ସାରଳା ମହାଭାରତ ଆଦି ପର୍ବ (ଦ୍ୱିତୀୟ ଖଣ୍ଡ)
ଆଦିକବି · ପ୍ରାୟ ୧୪୨୦–୧୫୦୦
- ପଢ଼ିବା ସମୟ
- ୪୨୦ ମିନିଟ୍
- ଶବ୍ଦ
- ୬୭୨୫୬
- ସ୍ଥିତି
- ସାର୍ବଜନୀନ (Public domain)
ମାଛି ତିରଣ ପଡ଼ିଲେ ହୋଅଇ ଶତେଖଣ୍ଡ ।୫୮।ଯମର କାଳ ଦଣ୍ଡ ନ ପଶଇ ଯେବଣ ପୁରୀଆନର ଦର୍ପେକି ମୋହୋର ପିତାକୁ ନାଶ କରି ।୫୯।ସଞ୍ଚିତ କରିଣ ଯେ ମାଇଲେ ମୋହୋର ତାତକାହାକୁ ଦୋଷ କଲା ନୃପତି ଶକ୍ରାଜିତ ।୬୦।ଗୋସାମଣୀଙ୍କର ମୁଖୁଂ ୟେସନେକ ବାକ୍ୟ ଶୁଣିସମସ୍ତହେଂ ଭୟ କଲେ ମନରେ ଚିନ୍ତା ଘେନି ।୬୧।ତ୍ରାସେଣ କେହି ନ ରହିଲେ ତାହାଙ୍କର କତିଜଗତମାତା ଠାକୁରାଣୀ କିମ୍ପା ଆମ୍ଭଙ୍କୁ ଦେଉଅଛ ଅପଛାତି ।୬୨।ଯାହାର ଜୁଆଇଂ ଅଟନ୍ତି ଦେବ ଜନାର୍ଦ୍ଦନତାହାରେ ପ୍ରମାଦ କେ ରହିବ ଦ୍ୱାରିକା ଭୁବନ ।୬୩।ଉଗ୍ରସେନ ସହିତେ ନନ୍ଦ ଉପନନ୍ଦ ବସୁଦେବସମସ୍ତେ ରୋଦନ୍ତି ଶକ୍ରାଜିତର ଅଭାବ ।୬୪।ତ୍ରୟଲୋକେ ଅସଖ୍ୟ ଯେବଣ ଚରିତକାହାର ୟେତେ ଦର୍ପ ୟେ ଭୁବନେ ପ୍ରମାଦ କରି ତ ।୬୫।ବେଗେଣ ସତ୍ୟଭାମା ପୁଷ୍ୟେକ ବିମାନ ଆରୋହିଦ୍ୱାରକା ପୁରୁଂ ଦେବୀ ଆପଣେ ସଜ ହୋଇ ।୬୬।ପୁଷ୍ୟେକ ଆରୋହି ବାହାର ଦେବୀ ଦ୍ୱାରିକା ଭୁବନୁପିତା ଅବା ମୋହୋର ନାଶଗଲା ବାସୁଦେବଙ୍କର ଗ୍ୟାନୁଂ ।୬୭।ପ୍ରସନାଜିତ ନାମେ ଯେ ଦିଲାକ ଅପବାଦସେ ରାଗ ନ ପାଶୋରି ଅବା କରାଇଲେ ପରମାଦ ।୬୮।ଜାଣିମା ନା ୟେଥିର ତଦନ୍ତ ବିଧାନଦ୍ୱାରିକାଉଂ ବାହାର ଦେବୀ ଆରୋହି ପୁଷ୍ୟେକ ଯାନ ।୬୯।ଶୂନ୍ୟେଣ ଗମନ କଲେ ଦେବୀ ହସ୍ତିନା ଭୁବନକୁଉଞ୍ଚ ସୁରେ ରୋଦନ କରିଯାନ୍ତି ସୁମରି ପିତାକୁ ।୭୦।ସତ୍ୟଭାମାଙ୍କର ଗମନ୍ତେ ପଦ୍ମନ ଶାମ୍ୱ ଗଦବିଚାରନ୍ତି ଦ୍ୱାରିକାୟେ ପଡ଼ିବ ବହୁତ ପରମାଦ ।୭୧।ଆଗେ ଦେବୀ ଗମନ୍ତେ ରୋଦନ୍ତି ଉଞ୍ଚ ସ୍ୱରେସାଙ୍ଗରେ ଗୋଡ଼ାଇଲେ ତିନିଯେ କୁମାରେ ।୭୨।ପଛେଣ କୁମାର ଗୋଡ଼ାବନ୍ତି ବିରସେପ୍ରବେଶ ହୋଇଲା ଦେବୀ କୁଞ୍ଜଗଳ ଦେଶେ ।୭୩।ପ୍ରେତ କାର୍ଯ୍ୟମାନ ଧୃତରାଷ୍ଟ୍ରଙ୍କୁ କରାଇପରମାର୍ଥ କହି କଷ୍ଟ ମାନ ପଶୋରାଇ ।୭୪।ହସ୍ତିନା ପୁରୁ ବାହାର କୃଷ୍ଣ କାମପାଳେନନ୍ଦିଘୋଷ ତାଳଧ୍ୱଜ ଆରୋହି ଆସନ୍ତି ପ୍ରାତ କାଳେ ।୭୫।ତାଳଧ୍ୱଜ ରଥେ ବିଜୟେ ଦେବହଳୀନନ୍ଦିଘୋଷ ରଥରେ ବିଜୟେ ବନମାଳୀ ।୭୬।ଇନ୍ଦ୍ରପ୍ରଶସ୍ତ ଯାୟେ ଦ୍ରିଯୋଧନ ଅଇଲା ପୋଛୋଟିବିଶା ଶତେ ଯୋଜନୁଂ ବାହୁଡ଼ଇ ଧୃତରାଷ୍ଟି ।୭୭।ଗୋବିନ୍ଦେ ବୋଇଲେ ଶୋକ ନ କରନି ବାବୁଆବର ପାଣ୍ଡବନ୍ତ ଲୋଡ଼ିଲେ ତୁ କାହିଂ ଯେ ପାଇବୁ ।୭୮।ନାଶ ଗଲା ପ୍ରାଣୀକି ଚିନ୍ତାକଲେ ଆପଣେ ଦେହ ହାରିତୁ ସେ ପଞ୍ଚୁକଟକରେ ଅଟୁ ଅଧିକାରୀ ।୭୯।ଦ୍ରିଯୋଧନ ବୋଇଲା ଭୋ ବାସୁଦେବ ପାଶୋରିଲି ପାଣ୍ଡବଙ୍କୁତୁ ହୋ ନାରାୟଣ ଅନୁଗୃହ କରିଥିବୁ ମୁକୁ ।୮୦।ୟେତେ ବୋଲି ବାହୁଡ଼ଇ କୁରୁସାଇଂଚଳନ୍ତି ନାରାୟଣ ସେ ରଥ ଲେଉଟାଇ ।୮୧।ଚଳନ୍ତି ବାସୁଦେବ କୁଞ୍ଜଗଳ ଦେଶେଦେଖିଲେ ବିମାନେକ ଆସଇ ଆକାଶେ ।୮୨।ଦାରୁକୁ ବୋଇଲା ଦେବ ଶୁଣିମା କାମପାଳେଅମର ଭୁବନ ତେଜି କି ବିଜେକଲେ ଆଖଣ୍ଡଳେ ।୮୩।ଗୋବିନ୍ଦେ ନିରୋପନ୍ତି ପୁଷ୍ୟେକ ବିମାନ ଦେଖିସ୍ତିରୀଲିଙ୍ଗ ବିମାନ ପ୍ରାୟେକ ଆସଇ ଗଗନ ଉପେକ୍ଷି ।୮୪।ନିରୋପିଣ ବଦନ୍ତି ଯେ ଦେବ ହଳପତିୟେ ବିମାନ ଦିଶଇ ଦ୍ୱାରକାଉଂ ଅଇଲା ମୂରତି ।୮୫।ଦୂରେଣ ଦେଖିଲେ ଦେବୀ ନନ୍ଦିଘୋଷ ତାଳଧ୍ୱଜଉଞ୍ଚ ସୁରେ ରୋଦନ୍ତି ଦେବୀ ନାମଧରିପିତା ଶକ୍ରାଜିତ ରାଜ ।୮୬।ଯହୁଂ ସନ୍ନିଧ୍ୟେ ଦେବୀ ଭେଟିଲେ ବିମାନଢଳି ପଡ଼ିଲେ ଦେବୀ ହୋଇଣ ମୋହମାନ ।୮୭।ଦାରୁକ ସାରଥି ଘୁଞ୍ଚାଇଲା ରଥ ତାଳଧ୍ୱଜଆପଣେ ରଥୁଂ ଡ଼େଇଂ ପଡ଼ିଲେ ଦେବରାଜ ।୮୮।ନାରାୟଣ କୋଳ କରି ଧଇଲେ ଶକ୍ରାବତୀଦେଖିଣ ଆଶ୍ରିଜ ଦେବ ହୋଇଲେ ହଳପତି ।୮୯।ଗୋବିନ୍ଦେ ବୋଲନ୍ତି ଶୁଣ ଶରଦ ଚନ୍ଦ୍ରମୁଖୀକାହିଂର ନିମନ୍ତେ ସଖି ତୁ ହୋଇଲୁ ୟେତେ ଦୁଖୀ ।୯୦।ସମ୍ପୂର୍ଣ୍ଣ ଚନ୍ଦ୍ର ବଦନ ତୋର ମଳିନ କିସ ପାଇଁଅମଳିନ ମୁଖ ତୋର ପରିମୁଣ୍ଡା ଯାଇ ।୯୧।ପ୍ରାଣର ବଲ୍ଲଭୀ ମୋର ହୃଦ ପଞ୍ଚଭୂତତୋହୋର କ୍ରୋଧ ଦେଖି ମୋହୋରଶରୀର ତୁଟଇରେ ସଂଘାତ ।୯୨।ଶକ୍ରାବତୀ ବୋଇଲା ଦେବ ୟେହ୍ନେକ କପଟ କିଂପା କଲୟେଣିକି ଆପଣେ ଆସି ତେଣେ ମୋର ପିତାକୁ ମରାଇଲ ।୯୩।ଅଗ୍ୟାଂନେ ପିତା ମୋର ତୋତେ ଅପବାଦ ଦିଲାମୋତେ ସମର୍ପି ଦେଇ ତୋତେ ଶରଣ ପଶିଲା ।୯୪।ବିଶ୍ୱାସ ଘାତକ ହୋଇଲୁ ଦେବ ହରିଶରଣ ଜନ ନାଶ କଲେ ରୌରବ ନର୍କରେ ଯେ ପଡ଼ି ।୯୫।ୟେସନେ ନିରାଶ କରି କହିଲେ ଯହୁଂ ସୁରେଖାରାମକୃଷ୍ଣଙ୍କୁ ଗୋଚର ନ ଗଲା ହୋଇଲେତାଟକା ।୯୬।ଶ୍ରୀକୃଷ୍ଣ ବୋଲନ୍ତି ସଖି କୋପ କର ଶାନ୍ତିକେହେନେକ ସରୂପ ଗୋ କହସି ନିଭ୍ରାନ୍ତି ।୯୭।ୟେସନେକ ସମୟେ ପଦ୍ମନ ଶାମ୍ୱ ଗଦଶତେ ସହସ୍ର ଦଣ୍ଡ ପ୍ରଲମ୍ୱିତ ହୋଇଲେ ରାମ କୃଷ୍ଣ ପଦ୍ମପାଦ ।୯୮।ଶ୍ରୀହରି ପଚାରନ୍ତି ବାବୁ ଶୁଣ ମୀନକେତନଶକ୍ରାଜିତ ରାଜାର ଚରିତ କେସନ ।୯୯।ପ୍ରଦ୍ୟୁମ୍ନ ପ୍ରତିବାଚ ଶୁଣ ହୋ ଜଗତ ଭୂତଆଜ ରାତିରେ ନାଶ ଗଲା ନୃପତି ଶକ୍ରାଜିତ ।୧୦୦।କେବଣ ମହାତମା ନିଶାୟେ ପଶିଲା ତାହାର ପୁରୀଶକ୍ରାଜିତକୁ ଛେଦିଲା ବେନି ଖଣ୍ଡ କରି ।୧୦୧।ପଦ୍ମନ କହନ୍ତେ ବିସରିଲେ ଜଗତ ଭୂତକାହାରି ଫଳୁ ଦ୍ୱାରିକା ୟେ ମୋହୋର ହୋଇଲା ୟେମନ୍ତ ।୧୦୨।କାହାକୁ କେବଣ ଦୋଷ କଲା ଶକ୍ରାଜିତ ନୃପତିକେବଣ ପାତକେ ହୋଇଲା ତାକୁ ୟେତେକ ଯେ ଶାସ୍ତି ।୧୦୩।କ୍ରୋଧ ନ କର ସତ୍ୟଭାମା ଗୋ ମୋହୋର ବୋଲ ଶୁଣଅବଶ୍ୟ କରିବି ମୁଂ ତୋହୋର ପିତାର କାରଣ ।୧୦୪।ତୋହୋର ପିତାକୁ ଯେ ମାଇଲା ଅନମିତ୍ତେଦ୍ୱାରିକାରେ ଥୋଇବି କି ତାହାର ବଂଶହିଂ ସହିତେ ।୧୦୫।ସତ୍ୟଭାମାକୁ ସମାର୍ଜନା କଲେ ଦେବହରିଦ୍ୱାରିକା ଭୁବନକୁ ତହୁଂ ଆସନ୍ତି ଖର କରି ।୧୦୬।ଦ୍ୱାରିକା ଭୁବନେ ଯେ ଭାଳନ୍ତି ଦୁଷ୍ଟମାନେସତ୍ୟଭାମା ଗଲେ ଯେ ହସ୍ତିନା ଭୁବନେ ।୧୦୭।ଅକୂର ବୋଇଲେ ଯେ ହକାରି ଶତଧନୁଦ୍ୱାରକାରେ ନୋହଇ ୟେମନ୍ତ ବାସୁଦେବ ଗ୍ୟାନୁଂ ।୧୦୮।ଅବଶ୍ୟ ବାସୁଦେବ ଲୋଡ଼ିବେ ସତ୍ୟଭାମାର ବଚନେତୁ ହୋ ଶତଧନୁ ନଥାଅ ଦ୍ୱାରିକା ଭୁବନେ ।୧୦୯।ସତ୍ୟଭାମା କୋପ ଶାନ୍ତି ହୋଇବା ପରିଯନ୍ତେସମୟେକେ ଜଣାଇ ପଛେ ଅଣାଇଂ ସିନା ତୋତେ ।୧୧୦।ଅକୂର ବଚନ ଶୁଣିଣ ଶତଧନୁଦ୍ୱାରିକାଉଂ ବାହାର ହୋଇଲା ବୃହଧ୍ୱଜର ତନୁ ।୧୧୧।ଦ୍ୱାରକାଉଂ ପଳାଇଲା ସେ ମହା ନିଶାକାଳେଗହଳ ଅରଣ୍ୟେ ପଶିଲା ସେ ପ୍ରାଣର ବିକଳେ ।୧୧୨।ସତ୍ୟଭାମାଙ୍କୁ ଘେନି ଦେବ ଯଦୁ ସାଇଂଦ୍ୱାରକା ଭୁବନେଣ ପ୍ରବେଶ ହେଲେ ଯାଇଂ ।୧୧୩।ବିଜେ କଲେ ବାସୁଦେବ ଶକ୍ରାଜିତର ଭୁବନେଦେଖିଲେ ରୋଦନ କରୁଛନ୍ତି ବେଢି ସମସ୍ତ ନାରୀଗଣେ ।୧୧୪।ଜଗନ୍ନାଥଙ୍କ ମୁଖ ଚାହିଂ ଦନ୍ତେ ତିରଣ ଧରି ପଡ଼ିରୋଦନ୍ତି ବିଳାସୁଣୀ ସେ ଶିରେ କର ତାଡ଼ି ।୧୧୫।ୟେ ଭୁବନକୁ କେବଣ ଦ୍ରୋହ କଲା ଶକ୍ରାଜିତେୟେଥେ ଆପଦ ନାହିଂ ତୋହୋର ଦେଖନ୍ତେ ।୧୧୬।ସମସ୍ତଙ୍କ ବିକଳ ଦେଖିଣ ମଧୁ ରିପୁଦେଖିଲେ ବେନି ଖଣ୍ଡ ହୋଇଛି ଶକ୍ରାଜିତର ବପୁ ।୧୧୭।ରାଗେଣ କାଳାନଳ ସ୍ୱାମୀ ତେଜ ଯେ ବିକଶିବଳରାମେ ବୋଇଲେ ୟେ ପୁରକୁ କେବଣ ସେ ଦୋଷୀ ।୧୧୮।ଯମଦଣ୍ଡ ନ ପଶଇ ଯେବଣ ଦ୍ୱାରିକାକୁକିୟେଟି ଶତ୍ରୁ ହୋଇଲା ୟେ ମୋହୋର ଭୁବନକୁ ।୧୧୯।ବଳରାମେ ବୋଇଲେ ସମର୍ଥଜିତକୁ ରାଇପିତାଙ୍କୁ ତୋର ଯେ ଦହନ କର ନେଇ ।୧୨୦।ଜାଣିମା ତଦନ୍ତ କରି କେ ୟେଡ଼େକ ବଇରିୟେତେବେଳେ ତାହାକୁ ପାଇବା କାହିଂ ଲୋଡ଼ି କରି ।୧୨୧।ଗୋବିନ୍ଦେ ସମାର୍ଜନା କରନ୍ତି ସବୁନ୍ତିନାରାୟଣେ ବଚନେ ସମସ୍ତେ ହୋଇଲେକ ଶାନ୍ତି ।୧୨୨।ଦିବ୍ୟ ପଲଙ୍କରେ କଲେ ଆରୋପଣପ୍ରେତ ପ୍ରତିଗ୍ରହ ଯେ ଘେନିଣ ବ୍ରାହ୍ମଣ ।୧୨୩।ପଲଙ୍କ ଉପରେ ନେଇ ଶୁଆଇଲେ ଶବଶମଶାନ ଭୂମିରେ ନେଇ କଲେ ଶକ୍ରାଜିତରାଜଦେବ ।୧୨୪।ଚିତା ଆରୋପଣ କରି ବସାଇଲେ ମୃତ୍ୟୁକାୟେମୁଖାଅଗ୍ନି ଦିଲା ଶକ୍ରାଜିତର ତନୟେ ।୧୨୫।ଦହନ କଲେ ନୃପତିକି ଶମଶାନ ମଧ୍ୟେପ୍ରତିଦିନ ପ୍ରେତକାର୍ଯ୍ୟ କରନ୍ତି ପ୍ରେତଭୂମିର ସନ୍ନିଧ୍ୟେ ।୧୨୬।ହବିପାକ ଶୁଦ୍ଧ ହୋଇଲେ ୟେକାଦଶ ଦିନେବ୍ରାହ୍ମଣେ ଶୁଦ୍ଧ କରାଇଲେ ଘୃତର ପାରଣେ ।୧୨୭।
ଶକ୍ରାଜିତର ପୂର୍ବପୁରୁଷ ବୃତ୍ତାନ୍ତ
ଅଗସ୍ତିଙ୍କି ପୁଚ୍ଛାକଲେ ବଇବସୁତ ମନୁଶକ୍ରାଜିତ ପୂର୍ବଜନ୍ମ ଗୋତ୍ର ଯେ କହିବା ବ୍ରହ୍ମଗ୍ୟାନୁଂ ।୧।କେବଣ ବଶଂରେ ହୋ ଅଟଇ ସେହୁ ରାଜାୟେହା ମୋତେ ସଞ୍ଚପି କହିବାକ କୁମ୍ଭ ଋଷିର ଆତ୍ମଜା ।୨।ଅଗସ୍ତି ପ୍ରତିବାଚ ଶୂର ବଂଶେ ଅଟଇ ରାଜାଶୂରର ପୁତ୍ର ଯେ ହୋଇଲା ଶମ୍ଭୁ ରାଜା ।୩।ଶମ୍ଭୁଜିତର ପୁତ୍ର ହୋଇଲା ପୁରୁଜିତୟେହାର ପୁତ୍ର ଯେ ହୋଇଲା ଧର୍ମକ୍ଷେତ୍ର ।୪।ଧର୍ମକ୍ଷେତ୍ରର ପୁତ୍ର ହୋଇଲା ଜୟେବନ୍ତୟେହାର ପୁତ୍ର ହୋଇଲା ଯଗ୍ୟଂନିଜ ।୫।ଯଗ୍ୟଂନିକର ପୁତ୍ର ହୋଇଲା ଲୀଳାଜିତଲୀଳାଜିତର ୟେକ ପୁତ୍ର ହୋଇଲା ଭିଗ୍ୟଂବନ୍ତ ।୬।ସୁକାନ୍ତି ନଗ୍ର ବୋଲି ପୂର୍ବଦିଗ ଭାଗେଣଭିଗ୍ୟଂବନ୍ତ ରାଜାର ମହିମା ତୁ ଶୁଣ ।୭।ବ୍ରାହ୍ମଣ ଶାସନ ଯେ ପାଞ୍ଚ ସହସ୍ର ବସଇବେଦ ବିଦ୍ୟାରେ ସେ ନିର୍ଜିତ ହୁଅଇ ।୮।ଶିଶିକ ବୋଲିଣ ସେ ୟେକଇ ବ୍ରାହ୍ମଣତାହାର ଭାରିଯାର ନାମ ଶ୍ରୀବନ୍ତୀ ଯେ ପୁଣ ।୯।ସମୟେକ ଶିଶିକ ବ୍ରାହ୍ମଣ ପରଲୋକ ହୋଇଲାତାହାର ପତ୍ନୀ ବାଳ ବିଧବା ହୋଇଲା ।୧୦।କିଛୁଦିନ ଅନ୍ତରେ ସେ କୁମାର୍ଗେ ଚଳିଲାସେ ଦେଶେ ସାଧବ ପୁତ୍ରକୁ ଘେନି ଗୁପତେଦୁହିତାୟେ ଜାତକଲା ।୧୧।ଦୁହିତାକୁ ସେହି ରାତ୍ରରେ ନେଇ ଗ୍ରାମ ବାହାରେ ପକାଇଲାମୁଣ୍ଡବଥା ପେଟବଥା ବୋଲି ଘରେ ପାଖେକ ଶୋଇଲା ।୧୨।ରାତ୍ରି ପାହାନ୍ତିରେ ଗ୍ରାମରୁ ଶୃଗାଳମାନେ ଯାନ୍ତିରୋଦନ କରନ୍ତେ ସେ ବାଳୀକି ଦେଖନ୍ତି ।୧୩।ଅତ୍ୟନ୍ତ ସୁନ୍ଦର ସୂର୍ଯ୍ୟର କିରଣ ଜାଣି ।ରାତ୍ର ପାହିଲାର କି ଉଦୟେ ଦିନମଣି ।୧୪।ସେ ବାଳୀ ଗୋଟିକି ଜମ୍ୱୁକୀ ଘେନିଗଲାଆପଣା ବନଭୂମିରେ ନେଇଣ ରଖିଲା ।୧୫।ଅନେକ ଗଛକୁ ସେ କ୍ଷୀର ଆଣଇ ଯେ ଫେଇୟେମାନ ଆଣି ଦିଅଇ ବାଳକୀ ତୁଣ୍ଡେଣଇ ।୧୬।ଗ୍ରାମ ଭିତରେ ପଶି ରାତ୍ରକାଳେ ନିରାଶରେ ନିଅନ୍ତି ପାଣି ପେଜକୁମାରୀ ତୁଣ୍ଡରେ ଦିଅଇ ନେଇଣ ଅଗ୍ରାହିଜ ।୧୭।ୟେମନ୍ତେ କୁମାରୀକି ସେ ବରଷେକ କଲେବନସ୍ତ ଭିତରୁ ଜାମୁ କରମଙ୍ଗା ବଇଂଚ କୋଳି ଦିଲେ ।୧୮।ଯେଉଂ ଋତୁରେ ଯେଉଂ କୋଳି ଫଳ ତୋଳିଣ ଆଣନ୍ତିବାଳକୀର ହସ୍ତେ ତାହା ଖାଇବାକୁ ଆଣି ଦ୍ୟନ୍ତି ।୧୯।ଆଖୁ କାକୁଡ଼ି ପଣସ ସୁସଂଚ ପଦାର୍ଥତାହା ଆଣି ଦିଅନ୍ତି ସେ ବାଳକୀର ହସ୍ତ ।୨୦।ଖାଇ ଭୁଞ୍ଜି ବଢଇ ସେ ନବୀନ କାମ ଜାଣିଦେଖଇ ହରଷ ହୋଅନ୍ତି ସେ ଶ୍ରିଗାଳ ଶ୍ରିଗାଳୁଣୀ ।୨୧।ସପତ ବରଷ ହୋଇଲା ସେ ବାଳକୀ ଯହୁଂଅନ୍ନ ବ୍ୟଞ୍ଜନ ବସ୍ର ଆଣି ଦିଅନ୍ତି ତହୁଂ ।୨୨।ୟେମନ୍ତେଣ ପାଳିଣ ଥାଇଂ ସେ ଶୃଗାଳସୂର୍ଯ୍ୟ ତେଜ ଦିଶଇ ସେ ଗମନ ମଣ୍ଡଳ ।୨୩।ୟେକ ଦିନକରେ ସେ ବେନି ପ୍ରାଣୀ ନାହାନ୍ତିବିମ୍ୱରୁ ବାହାର ସେ ବାଳକୀ ରୂପବନ୍ତୀ ।୨୪।ମନେଣ ବିଚାରଇ ମୁଂ ତ ବଢଇ ବୃଦ୍ଧ ଜମ୍ୱୁକୀର ଘରୟେହାର ଗର୍ଭରୁ ମୁଂ ନୋହଇ ବାହାର ।୨୫।ପ୍ରାଣର ସଖା କରି ମୋତେ ୟେ ପାଳନ୍ତିସେ ବେନି ପ୍ରାଣୀ ମୋହୋର ମାତା ପିତା ଅଟନ୍ତି ।୨୬।ଗଗନେ ଥାଇ ଦିନକର ସେ ରୂପ ନିରେଖନ୍ତିଧନ୍ୟ ତୁ ସୁନ୍ଦରୀରେ ନବ ଯୁବା ମୂରତି ।୨୭।ଶରୀର ତୋହୋର କୁସୁମ ପ୍ରାୟେକ ଦିଶନ୍ତିକେଶ ଚାମର ଭ୍ରମର ମୁରାଟ କରନ୍ତି ।୨୮।କର୍ଣ୍ଣ ତଡ଼କି କାମ କମାଣ ଜିଣିଉଦର ପୃଥୁଳ ନାଭି ଗଭୀର ପଦ୍ମପତ୍ର ରସାଣି ।୨୯।ଜାତି ପଦ୍ମିନୀ ସେ ଅଟଇ ରୂପବନ୍ତୀମୁନିଜନମାନେ ତାକୁ ଦେଖି ମୋହଯାନ୍ତି ।୩୦।ଦିନୁ ଦିନୁ ସୁନ୍ଦରୀ ସେ ବଢଇ ବିକରାଳଭାରିଯା କହଇ ସେ ଶୃଗାଳ ଆଗର ।୩୧।କାହାକଇଂ ଦେବା ଆମର ଦୁହିତା ଗୋଟିକେ ନବ ନଜାଣି ଆମ୍ଭେ ପଶୁ ଜନ୍ମ ଗୋଟି ।୩୨।ବୋଲଇ ଶୃଗାଳ ଶୁଣରେ ସଂଘାତବ୍ରହ୍ମା ବିଷ୍ଣୁ ତାହା ରକପାଳେ ଯାହା କରିଥିବେ ନିର୍ମିତ ।୩୩।ୟେମନ୍ତେ କିଛୁ ଦିନ ଅନ୍ତରେ ବିଦର୍ଭନ୍ତ ରାଜାବନ ପାରିଧି ନିମନ୍ତେ ଯାଇଂ ସେ ଆପଣେ ସନ୍ୟ ଗଞ୍ଜା ।୩୪।ଷୋହଳ ଶାୟେନ୍ତ ବାସ୍ତରୀ ନିଯୋଗନ୍ତ ଘେନିବନସ୍ତେ କ୍ଷେପି ସେ ଆସଇ ରାଜଧାନୀ ।୩୫।ଖଣ୍ଡେ ଦୂରେ ରାଜା ସାହାଡ଼ା ବୃକ୍ଷତଳେବାରୁ ଲାଗି ହୋଇଲାନିଗମ ବନ ଭୂଇଂରେ କାମିନୀକି ଦେଖିଲା ।୩୬।ଲୋକ ଗହଳ ତୁଣ୍ଡ ଶୁଣି ବାଳୀ ବିମ୍ୱରେ ପଶିଲାଲୋକ ଗହଳ ତୁଣ୍ଡ ଶୁଣି ରାଜନ ଦେଖି ନ ଦେଖିଲା ।୩୭।କାହାକୁହିଂ ଫେଡ଼ି ନ କହିଲେ ନୃପନାଥଆପଣା ହୃଦରେ କଥା ରଖି ଖୋଜନ୍ତିପରସ୍ତେ ପରସ୍ତ ।୩୮।ପାରିଧି କରି ରାଜା ଲେଉଟିଣ ଗଲାଛ ମାସ ପରିଯନ୍ତେ ରାଜନ ସେ ଠାବରେ ଜଗିଲା ।୩୯।ୟେକ ଦିନକରେ ରାଜା କଷା ବସନ ପରିହରଣବନସ୍ତ ଭିତରରେ ବୁଲଇ ରାଜା ଇତସ୍ତତ ମନ ।୪୦।ଦେଖଇ ରାଜା ଯାଇ ଖେପିଲେ ନ ପାଇମାନୁଷ୍ୟ ଦେଖିଲି କେଣେ ୟେ ଠାବଇଂଗଲା ବୋଲି ବୋଲଇ ।୪୧।ଗୋପାତେ ବିମ୍ୱର ଭିତରେ ଯାଇଣ ପଶଇମହା ଅଗମ୍ୟ ଜନ ମନୁଷ୍ୟର ଦେଖା ନାହିଂ ।୪୨।ସେ ଦିନ ନୃପତି ଯେ ବାହୁଡ଼ି ଆସଇ ।୪୩।ଆର ଦିନ ସେ ଭେସ ନ ଧରି ବନସ୍ତକୁ ଗଲାଛଦ୍ରମ ରୂପ ସେ ରାଜନ ଧଇଲା ।୪୪।ଚୋର ରୂପେ ଜଗି ବସିଲେ ରାଜା ଜାନ୍ତ ଗଛ ଉପରବିମ୍ୱର ଭିତରୁ ବାହାର ଯୁବତୀ ରତ୍ନସାର ।୪୫।ନିରେଖି ନିରେଖେ ରାଜା ରୂପ ଯେ ଲକ୍ଷଣକାହାର ଦୁହିତା କି ୟେ ବନ ଦେବତୀ ପୁଣ ।୪୬।କ୍ଷଣକେ ଉତ୍ତାରୁ ଅଇଲେ ଜମ୍ୱୁକ ବେନି ପ୍ରାଣୀଖାଇବାରେ ଆଣିଥିଲେ ଆଖୁ କାକୁଡ଼ି ପଣସ ପୁଣି ।୪୭।ଦୁହିତାର ହସ୍ତେ ସେ ଯେ ସମସ୍ତ ଦ୍ରବ୍ୟ ଦିଲେଥୋକାୟେ ଖାଇ ଥୋକାୟେ ବିମ୍ୱରକୁ ନିଲେ ।୪୮।କ୍ଷଣକ ଉତ୍ତାରୁ ରାଜନ ବୃକ୍ଷରୁ ଉତରିଲେୟେହାର ପଦାର୍ଥ ବୋଲି ମନେଣ ବିଚାରିଲେ ।୪୯।ୟେହାକୁ ମାଗିଲେ ଯେ ହୋଇବ କାରଣପଶୁ ଜନ୍ମ ଘରେ ୟେ ବାଳକୀ ନ ଯାଇ ସଂହରଣ ।୫୦।ୟେତେ ବୋଲି ରାଜା ତାର କତିରେ ହୋଇଲେଜମ୍ୱୁକ ବେନି ପ୍ରାଣୀ ଭୟେ ବିମ୍ୱରେ ପଶିଲେ ।୫୧।ସେ ସତ୍ୟଯୁଗରେ ୟେ କଥା ପ୍ରମାଣଚଉପାୟାଙ୍କ କଥା ମନୁଷ୍ୟ ରୂପେଣ ।୫୨।ନୃପତି କହନ୍ତି ଶୁଣ ହୋ ଜମ୍ୱୁକିୟେ ତୋହୋର ଦୁହିତା ଆମ୍ଭଙ୍କୁ ଦେବୁ କି ।୫୩।ଜାମ୍ୱୁକି ବୋଇଲା ଗୋସାଇଂ ମୋହୋର ଝିଅକୁ ତୁମ୍ଭେକେମନ୍ତେ ବିଭା ଯେ ହୋଇବମୋହୋର ଝିଅକୁ ବିଭା ହୋଇଲେ ବହୁତ ଲାଜ ଯେ ପାଇବ ।୫୪।ମାନୁଷ୍ୟର ଦୁଇ ଗୋଡ଼ ବିଧାତାର ଭିଆଣଆମ୍ଭ ପଶୁଜନଙ୍କର କଲା ଚାରି ଯେ ଚରଣ ।୫୫।ଶୁଣିଣ ରାଜନ ଯେ ଅଳପ ହସିଲେତୋହୋର ଦୁହିତା ଦେବୁ ବୋଲିଣ ବୋଇଲେ ।୫୬।ନୃପତି ବଚନ ସେ ନାସ୍ତି କରି ନୁଆରିଲାଦେବି ଦୁହିତା ବୋଲି ସନମତ କଲା ।୫୭।କେବଣ ଦିନରେ ଆମ୍ଭେ ବିଭା ଯେ ହୋଇବୁଂୟେହା ବିଚାରିଣ କହ ବନସ୍ତରୁ ଯିବୁଂ ।୫୮।ମକର ମାସ ଶୁକଳ ପକ୍ଷ ପଞ୍ଚମୀ ଭୃଗୁବାରସେ ଦିନରେ ବିଚାରିଲେ ବିଭା ଲଗ୍ନ ସାର ।୫୯।ବୋଲନ୍ତି ରାଜନ ଶୁଣ ବଚନ ମୋହୋରୟେ ତୋହୋର ଦୁହିତାକୁ ଦେବ ଆମ୍ଭର ନବର ଠାର ।୬୦।ଶୁଣିଣ ଜମ୍ୱୁକୀ ବୋଲଇ ବଚନତହିଂ ଦିଲେ ହୋଇବ ମୋହୋର ବଂଶକୁ କଥା ହୀନ ।୬୧।ୟେ ଠାବରୁ ଆସି ତୁମ୍ଭେ ବିଭା ହୋଇଯିବୟେ ବଚନ ଶୁଣି ରାଜା ବୋଲଇ ସଦିଭାବ ।୬୨।ମୋହୋର ଅଇଲେ ସନ୍ୟ ବଳ ଯେ ଆସିବୟେତେକ ଲୋକଙ୍କୁ କାହୁଂ ଅନ୍ନ ଭୋଜନ ଯେ ଦେବ ।୬୩।ଶୁଣିଣ ଜାମ୍ୱୁକୀ ଯେ ବୋଲଇ ବଚନକେଉଂ ବୃତ୍ତି ମୋତେ ଦେଇଅଛ ଯେ ଶାସନ ।୬୪।ୟେ ବଚନ ଶୁଣି ରାଜା ବାହୁଡ଼ିଣ ଗଲାମକର ଶୁକଳ ପଞ୍ଚମୀକି ବିଭା ଆରମ୍ଭିଲା ।୬୫।ଷୋହୋଳ ସାୟେନ୍ତ ବାସ୍ତୋରି ନିଯୋଗନ୍ତ ଘେନିପଞ୍ଚ ସୁରେ ବାଦ୍ୟ ବଜାଇ ବାହାର ରାଜା ବିପ୍ରଙ୍କୁ ଘେନି ।୬୬।ରାଜାର ରାଜ କର୍ମ ୟେସନେକ ଜାଣତତକ୍ଷଣେ ପ୍ରବେଶ ହୋଇଲେ ସେହି ଯେ ଠାବେଣ ।୬୭।ବେଳ ପ୍ରହରେଣ ଭିତରେ ବିଭା ଆରମ୍ଭ କଲେକୁମ୍ଭ ଲଗ୍ନରେ ସେ ବିଭା ଯେ ହୋଇଲେ ।୬୮।ବିଭା ହୋଇ ଯଉତୁକ ଦେବାର ବେଳେଣବିପ୍ର ହୋଇଲା କି ଦକ୍ଷିଣା ଦେବୁ ଦିଅ ହୋ ବହନ ।୬୯।ଜମ୍ୱୁକୀ ବୋଇଲା ରାଜା ଶୁଣ ମୋ ବଚନୟେ ତୋହୋର ରାଜ୍ୟ ଯେ ପଂଚିଶ ସହସ୍ର ଯୋଜନ ।୭୦।ଯାବତ ଉଠିଆୟେ ତୁମ୍ଭର କୋଠଧନପଡ଼ିଆ ପୃଥୀ ୟେ ଅଟଇ ମୋହର ପୁଣ ।୭୧।ତାହା ତୋତେ ଦିଲା ହୋ ସତ୍ୟ ସତ୍ୟ କରିଉଠାଇ ୟେହା ଭୋଗ୍ୟ କର ହୋ ଦଣ୍ଡଧାରୀ ।୭୨।ହସ୍ତ ଧରି କନ୍ୟାକୁ ସମର୍ପିଣ ଦିଲାୟେହାର ଦଶ ଦୋଷ କ୍ଷମା କରିବ ବୋଇଲା ।୭୩।ହାନ୍ଦୋଳାରେ ବସାଇ ରାଜା ରାଣୀ ରାଜ୍ୟକୁ ଗଲେଚନ୍ଦ୍ର ରୋହିଣୀ ଯେସନେକ ଶୋଭା ସେ ପାଇଲେ ।୭୪।ଦକ୍ଷିଣା ପୃଥିବୀ ଦେଇ ଶୃଗାଳ ବାହାର ହୋଇଲାସେ ଭୂମିରେ ସେ ପାଣି ଆହାର ନକଲା ।୭୫।ଅଷ୍ଟଦିନ ପରିଯନ୍ତେ ସେ ରାଜା ପୃଥୀରେ ଚଳିଲାଉପାସ ଭୋକ ଶୋଷରେ ଜଳ ଆହାର ନ କଲା ।୭୬।ତାହାର ସତ୍ୟ ଦେଖି ଇନ୍ଦ୍ର ପାଣି ବରଷିଲେଭୂମିରୁ ପାଣି ନଖାଇ ଦେହରୁ ପାଣି ସେ ଖାଇଲେ ।୭୭।ସେ ରାଜାର ସୀମାନ୍ତୁ ବାହାର ହୋଇଗଲେୟେହ୍ନେକ ସତ୍ୟ ଅନ୍ୟ ଲୋକ ନ ମାନିଲେ ।୭୮।ସେ ଭିଗ୍ୟଂଜିତର ପୁତ୍ର ହୋଇଲା ଗୁଣଜିତଗୁଣଜିତର ପୁତ୍ର ହୋଇଲା ଶକ୍ରାଜିତ ।୭୯।ୟେହାର ପୁତ୍ର ହୋଇଲା ସେ ସମର୍ଥକବାସୁଦେବର ଶଳା ସେ କହିଲେ ସତ୍ୟନିକ ।୮୦।
ସମ୍ବନ୍ଧିତ ରଚନା
ସାରଳା ମହାଭାରତ ଆଦିପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ
ସାରଳା ମହାଭାରତ ବନପର୍ବ ( ପ୍ରଥମ ଖଣ୍ଡ )
ସାରଳା ଦାସ
ସାରଳା ମହାଭାରତ ବିରାଟପର୍ବ
ସାରଳା ଦାସ
ସାରଳା ମହାଭାରତ ମଧ୍ୟପର୍ବ (ପ୍ରଥମ ଖଣ୍ଡ)
ସାରଳା ଦାସ