ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ · ଭାଗ ୧୪ / ୧୮
ସମ୍ପୂର୍ଣ୍ଣ ସୂଚୀପତ୍ର
ପୁଷ୍ୟାଭିଷେକ
ବଦୟନ୍ତି ଅଗସ୍ତି ଶୁଣ ବ୍ରହ୍ମବେତ୍ତାତଲୟେ ମନେକର ବଇବସୁତ ମନୁ ଶ୍ରୋତା ।୧।ଶୁଣ ଶୁଦ୍ଧମନେ ମଧ୍ୟପର୍ବ ବାଣୀଶୁଦ୍ରମୁନି ସାରୋଳାକୁ ରଖ ଚକ୍ରପାଣି ।୨।ଜୟ ତୁ ଜଗନ୍ନାଥ ଦୁଖୀଜନଂକ ସୋଦରଭଗତବଚ୍ଛଳ ହରି କରୁଣା ସାଗର ।୩।ଶ୍ରୀଚଣ୍ଡୀ ସାରୋଳା ଚରଣେ ଲୟେ ନିତିଜନ୍ମେ ଜନ୍ମେ ମୁହିଂ ଯେ ଦେବୀରେ ଭଗତି ।୪।ନ ପଢି ପଣ୍ଡିତ ମୁଂ ମୂର୍ଖରେ ଆଭାସବଦୟନ୍ତି ଶୂଦ୍ରମୁନି ସାରେଳା ଚଣ୍ଡୀ ଦାସ ।୫।ୟେଥୁ ଅନନ୍ତରେ ଯେ ବିଲଂକ ଦେଶ ରାଜାଅଗସ୍ତିଂକ ପଦ୍ମପାଦେ କଲା ଦିବ୍ୟ ପୂଜା ।୬।ସୋହୋଦ୍ରାକୁ ବିଭା ହୋଇଲେ ଫାଲଗୁନିତହୁଂ କେବଣ କୃତ୍ୟ ହୋଇଲା କହିବା ମହାମୁନି ।୭।ବଦୟନ୍ତି ଅଗସ୍ତି ମୁନି ଆଦି ବ୍ରହ୍ମବେତ୍ତାୟେକ ମନେ ଶୁଣ ମନୁ ବଇବସୁତ ଶ୍ରୋତା ।୮।ଧନୁ ମାସ ଶୁକ୍ଳପକ୍ଷ ପଉର୍ଣ୍ଣମୀର ତିଥିସେଦିନ ପୁଷ୍ୟାଭିଷେକ ହୋଇବେ ଶ୍ରୀପତି ।୯।ପଞ୍ଚ ଦିବସ ଥାଉଂ ଦେବ ଜଗନ୍ନାଥଅକ୍ରୂରକୁ ଆଗ୍ୟାଂ ଦିଲେ ଘେନି ଆସ ପାଥ ।୧୦।ପୁଷ୍ୟାଭିଷେକ ହୋଇବାର ପାଇଂସୋହୋଦ୍ରା ଅର୍ଜୁନଂକୁ ଘେନି ଆସ ଯାଇଂ ।୧୧।ଆଗ୍ୟାଂ ପରମାଣେ ଅକ୍ରୂର ଚଳିଗଲାହସ୍ତିନାରେ ଯାଇଂ ଅର୍ଜୁନ ଆଗରେ କହିଲା ।୧୨।ଆପଣେ ଆଗ୍ୟାଂ ଦେଇଅଛନ୍ତି ଜଗନ୍ନାଥସୋହୋଦ୍ରାଂକୁ ଘେନି ତୁଲେ ଦ୍ୱାରିକାକୁ ଚଳସି ହୋ ପାଥ ।୧୩।ଧନୁର୍ଜୟେ କହିଲେ ଯାଇଂ ଯୁଝେଷ୍ଠିଂକ ଅଗ୍ରତେନାରାୟଣଂକର ଆଗ୍ୟାଂ ମୁଂ ଦ୍ୱାରିକା ଯିବାର ନିମନ୍ତେ ।୧୪।ପୁଷ୍ୟାଭିଷେକ ପୂର୍ଣ୍ଣମୀ ଦିବସେ ହୋଇବେ ଶ୍ରୀହରିତେଣୁ କରି ଦୂତ ସେ ପେଷିଲେ ଶ୍ରୀଘ୍ର କରି ।୧୫।ଶୁଣିଣ ସାନନ୍ଦ ସେ ଯେ ହୋଇଲେ ଯୁଝେଷ୍ଠିବଧୂନ୍ତ ଘେନି ଦ୍ୱାରିକା ଚଳ ହୋ କିରୀଟୀ ।୧୬।ଯୁଝେଷ୍ଠି ଦେବଂକର ଆଗ୍ୟାଂ ପରମାଣେସୋହୋଦ୍ରା ଘେନି ପାଥ ବିଜୟେ ପୁଷ୍ୟେକ ବିମାନେ ।୧୭।ଆଗେ ବାଟ କଢାଇ ସେ ଅକ୍ରୂର ସାରଥି ମହାମନ୍ତ୍ରୀଦ୍ୱାରିକାରେ ବିଜେ କଲେ ବିଚିତ୍ରବୀର୍ଯ୍ୟ ନାତି ।୧୮।ଆସ୍ତାନେ ବିଜେ କରିଛନ୍ତି ରାମ କୃଷ୍ଣେଅର୍ଜୁନ ପ୍ରଣପତ୍ୟ ହୋଇଲେ ଦେବ ପାଦ ପୃଷ୍ଠେ ।୧୯।ଅନେକ କଇଲାଣ କଲେ ହରି ବଳରାମେତ୍ରଇଲୋକ୍ୟେ ଶୁଭ ଯଶ ତୋତେ ହୋଉ ଯେ ସାଂଗ୍ରାମେ ।୨୦।ପୁଷ୍ୟାଭିଷେକ ଯାତ୍ରାର ବିଧାନେଦ୍ୱାରିକାରେ ଉଚ୍ଛବ ଯେ କରନ୍ତି ରାଜା ଉଗ୍ରସେନ ।୨୧।ଶ୍ରୀରାମ ଅଭିଷେକ ଯେସନେକ ବିଧିଦ୍ୱାରିକା ପୁରେ ଦେବ ରଙ୍ଗଯାତ୍ରା ପ୍ରସିଦ୍ଧି ।୨୨।କୋଟିୟେ ତୀର୍ଥ ଘେନି କ୍ଷେତ୍ରାଧି ପୁଷ୍କରବିଜେ କରିଅଛି ସେ ଦ୍ୱାରିକା ଭୁବନର ।୨୩।ଶ୍ରୀଜଗନ୍ନାଥଂକର ରାମ ଅବତାର ଅଭିଷେକଶୂନ୍ୟେ ବାହାନ ଆରୋହୀ ଦେଖନ୍ତି ବୃନ୍ଦାଅର୍କ ।୨୪।ଆକାଶୁଂ ପୁଷ୍ୟ ବୃଷ୍ଟି କରଇ ମଘବାଜୟ ଜୟ ଧୁନି ଭାଷନ୍ତି ସର୍ବ ଦେବୀ ଦେବା ।୨୫।ତ୍ରଇଲୋକର ନାଥ ଯେ ଜଗତ ଅଧିକାରୀସନମୁଖେ ଅଭିଷେକ ହୁଅନ୍ତି ମୁରାରି ।୨୬।ଅର୍ଜୁନକୁ ଘେନି ବିଜୟେ ଶ୍ରୀବତ୍ସିଜଗନ୍ନାଥଂକ ଜାନୁରେ ପାଥ ବସିଅଛି ।୨୭।ଦେଖିଣ ପରମ ସନ୍ତୋଷ ଦେବ ବଳରାମସାଧୁ ସାଧୁ ଧନୁର୍ଜୟ ତୋର ମାନବ ଜନ୍ମ ।୨୮।ଅଂଶାବତାର ସେ ପ୍ରତକ୍ଷେ ଜଗନ୍ନାଥତାହାଂକର କୋଳେ ବାବୁ ବସିବାକୁ ହୋଇଲୁ ସାମରଥ ।୨୯।କୋଟିୟେ ତୀର୍ଥ ଘେନି କ୍ଷେତ୍ରାଧି ପୁଷ୍କରରାମକୃଷ୍ଣଂକର ଶିରେ ନିଉଡ଼ନ୍ତି ନୀର ।୩୦।ଅଭିଷେକ କାଳେ ଦେବେ କରନ୍ତି ସାଧୁ ସାଧୁ ଧୁନିପୁଷ୍ୟାଭିଷେକ ଦେବ ତ୍ରଇଲୋକ୍ୟ ଉତ୍ତମି ।୩୧।ସାତୁକୀ କନକ ଦଣ୍ଡ ଘେନି ଅଛଇ ଦକ୍ଷିଣ ଭାଗେକନକ ଛତ୍ର ନେତ ଉଲାଖ ଅକ୍ରୂର ଧରଇ ଆଗେ ।୩୨।ବିଜୟେ ଜଗମୋହନ ଚଢି ଶ୍ୱେତ ପାଟ ହାଥୀଜଗନ୍ନାଥଂକର କୋଳେ ବିଜେ ଅର୍ଜୁନ ମହାରଥୀ ।୩୩।ଭ୍ରମନ୍ତି ଦ୍ୱାରିକା ଭୁବନ ଯେ ଚଉବିଂଶ ଯୋଜନଜୟ ଜୟ ଭାଷନ୍ତି ଯଏ ସକଳ ମୁନିଜନ ।୩୪।ଭ୍ରମଣ ସାରି ବିଜୟେ ଦେବ ଚନ୍ଦ୍ରଶାଳା ପୁରୀଖଟନ୍ତି ବିଳାଶୁଣୀୟେ ସୁଲଭ କୁମାରୀ ।୩୫।ଆହାନିକ ସାରି ଦେବ ମୁଣୋହିର ବିଜେବହୁତ ବିନୋପନ୍ତି ଅର୍ଜୁନକୁ ଦେବରାଜେ ।୩୬।ମୁଣୋହିରୁ ଉଠି ଦେବ କରନ୍ତି ଆଞ୍ଚୋବନଜୟ ଜୟ ଭାଷନ୍ତି ସକଳ ପୁରଜନ ।୩୭।କର୍ପୂର ତାମ୍ବୁଳ ଦେବ କରନ୍ତି ଭୋଜନରାତ୍ର ପ୍ରହରେକ ତହିଂ ଶେଜ୍ୟା ହୋଇଲା ଦିବ୍ୟସ୍ଥାନ ।୩୮।ସୋହୋଦ୍ରାକୁ ଘେନି ବୀର ଧନୁର୍ଜୟେରମଣ ମନ୍ଦିରେ ପ୍ରବେଶ ବାସବ ତନୟେ ।୩୯।ଯେସନେକ ବେଭାରେ ହୋଇ ସଂସାରେ ପତି ପତିନୀବିବିଧ ରଙ୍ଗ କ୍ରୀଡ଼ା କରନ୍ତି ଯେ ବେନିନାନା ବିନୋଦେ ସେ ପୁହାଇଲେ ରଜନୀ ।୪୦।ଯଶୋଦା ଦଇବକିୀ ଦୁହେଂ ଛନ୍ତି ବସିଦ୍ୱାରିକାୟେ ବିଜେ କଲେ ନାରାଜ ମହଋଷି ।୪୧।ନାରଦଂକୁ ଦେଖିଣ ଉଠିଲେ ଦେବୀ ବେନିପାଦ ଅର୍ଘ ଦେଇ ଚରଣେ କରନ୍ତି ଦଇନି ।୪୨।ଅନେକ ପୂଜା ବିଧି କଲେ ବେନି ମାୟେପୁଣ ପୁଣ ପ୍ରଣପତ୍ୟ ହୁଅନ୍ତି ନାରଦଂକ ପାୟେ ।୪୩।ମୁନି ବୋଇଲେ ଗୋ ତୁମ୍ଭେ ଅଟ ମାହେଶ୍ୱରୀପୂର୍ବ ତପ ଛଳେ ପୁତ୍ର ପାଇଲ ନରହରି ।୪୪।ୟେହୁ ଜନ୍ମେଣ ତୁମ୍ଭେ ଯେ ନ କଲ କିଛି ଓଷାଉପୁରିକି ସଞ୍ଚିତ କିମ୍ପା ନ କଲ ମନୀଷା ।୪୫।ଯଶୋଦାୟେ ବୋଇଲା ଭଲ କହିଲ ତପୋଧନୀମହତ୍ୱ ଦ୍ରଶନେ ପ୍ରାଣୀ ହୁଅନ୍ତି ମହାଗ୍ୟାନୀ ।୪୬।ଆମ୍ଭନ୍ତ କାରଣ ଯେ କରିବା ତପୋବନ୍ତପୁଣ ଜନମ ହୋଇବୁ ହୋଇ ନାରାୟଣଂକ ମାତ ।୪୭।ନାରଦ ବୋଇଲେ ଆମ୍ଭର ବ୍ରତେକ ସେ ଅଛିତାହା କଲେ ପ୍ରାପତ ହୋଇ ମନେ ଯାହା ବାଞ୍ଛି ।୪୮।ଦେବକୀ ବୋଇଲେ ସେ କେବଣ ସନ୍ଦେହନାରଦ ବୋଇଲେ ଆମ୍ଭନ୍ତ ମହାତମା ଧର୍ମ କଥା କହ ।୪୯।ନାରଦ ବୋଇଲେ ତୁମ୍ଭେ ଶୁଣ ଗୋ ଦଇବକୀପ୍ରସ୍ତାବି କହିବା ତୁମ୍ଭନ୍ତ ଧର୍ମ ଅର୍ଥ ବାକି ।୫୦।ସକଳ ପୁରେ ପ୍ରବେଶ ଆମ୍ଭେ ସକଳ ଧର୍ମ ଜାଣୁପଚାରିଲେ ଆମ୍ଭେ ଯେ ସମସ୍ତ କଥାହିଂ ବଖାଣୁ ।୫୧।ମା ଗୋ କାମାକ୍ଷୀ ବୋଲି କରି ୟେକ ବ୍ରତ ଗୋଟିୟେତାହା ଘେନିଲେ ଧର୍ମ ପ୍ରାପତ ହୋୟେ ମାୟେ ।୫୨।ଦଇବକୀ ବୋଇଲେ ମୁନି ହେ ତୁମ୍ଭେ ପଣ୍ଡିତ ଭିଗ୍ୟଂବନ୍ତତୁମ୍ଭର କହିଲେ ସିନା ଜାଣିମୁଂ ତଦନ୍ତ ।୫୩।ଓଷାକଇଂ ଉପହାର ହୋଇବାକ କିସୟେହା ସଞ୍ଚପି କହ ହେ ବ୍ରହ୍ମାଂକର ଶିଷ ।୫୪।ଦେବକୀ ଯଶୋବନ୍ତୀ ଶୁଣନ୍ତି କହନ୍ତି ମୁନି ଦେବଓଷାକଇଂ ମକର ମାସ ସମ୍ପଦ ତାର ହୋଇବ ।୫୫।ମକର ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ପବିତ୍ରବୃହସ୍ପତି ବାର ହୋଇବ ଶ୍ରବଣା ନକ୍ଷତ୍ର ।୫୬।ତିଥି ବାର ନକ୍ଷତ୍ର ଯେ ୟେକ ଯୋଗ ହୋଇ ପଡ଼ିସେ ଓଷା ନାମ ହୋଇବ କୃଷ୍ଣ ଯେ ଗଉରୀ ।୫୭।ଆଈ ଗୋ ଅପୋ ଡ଼ା ଭୂମି ଖଣ୍ଡି ଯେ ହୋଇବ ଯାଗଶାଳଆହୂତି ଆରୋପଣ ହୋଇବ ଦିନ ଷୋଳ ।୫୮।ସାମବେଦୀ ହୋଇବେ ପଞ୍ଚିଶ ସହସ୍ର ବ୍ରାହ୍ମଣଯଜୁର୍ବେଦୀ ହୋଇବେ ପଞ୍ଚିଶ ସହସ୍ର ଜାଣ ।୫୯।ଋକବେଦୀ ହୋଇବେ ପଞ୍ଚିଶ ସହସ୍ର ବରଣଅଥର୍ବବେଦୀ ହୋଇବେ ପଞ୍ଚିଶ ସହସ୍ର ଜାଣ ।୬୦।ୟେମନ୍ତେ ଲକ୍ଷେ ବ୍ରାହ୍ମଣ ହୋଇବେ ଚାରିବେଦୀଅଜପା ମନ୍ତ୍ରେଣ ଲକ୍ଷେକ ଜପ ଯେ ପ୍ରସିଦ୍ଧି ।୬୧।ସୁବର୍ଣ୍ଣର ହୋଇବ ଗୋ ଲକ୍ଷେକ ଦୀପାବଳୀସୁବର୍ଣ୍ଣର ଲକ୍ଷେ ରୁଖା ହୋଇବ ଶତେକ ଅଙ୍ଗୁଳି ।୬୨।ଲକ୍ଷେକ ଭାର ସୁବର୍ଣ୍ଣ ନିତ୍ୟେ ଦେଉଥିବ ଦାନଷୋଳ ଦିନ ପରିଯନ୍ତେ ହେଉଥିବ ଅନ୍ନଦାନ ଅବିଚ୍ଛନ୍ନ ।୬୩।ଯେତେକ ଜନ ଗୋ ଭୁଞ୍ଜିବେ ଛତ୍ରଶାଳେସବୁକଇଂ ନବତନ ବସ୍ର ଦେବ ଭୁଞ୍ଜିବାର ବେଳେ ।୬୪।ଅଷ୍ଟ ରତ୍ନେ ଖଞ୍ଜିଲାର ଲକ୍ଷେକ ଯେ ହାଥୀଲକ୍ଷେ ଭାର ସୁବର୍ଣ୍ଣ ଦାନ ଦେବ ଦଇବକୀ ଯଶୋବନ୍ତୀ ।୬୫।ଚୋଖାର ତୁରଙ୍ଗମ ଲକ୍ଷେକ ଯେ ହୟେୟେତେକ ଦାନ ଦେବ ମଣ୍ଡନ୍ତି ରତ୍ନମୟେ ।୬୬।ଆପଣା ବଂଶିକ ଗୋ ଲକ୍ଷେକ ସୁଲଭ କୁମାରୀଆହୂତି ଦାନ ବେଳେ ଦେବ ଗୋ ଲକ୍ଷେକ ରତ୍ନ ଭରି ।୬୭।ଲକ୍ଷେକ ରଥ ଅଷ୍ଟରତ୍ନେ ମଣ୍ଡିତତାହା ଦାନ ଦେବ ୟେସନେକ ସଂଜାତ ।୬୮।ୟେମନ୍ତେ ଦାନ ଦେବ ଲକ୍ଷେକ ସମସ୍ତ ଯୋଗାଡ଼ିଲକ୍ଷେକ ଦ୍ୱିଜବରକୁ ଦେବ ଲକ୍ଷେକ କୃଷ୍ଣାଞ୍ଜନ ଛଉରୀ ।୬୯।କାମ୍ୟ ଶ୍ରାଦ୍ଧ କରିବ ଗୋ ଗଣ୍ଡା ଜୀବନ୍ତ ମାରିପିତୃ ତୋଷ ନିମନ୍ତେ ଗୋ କହିଲେ ନାରଦ ତପଚାରୀ ।୭୦।ଲକ୍ଷେକ କୁମ୍ଭ ଗୋ ହୋଇବ ଗୁଆଘୃତଲକ୍ଷେକ କୁଂଚା ଯେ ହୋଇବ ମଧୁଶାନ୍ତି ମତ ।୭୧।ସୁବର୍ଣ୍ଣର ପୀଢା ଯେ ହୋଇବ ଲକ୍ଷେକସୁବର୍ଣ୍ଣ ଥାଳୀ ଝରୀ ଯୋଗାଡ଼ିବ ଅନେକ ।୭୨।ସୁବର୍ଣ୍ଣର ହୋଇବ ଲକ୍ଷେକ ଦେବତୀପିଙ୍ଗଳ ବର୍ଣ ସବୁ କାମାକ୍ଷୀ ମୂରତି ।୭୩।କୃଷ୍ଣ ବର୍ଣ୍ଣ ଧେନୁ ଗାଈ କୃଷ୍ଣ ବଛା ଲକ୍ଷେକ ସିଂଘ ପିଙ୍ଗଳନିତ୍ୟେ ଦୋହନ ହୋଉଥିବ ମହୀଭାଗ ଶିବଆଳ ।୭୪।ଲକ୍ଷେକ ପଳ ଲକ୍ଷେ କୁଂଚା ପଞ୍ଚାମୃତ ଦେବଲକ୍ଷେକ ବ୍ରାହ୍ମଣ ତହିଂ ଯାଗରେ ବରିବ ।୭୫।ମହା ଯୋଗେଶ୍ୱରୀ ସେ ପରମ ବଇଷ୍ଣବୀଲକ୍ଷେକ ଦେବୀ ଯେ ଲକ୍ଷେକ ଛାଗଳ ପରାଭବି ।୭୬।ଷୋଳ ଦିନ ପରିଯନ୍ତେ ବସିବ ଦିବା ରାତ୍ରେଆହାର ନିଦ୍ରା ଉପେକ୍ଷିବ ମଇଥୁନ ସହିତେ ।୭୭।କ୍ରିୟାବନ୍ତ ହୋଇଣ ହୋଇବ ଶୁଚିବନ୍ତକ୍ରିୟା ଶୁଚି କଲେ ପ୍ରାପତ ହୋୟେ ବ୍ରତ ।୭୮।ମିଥ୍ୟା ଅପବାଦୀ ଷୋଳ ଦିନ ପରିଯନ୍ତେ ନୋହିବତଇକ ତାମ୍ବୋଳ ଯେ ନିଷେଧିଣ ଥିବ ।୭୯।ମା ଗୋ ଛଡ଼ ସହସ୍ର ବ୍ରାହ୍ମଣ ବରଣ ହୋଇବ ପ୍ରଥମେପୁରାଣ ଧୁନି ବାକ୍ୟ ହୋଉଥିବ ଅନୁକ୍ଷଣେ ।୮୦।ପୁଷ୍ୟେକ ଅଛି ତାର ନାମ ଯେ ସୁଗନ୍ଧିଷୋଳ ଦିନକୁ ଥିବ ଲକ୍ଷେ ଲକ୍ଷେ ସମ୍ପଦି ।୮୧।ୟେ ଭାବେ ଯେବେ ପ୍ରତିଷ୍ଠା କରିବ କାମାକ୍ଷୀଜନ୍ମେ ଜନ୍ମେ ପୁତ୍ର ଗୋ ହୋଇବେ ଶ୍ରୀବଚ୍ଛି ।୮୨।ଆପଣେ ବିଜୟ ଗୋ କରିବେ କାମାକ୍ଷୀନାରାୟଣଂକୁ ପୁତ୍ର ରୂପେ ମାଗିବ ମନରେ ଶ୍ରିୟା ବାଞ୍ଛି ।୮୩।ମା ଗୋ ପର ପୂରେ ପ୍ରବେଶ ପର ମନ ଆମ୍ଭେ ଜାଣୁଂପଚାରିଲେ ଅବଶ୍ୟ ଆମ୍ଭେ ସତ୍ୟ ଯେ ବଖାଣୁଂ ।୮୪।ଶୁଣି ପରମ ସାନନ୍ଦ ଯେ ଦେବକୀ ଯଶୋବନ୍ତୀବ୍ରହ୍ମାର ନନ୍ଦନ ନାରଦଂକୁ କରନ୍ତି ଯେ ତୁସ୍ତି ।୮୫।ଜୟ ତୁ ବ୍ରହ୍ମାଂକର ନନ୍ଦନ ବ୍ରହ୍ମବେତ୍ତାସାଧନ ପୁରୁଷ ତୁମ୍ଭେ ଭୂତ ଭବିଷ୍ୟ ଗ୍ୟାଂତା ।୮୬।ଅଶକ୍ୟ ଶକ୍ୟ ତୁ କରାଉ ମହାମନ୍ତ୍ରେଅବୋଧ ବୋଧ ହୋଅଇ ତୋହୋର କହନ୍ତେ ।୮୭।ଅମାର୍ଗ ମାର୍ଗ ଯୋ ହୋଅଇ ଯାହାକୁଅଜପା ଜପିଲୁଂ ତୁ ଅଣାକାର ପୁରୁଷକୁ ।୮୮।କେଶବାସ ମୁକୁଳା କରିଣ ଉଲଗ୍ନ ଯେ ଶାୟୀଭ୍ରୂକୁଟୀ ନୃତ୍ୟକୁ ବକ୍ର ନୟନରେ ଚାହିଂ ।୮୯।ଭଣ୍ଡ ଗୀତ ଗାଇଣ ତୁ ଖତାଇଣ ନାଚିଜିଭ୍ୟା ହଲାଇଣ ତୁ ଉପର ହାଥ କରି ଯାଚି ।୯୦।ଡକା ହକା କରିଣ ପୁଣ କ୍ଷଣକେ ପାରୁ ବୋବିଭଣ୍ଡ ତାଣ୍ଡବ କରି ତୁ ଅଣାକାର ପୁରୁଷ ସେବି ।୯୧।ଆରେ ଦିଶୁ କିନା ବୋଲି ଭ୍ରଚ୍ଛନାୟେ ଦିଅନ୍ତି ଗାଳିଗାଲ ତୁଡ଼ି ପାଡ଼ି ଆପଣେ ଦେଉ କରତାଳି ।୯୨।ଅମାର୍ଗେଣ ତୋତେ ଜାତ କଲେ ଦେବବ୍ରହ୍ମାପରମ ତପେ ତୋତେ ଚିହ୍ନିଲା ମହାତମା ।୯୩।ଭଣ୍ଡ ପଣ ଦେଖିଣ ସେ କୁତୂହୋଳ ପୁରୁଷକୁତୂହୋଳେ ମହାତମା ହୋଇଲାକ ବଶ ।୯୪।ଅତିଅନ୍ତ ତପୀ ତୁ ଅଣାକାର ସାଧିମହାଭଣ୍ଡ ପଣେ ତୁ କାର୍ଯ୍ୟେ କଲୁ ସିଦ୍ଧି ।୯୫।ହସି ଅଣାକାରେ ତୋତେ ଦୃଶ୍ୟ ଯେ ହୋଇଲାତେଣୁ କରି ଧବଳହାର ଚିହ୍ନ ତୋର ଶରୀରେ ଲାଗିଲା ।୯୬।ପରପଞ୍ଚ ରୂପେ ତୁ ପରମାନନ୍ଦ ଦେଖିଲୁତେଣୁ କରି ପର ପୁରେ ପ୍ରବେଶ ହୋଇଲୁ ।୯୭।କଳ୍ପ କଳ୍ପ ସେବା କରି ଯାହାକୁ ନ ଦେଖିଗାଳି କରି ତୁ ନିରାକାରଂକୁ ଦେଖି ।୯୮।ଅଣାକାର ପ୍ରଭୁ ତୋତେ ପ୍ରସନ୍ନ ହୋଇଲାକଳହ କରି ମୋତେ ତୋଷିଲୁ ବୋଇଲା ।୯୯।ଭଣ୍ଡ କରି ମୋତେ ଲେଛିଣ କଲୁ ହିଆତେଣୁ କରି ତୋତେ ନାମ ଦିଲେ କଳହପ୍ରିୟା ।୧୦୦।କଳି କରି ମନ୍ଦ ବୋଲି ବୋଇଲୁ ମୋତେ ହୁଡ଼ିଅନୁବ୍ରତେ କାଖେ ଥାଇ ଯେ କଳି ଧୁକୁଡ଼ି ।୧୦୧।କଳିବତା କଳିଛତା କଳିହୁଡ଼ା କଳି ତୋର ଘରନାମ ତୋର ୟେବେ ଯେ ଅଟଇ କଳିକତର ।୧୦୨।ଯଦ୍ୟପି ଅମୃତ ଯୋଗାଡ଼ ତୋତେ ହୋଇବ ପ୍ରାପତିକଳି ନ ପାଇଲେ ତୁହି ଯେ ନୋହିବୁ ତ୍ରିପୁତି ।୧୦୩।ଭଣ୍ଡ ପଣେ ତୋଷ କଲୁ ସବୁଂକରି ଚିତ୍ତକଉତୁକ ଉପୁଜାଇଲୁ ତୁ ତାଣ୍ଡବ ନୃତ୍ୟ ଗୀତ ।୧୦୪।ଅମାର୍ଗେ ତପେ ନାଥ ସୁଦୟା କଲା ତୋତେକଳି ଦ୍ୱନ୍ଦେ ବ୍ରତିଅଛୁ ତୁନିଯୁଗେ ପରିଯନ୍ତେ ।୧୦୫।ମହାତ୍ମାର ରାଗ ବଚନେ ମହା ବ୍ରହ୍ମାମୂର୍ତ୍ତିତୋହୋର ମହିମାକୁ କ୍ଷମ ହୋଇବି କି ମୂଢମତି ।୧୦୬।ତୁ ମହାଧାର୍ମିକ ଯେ ଅଭୟ ଅଶଂକାକଳହ ଦୂର କରି କଳିକାଳ ମୋତେ ବଞ୍ଚା ।୧୦୭।କନ୍ଦର୍ପ ପ୍ରାସକୁ ତୁ ପ୍ରକୃତି ମନ୍ଦ ଦୁଷ୍ଟୟେହୁ ଜନ୍ମେ ମୋତେ କଳିକାଳ ଦଣ୍ଡ ନ ଭେଟ ।୧୦୮।ମୁହିଂ ତୋହୋର ଦାସର ଦାସ ହେ ନାରଦ ମହଋଷିକଳି କଳଂକେ ସେ ଧର୍ମ ହୋଅଇ ଭାସି ।୧୦୯।ଯୁଗତେ କଳି ଯୁଗ ଯେ ଆବର ପାପ ମୋହକଳି ବଞ୍ଚାଇ ମୋତେ ଧର୍ମ କଥା କହ ।୧୧୦।ଶରଣ ଉଦ୍ଧାରଣ ତୁ ପରମାନନ୍ଦ ବ୍ରହ୍ମଉଦ୍ଧାର କର ମୋତେ ନ ଲାଗୁ କୃତାନ୍ତେକ ।୧୧୧।ସ୍ୱାମୀ ଆଜହୁଂ ବଢିଲୁ ତୁ ଯେ କଳହ ପ୍ରକୃତିପ୍ରସନ୍ନ କରାଅ ମୋତେ କଳକୀ ମୂରତି ।୧୧୨।ତୋତେ ଭଗତି ଭାବ ନାଥ କଲଇଂ ମୁଂ ଇଚ୍ଛାଭବ ସମୁଦ୍ରେ ନାଥ ପୂରାଅ ମନବାଞ୍ଛା ।୧୧୩।ଶ୍ରୀ ନାରଦଂକ ବଚନ ମୋର ହୃଦଗତେ ପଶୁନାରଦଂକର କଳ୍ପ ଆୟିଷ ମୋତେ ଆସୁ ।୧୧୪।ପାର୍ବତୀଂକ ବଲ୍ଲଭ ଚରଣ ରେଣୁ ଶିରେ ଘେନିବଦନ୍ତି ସାରୋଳା ଦାସ ଗ୍ରନ୍ଥିକ ଶୂଦ୍ରମୁନି ।୧୧୫।ହୃଦରେ ଚିନ୍ତିଲି ଯାହା ଗୋମାମଣୀ ବୋଇଲେସଂସାର ପାତକ ଧଂସିବ ଶ୍ରୀ ବିଷ୍ଣୁ ପୁରାଣ ଶୁଣିଲେ ।୧୧୬।ସୋହୋଦ୍ରା ହରଣେ ଯାହା କହିଲେ ଅଗସ୍ତିଗୀତ ରସେ କହିଲି ମଧ୍ୟପର୍ବ ରୀତି ।୧୧୭।ନ ପଢି ପଣ୍ଡିତ ମୁଂ ହୋଇଲି ବ୍ୟାସମୁଖୀନ ପଢିଲି ଅକ୍ଷର ମୁଂ ଶାହାସ୍ର ନ ଦେଖି ।୧୧୮।ବେଦ ମନ୍ତ୍ର ପ୍ରାପତ ମୋତେ ହୋଇଲା ଶୂଦ୍ର ଜନ୍ମେବୋଲାଇଲି ଶୂଦ୍ରମୁନି ବାକ୍ୟ ଦେବୀର ପ୍ରସନ୍ନେ ।୧୧୯।ଅସଂଖ୍ୟ ସାଗର ୟେ ଅଗୋଚର ମହାଭାରଥ ବାଣୀସୋହୋଦ୍ରା ହରଣ ମୁଂ କରିଲି ସମାପତ ଆଣି ।୧୨୦।ସିଦ୍ଧ କାନ୍ତାନୀ ଗୋ ଜଙ୍ଖେର ପୁରବାସୀସୁଗନ୍ଧକ ହରଣ କହିବି ମୋତେ ଆଗ୍ୟାଂ ଯେ ଦେଅସି ।୧୨୧।୧୭୭୯।
ସୁଗନ୍ଧିକା ହରଣ
ୟେଥୁ ଅନ୍ତେ ନାରଦଂକୁ ତୁସ୍ତି କରି ଦଇବକୀ ଯଶୋବନ୍ତୀଓଷାର ଚରିତ ଯାହା କହିଲା ବ୍ରହ୍ମପତି ।୧।ସମସ୍ତ ସମ୍ପାଦ କରି କହିଲ ପରିପୂର୍ଣ୍ଣେସୁଗନ୍ଧିକା ପୁଷ୍ୟ ପାଇବୁଂ କେଉଣ ସ୍ଥାନେ ।୨।ନାରଦେ ବୋଇଲେ ସେ ଦୁରାପଦ ଠାବେ ଅଛିଆଣିମାକୁ ଯେବେ ଗୋ ଲୋକ ପାର ସଞ୍ଚି ।୩।ଯେବଣ ଭୁବନେ ଅଛି କୁସୁମ ସୁଗନ୍ଧିହରି ବଳରାମଂକ ବେଳେ ନୋହୋଇ ସେ ସାଧି ।୪।ସୁଗନ୍ଧିକ ପୁଷ୍ୟ ଯେ ଅଛଇ ଅପ୍ରମିତଲଂକା ଧଂସନ ବାନ୍ଦର ଆଶ୍ରେ କରି ତାହା ଥାଇ ଅନୁବ୍ରତ ।୫।ୟେହା ଶୁଣି ଦଇବକୀ ଯଶୋବନ୍ତୀ ବିଷାଦ ଦୋଇଲେ ମନେକାହାକୁ ବୋଲିବୁ କେ ପୁଷ୍ୟ ଦେବ ଆନେ ।୬।ୟେମନ୍ତ ବିଷାଦେ ଯେ ବିସରନ୍ତି ମନେକରପତ୍ର ଯୋଡ଼ି ଉଭା ହୋଇଲା ଫାଲଗୁନ୍ୟେ ।୭।ଭୋ ମୁନି ପରମ ପୁରୁଷ ମୋତେ ଆଗ୍ୟାଂ ଦେବାମୁହିଂ ଯାଇ ପୁଷ୍ୟ ଆଣି ପାରଇଟିକି ଅବା ।୮।ଆଈମାନେ ଗୋ ସମ୍ଭାର ସଜ ତୁମ୍ଭେ କରସୁଗନ୍ଧିକା ଯେତେ ଲାଗଇ ସେ ହୋଇଲା ମୋହୋର ଭାଗର ।୯।ଯଦ୍ୟପି ପକ୍ଷ ନାଗ ତାହା ଅଛି ଆବୋରିକାଳକୁ ନିକଳଂକ କରିବି ସେ ପକ୍ଷ ରାକ୍ଷସଂକୁ ମାରି ।୧୦।ଶୁଣି ସାନନ୍ଦ ହୋଇଲେ ଯଶୋବନ୍ତୀ ଦଇବକୀନାରଦନ୍ତ ଘେନି ଗଲେ ରାମକୃଷ୍ଣର କତିକି ।୧୧।ମାତାୟେ ବୋଇଲେ ବାବୁ ଶୁଣ ରେ ରାମହରିନାରଦେ କହିଲେ ବ୍ରତ କୃଷ୍ଣ ଯେ ଗଉରୀ ।୧୨।ୟେ ଓଷା ଯେବେ ଆମ୍ଭେ ସମ୍ପାଦନା କରିବୁଜନ୍ମେ ଜନ୍ମେ ତୁମ୍ଭର ଆମ୍ଭେ ମାତା ଯେ ହୋଇଥିବୁ ।୧୩।ନାରଦଂକ ମୁଖ ଚାହିଂ କହନ୍ତି ନାରାୟଣକଳହପ୍ରିୟ ମହାତମା କାହା କରିଛ ଭିଆଣ ।୧୪।ନାରଦେ ବୋଇଲେ ହୋ ତୁମ୍ଭେ ଶୁଣ ପଦ୍ମଲାଭଦେବ ସ୍ତିରୀୟେ ଓଷା ମଧ୍ୟପୁରକୁ ଦୁଲଭ ।୧୫।ବାବୁ ନାରଦଂକୁ ନ ଭାଙ୍ଗ ବୋଇଲେ ବଳଦେବମଞ୍ଚପୁରେ ହେଉ ସେ କୃଷ୍ଣଗଉରୀ ଉଚ୍ଛବ ।୧୬।ବାବୁ ଆମ୍ଭେ ଯେ ହୋଇଲୁ ମଞ୍ଚପୁରେ ଉତପତ୍ତିସମସ୍ତ ଜନଂକୁ ୟେ ଓଷା ହେଉ ପରାପତି ।୧୭।ନାରଦେ ବୋଇଲେ ଅର୍ଜୁନକୁ ଆଗ୍ୟାଂ ଦେବା ହୃଷୀକେଶିସୁଗନ୍ଧିକ ପୁଷ୍ୟ ଆଣୁ ନିଳେନ୍ଦୀ ସରୋବରେ ପଶି ।୧୮।ଅର୍ଜୁନ ବଦନ ଚାହିଂ ବୋଲନ୍ତି ଶ୍ରୀବଚ୍ଛିଆଣି ପାରିବୁ କି ହୋ ସୁଗନ୍ଧିକା ବିବଚ୍ଛି ।୧୯।ଅର୍ଜୁନ ବୋଇଲେ ଦେବ ତହିଂକି ନ କରିବ ଚିନ୍ତାଯେତେକ ସୁଗନ୍ଧିକା ଲାଗଇ ମୁହିଂ ସେ ଦିଅନ୍ତା ।୨୦।ନାରଦଂକ ବଦନ ଚାହିଂଲେ ପରମ ଯୋଗୀବ୍ରତର ଭିଆଣ ତୁମ୍ଭେ କର ବେଗି ବେଗି ।୨୧।ଦ୍ୱାରିକା ଭୁବନ ଈଶାନ କରଛାଡ଼େନୀଳ ସୁନ୍ଦର ବଟ ଉତ୍ତର କୂଳ ଆଡ଼େ ।୨୨।ଆହୁଟ ଯବ ପ୍ରମାଣେ ଅଛି ଅପୋଡ଼ା ଭୂମି ଖଣ୍ଡିବିଜୟେ ମାହେଶ୍ୱରୀ ତହିଂ ବିଲଂକା ନାମେ ଚଣ୍ଡୀ ।୨୩।ତାହାନ୍ତ ଆଗ୍ୟାଂ ମାଗିଣ ନନ୍ଦର ଯେ ବାଳସେ ସ୍ଥାନ ଆବୋରି ଶୁଭ ଦିଲେ ଯାଗଶାଳ ।୨୪।ଯେତେକ ବିଶ୍ୱକର୍ମା ଘଟଣ ବିନ୍ଧାଣୀଅନେକ ରତ୍ନମାନ ଦିଲେ ତାଂକୁ ଆଣି ।୨୫।ଆପଣେ ଥାଇଣ ନାରଦ ମହଋଷିସମସ୍ତ ଯୋଗାଡ଼ମାନ ଭିଆବନ୍ତି ବସି ।୨୬।ଶ୍ରୀକୃଷ୍ଣ ବଳରାମ ପୁଚ୍ଛା କଲେ ପାଥକୁତୋହୋର ସମସ୍ତ ପ୍ରାପତ ହୋଇବ ଆମ୍ଭଂକୁ ।୨୭।ଶୁଭ ଅନକୂଳ ଦିଲେ ସେ ଚକ୍ରପାଣିଚଳଇ ବାସବି ଯେ ସୁଗନ୍ଧିକା ପୁଷ୍ୟ ଆଣି ।୨୮।ମକର ମାସ କୃଷ୍ଣପକ୍ଷ ଦୁତୀୟାର ଦିନଭଉମବାର ମଘା ନକ୍ଷତ୍ର ବିଦ୍ୟମାନ ।୨୯।ବାୟବ ନାମେ କରଣ ଶୁଭ ନାମେ ଯୋଗମକର ସଂକରାନ୍ତିକି ସତର ଦିନ ଭୋଗ ।୩୦।ବେଳ ମଧ୍ୟମାନେ ମେଷ ଲଗ୍ନ ବେଳାଦକ୍ଷିଣ ଭାଗେ ଯୋଗିନୀ ସପ୍ତମେ ଚନ୍ଦ୍ରକଳା ।୩୧।ତିଥି ବାର ନକ୍ଷତ୍ର ଯୋଗ କରଣ ଅନକୂଳ ଘେନିପଛିମ ପ୍ରଦେଶେ ଚଳଇ ଫାଲଗୁନି ।୩୨।ନାରଦ ବୋଇଲେ ଶୁଣ ଜନାର୍ଦ୍ଦନଅର୍ଜୁନ ଯାଉଅଛି ଯକ୍ଷ ରାଜାର ମଧୁବନ ।୩୩।ନିଳେନ୍ଦୀ ସରୋବର ଯକ୍ଷ ରାଜା ପ୍ରତିପାଳିତୋହୋର ଭୟରେ ଯମୁନାରୁ ଯାଇ ପଶିଅଛି କାଳୀ ।୩୪।ସେ ସୁଗନ୍ଧି ପୁଷ୍ୟେ ଆବୋରି ଅଛନ୍ତି ସର୍ପେଅର୍ଜୁନ ମର୍ଦ୍ଦିପାରିବଟି କି କାଳି ନାଗର ଦର୍ପେ ।୩୫।ଶୁଣିଣ ନାରାୟଣ ସୁମରିଲେ ଖଗେଶ୍ୱର ବଇନେତ୍ରତୁରିତରେ ମିଳିଲା ଆସି ବିନତାର ସୁତ ।୩୬।ଅର୍ଜୁନ ବଦନ ଚାହିଂ ବୋଲନ୍ତି ଜଗନ୍ନାଥବଇନେତ୍ର ପିଠିରେ ବିଜେ କର ହୋ ବୀର ପାଥ ।୩୭।ଜଗନ୍ନାଥଂକର ବଚନ ଶିରେ ଘେନିଖଗେଶ୍ୱର ପାଦେ ପାଥ କରଇ ଦଇନି ।୩୮।ସ୍ୱାମୀ ନାରାୟଣ ବିଜେ କରନ୍ତି ତୋର ପିଠିମୁହିଂ କ୍ଷମ ହୋଇବି କି ମାନବ ଜନ୍ମ ହେଟି ।୩୯।ଗରୁଡ଼ ବୋଇଲ ପାଥ ତୁମ୍ଭେ ନ ବୋଲ ୟେମନ୍ତକେ ତୁମ୍ଭନ୍ତ ଭିନ୍ନାଭିନ୍ନ କରିବ କୃଷ୍ଣ ପାଥ ।୪୦।ନର ନାରାୟଣ ତୁମ୍ଭେ ଅନେକ ମୂରତିମେଖଳା ଅନ୍ତରଟି ତୁମ୍ଭେ ୟେକଇ ଶକତି ।୪୧।ଅର୍ଜୁନ ବୋଇଲେ ତୁମ୍ଭେ ରାମ୍ୟେକ ଦୀପେ ଥିବମୋତେ ଅଗୋଚର ପଡ଼ିଲେ ମୁଂ ସୁମରିଲେ ଆସିବ ।୪୨।ଗରୁଡ଼ ବୋଇଲେ ମୋତେ ସୁମରିଲେ ଦେବ ହରିବହନ ଯିବା ମୋର ପିଠିରେ ବିଜେ କରି ।୪୩।ଅନେକ କଷ୍ଠୋରେ ଯହୁଂ ବୋଇଲେକ ପକ୍ଷୀରାଜେବଇନେତ୍ର ପିଠିରେ ଯାଇଂ ଅର୍ଜୁନ କଲେ ବିଜେ ।୪୪।ଶ୍ରୀଭୁଜେ ଶୋଭାବନ ଲକ୍ଷେ ବଳ ଗାଣ୍ଡିମ ଧନୁପ୍ରତକ୍ଷେ ନାରାୟଣ କି ବିଜେ କଲେ ଗଗଂନୁ ।୪୫।ସୁର ମଧୁବନ ସେ ଗନ୍ଧମାଦନ ନାମେ ପୁରମନ୍ଦର ପରବତକୁ ୟେଗାର ସହସ୍ର ଯୁଣ ଦୂର ।୪୬।ପବନହୁଂ ଚଞ୍ଚଳ ସେ ଅଟଇ ଖଗେଶ୍ୱରୟେକ ରାତ୍ରକେ ପ୍ରବେଶ ସେ ଶକ୍ର ରାଜାର ବନସ୍ତର ।୪୭।ବେଳାକ ମଳୟ ଅନନ୍ତ ବଜ୍ର ଗିରିମଧ୍ୟରେ ସରୋବର ଚାରିଆଡ଼େ ପର୍ବତ ଚାରି ।୪୮।ଜନବୋଧନ ବୋଲି ଅଛି ୟେକଇ କଳ୍ପବଟସେ ବଟ ଅଟଇ ସିନ୍ଧୁ ଦକ୍ଷିଣ ଭାଗ ତଟ ।୪୯।ମଧ୍ୟେ ସରୋବର ଅଛି ଅଶିୟେ ଯୋଜନପଞ୍ଚଦଶ ଯୋଜନ ସେ ଗଭୀରଟି ଘେନ ।୫୦।ତହିଂର ଭିତରେ ଅଛଇ ପୁଷ୍ୟ ଯେ ସୁଗନ୍ଧିନିରନ୍ତରେ କମଳ ସେ ଘଞ୍ଚାଳ ଘୋଟିଛି ଜଳଧିସେ ପୁଷ୍ୟଂକର ତେଜ ଯେ ବାଳ ଅର୍କ ଜାଣିତେଜେ ଉଜ୍ୱଳ ଦିଶଇ ଉଦେ କି ଦିନମଣି ।୫୨।ଯମୁନାର ଜଳ ପ୍ରାୟେ ସେ ଜଳ ଝଲକଇକଜ୍ଜଳ କଳା ପ୍ରାୟେ କ ପୁଣ ସେ ଦିଶଇ ।୫୩।ଆକାଶକଇ ତେଜ ଲାଗଇ ଜଳବିମ୍ୱୁପର୍ବତେ ଥାଇଂଣ ଅର୍ଜୁନ ଦେଖଇ ସବୁ ।୫୪।ମନ୍ଦାର ପୁଷ୍ୟ ଯେହ୍ନେ ପ୍ରଭାତେଣ ଝଳିମହାପ୍ରଳୟ ଜ୍ୱାଳା ତହିଂ ଲୁଚିଅଛି କାଳୀ ।୫୫।ଅର୍ଜୁନ ବୋଇଲେ ତୁମ୍ଭେ ଶୁଣସି ବଇନେତ୍ରୟେହି ବଟ ତଳେ ହୋଇଥାଅସି ଗୁପତ ।୫୬।ମୁହିଂ ହାଦେ ଦେଖଇ ସେ କାଳିୟର ଦର୍ପମୋତେ ଦେଖିଣ ଆସନ୍ତି ସେ କେତେ ସର୍ପ ।୫୭।ବାମକରେ ଧନୁଶର ଦକ୍ଷିଣ କରେ ଯଷ୍ଟିବଟର ତଳେ ଉଭା ହୋଇଲେ କିରୀଟୀ ।୫୮।ହରିନାଥ ରାଜା ଯେ ବନର ଆଧିପତିସେ ମଧୁବନ ରଖଇ ହରିବଳ ଚକ୍ରବ୍ରତୀ ।୫୯।ସେ ଅପୂର୍ବ ପୁରୁଷକୁ ଦେଖି କପିବୀରେଅର୍ଜୁନକଇଂ ଆସି ସେ ବେଢ଼ିଲେ ସମରେ ।୬୦।କିଟି କିଟି ଶବଦେ ବିକରାଳ ଘୋର ମୁଖଅଭୟେ କାଳୀମୁଖ ଦୁର୍ମୁଖ ଦଧିମୁଖ ।୬୧।ଅଧର ବିକାଶି ଆସି ବେଢ଼ିଲେ ସର୍ବ ସଇନିଯଷ୍ଟିୟେକ କରେ ଘେନି କୋପେ ପିଟଇ ଫାଲଗୁନି ।୬୨।ଧାତିକାରେ ଡେଇଂଣ ସେ ଉଠିଲେ ବୃକ୍ଷ ଶିଖେଗୋଡ଼ାଇ ବାସବି ଯେ ପିଟଇ ଗରୁତାପେ ।୬୩।ଡାଙ୍ଗେ ପିଟନ୍ତେଣ ନାହିଂ ତାଂକୁ ମୃତୁବୃକ୍ଷ ଉପାଡ଼ିଣ ସେ ଧାଇଂଲେ କୋପ ହେତୁ ।୬୪।ଶିଳାନ୍ତ ଘେନିଣ ସେ ଧାଇଂଲେ ବାନରେଅର୍ଜୁନ ଉପରକୁ ସେ ମାରନ୍ତି ନିରନ୍ତରେ ।୬୫।ବିମୁଖ ପାଇଣ ସେ ବୀର ଫଲଗୁନିଗୁଣ ନାଦ କରେ ପାଥ କରେ ଧନୁ ଘେନି ।୬୬।ପୂରୋଇଲା ନାରାଜ ସେ ଆକ୍ରେଷି ଉଛୁଡ଼ିବିନ୍ଧିଲା ନାରାଜ ସେ ଦ୍ରୋଣେ ଗୁରୁ ସୁମରି ।୬୭।ମନେ ମନେ ପାଥ ଧନୁର୍ବେଦ ସୁମରିନାରାଜ ପୂରୋଇଂ ସେ ବିନ୍ଧିଲା ଦୃଢ଼ କରି ।୬୮।ଅବିଚ୍ଛନ୍ନେ ବାଣ ତହିଂ ବିନ୍ଧଇ ଧନୁର୍ଜୟେବସିଲା ନାରାଜ ଯେ ବାନରଂକର କାୟେ ।୬୯।ପଂକୁ ଫଳ ପ୍ରାୟେ ହୋଇ ଛଇଛାଡ଼େ ବାଣ ଫୁଟିଚାରି ଚାରି ନାରାଜ ଜଣକେ ହୋଇଲାକ ବୃଷ୍ଟି ।୭୦।ଅନେକ ଶରଘାତ ହୋଇଣ ପଳାନ୍ତି ବାନରେହନୁମନ୍ତକଇଂ ଭେଟିଲେ ଖିନିଖିନା ପର୍ବତରେ ।୭୧।ବିକଳେ ଆକୁଳ ହୋଇ ପଳାବନ୍ତି ସଇନିସ୍ୱାମୀ ବୀରେକ ବିନ୍ଧଇ ନାରାଜ କରେଣ ଧନୁ ଘେନି ।୭୨।ସଇନିର ଅବସ୍ତା ଦେଖିଣ ହନୁମନ୍ତକୋପେଣ ଧାଇଂଲା ସେ କରେ ଘେନିଣ ପରବତ ।୭୩।ବାନର ବଳ ଭଞ୍ଜାଇ ଉଭା ବୀରମଣିଦିଶଇ ସୁନ୍ଦର କି ସେ ଜାଣି ଚକ୍ରପାଣି ।୭୪।ହନୁମନ୍ତ ବିଜୟେ କଲା ୟେମନ୍ତର ସମୟେଦେଖିଣ ନିର୍ଭୟେ ଯେ ହୋଇଲେ ଧନୁର୍ଜୟେ ।୭୫।ରେ ରେ କାର ଶବଦ ତହିଂ କରଇ ଅରଜୁନବାନ୍ଦରକଇ ବାଣ ବିନ୍ଧଇ ଅବିଚ୍ଛନ୍ନ ।୭୬।ହନୁମନ୍ତ କୋପେ ପର୍ବତ ମାଇଲା ବୁଲାଇଆରେ ଆରେ ମାନବ ତୋର ୟେଡେ ଦର୍ପ କିସ ପାଇଂ ।୭୭।ପର୍ବତେକ ଉପାଡ଼ିଣ ହନୁମନ୍ତ ପିଟିବଜ୍ର ଶହସ୍ର ପେଷି ତାହା ଛେଦିଲା କିରାଟୀ ।୭୮।ଦେଖିଣ ହନୁମନ୍ତର ନ ଫୁରଇ କିଛିୟେଡ଼େକ ଦର୍ପ ବୀରେ କେଉଂଣ ଭୁବନୁ ଆସିଛନ୍ତି ।୭୯।ପୁଣ ପର୍ବତେକ ଧରି ମାରଇ ରାମ ଦୂତବାବଲ ଶରେ ଛେଦିଲା ବୀର ପାଥ ।୮୦।କୋପେଣ ହନୁମନ୍ତ ବଜ୍ର ମୁଥେକ ଉଞ୍ଚାଇଅର୍ଜୁନ ଉପରକୁ ସେ ଆସୁଅଛି ଧାଇଂ ।୮୧।ହନୁମନ୍ତର ମୂରତି ଦେଖିଣ ବାସବିବଜ୍ର ମୁନା ପଞ୍ଚୁଶର ପାବେନି ପରାଭବୀ ।୮୨।ଯେସନେକ ସର୍ପେ ଯାଇଂ ପଶନ୍ତି ବିମ୍ୱରେନାରାଜ ଭେଦିଲା ଯାଇଂ ତେହ୍ନେ ହନୁମନ୍ତ ଶରୀରେ ।୮୩।ଶରୀର ଦିଶଇ ତାର ଡାଳିମ୍ୱ ପୁଷ୍ୟ ପ୍ରାୟେରୋମେ ରୋମେ ଭେଦିଲା ଯେ ହନୁମନ୍ତର କାୟେ ।୮୪।ଗାଢ ଶର ଘାୟେଣ ରୁଧିର ପଡ଼ଇ ଗଳିଶାନ୍ତି ମୂର୍ତ୍ତି ହୋଇଣ ପଚାରଇ ମହାବଳୀ ।୮୫।ରହ ରହ ଉଚ୍ଚେଣ ହନୁମନ୍ତ ଡାକିବାବଲ ଶର ଯେ ହୃଦରୁ କାଢି ଦେଖି ।୮୬।ନାରାଜ ଗୋଟି ଦେଖି ବିଚାରଇ କପି ଇନ୍ଦ୍ରୟେ ଶର ଘେନି ତ୍ରେତୟା ଯୁଗେ ଅସୁରନ୍ତ ଛେଦିଲେ ରାମଚନ୍ଦ୍ର ।୮୭।ନୋହୋଇ ସାମାନ୍ୟ ୟେ ଅଟଇ ମାହଯୋଧୀଅମର ଭୁବନ ତେଜି ବିଜୟେ କି ଜମ୍ଭୋଭେଦୀ ।୮୮।କପିଳାସ ତେଜି କି ୟେ ବିଜୟେ ମହାଦେବକି ୟେ ଦେବକୀର ନନ୍ଦନ ଅଟନ୍ତି ବାସୁଦେବ ।୮୯।ହନୁମନ୍ତ ବୋଲଇ ହୋ ମହାତମା ରହ ରହନାରାଜ ସଂହରିଣ ବାରତା ମୋତେ କହ ।୯୦।କିସ ନାମ ତୋହୋର କାହାର କୋଳେ ଜାତମୋତେ ଅସମ୍ଭବ ହୋଇଲା ମାୟା ତୋହୋର ତ ।୯୧।ମୁହିଂ ଯୋଗେଶ୍ୱର ଯେ ଖିନିଖିନା ଆଧିପତିଶ୍ରୀରାମଚନ୍ଦ୍ରଂକ ଦୂତ ମୁହିଂ ଅସୁର କୁଳ ମନ୍ଥି ।୯୨।ପର୍ବତ ଘେନିଣ ମୁଂ ଯେ ବାନ୍ଧିଲି ବାରାଧିମହା ରଣରଙ୍ଗେ କଉଣୋପ ବଳ ଛେଦି ।୯୩।ଅର୍ଜୁନ ବୋଇଲା ଛାର ପାମର ହେଟି କଥାସମୁଦ୍ରେ ବନ୍ଧ ବାନ୍ଧିବା କିଞ୍ଚିତ ବେବସ୍ତା ।୯୪।ହନମନ୍ତ ବୋଇଲା ପାଣିରେ ଉପୁଚିଆଇଂଲୁ ଗିରିଶତେ ଚଉବିଂଶ ଯୋଜନା ସମୁଦ୍ର ବାନ୍ଧିଲୁ ଦିନାଚାରି ।୯୫।ଅର୍ଜୁନ ବୋଇଲା ତୋର ୟେହେନେକ ବଳମୁହିଂ ନିମିଷକେ ବାନ୍ଧି ପାରଇ ସିନ୍ଧୁ ଜଳ ।୯୬।ହନୁମନ୍ତ କହିଲା ଯାହା ବୋଇଲୁ ଯେ ତୁଣ୍ଡେନିମିଷକେ ବନ୍ଧ କେ ବାନ୍ଧି ପାରିବ ସପତ ବ୍ରହ୍ମଣ୍ଡେ ।୯୭।ଅର୍ଜୁନ ବୋଇଲା ପର୍ବତ ଲୋଚାୟେ ମୁଣ୍ଡେ ବହି ଯେ ଆଣିଲଭାଲୁକ ମର୍କଟ ଅନେକ ସଇନି ଲାଗିଲ ।୯୮।ମୋହୋର ଶକତାପଣ ପ୍ରତକ୍ଷେ ଦେଖିବୁ କି ମର୍କଟଲଂକା ଜମ୍ୱୁଦ୍ୱୀପେ କରିବି କ୍ଷଣେକ ୟେକ ବାଟ ।୯୯।ହନୁମନ୍ତେ ବୋଇଲା ତ ଆସନି ମୋ ଭାଇମିଛହେଂ ଦମ୍ଭ କହୁ କି ସଞ୍ଚୟେ ଅଟୁ ବାଇ ।୧୦୦।ବୋଲଇ ଫାଲଗୁନି ଭାଙ୍ଗଇ ତୋର ଗାଲବାନ୍ଧିବି ଶରେ ସାହେର ଦେଖ ହୋ କପିମଲ୍ଲ ।୧୦୧।ଆସ ଆସ ବୋଲିଣ ହନୁମନ୍ତ କଢାଇଲା ବାଟଦିବସକେ ହୋଇଲେ ଯାଇ ମହୋଦଧି ତଟ ।୧୦୨।ଆରେ ଆରେ ପାମର ମିଛେହେଂ ବୋଲାଉ ଯୋଧୀଚାରି ଦିବସ ମଧ୍ୟରେ ବାନ୍ଧିଲୁ ବାରାନିଧି ।୧୦୩।ଶୁଣ ହୋ ମର୍କଟ ତୁହି, ବୋଲଇ ଫାଲଗୁନିମୁଂ ୟେହା ବନ୍ଧନ କରି ପାରଇ ଦଣ୍ଡ ତିନି ।୧୦୪।ହନୁମନ୍ତ ବୋଇଲେ ଶହେ ଚଉବିଂଶ ଯୋଜନା ଦୀର୍ଘବତିଶ ଯୂଣ ପ୍ରତି, ଦ୍ୱାଦଶ ଯୂଣ ଉତ୍ସର୍ଗ ।୧୦୫।ବୋଲଇ ଧନୁର୍ଜୟେ ତୁମ୍ଭେ କହିଲ ନ ଜାଣିସମୁଦ୍ରଯାକେ ନାରାଜ ପୂରୋଇବି ୟେହିକ୍ଷଣି ।୧୦୬।ହନୁମନ୍ତ ବୋଇଲା ଯାହା ତୁମ୍ଭେ ବୋଇଲ ବଚନକର୍ତ୍ତବ୍ୟେ ଯେବେ କରି ତାହା ଦେଖିବା ନୟନ ।୧୦୭।ହନୁମନ୍ତ ବଚନେ କୋପିତ ଧନୁର୍ଜୟେମନଭେଦୀ ନାରାଜକୁ ମନରେ କଲା ଧ୍ୟାୟେ ।୧୦୮।ଯାହା ସେ ଦେଇଛନ୍ତି ବଶ୍ୟାନର ବହନିସେ ମନଭେଦୀ ନାରାଜ ଆସି ଭେଟିଲା ଫାଲଗୁନି ।୧୦୯।ଅର୍ଜୁନ ବୋଇଲେ ତୁମ୍ଭେ ଯେ ମନଭେଦୀ ମହାଶରମୋତେ କଟାଳ ତ ୟେ ଯେ କରୁଛି ବାନ୍ଦର ।୧୧୦।ୟେ ସାଗରେ ମହାବନ୍ଧ ତୁ ହୋଅ ୟେହିକ୍ଷଣିଲଂକାୟେ ହାବୋଡ଼ିବୁ ଶହେ ଚଉବିଂଶ ଯୋଜନ ଜିଣି ।୧୧୧।ବାର ଯୋଜନ ଓସାର ହୋଇବୁ ଆୟତନୟେତେକ ତିଆରିଣ ସେ ଛାଡ଼ିଲା ମନଭେଦୀ ବାଣ ।୧୧୨।ଆଗ୍ୟାଂ ପରମାଣେ ମନଭେଦୀ ଶର ଗଲାସମୋଦ୍ର ଭିତରେଣ ସେ ବନ୍ଧେକ ହୋଇଲା ।୧୧୩।ତାହା ଦେଖି ଆଶ୍ରିଯ ହୋଇଲା ଅଞ୍ଜନାର ବଳାସଞ୍ଚୟେ ମହାତମା ୟେ ନାରାୟଣଂକର କଳା ।୧୧୪।ହନୁମନ୍ତ ବୋଇଲା ତୁ ବାନ୍ଧିଲୁ ନା ଶରେ ଶରେଶୋଲ ଭେଳା ଜାଣି ଉପୁଚି ଅଇଲା ଜଳରେ ।୧୧୫।ତୁ ମହାଛତ୍ରୀ ଜୀବନ ତୋର ଧନିକାହାର ବେଳେ ବନ୍ଧ ବାନ୍ଧି ହୋୟେ ଶର ଘେନି ।୧୧୬।ପର୍ବତର ବନ୍ଧ ସହିଲା ଯେତେକ ଭାରତାହା କେମନ୍ତେ ସହିବ ୟେ ଶରବନ୍ଧ ଛାର ।୧୧୭।ରାମ ରାବଣ ବେନି ଜନଂକର ଥାଠସେ ବନ୍ଧରେ ସମର ହୋଇଲେ ନ ଦିଶଇ ବାଟ ।୧୧୮।ଅର୍ଜୁନ ବୋଇଲା ସେ ବନ୍ଧ ଯେ ହୋଇଲେସହିବ ନାହିଂକି ଭାରା ମେରୁ ଉଠି ବସିଲେ ।୧୧୯।ହନୁମନ୍ତ ବୋଇଲା ହୋ ସନ୍ୟ ବଳ ଛାଡ଼ିୟେକା ମୋହୋର ଉଠିଲେ ବନ୍ଧ ଯିବ ବୁଡ଼ି ।୧୨୦।ଅର୍ଜୁନ ବୋଇଲେ ତୋହୋର ପରା ଲକ୍ଷେଭୀଷ୍ମରୂପ ଧଇଲେ ସହିବ ନାହିଂକି ପ୍ରତକ୍ଷେ ।୧୨୧।ରାମ ରାବଣ ଯେ ଉଠିବେ ସନ୍ୟ ବଳ ଘେନିସମର ହୋଉଥିବ ଯେ ଦିବସ ରୟଣୀ ।୧୨୨।ଲକ୍ଷେ ରାବଣ ଯୁଦ୍ଧ କରନ୍ତୁ ୟେ ବନ୍ଧର ଉପରନିଚୟେ ନ ଲସିବ କହିଲୁ ନିକର ।୧୨୩।ଦେଖିବୁ କି ବାନ୍ଦରରେ ପୁଣିହିଂ ବାନ୍ଧିବିଆହୁରି ୟେଡ଼େ ଦୀର୍ଘ ପ୍ରତି ବନ୍ଧକେ ବାନ୍ଧିବି ।୧୨୪।ସ୍ୱର୍ଗ ମଞ୍ଚ ପାତାଳ ସୁତାଳ ରସାତଳନିତାଳ ଭୂତାଳ ଅତିତାଳ ମହାତଳ ।୧୨୫।ଦେବଲୋକ ନାଗଲୋକ ନରଲୋକ ଚଉଦ କୋଟି ଭୁବନରକୋଟିୟେ ବ୍ରହ୍ମାଣ୍ଡ ଉଠଇ କିନା ବନ୍ଧର ଉପର ।୧୨୬।ପ୍ରତକ୍ଷେ ଦେଖ ହୋ ସେତୁବନ୍ଧର କଥାଛତ୍ରୀବର ପ୍ରତଗ୍ୟାଂ ରହିବ ନାହିଂ କି ସର୍ବଥା ।୧୨୭।ହନୁମନ୍ତ ବୋଇଲା ତୁମ୍ଭେ କହୁଅଛ ବହୁତ ଯେ ଗର୍ବୟେକା ମୋହୋର ଭାରା କି ତୋ ଶରବନ୍ଧ ସହିବ ।୧୨୮।ୟେତେକ ବୋଲିଣ ସେ ଅଞ୍ଚନାର ଶିଷିସେ ଶର ବନ୍ଧ ଉପରେ ହନୁମାନ ଉଠିଲା ଆକ୍ରେଷି ।୧୨୯।ହନୁମନ୍ତ ଉଠନ୍ତେ ସେ ଶରବନ୍ଧ ନ ଟଳଇରାଗେଣ ହନୁମନ୍ତ ଭୀଷ୍ମ ମୂର୍ତ୍ତି ପ୍ରକାଶଇ ।୧୩୦।ଛଡ଼ଦଶ ସହସ୍ର ଯେ ଦଧିମୁଖା ସଇନିଲାଙ୍ଗୋଡ଼େ ବସାଇଲା ଯେ ବୀର ପାବେନି ।୧୩୧।ଗଳାରେ ବନମାଳା ଲକ୍ଷେକ ପର୍ବତମହାଭୀଷ୍ମ ରୂପ ତହିଂ ଧଇଲା ହନୁମନ୍ତ ।୧୩୨।ଗରୁଡ଼ ଥାଇ ତାହା ଦେଖିଲା ଅନ୍ତରୀକ୍ଷେଭଇରୋବ ମୂରତି ହନୁ ଧଇଲା ପ୍ରତକ୍ଷେ ।୧୩୩।ବିଚାରଇ ଗରୁଡ଼ ଅର୍ଜୁନ ସଞ୍ଚୟେ ନାଶଗଲାହନୁମନ୍ତର ସଂଗେ କିମ୍ପ ବିବାଦୀ ହୋଇଲା ।୧୩୪।ଅର୍ଜୁନ ଗରୁଡ଼ ଦୁହେଂ ଭୟେ ତାଟକା ହୁଅନ୍ତିଜୀବ ନ ଥିଲା ପ୍ରାଣୀ ଯେମନ୍ତ ଦିଶନ୍ତି ।୧୩୫।ଅର୍ଜୁନ ବିଚାରଇ ବନ୍ଧ ବୁଡ଼ିଲେ ନିଚେ ନାଶ ଗଲିନ ଜାଣି କିମ୍ପେ ମୁଂ ୟେହା ସଙ୍ଗେ ଦ୍ୱନ୍ଦୀ ହେଲି ।୧୩୬।ଧ୍ୟାନେଣ ଗରୁଡ଼ ସୁମରଇ ନାରାୟଣଦ୍ୱାରିକାରେ ଥାଇଂ ଜାଣିଲେ ହରି ନିଚେ କଟାଳିଲା ହନୁମାନ ।୧୩୭।ନ ଜାଣି ହନୁ ସଙ୍ଗେ ପାଥ ବିବାଦୀ ହୋଇଅଛଇନ ଗଲେ ଅର୍ଜୁନ ମୋର ଆଉ କି ଜୀଅଂଇ ।୧୩୮।ବଳରାମଂକୁ କହି ଗଲେ ଯେ ଚଳିଣମିଳିଲେ ଯାଇଂ ହରି ସମୋଦ୍ର କୂଳେଣ ।୧୩୯।ହନୁମନ୍ତ ଅର୍ଜୁନର ଅନ୍ୟୋଅନ୍ୟି ଦେଖିନାରାୟଣ ପାଖେ ଯାଇଂ ମିଳିଲା ଯେ ପନ୍ଥୀ ।୧୪୦।ପାଦତଳେ ପଡ଼ି ଉଠିଲା ଝଟତିଗରୁଡ଼ପିଠିରେ ବିଜେ କରି ଉଚ୍ଚବାଚ ଦେଖନ୍ତି ।୧୪୧।ବିଚାରନ୍ତି ନାରାୟଣ ୟେତ ତ୍ରେତାଯୁଗର ହନୁମନ୍ତୟେହାର ପ୍ରତଗ୍ୟାଂକୁ କାହିଂ ଅର୍ଜୁନ ସାମରଥ ।୧୪୨।କଳ୍ପ କଳ୍ପ ଅସଂକ୍ଷେପ ଆୟୁଷ ଅଟଇ ଯାହାରରାବଣର ଜାଣଇଂ ଯେ ଯେତେକ ଅବତାର ।୧୪୩।ଅର୍ଜୁନ ମୋହୋର ଅଟଇ ଯେ ଦୁତୀ ଆତ୍ମାମୋହୋର ଆଶ୍ରିତେ ସିନା ତାହାର ଗାରିମା ।୧୪୪।ରାମ ଅବତାରେ ମୋତେ ସାଖା ହନୁମନ୍ତଦ୍ୱାପର ଯୁଗକୁ ସଖା ଅଟଇ ବୀର ପାଥ ।୧୪୫।ଅର୍ଜୁନ ଆଜ ଯେବେ ହାରିବ ଯୁଗତେପ୍ରାଣେ ଆଜ ୟେହାକୁ କି ଜୀଆଇବ ହନୁମନ୍ତେ ।୧୪୬।ୟେ ମୋହୋର କାର୍ଯ୍ୟେ ଅର୍ଜୁନ ତ ବଡ଼ ଦୁଖୀୟେହାର ପ୍ରତଗ୍ୟାଂକୁ ମୁଂ କେସନେକ ରଖି ।୧୪୭।ୟେତେକ ବିଚାର କରିଣ ଯେ ଦେବ ଶିରୀବଚ୍ଛେସମୋଦ୍ର ଜଳରେ ପ୍ରଭୁ ପଶି ହୋଇଲେ ମହା ମାଛେ ।୧୪୮।ଯେବଣ ଭୀଷ୍ମ ରୂପ ଧରିଛି ପାବେନିଭାଞ୍ଜିବ ଶରବନ୍ଧ ଲାଜ ପାଇବ ଫାଲଗୁନି ।୧୪୯।ମହାମୀନ ରୂପେକ ଦେବ ସମୋଦ୍ରେ ଅବତରିଭିତରେ ରହିଲେ ଦେବ ଶରବନ୍ଧ ସରି ।୧୫୦।ପିଠିରେ ବସାଇ ଦେବ ଆବୋରିଲେ ଶର ବନ୍ଧବିଶ୍ୱରୂପ ପ୍ରକାଶିଲେ ଦେବ ଯେ ଗୋବିନ୍ଦ ।୧୫୧।ଶର ବନ୍ଧ ବସିଲା ଯେ ନାରାୟଣଂକର ପିଠିହନୁମନ୍ତ ଧାପ ଦିଅଇ ବନ୍ଧ ଉପରେଣ ଉଠି ।୧୫୨।ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁମହାଭୀଷ୍ମ ରୂପେ ତିନିପୁର ଘୋଟିଲା ବୀର ହନୁ ।୧୫୩।ୟେସନେକ ବନ୍ଧ ଉପରେ ଯାଇଂ ଉଠିଲା ମହାବଳୀହନୁର ପାଦ ସ୍ୱାମୀ ନୁଆରିଲେ ସମ୍ଭାଳି ।୧୫୪।ୟେକ ପାଦ ଦେଇ ଆର ପାଦେକ ପକାଇଲ ତୋଳିମୁଖରୁ ରୁଧିର ପ୍ରଭୁଂକର ପଡ଼ଇ ଯେ ଗଳି ।୧୫୫।ତ୍ରଇଲୋକେ ହାନ୍ଦୋଳଇ ହନୁମନ୍ତ ଭୀଷ୍ମମୂର୍ତ୍ତିସପତ ଦ୍ୱୀପ ହାନ୍ଦୋଳ ଯେ ହୋଅଇ କିମ୍ପଇ ବସୁମତୀ ।୧୫୬।ଆକାଶେ ତ୍ରାସିଲେ ଯେ ସକଳେ ବୃନ୍ଦାଅର୍କେତ୍ରାସେଣ କମ୍ପିଲେ ଯେ ସକଳ ଦେବଲୋକେ ।୧୫୭।ଅସମ୍ଭାଳ ହୋଇଣ ଦେବ ଯେ ଶ୍ରୀବଚ୍ଛି ତହିଂମୁଖ ନାସିକା ବାଟରେ ଯେ ଶ୍ରୋଣିତ ବହଇ ।୧୫୮।ସମୋଦ୍ରଯାକ ସବୁ ହୋଇଲା ଶ୍ରୋଣିତତାହା ଦେଖି ହନୁମନ୍ତକୁ ଲାଗିଲା ଆଚମ୍ୱିତ ।୧୫୯।ଶ୍ରୋଣିତ ଦେଖି ପଚାରଇ ହନୁମାନୟେ କିସ ଦିଶଇ ଜଳର ଉଦଯାନ ।୧୬୦।ଶୁଣ ବୋଲି ଅର୍ଜୁନ ବୋଇଲା କପିବୀରାତୋହୋର ଚାଲନ୍ତେ ଶହସ୍ରରୁ କଳଂକ ଛାଡିଲା ।୧୬୧।ତେଣୁ କରି ସମୋଦ୍ର ହୋଇଲା ରଙ୍ଗମୟେହନୁମନ୍ତ ବୋଇଲା ସାଧୁ ସାଧୁ ହେ ଧନୁର୍ଜୟେ ।୧୬୨।ବଇବସୁତ ମନୁ ପଚାରନ୍ତି ଯେ ବାରତଭୋ ଅଗସ୍ତି ୟେତେବେଳେ ଅର୍ଜୁନକୁ କେମନ୍ତେ ଚିହ୍ନିଲାହନୁମନ୍ତ ।୧୬୩।ଶୁଣ ହୋ ମନୁ ପୁରୁଷ ବଦୟନ୍ତି ଅଗସ୍ତିଯହୁଂ ଭୀଷ୍ମ ରୂପ ଧରିଲା ମାରୁତି ।୧୬୪।ୟେକା କାୟେ ବିକାଶିଲା ସପତ ବ୍ରହ୍ମାଣ୍ଡଭୀଷ୍ମ ରୂପ ପ୍ରକାଶିଲା ମେଦିନୀ ନବଖଣ୍ଡ ।୧୬୫।ୟେକା କାୟା ଘୋଟିଲା ସପତ କ୍ଷିତିଖଣ୍ଡଦିବ୍ୟ ଚକ୍ଷୁକୁ ଦୃଶ ହେଲା ସପତ ବ୍ରହ୍ମାଣ୍ଡ ।୧୬୬।ବିଶ୍ୱରୂପ ପ୍ରକାଶନ୍ତେ ଦିଶିଲା ବ୍ରହ୍ମାଣ୍ଡ ଖଣ୍ଡ ତିନିଦେଖିଲା ମାରୁତି ଯେ ପ୍ରତକ୍ଷେ ପାଣ୍ଡବ ଫାଲଗୁନି ।୧୬୭।ବନ୍ଧରୁ ଓହ୍ଲାଇଣ ଅଞ୍ଜନାର ବାଳେଅର୍ଜୁନକୁ ହନୁମନ୍ତ ବସାଇଲା କୋଳେ ।୧୬୮।ପ୍ରତକ୍ଷେ ନାରାୟଣ ତୁ ଭିନ୍ନ ନୋହୁ ପାଥମୋହୋର ଗ୍ୟାନ ନାହିଂ ତୁ ମାନବ କୁଳେ ଜାତ ।୧୬୯।ୟେବେ ସେ ଜାଣିଲି ତୁ ବିଷ୍ଣୁନାଥ ସ୍ୱୟେଂମୋତେ ଅନୁଗ୍ରହ କରସି ଧନୁର୍ଜୟେ ।୧୭୦।ହନୁମନ୍ତ ଅର୍ଜୁନେ ହୋଇଲା ଅନେକ ପୀରତିଅର୍ଜୁନକୁ ଘେନି ଚଳିଲା ତହୁଂ ଖିନିଖିନା ଆଧିପତି ।୧୭୧।ଜାମ୍ୱେବ ଆଦି ଅଙ୍ଗଦ ସହିତେଅନେକ ସାନନ୍ଦେ ପୂଜା କଲେ ବୀର ପାଥେ ।୧୭୨।ଅର୍ଜୁନ ବିନୋୟୀ ବୋଲଇ ଶୁଣ ହୋ ମାରୁତିମୋହୋର ଜ୍ୟେଷ୍ଠ ଭ୍ରାଥା ଭୀମସେନ ପବନ ତହୁଂ ଉତପତ୍ତି ।୧୭୩।ତିନିହେଂ ଜନମିଲୁ ଆମ୍ଭେ କୋଇନ୍ତାଂକ ଗର୍ଭୁଂତୁମ୍ଭର ଆରମ୍ଭ ଦେବ ୟେକଇ ସୋଦର ସବୁ ।୧୭୪।ହନୁମନ୍ତ ବୋଇଲା ଶୁଣିମା ପାକ ଶାସନିଅଞ୍ଜନା ମାହେଶ୍ୱରୀ ଗଉତମଂକ ନନ୍ଦନୀ ।୧୭୫।ପବନ ଦେବତାଂକର ସଞ୍ଚୟେ ଅଟଇ ମହାତେଜସେହି ସେ ସହି ପାରଇ ନା ପବନ ଦେବତାର ବୀର୍ଯ୍ୟ ।୧୭୬।ବାବୁ ସତ୍ୟ ଯୁଗରେ ସେ ଅଟଇ ଅଞ୍ଜନାୟେ ଦ୍ୱାପର ଯୁଗରେ ସେ କୋଇନ୍ତା ଦେବୀ ସିନା ।୧୭୭।ତଥ୍ୟ ବାକ୍ୟ କହିଣ ସେ କହଇ ପାବେନିତୁମ୍ଭର ଆମ୍ଭର ୟେକ ଅଟଇ ଜନନୀ ।୧୭୮।ସୁଗ୍ରୀବ ପଚାରିଲେ ଶୁଣ ହନୁମାନପୂର୍ବେ ୟେତେ ଦୂରକୁ କେ ଆସିତେ ଭାର୍ଜନ ।୧୭୯।ଅଞ୍ଜନାର ନନ୍ଦନ ବଚନ ପ୍ରତିବାଦୀହରିନାଥ ରାଜା ସୁଗ୍ରୀବ ବଚନ ସମ୍ପାଦି ।୧୮୦।ସତ୍ୟ ଯୁଗେ ହାଦେ କଞ୍ଚନ ନାମେ ବ୍ରହ୍ମାମରୁଳ ବାହନେ ସେ ଚଳଇ ମହାତମା ।୧୮୧।ମୀନ ମାସ ଶୁକଳ ପକ୍ଷ ପଞ୍ଚମୀ ବାର ଶଉରିକୃତ୍ତିକା ନାମେ ନକ୍ଷତ୍ର ବେଳ ନବ ଘଡ଼ି ।୧୮୨।ବବ ନାମେ କରଣ ପୀରତି ନାମେ ଯୋଗମରୁଳ ବାହନେ ଧାତା ବିଜେ କଲେ ସ୍ୱର୍ଗ ।୧୮୩।ବାମେ ଧାତାର ବେଦ ଗୁରୁ ବଦନଡାହାଣେ ଧାତାର ବଦନ ପୁଣ୍ୟମାନ । ୧୮୪।ଆଗେ ବ୍ରହ୍ମା ବଦନ ବିରଞ୍ଚି ବଦନ ପଛେଚତୁର୍ବେଦ ଉଂକାର ଧାତା କରଇ ଚତୁର୍ମୁଖେ ।୧୮୫।ବାମେ ଗୁରୁ ବଦନେ ଋକବେଦ ସାଧିଡାହାଣେ ଧାତା ବଦନ ସାମବେଦ ପ୍ରବୋଧି ।୧୮୬।ଆଗେ ବ୍ରହ୍ମା ବଦନେ ଯଜୁର୍ବେଦ ସାଧିଅଥର୍ବବେଦ ପଛେ କରଇ ପ୍ରସିଦ୍ଧି ।୧୮୭।ୟେ ଚାରି ବେଦରେ ଧାତା ଯୋଗବେଦ ଲାଇସାଧନା ଭାବନା ଧାତା ପଢଇ ମିଶାଇ ।୧୮୮।ଯୋଗବେଦ ଧାତା ସାଧିଲା ଯେତେବେଳେକପିଳାସ ଆସନ କମ୍ପଇ ସୁଢଳେ ।୧୮୯।କେ ରେ ଯୋଗ ମୋର ସାଧଇ ଅନମିତେବୃଷଭ ବାହେନ ଯେ ବିଜୟେ ପଞ୍ଚୁ ବକ୍ତ୍ରେ ।୧୯୦।ଅତିଅନ୍ତ ରୋଷେଣ ବିଜୟେ ଧୂର୍ଜଟିବାରସ୍ୱତୀ ଭୁବନେ ଯାଇଂ ବ୍ରହ୍ମାକଇଂ ଭେଟି ।୧୯୧।ଈଶ୍ୱର ମହାରାଗେ ବ୍ରହ୍ମାଂନ୍ତ ସମ୍ଭାଷିଅନୀତି କଲୁ ଧାତା ମୋହୋର ଯୋଗବେଦ ଅଭ୍ୟାସି ।୧୯୨।ବ୍ରହ୍ମା ବୋଇଲେ ମୁଂ ସର୍ବବେଦ ସାହିଦେବତାଂକ ଉପରେ ମୁହିଂ ସେ ପାଣିଗ୍ରାହୀ ।୧୯୩।ବେଦ ସର୍ଜନେ ମୁଂ ଉତପତ୍ତି ହୋଇଛିଗୁଣ ଅବିଗୁଣ ମୁହିଂ ଦେବତାଂକର ସର୍ବ ବାଛି ।୧୯୪।ଈଶ୍ୱର ବୋଇଲେ ତୋହୋର ଚାରି ଯେ ବଦନଚାରି ବଦନୁଂ ତୋର ଚାରିବେଦ ଆଧ୍ୟାନ ।୧୯୫।ମୁହିଂ ହାଦେ ପଞ୍ଚ ବଦନ ଅଟଇ ପ୍ରତକ୍ଷେପଞ୍ଚୁବେଦ ମୁଂ ଆଧ୍ୟାନ କରଇ ପଞ୍ଚୁମୁଖେ ।୧୯୬।କରତା ପୁରୁଷ ହୋଇ ତୁ କିମ୍ପାଇ ନ ବିଚାରୁଜନିତା ମନ୍ତ୍ରେ ନେଇ ଯୋଗବେଦ କିମ୍ପେ ଭରୁ ।୧୯୭।ସଇନ୍ଦୁ ବାମ ଘୋର ଈଶାନ ତତପୁରୁଖଆଉର ଜ୍ୟୋତିର ଧନୁ ଶିଶୁମୁନ ଗାନ୍ଧର୍ବହିଂ ଲେଖ ।୧୯୮।ଚତୁର୍ମୁଖରେ ତୁ ଚତୁର୍ବେଦ ପଢିବୁମୁହିଂ ପଞ୍ଚ ମୁଖେ ପଞ୍ଚୁବେଦ ଉଂକାରିବି ସବୁ ।୧୯୯।ସଞ୍ଚିଲା କୃତ୍ୟ ଯେବେ ହୋଇଲା ଅନୀତିସଂସାରଯାକ ତ ହୋଇବ ଅଗତି ।୨୦୦।ବ୍ରହ୍ମା ବୋଇଲେ ଗର୍ବ ତୁ ବହିଲୁ ମହାଦେବମୁହିଂ ହୋଇ ନ ପାରଇ କି ପଞ୍ଚ ବଦନ ବକ୍ତବ୍ୟ ।୨୦୧।ୟେତେ ବୋଲି ଧାତା ଉଂକାରି ବ୍ରହ୍ମାଣ୍ଡେବ୍ରହ୍ମା ମୁଣ୍ଡ ଉପରେ ବାହାର ଆରେକ ମୁଣ୍ଡେ ।୨୦୨।ମୁଣ୍ଡ ଉପରେ ବାହାର ହୋଇଲା ଯେବଣ ବଦନପଞ୍ଚ ବକତ୍ର ବିଧାତା ହୋଇଲା ବିଦ୍ୟମାନ ।୨୦୩।ସେ ଅଧିକ ବଦନେ ପଢଇ ଯୋଗବେଦରାଗେଣ ଚଳିଲେ ସେ ସ୍ୱାମୀ ସଦାନନ୍ଦ ।୨୦୪।ଈଶ୍ୱରଂକ ଶରୀର କମ୍ପଇ ଯୋଗବେଦ ଶୁଣିରାଗ ସଂହରି ନୁଆରିଲେ ଦେବ ଶୂଳପାଣି ।୨୦୫।ଈଶ୍ୱର ବୋଇଲେ, ଧାତା ଯୁଗତ କି; ତୋହୋର ପଞ୍ଚୁ ବଦନନଟକାର ଲୋକଂକର ସିନା ବେଭାର ୟେସନ ।୨୦୬।ମୁଣ୍ଡେ ହରନ୍ତି ମୁଣ୍ଡେ କରନ୍ତି ସେ ଜାତବିଚାରନ୍ତେ ସେ ପୁଣ ହୋଇବାକ ସତ ।୨୦୭।ଧାତା ବୋଇଲେ ଶୁଣ ହୋ ମହାଦେବଆଜହୁଂ ହୋଇବୁ ଆମ୍ଭେ ପଞ୍ଚୁବକ୍ତବ୍ୟ ।୨୦୮।ତୋହୋର ପଞ୍ଚୁବଦନ ସହିତେ କଲି ମୁହିଂ ସାଧିମୁହିଂ ସେ ବେଦବର ନାଥ ଯେ ପରସିଦ୍ଧି ।୨୦୯।ଈଶ୍ୱର ବଚନ ଧାତା କରଇ ଅବଗ୍ୟାଂବେଳୁଂବେଳ ତ ବଢିଲା ବହୁତ ପ୍ରତଗ୍ୟାଂ ।୨୧୦।ମତ୍ତଭୋଳ ପୁରୁଷ ହୋଇଣ ମହାରାଗୀପିତାମହକଇଂ କୋପେଣ ଉପୁରୋଧ ପରିତ୍ୟାଗି ।୨୧୧।ଅଙ୍ଗୁଳି ମୁଣ୍ଡେ ପ୍ରହାର କଲେ ଦେବ ଭୁଜ ଦଣ୍ଡଧାତିକାରେ ଛିଡ଼ିଲା ପିତାମହର ଉର୍ଦ୍ଧ୍ୱ ମୁଣ୍ଡ ।୨୧୨।ରାଗେ ଈଶ୍ୱର ପ୍ରହାର କଲେ ବାମକର ଘାତେଛିଡ଼ିଲା ବ୍ରହ୍ମାର ମୁଣ୍ଡ ଲାଗିଲା ଈଶ୍ୱର ବାମ ହାଥେ ।୨୧୩।ଉଛୁଡ଼ି ପକାଇଲେ ଦେବ ସେ ମୁଣ୍ଡ ଗୋଟିଅନେକ ବାଗେ ତାହାଂକ ହାଥରୁ ନ ଗଲା ସେ ଫିଟି ।୨୧୪।ଶୂଳେଣ ବିଦାରି ସ୍ୱମୀ କରନ୍ତି ଖଣ୍ଡ ଖଣ୍ଡତଦ୍ୟପି ନ ଛାଡ଼ିଲା ସେ ବ୍ରହ୍ମାଂକର ମୁଣ୍ଡ ।୨୧୫।ବ୍ରହ୍ମାର ରୁଧିରମାନ ଛିଡ଼ି ପଡିଲାକ ଧାତିସେ ରୁଧିରରୁ ପୁରୁଷେକ ହୋଇଲା ଉତପତ୍ତି ।୨୧୬।ମଞ୍ଚ ଭୁବନେ ପାଦ ଆକାଶେ ତାର ମଥାପ୍ରଶସ୍ତ ନାମ ତାକୁ ଦିଲେକ ବିଧାତା ।୨୧୭।ଶୂନ୍ୟ ତିନି ଭୁବନ ଆଦି କରି ଘୋଟିଲା ବ୍ରହ୍ମାଣ୍ଡସ୍ୱର୍ଗ ମଞ୍ଚ ସହିତେ ବିସ୍ତାର କଲା ତୁଣ୍ଡ ।୨୧୮।ପିତାକୁ ପୁଚ୍ଛା କଲା ତୁ ଯେ ମୋତେ କଲୁ ଉତପତ୍ତିଆହାର ଦିଲେ ସିନା ମୁଂ ହୋଇବି ତ୍ରିପୁତି ।୨୧୯।ପିତା ଦେଖାଇଲେ ତର୍ଜନୀ ଅଙ୍ଗୁଳିଆରେ ରେ ପ୍ରଶସ୍ତ ତୁହି ଭକ୍ଷ ୟେ କପାଳୀ ।୨୨୦।ପିତାମହ ବଚନ ଶୁଣିଣ ପ୍ରଶସ୍ତଈଶ୍ୱର ଦେବତାନ୍ତ ଘୋଟିଲା ପ୍ରତକ୍ଷ ।୨୨୧।ଦେଖିଣ କୋପାନଳ ଯେ ଦେବ ତ୍ରିପୁରାରିପ୍ରଶସ୍ତି ସେନାପତିକି ଶୂଳେଣ ପ୍ରହାରି ।୨୨୨।ସଦାଶିବ ଶୂଳକୁ ସେ ଯେ ନ କଲା କିଛି ଭ୍ରାନ୍ତିଈଶ୍ୱର ହାଥରୁ ଉଛୁଡ଼ି ଘେନିଲା ଶୂଳ ଯେ ଶକତି ।୨୨୩।ସେହି ଶୂଳ ବୁଲାଇଣ ଯେ ପିଟିଲା ଈଶ୍ୱର ଦେବତାଂକୁଭୟେଣ ରୁଦ୍ର ଦେବତା ଘୁଞ୍ଚିଲେ ତାହାକୁ ।୨୨୪।ଈଶ୍ୱର ପଳାବନ୍ତେ ଗୋଡ଼ାଇ ବ୍ରହ୍ମା ଦତ୍ୟାକେହି ମୁଖ ନ ଚାହିଂଲେ ହର ତୁ କଲୁ ବ୍ରହ୍ମହତ୍ୟା ।୨୨୫।ତ୍ରଇଲୋକ ଭୁବନରୁ ଈଶ୍ୱର ପଳାଇଲେବ୍ରହ୍ମହତ୍ୟା ଦୋଷରୁ କେହି ମୁଖ ନ ଚାହିଂଲେ ।୨୨୬।ପଳାବନ୍ତି ବିଶ୍ୱନାଥେ ନ ଚାହିଂ ଲେଉଟିକଟାଳି ବ୍ରହ୍ମ ରାକ୍ଷସ ଗୋଡ଼ାଇ ଅଛି ଘୋଟି ।୨୨୭।ନିରାଶି ଈଶ୍ୱରେ ହୋଇଲେ ପାଦଗତିଆକାଶ ଭୁବନୁଂ ଡେଇଂ ପଡ଼ିଲେକ ଝଟତି ।୨୨୮।ମେରୁ ଶିଖେ ଥାଇଂ ସେ ଡେଇଂଲେ ସମୋଦ୍ରକୁସମୋଦ୍ର ଭିତରେ ଥାଇଂ ଡେଇଂ ପଡିଲେ ଅଗାଦ ଜଳକୁ ।୨୨୯।ସପତ ଦ୍ୱୀପ ସ୍ୱାମୀ ଡେଇଂଲେ ୟେକପାଦେପଡ଼ିଲେ ନୀଳକଣ୍ଠ ସମୋଦ୍ର ଅଗାଦେ ।୨୩୦।ଈଶ୍ୱରକଇଂ ଗୋଡ଼ାଇ ଖେଦିଲା ବ୍ରହ୍ମବତ୍ସସେହି ୟେକାପାଦକେ ଡେଇଂଲା ପ୍ରତକ୍ଷ ।୨୩୧।ଈଶ୍ୱର ଯେ ପଳାଇଲେ ମହାଜଳେ ବୁଡ଼ିଭୋ ବିଷ୍ଣୁନାଥ ରକ୍ଷାକର ବୋଲି ଦିଲେ ଘୋର ରଡ଼ି ।୨୩୨।ମହାରଡ଼ି ଶବଦ ଯହୁଂ କଲେ ମହାଦେବଆସନ କମ୍ପିଲା ଯେ ସ୍ୱାମୀ ପଦ୍ମଲାଭ ।୨୩୩।ଯୋଗ ଲୟ ତେଜିଣ ଯେ ଚାହିଂଲେ ଅନାଦିଦେଖିଲେ ଈଶ୍ୱରକଇ ବ୍ରହ୍ମ ରାକ୍ଷସ ଆଣଇ ଖେଦି ।୨୩୪।ଶ୍ରୀଭୁଜ ବଢାଇଣ ଦିଲେ ଦେବ ହରିବିଷ୍ଣୁନାଥ ଭୁଜ ବଢାଇ ଦିଲେ ଯୋଜନ ସହସ୍ର ଚାରି ।୨୩୫।ଈଶ୍ୱର ଦେବତାନ୍ତ ଆଣି ବସାଇଲେ କତିନାରାୟଣଂକ କରେ ଚକ୍ର ଦେଖି ବ୍ରହ୍ମ ରାକ୍ଷସ କଲା ଭୀତି ।୨୩୬।ସହସ୍ରେ ଯୋଜନା ଥାଉଂ ରହିଲା ଥମ୍ୱୀଭୂତେବିଷ୍ଣୁଂକ କତିକି ଆସି ନୁଆରଇ ପ୍ରଶସ୍ତେ ।୨୩୭।ନାରାୟଣ ସନ୍ନିଧେ ବସିଛନ୍ତି ବିଶ୍ୱନାଥେକତିକି ଆସି ଯେ ନୁଆରିଲେ ଦଇତେ ।୨୩୮।ନାରାୟଣେ ପୁଚ୍ଛା କଲେ ଚାହିଂଣ ପଞ୍ଚୁମାଥେଭୋ ଈଶ୍ୱର ବଇକୁଲ୍ୟ ହୁଅ କିସ ଅର୍ଥେ ।୨୩୯।ଛିଦ୍ର ମୁଣ୍ଡ ଗୋଟାୟେ ତ ଲାଗିଅଛି ତୋହୋର ବାମ ହାଥେୟେହାର ତଦନ୍ତ ମୋତେ କହିବା ତୁରିତେ ।୨୪୦।ଈଶ୍ୱର ବୋଇଲେ ମୁଂ ବ୍ରହ୍ମାରେ ହୋଇଲି ବିବାଦୀଅନେକ କଟୁ ବାକ୍ୟ ମୋତେ ବ୍ରହ୍ମାୟେ ସମ୍ପାଦି ।୨୪୧।ଅଦଭୁତ ମୁଣ୍ଡେକ ଜାତ କଲେ କାହୁଂରାଗ ସହି ନୁଆରିଲେ କଟୁ ବଚନ ମୋତେ କହୁଂ ।୨୪୨।କୋପେଣ ପ୍ରହାର ମୁଂ କଲଇ ଭୁଜଦଣ୍ଡଛିଡ଼ି ପଡ଼ିଲା ସେ ବ୍ରହ୍ମାର ଜାତ କଲା ମୁଣ୍ଡ ।୨୪୩।ସେ ବ୍ରହ୍ମାର ମୁଣ୍ଡ ଛିଡ଼ି ଲାଗିଲା ମୋହୋର କରେବ୍ରହ୍ମା ରୁଧିରୁ ଜାତ ହୋଇଲା ୟେକ ବ୍ରହ୍ମ ଅସୁରେ ।୨୪୪।ସେ ବ୍ରହ୍ମ ରାକ୍ଷସ ଯେ ଲୋଡ଼ଇ ମୋତେ ଭକ୍ଷିତେଣୁ କରି ବେଦ ମୁହିଂ ତ୍ରାସେ ପଳାଇ ଆସିଅଛି ।୨୪୫।ଆକାଶେ ମୋତେ କେହି ନୋହିଲେ ରଖନ୍ତାସମସ୍ତେ ବୋଇଲେ ମୋତେ କଲୁ ହୋ ବ୍ରହ୍ମହତ୍ୟା ।୨୪୬।ମୁହିଂ ତୋହୋର ଶରଣ ଦେବ ଦାମୋଦରୟେହି ଦୁରାପଦ ସଂକଟରୁ ମୋତେ କରିବାକ ପାର ।୨୪୭।ହାଥେ ଥିବା ମୁଣ୍ଡ ଗୋଟି ତୁଣ୍ଡ ଯେ ବିସ୍ତାରିଦେ ଦେ ବୋଲି ମୋତେ ମାଗେ ଆଣ୍ଟ କରି ।୨୪୮।ନାରାୟଣ ମାଗିଲେ ଏ କିସ ମାଗଇ ଶୂଳପତିପ୍ରେତ ପିଶାଚ ରାକ୍ଷସେ ଦେବ ରୁଧିରେ ତ୍ରିପୁତି ।୨୪୯।ଶୁଣିଣ ଶ୍ରୀ ନାରାୟଣ ଚକ୍ର ଧଇଲେକ କରେତିନି ଗାର ଚିରି ଦିଲେ ଦେବ ଦକ୍ଷିଣ ଭୁଜରେ ।୨୫୦।ମେରୁ ଫୁଟି ଯେହ୍ନେ ଗଙ୍ଗା ଯମୁନା ସରସ୍ୱତୀଦକ୍ଷିଣ ଭୁଜରୁ ରୁଧିର ବହିଲା ତିନି ମୂର୍ତ୍ତି ।୨୫୧।ସେ ବ୍ରହ୍ମାର ମୁଣ୍ଡ ତୁଣ୍ଡରେ ରୁଧିର ବରଷିସହସ୍ରେ ବରଷେ ପୂରିଲା ତୁଣ୍ଡେ ଲିତାୟେକ ନ ଦିଶି ।୨୫୨।ୟେତେ ଶୋଣିତେ ତାର ମୁଣ୍ଡ ନ ପୂରିଲାଦେ ଦେ ବୋଲି ବୋଲୁଅଛି ପୁଣି ଶାନ୍ତି ନ ଭଜିଲା ।୨୫୩।ସେ ବ୍ରହ୍ମ ରାକ୍ଷସ ଯେ ତେଣେ ରହିଅଛି ଦୂରେସାଂଗ୍ରାମ ଦେ ଦେ ବୋଲି ଡାକଇ କୋପଭରେ ।୨୫୪।ବ୍ରହ୍ମା ଯେ ଈଶ୍ୱରଂକୁ ମୋତେ ଆହାର ଦେଇଅଛିମୁହିଂ ଆଶାକଲି ତୁମ୍ଭେ ତାହାକୁ କିମ୍ପେ ରଖି ।୨୫୫।ଆହୋ ମହାତମା ତୁ ଯେବେ ରୁଧିର ମାଂସେ ହେବୁ ତ୍ରିପୁତିୟେହିକ୍ଷଣି ଦେବି ତୋତେ ତୁ ହୋଇବୁ ଶାନ୍ତିମୂର୍ତ୍ତି ।୨୫୬।ବ୍ରହ୍ମାର ମୁଣ୍ଡରେ ବିଷ୍ଣୁର ରକତ ପୂରୋଇଈଶ୍ୱର ବିଭୂତି ତାର ତହିଂ ଭିତରେ ଲଗାଇ ।୨୫୭।ରୁଧିର ବିଭୂତି ପିତାର ମୁଣ୍ଡରେ ଲାଇ ମେଦିଚାରି ଚରଣ କରି ପୁରୁଷେକ ସମ୍ପାଦି ।୨୫୮।ବିଷ୍ଣୁର ଜୀବ ଯେ ସଦାଶିବଂକର ଜୀବବ୍ରହ୍ମାର ଜୀବ ଲାଇଂ ଯେ ତୋଳିଲେ ଆଦିଦେବ ।୨୫୯।ବ୍ରହ୍ମାର ମୁଣ୍ଡରେ ଯେବଣ ଜୀବ ଥିଲାସେ ପ୍ରତିମା ଭିତରେ ସେ ଯାଇଂଣ ସମ୍ଭାଇଲା ।୨୬୦।ତିନି ଜୀବ ନ୍ୟାସିଲେ ଦେବ ବନମାଳୀଅମୃତ ଦୃଷ୍ଟିରେ ଚାହିଂଲେ ତାହାକୁ ନାରାୟଣ ତୋଳି ।୨୬୧।ବ୍ରହ୍ମା ବିଷ୍ଣୁ ମହେଶ୍ୱର ତିନିଂକର ଜୀବ ଘେନିଉପୁଜିଲା ପୁରୁଷେ କ୍ଷତ୍ରିୟ ମହାଗ୍ୟାନୀ ।୨୬୨।ବ୍ରହ୍ମାର ମୁଣ୍ଡୁ ଜାତ ସେ ହୋଇଲା ପ୍ରଶସ୍ତନାରାୟଣ ଜାତ କଲେ ଯେବଣ ତାହାର ନାମ ଶସ୍ତ ।୨୬୩ନାରାୟଣେ ଆଗ୍ୟାଂ ଦିଲେ ସେ ଶସ୍ତକୁ ହକାରିସେ ବ୍ରହ୍ମ ରାକ୍ଷସକୁ ପକାଅ ବେଗେ ମାରି ।୨୬୪।ବିଷ୍ଣୁର ଆଗ୍ୟାଂୟେ ଚଳିଲା ଶସ୍ତ ବୀରଆକ୍ରେଷିଣ ଘୋଟିଲା ସେ ପ୍ରଶସ୍ତ ମହାବୀର ।୨୬୫।ସେ ଶସ୍ତ ପ୍ରଶସ୍ତ ଯେ ହୋଇଲା ସମରଆକାଶେ ବ୍ୟାପିଲା ଯେ ଦୁହିଂକରି ଶ୍ୱରୀର ।୨୬୬।ମୁଖରାବ ଶବଦେ ସେ ମୁଥ ମରାମରିସମୋଦ୍ର ହାନ୍ଦୋଳଇ ଦୁହିଂକର ପାଦ ପଡ଼ି ।୨୬୭।କରେ ଶିରେ ତାଡ଼ନ୍ତି ଦୋହେଂ ଭୀଷ୍ମରୂପୀତ୍ରିଦଶ ଦେବତାୟେ ତାଟାକା ହୋଇଲେ ତାହା ଦେଖି ।୨୬୮।ୟେମନ୍ତେ ସହସ୍ର ବରଷ ସାଂଗ୍ରାମ ହୋଇଲାନାଶକର ଜାତକର ସମସ୍ତ ନିରୋଧିଲା ।୨୬୯।ନିତ୍ୟକର୍ମ ବିଧି ପତନ ଯେ ହୋଇଲେ ବୃନ୍ଦାଅର୍କେଦିବା ରାତ୍ରି ବୋଲି ନ ଜାଣିଲେ ଦେବଲୋକେ ।୨୭୦।ରାତ୍ର ଦିବା ଯୁଦ୍ଧ ହୋଇଲା ୟେମନ୍ତେବଢିଲା ମହାରୋଳ ସହସ୍ର ବରଷ ପରିଯନ୍ତେ ।୨୭୧।ସଂସାର ପ୍ରଳୟାନ୍ତ ଦେଖିଣ ଜନାର୍ଦ୍ଦନଆପଣେ ସମାଧାନ କରନ୍ତି ଦେବ ନାରାୟଣ ।୨୭୨।ସମସ୍ତେ ତ୍ରାସିଲେ ଯେ ନୁଆରିଲେ ତାହା ଦେଖିକେଶବ ବିଜେ କଲେ ଦଇତଂକର ତହିଂକି ।୨୭୩।ୟେ ଯୁଗେ ସାଂଗ୍ରାମ ୟେତେକେହେଂ ରହୁତ୍ରେତୟା ଯୁଗକୁ ପୁଣ ଥୋକାୟେକ ରହିଥାଉ ।୨୭୪।ଦୁହିଂକର ମଧ୍ୟେ ନାରାୟଣ କଲେ ବିଜେରହ ରହ ବୋଲି କରି ଦେବ ଧଇଲେ ଦୁହିଂକରି ଭୁଜେ ।୨୭୫।ବ୍ରହ୍ମାର ତହୁଂ ଯେ ପ୍ରଶସ୍ତ ଅବତାରନାରାୟଣ ଆଗ୍ୟାଂ ଦିଲେ ତାକୁ ତାକୁ ସଂହର କରତାର ।୨୭୬।ପ୍ରଶସ୍ତ ବ୍ରହ୍ମଦଇତ୍ୟକୁ କରତାର ଧରିନେଲାଦିନକର ନାଥ ତାହା ନେଇ ଗର୍ଭେ ସଂହାରିଲା ।୨୭୭।ନାରାୟଣ ତହୁଂ ଉତପତ୍ତି ହୋଇଥିଲା ଶସ୍ତନାରାୟଣ ଆଗ୍ୟାଂ ଦିଲେ ୟେହାକୁ ସମ୍ଭାଳ ହୋ ପୁରୁହୁତ ।୨୭୮।ଶସ୍ତକୁ ନେଲେ ଯେ ସେ ସୁରରାଜ ଦେବବାସବ ଦେବତା ସଂହାରିଲା ଗର୍ଭେ ଦିଲା ଠାବ ।୨୭୯।ହନୁମାନ ବୋଇଲା ତୁ ଶୁଣ ହୋ ଫାଲଗୁନିସତ୍ୟଯୁଗେ ହାଦେ ଶସ୍ତ ପ୍ରଶସ୍ତୟେ ବେନି ।୨୮୦।ତ୍ରେତୟା ଯୁଗରେ ଗଉତମଂକର ଘରଣୀଅହଲ୍ୟାକଇ ଚୋରି ଶୃଙ୍ଗାର କଲେ ଆଦିତ୍ୟ ବଜ୍ରପାଣି ।୨୮୧।ଦୁହିଂକରି ଗର୍ଭେ ଯେ ଶସ୍ତ ପ୍ରଶସ୍ତ ବେନି ଥିଲେଅହଲ୍ୟାଂକ ଗର୍ଭେ ସେ ଦୁହେଂ ଉପୁଜିଲେ ।୨୮୨।ଇନ୍ଦ୍ର ଆଦିତ୍ୟ ବୀର୍ଯେ ଉପୁଜିଲେ ବେନି ବଳାଗଉତମ ତାହାଂକ ନାମ ଦିଲେ ଶାମଶୀଳା ଯବଶୀଳା ।୨୮୩।ଚୋରି ଶୃଙ୍ଗାର ତ ନ ଜାଣନ୍ତି ମୁନିଆହାନିକ ସ୍ରାହାନେ ଗଲେ ବେନି ପୁତ୍ରନ୍ତ ଘେନି ।୨୮୪।ଗଉତମଂକ ବୀର୍ଯେ ଜାତ ଯେ ଅଞ୍ଜନୀତାହାକଇ ତୁଲେ ନେଲେ ଗଉତମ ମହାମୁନି ।୨୮୫।ସ୍ରାହାନ ସାରି ମହାତମା ଆହାନିକ ସୁମରିବାହୁଡ଼ନ୍ତି ମହାତମା ଯେ ବେଳ ସାତଘଡ଼ି ।୨୮୬।ଦଇବେ ବଇଶାଖ ମାସ ବଡ ତପତ ବାଲିଗୋଡ଼ ପୋଡ଼ିଲାକୁ ପୁତ୍ରେ ନୁଆରିଲେ ଚାଲି ।୨୮୭।ଶାମଶୀଳା ଯବଶୀଳା ଦୁଇପୁତ୍ର ଗୋଟିସେ ପୁତ୍ରନ୍ତ ସ୍ରାଗେ କାଖେ ବସାଇଲେ ତପନିଷ୍ଠି ।୨୮୮।ଖଣ୍ଡେ ଦୂର ଆସିଣ ଯେ ଅଞ୍ଜନା ବୋଇଲାଚାଲି ନୁଆରିଲା ପିତା ମୋ ଗୋଡ଼ତ ପୋଡ଼ିଲା ।୨୮୯।ଗଉତମ ବୋଇଲେ ଅକାଳ କାଣ୍ଡ ପଡୁଛି କି ତୁକୁତୋତେ କାଖ କରି ଚଲାଇବି କି ଅଣ୍ଡିର ପୁଅଂକୁ ।୨୯୦।ଶୁଣିଣ ରାଗ କରି ବୋଇଲା ଅଞ୍ଜନୀୟେମନ୍ତ ସେ କହିଲୁ ତୋର ପରା ମହାମୁନି ।୨୯୧।ମୁହିଂ ସଦାବୀର୍ଯେ ନିତାନ୍ତ ଜାତ ତୋର ତାତମୋତେ ଚଲାଇ କାଖେ ଘେନୁଂ ଚଉର୍ଯ୍ୟପୁତ୍ରନ୍ତ ।୨୯୨।ଅଞ୍ଜନୀର ବଚନେ ସେ ଗଉତମ ମହଋଷିସନ୍ଦେଶ ପୁଚ୍ଛନ୍ତି ମହାତମା ବୃକ୍ଷ ତଳେ ବସି ।୨୯୩।ଆମ୍ଭେ ଅହଲ୍ୟାର ଯହୁଂ ଦେଖିଲୁ ସୁନ୍ଦର ପଣଅହଲ୍ୟାର ତହୁଂ କାଢି ଆଣୁଂ ପ୍ରାଣ ।୨୯୪।ମୃତୁ ପିଣ୍ଡ ଗୋଟିକ ରଖି ବସିଥାଉ ଆଈତପରୁ ଆସି ଆମ୍ଭେ ଅହଲ୍ୟାକୁ ଜୀଆଇ ।୨୯୫।ଯେତେବେଳେ ପ୍ରାଣ ଥାଇ ଅହଲ୍ୟା ଶରୀରେଦଣ୍ଡେହେଂ ନ ଛାଡୁ ଆମ୍ଭେ ଥାଉ ଆଶ୍ରମରେ ।୨୯୬।ଆଈ ୟେହିମତି ବୋଇ ଅନେକ କାଳ ଗଲାୟେମନ୍ତେ ସେ ପରଦାରା କଲା ।୨୯୭।ଅଞ୍ଜନୀ ବୋଇଲେ ତୁମ୍ଭେ ଶୁଣସି ଦେବ ତାତମୃତୁ ପିଣ୍ଡ ଗୋଟି ମୁଂ ରଖିଥାଇଂ ନିତ୍ୟ ।୨୯୮।ଇନ୍ଦ୍ର ଆଦିତ୍ୟ ସେ ଆସିଣ ଅଦଭୁତେଇନ୍ଦ୍ର ପ୍ରାଣ ହୋଇ ପଶଇ ଅହଲ୍ୟାର ଗର୍ଭଗତେ ।୨୯୯।ଉଠନ୍ତି ଅହଲ୍ୟା ଯେ ପ୍ରାଣ ପାଇଣ ଶରୀରଇଚ୍ଛାୟେ ଶୃଙ୍ଗାର ଯେ କରନ୍ତି କରତାର ।୩୦୦।ଭୋ ପିତା ଆଦିତ୍ୟ ଦେବତାର ଯେତେବେଳେ ସରଇ କେଳିଅହଲ୍ୟା ଗର୍ଭେ ଯାଇ ପଶଇ ଅଂଶୁମାଳୀ ।୩୦୧।ଇନ୍ଦ୍ର ଦେବତା ପୁଣି କରଇ ଶୃଙ୍ଗାରୟେହିମତି ପରଦାରା ହୋଇଲା ଅନେକ ବାର ।୩୦୨।ସେ ଇନ୍ଦ୍ର ଦେବତା ଆଦିତ୍ୟର ବୀର୍ଯ୍ୟେତହୁଂ ଉପୁଜିଲେ ଯେ ୟେ ବେନି ଆତ୍ମଜେ ।୩୦୩।ବୋଲନ୍ତି ହନୁମାନ ଶୁଣ ହୋ ଫାଲଗୁନିବାଳୁତ ଅଗ୍ୟାନ ଭାବେ କହିଲା ଅଞ୍ଜନୀ ।୩୦୪।ଶୁଣିଣ ସେ କୋପ କଲେ ଗଉତମ ମହାମୁନିକ୍ଷୀରୋଦ କୂଳକୁ ବାହୁଡ଼ିଲେ ବେନି ପୁତ୍ର ଘେନି ।୩୦୫।ଆଈ ଦେଖିବାର କଥା କହିଲୁ ବୁଝିବା ପ୍ରତକ୍ଷେଦେଖି ୟେ କଥା ଆମ୍ଭେ କରିବୁଂ ପରୀକ୍ଷେ ।୩୦୬।ପୁତ୍ରନ୍ତ ଘେନି ବାହୁଡ଼ିଲେ କ୍ଷୀରୋଦ କୂଳକୁସେ ପୁତ୍ରନ୍ତ ଫିଙ୍ଗି ଦିଲେ ଅଗାଦ ସମୋଦ୍ରକୁ ।୩୦୭।ବୋଇଲେ ତୁମ୍ଭେ ଯେବେ ମୋହୋର ବୀର୍ଯେ ଜାତୟେହି ସରୂପ ଘେନି ତୁମ୍ଭେ ଆସିବ ତୁରିତ ।୩୦୮।ଅନ୍ୟ ବୀର୍ଯେ ଯେବେ ଜାତ କରିଥିବ ଜାୟାମର୍କଟ ଶରୀର ହେଉ ୟେ ତୁମ୍ଭର କାୟା ।୩୦୯।ସମୋଦ୍ରୁ ବାହାର ହୋଇ ନୁଆସ ଲେଉଟିନିରାଶି ବଡବାନଳକୁ ଫିଙ୍ଗି ଦିଲେ ତପନିଷ୍ଠି ।୩୧୦।କପି ମୁଖ ହୋଇଲେ ଯେ ସେ ବେନି କୁମରେପଡ଼ି ହେଠବୁଡ ହୋଇଲେ ଅଗାଦ ସାହେରେ ।୩୧୧।ଋଷି ଡାକ ଦିଅନ୍ତି ଆରେ ଶାମଶୀଳା ଯବଶୀଳାମୋହୋର ବୀର୍ଯେ ଜନ୍ମ ଯେବେ ଆସ ବେନି ବଳା ।୩୧୨।ମୋହୋର ମନଭ୍ରାନ୍ତି ଫିଟୁରେ ଯେବେ ହାଦେମୋହୋର ବୀର୍ଯେ ଜନ୍ମ ଯେବେ ମାନବ ଶରୀରେ ହୁଅ ଉଦେ ।୩୧୩।ଅପାର ଡାକ ଦିଲେ ଗଉତମ ତପୋଧନୀକ୍ଷୀରୋଦ୍ରୁଂ ବାହାର ନୋହିଲେ ସେ ନନ୍ଦନ ବେନି ।୩୧୪।ଚତୁର୍ଦ୍ଦଶ ଘଡ଼ି ଆସି ହୋଇଲା ଦିନକରଅଞ୍ଜନୀର ବଚନ ସତ ଜାଣିଲେ ମୁନିବର ।୩୧୫।ମୋହୋର ପୁତ୍ର ହୋଇଲେ ଆସନ୍ତି ନିନା ଭଲେସଞ୍ଚୟେ ଆନ ବୀର୍ଯେ ଜାତ ସେ ସମୋଦ୍ରେ ନାଶ ଗଲେ ।୩୧୬।ଅଞ୍ଜନୀ କନ୍ୟାକୁ ଯେ ଘେନିଲେ ମୁନି କାଖେଆଶ୍ରମେ ପ୍ରବେଶ ହୋଇଲେ ମୁନି ମନଦୁଖେ ।୩୧୭।ପାଣିଝରି ୟେକ ଘେନି ଅହଲ୍ୟା ଅଇଲାପୋୟେତ ନଇଲେ ମୋର ଗଉତମଂକୁ ବୋଇଲା ।୩୧୮।ଗଉତମଂ ବୋଇଲେ ପୋଡୁ ପୋଡୁ ସ୍ତିରୀ ଜାତିବିଧାତା କିମ୍ପେ ତୁମ୍ଭନ୍ତ କଲା ଉତପତ୍ତି ।୩୧୯।ୟେତେ ବାଗେ ରକ୍ଷା କରିଥାଇ ଅନୁବ୍ରତେତଥାପି ରକ୍ଷା କରି ନୁଆରିଲେ ତୋତେ କଦାଚିତେ ।୩୨୦।ପର ଦାରାୟେ ଜାତ କଲୁ ଯେ ପୁତ୍ର ବେନିସନ୍ଦେଶ ଫେଡ଼ି ଆଜ କହିଲା ଅଞ୍ଜନୀ ।୩୨୧।ପରଦାର ଚଉର୍ଯ୍ୟ ପୁତ୍ର ଗୋଳକୁଣ୍ଡା ଜାରାଜାତକାସେ ପୁତ୍ର ମୁଖ ଚାହିଂଲେ ବିଶୁଳିପାତିଆ ମହାପାତକା ।୩୨୨।ବିମୁଖ ହୋଇଣ ଗୋ ରାଗେ ପରିତ୍ୟାଗୀଅଗାଦ ସମୁଦ୍ର ଭିତରକୁ ଦୁହିଂକୁ ଦିଲୁ ଫିଙ୍ଗି ।୩୨୩।କ୍ଷୀରୋଦ୍ରେ ପଡ଼ି ନାଶଗଲେ ପୁତ୍ର ବେନିଅହଲ୍ୟା ବୋଇଲା ମୋତେ ତୁ କିମ୍ପା ୟେହା କଲୁଲୋ ଅଞ୍ଜନୀ ।୩୨୪।ତୋହୋର ମାତା ହୋଇଣ ମୁଂ ହୋଇଲି ଦୋଚାରୀଆଲୋ ତୁ ମୋହୋର ଦୁହିତା ହୋଇ ନୁଆରିଲୁ ସଂହରି ।୩୨୫।ଅଭେଦ ଆତ୍ମା ମୋତେ ଭେଦ କରାଇଲୁପୁତ୍ରେ ନାଶଗଲେ ମୋତେ ଅଘରବାସୀ କଲୁ ।୩୨୬।ତୋହୋର ଅବଶ୍ୟ ଲୋ ହୋଇବ ସନ୍ତତିସେହୁ କପିମୁଖ ହୋଉ ତୋତେ ନୋହିବ ପ୍ରାପତି ।୩୨୭।ଗଉତମେ ବୋଇଲେ ଗୋ ତୁମ୍ଭେ ନ କରିବା ରୋଷଇନ୍ଦ୍ର ଆଦିତ୍ୟଂକର ଚରିତ୍ର ୟେ ତୋହୋର କିସ ଦୋଷ ।୩୨୮।ତୋହୋର ଗ୍ୟାନେ କି ଆନକୁ କଲୁ ପରଦାରଦିଗପାଳେ ହୋଇ ସେ ନ କଲେ ବିଚାର ।୩୨୯।ସତୀକି ଦୂଷିଲେ ପର ଗୃହ ବାସ ନାଶ କଲେଯାବତ କାଳକୁ ୟେ କଥା ରୁହାଇଲେ ।୩୩୦।ଆନ ପାପ କଲେ ସେ ଆନକୁ ନିରୋଧିପରଦାର କଲେ ସେ ୟେ କେବଣ ବିଧି ।୩୩୧।ଅହିଲ୍ୟାଂକୁ ଚାହିଂ ମୁନି ଦିଲେ ଅଭିଶାପପାଷାଣ ହୋଇଣ ଗଙ୍ଗାକୂଳେ ପାଅ ତାପ ।୩୩୨।ଆଦିତ୍ୟକୁ ବୋଇଲେ ତୁ ଗଗନ ନାଥ ହୋଇ ପରଦାରାୟେ ପଶୁୟେ ମୋହୋର ଶାପ୍ୟେ ତୋତେ ରାହୁ ଯେ ଗରାସୁ ।୩୩୩।ଇନ୍ଦ୍ରକୁ ବୋଇଲେ ତୁ ହରିଲୁ ମୋହୋରୀ ପତ୍ନୀଶରୀର ଯାକ ହୋଉ ତୋହୋର ସସ୍ରଯୋନି ।୩୩୪।ହନୁମାନ ବୋଇଲା ତୁ ଶୁଣ ଫାଲଗୁନିଋଷିଶାପ୍ୟେ ନାଶ ଗଲେ ଆଦିତ୍ୟ ମଘବା ବେନି ।୩୩୫।ହନୁର ଆଗେ ପୁଚ୍ଛା କଲେ ଧନୁର୍ଜୟେସମୋଦ୍ରେ ପଡ଼ି କେମନ୍ତେ କଲେ ସେ ବେନି ପୋୟେ ।୩୩୬।ବୋଲଇ ମାରୁତି ତୁ ହୋ ଶୁଣ ଫାଲଗୁନିବଡ଼ବାନଳେ ପଡ଼ି ହେଠବୁଡ଼ ହୋଇଲେ ଭାଇ ବେନି ।୩୩୭।ଆଦିତ୍ୟ ଦେବତା ଯେ ଥିଲେ ମଧ୍ୟସ୍ଥାନେକୋଳ କରି ଧଇଲେ ସେ ବେନି ନନ୍ଦନେ ।୩୩୮।ଗଉତମଂକ ଶାପ୍ୟ ଫଳିଲା ପ୍ରତକ୍ଷଶାମଶୀଳା ଯବଶୀଳା ଦୁହେଂ ହୋଇଲେ କପିମୁଖ ।୩୩୯।ଶାପ୍ୟ ଦୋଷେ ବିକୃତ ଭାବେ ବିଭୋଳିବାହୁଡ଼ି ସମୋଦ୍ରକୁ ପଳାଇଲେ ପୁଣ ପେଲି ।୩୪୦।ବିଚାରି କାର୍ଯ୍ୟ ଗୋ କର ସ୍ତିରୀଜନେସ୍ତିରୀ ଜନ୍ମ ନାଶ ଯାଇଟି ଯୁବା ଉତକର୍ମେ ।୩୪୧।ପରଦାରା ଭରସା ଗୋ ନ କର ତୁମ୍ଭେ ଆଶାଚୋରି ଶୃଙ୍ଗାରକୁ ଗୋ ନ ବଳାଅ ମନୀଷା ।୩୪୨।କ୍ଷଣକର ସୁଖ ଗୋ ଜନ୍ମକର ହୋଇ ଦୋଷୀକିଞ୍ଚିତ ଦୋଷକୁ ପାତକ ବହୁତ ବିକାଶି ।୩୪୩।ଆଦି ଅପର୍ଣ୍ଣା ଯେ ସ୍ତିରୀଂକର ବଡ଼ ତପସମସ୍ତ ନାଶଯାଇ ପରାଦାରା ବଡ ପାପ ।୩୪୪।ବୃହସ୍ପତିଂକର ଭାରିଯା ତାରା ମହାସତୀପରଦାରା ଦୋଷେ ସେ ହୋଇଲେ ଅଜାତି ।୩୪୫।ଆକାଶର ଅପକ୍ଷରୀ ପରଦାରା ଦୋଷେହୀନ ସ୍ତିରୀ ହୋଇଲେ ସୋ ମଧ୍ୟସର୍ଗ ବାସେ ।୩୪୬।ଗଉତମ ଋଷିଂକର ପତ୍ନୀ ଯେ ଅହଲ୍ୟାପରଦାରା ଦୋଷ କରି ପଥର ହୋଇଲା ।୩୪୭।ସଇତନିକ କନ୍ୟା ପରଦାରା ଦୋଷ କରିବିଶ୍ୱାମିତ୍ରଂକର ଶାପ୍ୟେ ହୋଇଲା ମୁଖ ରେତକାରୀ ।୩୪୮।ମଧୁ ଋଷିଂକର ଭାରିଯା ଉର୍ମିଳାପରଦାରା ଦୋଷେ ପଡ଼ି କାମକ୍ଷେତ୍ରେ ହୋଇଲା ।୩୪୯।ଅହଲ୍ୟା ପରଦାରାୟେ ଜନମିଲେ ଶାମଶୀଳା ଯବଶୀଳାକାଳେ ସେ ପୁତ୍ର ଗୋ ସମ୍ଭାଳନ ନୋହିଲା ।୩୫୦।ଜନ୍ମକର ସୁକୃତ ହରଇ ପରଦାରାମଧ୍ୟ ବୟସେ ସେ ପାପି ଖଣ୍ଡି ପାପ ଅରଜିଲା ।୩୫୧।ପରଦାରା ଦୋଷେ ଶାସ୍ତି ଦିଅଇ ଯମ ଦେବାପରଦାରା ସଙ୍ଗମ ନ କର କେହି ଇଚ୍ଛାବିଷ୍ଣୁ ପୁରାଣ ଶୁଣିଲେ ଆପଣେ ହୋଇ ରକ୍ଷା ।୩୫୩।ପରମ ମାହେଶ୍ୱରୀ ଗୋ ଜଙ୍ଖେର ପୁର ବାସୀପରଦାରା ପାତକ ପକାଅ ମୋ ଗୋ ଧଂସି ।୩୫୪।ଯଗ୍ୟେଂ କୁସୁମ ମା ଗୋ ପକାଇଲି ବାଞ୍ଚିତୋହୋର ପ୍ରସାଦେ ମା ଗୋ ନ କଲି ମୁଂ କିଛି ।୩୫୫।ପ୍ରସନ୍ନ ହୋଇ ମା ଗୋ ଖଣ୍ଡ ମୋର ୟେ ଜନ୍ମର ପାପଧର୍ମ ବାଞ୍ଚିତେ ମୋତେ ପ୍ରାପତ କର ତପ ।୩୫୬।ପରମ ମାହେଶ୍ୱରୀ ମା ଗୋ ଶ୍ରୀଚଣ୍ଡୀ ସାରୋଳାଶୂଦ୍ରମୁନି ସାରୋଳା ଦାସକୁ ଦେବା ଗୋ ମୁକତି ଅନର୍ଗଳା ।୩୫୭।ଅର୍ଜୁନ ବୋଇଲେ ଦେବ ଶୁଣିମା ମାରୁତିଶାମଶୀଳା ଯବଶୀଳା ଯେ ଲାଗିଲେ କେବଣ କତି ।୩୫୮।ବଦୟନ୍ତି ହନୁମାନେ ଅଞ୍ଜନାର ବାଳେଶାମଶୀଳା ଯବଶୀଳା ଲାଗିଲେ ଉତ୍ତର କୂଳେ ।୩୫୯।ଶଙ୍ଖ ରାଜାର କୂଳେ ସୁଜାଣେଶ୍ୱର ଯତିତାହାର ନନ୍ଦନ ନାମ ଅଟଇ ଶରଜାତି ।୩୬୦।ଶର ଜାତିର ତନୟେ ସୁମାଳୀ ଚକ୍ରବ୍ରତୀଜମ୍ୱୁଧର ବୋଲି ଅଟଇ ତାହାର ସନ୍ତତି ।୩୬୧।ଜମ୍ୱୁଧରର ନନ୍ଦନ ଦିଗାମ୍ୱର ନାମେ ବୀରତାହାର ନନ୍ଦନ ଅଟଇ ସୁରେଶ୍ୱର ।୩୬୨।ସୁରେଶ୍ୱରର ନନ୍ଦନ ଅଟଇ ମାଲ୍ୟବନ୍ତମାନବନ୍ତ ବୋଲି ଯେ ୟେହାର ନିଜ ପୁତ୍ର ।୩୬୩।ମାନବନ୍ତର ନନ୍ଦନ ଅଟଇ ଭୂମନୁକରୁଣାକର ବୋଲି ତାହାର ନିଜ ତନୁ ।୩୬୪।କରୁଣାକର ନନ୍ଦନ ଜନକେଶ୍ୱର ରାଜାମାଳୀୟଞ୍ଚ ବୋଲି ୟେହାର ଆତ୍ମଜା ।୩୬୫।ୟେହାର ନନ୍ଦନ ନାମ କଉସ୍ତୁଭ ଚକ୍ରବ୍ରତୀବିଡ଼ାଳାକ୍ଷ ବୋଲି କରି ୟେହାର ସନ୍ତତି ।୩୬୬।ବିଡ଼ାଳାକ୍ଷର ନନ୍ଦନ ଶଶଧର ରାୟେଅଞ୍ଜନ ବୋଲି କରି ୟେହାର ତନୟେ ।୩୬୭।ଅଞ୍ଜନର ନନ୍ଦନ ଖଡ଼ଦ ନୃପତିୟେ ଖଡ଼ଦସେନ ରାଜାର ନୋହିଲା ସନ୍ତତି ।୩୬୮।ସମୁଦ୍ରକଇ ରାଜା ସେବା କରଇ ନିତିସେ ରାଜା ଅଟଇ ମହା ଧାର୍ମିକ ଚକ୍ରବ୍ରତୀ ।୩୬୯।କିସ୍କିନ୍ଦାକୁ ଲବଣ ସମୁଦ୍ର ନବ ଯୋଜନା ପରିଯନ୍ତେସମୋଦ୍ରରେ ସେ ରାୟେ ତପ କରଇ ନିତ୍ୟେ ।୩୭୦।ଅନୁଦିନେ ସମୋଦ୍ରରେ ନିତ୍ୟକର୍ମ ସ୍ରାହାନାଦି ସାରିପୁତ୍ର ଦାନ ଦେବ ବୋଲି ସମୋଦ୍ରକୁ କରଇ ଗୁହାରି ।୩୭୧।ଋଷଭ ମାସ ଶୁକଳପକ୍ଷ ଦୁତୀୟାର ତିଥିଅର୍କବାର ମୃଗଶିରା ନକ୍ଷତ୍ର ପାହାନ୍ତି ।୩୭୨।ସେ ଦିନ ଖଡ଼ଦସେନ ରାଜା ସମୋଦ୍ରକୁ କରଇ ସେବାଭୋ ରତ୍ନାକର ମୋତେ ପୁତ୍ର ଦାନ ଦେବା ।୩୭୩।ବାଞ୍ଚା କରି ରାଜା କରଇ ଦଇନିୟେମନ୍ତର ସମୟେ କୂଳରେ ଲାଗିଲେ ଭାଇ ବେନି ।୩୭୪।କପି ମୁଖ ସୁନ୍ଦର ଆପଣାର କାୟେବଳବନ୍ତ ନନ୍ଦନ ଅନଙ୍ଗ ରୂପ ପ୍ରାୟେ ।୩୭୫।ବିରଞ୍ଚି ନାରାୟଣ ଆଗ୍ୟାଂ ଦିଲେ ସର୍ଗୁଂ ବାଣୀୟେ ଦୁଇ ପୁତ୍ର ପ୍ରତିପାଳ ହୋ ଖଡ଼ଦ ନୃପମଣି ।୩୭୬।ଆହୋ ଅର୍ଜୁନ ସେଇ ଦୁଇ ପୁତ୍ରକୁ ଆଣି ଖଡ଼ଦ ନୃପମଣିବେନି ପୁତ୍ର ନାମ ଦିଲା ବାଳୀ ସୁଗ୍ରୀବ ପୁଣି ।୩୭୭।ଶସ୍ତ ସେନାପତି ସତ୍ୟ ଯୁଗେ ଇନ୍ଦ୍ର ତହିଂ ଥିଲାତ୍ରେତୟା ଯୁଗରେ ସେ ଇନ୍ଦ୍ର ବୀର୍ଯ୍ୟେ ବାଳୀ ନାମ ପାଇଲା ।୩୭୮।ପ୍ରଶସ୍ତ ଥିଲା ଯେ ଆଦିତ୍ୟର ତହିଂତ୍ରେତୟା ଯୁଗେ ଜାତ ହୋଇଲା ସୁଗ୍ରୀବ ନାମ ବହି ।୩୭୯।ଆଦି ପ୍ରଳୟ କାଳେ ତୁମ୍ଭେ କେତୁ ମଙ୍ଗଳସତ୍ୟ ଯୁଗରେ ଜାତ ତୁମ୍ଭେ ଶସ୍ତ ପ୍ରଶସ୍ତ ମହାବଳ ।୩୮୦।ତ୍ରେତୟା ଯୁଗେ ତୁମ୍ଭେ ବାଳୀ ସୁଗ୍ରୀବ ରୂପେ ଉତପନ୍ନଦ୍ୱାପର ଯୁଗେ ତୁମ୍ଭେ ହୋ କର୍ଣ୍ଣ ଅରଜୁନ ।୩୮୧।ବାଳୀ ସୁଗ୍ରୀବଂକର ମୁଂ ଅଟଇ ଭଣଞ୍ଜାଅଞ୍ଜନା ମାତା ମୋହୋର ଗଉତମ ତନୁଜା ।୩୮୨।ଅନେକ କାଳର କଥା କହିଲା ପାବେନିଶୁଣି ପରମ ସାନନ୍ଦ ହେଲେ ପାଣ୍ଡବ ଫାଲଗୁନି ।୩୮୩।ଅନେକ ଦାରାକ୍ଷ ଫଳ ଦିଲେ ହନୁମତଭୁଞ୍ଜିଣ ତ୍ରିପୁତି ସେ ପଣ୍ଡୁ ରାଜାର ସୁତ ।୩୮୪।କରପତ୍ର ଯୋଡ଼ିଣ ସେ ବୋଲଇ ଧନୁର୍ଜୟେପରମ ଯେଗୀ ପୁରୁଷ ମୋତେ କରିବା ସଦୟେ ।୩୮୫।ଉଠି ଅର୍ଜୁନକୁ କୋଳ କରିଣ ହନୁମନ୍ତେତ୍ରିପୁତି ହୋଇଲି ଅର୍ଜୁନ ତୁ ବର ମାଗ ମୋତେ ।୩୮୬।ଅର୍ଜୁନ ବୋଇଲେ ସ୍ୱାମୀ ମତେ ଯେବେ ହୋଇଲା ଅନୁଗ୍ରହନନ୍ଦିଘୋଷ ରଥରେ ମୋର କପିକେତନ ହୋଇ ରହ ।୩୮୭।ସାଂଗ୍ରାମକୁ ଯିବା ବେଳେ ଚାହିଂବି ତୋର ମୁଖସମସ୍ତ ସିଦ୍ଧ ମୋତେ ହୋଇବା ପ୍ରତକ୍ଷ ।୩୮୮।ପଣ୍ଡିତ ଲୋକେ ତାତ ଯାତ୍ରା ଅନକୂଳ ବିଧିହନୁମନ୍ତ ପ୍ରସନ୍ନେ ପ୍ରାପତ ହୋଉ ସର୍ବସିଦ୍ଧି ।୩୮୯।ଯେବଣ ସାଂଗ୍ରାମ ଭୂମିରେ ଥାଇ ହନୁମନ୍ତପଶିତ ନୁଆରଇ ତହିଂ ପାତେକ ଦୁରାପାତ ।୩୯୦।ଯେ ଅବା ପଣ୍ଡିତ ଯୋଗ ଗ୍ୟାନବନ୍ତହନୁମନ୍ତ ପ୍ରତିମା ଗୋଟିୟେ ଦ୍ୱାରେ ଥାପିବ ଅନୁବ୍ରତ ।୩୯୧।ଅସୁର ନିପାତକ ଅଟଇ ପରମ ଯୋଗୀସେ ଥିଲା ଭୂମିକି ନୋହଇ ଅସୁର ଭୋଗୀ ।୩୯୨।ଭୋଜନ କାଳେ ସୁମରଇ ହନୁମନ୍ତସେ ଅନ୍ନକୁ ଆକ୍ରେଷି ନ ପାରଇ ଦୁରାପାତ ।୩୯୩।କରପତ୍ର ଯୋଡ଼ି ବୋଲଇ ଫାଲଗୁନିଆପଣେ ଦୂଷିତ ହୋଇଲି ସ୍ୱାମୀ ତୋତେ ନ ଚିହ୍ନି ।୩୯୪।ଶ୍ରୀରାମ ପ୍ରସନ୍ନେ ବର ଦିଲେଟି ଯାହାକୁପୂର୍ବେ ପୁଣ୍ୟେ ମହାତମା ଭେଟିଲି ମୁହିଂ ତାଂକୁ ।୩୯୫।ଅନୁଗ୍ରହ ନାଥ ମୋତେ ଦୟା କରିଥିବାନନ୍ଦିଘୋଷ ରଥେ ମୋର ବିଜୟେ କରିବା ।୩୯୬।ଶୁଣିଣ ପ୍ରସନ୍ନ ହୋଇଲେ ଶ୍ରୀରାମଂକ ଦୂତକପିକେତନ ଚିହ୍ନ ହୋଇଥିବି ତୋର ନନ୍ଦିଘୋଷ ରଥ ।୩୯୭।ବେନି କର ଯୋଡ଼ି ପାଥ ପଦ୍ମପାଦେ ପଡ଼ିଅନେକ ତୁସ୍ତି ସେ ଯେ କରଇ ପୁରସରି ।୩୯୮।ଜୟ ଜୟ ହନୁମାନ ମହାରୁଦ୍ର ମୂର୍ତ୍ତିଜୟ ଜୟ ଭଗତମତ୍ସଳ ଦାଶରଥି ।୩୯୯ ।ଜୟ ତୁ ଶରଣ ଜନ ରକ୍ଷଣ ନାଥ ସାଧୁଜୟ କୃପାନିଧି କୃପା ଜଳ ସିନ୍ଧୁ ।୪୦୦।ଜୟ ଜୟ ଲଂକା ବିଧଂସକ ଦର୍ପଶଇଳଜୟ ଜୟ ତ୍ରେତା ଯୁଗର ମହାମଲ୍ଲ ।୪୦୧।ଜୟ ଜୟ ପରମ ମଙ୍ଗଳ ଯୋଗେଶ୍ୱରତୋହୋରେ ଲଂକାଗଡ଼ ଜୟେ କଲେ ରଘୁବୀର ।୪୦୨।ଜୟ ଜୟ ଶ୍ରୀରାମ ଭଗତ ଦୂର ଶ୍ରେଷ୍ଠତୋହୋର ଖଣ୍ଡନ ହେଲା ସୀତୟାଂକ କଷ୍ଟ ।୪୦୩।ଜୟ ଜୟ ପରମାନନ୍ଦ ଗଉତମ ନାତିଜୟ ଜୟ ଯମ ଅର୍ଗଳ ଭଞ୍ଜନ ମାରୁତି ।୪୦୪।ଜୟ ଜୟ କାଳାନ୍ତକ ଦନୁଜ ଦର୍ପ ନଷ୍ଟାଜୟ ଜୟ ଶ୍ରୀରାମ ଭଗତ ଜନ ଶ୍ରେଷ୍ଠା ।୪୦୫।ଜୟ ଜୟ ନାଥ ସେବକ ଜନମତ୍ସଳଜୟ ଜୟ କରୁଣାସାଗର ଗତିଭୋଳ ।୪୦୬।ଜୟ ଜୟ ବାଳୀ ସୁଗ୍ରୀବର ଭଣଞ୍ଜାଜୟ ଜୟ କାଳ କର୍ମ ଭଞ୍ଜା ।୪୦୭।ଜୟ ଜୟ ମାନବ ତୁ ମାନଗୋବିନ୍ଦଜୟ ଜୟ ଭୁବନ ଉତ୍ସବ ତୁ ପରମାନନ୍ଦ ।୪୦୮।ଜୟ ଜୟ ମହା ଯତି ମହା ପଣ୍ଡିତ ମହା ଯୋଧୀଜୟ ଜୟ ଗିରିବରେ ବନ୍ଧନ ବାରାନିଧି ।୪୦୯।ଶ୍ରୀହନୁମନ୍ତ ଚରଣେ ଶରଣ ମୋର ସେବାଶୂଦ୍ରମୁନି ସାରୋଳା ଦାସକୁ ପ୍ରସନ୍ନ ହୋଇବା ।୪୧୦।ଶ୍ରୀମଧ୍ୟପର୍ବେ ସୁଗନ୍ଧିକା ହରଣ କଥାଶୁଣନ୍ତେ ଧନ ପୁତ୍ର ପ୍ରାପତ ହୋୟେ ଯଥା ।୪୧୧।ଶ୍ରୀହନୁମନ୍ତ ପ୍ରସନ୍ନେ ଆରୋଗ୍ୟଶୀଳ ବଞ୍ଚିବନୁମନ୍ତ ପ୍ରସନ୍ନେ ମୁକତି ଗତି ଇଚ୍ଛା ।୪୧୨।ହନୁମନ୍ତ ବୋଇଲେ ପାଥ ତୁ ସୁମରିବୁ ଯେତେବେଳେକପିକେତନ ହୋଇ ରଥେ ଥିବି ସର୍ବକାଳେ ।୪୧୩।ପ୍ରସନ୍ନେ ନାରାୟଣ ସାରଥି ହୋଇବେ ଦେବରାଜେସାଂଗ୍ରାମେ ରଥ ଧ୍ୱଜେ କରିବି ମୁଂ ବିଜେ ।୪୧୪।ହନୁମନ୍ତ ଅର୍ଜୁନ ଚଳିଯାନ୍ତେ ପଥେପ୍ରବେଶ ହୋଇଲେ ଯାଇଂ ଅଭିନବ ପର୍ବତେ ।୪୧୫।ଦେଖିଲେ ନିଳେନ୍ଦୀ ସରୋବର ସ୍ଥଳୀବେନି ଯୂଣ ଆୟତନ କୋଶେକ ଉଗୁଳି ।୪୧୬।ଅନେକ କମଳ ତହିଂ ବିଘଂସିତ ସୁଗନ୍ଧିଅନେକ ଉଡ଼ଙ୍ଗ ଘେନି ଉଡ଼ଙ୍ଗେଶ୍ୱର ବନ୍ଦୀ ।୪୧୭।ସେ ବିଷ ଲହରୀ ଘାୟେ ହାନ୍ଦୋଳ ହୋୟେ ପାଣିକଜ୍ୱଳ କଳଂକ ପ୍ରାୟେ ପୂରି ଅଛନ୍ତି ନାଗେଣୀ ।୪୧୮।ହନୁମନ୍ତ ବୋଇଲା ବାବୁ ଶୁଣ ବୀର ପାଥେୟେ ବିଷ ଲହରୀରେ ତୁ ଝାସିବୁ କେମନ୍ତେ ।୪୧୯।ନାରାୟଣଂକ ରଙ୍ଗା ଅବତାର ସରୂପେକରନ୍ତି ବାଳକ୍ରୀଡ଼ା ମଥୁରା ପୁର ଗୋପେ ।୪୨୦।କଂସର ଆଗରେ ଯାଇ କହିଲେ ନାରଦଶ୍ରୀକୃଷ୍ଣଂକ ହାଥରେ ନିଚୟେ ତୋର ବଧ ।୪୨୧।କହ୍ନାଇ ନାମେଣ ଯେ ନନ୍ଦର ପୁତ୍ର ଗୋଟିଶ୍ରୀକୃଷ୍ଣ ଅବତାରେ ଅନାଦି ନାଥ ହେଟି ।୪୨୨।ନାରଦଂକ ବଚନେ ଦୃମିଲାର ବଳାଭାଳଇ ଅନୁବ୍ରତେ କୃଷ୍ଣର ଭୟ ଯେ ଲାଗିଲା ।୪୨୩।ବାଳ କାଳେ ପ୍ରଥମେ ପୋତନୀକି ଦିଲା ପେଷିକ୍ଷୀରପାନେ କେଶବ ତାକୁ ପକାଇଲେ ନାଶି ।୪୨୪।ଦୁଜେଣ ବିଧିଲେ ବୃକ୍ଷ ଯେ ଯାମଳାତିଜେଣ ଭାଞ୍ଜିଲେ ଶକଟା ମହାବଳା ।୪୨୫।ଷଣ୍ଢାସୁର ମାଇଲେ ବୃକ୍ଷ ଯେ ଯାମଳାଶୁଣିଣ କଂସ କେଶୀ ମନେ ବଡ଼ ତ୍ରାସି ।୪୨୬।ଉପାୟେ ରଞ୍ଚିଲା କଂସ ପ୍ରଳମ୍ୱାସୁର ବଚନେପଦ୍ମ ମଗାଇଲା ନନ୍ଦକୁ କଟୁ ବଚନେ ।୪୨୭।ରାଜାର ବଚନେ ସେ ଦେବ ବନମାଳୀକାହ୍ନୁ ସଂକ୍ରିଷେଣ ଗଲେ ପଦ୍ମ ପୁଷ୍ୟ ତୋଳି ।୪୨୮।କାଳିନ୍ଦୀ ଜଳରେ ଯାଇଂ ପ୍ରବେଶ ଚକ୍ରପାଣିନାଗବଳ ଘେନି ଥିଲା ତହିଂ କାଳି ଯେ ନାଗେଣୀ ।୪୨୯।ପଦ୍ମ ତୋଳନ୍ତେଣ ସେ କଟାଳିଲା କାଳପାଦେ ଦର୍ପ ତାର ମର୍ଦ୍ଦିଲେ ବନମାଳୀ ।୪୩୦।ଗରୁଡ଼ ବିଜେ କଲା ଦେଖି କାଳି ପଳାଇଲା ଡରେକେଶବରେ ଶରଣ ପଶିଲା ନିର୍ଭରେ ।୪୩୧।ପ୍ରସନ୍ନେ ବର ତାକୁ ଦିଲେ ଭଗବାନତୋଷେଣ ସ୍ୱାମୀ ତାର ଶିରେ ବସାଇଲେ ପଦ୍ମପାଦ ଚିହ୍ନ ।୪୩୨।ପ୍ରଳମ୍ୱିତ ହୋଇ କାଳି ଖଗେଶ୍ୱରେ ଦେଖିଶରଣପଞ୍ଜର ନାଥ ଦୋଷ ମୋର ଉପେକ୍ଷି ।୪୩୩।ଗରୁଡ଼ ବୋଲଇ ଯେବେ ନାରାୟଣ ଅନୁଗ୍ରହ କଲେ ତୁକୁପଳା ଯା କାଳି ତୁ ମୋର ଅଦୃଶ୍ୟ ସ୍ଥନକୁ ।୪୩୪।ଖଗେଶ୍ୱର ଭୟେଣ ପଳାଇ ଉଡ଼ଙ୍ଗନିଳେନ୍ଦୀ ସରୋବରେ ଆସି ପଶିଲା କାଳିନାଗ ।୪୩୫।ଅନେକ ନାଗବୃନ୍ଦ ଘେନି ପଶିଲା ସରୋବରେଗରୁଡ଼ ପଶି ନୁଆରଇ ୟେ ଭୁବନ ଭିତରେ ।୪୩୬।ଅର୍ଜୁନ ବୋଇଲେ ତହୁଂ ଶୁଣିମା ମାରୁତିକି ନିମନ୍ତେ ଗରୁଡ଼ ଯେ ନ ପଶଇ ୟେଥି ।୪୩୭।ହନୁମନ୍ତ ବୋଲେ ତହୁଂ ଶୁଣ ଧନୁର୍ଜୟବହୁତ କାଳର କଥା ଦୃଷ୍ଟାନ୍ତ ଉପାୟ ।୪୩୮।ବାବୁ ଅନୁସର ନାମେ ୟେକଇ ସତ୍ୟ ଯୁଗେଗରୁଡ଼ ନାଗନ୍ତ ମାଇଲା ମାତାର ବଇରାଗେ ।୪୩୯।ଗରୁଡ଼ ୟେ ପର୍ବତେ ଆସି ଦିନେକ ବିଶ୍ରମିକଚ୍ଛପ ଗୋଟିୟେ ଦେଖିଲେ ପକ୍ଷୀରାଜ ସ୍ୱାମୀ ।୪୪୦।ଆକ୍ରେଷି ଧଇଲେ ତାହା ଭକ୍ଷିବା ନିମନ୍ତେଥଣ୍ଟେଣ ଧରି ତାହା ଆଣଇ ବଇନେତ୍ରେ ।୪୪୧।କଚ୍ଛପକୁ ଭକ୍ଷ କରି କଶ୍ୟପର ବଳାଭୂମିର ମଧ୍ୟରେ ସେ ପକାଇଲା ଖୋଳା ।୪୪୨।ସନ୍ଧ୍ୟା କରୁଛନ୍ତି ବସି କଶ୍ୟପ ମହଋଷିତାହାଂକ ଉପରେ ଖୋଳା ପଡ଼ିଲାକ ଆସି ।୪୪୩।ଦେଖିଲେ କଶ୍ୟପ ଯେ କଚ୍ଛପର ପିଠିରାଗେଣ ଶାପ୍ୟ ଦିଲେ କଶ୍ୟପ ତପୋନିଷ୍ଠି ।୪୪୪।ଆମ୍ଭର ବାହାନ ୟେ ଅଟଇ କଚ୍ଛପୟେହାକୁ ଭକ୍ଷିଲେ ପିତାର ମାଂସ ଭକ୍ଷିଲା ସରି ପାପ ।୪୪୫।କେ ଅବା ପକାଇଲା ଆଣି ଆମ୍ଭର ଉପରେଆରବେଳେ ନ ପଶିବୁଂ ନିଳେନ୍ଦୀ ସରୋବରେ ।୪୪୬।ଆମ୍ଭର ବୋଲ ମେଣ୍ଟି ଯେବେ ସରୋବରେ ପଶୁଦହନ ହୋଇ ଶରୀର ହୋଉ ଧୂଳି ପାଉଂଶୁ ।୪୪୭।ରାଗେଣ ଶାପ ଦିଲେ କଶ୍ୟପ ମହଋଷିତେଣୁ କରି ଗରୁଡ଼ ନୁଆରଇ ୟେଥି ପଶି ।୪୪୮।ଶୁଣ ବାବୁ ଧନୁର୍ଜୟେ ପାର୍ଥିବ ସର୍ବସାଚୀତେଣୁ କରି ନିଚିନ୍ତେ କାଳିୟ ନାଗ ୟେଥେଂ ରହିଅଛି ।୪୪୯।ନାରାୟଣ ଅଙ୍ଗେ ଘାଉଡ଼ କଲା ଯେଉଣ ଉଡ଼ଙ୍ଗଜାଣିଣ ଅର୍ଜୁନ ୟେଥି ତୁ ହୁଅସି ସଂସର୍ଗ ।୪୫୦।ହନୁମନ୍ତ ବଚନ ଶୁଣିଣ ଫାଲଗୁନିସରୋବରେ ପଶିଲା ବୀର କରେ ଗଦା ଘେନି ।୪୫୧।ଅସିତ ମାରାଗ ଜିଣି ଦିଶେ ଦେହ ବର୍ଣ୍ଣବେନି ପାଦେ ବିରାଜଇ ତାର ପଦ୍ମ ଚିହ୍ନ ।୪୫୨।କମଳ ପତ୍ର ଉପରେ ଅର୍ଜୁନ ଯାଇଂ ଉଠିକିଳିକିଳା ନାଦେ ନାଗେ ଉଠିଲେ ଦେଖଇ କିରୀଟୀ ।୪୫୩।ତିନି ସାତ ପାଞ୍ଚ ଫେଣା ଶିରରେ ବିରାଜିଜୀମୂତ ପଟଳ ଯେହ୍ନେ ମିଥୁନେ ଗରଜି ।୪୫୪।ବିଶେଷେ ଜଳ ଯେ ଅଗାଦ ଗଭୀରକାଳି ନାଗୁଣୀର ସହସ୍ରେ ବୃନ୍ଦ ସନ୍ୟ ଗହନ ସରୋବର ।୪୫୫।ଦୁତୀକୃଷ୍ଣ ଅବତାର ସେ ବୀର ଧନୁର୍ଜୟେକାଳି ନାଗବଳ ଦେଖି ସେ କିଛି ନ କରଇ ଭୟେ ।୪୫୬।ତୋଳଇ କମଳ ସେ ପଦ୍ମପତ୍ରେ ଧୀରେ ଧୀରେ ଉଠିପିଟଇ ନାଗନ୍ତ ସେ କରେଣଧରି ଯଷ୍ଟି ।୪୫୭।ପିଟିଣ ନାଗବଳ ସେ କରଇ ମସିଗୁଣ୍ଡାନାଗୁଣୀ ବଳ ଦେଖିଣ ସେ ଦିଗୁଣ ପରଚଣ୍ଡା ।୪୫୮।ହୃଦରେ ଶୋଭାବନ ବିରାଜଇ ରତ୍ନମାଳାଜଗୁଜନ ମୋହନ ସେ ବାସବର ବଳା ।୪୫୯।ୟେକ ପ୍ରହରକେ ଅନେକ ନାଗ ଲୋଟିକଜ୍ୱଳ ବର୍ଣ୍ଣ ପାଣି ହୋଇଲା ରକତ ବୃଷ୍ଟି ।୪୬୦।ମହା ଭୀଷ୍ମରୂପ ଧରି ଧାଇଂଲେ ଅନେକ ନାଗଅର୍ଜୁନର ବିଘାତେ ନାଶଗଲେ ସକଳ ଉଡ଼ଙ୍ଗ ।୪୬୧।ବାମକରେ କମଳ ତୋଳଇ ଡାହାଣ କରେ ଯଷ୍ଟି ଘେନିଖର୍ବେକ ନାଗୁଣୀ ବଳ ମାଇଲା ଫାଲଗୁନି ।୪୬୨।ପଳାଇ ନାଗୁଣୀବଳ କହିଲେ କାଳୀକିତୋହୋର ଥାଆନ୍ତେ ଆମ୍ଭେ ହୋଇଲୁ ନିରିମାଖି ।୪୬୩।ପୁରୁଷେକ ପ୍ରବେଶ ହୋଇଲା ଅଦଭୁତେସୁଗନ୍ଧିକା ପୁଷ୍ୟ ତୋଳଇ ଆମ୍ଭର ଦେଖନ୍ତେ ।୪୬୪।କମଳ ପତ୍ରେଣ ସେ ବେନି ପାଦ ଦେଇକେତେକ ଉଶ୍ୱାସ ସେ ଜଳରେ ନ ବୁଡ଼ଇ ।୪୬୫।ଆକ୍ରେଷି ଘୋଟିଲୁ ଆମ୍ଭେ ଯେ ଯାହାର ଦର୍ପେତୋଟା ଭାଙ୍ଗନ୍ତେଣ ଆମ୍ଭେ ଧାଇଂଲୁ ସର୍ବ ସର୍ପେ ।୪୬୬।ଅକାଟ ଅତୁଟ ଅଫୁଟ ଅଟଇ ତାହାର କାୟେନୋହଇ ମାନବ ସେ କେବଣ ଦେବତାୟେ ।୪୬୭।ତୋହୋର ନାମ କହନ୍ତେ ତ୍ରାସନ୍ତି ଦିଗପାଳେୟେଡ଼େ ବଡ଼ମଧୁବନ ତୋଟା ଗୋଟା ଧ୍ୱଂସ ଗଲା ୟେତେ କାଳେ ।୪୬୮।ପୁଷ୍ୟବନ ବିନାଶ ବାରତା ଯହୁଂ ଶୁଣିଆପଣେ ବିଜେ କଲା କାଳୀ ନାଗ ପୁଣି ।୪୬୯।ମନ୍ଦର ତୁଲ୍ୟ ଜାଣି ତାର ଶିରରେ ସପତ ଫେଣାଗର୍ଜନ ଘୋରନାଦ ନ ଯାଇ କଳନା ।୪୭୦।ଜଳଭୁବନେ ଥାଇ କାଳୀ ଆକାଶକଇ ଘୋଟିହନୁମନ୍ତ ବୋଇଲା ବାବୁ ସମ୍ଭାଳ କିରୀଟୀ ।୪୭୧।କାଳୀର ଭୀଷ୍ମରୂପ ଦେଖିଣ ଫାଲଗୁନିକୋପେଣ ବିନ୍ଧିଲା ପାଥ ଦିବ୍ୟ ସହସ୍ରନ୍ତ ଘେନି ।୪୭୨।ତୁଣ୍ଡ ବିସ୍ତାର ସେ ଯେ କରିଅଛି କାଳୀଭୟେଣ କଳଂକ ଯେହ୍ନେ ଦିଶଇ ଅଶୁଂମାଳୀ ।୪୭୩।ଅର୍ଜୁନ ବିନ୍ଧିଲା ଯେ ସପ୍ତ ଲକ୍ଷ କାଣ୍ଡସମସ୍ତ ପଶିଲା ଯାଇ କାଳିୟ ନାଗର ତୁଣ୍ଡ ।୪୭୪।ଶର ସନ୍ଧାନ ସେ ଯେ କରଇ ଧନୁର୍ଜୟେନାଗୁଣୀର ଗର୍ଭେ ପଂଡ଼ି ସମସ୍ତ ଯାଇ କ୍ଷୟେ ।୪୭୫।ପର୍ବତା ଶରେକ ଯେ ବିନ୍ଧିଲା ବୀରମଣିହେଳେ ଭକ୍ଷଣ ତାହା କରଇ ନାଗୁଣୀ ।୪୭୬।ଅଗ୍ନିଶର ପୁଣି ଯେ ବିନ୍ଧିଲା ଫାଲଗୁନନାଗୁଣୀ ଗର୍ଭଗତେ ପଡ଼ି ହୋଇଲା ନାଶପାନ ।୪୭୭।ଖାଣ୍ଡବ ବନ ଦହନ କାଳେ ଅଗ୍ନିଦେବତା ଦିଲେ ଯେବଣ ମଉଷଧିତାହା ଆଧାନା କଲା ସାଂଗ୍ରାମେ ପାଥ ଜମ୍ଭଭେଦୀ ।୪୭୮।ମନଭେଦୀ ଶରେ ସେହି ଅଉଷଧ ଆଚ୍ଛାଦିକୋପେଣ ଅରଜୁନ ତାହା ଅନୁସରି ବିନ୍ଧି ।୪୭୯।ଅଉଷଧିର ଶର ଯେ ପଡ଼ିଲା ଯାଇଁ ଘୋଟିସର୍ପ ମୃଧୁନି କି, ତହିଂରେ ଯାଉଅଛି ଫାଟି ।୪୮୦।ମଉଷଧି ଗନ୍ଧ ଲାଗି ଭାଜିଲା ସର୍ବ ସର୍ପଂକର ଦର୍ପଜଳ ଭୁବନ ତେଜି ପଳାଇଲେ ସର୍ବ ସର୍ପ ।୪୮୧।ପଡ଼ିଲା ଶର ସେ କାଳୀର ଭାଲପଟ ଉପରମର୍ଦ୍ଦିଲାକ ଫେରୁ ସେ ଯେ ଉଡ଼ଙ୍ଗ ଶିଖର ।୪୮୨।ଫେରୁ ମର୍ଦ୍ଦନ ଯହୁଂ ହୋଇଲାକ କାଳୀସରୋବରେ ତେଜ୍ୟା କରି କନ୍ଦରେ ପଶଇ ଗଳି ।୪୮୩।ସର୍ପବଳ ଧ୍ୱଂସଇ ସେ ବାସବର ଶିଷିଗୋଡ଼ାଇ ଗରୁଡ଼ା ଶର ଅର୍ଜୁନ ତହିଂ ପେଷି ।୪୮୪।ଗରୁଡ଼ ତେଜ ଯହୁଂ ଘୋଟିଲା ମହୀସ୍ଥଳୀଅବିଚ୍ଛନ୍ନେ ଗର୍ଜିଣ ନାଗନ୍ତ ଧରି ଗିଳି ।୪୮୫।ବହୁତ ନାଗବଳ ବିନ୍ଧଇ ବୀର ଧନୁର୍ଜୟେଉଡ଼ଙ୍ଗ ବଳ ଧ୍ୱଂସିଲା ବାସବ ତନୟେ ।୪୮୬।ମଉଷଧି ଶରେ ଅସାଷ୍ଟମ ହୋଇଲାକ କାଳୀବଇଷ୍ଣବ ଚକ୍ର ପାଥ ମାଇଲାକ ତୋଳି ।୪୮୭।ଚକ୍ର ବିଘାତେ କାଳୀ ବେନିଖଣ୍ଡ ହୋଇ ଛିଡ଼ିସଂସାର ନାଶେନୀ ତହୁଂ ସେ ପଡ଼ିଲା ଭୂମି ମାଡ଼ି ।୪୮୮।ନାଗବଳ ନାଶଗଲା ତହିଂ ଯେତେବେଳେଅର୍ଜୁନକୁ ହନୁମନ୍ତ ଧଇଲାକ କୋଳେ ।୪୮୯।ସାଧୁ ସାଧୁ ଅର୍ଜୁନ ହୋ ମହିମା ତୋର ଧନିସାଧୁ ମହିମା ତୋତେ ଜାତ କଲା ଯେବଣ ଜନନୀ ।୪୯୦।ସାଧୁ ସାଧୁ ଅର୍ଜୁନ ତୋହୋର ପିତା ମାତାସାଧୁ ସାଧୁ ଅର୍ଜୁନ ତୋର ଇଷ୍ଟଗୁରୁ ଦେବତା ।୪୯୧।ସାଧୁ ସାଧୁ ଅର୍ଜୁନ ତୁ ଭାରୋଇମଲ୍ଲ ପାଥସାଧୁ କ୍ଷେଣେ ପ୍ରସନ୍ନ ତୋତେ ହୋଇଲେ ଜଗନ୍ନାଥ ।୪୯୨।ସାଧୁ ସାଧୁ ସୋମବଂଶ କୁଳେ ତୁ ଜନମିସାଧୁ ତୋହୋର ପ୍ରତଗ୍ୟାଂ ମହିମା ଉତ୍ତମି ।୪୯୩।ବହୁତ ସାଧୁ ସାଧୁ କଲାକ ପାବେନିକୃଷ୍ଣ ଅବତାର ତୁହି ପ୍ରତକ୍ଷେ ଫାଲଗୁନି ।୪୯୪।ହନୁମନ୍ତ ସମାର୍ଜନା ସେ ବାସବର ବାଳେବିଜୟେ ଧନୁର୍ଜୟେ ନିର୍ମଳ ନିଳେନ୍ଦୀର ଦଳେ ।୪୯୫।ସୁଗନ୍ଧିକା ପୁଷ୍ୟ ପାଥ ତୋଳଇ ବହୁତସେ ସରୋବରେ ଅଛି କପାଳେଶ୍ୱର ଦକ୍ଷ ଦଇତ ।୪୯୬।ଯୋଜନେକ ବିସ୍ତାର ସେ ଦଇତର ପାଟିଦନ୍ତମାନ ତାର ଯେ ଲଙ୍ଗଳର କଣ୍ଟି ।୪୯୭।ଜଳର ଭିତରେ ସେ ସର୍ବଦା ଥାଇ ରହିଜଳରେ ଯେହୁ ପଶଇ ତାହାକୁ ଭକ୍ଷଇ ।୪୯୮।ତୋଟା ବିଧ୍ୱଂସନ୍ତେ ଖେଚର ରୂପ ହୋଇଅର୍ଜୁନ ବେନି ଚରଣ ଧଇଲା ନିଠିଆଇ ।୪୯୯।କୋପେଣ ଆକ୍ରେଷି ସେ ଦଇତ ମହାବଳୀଅର୍ଜୁନ ବେନି ଚରଣ ଦିଲା ହାଦେ ଗିଳି ।୫୦୦।କଟିଭାଗ ପରିଯନ୍ତେ ଗିଳିଲାକ ଦକ୍ଷଅର୍ଜୁନ ହାକ ଦିଅଇ ସ୍ୱାମୀ ହନୁମାନ ମୋତେ ରଖ ।୫୦୧।କାଳୀନାଗର ଦର୍ପ ଧ୍ୱଂସିଲି ବାହୁବଳେକଟି ଧରି କେହୁ ମୋତେ ବୁଡ଼ାଉଅଛି ଜଳେ ।୫୦୨।ନଖ ମୁଖ ନାସିକା ଚରଣ ନ ଦିଶଇ କିଛିଶୂନ୍ୟ ଦେବତା ପ୍ରାୟେ ମୋତେ ଚରଣଆଡୁ ଗିଳୁଅଛି ।୫୦୩।ଅର୍ଜୁନ ମୁଖରୁ ନିଷ୍ଠୁର ବଚନ ଶୁଣିଧାତିକାରେ ମାରୁତି ପଡ଼ିଲା ଡେଇଂ ପାଣି ।୫୦୪।ଅର୍ଜୁନକୁ ଆକ୍ରେଷି ଧଇଲା ବାମ କରେଭୟେଣ ଛାଡ଼ି ଦିଲା ସେ ଦକ୍ଷ ଅସୁରେ ।୫୦୫।ହନୁମାନ ବୋଇଲେ ବାବୁ ଶୁଣରେ କିରୀଟୀମୋହୋର କତିକି ବାବୁ ଚାହାନି ଲେଉଟି ।୫୦୬।ହନୁମାନ ବଚନେ ଚାହିଂଲା ବାସବର ବଚ୍ଛାଦେଖିଣ ଦୁରାନ୍ତେକ ପଡ଼ିଗଲା ମୂର୍ଚ୍ଛା ।୫୦୭।ଅର୍ଜୁନ ବୋଇଲା ସ୍ୱାମୀ ଶୁଣିମା ପାବେନିକେବଣ ଚରିତ ୟେହା ମୁଂ ନୁଆରିଲି ଚିହ୍ନି ।୫୦୮।ବଡ଼ାଇ ଅସଂଖ୍ୟ ଅଗୋଚର ଅସମ୍ଭବ କଥା ମାୟାକିସ ଘେନି ଗଳିଲା ସେ ମୋତେ ନ ଦିଶଇ କାୟା ।୫୦୯।ହନୁମନ୍ତ ବୋଇଲା ଶୁଣ ହୋ ମହାରଥାତ୍ରେତୟା ଯୁଗର ଯେ ବହୁତ କାଳର ୟେ କଥା ।୫୧୦।ଶ୍ରୀରାମ ଲକ୍ଷ୍ମଣ ଯେ ଭରତ ଶତ୍ରୁଘନଦଶରଥ ରାଜାଂକର ଉପୁଜିଲେ ଯେ ଚାରି ନନ୍ଦନ ।୫୧୧।ପିତା ସତ୍ୟ ନିମନ୍ତେ ରାମ ଗଲେ ବନବାସଲକ୍ଷ୍ମଣ ଜାନକୀ ଗୋଡ଼ାଇ ଗଲେ ତାଂକ ପାଶ ।୫୧୨।ଶ୍ରୀରାମଂକ ଘରଣୀକି ହରିନେଲା ଲଂକାଧି ମନ୍ଦ ବୁଦ୍ଧିହରିବଳ ଘେନି ରାମ ବାନ୍ଧିଲେ ବାରାନିଧି ।୫୧୩।ରାମ ରାବଣର ହୋଇଲା ବହୁତ ସାଂଗ୍ରାମଅନେକ ଅସୁରବଳ ବଧ କଲେକ ଶ୍ରୀରାମ ।୫୧୪।କୁମ୍ଭକର୍ଣ୍ଣ ବୋଲିଣ ଯେ ବିଶ୍ରବାର ତନୁଜରାବଣ ଦନୁଜର ସେ ଅଟଇ ଅନୁଜ ।୫୧୫।ଦନୁଜ ବଳ ପଡନ୍ତେ କୁମ୍ଭକର୍ଣ୍ଣ ମହାବୀରସାଂଗ୍ରାମେ ପ୍ରବେଶ ଆସି ହୋଇଲା ଅସୁର ।୫୧୬।ବଡ଼ାଇ ଦୁରାନ୍ତେକ କପିନ୍ତ ଧରି ଗିଳିନାସିକା କର୍ଣ୍ଣବାଟେ ବାହାର ହୋନ୍ତି ଉଗୁଳି ।୫୧୭।ଦୁଧିମୁଖ ଗନ୍ଧମାର୍ଦନ ପନସ ନଳ ନୀଳସଉରି ସମ୍ପାତି ଆଦି ଆବର ସୁଗ୍ରୀବର ।୫୧୮।ଅନେକ ଗିରିବର ନେଇ ଉପରେ କଲେକ ପ୍ରହାରଶରୀରେ ପଡ଼ି ତାହାର ହୋଇଲା ଶତେ ଚୂର ।୫୧୯।କେବେହେଂ ବଧ ଯହୁଂ ନୋହିଲା ଦେବଂକ ଅଇରିଆଗେ ଉଭା ହୋଇଲେ ଶ୍ରୀରାମ କୋଦଣ୍ଡ କାଣ୍ଡ ଧରି ।୫୨୦।ବେନିଭୁଜେ ଦରାଣ୍ଡି ଗିଳଇ ବାନରନ୍ତକତୁରୀ ନାରାଜ ପେଷି ରାମ ତାର ଛେଦିଲେ ବେନି ହାଥ ।୫୨୧।ଭୁଜ ଛିଡ଼ନ୍ତେଣ ଅସୁର ଯେ ଦିଗୁଣ ପରଚଣ୍ଡାଡାଳ ଛିଡ଼ନ୍ତେ ଯେସନେକେ ବୃକ୍ଷ ଦିଶଇ ମୁଣ୍ଡା ।୫୨୨।ପର୍ବତ ପ୍ରାୟେ କୋପେଣ ତୁଣ୍ଡ ଯେ ବିସ୍ତାରିଆକ୍ରେଷିଣ ଗିଳଇ ସମସ୍ତ ଋକ୍ଷ ହରି ।୫୨୩।ଶ୍ରୀରାମ ନାରାଜ ଯେ ପେଷିଲେ ପରଚଣ୍ଡସହସ୍ର ବିଘାତେ ଯେ ଛିଡ଼ିଲା ତାର ମୁଣ୍ଡ ।୫୨୪।ସେତୁବନ୍ଧ ଉପରେ ଯାଇଂ ପଡ଼ିଲା ତାର କାୟେଉଚ୍ଛର୍ଗ ଦିଶିଲା ସେ ଦୁତୀ ବନ୍ଧ ପ୍ରାୟେ ।୫୨୫।ଛିଡ଼ିଲା ମୁଣ୍ଡ ପୁଣ ଗିଳଇ ହରିବଳପୁଣିହିଂ ଶ୍ରୀରାମ ତାର ମୁଣ୍ଡ କଲେ ବେନି ଫାଳ ।୫୨୬।ତଳ ପାଟି ଖଣ୍ଡ ଯେ ସମୋଦ୍ରେ ପଡ଼ିଲା ଯାଇଂଉପର କପାଳୀ ଖଣ୍ଡ ପଡୁଅଛି ଡେଇଂ ।୫୨୭।ଯେବଣ ଠାବରେ ଯେ ପଡ଼ଇ କପାଳୀସହସ୍ରେକ କପି ତହିଂ ହୋଇଯାନ୍ତି ଧୂଳି ।୫୨୮।ଦୁସହ ପ୍ରତଗ୍ୟାଂ ଦେଖିଣ ତହିଂ ରଘୁନନ୍ଦନଶ୍ରୀରାମ ଚାହିଂଲେ ଯେ ବିଭୀଷଣର ବଦନ ।୫୨୯।ମନ୍ତ୍ରୀବର ବୋଇଲା ଦେବ ଶୁଣିମା ରଘୁପତିବ୍ରହ୍ମାକଇ ତପେଣ ଦେବ ଦତ୍ୟ କଲା ସ୍ତୁତି ।୫୩୦।ତିନି ଅହିବ୍ରତ ବରଷ ପରିଯନ୍ତେମହା ତପେ ମନାଇଲା ୟେ ବିରଞ୍ଚି ଦଇବତେ ।୫୩୧।କଷ୍ଠୋର ତପ ଦେଖି ବିଜୟ କଲେକ ବିରଞ୍ଚିବର ମାଗ କୁମ୍ଭକର୍ଣ୍ଣ ଯେ ତୋର ମନେ ବାଞ୍ଚି ।୫୩୨।କରପତ୍ର ଯୋଡ଼ିଣ ବୋଲଇ କୁମ୍ଭକର୍ଣ୍ଣବୋଲଇ ଭୁଞ୍ଜିବି ନିଦ୍ରା ଯିବି ନ ଜାଣିବି ଆନ ।୫୩୩।ଯେ ଅବା ମାରି ମୋତେ ଲୋଡ଼ିବ ସମରେଶତ୍ରୁ ପିଠି ଦେଖିଲେ ଛାଡ଼ିବି ଶରୀରେ ।୫୩୪।ବିଭୀଷଣ ବୋଇଲେ ଦେବ ପୂର୍ବର ବର ହେଟିଧନୁ ଧରି ସମରେଣ ଦେବ କରିବାକ ପିଠି ।୫୩୫।କାର୍ଯେଣ ପିଠି କଲେ ନାହିଂ ଦେବ ଦୋଷଯେଉଣିସି ବାଗେ ଦେବ ଶତ୍ରୁ କରିବାକ ନାଶ ।୫୩୬।ଅନେକ ନାରାଜ ରାମ ଶ୍ରୀକରେ ବିନ୍ଧିଲେକେବେହେଂ ରାକ୍ଷସକୁ ପିଠି ସେ ନ କଲେ ।୫୩୭।ବିଭୀଷଣ ଉପାୟେକ କଲାକ ବିଚାରିଲକ୍ଷଣ ଠାକୁରଂକୁ ଆଣିଲା ପୁରସରି ।୫୩୮।ଶ୍ରୀରାମ ଲକ୍ଷଣକୁ ଶର ମାଗିଲେ ଲେଉଟିସମରେଣ ଦତ୍ୟ ବୀର ଦେଖିଲାକ ଶ୍ରୀରାମଂକ ପିଠି ।୫୩୯।ଗର୍ଜନ ନାଦ କରି ଆକାଶେ ଅଇଲାକ ଉଡ଼ିୟେ ମଧୁ ବନରେ ଆସି କପାଳ ତାର ପଡ଼ି ।୫୪୦।ଅଞ୍ଜନାର ନନ୍ଦନ କହଇ ପ୍ରତିପାଳିବାବୁ ଅର୍ଜୁନ ୟେ କୁମ୍ଭକର୍ଣ୍ଣର କପାଳୀ ।୫୪୧।ପଞ୍ଚୁକୋଶ ଅଟଇ ୟେଥିର ଆୟତନପଞ୍ଚତାଳ ଗଭୀର ୟେ ଅଟଇ ବିଦ୍ୟମାନ ।୫୪୨।କପାଳେଶ୍ୱର ବୋଲି ଯେ ଅଟଇ ସରୋବରସୁଗନ୍ଧିକା ପୁଷ୍ୟ ଫୁଟଇ ୟେଥିର ଭିତର ।୫୪୩।ବାବୁ କାଳେ ନିରୋଧିଲା କୁମ୍ଭକର୍ଣ୍ଣର ଆତମାଶତ୍ରୁ ପିଠି ଦେଖିଲେ ସେ କ୍ଷୟ ଯାଇ ମହାତମା ।୫୪୪।ତ୍ରେତୟାୟେ ଦେଖିଲା ସେ ଶ୍ରୀରାମଂକ ପିଠିୟେବେ ତୋହର ପିଠି ଦେଖିଲା କିରୀଟୀ ।୫୪୫।ମୋତେ ଦେଖିଲେ ଅସୁରେ ଯାଆନ୍ତିନି କ୍ଷୟେତେଣୁ ସେ ବିରୋଧ ତୋତେ କଲାକ ଧନୁର୍ଜୟେ ।୫୪୬।ହନମନ୍ତର ବଚନେ ସାନନ୍ଦ ଫାଲଗୁନିମାରୁତି ଚରଣେ ପାଥ କରଇ ଦଇନି ।୫୪୭।ସୁଗନ୍ଧିକା ପୁଷ୍ୟ ଘେନିଣ ସର୍ବସାଚୀବେନି ଲକ୍ଷ କୁସୁମ ଯେ ଅମଳାଣ କରି ବାଛି ।୫୪୮।ବଇନେତ୍ର ସୁମରଣା କଲେକ ଅର୍ଜୁନପକ୍ଷୀରାଜ ସ୍ୱାମୀ ଆସି ମିଳିଲେ ବହନ ।୫୪୯।ଦେଖଇ ନାଗବଳ ଉପୁଚିଆଉଛି ଜଳେମନେ ବିଚାରି କଲେ ସେ କଶ୍ୟପ ଋଷି ବାଳେ ।୫୫୦।ନାରାୟଣ ଶରଣୁଂ ସମୟେ ୟେହାନ୍ତ କଲେ ରକ୍ଷାଚକ୍ର ଚିହ୍ନ ଦେଖି ମୁଂ କଲଇଂ ଉପେକ୍ଷା ।୫୫୧।ମୋହୋର ଅଦୃଶ୍ୟେ ଥିଲେ ୟେଥି ଲୁଚିତୋହୋର ମୁଖେ ୟେବେ ପଡ଼ିଲେ ସର୍ବସାଚୀ ।୫୫୨।ସୁଗନ୍ଧିକା ପୁଷ୍ୟମାନ ପୂରୋଇ ଗରୁଡ଼ ପିଠିଆପଣେ ବିଜେ ତହିଂ କଲେକ କିରୀଟୀ ।୫୫୩।ହନମନ୍ତ ଚରଣେ ଅର୍ଜୁନ ପରିଣାମିଅନୁଗ୍ରହ ନାଥ ମୋତେ ଆଗ୍ୟାଂ ଦେବା ସ୍ୱାମୀ ।୫୫୪।ହନୁମନ୍ତ ସୁମରଣା କରଇ ଶ୍ରୀ ଦଧିବାବନଶୁଭ ଯୋଗେ ଗବନ ତୁ କର ହୋ ଅରଜୁନ ।୫୫୫।ଆଗ୍ୟାଂ ପରମାଣେ ସେ ଚଳଇ ଧନୁର୍ଜୟେଆକାଶେ ଗବନ କରଇ ବଇନେତ୍ରେ ବାସବ ତନୟେ ।୫୫୬।କୁଶସ୍ଥଳୀ ଦ୍ୱାରିକା ଯେ କ୍ଷୀରୋଦ୍ରସାହୀଜଗତୀରେ ବିଜେ କରିଅଛନ୍ତି ଦେବ ଅର୍ଜୁନକଇ ବାଟ ଚାହିଂ ।୫୫୭।ଦେବଋଷି ବ୍ରହ୍ମଋଷି ରାଜଋଷିମାନେବିଜୟେ ସମ୍ଭରେ ଦ୍ୱାରିକା ଭୁବନେ ।୫୫୮।ୟେମନ୍ତର ସମୟେ ଯେ ବାସବର ବଳାସୁଗନ୍ଧିକା ପୁଷ୍ୟ ଘେନି ଅର୍ଜୁନ ବିଜେ କଲା ।୫୫୯।ଖଗେଶ୍ୱର ପିଠିରୁ ଉତୁରିଲା ଫାଲଗୁନିରାମକୃଷ୍ଣ ଚରଣରେ ପାଥ କରଇ ଦଇନି ।୫୬୦।ବିଳମ୍ୱ ଦେଖିକରି ବାରତ ପଚାରନ୍ତି ଅଚ୍ୟୁତକହଇ ଯେ ଫାଲଗୁନି ସକଳ ବୃତ୍ତାନ୍ତ ।୫୬୧।ଶୁଣିଣ ହରଷ ସେ ଦେବ ମଧୁରିପୁତୁ ସେ ଭାଞ୍ଜିଲୁ ବାବୁ କାଳିୟ ନାଗର ବପୁ ।୫୬୨।ଦେଖିଲେ ସେ ସୁଗନ୍ଧ ସୁସଞ୍ଚ ପୁଷ୍ୟମାନବାଳଅର୍କ ପ୍ରାୟେ ସେ ଦିଶନ୍ତି ତେଜୋଦ୍ୟାନ ।୫୬୩।ଅମଳାନ ପୁଷ୍ୟ ସେ ଅଟଇ ଯୁଗତେସୁଗନ୍ଧ ଆମୋଦଇ ପଞ୍ଚୁକୋଶ ପରିଯନ୍ତେ ।୫୬୪।ପୁଷ୍ୟନ୍ତ ଘେନି ଦେବ ବିଜୟେ ରାମକୃଷ୍ଣଋଷିମାନେ କଲ୍ୟାଣ କରନ୍ତି ଅରଜୁନ ।୪୬୫।ଧନ୍ୟ ଧନ୍ୟ ଅରଜୁନ ହୋ ତୋହୋର ମହିମାୟେ ସକଳ ସଂସାରେ ତୁ ରୁହାଇଲୁ ସୀମା ।୫୬୬।କାଳୀନାଗର ଦର୍ପ ଧଂସିଲୁ ବାହୁବଳେତୋହୋର ମହିମା ଯେ ଆମ୍ଭେ ଦେଖିଲୁ ବେନି ଡୋଳେ ।୫୬୭।ଅନେକ ପ୍ରଶଂସା ଶୁଭଇ ଅର୍ଜୁନକୁ ଦ୍ୱାରିକାସର୍ବ ଭୂବି ଜିଣିମାକୁ ନାରାୟଣ ତୋର ସଖା ।୫୬୮।ଅନେକ ସମ୍ଭର୍ବେ ସେ ପ୍ରତିଷ୍ଠା କଲେ ଓଷାଦେବକୀ ଯଶୋଦାଂକର ତହିଂ ଯେ ପୂରିଲା ମନୀଷା ।୫୬୯।ଅନେକ ଦାନ ଦିଲେ ଉତ୍ସବ ବଧାଇଅଷ୍ଟରତ୍ନେ ଖଞ୍ଜିତ କଲେ ଲକ୍ଷେକ ଧେନୁ ଗାଈ ।୫୭୦।ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁସୋହୋଦ୍ରାଂକୁ ଘେନି ବିଜେ ବାସବର ତନୁ ।୫୭୧।ବହୁତ ଅକ୍ଷତ ଦିଲେ ଦେବ ଜଗନ୍ନାଥେଅର୍ଜୁନେ ଘେନି ଦେବ ବିଜୟେ ନନ୍ଦିଘୋଷ ରଥେ ।୫୭୨।ଦାରୁକ ସାରଥି ଯେ ରଥ ବାହୁଅଛିହସ୍ତିନା ଭୁବନେ ଯାଇ ବିଜୟେ ଶ୍ରୀକୃଷ୍ଣ ସର୍ବସାଚୀ ।୫୭୩।ରଥକୁ ଓହ୍ଲାଇଣ ଶ୍ରୀକୃଷ୍ଣ ଧନୁର୍ଜୟେପ୍ରଳମ୍ୱ କଲେ ଯାଇ ଯୁଝେଷ୍ଠିଂକ ପଦ୍ମ ପାୟେ ।୫୭୪।ସମ୍ଭରେବ ଆସ୍ଥାନେ ବିଜୟେ ରାଜା ମାନଗୋବିନ୍ଦତହିଂ ଯାଇଂ ଅର୍ଜୁମ ବିଜୟେ ପରମ ସାନନ୍ଦ ।୫୭୫।ବିଦୁରେ ପୁଚ୍ଛା କଲେ ତୁମ୍ଭେ ଶୁଣିମା ଜଗନ୍ନାଥେସ୍ୱାମୀ ସୁଗନ୍ଧିକା ପୁଷ୍ୟ ଆଣିଗଲେ ବୀର ପାଥେ ।୫୭୬।କେବଣ କୃତ୍ୟ ତହିଂ କଲେକ ଧନୁର୍ଜୟେୟେଥିର ବାରତ ମୋତେ କହିବା ସଂଦେହେ ।୫୭୭।ସଭାୟେଣ ବାରତା କହନ୍ତି ଦେବ ହରିହନୁମନ୍ତକଇ ପାଥ ଭେଟିଲା ଖିନିଖିନା ନାମେ ପୁରୀ ।୫୭୮।ସରୋବରେ ପଶି ତୋଳନ୍ତେ ସେ ସୁଗନ୍ଧିହନୁମନ୍ତର ତୁଲେ ହୋଇଲାକ ବିବାଦୀ ।୫୭୯।ପ୍ରତଗ୍ୟାଂ କଲା ସେ ପବନର ସୁତବୋଇଲା ବାରାନିଧି ଆମ୍ଭେ ବାନ୍ଧିଲୁ ବନ୍ଧ ସେତ ।୫୮୦।ଅନେକ ଦୁର୍ଗମ ଗିରି ମୁଂ ଆଣିଲି ଉପାଡ଼ିସପତ ଦିବସ ମଧ୍ୟେ ସେତୁବନ୍ଧ ପାଡ଼ି ।୫୮୧।ପ୍ରତଗ୍ୟାଂ ସାର୍ଥୁକ ବୋଇଲା ଅର୍ଜୁନନିମିଷକେ ବନ୍ଧ ବାନ୍ଧିବି ଲଂକା ଯେ ଭୁବନ ।୫୮୨।ହନୁମନ୍ତ ବୋଇଲା ବାନ୍ଧୁ କିନା ଦେଖିନୋହିଲେ ନାଶଗଲୁ କେ ଆଜ ତୋତେ ରଖି ।୫୮୩।ବିନ୍ଧିଲା ବାସବି ସମୋଦ୍ରକୁ ବାଣେ କାଢ଼ିୟେକା ନିମିଷକେ ସମୋଦ୍ରକୁ ବନ୍ଧ ପାଡ଼ି ।୫୮୪।ଶରେ ସାଗରେ ବନ୍ଧ ବାନ୍ଧିଲା ତଡ଼ତିଶତେ ପଞ୍ଚବିଂଶ ଯୋଜନା ଲମ୍ୱ ବତିଶ ଯୋଜନ ପ୍ରତି ।୫୮୫।ଦ୍ୱାଦଶ ଯୋଜନ ବନ୍ଧ ହୋଇଲା ଉଚ୍ଛର୍ଗବାରାନିଧି ଗର୍ଭରେ ଦିଶିଲା ଦୁତୀସର୍ଗ ।୫୮୬।ହନୁ ପ୍ରଶଂସଇ ସାଧୁ ସାଧୁ ହୋ କିରୀଟୀତୋର ବନ୍ଧ ଉପରେ ମୁଂ ଧୂମ ଦେବି ଉଠି ।୫୮୭।ୟେତେ ବୋଲି ହନୁମାନ ମହାଭୀଷ୍ମ ରୂପେଶରବନ୍ଧ ଉପରେ ଉଠିଲା ଗରୁତାପେ ।୫୮୮।ଭୀଷ୍ମରୂପ ପ୍ରକାଶିଲା ଅଞ୍ଜନାର ବଳାଯେସନକେ ଚାପିଲେ ଜଳେ ନ ବୁଡ଼ଇ ସୋଲ ଭେଳା ।୫୮୯।ଅନେକ ପ୍ରଶଂସା ତହୁଂ କଲା ହନୁମନ୍ତତୋଷେ ନାମ ଦିଲେ ଅର୍ଜୁନକୁ ସେତୁବାହ ପାଥ ।୫୯୦।ନିଳେନ୍ଦୀ ସରୋବରେ ପଶିଥିଲା କାଳୀସୁଗନ୍ଧିକା ପୁଷ୍ୟ ତୋଳି କାଳିୟ ଦର୍ପ ଦଳି ।୫୯୧।ଅନନ୍ତ ମୂରତି କାଳିୟ ନାଗ ବଳ ଦର୍ପ ଧଂସିଲଂକା ଦତ୍ୟ ବିଦାରିଲା ସେ କପାଳୀ ସରୋବରେ ପଶି ।୫୯୨।ବହୁତ ପ୍ରତଗ୍ୟାଂ କରି ହରି କହିଲେ ସଭାୟେଶୁଣନ୍ତି କଉରୋବେ ସେ ବିଧିର ଜନ ପ୍ରାୟେ ।୫୯୩।କହନ୍ତେ ସାନନ୍ଦ ଭୀଷ୍ମ ଦ୍ରୋଣ ବିଦୁରେକଉରୋବେ ଉପହାସ୍ୟ କରନ୍ତି ବଚନରେ ।୫୯୪।ୟେସନେକ ସମୟେ ସେ ଗାନ୍ଧାରୀର ତନୁଉଠିଣ ମାନଗୋବିନ୍ଦ ଚଳଇ ଆସ୍ତାନୁ ।୫୯୫।ବିଜୟେ କଉରୋବେ ନିଜ ନିଜ ଭୁବନେଯୁଝେଷ୍ଠିଂକି କହି ଦ୍ୱାରିକାକୁ ବିଜେ କଲେ ଶ୍ରୀଜଗମୋହନେ ।୫୯୬।ଯେହ୍ନେ ସେ ଗ୍ରନ୍ଥ ସୁହିଧାନ ଆଦିଗିରିଜା ପ୍ରସନ୍ନେଣ ତାହା ଶାହାସ୍ରେ ସମ୍ପାଦି ।୫୯୭।ଅନୁଗ୍ରହେ ଭବାନୀ ପ୍ରତକ୍ଷେ ସାଧବୀସ୍ୱୟେଂ ଆଗ୍ୟାଂ ମୋତେ ଦିଲେକ ମହାଦେବୀ ।୫୯୮।ମାନବେ ଦୃଶ୍ୟ କାହିଂ ଅଦୃଷ୍ଟି ଅଶ୍ରୁତିପ୍ରାପତେ ପାଇଲି ମୁଂ ଅଭୟେ ସରସ୍ୱତୀ ଭେଟି ।୫୯୯।କଳିକାଳ ଧ୍ୱସିଂନୀଦେବୀ ସର୍ବ ମଙ୍ଗଳେତଥ୍ୟ ପାଇଲି ମୁଂ ସେ ଦେବୀର ବୁଦ୍ଧିବଳେ ।୬୦୦।ମନ ବଚନ କର୍ତ୍ତବ୍ୟେ ଅଜପା ଯୋଗ ଲୟେବାକ୍ୟ ଦେବୀ ଭଣ୍ଡାର ବିଧଂସିଲି ସାରୋଳା ଆଗ୍ୟାଂୟେ ।୬୦୧।ସଦା ଅନୁଗ୍ରହ ମୋତେ ଯେ କରଇ ସିଦ୍ଧ କାନ୍ତାୟେନୀଜନ ସଂସାର ବୋଧିଲି ସେ ଦେବୀର ଲୟେ ଘେନି ।୬୦୨।ଅପରାପର ସଂସାର ଯହୁଂ ନୁଆରିଲି ମେଣ୍ଟିଦୃଶ୍ୟ ଫଳ ଶ୍ରୁତି ମୋତେ ଶ୍ରୀରାମ ନାମ ଗୋଟି ।୬୦୩।ହର ଉଦ୍ୟାନ ବନେ ମୋହୋର ତପସ୍ଥାନକାଶୀ ନଦୀ ତୀରେ ମୋହୋର ଦୃଢ଼ ଯେ ଆସନ ।୬୦୪।ଜନ୍ମେଣ ମୂର୍ଖ ମୁଂ ନ ପଢ଼ିଲି ଶାହାସ୍ର ବିଦ୍ୟାବିନା ତପେଣ ବାଚା ମୁଂ ପାଇଲି ସଂସିଦ୍ଧା ।୬୦୫।ଶ୍ରୀ କୃପାଜଳ ନନ୍ଦିନୀ ନାମ ତା ସରସ୍ୱତୀକଳିକାଳେ ବିକାଶିଲା ସାରଳା ଚଣ୍ଡୀମୂର୍ତ୍ତି ।୬୦୬।ଇହଲୋକେ ବରଦାୟିନୀ ଗୋ ସୟଳ ଜନ ଚିନ୍ତାଦୁଖୀଜନ ଦେଖଇ ସେ ତ୍ରଇଲୋକ୍ୟ ଜନ ମାତା ।୬୦୭।ଖଣ୍ଡିଲି ଦୁଷୁକୃତ ସେ ଦେବୀର ପରଶନେସିଦ୍ଧ ସାରୋଳା ଚରଣେ ମୁଂ ଖଟଇ ଜନ୍ମେ ଜନ୍ମେ ।୬୦୮।ଶରଣ ରକ୍ଷଣ ଦେବୀ ପ୍ରସନ୍ନେ ହିଙ୍ଗୁଳାପ୍ରସନ୍ନେ ଅଭୟ ବର ଦେଉ ଶ୍ରୀଚଣ୍ଡୀ ସାରାଳା ।୬୦୯।ଜୟ ଜୟ ସୁବିଧାନେ ଗୋ ସର୍ବମଙ୍ଗଳେଅପାଦ ଦୁଷୁକୃତ ଗୋ ଖଣ୍ଡିବା ସର୍ବକାଳେ ।୬୧୦।ଶଇଳ ରାଜାର ନନ୍ଦିନୀ ଭଗତି ପଞ୍ଚୁଭାବେକହିଲି ଶ୍ରୀମହାଭାରଥ ମଧ୍ୟପର୍ବ କଥାର ପ୍ରସ୍ତାବେ ।୬୧୧।ଶ୍ରୀଚଣ୍ଡୀ ସାରୋଳାଂକୁ ଧ୍ୟାୟେ ପଞ୍ଚୁମନେକାଳଭୟେ ମେଣ୍ଟଣ କଲି ଶ୍ରୀ ହିଙ୍ଗୁଳା ପରଶନେ ।୬୧୨।ଶ୍ରୀ ଜନାର୍ଦ୍ଦନ ଦେବଙ୍କର ଚରଣେ ପରିଣାମିବଦନ୍ତି ସାରୋଳା ଦାସ ଗ୍ରନ୍ଥିକ ଶୂଦ୍ରମୁନି ।୬୧୩।ଶ୍ରୀ ବାକ୍ୟଦେବୀଂକ ଚରଣେ ଅନୁରାଗେମୁଂ ତାହା ସ୍ରିଜିଲି ଶ୍ଳୋକ ଶାହାସ୍ର ବାଗେ ।୬୧୪।ବେଦ ପୁରାଣ ବାକ୍ୟେ ଯେବଣ ଫଳଶ୍ରୁତିଦିବ୍ୟ ଅମୃତମୟେ ୟେହୁ ମଧ୍ୟପର୍ବ ରୀତି ।୬୧୫।ପଢ଼ନ୍ତେ ଶୁଣନ୍ତେ ସାର୍ଥୁକ ପରମ ଯୋଗଅନେକ ଜନ୍ମର ଖଣ୍ଡଇ ପାପ ରୋଗ ।୬୧୬।ଜୟ ତୁ ନାରାୟଣ ବିଜୟେ ଶବରୀବନକ୍ରୀଡ଼ା ରଙ୍ଗେ ଅନେକ ବେଣ୍ଟ ମାରି ।୬୧୭।ଅଜମିତ କିରାତର ଝିଅ ଯେ ମାଳତୀତାହା ବିଭା ହେଲୁ ଦେବ ସମ୍ଭରେ ମେଳ ମତି ।୬୧୮।ସ୍ୱାମୀ ମଉଳ ଶୋଭାବନ ଖାଂକର କବରୀରୁଞ୍ଜ ଗୁଞ୍ଜମାଳ ଯାହାର ଲଲାଟେ କସ୍ତୁରୀ ।୬୧୯।ମାଳତୀ ବଲ୍ଲଭ ଶବରୀ ନାରାୟଣଶୂଦ୍ରମୁନି ସାରଳା ଦାସ ତୁମ୍ଭ ଚରଣେ ଶରଣ ।୬୨୦।ଜୟ ତୁ ନାରାୟଣୀ ଗୋ ଅନାଦି ଶକତିପରମ ବଇଷ୍ଣବୀ ତୁ ଜଗତର ଧାତ୍ରୀ ।୬୨୧।ତୋହୋର ବୁଦ୍ଧିବଳେ ମା ଗୋ ରକତବୀର୍ଯ୍ୟ ଧଂସିଦେବାସୁର ନର ରଖିଲୁ ଆଶ୍ୱାସି ।୬୨୨।ଧନୁ ଧରିଣ ଚଣ୍ଡୀ ଯୁଦ୍ଧ କାଳେ ମାୟେଦଇତର ତୁଲେ ଯୁଦ୍ଧ କଲୁ ଚଉଦ ଦିନ ଯାୟେ ।୬୨୩।ଯହୁଂ ରକତବୀର୍ଯ୍ୟକୁ କୁତୁହୋଳେ ଦେବୀ କଲୁ ଧଂସତାହାର ରକତ ତଳେ ପଡ଼ି ଉପୁଜିଲେ ଅଶେଷ ରାକ୍ଷସ ।୬୨୪।ମାରିତେ ଚିନ୍ତାକଲୁ ନୋହିଲା ଶେଷ ଯହୁଂଚଉଦ ମର୍ଭୁତ ଦେବୀ ଜାତ କଲୁ ତହୁଂ ।୬୨୫।ତେଣୁ କରି ରକତବୀର୍ଯ୍ୟ ବାହିନୀ ଯେ ବୋଲନ୍ତି ଦେବୀ ତୋତେଦାନବକୁଳ ଧଂସିନୀ ଗୋ ସୁଦୟା କଲୁ ମୋତେ ।୬୨୬।ତୋହୋର ଚରଣକୁ ମା ଗୋ ଆଶ୍ରେ କଲି ମୁହିଂଭାରଥ ରଞ୍ଚିବାକୁ ମନରେ ବିଚାରଇ ।୬୨୭।ତୁ ଦେବୀ ସୁଦୟା କଲେ ପାଇବି କାରଣମନୁଷ୍ୟ ଯୋନିରେ ମା ଗୋ ମୁଂ ହୋଇଛି ଜନମ ।୬୨୮।ମୂର୍ଖ ଅପଣ୍ଡିତ ମୁଂ ଯେ ନ ଜାଣଇ କିଛିତୋହର ଚରଣକୁ ମୁଂ ଯେ ଆଶ୍ରେ କରିଅଛି ।୬୨୯।ସାରୋଳାର ରୂପେ ମୋତେ କହିଲୁ ଯେବଣ ଗ୍ରନ୍ଥତେଣୁ ଜଗତେ ମୋତେ ବୋଲନ୍ତି ପଣ୍ଡିତ ।୬୩୦।ମୋହୋର ଜନ୍ମେ ମୁଂତ ବିଦ୍ୟା ପଢ଼ିନାହିଂସୁଜନ ଜନ ସଙ୍ଗତେ ମୁହିଂ ଯେ ନ ଥାଇ ।୬୩୧।ପଣ୍ଡିତ ଜନଂକର ନ ବସିଲି ସଙ୍ଗେପଶା ଜୁଆ ଶକଟାଦି ଆବର ନାନା ରଙ୍ଗେ ।୬୩୨।ତୁ ଯହୁଂ ସଦୟେ କଲୁସି ମା ଗୋ ମୋତେତେଣୁ କରି ସୁଜନ ମୋତେ ବୋଲନ୍ତି ଜଗତେ ।୬୩୩।ୟେବେ କରୁଣା କଲେ ମା ଗୋ କହିବି ଭାରଥଅଗୋଚର ଦିଶିଲା ମାତା ମୋତେ ମଧ୍ୟପର୍ବ ଅର୍ଥ ।୬୩୪।ୟେଣୁ ଗୋ ନାରାୟଣୀ ଆଶ୍ରେ କଲି ତୋତେଅଇଲା ମାୟା ବୋଲି ଗୋ ଡରାଉଅଛୁଂ ମୋତେ ।୬୩୫।ମୋତେ ଅନୁଗ୍ରହ କର ମା ଗୋ ମୟେଂଷା ବଧିନୀଦୃଗତି ହରଲ ମା ଗୋ ରକତ ମାୟେଂସ ଭକ୍ଷିଣୀ ।୬୩୬।ତୋହୋର ସୁଦୟାରୁ ନାହିଂ ଚିତ୍ତେ ଭୟେଶୂଦ୍ରମୁନି ସାରୋଳାର ନାରାୟେଣୀ ପାଦେ ଲୟେ ।୬୩୭।୪୬୩୧।