଇଲେମନ୍ତ୍ର ପଢି କରି ଯେ ନାରାଜ ଛାଡ଼ି ଦିଲେ ।୧୩୯।ଯେତେ ହାଥୀ ରଥୀ ନୃପତି ପାଦାନ୍ତିସନ୍ୟ ସେନାପତି ଯେ ସବୁନ୍ତି ଲାଗନ୍ତି ।୧୪୦।ତେଣୁ କରି ଦେବ ପାଇଲ ତୁମ୍ଭେ ପ୍ରାଣୟେ କଥା ତଥ୍ୟ ଦେବ ସାବଧାନେ ଶୁଣ ।୧୪୧।ଶୁଣି ହରଷ ହୋଇଲେ ଭୀଷ୍ମ ଭୂରିସର୍ବାଦ୍ରୋଣ ଅଶସ୍ତମା ବାହ୍ଲିକ କୃପବ୍ରହ୍ମା ।୧୪୨।ଭୀଷ୍ମ ଦ୍ରୋଣ ବୋଇଲେ ସାଧୁ ସାଧୁ ରେ ଧନୁର୍ଜୟେମରଣରୁ ଉତୁରିଲୁ ଆମ୍ଭେ ଯେ ତୋହୋର ଉପାୟେ ।୧୪୩।ସାଧୁ ସାଧୁ ପାଣ୍ଡବ ଯେ ଶୁଭିଲାକ ଧୁନିସମସ୍ତେ ବୋଲନ୍ତି ହୋ ପାଣ୍ଡବ ତୁମ୍ଭେ ଧନି ।୧୪୪।ୟେଥୁ ଅନନ୍ତରେ ସେ ଧର୍ମର ନନ୍ଦନନୃପତିଂକି ଚାହିଂ ସେ ବୋଲନ୍ତି ବଚନ ।୧୪୫।ଜୟ ତ ହୋଇଲା ଆମ୍ଭନ୍ତ ଅଜୟ ତ ନାହିଂୟେବେ ହସ୍ତିନାକୁ ବିଜେ କର କୁରୁସାଈଂ ।୧୪୬।ଶୁଣିଣ ସାନନ୍ଦ ଯେ ସମସ୍ତେ ହୋଇଲେଯେ ଯାହାର ଯାନ ବାହାନମାନ ଆରୋହିଲେ ।୧୪୭।ବାଜଇ ଟମକ ନିଶାଣ ଯେ ଶଙ୍ଖ ଧୁନିମୁଖରାବ ଶବଦେ କମ୍ପଇ ମେଦିନୀ ।୧୪୮।ଶ୍ୱେତ ହାଥୀ ଉପରେ ବିଜୟ ଧର୍ମସୁତଆବର ସଙ୍ଗତରେ ଘେନି ଚାରି ଭ୍ରାଥ ।୧୪୯।ଦ୍ରିଯୋଧନ ଯେ ରହୁବର ଆରୋହିଲାସମଦଣ୍ଡ ସାଜିଣ ନୃପତି ବିଜେ କଲା ।୧୫୦।ହସ୍ତିନା ନଗରେ ହୋଇଲେକ ଯାଇଂସଞ୍ଜୟେ ଧୃତିରାଷ୍ଟର ଆଗରେ କହଇ ।୧୫୧।ଶୁଣ ହୋ ସାବଧାନେ ନୃପତି ଶେଖରଦିଗ ବିଜେ କରିଗଲେ ତୁମ୍ଭର କୁମର ।୧୫୨।ସଙ୍ଗତେ ଶତେ ଭାଇ ଭୀଷ୍ମ ଦ୍ରୋଣ ଆଦିଅନେକ ସମ୍ଭରେ ଯେ ନୃପତି ଦଣ୍ଡ ସାଜି ।୧୫୩।କେତେହେଂକେ ଦୂର ନୃପତି ଗବନ କରି ଗଲେବାଟରେ ଦନୁଜ ଗୋଟାୟେ ଯେ ଦେଖିଲେ ।୧୫୪।ମହାପ୍ରତାରପୀ ସେ ଅସୁର କୁଳ ପତିଗୋଳଯୁଦ୍ଧ କରିଣ ସେ ମାଇଲା ସବୁନ୍ତି ।୧୫୫।ସାରଥି କହନ୍ତେଣ ନକୁଳ ବୀର ଗଲାଦଇତ ସଙ୍ଗତେ ସେ ଅନେକ ଯୁଦ୍ଧ କଲା ।୧୫୬।ପୁଣହିଂ ସାରଥି ଯାଇଂ କହିଲା ଧର୍ମସୁତଭୀମ ଅରଜୁନ ସହଦେବ ଘେନି ହୋଇଲେ ଆଗତ ।୧୫୭।ସହଦେବଂକୁ ପଚାରି ମୃତୁ ତାର ଜାଣିକୁଣ୍ଡଳୀ ଅସୁରକୁ ନକୁଳ ବୀର ଜିଣି ।୧୫୮।ତହୁଂ ଆସି ଦ୍ରିଯୋଧନକୁ ଦେଖିଲେଯୁଝେଷ୍ଠି ଆକୁଳେ ଅନେକ ରୋଦନ କଲେ ।୧୫୯।ଅର୍ଜୁନ ଜୀବନ୍ୟାସ ଶରେକ ପେଷନ୍ତେସମସ୍ତେ ବ୍ରତିଲେ ପୂର୍ବରୁ ବଳ ଥିଲେ ଯେତେ ।୧୬୦।ୟେବେ ଆସି ହସ୍ତିନାୟେ ହୋଇଲେ ପ୍ରବେଶଯୁଝେଷ୍ଠି ବାଟରୁ ଗଲେ ତାହାଂକର ବାସ ।୧୬୧।ଶୁଣିଣ ଧୃତିରାଷ୍ଟ ବହୁତ ବିସ୍ମୟେସବୁ ଠାବରୁ ରଖନ୍ତି ପଣ୍ଡର ପଞ୍ଚୁ ପୋୟେ ।୧୬୨।ୟେଥୁ ଅନନ୍ତରେ ଦ୍ରିଯୋଧନ ବୀରପ୍ରବେଶ ହୋଇଲେ ଆସି ଆପଣା ମନ୍ଦିର ।୧୬୩।ଯେ ବିଧି ନିତ୍ୟକର୍ମ ସାରିଣ ନୃପତିଆସ୍ତାନ ନବରେ ବିଜୟେ କଲେ ଧାତି ।୧୬୪।ଭୀଷ୍ମ ଭୂରିସର୍ବା ବାହ୍ଲିକ ଯେ କର୍ଣ୍ଣଦ୍ରୋଣ ଅଶସ୍ତମାୟେ ବସିଲେ ଆସ୍ତାନ ।୧୬୫।ସମ୍ଭର୍ବ ଆସ୍ତାନ କରିଣ କୁରୁସାଇଂସଞ୍ଜୟେ ଧୃତିରାଷ୍ଟ ମିଳିଲେ ତହିଂ ଯାଇଂ ।୧୬୬।ଦେଖିଣ ଯୋଦ୍ଧାମାନେ ଓଳଗିଲେ ଧାତିଶତେକ ପୁତ୍ର ଆସି ଦ୍ରଶନ କରନ୍ତି ।୧୬୭।ଭୀଷ୍ମେ କହିଲେକ ସକଳ ବୃତ୍ତାନ୍ତଶୁଣିଣ ସାନନ୍ଦ ଯେ ହୋଇଲେ କୁରୁନାଥ ।୧୬୮।ୟେଥୁ ଅନନ୍ତରେ ଯେ ମଉଳିଲା ସଭାଦ୍ରିଯୋଧନ ଭିତର ପୁରକୁ ବିଜୟେ କରିଯିବା ।୧୬୯।ଯେ ଯାହା ନବରେ ହୋଇଲେ ପରବେଶଶ୍ରୀଜଗନ୍ନାଥଂକ ଶ୍ରୀ ଚରଣେ ଶରଣ କବି ସାରୋଳା ଦାସ ।୧୭୦।ଜୟ ଜୟ ଜଗନ୍ନାଥ ନୀଳାଦ୍ରି ବିହାରୀଜଗନ୍ନାଥ ସୁମର ନରେ ସଂସାରୁ ଯିବ ତରି ।୧୭୧।ଜଗନ୍ନାଥ ବନ୍ଧୁ ଯେ ଜଗନ୍ନାଥ ପିତାଜଗନ୍ନାଥ ମୋହୋର ଇଷ୍ଟ ଯେ ଦେବତା ।୧୭୨।ଜଗନ୍ନାଥ ସୁମର ନରେ ନ ଦଣ୍ଡିବ ଯମଜଗନ୍ନାଥ ସୁମର ନରେ ନରକ ଖଣ୍ଡି ପାଇବ ଉତ୍ତମ ।୧୭୩।ଶ୍ରୀଜଗନ୍ନାଥ ସୁମର ନରେ ଜୀବ ଥିବା ଯାୟେଶ୍ରୀଜଗନ୍ନାଥ ସ୍ୱାମୀ ଚରଣେ ସାରୋଳା ଦାସ ବିନୟେ ।୧୭୪।୪୮୦୭ (୫୨୯୪) ।