ସାରଳା ମହାଭାରତ ଆଦି ପର୍ବ (ଦ୍ୱିତୀୟ ଖଣ୍ଡ)
ସାରଳା ଦାସ · ଭାଗ ୧୧ / ୧୪ · ଲାଖବିନ୍ଧା (୩)
ସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ରୌପଦୀ ପରିଣୟବ୍ୟାସଙ୍କୁ ତୁସ୍ତି ଯହୁଂ କଲେକ ଦ୍ରୋପଦନାରାୟଣ ସ୍ୱାମୀ ଶୁଣି ଚିତ୍ତେ ପରମ ସାନନ୍ଦ ।୧।ବନ୍ଧୁବର୍ଗ କୁଟୁମ୍ୱ ପତ୍ନୀମାନନ୍ତ ଘେନିତତକ୍ଷଣେ ବିଜେ କଲେ ରାମ କୃଷ୍ଣ ବେନି ।୨।ଦେଖିଣ ଦ୍ରୋପଦ ଯେ ଅନେକ ଭୟ କଲାଅଶକ୍ୟ ଦେଖି ଦୂରୁଂ ଦଣ୍ଡ କଲା ସୁତିଲା ।୩।ସ୍ୱାମୀ ଆପଣେ କୋଳ କରି ତୋଳି ଧଇଲେ ଚକ୍ରଧରଅପାପୀ ପୁରୁଷ ତୁ ଆମ୍ଭର ଶଶୁର ।୪।ୟେକା ଦ୍ରୋପତୀ ଯେ ତାରିଲା ତୋର ବଂଶସୁଦୋହିତାୟେ ଜାତ କଲୁ ତୋହୋର ସମସ୍ତେ ହୋଇଲୁଂ ବଶ ।୫।ୟେକା ଦୋହିତାୟେ ଦେଇ ଜିଣିଲୁ ତ୍ରଇଲୋକ୍ୟକୋଟିୟେ ପୁରୁଷର ତୋର ଦହିଜ ହୋଇଲା ପାତକ ।୬।ଯେ ସେ ପଣ୍ଡିତ ଧାର୍ମିକ ସୁଗ୍ୟାଂନବିଚାରି ଭିଆନ୍ତି ସେ ଶୁଭ କାର୍ଯ୍ୟମାନ ।୭।ସୁବେଳେ ସୁପୁରୁଷ ଅତି ଭାଗ୍ୟେଣ ପାଇସୁରମୋହନ ପୁରୁଷେ ତୁ ପାଇଲୁ ଜୁଆଇଂ ।୮।ଅନେକ ପ୍ରଶଂସା କଲେ ଯହୁଂ ଦେବ କୃଷ୍ଣଦ୍ରୋପଦ ବୋଇଲା ମୋହୋର ଗ୍ୟାଂନ ଭ୍ରଷ୍ଟ ।୯।ମହତ ପୁରୁଷଙ୍କୁ ମୋର ପୋୟେ ବୋଇଲେ ଝିଙ୍ଘାସଭୋ ସ୍ୱାମୀ ପାଣ୍ଡବେ ମୋର ଉପେକ୍ଷିବା ଦୋଷ ।୧୦।ଅଶ୍ରୁଜଳ ହୋଇ ଦ୍ରୋପଦେ ଅନେକ ତୁସ୍ତି ବୋଲିକ୍ଷଣେ କ୍ଷଣେ ମହାରାଜା ସୁତଇ ଗଡ଼ଘାଲି ।୧୧।ମୁହିଂ ଅଗ୍ୟାଂନ ଦେବ ଦୋଷ ମୋହୋର ନ ଘେନିମାଅନେକ ଅପରାଧ ସ୍ୱାମୀ କରିବା ମୋର କ୍ଷମା ।୧୨।ମୁହିଂ ଭିକ୍ଷୁକ ପ୍ରାୟେ ମଣିଥିଲି ସାଂସାରିକା ଧର୍ମେଶଶୁରନ୍ତ ପଦକୁ ମୁହିଂ କିସ କ୍ଷମେ ।୧୩।ପୁଣ ପୁଣ ଦ୍ରୋପଦ ପୁତ୍ରନ୍ତ ଘେନି ଲୋଟିଆପଣେ କୋଳ କରି ଧଇଲେ ଯୁଝେଷ୍ଠି ।୧୪।ଅପାପୀ ପୁରୁଷ ତୁ ଅଟୁ ପୁଣ୍ୟମାନୀପରମ ସାଧବୀ ଦୋହିତା ତୋହୋର ଯିଘ୍ନସେନୀ ।୧୫।ଇହଲୋକ ପରଲୋକ ତୁ ତାରିଲୁ ସମସ୍ତଅଶ୍ୱମେଧ ଯାଗ କଲୁ ତୁ ଦ୍ରୋପଦ ନୃପତ୍ୟ ।୧୬।ଯେହେନେକ କର୍ମେଣ ଯେବେ ଉପୁଜଇ ଦୁଲଣୀପୁଣ୍ୟବନ୍ତ ଧାର୍ମିକ ଦେଖି ପ୍ରଦାନ କରିବ ଜାଣି ।୧୭।ଅହମତ ଅପଣ୍ଡିତ ଅକୁଳୀଣ ଅଜାତିଅବିଚାରେ ଦିଲେ ତହିଂ ଉପୁଜଇ ଅନେକ ଶାସ୍ତି ।୧୮।ଓହୋ କୁଳ ନାଶ ଯାଇଂ କଳଙ୍କ ଦୋଷ ଥିଲେବଡ଼ାଇ ଦୁରାପଦ ନବିଚାରି କାର୍ଯ୍ୟ କଲେ ।୧୯।କଳଙ୍କ କଳିଯୁଗ ୟେ ଅନୀତି ଅପାରପଣ୍ଡିତ ଜନମାନେ ୟେହା ବିଚାରି କାର୍ଯ୍ୟ କର ।୨୦।ପରିମାଣି ବୁଝିଲେ ସମସ୍ତ ପୁଣ୍ୟ ବାଟଅବିଚାରେ କାର୍ଯ୍ୟ କଲେ ସକଳ ଧର୍ମ ନଷ୍ଟ ।୨୧।ତୀର୍ଥେ ଚିତ୍ରଲେଖନ କଲେ ଉତିଷ୍ଠ ମାଠିଆଦେବତା ପ୍ରାୟେ ଆରାଧନା କରି ତାହା ।୨୨।ନବତନ ଘଟ ଯେ କୁମାର୍ଗେ ପଡ଼ଇଅନୀତି ଯାବେ ପଡ଼ିଲେ କେହିଂ ନ ଛୁଅଇଂ ।୨୩।ଯୁଝେଷ୍ଠି ବୋଇଲେ ଆମ୍ଭେ ନଥିଲୁ ଆରମ୍ଭେଗୋପ୍ୟାନ ସରୂପ ଚିହ୍ନି ନୁଆଇଲ ତୁମ୍ଭେ ।୨୪।ଧାର୍ମିକ କଥା କହି ଯୁଝେଷ୍ଠି ସମାର୍ଜିଛାଡ଼ିଲା ଭୟ ମାନ ଭଗତି ଭାବେ ଭଜି ।୨୫।କଳଙ୍କ ଛାଡ଼ି ଯେତେବେଳେ ନିକଳଙ୍କ ହୋଇଲାଅଦୃଶ୍ୟମାନ ଯେ ସବୁ ଦୃଶ୍ୟ ହୋଇଲା ।୨୬।ନାରଖାର ଦିଶୁଥିଲା ଯେବଣ କୁରାଳଶାଳଦ୍ରୋପତ ଦେଖିଲା ୟେବେ ବାରସ୍ୱତୀ ମଣ୍ଡଳ ।୨୭।ଶୂନ୍ୟେଣ ଅଇଲେ ଯେ ଦିଗପାଳମାନେଅଇରାବ୍ରତ ଆରୋହି ବିଜୟେ ମଘବାନେ ।୨୮।ଯେହା ଶୁଣି ଅଗସ୍ତିଙ୍କି ବଇବସୁତ ମନୁ ବୋଇଲେଇନ୍ଦ୍ରଦେବତାଙ୍କୁ ତ୍ୱଷ୍ଟା ମହଋଷି ନାଶ କଲେ ।୨୯।ୟେବେ କେ ଟି ଇନ୍ଦ୍ର ହୋଇଲା ଅଗସ୍ତିୟେବିଚାରି ଲାଗିଲା ମୋତେ ବଡ଼ାଇ ସନ୍ଦେହେ ।୩୦।ବଦୟନ୍ତି ଅଗସ୍ତିୟେ କୁମ୍ଭଋଷିର ବାଳଶୁଣ ସାବଧାନେ ବିଲଙ୍କ ଦେଶର ଆଖଣ୍ଡଳ ।୩୧।ରାଗେଣ ତ୍ୱଷ୍ଟାୟେ ଯେ ନାଶକଲେ ଅସ୍କନ୍ଦଅମର ଭୁବନେ ସେ ବସିଲେ ଇନ୍ଦ୍ରପଦ ।୩୨।ତପୋଧନ ଲୋକ କି ଜାଣଇ ଭିଆଣଅନିର୍ଯାପ ହୋଇଲା ସମସ୍ତ ଅଧାରଣ ।୩୩।ଅମର ବିଳାସୁଣୀ ଚଉଷଠି କୋଟିନାୟେକ ନ ପାଇଣ ସେ ସରସେ ନ ଖଟି ।୩୪।ନିତ୍ୟକର୍ମ ସାରନ୍ତେ ମୁନିଙ୍କର ଅସ୍ତ ହୋୟେ ବେଳଯେ ଯାହାର ଠାବେ ଥାନ୍ତି ନ ଚଳନ୍ତି ଦିଗପାଳ ।୩୫।ୟେକ ଦିନେ ପିତାମହ ବିଜୟେ ଅମରତ୍ୱଷ୍ଟାୟେ ପିଛା କଲେ ପିତାର ଆଗରେ ।୩୬।ରାଗେଣ ସ୍ୱର୍ଗ ଆମ୍ଭେ ଘେନିଲୁଂ ପୁତ୍ର ଛଳେଅମ୍ଭଙ୍କୁ ୟେ ନ ଯୋଗାଇଂ ଆମ୍ଭେ ଥିବୁ ତପବଳେ ।୩୭।ତୁ ଦେବ ଜଗତ ପିତାମହ ଧାତାଅମରକୁ ଆନ ଜଣେ ଭିଆଅ ସୃଷ୍ଟିର କରତା ।୩୮।ଦହନ ହୋଇଲା ଇନ୍ଦ୍ର ଯେବଣ ଠାବରେସେ ପାଉଂଶ ଘେନିଲେ ବ୍ରହ୍ମା ନିଜ କରେ ।୩୯।କମଣ୍ଡଳୁଂ ଜଳ ସିଞ୍ଚି ତାହା କଲେ ଲୋଚିଶରୀର ସରୂପ କରି ପିତୁଳାୟେ ରଞ୍ଚି ।୪୦।ଅମୃତ ଦୃଷ୍ଟି କରି ଚାହିଂଲେ ଜୀବନ୍ୟାସ ମନ୍ତ୍ରେକରତାର ବଚନେ ପୁରୁଷେ ହୋଇଲେ ସମ୍ଭୂତେ ।୪୧।ସରୂପେଣ ଇନ୍ଦ୍ର ପୁରୁଷ ସମ୍ପାଦିଅମର ସ୍ୱର୍ଗ ପଦ ଦିଲେ ଅମରାଧି ।୪୨।ତୁ ଯାହା ବଇବସୁତ ମନୁସେହି ଅସ୍କନ୍ଦ ପୁରୁଷ ହୋଇଲା ପିତାମହ ଗ୍ୟାନୁଂ ।୪୩।ଆକାଶ ଛାଡ଼ିଲେ ତ୍ୱଷ୍ଟା ମହଋଷିଆକାଶଗଙ୍ଗା କୂଳେ ପୁଣିହିଂ ତପେ ବସି ।୪୪।ଦିଗପାଳମାନଙ୍କୁ ଯହୁଂ ଦେଖିଲା ଦ୍ରୋପତ୍ୟଅନେକ ସାନନ୍ଦେ ରାଜା ହୋଇଲା କୃତ କୃତ୍ୟ ।୪୫।ଦିଗପାଳମାନେ ଯହୁଂ ବିଜେ କଲେ କୁରାଳଶାଳେଆକାଶ ସଭା ଛାଡ଼ି ବିଜୟେ ଆଖଣ୍ଡଳେ ।୪୬।ବିଭା ଯୋଗାଡ଼ ଘେନି ଦ୍ରୋପଦେଶ୍ୱର ରାଜାଯୁଝେଷ୍ଠିଙ୍କ ପଦ୍ମପାଦେ କଲେ ପାଦ ପୂଜା ।୪୭।ଦେବତାନ୍ତ ଆଦିକରି ବ୍ରହ୍ମା ବରଣ କଲାବିଘ୍ନରାଜ ମନ୍ତ୍ରେ ଶୂନ୍ୟ ପୁରୁଷନ୍ତ ତୋଷିଲା ।୪୮।ଋଷିମାନନ୍ତ ସେ ସବୁନ୍ତି କଲା ପୂଜାଅଷ୍ଟକୁଳାନାଗନ୍ତ ସବୁନ୍ତି ବରଣ କଲା ରାଜା ।୪୯।ପ୍ରଥମ ଦିବସ ସେ ବିଭାର ଯୋଗୋଡ଼ କରିବିତକ୍ଷଣ ବ୍ରାହ୍ମଣେ ସେ ଅନ୍ନ ସୂପକାରୀ ।୫୦।ଋଷିମାନନ୍ତ ସେ ଦିଲେ ଗଣ୍ଡା ମାୟେଂସ ଭୋଜିକନ୍ଦମୂଳ ଦାରାକ୍ଷ ଯେ ଯାହା ପାରେ ଭୁଞ୍ଜି ।୫୧।ଅମିୟ ରସ ଭୋଜନ ରାମ କୃଷ୍ଣ ଭାଇ ବେନିଭୁଞ୍ଜନ୍ତି ଯଦୁବଂଶ ଭୋଜବଂଶ ଦ୍ୱାରକା ସଇନି ।୫୨।ଅଷ୍ଟାଦଶ ବଂଶ ନାୟେକା ଘେନଇ ଅଚ୍ୟୁତକରନ୍ତି କ୍ରୀଡ଼ା ରଙ୍ଗ ଦେବ ଯେ ଅନନ୍ତ ।୫୩।ନିକଟ ରାଜାମାନେ ଦ୍ରୋପଦର ବନ୍ଧୁଗଣସେ ରାଜାମାନନ୍ତ ଦ୍ରୋପଦ କଲା ନିମନ୍ତ୍ରଣ ।୫୪।ବାରତା ପାଇଣ ସେ ସମସ୍ତ ନୃପତିଅନେକ ଦଣ୍ଡରାୟେ ପଲାଣି ଆସନ୍ତି ।୫୫।କୁମ୍ଭମାସ କୃଷ୍ଣପକ୍ଷ ତୃତୀୟା ଅନ୍ତରେ ଚଉଠିବୃହସ୍ପତି ବାର ଉତ୍ତରାଫାଲଗୁନି ନକ୍ଷତ୍ର ହେଟି ।୫୬।ବସନ୍ତ ଋତୁ ମଧ୍ୟେ ବୃହସ୍ପତିଙ୍କର ବେଳବିଭାକୁ ଧଇଲେ ତହିଂ ଶୁଭ ଅନକୂଳ ।୫୭।କର୍କଟ ଲଗ୍ନରେ ଯେ ପାପ ଗ୍ରହ ଭେଦ ନାହିଂବାଳବ ନାମେ କରଣ ଉତ୍ତାରେ କୌଲବ ଭୋଗ ତହିଂ ।୫୮।ତାର ଚନ୍ଦ୍ର ଉତ୍ତମ ଯେ ଶୁଭ ନାମେ ଯୋଗମକର ସଂକ୍ରାନ୍ତିଠାରୁ ତିନି ଦିନ ଭୋଗ ।୫୯।ତୃତୀୟରେ ଚନ୍ଦ୍ରଯେ ଦଶମେ ବୃହସ୍ପତିସପତମେ ଆଦିତ୍ୟ ମଙ୍ଗଳ ପଞ୍ଚମେ ଥିତି ।୬୦।ନବମେ ଶନିଚର ୟେକାଦଶେ ଭୋଗ ରାହୁପାପ ଗ୍ରହ ନାହିଂ ବୋଲି ଅନକୂଳ କଲେ ତହୁଂ ।୬୧।ଯୁଝେଷ୍ଠି ଦେବଙ୍କର ଅଟଇ ଦ୍ୱିଜା ମେକ୍ଷଭୀମସେନଦେବଙ୍କର ଅଟଇ ରୋହିଣୀ ବୃଷ ।୬୨।ଅର୍ଜୁନଦେବଙ୍କର କନ୍ୟ ଉତ୍ତରା ଫାଲଗୁନିସ୍ୱାତୀ ତୁଳ ରାଶି ନକୁଳ କୁମାର ଘେନି ।୬୩।ସହଦେବଙ୍କର ଶତଭିଷା କୁମ୍ଭ ରାଶିଜନ୍ମକର୍ମ ଆଦି ବୁଝିଣ ବିନ୍ୟାସି ।୬୪।ମଙ୍ଗଳ ବିଧିମାନ କରନ୍ତି ପୁରୋହିତେକୁଙ୍କୁମ ଲେପନ କରାନ୍ତି ସବୁଙ୍କରି ଗାତ୍ରେ ।୬୫।ୟେକ ଆରକେ ହାସ୍ୟ ପରିହାସ୍ୟଉଚ୍ଛବ ମଙ୍ଗଳ ଯେ ଉପୁଜଇ ବଡ଼ାଇ ହରଷ ।୬୬।ଯେ ବିଧି କୁତୋହୋଳ ଅପ୍ରମିତ ମଙ୍ଗଳଦେବ ମାନୁଷ୍ୟେ ହୋଇଲେ ସର୍ବେ ମେଳ ।୬୭।ଗଙ୍ଗାଜଳେ ପଶିଣ ପଖାଳନ୍ତି କାୟେନଦୀଯାକ ଦିଶିଲା ଯେ କୁଙ୍କୁମ ବର୍ଣ୍ଣ ପ୍ରାୟେ ।୬୮।ୟେସନେକ ଉଚ୍ଛବ ଦ୍ରୋପତର ପୁରୀଦେବତା ସେମାନେ ଦିଶନ୍ତି ନରନାରୀ ।୬୯।ବହୁତ ଜନ ମିଳି ଗୀତ ରସ ଗାଇଦେବୀ ଦେବନ୍ତ ଗନ୍ଧ ପୁଷ୍ୟ ଭୂଷଣ କରାଇ ।୭୦।ବରକନ୍ୟାକୁ କରାନ୍ତି ବେଶ ଯେ ବେଶନଦ୍ରୋପତୀଙ୍କି ପଚାରନ୍ତି ବ୍ୟାସ ମହାମୁନ୍ୟ ।୭୧।ଆଈ ପାଣ୍ଡବେ ଯେ ଅଛନ୍ତି ପାଞ୍ଚ ମୂରତିୟେ ପାଞ୍ଚଙ୍କର ମଧ୍ୟେ କାହାକୁ ବଳଇ ତୋ ମତି ।୭୨।ବ୍ୟାସଙ୍କର ବଚନେ ବୋଳଇ ଯଘ୍ନିସେନୀୟେ ମୋହୋର ବଚନ ଶୁଣିମା ମହାମୁନି ।୭୩।ତୁମ୍ଭେ ବ୍ରହ୍ମବେତ୍ତା ଗୁରୁ ପରମଗୁରୁତୁମ୍ଭର ଛାମୁରେ କେ ମିଥ୍ୟା କହିତେ ପାରୁ ।୭୪।ପ୍ରତକ୍ଷେ ବିଜୟେ କରିଛନ୍ତି ପିଅର ମାୟେପାଞ୍ଚେହେଂ ଦିଶନ୍ତି ମୋତେ ୟେକା ଇନ୍ଦ୍ର ପ୍ରାୟେ ।୭୫।ବ୍ୟାସେ ବୋଇଲେ ହୋ ଦ୍ରୋପଦ ଶୁଣିଲ ଟି କି ପ୍ରତ୍ୟଚ୍ଛଆମ୍ଭର ବଚନ ତୁ ଯେ କରିଥିଲୁ ମିଛ ।୭୬।ଦ୍ରୋପଦ ବୋଇଲା ତୁମ୍ଭେ ପ୍ରତକ୍ଷେ ବ୍ରହ୍ମବେତ୍ତାକେ ନିନ୍ଦା କରିବ ତୁମ୍ଭର ଦିବ୍ୟ କଥା ।୭୭।ବ୍ୟାସଙ୍କର କୋଳେ ବସିଲେ ପାଣ୍ଡବେ ପାଞ୍ଚ ଭ୍ରାଥେମହାବାକ୍ୟ କରନ୍ତି ଧୌମ୍ୟ ପୁରୋହିତେ ।୭୮।ଦେଶ କାଳ ବାକ୍ୟ କରନ୍ତି ପଠନଦେବ ଦେବତାମାନନ୍ତ କରନ୍ତି ନିମନ୍ତ୍ରଣ ।୭୯।ଶ୍ରୀରାମ ମୁଦ୍ରା ଶିଳା ସ୍ନାହାନର ପାଣିପାଣ୍ଡବେ ଦ୍ରୋପତୀ ଶିରେ ନିଉଡ଼ନ୍ତି ଆଣି ।୮୦।ଦେବ ପୂଜା ବ୍ରହ୍ମାବରଣ ଦଇବତଶୀତଳ ଦ୍ରବ୍ୟ ଦିଲେ ଅଷ୍ଟକୁଳା ନାଗନ୍ତ ।୮୧।ଶଙ୍ଖପଦ୍ମ ମହାପଦ୍ମ କର୍କୋଟକ କୁଳିକବାସୁକୀ ତକ୍ଷକ ଯେ ଅଟେ ଅନନ୍ତକ ।୮୨।ସଗୋତ୍ର ବାକ୍ୟେଣ ସିଉକାର ସାରିସର୍ବେ ଆନନ୍ଦେ ବେଦ ଧୁନି କରି ।୮୩।ଆଷାଢ଼ ସାମ ବାକ୍ୟେ ଦୃଢ଼ ବନ୍ଧନ ସୁତାକୁଙ୍କୁମ ବର୍ଣ୍ଣ କରି କାନ୍ଧରେ ଭରିଲେ ପଇତା ।୮୪।ଦୁର୍ବାଙ୍କୁର ଭରି ବଦରି ପତ୍ର ଫାନ୍ଦିବରକନ୍ୟାଙ୍କର ଭୁଜରେ ନେଇ ବାନ୍ଧି ।୮୫।ଗ୍ରହ ପୂଜା କଲେ ଗ୍ରହ ଶାନ୍ତି ମନ୍ତ୍ରେଆଦିତ୍ୟ ସୋମ ମଙ୍ଗଳ ବୁଧ ବୃହସ୍ପତ୍ୟେ ।୮୬।ଶୁକ୍ର ଶନିଶ୍ଚର ଯେ ରାହୁ କେତୁ ସହିତେଆଦିତ୍ୟ କାଶ୍ୟପ ଗୋତ୍ରେ ସୋମ ଆତ୍ରେୟ ଗୋତ୍ରେ ।୮୭।ମଙ୍ଗଳ ଭାରଦ୍ୱାଦଶ ଗୋତ୍ରେବୁଧ ଆତ୍ରେୟସ ଗୋତ୍ରେ ।୮୮।ବୃହସ୍ପତି ଆଙ୍ଗିରସ ଗୋତ୍ରେଶୁକ୍ର ଭାର୍ଗବସ ଗୋତ୍ରେ ।୮୯।ଶନିଶ୍ଚର କାଶ୍ୟପସ ଗୋତ୍ରେରାହୁ ପୈଠିନସୀ କେତୁ ଜୈମିନି ଗୋତ୍ରେ ।୯୦।ବ୍ରହ୍ମ ଦେବତାଙ୍କର ଜଳ ଉଦେକ ଗୋତ୍ରେବରୁଣ ଦେବତାର କୁଣ୍ଡଳୀଶ ଗୋତ୍ରେ ।୯୧।ଅଷ୍ଟକୁଳାନାଗ ଯେ ଜଟାୟୁସ ଗୋତ୍ରେଅଗ୍ନିଦେବତାଙ୍କ ଦଧୀଚି ଗୋତ୍ରେ ।୯୨।ଗ୍ରାମଦେବତାର ବିମଳସ ଗୋତ୍ରେଶାୟେନ୍ତନୁ ସୋମପାଳ ଗୋତ୍ରେ ।୯୩।ପାଣ୍ଡୁଦେବସ୍ୟ ଚନ୍ଦ୍ରମସ ଗୋତ୍ରେବିଚିତ୍ର ଦେବଇଂ ସୋମ ପାଳ ଗୋତ୍ରେ ।୯୪।ପାଣ୍ଡୁଦେବ ସମର୍ପଣେ ପୁତ୍ରାୟ ।୯୫।ଚନ୍ଦ୍ରଧ୍ୱଜ ଦେବସ୍ୟ ପ୍ରପୌତ୍ରୀ ପୃଷତ ଦେବସ୍ୟ ପୌତ୍ରୀଦ୍ରୁପଦେଶ୍ୱରସ୍ୟ ପୁତ୍ରୀ ।୯୬।ଧୌମ୍ୟ ପ୍ରୋହିତେ ମନ୍ତ୍ର ଉଚ୍ଚାରି ଆପଣେବ୍ୟାସ ମହାମୁନି ଯେ ଆଚାର୍ଯ୍ୟ ବରଣେ ।୯୭।ତାର ବାର ଚନ୍ଦ୍ର ଯୋଗ କରଣ ମୁହୂର୍ତ୍ତକାଂଶକେଷୁଯଦୁର୍ବେଦୀୟ ବ୍ରାହ୍ମଣ ବ୍ରହ୍ମାବରଣ ପାଦେଷୁ ।୯୮।ବିଭାମଙ୍ଗଳ କଲେ ଓହୋ କୁଳ ଗୋତ୍ରେପାଞ୍ଚଜନ୍ୟ ଶଙ୍ଖ ଧ୍ୱନି ଶବଦ କରନ୍ତି ଆପଣେ ଜଗନ୍ନାଥେ ।୯୯।ଅଗ୍ରେ ନୃତ୍ୟେ ଆରମ୍ଭେ ଖଟନ୍ତି ଚଞ୍ଚଳାହୁଳୁହୁଳି ଶବଦେ ମଙ୍ଗଳ ଗୀତ ଗାବନ୍ତି ଅବଳା ।୧୦୦।ବ୍ରାହ୍ମଣମାନେ ଯେ କରନ୍ତି ବେଦଧୁନିହୁଳହୁଳି ଶବଦ କରନ୍ତି କାମିନୀ ।୧୦୧।ମାହେନ୍ଦ୍ର ଯୋଗ ଘେନି ଶୁଭ ଲଗ୍ନ ବେଳାସତ୍ୟ ବାକ୍ୟ କରନ୍ତି ଅଭିନବ ବାଳା ।୧୦୨।ବରକନ୍ୟାଙ୍କର କର ଧରି ଧୌମ୍ୟ ପ୍ରୋହିତେୟେକ ଯୋଗ କରାବନ୍ତି ବେନି କର ପତ୍ରେ ।୧୦୩।ଦ୍ରୋପତୀ ଦେବୀଙ୍କର ଜ୍ୟେଷ୍ଠ ଯେ ଅଙ୍ଗୁଷ୍ଠିଶ୍ରୀହସ୍ତେ କୁଶ ଯୋଗ ଧର୍ମରାୟେ ଯୁଝେଷ୍ଠି ।୧୦୪।ଦ୍ରୋପତୀ ଦେବୀଙ୍କର ତର୍ଜନୀ ଅଙ୍ଗୁଳିଶ୍ରୀହସ୍ତେ କୁଶ ଯୋଗ ଭୀମ ମହାବଳୀ ।୧୦୫।ଦ୍ରୋପତୀ ଦେବୀଙ୍କର ମଧ୍ୟମା ଅଙ୍ଗୁଳି ଯେ ଟିଶ୍ରୀହସ୍ତେ କୁଶ ଯୋଗ କଲେକ କିରୀଟୀ ।୧୦୬।ଦ୍ରୋପତୀ ଦେବୀଙ୍କର ଅନାମିକା ଅଙ୍ଗୁଳିଶ୍ରୀହସ୍ତେ କୁଶ ଯୋଗ ନକୁଳ ମହାବଳୀ ।୧୦୭।ଦ୍ରୋପତୀ ଦେବୀଙ୍କର କନିଷ୍ଠ ଅଙ୍ଗୁଳି ଯେ ଟିଶ୍ରୀହସ୍ତେ କୁଶ ଯୋଗ ସହଦେବକର ଗୋଟି ।୧୦୮।ଦ୍ରୋପତୀ ଦେବୀଙ୍କର ପଞ୍ଚଅଙ୍ଗୁଳିରେ ପଞ୍ଚୁ ପାଣ୍ଡବଙ୍କର ହାଥଶ୍ରୀହସ୍ତେ କୁଶ ଯୋଗକଲେ ଧୌମ୍ୟ ପୁରୋହିତ ।୧୦୯।ଜୟ ଜୟ ଶବଦ କଲେ ସର୍ବମୁନିଆପଣେ ଜଗନ୍ନାଥ କଲେ ଶଙ୍ଖଧୁନି ।୧୧୦।ବ୍ରହ୍ମାଣ୍ଡ ଉଛୁଳିଲା ଶଙ୍ଖଧୁନି ବାଣୀଆକାଶୁଂ ପୁଷ୍ୟ ବୃଷ୍ଟି କଲେ ବଜ୍ରପାଣି ।୧୧୧।ଆକାଶେ ଶୁଭିଲା ଯହୁଂ ପାଣ୍ଡବଙ୍କର ବିଭାଦେବସ୍ତିରୀୟେ ବୋଇଲେ ଦେଖିତେ ଚାଲ ଯିବା ।୧୧୨।ସର୍ବ ଅଳଙ୍କାରେ ହୋଇ ଅନେକ ବେଶ ଯେ ବେଶନେଦେବ ସ୍ତିରୀୟେ ଦେଖନ୍ତି ରହି ଅନ୍ତର୍ଦ୍ଧାନେ ।୧୧୩।ସ୍ୱର୍ଗେ ଥାଇଣ ଯେ ସମସ୍ତ ସାଧବୀହୁଳହୁଳି ଧୁନି ଯେ କଲେ ସର୍ବଦେବୀ ।୧୧୪।ସାଧୁ ସାଧୁ ଧୁନି ଯେ କଲେ ଦେବ ସ୍ତିରୀଶୂନ୍ୟ ଭୁବନେ ଥାଇ ମଙ୍ଗଳ ସିଉକାରୀ ।୧୧୫।ବ୍ରହ୍ମାଙ୍କର ଭାରିଯା ଦେବୀ ଯେ ସାବିତ୍ରୀରୁଦ୍ର ଦେବତାଙ୍କର ଭାରିଯା ପାର୍ବତୀ ।୧୧୬।ବାସବ ଦେବତାଙ୍କର ଭାରିଯା ଯେ ଶଚୀ ମହାସତୀକୁବେରଙ୍କ ଭାରିଯା ଯେ ଅପର୍ଣ୍ଣା ହାରାବତୀ ।୧୧୭।ଚନ୍ଦ୍ରଙ୍କର ଭାରିଯା ଯେ ଅଟଇରୋହିଣୀବୃହସ୍ପତିଙ୍କର ଭାରିଯା ତାରା ମହାରାଣୀ ।୧୧୮।ଆଦିତ୍ୟଙ୍କର ଭାରିଯା ସାଂଗ୍ୟା ଛାୟା ବେନି ରାଣୀସିଦ୍ଧ ଅପର୍ଣ୍ଣା ସେ ଅଟନ୍ତି ସାଧବୀ ମହାତ୍ମାଣୀ ।୧୧୯।ବଶ୍ୟାନରଙ୍କ ଭାରିଯା ଅଟନ୍ତି ସ୍ୱାହା ସ୍ୱଧାଆଗମ ପୁରୁଷଙ୍କ ଭାର୍ଯ୍ୟା ମେଧା ଯେ ସୁମେଧା ।୧୨୦।ଯମଦେବତାଙ୍କ ଭାରିଯା କାଳୀ ଯେ କରାଳୀମେଘଙ୍କର ଭାରିଯା କୁଣ୍ଡଳୀ ଆର୍ଦ୍ରାବଳୀ ତାରାଳୀ ବିଜୁଳୀ ।୧୨୧।ବରୁଣ ଦେବତାଙ୍କ ଭାରିଯା ନୀରବତୀ ରାଣୀବସୁଧା ବସୁମତୀ ୟେ ତିନି ଭୟେଣୀ ।୧୨୨।ୟେମାନେ ଦକ୍ଷର ନନ୍ଦିନୀ ଯେ ଚଉଷଠୀପ୍ରଳୟ ଶରୀର ୟେହାଙ୍କର ଆଷ୍ୟ କୋଟି କୋଟି ।୧୨୩।ୟେମାନେ କରନ୍ତି ସମସ୍ତେ ସାଧୁ ସାଧୁ ବାଞ୍ଛାଭାରା ନିବାରିଣୀ ଗୋ ସ୍ୱର୍ଗ ମଞ୍ଚ କର ରକ୍ଷା ।୧୨୪।ଆକାଶେ ମଙ୍ଗଳ ଧୁନି କଲେ ଅପର୍ଣ୍ଣା ବୃନ୍ଦମାନେହୁଳୁହୁଳି ଶବଦ ଶୁଭିଲା ସ୍ୱର୍ଗ ଯେ ଭୁବନେ ।୧୨୫।ମଞ୍ଚଜନମାନେ ସମସ୍ତେ ଶୁଣିଲେସାଧୁ ସାଧୁ ଦ୍ରୋପତ ବୋଲିଣ ସମସ୍ତେ ବୋଇଲେ ।୧୨୬।ସ୍ୱର୍ଗ ମଞ୍ଚ ପାତାଳେ ୟେ ତିନି ଭୁବନଅନେକ ମଙ୍ଗଳ ଧୁନି ସାଧୁ ସାଧୁ ବଚନ ।୧୨୭।ଡାହାଣାବ୍ରତେକ ଶଙ୍ଖେ ଜଳ ତିଳ ଲାଇଧୌମ୍ୟ ପୁରୋହିତେ ଦିଲେ ଦ୍ରୋପଦ ହାଥେ ନେଇ ।୧୨୮।ଦୁହିତା ପ୍ରଦାନ ଯେ କଲୁପାଣ୍ଡବଙ୍କୁଯଉତୁକ ଦିଅ ରାଜା ଯଥା ବିଧାନକୁ ।୧୨୯।ଯୁଝେଷ୍ଠି ଦେବ ସମର୍ପଣେ ଭୀମସେନ ଦେବ ସମର୍ପଣେଅର୍ଜୁନ ନକୁଳ ସହଦେବ ସମର୍ପଣେ ମହାମନ୍ତ୍ର ଧୁନି ଉଚ୍ଚାରନ୍ତି ବ୍ରାହ୍ମଣେ ।୧୩୦।ଶ୍ରୀହସ୍ତେ ଶଙ୍ଖେ ଯେ ଘେନିଲେ ଦ୍ରୋପଦେଶ୍ୱର ନୃପତ୍ୟେପାଞ୍ଚ ଲକ୍ଷ ଧେନୁ ଦିଲା ବତ୍ସାନ୍ତ ସହିତେ ।୧୩୧।ଶ୍ରୀହସ୍ତେ ପାଣି ଦେଇ ପଞ୍ଚାଳ ରାଜ୍ୟେଶ୍ୱରଅଷ୍ଟରତ୍ନ ପାଣି ଦ୍ରବ୍ୟ ଦିଲା ପଞ୍ଚୁ ଯେ ଭଣ୍ଡାର ।୧୩୨।ଶ୍ରୀହସ୍ତେ ଶଙ୍ଖ ଘେନି ଦ୍ରୋପଦେଶ୍ୱର ତୋଷିପାଣି ଛାଡ଼ି ଦିଲା ପାଞ୍ଚ ଲକ୍ଷ ଦାସୀ ।୧୩୩।ଶ୍ରୀହସ୍ତେ ଜଳ ଘେନିଣ ଦ୍ରୋପତ ନରନାଥଯୋଦ୍ଧା ଆଦି କରି ଦିଲା ପାଞ୍ଚ ଲକ୍ଷ ରଥ ।୧୩୪।ଶ୍ରୀହସ୍ତେ ଶଙ୍ଖ ଘେନି ଦ୍ରୋପଦେଶ୍ୱର ନୃପତିନିଘୋଡ଼ ମଣ୍ଡଣୀ କରିଦିଲା ମର୍ଭୁତେକ ମୟେମତ୍ତ ହାଥୀ ।୧୩୫।ଶ୍ରୀହସ୍ତେ ଛାଡ଼ି ଦ୍ରୋପଦେଶ୍ୱର ରାୟେଚୋଖାର ତୁରଙ୍ଗମ ଦିଲା ଦଶ ଲକ୍ଷ ହୟେ ।୧୩୬।ଶ୍ରୀହସ୍ତେ ପାଣି ଘେନି ଦ୍ରୋପଦେଶ୍ୱର ସ୍ୱାମୀରୁଦ୍ରମଣ୍ଡଳ ଯମମଣ୍ଡଳ ଦିଲା ବେନି ରାଜ୍ୟ ଭୂମି ।୧୩୭।ପଞ୍ଚଶତ ଯୋଜନ ଆୟେତନ ଯେ ବେନି ମଣ୍ଡଳତୋଷେ ତାକୁ ଦିଲାକ ଦ୍ରୋପଦ ମହୀପାଳ ।୧୩୮।ସର୍ବାଙ୍ଗ ଅଳଙ୍କାର କରି ଲକ୍ଷେକ ଯୁବତୀତୋଷେ ଯଉତୁକ ଦିଲା ପାଞ୍ଚାଳେଶ୍ୱର ନୃପତି ।୧୩୯।ସୁବର୍ଣ୍ଣର ପାଞ୍ଚ ପଲଙ୍କ ଶେଯ୍ୟାର ଯୋଗାଡ଼େସୁବର୍ଣ୍ଣର ପଲମ ଦିଲା ଲକ୍ଷେ ଲକ୍ଷେ ମାଢେ ।୧୪୦।ଯଉତୁକ ଦିଲା ରାଜା ଶ୍ରୀହସ୍ତେ ଜଳ ଘେନିସମସ୍ତ ସଜ କରି ଦିଲା ବେନି ଲକ୍ଷ ସଇନି ।୧୪୧।ପାଞ୍ଚ ଲକ୍ଷ ପାଟଛତ୍ର ଯେ ଆଲଟ ଉଦଣ୍ଡପାଞ୍ଚ ଲକ୍ଷ ୟେକ ଲକ୍ଷି ମଜୁରଝାଲି ଖଣ୍ଡ ।୧୪୨।ପାଞ୍ଚ ଲକ୍ଷ ଆଲମ୍ୱ ପାଞ୍ଚ ଲକ୍ଷ ସୁଆରିୟେତେକ ଯଉତୁକ ଦିଲା ଦ୍ରୋପଦ ଦଣ୍ଡଧାରୀ ।୧୪୩।ଟମକ ନିଶାଣ ନାନା ବାଦ୍ୟ ଆଦି କରିସମସ୍ତ ଯଉତୁକ ଦିଲା ବିନୟ ଭାବ କରି ।୧୪୪।ଆସ୍ତାନୁ ଉଠି ଦ୍ରୋପଦ ମହୀପାଳେଦଣ୍ଡଲାଇଂ ସୁତିଲା ଯୁଝେଷ୍ଠି ପାଦ ତଳେ ।୧୪୫।ଗୋସାଇଂ ପ୍ରତକ୍ଷେ ନିରଞ୍ଜନ ଅନାଦି ସୋମବଂଶୀଯାହାର ବଲ୍ଲଭ ଅଟନ୍ତି ହୃଷିକେଶୀ ।୧୪୬।ତାହାଙ୍କୁ ଯଉତୁକ ଦେବାକୁ ମୋହୋର ଶକ୍ୟ କିସଦୁହିତା ଗୋଟିୟେ ଦେଇ ସମର୍ପି ହୋଇଲି କ୍ଷମା କରିବାକ ଦଶ ଦୋଷ ।୧୪୭।ଅନେକ ବିନୋୟି ଯେ ଦ୍ରୋପଦେଶ୍ୱର ରାୟେପୁଣ ପୁଣ ପୁତ୍ରନ୍ତ ଘେନି ରାଜା ଗଡ଼ଘାଲି ଶୋୟେ ।୧୪୮।ପଦ୍ମାବତୀ ବୋଲିଣ ଦ୍ରୋପଦର ପାଟରାଣୀଅନେକ ସମ୍ଭରେ ଯଉତୁକ ଦିଲେ ଆଣି ।୧୪୯।ପ୍ରାର୍ଥନା ବାକ୍ୟ ଯହୁଂ କରାଇଲେ ଧୌମ୍ୟ ପୁରୋହିତେଅଶ୍ରୁଜଳ ବହଇ ରାଣୀର ବେନି ନେତ୍ରେ ।୧୫୦।କ୍ରୋଧଭର ହୋଇ ବୋଲଇ ରାଜା ଦ୍ରୋପଦପୁନରପି ଦୁହିତା ଯେ ନୋହୁ ନୋହୁ ଜାତ ।୧୫୧।ଜଗଶ୍ରେଷ୍ଠ ପୁରୁଷର ଦୁହିତା ହୋଇଲେଭୃତ୍ୟର ଭୃତ୍ୟ ହୋଇ ସେ ପରେ ପ୍ରଦାନ ଯେ କଲେ ।୧୫୨।ଆପଣାର ବଳବୀର୍ଯ୍ୟ ସମସ୍ତ ବୁଡ଼ଇପରେ ପରିଚର୍ଯ୍ୟା କରେ ଭୃତ୍ୟପଣ ହୋଇ ।୧୫୩।ଦୁହିତା ପ୍ରସବଇ ଯେବଣ ଭରିଯାତାହାର ସହିତେଣ କରିବାକ ପରିତେଜ୍ୟା ।୧୫୪।ତାହା ଶୁଣି ବୋଇଲେ ଯେ ବ୍ୟାସ ମହଋଷିବିଭା କାଳେ ଅବଶ୍ୟ କ୍ରୋଧେକ ଉପୁଜଇ ଆସି ।୧୫୫।ଅନାଦି ସରସ୍ୱତୀ ଆଦି ଯେ ଅପର୍ଣ୍ଣାତାହାର ତହୁଂ ଆତଯାତ ଉତ୍ପତ୍ତି ପ୍ରଳୟ ସିନା ।୧୫୬।ଆଦି ବ୍ରହ୍ମ ଅଂଶେ ୟେ ଦକ୍ଷ ପ୍ରଜାପତିଯଗ୍ୟଂରୁ ଷାଠିୟେ କନ୍ୟା ହେଲେ ଉତ୍ପତ୍ତି ।୧୫୭।ଦିଗପାଳମାନଙ୍କୁ ଯତନେ ଦିଲା ବାଣ୍ଟିଧର୍ମଦେବତାଙ୍କୁ ଦିଲା ଦୁହିତା ଦଶଗୋଟି ।୧୫୮।ଶ୍ରୁତି ମତି ଧୃତି କାନ୍ତି କ୍ଷାନ୍ତି ତନୁ ଭାନୁ ମେଧା ସୁମେଧା ଶରଧାଧର୍ମ ଦେବତାଙ୍କୁ ଦିଲା ହୋଇଣ ଆନନ୍ଦା ।୧୫୯।ଶୁଣ ଦ୍ରୋପଦ ସାବଧାନେ ତୋତେ କହୁଂଶୂନ୍ୟ ପୁରୁଷମାନେ ଉତପତ୍ତି ୟେହାର ତହୁଂ ।୧୬୦।ଶ୍ରୁତିର ତହୁଂ ଆବର୍ତ୍ତକ ମେଘ ଉପୁଜିଲାମତିର ତହୁଂ ସମ୍ୱର୍ତ୍ତକ ମେଘ ଜାତ ହେଲା ।୧୬୧।ଧୃତିର ତହୁଂ ଉପୁଜିଲା ଦ୍ରୋଣ ମେଘକାନ୍ତି ତହୁଂ ଉପୁଜିଲା ପୁଷ୍କର ମେଘ ।୧୬୨।କ୍ଷାନ୍ତିର ତହୁଂ ଜାତ ଆୟୁଦେବତନୁର ତହୁଂ ଜାତ ଜ୍ୟୋତିର ମନ୍ତ୍ରପଦ ।୧୬୩।ଭାନୁର ତହୁଂ ଜାତ ଧନୁ ମହାମନ୍ତ୍ରମେଧାର ତହୁଂ ଜାତ ସୁଷୁମୁନା ଯନ୍ତ୍ର ।୧୬୪।ସୁମେଧାର ତହୁଂ ଜାତ ହୋଇଲେ ବରୁଣଶରଧାର ତହୁଂ ହେମ ଶିଶିର ବସନ୍ତଗ୍ରୀଷମ ବରଷା ଶରଦ ଛଡ଼ ଋତୁ ଜାଣ ।୧୬୫।ଶୁଣହୋ ଦ୍ରୋପତ ଶାହାସ୍ର ଉକତ ତୋତେ କହୁଂୟେ ଶୂନ୍ୟପୁରୁଷେ ଉପୁଜିଲେ ଦଶ କନ୍ୟାଙ୍କର ତହୁଂ ।୧୬୬।ଈଶ୍ୱର ଦେବତାଙ୍କୁ ପ୍ରଦାନ କଲେ ଉମାପ୍ରଜାପତିଙ୍କର କୋଟିୟେ ପୁରୁଷ ତାରିଲେ ସଦାଶିବର ବାମା ।୧୬୭।କଶ୍ୟପଙ୍କୁ ଦିଲେ ତେର ଗୋଟି ଯେ କୁମାରୀମହା ବ୍ରହ୍ମବେତ୍ତା ସଚରାଚର ଅଧିକାରୀ ।୧୬୮।ଦିତି ଅଦିତି କଦ୍ରୁ ବିନତା କଳା ଅରିଷ୍ଟାସିଂହିକା ସୁରଭି ଗୁହିଜା ଦନୁ ଗନ୍ଧର୍ବା ଋକ୍ଷା ଆବର ପୁରୁଷ ଶ୍ରେଷ୍ଠା ।୧୬୯।ୟେ ତେର କନ୍ୟାଙ୍କ ଘରୁ ଉତପତ୍ତି ଯେଉଂଣ ଯେଉଂଣଆହୋ ଦ୍ରୋପଦ ରାଜା ତୁ ସାବଧାନେ ଶୁଣ ।୧୭୦।ଅଦିତି ଦିତି ତହୁଂ ଦେବ ଅସୁର ହାଦେକଦ୍ରୁର ତହୁଂ ଉପୁଜିଲେ ନାଗ ବୃନ୍ଦେ ।୧୭୧।ବିନତାର ତହୁଂ ଉପୁଜିଲେ ଅରୁଣ ଗରୁଡ଼ ପଛୀ ଭାଗେକଳାର ତହୁଂ ଉପୁଜିଲେ କାଳକେୟ ଯୋଗେ ।୧୭୨।ଗନ୍ଧର୍ବା ତହୁଂ ଉତପତ୍ତି ଗନ୍ଧର୍ବ ସମସ୍ତେଦକ୍ଷଉଂ ଦକ୍ଷଗଣେ ହୋଇଲେ ସମ୍ଭୂତେ ।୧୭୩।ଋକ୍ଷାର ତହୁଂ ଉପୁଜିଲେ ଚଉପାୟୀ ଜୀବଜନ୍ତୁ ଯେତେସିଙ୍ଘ ଶାର୍ଦ୍ଦୋଳ ଗଜ ଅଶ୍ୱ ବ୍ୟାଘ୍ର ଭାଲୁକ ମର୍କଟ ବଳୟା ସହିତେ ।୧୭୪।ଅରିଷ୍ଟାର ତହୁଂ ଜନମିଲେ ଅରିଷ୍ଟ ଜୀବମାନେଦନୁଠାରୁ ଉପୁଜିଲେ ଯେ ଦାନବଗଣେ ।୧୭୫।ମାନୁଷୀର ତହୁଂ ଉପୁଜିଲେ ମାନବମାନେଖଣ୍ଡାୟିତ ଆଦି କରି ଯେତେ ବିଦ୍ୟମାନେ ।୧୭୬।ସିଂହିକା ତହୁଂ ଜନମିଲେ ରାହୁ ଯେ ରାକ୍ଷସେସୁରଭିର ତହୁଂ ଜାତ ଗୋଧନ ପ୍ରକାଶେ ।୧୭୭।ଗୁହିଜାରୁ ଉପୁଜିଲେ ଗୁହ୍ୟକ ଲୋକମାନେଷାଠିୟେ କନ୍ୟାରୁ ସର୍ବେ ହେଲେ ଉତପନ୍ନେ ।୧୭୮।ବ୍ୟାସେ ବୋଇଲେ ବାବୁ ଶୁଣହୋ ଦ୍ରୋପତ ନୃପତ୍ୟଦକ୍ଷର ନନ୍ଦିନୀ ତହୁଂ ଜାତ ହୋଇଲେ ସମସ୍ତ ।୧୭୯।କରପତ୍ର ଯୋଡ଼ି କହଇ ପାଞ୍ଚାଳେଶ୍ୱର ଦେବଭୋ ମୁନି କଥାୟେ ପଚାରିବି ମୋତେ କୋପ ନ କରିବ ।୧୮୦।ସଭାର ସ୍ଥଳେ ଦ୍ରୋପଦେଶ୍ୱର ବୋଇଲାଉମା କନ୍ୟା ଛଳେ ଦକ୍ଷ ପ୍ରଜାପତି ନାଶ ଗଲା ।୧୮୧।ମାରକଣ୍ଡ ବୋଇଲେ କଥା ବଢିବ କହନ୍ତେକନ୍ୟାନ୍ତ ସମର୍ପି ୟେବେ ଯାଅ ଯା ଦ୍ରୋପତ ନୃପତ୍ୟେ ।୧୮୨।ଚଳଇ ଦ୍ରୋପଦ ରାଜା ନିଜ ଯେ ଆଶ୍ରମେଧୌମ୍ୟ ପୁରୋହିତେ କଲେ ଲାଜା ହୋମେ ।୧୮୩।ଅସଂକ୍ଷେପ ଯାଗ କଲେ ଲାଜା ହୋମ ଆହୂତିଘୃତ ଆହୂତି ଅମୃତ ଦେଇ ତ୍ରିପୁତି କଲେ ଯେ ବହତି ।୧୮୪।ଅମର ପୁରୋହିତେ ଯେ ଧର୍ମଣେ ଅଛନ୍ତିଅଗ୍ନିର ଜିହ୍ୱାରେ ଦିଲେକ ପୂର୍ଣ୍ଣାହୁତି ।୧୮୫।ଉତିଷ୍ଟ ଘୃତ ଦିଲେ ବରକନ୍ୟାଙ୍କର ହାଥେକନ୍ୟାର ହାଥ ଧରି ପାରଣା କଲେ ପଞ୍ଚୁଭ୍ରାଥେ ।୧୮୬।ଘୃତ ପାରଣା କଲେ ଦେବୀ ଯେ ଦ୍ରୋପତୀଆଞ୍ଚୋବନ ସାରି ୟେକ ଆସନେ ବସନ୍ତି ।୧୮୭।ନଟ ଭାଟ ଭିକ୍ଷାଶୀ ଥିଲେକ ଯେତେ ଜନଦରିଦ୍ର ଜନେ ଦିଲେ ଅନେକ ରତ୍ନମାନ ।୧୮୮।ଚାରି ଭଣ୍ଡାରୁ ଯେତେ ଯଉତୁକ ପାଇଥିଲେକନ୍ୟା ଦାନ ନିମନ୍ତେ ଅନେକ ଦାନ ଦିଲେ ।୧୮୯।ଗୋଧନ ଧନ ବସ୍ର ସମସ୍ତ ଅଳଙ୍କାରସମସ୍ତ ଦାନ ଦିଲେ ପଣ୍ଡୁର କୁମର ।୧୯୦।ଦ୍ରୋପତୀର ମାତା ଅଟଇ ପଦ୍ମାବତୀଲକ୍ଷେ ସ୍ତିରୀ ଘେନି ବରକନ୍ୟାଙ୍କର ଶିରେ ଅର୍ଘ୍ୟ ବନ୍ଦାପନ୍ତି ।୧୯୧।ମା ଗୋ ଆଷ୍ୟ ଧନ ପୁତ୍ର ଅନେକ ସମ୍ପଦ ବାଞ୍ଛାଅବଶ୍ୟ ଫଳଶ୍ରୂତି ହୋଇବ ଯାହା ତୋହୋର ଇଚ୍ଛା ।୧୯୨।ପ୍ରତକ୍ଷେ ନିରଞ୍ଜନ ଯୁଝେଷ୍ଠିଦେବଙ୍କର ବିଭାସମସ୍ତ ଜନେ ଶୁଣି ମୁକତି ହୋଇବା ।୧୯୩।ଅନେକ ଜନମର ପାତକ ଦୁଖ ଖଣ୍ଡଅଣ ଅପ୍ରାଧ କଷ୍ଟୁଂ ତର ନ ଲାଗୁ ଯମ ଦଣ୍ଡ ।୧୯୪।ଆପଦ ବିପଦ ଦୁଖ କେଳଶ ସମସ୍ତ ପାରଯାଉଦରିଦ୍ର ଦୋଷ ତୁଟୁ ଶତ୍ରୁ ଶାନ୍ତି ହୋଉ ।୧୯୫।ସୁବେଳେ ସୁଲକ୍ଷଣେ ଶୁଭ ଅନକୂଳେରାଜା ମୁଖେ ଯଶ ହୋଉ ଦେବୀ ସର୍ବ ମଙ୍ଗଳେ ।୧୯୬।ଯେ ୟେହା ପଢନ୍ତି ଶୁଣନ୍ତି ସାବଧାନେକୋଟିୟେ ପାତକ ହରଇ ଯେହ୍ନେ ପୁଷ୍କର ସ୍ନାହାନେ ।୧୯୭।ଇହ ଲୋକେ ଗତି ପର ଲୋକେ ମୁକତିଶ୍ରୀମହାଭାରତ ୟେସନ ଫଳଶ୍ରୁତି ।୧୯୮।ମୁହିଂ ବାଞ୍ଛା କରଇ ୟେ ସଂସାର ଜନଙ୍କୁସମସ୍ତ ଆଶ କର ବଇକୁଣ୍ଠ ଭୁବନକୁ ।୧୯୯।ସମସ୍ତଜନମାନଙ୍କର ଆପଦ କ୍ଷୟଯାଉଆୟିଷ ଧନ ପୁତ୍ର ବାଞ୍ଛା ସିଦ୍ଧ ହୋଉ ।୨୦୦।କଳି କାଳ ଦୁରାପଦ ଯହୁଂ କଟାଳିଲା ସଂସାରକୁତଦ ଦର୍ପ ଧଂସିବାକୁ ଶ୍ରୀଜଗନ୍ନାଥେ ଆଗ୍ୟାଂ ଦିଲେ ମୁକୁ ।୨୦୧।ନ ପଢି ପଣ୍ଡିତ ମୁଂ ଆଗ୍ୟାଂ ପରମାଣେଗ୍ରନ୍ଥ ଅର୍ଥ କଲି ମୁଂ ଶ୍ରୀଚଣ୍ଡୀ ସାରୋଳା ପ୍ରସନ୍ନେ ।୨୦୨।ସେ ଯାହା କହଇ ମୁଂ ଲିହଇ ସେହି ମତେମୂର୍ଖ ହୋଇ ଲେଖନ କଲି ମୁଂ ନୋହଇ ପଣ୍ଡିତେ ।୨୦୩।ଯେ ଅବା ଭ୍ରାନ୍ତି ହୋଅଇ ମୋର ମନେଆପଣେ ପୂରୋଇ ଦେବୀ ଶ୍ରୀହସ୍ତେ କରନ୍ତି ଲେଖନେ ।୨୦୪।ସରୂପେ ଦେଖାଇଲେ ମୋତେ ଆପଣାର ଚିହ୍ନ ବର୍ଣ୍ଣମୋତେ କାହିଂ ସଖ୍ୟ ହୋଇବ ୟେ ଦିବ୍ୟ ଲେଖନ ।୨୦୫।ଶ୍ରୀଚଣ୍ଡୀ ସାରୋଳାକୁ ବିନୋୟୀ ଭାବ ଚିତ୍ତେଶତ ସହସ୍ରେ ଦଣ୍ଡ ପ୍ରଳମ୍ୱ ମୋହୋର ନିତ୍ୟେ ।୨୦୬।ବିଘଂସିତ ଶତ ଦଳ କମଳ ଦିବ୍ୟ କାୟେଇହ ଲୋକ ବର ଦାୟେନୀ ଭଗତ ବତ୍ସଳୀ ମହାମାୟେ ।୨୦୭।ୟେ ମୋହୋର ଶିର ଲୁଳୁ ତାହାଙ୍କ ପଦ୍ମ ପାଦେକହିଲି ଆଦ୍ୟପର୍ବ ସିଦ୍ଧ ସାରୋଳା ପ୍ରସାଦେ ।୨୦୮।ତୁଳସାର ବଲ୍ଲଭ ଚରଣେ ଲୟେ ଆଶବଦୟନ୍ତି ଶୂଦ୍ରମୁନି ଶ୍ରୀସାରୋଳା ଚଣ୍ଡୀ ଦାସ ।୨୦୯।-୧୧୭୯୬।