ସାରଳା ମହାଭାରତ ଆଦି ପର୍ବ (ଦ୍ୱିତୀୟ ଖଣ୍ଡ)
ସାରଳା ଦାସ · ଭାଗ ୯ / ୧୪
ସମ୍ପୂର୍ଣ୍ଣ ସୂଚୀପତ୍ର
ଲାଖବିନ୍ଧା
ବଇବସୁତ ମନୁ ପଚାରିଲେ ଶୁଣ ଅଗସ୍ତି ହେଲାଖର ଚରିତ୍ର ମୋତେ କହିବା ସନ୍ଦେହେ ।୧।ଅଗସ୍ତି ବୋଇଲେ ଶୁଣ ହେ ରାଜନକହିତ ଶକ୍ୟ ନୋହଇ ଦ୍ରୋପଦ ଲାଖ ବିଧାନ ।୨।ଧୃଷ୍ଟଦୃମନ ଯାଇ ବିଜେ କଲେ ସଭାଯେ ପାର ଗୋସାଇଂ ଲାଖ ଯେ ବିନ୍ଧିବା ।୩।ମୁହିଂ ସୟମ୍ବର କଲି ଯହିଂର ନିମନ୍ତେତହିଂକି କାରଣ ସ୍ୱାମୀ କରିବାନା ମୋତେ ।୪।ସ୍ୱାମୀ ରାଜାଧିରାଜେଶ୍ୱର ମାନ ଚକ୍ରବ୍ରତୀଲକ୍ଷେ ରାଜା ମଉଡ଼ମଣି ସୋମବଂଶର ଆଧିପତି ।୫।ଗୁଣ ବିଦ୍ୟାୟେ ବକତା ପରାକ୍ରମେଣ ଶକତାଧନେଣ ଗାରିମା ତେଜେଣ ବଳବନ୍ତା ।୬।ବଂଶେଣ ନିକଳଙ୍କ ବେଦମନ୍ତ୍ରେଣ ପ୍ରସିଦ୍ଧିସାଂଗ୍ରାମେକ ଇଚ୍ଛାବନ୍ତ ସେ ନିକଳଙ୍କ ଯୋଦ୍ଧି ।୭।ଧୃଷ୍ଟଦୃମନଙ୍କର ଉପହାର ବଚନେକର୍ଣ୍ଣର ବଦନ ଚାହିଂଲା ରାଜା ଦ୍ରିଯୋଧନେ ।୮।କାହିଂକି ମଇତ୍ର ହୋଇଅଛ ତୂନୀମହାଲାଖ ବିନ୍ଧି ଲଭିବା ଜିଘ୍ନସେନୀ ।୯।କର୍ଣ୍ଣ ବୋଇଲା ତୁମ୍ଭେ ଅତି ମାନେ ମାନଗୋବିନ୍ଦଦ୍ରୋପଦ ବୋଇଲା ତୁମ୍ଭେ ରାଜାମାନେ ଲାଖବିନ୍ଧ ।୧୦।ତୁମ୍ଭନ୍ତ ସେ ବରିଅଛି ଦ୍ରୋପତୀ ନିମନ୍ତେଅବରଣେ ମଧ୍ୟ ପାତ୍ରେ ପଶିବା କେମନ୍ତେ ।୧୧।ରାଜାମାନେ ତୁମ୍ଭେ ଆଗ ଲାଖ ବିନ୍ଧିବ ପ୍ରତକ୍ଷେତୁମ୍ଭେମାନେ ବିନ୍ଧି ନୁଆରିଲେ ଆମ୍ଭେ ବିନ୍ଧିବୁ ଯେ ପଛେ ।୧୨।ପାରକି ନପାର ବିନ୍ଧିବ ନା ଯୁଗତେତୁମ୍ଭର ନବିନ୍ଧିଲେ ଆବର କେ ବିନ୍ଧିବ କେମନ୍ତେ ।୧୩।ସୋମବଂଶ ସ୍ୱର୍ଯ୍ୟବଂଶ ପୃଥୀକି ତୁମ୍ଭେ ମୂଳଆବର ରାଜାମାନେ ତୁମ୍ଭର ବାହୁତଳ ।୧୪।କର୍ଣ୍ଣର ବଚନେ ରାଜା ମାନ ଚକ୍ରବ୍ରତୀଆସ୍ତାନର ମଧ୍ୟୁଂ ରାଜା ଓହ୍ଲାଇଲା ଧାତି ।୧୫।ବାବୁ ମହିମା ସେ ଯେ ଧୃତରାଷ୍ଟର ତନୟେପ୍ରତକ୍ଷେ ଦିଶୁଅଛି ଅମରାଧିନାଥ ପ୍ରାୟେ ।୧୬।ଚାଲନ୍ତେ ଶୋଭାବନ ବିକ୍ରମ-ସିଂହ-ଠାଣିଝଟକନ୍ତି ଗଜ ମୁକୁତା ଯେ ବିଚିତ୍ର ଶୁଦ୍ଧମଣି ।୧୭।ଶିରେ ଅନର୍ଘ୍ୟ ମଣି-ମୁକୁଟ କୋଟିୟେ ମାଣିକ୍ୟ ଲାଗିକୋଟିୟେ ପାଦେ କମଳଣୀ ବିଜୟେ ସଉଭାଗୀ ।୧୮।ଚାଲନ୍ତେ ସୁବର୍ଣ୍ଣ ଅବେଣ୍ଟ ପଦ୍ମ ଫୁଟିଚଉରାଶି ଗୁଣ ଲକ୍ଷଣେ ୟେ ନୃପତି ଧୃତରାଷ୍ଟି ।୧୯।ପ୍ରତ୍ୟକ୍ଷେ ୟେ ପନଙ୍ଗାନାରାୟଣ ମୃତିମେଢରେ ଥାଇ କେଶିନୀକି ପଚାରଇ ଦ୍ରୋପତୀ ।୨୦।କେବଣ ଦେଶର ସଖୀ ୟେ ଅଟଇ ରାଜାଅମର ସ୍ୱର୍ଗ ତେଜି କି ବିଜୟେ କଲେ ବିଡ଼ୋଜା ।୨୧।କୁଙ୍କୁମ ଚନ୍ଦନ ଲେପନ ଅସରଳ ସୁତା ବରବେଶୀମଙ୍ଗଳ ସରୂପ ତ ବିଭା ଯୋଗ ଦିଶି ।୨୨।କେଶିନୀ ବୋଇଲା ୟେହାର ଭାରିଯା ଭାନୁବତୀଅଷ୍ଟଦିନେ ପ୍ରଦାନ ହୋଉଥାଇ ଯୁଗତି ।୨୩।ପନଙ୍ଗାନାରାୟଣ ରୂପ ଅଟଇ ୟେହାରପିତା ମାତା ଆଦି କରି କାହାକୁ ନାହିଂ ନମସ୍କାର ।୨୪।ଅତି ସୁକୁମାର ଅଟଇ ୟେହାର କାୟେସରୂପ ଦୁଶଇ ଗୋ ତରୁଣ ଆଦିତ୍ୟର ପ୍ରାୟେ ।୨୫।ଇନ୍ଦ୍ରପ୍ରଶସ୍ତ, ଯମପ୍ରଶସ୍ତ, ଜଇନ୍ତା, ହସ୍ତିନା, ବାରୁଣାୟେ ପଞ୍ଚୁକଟକର ରାଜା ୟେ ଜମ୍ବୁଦୀପକୁ ଧାରଣା ।୨୬।ପାଣ୍ଡବନ୍ତ ନାଶ କଲା ୟେ ଜତୁର ଘର ଭିଆଇଉପାୟେ ଚକ୍ରବ୍ରତୀ ୟେହାକୁ ସରିସମ କେହି ନାହିଂ ।୨୭।ଦ୍ରୋପତୀ ବୋଇଲା ୟେହାକୁ ବୟସ ଅଳପୟେତେବେଳହୁଂ ୟେ ହତ୍ୟା ବିବାଦୀ ମହାପାପ ।୨୮।ପଥର ଘରେ ଲାଇ ନାଶ କଲା ଗାନ୍ଧାରସେନର ବଂଶଜଉ ସଜଳସ ଘର ଭିଆଇ ୟେ ପାଣ୍ଡବନ୍ତ କଲା ନାଶ ।୨୯।ଛତ୍ରୀଙ୍କ ମହିମା ଜାଣି ଶତ୍ରୁକୁ ଜିଣଇ ଯେବେ ରଣେବିଶ୍ୱାସ ଘାତେ ସୋଦରନ୍ତ ମାଇଲା ଅକାରଣେ ।୩୦।ୟେହାର ସମାନେ ସଖୀ ନାହିଂ ନା ମନ୍ଦ ଦୋଷୀୟେତେ ପାପିଷ୍ଠକୁ କିମ୍ପେ ସଭାରେ ଦିଲେ ବସି ।୩୧।ବିଷମ ଉଷଧି ସଖୀ ଗୋ ମନ୍ତ୍ରର ଉପାୟେୟେମନ୍ତ ବାଗେଣ ଯେ ପ୍ରାଣୀଙ୍କ ନାଶ କୟେ ।୩୨।ଇହଲୋକ ତାହାର ବଦନ ନଚାହିଂରଉରବ ନର୍କେ ପଡଇ ପୁନରପି ଜନ୍ମ ନାହିଂ ।୩୩।ୟେହେନେକ ପାପିଷ୍ଠ ଯେବେ ଲାଖ ବିନ୍ଧିବିବେଦ ଶାସ୍ର ପୁରାଣମାନନ୍ତ ମିଥ୍ୟା ଯେ ହୋଇବ ।୩୪।ୟେସନେକ ବିଚାରନ୍ତେ କେଶିନୀ ଜିଘ୍ନସେନୀଲାଖର ତଳେ ପ୍ରବେଶ ଦ୍ରିଯୋଧନ ମହାତେଜ ଘେନି ।୩୫।ଧୃଷ୍ଟଦୃମନକୁ ଚାହିଂ ବୋଲଇ ବଚନକହ ଲାଖ ବିନ୍ଧିବାର କେବଣ ଚରିତ ବିଧାନ ।୩୬।ଧୃଷ୍ଟଦୃମନ ବୋଇଲେ ଶୁଣ କୁରୁପତିଲାଖ ବିନ୍ଧିବାର କଥା ଶୁଣସି ନୃପତି ।୩୭।ସାତତାଳ ଉଚ୍ଚେ ଅଛି କନକର ମୀନତହିଂ ତଳେ ରାଧାଚକ୍ର ବୁଲେ ଘନ ଘନ ।୩୮।ତାଳେକ ଉପରେ ଯେ ଅପୂର୍ବ ପଟାୟେତଳେ ଥୋଇଲା ଅଛି ଜଳଘଟ ଗୋଟାୟେ ।୩୯।ଉପର ପଟାରେ ଅଛି ଧନୁ ୟେକ ଲକ୍ଷ୍ୟସେ ଧନୁ ଧରି ପଟାରେ ଉଠିବ ପ୍ରତକ୍ଷ ।୪୦।ଉପରକୁ ଗଣ୍ଠି ମୁଠି କରିଣ ରହିବତଳେ ଜଳ ଘଟକଇ ନିରେଖି ଚାହିଂବ ।୪୧।ନାରାଜ ବିନ୍ଧିବ ଆକର୍ଣ୍ଣ ପୂରୋଇମାଛର ବାମ ଚକ୍ଷୁରେ ବାଣ ବିନ୍ଧିବାକ ଯାଇ ।୪୨।ତାହାଣ ଚକ୍ଷୁ ବାଟେ ରହିବ ନିକିଳି ଶରତେବେ ସେ ଲଭିବୁ ରାଜା ଦ୍ରୋପତୀ ଆମ୍ଭର ।୪୩।ୟେସନେକ ବଚନ ଶୁଣି କୁରୁପତିମହାଲାଖ ପଟାରେ ଯାଇଂ ଉଠିଲା ତଡ଼ତି ।୪୪।ଦ୍ରୋପତୀର ବଦନ ଚାହିଂଲା ମାନ ଯେ ଗୋବିନ୍ଦମଦନେ ବେଭଳ ହୋଇଲା ଚଛୁ ଥାଉଂ ଅନ୍ଧ ।୪୫।ଦିବସେଣ କିଛି ନ ଦିଶିଲା ତାହାକୁଲାଖର ତଳେ ରାଜା ଯେ ଦରାଣ୍ଡଇ ଧନୁକୁ ।୪୬।ଧନୁ ବୋଲିଣ ଯେ ବଢାଇଲା କରହସ୍ତ ପଶିଲା ଯାଇ ଜଳ ଘଟର ଉପର ।୪୭।ଶିଖଣ୍ଡୀ ଧୃଷ୍ଟଦୃମନେ ଯେ ଉପହାସ୍ୟେ ବୋଲିପଳାଯା ପଳାଯା ବୋଲିଣ ଦିଲେ ତାକୁ ପେଲି ।୪୮।ଧୃତରାଷ୍ଟ ପରାୟେ ହୋଇଲାକି ତୋହୋର ଚଛୁଚଛୁ ଥାଉଂ ଥାଉଂ ତୁ ଅନ୍ଧ ହୋଉ ଅଛୁ ।୪୯।ଧନୁ ଜଳଘଟ ତୁ ଯେବେ ନୁଆରିଲୁ ବାରିତୁ କିସ ବିନ୍ଧିବୁ ଲାଖ ଯାଅ ଯା ବାହୁଡ଼ି ।୫୦।ବହୁତ ଝିଘାଂସ ଯେ ବୋଇଲା ଶିଖଣ୍ଡୀବରବେଶ ହୋଇତୁ ରେ ସଂସାର ଜନ ଭଣ୍ଡି ।୫୧।ଲାଜ ପାଇଣ ବସିଲା ମାନଗୋବିନ୍ଦଆଢୋ ଆଢୋ ବୋଲି ବାହାରିଲା ଜାରାସନ୍ଧ ।୫୨।ଲାଖର ତଳେ ଉଭା ହୋଇଲା ମଗଧେଶ୍ୱର ନାଥେଲକ୍ଷେ ବଳ ଧନୁ ଧଇଲା ବାମ ହାଥେ ।୫୩।ହୁଳେକ ତୋଳି ଯେ ନୁଆରିଲା ଗୁଣ ଦେଇକରତାଳ ମାରି ହସିଲେ ସକଳ ନୃପସାଇଂ ।୫୪।ଲାଜେଣ ବାହୁଡ଼ିଲା ସେ ମଗଧେଶ୍ୱର ରାୟେମୁକୁଟ ପକାଇ ଯାଇସେ ବସିଲା ସଭାୟେ ।୫୫।ତାହାର ଅଭିମାନ ଦେଖିଣ ନରପତିଶିଶୁପାଳ କୁମାର ଯେ ବାହାର ହୋଇଲା ଝାତି ।୫୬।ପ୍ରତଗ୍ୟାଂ ଆରମ୍ଭେ ସେ ଦମଘୋଷର ତନୁଆକ୍ରେଷି ଶିଶୁପାଳ ଧଇଲା ବେଗେ ଧନୁ ।୫୭।ଦୁଇହାଥେ ଧରି ଆକ୍ରେଷିଣ ତୋଳିନାସିକା ବାଟେ ରୋଧିର ପଡ଼େତାର ଗଳି ।୫୮।କୋପେଣ ଶିଖଣ୍ଡୀ ଯେ ଧଇଲା ପଛ କତିଗଳଥା ଦେଇଣ ଯେ ସଭାକୁ ନେଲା ଝାତି ।୫୯।ଶିଶୁପାଳ ଅଭିମାନ ଦେଖିଣ ରୁକ୍ମଣରେ ରେ କାର କରିଣ ସଭାରୁ ବାହାର ତତକ୍ଷଣ ।୬୦।ଆକ୍ରଷଣ କରିଣ ଧନୁ ଯେ ଧଇଲା଼ଭୂମିରୁ ଧନୁକୁ ସେ ଛଡ଼ାଇ ନ ପାରିଲା ।୬୧।ପଳାଯା ବୋଲିଣ ଅନେକ ଝିଘାଂସ ବୋଲିଶିଖଣ୍ଡୀ ଡିଆଇଂ ଦିଲାକ ଯେ ପେଲି ।୬୨।ସଭାରେ ଲାଜ ପାଇ ବସିଲା ରୁକ୍ମଣ ମହାଛତ୍ରୀସଭାରୁ ବାହାର ହୋଇଲା ନିର୍ଝର ଗଣପତି ।୬୩।ଲାଖର ତଳେ ଯାଇଂ ପ୍ରବେଶ ହୋଇଲାଧନୁ ତୋଳି ସେ ଗୁଣ ଦେଇ ନୁଆରିଲା ।୬୪।ଲାଖର ତଳେ ସେ ପାଇଲା ମହାଲାଜସଭାକୁ ଆସି ତ ସେ ନୁଆରିଲା ମହାରାଜା ।୬୫।ଶିଖଣ୍ଡୀ ହସ୍ତ ଧରି ନେଲାକ କୁଣ୍ଢିଆଇଂସଭାରେ ଭିତରେ ଛାଡିଲା ତାକୁ ନେଇଂ ।୬୬।କାଶୀ ଦେଶର ରାଜା ଯେ କାଶୀଶ୍ୱରଲାଖ ବିନ୍ଧିବ ବୋଲି ସଭାରୁ ବାହାର ।୬୭।ଧାଇଂ ଯାଇଣ ଧନୁ ଯେ ଧଇଲା ଆକ୍ରେଷିଚାଳି ନୁଆରି ସେ ଅଭିମାନେ ବସି ।୬୮।ଶିଖଣ୍ଡୀ ତାହାକୁ ବେଗେ ଧରି ତହୁଂ ନେଲାଗଳାରେ ହାଥ ଦେଇଣ ସଭାରେ ଛାଡ଼ିଲା ।୬୯।କାଶୀଶ୍ୱର ଅଭିମାନେ ରାଜା କଳିଙ୍ଗସେନସଭାରୁ ବାହାର ହୋଇଲା କୋପ ମନ ।୭୦।କଳିଙ୍ଗସେନ ଚାଳି ନୁଆରିଲା ଧନୁପଳାଯା ବୋଲି ପେଲି ଦିଲା ଦ୍ରୋପଦର ତନୁ ।୭୧।କଳିଙ୍ଗସେନ ଅପମାନେ ନୃପତି ଶଅମ୍ବରପ୍ରତଗ୍ୟାଂ କରିଣ ରାଜା ସଭାରୁ ବାହାର ।୭୨।ମହା ପ୍ରତାପୀ ସେ ନୃପତି ବଳବନ୍ତାଅସୁରେଶ୍ୱର ମହାରାଜା ଯେ ସାଂଗ୍ରାମେଣ ଶକତା ।୭୩।ଲାଖର ତଳେ ଯାଇଂ ହୋଇଲା ପରବେଶପ୍ରତଗ୍ୟାଂ ସାରଥେ ଧନୁକୁ କରଇ ଆକର୍ଷ ।୭୪।ଶତେସିଘଂର ଯେ ବଳ ତାହାର ପରାକ୍ରମପୃଥୀର ରାଜା ହୋଇ ସାଂଗ୍ରାମେ ତାକୁ ନାହିଂ ସମ ।୭୫।ଆକ୍ରେଷିଣ ଧନୁୟେ ଧଇଲା ନୃପମଣିଆକାଶ କମ୍ପିଲା ତାହାର ଗର୍ଜନ ନାଦ ଶୁଣି ।୭୬।ଭୁଜେଣ ଧନୁ ଧରି ଉଭା ହୋଇଲା ରାୟେକୋପେଣ ଗର୍ଜଇ ସେ ମତ୍ତନାଗ ପ୍ରାୟେ ।୭୭।ଗୁଣ ଦେବାକୁ ବାମ ଭୁଜେ ଧନୁ ତୋଳିଆକ୍ରଷଣ ଘାୟେ ମୁଖୁଂ ରୋଧିର ତାହାର ପଡ଼ିଲା ନିକିଳି ।୭୮।ଲାଜେ ପାଇ ବସିଲା ଅସୁରାଧି ନୃପତିସଭାରୁ ବାହାର ହୋଇଲା ବଜ୍ରଲାଭ ମହାଛତ୍ରୀ ।୭୯।ଲାଖ ସନିଧ୍ୟେ ପ୍ରବେଶ ହୋଇଲା ମହାରାୟେଧନୁ ଆକ୍ରଷଇ ରାହୁର ତେଜ ପ୍ରାୟେ ।୮୦।ଧନୁ ଧରି ତୋଳି ନୁଆରିଲା ଭୁଜ ବଳେମାଡ଼ି ପଡ଼ିଲା ଧନୁ ବଜ୍ରଲାଭର ବଛ ଥଳେ ।୮୧।ଉତ୍ତାନସାହୀ ହୋଇ ପଡ଼ି ଅଛି ଅସୁରାଧିଭୁଜ ତୋଳି ଧଇଲା ଶିଖଣ୍ଡୀ ମହାଯୋଧୀ ।୮୨।ଶଅମ୍ବର ବଜ୍ରଲାଭ ଯହୁଂ ପାଇଲେ ଅଭିମାନସଭାରୁ ବାହାର କେହି ନୋହିଲେ ଅସୁର ରାଜନ ।୮୩।ଅନେକ ଦେଶର ଯେ ରାଜାଗଣ ଉଠିକେହି ଚାଳି ନୁଆରିଲେ ଶିବର ଧନୁ ଗୋଟି ।୮୪।ବସୁଧାର ନନ୍ଦନ ନାରକା ମହାବୀରରେ ରେ କାର ଶବଦ କରି ସଭାରୁ ହୋଇଲା ବାହାର ।୮୫।ଲାଖର ତଳେ ଯାଇଂ ପ୍ରବେଶ ହୋଇଲାବାମ ଭୁଜେ ଧନୁ ଧରି ଉର୍ଦ୍ଧ ଗତେ ତେଳିଲା ।୮୬।ହୁଳେଣ ପାଦ ଦେଇ ମାଡ଼ିଲା ଶିବଧନୁହୁଳେ ଗୁଣ ଦେଇ ନୁଆରିଲେ ସେ ବସୁଧାର ତନୁ ।୮୭।ଲୋଭେଣ ନାରକା ଧନୁ ନ ଛାଡ଼େ ହାଥରୁଶିଖଣ୍ଡୀ ବୋଇଲା ଆବର ଥାଇ କିସ କରୁ ।୮୮।ପଳାଯା ସଭାକୁ ବୋଲିବୋଇଲା ଧୃଷ୍ଟ ଯେ ଦୃମନଲାଜେଣ ବାହୁଡିଲା ସଭାକୁ ଯାତୁଧାନ ।୮୯।ସମସ୍ତ ରାଜାମାନେ ବସିଲେ ହେଠମାଥଦେଖିଣ ବିଷାଦ ହୋଇଲା ଦ୍ରୋପଦ ନୃପତ୍ୟ ।୯୦।ସଭାରେ ବିଜେ କଲେ ରାଜାନ୍ତ ସମାର୍ଜ୍ଜିସମାଧାନ କରି ରାଜା ଅଭିମାନ ପରିତ୍ୟାଜି ।୯୧।ଦ୍ରୋପଦ ବୋଇଲା ଗୋସାଇଂ ଛତ୍ରୀଙ୍କର ବିଧାନୟେ କଥାକୁ କେହି ନକରିବା ଅଭିମାନ ।୯୨।ଯେହୁ ପାର ଲାଖ ବିନ୍ଧସି ନୃପମଣିଓହୋ କୁଳେ ଲଜ୍ଜା ଉପୁଜୁ ଅଛି ଜାଣି ।୯୩।ରାଜାମାନେ ଯହୁଂ ହୋଇଲେ ମଉନ ବ୍ରତଯୋଦ୍ଧା ଅମନାତ୍ୟଙ୍କୁ ବୋଇଲା ଦ୍ରୋପଦ ନୃପତ୍ୟ ।୯୪।ଛତ୍ରୀ ହୋଇ କରି କେହୁ ଅଛ ସାମରଥଯେ ଲାଖ ବିନ୍ଧିବ କନ୍ୟା ଦେବଇ ୟେ ମୋର ସତ୍ୟ ।୯୫।ଦ୍ରୋପଦର ବଚନେ ମାନ ଚକ୍ରବ୍ରତୀକର୍ଣ୍ଣର ବଦନ ରାଜା ଚାହିଂଲା ତଡ଼ତି ।୯୬।କାହିଂକି ବିଳମ୍ବ କରୁଅଛ ମଇତ୍ରୟେ ବଚନ ଶୁଣି ଯେ ଆଦିତ୍ୟର ସୁତ ।୯୭।ସଭାରୁ ବାହାର ହୋଇଲା ବୀର କର୍ଣ୍ଣଧାର୍ମିକ ବିବେକ ସେ ସୁନ୍ଦର ଲୋହିତ ବର୍ଣ୍ଣ ।୯୮ଅମୃତ କୁଣ୍ଡଳ ଶୋଭିତ ବେନିକର୍ଣ୍ଣବାଳ ଅର୍କ ଜାତ ହୋଇଲାକି ୟେ ମଞ୍ଚ ଭୁବନ ।୯୯।ଶିରେ ମଣି ମୁକୁଟ ଚାଲନ୍ତେ ସିଘଂ ଠାଣିଦ୍ରୋପତୀ ବୋଇଲେ ୟେ କେବଣ ଦେଶର ନୃପମଣି ।୧୦୦।କେଶିନୀ ବୋଇଲା ତୁ ଗୋ ଶୁଣସି ପାଞ୍ଚାଳୀକୋଇନ୍ତାୟେ ବୀର୍ଯ୍ୟ ଦିଲେ ଅଂଶୁମାଳୀ ।୧୦୧।ଆଦିତ୍ୟର ବୀର୍ଯ୍ୟେ ଜାତ ୟେ କର୍ଣ୍ଣ ମହାବଳୀଅବିଭାଇତ କାଳେ ବିଦ୍ୟା ପରୀକ୍ଷା କଲେଭୋଜର ଦୁଲାଳୀ ।୧୦୨।ଲାଜେ ଦେବୀ ଗର୍ଭେ ନ ଧଇଲେ ଆଦିତ୍ୟଙ୍କ ବୀର୍ଯ୍ୟସଇନ୍ଦୁ କର୍ଣ୍ଣ ବାଟେ ଉପୁଜିଲା ଆତ୍ମଜ ।୧୦୩।କର୍ଣ୍ଣେ ଜାତ ହୋଇଲା କର୍ଣ୍ଣ ୟେହାର ନାମନିତ୍ୟାପତି ବିଧଂସଇ ଶତେଭାର ସୁବର୍ଣ୍ଣ ।୧୦୪।ଗାଢେ ଚାଲନ୍ତେ ଯେ ବସୁଧା ମୁଖରୁ ରୁଧିର ବହିଡରେଣ ନିତ୍ୟାପତି ଶତେ ବାର ସୁବର୍ଣ୍ଣ ଲାଞ୍ଚଦିଅଇ ମହୀ ।୧୦୫।ଦାନେ ଶୂରବନ୍ତା ମାନେ ଶୂରବନ୍ତା ବଳେଣ ବଳବନ୍ତାଦ୍ରିଯୋଧନର ମଇତ୍ର ୟେ ସାଂଗ୍ରାମେ ଶକତା ।୧୦୬।ଲାଖର ତଳେ ଯାଇଂ ପ୍ରବେଶ ବୀର କର୍ଣ୍ଣବଳରାମ ବୋଇଲେ ହୋ ଦେଖ ଜନାର୍ଦ୍ଦନ ।୧୦୭।ୟେହି କ୍ଷଣି କର୍ଣ୍ଣ ଯେ ମହାଲାଖ ବିନ୍ଧିବଦ୍ରୋପତୀ ଘେନି ରାଜା ମାନଗୋବିନ୍ଦ ଯିବ ।୧୦୮।ଗୋବିନ୍ଦେ ବୋଇଲେ ତୁମ୍ଭେ ଗ୍ୟାନୀଂ ମହାବ୍ରହ୍ମିତୁମ୍ଭର ବଚନ ମିଥ୍ୟା ହୋଇବକି ସ୍ୱାମୀ ।୧୦୯।ୟେମନ୍ତର ସମୟେ କର୍ଣ୍ଣ ମହାରଥୀବାମକରେ ଧନୁ ତୋଳି ଧଇଲା ତତକ୍ଷଣାନ୍ତି ।୧୧୦।ହୁଳେ ପାଦ ଦେଇ ମାଡ଼ିଲା ବେଗେ ଧନୁଅବନୀଳେ ଗୁଣ ବସାଇଲା ରାଧେବର ତନୁ ।୧୧୧।ଗୁଣ ଦେଇ ଧନୁ ଆମଞ୍ଚନ କଲାସାଧୁ ସାଧୁ କର୍ଣ୍ଣ ବୋଲି ସଭାୟେ ଧୁନିୟେ ଶୁଭିଲା ।୧୧୨।ଧୃଷ୍ଟଦୃମନକୁ ପଚାରିଲେ ବୀର କର୍ଣ୍ଣଲାଖର ଚରିତ କହ ତୋର କେଉଂଣ ବିଧାନ ।୧୧୩।ଧୃଷ୍ଟଦୃମନ କହଇ ଶୁଣ କର୍ଣ୍ଣ ମହାଛତ୍ରୀସାତତାଳ ଉଚ୍ଛର୍ଗ ଲାଖ ଉର୍ଦ୍ଧ ଗତି ।୧୧୪।ରାଧାଚକ୍ର ଅଛି ସହସ୍ରେକ ଧାରଶୂନ୍ୟେଣ ଭ୍ରମଇ ସେ କୁରାଳ ଚକ୍ର ଆକାର ।୧୧୫।ତହିଂର ଉପରେ ଅଛି ସୁବର୍ଣ୍ଣର ରୋହିସେ ରୂପ ନିରୋପିବୁ ଜଳ ଘଟଇ ଚାହିଂ ।୧୧୬।ଛାଇ ନିରୋପନ୍ତେ ତଳକୁ ହୋଇବ ଦୃଷ୍ଟିନାରାଜ ବିନ୍ଧିବ ଉପରକୁ କରିବ ମୁଷ୍ଟି ।୧୧୭।ଚକ୍ର ନିକିଳି ମାଛର ଫୁଟିବ ବାମ ଆଖିୟେସନେକ ସରୂପେ ବିନ୍ଧିଲେ ଦେବଇଂ ଚନ୍ଦ୍ରମୁଖୀ ।୧୧୮।କୁମାର ବଚନ ଶୁଣି କର୍ଣ୍ଣ ମହାରଥୀଲାଖ ପଟା ଉପରେ ଯାଇ ଉଠିଲେ ତତକ୍ଷଣାନ୍ତି ।୧୧୯।କୋଡ଼ା ଆମଞ୍ଚନ କଲା ଗୁଣ ଟଙ୍କାର ଶବଦବିଦ୍ୟାଧର ତ୍ରାସିଲେ ଶବଦ ଘୋରନାଦ ।୧୨୦।ତଳକୁ ଦୃଷ୍ଟି ଯେ ଉପରକୁ ମୁଷ୍ଟିକର୍ଣ୍ଣର ତହିଂକି ଯେ ସବୁଙ୍କରି ଦୃଷ୍ଟି ।୧୨୧।ଆକ୍ରେଷି କର୍ଣ୍ଣ ବୀର ବିନ୍ଧିଲା ନାରାଜଇଚାରି ତାଳ ଉଚ୍ଛର୍ଗେଣ ଚକ୍ରରେ ଅନ୍ତରୀକ୍ଷେ ବାଜଇ ।୧୨୨।ବାହୁଡ଼ି ନାରାଜ ପଡଇ ଭୂମି ଗତେନୋହିଲା ନୋହିଲା ବୋଲି ବୋଇଲେ ସମସ୍ତେ ।୧୨୩।ଲାଜ ପାଇ କର୍ଣ୍ଣ ବାହୁଡ଼ଇ ତଡ଼ତିସଭାରୁ ବାହାର ହୋଇଲେ ଦ୍ରୋଣ ମହାରଥୀ ।୧୨୪।ପ୍ରତଗ୍ୟାଂ କରି ଭାରଦ୍ୱାଦଶଙ୍କର ତନୁଆକ୍ରେଷି ଧଇଲେ ଦୁତୀ ପିନାକୀ ଧନୁ ।୧୨୫।ନାରାଜ ପୂରୋଇ ପଟା ଉପରେଣ ଉଠିତଳକୁ କରି ଦୃଷ୍ଟି ପଟା ଉପରକୁ ମୁଷ୍ଟି ।୧୨୬।ଆକ୍ରେଷି ନାରାଜ ବିନ୍ଧିଲେ ଦ୍ରୋଣଗୁରୁସୁଦ୍ରିଶେନ ଚକ୍ରେ ବାଜି ନାରାଜ ପଡ଼ିଲାକ ଦୂରୁ ।୧୨୭।ସଭାରେ ଲାଜ ପାଇଲେ ଗୁରୁ ମହାତମାପିତାର ଅଭିମାନ ବାହାର ଅଶସ୍ତମା ।୧୨୮।ପ୍ରତଗ୍ୟାଂ କରିଣ ସେ ଦ୍ରୋଣଙ୍କର ତନୁଗୁଣ ଟଙ୍କାର କରି କରେ ଧଇଲେ କଧନୁ ।୧୨୯।ପଟାର ଉପରେ ଉଠିଲେ ଯାଇଂ କୋପେଆକ୍ରେଷି ନାରାଜ ବିନ୍ଧିଲେ ପରିତାପେ ।୧୩୦।ଚାରିତାଳ ଉଚ୍ଛର୍ଗେ ସୁଦ୍ରିଶେନ ଚକ୍ରେ ବାଜିବେନି ଖଣ୍ଡ ହୋଇଲେ ନାରାଜ ଭୂମିରେ ପଡ଼ଇ ଭାଜି ।୧୩୧।ଲାଜ ପାଇ ବସିଲେ ଅଶସ୍ତମା ମହାରଥୀସଭାରୁ ବାହାର ହୋଇଲେ ଭୀଷ୍ମ ସେନାପତି ।୧୩୨।ଲାଖର ସନ୍ନିଧ୍ୟେ ମିଳିଲେ ଗାଙ୍ଗେବଆକ୍ରଷଣ କରି ଘେନିଲେ ଶିବଚାପ ବେଗ ।୧୩୩।ଭୀଷ୍ମେ ପଚାରିଲେ ଦ୍ରୋପଦର ବାଳେଆମ୍ଭେ ଯେବେ ଲାଖ ବିନ୍ଧିବୁ ଧର୍ମବଳେ ।୧୩୪।ଦାରା ସଂଘରଣ ଆମ୍ଭେ କରିଅଛୁ ବାବୁଆମ୍ଭେ ଲାଖ ବିନ୍ଧିଲେ କନ୍ୟା ଦ୍ରିଯୋଧନକୁ ଦେବୁ ।୧୩୫।ଶିଖଣ୍ଡୀ ବୋଇଲେ ବିନ୍ଧ ଯେ ତୋହୋର ଆଗ୍ୟାଂୟେବେ ଭୀଷ୍ମ ତୋହୋର ଦେଖିବା ପ୍ରତଗ୍ୟାଂ ।୧୩୬।ଧନୁ ଧରି ଭୀଷ୍ମେ ପ୍ରତଗ୍ୟାଂ କରୁଥିଲେଶିଖଣ୍ଡୀକି ଦେଖି ସେ ବାହୁଡ଼ି ଅଇଲେ ।୧୩୭।ଦ୍ରିଯୋଧନ ବୋଇଲା ତାତ ବାହୁଡ଼ିଲେ କିସ ଅର୍ଥେଭୀଷ୍ମେ ବୋଇଲେ ହୋ କଷଣ ପଡ଼ିଲାକ ମୋତେ ।୧୩୮।ସଭାରେ ମଉନ ବ୍ରତେ ବସିଲେ ମହାମଲ୍ଲସଭାରୁ ବାହାର ହୋଇଲେ ରାୟଗୁରୁ ଶଲ୍ୟ ।୧୩୯।ଲାଖର ତଳେ ଯାଇଂ ହୋଇଲେ ପରବେଶଧନୁ ବାମ କରେ ଧରି କଲେ ଗୁଣ ଘୋଷ ।୧୪୦।ପଟାର ଉପରେ ଉଠିଲେ ନାରାଜେକ ପୂରୋଇତଳକୁ ଦୃଷ୍ଟି ଉପରକୁ ମୁଷ୍ଟି କରି ବିନ୍ଧିଲେ ନିଠାଇ ।୧୪୧।ତିନି ତାଳ ନାରାଜ ଯେ ଉପରକୁ ଉଠିଭୂମିରେଣ ନାରାଜ ଯେ ପଡ଼ିଲା ଲେଉଟି ।୧୪୨।ରାଜାମାନେ ହସିଲେ କରତାଳ ଦେଇଶଲ୍ୟ ମହାରଥୀ ବସିଲେ ଅପମାନ ପାଇ ।୧୪୩।ରାୟଗୁରୁ ଶଲ୍ୟ ଯହୁଂ ବସିଲେକ ଲାଜେଆସ୍ତାନୁ ଓହ୍ଲାଇଲେ କୃପ ଯେ ଆଚାର୍ଯ୍ୟେ ।୧୪୪।ଆଢୋ ଆଢୋ ବୋଲି ଯାଇଂ ଧନୁକୁ ଧଇଲେପଟାର ଉପରେ ଉଠି ନାରାଜ ବିନ୍ଧିଲେ ।୧୪୫।ସର୍ବେଣ ନାରାଜ ଯେ ଉଠିଲା ତାଳ ତିନିବାହୁଡ଼ି ନାରାଜ ପଡିଲା ମେଦିନୀ ।୧୪୬।ଦେଖିକରି ସମସ୍ତେ ହୋଇଲେ ବ୍ୟାଜ ବ୍ୟାଜଲାଜେଣ ବାହୁଡ଼ିଲେ କୃପ ଯେ ଆଚାର୍ଯ୍ୟ ।୧୪୭।ମଉନବ୍ରତ ହୋଇ ବସିଲେ ମହାଛତ୍ରୀସଭାରୁ ବାହାର ହୋଇ ଭୂରିସର୍ବା ମହାରଥୀ ।୧୪୮।ରେ ରେ କାର କରି ପଟାରେ ଉଠିଲେଲକ୍ଷେ ବଳ ଧନୁ ଧରି ହସ୍ତରେ ଆମଞ୍ଚିଲେ ।୧୪୯।ମହା ଭୀଷ୍ମ ମୂର୍ତ୍ତି କରି ନାରାଜେକ ସନ୍ଧିରୋଷଭରେ ମହାବୀର ନାରାଜ ଧରି ବିନ୍ଧି ।୧୫୦।ଚାରି ତାଳ ପରିଯନ୍ତେ ଉପରକୁ ବାଣ ଗଲାଚକ୍ରେଣ ହାବୋଡ଼ି ବାଣ ବାହୁଡ଼ି ଅଇଲା ।୧୫୧।ନୋହିଲା ନୋହିଲା ବୋଲି ବୋଇଲେ ସମସ୍ତ ରାଜଦେବାତହୁଂ ଲାଜ ପାଇ ଆସ୍ତାନେ ବସିଲେ ଭୂରିସର୍ବା ।୧୫୨।ଆସ୍ତାନୁ ଡେଇଂଣ ପଡ଼ିଲା ଜଦ୍ୟରଥଲାଖର ତଳେ ପରବେଶ ଦୁଶୀଳା ପ୍ରାଣନାଥ ।୧୫୩।ଧନୁ ଧରି ପଟା ଉପରେଣ ଉଠିତଳକୁ ଦୃଷ୍ଟି ଯେ ଉପରକୁ କଲା ମୁଷ୍ଟି ।୧୫୪।ଆକ୍ରଷଣ କରି ନାରାଜ ପୂରୋଇ ଉଛୁଡିଲାବେକର ଉପରେ ଧନୁ ମାଡ଼ିଣ ପଡିଲା ।୧୫୫।ମୁହଂ ମାଡ଼ି ତଳେ ପଡ଼ିଲା ନୃପତି ଜଦ୍ୟରଥନାସିକା ମୁହଂ ବାଟେ ବହଇ ଶୋଣିତ ।୧୫୬।ପଡ଼ିଣ ଅସାଷ୍ଟମ ଯେ ହୋଇଲା ନୃପମଣିଧୃଷ୍ଟଦୃମନେ ଧନୁ ଉପରୁ କାଢି ଆଣି ।୧୫୭।ପଳାଯା ବୋଲି କରି ପେଲି ଦିଲା ଶିଖଣ୍ଡୀପୁଣ ଥୋକାୟେ ଦୂରେ ପଡିଲା ମୁହଂ ମାଡ଼ି ।୧୫୮।କର୍ଣ୍ଣାଟ ଦେଶର ରାଜା କନ୍ଦର୍ପ ନୃପତିଲାଖ ବିନ୍ଧିବାକୁ ଆସଇ ମହାଛତ୍ରୀ ।୧୫୯।ଆକ୍ରେଷିଣ ଧନୁ ରାଜା କରେଣ ଧଇଲାପଟା ଉପରେ ଉଠି କୋଡ଼ା ଆମଞ୍ଚନ କଲା ।୧୬୦।ମାଡ଼ିଣ ଧନୁ ଯେ ପଡ଼ିଲା ହୃଦଗତେପଟାର ଉପରେ ରାଜା ପଡ଼ିଲା ମୋହଗତେ ।୧୬୧।ଧାଇଂ ଯାଇଂ ପାଖେ ମିଳିଲା ଶିଖଣ୍ଡୀଦୁଇ ହାଥେ ଧନୁ ଧରି ହୃଦରୁ ତାର କାଢି ।୧୬୨।ୟେମନ୍ତେ ଅପାର ରାଜା ବାହୁଡ଼ି ଅଇଲେଲାଖ ବିନ୍ଧି ନପାରି ଅଭିମାନେ ବସିଲେ ।୧୬୩।ତବଦ ହୋଇ ସଭାରେ ବସିଲେ ସମସ୍ତ ନୃପତିଲାଖ ବିନ୍ଧିବାକୁ କାହାର ନ ବଳଇ ମତି ।୧୬୪।ସଭାରେ ପ୍ରବେଶ ହୋଇଲେ ଧୃଷ୍ଟଦୃମନଭୋ ଦେବ ରାଜାଗଣମାନେ କିମ୍ପେ ହୋଇଲ ମଉନ ।୧୬୫।ଲାଖ ବିନ୍ଧିବାକୁ ଆସିବ ନା ଗୋସାଇଂୟେଡେ ଆର୍ଦ୍ଦୋଳି ମୁଂ ସହିଲି ଯହିଂର ପାଇଂ ।୧୬୬।ଅନ୍ତେ ଆସି ଯେ ହୋଉଛ ନିଷ୍ଫଳତୁମ୍ଭଙ୍କୁ ଲଜ୍ଜାତ ହୋଉଛ ସର୍ବକାଳ ।୧୬୭।ପୁଣ ପୁଣ ପଚାରଇ ସେ ଦ୍ରୋପଦର ବଚ୍ଛାଲାଖ ବିନ୍ଧିବାକୁ କାହାର ନାହିଂ ନା ଇଚ୍ଛା ।୧୬୮।ଲାଖର କତିକି ନ କରନ୍ତି ନା ନୟନକନ୍ୟା ନେମାକୁ ଯେ ସବୁଙ୍କର ମନ ।୧୬୯।ରାଜାୟେ ବୋଇଲେ ତୁମ୍ଭେ ଶୁଶସି ଶିଖଣ୍ଡୀଦେବଙ୍କୁ ଦୁର୍ଲଭ ଯେବଣ ଲାଖ ଖଣ୍ଡି ।୧୭୦।କାହିଂ ତୋର ଚକ୍ର କାହିଂ ତୋର ମତ୍ସଆବର ଅଶକ୍ୟ ଦେଖ ଧନୁ ବଳ ୟେକ ଲକ୍ଷ ।୧୭୧।ଅଦୃଷ୍ଟିକୁ ନାରାଜ ହୋ ବିନ୍ଧି ତ କିପାରିକେବଣ କେବଣ ରାଜା ଅଇଲେ ବାହୁଡ଼ି ।୧୭୨।ଦ୍ରୋପତୀ ବୋଇଲା ସଖୀ ସରିଲା ସୟମ୍ବରଲାଖ ବିନ୍ଧିବାକୁ ରାଜା କେହି ନୋହିଲେ ବାହାର ।୧୭୩।କେଶିନୀ ବୋଇଲା ବଡ଼ ବଡ଼ ରାଜାମାନେ ବିନ୍ଧି ନୁଆରିଲେସାମାନ୍ୟ ରାଜାୟେ ଡରେ ବାହାର ନୋହିଲେ ।୧୭୪।ଦ୍ରୋପତୀ ବୋଇଲେ ୟେ ଯେତେବେଳେ ଆରମ୍ଭିଲେ ସୟମ୍ବରମୁହିଂ ବୋଇଲି ୟେ ଲାଖ ଦେବଙ୍କୁ ଅଗୋଚର ।୧୭୫।ଦୁଷ୍ଟଭାଇଙ୍କର ବୁଦ୍ଧି ୟେଡ଼େକ ପରପଞ୍ଚଲାଖ ପାତିଲା ଦେବତାଳେ ସାତ ତାଳ ଉଞ୍ଚ ।୧୭୬।ମାନବ ତାଳକୁ ଅଣଚାଶ ତାଳ ଅଟଇନିରୋପି ଚାହିଂଲେ ଦିଶଇ ଅର୍ଦ୍ଧ ଆକାଶଇ ।୧୭୭।ଚକ୍ର ଉପରକୁ ବିନ୍ଧିବେ ନା ପ୍ରତକ୍ଷକେମନ୍ତେ ଦୃଷ୍ଟି ପାଇବ ଅଟଇ ନା ବଡ ଓଚ୍ଛ ।୧୭୮।ମାନବ ତାଳେ ସାତ ତାଳ ଯେବେ ହୁଅନ୍ତା ଯୁଗତେତାହା ବିନ୍ଧିବାକୁ ଅପାର ରାଜା ହୁଅନ୍ତେ ।୧୭୯।ଦେବ ତାଳେ ସାତ ତାଳ ଉଚ୍ଛର୍ଗ କଲାତହିଂର ଉପରେ ନେଇ ଚକ୍ରେକ ପାତିଲା ।୧୮୦।ସେ ଚକ୍ର ପୁଣ ନ ଥାଇ ସ୍ଥିର ହୋଇଅନୁବରତେ ଭ୍ରମୁଥାଇ କୁରାଳ ଚକ୍ର ପ୍ରାୟେ ହୋଇ ୧୮୧।ଆବର ବିପରୀତ ଦେଖ କନକର ମତ୍ସଚକ୍ର ଉପରକୁ ଯେ ବିନ୍ଧିବ ନା ପ୍ରତକ୍ଷ ।୧୮୨।ତାହା ନ କରି ଗୋ ପୁଣ ମାଛେକ ଭିଆଇଲାସେ ମାଚ୍ଛର ଦେହକୁ କିମ୍ପେ ଲାଖ ଗୋ ନ କଲା ।୧୮୩।ସେ ମାଛର ପୁଣ କଲା ବାମ ଆଖିୟେହେନେକ ପରପଞ୍ଚ କଲା ବିଚାରନି ସଖୀ ।୧୮୪।ଭୂମିରେ ଥାଇ ସିନା ବିନ୍ଧିବାକ ଶରତାହା ନ କରି ପଟାୟେକ କଣ୍ଟିଲା ତାଳେକ ଉପର ।୧୮୫।ତହିଂ ଉପରେ ଉଠି ଧନୁକୁ ଧଇଲେମୁଣ୍ଡ ବୁଲାଇ ପଡ଼ନ୍ତି ତଳକୁ ଦୁଷ୍ଟି ଦିଲେ ।୧୮୬।ଯେ ଯାହାର ଧନୁ ତାହାକୁ ସେ କଳତାହା ଛାଡ଼ି ଶିବ ଧନୁ କଲା ଲକ୍ଷେକ ବଳ ।୧୮୭।ୟେମାନ ସବୁ ଯେବେ କଲାକ ଅଶକ୍ୟନାରାଜ ବିନ୍ଧିବେନା ଉପରକୁ କରି ମୁଖ ୧୮୮।ଆବର ବିପରୀତ ଦେଖ ଉପରକୁ ଥିବ ମୁଷ୍ଟି ତଳକୁ ଥିବ ଦୃଷ୍ଟିଚକ୍ର ଭେଦି ମାଛର ବାମ ଚକ୍ଷୁ ଯିବ ଫୁଟି ।୧୮୯।ୟେହେନେକ ଅଗୋଚର ଲାଖ କାହିଂ ଅଛିଯେତେ ଧଂସି ହୋଇଲା କାର୍ଯ୍ୟ ନୋହିଲା କିଛି ।୧୯୦।ୟେଡ଼େସୟଂବର ସଖୀ ଗୋ ନିଷ୍ଫଳ ହୋଇଲାକରପତ୍ର ଯୋଡି କେଶିନୀ ମୁଦୁସୁଲୀ କହିଲା ।୧୯୧।ମୋହୋର ବୁଦ୍ଧି ୟେକ କରିବୁକି ଗୋ ମାୟେଯେ ତୋହୋର ଇଚ୍ଛା କରିବୁକି ରାଜା ଗୋଟିୟେ ।୧୯୨।ପୂର୍ବେ ସୟମ୍ବର କଲା ଭୀଷ୍ମକ ନୃପତିଦେବତାନ୍ତ ଛାଡ଼ି ନଳକୁ ବରିଲା ଦମୟନ୍ତୀ ।୧୯୩।ଚନ୍ଦ୍ରଧ୍ୱଜ ରାଜାର ଦୁହିତା ଇନ୍ଦୁମତୀଇଚ୍ଛାୟେ ବରିଲା ସେହୁ ଅଜ ନରପତି ।୧୯୪।ଇଚ୍ଛାୟେ ବରିଲେ ସୀତା ଦେବ ରଘୁପତିଲକ୍ଷ୍ମୀଦେବୀ ଇଚ୍ଛାୟେ ବରିଲେ ଶ୍ରୀପତି ।୧୯୫।ସମୁଦ୍ର ମଛନୁଂ ଜାତ ବରୁଣର ଦୁହିତବ୍ରହ୍ମା ରୁଦ୍ର ଛାଡ଼ି ବରିଲେ ଜଗନ୍ନାଥ ।୧୯୬।ପଦ୍ମମାଧବ ଦୁହିତା ବରିଲା ଇନ୍ଦ୍ରଙ୍କୁସୁମିତ୍ରା ବରିଲେ ଯେ ଦଶରଥ ରାଜାଙ୍କୁ ।୧୯୭।ସୂର୍ଯ୍ୟ ସୟମ୍ବର କଲା ନାହିଂ କି ତପତୀଦେବତାନ୍ତ ଛାଡ଼ି ବରିଲା ଶମ୍ଭୁରାଣ ନୃପତି ।୧୯୮।ଋକ୍ମଣ ଯେ ଶିଶୁପାଳକୁ ବରିଥିଲେସେ ପୁଣି ଗୁପତେ ନାରାୟଣଙ୍କୁ ବରିଲେ ।୧୯୯।ତୋହୋର ବିଚାରୁ ୟେଥୁ ରାଜା ୟେକ ବରୟେ ମୋହୋର ବାକ୍ୟ ଦେବୀ ନିରାଧାର କର ।୨୦୦।ଦ୍ରୋପତୀ ବୋଇଲେ ଗୋ ଯାହା ବୋଇଲୁ ଏ ସତୟେ ରାଜାମାନଙ୍କୁ କାହାକଇଂ ନ ବଳଇ ମୋହୋର ଚିତ୍ତ ।୨୦୧।କେହେନେକ ଭିଆଣ ଗୋ କରିଅଛି ଚକ୍ରଧରସେହି ସେ ଜାଣନ୍ତି ସଖୀ ଆଶା ଯେ ମୋହୋର ।୨୦୨।ଅଭୟେ ମାହେଶ୍ୱରୀ ଗୋ ଅନାଦି ଶକତିସହସ୍ରେକ ଭୁଜେଣ ଯେ ଅଗ୍ନିରୁ ଉତପତ୍ତି ।୨୦୩।ଖଟ୍ୱାଙ୍ଗ ଡମ୍ବୁରୁ ପିନାକ ଶୂଳ ହସ୍ତରଶଙ୍ଖ ଚକ୍ର ଗଦା ପଦ୍ମ ଶାରଙ୍ଗ ଧନୁଧର ।୨୦୪।ଅଦୃଶ୍ୟେ ସୁଦ୍ରିଶେନ ନୀଳ ଚକ୍ରଧାରୀଛେଲ ବାବଲ କୋନ୍ତ ନାରାଜ କରେ ଧରି ।୨୦୫।ଗଦା ମୁଦୁଗର ଯେ କୋଦଣ୍ଡ ପିନାକୀମତୁଆଳ ତାଳେ ବାଜଇ ନବ ଲକ୍ଷ ଡାକି ।୨୦୬।ଶୂଳ ଶକତି ଅମୋହ ଶକତି ବଜ୍ର ଶକତିହିମ ଅସ୍ର ସୂର୍ଯ୍ୟ ଅସ୍ର ଅନଳ ତେଜ କାନ୍ତି ।୨୦୭।କାଳଫାଶୀ ନାଗଫାଶୀ , ଜଳଫାଶୀ ପରିମାଣିଅଭୟା କାନ୍ତାନୀ ମାତାଙ୍ଗୀ ମାର ଘୋର ଖଣ୍ଡଣୀ ।୨୦୮।କୋଦଣ୍ଡ ଅଜଙ୍ଗ ଧନୁ ଆଦ୍ରାବଳୀ ଧନୁଧାରୀନାରାୟଣ ଶହସ୍ର ମୋହୋନା ଶହସ୍ର ବଜ୍ର ଶହସ୍ର ଉଭାର ।୨୦୯।ମାନିନୀ ମାନବତୀ ଗୋ ଅଭୟେ ମହାଘୋର ରୂପାଅନନ୍ତ ନାଗଭୂଷଣୀ ଗୋ ଚରଣେ ଗଗନ କ୍ଷେପା ।୨୧୦।ପାତାଳେ ପାଦ ଯାହାର ଆକାଶେ ମୂର୍ଦ୍ଧନାଭସ୍ମ ବିଲେପନ , ଅଙ୍ଗେ ଶୋହେ ବଜ୍ରସେହ୍ନ ।୨୧୧।ପଟହ କୁଣ୍ଡଳୀ ଅଧାଟି ସରଗୁଣାପିନାକୀ ଖଟ୍ୱାଙ୍ଗ ଅଭୟ ବ୍ରହ୍ମସ୍ୱର ବୀଣା ।୨୧୨।ଚଞ୍ଚ ପୁଟ ଚାଞ୍ଚ ପୁଟ ଘଟି ଯେ ଉତ୍କଟିଭରହର ତାଣ୍ଡବ ଯେ ପଞ୍ଚତାଳେ ଖଟି ।୨୧୩।ବଂଶୀ ମନ୍ଦିରା ଘର୍ଘରା ବାଜେ ପୁଣି ପୁଣିମର୍ଦ୍ଦିଲୁ ଦତ୍ୟ ବଳ ମୋହିନୀ ଗୋସାମଣୀ ।୨୧୪।ଡିବି ଡିବି ଡମ୍ବରୁ ମାତାଙ୍ଗୀ ମତୁଆଳୀଗାବନ୍ତି ନାଚନ୍ତି ମନ୍ଦିରା ରସ ଭୋଳୀ ।୨୧୫।ଭୋଳ ରସେ ମତୁଆଳୀ ସୁରଙ୍ଗ ରସ ସଙ୍ଗିତାସର୍ବ ଭୟ ଭଞ୍ଜନୀ ଗୋ ଭଗତ ଜନଚିନ୍ତା ।୨୧୬।ଅରଷ୍ଟି ଅପାଦ ଗୋ ପାତକ ମୋର ଖଣ୍ଡିପର ଦୁଖେ କାତରା ଗୋ ଚଂଦ୍ରିକା ଚୂଳମଣ୍ଡି ।୨୧୭।ଚଣ୍ଡୀ ଚାମୁଣ୍ଡୀ ଭୈରବୀ ମିଳିଣ ସକଳେଭୂତ ପ୍ରେତ ପିଚାଶୁଣୀ ନାଚନ୍ତି କୁତୋହୋଳେ ।୨୧୮।ସ୍ତମ୍ଭନ ମୋହନ ବଶ ଉଚ୍ଚାଟନ ଭଜିମହା ରସେ ବୁଡ଼ାଇ ଯେ ମହୁ ମାଂସ ଭୋଜୀ ।୨୧୯।ଅମାର୍ଗ ମାର୍ଗ ଯାହାର ତ୍ରୈଲୋକ୍ୟ ୟେକ ଖଣ୍ଡତୁହି ଗୋସାମଣୀ ମଣୁ ମନୁକୁ ଚାରି ଦଣ୍ଡ ।୨୨୦।ଚଞ୍ଚଳା ଚର୍ଚ୍ଚିକା ମେଖଳା ଯେ ମହାଖଳାପ୍ରସନ୍ନେ ଅଭୟ ବର ଦେଉ ଗୋ ସର୍ବ ମଙ୍ଗଳା ।୨୨୧।ୟେ କଳି କାଳ ପାତକ ତୁହି ପାରୁ ଖଣ୍ଡିଶୂଦ୍ରମୁନି ସାରୋଳାଦାସକୁ ପ୍ରସନ୍ନ ହୋଇବାସିଦ୍ଧ ସାରୋଳାଚଣ୍ଡୀ ।୨୨୨।ୟେସନେକ ସ୍ତୁତି ଯହୁଂ କଲେକ ପାଞ୍ଚାଳୀସଦୟେ ପ୍ରସନ୍ନ ହୋଇଲେ ଭଦ୍ରକାଳୀ ।୨୨୩।ଧର୍ମ ଉଦିତ ଯେ ହୋଇଲା ପାଞ୍ଚାଳୀକିଆଗେ ଦୃଶ୍ୟ ହୋଇଲା ଶଙ୍ଖଚିଲ ଭଦଳିଆ ପକ୍ଷୀ ।୨୨୪।ବାମ ନୟନ ଦେବୀର ଯେ ଘନ ଘନ ଫୁରିଶୁଭ ଶକୁନ୍ୟ ଯେ ଦେଖାଇଲେ ଶାକେମ୍ବରୀ ।୨୨୫।ୟେମନ୍ତର ସମୟେ ଯେ ସ୍ୱାମୀ ବଳରାମକଥାୟେ ପୁଚ୍ଛା କରିବା ଶୁଣ ହେ ପୁରୁଷୋତ୍ତମ ।୨୨୬।ଅସମ୍ଭବ ଲାଖ ଯେ କଲାକ ଦ୍ରୋପଦଲାଖ ବିନ୍ଧି ନପାରିଲେ ରାଜାଗଣ ବୃନ୍ଦ ।୨୨୭।ନାରାୟଣ ବୋଇଲେ ଶୁଣିମା ବଳଦେବତୁମ୍ଭେ ଯେ ବୋଇଲ କର୍ଣ୍ଣ ମହାଲାଖ ବିନ୍ଧିବ ।୨୨୮।ବଳରାମେ ବୋଇଲେ ସେ ଅଟେ ଦୃଷ୍ଟି ଭେଦୀତେଣୁ ବିଚାରିଲୁ ଅବା କର୍ଣ୍ଣ ପାରେ ଲାଖ ବିନ୍ଧି ।୨୨୯।ୟେ ଲାଖ ବିନ୍ଧିବାକୁ ହରି କେ ଅଛି ସାମରଥୟେହା ସଞ୍ଚପି ମୋତେ କହସି ବାରତ ।୨୩୦।ଯହୁଂ କଷ୍ଠୋରେଣ ପଚାରିଲେ ସଂକ୍ରିଷେଣବଳରାମଙ୍କ ଅଗ୍ରତେ କହନ୍ତି ନାରାୟଣ ।୨୩୧।ସାବଧାନେ ଶୁଣ ଦେବ ବଦୟନ୍ତି ଶ୍ରୀବଚ୍ଛିତିନି ଭୁବନେ ବିନ୍ଧନ୍ତା ଦେବ ତିନି ଜଣ ଅଛି ।୨୩୨।ବଳରାମ ବୋଇଲେ ଶୁଣ ଜଗନ୍ନାଥସରୂପ କହ କିନା କେ ବିନ୍ଧିବ ମହାଲାଖ ।୨୩୩।ଜଗନ୍ନାଥେ ବୋଇଲେ ଆକାଶେ ବିନ୍ଧି ପାରଇ ସୁରପତିପାତାଳେ ବିନ୍ଧି ପାରଇ ବାସୁକି ଯୁଗତି ।୨୩୪।ମଞ୍ଚେ ବିନ୍ଧି ପାରଇ ବୀର ଫାଲଗୁନିତୈଲୋକ୍ୟର ମଧ୍ୟେ ସର୍ବେ ଅଛନ୍ତି ଜଣ ତିନି ।୨୩୫।ହଳୀ ବୋଇଲେ ଇନ୍ଦ୍ରଦେବତା ଲାଖ ବିନ୍ଧି ପାରଇ ଯେବେଅମର ପୁରେ ତେଜି କିମ୍ପା ନଇଲା ବାସବେ ।୨୩୬।ଜଗନ୍ନାଥେ ବୋଇଲେ ଶୁଣ ଦେବ ହଳପତିପୁରନ୍ଦରକୁ ଅଯୋଗ୍ୟ ଅଟଇ ଦ୍ରୋପତୀ ।୨୩୭।ବଇବସୁତ ମନୁ ପୁଚ୍ଛା କଲେ ଅଗସ୍ତିଙ୍କିପ୍ରତକ୍ଷେ ପାଞ୍ଚାଳୀ ଅନଳୁଂ ଜାତ ଟିକି ।୨୩୮।ୟେ କଥା କହିଲେ ଜଗନ୍ନାଥେ ବଳଦେବଙ୍କ ଆଗେଇନ୍ଦ୍ର ଦେବତାଙ୍କୁ ଯିଘ୍ନସେନୀ ହୋଇଲା ଅଯୋଗ୍ୟେ ।୨୩୯।ପ୍ରତକ୍ଷେ ଦ୍ରୋପଦ ରାଜା ବ୍ରାହ୍ମଣ ନୃପତିମହାଯାଗ ଭେଦି କନ୍ୟା ଅନଳୁଂ ଉତପତ୍ତି ।୨୪୦।ଅଗସ୍ତି ବୋଇଲେ ଶୁଣ ବଇବସୁତ ମନୁମିଥ୍ୟା ବଚନ ନୁଆସଇ ନାରାୟଣଙ୍କର ବଦନୁଂ ।୨୪୧।ଅର୍ଜୁନର ଭାରିଯା ସେ ହୋଇବ ଯୁଗତେଇନ୍ଦ୍ର ଦେବତାଙ୍କର କୁଳ ବଧୂ ସେ ଅଟଇ ତେମନ୍ତେ ।୨୪୨।ବଳରାମଙ୍କୁ ବଞ୍ଚାଇଣ କହିଲେ ଦାମୋଦରଇନ୍ଦ୍ରକଇ ଅଯୋଗ୍ୟ ବୋଲି ବୋଇଲେ ନୀଳାମ୍ବରେଙ୍କଆଗର ।୨୪୩।ଶ୍ରୀବଳରାମେ ତାହା ନୁଆରିଲେ ଜାଣିଅଯୋଗ୍ୟ ହୋଇଲାରୁ ତ ନୁଆସିବ ବଜ୍ରପାଣି ।୨୪୪।ତୁ ଯେବେ ଲାଖ ବିନ୍ଧି ପାରିବୁ ବନମାଳୀଦ୍ୱାରିକାକୁ ଅବିଷେକୀ ୟେ ତ ଯୋଗାଇ ପାଞ୍ଚାଳୀ ।୨୪୫।ପ୍ରତକ୍ଷେ ଉତପତ୍ତି ଅଦାରା ଅଯୋନିମହାଯାଗୁଂ ଜାତ କଲେ ବ୍ୟାସ ମହାମୁନି ।୨୪୬।ନୀଳମ୍ବରଙ୍କ ଅଗ୍ରତେ ବଦୟନ୍ତି ଜଗନ୍ନାଥେମୁହିଂ କାହିଂ ବିନ୍ଧିବ ମୋତେ ଦ୍ରୋପତୀ ଅପ୍ରାପତେ ।୨୪୭।ମନ ଭେଦୀ ନାରାଜ ତ ମୋହୋର ତହିଂ ନାହିଂତେଣୁ ସେ ଅପ୍ରାପତ ଶୁଣ ହଳସାଇଂ ୨୪୮।ବଳରାମ ବୋଇଲେ ଶୁଣ ମଧୁହାରୀଇନ୍ଦ୍ରକୁ ଅଯୋଗ୍ୟ ତୋତେ ଅପ୍ରାପତ କୁମାରୀ ୨୪୯।ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବଜଦୁର ଘରେ ଦହନ ହେଲେ ପଞ୍ଚୁ ଯେ ପାଣ୍ଡବ ।୨୫୦।ଆବର ୟେଥେଂ କିମ୍ପା ଥିବାକ ଦୁଖ ପଡ଼ିସଞ୍ଚୟେ ଦ୍ରୋପତୀ ହୋଇଲା ଅବେହାଡ଼ୀ ।୨୫୧।ଉଠ ବାବୁ ବାସୁଦେବ ଦ୍ୱାରକାକୁ ଯିବାଖରା କାକର କୁହୁଡ଼ି ଶୀତରେ କିମ୍ପାଇଂ ପଡିଥିବା ।୨୫୨।ଶ୍ରୀଜଗନ୍ନାଥ ବୋଇଲେ ସ୍ୱାମୀ ରହିବା ଆଜକକାଲି ଅବଶ୍ୟ ଦେବ ବିନ୍ଧିବ ଜଣେ ଲାଖ ।୨୫୩।ବଳରାମ ବୋଇଲେ ମୋତେ କହୁକି ନା କହ୍ନାଇଆପଣେ ବିନ୍ଧିବୁ ଯେବେ ଆବର କିମ୍ପା ଆମ୍ଭନ୍ତ ଲୁଚାଇ ।୨୫୪।କରପତ୍ର ଯୋଡ଼ିଣ ବୋଲନ୍ତି ଜନାର୍ଦ୍ଦନକାଲି ପ୍ରଭାତେ ବିନ୍ଧିବ ଲାଖ ଅରଜୁନ ।୨୫୫।ନାରାୟଣଙ୍କ ବଦନୁ ୟେସନକ ବଚନ ଶୁଣିଆତ୍ମା ଉଚ୍ଛର୍ଗିଲା ପ୍ରାୟେ ବିରସ ଦେବ ହଳପାଣି ।୨୫୬।ଜଦୁର ଘରେ ପାଣ୍ଡବେ ହୋଇଲେ ଦହନଦିବସେ କୃଷ୍ଣ ତୁହିକି ଦେଖିଲୁ ସ୍ୱପନ ।୨୫୭।ଆମ୍ଭେ ସମସ୍ତେ ପାଣି ଦରଶନେ ଗଲୁପାଣ୍ଡବେ ଦହନ ହୋଉ ଅଛନ୍ତି ପ୍ରତକ୍ଷେ ଦେଖିଲୁ ।୨୫୮।ପଞ୍ଚୁ ପାଣ୍ଡବେ କୋଇନ୍ତା ବ୍ରାହ୍ମଣ ପୁରଞ୍ଚନଦହନ ହୋଇଲାଠାରେ ଯେ ଦେଖିଲୁ ବର୍ଣ୍ଣ ଚିହ୍ନ ।୨୫୯।ଅଗୋଚର କଥା ବାବୁ କହିଲୁ ବାସୁଦେବଆବର ବ୍ରତି କାହିଂ ଅଛନ୍ତି ପାଣ୍ଡବ ।୨୬୦।ନାରାୟଣ ବୋଇଲେ ସ୍ୱାମୀ ଶୁଣିମା ହଳହସ୍ତେପାଣ୍ଡବେ ଉତପତ୍ତି ଭାରାଭର ନିବାରିବା ଅର୍ଥେ ।୨୬୧।ଦେବ କୁଳେ ଅଛନ୍ତି ଦେବ ସୁରପତିଋଷିକୁଳେ ଅଛନ୍ତି ବ୍ୟାସ ମହାଯତି ।୨୬୨।ରାଜାକୁଳେ ସପକ୍ଷ ଅଛନ୍ତି ବିଦୁରମନ୍ତ୍ରୀ ଚୂଡ଼ାମଣି ସହଦେବ ସଙ୍ଗତର ।୨୬୩।ୟେହାଙ୍କର ଥାନ୍ତେ ପାଣ୍ଡବଙ୍କର ନାହିଂ ମୃତୁମତ୍ତ ଭୋଳନାଥ ନ ଜାଣ ତୁମ୍ଭେ ତତ୍ତୁ ।୨୬୪।ସଞ୍ଚୟେ ଯେବେ ପାଣ୍ଡବଙ୍କର ହୋଅନ୍ତା ନା ମୃତୁମୋତେ କାମପାଳ ସ୍ୱାମୀ କାହିଂ ତୁ ଦେଖନ୍ତୁ ।୨୬୫।ପାଣ୍ଡବଙ୍କର ମୃତୁ ପିଣ୍ଡକୁ ମୁହିଂ ଅଟଇ ସମିଧଛଡ ଜଣ ଆମ୍ଭେ ଉତପତ୍ତି ହୋଇଛୁ ୟେ ଭୁବନର ମଧ୍ୟ ।୨୬୬।ଜଗନ୍ନାଥଙ୍କର ତହୁଂ ଶୁଣି ନିଷ୍ଠୁର ବାଣୀବଳରାମ ବିସରିଲେ ନାରାୟଣ ବଚନ ଶୁଣି ।୨୬୭।ମୁଂ ତୋର ସୋଦର ହରି ମୋତେ ତୋର ମାୟାଆମ୍ଭନ୍ତ ଲୁଚାଇ ପାଣ୍ଡବଙ୍କୁ ତୋହୋର ୟେଡ଼େ ଦୟା ।୨୬୮।ପାଣି ଦର୍ଶନେ ଯେ ମୋତେ ଘେନିଗଲୁମୃତୁପିଣ୍ଡ ଦେଖି ଯେ ମୃଚ୍ଛାଗତ ହୋଇଲୁ ।୨୬୯।ଅନେକ ବାଗେ ତୋତେ ମୁହିଂ କଲି ସମାର୍ଜନଭୂମିରେ ଲୋଟି ଯେ କରୁଥିଲୁ ତୁ ରୋଦନ ।୨୭୦।ୟେଡ଼େ କଥା ହରି କାହିଂକି ତୋର ଗଲାକାଳେ ଆସି ପୁଣ ବାବୁ ୟେମନ୍ତ ହୋଇଲା ।୨୭୧।ମୋତେ ହରି ହିଆରେ ତୋହୋର ୟେଡ଼େ କଇତବ କଥାତୋହୋର ସଙ୍ଗରେ ହରି ନଥାଇ ସର୍ବଥା ।୨୭୨।ୟେତେ ବୋଲି ବଳରାମେ ରାଗେ ଉଠିଗଲେମୁହଂ ତୋର ନ ଚାହିଂବି ବୋଲିଣ ବୋଇଲେ ।୨୭୩।କାଦମ୍ବରୀ ପାନେ ଭୋଳ ଯାହାର ମତିଥୋକାୟେ ଦୂର ଯାଇ ଭାଳନ୍ତି ଶାନ୍ତି ମୃତି ।୨୭୪।ଆମ୍ଭେ ଯେବେ ୟେଥୁ ରାଗେ ଯିବା ଆଜପାଣ୍ଡବଙ୍କୁ ଅଭାବ ବୋଲି ବୋଲିବେ ଦେବରାଜ ।୨୭୫।ଥୋକାୟେ ଦୂରୁଂ ବାହୁଡ଼ିଲେ ଦେବ ବଳେବରପୁଣିହିଂ ଆସି ବସିଲେ ଜଗନ୍ନାଥଙ୍କର କତିର ।୨୭୬।ପରମ କଲ୍ୟାଣ ବାବୁ ହୁଅସି ଶ୍ରୀପତିସତେହେଂ କି ପାଣ୍ଡବେ ଅଛନ୍ତି ନା ବ୍ରତି ।୨୭୭।ପାଣ୍ଡବେ କୁଶଳେ ଯେବେ ଅଛନ୍ତି ପାଞ୍ଚଭାଇଜଦୁର ଘରେ ଆନ କେ କେ ହୋଇଲେ ଯେ ଦହି ।୨୭୮।ଗୋବିନ୍ଦେ ବୋଇଲେ ସ୍ୱାମୀ ଶୁଣିମା ନୀଳାମ୍ବରପାଣ୍ଡବନ୍ତ ମାରିବା ନିମନ୍ତେ ଭିଆଇଲେ ଜଦୁର ଘର ।୨୭୯।କକଡ଼ା ମାସ ଶୁକ୍ଳ ପକ୍ଷ ପଞ୍ଚମୀ ଭୂମିବାରମହା ବରଷଣ କଲାକ ଦେବ ଅତିଘୋର ।୨୮୦।ଅଜର ନାମେଣ ଦେବ ଯେ ୟେକଇ କିରାତକଉଶିକ ବନେ ଗୃହ ବାସ ତାର ସ୍ଥିତ ।୨୮୧।ସେ କିରାତ ନାଶ ଗଲା ବଜ୍ରର ବିଘାତେକିରାତୁଣୀ ପଳାଇଲା ତୁଲେ ଘେନି ପଞ୍ଚ ଗୋଟି ପୁତ୍ରେ ।୨୮୨।ଜଦୁର ଘରେ ଯାଇ ଆଉଜିଲେ ନିଶା ରାତିଜୟନ୍ତା ନାମ ଶୁଣି କୋଇନ୍ତାୟେ କଲେକ ପୀରତି ।୨୮୩।ପଞ୍ଚ ଗୋଟି ପୁତ୍ର ଘେନି ରହିଲା ଜଦୁର ଘରେପୁରଞ୍ଚନ ପଣ୍ଡା ଥିଲା ତାହାଙ୍କର ସଙ୍ଗରେ ।୨୮୪।ସେହି ରାତି ପଞ୍ଚୁପାଣ୍ଡବେ ବାହାର ହୋଇଗଲେଭୀମସେନ ପୁର ଦହିଲା ସମସ୍ତେହେଂ ନାଶ ଗଲେ ।୨୮୫।ତହୁଂଣ ସୁରନଦୀ ପାର ହୁଅନ୍ତେ ପଞ୍ଚୁବୀରେକୁମ୍ଭୀର ଦତ୍ୟ ମାଇଲା ଭୀମସେନ ଜଳର ଭିତରେ ।୨୮୬।ଶବରୁଣୀ ପଞ୍ଚପୁତ୍ରେ ପୁରଞ୍ଚନ ପଣ୍ଡା ଲାଇୟେ ସାତେହେଂ ଜଦୁର ଘରେ ହୋଇଲେକ ଦହି ।୨୮୭।ପୂର୍ବର ଦୋଷେ ତାଙ୍କୁ ପଡ଼ିଲା ପ୍ରମାଦପାଣ୍ଡବେ ମଲେ ବୋଲି ଶୁଭିଲା ଶବଦ ।୨୮୮।ବିଦୁର ବୁଦ୍ଧିରେ ପାଣ୍ଡବେ ଗଲେ ବିମ୍ବରେ ଗଳିସୁର ନଦୀରେ ନାବ ଚଢି ହୋଇଲେକ ପାରି ।୨୮୯।କୁମ୍ଭୀରି ଦଇତକୁ ଭୀମ ମାଇଲା ସୁରନଦୀ ଭିତରେକୋଇନ୍ତା ଆଦି କରି ତହୁଂ ଚଳିଗଲେ ଖରେ ।୨୯୦।କିନ୍ନରି ଦଇତକୁ ମାଇଲା ମଧୁବନେହିଡ଼ିମ୍ବକ ବଧ୍ୟ କଲା ହିଡ଼ିମ୍ବକ ବନେ ।୨୯୧।ହିଡ଼ିମ୍ବିକୀକି ବିଭା ହୋଇଲେ ଭୀମସେନତାହାର ହୋଇଲା ଘଟଉତ୍କଚ ନନ୍ଦନ ।୨୯୨।ଓଡ଼ାଦି ଶିବପୁରେ ୟେକ ଚକ୍ରାନଗ୍ର କଲେଚାଣ୍ଡାଳ ବଳ ମାରି ବିଷ୍ଣୁକରକୁ ରାଜ୍ୟ ଦିଲେ ୨୯୩।ୟେକଚକ୍ରା ନଗ୍ରେ ମାଇଲା ବକ ରାକ୍ଷାସଅଙ୍ଗାରପନଙ୍ଗ ଯୁଦ୍ଧରେ ଜିଣିଲେ ବିବତ୍ସ ।୨୯୪।ଗୋବିନ୍ଦେ ବୋଇଲେ ସ୍ୱାମୀ ଶୁଣିମା ବଳେବରୟେ ବ୍ରାହ୍ମଣ ସଭାରେ ଅଛନ୍ତି ଯୁଝେଷ୍ଠି ଠାକୁର ।୨୯୫।ନାରାୟଣ ବଚନେ ଯେ କହନ୍ତି ସଂକ୍ରଷେଣକୁଶଳେ ବ୍ରତିଥାନ୍ତୁ ଯୁଝେଷ୍ଠି ନକୁଳ ସହଦେବ ଅର୍ଜୁନ ।୨୯୬।ୟେକା ମରନ୍ତା ଯେବେ ଭୀମା ବଡ଼ ମନ୍ଦଆମ୍ଭର ତୁଲେ ସେ କରି ଲୋଡ଼େ ଦ୍ୱନ୍ଦ ।୨୯୭।ଆମ୍ଭଙ୍କୁ ଦେଖିଲେ ସେ ନ ଉଠଇ ବସଇ ପିଠି କରିତାହାକୁ ମାତ୍ର ମୋର ହୃଦେକି ଅଟଇ ମୁରାରି ।୨୯୮।ଗୋବିନ୍ଦେ ବୋଇଲେ ସ୍ୱାମୀ ଯେବେ ଭୀମା ନାଶ ଯିବପୃଥିବୀର ଭାରା ଆନେ କେ ଉଶ୍ୱାସ କରିବ ।୨୯୯।ୟେମାନେ ଯେ ବସିଛନ୍ତି ମହା ମହା ବୀରସ୍ୱାମୀ ପୃଥୀ ନସହଇ ୟେହାଙ୍କର ଭାର ।୩୦୦।ବଳରାମ ବିସରିଲେ ଜଗନ୍ନାଥଙ୍କ ବଚନେଧୃତିରାଷ୍ଟର ପୋୟେ ଆବର ବ୍ରତିବେ କେସନେ ।୩୦୧।ପାଣ୍ଡବଙ୍କୁ ଯେବେ ତୋହୋର ୟେଡ଼େକ ସଦୟେନିଶ୍ଚୟେ ନାଶ ଗଲେ ଗାନ୍ଧାରୀ ଶତେ ପୋୟେ ।୩୦୨।ଶ୍ରୀବଳରାମେ ପଚାରିଲେ ଶୁଣ ହୋ ଗୋବିନ୍ଦିଅର୍ଜୁନ କିମ୍ପା ୟେବେ ନୁଆସଇ ଲାଖ ବିନ୍ଧି ।୩୦୩।କାମପାଳ ସ୍ୱାମୀଙ୍କି ନାରାୟଣ ବୁଝାଇଅର୍ଜୁନ କାହୁଂ ଆସିବ ଯୁଧୁଷ୍ଠିରଙ୍କ ଆଗ୍ୟାଂ ନାହିଂ ।୩୦୪।କିମ୍ପାଇ ଆଗ୍ୟାଂ ତାକୁ ନଦିଅନ୍ତି ଧର୍ମସୁତଦେଖିବା କୁତୋହୋଳ ଲାଖ ବିନ୍ଧୁ ପାଥ ।୩୦୫।ଗୋବିନ୍ଦ ବୋଇଲେ ତାହୁଂ ଆଗ୍ୟାଂ ସେ ଦେବେଯୁଝେଷ୍ଠି ଠାକୁରରାଜାୟେ ଲାଖ ବିନ୍ଧ ବୋଲି ବୋଇଲେ ଦ୍ରୁପଦେଶ୍ୱର ।୩୦୬।ସେ ୟେତେବେଳକୁ ନୋହୋନ୍ତି ଅବିଷେକୀସେ ଘେନି ଯୁଝେଷ୍ଠି ଅର୍ଜୁନକୁ ନଦିଅନ୍ତି ବାକି ।୩୦୭।ଯେତେବେଳେ ଦ୍ରୋପଦ ବୋଲିବ ଆସନି ବ୍ରାହ୍ମଣଚାଣ୍ଡାଳ ଆଦି ଯେ ବ୍ରତିଯେ ଲାଖ ବିନ୍ଧିବ ତାକୁ ଦେବି ଦ୍ରୋପତୀ ଦୁହିତୀ ।୩୦୮।ତେତେବେଳେ ଆଗ୍ୟାଂ ଦେବେ ଯୁଝେଷ୍ଠିନିମିଷକେ ଲାଖ ବିନ୍ଧିବ କିରୀଟୀ ।୩୦୯।ୟେସନେକ ବିଚାରନ୍ତେ ରାମ କୃଷ୍ଣ ବେନିଧର୍ମ ଦେବତାଙ୍କୁ ସୁମରନ୍ତି ଯିଘ୍ନସେନୀ ।୩୧୦।ସଭାର ମଧ୍ୟେ ବିଜୟେ କଲେ ଦ୍ରୁପଦ ନୃପତ୍ୟେବୋଇଲେ ଗୋସାଇଂ ରାଜା ମାନେ ଲାଖ ବିନ୍ଧିବ ନାଯୁଗତେ ।୩୧୧।ରାଜାମାନେ ଯେବେ ନପାରିବେ ବିନ୍ଧିପାତ୍ର ଅମନାତ୍ୟସାମନ୍ତ ଯେତେ ଯୋଧୀ ।୩୧୨।ଯେ ଲାଖ ବିନ୍ଧିବ ଦେବଇ କୁଂମାରୀୟେ ମୋର ବଚନ ସତ୍ୟ ସତ୍ୟ ନିରାଧାରି ।୩୧୩।ଦଇତ ଦାନବ ପିଚାଶ ରାକ୍ଷାସ ସହିତେଦେବଇଂ ପାଞ୍ଚାଳୀ ୟେ ମୋହୋର ସତ୍ୟେ ସତ୍ୟ ।୩୧୪।ସମସ୍ତେ ତୁଷ୍ଟ ହୋଇଲେ ତାହା ଶୁଣିକଟାଳି ଦ୍ରୁପଦ ବୋଲଇ ପୁଣ ପୁଣି ।୩୧୫।ଆଦିହୁଂ ଆସନି ଚାଣ୍ଡାଳ ବ୍ରାହ୍ମଣ ଆଦି କରିଯେ ଲାଖ ବିନ୍ଧିବ ଦେବି ଦୁହିତା ମୋହୋରି ।୩୧୬।ଦ୍ରୁପଦ ବୋଲଇ ଯହୁଂ ନିରାଧାର ବଚନଯୁଝେଷ୍ଠି ଦେବେ ଚାହିଂଲେ ଅର୍ଜୁନ ବଦନ ।୩୧୭।ସ୍ୱାମୀଙ୍କ ଅନୁମତ ଦେଖିଣ ଫାଲଗୁନିଧାତିକାରେ ଉଠିଲା ସ୍ୱାମୀଙ୍କ ଦିବ୍ୟ ଆଗ୍ୟାଂ ଘେନି ।୩୧୮।ଅର୍ଜୁନ ଉଠନ୍ତେ ସଭାର ଦ୍ୱିଜମାନେସମସ୍ତ ବ୍ରାହ୍ମଣେ ଆସି ଧଇଲେ ଫାଲଗୁନେ ।୩୧୯।ଆହେ ପଣ୍ଡାୟେ ତୁମ୍ଭେ ଉଠିଲ କାହିଂକିଲୋଭ କଲକି ସୁନ୍ଦର କନ୍ୟାଦେଖି ।୩୨୦।ମହା ମହା ରାଜାମାନେ ପାଉଛନ୍ତି ଲାଜତୋହୋ ସାଦ୍ରିଶେ ବାବୁରେ ନାହିଂନା ନିଲ୍ଲଜ ।୩୨୧।ବ୍ରାହ୍ମଣ ବିଶେଷେ ଆମ୍ଭର ଅଟଇ କୁଶ କାଇଂଶରାଜକୁମାରୀକି ତୋର କିପାଇଂ ମୁହାଂଶ ।୩୨୨।ଲାଖ ବିନ୍ଧି ନପାରିବୁ ପଳାଇବୁ ଝାତିବ୍ରାହ୍ମଣକୁ ମାର ବୋଇଲେ ଯେ ମାରିବେ ସବୁନ୍ତି ।୩୨୩।ଅନେକ ଦୂରୁଂ ଯେ ଅଇଲୁ କରିଅଛୁ ଆଶାଜୀବନ ଯାକ ଆମ୍ଭର ଦାନରେ ଭରସା ।୩୨୪।ବ୍ରାହ୍ମଣ କୁଳକୁ କଣ୍ଟକ ହୋଇଲୁରେ ବାବୁଦାନ ହିଂ ନପାଇବୁ ଆବର ପ୍ରାଣେ ନାଶ ଯିବୁ ।୩୨୫।ଦଦରା ଛତା ଚୀରା ପାଣ୍ଢୋଇ ଆବର ହରିଗୋବିନ୍ଦ ମୁଣିତିନିକି ପକାଇତୁ ଯେ ଉଠିଲୁ ଶିର ଝୁଣି ।୩୨୬।ସମସ୍ତ ବ୍ରାହ୍ମଣମାନେ ଅର୍ଜୁନକୁ ଧରି ବସାଇଲେୟେମନ୍ତ ଚରିତ୍ରମାନ ଦ୍ରୁପଦ ଦେଖିଲେ ।୩୨୭।ବ୍ରାହ୍ମଣ ଗୋଟିୟେ ଯେ ଉଠି ଆସୁଥିଲେସମସ୍ତ ବ୍ରାହ୍ମଣ ହୋଇ ତାହାକୁ ନିରୋଧିଲେ ।୩୨୮।ଧୃଷ୍ଟଦୃମନକୁ ରାଇଣ ବୋଇଲେ ଦ୍ରୁପତେଆଦି ଛତ୍ରୀ ବିପ୍ରେ ଯେ ଅଟନ୍ତିନା ଯୁଗତେ ।୩୨୯।ବ୍ରାହ୍ମଣ କୁଳେ ପ୍ରଶୁରାମେ ଉତପତ୍ତିସେହି ସେ ୟେକୋଇଶ ବାର ନିଛତ୍ରୀ କଲା ପୃଥୀ ।୩୩୦।କେବଣ ମହାତ୍ମା ଅବା ସେଅଛି ଗୁପତେବ୍ରାହ୍ମଣ ସଭାକୁ ଚାହିଂ ବୋଲଇ ଦ୍ରୋପଦ ନୃପତ୍ୟେ ।୩୩୧।ଗୋସାଇଂ ଯାହାର ଗୁଣ ବିଦ୍ୟା ଅଛଇ ଶରୀରେଲାଖ ବିନ୍ଧିବା ହୋଉ ଦ୍ରୋପତୀକି ଦେବଇଂ ତାହାରେ ।୩୩୨।ପୁଣ ଯୁଝେଷ୍ଠି ଚାହିଂଲେ ଅର୍ଜୁନର ମୁଖବାହା ନାଦ କରି ସେ ସଭାରୁ ଉଠିଲା ବିବଚ୍ଛ ।୩୩୩।ପୁଣ ବେଢିଲେ ଆସି ବ୍ରାହ୍ମଣ ଗଣମାନେବଡ଼ାଇ ନିଲ୍ଲଜ ପ୍ରକୃତି ତୁରେ ବହିଲୁ କେସନେ ।୩୩୪।ବ୍ରାହ୍ମଣ ହୋଇ ତୋର କିମ୍ପେ ୟେଡ଼େକ ଭରସାଇନ୍ଦ୍ର ପଦେ ବସିବାକୁ ବଳାଉ ମନସା ।୩୩୫।ଆମ୍ଭେ ବ୍ରାହ୍ମଣ ଅଟୁ ଭିକ୍ଷାବାସୀରାଜକୁମାରୀ ହୋ ଆମ୍ଭର ନୁଆସି ।୩୩୬।ଅର୍ଜୁନର ହସ୍ତ ଧରି ବ୍ରାହ୍ମଣ ଗଣମାନେପଚାରନ୍ତିବାରତା ଯୁଝେଷ୍ଠିଙ୍କ ସନ୍ନିଧାନେ ।୩୩୭।ଆହୋ ପଣ୍ଡାୟେ ୟେ ତୁମ୍ଭର କିସ ଯେ ହୁଅନ୍ତିଯୁଝେଷ୍ଠି ବୋଇଲେ ଆମ୍ଭରକନିଷ୍ଠ ଭ୍ରାଥ ସେଟି ।୩୩୮।ୟେ ଯେବେ ପଣ୍ଡାୟେ ଭ୍ରାଥ ଅଟନ୍ତି ତୁମ୍ଭରୟେଡ଼େଦୁଷ୍ଟକୁ କିମ୍ପେ ରଖିଛ ସାଙ୍ଗର ।୩୩୯।ଅନେକ ଦୂରୁଂ ଯେ ଅଇଲୁ ଦାନ ଆଶେୟେହାର ପ୍ରମାଦେ ସମସ୍ତେ ଯିବେ ନାଶେ ।୩୪୦।ଯୁଝେଷ୍ଠି ଦେବେ ବୋଇଲେ ରହ ରହ ଦ୍ୱିଜବରେଲାଖ ବିନ୍ଧିଲା ଲୋକହିଂ ସେ ଲାଜ ପାଇବନା ସଭାରେ ।୩୪୧।ଯେ ଲାଖ ବିନ୍ଧି ନ ଗଲା ନ ପାଇଲା କିଛି ଲାଜତୁମ୍ଭେ କିମ୍ପେ ବ୍ରାହ୍ମଣେ ନିରୋଧ କର ଆଜ ।୩୪୨।ଯାହା ଶରୀରେ ଅଛି ଗୁଣ ବିଦ୍ୟାସାଧନ ନଥିଲେ ସେ କି ଯାଇ ପାରଇ ସିଧା ।୩୪୩।ଯୁଝେଷ୍ଠି ଦେବ ଦେଖାଇଲେ ଭୀମସେନକୁୟେ ପଣ୍ଡାୟେ କିମ୍ପେ ନଗଲେ ଲାଖ ବିନ୍ଧିବାକୁ ।୩୪୪।ଅର୍ଜୁନର ହାଥେ ଧଇଲେ ଯୁଝେଷ୍ଠିଦେଖ ହୋ ବେନି ଭୁଜେ ଫଳି ଅଛି ଗୁଣ ଘୃଷ୍ଟି ।୩୪୫।ଯାଅ ହେ ପଣ୍ଡାୟେ ସୁଖେ ଲାଖ ବିନ୍ଧସଭିୟେ କଲ୍ୟାଣ କର ନକର ନିଷେଧ ।୩୪୬।ସମସ୍ତ ବ୍ରାହ୍ମଣ ତହିଂ କଲ୍ୟାଣ ଧୁନି ଭାଷିଲାଖ ବିନ୍ଧ ତୋତେ ପ୍ରାପତ ହୋଉ ଶୁଭ୍ରକେଶୀ ।୩୪୭।କଲ୍ୟାଣ କଲ୍ୟାଣ ବୋଲି ଶୁଭିଲାକ ଧୁନିଲାଖ ବିନ୍ଧ ପ୍ରାପତ ହୋଉ ଯିଘ୍ନସେନୀ ।୩୪୮।ସୁମନେଣ ଆଗ୍ୟାଂ ଦିଲେକ ଯୁଝେଷ୍ଠିଶତ୍ରୁ ମାରି ଉଭା ହୁଅ ନଶୁ ତୋ ଅରଷ୍ଟି ।୩୪୯।ସମାସ୍ୟା କରନ୍ତି ବାସୁଦେବ ବଳରାମଙ୍କୁୟେଣେ ଚଛୁ ପଡ଼ି ଅଛି ବ୍ରାହ୍ମଣ ସଭାକୁ ।୩୫୦।ଦେଖିଲେ ଅର୍ଜୁନର ବିକ୍ରମ ପାଦଗତିଆସ୍ତାନ ତେଜି ବାସୁଦେବ ଉଠିଲେକ ଝାତି ।୩୫୧।ବଦନ୍ତି ନାରାୟଣ ଆଜ ନିସ୍ତରିଲିପ୍ରାଣର ସଖା ଅର୍ଜୁନକୁ ମୁଂ ନୟନେ ଦେଖିଲି ।୩୫୨।ଯିସ ଅବା ଦୃଷ୍କୃତ ଶରୀରେ ମୋହୋର ଥିଲାତୋହୋର ମୁଖ ଚାହାନ୍ତେ ସର୍ବ କ୍ଷୟ ଗଲା ।୩୫୩।ୟେମନ୍ତେ କୃତ୍ୟ ହୁଅନ୍ତେ ମଧୁରିପୁଦେଖିଣ ବଳରାମେ ବିରସିଲେ ବପୁ ।୩୫୪।ପାଦ ଗତି କରି ଚଳଇ ଫାଲଗୁନିଦେଖିଣ ସାନନ୍ଦ ହୋଇଲେ ବ୍ୟାସ ମହାମୁନି ।୩୫୫।ବିଦୁରେ ବୋଇଲେ ନିସ୍ତରିଲି ନିସ୍ତରିଲି ଆଜଦେଖିଲି ଅର୍ଜୁନକୁ ସୁଫଳ ମୋର କାର୍ଯ୍ୟ ।୩୫୬।କର୍ଣ୍ଣର ମୁଖ ଚାହିଂ ବୋଲଇ ଧୁଶାସନବ୍ରାହ୍ମଣ ଚରିତ ଭ୍ରାଥ ବୁଝିଲୁ କେସନ ।୩୫୭।ହୁନ୍ଦର ଗୋଟାୟେକ କରି ଅଛନ୍ତି ବ୍ରାହ୍ମଣେଉପହାସ ପାଇ ୟେଥୁଂ ଯାଆନ୍ତୁ ରାଜାଗଣମାନେ ।୩୫୮।ଦୁର୍ଜୟେ ବୋଇଲା ହୋ ସମସ୍ତେ ଖଣ୍ଡା ଘେନମାରିବା ସେହିଠାରେ ମରୁ ୟେବ୍ରାହ୍ମଣ ।୩୫୯।ଦୁଷ୍ଟଇ ବ୍ରାହ୍ମଣ ଅନର୍ଯ୍ୟାପୀ ଯୋଗୀମନ୍ଦବାଟୀ ସ୍ତିରୀ ତପୋଧନ ବଇରାଗୀ ।୩୬୦।ହଟକର୍ମ ଶାହସ୍ରେ ହେ ୟେସନେକ ଅଛିୟେହାନ୍ତ ମାଇଲେ ପାତକ ନାହିଂ କିଛି ।୩୬୧।ଦ୍ରିଯୋଧନ ବୋଇଲା ରେ ରହ ରହ ଧୁଶାସନସେବ୍ରାହ୍ମଣ ଗୋଟିକି ନଧର ଆନମନ ।୩୬୨।ଲାଖ ବିନ୍ଧୁ ୟେବେ ସେ ବ୍ରାହ୍ମଣ ଗୋଟିରାଜକନ୍ୟା କିସ କରିବ ଭିକ୍ଷାଶୀ ବ୍ରାହ୍ମଣ ସେଟି ।୩୬୩।ଧନଗୁଡ଼ାୟେ ଆମ୍ଭେ ଯେ ୟେହାକଇଂ ଦେବା ।କନ୍ୟାଗୋଟି ଘେନି ଆମ୍ଭେ ହସ୍ତିନାକୁ ଯିବା ।୩୬୪।ୟେସନେକ ଆଗ୍ୟାଂ ଯହୁଂ ଦିଲେ ମାନଗୋବିନ୍ଦସମସ୍ତେ ବୋଇଲେ ହୋ ବ୍ରାହ୍ମଣ ଲାଖ ବିନ୍ଧ ।୩୬୫।ଭୀଷ୍ମେ ପଚାରିଲେ ଦ୍ରୋଣଙ୍କ ମୁଖ ଚାହିଂଚିହ୍ନି ପାରିଲଟି କି ୟେ ବ୍ରାହ୍ମଣ ଗୋଟିକଇ ।୩୬୬।ଦ୍ରୋଣେ ବୋଇଲେ ଆମ୍ଭେ ବରଯାତ୍ରୀମାନେ ଅଛୁ ବସିୟେତେବେଳେ ବର ଗୋଟି ମିଳିଲାକ ଆସି ।୩୬୭।ମହାସାନନ୍ଦେ ଭୀଷ୍ମଙ୍କୁ କହିଲେ ଦ୍ରୋଣ ମହାରଥୀନାଶ ଗଲେ ବୋଲି ବୋଇଲେ ଯେ ପାଣ୍ଡବେ ଛନ୍ତି ବ୍ରତି ।୩୬୮।ଅର୍ଜୁନର ପ୍ରତଗ୍ୟାଂ ହୋ ୟେହି କ୍ଷଣି ଦେଖସଭା ମଣ୍ଡିଲା ଯେ ବିନ୍ଧିବ ମହା ଲାଖ ।୩୬୯।ଭୀଷ୍ମ ବୋଇଲେ ତ ବଡ଼ାଇ ଦୁଲ୍ଲଭଜଦୁର ଘରେ ଦହନ ଦେଖିଲୁ ସଭାବ ।୩୭୦।ଭସ୍ମଗଲା ଲୋକ ଅଙ୍କୁରିଲା କେମନ୍ତେକିମ୍ଭୂତ ମାୟା ଯେ ନଜାଣିଲୁ ତଥ୍ୟେ ।୩୭୧।ଭୀଷ୍ମେ ବୋଇଲେ ହୋ ନୁଆରିଲୁ ଚିହ୍ନିସତେହେଂ ହୋଇବକି ପାଣ୍ଡବ ଫାଲଗୁନି ।୩୭୨।ଭୀଷ୍ମେ ବୋଇଲେ ଦ୍ରୋଣେ ଥିର ହୋଇ ଥିବାଆବର ଘଡିକେ ସତ୍ୟ ତଦନ୍ତ ଜାଣିବା ।୩୭୩।ଦ୍ରୋପଦ ରାଜା ବାଢିଅଛି ୟେ ଉପନଧନୁ ଶହସ୍ର ଗଦା ମୁଦୁଗର ଧନ ମାନ ।୩୭୪।ଦରିଦ୍ର ହୋଇଣ ଯେବେ ଆସଇ ଲାଖ ବିନ୍ଧିବାକୁସେ ରହିଣ ଚାହିଂବ ଧନୁ କୁଢ ମାନଙ୍କୁ ।୩୭୫।ବୀର ହୋଇ ଯେବେ ଲାଖ ବିନ୍ଧି ଆସିବକୋନ୍ତ ଗଦା ମୁଦୁଗର ଖଡ୍ଗ ଧନୁ ଆମଞ୍ଚିବ ।୩୭୬।ଛତ୍ରୀ ହୋଇ ଯେବେ ଆସଇ ଲାଖ ବିନ୍ଧିଧନୁ ଧରି ଆମଞ୍ଚିବ ସେ ନିଚୟେ ବଡ଼ ଯୋଧୀ ।୩୭୭।ଯେବଣ ଛତ୍ରୀ ଅଟଇ ଶ୍ରୀନାରାୟଣ ଭଗତପୁରାଣ ପୁସ୍ତକ ଲୟେ କରି ସେ ବଖାଣିବଲାଖ ବିନ୍ଧିବା ତଦନ୍ତ ।୩୭୮।ୟେମନ୍ତ ସନ୍ତକମାନ ଥୋଇ ଦ୍ରୁପଦ ନୃପତ୍ୟେଉପହାର ଗୋଟିୟେ ବୋଲି ବୋଲିବେ ଲୋକିତେ ।୩୭୯।ଅର୍ଜୁନ ସେ ଠାବରେ ହୋଇଲେ ଯେ ପରବେଶଧନକୁଢମାନ ନିନ୍ଦଇ ୟେଥେଂ ପିରୋଜନ କିସ ।୩୮୦।ଧନକୁଢମାନ ଜିଣିଗଲା ପାଥଧନୁ ଗୋଟି ଦେଖି ଧଇଲା ବାମ ହସ୍ତ ।୩୮୧।ଆମଞ୍ଚନ କରି ବାହୁଡ଼ାଇଂ ଥୋଇରାଜାୟେ ବୋଇଲେ ୟେ ତ ଭିକ୍ଷୁକ ନୋହଇ ।୩୮୨।ୟେ ଯେବେ ନିଚୟେ ଭିକ୍ଷାବାସୀ ହୁଅନ୍ତାରତ୍ନ ଅଳଙ୍କାରମାନ ଶରୀରେ ଆଭରଣ କରନ୍ତା ।୩୮୩।ଧନୁ ବାହୁଡ଼ାଇ ଥୋଇଲା ଫାଲଗୁନିପୁରାଣ ପୁସ୍ତକ ଘେନି ନିରୋପଇ ମନେ ମନେ ଗୁଣି ।୩୮୪।ଦ୍ରୋପତୀ ବୋଇଲେ ସଖୀ ପାଇଲି ସନ୍ଦେଶୟେତେବେଳେ ଶୁଭ ଶଙ୍କୁନ ହୋଇଲା ପରବେଶ ।୩୮୫।କେଶିନୀ ମୁଦୁସୁଲୀକି ବୋଇଲେ ଦ୍ରୋପତୀଆଗୋ ୟେତେବେଳେ ବର ଅଇଲାଆଉମାନେ ବରଯାତ୍ରୀ ।୩୮୬।ସଖୀ ୟେହି ବ୍ରାହ୍ମଣ ଗୋଟି ହାଦେ ଲାଖ ବିନ୍ଧିବୟେହି ସେ ନିଚୟେ ଅଟଇ ମୋହୋର ବଲ୍ଲଭ ।୩୮୭।କେଶିନୀ ବୋଇଲା ଗୋ ଯେହ୍ନେ ତୋର କର୍ମକେହେନ୍ନେ ପାପ ଲକ୍ଷେଣ ଗୋ ହୋଇଲୁ ତୁ ଜନ୍ମ ।୩୮୮।ୟେ ଲକ୍ଷେ ରାଜା ଯେ ମୃଧୁନା ଅବିଷେକୀଇଚ୍ଛା ନ ବଳିଲା ତୋର ୟେମାନନ୍ତ ଦେଖି ।୩୮୯।ଭିକ୍ଷାଶୀ ବ୍ରାହ୍ମଣର ହୋଇବୁ ମନୋହାରୀରାଜାନ୍ତ ଛାଡ଼ି ୟେହାର ହୋଇବୁ ଯେ ନାରୀ ।୩୯୦।ଦ୍ରୋପତୀ ବୋଇଲେ ଗୋ ଶୁଣ ମୁଦୁସୁଲୀଯେତେବେଳୁଂ ୟେହାର ମୁଂ ବଦନ ଦେଖିଲି ।୩୯୧।ପଞ୍ଚୁଶର ଘେନିକି ସତେ ବିଜୟେ ଅନଙ୍ଗସେହି ସରୂପେ ମୋତେ ଦିଶିଲା ୟେହାର ଅଙ୍ଗ ।୩୯୨।ଯେତେବେଳୁଂ ୟେହାର ମୁଂ ଦେଖିଲି ବଦନକାମଶର ଘାତେ ମୋତେ ଯେ ପୀଡ଼ିଲା ମଦନ ।୩୯୩।ଆଗୋ ପ୍ରତକ୍ଷେ ଶଙ୍କୁନ ଯେ ସ୍ଥିର କରି ଦେଖୟେହିକ୍ଷଣି ବ୍ରାହ୍ମଣ ଯେ ବିନ୍ଧିବ ମହାଲାଖ ।୩୯୪।ପୂର୍ବେଣ ମୁଇଂ ଯେବେ ଅଛଇ ତପ କରିବ୍ରାହ୍ମଣର ଦୋହିତା ମୁଂ ବ୍ରାହ୍ମଣର ହୋଇବିମନୋହାରୀ ।୩୯୫।ୟେସନେକ ବିଚାରି ସେ ପରମ ମହାସତୀସୁମରଇ କାତ୍ୟାୟନୀ ଅନାଦି ଶକତି ।୩୯୬।ତୁ ଦେବୀ ବିଜୟେ ଗୋ କର ୟାର କନ୍ଧୁୟେହିକ୍ଷଣି ୟେ ବ୍ରାହ୍ମଣ ମହା ଲାଖ ବିନ୍ଧୁ ।୩୯୭।ୟେମନ୍ତର ସମୟେ ବୀର ଫାଲଗୁନିଲାଖର ତଳେ ଉଭା ତାକୁ କେହି ଯେ ନଚିହ୍ନି ।୩୯୮।କ୍ଷୀଣ ଦୁର୍ବଳ ଦେଖି ଉପହାସ୍ୟ କରନ୍ତି ସମସ୍ତେଧାତିକାରେ ଅର୍ଜୁନ ଧନୁ ଧଇଲା ବାମହସ୍ତେ ।୩୯୯।ଉର୍ଦ୍ଧ୍ୱ ବାହୁ କରି ଧନୁ ତୋଳିଲାକ ଘେନିସାଧୁ ସାଧୁ ବିପ୍ର ବୋଲି ସଭାରେ ଉଠିଲାକ ଧୁନି ।୪୦୦।ଶିଖଣ୍ଡୀ ଧୃଷ୍ଟଦୃମନ ଅଛନ୍ତି ବେନି ଭ୍ରାଥଅର୍ଜୁନ ପଚାରଇ ଲାଖର ଚରିତ କହନି କେମନ୍ତ ।୪୦୧।ବ୍ରାହ୍ମଣଙ୍କ ଅଗ୍ରତେ କହଇ ଦୃମନଶୁଣହୋ ଦ୍ୱିଜବର ଲାଖର ବିଧାନ ।୪୦୨।ଆନ ରାଜାମାନଙ୍କୁ ଯେ କରିଥିଲି ଗୋପ୍ୟତୋହୋର ଆଗେ ଆମ୍ଭେ କହୁଛୁଂ ସରୂପ ।୪୦୩।ଦେବ ତାଳେ ସାତ ତାଳ ଅଟଇ ଲାଖର ଉଞ୍ଚରାଧାଚକ୍ରେକ ତହିଂ ବୁଲଇ ସୁସଞ୍ଚ ।୪୦୪।ସେ ଚକ୍ର ଅଟଇ ଯେ ସହସ୍ରେକ ଧାରପବନୁଂ ବେଗେ ଭ୍ରମଇ କୁରାଳ ଚକ୍ର ଆକାର ।୪୦୫।ତହିଂର ଉପରେ ଅଛି କନକର ମାଛଦୁତୀ ପିନାକୀ ଜାଣ ଧନୁ ବଳ ୟେକ ଲକ୍ଷ ।୪୦୬।ତାଳେକ ଉପରେଣ ପଟାୟେକ କଣ୍ଟିତହିଂର ତଳେ ଅଛି ତୀର୍ଥ ଜଳ ଘଟ ଗୋଟି ।୪୦୭।ତଳକୁ କରିବ ଦୃଷ୍ଟି ଉପରକୁ କରିବ ମୁଷ୍ଟିଜଳଘଟେ ଛାୟା ନିରୋପିବ ମୀନର ଦୃଷ୍ଟି ।୪୦୮।ଚକ୍ର ଭେଦି ମାଛର ବାମ ଚଛୁ ଯିବ ଫୁଟିୟେତେ ସରୂପେ ଲାଖ ବିନ୍ଧିଲେ ନେମ କନ୍ୟା ଗୋଟି ।୪୦୯।ଅର୍ଜୁନ ବୋଇଲା ମୁଂ ଯେବେ ଲାଖ ବିନ୍ଧିବବଳ ଦୁର୍ବଳ ପଡ଼ିଲେ ମୁଂ କେମନ୍ତେ କରିବି ।୪୧୦।ରାଜାମାନଙ୍କର ସନ୍ୟ ଅଛନ୍ତି ଅପ୍ରମିତେନପୁଣ ଦୁଷ୍ଟରାଜା ବଳାତ୍କାର କରନ୍ତିନା ମୋତେ ।୪୧୧।ଶିଖଣ୍ଡୀ ବୋଇଲା ଦ୍ୱିଜ ନଭାଳ ତୁମ୍ଭେ ୟେହାସାତ କ୍ଷଉଣୀ ବଳ ଘେନି ମୁଂ ତୋତେହୋଇବି ଯେ ସାହା ।୪୧୨।ତୁ ୟେବେ ଯାଇ ରାଜାଗଣନ୍ତ ପଚାରଲାଖ ବିନ୍ଧିବାକୁ ମନ ଅଛି କି ତାହାଙ୍କର ।୪୧୩।ଯେ ପାରନ୍ତୁ ଲାଖ ବିନ୍ଧନ୍ତୁ ଆସି ଆଜବ୍ରାହ୍ମଣ ବିନ୍ଧନ୍ତେନ ପୁଣ ରାଜାମାନେ ପାଅ ବଡ଼ ଲାଜ ।୪୧୪।ପଶ୍ଚାନ୍ତେ କୋପ ମୋତେ କରିତ ନ ଯୋଗାଇଅବରଣେ ମଧ୍ୟ ପାତ୍ର ହୋଇଅଛି ମୁହିଂ ।୪୧୫।ୟେହା ଶୁଣି ଶିଖଣ୍ଡୀ ଯେ ବେଗେ ଚଳିଗଲାସଭା ମଧ୍ୟେ ଶବଦାଇ ରାଜାଙ୍କୁ କହିଲା ।୪୧୬।ଯେ ପାରିବ ଲାଖ ଆସି ବିନ୍ଧ ରାଜାଗଣନୋହିଲେ ଲାଖ ଗୋଟିକି ବିନ୍ଧୁଛି ବ୍ରାହ୍ମଣ ।୪୧୭।ନ ଶୁଣିଲା ପ୍ରାୟ ରାଜା କିଛି ନ କହିଲେଶିଖଣ୍ଡୀ ଫେରିଯାଇ ବ୍ରାହ୍ମଣ ଅର୍ଜୁନଙ୍କୁ କହିଲେ ।୪୧୮।ଧନୁ ଧରି ମନେ ବିଚାରଇ ଫାଲଗୁନ୍ୟୟେ ଧନୁରେ ଗୁଣ ଦେଇ ଅଛଇ ବୀରକର୍ଣ୍ଣ ।୪୧୯।ଗୁଣ ଦିଲା ଛତ୍ରୀଙ୍କି ଅଧେକ ଅଛି ଭାଗଛତ୍ରୀଙ୍କର ଧର୍ମ ୟେ ପୁରୁଷଙ୍କର ଅନୁରାଗ ।୪୨୦।ବାମ ପାଦ ଦିଲା ପାଥ ଡାହାଣ ଜାନୁ ଉପରେକିଞ୍ଚିତ ମାତ୍ରେ ଧନୁ ଧଇଲା ବାମ କରେ ।୪୨୧।ଆଣ୍ଠୁର ଉପରେ ଧନୁ ହୁଳ ବସାଇବାମ କରେ ଦୃଢ ମୁଷ୍ଟି କରି ଧନୁରୁ ଗୁଣ ଯେ ଓଲ୍ହାଇ ।୪୨୨।ଦେଖିଣ ଆଶ୍ରିଯ ଯେ ସକଳ ନୃପତିମାନବେ ତ ଗୋଚର ନୋହଇ ୟେସନେକ କୃତି ।୪୨୩।ଗୁଣ ଓଲ୍ହାଇ ପାଥ ଭୂମିରେ ଧନୁ ହୁଳ ଦେଇଧନୁ ସଳଖିଲା ବାମ ଆଣ୍ଠୁ ଯେ ପେଲାଇ ।୪୨୪।ପୁଣ ବିକାଶଇ ଯେ ଭଇରୋବ ମୂରତିୟେକା ଚରଣକେ ଉଭା ହୋଇଲାକ ପୃଥୀ ।୪୨୫।ଡାହାଣ ଆଣ୍ଠୁ ଉପରେ ବାମ ପାଦ ଦିଲାଅବନୀଳେ ବାସବି ଯେ ଧନୁରେ ଗୁଣ ଚଢାଇଲା ।୪୨୬।ଶୂନ୍ୟେଣ ଯହୁଂ ଗୁଣ ଦିଲାକ ଫାଲଗୁନିସଭାରେ ଉଠିଲା ସାଧୁ ସାଧୁ ଧୁନି ।୪୨୭।ପଣ୍ଡିତ ଜନେ ବିଚାରନ୍ତି ମନେଲାଖ ବିନ୍ଧନ୍ତା ନୋହିଲା କେହିଯହୁଂ ମଧ୍ୟୟେ ଭୁବନେ ।୪୨୮।ଅଗ୍ନିରୁ ଜାତ ଅଟଇ ପାଞ୍ଚାଳୀଗୋପ୍ୟ ରୂପେ ଅବା ବିଜେ କଲେ ଅଂଶୁମାଳୀ ।୪୨୯।ଆଦିତ୍ୟ ଯେବେ ନୋହିବେଟି ହାଦେଅମରାଧିନାଥ ବିଜେ କଲେ ଦେବ ଇନ୍ଦ୍ରେ ।୪୩୦।ବଡ଼ ମତେ ସେ ଯେବେ ନୋହିବ ସହସ୍ର ଯୋନିଆଦ୍ୟହୁଂ ହରିଲା ୟେ ଗଉତମ ପତନୀ ।୪୩୧।ବ୍ରାହ୍ମଣ ରୂପ ଧରି ବିଜେ ସୁନାସୀରଇନ୍ଦ୍ରଦେବତା ନୋହିଲେକି ୟେ ଅଟଇ କୁବେର ।୪୩୨।ୟେସନେକ ବୁଦ୍ଧ ଭାଳନ୍ତି ସଭାରେ ରାଜାୟେଧନୁରେ ନାରାଜ ପୂରୋଇଲା ଧନୁର୍ଜୟେ ।୪୩୩।ମାନଗୋବିନ୍ଦ ସଭାୟେ ଯେ ଦ୍ରୋଣଗୁରୁ ଅଛନ୍ତିନମସ୍କାର କରନ୍ତେ ନ ପୁଣି ସମସ୍ତେହେଂ ଜାଣନ୍ତି ।୪୩୪।ନାରାଜ ପୂରୋଇ ପାଥ ଯେ ଭୂମିକି ବିନ୍ଧିଲାଦ୍ରୋଣଙ୍କର ନାମ ଧରି ସେ ମଥାରେ ହାଥ ଦିଲା ।୪୩୫।ସଭାରେ ଥାଇଣ ଯେ ଦ୍ରୋଣଗୁରୁ ଦେଖିଲେକରପତ୍ର ପ୍ରସାରିଣ ଯେ କଲ୍ୟାଣ ବାଞ୍ଛିଲେ ।୪୩୬।ବିଦ୍ୟା ଲାଭ ହୋଉ ତୋତେ କନ୍ୟା ପ୍ରାପତ ହୋଉଯେସନେ ବାଞ୍ଛା ତୋହୋର ସେହୁ ସିଦ୍ଧ ହୋଉ ।୪୩୭।ଆମ୍ଭର ଆଷ୍ୟ ଘେନି ବ୍ରତ ଶତ୍ରୁ ନିପାତିପଞ୍ଚୁକଟକ ମାଡ଼ି ତୁମ୍ଭେ ହୋଅସି ୟେକଛତ୍ରୀ ।୪୩୮।ଅମର ସ୍ୱର୍ଗରେ ଯେ ଅଛନ୍ତି ମଘବାନତହିଂକି ନମସ୍କାର କରଇ କୋଇନ୍ତାଙ୍କର ନନ୍ଦନ ।୪୩୯।ଦେଖି ଆଶିଷ ଯେ ବାଞ୍ଛା କଲେ ପୁରନ୍ଦରେବିଦ୍ୟାଲାଭ ହୋଉ କନ୍ୟା ପ୍ରାପତହୋଉ ଯେ ତୋହୋରେ ।୪୪୦।ଶତ୍ରୁମାନନ୍ତ ସମସ୍ତ ନିପାତନ ସମୟେ କରିପଞ୍ଚୁକଟକେ ତୁମ୍ଭେ ହୋଅସି ଦଣ୍ଡଧାରୀ ।୪୪୧।ଦକ୍ଷିଣକୁ ମୂର୍ତ୍ତି କରିଣ ଫାଲଗୁନିଶ୍ରୀଜଗନ୍ନାଥଙ୍କ ନାମ ଧରି ସେ କରଇ ଦଇନି ।୪୪୨।ଗୋବିନ୍ଦେ ବୋଇଲେ ସ୍ୱାମୀ ଶୁଣିମା ହଳ ହସ୍ତେତୁମ୍ଭଙ୍କୁ ନମସ୍କାର କରଇ ବୀର ପାଥେ ।୪୪୩।ତୁମ୍ଭେ ତାହାକୁ ଦେବ କଲ୍ୟାଣ ବାଞ୍ଛା କରବାଞ୍ଛା ସିଦ୍ଧ ସ୍ୱାମୀ ହୋଉ ଯେ ତାହାର ।୪୪୪।କଲ୍ୟାଣ ବଚନ ନୁଆସଇ କଦାଶ୍ଚିତେଅକଲ୍ୟାଣ ବାଞ୍ଛା ସେ ଆସଇ ହୃଦଗତେ ।୪୪୫।ଗୋବିନ୍ଦଙ୍କର ଭୟେ ସେ ବୋଇଲେ କଲ୍ୟାଣ ତୋତେ ହୋଉତୁ ଲାଖ ବିନ୍ଧରେ ବାବୁ କନ୍ୟା ଆନ ନେଉ ।୪୪୬।ବଳରାମଙ୍କର କିନ୍ତୁ ମନ ଯେ ଜାଣିଲେ ଜଗମୋହନଆପଣେ ଆଶୀଷ ବାଞ୍ଛା କରନ୍ତି ଜନାର୍ଦ୍ଦନ ।୪୪୭।ବିଦ୍ୟା ଲାଭ ହୋଉ କନ୍ୟା ଯେ ପ୍ରାପତ ତୋତେ ହୋଉଶତ୍ରୁ ମାରି ଉଭା ହୋଅ ବଇରି ଭସ୍ମ ଯାଉ ।୪୪୮।ପୃଥୀ ଭାରା ଉଶ୍ୱାସ କର ସମସ୍ତ ରାଜାନ୍ତ ନିପାତିପଞ୍ଚୁକଟକେ ତୁ ହୋଅ ୟେକଛତ୍ରୀ ।୪୪୯।ବ୍ରାହ୍ମଣଙ୍କର ସଭାରେ ଯେ ଅଛନ୍ତି ଯୁଝେଷ୍ଠିତହିଂକି ନମସ୍କାର କରଇ କିରୀଟୀ ।୪୫୦।ଯୁଝେଷ୍ଠି ବୋଇଲେ ଗୋସାଇଂ ବ୍ରାହ୍ମଣଗଣମାନେସେ ଲାଖ ବିନ୍ଧା ପଣ୍ଡା ଗୋ ଟିକି ହୋଇବା ସାବଧାନେ ।୪୫୧।ସେ ନମସ୍କାର କରୁଅଛି ବ୍ରାହ୍ମଣ ସଭାକୁସମସ୍ତେହେଂ କଲ୍ୟାଣ କରିବା ତାହାକୁ ।୪୫୨।ସମସ୍ତ ବ୍ରାହ୍ମଣମାନେ କର ପ୍ରସାରିଲେମନବାଞ୍ଛା ସିଦ୍ଧ ହୋଉ ବୋଲିଣ ବୋଇଲେ ।୪୫୩।ବିଦ୍ୟା ଲାଭ ହୋଉକନ୍ୟା ହୋଉ ତୋତେ ପ୍ରାପତତୋତେ ପ୍ରାପତ ହୋଉ ଦ୍ରୋପଦର ଦୋହିତ ।୪୫୪।ୟେସନେକ ଆଗ୍ୟାଂ ଯହୁଂ ଦିଲେ ବ୍ରାହ୍ମଣସଭାଜ୍ୟେଷ୍ଠଭ୍ରାଥମାନଙ୍କୁ ମନେ ଧରି କରଇ ସେବା ।୪୫୫।ଋଷିଙ୍କ ସଙ୍ଗତେ ଅଛନ୍ତି ବ୍ୟାସ ମହାମିନିତହିଂକି ପ୍ରଣପତ୍ୟ କରଇ ଫାଲଗୁନି ।୪୫୬।ମାରକଣ୍ଡେ ବୋଇଲେ ବ୍ୟାସେ ସେ ଲାଖ ବିନ୍ଧା ବ୍ରାହ୍ମଣକେ ଟି ତୁମ୍ଭେ ତାକୁ ଜାଣକି ନଜାଣ ।୪୫୭।ବ୍ୟାସେ ବୋଇଲେ ଆଗତ କହିତ କିପାରିଗୁପତ କଥାନ୍ତ ଫେଡିଲୋକେନ ବିସ୍ତାରି ।୪୫୮।ଯାହାକୁ କାମ ଅର୍ଥ କଲାକ ଦ୍ରୁପଦ ନୃପତିକାଳେ ପାଇଲା ସେ ଦେବୀ ଯେ ଦ୍ରୋପତୀ ।୪୫୯।ୟେତେକ ବିଚାରି ସମସ୍ତ ମହାମୁନିକଲ୍ୟାଣ କଲ୍ୟାଣ ଶୁଭିଲେକ ଗୁରୁ ଧୁନି ।୪୬୦।ଅର୍ଜୁନ ବୋଇଲା ଲକ୍ଷେ ରାଜାର ଯେତେକ ସଇନିଅଷ୍ଟାଦଶ ବଂଶର ବ୍ରାହ୍ମଣ ସର୍ବ ମହାମୁନି ।୪୬୧।ୟେ ମହାସଭାରେ ମୋହୋର ସବୁନ୍ତି ଦଇନି ସେବାୟେବେହେଂ ଯେ ପାର ଗୋସାଇଂ ଲାଖ ଯେ ବିନ୍ଧିବା ।୪୬୨।ସହି ନପାରିଦ୍ରୋଣେ ବୋଇଲେ ପଣ୍ଡାହୋଲାଖ ବିନ୍ଧ ଯା ବହନପୋଡନ୍ତା ଘାଆ ଉପରେ କେତେଦେଉଅଛ ହୋ ଚୂନ ।୪୬୩।ସାଧୁ ସାଧୁ ଜୟେ ଜୟେ ଲକ୍ଷେ ରାଜାଙ୍କର ମୁଖେଅଦୃଷ୍ଟି କି ନାରାଜ ବିନ୍ଧୁଛି ପ୍ରତକ୍ଷେ ।୪୬୪।ସମସ୍ତ ଲୋକଙ୍କର ବେନି ଯେ ନୟନୟେକ ଲୟେ କରି ଦେଖନ୍ତି ୟେକା ଅର୍ଜୁନର ବଦନ ।୪୬୫।ୟେ ମହାସଭାକୁ ମୋହୋର ଶତେ ସହସ୍ର ବାର ଦଣ୍ଡବତ ସେବାବିନ୍ଧୁ ଅଛି ଲାଖ ସ୍ୱାମୀ ଆଗ୍ୟାଂ ମୋତେ ଦେବା ।୪୬୬।ମହାସଭାର ମଧ୍ୟେ ଉଠିଲା ଘୋର ଧୁନିସବୁଙ୍କର ବାଞ୍ଛା ତୋତେ ପ୍ରାପତ ହୋଉ ଯିଘ୍ନସେନୀ ।୪୬୭।ପଣ୍ଡିତଜନମାନେ ଯେ ଜଗନ୍ନାଥଙ୍କର ଦାସତେଣୁ ସେମାନେ କରନ୍ତି ଜନମାନଙ୍କରମଙ୍ଗଳ ଅଭ୍ୟାସ ।୪୬୮।ଦୁଷ୍ଟ ରାଜାମାନେ ବିନ୍ଧ ବୋଲି ମଙ୍ଗଳଅଭ୍ୟାସିଦରିଦ୍ର ବ୍ରାହ୍ମଣକଇ ଧନ ଦେଇ ନେମା ଶୁଭ୍ରକେଶୀ ।୪୬୯।କଉଂଦୁ ଷ୍ଟରାଜା ବିଚାରନ୍ତି କନ୍ୟା ନେମାବଳେବ୍ରାହ୍ମଣ ଲାଖ ବିନ୍ଧୁ ବୋଲି ଭାସନ୍ତି ସକଳେ ।୪୭୦।ସନ୍ଥ ଦୁଷ୍ଟ ରାଜାଙ୍କର ସବୁଙ୍କର ମୁଖେମଙ୍ଗଳ ଧୁନି ଯେ ଶୁଭିଲା ପ୍ରତକ୍ଷେ ।୪୭୧।ତାଳକ ଉଚ୍ଛର୍ଗେ ପଟାୟେ ପାଥ ଉଠିଜଗନ୍ନାଥ କାଢି ନେଲେ ସୁଦ୍ରିଶେନ ଚକ୍ର ଗୋଟି ।୪୭୨।ଧନୁ ଧରି କୋଡ଼ା ଆମଞ୍ଚନ କଲାଇନ୍ଦ୍ରଦେବତାକଇ ସୁମରି ମନଭେଦୀ ନାରା ମାଗିଲା ।୪୭୩।ମାତଳି ଆଣି କରେ ଦିଲାକ ନାରାଜଧନୁ ଗୁଣେ ବସାଇଲା ବାସବ ଆତ୍ମଜ ।୪୭୪।ନାରାଜ ପୂରୋଇ ପାଥ ଉଭା ଠିଆ ଠାଣବାବୁ ମୋର ଆଷ୍ୟ ଘେନି ବ୍ରତ ବୋଇଲେ ଗୁରୁଦ୍ରୋଣ ।୪୭୫।ଗୋବିନ୍ଦେ ବୋଇଲେ ଗୋସାଇଂ ଚାହିଂବା ନା ହଳପତିଶୂରବୀର ପ୍ରତଗ୍ୟାଂ ଦେଖ ଅର୍ଜୁନର ଠିଆ ଠାଣି ମୂର୍ତ୍ତି ।୪୭୬।ପିଠି କତିକି ଯେ ବଦନ ଲେଉଟିଡାହାଣକୁ ଅଙ୍ଗ ସାରି ଦେଇ ଯେ ତଳକୁ କଲା ଦୃଷ୍ଟି ।୪୭୭।ଉପରକୁ ମୁଷ୍ଟି କରି ରହିଲା ଫାଲଗୁନିସର୍ବ ମଙ୍ଗଳ ହୋଉ ବୋଲି ଭାଷିଲେ ଯିଘ୍ନସେନୀ ।୪୭୮।ମନଭେଦୀ ନାରାଜ ପାଥ ଧନୁରେ ବସାଇତିଆରଇ ବାସବି ଶହସ୍ରକୁ ଲୟ ଦେଇ ।୪୭୯।ଯେତେ ଦୂରେ ଅବା ଅଛି ଲାଖ ମୀନଯାଇଂ ଭେଦ ତାହାର ବାମ ଯେ ନୟନ ।୪୮୦।ଉଚ୍ଛବ ଆନନ୍ଦ କନ୍ୟା ଭାବ ହରଷେମହାସଭା ଦେଖି ପ୍ରତଗ୍ୟାଂ ଗାଢ ରୋଷେ ।୪୮୧।ଦ୍ରୋଣେ ପ୍ରଶଂସା କଲେକ ପାଥକୁକଉଂକ୍ଷଣେ ୟେ ବିଦ୍ୟା ପାଇଲା ଗୁରୁ କହନ୍ତି ଭୀଷ୍ମଙ୍କୁ ।୪୮୨।ସାତ ଉତ୍ତର ଶତେ ଶିଷ୍ୟଙ୍କର ହୋଇଲୁ ଆମ୍ଭେ ଗୁରୁପୁଣି କାହାକଇଂ ଶକ୍ୟ ନାହିଂ ୟେହାର ଧନୁ ଧରୁ ।୪୮୩।ଆମ୍ଭ ପିତା ପୁତ୍ରଙ୍କର କମ୍ପଇ ବେନି ଭୁଜଦର୍ପ ଭାଞ୍ଜଇ ଶହସ୍ର ହୋଅଇ ନିସ୍ତେଜ ।୪୮୪।ଭୀଷ୍ମଙ୍କର ଶିର କମ୍ପଇ କର୍ଣ୍ଣର କମ୍ପଇ ଜାନୁହୃଦୟ କମ୍ପଇ ଦ୍ରିଯୋଧନର ଧୁଶାସନର ତନୁ ।୪୮୫।ଯୁଝେଷ୍ଠି ଭୀମସେନ ଶଲ୍ୟଙ୍କର କମ୍ପଇ ମୁଷ୍ଟିକୃପ ଭୂରିସର୍ବାଙ୍କର କମ୍ପଇ ଗୁଣ ଘୃଷ୍ଟି ।୪୮୬।କେସନେକ କ୍ଷଣେ ବିଧାତା ନିର୍ବାଣ କଲାକ ତୋତେନିକଳଙ୍କ ନିକମ୍ପ ଅଟଇ ତୋର ଗାତ୍ରେ ।୪୮୭।ୟେହେନେକ ବିଚାର କରନ୍ତେ ଭୀଷ୍ମ ଦ୍ରୋଣ ବେନିଅର୍ଜୁନ ତଲୟେ କରି ସୁମରଇ ଭବାନୀ ।୪୮୮।ନାରାଜ ପୂରାନ୍ତେ ବିକାଶଇ ଭୀଷ୍ମ ମୂର୍ତ୍ତିତ୍ରୈଲୋକ୍ୟେ ବିକାଶିଲା ବିଷ୍ଣୁର ତେଜକାନ୍ତି ।୪୮୯।ନାରାୟଣ ସପକ୍ଷ ଯାହାକୁ ବାସବ ସପକ୍ଷବ୍ୟାସ ଦ୍ରୋଣ ସପକ୍ଷ ରୁଦ୍ର ଯେ ସପକ୍ଷ ।୪୯୦।ଶତ୍ରୁ ମିତ୍ର ମୁଖେ ଭାଷନ୍ତି ଶୁଭ ଧୁନିତେବେ ସେ ମହାଲାଖ ବିନ୍ଧଇ ଫାଲଗୁନି ।୪୯୧।ଲକ୍ଷେ ରାଜାର ମଧ୍ୟେ ଅର୍ଜୁନ ୟେକା ଯୋଧୀରେ ରେ କାର ଶବଦ କରି ଅର୍ଜୁନ ଲାଖ ବିନ୍ଧି ।୪୯୨।ଆହୋ ବହୁତ କାଳୁ ଯେ ଧଇଲା ନାହିଂ ଧନୁଗାଢ ରୋଷେ ଛାଡ଼ିଲା ବାସବର ତନୁ ।୪୯୩।ଦେବ ତାଳେ ସାତ ତାଳ ମାନବେ ଅଣଚାଶବିଚାରି ନିରୋପିଲେ ଲାଖ ଅର୍ଦ୍ଧ ଯେ ଆକାଶ ।୪୯୪।ରାଧାଚକ୍ର ଭେଦି ମାଛର ବାମ ଚଛୁ ଗଳିଡାହାଣ ଚଛୁ ବାଟେ ଶର ହୋଇଲା ନିକିଳି ।୪୯୫।ବାହାର ହୋଇ ନାରାଜ ଗଲା ଅତିବେଗେଛଡ଼ ଲକ୍ଷ ଯୋଜନେ ବିଶ୍ରାମିଲା ଅମର ସ୍ୱର୍ଗେ ।୪୯୬।ସମସ୍ତ ରାଜାଗଣେ କଲେ ସାଧୁ ସାଧୁ ଧୁନିହୁଳହୁଳି ଶବଦ କଲେ ସମସ୍ତ କାମେନୀ ।୪୯୭।ସେ ମାଛର ବାମ ଚଛୁରେ ଯେ ପୁଷ୍ୟ ମାଳାୟେ ବନ୍ଧା ଥିଲାସେ ପୁଷ୍ୟ ମାଳ ଛିଡ଼ିଣି ସଭା ମଧ୍ୟରେ ପଡ଼ିଲା ।୪୯୮।ଆକାଶେ ବୃନ୍ଦା ଅର୍କେ କଲେ ପୁଷ୍ୟ ବୃଷ୍ଟିଶ୍ରୀଜଗନ୍ନାଥେ ବାଦ୍ୟ କଲେ ପଞ୍ଚଜନ୍ୟ ଶଙ୍ଖ ଗୋଟି ।୪୯୯।ପଞ୍ଚଜନ୍ୟ ଶଙ୍ଖ ଶବଦର ଗହ ଗହ ଘୋଷ ବାଣୀଦୁଷ୍ଟ ରାଜାମାନଙ୍କର ହୃଦୟ କମ୍ପିଲା କମ୍ବୁ ଶବଦ ଶୁଣି ।୫୦୦।ଶୁଣି ରାଜାମାନେ ଆସ୍ତାନୁ ଉଠିଲେକ ଧାତିବୋଇଲେ ଜଗନ୍ନାଥ ବିଜୟେ କାହିଂ କରିଛନ୍ତି ୟେଥି ।୫୦୧।ଅସୁର ରାଜାମାନେ କେହି ନରହିଲେ ଭୟେପଳାବନ୍ତି ରାଜାୟେ ଅସମ୍ଭାଳ କାୟେ ।୫୦୨।ନୀଳୋତ୍ପଳ ରତ୍ନମାଳ କରେ ଘେନିଣ ଦ୍ରୋପତୀବିଜୟେ ମାହେଶ୍ୱରୀ ଅର୍ଜୁନର କତି ।୫୦୩।ଜୟେ ମଙ୍ଗଳ ଧୁନି ଶୁଭିଲା ତ୍ରୈଲୋକ୍ୟେସଞ୍ଚୟେ ବିଜେ କଲେ କି ପିନାକ ଘେନି ତ୍ରିୟମ୍ବକେ ।୫୦୪।ଦ୍ରିଯୋଧନ ବୋଇଲେ ଧୃଷ୍ଟଦୃମନ ରୁହାସି ବାଳୀଆଗହୁଂ ବ୍ରାହ୍ମଣକୁ ନଦିଅ ବରଣ ଯେ ମାଳି ।୫୦୫।ସମସ୍ତ ରାଜାମାନେ ବିଚାର କର ଚାହିଂମାଛର ଚଛୁରେ ନାରାଜ ରହି ନାହିଂ ।୫୦୬।ସରୂପେ ଦିଜବର ନାରାଜ ବିନ୍ଧିଲାଚଛୁରେ ନବାଜିଣ ଯେପାରୁଶେ ଲାଗିଗଲା ।୫୦୭।ଯେବେ ବିନ୍ଧିଲା ବ୍ରାହ୍ମଣ ସରୂପ ହୁଅନ୍ତାମାଛର ଚଛୁରେ ଯେବେ ନାରାଜ ରହିଥାନ୍ତା ।୫୦୮।ତାହା ସେ ସରୂପ ବୋଲି ବୋଲଇ ଯୁଗତେଚିହ୍ନ ବର୍ଣ୍ଣ ନାହିଂ କନ୍ୟା ନେବ ହୋ କେମନ୍ତେ ।୫୦୯।ଦ୍ରୋପଦେ ବୋଇଲେ ଯେବେ ଦିଜବର ଲାଖ ନ ବିନ୍ଧିଲାମାଛର ବାମ ଚଛୁରୁ କିମ୍ପା ପୁଷ୍ୟ ମାଳି ଛିଡ଼ିଣ ପଡିଲା ।୫୧୦।ମାନଗୋବିନ୍ଦ ବୋଇଲା ସୁତ୍ରେ ଲାଗିଥିଲାନାରାଜ ହାବୋଡ଼ନ୍ତେ ସେ ଛିଡ଼ିଣ ପଡିଲା ।୫୧୧।ଶିଖଣ୍ଡୀ ବୋଇଲା ଗୋସାଇଂ ଦେଖିଲ ପ୍ରତକ୍ଷଆକାଶୁଂ ପୁଷ୍ୟ ବୃଷ୍ଟି ହେଲା କେ ୟେହା କରି ପାରିବ ମିଛ ।୫୧୨।ଦୁଷ୍ଟ ରାଜାମାନେ ସମସ୍ତେ କଲେ ନାସ୍ତିବ୍ରାହ୍ମଣ ଲାଖ ନବିନ୍ଧିଲା କେମନ୍ତେ ବରିବ ଦ୍ରୋପତୀ ।୫୧୩।ଦ୍ରୁପଦ ବୋଇଲେ ଗୋସାଇଂ ପଞ୍ଚଜନ୍ୟ ଶଙ୍ଖ ଧୁନିଆପଣେ ନାରାୟଣ ଶ୍ରୀକରେ ଶଙ୍ଖ ଘେନି ।୫୧୪।ଜରାସନ୍ଧ ବୋଇଲା ତୁମ୍ଭେ କିଛିହିଂ ନଜାଣନନ୍ଦ ଗଉଡ଼ ପୁଅ କୃଷ୍ଣ ଅତି ହୀନ ।୫୧୫।ତୁମ୍ଭେ ତାହାନ୍ତ ବୋଲ ଗୋବିନ୍ଦ ଗୋବିନ୍ଦଗଉଡ଼ କୁଳେ ଜନ୍ମ ସେ ଅଟଇ ବଡ଼ ମନ୍ଦ ।୫୧୬।ଅଗ୍ୟାଂନ ଗଉଡ଼ ସେ ଗ୍ୟାଂନ ତାର ନାହିଂଶଙ୍ଖ ଗୋଟିୟେ ଘେନି ଅବିଚ୍ଛନ୍ନେ ବାଉଥାଇ ।୫୧୭।ସେ ଯେବେ ନାରାୟଣ ଆସୁନି ମୋର ଆଗେଅଷ୍ଟାଦଶ ବେଳ ଧାଡ଼ି ଦେଲି ଜୁଆଇଂର ରାଗେ ।୫୧୮।ଗୋପପୁର ତେଜି ସେ ମଥୁରା ରହିଲାମୋହୋର ଭୟେ ପୁଣ ମଥୁରା ଛାଡ଼ିଲା ।୫୧୯।ମଧୁବନ ନଗ୍ରେ ସେ ନୁଆରିଲା ରହିତାହା ଛାର କଥା କିମ୍ପେ ୟେ ସଭାରେଣ କହି ।୫୨୦।ଭୀଷ୍ମେ ବୋଇଲେ ତୁ କିମ୍ପେ ନିନ୍ଦୁ ନାରାୟଣପରେ ମରାଇବେଟି ତୋତେ ନ ମାରିବେ ଆପଣ ।୫୨୧।ଅଗସ୍ତିଙ୍କ ଆଗେ ବଇବସୁତ ମନୁ କହିଲାଅର୍ଜୁନ ଲାଖ ବିନ୍ଧିବାର ତ ନିଷ୍ଫଳ ହୋଇଲା ।୫୨୨।ପୁଣ ଆବର ହୋଇଲା କେବଣ ଚରିତୟେହା ସଞ୍ଚପି ମୋତେ କହିବା ତପୋବନ୍ତ ।୫୨୩।ଶୁଣ ହୋ ଯୋଗେଶ୍ୱର ବଦନ୍ତି ଅଗସ୍ତିଦୁଷ୍ଟରାଜାମାନେ ଭାଞ୍ଜିଲେ ଅସଂଖ୍ୟ କୀରତି ।୫୨୪।ମହା ଗୋଳ ଶବଦ ଯେ ଶୁଭିଲା ସଭାରେନାସିକାରେ ହସ୍ତ ଦେଇ ହସିଲେ ବଳେବରେ ।୫୨୫।ଗୋବିନ୍ଦ ବୋଇଲେ ଦେବ ହସିଲ କିସ ଅର୍ଥେଉପହାସ୍ୟ ପରାୟେ ସ୍ୱାମୀ ଦିଶିଲାକ ମୋତେ ।୫୨୬।ବଳଦେବ ବୋଇଲେ ତୁ ଶୁଣସି ଅଚ୍ୟୁତଶଙ୍ଖ ଧୁନି ଶବଦ ତୋର ଅଟଇ କେମନ୍ତ ।୫୨୭।କି ତୋତେ ପାଣ୍ଡବେ ଆଣିଲେ ଧନ ଦେଇଲାଖ ନ ବିନ୍ଧୁ ଶଙ୍ଖ ବାଉ ତୁ କିସ ପାଇଂ ।୫୨୮।ଗୋବିନ୍ଦ ବୋଇଲେ ସ୍ୱାମୀ ଶୁଣିମା ନୀଳାମ୍ବରଅର୍ଜୁନର ମହିମା ଦେବେ ମାନବେ ଅଗୋଚର ।୫୨୯।ଯଦ୍ୟପି ଗୋଳ ଆଜ କରିବେ ରାଜାଗଣେପୁନରପି ଲାଖ ବିନ୍ଧିବ ସେ ବୀର ଫାଲଗୁନ୍ୟେ ।୫୩୦।ଦୁଷ୍ଟରାଜାମାନେ ଗୋଳ ଯେ କରିବେ ଶତେ ବାରଅର୍ଜୁନହୁଂ ଦ୍ରୋପତୀକି ନୋହିବ ଆନ ବର ।୫୩୧।ଗାଢ ବାକ୍ୟ ଯହୁଂ ବୋଇଲେ ନାରାୟଣସେ କଥା ବିଶ୍ରମିଲା ଅର୍ଜୁନ କର୍ଣ୍ଣେଣ ।୫୩୨।ଗୋଳ ଶବଦ ଶୁଣି ବିସ୍ମୟେ ଯିଘ୍ନସେନୀସୁମରଇ କାତ୍ୟାୟିନୀ ଗୋ ଦୁରିତ ନାଶନୀ ।୫୩୩।ତୁ ଦେବୀ ଜଗତ ତାରଣୀ ମହାମାୟେଭଗତ ମଚ୍ଛଳୀ ଗୋ ଖଣ୍ଡୁକି ନା ଅସଦ ଅପଚୟେ ।୫୩୪।ତୋହୋର ପରସନ୍ନେ ମୁଂ ଲଭିବି ନିଜ ପତିତୋହୋର ସଞ୍ଚିଲା ମା ଗୋ ଲଭିଛି ଅନୀତି ।୫୩୫।ଶ୍ରୀହସ୍ତେ ଘେନିଛି ଦେବୀ କନକ ପୁଷ୍ୟମାଳିଦୁର୍ଗାକଇଂ ଲୟ କରି ସୁମରଇ ପାଞ୍ଚାଳୀ ।୫୩୬।ଦ୍ରୋପତୀର ବଇକୁଲ୍ୟ ଅର୍ଜୁନ ଯେ ଦେଖିବଦନ ନିରୋପଇ ଶରଦ ଶଶୀମୁଖୀ ।୫୩୭।ଅର୍ଜୁନ ବୋଇଲେ ଗୋ ରହ ରହ ଯିଘ୍ନସେନୀଅନମିତେ କ୍ରୋଧ କିମ୍ପେ କରୁରେ ମାନିନୀ ।୫୩୮।ଯଦ୍ୟପି ଦୁଷ୍ଟେ ଗୋ କରିବେ ଆଜ ଗୋଳୟେ ମହାଲାଖ ଗୋ ବିନ୍ଧିବି ଶତେ ବଳ ।୫୩୯।ଶୁଣିଣ ଦ୍ରୋପତୀ ଯେ ପରମ ସାନନ୍ଦେଅନେକ ହରଷ ବାଳୀ ହୋଇଲା ତାର ହୃଦେ ।୫୪୦।ଅର୍ଜୁନ ବୋଇଲେ ଶୁଣ ଧୃଷ୍ଟଦୃମନରାଜାମାନଙ୍କୁ ଯେ ଯାଇ କର ସମାଧାନ ।୫୪୧।ଯେ ଘାନ୍ତି ଆର ବେଳେ ଗୋ ବିନ୍ଧିବି ମହାଲାଖଚକ୍ର ସହିତେ ଛିନାଇବି ସମସ୍ତେହେଂ ଦେଖ ।୫୪୨।ବାସବିର ବଚନେ ଧୃଷ୍ଟ ଯେ ଦୃମନସଭାରେ ସମ୍ବୋଧନା କରନ୍ତି ରାଜାଗଣମାନ ।୫୪୩।ଭୋ ରାଜାଗଣମାନେ ଶୁଣିମା ସାବଧାନେପୁଣିହିଂ ଲାଖ ଯେ ବିନ୍ଧିବ ବିପ୍ରଜନେ ।୫୪୪।ପ୍ରତକ୍ଷେ ଧର୍ମବଳଦେଖିବା ୟେହିକ୍ଷଣିଧୃଷ୍ଟଦୃମନ ସେ ଯେ କହନ୍ତି ପୁଣ ପୁଣି ।୫୪୫।ଥିର ହୋଇ ତୁମ୍ଭେ ଲାଖକୁ କରିବା ନୟନୟେ ଘାନ୍ତି ଲାଖ ଯେ ବିନ୍ଧୁଅଛଇ ବ୍ରହ୍ମଣ ।୫୪୬।ଧୃଷ୍ଟଦୃମନ ବଚନ ରାଜାଗଣେ ଶୁଣିଯେ ଯାହାର ଆସ୍ତାନେ ବସିଲେ ନୃପମଣି ।୫୪୭।କରେଣ ଧନୁ ଧରି ବୀର ଅର୍ଜୁନ ଆମଞ୍ଚିବିଚାରଇ ବାସବି ଧନୁରେ ବଳ ନାହିଂ କିଛି ।୫୪୮।ବଳହୀନେ ଯେବେ ମୁଂ ସୁମରିବି ମୋର ଧନୁପୁଣିହିଂ ନାସ୍ତି ଭାଷିବେ ରାଜାଗଣମାନୁଂ ।୫୪୯।ଦ୍ରୋପଦର ପୁତ୍ରକୁ ସନ୍ନିଧ୍ୟେ ହକାରିପ୍ରିୟ ଭାବ କରିଣ ଯେ ଅର୍ଜୁନ ପଚାରି ।୫୫୦।ଆହୋ ଧୃଷ୍ଟଦୃମନ ଶୁଣିମା ସାବଧାନେୟେ ଧନୁ ବଳହୀନ ହୋଇଲା ବିନ୍ଧିବି ଟି କି ଆନେ ।୫୫୧।ଧୃଷ୍ଟଦୃମନ ବୋଇଲ ଅବା ମୁଂ କରିବି ସନମତରାଜାମାନଙ୍କୁ ପଚାର ତହିଂର ତଦନ୍ତ ।୫୫୨।ୟେତେ ବୋଲି ଧୃଷ୍ଟଦୃମନ ସଭା ମଧ୍ୟେ କହିସାବଧାନ ହୋଇ ଶୁଣ ଆହୋନ ରସାଇଂ ।୫୫୩।ୟେ ଧନୁରେ ବଳ ନାହିଂ ଆରେକ ଧନୁରେବିନ୍ଧିବାକୁ ବ୍ରାହ୍ମଣ କରନ୍ତି ସ୍ୱ ଇଚ୍ଛାରେ ।୫୫୪।ରାଜାମାନେ ବୋଇଲେ ୟେ ନୁହଇ ଯୁଗତତୋହୋର ଆନ ସିନା ହୋଇବ ସତ୍ୟବ୍ରତ ।୫୫୫।ୟେହା ଶୁଣି ଅର୍ଜୁନ ବିଚାରେ ମନେ ଗୁଣିଦୁସହ ସଙ୍କଟ ମୋତେ ନାରାୟଣ ବିହିଲେକ ଆଣି ।୫୫୬।ପଟାର ଉପରେ ଥାଇ ସୁମରଇ ମଘବାଭୋ ପିତା ଗାଣ୍ଡୀମ ଧନୁମୋତେ ଦେବା ।୫୫୭।ଅର୍ଜୁନର ସଙ୍କେତ ଜାଣି ପୁରନ୍ଦରଅନ୍ତରୀଛେ ଗାଣ୍ଡୀମ ଆଣି ଦିଲେ ଅର୍ଜୁନର କର ।୫୫୮।ୟେସନେକ ଚରିତ୍ର କାହାକୁ ନାହିଂ ଦୃଶ୍ୟଇନ୍ଦ୍ର ଆଣି ଦେବା ଜାଣନ୍ତି ନାରାୟଣ ବେଦବ୍ୟାସ ।୫୫୯।ଅର୍ଜୁନ ବୋଇଲା ୟେ ଧନୁ ଥୋଇବଇଂ କାହିଂରାଜାୟେ ପୁଣ ଗୋଳ କରିବେ ୟେହା ଚାହିଂ ।୫୬୦।ୟେତେକ ବିଚାରି ସେ ବାସବର ତନୁଆକ୍ରେଷି ଅର୍ଜୁନ ଯେ ଧଇଲା ବେନି ଧନୁ ।୫୬୧।ଗୋବିନ୍ଦେ ବୋଇଲେ ସ୍ୱାମୀ ଶୁଣ ବଳରାମଅର୍ଜୁନ ପ୍ରତଗ୍ୟାଂ ହାଦେ ୟେସନ ଉତକର୍ମ ।୫୬୨।ଦୁତୀ ପିନାକରେ ମନ ଭେଦୀ ଶର ସନ୍ଧିଅର୍ଜୁନ ବିନୋୟି ଭଗତ ହୋଇ ଶହସ୍ରକୁ ବନ୍ଦି ।୫୬୩।ଚକ୍ରଭେଦି ମାଛର ବାମ ନୟନେ ଗଳିବୁଡାହାଣ ଚକ୍ଷୁବାଟେ ଝଲକି ନିକିଳି ରହିବୁ ।୫୬୪।ଆପଣାର ଗାଣ୍ଡୀମରେ ବସାଇଲା ତୀକ୍ଷ ଶରତୁ ଯାଇ ପଡିବୁ ରାଧାଚକ୍ରରଉପର ।୫୬୫।ଚକ୍ର ଛିନାଇ ପକାଇବୁ ଭୂମିଗତେରାଜାଗଣମାନେ ଦେଖନ୍ତୁ ସମସ୍ତେ ।୫୬୬।ଦୁଇ ଧନୁରେ ଅର୍ଜୁନ ଦୁଇ ଶହସ୍ର ଧରିଆକ୍ରେଷି ଛାଡିଲା ଗୁଣ ଆମଞ୍ଚନ କରି ।୫୬୭।ତଳକୁ କଲା ଦୃଷ୍ଟି ଉପରକୁ କଲା ମୁଷ୍ଟିବିଶ୍ମରୂପ ପ୍ରକାଶ କଲାକ କିରୀଟୀ ।୫୬୮।ଅନ୍ତରୀଛ ମାର୍ଗେ ଚଳିଗଲା ବେନିଶରଦୁଇ ଲକ୍ଷ ବଳ ଅଟଇ ଯେ ସେ ବେନି ଧନୁର ।୫୬୯।ସଭାର ଅଭିମାନେ ଅର୍ଜୁନ କୋପେ ଶର ସନ୍ଧିଶ୍ରୀଜଗନ୍ନାଥ ସୁମରି ଆକ୍ରେଷି ନାରାଜ ବିନ୍ଧି ।୫୭୦।ମନଭେଦୀ ନାରାଜ ଗଲାକ ଶୂନ୍ୟପଥେଝାତିକାରେ ପଡ଼ିଲା ମାଛର ବାମ ନେତ୍ରେ ।୫୭୧।ଡାହାଣ ଚଛୁ ବାଟେ ନିକିଳି ରହିଗଲା ଶରଆଗ୍ୟାଂ ପ୍ରମାଣେ ରହିଲା ମାଛର ବାମ ଚଛୁର ।୫୭୨।ଆହୋ ପଶୁପତ୍ର ନାରାଜ ଯେ ଗଲା ପଛକତିଚକ୍ର ଉପରେଣ ପଡ଼ିଲାକ ଯାଇଂ ଝାତି ।୫୭୩।ମାଛ ଘେନି ରାଧାଚକ୍ର ଭୂମିରେ ପଡ଼ଇ ଛିଡ଼ିଆସ୍ତାନ ସନ୍ନିଧ୍ୟେ ରାଜାଙ୍କ ଛାମୁରେଣ ଯାଇଂ ପଡ଼ି ।୫୭୪।ଶ୍ରୀହସ୍ତେ ତୋଳି ଘେନିଲେ ଦ୍ରୋପଦେଶ୍ୱର ରାୟେଦ୍ରିଯୋଧନ ଛାମୁରେ ନେଇ ପ୍ରତକ୍ଷେ ଦେଖାୟେ ।୫୭୫।ତୁ ଯେ ନାସ୍ତିକରି ବାବୁ ପାତିଲୁ ମହାଗୋଳଭୀଷ୍ମ ଦ୍ରୋଣ ଆଦି କରି ଦେଖହେ ସକଳ ।୫୭୬।କରେଣ ଘେନିଲେ ଶିଖଣ୍ଡୀ ଧୃଷ୍ଟ ଯେ ଦୃମନଦୁଜେ ଦେଖାଇଲେ ନେଇ ଜାରାସନ୍ଧ ରାଜାର ସନ୍ନିଧାନ ।୫୭୭।ମନଭେଦୀ ନାରାଜ ମାଛର ବାମଚଛୁରେ ଭେଦିଅଛିଦେଖି ରାଜାଗଣମାନଙ୍କର କିଛି ନଫୁରଇ ବାଚି ।୫୭୮।ଶଙ୍ଖ ଧୁନି ଶବଦ ଯେ କଲେ ଦେବହରିତ୍ରୈଲୋକ୍ୟ କମ୍ପିଲା ପଞ୍ଚଜନ୍ୟ ଶଙ୍ଖ ଶବଦରେ କରି ।୫୭୯।କରେଣ ସୁନ୍ଦରୀ ଘେନିଣ ରତ୍ନମାଳୀଅର୍ଜୁନ ସନ୍ନିଧ୍ୟେ ଯାଇଂବି ଜୟେ ପାଞ୍ଚାଳୀ ।୫୮୦।ମାଳା କଣ୍ଠେ ଦିଅନ୍ତେ ବୋଲଇ ଫାଲଗୁନିମୁକୁ ବରଣ ନ କର ଗୋ ଯିଘ୍ନସେନୀ ।୫୮୧।ଯହୁଂ ଅର୍ଜୁନ ଦ୍ରୋପତୀକି ବରିତ ନ ଦିଲାମାନଗୋବିନ୍ଦ ଶଙ୍କୁନିକି ହକାରି ପୁଚ୍ଛା କଲା ।୫୮୨।ବ୍ରାହ୍ମଣର ଆଶା ଦେଖିଲୁଟିକି ମାତୁଳଧନ ଆଶେ ବ୍ରାହ୍ମଣ ନଘେନିଲା ବରଣ ମାଳ ।୫୮୩।ଚଳସି ମାତୁଳ ହୋ ଦ୍ୱିଜବର ପାଶଦ୍ରୋପତୀକି ବ୍ରାହ୍ମଣକୁ ସନ୍ନିଧକୁ ଘେନି ଆସ ।୫୮୪।ଧନକୁ ବ୍ରାହ୍ମଣ କଲା ଯେବେ ଇଚ୍ଛାଦେବା ଯେତେକ ସେ ରତ୍ନ କରଇ ମନେ ବାଞ୍ଛା ।୫୮୫।ରାଜାର ଆଗ୍ୟାଂରେ ଗାନ୍ଧାରସେନର ସନ୍ତତିତତକ୍ଷଣେ ମିଳିଲା ଯାଇ ବ୍ରାହ୍ମଣର କତି ।୫୮୬।ୟେକାନ୍ତେ ବ୍ରାହ୍ମଣକୁ ସନ୍ନିଧ୍ୟେଣ ହକାରିସାଧୁ ଧନ୍ୟ ବ୍ରାହ୍ମଣ ହୋ ଜୀବନ ତୋହୋରି ।୫୮୭।ଯେବଣ ଲାଖ ବିନ୍ଧି ନପାରିଲେ ତ୍ରଇଲୋକ୍ୟେତୁ ତାହା ଜୟକଲୁ ଲକ୍ଷେ ରାଜାର ସନମୁଖେ ।୫୮୮।କୁଞ୍ଜଗଳ ଆଧିପତି ରାଜା ମାନ ଯେ ଗୋବିନ୍ଦତାହାର ସନ୍ନିଧକୁ ଆସିବୁ ତୋତେ ଆଗ୍ୟାଂଦେଇଛି ସାନନ୍ଦ ।୫୮୯।ତୁ ତ ବ୍ରାହ୍ମଣ ହୋ ଅଟୁ ଭିକ୍ଷାବାସୀକର୍ମେ ପ୍ରାପତ ତୋତେ ହୋଇଲା ଶୁଭ୍ରକେଶୀ ।୫୯୦।ରାଜାର କୁମାରୀ ସେ ଅଟଇ ପୁଣ୍ୟମାନୀତୋହୋର ତହୁଂ କନ୍ୟା ଯିବେଟି ବଳେ ଘେନି ।୫୯୧।ଯେତେ ଧନ ଇଚ୍ଛା ତୋତେ ତେତେ ଧନ ଦେବାଶତେ ବିଳାସୁଣୀ ତୋତେ ପ୍ରଦାନ କରାଇବା ।୫୯୨।ବେହେରା ମହାପାତ୍ର ପଣେ ତୋତେ ଦେବା ଶାଢୀତୁହି ସେ ପଞ୍ଚକଟକେ ହୋଇବୁ ଅଧିକାରୀ ।୫୯୩।ୟେସନକ ବଚନ ଶୁଣି ବୋଲଇ ଅରଜୁନୟେ କଥାମାନ ମୋର ନ ପଶଇ କର୍ଣ୍ଣ ।୫୯୪।ଆହୋ ମନ୍ତ୍ରୀ ଶଙ୍କୁନି ତୋହୋର ସବୁ କଥା ମିଛମୁଂ ପଞ୍ଚୁ ରାଜ୍ୟେ ଅଧିକାରୀ ୟେ କଥା ପ୍ରତ୍ୟକ୍ଷ ।୫୯୫।ଆଜ ଅବଶ୍ୟ ତୁମ୍ଭେ ଆମ୍ଭର ତୁଲେ ଦ୍ୱନ୍ଦ ଯେ କରିବସାଂଗ୍ରାମ କଲେ କେହି ଜଣେ ଆଜ ବ୍ରତି ଯେ ନଯିବ ।୫୯୬।ୟେସନ କରି ତୁମ୍ଭଙ୍କୁ ନିର୍ବାଣ କଲା ବିଧାତାପାଞ୍ଚାଳ ରାଜ୍ୟେ ହୋ ତୁମ୍ଭର ମୃତ୍ୟୁ ସମାଗତା ।୫୯୭।ଆବର ଧନକଇଂ ଇଚ୍ଛା ଯେବେ ବଳିଲା ତୁମ୍ଭରଭାନୁମତୀକି ଆନ କାହାକୁ ଦେଇ ଧନ କାମ୍ୟ କର ।୫୯୮।ୟେସନେକ ବଚନ ଯହୁଂ ବ୍ରାହ୍ମଣ ବୋଇଲା ଉଚ୍ଚ ସ୍ୱରେଭୂରିସର୍ବା ଗାଙ୍ଗେବ ହସିଲେ ନାସାରେ ଦେଇ କରେ ।୫୯୯।କୋପେଣ ବୋଇଲା ସେ କୁମାର ଧୁଶାସନକ୍ଷତ୍ରୀ ହୋଇ ସହିବାକି ୟେସନେକ ଅଭିମାନ ।୬୦୦।ସମୋଦ୍ର ଲଘିଂଲେ କି ରକ୍ଷା ହୁଅଇ କୂଳମେରୁ ଟଳିଲେ କି ପୃଥୀକି କାହିଂ ଥଳ ।୬୦୧।ଭିକ୍ଷାଶୀ ବ୍ରାହ୍ମଣକୁ କାହିଂକି ୟେତେକ ବିନୟେଲେଞ୍ଚନ୍ତ ଗଉରୋବ କଲେ ୟେମନ୍ତ କଥା ହୋୟେ ।୬୦୨।ୟେ ଛାର ଭିକ୍ଷାଶୀକି କିମ୍ପେ ଆମ୍ଭେ ଧନ ଦେବାବ୍ରାହ୍ମଣକୁ ହାବୋକା ମାରି କନ୍ୟା ଘେନିଯିବା ।୬୦୩।ୟେତେ ବୋଲି ଧୁଶାସନ ଧାଇଂଲା ଆସ୍ତାନୁଚଉଷଠୀ ଭାର ଗଦା ଘେନି ଧାମଇଂ ଗାନ୍ଧାରୀର ତନୁ ।୬୦୪।ପ୍ରତଗ୍ୟାଂ ସାମରଥ ରେ ରେ କାର କରି ମୂର୍ତ୍ତିଶିଖଣ୍ଡୀ ଧୃଷ୍ଟଦୃମନେ ଅଛନ୍ତି ପାଥ କତି ।୬୦୫।ଆପଣେ ଦ୍ରୋପଦ ଧୁଶାସନକୁ ପ୍ରବୋଧିସତ୍ୟ ଲଘିଂଲେ ବାଭିୟେ ହୋଉଛି ଅବିଧି ।୬୦୬।କୋପେଣ ଧୁଶାସନ ଚାପୋଡ଼େକ ମାରିପଡିଲା ଦ୍ରୋପଦେଶ୍ୱର ରୁଧିର ଉଦୁଗାରି ।୬୦୭।ରାଜାର ଅସାଷ୍ଟମ ଦେଖି ଶିଖଣ୍ଡୀ ବାହୁଡ଼ିଲାଧୃଷ୍ଟଦୃମନ ଯାଇ ଧୁଶାସନକୁ ଓଗାଲିଲା ।୬୦୮।ଶିଖଣ୍ଡୀ ବୋଇଲା ହୋ ଶୁଣ ଦ୍ୱିଜବରଦ୍ରୋପତୀକି ଘେନି ହୋ ଯାଅ ଆମ୍ଭପୁର ।୬୦୯।ଧିୁଶାସନ ଯହୁଂ ଆକ୍ରେଷିଲା ଧୃଷ୍ଟଦୃମନକୁଅଶୀ ସହସ୍ର ଯୋଦ୍ଧା ଯାଇଂ ଆବୋରିଲେ ତାହାକୁ ।୬୧୦।ସାଷ୍ଟମ ହୋଇଣ ଯେ ଦ୍ରୋପଦେଶ୍ୱର ଉଠିଆଶ୍ୱାସିଲେ ଯାଇଂଣ ଅର୍ଜୁନ ମୁଖ ଗୋଟି ।୬୧୧।ମୁହିଂ ତୋର ଅପାଦ ଘେନଇଂ କି ନା ବାବୁଅପସରି ଯାଅ ବାବୁ ୟେଥେ ଥିଲେ ନାଶ ଯିବୁ ।୬୧୨।ଦ୍ରୋପତୀ ପ୍ରଣପତ୍ୟ ଅର୍ଜୁନ ପାଦ ବେନିଘୁଞ୍ଚସି ପଣ୍ଡାୟେ ସବୁରି ଦଇନି ଘେନି ।୬୧୩।କୋପେଣ ଆସୁଅଛି ଯେ ଧୁଶାସନ ମନ୍ଦଭାଇ ମୋହୋର ନସହିବେ ୟେହିକ୍ଷଣି ହୋଇବ ଦ୍ୱନ୍ଦ ।୬୧୪।ଦୃଭାର ରାଜାୟେ ଅଟଇ ମାନଗୋବିନ୍ଦକର୍ଣ୍ଣ ଜଦ୍ୟରଥ ଶିଶୁପାଳ ଆବର ଜରାସନ୍ଧ ।୬୧୫।ପୁଣ୍ଡରିକ ଦନ୍ତବକ୍ର ବାଣାସୁର ନାରକାଭାଇମାନେ ଭାଞ୍ଜିବେଟି ସଙ୍ଗେ ଥିବୁ ତୁ ୟେକା ।୬୧୬।ମୁହିଂ ସ୍ୱାମୀ ତୋର ଅପାଦ ଘେନି ଯାଇଂଶରୀର ନାଶ ନ କର ମୁହିଂ ଅନାସ୍ତିନୀ ପାଇଂ ।୬୧୭।ସ୍ୱାମୀ ୟେକା ପ୍ରାକର୍ମେ କାହିଂ ଧରି ହୋଅଇ ପୃଥୀୟେକା କଇବ୍ରତେ କି ସମୋଦ୍ର ହୋୟେ ମନ୍ଥି ।୬୧୮।ପର୍ବତ ଟଳଇ କି ୟେକା ଜଣକର ବଳେବହୁତ କ୍ଷୟ ଯାଇକି ୟେକା ଜଣକର କୋପ କଲେ ।୬୧୯।ଦେବତାହିଂ ହୋଇଲେ ନ ଶୋହଇ ୟେକାୟେକା ଜଣକର ଥିଲେ ତୀର୍ଥ ନୋହେ ଲେଖା ।୬୨୦।ନାଶ ଯିବୁନା ସ୍ୱାମୀ କାର୍ଯ୍ୟ ନୋହିବ କିଛିୟେକା ସରଜନନ୍ତ କାହିଂରେ ନପୁଚ୍ଛି ।୬୨୧।ଯହୁଂ କଟାଳ ଆସି କଲାକ ଧୁଶାସନକରେଣ ଶହସ୍ର ଧଇଲେ ଧୃଷ୍ଟ ଯେ ଦୃମନ ।୬୨୨।ଦ୍ରୋପତୀ ବଇଲୁକ୍ୟ ହୋଇ ସୁମରିଲେ ଭଦ୍ରକାଳୀମା ଗୋ ଦ୍ରିଯୋଧନ ପାମର ତ ସତ୍ୟକୁ ନପାଳି ।୬୨୩।ଆରେ କଉରୋବ ଆମ୍ଭନ୍ତ ଦିଅ କଷ୍ଟସତ୍ୟ ନ ପାଳି ଯେ ଲଂଘୁଛ ପାପିଷ୍ଠ ।୬୨୪।ମୁହିଂ ଯେ କ୍ରୋଧେତ ହୋଉ ଅଛି ବଇକୁଲୟେ ମୋହୋର ଲୁଅ ତୁମ୍ଭଙ୍କୁ ହୋଇବକି ଭଲ ।୬୨୫।ଯଦ୍ୟପି ମୁହିଂ ନିଶ୍ଚେ ଅଟଇ ଯିଘ୍ନସେନୀଅଗ୍ନିରୁ ଉପୁଜିଲି ଅଦାରା ଅଯୋନି ।୬୨୬।ଯଦ୍ୟପି ମୁହିଂ ଅଟଇ ସତ୍ୟବତୀମହାମନ୍ତ୍ରେ ଜାତ କଲେ ବ୍ୟାସ ମହାଯତି ।୬୨୭।ୟେ ମୋହୋର ଶାପ୍ୟ ପ୍ରତକ୍ଷେ ତୁମ୍ଭଙ୍କୁ ପଡ଼ୁୟେହୁ ସ୍ୱାମୀଙ୍କର ହାଥରେ କଉରୋବନ୍ତ କନ୍ଧ ଛିଡ଼ୁ ।୬୨୮।ଶୁଣିଣ ବାସବି ଯେ ମନେ ତ୍ରାସନପୁଣ ଦ୍ରୋପତୀ ବୋଲେ ତୁମ୍ଭର ବଂଶ ଯାଉ ନାଶ ।୬୨୯।ବେଳେ ବେଳେ ବଢାଇ ଆସୁଅଛି କୋପଆମ୍ଭର କତିକି ୟେହାର ଆସିବ ଅଭିଶାପ ।୬୩୦।ୟେ ମହାସତୀର ଶାପ ନଯିବ ମେଣ୍ଟଣଅର୍ଜୁନ ବୋଇଲେ ଦେବୀ ମୋହୋର ବାକ୍ୟ ଶୁଣ ।୬୩୧।ତୁ ଯେ ବୋଇଲୁ ଦେବୀ ମୁକୁ ୟେକାୟେକା ହନୁମନ୍ତେ ଦହନ କଲା ଲଙ୍କା ।୬୩୨।ୟେକା ମନ୍ଦରକେ ଖିରୋଦ୍ର ହାଦେ ମନ୍ଥିନିଦାଘ ବଳ ଧଂସିଲାଟି ୟେକା ନାରାୟଣ ମୃତି ।୬୩୩।ବିନତାର ନନ୍ଦନ ଗରୁଡ଼ ଅଟଇ ୟେକାଧଂସିଲା ନାଗବଳ ନକଲା କିଛି ଶଙ୍କା ।୬୩୪।ଇଚ୍ଛା କୁରବଂଶେ କୁମର ଭାଗ୍ୟରଥିୟେକା ୟେ ଆକାଶଗଙ୍ଗା ଆଣି ବୁହାଇଲା ପୃଥୀ ।୬୩୫।ୟେକା ନାଗରାଜା ଯେ ଅଟଇ ଅନନ୍ତଫେରୁରେ ଧଇଲା ଅଛି ନବଦୀପ ସିନ୍ଧୁ ସାତ ।୬୩୬।ୟେକା ପ୍ରଶୁରାମ କଲେ କ୍ଷତିବୃତ୍ତୟେକୋଇଶ ବାର ପୃଥୀ କଲେ ନିଛତ୍ର ।୬୩୭।ଆମ୍ଭର ଉପର ବଂଶେ ନୃପତି ଯଯାତିୟେକା ଜଣକେ ଭିଆଇଲା ନବ ଖଣ୍ଡ ପୃଥୀ ।୬୩୮।ୟେକା ଅଗସ୍ତି ଋଷି ବାଳବିନୋଦ ଖେଡ଼େସମୋଦ୍ର ଚଳୁୟେ କଲେଟି ସମ୍ପୋଡ଼େ ।୬୩୯।ତୁ ମୋତେ ସଙ୍ଘାତୁଣୀ ନବୋଲନି ୟେକାଗଭୀର ସମୋଦ୍ରେ କାହିଂ ଦେଉ କାଠି ଯୋଖା ।୬୪୦।ୟେହିକ୍ଷଣି ଦେଖ ମୋର ୟେକାର ଚରିତ୍ରମାରିବି ଦୁଷ୍ଟନ୍ତ ଆଜ କରିବି ଭଗନସ୍ତ ।୬୪୧।ଲକ୍ଷେ ଯୋଦ୍ଧା ଘେନି କୁମାର ଶିଖଣ୍ଡୀପବନ ଗତି ଯୋଦ୍ଧାୟେ ଗଜ ଅଶ୍ୱନ୍ତ ମଣ୍ଡି ।୬୪୨।ଚୋଖାର ତୁରଙ୍ଗ ତୁଲେ ଯୋଦ୍ଧାୟେ ପାଞ୍ଚଲକ୍ଷଶହସ୍ରନ୍ତ ବୁଲାଇ ଅର୍ଜୁନକୁ ହୋଇଲା ସାହାପକ୍ଷ ।୬୪୩।ହସ୍ତେ ଧନୁ ଧରି ଗୁଣ ଟଙ୍କାର କରିଲକ୍ଷେ ପୂର କରି ଯେ ଧୁଶାସନକୁ ବେଢି ।୬୪୪।ଧୁଶାସନକୁ ବେଢିବା ଦେଖି କୁରୁପତିଆସ୍ତାନ ତେଜି ଉଠିଲା ମାନ ଚକ୍ରବ୍ରତୀ ।୬୪୫।ମଣିନାଗ ନାମେ ୟେକଇ ମତ୍ତ ଗଜେଧାତିକାରେଣ ତାହାର ପିଠିରେ କଲା ବିଜେ ।୬୪୬।ସତୁରି ସତୁରି ଭାର ବେନି ଗଦା ହସ୍ତେଯୋଦ୍ଧା ଅମନାତ୍ୟମାନେ ବସିଲେ ଯାଇ ରଥେ ।୬୪୭।ଗଜ ରଥ ଅଶ୍ୱ ଯୋଦ୍ଧା ନଯାଇ ପରିକଳିଦୁନ୍ଦୁଭି ଶବଦେ ଯେ କମ୍ପଇ ମହୀଆଳୀ ।୬୪୮।ପଶୁପତ୍ର ଗଦା ମୁଦୁଗର ଛେଲ ଚକ୍ର କାତିକୁନ୍ତ ଖଡ଼ଗ ଅସିବର ମୂଷଳ ଶକତି ।୬୪୯।ଧନୁଫଳା ଆଡ଼ଣ ଅସିପତ୍ର ଯାଠିକମାଣ ଗୁରୁଜ ଉଦ୍ଦଣ୍ଡ ଖଡ଼ଗ ପାଟି ।୬୫୦।ଧାମରେ ଧାମରେ ମାର ବେଗ ବେଗ ସାଜିଘଣ୍ଟାର ଶବଦେ ଗଜେ ଧାମନ୍ତି ଗଳଗାଜି ।୬୫୧।ଜାରା ନାରକା ଶିଶୁପାଳ ରୁକ୍ମଣରେ ରେ କାର ଶବଦେ ଉଠିଲେ ସମସ୍ତ ରାଜାଗଣ ।୬୫୨।ପଣ୍ଡିତ ଧାର୍ମିକ ବିବେକ ଯେତେ ରାୟେଦୁଷ୍ଟରାଜାମାନନ୍ତ ସମାର୍ଜନା କୟେ ।୬୫୩।ଅନମିତ୍ତେ ଦ୍ୱନ୍ଦ ତୁମ୍ଭେ ନକର ବ୍ରାହ୍ମଣକୁସାମାନ୍ୟ ପ୍ରାୟେକ ତୁମ୍ଭେ ନମଣ ତାହାକୁ ।୬୫୪।ତୁମ୍ଭମାନଙ୍କୁ କିମ୍ପେ ଦୃଶ୍ୟ ହୋ ନୋହିଲାବ୍ରାହ୍ମଣ ନୋହୋଇ ସେ ନାରାୟଣ ବିଜେକଲା ।୬୫୫।ଅସମ୍ଭବ ଲାଖ ବିନ୍ଧିଲା ଯୁଗତେତୁମ୍ଭେ ତାହାକୁ ଦୂଷିତ କର କୋଉଣସି ମତେ ।୬୫୬।ଯେ ସେ ଅପଣ୍ଡିତ ମୂର୍ଖ ଦୁଷ୍ଟ ଯେ ପ୍ରକୃତିପଣ୍ଡିତଙ୍କ କଥା ସେ ଶ୍ରବଣେ ନଶୁଣନ୍ତି ।୬୫୭।ଦ୍ରିଯୋଧନ ବୋଇଲା ତୁମ୍ଭେ ନଜାଣ ହୋ କିଛିଆକାଶର ଜନ ଯେବେ ସରୂପ କାହିଂ ଅଛି ।୬୫୮।ସେହୁ ଯେହୁ ବିଷ୍ଣୁ ଶଙ୍ଖ ଚକ୍ର ଗଦା କାହିଂହୃଦରେ ୟେହାର ଯେ ଶ୍ରୀବତ୍ସ ଚିହ୍ନ ନାହିଂ ।୬୫୯।ମର୍ତ୍ତ୍ୟ ଭୁବନରେ ବିଷ୍ଣୁ ଜନମ ହୋଇଲେଗୋପେ ଜନ୍ମ ହୋଇ ନନ୍ଦ ସୁତ ବୋଲାଇଲେ ।୬୬୦।ମଧୁପୁରେ ପଶି କଂସାସୁରକୁ ମାଇଲେଅଷ୍ଟ ମଲ୍ଲ ଆଦି କରି ସର୍ବ ସଂହାରିଲେ ।୬୬୧।ଉଗ୍ରସେନକୁ ତହିଂ ନୃପତି ପଦ ଦିଲେସେହି ପୁଣି ଜାରାସନ୍ଧ ଭୟେ ପଳାଇଲେ ।୬୬୨।ଶ୍ରୀଜଗନ୍ନାଥେ ଜାତ ହୋଇଲେ ମଧ୍ୟ ଭୁବନେଜାରାସନ୍ଧ ଡରେ ପଳାଇ ପଶିଲେ ଦ୍ୱାରିକା ଭୁବନେ ।୬୬୩।ଯଦ୍ୟପି ସମ୍ମୁଖେ ଆସିବ ଦେବରାଜକାହାର ଦର୍ପେ ୟେଥୁ କନ୍ୟା ନେଉ ଆଜ ।୬୬୪।କେତେ ସାଂଗ୍ରାମ କରିବ ୟେ ବ୍ରାହ୍ମଣ ବଳବନ୍ତାମୋହୋର ଛାମୁରେ କନ୍ୟା କେହୁରେ ନିଅନ୍ତା ।୬୬୫।ୟେତେ ବୋଲି କୋପ କଲା ଗାନ୍ଧାରୀର ସୁତକଦଳୀ ପତ୍ର ପ୍ରାୟେ କମ୍ପଇ ତାର ଗାତ୍ର ।୬୬୬।ସୁବୁଦ୍ଧି ପଣ୍ଡିତ ରାଜାମାନେ ତିଆରୁଣ ଥିଲେତାହାଙ୍କୁ ମାନଗୋବିନ୍ଦ କୋପେଣ ବୋଇଲେ ।୬୬୭।ୟେତେକ ରାଜାମାନେ ସାଂଗ୍ରାଂକୁ କର ଅବା ଭୟେଓପ୍ରୋଧ ଘେନି ତୁମ୍ଭେ ଚଳ ସର୍ବ ରାୟେ ।୬୬୮।ପ୍ରତକ୍ଷେ ଦେଖିଲ ସେ ଅଇଲା ଦ୍ୱିଜବରଦେଖୁଂ ଦେଖୁଂ ବଣା କିମ୍ପା ଅନ୍ଧ ପରକାର ।୬୬୯।ଦଦରା ଛତା ଖଣ୍ଡିଆ ପାଣ୍ଢୋଇ ହରିଗୋବିନ୍ଦ ମୁଣିତିନିକି ପକାଇ ବ୍ରାହ୍ମଣ ଅଇଲା ୟେହି କ୍ଷଣି ।୬୭୦।ଲାଖ ଖଣ୍ଡ ଅବା ବିନ୍ଧିଲା ଧର୍ମ ବଳେତାହା ଛାରକୁ ବୋଲ ତୁମ୍ଭେ କେବଣ ଦିଗପାଳେ ।୬୭୧।ସଜ୍ଜନ ରାଜାମାନେ ହୋଇଲେ ଅନ୍ତରଜାଣିମା ୟେହିକ୍ଷଣି ପ୍ରତଗ୍ୟାଂ ତୁମ୍ଭର ।୬୭୨।ଧର ଧର ମାର ମାର ପଡ଼ୁଅଛି ବୋବିଚରଣ ବିଘାତେ କମ୍ପୁଅଛି ପୃଥୀ ଦେବୀ ।୬୭୩।ରଥ ଗଜ ଅଶ୍ୱ ପାଦାନ୍ତି କଳନା ନ ଯାଇଭେରୀ ମହୁରୀ ତାଳ କଂସାଳ ମୁରଜ ବାଜଇ ।୬୭୪।ମହୀକି ଘୋଟିଲା ଉଛୁଳିଣ ନଦୀରାଜଶବଦ ଶୁଭିଲା ଶୂନ୍ୟେ ଥାଠ ସାଜ ସାଜ ।୬୭୫।ୟେସନେକ ଶବଦ ଯହୁଂ ଶୁଣିଲେ ବ୍ରାହ୍ମଣେସର୍ବେ ସଭାରୁ ଉଠିଲେ କୋପଭର ମନେ ।୬୭୬।ଭୀମ ନକୁଳ ଯେ ସହଦେବ ଅଛନ୍ତି ବସିଠାକୁରଙ୍କ ଆଗ୍ୟାଂକୁ ସେ ଅଛନ୍ତି ଉଦ୍ଦେଶି ।୬୭୭।ବ୍ରାହ୍ମଣମାନେ ତହିଂ ଧାଇଂଲେ ଧାତିକାରେଆମ୍ଭର ପ୍ରତଗ୍ୟାଂ ଭ୍ରଷ୍ଟ କରି ଲୋଡ଼ଇ କେ ରେ ।୬୭୮।କେହୁ ପୀଢାନ୍ତି ଘେନିଲେ ଡାହାଣ ହସ୍ତରେକେହୁ ଗଡୁ କପୋରା ଘେନିଲେ ବାମ କରେ ।୬୭୯।ଶ୍ରୁବଡ଼ାଙ୍ଗ ପ୍ରୋକ୍ଷଣୀ କେ ବୁଲାଇ କୋପଭରେମାର ମାର ବୋଲି ଧାଇଂଲେ ଦ୍ୱିଜବରେ ।୬୮୦।ଛତାନ୍ତ ଭାଞ୍ଜିଣ କେ ବେଣ୍ଟମାନନ୍ତ ବୁଲାଇଖଣନ୍ତାକର ଯଷ୍ଟି ଘେନି ବିପ୍ରେ ବେଗେ ଧାଇଂ ।୬୮୧।ରେ ରେ କାର କରି ବ୍ରାହ୍ମଣେ ମାଡ଼ି ପଡ଼ିଲେ ତହିଂ ।୬୮୨।ବ୍ରାହ୍ମଣଙ୍କର ମୂର୍ତ୍ତି ସନ୍ୟଙ୍କର ଉଚ୍ଚ ବାଚେଭୀମସେନ ଶରୀର କମ୍ପଇ ରୋମାଞ୍ଚେ ।୬୮୩।ଶରୀର କମ୍ପନ୍ତେ ଯେ ଯୁଝେଷ୍ଠି ଦେବେ ଚାହିଂକେମନ୍ତ ହେ ପଣ୍ଡାୟେ ତୁମ୍ଭେ ଲୋଡ଼ କି ନା ଯାଇ ।୬୮୪।କିଞ୍ଚିତ ଆଗ୍ୟାଂ ଭୀମା ଲୋଡୁଥିଲ ମନେଯାଇଂ ଲୋଡ଼କି ବୋଲନ୍ତେ ଧାଇଂଲା ଭୀମସେନେ ।୬୮୫।ଆଗେଣ ଦେଖିଲା ଯେ ତେନ୍ତୁଳି ବେନି ବୃକ୍ଷଧାତିକାରେ ଉପାଡ଼ିଲା ତାହା ପବନର ବଚ୍ଛ ।୬୮୬।ବଳରାମେ ବୋଇଲେ ତୁ ଦେଖ ଦେଖ ଜଗନ୍ନାଥଅର୍ଜୁନ ଚରିତ୍ର ହୋଇଲା କେମନ୍ତ ।୬୮୭।ଗୋବିନ୍ଦେ ବୋଇଲେ ସ୍ୱାମୀ ଦେଖ ହୋ ବଳରାମବେନି ବୃକ୍ଷ ବୁଲାଇ ରଣେ ବିଜେ କଲା ବୀରଭୀମ ।୬୮୮।ଉଭା ହୋଇଣ ଚାହିଂଲେ ଦେବ ହଳପତିଦେଖିଲେ ଭୀମସେନର ବ୍ରିକୋଦର ମୂରତି ।୬୮୯।ନୃସିଂହ ମୂରତି ଯେହ୍ନେ ହିରଣ୍ୟ ବିଦାରଣ କାଳେତମ୍ବାଚକ୍ର ଜାଣି ଭୀମର ଭ୍ରମଇ ବେନି ଡୋଳେ ।୬୯୦।ପୋତିଲାର ପର୍ବତ ଯେହ୍ନେ ଆସଇ ଉୁପୁଡିଆଗେଣ ପଡିଲାକ ଆସି କୃତାନ୍ତକ ଧାଡ଼ି ।୬୯୧।ଆରେ ଆରେ ବୋଲି ଭୀମ ରଡ଼ିୟେ ଛାଡ଼ିଲାମଧ୍ୟ ଭୁବନ କି ହାଦେ ଲେଉଟି ପଡ଼ିଲା ।୬୯୨।ପାଞ୍ଚଲକ୍ଷ ଯୋଜନା ଯେ ସଂଯମନୀ ପୁରଆସନ ତେଜିଣ ଯେ ତ୍ରାସିଲେ ଦେବ ନାଶକର ।୬୯୩।କୃଷ୍ଣ ବୋଇଲେ ଯେବଣ ବୃକ୍ଷକରେ ଉପାଡ଼ିଲା ଭୀମସେ ବୃକ୍ଷ ଆଝୁଂ ହୋଇଲା ପାଣ୍ଡବ ତରୁ ନାମ ।୬୯୪।ଭୀମସେନ ମୂର୍ତ୍ତି ଯହୁଂ ଦେଖିଲେ ଯୁଝେଷ୍ଠିଲଲାଟେ ତାଡ଼ିଲେ ନେଇ ବେନିକର ଗୋଟି ।୬୯୫।ଶରୀର କମ୍ପନ୍ତେ ବୋଇଲେ ଲୋଡୁ କିରେ ଯାଇୟେତକ ମାତ୍ରକେ ଧାଇଂଲା ଗର୍ଜନ ନାଦ ଦେଇ ।୬୯୬।ଆବର ଆଶ୍ଚର୍ଯ୍ୟ ଦେଖ କରେଣ ବେନି ବୃକ୍ଷପ୍ରତକ୍ଷେ ଦେଖିଲୁଂ ମାଇଲା ବକା ହିଡିମ୍ବକ ।୬୯୭।ବନସ୍ତରୁ ଅଭିମାନ ଶରୀରେ ଅଛି ଧରିଭାଇନ୍ତ ମାରିବ ମୋର ସେ ରାଗ ସୁମରି ।୬୯୮।ବାବୁ ନକୁଳ ରେ ଯାଅ ବେଗ ହୋଇମୋହୋ ଆନ ପାଡ଼ି ଭୀମକୁ ଯାଇ ଆଣ ବାହୁଡ଼ାଇ ।୬୯୯।ଧାମଇଂ ନକୁଳ ଯେ ସ୍ୱାମୀର ଘେନି ଆଗ୍ୟାଂଭୀମହୁଂ ବଳିଲା ଯେ ନକୁଳର ପ୍ରତଗ୍ୟାଂ ।୭୦୦।ଭୀମର ତୁଲେ ନକୁଳ ହୋଇଲାକ ସଙ୍ଗସେହି ପୁଣି ବେନି ବୃକ୍ଷ ଉପାଡ଼ି ଧାମଇଂ ଅତି ବେଗ ।୭୦୧।ନିର୍ଧୂମ ଅଗ୍ନି ଜାଣି ବିକାଶଇ କାୟେପ୍ରତକ୍ଷେ ଦିଶନ୍ତି ସେ କେତୁ ମଙ୍ଗଳର ପ୍ରାୟେ ।୭୦୨।ଯୁଝେଷ୍ଠି ବିଷାଦ ହୋଇଲେ କପୋଳେ ଦେଇ ନିଜ ହସ୍ତସହଦେବକୁ ବୋଇଲେ ବାବୁ ହୋଇଲା କେମନ୍ତ ।୭୦୩।ୟେକରୁ ହୋଇଲେ ଦୁଇ ଦୁଇରୁ ହୋଇଲେ ତିନିସଞ୍ଚୟେ ବୁଡ଼ିଲା ଦ୍ରିଯୋଧନ ଆଜଯିବକି ଦେହ ଘେନି ।୭୦୪।ରାଗେଣ ଭୀମସେନ ଆଜ ସବୁନ୍ତି ମାରିବଅନ୍ଧରାଜା ଗୋଟି ମୋର ଆଜ ଅନାସ୍ତ ହୋଇବ ।୭୦୫।ବାବୁ ୟେ କଥା ନଯୋଗାଇରେ ମୋହୋର ମନକୁସ୍ତିରୀ ଛାର ପାଇଂ କିମ୍ପା ମାରିବା ସୋଦରଙ୍କୁ ।୭୦୬।ବାବୁ ନୋହୁ ନୋହୁ ଦ୍ରୋପତୀରେ ଆମ୍ଭରତେଣେ କାର୍ଯ୍ୟ ନାହିଂତୁ ଯାଇ ସହଦେବ ୟେ ସବୁନ୍ତି ଆଣ ବାହୁଡ଼ାଇ ।୭୦୭।ବାବୁ ତୁ ତ ଧାର୍ମିକ ଭିଗ୍ୟଂବନ୍ତ ପଣ୍ଡିତ ମନ୍ତ୍ରୀ ଚୂଡାମଣିସହୋଦ୍ର ମାରିକି ବାବୁ ଆଣିମା ରମଣୀ ।୭୦୮।ନୋହୋଇ କିନା ସେ ରେ ସ୍ତିରୀ ମାତ୍ର ଛାରସୋଦର ଥିଲେ ସ୍ତିରୀ ପାଇବା ଅପାର ।୭୦୯।ଆମ୍ଭର ଶପତ ବାବୁରେ ବେଗେ ଘେନିଆସ ଯାଇସହଦେବ ଧାଇଂଲା ଯୁଝେଷ୍ଠିଙ୍କ ଆଗ୍ୟାଂ ପାଇ ।୭୧୦।ବେଗେଣ ଯହୁଂ ଧାଇଂଲା ମନ୍ତ୍ରୀ ଚୂଡାମଣିଯୁଝେଷ୍ଠି ବିଚାରନ୍ତି ୟେ ବାହୁଡ଼ିଇ ଆଣିମ ୟେହି କ୍ଷଣି ।୭୧୧।ସହଦେବ ଯେ ସେ ନୋହଇ ଦ୍ୱନ୍ଦକାରୀୟେହାର ବଚନ ଆମ୍ଭେ ନ ଲଙ୍ଘୁ ଭାଇ ଚାରି ।୭୧୨।ବନସ୍ତର କଷ୍ଟ ଯେ ସୁମରି ଅନୁରାଗେଭୀମ ନକୁଳ ସହଦେବ ଧାଇଂଲେ ଅତିବେଗେ ।୭୧୩।ଦେଖିଣ ଆଶ୍ରିଯ ହୋଇଲେ ଯୁଝେଷ୍ଠିସବୁହୁଂ ବଳିଲା ତ ସହଦେବର ଅରଷ୍ଟି ।୭୧୪।ଯୁଝେଷ୍ଠି ବୋଇଲେ ୟେକା ଆମ୍ଭେ ମନ୍ଦ କୃତ୍ୟ କଲୁଗୋଟିୟେ ଗୋଟିୟେ କରି ସବୁନ୍ତି ବରଗିଲୁ ।୭୧୫।ୟେକୁଂ ଦୁଇ ଦୁଇରୁ ତିନି ତିନିରୁ ହୋଇଲେ ଚାରିକରିବେ ମହାଯୁଦ୍ଧ ବନସ୍ତ କଷ୍ଟନ୍ତ ସୁମରି ।୭୧୬।ୟେକ ମୁଖ ହୋଇ ଯେ ଧାମଇଂ ବ୍ରିକୋଦରରାହୁ ଘୋଟିଲାକି ଜାଣି ନିଶାକର ।୭୧୭।ଚନ୍ଦ୍ର ଯେହ୍ନେ ଲୀନ ଯାଇ ରାହୁରେ ତେଜ ଦେଖିଭାଞ୍ଜିଲେ ଯୋଦ୍ଧାୟେ ସମର ଉପେଖି ।୭୧୮।ଧୁଶାସନ ଧାମଇଂ ଗଦାକୁ ବୁଲାଇବ୍ରାହ୍ମଣଙ୍କ କତିକି ସେ ୟେକ ମୁଖ ହୋଇ ।୭୧୯।ଶିଖଣ୍ଡୀ ଧୃଷ୍ଟଦୃମନ ଯେ ଅର୍ଜୁନ ପାରୁଶେ ଥିଲେଧୁଶାସନକୁ ଦେଖିଣ ଭାଞ୍ଜି ପଳାଇଲେ ।୭୨୦।ଅର୍ଜୁନ କତିରେ ସେ ହୋଇଲେ ପରବେଶନ ରହନି ପଣ୍ଡା ହେ ଘୁଞ୍ଚିଣ ବେଗେ ଆସ ।୭୨୧।ସମୋଦ୍ର ପୋତା ହୋଇକି ଧୂଳି ପକାଇଲେପର୍ବତ ଭାଞ୍ଜନ୍ତି କି ଟେଳା ଯେ ମାଇଲେ ।୭୨୨।ଅର୍ଜୁନ ବୋଇଲେ ତୁମ୍ଭେ ରାଜାର କୁମର ଅଟରାଜ୍ୟ ଭୋଗ ଅଛି ପାଇବ କିମ୍ପେ କଷ୍ଟ ।୭୨୩।ତୁମ୍ଭେ ତ ରାଜ କୁମର ଆମ୍ଭେ ଅଟୁ ବ୍ରାହ୍ମଣ ଜନଘୁଞ୍ଚିଯାଅ ତୁମ୍ଭେ ହୋ ନକର ସାଂଗ୍ରାମ ।୭୨୪।ଭିକ୍ଷାଶୀ ବ୍ରାହ୍ମଣ ଆମ୍ଭେ ଜୀବନକୁ କିସ ଆଶପାଇଲୁ ସାଂଗ୍ରାମ ଆମ୍ଭେ ରଣେ ଦେବୁଂ ଝାସ ।୭୨୫।ଜିଣିଲେ ଉପୁଜିବ ସାଧୁ ସାଧୁ ଧୁନିମଲେହେଂ ଜିଣିମାନା ଭୁବନ ସଞ୍ଜୀବନୀ ।୭୨୬।ୟେତେକ ବିଚାରନ୍ତେ ଧାମଇ ଧୁଶାସନଗଦା ବୁଲାଇ ପ୍ରବେଶ ଅର୍ଜୁନ ସନ୍ନିଧାନ ।୭୨୭।ଆରେ ଆରେ ବ୍ରାହ୍ମଣ ତୋର ୟେଡ଼େକ ସାହାସଜଳନ୍ତା ଜୁଇରେ ଆସି ଦେଉଅଛୁ ଝାସ ।୭୨୮।ବହନ ଦ୍ରୋପତୀକି ଛାଡ଼ରେ ବ୍ରାହ୍ମଣହତ୍ୟା ନବିଚାରି ମୁଣ୍ଡ ମୋଡ଼ିବି ୟେହିକ୍ଷଣ ।୭୨୯।ଅର୍ଜୁନକୁ ଧୁଶାସନ ୟେମନ୍ତ ବୋଲିବାର ସମୟେରେ ରେ କାର କରି ପଛେ ପ୍ରବେଶ ପବନର ତନୟେ ।୭୩୦।ଧୁଶାସନର ଗ୍ୟାନଂ ନାହିଂ ବ୍ରାହ୍ମଣ କତି ବୋଲିପାଞ୍ଚାଳୀକି ଧରିବ ବୋଲି ଆସୁଅଛି ପେଲି ।୭୩୧।ଆରେ ଆରେ ବୋଲି ବେନି ବୃକ୍ଷେ ବୁଲାଇଲା ଭୀମେପିଠି କତି ଧୁଶାସନକୁ ପିଟିଲା ଗରୁତମେ ।୭୩୨।ଗର୍ଜିଣ ଧୁଶାସନ ପଡ଼ିଲା ଭୂମିଗତେନାସିକା ବାଟେ ଶ୍ରୋଣିତ ବହଇ ଅପ୍ରମିତେ ।୭୩୩।ଯାଇଣ ପ୍ରବେଶ ହୋଇଲା ଭୀମ ଅର୍ଜୁନର କତିପଡ଼ିଅଛି ଧୁଶାସନ ଡେଇଂ ଗଲା ଝାତି ।୭୩୪।ଦ୍ରୋପତୀ ବୋଇଲେ ଗୋସାଇଂ ତୁମ୍ଭେ ଶୁଣିମା ପଣ୍ଡାୟେୟେ ପଣ୍ଡାୟେ ତୁମ୍ଭର କିସ ହୋଅନ୍ତି ମହା ପ୍ରଚଣ୍ଡ କାୟେ ।୭୩୫।ଦ୍ରୋପତୀର ଅଗ୍ରତେ କହନ୍ତି ଫାଲଗୁନିୟେ ଆମ୍ଭର ଜ୍ୟେଷ୍ଠ ଭ୍ରାଥ ଶୁଣସି ଯିଘ୍ନସେନୀ ।୭୩୬।ଗର୍ଜିଣ ମାରୁତି ପୁଣ ଧାଇଂଲା କୋପ କରିଦରାଣ୍ଡିଣ ବାମ କରେ କେଶ ତାହାର ଧରି ।୭୩୭।ମୁଣ୍ଡ ମୋଡିବାକୁ ଲୋଡ଼ଇ ମାରୁତିଅର୍ଜୁନ ବୋଇଲା ଦେବ କୋପ କର ଶାନ୍ତି ।୭୩୮।ଯୁଝେଷ୍ଠି ଠାକୁରେ ୟେହାଙ୍କୁ ସୋଦର ବୋଲନ୍ତିକିଞ୍ଚିତ ଦୋଷକୁ ହାଦେ ବହୁତ ନୋହଇ ଶାସ୍ତି ।୭୩୯।ଅର୍ଜୁନ ଛଡ଼ାଇ ଦିଲା ଧୁଶାସନ ବାଳଭୀମସେନ ଫିଙ୍ଗିଦିଲା ଗଳାଇ ଜାନୁ ତଳ ।୭୪୦।ଦ୍ରିଯୋଧନ ଅଗ୍ରତେ ଶଙ୍କୁନି କହିଲାବ୍ରାହ୍ମଣ ଦର୍ପେ ତୋର ଧୁଶାସନ ନାଶ ଗଲା ।୭୪୧।ଶଙ୍କୁନିର ତହୁଂ ନିରାଧାର ବଚନ ଶୁଣିକୋପେ ଶିର ଝୁଣି ଉଠିଲା କୁରୁମଣି ।୭୪୨।କୋପେଣ ହସ୍ତୀ ଯେ କମ୍ପାଇ କୁରୁପତିବ୍ରାହ୍ମଣ ବୋଲି ସେ ଛାଡ଼ିଥିଲା କୋପ ମୂର୍ତ୍ତି ।୭୪୩।ଧୁଶାସନ ଅପମାନ ଦେଖିଣ ସର୍ବ ଭ୍ରାଥେଗର୍ଜି ଧାଇଂଲେ ସେ କୋପାନଳ ଚିତ୍ତେ ।୭୪୪।ନକୁଳ ସହଦେବ ଆସୁଛନ୍ତି ଧାଇଂଦୁର୍ଜୟେ ଦୁରାନ୍ତକ ମୁଖେ ପଡ଼ିଲେକ ଯାଇଂ ।୭୪୫।ନକୁଳକୁ ଦୁର୍ଜୟ ମାଇଲା ନେଇ କୋନ୍ତେବଞ୍ଚାଇ ନକୁଳ ତା ଧଇଲା ବାମହସ୍ତେ ।୭୪୬।କୋନ୍ତ ଧରିଣ ଦୁର୍ଜୟକୁ ମାଇଲା ପାଦଘାତେଉତ୍ତାନସାହୀ ହୋଇ ପଡ଼ିଲା ଧୁଶାସନ ସାନ ଭ୍ରାତେ ।୭୪୭।ସେହି କୋନ୍ତ ଘେନି ମାଇଲା ତା’ର ହୃଦେହାଥୀର ଥାଇ ଦେଖଇ ରାଜା ମାନଗୋବିନ୍ଦେ ।୭୪୮।ଦୁର୍ଜୟେ ଅସାଷ୍ଟମ ଦେଖି ଧାଇଂଲା ଦୁରାଷ୍ଟଇସହଦେବ ବୃକ୍ଷ ଘେନି ଉପରେ ତାହାର ପିଟଇ ।୭୪୯।ଘାୟେଣ କଉରୋବ ପଡିଲା ମୁହଂ ମାଡ଼ିରୋଧିରମୟେ ହୋଇଲା ପାଷାଣରେ ପଡ଼ି ।୭୫୦।ସାଂଗ୍ରାମେ ବିଅର୍ଥ ଯହୁଂ ହୋଇଲେ ଭାଇ ତିନିସମର ଆବୋରିଲା ମନ୍ତ୍ରୀ ଯେ ଶଙ୍କୁନି ।୭୫୧।ଶଙ୍କୁନିକି ଦେଖି ଧାଇଂଲା ସହଦେବରେ ରେ କାର କରି ବୃକ୍ଷେ କଲା ପରାଭବ ।୭୫୨।ବୃକ୍ଷର ବିଘାତେଣ ପଡ଼ିଲା ସାରଥୀଭୂମିରେ ରଥ ବସିଲା ତତକ୍ଷଣାନ୍ତି ।୭୫୩।ରଥ ଉପରୁ ବେଗେ ଡେଇଂପଡ଼ିଲା ଶଙ୍କୁନିସହଦେବକଇ ବିନ୍ଧିଲା କରେଣ ଧନୁ ଘେନି ।୭୫୪।ନାରାଜ ବଞ୍ଚାଇଲା ମନ୍ତ୍ରୀ ଚୂଡ଼ାମଣିଶଙ୍କୁନିକି ବୃକ୍ଷେକ ପ୍ରହାର କଲା ଆଣି ।୭୫୫।ଘାୟେଣ ନିଚେଷ୍ଟ ଯେ ଶଙ୍କୁନି ମହାମନ୍ତ୍ରୀଶଙ୍କୁନିର କେଶ ସହଦେବ ଧଇଲାକ ଝାତି ।୭୫୬।ଡାହାଣ ପାଦ ସହଦେବ ବଡାଇଂ ଉର୍ଦ୍ଧ୍ୱେ କରି ତୋଳିଲାଜାନୁ ତଳେ ତାକୁ ଗଳାଇଂ ଫିଙ୍ଗି ପକାଇଦିଲା ।୭୫୭।ଶଙ୍କୁନିର ରଥ ଘେନି ଗଲେ ଭାଇ ବେନିନକୁଳ ସହଦେବ ଯାଇଂ ଅର୍ଜୁନର ପାଦତଳେ କରନ୍ତି ଦଇନି ।୭୫୮।ଅନେକ ରତ୍ନମଣି ଯେ ମଣ୍ଡିଣ ଅଛି ରଥେଦେଖିଣ ସାନନ୍ଦ ଯେ ଦ୍ରୋପଦର ଦୋହିତେ ।୭୫୯।ୟେମାନେ ସ୍ୱାମୀ ତୁମ୍ଭର କିସ କିସ ହୋଅନ୍ତିୟେ ମୋହୋର ସାନୁଜ ଭାଇ ଶୁଣ ଗୋ ଦ୍ରୋପତୀ ।୭୬୦।ଦେଖିଣ ପାଞ୍ଚାଳୀ ପ୍ରଶଂସନ୍ତି କାୟେଚାରିହେଂ ଦିଶନ୍ତି ତ ମକର କେତନ ପ୍ରାୟେ ।୭୬୧।ବିକ୍ରମ ମୂର୍ତ୍ତି କଲେ କେତୁ ମଙ୍ଗଳ ଜାଣିଦେଖି ଅନେକ ସାନନ୍ଦ ଦ୍ରୋପଦ ଦୁଲଣୀ ।୭୬୨।ଭୀମ ବୋଇଲେ ତୁମ୍ଭେ ହେ ବସ ରଥେରଥେ ବସିଲେ ଦ୍ରୋପତୀ କେଶିନୀ ମୁଦୁସୁଲୀ ସହିତେ ।୭୬୩।ୟେସନେକ ସମୟେ କର୍ଣ୍ଣ ମହାରଥୀଦୁଇ ପାଖେ ଅଛି ତାର ଚାରି ଅହିବ୍ରତେ ହାଥୀ ।୭୬୪।କର୍ଣ୍ଣର ମୂରତି ଦେଖି ସାନନ୍ଦ ପାବନିଗର୍ଜିଣ ଉଠିଲା ବୁଲାଇଣ ବେନି ବୃକ୍ଷ ଘେନି ।୭୬୫।ଅର୍ଜୁନ ପ୍ରଣପତ୍ୟ ଭୀମସେନର ପାଦସମ୍ଭାଳି ଯୁଦ୍ଧ କର ସ୍ୱାମୀ ନ କର ପ୍ରମାଦ ।୭୬୬।ଦର୍ପନ୍ତ ଚୂରକରି ଭଙ୍ଗାଇ ଦେବା ଥାଠପଳାନ୍ତୁ କଉରୋବେ ସାଂଗ୍ରାମେ ପାଇଣ ମହା ଘାଟ ।୭୬୭।ଶତ୍ରୁ ଦର୍ପ ମର୍ଦ୍ଦନ ବାନା ଦେବ ଭିଆଇଲେ ବିଦ୍ୟମାନଯୁଝେଷ୍ଠି ଠାକୁରଙ୍କର ବିରସ ନୋହୁ ମନ ।୭୬୮।ୟେସନକ ବିଚାର ସବୁରି ମନେ ଗୁଣିୟେମନ୍ତର ସମୟେ କର୍ଣ୍ଣ ନାରାଜ ବିନ୍ଧିଲାକ ଆଣି ।୭୬୯।ଭୀମସେନ ଧୁଶାସନକୁ ସମରେ ଜିଣିଥିଲାଚଉଷଠୀ ଭାରଗଦା ତାର ତହୁଂ ଉଡୁଚ୍ଛି ଘେନିଗଲା ।୭୭୦।ସେ ଗଦା ବେନିକି ଧରିଅଛି ବେନି ହାଥେଦ୍ରୋପଦ ରାଜାର ଧନୁ ଧରିଅଛି ବୀର ପାଥେ ।୭୭୧।ଆଦ୍ୟେ ଯେବଣ ଧନୁ ରଚିଲେ ବିଶ୍ୱକର୍ମାତ୍ରେତାରେ ବହିଲେ ତାହା ଈଶ୍ୱର ମହାତମା ।୭୭୨।ନକୁଳ ଯେ ଜିଣିଲା ଦୁର୍ଜୟେ ବଳବନ୍ତତାହାର ହାଥରୁ ଉଛୁଡ଼ି ଘେନିଲାକ କୁନ୍ତ ।୭୭୩।ସେହି କୁନ୍ତ ନକୁଳ ଧରିଅଛି କରେଯୋଦ୍ଧାମାନନ୍ତ ଦେଖି ଦନ୍ତ ଚାପଇ ଅଧରେ ।୭୭୪।ଦୁରରାଷ୍ଟକୁ ସାଂଗ୍ରାମେ ଜିଣିଲା ସହଦେବକରେଣ ମନ୍ତ୍ରୀବର ଧରିଅଛି ତାର ଚାବ ।୭୭୫।ତ୍ରିକଛ ବସନ ଫେଡି ମାଲ କାଛେଣି ପିନ୍ଧିଲମ୍ବିତ ଜୂଡା ଫେଡ଼ି ନାଗ ବନ୍ଧେଣ ବାନ୍ଧି ।୭୭୬।ବାମ କରେଣ ବାନ୍ଧିଲା କନ୍ଧର ପଇତାଅଧରେ ଦନ୍ତ ଚାପି ରକତ – କୁମୁଦ – ନେତ୍ରା ।୭୭୭।ତ୍ରିଦଣ୍ଡ ଛତ୍ରୀ ସେ ଛଦ୍ରମେଣ ପଣ୍ଡାଉତକଟିତ ରୋମାବଳୀ କରେଣ ଆୟୁଧ ଖଣ୍ଡା ।୭୭୮।ରେ ରେ କାର ଶବଦେ ଚାରିହେଂ ଉଠିଲେ ଗଳଗଜିପବନହୁଂ ପାଦ ଗତି ବିହଡ଼ନ୍ତି ଦ୍ରପିଷ୍ଠ ବଳଗଞ୍ଜି ।୭୭୯।ବିଦୁରେ ଦେଖିଲେ ଯେ ପାଣ୍ଡବଙ୍କର ମୃତିବନସ୍ତେ ପୋୟେ ମୋର ପାଇଲେ ଅନ୍ନ ଶାସ୍ତି ।୭୮୦।ଭୀଷ୍ମେ ବୋଇଲେ ଦ୍ରୋଣେ ୟେମାନେ କେମନ୍ତଦ୍ରୋଣେ ବୋଇଲେ ନକୁଳ ସହଦେବ ଭୀମ ପାଥ ।୭୮୧।ଚାରି ଭ୍ରାତେ ଆସି ହୋଇଲେକ ୟେକସଞ୍ଚୟେ କଉରୋବ ବଳ ହୋଇବେ ନିରେଖ ।୭୮୨।ଭୀଷ୍ମେ ବୋଇଲେ ଚାଲ ସମାଧାନ କରିବାଦ୍ରୋଣେ ବୋଇଲେ ରହ ସାଂଗ୍ରାମ ଦେଖିବା ।୭୮୩।ଆମ୍ଭେହେଂ ସାଂଗ୍ରାମ କରିବା ନିପ୍ରୋଧିଜାଣିମାନା ପାଣ୍ଡବେ କେତେ ମାନଯୋଧି ।୭୮୪।ଚାରି ଅହିବ୍ରତ ମୁକୁଟବନ୍ଧା ଯୋଦ୍ଧା ଘେନିଣ ବୀର କର୍ଣ୍ଣଦ୍ରିଯୋଧନକୁ ରୁହାଇ ଧାଇଂଲା ରାଧେବ ନନ୍ଦନ ।୭୮୫।କର୍ଣ୍ଣର ରଥେ ବିକର୍ଣ୍ଣ ସାରଥୀବାହଇ ତୁରଙ୍ଗମ ସେ ପବନହୁଂ ବେଗ ଗତି ।୭୮୬।ଭୀମସେନ ଧାଇଂଲା କରେ ଗଦାନ୍ତ ବୁଲାଇକର୍ଣ୍ଣର ରହୁବରେ ହାଦେ ପିଟିଲା ବେଗେ ନେଇ ।୭୮୭।ଭାଞ୍ଜିଣ ରଥ ଯେ ହୋଇଲା ଶତେ ଚୂନାନାଶକର ପ୍ରାୟେ ଭେଟିଲା ବ୍ରିକୋଦର ଜେନା ।୭୮୮।କର୍ଣ୍ଣ ବିରଥି ଦେଖି ଶଲ୍ୟ ଅଶସ୍ତମାରଥେ ରଥେ ଚଢି ଆବୋରିଲେ ଦେଖଇ ବୀର ଭୀମା ।୭୮୯।ଧନୁୟେ ଧନୁୟେ ଧରି ପୁରୋଇଲେ ନାରାଜଭୀମକୁ ବିନ୍ଧିଲେ ଅଶସ୍ତମା ଶଲ୍ୟ ମହାରାଜା ।୭୯୦।ଅନ୍ତରୀଛେ ଗଦା ବୁଲାଇଂ ଭୀମସେନାମାରୁତିର ହୃଦେ ପଡ଼ି ସର୍ବ ନାରାଜ ହୋଇଗଲା ଚୂନା ।୭୯୧।ଗର୍ଜିଣ ବ୍ରିକୋଦର ଦିଅଇ ଘୋର ରଡ଼ିଶଲ୍ୟଙ୍କର ରଥ ଭୀମ ଧଇଲା ଦରାଣ୍ଡି ।୭୯୨।ଧରିଣ ରଥ ବୁଲାଇଲା ଅନ୍ତରୀକ୍ଷେଅଶସ୍ତମା ରଥେ ନେଇ ପିଟିଲା ପ୍ରତକ୍ଷେ ।୭୯୩।ଭାଞ୍ଜିଣ ବେନି ରଥ ହୋଇଲା ମସ୍ତୀଗୁଣ୍ଡାରଣରଙ୍ଗେ ନାଚଇ ମାରୁତି ପରଚଣ୍ଡା ।୭୯୪।ଗଜଙ୍କର ଉପରେ ଯେ ଅଛନ୍ତି ମାହୁନ୍ତେମାରନ୍ତି ଲାଙ୍କିଆ ଯେ ପ୍ରହାର କରନ୍ତି ତୀଖ କୋନ୍ତେ ।୭୯୫।ବାମ ଅଙ୍ଗ ପାତି ଭୀମସେନ ନ କରଇ ଭୀତିଦରାଣ୍ଡି ବେନି ଭୁଜେ ଧଇଲା ବେନି ହାଥୀ ।୭୯୬।ମହା ମତ୍ତ ନାଗ ଦିଶନ୍ତି ପର୍ବତ ପରାୟେକିଞ୍ଚିତେ ବୁଲାୟେ ତାହା ପବନ ତନୟେ ।୭୯୭।ଦୁଇ ହାଥେ ଧରି ଅନ୍ତରୀଛେ ବୁଲାଇଗଜ ଯୋଦ୍ଧାଙ୍କର ଉପରେ ପ୍ରହାରିଲା ନେଇ ।୭୯୮।ଗଜକୁ ଗଜ ପଡ଼ିତାଳ ଭୂମିରେଣ ଲୋଟିହାବୋଡ଼ା ହାବୋଡ଼ି ଘାତେ ରଥେ ଯାଉଛନ୍ତି ଫାଟି ।୭୯୯।ଆରେ ଆରେ ବୋଲି ଗର୍ଜଇ ମାରଇ ପାଦ ଘାତେଚରଣ ପଡ଼ି ଚୂର ହୋଉଛନ୍ତି ଅଶ୍ୱ ଯେ ରାଉତେ ।୮୦୦।ପଟା କୁନ୍ତ ଲାଙ୍କିଆ ଅସି ପତ୍ର ମୂଷଳୀଝଲକନ୍ତି ଛେଲ ଚକ୍ର ଶ୍ୟାମଳ ମେଘେ କି ବିଜୁଳି ।୮୦୧।ବେଢିଣ ଯୋଦ୍ଧାୟେ କରନ୍ତି ପ୍ରହାରନାରାଜ ନ ଫୁଟଇ ବ୍ରିକୋଦର ଅଙ୍ଗର ।୮୦୨।ଶତଶିଂଗ ପ୍ରସନ୍ନ ହୋଇ ଅଛି ଜନ୍ମ କାଳେବଜ୍ରଶରୀର ହୋଇବ ତୋହୋ ରବିକ୍ରୋଦର ରୂପ ବେଳେ ।୮୦୩।ସେ ରୂପ ବିକାଶିଛି ବୀରବର ପାବନିୟେକ ଉତ୍ତର ଶତେସିଘଂର ପ୍ରାକର୍ମ ଅଛି ଘେନି ।୮୦୪।କହନ୍ତେ ଅସମ୍ଭବ ଯେ ସାଂଗ୍ରାମର କଥାଭୟେଣ ଆସ୍ତାନ ଛାଡ଼ଇ ନାଶକର ଦେବତା ।୮୦୫।ଗହଳ ଧନ୍ଦୋଳ ଯୁଦ୍ଧ ଦେଖି ନାରଦ ମହାମୁନିଆରେ ଭୀମାକୁ ବେଢିଲେ ଯୋଦ୍ଧାୟେ ଧାଆଂକି ନା ଫାଲଗୁନି ।୮୦୬।ଲାଗୁ ଲାଗୁ ବୋଲି ନୃତ୍ୟ କରନ୍ତି ତପୋନିଷ୍ଠିଧାଆଂରେ ବୋଲି ଡାକ ଦିଅନ୍ତି ପାଣ୍ଡବଙ୍କର ଗୁପତନାମଗୋଟି ।୮୦୭।ଧାଆଂରେ କୈରବ ନ ଘୁଞ୍ଚ ସାଂଗ୍ରାମେପାଣ୍ଡାଙ୍କୁ ଗଣ୍ଡାୟେ ନୋହୁ ଅଛଟି କ୍ଷମେ ।୮୦୮।ଆରେକୋଉରୋବେକିମ୍ପେହେଳୁଂହେଳହୋଉଅଛିବ୍ରାହ୍ମଣେ ସାଂଗ୍ରାମ ତୁମ୍ଭନ୍ତ ନୁହନ୍ତି ନା ଓଚ୍ଛ ।୮୦୯।ବ୍ରାହ୍ମଣେ ପରାୟେ ରେ ନ ବୁଝ ୟେହାଙ୍କୁତୁ ଆପଣେ ଉଠ ହୋ ବୋଇଲେ ଦ୍ରିଯୋଧନକୁ ।୮୧୦।କଳି କୁତୋହୋଳ ଦେଖିବାର ନିମନ୍ତେପାଣ୍ଡବନ୍ତ ବୋଲି ମୁନି ନ ବୋଲନ୍ତି ତଥ୍ୟେ ।୮୧୧।ଚାରି ଗୋଟି ବ୍ରାହ୍ମଣକୁ ଲକ୍ଷେକ ନୃପତିକାହାର ମୁଖ ଚାହିଂବଟି ଭାଞ୍ଜିଣ ଗଲେ ୟେଥି ।୮୧୨।ଲାଗୁ ଲାଗୁ ବୋଲି ଡାକନ୍ତି ବ୍ରହ୍ମାଙ୍କ ତନୁଜାନାରଦଙ୍କ ବଚନେ ଧାଇଂଲେ ସର୍ବ ରାଜା ।୮୧୩।କୁନ୍ତ ନାରାଜ ଖଡଗ ଫଳା ଶକତି ଘେନିଦୁନ୍ଦୁଭି ବାଦ୍ୟେ ନାଦ ଶୁଭଇ ଘୋର ଧୁନି ।୮୧୪।କରେଣ ଧନୁ ଧରି ଅର୍ଜୁନ ନକୁଳ ସହଦେବମହାଘୋର ନାଦେ ଧାଇଂଲେ ସେ ତିନି ପାଣ୍ଡବ ।୮୧୫।ଭୀମକୁ ବେଢିଥିଲେ ଯେ ଶତେକ ମହାରାଜାନକୁଳ କୁନ୍ତ ଘାୟେ ଦୁଇ ଭାଗେ ସନ୍ୟ ଭଞ୍ଜା ।୮୧୬।ଦୁସହ ସାଂଗ୍ରାମ ଦେଖିଣ ଦେବ ସୁରପତିଆକାଶୁଂ ତ୍ରୋଣ ଛାଡି ଦିଲେ ତତକ୍ଷଣାନ୍ତି ।୮୧୭।ମାତଳି ଘେନି ଅଇଲା ଅନ୍ତରୀକ୍ଷେଅର୍ଜୁନର ଛାମୁରେ ସେ ଦିଲାକ ପ୍ରତକ୍ଷେ ।୮୧୮।ଦେବ ସହସ୍ର ପାଇଣ ବୀର ଫାଲଗୁନିବିନ୍ଧିଲା ଅବିଚ୍ଛନ୍ନେ ନାରାଜ କରେ ଘେନି ।୮୧୯।ପଞ୍ଚାଶ ସହସ୍ର ରାଜା ଘେନିଣ ଉଠିଲା ବୀର ଜାରାଅର୍ଜୁନକୁ ଶତେ ପୁର କରି ବେଢିଲା ମହାବୀରା ।୮୨୦।କେ ଶତେ ନାରାଜ କେ ବେନି ଶତ ବାଣକେ ଶତେ ଶହସ୍ର ବିନ୍ଧନ୍ତି ଅବିଚ୍ଛନ୍ନ ।୮୨୧।କେ ପାଞ୍ଚ ସହସ୍ର କେ ବିନ୍ଧନ୍ତି ଅହିବ୍ରତେକକଡା ବୃଷ୍ଟି ଜାଣି ଦିଶଇ ଶର ପଥେ ।୮୨୨।ଦୁସହ ନାରାଜ ବିନ୍ଧନ୍ତି ମହାଘୋରଆକାଶେ ଅଦୃଶ୍ୟ ହୋଇଲେ କରତାର ।୮୨୩।ଅନେକ ଯୋଦ୍ଧା ତୁଲେ ବିନ୍ଧନ୍ତି ସର୍ବ ରାୟେଦିବସ ଦିଶିଲା ଯେ ରାତ୍ରକାଳ ପ୍ରାୟେ ।୮୨୪।ସାଧୁ ସାଧୁ ରେ ପାଣ୍ଡବ ତୁମ୍ଭର ମହିମା ଧନି ଧନିଚାରିଜଣ ଘୋଟି ଅଛ ଲକ୍ଷେ ରାଜାର ସଇନି ।୮୨୫।ଗୋବିନ୍ଦେ ବୋଇଲେ ସ୍ୱାମୀ ଦେଖ ବଳରାମପାଣ୍ଡବଙ୍କର ଯୋଦ୍ଧାପଣ ଦୁସହ ସାଂଗ୍ରାମ ।୮୨୬।ଦଶ ସହସ୍ର ରାଜାୟେ ଯେତେକ ନାରାଜ ବିନ୍ଧିୟେକା ଅରଜୁନ ସବୁରି ନାରାଜ ଛେଦି ।୮୨୭।ନକୁଳର ମହିମା ହୋ କହିତ କି ପାରିୟେକା କୋନ୍ତକେ ଯେ ସେ ବହୁତ ସନ୍ୟମାରି ।୮୨୮।ପବନହୁଂ ବହନ ଯେ ସହଦେବ ଯୁଦ୍ଧେଅହିବ୍ରତକେ ରଥ ପାଡ଼ିଲା ଯେ ପହଡକର ମଧ୍ୟେ ।୮୨୯।ଭୀମସେନର ସାଂଗ୍ରାମ ଦେବଙ୍କୁ ଅଗୋଚରରଥୀ ହୟେ ସାରଥୀ ୟେକା ପ୍ରହାରକେ ହ୍ୱନ୍ତି ଚୂର ।୮୩୦।ରତ୍ନମଣି ମୁକୁଟ ସୀମାନ୍ତିନୀ ଶ୍ରୀଭୂଷାଗନ୍ଧ ଚନ୍ଦନ ଯାଇଂ ହୋଇଲା ରକତ ମିଶା ।୮୩୧।ଅର୍ଜୁନ ଛାମୁକୁ ରାଜା ଜରାସନ୍ଧ ଉଠିଶ୍ରୀକରେ ଧନୁ ଧରି ନାରାଜ କରଇ ବୃଷ୍ଟି ।୮୩୨।ତୀକ୍ଷ ମୂନା ଶରେ ମାଇଲା ସର୍ବସାଚୀଅନ୍ତରାଳ ହୋଇଂ ଜାରାସନ୍ଧକୁ ନଦିଶଇ କିଛି ।୮୩୩।ହୃଦରେ ପଡିଲା ତାର ମହା ନାରାଜ ଗୋଟିସେନ୍ହା ଉପରେ ଭେଦି ଛଇଛାଡ଼େ ଗଲା ଫୁଟି ।୮୩୪।ଘାୟେଣ ଜାରାସନ୍ଧ ଯେ ପଡ଼ିଲା ଭୂମିରେ ଢଳିସାଧୁ ସାଧୁ ପାଥ ବୋଲି ପ୍ରଶଂସା କରନ୍ତି ଦେବହଳୀ ।୮୩୫।ଆରେ ତୋହୋର ପରା ସଖା ଥାଉଂ ହୋଇଲୁୟେମନ୍ତେୟେହି ଜାରାସନ୍ଧ ଭୟେ ଆମ୍ଭେ ଦୁଖ ପାଇଲୁ ବହୁତ ।୮୩୬।ୟେହେନେକ ମହିମା ଅଟଇ ମଗଧ ମହୀପାଳେତିନି ବେଳେ ହାରିଲି ମୁଂ କୋଟିୟେ ସିଙ୍ଘର ବଳେ ।୮୩୭।ଆଦ୍ୟହୁଂ ଆମ୍ଭେ ଯେବେ ତୋତେ ବରିଥାନ୍ତୁମଥୁରା ପରା ରାଜ୍ୟ ଆମ୍ଭେ କିମ୍ପାଇଂ ଛାଡ଼ନ୍ତୁ ।୮୩୮।ହରି ଆପଣେ ତୁ ବିଜେ କରି ସାଂଗ୍ରାମକୁଅର୍ଜୁନକୁ ବୋଲ ଶିରଛେଦ ଯେ ଜାରାସନ୍ଧକୁ ।୮୩୯।ଆମ୍ଭର ଭ୍ରାନ୍ତି ୟେବେ ଛାଡୁ ଜଗନ୍ନାଥଗୋବିନ୍ଦେ ବୋଇଲେ ଛତ୍ରୀ ଧର୍ମ ପାଳଇ ବୀର ପାଥ ।୮୪୦।ପିଠି ଦେଇ ପଳାଇଲେ ନାରାଜ ଘାତ ବିକଳେକଷ୍ଟୀ ଜନଙ୍କୁସେ ନ ମାରଇଂ ସର୍ବ କାଳେ ।୮୪୧।ତୁମ୍ଭେ ଜାରାକୁ କିଛି ଭୟେ ଭ୍ରାନ୍ତି ନକର ଦେବରାୟେୟେହି ପାଣ୍ଡବଙ୍କ ହାଥେ ତାକୁ କରାଇବି କ୍ଷୟେ ।୮୪୨।ଶୁଣି ବଳରାମେ ହୋଇଲେ ପରମ ସାନନ୍ଦ ମତିଆବର କଉରୋବେ କି ଜୀବନ ପାବନ୍ତି ।୮୪୩।ବଳରାମେ ବୋଇଲେ ହରି ଦ୍ୱାରକା ଚାଲଯିବାଧୃତରାଷ୍ଟପୁଅଙ୍କର କଷ୍ଟ ନ ଦେଖିବା ।୮୪୪।ଗୋବିନ୍ଦେ ବୋଇଲେ ସ୍ୱାମୀ ଆଜ ରହିବାକ ୟେଥେୟେ କନ୍ୟାକୁ ପାଣ୍ଡବେ କରନ୍ତି କେମନ୍ତେ ।୮୪୫।ମହାଲାଖ ପ୍ରତକ୍ଷେ ବିନ୍ଧିଲାକ ଧନୁର୍ଜୟେରଣ ମଛନ କରୁଛି ୟେବେ ପବନ ତନୟେ ।୮୪୬।ଯୁଝେଷ୍ଠି ଦେବ ଅଛନ୍ତି ଯେ ଜ୍ୟେଷ୍ଠ ଅନୁକ୍ରମେଅର୍ଜୁନ କନ୍ୟାକୁ ବରି ନଦିଲା ବିଚାରିତ ଧର୍ମେ ।୮୪୭।କେହୁ ପ୍ରଦାନ ହୋଇବ ଯିଘ୍ନସେନୀକେମନ୍ତେ ଭିଆଇବ ସେ ବ୍ୟାସ ମହାମୁନି ।୮୪୮।ୟେହେନେକ ବିଚାରି କେଶବ ବଳଦେବବହୁତ ବହୁତ କଥା ଯେ ହୋଇଲା ପ୍ରସ୍ତାବ ।୮୪୯।ଅଗାଦ ସାଗର ୟେ ଶ୍ରୀମହାଭାରତସବୁ ସଞ୍ଚପନ୍ତେ ଲେଖନକୁ ହୋଇବ ଅପ୍ରମିତ ।୮୫୦।ୟେ ନିମନ୍ତେ ଠିକ ଠିକ କରି ବଞ୍ଚାଇ କହିଲିହୃଦଗତେ ମୋର ବିଜେ କର ହିମବନ୍ତର ଦୁଲାଳୀ ।୮୫୧।ମୋତେ ଯେତେ ଦୃଶ୍ୟ ଲେଖନକୁ ଯୋଗ୍ୟ ନାହିଂଅତି ଅଗୋଚର ପୁଣି ନୁଆରଇ କହି ।୮୫୨।ୟେମନ୍ତେ କହଇ ଠିକ ଠିକ ଭାବେଶୂଦ୍ରମୁନି ସାରେଳାଦାସ ବଦୟନ୍ତି ପ୍ରସ୍ତାବେ ।୮୫୩।