ବିଷ୍ଣୁକର ପଣ୍ଡାଙ୍କର ଶିବପୁର ରାଜ୍ୟଲାଭ — ସାରଳା ମହାଭାରତ ଆଦି ପର୍ବ (ଦ୍ୱିତୀୟ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିସମ୍ଭରେ ଆସ୍ତାନ ତଳେ ପ୍ରଣପତ୍ୟ କରଇ
କରପତ୍ର ଯୋଡ଼ି ଦ୍ରୋପଦ କାର୍ପୁଣ୍ୟେ ପଚାରଇ ।୨୩।
ସାବଧାନ ହୋଇ ଶୁଣିମା ସକଳ ରାୟେ
ମୋହୋର ଅଛି ଦେବ ଦୋହିତା ଗୋଟିୟେ ।୨୪।
ମହାଯାଗରୁ ଜାତ ହୋଇଲା ଜିଘ୍ନସେନୀ
ଦ୍ରୋପତୀ ସୟେମ୍ୱର କରିବି ରାଜାମାନନ୍ତ ଘେନି ।୨୫।
ଅପୂର୍ବ ଲାଖେକ ମୁଂ କରିବି ନିର୍ମିତ
ତାହା ଯେ ବିନ୍ଧିବ ପ୍ରଦାନ ହୋଇବ ମୋହୋର ଦୋହିତ ।୨୬।
ମକର ଶୁକଳ ଦୁତୀୟାର ଦିନ
ପ୍ରବେଶ ହୋଇବ ମୋହୋର ଭୁବନ ।୨୭।
ଅକ୍ଷତ ଦେଇଂଣ ମୁଂ ସମସ୍ତଙ୍କୁ ବରି
ସରୂପ ଆଗ୍ୟାଂ ମୋତେ ଦେବାକ ନିରାଧାରି ।୨୮।
ରାଜାୟେ ବୋଇଲେ ୟେ ଅଟଇ ମହାତୀର୍ଥ
ସମସ୍ତ ରାଜାୟେ ଆମ୍ଭେ ଧର୍ମ ନିମନ୍ତେ ଅଇଲୁ ୟେଥ ।୨୯।
ୟେଥେଂ ସତ୍ୟ କରି ଯେବେ ସଭାକୁ ନଯିବୁ
ଯେ ଅବା ନଯିବ ତାକୁ ଅବରଣି କରିବୁ ।୩୦।
ୟେ କଥା ଆମ୍ଭର ଅଲଘିଂତ ନିୟମ
ୟେହା ଯେ ନକରଇ ସେ ନ ପାଇ ତୀର୍ଥକଲା ଧର୍ମ ।୩୧।
ନିମନ୍ତ୍ରଣ ବରଣକୁଗଲେ ଧର୍ମଅଛି
ନଗଲେ ଅଧର୍ମ ଆମ୍ଭେସମସ୍ତେ କରିବାଛି ।୩୨।
ରାଜାମାନନ୍ତ ନିମନ୍ତ୍ରଣ କରି ଦ୍ରୋପଦେଶ୍ୱର ରାୟେ
ପଞ୍ଚାଳ ଦେଶକୁ ସମଦଣ୍ଡ ଘେନିଣ ରାୟେ ଯାୟେ ।୩୩।
ବ୍ୟାସଙ୍କୁ ଦେଖିଲେ ଗଉତମୀ ତୀର୍ଥ କୂଳେ
କରପତ୍ର ଯୋଡ଼ିଣ ପୁଚ୍ଛା କଲା ମହୀପାଳେ ।୩୪।
ଭୋ ବ୍ୟାସେ ଦ୍ରୋପତୀ କି ଜାତ କଲି ଅର୍ଜୁନ ନିମନ୍ତେ
ପାଣ୍ଡବେ କାହିଂ ଛନ୍ତି କହିବା ମୁନି ମୋତେ ।୩୫।
ମୁହିଂ ପୁଚ୍ଛା କଲି ହାଦେ ଭୂରି ଯେ ସର୍ବାଙ୍କୁ
ସମସ୍ତେ ଅଛ ତ ନ ଦେଖିଲି ପାଣ୍ଡବଙ୍କୁ ।୩୬।
ଭୂରିସର୍ବାୟେ ବୋଇଲେ ପାଣ୍ଡବେ ବାରୁଣାବନ୍ତେ ଥିଲେ
ଜଦୁର ଘର ଦହନେ ସମସ୍ତେ ନାଶ ଗଲେ ।୩୭।
ଚଉଦ ବରଷ ହୋଇଲାନି ପାଣ୍ଡବଙ୍କର ମଲା
ଭୋ ବ୍ୟାସେ ମୋତେ ୟେମନ୍ତ ବୋଲି ଭୂରିସର୍ବା କହିଲା ।୩୮।
ବ୍ୟାସେ ବୋଇଲେ ହୋ ଶୁଣିଲୁ ୟେମନ୍ତ
ଦ୍ରୋପତୀକି ୟେବେ ତୁ କରିବୁ କେମନ୍ତ ।୩୯।
ବ୍ୟାସେ ବୋଇଲେ ତୁ ୟେବେ ସୟମ୍ୱର କର
ଆମ୍ଭେ ଲାଖେକ ପାତିବୁ ତୋହୋର ସଭାର ।୪୦।
ଦ୍ରୋପଦ ବୋଇଲେ ରାଜାମାନଙ୍କୁ ନିମନ୍ତ୍ରଣ କଲି ମୁଇଂ
ମାଘର ପ୍ରଥମ ପକ୍ଷେ ଯିବଟି ତୁମ୍ଭେ ସମସ୍ତହିଂ ।୪୧।
ତୁମ୍ଭେ ଥାଇଣ ଭିଆଇବ ସମସ୍ତ
ତୁମ୍ଭେହେଂ ପ୍ରଦାନ କରିବ ତୁମ୍ଭେ କରିଅଛ ଜାତ ।୪୨।
ସମଦଣ୍ଡ ଘେନିଣ ବାହୁଡ଼ଇ ଦ୍ରୋପତ
ତାହାର ପଛେ ଚଳନ୍ତି ପାଣ୍ଡବ ଚାରିଭ୍ରାଥ ।୪୩।
ଦ୍ରୋପଦ ଚଳିଲାକ ନିଜର ଭୁବନେ
ଯେ ଯାହାର ଦେଶକୁ ଗଲେ ରାଜାମାନେ ।୪୪।
ପାଣ୍ଡବେ ଚଳିଲେ ଯେ ଓଡ଼ାଦି ଶିବପୁରେ
ଦେଖିଲେ ସେ ରାଜ୍ୟେ ହୋଇଅଛି ମହା ଯେ ସମ୍ଭରେ ।୪୫।
ରଥ ଗଜ ଅଶ୍ୱ ସଇନି ପାଦାନ୍ତି
କେବଣ ରାଜା ଅବା ମାଡ଼ି ବସିଲାକ ୟେଥି ।୪୬।
ୟେତେକ ବିଚାରିଣ ଯେ ରହିଲେ ବନବାସେ
ରାଜ୍ୟେ ଭିତରକୁ ନପଶିଲେ ଦିବସେ ।୪୭।
କଟକ ଭିତରେ ପଶିଲେ ନିଶାରାତି
ଶୂନ୍ୟ ମନ୍ଦିରେ ଦେଖିଲେ ୟେକା ଅଛନ୍ତି କୋଇନ୍ତୀ ।୪୮।
ସଙ୍କୋଚେଣ ପାଣ୍ଡବେ ନପଶିଲେ ଭିତରେ
ଜୟେବନ୍ତ ଜୟେବନ୍ତ ବୋଲି ଡାକନ୍ତି ଦୁଆରେ ।୪୯।
ଭିତରେ ଥାଇଂ ଦେବୀ ବାରିଲେ ଯୁଝେଷ୍ଠିଙ୍କ ତୁଣ୍ଡ
ବାହାର ହୋଇଲେ ଦେବୀ କରେଣ ଜଳଭାଣ୍ଡ ।୫୦।
ମାତାଙ୍କର ଚରଣେ ପ୍ରଣପତ୍ୟ ଚାରି ଭାଇ
ଯୁଝେଷ୍ଠି ପୁଚ୍ଛା କଲେ ମା ଗୋ ଭୀମସେନ ଅଛି କାହିଂ ।୫୧।
ମାତାୟେ ବୋଇଲେ ବାବୁ ଆସ ଭିତରକୁ
ସୁସ୍ତ ହୋଇ ବସ କିନା ମୁଂ କହଇ ତୁମ୍ଭଙ୍କୁ ।୫୨।
ସ୍ନାହାନ ଶୁଚିବନ୍ତ ହୋଇ ପଶିଲେ ଭିତରେ
ଅନ୍ନ ପୁଡ଼ାୟେ ମାୟେ ଦିଲେ ଦିବ୍ୟସାରେ ।୫୩।
ଭୋଜନ ସାରିଣ ସେ ଆଞ୍ଚୋବନ କଲେ
ସୁସ୍ତ ହୋଇ ବସିଲେ କୋଇନ୍ତାୟେ କହିଲେ ।୫୪।
ତୁମ୍ଭେ ତେଣେ ଗଲ ବାବୁ ଗଉତମ ତୀର୍ଥେ
କକଡା ପୌର୍ଣ୍ଣମୀ ଦିନ ଯୁଦ୍ଧ ହୋଇଲାକ ୟେଥେ ।୫୫।
ବିଷ୍ଣୁକର ପଣ୍ଡା ଯେ ଭୀମକୁ ଘେନିଗଲା
ଓଡ଼ାଦି ଶିବପୁରେ ଭୀମ ଚଣ୍ଡାଳ ସବୁନ୍ତି ମାଇଲା ।୫୬।
ଶିବପୁରେ ବ୍ରାହ୍ମଣେ ଅବଧାରି କଲେ
ସେ ବେନି ନଗ୍ରେ ଭୀମସେନକୁ ଅବିଷେକ କରାଇଲେ ।୫୭।
ବିଷ୍ଣୁକର ପଣ୍ଡାୟେ ରାଜ୍ୟରେ ମହାମନ୍ତ୍ରୀ
ପ୍ରତଗ୍ୟାଂ ବହିଲା ଭୀମ କାଳେବର ଚକ୍ରବ୍ରତୀ ।୫୮।
ଅନେକ ବନ ନଗ୍ର ମାରି ଘେନିଣ ଅଇଲା
ରଥ ଗ ଜଅଶ୍ୱ ପାଞ୍ଚ କ୍ଷେଉଣୀ ବଳ କଲା ।୫୯।
ଯୁଝେଷ୍ଠି ବୋଇଲେ ଆମ୍ଭେ ଗଲୁ ଯେ ଋଷଭ
ମିଥୁନ କକଡ଼ା ସିଂଘ କନ୍ୟ ତୁଳ ମାସ ଛ ହୋଇବ ।୬୦।
ଭୀମ ଭିଆଇଲା ୟେସନେକ ଚରିତ
ଦ୍ରିଯୋଧନ ତୁଲେ କରନ୍ତା ଦ୍ୱନ୍ଦ ଯାଇଥିଲେ ତୀର୍ଥ ।୬୧।
ତୁମ୍ଭେ ଯେ ୟେଥେଂ ଗୋ ୟେକା ରହିଅଛ ମାତା
ତୁମ୍ଭନ୍ତ ନକଲା ସେ ଦୟା ଭାବ ଚିନ୍ତା ।୬୨।
କୋଇନ୍ତାୟେ ବୋଇଲେ କଉଂଲକ୍ଷଣେ ଜାତ କଲି ତାହାକୁ
ଶତ୍ରୁ ପ୍ରାୟେ କରି ବୁଝିଥାଇ ମୁକୁ ।୬୩।
ଯୁଝେଷ୍ଠି ବୋଇଲେ ମାତା ଗୋ କେମନ୍ତ କରିବା
ଦ୍ୱାରେଣ ଯାଇ ଗୋ ବାରତା କରାଇବା ।୬୪।
ପୋଅନ୍ତ ଘେନିଣ କୋନ୍ତଭୋଜର କୁମାରୀ
ଦ୍ୱାର ନାୟକକୁ କଲ୍ୟାଣ ଅବଧାରି ।୬୫।
ବାବୁ ଆମ୍ଭେ ତୀର୍ଥବାସୀ ବ୍ରାହ୍ମଣ ଜଣ ଚାରି
ଆମ୍ଭଙ୍କୁ ଦ୍ରଶନ କରାଇ ପାରିବକି ପଢିଆରୀ ।୬୬।
ଦ୍ୱାର ନାୟକ ବୋଇଲା ୟେ ଦଣ୍ଡେ ରହିଥିବା
ଦେବାର୍ଚ୍ଚନ ବେଳେ ନେଇ ତୁମ୍ଭଙ୍କୁ ଦ୍ରଶନ କରାଇବା ।୬୭।
ୟେତେ ବୋଲି ରୁହାଇ ଗଲେ ଦୂତକାରୀ
ରାଜାଙ୍କ ଛାମୁରେ କହିଲା କର ଯୋଡ଼ି କରି ।୬୮।
ଭୋ ଦେବ ଅବଧାନ ହୋଇବା କାଳେବର କାଳଦଣ୍ଡ ଚକ୍ରବ୍ରତୀ
ପଶ୍ଚିମ ସୋମରାଷ୍ଟର ଚାରି ଜଣ ଦ୍ୱିଜବରଆସିଛନ୍ତି ।୬୯।
ମାତା ମହାତ୍ମାଣୀ ଅଛନ୍ତି ତାହାଙ୍କର ତୁଲେ
ଜୟନ୍ତ ଅଜୟ ଜୟସେନ ଜୟରାଷ୍ଟ ବୋଇଲେ ।୭୦।
ଯାଇଣଥିଲେ ଦେବ ଯେ ଗଉତମୀ ତୀର୍ଥକୁ
ଦ୍ରଶନ କରି ଲୋଡ଼ନ୍ତି ଦେବ ଆସିବେ କି ଛାମୁକୁ ।୭୧।
ବିଷ୍ଣୁକର ମହାମନ୍ତ୍ରୀ କହିଲେ କର୍ଣ୍ଣଲାଗି
ତୁମ୍ଭର ମାୟେ ୟେବେ ଛାମୁକୁ ଆସନ୍ତି ବେଗି ।୭୨।
ଯୁଗତେଣ ସୋଦର ଆବର ତୀର୍ଥବାସୀ
ମୁଖ ଚାହାନ୍ତେ ଦେବ ପାତକ ହେବ ଧଂସୀ ।୭୩।
ଭୀମସେନ ବିଚାରଇ ମନେ ମନେ ଗୁଣି
ବନେ କନ୍ଦମୂଳ ଖୁଆଇବେ ନେଇ ପୁଣି ।୭୪।
ସ୍ୱାମୀ କେମନ୍ତ ଆଗ୍ୟାଂ ହୋଇଲା ପୁଚ୍ଛନ୍ତି ଦୂତକାରୀ
ରାଗେଣ ଚାହିଂଲା କାଳ ନୟନ ଚକ୍ରକରି ।୭୫।
ଭୟେ ପଳାଇଲେ ଦ୍ୱାରପାଳମାନେ
ଯାଇଂଣ କହିଲେ ସେ ବ୍ରହ୍ମଣଙ୍କ ସନ୍ନିଧାନେ ।୭୬।
ପଣ୍ଡା ହେ ଠାକୁରଙ୍କର କୋପ ଯେ ହୋଇଲା ତୁମ୍ଭଙ୍କୁ
ଆଗ୍ୟାଂ ନୋହିଲା ତୁମ୍ଭେ ଛାମୁକୁ ଯିବାକୁ ।୭୭।
ଆବର ଆମ୍ଭଙ୍କୁ କୋପ ହୋଇଲା ବହୁତ
ତୁମ୍ଭେ ଛାମୁକୁ ଗଲେ ଅପ୍ରାଧ ପାବନ୍ତ ।୭୮।
ଯୁଝେଷ୍ଠି ବୋଇଲେ ବାବୁ ଘୁଞ୍ଚ ହୋ ଅରଜୁନ
ଦୁଷ୍ଟନ୍ତ ପ୍ରବୋଧିବା ମାଧୁର୍ଯ୍ୟ ବଚନ ।୭୯।
ଆମ୍ଭର ତୁଲେ ପାଉଥିଲା ସେ ବଡ଼ ଦୁଖ
ରାଜନୀତି ହୋଇବନା ଅତି ବଡ଼ ସୁଖ ।୮୦।
ୟେତେକ ବୋଲିଣ ସେ ଘୁଞ୍ଚିଲେ ଦେବ ଧର୍ମେ
ବାହୁଡ଼ି ବନସ୍ତେ ପଶିଲେ ନିଜକର୍ମେ ।୮୧।
ଉତ୍ତରୀ ପବିତ୍ରା ଘେନି ସୁମନ୍ତେକ ପ୍ରୋହିତେ
ଭୀମସେନ ତହିଂକି ଯାଆନ୍ତି ସେ ନିତ୍ୟେ ।୮୨।
ଯୁଝେଷ୍ଠି ଦେଖି ସେ ମୁନିଙ୍କି କଲେ ନମସ୍କାର
କଲ୍ୟାଣ କରି ପୁଚ୍ଛିଲେ ମୁନି ଭୀମନ୍ତ ନାହିଂ ଯେ ବାବୁ ତୁମ୍ଭର ସଙ୍ଗର ।୮୩।
ଯୁଝେଷ୍ଠି ବୋଇଲେ ସେ ଆମ୍ଭନ୍ତ ଉପେକ୍ଷି
ଶିବପୁର ନଗ୍ର ଭୀମା ରାଜା ହୋଇଅଛି ।୮୪।
ଆମ୍ଭନ୍ତ ଦେଖିଣ ସେ ନ କଲାକ କତି
ଶୁଣିଣ ହସିଲେ ସେ ସୁମନ୍ତେକ ବ୍ରହ୍ମଯତି ।୮୫।
ତୁମ୍ଭେ ଯେ ବସିଥଅ ୟେହି ଠାବରେଣ
ଭୀମକୁ ଘେନିଣ ଆମ୍ଭେ ଆସିବୁଂ ୟେହି କ୍ଷଣ ।୮୬।
ଯୁଝେଷ୍ଠି ସମାର୍ଜି ଗଲେ ପୁରୋହିତେ
ପବିତ୍ରା ଉତ୍ତରୀ ଲାଗି କରାଇଲେ ଭୀମସେନର ଗାତ୍ରେ ।୮୭।
ପୁରୋହିତେ ବୋଇଲେ ତୁ ଯେ ଅଗ୍ୟାନ ମୂରୁଖ
ଯୁଝେଷ୍ଠିଙ୍କି ଉପେକ୍ଷିଣ ତୋର କିସ ରାଜ୍ୟ ସୁଖ ।୮୮।
ଭୀମସେନ ବୋଇଲା ତୁମ୍ଭେ ତୁନୀ ହୋଇଥାଅ ମୁନ୍ୟ
ମୁହିଂ ଘାନ୍ତିୟେ ଯାଇ ଆସଇ ହସ୍ତିନା ଭୁବନ ।୮୯।
ଧୃତରାଷ୍ଟ ପୁଅନ୍ତ ମୁଂ ମାରି ଆସଇ ରଣ
ତେବେ ସେ ହୋଇବି ଯୁଝେଷ୍ଠିଙ୍କ ସଙ୍ଗତେଣ ।୯୦।
ସୁମନ୍ତେକ ବୋଇଲେ ସେ ହସ୍ତିନାରେ ନାହିଂ
ଦ୍ରୋପଦ ପୁରକୁ ଗଲେନି ସବୁ ରାଜାୟେ ଦଣ୍ଡବାହି ।୯୧।
ଦ୍ରୋପଦ ରାଜା ଯେ କରିଅଛି ସୟମ୍ୱର
ଲକ୍ଷେକ ନୃପତି ରୁଣ୍ଡ ହୋଇବେ ତାହାର ପୁର ।୯୨।
ରାଧାଚକ୍ର ଲାଖ ବିନ୍ଧିବ ଯେ ବୀର ଫାଲଗୁନି
ତୁମ୍ଭଙ୍କୁ ପ୍ରାପତ ହୋଇବ ସେ ଜିଘ୍ନସେନୀ ।୯୩।
ଅନେକ କଉତୁକ ଯେ ହୋଇବ ରଣ ରଙ୍ଗ ।
ତୁ ୟେବେ ଯାଅ ବାବୁ ଯୁଝେଷ୍ଠିଙ୍କ ସଙ୍ଗ ।୯୪।
ଶୁଣିଣ ମହା ସାନନ୍ଦ ବୀର ଯେ ମାରୁତି
ପଞ୍ଚାଳ ଦେଶେଣ ଯେ ଭେଟିବା କୁରୁପତି ।୯୫।
ଭୀମସେନ ବୋଇଲା ରାଜ୍ୟ ଜନନ୍ତ ଯେ ରାଇ
ରାଜା ହୋଇ ପୁତ୍ର ଭାରିଯା ମୋହୋର ତ ନାହିଂ ।୯୬।
ମୁହିଂ ୟେବେ ଯିବି ପ୍ରାଗ ତୀର୍ଥକୁ
ବିଷ୍ଣୁକର ମହାପାତ୍ରେ ଠାକୁରଟି ତୁମ୍ଭଙ୍କୁ ।୯୭।
ସୁମନ୍ତେକ ପୁରୋହିତେ ଆଗ୍ୟାଂ ଅବଧାରି
ଶିବପୁରେ ହୋଇଲେ ବିଷ୍ଣୁକରେ ଅଧିକାରୀ ।୯୮।
ଶୁଣ ହୋ ପଣ୍ଡିତଜନେ ହୋଇ ସାବଧାନେ
ସମସ୍ତ ସୁଫଳ ହୋଇଟି ମହତଙ୍କର ଦରଶନେ ।୯୯।
ବିଷ୍ଣୁଙ୍କର ପଣ୍ଡା ଯେ ନଗ୍ର ବାହିଯ୍ୟ ହୋଇଥିଲା ।
କୋଇନ୍ତାଙ୍କର କଲ୍ୟାଣେ ବେନିପୁତ୍ର ଯେ ହୋଇଲା ।୧୦୦।
ସଭାରୁ ବାହାର କଲେ ପନ୍ତିରେ ନ ବରି
ଅନ୍ତେଣ ହୋଇଲା ସେ ରାଜ୍ୟରେ ଅଧିକାରୀ ।୧୦୧।
ମହତ ସେବା କଲେ ୟେସନେକ ବିଧି
ମହତ ଦରଶନେ ସକଳ କାର୍ଯ୍ୟ ସିଦ୍ଧି ।୧୦୨।
ସୁମନ୍ତେକ ମୁନି ଘେନିଗଲେ ବ୍ରିକୋଦର
ନେଇଂଣ ଦ୍ରଶନ କରାଇଲେ ଯାଇଂ ଯୁଝେଷ୍ଠିଙ୍କ ଛାମୁର ।୧୦୩।
ଭୀମସେନ ଯୁଝେଷ୍ଠିଙ୍କ ଚରଣେ ପରିଣାମି
ଭୀମସେନ ଶରୀର ଆଶ୍ୱସନା କଲେ ଦେବ ସ୍ୱାମୀ ।୧୦୪।
ତହୁଂ ବିଜେ କରିଗଲେ ସୁମନ୍ତେକ ପୁରୋହିତେ
ଅଗମ୍ୟ ବନସ୍ତେ ଚଳନ୍ତି ଯେ ପଞ୍ଚୁଭ୍ରାଥେ ।୧୦୫।
ଶିବପୁର ନଗ୍ର ଜିଣି ଉତ୍ତର କୋଣ ଆଡ଼େ
ତିନିଶତ ଯୋଜନ ଗଲେ ମହୋଦଧିକଇଂ ଛାଡ଼େ ।୧୦୬।
ବକାସୁର ବୃତ୍ତାନ୍ତ
ଶୁଦ୍ଧତପା ନାମେଣ ଅଛଇ ୟେକ ନଦୀଆକାଶ ଗଙ୍ଗାରୁ ମଉଦଧିକି ଅଛି ଭେଦି ।୧।ସେ ନଦୀର ତୀରେ ୟେକଇ ନଗ୍ର ଗୋଟିୟେୟେକା ଚକ୍ର ବୋଲିଣ ତାହାର ନାମ ହୋୟେ ।୨।ବିପ୍ର ଆଦି କରି ଅଷ୍ଟାଦଶ ଜନ କୁଳନିର୍ମଳ ସ୍ଥାନ ଦେଖି ବସନ୍ତି ସକଳ ।୩।ନଦୀ କୂଳ ପରିମଳ ଶଉଚ ପୁଣ୍ୟ ଭୂମିବହଇ ମାହେଶ୍ୱରୀ ନଦୀ ଉତ୍ତରଗାମୀ ।୪।ବନ ତେଜିଣ ଗମନ୍ତି ସେ ପଞ୍ଚୁବୀରେଭିକ୍ଷା କୁତୋହୋଳେ ପଶିଲେ ସେ ପୁରେ ।୫।ଯୁଝେଷ୍ଠି ସଉରଭ ପାତ୍ର ଭୀମସେନ ଚକ୍ରଭାରହରି ଗୋବିନ୍ଦ ମୁଣି ଅର୍ଜୁନ ହସ୍ତର ।୬।ନକୁଳ ତମ୍ୱା କପୋରା ସହଦେବ ହାଥେ ପାତ୍ରୀକଉତୁକେ ନଗ୍ରେ ବିହରନ୍ତି ପଞ୍ଚୁ ଛତ୍ରୀ ।୭।ଦେଖନ୍ତି ଜନଗହନ ମହାନଗ୍ର ଗୋଟାସମସ୍ତେହେଂ ଭାଗ୍ୟବନ୍ତ ଶରୀର ଦୃମୋଟା ।୮।ଭ୍ରମନ୍ତେ ଭ୍ରମନ୍ତେ ଆଦିତ୍ୟ ଅସ୍ତି ଗୟେକାହିଂ ରହିବା ବୋଲି ଭାଳନ୍ତି ସଂଶୟେ ।୯।ବେଦଶର୍ମଣ ବୋଲି ୟେକଇ ଦ୍ୱିଜବରଭିକ୍ଷା ପାତ୍ର କଲେ ନେଇ ତାହାଙ୍କର ଦ୍ୱାର ।୧୦।ସେ ବେଦଶର୍ମଣ ପଣ୍ଡା ଅଟନ୍ତି ଭିକ୍ଷା ବାସୀତାହାଙ୍କ ଦ୍ୱାରେ ବେଦ କରାଣ୍ଡିୟେ ଘୋଷି ।୧୧।ବିସ୍ମୟେ ବ୍ରାହ୍ମଣୀ ଯେ ହୋଇଲା ତାହା ଚାହିଂପଣ୍ଡାୟେ ଭିକ୍ଷାରୁ ନୁଆସନ୍ତି ଦେବାକୁ କିଛି ନାହିଂ ।୧୨।ମୋହୋର ସ୍ୱାମୀ ୟେହି ମତେ ଭିକ୍ଷାବାସୀଯିବ ତ ବୋଲି ତ ମୋହୋର ବଚନକୁ ନୁଆସି ।୧୩।ଯେ ସେ ହୋଅନ୍ତା ମହତ ଦୟାବନ୍ତବଚନ ମଧୁର କହି ବୋଧନ୍ତା ତାହାନ୍ତ ।୧୪।ବଚନ ସମାର୍ଜି ବୋଲନ୍ତି ଭିକ୍ଷାରୁ ଆସନ୍ତୁ ମୋହୋର ସ୍ୱାମୀଅତିଥି ତ୍ରିପୁତି କରି ତଣ୍ଡୁଳ ଅଧେ ଦେମି ।୧୫।ବ୍ରାହ୍ମଣୀ ବୋଇଲା ଗୋ ଅପାର ହୋଇଲାନି ନିଶିମୋହୋର ଘରେ ଆଜକ ବସା କରି ରହସି ।୧୬।ଦଇବେ ଭିକ୍ଷାଶୀ ଘରେ ନାହିଂ କିଛିଉଆସରୁ ଅଧେକ ଯେ ତୁଚ୍ଛା ହୋଇଅଛି ।୧୭।ତହିଂ ଭିତରେ ରୁହାଇଲେ ନେଇରହିଲେ ପାଣ୍ଡବେ ମହା ସୁସ୍ତ ପାଇଂ ।୧୮।ସନ୍ନିଧ୍ୟେ ବସି ବ୍ରାହ୍ମଣୀ ସରୂପ ପଚାରିବେଦଶର୍ମଣ ପଣ୍ଡାୟେ ଅଇଲେ ଭିକ୍ଷା କରି ।୧୯।ବ୍ରାହ୍ମଣୀ ଆସିଣ ସନିଧ୍ୟେ ହୋଇଲେକ ବେଗେସମସ୍ତ କଥା ବ୍ରାହ୍ମଣୀ କହିଲା ବ୍ରହ୍ମଣଙ୍କ ଆଗେ ।୨୦।ତାହାର ଭିକ୍ଷା ଯେତେକ ସେ ଆଣିଥିଲାକଣ କଳ୍ପ ଥୋଇ ଆଉ ହାଣ୍ଡିରେ ଭରିଲା ।୨୧।ହାଣ୍ଡି ତଣ୍ଡୁଳ ମୁଗ ନାନାଦି ପରିବାଛାମୁରେ ବେଦଶର୍ମଣ ପଣ୍ଡା ଥୋଇ ଅନେକ କଲଇ ସେବା ।୨୨।ୟେ ନଗ୍ରରେ ତୁମ୍ଭେ ଥିବ ଯେତେ ଦିନମୁହିଂ ତୁମ୍ଭଙ୍କୁ ଦେଉଥିବି ଅନ୍ନ ଯେ ଭୋଜନ ।୨୩।ଯହୁଂ ଉଆସରୁ ଅଧେକ ଦିଲେ ବେଦଶର୍ମଣରହିଲେ ନିଶ୍ଚିତେ ମାଆନ୍ତ ଘେନି ଷଡ଼ଜଣ ।୨୪।ଦିବସ ଭିକ୍ଷାକୁ ସଜ ହୋଅନ୍ତି ଚାରିଭାଇକୋଇନ୍ତାୟେ ବୋଇଲେ ସଙ୍ଗେ ନ ନିଅ ଭୀମକଇ ।୨୫।ଯୁଝେଷ୍ଠି ବୋଇଲେ ଭୀମ ନ ଯାଉ ଭିକ୍ଷାକୁବହୁତ ଦିଅନ୍ତା ନାହିଂ ଅଳପ ନଦିଶଇ ୟେହାକୁ ।୨୬।ଯିବ ତ ବୋଲିଣ ୟେହାକୁ ଯେବଣ ଜନ ବୋଲିବକୁଡ଼ିଆ ଭାଙ୍ଗି ତାର ସବୁନ୍ତି ମାରିବ ।୨୭।ଭୀମସେନ ମାତା ଦୁହିନ୍ତି ଘରେ ଛାଡ଼ିଭିକ୍ଷା ପାତ୍ରେ ୟେକଚକ୍ରା ନଗ୍ରେ ସୁଖେଣ ବିହଡ଼ି ।୨୮।ଯିସ ଅବା ଭିକ୍ଷାରୁ ନିଅନ୍ତି ଉପୁଚାଇଆପଣେ ପାଞ୍ଚନ କରନ୍ତି କୋଇନ୍ତାଦେବୀ ଆଈ ।୨୯।ଦୁଇ ଭାଗ କରି ଅଧେକ ଦିଅନ୍ତି ଭୀମକୁୟେହାଙ୍କର ଅଧକରୁ ଦିଅନ୍ତି ଦେବତା ଅତିଥିଙ୍କୁ ।୩୦।ଯେତେକ ଭାତରୁ ଗଳଇ ପେଜ ଫୁଟିୟେଭୀମକୁ ଦିଅନ୍ତି ତାହା କୋଇନ୍ତାଦେବୀ ମାୟେ ।୩୧।ଅଧେକ ଆହାର ଯେ କରଇ ଭୀମସେନକାହାକଇ କଥା ନ କହଇ ଅବିକ୍ଷଣେ କୋପମନ ।୩୨।ତୁଳ ବିଛା ତହିଂ ରହିଲେ ମାସ ବେନିଧନୁମାସର ଭୋଗ ହୋଇଲା ଦିନା ତିନି ।୩୩।ଧନୁମାସ କୃଷ୍ଣପକ୍ଷ ଦୁତୀୟାର ଦିନବେଦଶର୍ମଣ ବ୍ରାହ୍ମଣୀକି ବୋଲଇ ବଚନ ।୩୪।ଶରୀର ଅଳସ ମୋର କପାଳ ବଥାଇଆଜକ ଭିକ୍ଷାକୁ ଗୋ ମୁଂ ନ ପାରଇ ଯାଇ ।୩୫।ବ୍ରାହ୍ମଣୀ ବୋଇଲା ଯେବେ ଅଳସ ତୁମ୍ଭର କାୟେଥାଅ ଭିକ୍ଷାକୁ ତୁମ୍ଭେ ନଯାଅ ପଣ୍ଡାୟେ ।୩୬।ଘରେ ତଣ୍ଡୁଳତ ଗୋଟିୟେ କାହିଂ ନାହିଂସ୍ୱାମୀ ଆଳସ କଲେ କେମନ୍ତେ ଦିନ ବଞ୍ଚିବଇଂ ।୩୭।ବ୍ରାହ୍ମଣକୁ ମୁଂ ଯେବେ ପଠିଆଇବି ବଳେଘରଣୀ ପଣ ମୋର ଦିଶିବ ସର୍ବ କାଳେ ।୩୮।ବୋଲିବେ ୟେକା ଦିନେ ୟେବେ ନ ପାରିଲୁ ପୂରୋଇକେତେଦିନ ଅଳସ ହୋଇବା ରକତ ମାଂସ ଦେହ ବହି ।୩୯।ଜରା ଅବସ୍ତା ରୋଗ ବ୍ୟାଧି ଯେ ହୋଇଲେସଭିୟେଂ ମରିବା ତ ମୋହୋର ଭିକ୍ଷାକୁ ନ ଗଲେ ।୪୦।ୟେତେ ବୋଲି ଘରଣୀ ପଣ ମୋର କରିବ ଦୂଷିତନଯାଉ ଦ୍ୱିଜବର ଆଜକ ହୋଉ ସୁସ୍ତ ।୪୧।ପୁତ୍ରଦୋହିତା ଦୁଇ ଗୋଟି ଆମ୍ଭେ ଜଣ ବେନିଉଦ୍ଧାର କରି ଆଣିବା ପଛେ ତଣ୍ଡୁଳ ମାଣ ତିନି ।୪୨।ବ୍ରାହ୍ମଣ ବ୍ରାହ୍ମଣୀ ଦୁହେଂ ବସିଲେ ୟେକ ଥାନେଦୁଖ ସୁଖ କଥା ବସି ଭାଳନ୍ତି ବେନି ଜନେ ।୪୩।ବ୍ରାହ୍ମଣଙ୍କର ନାମ ଅଟେ ବେଦଶର୍ମଣବ୍ରାହ୍ମଣୀର ନାମ ରମାଦେବୀ ଜାଣ ।୪୪।ପୁତ୍ର ଗୋଟି ନାମ ଯେ ଅଟଇ ବିଦ୍ୟାଧରଭାନୁବତୀ ନାମ ଅଟଇ ଦୁହିତା ଗୋଟିର ।୪୫।ଖେଳି ଯାଇଥିଲେ ଆସି ମିଳିଲେ ନିଜ ବାସେଅନ୍ନ ପୁଡାୟେ ମାୟେ ଦିଲେକ ହରଷେ ।୪୬।ୟେମନ୍ତ ସମୟେ ଅମ୍ୱିକା ନାମେଣ ଚାଣ୍ଡାଳସେ ନଗ୍ରେ ଘୋଷଣା ଦିଅଇ ସର୍ବକାଳ ।୪୭।ସାଚୋ ସାଚୋ ବୋଲି ଘଣ୍ଟା ବଜାଇ ଅନ୍ତରାଳିବେଦଶର୍ମଣ ପଣ୍ଡାଙ୍କ ଘରେ କାଲି ଠାକୁରଙ୍କର ପାଳି ।୪୮।ଘଣ୍ଟ ଶବଦ ଶୁଣି ଯେ ବ୍ରାହ୍ମଣୀ ବୋଇଲାରହ ରହ ଶୁଣିମା କାଲି କାହା ଘରେ ପାଳି ଯେ ପଡ଼ିଲା ।୪୯।ସାଚୋ ସାଚୋ ବୋଲି ଯେ ଡାକିଲା ଚାଣ୍ଡାଳିବେଦଶର୍ମଣ ପଣ୍ଡାଙ୍କ ଘରେ କାଲି ଠାକୁରଙ୍କର ପଡ଼ିଲା ପାଳି ।୫୦।ବ୍ରାହ୍ମଣୀ ବୋଇଲା ପଣ୍ଡା ହେ ମୋହୋର ମୁଣ୍ଡ ତ ପୋଡ଼ିଲାକାଲି ଆମ୍ଭର ଘରେ ଠାକୁରଙ୍କର ପାଳିତ ପଡ଼ିଲା ।୫୧।ବ୍ରାହ୍ମଣ ବୋଇଲା ସେ ମିଛହେଂ ନୁହ ବାଇକେତେହେଂ ବେଦଶର୍ମଣ ୟେହି ପୁରେ ନାହିଂ ।୫୨।ବ୍ରାହ୍ମଣୀ ବୋଇଲା ଲେଖନି ପଣ୍ଡା ହେଆମ୍ଭର ପାଳି ଦିଲାର କେତେ କାଳ ହୋୟେ ।୫୩।ଖଡ଼ି ଘେନି ଲେଖା କରଇ ଦ୍ୱିଜବରୟେକ ଚକ୍ରାନଗ୍ରେ ବସଇ ୟେଗାର ସହସ୍ର ନଉ ଷାଠିୟେ ଘର ।୫୪।ଘରକେ ପାଳିୟେ କରି ନେଉଅଛି ଲେଖିପୁଣ ପୁଣ ଲେଖଇ ବିପ୍ର ଭ୍ରାନ୍ତି ଯେ ଉପେକ୍ଷି ।୫୫।ୟେଗାର ସହସ୍ର ନଉ ଷାଠିୟେ ଘରପାଳି ପଡ଼ଇ ତେତିଶ ବରଷ ଦୁଇ ମାସ କୋଡ଼ିୟେ ଦିନର ।୫୬।ଲେଖି ଲେଖି ବିରସ ହୋଇଲା ଦ୍ୱିଜବରରାତ୍ର ପାହିଲେ ପାଳି ପଡ଼ିବ ଆମ୍ଭଘର ।୫୭।ଜାଣିଣ ଅସାଷ୍ଟମ ବ୍ରାହ୍ମଣ ବ୍ରାହ୍ମଣୀଦୁହେଂ ମୋହେ ପଡିଲେ ବଜ୍ରଘାତ ଜାଣି ।୫୮।ମାତା ପିତାଙ୍କର ଅବସ୍ତା ଦୁଖ ଦେଖିବାଳୁତ ପୁତ୍ର ଦୋହିତା ସେବନ୍ତି ନିରିମାଖି ।୫୯।ବ୍ରାହ୍ମଣ ଘରେ ଚହଳ କ୍ରୋଧ ବାଣୀ ଶୁଣିଜଳାକବାଟି ବାଟେ ଚାହାନ୍ତି କୋନ୍ତଭୋଜର ଦୁଲଣୀ ।୬୦।ବ୍ରାହ୍ମଣୀ ବୋଇଲା ପଣ୍ଡାୟେ ଅଳସ ତୁମ୍ଭେ କଲଘରେ କିଛି ନାହିଂ ତୁମ୍ଭେ ଭିକ୍ଷାକୁ ନ ଗଲ ।୬୧।ଉଦ୍ଧାର କରି ନାଥ ବଞ୍ଚିଲି ଆଜ ମୁହିଂଦୁବ ଅର୍ଘ୍ୟ ଦେବାକୁ ଘରେ ତଣ୍ଡୁଳ ଗୋଟିୟେ ନାହିଂ ।୬୨।କାନ୍ଦନ୍ତି ସମସ୍ତେ ପଡ଼ି ଲୋଟନ୍ତି ମହୀଆଳୀୟେମନ୍ତ ସମୟେ ପଡ଼ିଲା ବକ ରାକ୍ଷସର ପାଳି ।୬୩।ଭାତ ଶଗଡ଼େ ପିଠା ଶଗଡ଼େ ପୋଢୁଅ ହଳେ ବଳଦ ହଳେନରବଳି ଜଣେ କାହିଂ ପାଇବା ବୋଲି ରୋଦନ୍ତି ବିକଳେ ।୬୪।ବ୍ରାହ୍ମଣୀ ବୋଇଲା ମୋହୋର ପିତା ଘରକଇ ଯିବିପୋଢୁଅ ହଳେ ବଳଦ ହଳେ ଶଗଡ଼ ଦୁଇ ଗୋଟି ମାଗିବି ।୬୫।ବ୍ରାହ୍ମଣ ବୋଇଲା ମୁଂ ଅତିଥି ପଣ କରିବିଭାତ ପିଠା ଥାଳିୟେ ଥାଳିୟେ କରି ନଗ୍ରରେ ମାଗିବି ।୬୬।କେଉଣସି ବାଗେ ୟେହା ପୂରୋହିତନରବଳି ଜଣେ ଆମ୍ଭେ କାହୁଂ ଭିଆଇବା ।୬୭।ବ୍ରହ୍ମଣୀ ବୋଇଲା ନାଥ ବୁଦ୍ଧିୟେ କରିବାପୁତ୍ର ଦୋହିତା ବେନି ଗୋଟି ତୁମ୍ଭେ ସମ୍ଭାଳୁଣଥିବ ।୬୮।ମୁଇଂ ଭୋଜନ କାଲି ହୋଇବି ଦତ୍ୟକୁତୋହୋର ବ୍ରତି ନାଥ ଭାରିଯା ଅଛି ନି ତୁକୁ ।୬୯।କର୍ମେଣ ଧନ ଅର୍ଜିଲେ ହୋଇବୁ ପୁଣ ବିଭାୟେକା ଥାଉଂ ସ୍ୱାମୀ ମନେ ଆନ ନ ଧରିବା ।୭୦।ବ୍ରାହ୍ମଣ ବୋଇଲା ୟେ ନୋହଇ ସଂଘାତପୁତ୍ର ଦୁହିତା ବେନି ଗୋଟି ଅଟନ୍ତି ବାଳୁତ ।୭୧।ୟେକା ବାଳୁତକଇ ଛାଡ଼ି ମାତା ଯେବେ ମରଇତାହାର ବିକଳେ ପିତା କାହିଂ ଦେହ ଯେ ଧରଇ ।୭୨।ଦେଖୁ ଦେଖୁ ୟେ ତୋହୋର ବାଳୁତ ବେନିୟେହାଙ୍କର ବିକଳେ କେ ବ୍ରତିବ ଦେହ ଘେନି ।୭୩।ୟେ ପୁତ୍ର ଦିହିତା ତୁମ୍ଭେ ଥାଅସି ସମ୍ଭାଳିମୁଂ ହୋଇବି କାଲି ନାଥ ବକ ରାକ୍ଷସର ପାଳି ।୭୪।ବ୍ରାହ୍ମଣୀ ବୋଇଲା ନାଥ ତୋହୋର ନାଶ ଗଲେମରଣହୁଂ ଅଧିକ କଷ୍ଟ ମୋତେ ବିଧବା ହୋଇଲେ ।୭୫।ସ୍ୱାମୀର ଅଭାବେବ୍ରତନ୍ତି ଯେବଣ ନାରୀସେ ନାରୀ ପୁଣି ହୋଅନ୍ତି ଦୋଚାରୀ ।୭୬।ବ୍ରାହ୍ମଣ ବୋଇଲା ମୋହୋର ଜୀଇଂ ଥାନ୍ତେବକରାକ୍ଷସ ତୋତେ ଭକ୍ଷିବ କେମନ୍ତେ ।୭୭।ପିତା ମାତାରେ ବୈକୁଲ୍ୟ ଦେଖି ପୁତ୍ର ବୋଇଲାଭୋ ପିତା ଆମ୍ଭର ଘରେ ଯେବେ ବକରାକ୍ଷସର ପାଳି ପଡ଼ିଲା ।୭୮।ପିତା ମାତା ବ୍ରତ ଥିଲେ ପୁତ୍ର ଉପୁଜିବତୁମ୍ଭର ନାଶ ଗଲେ ସନ୍ତାନ କାହୁଂ ଯେ ହୋଇବ ।୭୯।ଅଜା ଯୂଥ ଥିଲେ ଗୋସାଇଂକି ଅପାଦ ଯେ ନାହିଂକାଲି ପାଳିକି ତାତ ସୁଝ ମୋତେ ବକ ରାକ୍ଷସକୁ ଦେଇ ।୮୦।ପୁତ୍ର ଥିଲେ ପିତାମାତାଙ୍କୁ କାହିଂ କଷ୍ଟମୋତେ ଭକ୍ଷଣ କରୁ କାଲି ବକରାକ୍ଷସ ଦ୍ରପିଷ୍ଠ ।୮୧।ଦଶ ବରଷ ପୁତ୍ର ଗୋଟିର ୟେ ବଚନ ଶୁଣିପୁତ୍ର କୋଳେ ଧରିଣ ରୋବନ୍ତି ବ୍ରାହ୍ମଣ ବ୍ରହ୍ମଣୀ ।୮୨।ନିରାଶ ବଚନ ଗୋଟି ମୁଂ ପରିମୁଣ୍ଡା ଯାଇତୋତେ ଦେଇ ଦେହ କିମ୍ପେ ଧରିବଇ ମୁହିଂ ।୮୩।ୟେ ତୋହୋର ମୁଖରୁ ନିରାଶ ବଚନ ଗୋଟି ଶୁଣିଶରୀର ଦହନ କିମ୍ପେ ଆମ୍ଭର ନୋହିଲା ୟେହି କ୍ଷଣି ।୮୪।ପରେଣ ପ୍ରଦାନ କରିବ ସିନା ମୋତେଦୁହିତା ଗୋଟି ବୋଇଲା ନ ରୋବ ପିତାମାତେ ।୮୫।ମୁଇଂତ ପରଗୋତ୍ରୀ ସିନା ତାତ ଆନ ନ ବୁଝମୋତେ ଦେଇ ମାତା ଗୋ ବକରାକ୍ଷସର ପାଳି ଶୁଝ ।୮୬।ବ୍ରହ୍ମଣ ବୋଇଲା ମାତା ତୁ ଅଟୁ ବାଳୁତୀତୋତେ ଦେଖି ରାକ୍ଷସ କିମ୍ପେ ହୋଇବ ତ୍ରିପୁତି ।୮୭।ବ୍ରାହ୍ମଣବ୍ରହ୍ମଣୀର ୟେସନେକ ବଚନ ଶୁଣିଛାମୁରେ ପ୍ରବେଶ ହୋଇଲେ କୋନ୍ତଭୋଜର ଦୁଲଣୀ ।୮୮।ତୁମ୍ଭର ୟେତେକ ବଇକୁଲ୍ୟ ଗୋ କାହିଂର ନିମନ୍ତେକହ କିନା ପଣ୍ଡା ତାହା ମୋହୋର ଅଗ୍ରତେ ।୮୯।ବ୍ରହ୍ମଣ ବୋଇଲା ଗୋ ଦୃଷହ ବଡ଼ କଥାହିରଣ୍ୟକପଚ ବୋଲି ୟେକଇ ଦୟିତା ।୯୦।ତାହାର ନନ୍ଦନ ହାଦେ ନିର୍ବାତକପଚତାହାର ତହୁଂ ଉପୁଜିଲା ଦୁହିତାୟେ ଚାରି ବଚ୍ଛ ।୯୧।କିମ୍ଭୀରୀ କିନ୍ନରୀ ହିଡ଼ିମ୍ୱେକ ବକହିଡିମ୍ୱିକୀ ନାମେଣ ତାର ଦୋହିତା ଯେ ୟେକ ।୯୨।କିମ୍ଭୀରୀ ଦତ୍ୟ ଥାଇ ସୁରନଦୀ ତୀରେକିନ୍ନରୀ ଦତ୍ୟ ଥାଇ ମଧୁବନ ତୋଟାରେ ।୯୩।ହିଡିମ୍ୱିକୀ ବନେ ଥାଇ ହିଡିମ୍ୱକ ଦଇତବକରାକ୍ଷସର ୟେକା ଚକ୍ର ନଗ୍ରେ ସ୍ଥିତ ।୯୪।ଭାତ ଶଗଡ଼େ ପିଠା ଶଗଡ଼େ ୟେ ରାଜ୍ୟରେ ଭିଆଣେପୋଢୁଅ ହଳେ ବଳଦ ହଳେ ନରବଳି ଜଣେ ।୯୫।ତେତିଶ ବରଷ ବେନି ମାସ କୋଡ଼ିୟେ ଦିନେ ୟେତେକ ଦେଇୟେତେକ ଦିଲେ ଯମ ପଶି ନୁଆରଇ ୟେ ପୁରକଇ ।୯୬।ଡରେଣ ମେଘମାନ କରୁଥାନ୍ତି ବୃଷ୍ଟିପଞ୍ଚାଶ ଭରଣ ଧାନ ଫଳଇ ୟେକ ବାଟି ।୯୭।ଆନ ଉପଦର୍ପ ନାହିଂ ୟେଥେ ରୋଗ ବ୍ୟାଧିଜରାମୃତ୍ୟୁ ନାହିଂ କିଛି ହିଂ ଅବିଧି ।୯୮।ମୋହୋର ଘରେ ତାର ପଡ଼ିବ କାଲି ପାଳିସମସ୍ତ ଭିଆଇ ପାରେ ନାହିଂ ନରବଳି ।୯୯।କୋଇନ୍ତାୟେ ବୋଇଲେ ମା ଗୋ ମୁଂ ରହିଲି ତୁମ୍ଭ ଘରେପାପପୁଣ୍ୟ ଭାଗୀ ହୋଇ ପଶିଲୁ ତୋହୋର କର୍ମରେ ।୧୦୦।ୟେ ଯୋଗାଡ଼ମାନ ବେଗେ କରସି ସମ୍ଭାରନରବଳି ଜଣେକ ହୋଇଲା ଆମ୍ଭର ଭାଗର ।୧୦୧।ଭୂଇଂ ଛୁଇଂ ବ୍ରାହ୍ମଣ ଶ୍ରବଣେ ଦିଲା ହାଥତୁମ୍ଭେ ଠାକୁରାଣୀ କିମ୍ଫେ କହିଲ ୟେମନ୍ତ ।୧୦୨।ମୋହୋର ଘରେ ତିନିମାସ ରହିଲ ଯେ ସର୍ବେମୁହିଂ ପାପିଷ୍ଠ ତୋର ପୁତ୍ରକୁ କେମନ୍ତେ ଦେବି ୟେବେ ।୧୦୩।ମୁହିଂ ଯାଉଅଛି ଗୋ ୟେବେ ଅସୁର ତହିଂକିପୁଅ ଝିଅ ଭାରିଯାକୁ ମୋହୋର ଥିବ ତୁମ୍ଭେ ରଖି ।୧୦୪।କୋଇନ୍ତାୟେ ବୋଇଲେ ୟେ ମୋହୋର ସତ୍ୟ ସତ୍ୟତୋହୋର ନିମନ୍ତେ ଦେବି ମୋହୋର ୟେକ ପୁତ ।୧୦୫।ତୁମ୍ଭେ କିଛି ବିସ୍ମୟେ ନୁହନି ପଣ୍ଡାୟେମୋହୋର ଅଛି ହାଦେ ଦୁଷ୍ଟ ପୁତ୍ର ଯେ ଗୋଟିୟେ ।୧୦୬।ଭିକ୍ଷା ମାଗି ନ ଯାଇ ଅଧେକ ଅନ୍ନ ଖାଇକଥା ନ କହଇ ବସିଥାଇ ମୁହଂ ଯେ ଫୁଲାଇ ।୧୦୭।ତାହାର ମରିବାର ମୁଂ ମନାସଇ ଯୁଗତେଆମ୍ଭେ ଯାହା ମାରିବୁଂ ସେ ମରୁହାଦେ ୟେମନ୍ତେ ।୧୦୮।ଦୁଷ୍ଟ ପୁରୁଷ ଆବର ନଷ୍ଟ ଯେ ଭାରିଯାରଣକାରୀ ପିତା ଯେ ଅଭାବ ମଇତ୍ରା ।୧୦୯।କୁସ୍ଥାନ ଭୂମି ଅସୁର ଭୋଗ ତୀର୍ଥୟେତେକ ଉପେକ୍ଷନ୍ତି ଯେ ଧାର୍ମିକ ପଣ୍ଡିତ ।୧୧୦।ଦ୍ୱିଜବରକୁ ବୁଝାଇ ଗଲେ ଦେବୀ କୋଇନ୍ତେଭୀମସେନ ସନ୍ନିଧ୍ୟେ ପ୍ରବେଶ ହୋଇଲେ ତୁରିତେ ।୧୧୧।ଭୀମସେନ ହସିଲା ମାତାଙ୍କ ମୁଖ ଚାହିଂଭାତ ପିଠା ବେନି ଶଗଡ଼ ବୋଲୁଥିଲ କାହିଂ ।୧୧୨।କୋଇନ୍ତାୟେ ବୋଇଲେ ମୁଂ ତୋହୋର ଆପଦ ଘେନିଯାଇକେତେ ଅନ୍ନକଷ୍ଟ ସେ ଦେଖିବି ତୋହୋର ମୁହିଂ ।୧୧୩।ବାବୁ ବେଦଶର୍ମଣ ପଣ୍ଡା ଘରେ କାଲି ବକ ରାକ୍ଷସର ପାଳିଭାତ ପିଠା ବେନି ଶଗଡ଼ ପୋଢୁଅ ବଳଦ ବେନି ହଳି ।୧୧୪।ୟେତେକ ଘେନି ବାବୁ ଯାଅସି ଅଡାଇଭାଲୁଙ୍କି ନଦୀ କୂଳେ ରାକ୍ଷସକୁ ଦେଇ ଆସ ଯାଇ ।୧୧୫।ଭାତ ପିଠା ଶଗଡ଼ ଭିଆଇ କେହି ନିଅନ୍ତା ନାହିଂ ଡରେମୁହିଂ ସତ୍ୟ କଲି ବ୍ରାହ୍ମଣକୁ ପୋୟେକ ଦେବି ସେ ସଙ୍ଗରେ ।୧୧୬।ଭୀମସେନ ବୋଇଲା ମା ଗୋ ମୁହିଂ ଯିବିଟି କି ?ରାକ୍ଷସ କେମନ୍ତଟି ଆସଇନା ଦେଖି ।୧୧୭।ଭୀମସେନ ସୁମରଇ ଦେବୀ ଅନାଦି ଶକତିମୁକୁଇଂ ୟେଠାକୁ ପଠିଆଇ ଦିଅନ୍ତୁ ଦେବୀ କୋନ୍ତି ।୧୧୮।ୟେସନେକ ପ୍ରସ୍ତାବେ ବିରସ ମନେ ମାୟେବେଳ ଅବସାନେ ମିଳିଲେ ଚାରି ଯେ ତନୟେ ।୧୧୯।ଦ୍ୱାରେ ଉଭାହୋଇ ଡାକନ୍ତି ବୀରମଣିମା ଗୋ ପାଦ ଶଉଚ କରିବା ବହନ ଦିଅ ପାଣି ।୧୨୦।କୋଇନ୍ତାୟେ ବିରସେ ବାହାର ନୋହିଲେଭିକ୍ଷା ତଣ୍ଡୁଳ ଘେନି ଭିତରକୁ ଗଲେ ।୧୨୧।ଚାରି ଭାଇ ମାତାଙ୍କ ଚରଣେ ବିନୋୟିମା ଗୋ ଭୀମା ଗାଳି ଦିଲା କି ବସିଛ ବିରସ ହୋଇ ।୧୨୨।ଶୁଣସିରେ ବାବୁ ବଦୟନ୍ତି କୋନ୍ତଭୋଜର ଦୁଲାଳୀବେଦଶର୍ମଣ ପଣ୍ଡା ଘରେ କାଲି ବକ ରାକ୍ଷସର ପାଳି ।୧୨୩।ସମସ୍ତ ଦ୍ରବ୍ୟ ଦ୍ୱିଜବର ସମ୍ପାଦନା ହାଦେ କଲାନରବଳି ଜଣେ ସେ ଭିଆଇ ନପାରିଲା ।୧୨୪।ପୁଅ ଝିଅ ବେନି ଗୋଟି ବ୍ରାହ୍ମଣ ବ୍ରାହ୍ମଣୀବସିଣ ରୋଦନ ଯେ କରନ୍ତି ଚାରି ପ୍ରାଣୀ ।୧୨୫।ତାହାଙ୍କର ବେକୁଲ୍ୟ ଦେଖି ମୁଂ ସହି ନପାରିଲିମୁଇଂ ନରବଳି ଜଣେ ଦେବି ବୋଲି ସତ୍ୟ କଲି ।୧୨୬।ଶୁଣିଣ ଥମ୍ଭୀଭୂତ ହୋଇଲେ ଯୁଝେଷ୍ଠିମା ଗୋ ସର୍ବେ ଆମ୍ଭେ ତୋହୋର ପୁତ୍ର ପାଞ୍ଚ ଗୋଟି ।୧୨୭।ଶତେ ଶତେ ପୁତ୍ର ଗୋ ଯାହାର ଅଛନ୍ତିତାହାଙ୍କର ମାୟେ ଗୋ ୟେମନ୍ତ ନବୋଲନ୍ତି ।୧୨୮।ମା ଗୋ ଭୀମକଇ ଦିଲ ଘାନ୍ତିୟେ କିମ୍ଭିରୀ ଦତ୍ୟକୁଧର୍ମ ବଳେ ବ୍ରତି ସେ ଅଇଲା ସାଙ୍ଗକୁ ।୧୨୯।କିନ୍ନରୀ ଦଇତ ଯେ ମଧୁବନେ ମାରୁଥିଲାହିଡିମ୍ୱକ ଦତ୍ୟ ଗୋ ଅନେକ ଦୁଖ ଦିଲା ।୧୩୦।ଭୀମସେନ ବାହୁବଳକୁ କରି ଅଛଇ ଆଶଆନ ଜଣେ ଦିଅ ଗୋ ଭକ୍ଷୁ ସେ ରାକ୍ଷସ ।୧୩୧।ନକୁଳ ସହଦେବ ବଇମାତ୍ରି ବେନି ଭାଇମୋହୋର ଦେହେ ପ୍ରାଣ ଥିଲେ ତାହାଙ୍କୁ ଦେଇ ନ ପାରଇ ।୧୩୨।ଆମ୍ଭେ ସର୍ବେ ତୋହୋର ଅଟୁ ତିନି ପୁତ୍ରଭୀମସେନ ଅଟେ ମୋ ସାଂଗ୍ରାମେ ସାମରଥ ।୧୩୩।ଅର୍ଜୁନ ଅଟଇ ଗୋ କ୍ଷତ୍ରିୟ ଧନୁର୍ଦ୍ଧାରୀଦୃତୀକୃଷ୍ଣ ନାମ ଦିଲେ ହରି ତାହାନ୍ତ ଦେଇ ତ ନୁଆରି ।୧୩୪।ମୁହିଂ ହାଦେ ଯୋଗ୍ୟ ନୋହଇ କାହିଂକିମୋତେ ପଠିଆଅ ବକ ରାକ୍ଷସ ତହିଂକି ।୧୩୫।କୋଇନ୍ତାୟେ ବୋଇଲେ ବାବୁ ଦେବା ଭୀମସେନକୁଅବଶ୍ୟ ମାରିବ ସେ ବକ ରାକ୍ଷସକୁ ।୧୩୬।ମୁଇଂ ପ୍ରତକ୍ଷେ ଜାଣଇ ୟେହାରି ବଳବୀର୍ଯ୍ୟଦୁର୍ଦ୍ଦଣ୍ଡ ପବନର ୟେ ଅଟଇ ଆତ୍ମଜ ।୧୩୭।ଜନ୍ମ କାଳେ ୟେହାକୁ କୋଳେ ଅଛି ଧରିରାତ୍ରକାଳ ପର୍ବତ ତଳେ ବ୍ୟାଘ୍ରେକ ଦିଲା ରଡ଼ି ।୧୩୮।କୋଡ଼ରୁ ପୁଅକୁ ମୁଂ ପକାଇଲି ତଳେଶତଶିଂଗ ଗିରି ପଶିଲା ପାତାଳ ଭୁବନରେ ।୧୩୯।ପକାଇ କରି ମୁଂ ଯେ ଡରେ ପଳାଇଲିବୃକ୍ଷ ଗୋଟାକର ଉପରେ ଯାଇଣ ଉଠିଲି ।୧୪୦।ପାଦ ହଲାଇଣ କାନ୍ଦଇ ଯେ ବାଳ ଶିଷିଗିଳିବ ବୋଲି ବ୍ୟାଘ୍ର ଧାଇଂଲା ଆକ୍ରେଷି ।୧୪୧।ଭୀମସେନ ପାଦ ଅଙ୍ଗୁଷ୍ଠି ବାଜିଲା ବ୍ୟାଘ୍ରର ମୃଧୁନାଭାଞ୍ଜିଣ ମୁଣ୍ଡ ତାର ହୋଇଲା ଶତେ ଚୂନା ।୧୪୨।ଡାହାଣ ପାଦର କାଣି ଅଙ୍ଗୁଷ୍ଠିଟି ବାଜିଶତେ ଯୋଜନ ଆୟେତନ ପର୍ବତ ଶିଂଗ ଗଲା ଭାଜି ।୧୪୩।କୋପେଣ ଶାପ୍ୟ ଯେ ଦିଲା ଗିରିବରପ୍ରଥମହୁଂ ମୋତେ ଯେ ପ୍ରହାର କଲୁ, ତୁ ପ୍ରଥମ ଯୁଦ୍ଧେ ହାର ।୧୪୪।ବ୍ୟାଘ୍ରର ନିଧନ ଦେଖି ମୁଂ ବୃକ୍ଷରୁ ଓହ୍ଲାଇଂପର୍ବତକୁ ବୋଇଲି କିମ୍ପା ଶାପ୍ୟ ଦିଲୁ ମୋହୋର ପୁତ୍ରକଇ ।୧୪୫।ଅକଳଙ୍କ କରି ମୁଂ ପୁତ୍ରକୁ କଲି ଜାତଶତଶିଂଗ ବୋଇଲା ମୋତେ କୋପ ନ କର ଗୋ ମାତ ।୧୪୬।ପ୍ରଥମ ଯୁଦ୍ଧେ ୟେ ହାରିବ ଯୁଗତେଦୁଜ ଯୁଦ୍ଧରେ ମୁଂ ବସିବି ୟେହାର ଗାତ୍ରେ ।୧୪୭।ଯଦ୍ୟପି ବ୍ରହ୍ମା ବିଷ୍ଣୁ ଇନ୍ଦ୍ର କୋବେର ମହେଶ୍ୱରବ୍ରିକୋଦର ମୂରତି ସେ ଯେ କରିବ ପ୍ରହାର ।୧୪୮।ବାବୁ ୟେସନେକ ସନ୍ଦେଶ ମୁଂ ପାଇଅଛି ପୂର୍ବେତେବେ ସେ ଭୀମସେନକୁ ପଠିଆଉଂ ଅଛି ୟେବେ ।୧୪୯।ତୁମ୍ଭେ କିଛି ଚିନ୍ତା ବାବୁ ନକର ୟେ କଥାକୁଆଜ ଅବଶ୍ୟ ଭୀମସେନ ମାରିବ ବକରାକ୍ଷସକୁ ।୧୫୦।ବାବୁ ଆମ୍ଭେ ରହିଲାଇଂ ଆସି ୟେହୁ ଭୁବନେକାଳକଇ ସୁମରଣା କରୁଥିବେ ନାହିଂକି ନଗ୍ର ଜନମାନେ ।୧୫୧।
କୁନ୍ତୀଙ୍କର ପ୍ରସ୍ତାବରେ ଭୀମଙ୍କୁ ବକାସୁର ବଧ ନିମେନ୍ତେ ପ୍ରେରଣଯୁଝେଷ୍ଠି ଚାହିଂଲେ ସହଦେବର ବଦନସଂଚୟେ ବକ ରାକ୍ଷସକଇଂ ମାରିବ କି ଭୀମସେନ ।୧।ସହଦେବ ବୋଇଲା ସ୍ୱାମୀ ଶୁଣିମା ସାବଧାନେକୁମ୍ଭିରୀ କିନ୍ନରୀ ବକ ହିଡିମ୍ୱକ ୟେକ ପିତାରୁ ଉତପନ୍ନେ ।୨।ହିଡିମ୍ୱିକୀ ବହେଣୀ ଅଟଇ ୟେହାଙ୍କରତିନି ଭାଇଙ୍କି ମାଇଲେନି ଠାକୁର ବ୍ରିକୋଦର ।୩।ୟେ ଚାରିଙ୍କର ଭାରା ଯହୁଂ ନ ସହିଲା ମହୀଆକାଶେ ଦିଗପାଳେ ନୁଆରିଲେ ରହି ।୪।ଅମର ସ୍ୱର୍ଗରୁ ୟେ ଆଣିଲେ ଅପକ୍ଷରୀଦେବ ଭଣ୍ଡାର ମାନ ଆଣିଲେ ସବୁନ୍ତି ଜୂର କରି ।୫।ଇନ୍ଦ୍ରଦେବତା ପଳାଇଲା ଅସୁରଙ୍କ ଡରେଯମଦେବତା ରହି ନ ପାରିଲା ସଞ୍ଜୀବନୀ ପୁରେ ।୬।ଈଶ୍ୱର ଇନ୍ଦ୍ର କୋବେର ବହୁତ ଯୁଦ୍ଧ କଲେୟେ ଚାରି ଭାଇନ୍ତ ସାଂଗ୍ରାମେ ଦେବେ ହାରି ପଳାଇଲେ ।୭।ଦେବେଣ ବଧ ଯହୁଂ ନୋହିଲେ କଉଣୋପେଆମ୍ଭେ ଉତପତ୍ତି ହୋଇଲାଇଂ ମନୁଷ୍ୟ ସରୂପେ ।୮।ୟେହାନ୍ତ ବଧ କରିବା ନିମନ୍ତେଆମ୍ଭନ୍ତ ବନବାସ କରାଇଲେ ଗୁପତେ ।୯।ଯୁଝେଷ୍ଠି ଦେବଙ୍କୁ କହିଲେ ସହଦେବ ମନ୍ତ୍ରୀଭୀମସେନର ବଳ କୋଇନ୍ତାୟେ ଜାଣନ୍ତି ।୧୦।ସହଦେବର ବଚନେ ସାନନ୍ଦ ଯୁଝେଷ୍ଠିଯାଅ ବାବୁ ଆମ୍ଭ ଆଷ୍ୟ ଘେନି ବ୍ରତ ଭାଇ ଗୋଟି ।୧୧।ଅପାଦ ଖଣ୍ଡନ୍ତୁ ଦେବୀ ପ୍ରତକ୍ଷେ ହେଙ୍ଗୁଳାସେ ତୋତେ ଅନୁଗ୍ରହ କରନ୍ତୁ ସର୍ବ ମଙ୍ଗଳା ।୧୨।ତହୁଂ ବିଜେ କରି ଅଇଲେ କୋଇନ୍ତାୟେସମ୍ଭର କରି ଯୋଗାଡ଼ କରସି ପଣ୍ଡାୟେ ।୧୩।ଯହିଂର ନିମନ୍ତେ ତୁମ୍ଭେ ହୋଇଥିଲ ବିକଳିମୁହିଂ ତୁମ୍ଭଙ୍କୁ ଦେବି ଜଣେକ ନରବଳି ।୧୪।ଶୁଣିଣ ସାନନ୍ଦ ହୋଇଲା ଦ୍ୱିଜବରକରଇ ଯୋଗାଡ଼ ଯେ ଅନେକ ସମ୍ଭାର ।୧୫।ବ୍ରାହ୍ମଣୀ ଗଲା ତାର ପିତାର ଘରକୁଭାତ ପିଠା ମାଗିଲା ବେନି ଶଗଡ ତାହାର ପିତାମାତାଙ୍କୁ ।୧୬।ଭଲ ଭଲ ଲୋକେ ସଞ୍ଚି ଥାଆନ୍ତି ସର୍ବକାଳେଶ୍ରୀଗତ ନିର୍ଗତ ଲୋକ ଲୋଡ଼ଇ ଯେତେବେଳେ ।୧୭।ସଞ୍ଚିତ ଘରେ ସେ ପାଇଲାକ ମାଗିଦୁଇ ଶଗଡ଼ ପୂରୋଇ ଦୁଇ ହଳ ଯୋଡି ଆଣଇ ବେଗି ବେଗି ।୧୮।ଆଣି ଉଭାରିଲା ଆପଣାର ଦ୍ୱାରେକୋଇନ୍ତାୟେ ବୋଇଲେ ଯାଅରେ ବ୍ରିକୋଦରେ ।୧୯।ଯୁଝେଷ୍ଠି କାନେ କହିଲେ ଗୁପତେଣ ମାରକେହି ନ ଜାଣୁ ୟେଥୁଂ ହୋଇଯିବା ବାହାର ।୨୦।ଶଗଡ଼ ଓଡ଼ାଇ ଚଳଇ ଭୀମସେନକୋଇନ୍ତାୟେ ଗୋଡ଼ାଇ ଅଛନ୍ତି ସନ୍ନିଧାନ ।୨୧।ନଗ୍ର ସ୍ତିରୀମାନେ ପଚାରନ୍ତି ଦେଖିୟେହାର ପରା ପୁତ୍ର ଗୋଟିକି ଗୋ ପଠିଆଅ କାହିଂକି ।୨୨।ୟେ ଯୋଗାଡ଼ ଲେଉଟି ଆସିବା ପ୍ରାୟେକ ମଣୁଯେବଣ ଜଣେ ଯାଇ ଗୋ ପୋଡାବଳି ଏହା କି ନ ଜାଣୁ ।୨୩।ଶତେ ଚନ୍ଦ୍ର ଜିଣି ୟେହାର ବଦନ ଗୋଟିକି ୟେ ଚିତ୍ରସେନ ନଳ କୁବେର କାମଦେବ ହେଟି ।୨୪।କି ଅବା ୟେହାକଇ ନ ପାରିଲୁ ପୋଷିଅକାରଣେ ବିନାଶ ନକର ଆମ୍ଭଙ୍କୁ ଦିଅସି ।୨୫।କୋଇନ୍ତାୟେ ବୋଇଲେ ମୁଂ ରହିଲି ୟେହାର ପୁରୀପାପ ପୁଣ୍ୟେ ରହିଲି ମୁଂ ୟେହାର ଘର ଅଧେକ ଆବୋରି ।୨୬।ମୋହୋର କର୍ମେ ସେ ଯେବେ ହୋଇଲା ୟେମନ୍ତଧର୍ମ କି ଗଚ୍ଛଇ ଯେ ହୋଇଲେ ନିସତ ।୨୭।ତେତିଶ ବରଷ ବେନି ମାସ କୋଡିୟେ ଯେ ଦିନେପାଳି ପଡଇ ଗୋ ବକ ରାକ୍ଷସ ଭୋଜନେ ।୨୮।ସର୍ବେ ତୋହୋର ଯେ ୟେଥେଂ ରହିଲା ତିନିମାସତୁ କେମନ୍ତେ ନରବଳି ଗୋ ଦେବୁଟି ରାକ୍ଷସ ।୨୯।କୋଇନ୍ତାୟେ ବୋଇଲେ ମୋତେ ନ ବୋଲ ଗୋ ୟେହାଆପଣେ ଯାହା କରି କର୍ମ ବୋଲି ତାହା ।୩୦।ସମସ୍ତ ଜନେ ବଦନ୍ତି ବଇକୁଲ୍ୟ ବାଣୀପୁତ୍ର ନୋହଇ କି ତୋର ଶତ୍ରୁ ମହାତ୍ମାଣୀ ।୩୧।ପଣ୍ଡିତ ଜନେ ବୋଲନ୍ତି ବାବୁ ୟେ ମହତପର ଦୁଖେଣ କାତର ୟେ ପର ଦୁଖେଣ ହିତ ।୩୨।ନଗ୍ର ବାହାରୁ ବାହୁଡ଼ିଲେ ଭ୍ରାତା ମାୟେଶଗଡ଼ ଓଡାଇ ଚଳଇ ପବନ ତନୟେ ।୩୩।ଘୋର ଗହନ ବନେ ଚଳଇ ମାରୁତିନଗ୍ର ଛାଡ଼ିଲାକ ଷାଠିୟେ ଜୁଣ ପ୍ରତି ।୩୪।ବଳଦ ହଳେ ପୋଢୁଅ ହଳେ ଓଡ଼ାଇଣ ନେଲାସ୍ନାହାନ କରି ଆସି ରୋଦର ତଳକୁ ଓହ୍ଲାଇଲା ।୩୫।ଡାହାଣ କରେଣ ଭାତ ବାମ କରେ ପିଠାବାମ ଆଣ୍ଠୁ ମାଡ଼ିଣ ଆକର୍ଷଣ ସନ୍ତୁଷ୍ଟା ।୩୬।ଡାହାଣ କରେ ଭାତ ଗୁଣ୍ଡା ୟେକ ଖାଇବାମ କରେ ପିଠା ଗୋଟାୟେ ଗୋଟାୟେ ଗର୍ଭକୁ କ୍ଷେପଇ ।୩୭।ମହା କ୍ଷୁଧାର୍ତ୍ତୀ ହୋଇଣ ଯେ ଭୀମସେନପବନହୁଂ ବେଗ କରି ସେ କରଇ ଭୋଜନ ।୩୮।ଯହୁଂ ବେଳ ହୋଇଲା ପ୍ରହରକ ବେନିରାକ୍ଷସ ବିଜେ କଲାକରେ ଶୂଳ ଦୁଇଗୋଟି ଘେନି ।୩୯।ଦେଖିଲା ଭୀମସେନ ମହାସମ୍ଭର କାୟେଭୋଜନ କରନ୍ତେ ଦିଶିଲା ରାହୁର ତେଜ ପ୍ରାୟେ ।୪୦।ଆରେ ଆରେ ବୋଲି ଧାମଇଂ ଦୈତ୍ୟେଶ୍ୱରଉତ୍ତିଷ୍ଠ କିପାଇଂ କରୁରେ ମୁଣୋହି ମୋହୋର ।୪୧।ଧାଇଂଣ ଡାକ ଦିଅଇ ଦୁଷ୍ଟ ରାକ୍ଷସେବ୍ରିକୋଦର ବଚନ ନଶୁଣଇ ଭୁଞ୍ଜିବାର ରସେ ।୪୨।ଡାକ ଯହୁଂ ନଶୁଣିଲା ପବନ ତନୟେଗର୍ଜଇ ବକାସୁର ମହାମତ୍ତ ନାଗ ପ୍ରାୟେ ।୪୩।ଦଇତର ଗର୍ଜନ୍ତେ କମ୍ପିଲା ଯେ ସପତ ବ୍ରହ୍ମାଣ୍ଡଭୁଞ୍ଜଇ ଭୀମସେନ ବେନି କରେ ବିସ୍ତାରିଣ ତୁଣ୍ଡ ।୪୪।ଡାକିଣ ବିରସ ଯେ ହୋଇଲା ବୀରମଣିନଶୁଣଇ ମାରୁତି ବଧୀର ମତଜାଣି ।୪୫।କୋପେଣ ବେନି ଶୂଳ ଯେ ବୁଲାଇ ଅସୁରବଜ୍ରଜାଣି ପିଟିଲା ଭୀମସେନର ଉପର ।୪୬।ଭାଞ୍ଜିଲା ବେନିଶୂଳ ହୋଇଲା ମସୀଗୁଣ୍ଡାତହିଂ ନମାନିଲା ସେ ମାରୁତି ପରଚଣ୍ଡା ।୪୭।ରାଗେଣ ଦାନବ କୁଳଷଣ୍ଢ ପର୍ବତେକ ଉପାଡ଼ିଭୀମସେନ ଉପରେ ଉର୍ଦ୍ଧ୍ୱବାହୁ କରି କଚାଡ଼ି ।୪୮।ବ୍ରିକୋଦର ମୁଣ୍ଡେ ଯେ ପଡ଼ିଲା ଗିରିବରଧୂଳି ପ୍ରାୟେ ହୋଇଣ ସେ ପଡ଼ିଲା ଭୂମିର ।୪୯।ଦେଖିଣ ବିରସ ଯେ ହୋଇଲା ରାକ୍ଷସେତାହା ନମାନିଲା ଭୀମ ଭୁଞ୍ଜିବାର ରସେ ।୫୦।ଭୁଞ୍ଜିଣ ଶରୀର ଯହୁଂ ହୋଇଲା ତାର ତୁଷ୍ଟିରାକ୍ଷସକୁ ମାରୁତି ଚାହିଂଲା ଲେଉଟି ।୫୧।ବାମକରେ ଦରାଣ୍ଡି ଧଇଲା ଦତ୍ୟର ବେନି ଭୁଜସଞ୍ଚୟେ ମୋଢା ତୁ ରେ ଅଟୁ ଦୁଷ୍ଟ ଯେ ଦନୁଜ ।୫୨।ଅଗ୍ୟାନ ପାମରରେ ଗ୍ୟାନ ତୋର ନାହିଂଭୁଞ୍ଜିବାର ବେଳେ ଶତ୍ରୁକୁ ମାରିତ ନ ଯୋଗାଇ ।୫୩।ଦେଖିଣ ରାକ୍ଷସ ଯେ ବିଷାଦ ହୋଇଲାଜାଣିଲିୟେ ମୋଢା ତ ମୋ ତହୁଂ ବଳିଲା ।୫୪।ଦାନବ ବୋଇଲା ତୁ ରେ କାହିଂର ବ୍ରାହ୍ମଣମୋହୋର ମୁଣୋହି ଉତ୍ତିଷ୍ଟ କଲୁ କେଉଂଣ କାରଣ ।୫୫।ଭୀମସେନ ବୋଇଲା ଆବର ଜୀବନ ତୋର କାହିଂସୁମର ଇଷ୍ଟ ଦେବତାରେ ମରିବୁ ଆଜ ତୁହି ।୫୬।ରାଗେଣ ନିଶାଚର ଭୀମକୁ ଦିଅଇ ପେଲିହାଥ ଛାଡ଼ ବ୍ରାହ୍ମଣ ହୋ ଅସୁରେଶ୍ୱର ବୋଲି ।୫୭।ଅସୁର ବେନି ଭୁଜ ଧରିଣ ବାମହସ୍ତେଡାହାଣ କରେ ମାରୁତି ମାଇଲା ବଜ୍ର ମୁଥେ ।୫୮।ଭୀମସେନର ବଜ୍ର ମୁଥ ପଡ଼ିଲା ଅସୁରର ମୁଣ୍ଡେଶ୍ରୋଣିତ ଉଦୁଗାର ହୋଇଲା ତାହାର ତୁଣ୍ଡେ ।୫୯।ପୁଣ ସାଷ୍ଟାମ ହୋଇଣ ଦାନବ ମହାବଳୀଭୀମକୁ ପେଲି ଦିଲା ସେ ପଡିଲା ମହୀ ଥଳୀ ।୬୦।ଭୀମସେନକୁ ମାଡ଼ିଣ ବସିଲା ହୃଦଗତେପ୍ରଥମ ଯୁଦ୍ଧେ ହାରଇ ସେ ପବନର ସୁତେ ।୬୧।ବକକଇ ମାଡ଼ି ଯେହ୍ନେ ବସଇ ଶ୍ୟାମଳପ୍ରତଗ୍ୟାଂ କରଇ ସେ ଅସୁର ଅଚାର୍ଗଳ ।୬୨।ତୁ ଯେ ମୁଣୋହି ମୋହୋର କଲୁସି ରେ ନଷ୍ଟବିକୋଡି ମାଂସ ତୋହୋର ରେ ଭକ୍ଷିବି ପାପିଷ୍ଠ ।୬୩।ଭୀମସେନ ବୋଇଲା ରେ ଅସୁରେଶ୍ୱର ନଷ୍ଚଧର୍ମଯୁଦ୍ଧ ତୋହୋର ମୋହୋର ହୋଇଲା କିରଣ୍ଟ ।୬୪।କିରଣ୍ଟ ବୋଇଲେ ଛାଡ଼ିଲା ଦଇତ୍ୟ ଅଇରିଆକ୍ରେଷି ବ୍ରିକୋଦର ଲେଉଟାଇ ପାଡ଼ି ।୬୫।ମାଡ଼ି ବସିଲା ବ୍ରିକୋଦର ଦତ୍ୟର ବକ୍ଷସ୍ଥଳେବ୍ରିକୋଦର ରୂପ ଯେ ବିକାଶିଲା ମହାବଳେ ।୬୬।ମନ୍ଦର ମାଡ଼ି ଯେହ୍ନେ ବସଇ ମାହିନ୍ଦ୍ରଗିରମାଡ଼ିଣ ବ୍ରିକୋଦର ଯେ ଦିଅଇ ମହା ରଡ଼ି ।୬୭।ତୋଟି ମାଡ଼ିଣ ମାଇଲା ବଜ୍ରମୁଥେଲଲାଟ ଫାଟିଣ ଯେ ବହଇ ଶ୍ରୋଣିତେ ।୬୮।ଅସୁର ବୋଇଲା ହୋ କିରଣ୍ଟ ମୋହରଧର୍ମଯୁଦ୍ଧେ ହାରିଲି ହୋ ଛାଡ଼ ଦ୍ୱିଜବର ।୬୯।ଆରେ ଆରେ ଦାନବ ଗ୍ୟାନ ତୋର ନାହିଂବ୍ରାହ୍ମଣ ଯୁଦ୍ଧ ସେ କିରଣ୍ଟ ଲୋଡୁ କାହିଂ ।୭୦।ଦାନବ ବୋଇଲା ମାଲ ଯୁଦ୍ଧରେ ୟେ ବାଟମରଣ ସମ୍ଭାଳି ଯେ ବୋଇଲୁ କିରଣ୍ଟ ।୭୧।ଭୀମସେନ ବୋଇଲା ମୋହୋର କିରଣ୍ଟ ତୋହୋର କିରଣ୍ଟକିମରିବାର ବେଳେ ନିଷତ ହୋଉଛୁ କାହିଂକି ? ।୭୨।ଆରେ ଚାରି ପୁତ୍ର ଉପୁଜାଇଲା ନିର୍ବାତ କପଚମୋହୋର ହାଥେ ମରଣ ତୋହୋର ପ୍ରତ୍ୟକ୍ଷ ।୭୩।ଆରେ କୁମ୍ଭୀରୀ ଦତ୍ୟକୁ ମାଇଲି ସୁରନଦୀର ଭିତରେକିନ୍ନରୀ ଦତ୍ୟକୁ ମାଇଲି ମଧୁବନ ତୋଟାରେ ।୭୪।ହିଡ଼ିମ୍ୱକ ଦତ୍ୟକୁ ମାଇଲି ହିଡ଼ିମ୍ୱକ ବନେତୁ ଉବୁରି ଥିଲୁ ପଡ଼ିଲୁ ୟେତେ ଦିନେ ।୭୫।ୟେତେ ବୋଲି ଆକ୍ରେଷିଣ ମାଡିଲା ତାର ତଣ୍ଟିଅସୁର ପ୍ରାଣ ଛାଡ଼ିଲା ବେନି ଚଛୁ ଫୁଟି ।୭୬।ଜିଭା ବାହାର ହୋଇଲା ବେନି ଦଣ୍ଡ ପରିଯନ୍ତେନିଜ ପ୍ରାଣ ବିସର୍ଜିଲା ପଡ଼ିଲା ଦୁରାପାତେ ।୭୭।ଆଦିତ୍ୟ ଅସ୍ତଗଲା ପଶ୍ଚିମ ପ୍ରଦେଶେସାଧୁ ସାଧୁ ପାବେନି ବୋଲନ୍ତି ତ୍ରିଦଶେ ।୭୮।ଅସୁର କେଶ ଧରି ରାତ୍ର କାଳେ ନେଲାନଗ୍ର ଆଡ଼ ମୁହାଣେ ନେଇ ମୂର୍ତ୍ତି କରି ଥାପିଲା ।୭୯।ଶାଳବୃକ୍ଷ ଗୋଟାକରେ ଅସୁରକୁ ଆଉଜାଇମହା ମୃତି କରି ଥାପିଲା ନଗ୍ରକୁ ଅନାଇଂ ।୮୦।ରାତ୍ର ହୋଇଅଛି ଅଢାଇ ପ୍ରହରପାଞ୍ଚେହେଂ ବାଟ ଚାହୁଂଅଛନ୍ତି ବସିକରି ଦ୍ୱାର ।୮୧।ସଂପୂର୍ଣ୍ଣ ତିନିପ୍ରହର ହୋଇଅଛି ନିଶିଯୁଝେଷ୍ଠି ଛାମୁରେ ଭୀମସେ ନମିଳିଲାକ ଆସି ।୮୨।ଯୁଝେଷ୍ଠି ବୋଇଲେ ମା ଗୋ ବହନ ହୋଇଯିବାରାତ୍ର ପାହିଲେ ପୁଣ ଜାଣନ୍ତା ହୋଇବା ।୮୩।ୟେ ନଗ୍ରଲୋକେ ସମସ୍ତେ କରିବେ ଯେ ପୂଜାୟେ ନଗ୍ରେ ଭୀମକୁ ପୁଣ କରିବେଟି ରାଜା ।୮୪।ୟେତେ ବିଚାରିଣ ବାହର ନିଶାରାତିନଗ୍ରତେ ଜିବନେ ପଶିଲେ ତତ୍କ୍ଷଣାନ୍ତି ।୮୫।ବଡ଼ ବଡ଼ ବିଟପ ଯେ ଗହନ କଣ୍ଟାଭୂମିଚାଲି ନପାରନ୍ତି ମାତାୟେ ଯୁଝେଷ୍ଠି ଦେବସ୍ୱାମୀ ।୮୬।ଯୁଝେଷ୍ଠି ବୋଇଲେ ଚାଲ ଧୁର ହୋଇ ଯିବା ୟେ ବନ ଉପେକ୍ଷିଲୋଡ଼ିଣ ନଗ୍ରଜନେ ନପାବନ୍ତି ଯେମନ୍ତେ ଆମ୍ଭଙ୍କୁ ଦେଖି ।୮୭।ଭୀମସେନ ବୋଇଲା ମାତା ଗୋ ଶିରେ ମୋର ବସଶିରେ କୋଇନ୍ତା ଦେବୀ ବସି ହୋଇଲେ ହରଷ ।୮୮।ଡାହାଣ କନ୍ଧେ ଯୁଝେଷ୍ଠି ବାମ କନ୍ଧେ କିରଟୀଦୁଇ କାଖେ ବସିଲେ ନକୁଳ ସହଦେବ ଭାଇ ବେନି ଗୋଟି ।୮୯।ପବନହୁଂ ବେଗେ ଯେ ଚଳଇ ବ୍ରିକୋଦରଝୁଣ୍ଟି ଆଣି ଘାୟେ ଗିରିବର ହୋଉଛନ୍ତି ଚୂର ।୯୦।ନଗ୍ରୁଂ ବାହାର ହୋଅନ୍ତେ ରାତ୍ର ପ୍ରହରେକ ଥିଲାୟେକା ପ୍ରହରକେଭୀମସେନ ବିଶା ଶତେ ଯୋଜନ ଗଲା ।୯୧।ଶ୍ରୀରାମ ବେଣୀ ବୋଲି ୟେକ ନଦୀ ଗୋଟିୟେତହିଂର କୂଳେ ପ୍ରବେଶ ହୋଇଲେ ଯାଇ ରଜନୀ ପ୍ରଭାତ ହୋୟେ ।୯୨।ଲକ୍ଷଣ ଜପାସୁରକୁ ମାଇଲେ ସେହୁ ବନେଶତତପା ବୋଲିଣ ସେ ବନସ୍ତର ନାମେ ।୯୩।ସେ ନଦୀରେ ବୀରେ ସାରିଲେ ପ୍ରାତଃ ସ୍ରାହାନରଣସୁନ୍ଦର ବୋଲି ଯେ ପର୍ବତେକ ବିଦ୍ୟମାନ ।୯୪।ଦେଖନ୍ତି ଗଣ୍ଡା ହରିଣ ଚରନ୍ତି ପଲପଲବୋଲନ୍ତି ଯୁଝେଷ୍ଠି ବାବୁ ୟେ ବନ ଅଟଇ ଭଲ ।୯୫।ରହିଲେ ପଣ୍ଡୁନନ୍ଦନ ଘୋର ଗହନ ଅଟବ୍ୟାସୁଖେ ବିହଡ଼ନ୍ତି ବନେ ସେ ଶୂରବର ପାଣ୍ଡବା ।୯୬।ଅଗସ୍ତି ପଚାରିଲେ ବଇବସୁତ ମନୁବକ ଦତ୍ୟ ବଧ ହୋଇଲା ଯୁଝେଷ୍ଠିଙ୍କର ଗ୍ୟାନୁ ।୯୭।ଭୀମସେନ ରାକ୍ଷସକୁ ଆଣିଲା କେଶ ଧରିନଗ୍ର ବାହାରେ ଥାପିଲା ପ୍ରେତାଧିରୂପ କରି ।୯୮।ପାଣ୍ଡବେ ଯେ ବାହାର ହୋଇଲେ ମହା ନିଶାକାଳେମହାଗହନେ ପଶିଲେ ରଜନୀ ପ୍ରସରର ବେଳେ ।୯୯।ଶୁଣ ହୋ ଯୋଗେଶ୍ୱର ବୋଲନ୍ତି ଅଗସ୍ତିତିମିରି ବିଦାରଣ ସ୍ୱାମୀ ବିକାଶିଲେ ଜ୍ୟୋତି ।୧୦୦।ପ୍ରଭାତେ ନଗ୍ରୁଂ ବାହାର ହୋନ୍ତି ଯେ ପୁରଜନମାନେଦେଖିଲେ ଭୀଷ୍ମରୂପେ ଚାହଂଇ ରାକ୍ଷସ ପ୍ରଜ୍ୱଳିତ ନୟନେ ।୧୦୧।ବିକଟାଳ ବଦନ ଯେ ଉର୍ଦ୍ଧ୍ୱ ଜିହ୍ୱାବଳୀଦଶ ନହ ବିରାଜିତ ତେଜ ତା ବିଜୁଳି ।୧୦୨।ବିସ୍ତାର ତୁଣ୍ଡ ଯେ ହୃଦେ ଲୁଳଇ ଜିଭାଦେଖିଲେ ପୁରଜନମାନେ ଆକର୍ଷଣ ଦୁଲ୍ଲଭା ।୧୦୩।ନଗ୍ରକୁ ଆକ୍ରଷଣ ମହାଭୀଷ୍ମ ମୂର୍ତ୍ତିଭାଳନ୍ତି ପୁରଜନେ ଠାକୁର ହୋଇଲେ ଅତ୍ରପୁତି ।୧୦୪।ଅମ୍ୱିକା ନାମେଣ ହକାରିଲେ ଘୋଷଣକାରୀକାହାର ଘରେ ହୋଇଥିଲା କାଲି ଠାକୁରଙ୍କର ପାଳି ।୧୦୫।ଝାଡ଼ିକାରେ ଘୋଷଣକାରୀ ଗଲା ବେଗେ ଧାଇଂବେଦଶର୍ମଣ ପଣ୍ଡାକୁ ସେ ଡାକିଲେ ହକରାଇ ।୧୦୬।ପୁରଜନମାନେ ପଚାରନ୍ତି ବ୍ରାହ୍ମଣକୁତ୍ରିପୁତି କରି ହୋ ନ ପାରିଲୁ ଠାକୁରଙ୍କୁ ।୧୦୭।କିସ କିସ ଯୋଗାଡ଼ ପଣ୍ଡା ହେ କିସ ଦିଲ କାଲିଦେବଶର୍ମଣ ବୋଇଲା ମୁଂ ସମ୍ଭର୍ବେଣ କାଲି ଯୋଗାଡ଼ ଦିଲି ।୧୦୮।ନରବଳି ଜଣେ କିସ କଲ ହେ ଦ୍ୱିଜବରବେଦଶର୍ମଣ କହଇ ନଗ୍ରଜନଙ୍କ ଆଗର ।୧୦୯।ମୋହୋର ପୁରେ ରହୁଥିଲେ ମାତା ପାଞ୍ଚପୁତ୍ରମୋର କଷ୍ଟ ଦେଖି ଦିଲେ ସେ ଭାଇନ୍ତ ।୧୧୦।ନଗ୍ରଜନ ବୋଇଲେ ପଣ୍ଡା ହେ ମନ୍ଦକୃତ୍ୟ କଲଆପଣେ ନଯାଇ କିମ୍ପେ ପରକୁ ପେଷିଲ ।୧୧୧।ଯାହାକୁ ପଠିଆଇଲ ଦେଖନି ତୋହୋର ପୁରେତତକ୍ଷଣେ ଧାଇଯାଇଂ ଦେଖନ୍ତି ବ୍ରହ୍ମଣ ଅନ୍ତପୁରେ ।୧୧୨।ଦେଖିଲେ ସେ ପୁରେ ଜନ ମନୁଷ୍ୟ କେହି ନାହିଂବେଦଶର୍ମଣ ବ୍ରାହ୍ମଣ ଅଗ୍ରତେ ଯାଇ କହି ।୧୧୩।ପଣ୍ଡାୟେ ମୋଣୋହି ଯୋଗାଡ଼ ଖାଇଲା ସେ ଦୁର୍ମୁଖ ବ୍ରାହ୍ମଣରାତ୍ରେ ପଳାଇ ସେ ଗଲେ ଛଡ଼ ଜଣ ।୧୧୪।ବେଢିଣ ପୁରଜନେ ହୋଇଣ ବଜ ବଜପର କରଇନି କି ହୋ ଆପଣାର କାର୍ଯ୍ୟ ।୧୧୫।ଠାକୁରଙ୍କର କୋପ ହୋଇଲା ତୋହୋର ପରମାଦେୟେହି କ୍ଷଣି ନଗ୍ରକୁ ପଡ଼ିବ ଦୁସହ ପରମାଦେ ।୧୧୬।ଚଳହୋ ବେଦଶର୍ମଣ ପଣ୍ଡା ହେ ୟେ ମହାନଗ୍ର ରଖୟେହିକ୍ଷଣି ଠାକୁରଙ୍କୁ ହୋଅ ବଳି ଭକ୍ଷ ।୧୧୭।ଅନେକ ଶୀତଳ ଯୋଗାଡ଼ ଘେନି ପୁରଜନେମୋଣୋହି ଯୋଗାଡ଼ ଅପ୍ରମିତେ ଆଣନ୍ତି ବହନେ ।୧୧୮।ଶଗଡ଼ ଭିତରେ ଅନେକ ଶୀତଳ ଯୋଗାଡ଼ ସେ ଭରିଚଳଇ ବେଦଶର୍ମଣ ନାରାୟଣ ନାରାୟଣ ସୁମରି ।୧୧୯।ଭାତ ପିଠା ଯେତେ ଶଗଡ଼େ ପୂରୋଇବକ ଦତ୍ୟ ଛାମୁରେ ପ୍ରବେଶ ବିପ୍ର ଯାଇ ।୧୨୦।ଦୂରେଣ ଥାଇ ବିପ୍ର ଯେ ହୋଇଲା ପ୍ରଣପତ୍ୟବିନୟ ଭାବ ହୋଇ ସ୍ତୁତି କରଇ ବହୁତ ।୧୨୧।ପହଣ୍ଡେ ଯାଇଂ ନିଉଛାଳି କରଇ ପରିଣାମିହୋଇଲା ପୁରଜନମାନଙ୍କୁ କୋପ ନ କରିବା ଦେବସ୍ୱାମୀ ।୧୨୨।କୋପ ଶାନ୍ତି କରିବା ୟେ ଭୁବନ ଦେବ ରକ୍ଷମୋହୋର ଘରେ ପାଳି ମୋତେ ଦେବ ଭକ୍ଷ ।୧୨୩।ଅନେକ ବଇକୁଲ୍ୟେ ତୁସ୍ତି କରଇ ବିପ୍ର କ୍ରୋଧେପ୍ରଣପତ୍ୟ ହୋଇ ଯାଇ ମିଳିଲା ସନ୍ନିଧ୍ୟେ ।୧୨୪।ଦେଖଇ ବିପ୍ର ଅଲକ୍ଷଣ ବକ ରାକ୍ଷସର କାୟେଜୀବନ ନିଆଶୀ ବିପ୍ର ହୋଇଲା ନିର୍ଭୟେ ।୧୨୫।ଅସୁରର ଭୁଜ ଧରି ଉଭା ଦ୍ୱିଜବରସ୍ୱାମୀ ତୋହୋର ସଞ୍ଚିଲା ସିନା ୟେକ ଚକ୍ର ନଗ୍ରପୁର ।୧୨୬।ସମସ୍ତ ପୁରଜନ ଆମ୍ଭେ ଅଛୁ ତୋର ଗର୍ଭେଅନେକ ଦୋଷୀ ଆମ୍ଭେ ତୋତେ ଭାବେ ଅଭାବେ ।୧୨୭।ୟେତେ ବୋଲି ବିପ୍ର ଅସୁର ଭୁଜ ଧରିସ୍ୱାମୀ ମୋତେ ଭକ୍ଷ୍ୟ ପାନ କର ବୋଲି ଅସୁର ଭୁଜ ଉଛୁଡ଼ି ।୧୨୮।ବୃକ୍ଷକୁ ଆଉଜାଇ ସିନା ଥିଲା ଅସୁର ଥାପିଗଡ଼ିଣ ପଡ଼ିଲା ସେ ଅସୁର କାମରୂପୀ ।୧୨୯।ଅସୁରକଇ ଦେଖି ନିରୋପଇ ବେଦ ଯେ ଶର୍ମଣଦେଖଇ ରାକ୍ଷସର ଶରୀରେ ନାହିଂ ପ୍ରାଣ ।୧୩୦।ନଗ୍ରଲୋକମାନେ ରହିଥିଲେ ଦୂରେଧାଇଂ ଯାଇଂ ସମସ୍ତେ ମିଳିଲେ କତିରେ ।୧୩୧।ଅସୁର ବଧ ଦେଖି ବେଦଶର୍ମଣକୁ ତୁସ୍ତି କରିତୋହୋର ପ୍ରସନ୍ନେ ଆମ୍ଭର କଷ୍ଟ ଗଲା ପାରି ।୧୩୨।ମହତ ଭେଟିଲୁ ତୁ ଆମ୍ଭନ୍ତ କଲୁ ହେ କାରଣଚଉକତି ଲୋଡ଼ନ୍ତି ସେ ଭିକ୍ଷୁକ ବ୍ରାହ୍ମଣ ।୧୩୩।ଅଦଭୁତ ପୁରୁଷନ୍ତ ପାଇବା କାହିଂ ଲୋଡ଼ିଆମ୍ଭର ରାଜ୍ୟେ ହୁଅନ୍ତା ଠାକୁର ଅଧିକାରୀ ।୧୩୪।ୟେକଚକ୍ରା ନଗ୍ରେ ଲୋକେ ବେଦଶର୍ମଣକୁ କଲେ ପୂଜାୟେକଚକ୍ରା ନଗ୍ରେ ବେଦଶର୍ମଣ ହେଲା ରାଜା ।୧୩୫।ବଦୟନ୍ତି ଅଗସ୍ତି ଶୁଣ ମନୁ ମହତମହତ ଆଶ୍ରେ କଲା ପ୍ରାଣୀ ହୋଅନ୍ତି ୟେମନ୍ତ ।୧୩୬।ସେହି ନଗ୍ର ବେଦଶର୍ମଣ ଭିକ୍ଷା ପାତ୍ର କରୁଥିଲାବଡ଼ ଲୋକ ଆଶ୍ରେ କରି ନୃପତି ହୋଇଲା ।୧୩୭।ବେଦଶର୍ମଣ ଭାରିଯା ଭିକ୍ଷୁକ ବ୍ରାହ୍ମଣୀପୁଣ୍ୟ ପ୍ରସାଦେ ସେହି ନଗ୍ରେ ହେଲା ଠାକୁରାଣୀ ।୧୩୮।ବନସ୍ତେ ବକରାକ୍ଷସର ମୂଳେ ଯେତେକ ଥିଲା ଧନଭଣ୍ଡାରପୁରଜନମାନେ ସେ ସମସ୍ତ କଲେ ଜୂର ।୧୩୯।ରାଜ୍ୟେଣ ଅଭିଷେକ ବେଦଶର୍ମଣ ବ୍ରାହ୍ମଣପାତ୍ର ଅମନାତ୍ୟମାନ କଲାକ ଭିଆଣ ।୧୪୦।ଅନେକ ସୁସ୍ତ ପାଇଲେ ସେ ନଗ୍ର ପୁରଜନେଅସୁରକୁ ଅନେକ ଭୟ ଉପୁଜୁଥିଲା ମନେ ।୧୪୧।ଇନ୍ଦ୍ରଦେବତା ହୋଇଲା ଅନେକ ତୁଷ୍ଟିଅସୁର ନାଶ ଗଲା ସରିଲା ସ୍ୱର୍ଗର ଅରିଷ୍ଟି ।୧୪୨।ସୋଦରନ୍ତ ଅନେକ ନାଶ କରିଥିଲା ରାକ୍ଷସପାସୋରିଲା ସମସ୍ତ କଷ୍ଟ ଫିଟିଲା ତରାସ ।୧୪୩।ପୃଥୀର ଭାରା ଭର ଉଶ୍ୱାସ ହୋଇଲାଦୁର୍ଭାର କଉଣୋପ କିଞ୍ଚିତେ ନାଶ ଗଲା ।୧୪୪।ବଦନ୍ତି ଅଗସ୍ତି ଶୁଣ ହୋ ଯୁଗପତିଆପଣେ ଦୁଖେ ପଡ଼ି ପାଣ୍ଡାବେ ଫେଡ଼ନ୍ତି ପରର ଦୁର୍ଗତି ।୧୪୫।କୁମ୍ଭୀରୀ କିନ୍ନରୀ ହିଡିମ୍ୱକ ବକାସୁରମନୁଷ୍ୟ ଧ୍ୱଂସନ ୟେ ପୃଥ୍ୱୀକି ମହାଭାରା ।୧୪୬।ଅନେକ ବ୍ୟଥା ଯହୁଂ ପାଇଲେ ଦେବତାମାନେବସୁଧା ବଇକୁଲ୍ୟ ଯେ ଅସୁରଙ୍କର ଗହନେ ।୧୪୭।ଋଷି ବିପ୍ର ତପୋଧନେ କରନ୍ତି ତପ ଉପଇଛାଦୁରାପଦ ଭୟରୁ କେହି କରନ୍ତା ନୋହିଲାକ ରକ୍ଷା ।୧୪୮।ତ୍ରିଦଶ ଦେବେ ଯେ ବସି ଭାଳିଲେ ଆକାଶେଅଦଭୁତେ ପାଣ୍ଡବନ୍ତ ପେଶିଲେ ବନବାସେ ।୧୪୯।ୟେ ଚାରିଦତ୍ୟନ୍ତ ବଧ କରିବାର ନିମନ୍ତେପାଣ୍ଡବେ ବନବାସ ହୋଇଲେ ୟେଥିର ଯେ ଅର୍ଥେ ।୧୫୦।ବନଭୁବନ ରକ୍ଷା କଲେ ଦୁଷ୍ଟାନ୍ତ ନିବାରିମଧୁବନେ, ହିଡିମ୍ୱକ ବନେ ଘଟଉତ୍କଟକୁ କଲେ ଅଧିକାରୀ ।୧୫୧।ଓଡ଼ାଦି ଶିବପୁରେ ଚାଣ୍ଡାଳ ବଳ ଧଂସିଧର୍ମ ଉଦିତ କଲେ ଗୁପତେ ବନବାସୀ ।୧୫୨।ବିଷ୍ଣୁକର ବ୍ରାହ୍ମଣର ଆଶ୍ରିତେ ରହିଲେଶିବପୁରେ ବିଷ୍ଣୁକରକୁ ଠାକୁର କରାଇଲେ ।୧୫୩।ୟେକାଚକ୍ରା ନଗ୍ରେ ରହିଲେ ବେଦଶର୍ମଣର ଘରେସେହି ଠାକୁର ହୋଇଲେ ୟେକଚକ୍ରା ନଗ୍ର ପୁରେ ।୧୫୪।
ଦ୍ରୋପଦୀ ସ୍ୱୟମ୍ୱରେ ଲାଖ ନିର୍ମାଣମନୁ ପଚାରିଲେ ଅଗସ୍ତିଙ୍କର ପାଶେଶୁଣିଲେ ମହାମୁନି ହୋଇଲେ ସନ୍ତୋଷେ ।୧।ୟେଥି ଉତ୍ତାରୁ କିସ ହେଲା ମହାମୁନିତବ ମୁଖୁଂ ଶୁଣି ଚିତ୍ତ ହୋଇବ ମୋର ଧନି ।୨।କାର୍ତ୍ତିକ ଶୁକଳ ଯେପୌର୍ଣ୍ଣମୀର ଦିନଗୁରୁବାର ରୋହିଣୀ ନକ୍ଷତ୍ର ବିଦ୍ୟମାନ ।୩।ଦ୍ୱାରିକାକୁ ବିଜେ କଲେ ରାମକୃଷ୍ଣ ବେନି ଭ୍ରାଥେହସ୍ତିନାକୁ ବିଜେ କଲେ ଧୃତରାଷ୍ଟଙ୍କୁ ଦେଖିବା ନିମନ୍ତେ ।୪।ଦେଖିଣ ଧୃତରାଷ୍ଟ ଅନେକ ଗଉରୋବେ କଲେ ପୂଜାଆସ୍ତାନେ ବିଜେ କଲେ ଦେବାଧିଦେବ ରାଜା ।୫।ଗୋବିନ୍ଦ ବିଜେ ବିଦୁରଙ୍କୁ ଘେନିଣ ୟେକାନ୍ତେକୁଶଳ ବାରତା ପଚାରନ୍ତି ଜଗନ୍ନାଥେ ।୬।ବିଦୁରେ ବୋଇଲେ ସ୍ୱାମୀ ପୋୟେ ଗଲେ କେଉଂଣ ବନେବାରତା ନ ପାଇଲୁ କେଣେ ଗଲେ ଛଡ଼ଜଣେ ।୭।ବିଦୁର ବୋଇଲେ ସ୍ୱାମୀ ପୋୟେ କେମନ୍ତେ ବାରତା ପାଆନ୍ତୁପଞ୍ଚାଳ ଦେଶକୁ ଯେ ବହନ ହୋଇଯାନ୍ତୁ ।୮।ଅର୍ଜୁନକୁ ପ୍ରାପତ ହୋଇବାକ ଦ୍ରୋପତୀରାଜାନ୍ତ ନିମନ୍ତି ଅଛି ପଞ୍ଚାଳ ଆଧିପତି ।୯।ଦ୍ରୋପଦ ରାଜା ଯେ କରିଅଛି ସୟମ୍ୱରଦ୍ରିଯୋଧନ ଯିବ ଆଜ ଅଢାଇ ପହର ।୧୦।ସମସ୍ତ ଦେଶର ଯେ ବିବେକ ନୃପତିଅର୍ଜୁନ ନିମନ୍ତେ ଜାତ କରି ଅଛି ଦ୍ରୋପତୀ ।୧୧।ଖୋଜି ନପାଇଲୁ ବୀରେ ଅଛନ୍ତି କାହିଂୟେଥକୁ ଚିନ୍ତା କର ତୁ ଯଦୁକୁଳ ସାଇଂ ।୧୨।ସ୍ୱାମୀ ପାଣ୍ଡବେ ଯେବେ ବ୍ରତନ୍ତି ବିଷ୍ଣୁଙ୍କ ଆଶ୍ରିତେତୋହର ଚିନ୍ତା ନ କଲେ ସେ ରାଜ୍ୟପାଇବେ କେମନ୍ତେ ।୧୩।ବିଦୁର ତୁଲେ କଥା ହୋଅନ୍ତେ ନାରାୟଣବ୍ୟାସଙ୍କୁ ଲୟେ କରି କଲେ ସୁମରଣ ।୧୪।ଦଣ୍ଡକ ମଣ୍ଡଳ କଷା କଉପୁନି ବିଭୂତିପାରେଶ୍ୱର ନନ୍ଦନ ଯାଇଂ ମିଳିଲେ ତତ୍କ୍ଷଣାନ୍ତି ।୧୫।ଉଠିଣ ବିଦୁର ଯେ ଶତ ସହସ୍ରେ ଦଣ୍ଡ ପରିଣାମିବ୍ୟାସଙ୍କୁ ପୂଜାକଲେ ଶ୍ରୀପୁରୁଷୋତ୍ତମ ଦେବସ୍ୱାମୀ ।୧୬।ନାରାୟଣ ପୁଚ୍ଛାକଲେ ବ୍ୟାସଙ୍କର ମୁଖଚାହିଂଭୋ ବ୍ୟାସେ ୟେତେବେଳେ ପାଣ୍ଡବେ ରହିଛନ୍ତି କାହିଂ ।ଧ୍ୟାନେଣ ଚିନ୍ତିଲେ ଯେ ସତ୍ୟବତୀର ସୁତେଦେଖିଣ ପାଣ୍ଡବେ ରହିଛନ୍ତି ପଞ୍ଚୁବଟୀ ବନସ୍ତେ ।୧୮।ବ୍ୟାସେ ବୋଇଲେ ଶୁଣିମା ଦାମୋଦରପାଣ୍ଡବେ ରହିଛନ୍ତି ଯେ ଶ୍ରୀରାମବେଣୀ ତୀର୍ଥର ।୧୯।ସୁର ନଦୀରେ ମାଇଲେ କୁମ୍ଭୀରୀ ଦତ୍ୟକୁମଧୁବନେ ନାଶ କଲେ କିନ୍ନରୀ ରାକ୍ଷସକୁ ।୨୦।ହିଡିମ୍ୱକ ବନେ ହିଡିମ୍ୱକକୁ ମାରିୟେକଚକ୍ରା ନଗ୍ରେ ବକାସୁରକୁ ନିବାରି ।୨୧।ହିଡିମ୍ୱିକୀ ପ୍ରଦାନ ହୋଇଲା ଭୀମସେନଘଟଉତ୍କଚ ନାମେ ତହିଂ ପୁତ୍ରେକ ଉତପନ୍ନ ।୨୨।ସର୍ବକୁଶଳେ ପାଣ୍ଡବେ ତହିଂ ବ୍ରତିଛନ୍ତି କ୍ଷମେଯାହାକଇଂ ଚିନ୍ତା କରନ୍ତି ପୁରୁଷଙ୍କ ଉତ୍ତମେ ।୨୩।ବ୍ୟାସେ ବୋଇଲେ ବିଦୁରର ବଡ଼ ଦୟା ।ୟେହାର ବୁଦ୍ଧି ବଳେ ପାଣ୍ଡବେ ପାର ଗଲେ ମାୟା ।୨୪।ଜଗନ୍ନାଥେ ବୋଇଲେ ବ୍ୟାସେ ତୁମ୍ଭେ ଦ୍ରୋପଦର ଦେଶକୁ ଯିବବ୍ୟାସ କୂଟ କରି ତହିଂ ଲାଖେକ ପାତିବ ।୨୫।ଅଶ୍ରୁତି ଅଦୃଷ୍ଟି ତ୍ରିଲେକ୍ୟେ ହୋଇବମନଭେଦୀ ନାରାଜେ ସେ ଲାଖ ଜୟେ ଯିବ ।୨୬।ୟେମନ୍ତ କରିଣ ପାତିବାକ ଲାଖତଳେ ଧନୁ ୟେକ ଥୋଇବ ବଳ ୟେକ ଲକ୍ଷ ।୨୭।ୟେହା ସଞ୍ଚିଣ ତୁମ୍ଭେ ଯିବ ଘୋର ବନେପାଣ୍ଡବନ୍ତ ପଠିଆଇ ଦେବ ଦ୍ରୋପଦ ଭୁବନେ ।୨୮।ଦ୍ରିଯୋଧନ ଶକୁନି ଯେ କଲେକ ଗାରିମାଲକ୍ଷେ ରାଜାଙ୍କୁ ଦେଖାଇବା ନା ଅର୍ଜୁନର ମହିମା ।୨୯।ଗୋବିନ୍ଦେ ବୋଇଲେ ଆମ୍ଭନ୍ତ ନିମନ୍ତ୍ରିଲେ ଦ୍ରୋପତେଆମ୍ଭେ ବେନି ଭାଇ ଯାଉଅଛୁ ଉଗ୍ରସେନ ସହିତେ ।୩୦।ନାରାୟଣଙ୍କ ଆଗ୍ୟାଂୟେ ଯେ ଚଳନ୍ତି ମୁନିବରେମନଭେଦୀ ନାରାଜ ଦିଲେ ବ୍ୟାସଙ୍କ ହାଥରେ ।୩୧।ୟେ ନାରାଜ ଗୋଟି ନେଇ ଅର୍ଜୁନକୁ ଦେବୟେ ଶହସ୍ରେ ବାସବି ରାଧା ଚକ୍ର ବିନ୍ଧିବି ।୩୨।ରାଧାଚକ୍ର ନେଇ ପାତିବ ସଭାରେଅନ୍ତର୍ଦ୍ଧାନେ ବୁଲୁଥିବଟି ଆକାଶ ଶୂନ୍ୟରେ ।୩୩।ରାଧାଚକ୍ର ମନଭେଦୀ ଶହସ୍ର ଯେ ଘେନିଚହୁଂ ଚଳିଗଲେ ସେ ବ୍ୟାସ ମହାମୁନି ।୩୪।ସଦାନନ୍ଦ ମନ୍ତ୍ରୀ ଜଣାଇଲା ବିଜେ କଲେ ବ୍ୟାସେ ।୩୫।ଧାତିକାରେ ଆସ୍ତାନ ତେଜିଲେ ଦ୍ରୋପଦେପାଦ୍ୟଅର୍ଘ୍ୟ ଦେଇ ପ୍ରଣପତ୍ୟ ବ୍ୟାସଙ୍କ ପଦ୍ମପାଦେ ।୩୬।ବ୍ୟାସେ ବୋଇଲେ ରାଜା ପରମ କଲ୍ୟାଣ ହୋଅସିସୟମ୍ୱର ବିଧାନ ରାଜା ପାତିଲୁ କି ବିଶେଷି ।୩୭।ଗଙ୍ଗାନଦୀ କୂଳେ ଉଠଇ ଘରମାନପାଞ୍ଚ ମର୍ଭୁତ ଘଟଣକାରୀ ଲାଗି ଅଛନ୍ତି ବହନ ।୩୮।ପାଞ୍ଚଦଣ୍ଡ ଘେନି ନିର୍ମିତ ଯେ ନଳକାଠିତିନି ତିନି ନଳ ଆୟତନ ୟେକ ବଖରା ଗୋଟି ।୩୯।ବାଆଷଠି ବଖରାୟେ ଘରେକ ନିର୍ମିତଛତ୍ରଘରମାନ ହୋଇଲାନି ଚଉବିଂଶ ଅହିବ୍ରତ ।୪୦।ଗଜଶାଳମାନ ପାଞ୍ଚମେବଚ୍ଛ ପନ୍ଦର ସହସ୍ର ଘରଅଶ୍ୱଶାଳମାନ ହୋଇଲା ସତୁରି ସାଗର ।୪୧।ରାଜାମାନନ୍ତ ଯେ ନବର ଆୟେତନଦଶ ଅହିବ୍ରତ ଘର କଣୟ ନିର୍ମାଣ ।୪୨।ଥମ୍ୱର ଉପରେ ଯେ କଣୟ ଛାୟେଣୀରୁଅ ଘର ବତା ସୁବର୍ଣ୍ଣେ ନିର୍ବାଣି ।୪୩।ତହିଂର ଉପର ଯେ ରୂପାର ଛାୟେଣୀବସନ୍ତି କଳଶ ଯେ ଢଳନ୍ତି ରତ୍ନମଣି ।୪୪।ଲକ୍ଷେଣ ଜଗତୀ ଆସ୍ତାନ ରାଜା ବସିବାକୁସହସ୍ରେ ସହସ୍ରେ ଯୋଗାଡ଼ ମୁଣୋହି ଠାବକୁ ।୪୫।କଣୟ ଘଟଣ ଲକ୍ଷେକ ଯୋଗାଡ଼ଳକ୍ଷେକ ରାଜାଙ୍କୁ ୟେହି ମତି ସମ୍ଭାର ।୪୬।ଛାୟା ମଣ୍ଡୋପେ ସୟମ୍ୱର ଥାନକୁ ନିର୍ବାଣପାଞ୍ଚ ଯୋଜନା ଆୟେତନ ଛାୟେଣି କଣୟ ରତ୍ନମାନ ।୪୭।ଲକ୍ଷେକ ଥମ୍ୱ ଅଛି ଛାୟା ମଣ୍ଡୋପରଅଷ୍ଟରତ୍ନ ନିର୍ମିତ କଲେ ସୁବର୍ଣ୍ଣ ଥମ୍ୱର ।୪୮।ରାଜାଙ୍କର ବସିବାକୁ ସୁବର୍ଣ୍ଣ ସିଂଘାସନସେହି ଥମ୍ୱ ଆଉଜଣା ଆହୁଟ ହାଥ ସୁବର୍ଣ୍ଣ ।୪୯।ନେତର ସୁପାତି ଯେ ଗୋଟିୟେ ଗୋଟିୟେନେତର ଚନ୍ଦ୍ରାତପ ଉପରେ ଶୋଭାପାୟେ ।୫୦।ୟେସନେକ ନିର୍ମିତ ଯେ ସଭାର ଆୟେତନଲମ୍ୱନ୍ତି ମୁକୁତାମାଳ ଝରା ଅଷ୍ଟରତ୍ନ ।୫୧।ଅଲେଖ ସୁପକାର ଛତ୍ରଶାଳମାନଙ୍କୁଚାରି ଚାରି ମହାଜନମାନ ତୁଲେଣ ତାହାଙ୍କୁ ।୫୨।ଅଶ୍ୱ ଗଜମାନଙ୍କୁ ଚରଣୀ ପିଉଣୀ ଘାସ ବିହିରିସମସ୍ତ ସମ୍ପାଦିଲା ରାଜା କଲା ଦୃଢକରି ।୫୩।ବ୍ୟାସେ ପରଶଂସା କଲେ ଦ୍ରୋପଦ ରାଜାକୁସାଧୁ ସାଧୁ ଧୁନି ଗୋଟିୟେ କଲୁ ଦ୍ୱାପର ଯୁଗକୁ ।୫୪।ଦ୍ରୋପଦ ବୋଇଲେ ବ୍ୟାସେ ଅର୍ଜୁନ ଯେବେ ଥାଆନ୍ତାତାହାକଇ ପ୍ରଦାନ ମୁଂ କରନ୍ତି ଦୁହିତା ।୫୫।ୟେ ତ ଜିଘ୍ନସେନୀ ଅଗ୍ନିରୁ ଉତପତ୍ତିୟେହାର ନିମନ୍ତେ ମୁଂ ସବୁନ୍ତି ନିମନ୍ତ୍ରି ।୫୬।ବ୍ୟାସେ ବୋଇଲେ ରାଜା ଆମ୍ଭର ବୋଲକରଲାଖେକ ପାତିବୁ ଆମ୍ଭେ ତୋହୋର ସୟମ୍ୱର ।୫୭।ପାଣ୍ଡବେ ମଲେ ବୋଲି ଯେ ସଂସାର ବାରତା ପାଉଆମ୍ଭେ ୟେକଥାକୁ ଯେ ପରତେ ନଯାଉ ।୫୮।ଧର୍ମ ପବନ ଇନ୍ଦ୍ର ଅଶ୍ୱିନୀ କୁମାରେୟେମାନଙ୍କର ପୁତ୍ର ସେ ଅଟନ୍ତି ପଞ୍ଚୁବୀରେ ।୫୯।ଅର୍ଜୁନ ଆତ୍ମା ଯେ ଅଟନ୍ତି ଜଗନ୍ନାଥକୋଳେ ଧରି ଦୁତୀକୃଷ୍ଣ ନାମ ଦିଲେକ ଅଚ୍ୟୁତ ।୬୦।ବିଦୁରଇ ସର୍ବଗ୍ୟଂ ଆବୋରନ୍ତି ପାଣ୍ଡବଆବର ସମସ୍ତ କଥା ଜାଣଇ ସହଦେବ ।୬୧।ୟେମାନଙ୍କର ଥାଆନ୍ତେ କି ପାଣ୍ଡବଙ୍କର ହୋଇବ ପରମାଦେୟେ କଥାକୁ କେବେହେଂ ଆମ୍ଭେ ନ ଯାଉ ସଂପ୍ରତେ ହାଦେ ।୬୨।ମହାଯାଗରୁ ଜାତ କରାଇଲୁ ଜିଘ୍ନସେନୀମାନବେ ପ୍ରଦାନ କରାଇବୁକି ତୋହୋର ନନ୍ଦନୀ ।୬୩।ଲାଖ ଗୋଟିୟେକ ଆମ୍ଭେ କରିବୁ ନିର୍ବାଣସେ ଲାଖ ବିନ୍ଧିବି ଯେ କନ୍ୟା ଦେବୁ ତତକ୍ଷଣ ।୬୪।ବ୍ୟାସ କୂଟ ଲାଖ ପାତିଲେ ମୁନିବ୍ୟାସଦେବେ ଅଗୋଚର ସେ ଯେ ମାନବେ ଅଦୃଶ୍ୟ ।୬୫।ମାନବ ତାଳେ ସାତ ତାଳ ଦେବେଣ ୟେକ ତାଳବୋଲିଦେବ ତାଳେ ସାତ ତାଳ ରାଧାଚକ୍ର ଘଟଣ କଲି ।୬୬।ମାନବ ତାଳେ ଅଣଚାଶ ତାଳ ହୋଇଲା ଉଚ୍ଛର୍ଗଆକାଶକୁ ଚାହିଂଲେ ଅଦୃଶ ଦୁତୀ ସ୍ୱର୍ଗ ।୬୭।ରାଧାଚକ୍ର ଦିଶଇ ସହସ୍ରେକ ଧାରଅନୁବ୍ରତେ ବୁଲୁଥାଇ କୁରାଳ ଚକ୍ର ଆକାର ।୬୮।ତହିଂର ଉପରେ ବସାଇଲେ ସୁବର୍ଣ୍ଣ ୟେକ ମାଛତଳେ ଧନୁ ୟେକ ଥୋଇଲେ ବଳ ୟେକ ଲକ୍ଷ ।୬୯।ତାଳେକ ଉଚ୍ଛର୍ଗ ସୁବର୍ଣ୍ଣ ପଟାୟେକ କଣ୍ଟିତହିଂର ତଳେ ଥୋଇଲେ ତୀର୍ଥଜଳ ଘଟ ଗୋଟି ।୭୦।ବ୍ୟାସେ ବୋଇଲେ ରାଜା ଶୁଣ ହୋ ଦ୍ରୋପଦ ନୃପତ୍ୟଲକ୍ଷେ ବଳ ପିନାକ ଧରିବାକୁ କେହୁ ସାମରଥ ।୭୧।ତଳକଇଂ ଚାହିଂ ଉପର କଇଂ ମୁଷ୍ଟିଚକ୍ରଭେଦୀ ନାରାଜ ମାଛ ବାମ ଚଛୁ ଯିବ ଫୁଟି ।୭୨।ୟେହେନେକ ସରୂପେ ଯେ ଲାଖ ବିନ୍ଧେତାହାକୁ ଦୁହିତା ଦେବୁଟି ପରମ ସାନନ୍ଦେ ।୭୩।ୟେକାନ୍ତେ ଦ୍ରୋପଦଙ୍କୁ କହିଲେ ବ୍ୟାସ ମହାମୁନିଯେ ଲାଖ ବିନ୍ଧିବ ସେ ଇନ୍ଦ୍ର ଗୋବିନ୍ଦ ଫାଲଗୁନି ।୭୪।ୟେହା ତଦନ୍ତ କରି ଜାଣି ଥାଅସି ତୋହୋର ମନେୟେତେ କହି ମହାତମା ଚଳିଲେ ଅନ୍ତର୍ଦ୍ଧାନେ ।୭୫।ପାଣ୍ଡବେ ରହିଛନ୍ତି ଯେ ଶ୍ରୀରାମ ବେଣୀ କୂଳେକୃପଚ୍ଛନ୍ନ ରୂପ ଧଇଲେ ବ୍ୟାସେ କୁତୂହୋଳେ ।୭୬।ଲମ୍ୱିତ ଜୁତା ବାଳ ପୁଞ୍ଜା ଯେ କାଛେଟିପଞ୍ଚବକ୍ର ଚାଲି ପ୍ରପଞ୍ଚ ଲାଙ୍ଗଟି ।୭୭।ଲମ୍ୱିତ ରୋମମାନେ ଦଉଡ଼ିବର୍ଣ୍ଣି ଶିରେଧବଳ ଚିହ୍ନ ମାତ୍ର ଅଛଇ ଶରୀରେ ।୭୮।ଲାଙ୍ଗଟ ଭ୍ରୂକୁଟ କୁବୁଜ ଗଳିତ ଆଖିଭୀମସେନ କରତାଳି ମାରି ହସିଲା ତାହା ଦେଖି ।୭୯।ମଣିଷ ବାତୁଳ କି ପ୍ରପଞ୍ଚ ରୂପକାୟେଦେଖିଲିକି ମାୟେ ଗୋ ଅନ୍ୟାକାର ରୂପ ଗୋଟାୟେ ।୮୦।ଯୁଝେଷ୍ଠି ବୋଇଲେ ସହଦେବର ମୁଖ ଚାହିଂଚଉଦ ବରଷ ବନେ ବୁଲିଲୁ ୟେମନ୍ତ ରୂପ ଦେଖିଲାତ ନାହିଂ ।୮୧।ସହଦେବ ବୋଇଲେ ଦେବ ନ କର ଉପହାସ୍ୟଆମ୍ଭନ୍ତ କଷଣ ନିମନ୍ତେ ବିଜେ କଲେ ମୁନିବ୍ୟାସ ।୮୨।ବିଦୁର ବାସୁଦେବ ଦିଲେ ପଠିଆଇଂଆମ୍ଭନ୍ତ ଡରାଉଛନ୍ତି କୃପଚ୍ଛନ୍ନ ରୂପ ହୋଇ ।୮୩।ପୁତ୍ରନ୍ତ ଘେନି ସେ କୋଇନ୍ତା ମହାମାଈଶତ ସହସ୍ର ଦଣ୍ଡ ପ୍ରଳମ୍ଭିତ ହୋଇ ଭୂମିରେଣ ଶୋଇ ।୮୪।ବ୍ୟାସ ବୋଇଲେ ହୋ ତୁମ୍ଭେ ଚିହ୍ନିଲ କେମନ୍ତେନଚିହ୍ନିବୁ ବୋଲି ଆମ୍ଭେ ଅଇଲୁ ୟେମନ୍ତେ ।୮୫।ପ୍ରପଞ୍ଚ ରୂପ ଗୋଟି ଛାଡ଼ିଲେ ମୁନିବରନିଜ ରୂପ ଧରି ସେ ବସିଲେ ଆସ୍ତାନର ।୮୬।ପୁଣ ପୁଣ ପ୍ରଣପତ୍ୟ ପଣ୍ଡୁର ତନୟେଆସନ ଦିଲେ ନେଇ କୃଷ୍ଣାଜିନ ମୃଗଛାଲ ଗୋଟିୟେ ।୮୭।କୋଇନ୍ତାୟେ କ୍ରୋଧ କଲେ ବ୍ୟାସଙ୍କର ମୁଖ ଚାହିଂତୁମ୍ଭର ଥାଆନ୍ତେ ପୋୟେ ମୋର ବନସ୍ତେ ବୁଲନ୍ତି ଦୁଖ ପାଇ ।୮୮।ହୀନଜନ ପ୍ରାୟେ ନଗ୍ରେ ମାଗନ୍ତି ଯେ ଭିଖଗାନ୍ଧାରୀ ପୁଅଙ୍କର ସେ ସମ୍ପଦ ମୋହୋର ପୁଅଙ୍କର ୟେଡ଼େ ଦୁଖ ।୮୯।କୋନ୍ତଭୋଜର ଦୁଲଣୀ ମୁଂ ସୋମବଂଶର କୁଳବଧୂୟେତେ ଜୀବନଯାକ ଆମ୍ଭର ହୋଇଲା ଅସାଧୁ ।୯୦।ଛତ୍ରୀପଣେ ଜାତ ହୋଇଲେ ୟେ ମୋହୋର ପୁତ୍ରେଅପୂଜ୍ୟେକ ହୋଇଲା କେବଣ ଦୋଷ ଅର୍ଥେ ।୯୧।କହନ୍ତେ କୋନ୍ତାଙ୍କର କ୍ରୋଧ ଯେ ହୋଇଲା ଅପାରବ୍ୟାସେ କହିଲେ ମା ଗୋ କ୍ରୋଧ ଶାନ୍ତି କର ।୯୨।ଆକାଶ ନାଶ କଲେ ଯହୁଂ ଅସୁର ଚାରି ବୀରେକିମ୍ଭିରୀ କିନ୍ନରୀ ହିଡିମ୍ୱକ ବକାସୁରେ ।୯୩।ତାହାଙ୍କର ଭାରା ଯହୁଂ ନ ସହିଲା ମେଦିନୀତେଣୁ କରି ଆଗ୍ୟାଂ ତୁମ୍ଭକୁ ଦିଲେ ପଦ୍ମଯୋନି ।୯୪।ଅସୁର ବଧ କଲେ ପିତାମହର ବଚନେଅନେକ ସାନନ୍ଦ ଯେ ହେଲେ ଦେବମାନେ ।୯୫।ୟେବେ ପୁଅନ୍ତ ଘେନି ଭୋଗ ପାଇବ ଗୋ ମାୟେନିକଣ୍ଟେକ ରାଜ୍ୟ ସଞ୍ଚିଲେନି ଦେବତାୟେ ।୯୬।ଭାରା ନିବାରଣେ ତୁମ୍ଭେ ହୋଇଛ ଜନମଅପାଦ ଅନ୍ତେଣ ଗୋ ଉଦିତ ହୋଇ ଧର୍ମ ।୯୭।ଜନମ କରମ ଆଧ୍ୟାନ ସମସ୍ତ ନାଶିୟେକା ଶରୀର ଗୋଟି ଭୋଗ୍ୟ ଚାରି ଗୋଟି ରାଶି ।୯୮।ଜନ୍ମ ନକ୍ଷତ୍ରେ ଗୋ ପାଇଲେ ୟେତେ ଦୁଖକରମ ନକ୍ଷତ୍ରେ ୟେବେ ଭୁଞ୍ଜିବ ପରମ ସୁଖ ।୯୯।ଦୁଖ ପାର ଗଲାନି ୟେବେ ଅଳପ ଦିନ ସହରାତ୍ର ଦିବସେଣ ଚଳ ୟେଥେଂ ଦଣ୍ଡେହେଂ ନ ରୁହ ।୧୦୦।ଦ୍ରୋପଦ ରାଜା ଯେ ୟେବେ କରୁଅଛି ସୟମ୍ୱରଲକ୍ଷେକ ନୃପତି ବିଜେ କରିବେ ତାହାର ପୁର ।୧୦୧।ରାଧାଚକ୍ର ବିନ୍ଧିବ ୟେ ବୀର ଫାଲଗୁନିତାହାକୁ ପ୍ରାପତ ଯେ ହୋଇବ ଜିଘ୍ନସେନୀ ।୧୦୨।କନ୍ୟା ଆଣନ୍ତେ ଗୋଳ ହୋଇବ ସାଂଗ୍ରାମକଉରୋବଙ୍କର ଦର୍ପ ତହିଂ ମର୍ଦ୍ଦିବ ଭୀମସେନ ।୧୦୩।ହରି ବଳରାମେ ଆସୁଛନ୍ତି ବେନି ଭ୍ରାଥେତହିଂରେ ଭେଟ ସିନା ପୁଣି ହୋଇବ ସମସ୍ତେ ।୧୦୪।ସୟମ୍ୱର ହୋବାକୁ ଅଛଇ ଷୋଳଦିନୟେଥକୁ ଦ୍ରୋପଦ ରାଜ୍ୟ ତିନିଶତ ପଞ୍ଚାଶ ଯୋଜନ ।୧୦୫।ବାବୁ ଅର୍ଜୁନ ତୁହି ସେ ପାରିବୁ ଲାଖ ବିନ୍ଧିଶ୍ରୀଜଗନ୍ନାଥେ ଦିଲେ ଆମ୍ଭର ହସ୍ତେ ନାରାଜ ମନଭେଦୀ ।୧୦୬।ୟେ ମନଭେଦୀ ନାରାଜ ତୁ ସମ୍ଭାଳସି ଯତନେୟେକା ଘାନ୍ତିକେ ଭେଟଇଟି ଯାହାକୁ କରିବୁ ମନେ ।୧୦୭।ଆମ୍ଭେତ ଯାଉଅଛୁ ସୟେମ୍ୱରକଇଂ ବୋଲିପବନହୁଂ ବେଗେ ଯିବଟି ତୁମ୍ଭେ ସମସ୍ତେ ଚଳି ।୧୦୮।ୟେତେ ବୋଲି ମୁନି ପାଦୁକା ମନ୍ତ୍ର ଦିଲେନିମିଷକେ ଲକ୍ଷେ ଯୋଜନା ଯାଇଟି ୟେ ମନ୍ତ୍ର ପଢି ପାଦୁକା ଆଉଂଶିଲେ ।୧୦୯।ଶହସ୍ର ମନ୍ତ୍ର ଦେଇ ଚଳନ୍ତି ବେଦବ୍ୟାସେଯୁଝେଷ୍ଠି ଦେବ ପଚାରିଲେ ବ୍ୟାସ ମୁନିଙ୍କର ପାଶେ ।୧୧୦।ଦ୍ରୋପଦୀ ପ୍ରାପତ ହୋଇବକି ମୁନି ହେ ମୋତେକନ୍ୟା ପାଇବାର ହୋଇଲେ ଯିବଇଂ ଯୁଗତେ ।୧୧୧।ଯେବେ ପ୍ରାପତ ନୋହିବଟି ଦ୍ରୋପଦ କୁମାରୀଆବର କିମ୍ପାଇ ପର ସମ୍ପଦ ଦେଖିଯିବୁ ଝୁରି ।୧୧୨।ବ୍ୟାସେ ବୋଇଲେ ବାବୁ ଶୁଣିମା ଯୁଝେଷ୍ଠିରଅର୍ଜୁନ ନିମନ୍ତେ ଦ୍ରୋପଦ କରିଛି ସୟମ୍ୱର ।୧୧୩।ଯୁଝେଷ୍ଠି ବୋଇଲେ ଦେବ କହିଲ ତୁମ୍ଭେ ମିଥ୍ୟାଆମ୍ଭେ ଶୁଣିଲୁ ଯେ ଦ୍ରୋପଦଙ୍କର ସୟମ୍ୱର ବାରତା ।୧୧୪।ତୁମ୍ଭେ କହିଲ ଅର୍ଜୁନ ଲାଗି ସୟମ୍ୱରତୁମ୍ଭର କଥା ମୋତେ ଶୁଣିତେ ଅଗୋଚର ।୧୧୫।ପାଣ୍ଡବେ ମଲେ ବାରୁଣାବନ୍ତେ ଜଦୁର ଘରେ ।ୟେହୁ ବାରତା ଯାଇ ଶୁଭିଲା ତିନି ପୁରେ ।୧୧୬।ୟେତେକ ଧାର୍ମିକ କାହୁଂ ଯେ ହୋଇଲା ଦ୍ରୋପତେଅର୍ଜୁନ ନିମନ୍ତେଣ ସୟମ୍ୱର କରଇ କେମନ୍ତେ ।୧୧୭।ବ୍ୟାସେ ବୋଇଲେ ବାବୁ ଶୁଣହୋ ଆଦି କଥାତୁହି ସେ ଜାଣିଅଛୁନା ତହିଂର ବାରତା ।୧୧୮।ଦ୍ରୋଣେ ଦ୍ରୋପଦେ ଯେ ହୋଇଲେ ବିବାଦୀଦ୍ରୋଣେ ଦ୍ରୋପଦକୁ ନିଆଇଲେଟି ଅର୍ଜୁନ ହାଥେ ବାନ୍ଧି ।୧୧୯।ଦ୍ରିଯୋଧନ ଅପ୍ରାଧ ଯେ କଲା ଦ୍ରୋପଦକୁଝିଘାଂସି ଦ୍ରୋଣେ ଯେ ଛାଡ଼ିଲେ ମଇତ୍ରକୁ ।୧୨୦।ଲାଜେଣ ଦ୍ରୋପଦ ତାର ରାଜ୍ୟକୁ ନଗଲାକୌରବନ୍ତ ଜିଣିମ ବୋଲି ଈଶ୍ୱରଙ୍କୁ ସେବାକଲା ।୧୨୧।କଷ୍ଠୋର ତପ ଦେଖି ବିଜୟେ କାପାଳୀବୋଇଲେ କୌରୋବନ୍ତ ଜିଣି ନପାରିବୁ ତୋହୋର ଭଳି ।୧୨୨।ଭାରାଭର ନାଶ କରନ୍ତା ଯେ ପାଣ୍ଡବ ଧନୁର୍ଜୟେତାହାର ହାଥେ ଭୀଷ୍ମ ଦ୍ରୋଣ ସମସ୍ତେ ଯିବେ କ୍ଷୟେ ।୧୨୩।ପୀରତି ବଢାଅ ତୁ ରେ ଅର୍ଜୁନର ତୁଲେକୌରବ ନାଶ ଯିବେ ହାଦେ ୟେକା ଅର୍ଜୁନର ବଳେ ।୧୨୪।ବିଶ୍ୱନାଥ ଆଗ୍ୟାଂୟେ ଦ୍ରୋପଦେଶ୍ୱର ଗଲାଆମ୍ଭନ୍ତ ବରିଣ ସେ ସନ୍ତତି ଯଗ୍ୟଂ କଲା ।୧୨୫।ଆମ୍ଭନ୍ତ ପୂଜା କରି ବୋଇଲା ଦ୍ରୋପଦେଶ୍ୱର ରାୟେମୋତେ ଜାତ କରିଦେବ ହୋ ଦେହିତା ଗୋଟିୟେ ।୧୨୬।ସେ କନ୍ୟା ଗୋଟିକି ମୁହିଂ ଅର୍ଜୁନକଇଂ ଦେବିତାହାର ହାଥେ କୌରବନ୍ତ ନାଶ କରାଇବି ।୧୨୭।ତାହାର ବଚନେ ଆମ୍ଭେ ଯାଗ ଆରୋପଣ କଲୁପୁତ୍ର ଦୋହିତାୟେ ଆମ୍ଭେ ଯାଗରୁ ଉପୁଜାଇଲୁ ।୧୨୮।ଧୃଷ୍ଟଦ୍ୟୁମନ କୁମାର, କୁମାରୀ ଦ୍ରୋପତୀଅର୍ଜୁନକୁ ଦେବ ବୋଲି କରିଛି ସମ୍ପ୍ରଧି ।୧୨୯।ଶବଦେକ ଶୁଭିଲା ପାଣ୍ଡବେ ନାଶ ଗଲେତେଣୁକରି ଦ୍ରୋପଦ ସୟମ୍ୱର କଲେ ।୧୩୦।ବିତକ୍ଷଣ ରାଜା ସେହି ଦ୍ରୋପଦ ନୃପତିତୁମ୍ଭର ନାଶଗଲା କଥା ମନରେ କରଇ ଭ୍ରାନ୍ତି ।୧୩୧।ତେଣୁକରି ମହା ଲାଖ ପାତିଲା ଦ୍ରୋପଦଅର୍ଜୁଂନହୁଂ ଆନ ନଜାଣଇ ସମ୍ପାଦ ।୧୩୨।ସଂସାରକୁ ଶୁଭକୁ ଦ୍ରୋପତୀ ସୟମ୍ୱରଅର୍ଜୁନକୁ ସୟମ୍ୱରଟି ଦ୍ରୋପଦ ହୃଦୟର ।୧୩୩।ଅନେକ ଦେଶର ଯେ ମିଳିଲେ ରାଜଦେବଅର୍ଜୁନ ଗଲେ ସେ ସୟମ୍ୱର ହୋଇବ ।୧୩୪।ଦ୍ରୋପତୀର ସୟମ୍ୱର ଶୁଣିଲ ତୁମ୍ଭେ କାହିଂଅର୍ଜୁନ ନଗଲେ ସେ ସୟମ୍ୱର ନାହିଂ ।୧୩୫।ବ୍ୟାସଙ୍କ ମୁଖରୁ ୟେସନେକ ବାକ୍ୟ ଶୁଣିପାଣ୍ଡବେ ସାନନ୍ଦ ହୋଇଲେ ମନେ ଗୁଣି ।୧୩୬।ୟେତେ କହି ମହାତ୍ମା ଚଳିଲେ ଅନ୍ତର୍ଦ୍ଧାନେଚଳନ୍ତି ପାଣ୍ଡବେ ତହୁଂ ମହା ତୋଷ ମନେ ।୧୩୭ ।