ସାରଳା ମହାଭାରତ ଆଦି ପର୍ବ (ଦ୍ୱିତୀୟ ଖଣ୍ଡ)
ସାରଳା ଦାସ · ଭାଗ ୧୩ / ୧୪
ସମ୍ପୂର୍ଣ୍ଣ ସୂଚୀପତ୍ର
ମାଳତୀ ଶବରୀ ଉପାଖ୍ୟାନ
ଜୟ ତୁ କେଶବ ନାରାୟଣ ଶବରୀବନଚାରୀ ରୂପେ ଅଟବୀ ବିନୋଦ କରି ।୧।ଅଜମୀଢ କିରାତର ଦୁହିତା ମାଳତୀତାହାକୁ ବିଭା ହୋଇ କିରାତ ଚକ୍ରବ୍ରତୀ ।୨।ସ୍ୱାମୀ ମଉଳିରେ ଶୋଭାବନ ଖାଙ୍କର କବେରୀଗୁଞ୍ଜରା ଗରଗଡ଼ା ମାଳି ଲଲାଟେ ଟୋପରି ।୩।ଶିରେ ସୁନାରି ପୁଷ୍ପ ଝଲକନ୍ତି ସୀମନ୍ତିନୀକଣ୍ଠେ ଗରଗଡ଼ ମାଳି କର୍ଣ୍ଣେଣ ସ୍ଫଟିକ କୁଣ୍ଡଳ ବେନି ।୪।କେୟୁର ଆରକତ ଶୋଭିତ କର୍ଣ୍ଣାଞ୍ଚଳଅଧର ଉଡ଼ଙ୍ଗ ପ୍ରଳମ୍ବ ଗଣ୍ଡସ୍ଥଳ ।୫।ଅହୋ ଜାଲି ବସନ ଆଭରଣ ହୃଦଗତେମୟୂର ପୁଚ୍ଛ ବାହୀ ଶୋଭିତ ବେନି ହାଥେ ।୬।ଲୋହିତ ବର୍ଣ୍ଣ ଚଛୁ ଜୁଲୁଜୁଳା ପୋକ ଚିତାଲଲାଟେ କିଂଶୁକ ପୁଷ୍ୟ କମଳ ଦଳ ପବିତ୍ରା ।୭।ଝୀଙ୍କ ପନ୍ଥୀ ଖଣ୍ଡିତ ହୃଦେ ବନମାଳାରଙ୍ଗରସ ପାନେ ଅଭୟେ ମତ୍ତ ଭୋଳା ।୮।ମତ୍ତାଳ ନାଟ ଦେବ ଘୋ ଘୋ ଶବଦେକ୍ରୀଡ଼ନ୍ତି ବିହଡ଼ନ୍ତି ଦେବୀ କିଳିକିଳା ବ୍ରତନାଦେ ।୯।ଶାର୍ଦ୍ଦୋଳ ଚର୍ମ ମେଖଳି ପରିହରଣ କର୍ପଟୀଶୁଦ୍ଧ ସ୍ଫଟିକେଣ ଭୂଷଣ ମୟୂର ଝଲକନ୍ତି ।୧୦।ରଙ୍ଗେ ବିହଡ଼ନ୍ତି ମାଳତୀ ଶବରୀଗଣ୍ଡା ଜୀବ ମାରି ଝାଡ଼ ମୃଗ ହେରି ।୧୧।କର୍ଣ୍ଣାଞ୍ଚଳେ ବିହଙ୍ଗମ କଣ୍ଠେ ନୀଳକଣ୍ଠ ପନ୍ଥୀଘଟିତ ବକ୍ଷସ୍ଥଳେ ରସାଣେ ତାରାପକ୍ଷୀ ।୧୨।ପାଦେ ନୁପୂର ଗଣ୍ଡସ୍ଥଳେ କୁଣ୍ଡଳ ଲୁଳିଝଲ ଝଲିତ ମର୍କତ ପାବନ କରଥଳୀ ।୧୩।ମାଳତୀ ଶବରୀ ବଲ୍ଲଭ ନାରାୟଣଶୂଦ୍ରମୁନି ସାରୋଳାଦାସ ଶ୍ରୀକୃଷ୍ଣ ଚରଣେ ଶରଣ ।୧୪-୧୨୧୨୭।
ହରିଜନ୍ମ ବ୍ରତ
ମନୁ ପଚାରିଲେ ଶୁଣ ମହାମୁନ୍ୟଯୁଝେଷ୍ଠି ରହିଲେ ବାରୁଣାବନ୍ତ ସ୍ତାନ ।୧।ଧୃତିରାଷ୍ଟ ଗଲେ ଯେ ହସ୍ତିନା ନବରେଯୁଝେଷ୍ଠି କଦାଚିତେ ହସ୍ତିନା ନ ଗଲେ ।୨।ମାତା ଆଦି ନିଶ୍ଚିନ୍ତେ ରହିଲେ ସପ୍ତଜଣସକଳ ସମ୍ଭାର ମାନ ରଖି ସେ ସ୍ତାନେଣ ।୩।ବଇବସୁତ ମନୁ ପୁଚ୍ଛା କଲେ ଅଗନ୍ତିଙ୍କିକଥାୟେ ପୁଚ୍ଛିବି ହେ କହିବାକ ବ୍ରହ୍ମ ବାକି ।୪।ପନ୍ନଙ୍ଗାନାରାୟଣ ସେ ଯେ ଅଟଇ ମାନଗୋବିନ୍ଦଲକ୍ଷ୍ମୀ କେବଣ ବାଗେ ବିଜେ କଲେ ତାହାଙ୍କର କନ୍ଧ ।୫।ୟେ କଥା ମୁନି ମୋତେ କହିବା ବିସ୍ତାରିତବ ମୁଖୁଂ ଶୁଣିଲେ ଯେ ଦୁସ୍ତରୁ ହେବି ପାରି ।୬।ଶୁଣ ହେ ମନୁପୁରୁଷ ବଦୟନ୍ତି ଅଗନ୍ତିୟେ କଥା ଶୁଣିମାକୁ ତୁହି ସେ ଶକତି ।୭।ସିଙ୍ଘମାସ କୃଷ୍ଣପକ୍ଷ ଅଷ୍ଟମୀ ଯେ ତିଥିରୋହିଣୀ ନାମେ ନକ୍ଷତ୍ର ବାର ବୃହସ୍ପତି ।୮।ବୃଷ ଘରେ ଶଶଧର ଭୋଗ ଯେ କରନ୍ତି ।୯।ସେହି ଦିନ ହସ୍ତିନା ସଭା ଯେ ଆସ୍ତାନରେଭୀଷ୍ମ ଦ୍ରୋଣ କର୍ଣ୍ଣ ଭୂରିସର୍ବା ସଞ୍ଜୟେ ବିଦୁରେ ।୧୦।ଧୁଶାସନ ଦୁର୍ଧକ୍ଷ ଦୃକର୍ଣ୍ଣ ସହିତେବସିଣ ବିଚାର ୟେ ଯେ କରନ୍ତି ସମସ୍ତେ ।୧୧।ଚାଲଯିବା ଦ୍ୱାରିକାକୁ ଦେଖିବା ହରିଜନ୍ମ ବ୍ରତେ ।୧୨।ୟେମନ୍ତ ବିଚାରି ବାହାରିଲେ କୁରୁବଳଯାଇଂଣ ମିଳିଲେ ସେ ଦ୍ୱାରକା ମଣ୍ଡଳ ।୧୩।.ଦେଖିଣ ନାରାୟଣ ସୋମବଂଶ ଆଧିପତିଆସ୍ତାନେ ବସାଇ ମହାମାନନା କରନ୍ତି ।୧୪।ଅଛନ୍ତି ଯଦୁବୀରେ ସମସ୍ତ ଉଭାରିଆସନେ ବସାଇ ନାରାୟଣ ବଚନ ପଚାରି ।୧୫।କେଉଣ କାରଣେ ତୁମ୍ଭର ଥାଠ ତ ଗହନ ।୧୬।କହନ୍ତି ଭୀଷ୍ମେ ତୁମ୍ଭର ହରିଜନ୍ଣ ବ୍ରତ ଶୁଣିଦେଖିବାରେ ଅଇଲୁ ଆମ୍ଭର ମନେ ଗୁଣି ।୧୭।ୟେହା ଶୁଣି ଶ୍ରୀହରି ରାତ୍ରେକ ରୁହାଇଲେସେ ରାତ୍ରେ ଜନ୍ମାଷ୍ଟମୀ ଉପବାସ କଲେ ।୧୮।ପ୍ରଭାତୁଂ ଉଠିଣ ସେ ଯେ ସମସ୍ତ କୁରୁବୀରକମଳାଙ୍କର ଦୃଷ୍ଟି ପଡ଼ିଲା ଯେ ମାନଗୋବିନ୍ଦ ଉପର ।୧୯।ମୂର୍ଚ୍ଛି ନ ପାରିଲେ ସେ ଦେବୀ ଦେଖିଣ ଧୃତିରାଷ୍ଟିୟେସନେକ ଗୁଣବନ୍ତ ଶ୍ରୀବନ୍ତ ପୁରୁଷ କ୍ଷିତିରେଣ ଅଛି ।୨୦।ୟେହାର କନ୍ଧରେ ମୁଂ କେମନ୍ତେ କରିବି ବିଜୟେୟେତେକ ବୋଲି କମଳା ମନେ ବିଚଳିତ ହୋୟେ ।୨୧।ୟେମନ୍ତେହେଂ ତହିଂ କେତେହେଂ ଦିନ ଗଲାଦିନକୁ ଦିନ ମହାଲକ୍ଷ୍ମୀଙ୍କର ତନୁ କ୍ଷୀଣ ଯେ ହୋଇଲା ।୨୨।ୟେକ ଦିନେ ୟେକାନ୍ତେ ବସିଣ କମଳାଙ୍କୁ ସରସ୍ୱତୀ ବାକିସରସ୍ୱତୀ ପଚାରନ୍ତି ସଙ୍ଗାତ ଚିତ୍ତ ଅନ୍ତର କାହିଂକି ।୨୩।ଲକ୍ଷ୍ମୀ ବୋଇଲେ ଗୋ ସଖୀ ମୋହୃଦୟ ବେଦନାତୋହୋ ଆଗେ ନ କହିଲେ କାହା ଆଗେ କହିବି ସିନା ।୨୪।ଶୁଣ ଗୋ ସଖୀ ମୋର ମନ ହେଉଛି ୟେମନ୍ତଦ୍ୱାରକାକୁ ଆସିଥିଲା ଧୃତିରାଷ୍ଟ ସୁତ ।୨୫।ତାହାର ତହିଂ ଦେଖିଲି ଶ୍ରୀବନ୍ତ ଲକ୍ଷଣତାହାର କନ୍ଧେ ବସିବାକୁ ବଳଇ ମୋ ମନ ।୨୬।ୟେହି କଥା ହେତୁ ମନ ମୋର ବିକୃତ ଯେ ଜାଣ ।୨୭।ଫେଡ଼ି ନ କହଇ ମୁଂ ପ୍ରଭୁଙ୍କ ଛାମୁରଶୁଣିଣ ଶାରଦା ଯେ ବୋଇଲେ ଉତ୍ତର ।୨୮।ୟେ ଛାର କଥାକୁ ଗୋ ନକର ବିଚାର ।୨୯।ୟେହି ରାତ୍ରେ ବସିବି ମୁଂ ପ୍ରଭୁଙ୍କର କଣ୍ଠ ଗତେମନାଇଂ ନିଅ କଥା ତାଙ୍କଠାରୁ ପାର ତୁମ୍ଭେ ଯେତେ ।୩୦।ୟେମନ୍ତେ ବିଚାରନ୍ତେ ଆଦିତ୍ୟ ଅସ୍ତଗଲାଲକ୍ଷ୍ମୀନାରାୟଣଙ୍କର ୟେକ ଆସନ ହୋଇଲା ।୩୧।ନାରାୟଣେ ବୋଇଲେ ଗୋ କିମ୍ପାଇଂ ବିଚଳିତୟେ କଥା ମୋହୋର ଆଗେ କହ ଗୋ ସଂଘାତ ।୩୨।ନାରାୟଣଙ୍କ ଅଗ୍ରତେ କହନ୍ତି ମହାଲକ୍ଷ୍ମୀଦ୍ୱାରକାକୁ ଆସିଥିଲା ଧୃତିରାଷ୍ଟ ବଚ୍ଛି ।୩୩।ତାହାକୁ ଦେଖିଲି ଯେ ଅତୀୟ ବିତପନତାହାର କନ୍ଧେ ବସିବାକୁ ବଳଇ ମୋ ମନ ।୩୪।ସେହି ହେତୁ ଫେଡିଣ ନ କହଇ ତୁମ୍ଭଙ୍କୁଚଳି କରି କ୍ରୋଧ ସ୍ୱାମୀ କରନି କି ମୁକୁ ।୩୫।ଶୁଣିଣ ହରଷେ ଅଗ୍ୟାଂ ଦିଲେ ଜଗନ୍ନାଥମାନଗୋବିନ୍ଦର କନ୍ଧେ ବିଜୟେ କରସି ଗୋ ତୁରିତ ।୩୬।ସାନନ୍ଦ ମନ ଯେ ଶୁଣିଣ କମଳେଅବନୀଳେ ଚଳିଲେ ହସ୍ତିନା ମଣ୍ଡଳେ ।୩୭।ଆସ୍ତାନେ ସମ୍ଭର୍ବେ ବିଜୟେ କୁରୁପତିଲକ୍ଷ୍ମୀ ମାନଗୋବିନ୍ଦର କନ୍ଧେ କଲେ ଥିତି ।୩୮।ମଥା ପୋଡ଼ିଣ ଯେ ବସଇ କୁରୁବୀରକମଳା କନ୍ଧେ ବସନ୍ତେ ନ ଟେକଇ ଶିର ।୩୯।ସେହି ଦିନୁଂ ଲକ୍ଷ୍ମୀ ବିଜେ କନ୍ଧରେ ତାହାରଶିରୀ ସମ୍ପତ୍ତି ବଢିଲା ଧୃତିରାଷ୍ଟ କୁମରର ।୪୦।ଶୁଣିଲୁ କି ରାଜା ଲକ୍ଷ୍ମୀ ୟେମନ୍ତ ରହିଲେ ହସ୍ତିନା ନବରଅତି ମାନେ ମାନଗୋବିନ୍ଦ ବୀରଧୁ ନୃପବର ।୪୧।ଶୁଣିଣ ସାନନ୍ଦ ହୋଇଲେ ମନୁ ଯେ ନୃପତିକଥାୟେକ ପୁଚ୍ଛିବି ମୋତେ କହିବାକ ଘଟଋଷିଙ୍କ ସନ୍ତତି ।୪୨।ବୋଇଲ ଲକ୍ଷ୍ମୀ ବିଜେ ତାହାର କନ୍ଧରଚତୃ ପାଦେ ଲକ୍ଷ୍ମୀ ବୃଦ୍ଧି ମାନଗୋବିନ୍ଦର ।୪୩-୧୨୧୭୦।
ଲକ୍ଷ୍ମଣକୁମାର ଜନ୍ମ
ଲକ୍ଷ୍ମଣକୁମାର କେମନ୍ତେ ହୋଇଲା ଜନମୟେହା ବିସ୍ତାରି କହିବା ମୋତେ ପୁରୁଷଙ୍କ ଉତ୍ତମ ।୧।ତବ ମୁଖୁଂ ଶୁଣି ମୁଂ ଯେ ହୋଇବି ପବିତ୍ରକେମନ୍ତ ଜନ୍ମ ହୋଇଲା ମାନଗୋବିନ୍ଦର ପୁତ୍ର ।୨।ୟେହା ସଞ୍ଚପି ମୁନି ମୋତେ ଯେ କହିବାବଦୟନ୍ତି ଅଗସ୍ତି ବୈବସୁତ ମନୁ ଦେବା ।୩।ଋଷଭ ଶୁକଳ ଯେ ପଞ୍ଚମୀର ତିଥିଚନ୍ଦ୍ର ବାର ରୋହିଣୀ ନକ୍ଷତ୍ର ବିଖ୍ୟାତି ।୪।ସେ ଦିନ ଭାନୁମତୀ ଯେ ହୋଇଲେ ପାକାସ୍ପର୍ଶନୟେମନ୍ତେ ସାତ ଦିନ ଯେ ଗୁପତେ ଗଲା ଦିନ ।୫।ପ୍ରଭାତୁଂ ସ୍ନାନ ସାରି ଆସିଣ ସୁନ୍ଦରୀଆପଣା ନିଜ ମନ୍ଦିରେ ଅଛନ୍ତି ବିଜେ କରି ।୬।ୟେମନ୍ତେ ଆଦିତ୍ୟ ଯେ ହୋଇଲେକ ଅସ୍ତଭାନୁମତୀ ତୁଲେ ମାନଗୋବିନ୍ଦ ବିଳାସ ।୭।ଅନେକ ପ୍ରୀତି ଉପୁଜିଲା ରତି ରଙ୍ଗରସସେହି ଦିନୁଂ ରାଣୀ ଯେ ହୋଇଲା ଗର୍ଭବାସ ।୮।ୟେମନ୍ତେ ମକର ମାସ ଯେ ସଂପୂର୍ଣ୍ଣ ଦଶମାସ ।୯।ଦଶ ମାସ ଦଶ ଦିନରେ ପ୍ରସବ ହୋଇଲା କୁମରଅତିଅନ୍ତ ସୁନ୍ଦର ଯେ ଦିଶଇ କାୟେ ତାର ।୧୦।ଦେଖିଣ ଆନନ୍ଦ ଯେ ହୋଇଲେକ ସର୍ବେସର୍ବ ସୁଲକ୍ଷଣ କୁମାରେ ହୋଇଲାକ ଜନ୍ମେ ।୧୧।ଗ୍ରହପୁତ୍ର ଡକାଇଣ କଲେକ ଗଣନସେ ବୋଇଲା ସର୍ବ ଶୁଭ ହୋଇଲା ଅଳପେ ମନ୍ଦ ଜାଣ ।୧୨।ସମ୍ଭର୍ବେ ଉତ୍ସବ କରନ୍ତି ହାଦେ ପୁଣବିପ୍ରଙ୍କୁ ଡାକି ରାଜା ଦିଅନ୍ତି ସୁବର୍ଣ୍ଣ ଦାନ ।୧୩।ପ୍ରଥମେ କୁମରକୁ ଦିଲେ ଭୂରିସର୍ବାଙ୍କ କୋଳରେଘେନିଲେ କୁଳବୃଦ୍ଧ ଅଲେଖ କୁମାରେ ।୧୪।ଦୁଜେଣ ଘେନିଲେ ଯେ ଭୀଷ୍ମ ସେନାପତିତୃତୀୟେ ବିଦୁର ଚତୁର୍ଥେ ସଞ୍ଜୟେ ମହାମନ୍ତ୍ରୀ ।୧୫।ଧୃତିରାଷ୍ଟ ବୋଇଲେ ତୁ ଶୁଣସି ସଞ୍ଜୟେୟେ ପୁତ୍ର ଯୋଗ୍ୟ କି କହନି ଉପାୟେ ।୧୬।କୋଳେ ଘେନି ସଞ୍ଜୟେ ବାଛି ତ କଲେ ଗୁଣସର୍ବଗୁଣେ ପରିପୂର୍ଣ୍ଣ ଅଟଇ ନନ୍ଦନ ।୧୭।ସର୍ବଗୁଣେ ଲକ୍ଷଣ ଦେଖିଲେକ ତାରନାମ ଦିଲେ ତାର ଯେ ଲକ୍ଷ୍ମଣ କୁମର ।୧୮।ସଞ୍ଜୟେ ବଦନ୍ତି ଶୁଣହେ ଧୃତିରାଷ୍ଟୟେ ପୁତ୍ର ହାଥେ କେହି ଅଗ୍ନି ନ ପାଇବ ସଂଜାତ ।୧୯।ୟେ ପୁତ୍ର ହାଦେ ଯେ ହୋଇବ ବିତକ୍ଷଣଅଳପେ ନାଶ ଯିବ ମହାଭାରତ ସମରେଣ ।୨୦।ଶୁଣିଣ ହରଷ ଯେ ହୋଇଲେ ଧୃତିରାଷ୍ଟ ରାଜନମନୁ ବୋଇଲେ ଶୁଣ ଅଗସ୍ତି ମହାମୁନ୍ୟ ।୨୧।ଲକ୍ଷ୍ମଣ କୁମର ଜନ୍ମ ଶୁଣି ହୋଇଲି ସଦଗତିୟେଥୁଅନ୍ତେ ପାଣ୍ଡବେ କିସ କଲେ କହିବା ମହାଯତି ।୨୨-୧୨୧୯୨।
ପ୍ରଚଣ୍ଡାସୁର ବଧ
ନକୁଳର ପାଟ ଯେ କେମନ୍ତେ ସ୍ୱର୍ଗେ ହେଲାୟେହା ଶୁଣିବାକୁ ମୋର ଶରଧା ବଳିଲା ।୧।ଅଗସ୍ତି ବୋଇଲେ ଶୁଣ ହେ ମନୁ ରାଜନନକୁଳକୁ ପାଟ ଯେହ୍ନେ ଦିଲେ ମଘବାନ ।୨।ସାରୋଚି ସତ୍ୟଯୁଗେ ଇଳାବ୍ରତ ଖଣ୍ଡେହନ୍ତକାରଠାରୁ ୟେକ ଜନ୍ମିଲା ଦୁର୍ଦ୍ଦଣ୍ଡେ ।୩।ଦୁର୍ଦ୍ଦଣ୍ଡର ପୁତ୍ର ହେଲା ବସୁ ଯେ ଅସୁରବସୁଠାରୁ ଉତପତ୍ତି ହୋଇଲା ଲୋହାସୁର ।୪।ଲୋହାସୁର ନନ୍ଦନ ହୋଇଲା କେତୁମାଳାସେ କେତୁମାଳା ନନ୍ଦନ ହୋଇଲା ପିଙ୍ଗଳା ।୫।ପିଙ୍ଗଳାର ନନ୍ଦନ ହୋଇଲା କୁଣ୍ଡଳୀକୁଣ୍ଡଳୀର ପୁତ୍ର ସେ ଯେ ହୋଇଲା ମୂଷଳୀ ।୬।ମୂଷଳୀର ନନ୍ଦନ ହୋଇଲା ଜମ୍ବାସୁରଅସ୍କନ୍ଦ ବୋଲିଣ ପୁତ୍ର ହୋଇଲା ୟେହାର ।୭।ଅସ୍କନ୍ଦର ପୁତ୍ର ଯେ ହୋଇଲା କାଳକେତୁସେ ଅସୁର ପ୍ରତାପୀ ଖାଇଲା ଜୀବଜନ୍ତୁ ।୮।ଅସ୍ତି କୁଢକୁଢ ସେ ଥୋଇଲା ନବ ସୃଷ୍ଟିଉଗ୍ର ହୁଂକାରେ ବିନାଶ ତାକୁ କଲେ ପରମେଷ୍ଟି ।୯।କାଳକେତୁ ନନ୍ଦନ ହୋଇଲା ଧ୍ରୁବାସୁରୟେହାର ନନ୍ଦନ ହେଲା ସଙ୍ଘଟ ଅସୁର ।୧୦।ସଙ୍ଘଟର ନନ୍ଦନ ହୋଇଲା ସିଙ୍ଘନାଦସିଙ୍ଘନାଦର ନନ୍ଦନ ହୋଇଲା ବିଷାଦ ।୧୧।ବିଷାଦର ନନ୍ଦନ ହୋଇଲା ବଜ୍ରବାହୁକେତୁମାଳା ବୋଲି ପୁତ୍ର ହୋଇଲା ତାର ତହୁଂ ।୧୨।କେତୁମାଳା ତହୁଂ ଉପୁଜିଲା ଧୂମାସୁରପ୍ରଚଣ୍ଡାସୁର ବୋଲି ୟେହାର କୁମର ।୧୩।ପ୍ରତାପୀ ଅସୁର ସେ ଯେ କୈଳାସକୁ ଗଲାଅନଶନ ବ୍ରତେ ସେ ସଦାଶିବଙ୍କୁ ତୋଷିଲା ।୧୪।ସହସ୍ର ବରଷ ସେ ସେବିଲା ଯାତୁଧାନତଥାପି ସେ ନ ଦେଖିଲା ଶିବ ରୂପ ବର୍ଣ୍ଣ ।୧୫।ଆରଣ ଲଗାଇ ତାଡ଼ିଲା ବେନି ଆଖିସଦାଶିବେ ଚାହିଂଣ ବୋଇଲେ ପଙ୍କଜାକ୍ଷୀ ।୧୬।ତୁମ୍ଭଙ୍କୁ ସେବା କଲା ପ୍ରଚଣ୍ଡା ଅସୁରତାର ପକ୍ଷେ ସ୍ୱାମୀ କିଙ୍କେ ୟେଡ଼େକ ନିଷ୍ଠୁର ।୧୭।ଅମ୍ବିକାଙ୍କର ବଚନ ସେ ସଦାଶିବ ଶୁଣିବୃଷଭ ଆରୋହି ବିଜେ କଲେ ଶୂଳପାଣି ।୧୮।ଦେଖିଲେକ ଅସୁର ଦେହରେ ନାହିଂ ଗ୍ୟାଂନଅମୃତ ନୟନେ ସେ ଚାହିଂଲେ ତ୍ରିଲୋଚନ ।୧୯।ତତକ୍ଷଣେ ଅସୁର ଚେତନା ପାଇଲାଦୁଖେ ଆର୍ଜିଲାର ତପ ଭାଞ୍ଜିଣ ବୋଇଲା ।୨୦।ମୁଂ ତୋହୋର ଯତିଆ ନୋହଇ ଦୋଷକାରୀଅକାରଣେ ତପ ମୋ ଭାଞ୍ଜିଲୁ କିପରି ।୨୧।ସଦାଶିବ ବୋଇଲେ ତୁ ଯାହାକୁ କରୁ ତପଆମ୍ଭେ ସଦାଶିବ ସିନା ଦେଖ ମୋ ସରୂପ ।୨୨।ଅସୁର ବୋଇଲା ଯେବେ ତୁମ୍ଭେ ସଦାଶିବଦେଖିବଇଂ ନିଜ ରୂପ ଧର ଦେବ ଦେବ ।୨୩।ପ୍ରଚଣ୍ଡାସୁର ବଚନେ ନିଜ ରୁପ ଧରିଧବଳ କମଳ ବପୁ ଚର୍ମ ବ୍ୟାଘ୍ରାମ୍ବରୀ ।୨୪।କନ୍ଧରେ ଉତ୍ତରୀ ସ୍ୱାମୀ ଅଟଇ ଫଣୀବରକଣ୍ଠ ତଟ ନିନ୍ଦଇ ନବ ଜଳଧର ।୨୫।ତ୍ରିଶୂଳ ତମ୍ବରୁ ସ୍ୱାମୀ ଅନ୍ତରୀଚ୍ଛେ ସ୍ଫୁରିବାମଜାନୁ ଉପରେଣ ବିଜେ କରିଅଛନ୍ତି ଶାକାମ୍ଭେରୀ ।୨୬।ଶିରେ ସପ୍ତପେଣୀ ସେ କାଳୀୟ ନାମେ ଅହିତ୍ରିନେତ୍ର ଧାରଣ ସ୍ୱାମୀ ଭାଲରେ ଚନ୍ଦ୍ର ଶୋହି ।୨୭।ପଞ୍ଚ ମୁଖେ ପଞ୍ଚବେଦ ସ୍ଫୁରେ ଘନ ଘନଗଣପତି କାର୍ତ୍ତିକେୟ ଛନ୍ତି ସନ୍ନିଧାନ ।୨୮।ଶିରରେ ତ୍ରିମୁଣ୍ଡୀ ଜଟା ପରିଧାନ ବେଶଦେଖିଣ ସନ୍ତୋଷ ହେଲା ପ୍ରଚଣ୍ଡା ରାକ୍ଷସ ।୨୯।ତତକ୍ଷଣେ ଶତସହସ୍ର ଦଣ୍ଡ ପରିଣାମିକରପତ୍ର ଯୋଡ଼ି ବୋଲେ ଉଦ୍ଧରିବା ସ୍ୱାମୀ ।୩୦।ବହୁ ସ୍ତୁତି କରି ପଦ୍ମ ପାଦେ କରେ ନମସ୍କାରସନ୍ତୋଷେ ଶିବ ବୋଲନ୍ତି ମାଗ ମାଗ ବର ।୩୧।ପ୍ରଚଣ୍ଡାସୁର ବୋଇଲା ଶୁଣ ଦେବ କାଶୀଭୋ ଦୟାସାଗର ହେ ପ୍ରସନ୍ନ ହେଲ ଆସି ।୩୨।ଦେବତା ଅସୁରଙ୍କର ଅଟଇ ବିବାଦଅସୁରଙ୍କୁ ଦେବତାୟେ କରନ୍ତି ଶିରଚ୍ଛେଦ ।୩୩।ଇନ୍ଦ୍ରାଦି ଦେବତା ମୋତେ ନ ଜିଣିମେ ରଣେମୁଂ ସମରେ ପଶନ୍ତେ ଡରିବେ ଦେବ ଗଣେ ।୩୪।ବ୍ରହ୍ମା ବିଷ୍ଣୁଙ୍କର ହାଥେ ନ ହୋଇବି ନାଶବଜ୍ରଅଙ୍ଗ ହେଉ ବର ଦିଅ ଦେବ ଈଶ ।୩୫।ଅନ୍ତରୀଚ୍ଛେ ରଥ ମୋର କରିବ ଭ୍ରମଣତ୍ରିପୁର ମଧ୍ୟରେ ମୋର ଶୁଭିବ ବୀରପଣ ।୩୬।ନାନାଶସ୍ରମାନ ମୋର ଦେହରେ ନ ଭେଦିବତଥାପି ମୁଣ୍ଡ ଛିଡ଼ନ୍ତେ ପୁନ ପୁନ ହେବ ।୩୭।ତ୍ରିପୁର ମଧ୍ୟରେ ଭୟ ନୋହିବ କାହାକୁନିଶ୍ଚୟ ମରିବ ମୁଂ ଯେ ମାରିବି ଯାହାକୁ ।୩୮।ନର ଅସୁରଙ୍କର ହାଥେ ନାଶ ମୁଂ ନୋହିବିଆବର କଥାୟେ ଶୁଣ ଚିରଞ୍ଜିବୀ ହେବି ।୩୯।ସଦାଶିବ ବୋଇଲେ ରେ ସର୍ବ ଅସ୍ତୁ ହେଉନର ସୁର ଅସୁରଙ୍କୁ ଭୟ ତୋ ନଥାଉ ।୪୦।ୟେହା ଶୁଣି ସଦାଶିବେ ବୋଲଇ ଉତ୍ତରଭୋ ସ୍ୱାମୀ ୟେହାର ନାମ ଅଟେ ମୃତୁପୁର ।୪୧।ଜନମ ହୋଇଲେ ତ ଅବଶ୍ୟ ମୃତୁ ହୋଇଦେବତା ଜନ୍ମ ଲଭିଲେ ମରନ୍ତି ନା ସେହି ।୪୨।କେହ୍ନେ ମୃତୁ ଲଭିବି କହିବା ନିରାଧାରଶୁଣି ଆଗ୍ୟାଂ କରନ୍ତି ସେ ବ୍ରହ୍ମାଣ୍ଡ ଈଶ୍ୱର ।୪୩।ଈଶ୍ୱର ବୋଇଲେ ହୋ ପ୍ରଚଣ୍ଡା ଦାନବପଞ୍ଚଇନ୍ଦ୍ର ଜନ୍ମିଲେଣ ସେ ତୋତେ ମାରିବ ।୪୪।ସଦାଶିବ ବଚନେ ଅସୁର ବିଚାରଇଇନ୍ଦ୍ରେକ ହୋଇଲେ ତାକୁ ସ୍ୱର୍ଗ ଯେ ସହଇ ।୪୫।ପଞ୍ଚଇନ୍ଦ୍ର କେହ୍ନେ ସେ ହୋଇବେ ଅବତାରସଦାଶିବ ବୋଇଲେ ସେ ପୁତ୍ର ଅଶ୍ୱିନୀର ।୪୬।ମାନୁଷୀର ଗର୍ଭରେ ସେ ଅଶ୍ୱିନୀ ବୀର୍ଯ୍ୟରେପଞ୍ଚ ଇନ୍ଦ୍ର ଜନ୍ମ ଯେ ହୋଇବେ ମଞ୍ଚପୁରେ ।୪୭।ତାହାର ହାଥରେ ତୋରଅଟଇ ନିଦାନୟେତେ ବୋଲି ସଦାଶିବ ହେଲେ ଅନ୍ତର୍ଧାନ ।୪୮।ବର ପାଇଣ ସେ ପ୍ରଚଣ୍ଡାସୁର ମହାବଳୀଜେନାବଳୀ ନଗ୍ରକୁ ଅସୁର ଗଲା ଚଳି ।୪୯।କୌମୁଦୀ ପର୍ବତ ତଳେ ଜେନାବଳୀ ପୁରସେ ଗ୍ରାମେ ଅସୁରଙ୍କର ନବ ଲକ୍ଷ ଘର ।୫୦।ସେ ଗ୍ରାମରେ ପ୍ରବେଶ ଯେ ଅସୁର ମହାବଳୀଦେଖିଣ ସର୍ବ ରାକ୍ଷସେ ହୋଇଲେ ଯେ ମେଳି ।୫୧।ହର ବର ପ୍ରସାଦେ ସକଳ ମହାବୀରାମେଦିନୀ ନ ସହଇ ୟେ ଅସୁରଙ୍କ ଭାରା ।୫୨।ପ୍ରଚଣ୍ଡାସୁର ପୁରେ ନବ ଲକ୍ଷ ଖଣାସେ ପୁରେ ରାକ୍ଷସ ବଳ ଅଟେ ଅକଳଣା ।୫୩।ମେଢ ମଣ୍ଡପ ଜଗତୀ ଦେଉଳ ଅଟାଳିପନ୍ଦର ଯୋଜନ ଗ୍ରାମ ନବ ଲକ୍ଷ ଗଳି ।୫୪।କୁବେର ସମାନେ ସେ ଅସୁର ଧନବନ୍ତରଥ ଗଜ ତୁରଙ୍ଗମ ପାଦାନ୍ତି ଅପ୍ରମିତ ।୫୫।ଯେଉଂ ଦିଗେ ସମଦଣ୍ଡ ଯାନ୍ତି ତାର ଚଳିସେହି ଦିଗମାନଙ୍କରେ ପଡ଼ଇ ବୋବାଳି ।୫୬।ଦଣ୍ଡ ସାଜି ଚରାଚର ବୁଲିଲାକ ମହୀସେ ଅସୁର ଛାମୁରେ ରହି ନୁଆରନ୍ତି କେହି ।୫୭।ସତର ଯୋଜନ ମାଡ଼ି ଚଳନ୍ତି ତା ଥାଠଜନ ଜନ୍ତୁ କବଳ ସେ କରନ୍ତି ପାପିଷ୍ଠ ।୫୮।ଯୋଦ୍ଧାଙ୍କର ଧାପ ସେ ବୀରଙ୍କର ରଡ଼ିଆଷାଢ଼ ମାସରେ କିବା ମେଘ ଘଡ଼ଘଡ଼ି ।୫୯।ରକ୍ତବୀର୍ଯ୍ୟଠାରୁ ତାର ଚାରିଗୁଣ ସନ୍ୟମୃତ୍ୟମଣ୍ଡଳର ରାଜା ନୁହନ୍ତି ସମାନ ।୬୦।ପଶ୍ଚିମ ଦିଗକୁ ସେ ଭେଦଇ ମହାବୀରାମେଦିନୀ ନ ସହଇ ପ୍ରଚଣ୍ଡାସୁର ଭାରା ।୬୧।ହେମାଦ୍ରି ଜିଣିଣ ସେ ଚଳଇ ଦଇତମନ୍ଦରକୁ ଦେଖି ବିଚାରଇ ୟେ ଅଟଇ କିଞ୍ଚିତ ।୬୨।ରଖିଲେ ରଖିବି ନରଖିଲେ ଫିଙ୍ଗିଦେବିପୃଥିବୀ ଧାରଣା ୟାକୁ କିମ୍ପାଇ ଦଣ୍ଡିବି ।୬୩।ମେରୁ ଆଶ୍ରେ ଦେଖିଲା ତା ବଢାଇ ସୁଡ଼ଙ୍ଗଆକାଶକୁ ଲାଗିଅଛି ତାର ଶତେ ଶୃଙ୍ଗ ।୬୪।ନବ ଲକ୍ଷ ଯୋଜନ ଅଟଇ ଆୟତନୟେ ଅବା କିଞ୍ଚିତ ମୋତେ ହୋଇବେ ସମାନ ।୬୫।ୟେମନ୍ତ ବିଚାରି ବୀର ରଡ଼ିୟେ ଛାଡ଼ିଲାମେରୁ ପରେ ମନ୍ଦର କି ଝଡ଼ିଣ ପଡିଲା ।୬୬।ସେ ରଡ଼ି ଘାୟେ ତରସ୍ତ ହେଲା ମେରୁ ଗିରିଲକ୍ଷେ ଭାର ରତ୍ନ ଦେଇ କହେ ପୁରସରି ।୬୭।ଶୁଣ ଦତ୍ୟପତି ତୁମ୍ଭେ ମୋହୋର ଉତ୍ତରନିର୍ଦ୍ଦୋଷ ଅଟଇ ମୁଂ ଧରିଛି ଚରାଚର ।୬୮।କାହାରି ସଙ୍ଗତେ ମୁଂ ନୋହଇ ଦ୍ୱନ୍ଦକାରୀପ୍ରସ୍ତର ସ୍ୱଭାବ କାହିଂ ଚଳିତ ନ ପାରି ।୬୯।ତଥାପି ମୁହିଂ ତ ତୋର ବଇରୀ ନୋହଇଅକାରଣେ ମୋତେ ତୁମ୍ଭେ ଦଣ୍ଡିଲ କିସ ପାଇଂ ।୭୦।ତୋ ସାମାନ ହେଲେ ହେବେ ଦଶ ଦିଗପାଳୟେ ସନ୍ଧାନ ଦେଲି ଘେନି ତାଙ୍କ ପାଶେ ଚଳ ।୭୧।ୟେ ସମୟେ ଶୂର ଧନ୍ୟା ମନ୍ତ୍ରୀ ତା କହିଲାସନ୍ଧାନ ଦେଇ ଯଦ୍ୟପି ଶରଣ ପଶିଲା ।୭୨।ଶରଣ ଲୋକେ ଧଂସିବା ନୋହଇ ଉଚିତମନ୍ତ୍ରୀର ବଚନେ ବାହୁଡ଼ିଲା ସେ ଦଇତ ।୭୩।ଅଳକା ଭୁବନେ ସେ ପ୍ରବେଶ ହେଲା ଯାଇଂବୀର ଡାକ ଚମକେ କୁରୁମ ଚମକଇ ।୭୪।ଶୁଣିକରି ଧନାଧିପ ତରସ୍ତ ହୋଇଲାରତ୍ନ ଭଣ୍ଡାର ସମର୍ପି କାକୁସ୍ତେ ବୋଇଲା ।୭୫।ଚଉରାଶି ଭଣ୍ଡାରର ଅଟେ ଅଧିକାରୀଜାଣିବାରେ ୟେ ଭଣ୍ଡାର ଅଟଇ ତୋହୋରି ।୭୬।ରଖିଲେ ରଖିବୁ ନୋହିଲେ ବୋହିନେବୁଭଣ୍ଡାର ରକ୍ଷକ ମୁଂ ଅଟଇ ତୋର ବାବୁ ।୭୭।ମନ୍ତ୍ରୀ ଯେ ବୋଇଲା ୟେହାର ନାହିଂ ଟାଣ ପଣୟେହାର ସଙ୍ଗେ ଉଚ୍ଚବାଚ ହେବା କି କାରଣ ।୭୮।ପ୍ରଚଣ୍ଡାସୁର ବୋଇଲା ପୃଥିବୀ ବୁଲିଲିଦଣ୍ଡେ କ୍ଷଣେ ମାତ୍ର କାହିଂ ଯୁଦ୍ଧ ତ ନ କଲି ।୭୯।ମନ୍ତ୍ରୀ ବୋଇଲା ଯେ ବାହାରନ୍ତା ଶତ୍ରୁ ପଣେତାହାର ସଙ୍ଗେ ଯୁଦ୍ଧ ବା କରନ୍ତେ ଦଣ୍ଡେ କ୍ଷଣେ ।୮୦।ନିରେଖ ଲୋଖଙ୍କୁ ତବ ବିନା କେହୁ ରଖିୟେମନ୍ତ କରି ଆଗ୍ୟାଂ ଦେଉଛ କାହିଂକି ।୮୧।ମନ୍ତ୍ରୀର ବଚନେ ସେ ଅସୁର ଶାନ୍ତି ହେଲାକୁବେର ପୁରରୁ ସେ ବାହୁଡ଼ି ବିଜେ କଲା ।୮୨।ମନେ ବିଚାରିଲା ୟେ ମର୍ତ୍ତ୍ୟରେ ନାହିଂ କେହିପାତାଳକୁ ଯିବା ନାଗରାଜା ବା ଯୁଝଇ ।୮୩।ୟେତେବୋଲି ପାତାଳକୁ ପଲାଣିଲା ଥାଠଆଗରେ ମନ୍ତ୍ରୀବର ତା କଢାଇଲା ବାଟ ।୮୪।ହିମାଞ୍ଚଳନ୍ତ ଶେଷେ ହେମାଦ୍ରି ନାମେ ନଦୀପାତାଳ ଗଙ୍ଗା ମଧ୍ୟରୁ ଆସୁଅଛି ଭେଦି ।୮୫।ସେ ନଦୀ ଉତ୍ତର ତୀରେ ପାତାଳରୁ ବାଟସେ ବାଟ ଭେଦି ଚଳିଲେ ଅସୁରର ଥାଠ ।୮୬।ଦଶ ଯୋଜନ ପର୍ଯ୍ୟନ୍ତେ ଅନ୍ଧକାର ଭୂମିଯେ ବିମ୍ବରେ ପଶିଣ ଯେ ହେଲେ ପାତାଳ ଗାମୀ ।୮୭।ଦେଖିଲା ପାତାଳ ସେ ଅଲେଖ ରତ୍ନ ମୟେରାତ୍ର ଦିବା ସେ ପୁରେଣ ବାରଣ ନ ଯାୟେ ।୮୮।ଲକ୍ଷ ଲକ୍ଷ କରି ରତ୍ନ ପ୍ରଦୀପର ପନ୍ତିବିନା ଅଗ୍ନିରେ ସେମାନେ ନିର୍ମଳେ ଜଳନ୍ତି ।୮୯।ଅନନ୍ତ ତକ୍ଷକ ବାସୁକି ଯେ କର୍କୋଟକୟେ ଚାରିଂହେ ଚାରି ଦ୍ୱାରେ ଅଟନ୍ତି ନାୟେକ ।୯୦।ପ୍ରଥମ ଦ୍ୱାରେ ଅନନ୍ତ ଥିଲେ ଦ୍ୱାରରକ୍ଷୀଆଶ୍ଚର୍ଯ୍ୟ ହୋଇଲେ ଯେ ଦାନବ ସନ୍ୟ ଦେଖି ।୯୧।ମନେ ବିଚାର କଲେ ୟେ କେବଣ ଅସୁରପାତାଳ ବୈକୁଣ୍ଠ ତ ପଶିଲା ନିଶାଚର ।୯୨।ଅଗାଦ ସମୋଦ୍ର ଜାଣି ଖେପୁଛନ୍ତି ଥାଠଦେଖି କରି ନାଗରାଜା ନିରୋଧିଲେ ବାଟ ।୯୩।ସହସ୍ରେ ଫଣା ଉଭାରି ନିରୋଧିଲେ ଦ୍ୱାରମହା ବିଷ ଜ୍ୱାଳାବଳୀ ଅନଳୁଂ ପ୍ରଖର ।୯୪।ଯୋଜନେ ଥାଉଂ ଦିଶିଲା ଫଣାର ଆକୃତିଲକ୍ଷେକ ଯୋଜନ ସେ ବେଷ୍ଟିତ ହୋଇଛନ୍ତି ।୯୫।ନବ ତାଳ ଉତ୍ସର୍ଜିତ ହୋଉଛନ୍ତି ଥାଠ ମୋଟପାତାଳ ବଇକୁଣ୍ଠକଇଂ ଅଟନ୍ତି କବାଟ ।୯୬।ଯାହାକୁ ଚିହ୍ନି ଛାଡ଼ିବେ ଯିବ ଅବା ସେହିନିରୋଧିଲେ ଯିବାକୁ ପଶିବା କ୍ଷମ ନାହିଂ ।୯୭।ଲାଙ୍ଗୁଡ଼ ଉପରେ ଦେଇଛନ୍ତି ମୁଖ ଡେରିସହସ୍ର ବଦନରୁ ପବନ ଆସେ ଫେରି ।୯୮।ବେନି କଳେ ଜିହ୍ନା ସେ ବୁଲାନ୍ତି ବେନି ବେନିତା ନାଶା ପବନକି ପ୍ରଳୟ କାଳ ବହ୍ନି ।୯୯।ବିଷଜ୍ୱାଳା ପବନ ଘାରିଲା ସର୍ବଅଙ୍ଗମସ୍ତ୍ରୀ ଡାକ ଦିଲା ଫେର, ନ ଘଟେ ସଂଯୋଗ ।୧୦୦।ୟେ ଜଳ ଅନ୍ଧାରି ୟେଣିକି ଯେ ବାଟ ନାହିଂଆବର ଆଶ୍ଚର୍ୟ୍ୟ ଅଗ୍ନି ଦୁଗୁଣ ଜଳଇ ।୧୦୧।ବିଷାଗ୍ନି ଲାଗନ୍ତେ କାହିଂ ଶରୀରେ ଅଛି ବଳଘଡ଼ିୟେ ମାତ୍ର ରହିଲେ ମରିବ ସକଳ ।୧୦୨।ପ୍ରଚଣ୍ଡାସୁର ବୋଇଲା ଆସ ବେଗେ ଫେରିୟେ ପୁରେ ସର୍ପ ସମୂହ ନୁହନ୍ତି ବଇରୀ ।୧୦୩।ରଥ ଗଜ ଚଳିବାକୁ ସଂକୀର୍ଣ୍ଣ ୟେ ବାଟଅକାରଣେ ଗଞ୍ଜି ହେବ ୟେତେ ବଡ଼େ ଥାଠ ।୧୦୪।ରାଜାର ବଚନେ ଥାଠ ଅଇଲେ ବାହାରିପଛେ ଶୂରଧନ୍ୟା ମନ୍ତ୍ରୀ ଅଇଲାକ ଫେରି ।୧୦୫।ପ୍ରଚଣ୍ଡାସୁର ବୋଇଲା କିଂକେ ଭୟ କଲୁମନ୍ତ୍ରୀବର ବୋଇଲା ହେ ବାଟ ନ ପାଇଲୁ ।୧୦୬।ତୂନି କରି ମନ୍ତ୍ରୀ କର୍ଣ୍ଣେ କହଇ ଉତ୍ତରବଡ଼ ଅକଳିତ ଯେ ଅନନ୍ତ ରାଜାପୁର ।୧୦୭।ସ୍ୱଭାବରେ ସର୍ପ ବିଳ କିସ ପିରୋଜନୟେକ ୟେକ ସର୍ପେ ମେରୁ ମନ୍ଦର ସମାନ ।୧୦୮।ତୁଣ୍ଡ ବିସ୍ତାରନ୍ତେ ସ୍ୱର୍ଗ ପାତାଳ ପଶିବସର୍ପ ଜିଣି କିସ ଆମ୍ଭ ପିରୋଜନ ହେବ ।୧୦୯।ଆମ୍ଭର ବଇରୀ ସେ ଅଟଇ ସୁନାଶୀରତାକୁ ଜିଣି ଭୋଗ ଆମ୍ଭେ କରିବା ଅମର ।୧୧୦।ଶୂରଧନ୍ୟା ମନ୍ତ୍ରୀ ଯହୁଂ କହିଲା ୟେ ବାଣୀସ୍ୱରାଜକୁ ଥାଠ ଚଳାଇଲା ନୃପମଣି ।୧୧୧।ବାଜଇ ଦମା ଦାମଣ୍ଡି ମର୍ଦ୍ଦଳ ମହୁରୀଜେନାବଳୀ ନଗ୍ରକୁ ଥାଠ ଆସନ୍ତି ଯେ ଫେରି ।୧୧୨।ଲକ୍ଷେକ ଚାମର ରାଜା ଅଗ୍ରତେ ଢାଳନ୍ତିଲକ୍ଷେ ପାଟଛତ୍ର ସେ ଆବର ଉଡ଼ାବନ୍ତି ।୧୧୩।ୟେକ ଲକ୍ଷୀ ପଞ୍ଚଲକ୍ଷୀ ବେନି ଯେ ମର୍ଭୁତସ୍ୱର୍ଣ୍ଣ ବନ୍ଧା ଶଙ୍ଖ ମିଶି ବାଜଇ ଅୟୁତ ।୧୧୪।କୌମୋଡ଼ ପର୍ବତ ତଳେ ସନ୍ୟ ହେଲେ ଯାଇଂଡଗରା କହନ୍ତେ ଦ୍ୱାରପାଳ ଦ୍ୱାର ଫେଇ ।୧୧୫।ପଶିଲେ ଅସଂଖ୍ୟ ବଳ ଗଡ଼ର ଭିତରଆଗ୍ୟାଂ ଦିଲା ଯୋଦ୍ଧାୟେ ଚଳିଲେ ନିଜଘର ।୧୧୬।ନିତ୍ୟକର୍ମ ବିଧାନ ସାରିଲେ ଯେ ଯାହାରେଯେ ବିଧି ମୁଣୋହି ପୁଣ କଲେକ ଅସୁରେ ।୧୧୭।ପ୍ରଚଣ୍ଡାଅସୁର ନିତ୍ୟ କର୍ମ ଯେ ସାରିଲାହାଥୀ ଘୋଡାଙ୍କ ଚରଣୀ ଖାଦ୍ୟ ଦ୍ରବ୍ୟ ଦିଲା ।୧୧୮।ଭଣ୍ଡାର ଚାକରମାନେ ଦିଲେ ନେଇ ବୋହିଯେଉଂ ଶାଳେ ଯେତେକ ଖାଦ୍ୟଦ୍ରବ୍ୟ ଅଣ୍ଟଇ ।୧୧୯।ଆପଣେ ପ୍ରଚଣ୍ଡାସୁର ମୁଣୋହି ଯେ କଲାଆସୁରୀ ଭୋଜନ ଯେ ତାହାର ଭକ୍ଷ ଥିଲା ।୧୨୦।ଆଞ୍ଚୋମନ ସାରିଣ ତାମ୍ବୋଳ ଲାଗି ହୋଇରତ୍ନ ଖଟ ଉପରେ ସେ ପହୁଡ଼ିଲା ଯାଇ ।୧୨୧।ନିଯୋଗୀ ସେବକମାନେ ଯାଇଂ ସେ ଖଟିଲେଟମକ ଦେଇଣ ନଗ୍ରେ ଦୋସାଧୁ ବୁଲିଲେ ।୧୨୨।ରାତ୍ର ଶେଷ ହୋଇଲା ଉଠିଲେ ପୁରଜନେରାଜାର ସିଙ୍ଘଦୁଆରେ ଆସି ମିଳିଲେ ବହନେ ।୧୨୩।ସିଂଘାସନେ ବିଜୟେ ଅସୁର କୁଳପତିପାତ୍ର ମନ୍ତ୍ରୀ ଅମନାତ୍ୟ ସମସ୍ତେ ମିଳନ୍ତି ।୧୨୪।ଗହ ଗହ ଅସୁରଙ୍କ ସଭାଗରୁ ଟାଣଅମରେ ଯେମନ୍ତ ସଭା କରେ ସୁରରାଣ ।୧୨୫।ୟେମନ୍ତ ସମୟେଣ ନାରଦ ମୁନିବରପ୍ରବେଶ ହୋଇଲେ ଯାଇ ଅସୁର ସଭାର ।୧୨୬।ଦେଖିଣ ପ୍ରଚଣ୍ଡାସୁର ନମସ୍କାର କଲାସୁରର୍ଣ୍ଣ ଆସନ ଦେଇ ଷଡ଼ାର୍ଘେ ପୂଜିଲା ।୧୨୭।ଅସୁର ଭକତି ସେ ଦେଖିଣ ମୁନିବରକଳହ ପ୍ରିୟ ନାରଦ ବୋଲନ୍ତି ଉତ୍ତର ।୧୨୮।ଭଲେ ଅଛ ଟି କି ଅସୁର କୁଳସାଇଂଦାରା ପୁତ୍ର ବନ୍ଧୁ ଅଛନ୍ତି ନା ଖଟନ୍ତି ନା ସୁସ୍ତେ ରହି ।୧୨୯।ପାତ୍ର ମନ୍ତ୍ରୀ ଅମନାତ୍ୟେ ଖଟନ୍ତି ନା ତୋତେଗଜ ଅଶ୍ୱ ଚରଣୀ ଦେଉ ନା ନିତ୍ୟେ ନିତ୍ୟେ ।୧୩୦।ରଥୀ ମହାରଥୀ ଯେ ପାଦାନ୍ତି ବଳ ତୋରୟେମାନେ ଚଳନ୍ତି ଟି କି ଆଗ୍ୟାଂରେ ତୋହୋର ।୧୩୧।ଝଡ଼ା ମୁଦୁସୁଲୀ ଦାସୀ ପରିବାରୀଜନେୟେମାନେ ଅଛନ୍ତି ନା ଅନ୍ତପୁର ସୁବିଧାନେ ।୧୩୨।ପ୍ରଚଣ୍ଡାସୁର ବୋଇଲା ତୁମ୍ଭର ପ୍ରସାଦେୟେ ସର୍ବେ ମୋହୋର ବାକ୍ୟେ ଥାନ୍ତି ଅପ୍ରମାଦେ ।୧୩୩।ନାରଦ ବୋଇଲେ ତୁ ବଇରୀ ସାଧୁ କିନାଶତ୍ରୁଜିତ ପାତଙ୍ଗ ଉଡ଼ାଉ କିନା ବାନା ।୧୩୪।ଅସୁର ବୋଇଲା ମୋର ଶତ୍ରୁ କେହି ନାହିଂଶତ୍ରୁଜିତ ପାତାଙ୍ଗ ବାନ୍ଧିବି କିସ ପାଇଂ ।୧୩୫।ନାରଦେ ବୋଇଲେ ତୁ ତ ହୋଇଲୁ ଉଦାସତୋ ପିତା ଧୁମାସୁରକୁ ଇନ୍ଦ୍ର କଲା ନାଶ ।୧୩୬।ପୁତ୍ର ହୋଇ ପିତା କାର୍ଯ୍ୟ ଯେବେ ନ କରଇକୁପୁତ୍ର ମଧ୍ୟରେ ସେ ଯେ ଗଣନା ହୋଅଇ ।୧୩୭।ଦେବାସୁର ମଧ୍ୟରେ ଯେ ବିବାଦ ଯୁଗେ ଯୁଗେତୋହ ତାର ଭାବ ଅଛି କେବଣ ସରାଗେ ।୧୩୮।ୟେତେ ବୋଲି ମୁନି ଯେ ଚଳିଲେ ଅନ୍ତର୍ଧାନେଶୁଣି କୋପ ଉପୁଜିଲା ଅସୁରର ମନେ ।୧୩୯।ମନ୍ତ୍ରୀକି ବୋଇଲା ମୋର ସାଜ ସମଦଣ୍ଡଅମର ଭୁବନ ମୁଂ କରିବି ଖଣ୍ଡ ଖଣ୍ଡ ।୧୪୦।ଦେବତା ମାତ୍ରକେ ନଥୋଇବି ସ୍ୱର୍ଗପୁରୟେମନ୍ତ ଆଗ୍ୟାଂ ମନ୍ତ୍ରୀକି ଦିଲାକ ଅସୁର ।୧୪୧।ଶୁଣି ମନ୍ତ୍ରୀବର ବହନ ହୋଇ ଗଲାସିଙ୍ଘଦ୍ୱାରେ ଯାଇଣ ଘୋଷଣା ଦିଆଇଲା ।୧୪୨।ସାଜ ସାଜ ବୋଲିଣ ସେ ଶୁଭିଲା ଘୋଷଣଚତୁରଙ୍ଗ ବଳ ସଜ ହୋଇଲେ ତକ୍ଷଣ ।୧୪୩।ଶୁଣି ତଡ଼ବଡ଼ି ସଜ ହୋଇଲେକ ସନ୍ୟବିଚାରନ୍ତି ଆଜ ସ୍ୱର୍ଗେ ଚଳିବେ ରାଜନ ।୧୪୪।ଅସଂକ୍ଷେପ ସଇନି ଅଇଲେ ସଜ ହୋଇସିଙ୍ଘଦ୍ୱାରେ ସର୍ବ ସନ୍ୟ ମିଳିଲେକ ଯାଇଂ ।୧୪୫।ମାହୁନ୍ତେ ସଜ ସେ ତିନି ଲକ୍ଷ ହାଥୀ ଘେନିଅସୁରଙ୍କ ମୁଖରେ ପୁରିଲା ମେଦିନୀ ।୧୪୬।ରଥୀ ତିନି ସହସ୍ର ଯେ ହୋଇଲେ ବାହାରପାଦାନ୍ତି ଯେ ତିନି ଲକ୍ଷ ତେତେ ହୟେବର ।୧୪୭।ସର୍ବ ଥାଠ ସିଙ୍ଘଦ୍ୱାରେ ମିଳିଲେକ ଯାଇଂଦିବସେ ରବିଙ୍କ କିରଣ ନ ଦିଶଇ ।୧୪୮।ସହସ୍ରେକ ଢୋଲ ବାଜଇ ନାନା ବର୍ଣ୍ଣକଡ଼ା ଘୁମୁରା କାହାଳୀ ବାଜେ ଘନ ଘନ ।୧୪୯।ମଦିରା ଖାଇଣ ସେ ଅସୁରେ ମତୁଆଳମୁଖରାବ ଶବଦରେ ଶୁଭଇ ଚହଳ ।୧୫୦।ଶୂରଧନ୍ୟା ମନ୍ତ୍ରୀ ଯେ ଚଢିଣ ହୟେବରସଜ ହୋଇ ଘରୁ ତାର ହୋଇଲା ବାହାର ।୧୫୧।ଅଶ୍ୱରୁ ଉତୁରି ରାଜା ନବରେ ପଶିଲାଅସୁର ରାଜାକୁ ଯାଇଂ ଦରଶନ କଲା ।୧୫୨।ରାଜାକୁ ବୋଇଲା ରଥ ସାଜ ବେଗ ହୋଇଥାଠ ସନ୍ୟ ସିଙ୍ଘଦ୍ୱାରେ ଅଛନ୍ତି ଗୋସାଇଂ ।୧୫୩।ମନ୍ତ୍ରୀର ବଚନେ ପ୍ରଚଣ୍ଡାସୁର ଉଠିଲାଯେ ବିଧି ବିଧାନେ ସେ ଅସୁର ବେଶ ହେଲା ।୧୫୪।ଦିବ୍ୟବେଶ ହୋଇ ରଥେ ବସିଲାକ ଯାଇଂଅନକୂଳ ଘେନି ବାହାରିଲା ନର ସାଇଂ ।୧୫୫।ଆକାଶ ମଣ୍ଡଳେ ତାର ଶିଖା ଲାଗି ଅଛିଚନ୍ଦ୍ରହାସ ଧରି କରେ ଝମକାଉ ଅଛି ।୧୫୬।ଚୈତ୍ର କୃଷ୍ଣ ଅଷ୍ଟମୀ ଅଟେ ଗୁରୁବାରମୂଳା ନାମେ ନକ୍ଷତ୍ର ଅଟେ ସେ ଦିନର ।୧୫୭।ନବ ନାମେ କରଣ ପରିଘ ଯେ ଯୋଗମୀନ ସଂକ୍ରାନ୍ତି କି ଅଠର ଦିନ ଭୋଗ ।୧୫୮।ସେ ଦିନ ଅସୁରକଇଂ ସମ୍ପଦ ଯେ ତାରବେଳ ଦ୍ୱାଦଶ ଦଣ୍ଡେଣ ହୋଇଲା ବାହାର ।୧୫୯।ରଥୀ ହାଥୀ ପାଦାନ୍ତି ଚଳିଲେ ଅତି ଖରେୟେକେ ୟେକେ ଜିଣି ସେ ପାରନ୍ତି ବଜ୍ରଧରେ ।୧୬୦।ଶିବ ବର ପ୍ରସାଦେ ଅମାପ ବଳବନ୍ତାଦେବାସୁର ଗନ୍ଧର୍ବଙ୍କୁ କୀଟରେ ଗଣିତା ।୧୬୧।ପଛ ପଟୁଆରେ ଗଲେ ଅନେକ ସଇନିଛେଲ ଚକ୍ର ଗଦା କରେ ଅସିପତ୍ର ଘେନି ।୧୬୨।ଟମକ ନିଶାଣ ଭେରୀ ଘୁମୁରା ବଜାଇଆଗିଆଣି ଦଣ୍ଡ ଆଗେ ୟେମାନ ବଜାଇ ।୧୬୩।ପଛିଆଣି ଦଣ୍ଡ ମଧ୍ୟେ ରାଜା ଯାଉଅଛିଦିବ୍ୟ ସୁଖାସନ ପରେ ଅସୁର ବସିଛି ।୧୬୪।ପାଦଘାତରେ ଗଗନ ନଦିଶଇଉଲୁକାପାତ କି ଜାଣି ଶବଦ ଶୁଭଇ ।୧୬୫।ମହାଥାଠ ଚଳାଇଣ ଅସୁର ଚଳିଲାଅସୁର ବଳ ବିଘାତେ ପୃଥିବୀ କମ୍ପିଲା ।୧୬୬।ଡରେ ଥର ହର ହୋଇ କମ୍ପିଲା ଧରଣୀଶିର ନ ଟେକିଲା ସେ ବାସୁକି ନାଗଫଣୀ ।୧୬୭।ଅନିର୍ଯ୍ୟାପ ସଇନି ଯେ ଚଳନ୍ତି ସମ୍ଭରେପ୍ରବେଶ ହୋଇଲେ ଯେ ଅମର ନିକଟରେ ।୧୬୮।ୟେଥୁ ଅନନ୍ତରେ ତୁମ୍ଭେ ଶୁଣ ନରସାଇଂଦେବତାନ୍ତ ଘେନି ଇନ୍ଦ୍ର ସ୍ୱର୍ଗ ଭ୍ରମି ଯାଇଂ ।୧୬୯।ଐରାବତ ଉପରେ ଚଢିଣ ବଜ୍ରଧରଭ୍ରମିଣ ସେ ଯାଉଅଛି ଦକ୍ଷିଣ ସ୍ୱର୍ଗର ।୧୭୦।ଅସୁରଙ୍କ ଆସିବାର ନ ଜାଣନ୍ତି କେହିଚିତ୍ରସେନ ଅଙ୍ଗାରପନ୍ନଙ୍ଗ ଛନ୍ତିରହି ।୧୭୧।ୟେହି ସମୟେ ପ୍ରଚଣ୍ଡା ଅସୁର ଧାଡ଼ିଦିଲାଅମର ମଣ୍ଡଳ ମଧ୍ୟେ ଚମକ ପଡ଼ିଲା ।୧୭୨।ଧର ଧର ମାର ମାର ଶବଦ ଶୁଭଇମୁଖ ରାବ ଶବଦେ କୁରୁମ ଉଛୁଳଇ ।୧୭୩।ଶୁଣି ଗନ୍ଧର୍ବ ଗଣେ ଧାଇଂଲେ କୋପ ହୋଇଚିତ୍ରସେନ ଆଗରେ ଯେ ଓଗାଳିଲା ଯାଇଂ ।୧୭୪।ତେଣେ ଇନ୍ଦ୍ର ପାଶକଇଂ ପେଶିଲା ଡଗରଇନ୍ଦ୍ର ବିଜେ କରିଥିଲେ ଖାଣ୍ଡବ ବନର ।୧୭୫।ଡଗର ଛାମୁରୁ ଯେ ଶୁଣିଣ ଶଚୀସାଇଂରାଗେଣ ଧାମଇଂ ଐରାବତକୁ ଧୁଆଂଇ ।୧୭୬।ଡଗରାକୁ ପୁଚ୍ଛଇ ଇନ୍ଦ୍ର କିସ ସମାଚାରଡଗରା ବୋଇଲା ସ୍ୱାମୀ ପ୍ରଚଣ୍ଡା ଅସୁର ।୧୭୭।ଜେନାବଳୀ ନଗ୍ରେ କୌମୋଚ ଦେଶେ ଘରସ୍ୱର୍ଗକୁ ବାହିଲା ସନ୍ୟ ଦ୍ୱିତୀୟ ସାଗର ।୧୭୮।ୟେମନ୍ତ ଶୁଣିଣ କ୍ରୋଧେ ଧାମନ୍ତି ମଘବାସଙ୍ଗତରେ ଅଛନ୍ତି ସେ ତିନି କୋଟି ଦେବା ।୧୭୯।ଯେ ଯାହା ଯାନବାହାନ ଆରୋହିଣ ଥିଲେଅସୁରଙ୍କ ଥାଠକୁ ସେ ତରାସେଣ ଧାଇଂଲେ ।୧୮୦।ଅସୁର ଥାଠ ଭେଟିଲେ ଜଟୀବଟ ତଳେରେ ରେ କାର କରିଣ ସେ ଓଗାଳିଲେ ବଳେ ।୧୮୧।ନାନା ଶସ୍ର ଧରିଣ ସେ ହୋଇଲେ ପିଟା ପିଟିକେହି କାହାକୁ ସମରେ ନ ଆସନ୍ତି ହଟି ।୧୮୨।ବେନି ବଳ ରିଂଝାଇ ପହରେ ଯୁଦ୍ଧ କଲେପର କେ ଆପଣା ବୋଲି ବାରଣ ନ ଗଲେ ।୧୮୩।ଅଶୀ କୋଟି ଗନ୍ଧର୍ବେ ଧାଇଂଲେ ଶସ୍ର ଧରିଗନ୍ଧର୍ବା ଶର ସେ ଲକ୍ଷ ଲକ୍ଷ ପ୍ରହାରି ।୧୮୪।ଯେସନେକେ ଶ୍ରାବଣେ ପଡ଼ଇ ଜଳଧାରାଲକ୍ଷ ଲକ୍ଷ ଅସୁରେ ହୋଇଲେ ଦର ମରା ।୧୮୫।ଯମ ନୈରୁତ ସେ ଯେ କୁବେର ବରୁଣୟେହାଙ୍କ ଶରେ ଅସୁରେ ହରାଇଲେ ପ୍ରାଣ ।୧୮୬।ଅନିର୍ଯାପ ଅସୁରେ ପଡ଼ିଲେ ରଣ ଭୂଇଂସାତ ତାଳ ଗର୍ଭରେ ରକତ ନଦୀ ବହି ।୧୮୭।ସେ ରକ୍ତନଦୀରେ ମଡ଼ା ପଡ଼ିଲେ ପୟେଡ଼ଗଣ୍ଡି ମୁଣ୍ଡ ଛିଣ୍ଡି ପଡ଼େ କାର ହାତ ଗୋଡ ।୧୮୮।ଐରାବତ ଆରୋହି ସେ ଦେବଙ୍କର ରାୟେବଜ୍ର ପ୍ରହାରନ୍ତେ କୋଟି କୋଟି ହୋନ୍ତି କ୍ଷୟେ ।୧୮୯।ତଥାପି ଅସୁରେ ବଳେ ନୁହଂନ୍ତି ବିମୁଖାୟେକକୁ ଆରେକ ସେ ଅଟନ୍ତି ରଣ ରଙ୍କା ।୧୯୦।ୟେସନ ସମୟେ ସେ ପ୍ରଚଣ୍ଡାସୁର ରାୟେସନ୍ୟ ଅପହାର ଦେଖି ତା ରଥ ଧୁଆଂୟେ ।୧୯୧।ଅଙ୍ଗାରପନ୍ନଙ୍ଗ ତାଙ୍କୁ ଦୂରରୁ ଦେଖିଲାପ୍ରଚଣ୍ଡା ଅସୁରକୁ ଆଗରୁ ଓଗାଳିଲା ।୧୯୨।ଦେଖି ପଚାରଲେ ସେ ଅସୁର କୁଳ ରାୟେତୁମ୍ଭେ ବେନି ଅଟ ପରା ଇନ୍ଦ୍ରର ତନୟେ ।୧୯୩।ଅସୁର ପୁଚ୍ଛନ୍ତେ ସେ କୁମରେ କୋପ କଲେଗନ୍ଧର୍ବାଶର ପ୍ରଚଣ୍ଡା ଶିରେ ପ୍ରହାରିଲେ ।୧୯୪।ତା ଅଙ୍ଗର ଶସ୍ର ବାଜି ପଡୁ ଅଛି ଝଡ଼ିକୋପଭରେ ଅସୁର ଦିଅଇ ସିଙ୍ଘରଡ଼ି ।୧୯୫।ଅନେକ ଶର ପ୍ରଚଣ୍ଡାସୁର ଯେ ବିନ୍ଧିଲାପ୍ରତି ଶରେ ଅଙ୍ଗାରପନ୍ନଙ୍ଗ ତାହା ନିବାରିଲା ।୧୯୬।ରାଗେ ଶର ବିନ୍ଧିଲା ଅସୁର ଉପରକୁନ ଭେଦିଣ ଶର ଖସି ପଡ଼ିଲା ତଳକୁ ।୧୯୭।ଚିତ୍ରସେନ ଗନ୍ଧର୍ବ ରଥରେ ବିଜେକଲାରଣେ ବିଜେ କରିଣ ଅସୁରେ ଓଗାଳିଲା ।୧୯୮।ରହ ରହ ବୋଲିଣ ଗଦା ୟେକ ଧରିଅସୁରଙ୍କ ଉପରେ ସେ ଗର୍ଜିଣ ପ୍ରହାରି ।୧୯୯।ୟେକା ପ୍ରହାରକେ ସେ ପଡ଼ିଲେ ଶତଶତଗଦାଘାତେ ମସିଗୁଣ୍ଡା ହୁଅନ୍ତି ଦଇତ ।୨୦୦।ରାଗେ ଶଚୀପତି ଧୁଆଂଇଲା ଐରାବତତତକ୍ଷଣେ ରଣେ ବିଜେ କଲା ଶଚୀ ନାଥ ।୨୦୧।ଦେଖିଣ ପଚାରେ ତାଙ୍କୁ ଦୃଭାର ଅସୁରୟେ ତୋହୋର ନାମ ପରା ଅଟେ ବଜ୍ରଧର ।୨୦୨।ତୁ ସେ ବଜ୍ରଧର ମୋର ପିତାର ବଇରୀଅକାରଣେ ପିତାକୁ ମୋହୋର ବଧ କରି ।୨୦୩।ଶୁଣି କ୍ରୋଧଭର ହୋଇ ବୋଇଲେ ମଘବାୟେହିକ୍ଷଣି ତୋତେ ପିତା ପାଶ ପଠାଇବା ।୨୦୪।ୟେତେ ବୋଲି ବଜ୍ରକୁ ବୁଲାଇ ବଜ୍ରଧରପ୍ରଚଣ୍ଡା ଅସୁର ଉପରେ କଲେକ ପ୍ରହାର ।୨୦୫।ମେରୁଗିରି ଚୂର୍ଣ୍ଣ ହୋୟେ ଯେଉଂ ବଜ୍ରଘାତେକିଛିହିଂ ନୋହିଲା ସେ ହସିଲା ଦୁରାପାତେ ।୨୦୬।ଇନ୍ଦ୍ରକୁ ଚାହିଂଣ ସେ ବୋଲଇ ଦୁରାଚାରଯେତେ ଶସ୍ର ଅଛି ଇନ୍ଦ୍ର କର ତୁ ପ୍ରହାର ।୨୦୭।ବଜ୍ର ନକାଟନ୍ତେ ଇନ୍ଦ୍ର ହେଲା ହୀନ ତେଜକରେ ଶୂଳ ବୁଲାଇଣ ଧାଇଂଲା ଦନୁଜ ।୨୦୮।ସେ ଶୂଳ ପିଟିଲା ନେଇ ଇନ୍ଦ୍ରର ଉପରଘାୟେ ଅସାଷ୍ଟମ ହେଲା ଐରାବତ ପର ।୨୦୯।ଅସାଷ୍ଟମ ଦେଖି ଗଜ ଇନ୍ଦ୍ରେ ଘେନିଗଲାନନ୍ଦନ ବନ ଗୁମ୍ପାରେ ନେଇଣ ଥୋଇଲା ।୨୧୦।କଳ୍ପଦ୍ରୁମ ପବନାଦି ବିଷଲ୍ୟ କରଣୀସେ ପବନ ଲାଗନ୍ତେ ଉଠିଲା ବଜ୍ରପାଣି ।୨୧୧।ମନେ ବିଚାରିଲା ସେ ଯେ ଦୃଭାର ଅସୁରଆଜ ଜୂର କରିଣ ସେ ନେମଇଂ ଅମର ।୨୧୨।ଜୀବନର ଭୟେ ଇନ୍ଦ୍ର ବାହାର ନୋହିଲାସେ ଗୌପ୍ୟ ବିମ୍ବରେ ସେ ଆତ୍ମାକୁ ରକ୍ଷାକଲା ।୨୧୩।ୟେଥୁ ଅନନ୍ତରେ ସେ ଗନ୍ଧର୍ବ ଚିତ୍ରସେନମର୍ଭୁତେ ଗନ୍ଧର୍ବ ଘେନି ଧାଇଂଲା ନନ୍ଦନ ।୨୧୪।ଅଙ୍ଗାରପନ୍ନଙ୍ଗ ତେଣେ ବିଜେ କଲା ରଣେଅସଂଖ୍ୟ ଗନ୍ଧର୍ବ ବଳେ ଚଳଇ ଆପଣେ ।୨୧୫।ଇନ୍ଦ୍ରୁଧନୁ ଜାଣିଣ ହାଥରେ ଧନୁ ଘେନିବିନ୍ଧନ୍ତି ନାରାଜ ସେ ଯେ କିଜାଣି ବହନି ।୨୧୬।ଗନ୍ଧର୍ବ ବଳ ମାରନ୍ତି ନାନା ଶସ୍ର ଧରିଲକ୍ଷ ଲକ୍ଷ ଅସୁରେ ପଡ଼ନ୍ତି ପ୍ରାଣହାରି ।୨୧୭।ଚିତ୍ରସେନ ଅଙ୍ଗାରପନ୍ନଙ୍ଗ ବେନି ରଥୀପ୍ରଚଣ୍ଡ ଅସୁର ବଳ ପକାନ୍ତି ନିପାତି ।୨୧୮।ଗଦା ପରିଘ ତିମ୍ବୁର ଚକ୍ର ଅସିବରଗନ୍ଧର୍ବେ ମାରନ୍ତେ ଭୂମେ ଲୋଟନ୍ତି ଅସୁର ।୨୨୯।ଅସୁରେ ନାନା ଆୟୁଧ ଧରିଣ ପିଟନ୍ତିଗନ୍ଧର୍ବ ବଳ ନିଶ୍ଚେଷ୍ଟେ ଭୂମିରେ ଲୋଟନ୍ତି ।୨୨୦।ବେନି ବଳ ଉଚ୍ଚବାଚ ନ କରନ୍ତି ଶଙ୍କାଯେକକୁ ଆରୋକ ସେ ଅଟନ୍ତି ରଣରଙ୍କା ।୨୨୧।ଦିଗପାଳେ ନାମ ଶୁଣି ଭାଞ୍ଜି ପଳାଇଲେଅମର ଭୁବନ ଛାଡ଼ି ଗୋପ୍ୟାନେ ରହିଲେ ।୨୨୨।ଚିତ୍ରସେନ ଅଙ୍ଗାରପନ୍ନଙ୍ଗ କଲେ ଯୁଦ୍ଧଅନେକ ରାକ୍ଷସ ବଳ ୟେସେ କଲେ ବଧ ।୨୨୩।ତାଳେକ ପର୍ଯ୍ୟନ୍ତେ ରକ୍ତନଦୀ ବହିଗଲାକୁଢକୁଢ ହୋଇ ମଡ଼ା ଭାସେ ଭେଳା ଭେଳା ।୨୨୪।ରଣ ରଙ୍କ କୁତୂହୋଳେ ନାଚନ୍ତି କବନ୍ଧୟେଣୁ ସ୍ୱର୍ଗ ଆଳ ଛାଡ଼ି ଗଲେନି ଅସ୍କନ୍ଦ ।୨୨୫।ଗନ୍ଧର୍ବେ ମାଇଲେ ରଣେ ହୋଇଣ ପ୍ରଚଣ୍ଡଲକ୍ଷ ଲକ୍ଷ ଅସୁରଙ୍କ କଟାଗଲା ମୁଣ୍ଡ ।୨୨୬।ପ୍ରଚଣ୍ଡା ଅସୁର ଇନ୍ଦ୍ର ସଙ୍ଗେ ଯୁଝୁଥିଲାଇନ୍ଦ୍ର ସମରେ ଘୁଞ୍ଚନ୍ତେ ସ୍ୱର୍ଗକୁ ଧାଇଂଲା ।୨୨୭।ସମର ଭୂମିରେ ବୀର ପଶିଲା ଝସାଇରାକ୍ଷସ ସଭାରେ ସ୍ୱର୍ଗ ହୋଇ ଅଛି ଛାଇ ।୨୨୮।ଦେଖି ହା ହା କାର କଲା ଅସୁର ରାଜନମନେ ବିଚାରଇ କେହୁ କଲାକ ୟେସନ ।୨୨୯।କୋପାନଳେ ରଥ ଧୁଆଂଇଲା ମହାବଳୀଅଙ୍ଗାରପନ୍ନଙ୍ଗ ଆଗେ ତତକ୍ଷଣେ ମିଳି ।୨୩୦।ଦେଖିଲା ଅସୁର ବଳ ସେ ମନ୍ଥନ କରେରହି ନପାରନ୍ତି କେହି ତାହାର ଛାମୁରେ ।୨୩୧।ଆପଣାର ସନ୍ୟ ବଳ ଦେଖିଣ ଭଙ୍ଗାଣମହା କ୍ରୋଧେ ଧାଇଂଲା ସେ ଅସୁର କୁଳ ରାଣ ।୨୩୨।ବୋଇଲା ପାମର ମୋର ନାଶ କଲୁ ବଳୟେତେ ବୋଲି ରିଂଝାଇଣ ପିଟିଲା ରୁଦ୍ର ଶୂଳ ।୨୩୩।ଅଙ୍ଗାରପନ୍ନଙ୍ଗ ଉପରେ ସେ ଶୂଳ ପଡ଼ିଲାକଦାପି ସେ ଶୂଳକୁ ସେ ନିବାରି ନପାରିଲା ।୨୩୪।ହୃଦରେ ପଡିଲା ଶୂଳ ଅଗ୍ନି ତେଜ ଜାଣିରୁଧିର ଉଦଗାରି ସେ ପଡ଼ିଲା ବୀରମଣି ।୨୩୫।ଦେଖି ଚିତ୍ରସେନ ଆଗେ ଓଗାଳିଲା ଯାଇଶ୍ରାବଣ ବରଷା ଜାଣି ଶର ବରଷଇ ।୨୩୬।ବଜ୍ରେଣ ନିର୍ଜିତ ସେ ପ୍ରଚଣ୍ଡାସୁର କାୟେଦେହେ ବାଜିଣ ଶରମାନ ମସିଗୁଣ୍ଡା ହୋୟେ ।୨୩୭।ବାବଲ ସେ ଚିତ୍ରସେନ ବିନ୍ଧିଲା ଓଟାରିମହାଗିରି ପରେ ଟେଳା ମାଇଲାର ପରି ।୨୩୮।ଅର୍ଦ୍ଧ ଚନ୍ଦ୍ର ବାଣ ସେ ବିନ୍ଧିଲା ଇନ୍ଦ୍ରସୁତତୁଣ୍ଡ ବିସ୍ତାରିଣ ତାହା ଗିଳିଲା ଦଇତ ।୨୩୯।ଜଳଧାରା ନାଗପାଶ କାଳାନଳ ଶରକୁହୁକା ସୂର୍ଯ୍ୟାବ୍ରତ୍ତେକ ଖଗେନ୍ଦ୍ର ତମ୍ବୁର ।୨୪୦।ବଜ୍ରାଶର କାଳପାଶି ଜଳପାଶି ଆଦିୟେ ଦେବଶର ତାହାର ଶରୀରେ ନ ଭେଦି ।୨୪୧।ଗନ୍ଧର୍ବାଶର ଯେ ଜୀବ ହନ୍ତକାରୀ ଯେତେବିନ୍ଧେ ଚିତ୍ରସେନ ପବନହୁଂ ବ୍ୟଗ୍ରଗତେ ।୨୪୨।ଚଛୁର ପଲକେ ବିନ୍ଧେ କୋଟି କୋଟି ବାଣଶରୀରେ ନ ଭେଦି ସେ ପଡ଼ନ୍ତି ଉପୁଡ଼ିଣ ।୨୪୩।ପ୍ରଚଣ୍ଡା ବୋଇଲା ତୁ ରେ ଶୁଣ ଇନ୍ଦ୍ରସୁତଯେତେ ଶସ୍ର ଅଛି ତାହା ବିନ୍ଧରେ ତୁରିତ ।୨୪୪।ଦେଖି ଶୁଣି ଚିତ୍ରସେନ ନ ସ୍ଫୁରଇ କିଛିବୀରବର ପରାକ୍ରମେ ସମର କରୁଛି ।୨୪୫।ପ୍ରଚଣ୍ଡାସୁର ଧଇଲା ଭଇରୋବ ମୂଷଳସେ ଶହସ୍ର ତେଜ ଦିଶେ ଜାଣି ଦାବାନଳ ।୨୪୬।ସେ ଶୂଳ ବୁଲାଇଲା ତିନ ବାର କରିଚିତ୍ରସେନ ଉପରକୁ ତକ୍ଷଣେ ପ୍ରହାରି ।୨୪୭।ସେ ଶହସ୍ର ନିବାରିବାକୁ ଚିତ୍ରସେନ ବିନ୍ଧିନିବାର ନ ହୋଇ ଧାୟେଂ ଦଶ ଦିଗ ରୁନ୍ଧି ।୨୪୮।ହର ବର ପ୍ରସାଦେ ଅସୁର ମହାବଳୀଚିତ୍ରସେନ ହୃଦେ ପଡ଼ି ପିଠିରେ ନିକିଳି ।୨୪୯।ପଡିଲାକ କୁମର ଉତ୍ତାନଶାହୀ ହୋଇଗନ୍ଧର୍ବେ ଛିନ୍ନଛତ୍ରେ ଦେଖିଣ ପଳାଇ ।୨୫୦।ସ୍ୱର୍ଗ ମଣ୍ଡଳ ଛାଡି ଦେବେ ପଳାଇଲେଜୀବନ ବିକଳେ ଯାଇ କେ କେଣେ ଲୁଚିଲେ ।୨୫୧।ପଶିଲେ ଅସୁରବଳ ସ୍ୱର୍ଗ ମଣ୍ଡଳକୁପଶିଣ ଜୂର କଲେ ଦେବ ଭଣ୍ଡାରକୁ ।୨୫୨।ହୀରା ନୀଳା ମୋତି ଯେ ମାଣିକ୍ୟ ରତ୍ନହାରଇଚ୍ଛାୟେ ଲୁଟିଲେ ୟେହା ଦୁର୍ଭାର ଅସୁର ।୨୫୩।ଦେବତାଙ୍କ ଆୟମାନ ନେଲେ ସର୍ବବହିପଶିଲେ ଅସୁର ଥାଠ ତିଳେ ସ୍ତାନ ନାହିଂ ।୨୫୪।ଗନ୍ଧର୍ବୀ କିନ୍ନରୀ ମାନ ବଳରେ ହରିଲେଅମର ପୁର ଭାଞ୍ଜିଣ ଭଗନସ୍ତ କଲେ ।୨୫୫।କନ୍ଦି ବିକନ୍ଦି ଅସୁରେ ବୁଲିଲେକ ଯାଇଂନିର୍ଭୟ ହୋଇଲେ ଭୟ ତାଙ୍କ ଦେହେ ନାହିଂ ।୨୫୬।ମହା ଦାନବ ସେ ବେଢିଗଲେ ସ୍ୱର୍ଗପୁରମନ ଇଚ୍ଛା ଲୁଟ କଲେ ସହସ୍ରେ ଭଣ୍ଡାର ।୨୫୭।ଇନ୍ଦ୍ରପୁରେ ପ୍ରଚଣ୍ଡା ଯେ ପଶିଲା ଝସାଇଅପଛରୀମାନଙ୍କୁ ସେ ଧରିଣ ଆଣଇ ।୨୫୮।ଇନ୍ଦ୍ରଚନ୍ଦ୍ର ଶାଳା ପୁରେ ପଶିଲାକ ଯାଇଦେଖିଲା ସେ ପୁରେ ଶଚୀଦେବୀ ଛନ୍ତି ରହି ।୨୫୯।ଶୂରଧନ୍ୟା ମନ୍ତ୍ରୀକଇଂ ପୁଚ୍ଛଇ ଅସୁରଅମର ମଣ୍ଡଳ ସାଧ୍ୟ ହୋଇଲା ମୋହୋର ।୨୬୦।ଇନ୍ଦ୍ର ଭାରିଯା ଶଚୀ ୟେ ଅଟେ ଟିକି ୟେହିୟେହା ଘେନି ଇନ୍ଦ୍ର ରାଜା ପାଟେଣ ବସଇ ।୨୬୧।ଯହୁଂ ଭୋଳାନାଥ ପ୍ରଭୁ ମୋତେ ଦିଲେ ବରୟେତେ କାଳେ ତପ ସିଦ୍ଧ ହୋଇଲା ମୋହୋର ।୨୬୨।ୟେତେ ବୋଲି ଚନ୍ଦ୍ରଶାଳା ପୁରକୁ ପଶିଲାଶଚୀ ଦେବୀ ହାଥ ଧରି ଓଟାରି ଆଣିଲା ।୨୬୩।ଆପଣାର ରଥ ପରେ ନେଇ ବସାଇଲାମହାଭୟେ ଶଚୀଦେବୀ ବହୁ ଶୋକ କଲା ।୨୬୪।ଅପଛରୀମାନେ ଶଚୀ ସଙ୍ଗତରେ ଗଲେପରିବାରୀ ସହିତେ ଇନ୍ଦ୍ରାଣୀ ସଙ୍ଗତରେ ନେଲେ ।୨୬୫।ଅମର ଜୟେ କରିଣ ଅସୁର ବାହାରସ୍ୱର୍ଗଜୟ ହେଲା ବିଚାରଇ ସେ ମନର ।୨୬୬।ଜେନାବଳୀ ନଗ୍ରକୁ ସେ କରଇ ଗବନସଙ୍ଗେ ଗୋଡାଇଲେ ତାର ଚତୁରଙ୍ଗ ସନ୍ୟ ।୨୬୭।ନଗ୍ରରେ ପଶିଣ ସେ ଘୋଷଣା ଦିଆଇଲାରଥ ଉପରୁ ଶଚୀଦେବୀଙ୍କି ସେ ଓହ୍ଲାଇଲା ।୨୬୮।ବୋଲଇ ଗୋ ଇନ୍ଦ୍ରାୟଣୀ ଶୁଣ ମୋର ବାଣୀଆଜ ଦିନଠାରୁ ମୋର ହୋଇଲୁ ଘରଣୀ ।୨୬୯।ଯକ୍ଷ ବିଦ୍ୟାଧର ପୁଣ ହୋଇଲେ ମୋହୋରୟେ ବଚନ ଶଚୀ ଆଗେ କହିଲା ଅସୁର ।୨୭୦।ଐରାବତ ସହିତରେ ଇନ୍ଦ୍ର ଗଲା ନାଶଅପଛରୀମାନେ ତ ଖଟିବେ ମୋର ପାଶ ।୨୭୧।ଅମର ମଣ୍ଡଳେ ମୁଂ ଯେ ସୁଖେ ବିଳସିବିଇନ୍ଦ୍ରପଣେ ସୁଧର୍ମାର ସଭାରେ ବସିବି ।୨୭୨।ୟେ ପହିଜ୍ୟ ଶଚୀ ଆଗେ କହିଲା ଅସୁରଶଚୀ ବୋଇଲେ କର୍ମେ ୟା ଅଛଇ ମୋହୋର ।୨୭୩।ପ୍ରଚଣ୍ଡାସୁର ବୋଇଲା ଶଚୀଙ୍କି ବିନୋୟୀଅମର ମଣ୍ଡଳେ ମୋତେ ଇନ୍ଦ୍ର କର ନେଇ ।୨୭୪।ଶଚୀ ବୋଇଲେ ସେ କଥା କିମ୍ପାଇ ପଚାରୁବଳାତ୍କାରେ କିମ୍ପାଇ ଆଣିଲୁ ସ୍ୱର୍ଗପୁରୁଂ ।୨୭୫।ବ୍ରତାଚାରୀ ହୋଇ ତହିଂ ବସିଥିଲି ପୁଣିବଳାତ୍କାରେ ହରିଆଣି କଲୁ ହୀନିମାନି ।୨୭୬।ୟେକବିଂଶ ଦିନେ ବ୍ରତ ପୁରିବ ମୋହୋରତେବେ ସେ ଭାରିଯା ମୁଂ ଯେ ହୋଇବି ତୋହୋର ।୨୭୭।ତୋତେ ଘେନି ଅମରେ ମୁଂ ଅବିଷେକୀ ହେବିବିହି ଯା ଲେଖିଛି କିମ୍ଫେ ଅନ୍ୟସ୍ତା କରିବି ।୨୭୮।କପଟ କରିଣ ଶଚୀ ୟେ କଥା କହିଲାସେ କଥାକୁ ସତ ପ୍ରାୟେ ଅସୁର ବୁଝିଲା ।୨୭୯।ଶଚୀ ବୋଇଲେ ଆହୁରି କଥା ୟେକ ଅଛିୟେକ ମନେ ଶୁଣ ମୁହିଂ ଯାହା ସେ କହୁଛି ।୨୮୦।ଶୁଣ ରାଜା ୟେକୋଇଶ ଦିନ ପରିଯନ୍ତେପୁଂସ ମାତ୍ର ମୁଖ ନ ଚାହିଂବି କଦାଶ୍ଚିତେ ।୨୮୧।ଅଭ୍ୟନ୍ତର ସ୍ତାନେ ମୋତେ ରଖିଥାଅ ନେଇୟେକୋଇଶ ଦିନ ପୂର୍ଣ୍ଣେ ଦେଖିବାକ ଯାଇଂ ।୨୮୨।ଦଇବ ଘଟଣା କେ କରିବ ଆନସତ୍ୟ ପ୍ରାୟେ ମଣିଲା ତା ଅସୁର ରାଜନ ।୨୮୩।ମନ୍ତ୍ରୀକି ବୋଇଲା ଆନ ନବରେକ କରୟେ ଶଚୀକି ରଖ ନେଇ ୟେକାନ୍ତର ପୁର ।୨୮୪।ପ୍ରଚଣ୍ଡାସୁର ବଚନେ ମନ୍ତ୍ରୀ ଚଳିଗଲାଭିନ୍ନ ନବର କରିଣ ଶଚୀକି ରଖିଲା ।୨୮୫।ୟେଥୁଅନନ୍ତରେ ହୋ ଶୁଣିମା ନୃପରାଣବିବରେ ଲୁଚିଣ ଥିଲା ଶଚୀର ରମଣ ।୨୮୬।ଅସୁର ଶଚୀକି ହରି ଘେନିଗଲା ଯହୁଂଡଗରେ କହଲେ ହୋ ଶୁଣିମା ଦେବ କହୁଂ ।୨୮୭।ଅଙ୍ଗାରପନ୍ନଙ୍ଗ ଚିତ୍ରସେନ ବେନି ସୁତୟାଙ୍କ ବଧ କରି ଶଚୀ ନେଲାକ ଦଇତ ।୨୮୮।ଅନେକ ଗନ୍ଧର୍ବ ବଳ ମାରି କରି ଗଲାଶଚୀ ସହିତେଣ ସେ ଅମର ଜୂର କଲା ।୨୮୯।ଶୁଣିଣ ବହୁ କ୍ରୋଧିତ ହୋଇଲେ ସୁରରାଣସୁଧର୍ମା ସଭାକୁ ଚଳିଗଲେକ ଆପଣ ।୨୯୦।ଦେଖିଲେ ସେ ଦେବସଭା ହୋଇଅଛି ନଷ୍ଟବିଚାରନ୍ତି ୟେ ଅବସ୍ତା କଲାକ ପାପିଷ୍ଟ ।୨୯୧।ୟେମନ୍ତର ମସୟେ ସେ ମାତଳି ତହିଂ ହୋଇଶିରେ କର ଦେଇ କହେ ସକଳ ବିନୋୟୀ ।୨୯୨।ଇନ୍ଦ୍ର ବୋଇଲେ ମାତଳି ଚଳ ୟେହି କ୍ଷଣବ୍ରହ୍ମାଦି ଦେବତାଙ୍କୁ ବହନ କରି ଆଣ ।୨୯୩।ୟେସନେକ ଆଗ୍ୟାଂ ଯହୁଂ ଇନ୍ଦ୍ର ରାୟେ ଦିଲେତତକ୍ଷଣେ ମାତଳି ବାହନ ଚଳିଗଲେ ।୨୯୪।ବ୍ରହ୍ମାଙ୍କର ମନ୍ଦିରେ ମାତଳି ବେଗେଂ ଯାଇଂଦେଖିଲା ବସିଅଛନ୍ତି ସାବିତ୍ରି ଦେବୀ ସାଇଂ ।୨୯୫।ଖଣ୍ଡେ ଦୁରୁଂ ଦେଖି ପାୟେ ପଡ଼ିଣ ଶୋଇଲାଶିରେ କର ଦେଇ ପଛକୁ ଘୁଞ୍ଚିଗଲା ।୨୯୬।ବ୍ରହ୍ମାୟେ କଲ୍ୟାଣ କରି ତାହାକୁ ପଚାରିକିମର୍ଥେ ଆଗମ ତାହା କହନି ତଥ୍ୟ କରି ।୨୯୭।ମାତଳି ବୋଇଲା ହୋ ଶୁଣିମା ବେଦବରଇନ୍ଦ୍ର ଆଗ୍ର୍ୟାଂ ଦିଲେ ସ୍ୱାମୀ ଯିବ ଧାତିକାର ।୨୯୮।କାଲି ପ୍ରଚଣ୍ଡା ଅସୁର ସ୍ୱର୍ଗକୁ ବାହିଲାଚିତ୍ରସେନ ଅଙ୍ଗାରପନ୍ନଙ୍ଗ ବଧ କଲା ।୨୯୯।କିନ୍ନରୀ ଯେ ବିଦ୍ୟାଧରୀ ଶଚୀର ସହିତେଦେବ ଭଣ୍ଡାରାଦି ନେଲା ସ୍ୱର୍ଗେ ଥିଲା ଯେତେ ।୩୦୦।ୟେହା ଶୁଣି ବିଧାତା ଯେ ଉଠିଲେ ବହନମରୁଳ ବାହାନେ ଚଢି କଲେକ ଗବନ ।୩୦୧।ବ୍ରହ୍ମାୟେ ଚଳିଲେ ସୁଧର୍ମା ସଭାକୁମାତଳି ଚଳିଲା ବୃହସ୍ପତି ଭୁବନକୁ ।୩୦୨।ମାତଳି ବୋଇଲା ଗୁରୁ ଯିବା ବେଗ ହୋଇଇନ୍ଦ୍ରର ଅବସ୍ତା ଚାଲ ଦେଖିବ ଗୋସାଇଂ ।୩୦୩।ୟେହା ଶୁଣି ବୃହସ୍ପତି ବେଗ ହୋଇ ଗଲେଅମର ଆସ୍ତାନେ ଯାଇ ପ୍ରବେଶ ହୋଇଲେ ।୩୦୪।ପିତାଙ୍କୁ ଦେଖିଣ ଗୁରୁ କଲେ ନମସ୍କାରବ୍ରହ୍ମାୟେ ବୋଇଲେ ବାବୁ ଶୁଣରେ କୁମର ।୩୦୫।କାଲି ପ୍ରଚଣ୍ଡାସୁର ଅମରେ ଧାଡ଼ି ଦିଲାଅଙ୍ଗାରପନ୍ନଙ୍ଗ ଚିତ୍ରସେନକୁ ମାଇଲା ।୩୦୬।ଶଚୀ ସହିତରେ ହରି ନେଲାକ ପାମରୟେବେ ଜୀଆଂଇଣ ଦିଅ ଇନ୍ଦ୍ରର କୁମର ।୩୦୭।ଆଗ୍ୟାଂ ପାଇ ବୃହସ୍ପତି ଗଲେ ତତ୍କ୍ଷଣପ୍ରବେଶ ହୋଇଲେ ଯାଇଂ ସାଂଗ୍ରାମ ମଣ୍ଡଳେଣ ।୩୦୮।ଅଙ୍ଗାରପନ୍ନଙ୍ଗ ଚିତ୍ରସେନ ଛନ୍ତି ପଡ଼ିଆବରଗନ୍ଧର୍ବଙ୍କୁ ଶୁଆଇଂ ଧାଡ଼ିଧାଡ଼ି ।୩୦୯।କମଣ୍ଡଳୁ ପାଣି ଗୁରୁ ସିଞ୍ଚିଲେ ବହନମୃତୁ ସଞ୍ଜୀବନୀ ମନ୍ତ୍ରେ ଦିଲେ ଜୀବ ଦାନ ।୩୧୦।ଅଙ୍ଗାରପନ୍ନଙ୍ଗ ଚିତ୍ରସେନ ଯେ ଗନ୍ଧର୍ବତତକ୍ଷଣେ ପ୍ରାଣ ପାଇ ଉଠିଲେକ ସର୍ବ ।୩୧୧।ନିଦ୍ରାଗତ ପ୍ରାଣୀ ପ୍ରାୟେ ସମସ୍ତେ ଉଠିଲେଯେ ଯାହାର ଶସ୍ରମାନ ଆମଞ୍ଚନ କଲେ ।୩୧୨।ଅଙ୍ଗାରପନ୍ନଙ୍ଗ ଚିତ୍ରସେନ ବେନି ଗଲେଅମର ସଭାରେ ଯାଇଂ ପ୍ରବେଶ ହୋଇଲେ ।୩୧୩।ବୃହସ୍ପତି ଦିଲେ ସର୍ବ ବଳନ୍ତ ଜୀଆଇଂଦେଖିଣ ଆନନ୍ଦ ହୋଇଲେ ତହୁଂ ଶଚୀସାଇଂ ।୩୧୪।ବହୁତ ପ୍ରଶଂସା ଇନ୍ଦ୍ର ଗୁରୁଙ୍କୁ ଯେ କଲେତେତିଶ କୋଟି ଦେବତା ସମସ୍ତେ ମିଳିଲେ ।୩୧୫।ନାରଦ ଅଇଲେ ବୀଣା ଯନ୍ତ୍ରକୁ ବଜାଇବରୁଣ ପବନ ପ୍ରବେଶିଲେ ବେଗ ହୋଇ ।୩୧୬।ଚନ୍ଦ୍ର ସୂର୍ଯ୍ୟ ନବଗ୍ରହ ସହିତେ ଅଇଲେଅଶ୍ୱିନୀକୁମାରେ ଅଷ୍ଟବସୁ ବିଜେ କଲେ ।୩୧୭।.ଗଣଗନ୍ଧର୍ବ ଦେବତା ଯେ ଯହିଁରେ ଥିଲେଯେ ଯାହାର ମତେ ଆସି ସଭାରେ ମିଳିଲେ ।୩୧୮।ଚଉଦ କୋଟିୟେ ତହିଂ ଶିବଗଣ ଘେନିତତକ୍ଷଣେ ବିଜୟ କଲେକ ଶୂଳପାଣି ।୩୧୯।ସୁଧର୍ମା ସଭାରେ ଆସି ମିଳିଲେ ସମସ୍ତେବସିଛନ୍ତି ଇନ୍ଦ୍ର ଦେବତା ହୋଇ ମଉନ ବ୍ରତେ ।୩୨୦।ଅଙ୍ଗାରପନ୍ନଙ୍ଗ ଚିତ୍ରସେନ ଯେ ଅଇଲେତାହାଙ୍କରି ପଛେ ବସୁମତୀ ବିଜେ କଲେ ।୩୨୧।ମୁଖରୁ ରୁଧିର ତାର ବହଇ ଝରଝରବୋଇଲା ଦେବେ ସମ୍ଭାଳ ମେଦିନୀ ତୁମ୍ଭର ।୩୨୨।ବସୁଧାର ବାକ୍ୟ ସର୍ବ ଦେବତା ଶୁଣିଲେମାନ ଅଭିମାନେ ଶିବଙ୍କ ମୁଖକୁ ଚାହିଂଲେ ।୩୨୩।ସଦାଶିବ ବୋଇଲେ ହୋ ଭାଳେଣି କିମ୍ପାଇମରୁତ ବୋଇଲେ ତବ ପ୍ରସାଦେ ଗୋସାଇଂ ।୩୨୪।ଅନିର୍ଯାପ ବର ଦିଅ ଅସୁରମାନଙ୍କୁସେ ବର ପାଇଣ ଧାଡ଼ି ଦ୍ୟନ୍ତି ଅମରକୁ ।୩୨୫।ଦେବତାନ୍ତ ନାଶିଣ ହରନ୍ତି ଦେବସ୍ତିରୀଧନ୍ୟ ତୁମ୍ଭ ଭକ୍ତ ଧନ୍ୟ ମହିମା ତୁମ୍ଭରି ।୩୨୬।ସଦାଶିବ ବୋଇଲେ ସେ ଆମ୍ଭର ପ୍ରକୃତିବର ଦେଉଂ ଆମ୍ଭଙ୍କୁ ସେ ଯେ ଯେମନ୍ତେଣ ଚିନ୍ତି ।୩୨୭।ଯାହାର ଯହିଂରେ ମୃତୁ ଯହିଂରେ ଘଟାଇଦୁଷ୍ଟ ହୋଇଲେ ମରନ୍ତି କିଛି ଭୋଗି ହୋଇ ।୩୨୮।ବରୁଣ ବୋଇଲେ ଦୁଷ୍ଟ ମରିବ କେମନ୍ତେକଦର୍ଥନା ହୋଇଲୁଂ ଆମ୍ଭେ ସକଳ ଦଇବତେ ।୩୨୯।ସଦାଶିବ ବୋଇଲେ ଜାଣନ୍ତି ବୃହସ୍ପତିଯାହାର ହାତରେ ଅସୁର ହୋଇବ ବିନଶ୍ୟତି ।୩୩୦।ୟେ କଥା ଶୁଣିଣ ସର୍ବେ ଗୁରୁଙ୍କୁ ପଚାରିଶୁଣି ବୃହସ୍ପତି ପାଞ୍ଜି ଫେଇଣ ବିଚାରି ।୩୩୧।ବୃହସ୍ପତି ବୋଇଲେ ଶୁଣିମା ବଜ୍ରଧରପ୍ରଚଣ୍ଡା ବଧ ହୋଇବ ନକୁଳ ହାଥର ।୩୩୨।ଇନ୍ଦ୍ରର କୁମର ସେ ଅଶ୍ୱିନୀ ବୀର୍ଯ୍ୟେ ଜାତସେ କିଞ୍ଚିତେ ବଧ କରି ପାରଇ ଦଇତ ।୩୩୩।ଶୁଣିଣ ଇନ୍ଦ୍ର ବୋଲନ୍ତି ମାତଳି ମୁଖ ଚାହିଂପୁଷ୍ୟେକେ ବସାଇ ଆଣ ମାଦ୍ରୀର ତନୟି ।୩୩୪।ଯୁଝେଷ୍ଠି ଅଗ୍ରତେ ମୋର କଷଣ କହିବୁଶଚୀ ହରି ନେଇଅଛି ତାହା ଜଣାଇବୁ ।୩୩୫।ସେ ମୋହୋର ପଞ୍ଚୁପୁତ୍ରେ ଜାଣନ୍ତିନା ମୋତେଲାଖ ବିନ୍ଧି ଲକ୍ଷେ ରାଜା ଜିଣିଲେ କିଞ୍ଚିତେ ।୩୩୬।ୟେବେ ଦ୍ରିଯୋଧନ ଯେ ଗଉରୋବ କଲା ଯାଇଦ୍ରୋପତୀ ସହିତେ ସର୍ବ କୁଟୁମ୍ବ ଘେନାଇଂ ।୩୩୭।ହସ୍ତିନାକୁ ନ ଗଲେ ସେ କଳହ ନିମନ୍ତେମହା ନିଶ୍ଚିନ୍ତେ ଅଛନ୍ତି ସେ ବାରୁଣାବନ୍ତେ ।୩୩୮।ଅସଂକ୍ଷେପ ଦ୍ରବ୍ୟ ଦ୍ରୋପଦେଶ୍ୱର ଦିଲାତ୍ରିପୁର ମଧ୍ୟରେ ୟେହା କାହିଂ ନ ଦେଖିଲା ।୩୩୯।ପୁତ୍ରଙ୍କ ବିବାହ ମୁଂ ଯେ ଯାଇଥିଲି ଦେଖିବାରୁଣାବନ୍ତେ ରହିଲେ ହୋଇ ମହାସୁଖୀ ।୩୪୦।ୟେ ମୋର ଅବସ୍ତା ଯେବେ କର୍ଣ୍ଣରେ ଶୁଣିବେଶୁଣିଲା ମାତ୍ରକେ ନକୁଳକୁ ପଠାଇବେ ।୩୪୧।ତାହାର ଅଇଲେ ସ୍ଥିର ହେବ ସ୍ୱର୍ଗପୁରତାର ହାଥେ ବଧ ହେବ ଦ୍ରପିଷ୍ଟ ଅସୁର ।୩୪୨।ସର୍ବ ଦେବ ସମୂହେ ବୋଇଲେ ମଘବାନମାତଳି ଯେ ଆରୋହିଲେ ପୁଷ୍ୟେକ ବିମାନ ।୩୪୩।ଆକାଶ ମାର୍ଗରେ ସେ ଯେ ରଥ ବାହିନେଲାପବନହୁଂ ରଥ ବେଗେଣ ଚଳିଲା ।୩୪୪।ବାରୁଣାବନ୍ତରେ ରଥ ପ୍ରବେଶିଲା ଯାଇଂସିଂଘଦ୍ୱାରେ ରଥ ରଖି ଗଲାକ ଓହ୍ଲାଇ ।୩୪୫।ଦେଖିଲା ଯୁଝେଷ୍ଠି ଯେ ଆସ୍ତାନେ ଛନ୍ତିବସିୟେ ସମୟେ ମାତଳି ପ୍ରବେଶ ହେଲା ଆସି ।୩୪୬।ମାତଳିକି ଦେଖିଣ ଉଠିଲେ ପଞ୍ଚୁବୀରେନମସ୍କାର କଲେ ସର୍ବେ ମାତଳି ପୟରେ ।୩୪୭।ଗଉରୋବ କରିଣ ଆସ୍ତାନରେ ବସାଇଲେକିମର୍ଥେ ଅଇଲତ ବୋଲିଣ ପଚାରିଲେ ।୩୪୮।ମାତଳି ବୋଇଲା ବାବୁ ଇନ୍ଦ୍ରଙ୍କ ଆଗ୍ୟାଂରେରଥେ ବସାଇଣ ନେବି ମାଦ୍ରୀଙ୍କ କୁମରେ ।୩୪୯।ଯୁଝେଷ୍ଠି ବୋଇଲେ ଯେ ଡକରା ମଘବାନନକୁଳ କିମ୍ପାଇ ଯିବ ଯାଉ ନା ଅର୍ଜୁନ ।୩୫୦।ମାତଳି ବୋଇଲା ଆଗ୍ୟାଂ ନକୁଳ ନେମଇଂବିନା ଆଗ୍ୟାଂରେ ଅର୍ଜୁନ ନନିଅଇ ମୁହିଂ ।୩୫୧।ଯିଝେଷ୍ଠିର ବୋଲନ୍ତି ସ୍ୱର୍ଗରେ କିସ ଭୟେପ୍ରଚଣ୍ଡାସୁର ବୋଲିଣ ଅସୁର ଗୋଟାୟେ ।୩୫୨।କୌମୋଡ଼ ପର୍ବତର ଉତ୍ତରେ ତାର ଘରଜେନାବଳୀ ନଗ୍ର ନାମେ ବଡାଇ ଦୁର୍ଭାର ।୩୫୩।ସେ ସେ ଅସୁର ଗଡ଼େ ବେଢି ଅଛି ଖଣାଦେବ ଦାନବ ମାନବେ ଅଟେ ଅଳକଣା ।୩୫୪।ସେ ପୁରେଣ ଧୁମାସୁର ଅଟଇ ଯେ ରାଜାସ୍ୱର୍ଗକୁ ସେ ଧାଡ଼ି ଦ୍ୟନ୍ତେ ବଧିଲେ ବିଡ଼ୋଜା ।୩୫୫।ବଜ୍ର ଧରି ନିବାରଣ କଲେ ଶକ୍ର ରାୟେତାହାର ନନ୍ଦନ ଯେ ପ୍ରଚଣ୍ଡାସୁର ହୋୟେ ।୩୫୬।ରୁଦ୍ର ବର ପାଇଣ ସେ କାହାକୁ ନ ଡରଇରଥ ଚଢି ତିନିପୁରେ ଅସୁର ଭ୍ରମଇ ।୩୫୭।ଗଣ ଗନ୍ଧର୍ବ ଦେବତା ଆଦି ନ ଡରିଲାସ୍ୱର୍ଗପୁରେ ପଶି ଦେବଙ୍କ ସଙ୍ଗରେଯୁ ଝିଲା ।୩୫୮।ସ୍ୱର୍ଗେ ଧାଡ଼ି ଦିଲା ଦିନା ଚାରିର ଅନ୍ତରେଅମରପୁରୁ ଶଚୀକି ନେଲା ବଳାତ୍କାରେ ।୩୫୯।ସକଳ ଦେବତା ଆସି ଆସ୍ତାନେ ବସିଲେବ୍ରହ୍ମାୟେ ବୃହସ୍ପତିକିଂ ଚାହିଂ ପଚାରିଲେ ।୩୬୦।କାହାର ହାଥରେ ପୁଣ ମରିବ ଅସୁରଶୁଣିକରି ବୃହସ୍ପତି କହିଲେ ଉତ୍ତର ।୩୬୧।ୟେ ଅସୁର ଯେ କାହାର ହାଥରେ ନ ମରଇନକୁଳ ହାଥରେ ୟାର ମୃତୁଟି ଅଟଇ ।୩୬୨।ବ୍ରହ୍ମା ବୃହସ୍ପତି ଇନ୍ଦ୍ର ଆଗ୍ୟାଂ ଦିଲେ ବେଗେନକୁଳର ହାଥେ ସେ ଅସୁର ବିଯୋଗେ ।୩୬୩।ଦେବତାଙ୍କ ଆଗ୍ୟାଂରେ ମୁଂ ଅଇଲି ବହନରଥରେ ବସାଇ ନେମି ମାଦ୍ରୀର ନନ୍ଦନ ।୩୬୪।ଦେବଦୂତ ବାକ୍ୟ ଯୁଝେଷ୍ଠି ଦେବ ଶୁଣିଅର୍ଜୁନ ବୋଇଲେ ପଠାଅ ୟେହି କ୍ଷଣି ।୩୬୫।ଅର୍ଜୁନ ବୋଇଲେ ଆଗ୍ୟାଂ ଦିଲେ ସୁରପତିନକୁଳ ନ ଗଲେ କାଳେ ବୋଲିବେ ଅନୀତି ।୩୬୬।ଭୀମସେନ ବୋଇଲା ମୁଂ କଥାୟେ ଭାଷଇସହଦେବକୁ ପଚାର ସେ କା ହାଥେ ମରଇ ।୩୬୭।ଭୀମସେନ ବଚନେ ଯୁଝେଷ୍ଠି ତୁଷ୍ଟ ହେଲେସହଦେବ ମୁଖ ଚାହିଂ ଯୁଝେଷ୍ଠି ପୁଚ୍ଛିଲେ ।୩୬୮।କହ କହ ଭାଇ ବେଗେ ୟେଥିରେ ବିଚାରନକୁଳର ହାଥେ କି ସେ ମରିବ ଅସୁର ।୩୬୯।ମନ୍ତ୍ରୀ ଶୁଣି କରକୁ ଚାହିଂଣ ବୋଲଇନକୁଳ ଠାକୁରେ ତାକୁ ମାରିବେ ଗୋସାଇଂ ।୩୭୦।ୟେହା ଶୁଣି ଯୁଝେଷ୍ଠିର ଆନନ୍ଦ ହୋଇଲେବେଗ ହୋଇ ଯାଅ ନକୁଳକୁ ଆଜ୍ଞା ଦିଲେ ।୩୭୧।ଯୁଝେଷ୍ଠିଙ୍କ ମୁଖରୁ ୟେସନ ଆଜ୍ଞା ପାଇଧନୁଶର ଧରି ଉଭା ମାଦ୍ରୀର ତନୟି ।୩୭୨।ଯୁଝେଷ୍ଠିଙ୍କି ନକୁଳ ଯେ ନମସ୍କାର କଲାପଛେ ଭୀମସେନ ଅର୍ଜୁନକୁ ଓଳଗିଲା ।୩୭୩।ସହଦେବ ନକୁଳକୁ କଲା ନମସ୍କାରଯାଉଅଛି ବୋଲି ବସେ ରଥର ଉପର ।୩୭୪।ବହୁତ କଲ୍ୟାଣ ସେ ଯେ କରନ୍ତି ତିନିଭାଇପ୍ରଚଣ୍ଡାସୁରକୁ ମାର ସର୍ବ ଶୁଭେ ଯାଇଂ ।୩୭୫।ମାତଳି ନକୁଳ ଯାଇଂ ବସିଲେ ରଥରେଦେବ ରଥ ଗବନ କରଇ ଧୀରେ ଧୀରେ ।୩୭୬।ଅର୍ଦ୍ଧ ଆକାଶରେ ରଥ କରଇ ଗବନନକୁଳ କହଇ ତୁମ୍ଭେ ଶୁଣ ମୋ ବଚନ ।୩୭୭।ୟେହିଠାରେ ରଥ ମୋର ରୁହାଇବା କ୍ଷଣେଯାହାମୁଂ କହଇ ଦେବ ଶୁଣିବା ସାବଧାନେ ।୩୭୮।ଅସୁର ନ ମାଇଲେ ନ ଯିବି ସ୍ୱର୍ଗାଳଅସୁର ସଂଘାରି ମୁଂ ଭେଟିବି ଆଖଣ୍ଡଳ ।୩୭୯।ଶଚୀ ଠାକୁରାଣୀଙ୍କି ଆଣିବି ମୁକୁଳାଇତେବେ ସେ ପାଣ୍ଡବେ ନାମେ ବୀରଧୂ ଉଡ଼ାଇ ।୩୮୦।ୟେଥୁ ଅନନ୍ତରେ ସେ ଯେ ବିଲଙ୍କ ଦେଶର ରାୟେଅଗସ୍ତିଙ୍କ ଚରଣରେ ବହୁତ ବିନୟେ ।୩୮୧।ୟେଥୁ ଅନନ୍ତରେ କିସ ହୋଇଲା ଚରିତୟେହା ମୋତେ ସଞ୍ଚପିଣ କହିବା ତଦନ୍ତ ।୩୮୨।ଅଗସ୍ତି ବୋଇଲେ ହୋ ଶୁଣିମା ମନୁ ରାୟେବିଚିତ୍ର ଆଖ୍ୟାନ ୟେ ଅମୃତ ରସ ମୟେ ।୩୮୩।ଦେବ ସଭା ମଧ୍ୟରେ ନାରଦ ବସିଥିଲେଅମର ସଭାରୁ ସେ ଯେ ବାହାର ହୋଇଲେ ।୩୮୪।ମନ ଦଣ୍ଡ ଚଳିଗଲେ ଅସୁର ରାଜ୍ୟକୁଯାଇଣ ଭେଟିଲେ ମୁନି ପ୍ରଚଣ୍ଡାସୁରକୁ ।୩୮୫।ଆସ୍ତାନ କରିଣ ବସିଅଛି ଅସୁରଯାଇଣ ମିଳିଲେ ତହିଂ ବ୍ରହ୍ମାଙ୍କ କୁମର ।୩୮୬।ନାରଦଙ୍କୁ ଦେଖିଣ ଅସୁର କୁଳରାଣପ୍ରଲମ୍ବିତ କଲା ସେ ଯେ ଋଷିଙ୍କ ପୟରେଣ ।୩୮୭।ବୋଇଲା ଆଜ କି ଭାଗ୍ୟ ହୋଇଲା ମୋହୋରନୟନେ ଦେଖିଲି ଯାହା ବ୍ରହ୍ମାଙ୍କ କୁମର ।୩୮୮।ଅସୁର ଭଗତି ଦେଖି ବ୍ରହ୍ମାଙ୍କର ଶିଷିକଲ୍ୟାଣ କରିଣ ସେ ଯେ ବୋଇଲେକ ହସି ।୩୮୯।ତୋହୋରଠାରେ ଆମ୍ଭର ବହୁତ ସ୍ନେହ ଥାଇତେଣୁ ଶଙ୍ଖୁଳି ଅଇଲୁ ଶୁଣ ନରସାଇଂ ।୩୯୦।ଗୁପତ କଥାୟେ ଅଛି କହିବା ତୋହୋରେଶତ୍ରୁ ଉପଗତ ହେଲା କହିଲି ସତ୍ୱରେ ।୩୯୧।ଯୁଝେଷ୍ଠି ବୋଲିଣ ସେ ଯେ ୟେକଇ ଦଣ୍ଡଧରତାହାର କନିଷ୍ଠ ଅଟଇ ଭୀମ ମହାବୀର ।୩୯୨।ତାହାର କନିଷ୍ଠ ନାମ ଅର୍ଜୁନ ଅଟଇଛତ୍ରୀ ପଣେ ତାହାକୁ କେ ସାରି ସକ୍ଷ ନାହିଂ ।୩୯୩।ତାହାର ସାନୁଜ ସେ ଯେ ନକୁଳ ମହାବୀରଆସିଅଛି ତୋର ସଙ୍ଗେ କରିବ ସମର ।୩୯୪।ତାହା ଶୁଣି ସେ ଅସୁର ଗର୍ଜିଣ ଉଠିଲାନାରଦଙ୍କୁ ବହୁତ ସେ ପ୍ରଶଂସିତ କଲା ।୩୯୫।ବୋଇଲା ଗୋସାଇଂ ମୁଂ ଯେ ଶିବଙ୍କ ପ୍ରସାଦେଶତ୍ରୁମାନ କଦାପି ନ ଡରେ ରଣ ମଧ୍ୟେ ।୩୯୬।ଅସୁର ବୋଇଲା ସ୍ୱାମୀ ହେବା ଅବଧାନକେଉଂଠାରେ ରହିଅଛି ପଣ୍ଡୁର ନନ୍ଦନ ।୩୯୭।ନାରଦ ବୋଇଲେ ଅଛି ସେଅର୍ଦ୍ଧ ସ୍ୱର୍ଗରେମାତଳି ଅଛଇ ପୁଣ ତାର ସଙ୍ଗତରେ ।୩୯୮।ୟେହା ଶୁଣିଣ ଅସୁର ମହାକ୍ରୋଧ କଲାମନ୍ତ୍ରୀକି ରାଇଣ ସେ ଯେ ବଚନ ପ୍ରକାଶିଲା ।୩୯୯।ବୋଇଲା ତୁ ଥାଠ ସଜ କରାଅ ମୋହୋରଆଜ ମାରି ଆସିବଇଂ ପଣ୍ଡୁର କୁମାର ।୪୦୦।ରାଜାର ଆଗ୍ୟାଂରେ ମନ୍ତ୍ରୀ ବେଗେ ଚଳିଗଲାସିଘଂଦ୍ୱାରେ ଯାଇଣ ଟମକ ଦିଆଇଲା ।୪୦୧।ଟମକ ଡାକଇ ସଜ ହୁଅ ସର୍ବ ସନ୍ୟରାଇ ଆଗ୍ୟାଂ ଦେଇଛନ୍ତି ଅସୁର ରାଜନ ।୪୦୨।ହାଥୀ ରଥୀ ପାଦାନ୍ତି ସମସ୍ତ ସଜ ହୋଇଅଶ୍ୱ ଚଢି ଅସୁଆରେ ଆଗରେ ଧୁଆଂଇ ।୪୦୩।ବାର କୋଟି ରଥୀ ପୁଣ ହୋଇଲେ ବାହାରନାନା ଶସ୍ର ଥୋଇଲାକ ରଥର ଉପର ।୪୦୪।ମନ୍ତ୍ରୀକି ବୋଇଲା ମୋର ରଥେ ଆସି ବସନକୁଳ କୁମାର ଆଜ କରି ବିବିନାଶ ।୪୦୫।ଇନ୍ଦ୍ର ଯଦ୍ୟପି ତା ପାଇଂ ହେବ ପରିଘାଇତାହା ସହିତରେ ସେହି ଯମପୁର ଯାଇ ।୪୦୬।ଅସଂକ୍ଷେଣ ଥାଠ ଘେନି ଚଳଇ ଅସୁରଜେନାବଳୀ ନିଜ ରାଜ୍ୟୁଂ ହୋଇଲା ବାହାର ।୪୦୭।ଗଧ ଶୂକର ମଇଂଷି ଶାର୍ଦ୍ଦୂଳ ବାହାନେଚଳନ୍ତି ଅସୁର ରଥ ଗଜ ଯେ ସଇନେ ।୪୦୮।ଦଲ ଦଲ ହୋଇଣ କମ୍ପଇ ମହୀ ଦେବୀବିକଟାଳ ହୋଇଣ ଅସୁର ଦ୍ୟନ୍ତି ବୋବି ।୪୦୯।ଅର୍ଦ୍ଧ ଆକାଶେ ଅସୁର ମିଳିଲାକ ଯାଇସିଂଘରଡ଼ି ଘାତେଣ ସେ ଆକାଶ କମ୍ପଇ ।୪୧୦।ପାଦ ରେଣୁ ଘାତେଣ ଆଦିତ୍ୟ ତେଜ ଗଲାମାର ମାର ଧର ଧର ଶବଦ ଶୁଭିଲା ।୪୧୧।ଦିବା ଅନ୍ଧାର ଦେଖି ନକୁଳ ପଚାରଇଦିବସରେ ଅନ୍ଧାର ଦିଶଇ କାହିଂ ପାଇଂ ।୪୧୨।ମାତଳି ବୋଇଲା ସେହି ଅସୁର ବାହିଲାନାରଦ ମୁଖରୁ ତବ ଆଗମନ ଶୁଣିଲା ।୪୧୩।ୟେହା ଶୁଣି ନକୁଳ ଯେ କୋପ ମନ ହେଲାଦ୍ରୋଣଙ୍କୁ ସୁମରି ଧନୁ ଆମଞ୍ଚନ କଲା ।୪୧୪।ଗାଣ୍ଡୀମ ସାରିଖ୍ୟେ ଧନୁ ଅଟଇ ଯାହାରଗୁଣ ଚଢାଇଣ ଧନୁ କଲାକ ଟଙ୍କାର ।୪୧୫।ଧନୁ ଗୁଣ ଘୋଷ କି ଶୁଭଇ ଘଡ଼ଘଡ଼ିରେ ରେ କାର କରିଣ ଛାଡଇ ସିଂଘରଡି ।୪୧୬।ପୁଣ ଜଗନ୍ନାଥଙ୍କୁ କରଇ ସୁମରଣକରୁଣା ସାଗର ସ୍ୱାମୀ ମୋ ଦୟିନୀ ଘେନ ।୪୧୭।ଦତ୍ୟ ନିଶୋଧନେ ତୁମ୍ଭ ନାମ ଦଇତାରିମତ୍ସାଦିୟେ ଦଶ ଅବତାର ରୂପ ଧରି ।୪୧୮।କୂର୍ମ ରୂପ ଧରିଣ ମନ୍ଦର ଗିରି ଧରିବରାହ ରୂପରେ ଉଦ୍ଧରିଲ ବସୁନ୍ଧରୀ ।୪୧୯।ମତ୍ସ୍ୟ ଅବତାରେ ଶଙ୍ଖାସୁର ବଧ କରିନରସିଂଘ ରୂପ ଧରି ହିରଣାକ୍ଷ ମାରି ।୪୨୦।ପୃଥିବୀର ଭାରା ଭର ନିବାରଣ କରିଦୀନବାନ୍ଧବ ହେ ଦୀନଶରଣ ଫୁକାରି ।୪୨୧।ଆମ୍ଭେ ପଣ୍ଡୁ ସୁତେ ସ୍ୱାମୀ ତୁମ୍ଭରେ ଶରଣୟେ ସଙ୍କଟୁ ରକ୍ଷା କର କମଳା ରମଣ ।୪୨୨।ଶ୍ରୀହରିଙ୍କି ନକୁଳ ମନରେ ସୁମରିଲାଅସଂକ୍ଷେପ ବଳ ତାର ଶରୀରେ ହୋଇଲା ।୪୨୩।ୟେ ସମୟେ ପ୍ରବେଶିଲା ପ୍ରଚଣ୍ଡା ଅସୁରମର୍ଭୁତେକ ରଥୀ ଯେ ଅଛନ୍ତି ସଙ୍ଗତର ।୪୨୪।ନକୁଳର ରଥକୁ ସେ ବେଢିଲେ ଯାଇ ଖରେମାର ମାର ବୋଲିଣ ସେ ଯେ ଡାକନ୍ତି ନିଶାଚରେ ।୪୨୫।ୟେ ସମୟେ ଅସୁରେ ମାଇଲେ ଶସ୍ରମାନନକୁଳ ଶସ୍ର ପ୍ରହାର କରଇ ଛେଦନ ।୪୨୬।ଜଳଧାରା ଜାଣି ଶର ଅସୁରେ ବିନ୍ଧନ୍ତିୟେକା ନାରାଜକେ ତାହା ନକୁଳ ବିକୋତି ।୪୨୭।ଲକ୍ଷେ ପୁର କରିଣ ନକୁଳେ ବେଢିଗଲେଛେଲ ଚକ୍ର ନାରାଜ ଲାଙ୍କିଆ ପ୍ରହାରିଲେ ।୪୨୮।ବେଳୁଂ ବେଳ ସମର ହୋଇଲା ଅଗୋଚରରାଗେଣ ନକୁଳ ଯେ କମ୍ପଇ ଥରହର ।୪୨୯।ନକୁଳ ଶତେ ନାରାଜ ରାଗେଣ ମାଇଲାଦ୍ରୋଣ ଗୁରୁ ସୁମରି ସେ ଶରନ୍ତ ପେଷିଲା ।୪୩୦।ଅନିର୍ଯାପ ଶର ସନ୍ୟେ ପଡିଲାକ ଯାଇଂବିଶାଶତେ ରଥୀ ଯେ ପଡ଼ିଲେ ପ୍ରାଣଦେଇ ।୪୩୧।ରଥୀ ହାଥୀ ମାହୁନ୍ତ ହୋଇଲେ ସର୍ବ କ୍ଷୟେସାଂଗ୍ରାମ ଭୂମି ଗୋଟା ହୋଇଲା ରକ୍ତମୟେ ।୪୩୨।ଅସଂକ୍ଷ ଦାନବେ ନକୁଳକୁ ବେଢିଛନ୍ତିକୁନ୍ତ ଶକ୍ତି ମୁଦଗର କୋପେଣ ପ୍ରହାରନ୍ତି ।୪୩୩।ନକୁଳର ଅଙ୍ଗରେ ବାଜିଣ ତୀକ୍ଷ ଶରଝରଝର ହୋଇଣ ଯେ ବହଇ ରୋଧିର ।୪୩୪।ଦେଖିଣ ନକୁଳ ଯେ ମହା କ୍ରୋଧଭର ହେଲାସହସ୍ରେ ନାରାଜ ପୁଣ ଗୁଣେ ବସାଇଲା ।୪୩୫।ମନ୍ତ୍ର ସୁମରି ନାରାଜ ଛାଡ଼ିଲାକ ବେଗେଗଣ୍ଡିମୁଣ୍ଡ ହୋଇ ଅସୁରେ ପଡ଼ିଲେ ମହୀଭାଗେ ।୪୩୬।ରକତରେ କର୍ଦ୍ଦନ ହୋଇଲା ବସୁମତୀଅସୁରେ ଭୂମିରେ ପଡ଼ି ଗଡ଼ିଯାନ୍ତି ।୪୩୭।ୟେହାଙ୍କ ପଡ଼ିବା ଦେଖି ମହାରଥୀମାନଶତେ ପୁର କରି ନକୁଳକୁ ବେଢିଲେ ବହନ ।୪୩୮।ତୀକ୍ଷ ଶର ଶକ୍ତି ଭାଲ ବିନ୍ଧିଲେ ଅପାରଦୂରୁଂ ନିବାରଇ ତାହା ମାଦ୍ରୀର କୁମର ।୪୩୯।ବେଳୁଂ ବେଳ ଅସୁରେ ହୋଇଲେ କୋପ ଚିତ୍ତନକୁଳ ଉପରେ ନେଇ ପ୍ରହାରିଲେ କୁନ୍ତ ।୪୪୦।ପଞ୍ଚାଶ ଶର ନକୁଳ ରତ୍ନରେ ନିର୍ମିତମନ୍ତ୍ରିଣ ପେଶିଲା ତାହା ମଦନାର ସୁତ ।୪୪୧।ସେ ନାରାଜେ ପଡ଼ି ମଲେ ବେନି ସସ୍ର ରଥୀପଞ୍ଚକୋଟି ହୟେବର ମର୍ଭୁତେକ ହାଥୀ ।୪୪୨।ନକୁଳ ବରଶର ବିଘାତେ ଅସୁରେ ପଡ଼ିଲେରକତ ନଦୀ ସୁଅରେ ଥୋକେ ଭାସିଗଲେ ।୪୪୩।ନକୁଳର ଶରେ ଯେ ଅନେକ ସନ୍ୟ ମଲେରଥୀ ହାଥୀ ପାଦାନ୍ତି ଅନେକ ସନ୍ୟ ନାଶ ଗଲେ ।୪୪୪।ବାତ ବିଘାତେ କଦଳୀ ବନ ଯେହ୍ନେ ଦହିତେସନେ ଅସୁରଙ୍କୁ ଦିଲାକ ଲୋଟାଇ ।୪୪୫।ତାଳେଇ ଉତ୍ସର୍ଗେ ତହିଂ ରକ୍ତ ନଦୀ ବୁହାଇଲାଦେଖିଣ ପ୍ରଚଣ୍ଡାସୁର ମହା କ୍ରୋଧ ହେଲା ।୪୪୬।ଅସୁର ବୋଇଲା ତାର ମନ୍ତ୍ରୀ ମୁଖ ଚାହିଂନକୁଳ ଛାମୁକୁ ମୋର ରଥ ନିଅ ବାହି ।୪୪୭।ସନ୍ୟ ନିବାରନ୍ତେ ରାତ୍ର ଦିବା ବହିଗଲାଦୁତୀୟ ଦିନର ବେଳ ପ୍ରହରେ ହୋଇଲା ।୪୪୮।ସାଗରେକ ଅସୁର ନକୁଳ କଲାନାଶବସୁମତୀର ଭାରା ଥୋକେ ହୋଇଲା ଉଶ୍ୱାସ ।୪୪୯।ପ୍ରଚଣ୍ଡାସୁର ଦେଖିଣ ପ୍ରଶଂସିଲା ମନେଧନ୍ୟରେ ପାଣ୍ଡବା, ଛତ୍ରୀ ନାହିଂ ତୋ ସମାନେ ।୪୫୦।କହୁଂ କହୁଂ ମନ୍ତ୍ରୀ ତାର ରଥ ବାହି ନେଲାନକୁଳ ଛାମୁରେ ନେଇ ରଥକୁ ଟେକିଲା ।୪୫୧।ମନ୍ତ୍ରୀ ବୋଲେ ୟେ ତୋ ଶତ୍ରୁ ୟା ରୂପକୁ ଦେଖୟେହାକୁ ବିନାଶ ଅନ୍ୟ ଦୁଖ ଯେ ଉପେକ୍ଷ ।୪୫୨।ମନ୍ତ୍ରୀର ବଚନେ ସେ ଅନେକ କୋପ କଲାଅନେକ କୋପ କରି ନକୁଳେ ଚାହିଂଣ ଗାଳି ଦିଲା ।୪୫୩।ଦୁହେଂ ମହା ଛତ୍ରୀ କେହି ନୁହନ୍ତି ନା ଓଛତ୍ରୋଣୁଂ ବାଛି ବିନ୍ଧନ୍ତି ନାରାଜ ମହାତୀକ୍ଷ ।୪୫୪।ସହସ୍ରେ ବାଣ ଅସୁର ଗୁଣରେ ବସାଇନକୁଳ ଉପରକୁ ତା ବିନ୍ଧିଲା ନିଠାଇଂ ।୪୫୫।ସେ ବାଣ ଆସନ୍ତେଣ ତା ନକୁଳ ଦେଖିଲାୟେକା ନାରାଜକେ ତାହା ଦୂରରୁ କାଟିଲା ।୪୫୬।ଦେଖିଣ ଅସୁର ଯେ କମ୍ପଇ ଥର ହରନକୁଳ ବିନ୍ଧିଲା କୋପେ ଅନିର୍ଯ୍ୟାପ ଶର ।୪୫୭।ଅସୁର ଅଙ୍ଗରେ ପଡ଼ି ଅଗ୍ନି ଝଲକିଲାଦାଢ ମୋଡି ନାରାଜ ଯେ ଭୂମିରେ ପଡ଼ିଲା ।୪୫୮।କୋପେଣ ଅସୁର ଯେ ପନ୍ନଙ୍ଗା ଶର ବିନ୍ଧିଫଣା ଟେକି ପନ୍ନଙ୍ଗେ ଧାମନ୍ତି ଦିଗ ରୁନ୍ଧିଦେଖିଣ ନକୁଳ ଯେ ଗରୁଡ଼ାଶର କଲାଅସୁର ସର୍ପମାନଙ୍କୁ ଦୂରୁ ଗିଳି ଦିଲା ।୪୬୦।ପୁଣିହିଂ ସେ ମେଘାଶର ଅସୁର ବିନ୍ଧିଲାପବନାଶରେ ନକୁଳ ତାକୁ ଉଡ଼ାଇଲା ।୪୬୧।ଶର ଆତଯାତରେ ଗଗନ ନ ଦିଶଇଶ୍ରାବଣ ବରଷା ଜାଣି ଶର ବୃଷ୍ଟି ହୋଇ ।୪୬୨।ୟେକକୁ ଆରକେ ଶର ବିନ୍ଧି ନିବାରନ୍ତିକେହି କାହାକୁ ନିଓଛ ସମାନ ଅଟନ୍ତି ।୪୬୩।ଯେ ଯାହାର ତ୍ରୋଣେ ଥାଇ ଅପାଲଟ ଶରସେହି ବିନ୍ଧୁଛନ୍ତି ତାହା ହୋଇଣ ନିଷ୍ଠୁର ।୪୬୪।ଶର ଆତଯାତେ ନଦିଶଇ ରଣ ଭୂଇଂୟେକ ଶରକୁ ସେ ଯେ ଆରେକ ନିବାରଇ ।୪୬୫।ତିନି ଦିବସ ତିନି ରାତ୍ରି ଯୁଦ୍ଧ ହେଲାକେହି କାହାକୁହିଂ ଯୁଦ୍ଧେ ଜିଣି ନ ପାରିଲା ।୪୬୬।ଶରଙ୍କର ଆତଯାତ ଗୁଣ ଘୋଷ ନାଦଶୂନ୍ୟ ପୁରୁଷେ ଶୂନ୍ୟରେ ହୋଇଲେ ତବଦ ।୪୬୭।ପ୍ରଳୟ କାଳ ଜାଣିଣ ଶରଙ୍କ ଗର୍ଜନଦିବା ରାତ୍ର ଗଲାନି ସପ୍ତ ଦିନ ।୪୬୮।ବିଜୁଳି ଝଟକ ଜାଣି ଶରଙ୍କର କାନ୍ତିଘଡ଼ଘଡ଼ି ପ୍ରାୟେକ ସେ ଶବଦ କରନ୍ତି ।୪୬୯।ୟେକ ବିନ୍ଧିବାରେ ଶର ଆରେକ ନିବାରେକାହାରି ଶର କାହାରି ନ ବାଜେ ଶରୀରେ ।୪୭୦।ବିନ୍ଧି ବିନ୍ଧି ଅସମର୍ଥ ହେଲେ ବେନି ଜନନୁହଇ ନିବାରି ଶର ଶରୀରେ ଭେଦନ ।୪୭୧।ବେଳୁଂ ବେଳ ସମର କରନ୍ତି ମହାଘୋରଦୁହେଂ ମହାଛତ୍ରୀ ସେ ଯେ ଅଟନ୍ତି ଧନୁର୍ଦ୍ଧର ।୪୭୨।କାଣ୍ଡରେ ନକୁଳ ଦେହ ହୋଇଲାନି ଛାଇକାଣ୍ଡ ଘାୟେ ଦେହୁଂ ରକ୍ତ ଝରଝର ବହି ।୪୩୭।ମହାକ୍ରୋଧେ ନକୁଳ ଶରନ୍ତ ପ୍ରହାରିଲାଅସୁରର ଶରୀରକୁ ବିକୋତି କାଟିଲା ।୪୭୪।ରକତରେ ଜରଜର ସେ ବେନିଙ୍କର କାୟେକେହି କାହାକଇଂ ନଘୁଞ୍ଚନ୍ତି ବେନି ପାୟେ ।୪୭୫।ସହସ୍ରେକ ତୀକ୍ଷ ଶର ନକୁଳ ପେଷିଲାଅସୁର ଶରୀରକୁ ସେ ବିକୋତି କାଟିଲା ।୪୭୬।ପୁଣିହିଂ ନକୁଳ ବଜ୍ରା ଶର ପ୍ରହାରିଲାଅସୁରର ଶରୀରକୁ ସେ କାଟି ପକାଇଲା ।୪୭୭।ବେକ ସଳଖରୁ ବାଣ ଗଳିଗଲା ଯହୁଂମୁଣ୍ଡ ଛିଣ୍ଡି ଭୂମିରେଣ ପଡ଼ିଲାକ ତହୁଂ ।୪୭୮।ପୁଣି ଗର୍ଭ ଭିତରୁ ଶିରେକ ବାହାରିଲାଦେଖିଣ ନକୁଳ ମନେ ମହାକ୍ରୋଧ କଲା ।୪୭୯।ପୁଣିହିଂ ନକୁଳ କୋପେ ଅର୍ଦ୍ଧଚନ୍ଦ୍ର ପେଶିସେ ଶିର ଛିଣ୍ଡିଣ ଭୂମିରେ ପଡ଼ିଲାକ ଆସି ।୪୮୦।ପୁଣି ଶିର କମଳ ତା ଗର୍ଭୂଂ ଉପୁଜିଲାଦେଖିଣ ନକୁଳକଇଂ ବୁଦ୍ଧି ନ ସ୍ଫୁରିଲା ।୪୮୧।ମନେ ବିଚାରଇ ୟେ ଅନିର୍ବାର ଅସୁରକି ବିଚାର କରିଣ ଅଛନ୍ତି ଚକ୍ରଧର ।୪୮୨।ପୁଣି ଇନ୍ଦ୍ରାଶର ନକୁଳ ବିନ୍ଧେ ଟାଣିପ୍ରଚଣ୍ଡାସୁର ଶିର ପକାଇଲା ହାଣି ।୪୮୩।ପୁଣି ଶିର ଉଦର ଭିତରୁ ବାହାରିଲାଧନୁ ଧରି ନକୁଳ ସଙ୍ଗତେ ଯୁଦ୍ଧକଲା ।୪୮୪।ନକୁଳର ଦେହେ କାଣ୍ଡ ହୋଇଲା ନିଛାଇରକତ ବହି ପଡ଼ଇ ଯେ ଧାର ଧାର ହୋଇ ।୪୮୫।ନକୁଳ ବିଚାର କରେ କି ବୁଦ୍ଧି କରିବିକେମନ୍ତ ପ୍ରକାରେଣ ୟେ ଅସୁର ସଂହାରିବି ।୪୮୬।ପୁଣି ପଶୁ ପତ୍ର ବାଣ ବିନ୍ଧିଲା ନକୁଳଅସୁରର ଛିଣ୍ଡି ଗଲା ଶିର ଯେ କମଳ ।୪୮୭।ପୁଣି ଗର୍ଭରୁ ଶିରେକ ହେଲା ତତକ୍ଷଣବିନ୍ଧଇ ଅସୁର ସେ ଯେ ଅନିର୍ଯାପ ବାଣ ।୪୮୮।ୟେ ବିଧିରେ ଶତେ ବାର ଶିର ତା ଛିଣ୍ଡିଲାପୁଣ ପୁଣ ଗର୍ଭରୁ ତା ଶିର ବାହାରିଲା ।୪୮୯।ନକୁଳ ମୁଖକୁ ଚାହିଂ ବୋଲଇ ଅସୁରୟେ ଶରମାନଙ୍କେ କାହିଂ ମୃତୁ ଯେ ମୋହୋର ।୪୯୦।ଶିର ଛିଣ୍ଡିଗଲେ ମୁଂରେ ଯଦ୍ୟପି ମରନ୍ତିୟେତେଦିନ ଯାୟେ କି ୟେ ପୃଥୀରେ ରହିଥାନ୍ତି ।୪୯୧।ସର୍ବ ସୁରଗଣେ ବେଢି ମାରିଥାନ୍ତେ ମୋତେତୁ ୟେ କଥା ମାନ ପୁଣ ନବିଚାରୁ ଚିତ୍ତେ ।୪୯୨।ତୋହୋର ହାଥରେ କାହିଂ ମୋହୋର ମରଣଯମପୁରକୁ ତୋତେ ରେ ପେଶିବି ୟେହି କ୍ଷଣ ।୪୯୩।ୟେତେ ବୋଲୁଂ ଅସୁର ବିନ୍ଧଇ ଶରମାନଅତି ବିମୁଖ ହୋଇଲା ମାଦ୍ରୀର ନନ୍ଦନ ।୪୯୪।ନପାରିଲେ କିସଟି ବୋଲିବେ ଦାମୋଦରକି ବୋଲି ବୋଲିବେ ମୋତେ ଅର୍ଜୁନ ଠାକୁର ।୪୯୫।ଭୀମସେନ ଠାକୁରେ ବହୁତ ଝିଙ୍ଘାସିବେଶୁଣିଣ କଉରୋବେ ଯେ ଉପହାସ କରିବେ ।୪୯୬।ମରଣରୁ ଲଜ୍ଜା ମୋତେ ଅଧିକ ହୋଇବନ ଜାଣିକି ମୋତେ ପଠାଇଲା ସହଦେବ ।୪୯୭।ୟେମନ୍ତ ଭାବିଣ ମନେ ବିସ୍ମୟ ହୋଇଲାକରପତ୍ର ଯୋଡ଼ି ମାତଳିକି ପୁଚ୍ଛାକଲା ।୪୯୮।କି ବୁଦ୍ଧି କରିବି ହୋ ମାତଳି କହ ମୋତେଛିଣ୍ଡିବାର ମୁଣ୍ଡ ପୁଣ ଗର୍ଭୁଂ ଉତପତ୍ତି ଯେ କେମନ୍ତେ ।୪୯୯।ଯେତେ ଶର ସେ ଅସୁର ମୋତେ ପ୍ରହାରଇମମ ଅଙ୍ଗେ ଭେଦଇ ସେ ବିଅର୍ଥ ନ ଯାଇ ।୫୦୦।ଘାୟେଅନ୍ତରାଳହୋଇମୋହୋରଶରୀରକେମନ୍ତେ ମାତଳି କହ ମରିବ ଅସୁର ।୫୦୧।ମାତଳି ବୋଇଲା ଶୁଣ ସାବଧାନ ହୋଇଯେମନ୍ତେ ମରିବ ସେ ତାହା ଜାଣିଅଛି ମୁହିଂ ।୫୦୨।ଯେତେବେଳେ ସଦାଶିବଙ୍କୁ ୟେ ସେବା କଲାସେବାରେ ମନାଇ ବର ପ୍ରାର୍ଥନା ୟେ କଲା ।୫୦୩।ବୋଇଲା ସ୍ୱାମୀ ଅମର ହେବ ମୋର କାୟେଅସ୍ତୁ ହୋଉ ବୋଲିଣ ବୋଇଲେ ଦେବ ରାୟେ ।୫୦୪।ଆବର ବର ମାଗିଲା ପ୍ରଚଣ୍ଡା ଅସୁରଦେବ ଦାନବ ମାନବେ ମୃତୁ ନୋହୁ ମୋର ।୫୦୫।ସଦାଶିବ ବୋଇଲେରେ ତାହାହିଂ ଅସ୍ତୁ ହୋଉସମର ଭୂଇଂରେ ତୋର ଭୟହିଂ ନଥାଉ ।୫୦୬।ଅସୁର ବୋଇଲା ସ୍ୱାମୀ ୟେ ମୃତୁ ମଣ୍ଡଳୟେଥି ଜନ୍ମ ଲଭିଲେ ମରିବ ଆଖଣ୍ଡଳ ।୫୦୭।ଜନମ ହୋଇଲେ ତ ଅବଶ୍ୟ ମୃତୁ ହୋଇକେଉଂଣ ପ୍ରକାରେ ମୁଂ ମରିବି କହ ତାହି ।୫୦୮।ଶିବ ବୋଇଲେ ମୁଣ୍ଡ କାଟିଲେ ନମରିବୁବୁକୁ ଫୁଟିଲେ ତୁ ପୁଣ ବିନାଶ ହୋଇବୁ ।୫୦୯।ଅଗ୍ନିଶର ଘେନି ଅବା ତୋତେ ଯେ ମାରିବଅଙ୍ଗ ଜଳିଗଲେ ତୋର ମରଣ ହୋଇବ ।୫୧୦।ୟେସନ ବଚନ ଯହୁଂ ମାତଳି କହିଲାନକୁଳର ମନ ମଧ୍ୟୁ ସଂଶୟ ଛାଡ଼ିଲା ।୫୧୧।ତ୍ରୋଣ ଭିତରୁ ସେ କାଢିଲା ଅଗ୍ନିଶରଗଣେ ବସାଇଲା ତାହା ନକୁଳ କୁମାର ।୫୧୨।ଆକର୍ଣ୍ଣ ପର୍ଯନ୍ତେ ଯହୁଂ ଗୁଣ ଓଟାରିଲାପ୍ରଚଣ୍ଡ ଅନଳ ଶିଖା ଆକାଶେ ଘୋଟିଲା ।୫୧୩।ଦ୍ରୋଣ ଗୁରୁ ସୁମରିଣ ଛାଡ଼ନ୍ତେ ନାରାଜପ୍ରଚଣ୍ଡାସୁର ଶରୀର ହୋଇଲା ଦହିଜ୍ୟ ।୫୧୪।ମନ୍ତ୍ରୀ ସଙ୍ଗେ ଦହନ ହୋଇଲା ରଥ ଆଦିନିକଣ୍ଟକ ହୋଇଲେ ଅମରେ ଜମ୍ଭୋଭେଦୀ ।୫୧୫।ଯହୁଂ ସେ ମହାଅସୁର ହୋଇଲା ବିନାଶିଦେଖିଣ ନୃତ୍ୟ କଲେ ନାରଦ ମହଋଷି ।୫୧୬।ତାହା ଦେଖି ମାତଳି ଯେ ଆନନ୍ଦ ହୋଇଲାନକୁଳ କୁମରକୁ ବହୁତ ପ୍ରଶଂସିଲା ।୫୧୭।ଶୁଣ ହୋ ବିଲଙ୍କ ରାଜା ବୋଲନ୍ତି ଅଗସ୍ତିୟେସନେକେ ପ୍ରଚଣ୍ଡା ହୋଇଲା ବିନଶ୍ୟତି ।୫୧୮।ଅସୁର ମରିବା ଦେଖି ନାରଦେ ଚଳିଲେସୁଧର୍ମା ସଭାରେ ଯାଇଂ ପ୍ରବେଶ ହୋଇଲେ ।୫୧୯।ସଭା ମଣ୍ଡାଇଣ ଯେ ବସିଛି ସୁରନାଥପ୍ରବେଶ ହୋଇଲେ ଯାଇ ନାରଦ ତପୋବନ୍ତ ।୫୨୦।ନାରଦଙ୍କ ହରଷିତ ଜାଣି ବଜ୍ରପାଣିପଚାରନ୍ତି କାହିଂ କିସ ଦେଖିଅଛ ପୁଣି ।୫୨୧।ନାରଦେ ବୋଇଲେ ଯେ ନକୁଳ ମହାବୀରାସ୍ୱର୍ଗେ ପଶନ୍ତେ ଧଂସିଲା ପ୍ରଚଣ୍ଡା ଅସୁରା ।୫୨୨।ସାତ ଦିନ ସାତ ରାତ୍ର ଯୁଦ୍ଧ ସେ ଯେ କଲାସାଗରେକ ଯୋଦ୍ଧାଙ୍କୁ ସେ କିଞ୍ଚିତେ ଜିଣିଲା ।୫୨୩।ପ୍ରଚଣ୍ଡାସୁରକୁ ସେ ବଧିଲା ନକୁଳଦେଖା ଶୁଣା ନାହିଂ ଯାହା ଦେଖିଲି ଆଖଣ୍ଡଳ ।୫୨୪।ୟେହା ଶୁଣି ସୁର ରାୟେ ଆନନ୍ଦ ହୋଇଲେନକୁଳ କୁମାରକୁ ପ୍ରଶଂସା ବହୁ କଲେ ।୫୨୫।ସ୍ୱର୍ଗପୁରେ ଜୟ ଜୟ ଶବଦ ଶୁଭିଲାପଦ୍ମପୁଷ୍ୟ ପ୍ରାୟେ ଇନ୍ଦ୍ର ମୁଖ ବିକାଶିଲା ।୫୨୬।ବସନ୍ତ ବହିଲା ତହିଂ ଧୀର ଧୀର ହୋଇଅନେକ ସାନନ୍ଦ ହେଲେ ସ୍ୱର୍ଗବାସୀ ତହିଂ ।୫୨୭।ସଭା ମଣ୍ଡାଇଣ ସୁର ରାୟେ ବିଜେ କଲାବୃହସ୍ପତିଙ୍କି ଯେ ଇନ୍ଦ୍ର ହକାରି ଆଣିଲା ।୫୨୮।ତେତିଶ କୋଟି ଦେବତା ସମସ୍ତେ ଅଇଲେସୁଧର୍ମା ସଭାରେ ଯେ ସମସ୍ତେ ବିଜେକଲେ ।୫୨୯।କପିଳାସୁଂ ଈଶ୍ୱରେ ଅଇଲେ ବେଗ ହୋଇୟେକାଦଶ କୋଟି ଶିବଗଣ ସଙ୍ଗେ ଲାଇ ।୫୩୦।ଯେ ଯାହାର ମତେ ସଭା ମଧ୍ୟେ ବିଜେ କଲେଯଶୋବନ୍ତୀ ପୁରୁଂ ବେଦ ବ୍ରହ୍ମା ଯେ ଅଇଲେ ।୫୩୧।ଦେଖିଣ ଦେବତାମାନେ ଶିରେ କର ଦିଲେସୁବର୍ଣ୍ଣ ଆସନରେ ବିଧାତା ବିଜେ କଲେ ।୫୩୨।ବ୍ରହ୍ମା ପୁଚ୍ଛାକଲେ ସେ ଇନ୍ଦ୍ରର ମୁଖ ଚାହିଂପ୍ରଚଣ୍ଡା ଅସୁର ମଲା ସ୍ୱର୍ଗେ ଭଲ ମୁଖ ନାହିଂ ।୫୩୩।ବୃହସ୍ପତି ଆଗ୍ୟାଂ ଦିଲେ ଶୁଣ ସୁର ରାଣନକୁଳ କୁମାରକଇଂ ହକାରିଣ ଆଣ ।୫୩୪।ଇନ୍ଦ୍ରହିଂ ବୋଇଲେ ସୁରସେନ ବେଗେ ଯାଉଆମ୍ଭ ଆଗ୍ୟାଂ ଅଛି ବୋଲି ନକୁଳକୁ କହୁ ।୫୩୫।ଆଗ୍ୟାଂ ପାଇ ଗନ୍ଧର୍ବ ବହନ ଚଳିଗଲାନକୁଳ ଛାମୁରେ ଯାଇଂ ପ୍ରବେଶ ହୋଇଲା ।୫୩୬।ବୋଇଲା ବାସବଙ୍କର ଆଗ୍ୟାଂ ଅଛି ତୋତେମୁଂ ଆସିଅଛଇ ଘେନିଯିବଇଂ ସଙ୍ଗତେ ।୫୩୭।ସୁରସେନ ମୁଖରୁ ୟେସନେକ ବାକ୍ୟ ଶୁଣିମାତଳିକି ଚାହିଂଣ ବୋଲଇ ମୃଦୁବାଣୀ ।୫୩୮।ବୋଇଲା ଦତ୍ୟ ନବରେ ଯିବା ଆମ୍ଭେ ଖରେଶଚୀ ଠାକୁରାଣୀ ଛନ୍ତି ତାହାର ମନ୍ଦିରେ ।୫୩୯।ତାହା ଶୁଣି ମାତଳି ଯେ ସନମତ କଲାରଥ ସାଜି ନକୁଳ କୁମାର ବିଜେ କଲା ।୫୪୦।ମାତଳି ଯେ ସୁରସେନ ରଥରେ ବସିଲେଜେନାବଳୀ ପୁରକଇଂ ରଥ ବାହି ନେଲେ ।୫୪୧।ସେ ପୁର ଜନଙ୍କୁ ଯାଇଂ ପୁଚ୍ଛନ୍ତି ବାରତତୁମ୍ଭେ ଜାଣ କେଉଂଠାରେ ଅଛନ୍ତି ଶଚୀ ମାତ ।୫୪୨।ଡଗରେ ବୋଲନ୍ତି ସେ ଅସୁର ପୁରେ ନାହିଂଅରଡ଼ ପର୍ବତ ତଳେ ଛନ୍ତି ମହାଦେଈ ।୪୫୩।ଡଗରେ ନକୁଳ କହେ କଢାଅ ସେ ବାଟଆମ୍ଭଙ୍କୁ ନେଇଣ ବାରେ କରାଅନି ଭେଟ ।୫୪୪।ପ୍ରଚଣ୍ଡାଅସୁର ସ୍ୱର୍ଗକଇଂ ଧାଡ଼ି ଦିଲାନକୁଳ କୁମାର ହାଥେ ବଧ ସେ ହୋଇଲା ।୫୪୫।ୟେହା ଶୁଣି ଡଗରେ କଢାଇଲେ ବାଟଶଚୀଙ୍କ ନବରେ ଅଛି ବଜ୍ରର କବାଟ ।୫୪୬।ୟେହା ଶୁଣି ଡଗରାୟେ ଆଗରେ ଧାଇଂଲେଗନ୍ଧର୍ବ ନାରୀମାନଙ୍କୁ ୟେଣୁ ଡାକ ଦିଲେ ।୫୪୭।ବୋଇଲେ କେ ଦ୍ୱାରେ ଅଛି ଫିଟାଅ କବାଟଭେଟ କରି ଆସିଅଛି ମଦନାର ଚାଟ ।୪୪୮।ଚିତ୍ରରେଖା ନନ୍ଦିନୀ ଯେ ମଦନୀ ଗନ୍ଧର୍ବୀଶଚୀଙ୍କି ସେ ସର୍ବଦା କାଳରେ ଥାନ୍ତି ସେବି ।୪୪୯।ସେ ଯାଇ କହିଲା ମା ଗୋ ଶଚୀ ଠାକୁରାଣୀନକୁଳ ଆସିଣ ତବ ଦ୍ୱାରେ ଅଛି ପୁଣି ।୪୫୦।ଆମ୍ଭଙ୍କୁ ସେ ଆଗ୍ୟାଂ ଦିଲେ ଫିଟାଅ କବାଟସୁରସେନ ଅଛଇଂ ଗୋ ଫିଟିଲା ସଙ୍କଟ ।୪୫୧।ଶଚୀ ବୋଇଲେ ଗୋ ସଖୀ ୟେକି କଥା କହସେ ଯେବେ ଅଇଲା ସତ ଟି କି ମାଦ୍ରୀ ପୁଅ ।୫୫୨।ଯାଅଲୋ କବାଟ କାଢି ଦିଅ ତୁ ବହନଲେଖାରେ ନକୁଳ ଅଟଇ ମୋହୋର ନନ୍ଦନ ।୫୫୩।ୟେହା ଶୁଣି ଗନ୍ଧର୍ବୀ ବହନ ହୋଇ ଗଲାସେ ଯନ୍ତ୍ର କିଳିଣୀ ଯାଇଂ ଫିଟାଇଣ ଦିଲା ।୫୫୪।ବାଟ କଢା ଡଗରେ ଯେ ପଶିଲେ ଝସାଇଶଚୀଦେବୀଙ୍କି କହନ୍ତି ସକଳ ବୁଝାଇ ।୫୫୫।ମା ଗୋ ଶୁଣିମା ହେଉ ଇନ୍ଦ୍ରଙ୍କ ପାଟରାଣୀପ୍ରଚଣ୍ଡାସୁର ବାହିଲା ସ୍ୱର୍ଗକଇଂ ପୁଣି ।୫୫୬।ନକୁଳ ବୋଲିଣ ମା ଗୋ ପଣ୍ଡୁର କୁମରସେହି ଯୋଗେ ଆସିଣ ଗୋ ଥିଲା ସ୍ୱର୍ଗପୁର ।୫୫୭।ବୀର ତୂର ଶୁଣିଣ ସେନି ରୋଧିଲା ବାଟଅସୁରଙ୍କ ସଙ୍ଗରେ କଲାକ ମୋଟ ଚୋଟ ।୫୫୮।ସାତ ଦିନ ସାତ ରାତ୍ର ୟେକାକେ ଯୁଝିଲାପ୍ରଚଣ୍ଡାସୁର ସହିତେ ସର୍ବ ନାଶ କଲା ।୫୫୯।ୟେବେ ସେ ଆସିଛି ଆପଣଙ୍କୁ ଘେନିଯିବଇନ୍ଦ୍ରଙ୍କ ଛାମୁରେ ନେଇ ଭେଟ କରାଇବ ।୫୬୦।ଶୁଣି କରି ଶଚୀଦେବୀ ହୋଇଲେ ଆନନ୍ଦମୁଖ ବିକାଶି ଦିଶିଲାକି ପୂର୍ଣ୍ଣିମାର ଚାନ୍ଦ ।୫୬୧।ଶଚୀ ପ୍ରଶଂସା କରନ୍ତି ଧନ୍ୟରେ ନକୁଳପ୍ରଚଣ୍ଡା ଦାନବ ଯେ ଅଟଇ ମହାବଳ ।୫୬୨।ସତସ୍ତରିବାରସେସ୍ୱର୍ଗକୁଧାଡିଦିଲାତେତିଶ କୋଟି ଦେବତା କିଞ୍ଚିତେ ଜିଣିଲା ।୫୬୩।ସତଷଠୀ କ୍ଷଉଣୀ ତାହାର ଅଙ୍ଗ ବଳୟେକାକୀ କେମନ୍ତେ ତାହା ନାଶିଲୁ ନକୁଳ ।୫୬୪।ଧନ୍ୟ ଧନ୍ୟ ମହିମା ତୋ ନକୁଳ କୁମାରକୀର୍ତ୍ତି ରୁହାଇଲୁ ତୋର ଚତୁର୍ଦ୍ଦଶ ପୁର ।୫୬୫।ୟେ ସମୟେ ନକୁଳ ଯେ ପ୍ରବେଶ ହୋଇଲେଯେତେଦୂରୁ ସେ ଶଚୀଦେବୀ ଯେ ଦିଶିଲେ ।୫୬୬।ସେହିଠାରୁ ପାୟେ ପଢି ଶୋଇଲେ ବହନଶଚୀ ଡାକ ଦିଲେ ଯେ ଉଠ ଉଠରେ ନନ୍ଦନ ।୫୬୭।ନଉଠଇ ନକୁଳ କରଇ ନିଉଛାଳିଧାଇଂ ଶଚୀଦେବୀ ସେ ନକୁଳେ ଧରି ତୋଳି ।୫୬୮।ଆପଣା ଅଞ୍ଚଳେ ଧୂଳିମାନନ୍ତ ଝାଡ଼ିଲେକରଧ ରି ଜାନୁ ପରେ ନେଇ ବସାଇଲେ ।୫୬୯।ରୋବିଲେକ ଶଚୀ ଦେବୀ ହୋଇଣ ବିକଳଗଙ୍ଗା ଯମୁନା ପ୍ରାୟେ ବହେ ଅଶ୍ରୁଜଳ ।୫୭୦।ନକୁଳ ବୋଇଲେ କ୍ରୋଧ ଶାନ୍ତି କର ମାୟେୟେ ତୁମ୍ଭର ପ୍ରସାଦେ ଅସୁରେ ଗଲେ କ୍ଷୟେ ।୫୭୧।ଶଚୀ ପ୍ରତିବାଚ ବାବୁ ୟେ ଘୋର ସଂକଟମାନ ଉଦ୍ଧରିଲୁ ଆସି ଧନ୍ୟରେ ତୁ ଚାଟ ।୫୭୨।ୟେ ତୋହୋର ଗୁଣ ବାବୁ ସୁଝିବଇଂ କାହିଂଚତୁର୍ଦ୍ଦଶ ପୁରେ କେ ୟେମନ୍ତ ଦେବ ନାହିଂ ।୫୭୩।ବହୁତ ପ୍ରଶଂସି ଶଚୀ ନକୁଳେ ବୋଇଲେକରପତ୍ର ଯୋଡ଼ିଣ ନକୁଳ ଜଣାଇଲେ ।୫୭୪।ତୁମ୍ଭର ଆଗ୍ୟାଂରେ ୟେ ଅସୁର କ୍ଷୟେ ଗଲାମୁଂ ତୁମ୍ଭର ଭୃତ୍ୟ ସିନା ଯଶ ଉପୁଜିଲା ।୫୭୫।ଶଚୀ ବୋଇଲେ ନନ୍ଦନ ନୁହଇ କି ତାହିଅମର ସ୍ୱର୍ଗକୁ ବଳା ରକ୍ଷା କଲୁ ତୁହି ।୫୭୬।ଦୁତୀୟ ସମୋଦ୍ର ଜାଣି ସେ ଅସୁର ବଳୟେ କାଳେ କେମନ୍ତେ ନାଶ କଲୁ ତୁ ନକୁଳ ।୫୭୭।ୟେତେ ବୋଲିଣ ନକୁଳ ଶରୀର ଆଉଂଶିଲେବଜ୍ର ଅଙ୍ଗ ହେଉ ବୋଲି ଦେବୀ ଯେ ବୋଇଲେ ।୫୭୮।ନକୁଳ ବୋଇଲେ ମା ଗୋ ରଥେ ବିଜେ କରଅମର ମଣ୍ଡଳକଇଂ ଯିବା ନା ସତ୍ୱର ।୫୭୯।ନକୁଳ ବୋଇଲେ ମା ଗୋ ସ୍ୱର୍ଗ ଠାକୁରାଣୀତୁମ୍ଭ ବିନା ସ୍ୱର୍ଗ ନ ଶୋହଇ ଗୋସାମଣୀ ।୫୮୦।ନକୁଳ ବଚନେ ଦେବୀ ତକ୍ଷଣେ ଉଠିଲେଅପଛରୀନ୍ତ ଘେନିଣ ରଥରେ ବିଜେକଲେ ।୫୮୧।ଚମକାଇ ରଥ ତେଣେ ବାହଇ ମାତଳିପବନହୁଂ ପୁଷ୍ୟେକ ସେ ଗଲା ବେଗେ ଚଳି ।୫୮୨।ସ୍ୱର୍ଗ ମଣ୍ଡଳରେ ପ୍ରବେଶିତ ହେଲା ଯାନଶଚୀ ଦେବୀ ପ୍ରବେଶିତ ଆପଣା ଭୁବନ ।୫୮୩।ନିଜପୁରେ ପ୍ରବେଶିଲେ ପରିବାରୀ ଘେନିଯେ ଯାହା ସେବାରେ ଯାଇଂ ଖଟିଲେ କାମିନୀ ।୫୮୪।ନକୁଳ ଘେନିଣ ମାତଳି ଚଳିଗଲାସୁଧର୍ମା ସଭାରେ ଯାଇଂ ତକ୍ଷଣେ ମିଳିଲା ।୫୮୫।ବ୍ରହ୍ମ ବୃହସ୍ପତି ଇନ୍ଦ୍ର ଶିବଙ୍କୁ ଦେଖିଣପାୟେ ପଡି ଶୋଇଲାକ ମାଦ୍ରୀର ନନ୍ଦନ ।୫୮୬।ଇନ୍ଦ୍ର ବୋଇଲେରେ ଉଠ ପଣ୍ଡୁରାଜା ପୁଅଯାଅ ଚିତ୍ରସେନ ହୋ ନକୁଳକୁ ଉଠିଆଅ ।୫୮୭।ଧାଇଂ ଯାଇ ଚିତ୍ରସେନ ନକୁଳକୁ ଉଠାଇଲାକରଯୋଡ଼ିଣ ନକୁଳ ଉଠି ଉଭାହେଲା ।୫୮୮।ଇନ୍ଦ୍ର ଆଗ୍ୟାଂ ଦିଲେ ସୁଧର୍ମା ସଭାକୁ ଯେ ଆସଧନ୍ୟ ଧନ୍ୟ ନକୁଳରେ ପଣ୍ଡୁରାଜ ଶିଷ ।୫୮୯।ଆସ୍ତାନ ଉପରକୁ ନକୁଳ ଉଠିଗଲେଦେଖି ଅଶ୍ୱିନୀକୁମାରେ କୋଳରେ ଧଇଲେ ।୫୯୦।ମୁଖରେ ଚୁମ୍ବନ ପିତା ହରଷେ ଦିଅନ୍ତିବ୍ରହ୍ମା ବୃହସ୍ପତି ବହୁ କଲ୍ୟାଣ କରନ୍ତି ।୫୯୧।ଅମରେଣ ଅଧିକାରୀ ହୋଅ ତୁ ବୋଇଲେଗଣଗନ୍ଧର୍ବ ଦେବତା ଯେତେ ବସିଥିଲେ ।୫୯୨।ୟେକେ ୟେକେ ହୋଇ ସର୍ବେ କଲ୍ୟାଣ ବାଂଛିଲେୟେଥୁ ଅନନ୍ତରେ ଶୁଣ ଅଗସ୍ତି ଭାଷିଲେ ।୫୯୩।ଅମରେ ନକୁଳବୀର ପୁରୁଷାର୍ଥ ପାଇଉଠି ନକୁଳକୁ କୋଳ କଲେ ଶଚୀସାଇଂ ।୫୯୪।ତୋହୋର ହେତୁ ୟେ ସ୍ୱର୍ଗ ରକ୍ଷା ହେଲା ବାବୁୟେ ଅମରମଣ୍ଡଳ ଅର୍ଜିଲା ତୋର ସବୁ ।୫୯୫।ନକୁଳକୁ ପୁରନ୍ଦର ଗଉରୋବ କଲେବହୁ ଅଳଙ୍କାର ତାର ଦେହରେ ଖଞ୍ଜିଲେ ।୫୯୬।ଦେବାଙ୍ଗ ପାଟେକ ଇନ୍ଦ୍ର ଘେନିଲେ ଆପଣେନକୁଳର ମସ୍ତକେ ବାନ୍ଧିଲେ ତତକ୍ଷଣେ ।୫୯୭।ଅଭିଷେକ ବିଧି ପୁରନ୍ଦର ଅଣାଇଲେସୁଧର୍ମା ସଭାରେ ଅଭିଷେକ କରାଇଲେ ।୫୯୮।ସର୍ବ ଦେବଗଣେ ତହିଂ ଆନନ୍ଦ ହୋଇଣନକୁଳର ଶିରେ ପୁଷ୍ୟ ବୃଷ୍ଟି କଲେ ପୁଣ ।୫୯୯।ଭିତରେଣ ବାରତା ପାଇଲେ ଶଚୀ ଦେଈଅର୍ଘ୍ୟସ୍ଥଳୀ ଘେନିଣ ଅଇଲେ ମହାମାଈ ।୬୦୦।ସ୍ୱର୍ଗର ନାୟିକାମାନେ ଛନ୍ତି ସଙ୍ଗତରେସର୍ବେ ଆ ସିପ୍ରବେଶିତ ହୋଇଲେ ସଭାରେ ।୬୦୧।ଦୀପାବଳୀ ଘେନିଣ ନକୁଳେ ବନ୍ଦାଇଲେଅମରମଣ୍ଡଳେ ପାଟ ହୋଇଲା ବୋଇଲେ ।୬୦୨।ଯେତେବେଳେ ବନ୍ଦାଇଲେ ଶଚୀ ଠାକୁରାଣୀଗଣଗନ୍ଧର୍ବ ଦେବତା କଲେ ଜୟ ଧୁନି ।୬୦୩।ଆଶିଷ୍ୟ ତଣ୍ଡୁଳ ଶିରେ ଦିଲେ ବେଦବରଅମରେ ପାଟ ହେଲା ନକୁଳ କୁମର ।୬୦୪।ରାଜ ଅଭିଷେକ ବିଧି ତକ୍ଷଣେ ସାରିଲେସକଳ ଦେବତା ଜୟ ଜୟ ଶବ୍ଦ କଲେ ।୬୦୫।ଇନ୍ଦ୍ର ଆଗ୍ୟାଂ ଦିଲେ ସେ ନକୁଳ ମୁଖ ଚାହିଂଇନ୍ଦ୍ରାସନେ ବସ ବାବୁ ମୋ କଳ୍ପଣା କିଛି ନାହିଂ ।୬୦୬।ନକୁଳ ବୋଇଲା ସ୍ୱାମୀ ୟେ କାହୁଂ ହୋଇବପିତା ଥାଉଂ ଥାଉଂ କାହିଂ ପୁତ୍ର ରାଜାହେବ ।୬୦୭।ସେବକ କାହିଂ ସାମନ୍ତ ଆସନେ ବସିଛିୟେମନ୍ତ ଯେ ଅବିହିତ କହିବା ହେଉଛି ।୬୦୮।ସେ କଥାକୁ ଅଙ୍ଗୀକାର ନକଲା ନକୁଳସଭା ମଉଳିଲା ଗଲେ ଦଶ ଦିଗପାଳ ।୬୦୯।ଇନ୍ଦ୍ର ଭୁବନେ ନକୁଳ ସପ୍ତ ଦିନ ରହିୟେଣେ ମନ ବାରୁଣାବନ୍ତକୁ ଯିବା ପାଇଂ ।୬୧୦।ଇନ୍ଦ୍ରଙ୍କୁ ବୋଇଲା ସ୍ୱାମୀ ମୋତେ ଆଗ୍ୟାଂ ଦେବାବାରୁଣାବନ୍ତକୁ ଯିବି ନାହିଂ ନକରିବା ।୬୧୧।ଶୁଣିଣ ମଘବା ସ୍ୱାମୀ ଆନନ୍ଦ ହୋଇଲେମାତଳିକି ଚାହିଂ ଇନ୍ଦ୍ର ବଚନ ବୋଇଲେ ।୬୧୨।ପୁଷ୍ୟେକ ବସାଇ ନକୁଳକୁ ଘେନିଯାଅବାରୁଣାବନ୍ତରେ ଛାଡ଼ି ଆସ ପଣ୍ଡୁ ପୁଅ ।୬୧୩।ଶୁଣିଣ ମାତଳି ଯେ ପୁଷ୍ୟେକ ସାଜି ଆଣିନକୁଳ ଦେବ ସମୂହୁଂ ହୋଇଲା ମେଲାଣି ।୬୧୪।ପୁଷ୍ୟେକ ବିମାନେ ବୀର ବସିଲାକ ଯାଇମାତଳି ସାରଥି ରଥ ଅନ୍ତରୀଛେ ବାହି ।୬୧୫।ଧାରେ ଧୀରେ ଆକାଶରେ ଚଳେ ଦେବ ରଥବାରୁଣାବନ୍ତ ନିକଟରେ ଦେଖିଲେକ ପାଥ ।୬୧୬।ଅର୍ଜୁନ ବୋଇଲେ ଦେବ ବିମାନ ଗୋଟାୟେବାରୁଣାବନ୍ତ ସଳଖୁଂ ଆକାଶୁଂ ଖସାୟେ ।୬୧୭।ଭୀନସେନ ବୋଇଲା ୟେ କେଉଣ ରାକ୍ଷସମୋତେ ଆଗ୍ୟାଂ ଦିବା ସ୍ୱାମୀ କରିବଇଂ ନାଶ ।୬୧୮।ଯୁଝେଷ୍ଠି ବୋଇଲେ ଭୀମ ୟେ ତୋର ପ୍ରକୃତିକେ ଅବା କେଣିକି ଯାୟେ ତୁ ବୋଲୁ ଅନୀତି ।୬୧୯।ସହଦେବ ଶୁଣିଣ ହସିଲେ କରକରଯୁଝେଷ୍ଠି ପଚାରନ୍ତି ଶୁଣ ଭାଇ ମୋର ।୬୨୦।ୟେ ବିମାନ କାହାର କେ ଯାଉ ଅଛି କାହିଂଶୁଣି କରପତ୍ର ଯୋଡ଼ି ସହଦେବ କହଇ ।୬୨୧।ସ୍ୱାମୀ ନକୁଳ ଠାକୁର ଯେ ସ୍ୱର୍ଗେ ଯାଇଥିଲେପ୍ରଚଣ୍ଡା ଅସୁରକୁ ଅମରେ ବଧ କଲେ ।୬୨୨।ସ୍ୱର୍ଗେପାଟବାନ୍ଧିଲେସକଳଦେବତାୟେଶଚୀସହିତରେଅର୍ଘ୍ୟଦିଲେଦେବରାୟେ ।୬୨୩।ବିଦାୟ ହୋଇ ଆସନ୍ତି ତୁମ୍ଭର ଛାମୁକୁବ୍ରିକୋଦର ଲୋଡୁଛନ୍ତି ଯୁଦ୍ଧ କରିବାକୁ ।୬୨୪।ଶୁଣି ଯୁଝେଷ୍ଠି ଠାକୁରେ ତକ୍ଷଣେ ଉଠିଲେସିଘଂଦ୍ୱାର ପର୍ଯ୍ୟନ୍ତେ ସଧୀରେ ଚଳିଗଲେ ।୬୨୫।ପଛେପଛେ ଗୋଡାନ୍ତି ଆବର ତିନି ଭାଇଆକାଶରୁ ଦେବ ରଥ ସଧୀରେ ଖସଇ ।୬୨୬।ବାରୁଣାବନ୍ତରେ ଯାଇ ପ୍ରବେଶିଲା ଯାନରଥରୁ ଡେଇଂ ପଡିଲା ମାଦ୍ରୀର ନନ୍ଦନ ।୬୨୭।ଯେତେବେଳେ ଯୁଝେଷ୍ଠିକି ନକୁଳ ଦେଖିଲାବିନତି କରିଣ ପାୟେ ପଡ଼ିଣ ଶୁତିଲା ।୬୨୮।ନ ଉଠଇ ନକୁଳ ଭୂମିରେଣ ଲୋଟିଧାଇଂ କୋଳ କରିଣ ଯେ ତୋଳିଲେ ଯୁଝେଷ୍ଠି ।୬୨୯।ଯୁଝେଷ୍ଠି ତୋଳନ୍ତେ ତହୁଂ ନକୁଳ ଉଠିଲାଭୀମ ଅର୍ଜୁନର ପାଦେ ନମସ୍କାର କଲା ।୬୩୦।ଧାଇଂଣ ଭୀମସେନ ନକୁଳ କୋଳକରିସହଦେବ ଲୋଟିଲା ନକୁଳ ପାଦ ଧରି ।୬୩୧।ତକ୍ଷଣେ ଭାଇକି ସେ ନକୁଳ ଉଠାଇଲେସେ ଚାରି ପାଣ୍ଡବେ ମାତଳିକି ମାନ୍ୟ କଲେ ।୬୩୨।ଛଡ଼ ଜଣେ ସଙ୍ଗ ହୋଇ ଗଲେ ଅସ୍ଥାନକୁମାତଳି କହିଲା ସର୍ବ ଯୁଝେଷ୍ଠି ଦେବଙ୍କୁ ।୬୩୩।ପ୍ରଚଣ୍ଡାସୁର ମାରିବା ଶଚୀଙ୍କି ଆଣିବାତେତିଶ କୋଟି ଦେବତା ପାଟକୁ ବାନ୍ଧିବା ।୬୩୪।ସକଳ ଚରିତ ସେ କହିଲା ଦେବ ଦୂତଶୁଣିଣ ଚାରିଭାଇ ଯେ ହୋଇଲେଆନନ୍ଦିତ ।୬୩୫।ଯୁଝେଷ୍ଠିଙ୍କଠାରୁ ସେ ମାତଳି ବିଦା ହେଲାରଥ ବାହୁଡ଼ାଇ ସେ ସ୍ୱର୍ଗକୁ ବାହିଲା ।୬୩୬।ଇନ୍ଦ୍ରଙ୍କ ଅଗ୍ରତେ ସର୍ବ କହିଲା ବାରତସ୍ୱର୍ଗପୁରେ ଆନନ୍ଦେ ରହିଲେ ଶଚୀକାନ୍ତ ।୬୩୭।ବଇବସୁତ ମନୁ ଆଗେ କହିଲେ ଅଗସ୍ତିସ୍ୱର୍ଗରେ ପାଇଲା ପାଟ ମାଦ୍ରୀର ସନ୍ତତି ।୬୩୮।ଶୁଣି ବଇବସୁତ ମନୁ କୃତ୍ୟ କୃତ୍ୟ ହେଲାୟେ ଆଦି ପର୍ବରେ ଯେତେ ଚରିତ ଶୁଣିଲା ।୬୩୯।ତଦନ୍ତରେ ମଧ୍ୟ ପର୍ବ ହୋଇବ ଲେଖନଆଦି ପର୍ବ ସଦା ଜୟେ ହୋଇଲା ସଂପୂର୍ଣ୍ଣ ।୬୪୦।ଜଙ୍ଖେରପୁର ବାସିନୀ ଶ୍ରୀଚଣ୍ଡୀ ସାରଳାସେ ମହାମାୟା ମୋ କଣ୍ଠେ କଲେଯହୁଂ ଖେଳା ।୬୪୧।ମୋତେ ଆଗ୍ୟାଂ ଦିଲେ ଲେଖ ଶ୍ରୀମହାଭାରତତେଣୁ କରି ଆଦି ପର୍ବ କରିଲି ବର୍ଣ୍ଣିତ ।୬୪୨।ଧର୍ମ ଅର୍ଥ କାମ ମୋକ୍ଷ ଲଭ ପ୍ରାଣୀ ଶୁଣିସେ ସାରଦା ଅନଗୃହେ ଭାରତ ବଖାଣି ।୬୪୩।ସେ ଯାହା କହଇ ତାହା ମୁଂ କରଇ ଲେଖନମୋର ଦୋଷ ନଧରିବ ହେ ବିବେକ ଜନ ।୬୪୪।ସେ ସାରଦା ବେନି ପାଦ ତଳେ ଚିତ୍ତ ଧ୍ୟାୟିଶୂଦ୍ରମୁନି ସାରୋଳାଦାସ ୟେହା ଗୀତେ ଗାଇ ।୬୪୫।ସୁଜନ ଜନମାନଙ୍କୁ ୟେହି ନିବେଦନ ମୋରଲେଖନକାର ଦୋଷାଦୋଷ ଯେ ନଧର ।୬୪୬।ମୁନିଜନମାନଙ୍କର ମନ ହୋୟେ କାଳେଭ୍ରମମୋ ଛାର କେତେ ମାତର ନରଙ୍କ ଅଧମ ।୬୪୭-୧୨୮୩୯।