ସାରଳା ମହାଭାରତ ଆଦି ପର୍ବ (ଦ୍ୱିତୀୟ ଖଣ୍ଡ)
ସାରଳା ଦାସ · ଭାଗ ୧୨ / ୧୪
ସମ୍ପୂର୍ଣ୍ଣ ସୂଚୀପତ୍ର
ପାଣ୍ଡବଙ୍କ ଅର୍ଦ୍ଧରାଜ୍ୟ ଦାନ
ଶୁଣ ହୋ ରାଜନ ଶିଖଣ୍ଡୀ ଧୃଷ୍ଟଦୃମନ ଯେ ବେନି ଭ୍ରାଥେଅଗ୍ନିକି ଶୀତଳ କରାଇଲେ ସମାପତେ ।୧।କନ୍ୟାର କର ଯେ ଧରିଣ ଧର୍ମରାୟେଦ୍ରୋପଦର ଭୁବନକୁ ବିଜେ କରିଆୟେ ।୨।ଅନ୍ତେଶ୍ୱର ପୁର ସନ୍ନିଧେ ମୁଣୋହି ଭୁବନେତହିଂ ଯାଇଂ ବିଜୟ କଲେ ଧର୍ମନାନେ ।୩।ଶ୍ରୀଜଗନ୍ନାଥଙ୍କ ବଲ୍ଲଭୀ ଆଠ ୟେକଶତ ଷୋଳ ସହସ୍ର ବାଳୀସର୍ବ ଅଳଙ୍କାର ହୋଇ କରେଣ ଅର୍ଘ୍ୟ ସ୍ଥାଳୀ ।୪।ମାଣିକ୍ୟର ଦୀପନ୍ତ ଘେନିଣ ନିଜ କରେଅର୍ଘ୍ୟ ବନ୍ଦାଇଲେ ବରକନ୍ୟାଙ୍କର ଶିରେ ।୫।ଅନେକ ଶୁଭବାଞ୍ଛା କଲେ ସର୍ବେ ବାଳୀଦ୍ୱାରକା ସ୍ତିରୀମାନେ ମଙ୍ଗଳ ଧୁନି ତୋଳି ।୬।ଦ୍ରୋପଦେଶ୍ୱର ଅନେକ ଭଗତି ହୋଇଲେକୁଟୁମ୍ୱ ଘେନିଣ ପ୍ରଣପତ୍ୟେ ସୁତିଲେ ।୭।ପୂର୍ବ ଜନ୍ମେଣ ମୁଂ କରିଥିଲି ପରମ ଭାଗ୍ୟପାଣ୍ଡବଙ୍କର ପରସନ୍ନେ ମୋତେ ନାରାୟଣଙ୍କର ଅନୁରାଗ ।୮।ସ୍ନାହାନ ସାରି ଭୋଜନ ଦ୍ରୋପତର ପୁରେଯୁଝେଷ୍ଠି ଅଗ୍ରତେ କହିଲେ ବଳେବରେ ।୯।ଆମ୍ଭେ ଯାଉଂ ଅଛୁ ଦ୍ୱାରକା ଭୁବନେକନ୍ୟା ଘେନି ଯାଅ ତୁମ୍ଭେ ପଞ୍ଚଦଶ ଦିନେ ।୧୦।ଯୁଝେଷ୍ଠି ବୋଇଲେ ସ୍ୱାମୀ ବିଜେ କରି ଯିବାଯୋଗାନନ୍ଦ ପୁରୁଷ ମୋତେ ଦୟା କରିଥିବା ।୧୧।ଗୋବିନ୍ଦ ପ୍ରଣପତ୍ୟ ଯୁଝେଷ୍ଠିଙ୍କ ପଦ୍ମପାଦେଉଠିଣ କୋଳ କଲେ ପ୍ରଭୁ ପରମ ସାନନ୍ଦେ ।୧୨।ଅର୍ଜୁନ ନକୁଳ ଯେ ସହଦେବ ତିନିଶ୍ରୀରାମକୃଷ୍ଣଙ୍କ ଚରଣେ କରନ୍ତି ଦୟିନି ।୧୩।ଦ୍ରୋପଦ ଅନେକ କଲେ ଅର୍ଘ୍ୟ ପୂଜାଗରୁଡ଼ ପିଠିରେ ବିଜେ କଲେ ଦେବରାଜା ।୧୪।କନ୍ୟାମାନନ୍ତ ସେ ଘେନିଣ ଦେବ ହରିଦ୍ରୋପଦ ଭୁବନୁଂ ଆକାଶ ମାର୍ଗେ ଚଳି ।୧୫।ଯେତେଦୂରେ ଦିଶଇ ଗରୁଡ଼ ଧ୍ୱଜ ଚିହ୍ନହୁଳହୁଳି ଧୁନି କରନ୍ତି ନଗ୍ର ନାରୀଜନ ।୧୬।ଅଦୃଶ୍ୟ ହୋଇଣ ସ୍ୱାମୀ କଲେକ ଗମନନିଜ ପୁରକଇ ଆସିତେ କାହାର ନ ବଳଇ ମନ ।୧୭।ନାମ ଧଇଲେ ଯାହାର ମୁକତି ଗତି ପାଇଦ୍ରୋପତୀର ପ୍ରସାଦେ ଚାହିଂଲୁ ଚଛୁ ଯେ ପୂରୋଇ ।୧୮।ସାଧୁ ସାଧୁ ପାଞ୍ଚାଳୀ ଦ୍ରୋପତର ଦୁଲାଳୀସାଧୁ ସାଧୁ ଜୀବନ ତାହା ଯେ ସୁସ୍ତେଣ ପ୍ରତିପାଳି ।୧୯।ଦ୍ରୋପତୀ ପ୍ରଦାନ ହୋଇଲେ ଯାହାଙ୍କୁଜଗନ୍ନାଥେ ନମସ୍କାର କରନ୍ତି ତାହାଙ୍କୁ ।୨୦।ତହୁଂ ଅଧିକତ ପାଣ୍ଡବଙ୍କ ଦରଶନେୟେତେ ବୋଲିଣ ବାହୁଡ଼ିଲେ ନଗ୍ରଜନମାନେ ।୨୧।ଚଳନ୍ତି କନ୍ୟାମାନେ ଯେ ଯାହାର ଭୁବନେମୁଣୋହିଂ ଯୁଗତେ କନ୍ୟା ଘେନି ବିଜେ ବରମାନେ ।୨୨।ଆଞ୍ଚୋବନ ସାରି କର୍ପୂର ତାମ୍ୱୋଳ ଭୁଞ୍ଜିଚନ୍ଦ୍ରଶାଳା ପୁରେ ଯାଇଂ ନିଶ୍ଚିନ୍ତେ ଶୟନ ଭଜି ।୨୩।ୟେକା ପଲଙ୍କେ ଶୟନ ପଞ୍ଚୁଭ୍ରାଥ ଦ୍ରୋପତୀନିଦ୍ରା ଆଳସେ ପାହିଲାକ ନିଶା ରାତି ।୨୪।ସ୍ନାହାନ ନିତ୍ୟକର୍ମ ସାରିଲେ ଧର୍ମସୁତେଦୁତୀ ଉଚ୍ଛବ ବନ୍ଦାପନା ହୋଇଲେ ତୋଷ ଚିତ୍ତେ ।୨୫।ଚତୃ ଦିବସେଣ ହୋଇଲା ଚଉଠିଯେ ବିଧି କାର୍ଯ୍ୟ ସାରିଲେ ନଗ୍ରଘଟି ।୨୬।କର୍ଦନ ଉଚ୍ଛବ ସାରିଲେ ପଞ୍ଚଇ ଦିବସେଖେଳନ୍ତି କୁତୁହୋଳେ ବିଭା ମଙ୍ଗଳ ହରଷେ ।୨୭।କେହୁ କୁଙ୍କୁମ ଘେନି ଯେ ହୋଅନ୍ତି ମରାମରିକର୍ଦନ ଦେହ ଯେ ହୋଇଲା ସବୁଙ୍କରି ।୨୮।ନଦୀର ସ୍ନାହାନେ ବିଜେ ସର୍ବଜନେଗଙ୍ଗାକୁ ଉଚ୍ଛବ ଯେ କରାନ୍ତି ବିଧାନେ ।୨୯।ସପତମ ଦିବସେ ଇନ୍ଦ୍ର ଉଚ୍ଛବ ଯେ କରିଅଷ୍ଟ ଦିବସେ ଅଷ୍ଟମଙ୍ଗଳା ବିଧି ଯେ ସାରି ।୩୦।ବରବେଶ ସାରି ଆସନ୍ତି ଦ୍ରୋପଦ ଭୁବନୁଂସେହି କୁରାଳଶାଳେ ରହିଲେ ଯେ କୋଇନ୍ତାଙ୍କର ତନୁ ।୩୧।କୋଇନ୍ତାୟେ ଅନ୍ନ ପରଷନ୍ତି ଭୁଞ୍ଜନ୍ତି ପଞ୍ଚୁଭ୍ରାଥେପଞ୍ଚାଳ ଦେଶେ ପାଣ୍ଡବେ ହୋଇଲେ ଉଦିତେ ।୩୨।ଶ୍ରୀରାମକୃଷ୍ଣ ଗଲେ ଯେ ଦ୍ୱାରକା ଭୁବନେବଳରାମେ ବୋଇଲେ ତୁ ଶୁଣ ଜନାର୍ଦ୍ଦନେ ।୩୩।ଆମ୍ଭେ ଯିବା ହାଦେ ହସ୍ତିନା ନଗ୍ର ବାଟେହସ୍ତିନାୟେ ବାରତା କରିବା ଧୃତିରାଷ୍ଟେ ।୩୪।ବଳରାମଙ୍କର ବଚନେ ଅଲଘିଂତେ ଦେବ ହରିବିଜେ ନାରାୟଣ ଯେ ହସ୍ତିନା ନଗ୍ରପୁରୀ ।୩୫।ସଞ୍ଜୟେ ଜଣାଇଲେ ଯେ ଶୁଣିମା ଧୃତିରାଷ୍ଟେଦ୍ୱାରକା ସମ୍ପାଦ ଘେନି ବିଜୟେ ରାମକୃଷ୍ଣେ ।୩୬।ଶୁଣିଣ ଆସ୍ତାନ ତେଜ୍ୟାକରି ଉଠିଲା ଅନ୍ଧରାଜାରାମକୃଷ୍ଣ ପଦ୍ମପାଦେ କଲାକ ଦିବ୍ୟ ପୂଜା ।୩୭।ଶତେ ସହସ୍ର ଦଣ୍ଡ ହୋଇଲା ପରିଣାମିଅନେକ ପୁଣ୍ୟ ଅରଜିଲି ଊଦ୍ଧରିବା ଦେବ ସ୍ୱାମୀ ।୩୮।କେଣିକି ବିଜୟ ବଧୂମାନନ୍ତ ଘେନିରାଜା ଉଗ୍ରସେନ ସହିତେ ରାମକୃଷ୍ଣ ବେନି ।୩୯।ଶୁଣ ହୋ ଧୃତିରାଷ୍ଟ ବୋଳନ୍ତି ବଳେବରଆମ୍ଭେ ଥିଲୁ ହାଦେ ଅର୍ଜୁନ ସୟମ୍ୱର ।୪୦।ଧୃତିରାଷ୍ଟ ପଚାରିଲେ ଶୁଣିମା ବଳଦେବବଡ଼ାଇ କଥା ୟେତ କହିଲ ଅସମ୍ଭବ ।୪୧।ସଂସାରେ ଶୁଣିଲୁ ଯେ ଦ୍ରୋପତୀ ସୟମ୍ୱରଲକ୍ଷେକ ନୃପତି ମିଳିଲେ ତାହାର ପୁର ।୪୨।ପାଣ୍ଡବେ ମଲେ ଯେ ଜଦୁର ଘରେ ପଶିଅର୍ଜୁନ ସୟମ୍ୱର ବୋଲି କେମନ୍ତେ ପରକାଶି ।୪୩।ବଳରାମେ ବଦନ୍ତି ଶୁଣ ଅମ୍ୱିକାର ସୁତକେହି ଜାଣି ନୁଆରିଲେ ୟେସନେକ କୃତ୍ୟ ।୪୪।ଦ୍ରୋପତ ରାଜା ଯେ ସୟମ୍ୱର କଲାଅର୍ଜୁନକୁ ଦେବି ବୋଲିଣ ସେ ଲାଖେକ ପାତିଲା ।୪୫।ଷୋଳ ଦିବସ ପରିଯନ୍ତେ ହୋଇଲା ସୟମ୍ୱରସମସ୍ତ ରାଜାୟେ ଧଂସି ହୋଇଲେ ସେ ଲାଖର ।୪୬।ଭୀଷ୍ମ ଦ୍ରୋଣ କର୍ଣ୍ଣଶଲ୍ୟ ଆବର ଦ୍ରିଯୋଧନସମସ୍ତ ରାଜାମାନେ ପାଇଲେ ଅପମାନ ।୪୭।ତଦଅନ୍ତେ ପ୍ରବେଶ ହୋଇଲେ ପାଣ୍ଡବ ପାଞ୍ଚଭ୍ରାଥମହାଲାଖ ବିନ୍ଧିଲା ସେ ବାସବର ସୁତ ।୪୮।ଧୃତିରାଷ୍ଟ ଥମ୍ଭୀଭୂତହୋଇଲା ତାହା ଶୁଣିକେମନ୍ତ କଥାୟେ ତ କହିଲ ହଳପାଣି ।୪୯।ଜଦୁର ଘରେ ପାଣ୍ଡବେ ହୋଇଲେ ଦହିଜଆପଣେ ତୁମ୍ଭେ ହୋ ଦେଖିଲ ଦେବରାଜ ।୫୦।ପ୍ରେତ କାର୍ଯ୍ୟ କରାଇଲ ଆପଣେ ତୁମ୍ଭେ ଥାଇଆବର ପାଣ୍ଡବେ ଦେବ ଅଛନ୍ତି ଅବା କାହିଂ ।୫୧।ପୁଣ୍ଡରୀକ ବାସୁଦେବ ଯେହ୍ନେ ବହେ ନାମତେମନ୍ତ ପାଣ୍ଡବ ଅବା ଦେଖିଲ ବଳରାମ ।୫୨।ବଳରାମ ବୋଇଲେ ଯେ ନୋହଇ ତେମନ୍ତପ୍ରତକ୍ଷେ ଦେଖିଲୁଟି ପାଣ୍ଡବ ପଞ୍ଚୁଭ୍ରାଥ ।୫୩।ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବକୋଇନ୍ତା ଆଦି କରି ଦେଖିଲୁ ସେହି ଠାବ ।୫୪।ୟେକା ଦ୍ରୋପତୀକି ବିଭା ହୋଇଲେ ପାଞ୍ଚଭାଇଧୌମ୍ୟ ପୁରୋହିତେ ବ୍ୟାସ ମୁନି ଥିଲେ ତହିଂ ।୫୫।ବ୍ୟାସଙ୍କର କୋଳେ ବସି ହୋଇଲେ ପ୍ରଦାନଇନ୍ଦ୍ର ଦେବତା ଯେ ବିଜୟେ ସେହି ଥାନ ।୫୬।ପଣ୍ଡୁର ନନ୍ଦନ ବିଚିତ୍ରବୀର୍ଯ୍ୟ ଅଜାଶାୟେନ୍ତନୁ ଅଟନ୍ତି ଯେ ତାହାଙ୍କର ପଣଅଜା ।୫୭।ଅନେକ ଯଉତୁକ ଦିଲାକ ଦ୍ରୋପତଧନ ଧାନ୍ୟ ଗୋଧନ ଗଜ ଅଶ୍ୱ ରଥ ।୫୮।ଭଣ୍ଡାର ଦେଶ ପାରିଦଣ୍ଡ ଆଦି କରିଅନେକ ସମ୍ଭବ କହିତେ କି ପାରି ।୫୯।ଧୃତିରାଷ୍ଟ ବୋଇଲେ ୟେ ହୋଇଲା କେମନ୍ତଭସ୍ମ ଆଙ୍କୋରିଲା ମୁଂ ନ ଜାଣଇ ତଥ୍ୟ ।୬୦।କେବଣ ମାୟା ୟେ ନୁଆରିଲି ଜାଣିଧୃତିରାଷ୍ଟ ଅଗ୍ରତେ କହନ୍ତି ହଳପାଣି ।୬୧।ଯୁଝେଷ୍ଠିଙ୍କି ପଚାରିଲୁ ସେ କହିଲେ ସମସ୍ତଯେବଣ ଦିନେ ଦହନ ହୋଇଲେ ଗିରି ବାରୁଣାବନ୍ତ ।୬୨।ରାତ୍ରେ ବାହାର ହୋଇ ଜଦୁର ଘରୁ ପଳାଇଲୁସେହି ରାତ୍ରେ ସୁରନଦୀ ତୀରେ ବିଶ୍ରମିଲୁ ।୬୩।ନାବରେ ବସି ହୋଅନ୍ତେଣ ପାରିଭୀମସେନ ମାଇଲା ଦଇତ କୁମ୍ଭିରୀ ।୬୪।କିନ୍ନରୀ ଦଇତକୁ ମାଇଲା ମଧୁବନେହିଡିମ୍ୱକ ବଧ କଲା ହିଡିମ୍ୱକ ବନେ ।୬୫।ବକ ଦଇତ ମାଇଲା ୟେକଚକ୍ରା ନଗ୍ରରେଅଙ୍ଗାରପନ୍ନଙ୍ଗକଇ ଜିଣିଲୁଂ ବାଟରେ ।୬୬।ମହାଲାଖ ବିନ୍ଧିଲା ପାଥ ବ୍ରାହ୍ମଣ ସରୂପେବାରିତ ନୁଆରିଲେ ହୋଇଥିଲୁ ଗୋପ୍ୟେ ।୬୭।ଅର୍ଜୁନ ଯେତେବେଳେ ମହାଲାଖ ବିନ୍ଧିଲାପୁଅ ତୋ ମାନଗୋବିନ୍ଦ ଅନମିତେ ଗୋଳ କଲା ।୬୮।ଅନେକ ସାଂଗ୍ରାମ ତହୁଂ ହୋଇଲା ଅନ୍ୟାଅନ୍ୟିଅନେକ ଦେଶ ରାଜା ପଡ଼ିଲେ ଅନେକ ସିଇନି ।୬୯।ତାଳେକ ଉଚ୍ଛର୍ଗେ ସେ ବହିଲା ରକତ ନଦୀକାହାର କେତେ ପଡ଼ିଲେ ନୁଆରିଲୁ ସମ୍ପାଦି ।୭୦।ଦମନକ ଶାଲୁ ଶିଶୁପାଳ ପୁଣ୍ଡରୀକ ରୁକ୍ମଣୟେ ପାଞ୍ଚଙ୍କର କେଶ ଧରି ନେଲା ଭୀମସେନ ।୭୧।ବାବୁ ଯୁଝେଷ୍ଠି ଧନ୍ୟ ମହିମା ତାହାଙ୍କରୟେତେ କଷ୍ଟେ କୋପ ନ ବସେ ଶରୀର ।୭୨।ଛାଡ଼ିଦିଅ ବୋଲି ଭୀମକୁ ଆଗ୍ୟାଂ ଦିଲେଜାନୁ ତଳେ ଗଳାଇ ଭୀମ ଯାଅରେ ଯା ବୋଇଲେ ।୭୩।ଧୃତିରୋଷ୍ଟ ବୋଇଲା ମୋତେ କହିବା ବାକ୍ୟ ସତ୍ୟିଗାନ୍ଧାରୀ ପୁତ୍ରମାନେ ଅଛନ୍ତିଟିକି ବ୍ରତି ।୭୪।ଗୋବିନ୍ଦେ ବୋଇଲେ ଆମ୍ଭେ ଦିବସେଣ ଦେଖିଲୁରାତ୍ରକାଳେ ଯୁଦ୍ଧ ତ ତଦନ୍ତ କରି ନୁଆରିଲୁ ।୭୫।ଦଣ୍ଡଲଗ୍ନ ହୋଇଲା ଆଜକୁ ବାଇଶ ଦିନରାଜ୍ୟେ କିମ୍ପେ ପ୍ରବେଶ ନୋହିଲା ଦ୍ରିଯୋଧନ ।୭୬।ବଳରାମେ ବୋଇଲେ ବଡ଼ ଅପଚୟେ ଥାଠବହୁତ ଦୂର ଚାଲି ନ ପାରନ୍ତି ବାଟ ।୭୭।ଦଣ୍ଡ ସମ୍ଭାଳିଣ ଆସଇ କୁରୁବଇଂତେଣୁ ସେ ବିଳମ୍ବ ହୋଇ ଆସୁଅଛଇ କୁରୁସାଇଂ ।୭୮।ଧୃତିରାଷ୍ଟେ ବୋଇଲେ ତୁମ୍ଭେ କହିଲ ଯେତେ କୃତ୍ୟେଆବରକି ପୋୟେ ମୋର ଅଛନ୍ତି ଜୀବିତେ ।୭୯।ବଳରାମେ ବୋଇଲେ ଯୁଝଷ୍ଠେି ଅଣ କୋପୀୟେତେ କଷ୍ଟେହେଂ ଦୟା ନ ଛାଡ଼ିଲା ଅଦ୍ୟାପି ।୮୦।ୟେତେକ କହି ଦେବ ଧୃତିରାଷ୍ଟଙ୍କୁ ସମାର୍ଜିନୀଳାମ୍ବରଙ୍କର ବଚନେ କ୍ରୋଧ ରାୟେ ତେଜି ।୮୧।ଗୋବିନ୍ଦ ବୋଇଲେ ହୋ ଶୁଣ ଧୃତିରାଷ୍ଟୟେହି ଦିନା ଚାରିରେ ପୁଅନ୍ତ ପାଉ ସିନା ଭେଟ ।୮୨।ଆମ୍ଭେ ଯାଉଅଛୁ ଦ୍ୱାରକା ଭୁବନକୁୟେବେହେଂ ତିଆର ହୋ ତୋର ପୁଅମାନଙ୍କୁ ।୮୩।ପୁଅନ୍ତ ଘେନି ତୋର ଚଳ ପଞ୍ଚାଳ ଦେଶେଯୁଝେଷ୍ଠିଙ୍କୁ ଘେନି ଆସସି ହରଷେ ।୮୪।ଧୃତିରାଷ୍ଟ ବୋଇଲା ଦେବ ହରି ରହିବା ଦିନା ଚାରିଦ୍ରିଯୋଧନ ଅଇଲେ ତାକୁ କହିବାକ ତିଆରି ।୮୫।ଗୋବିନ୍ଦେ ବୋଇଲେ ଆମ୍ଭେ କୁଟୁମ୍ବ ସହିତେପଞ୍ଚାଳ ଦେଶେ ଥିଲୁ ସୟମ୍ବର ଦେଖିବା ନିମନ୍ତେ ।୮୬।ଦ୍ୱାରକା ଭୁବନେ ୟେହାନ୍ତ ଛାଡ଼ିଣ ଆସିବୁୟେହି ପାଞ୍ଚଦିନ ଅନ୍ତରେ ବାହୁଡ଼ି ପ୍ରବେଶିବୁ ।୮୭।ସର୍ବେ ସାଙ୍ଗରେ ହୋଇ ଯିବା ପଞ୍ଚାଳ ଦେଶକୁଅନେକ ସମ୍ଭର୍ବେ ଆଣିବା ପଣ୍ଡୁର ପୁଅଙ୍କୁ ।୮୮।ୟେସନେକେ ତିଆରି ରାମକୁଷ୍ଣ ବେନିଚଳନ୍ତି ନିଜ ଭୁବନେ ଯଦୁବଳ ଘେନି ।୮୯।ଦ୍ୱାରକା ଭୁବନେ ହୋଇଲେ ପରବେଶଦେଖିଣ ପୁରଜନେ ହୋଇଲେ ହରଷ ।୯୦।ଦ୍ୱାରକା ଭୁବନେ ଅନେକ ହରଷ ଉଚ୍ଛବ ବଧାଇଯେ ଯାହାର ଭୁବନେ ରହିଲେ ସର୍ବେ ଯାଇଂ ।୯୧।କୁମ୍ଭ ମାସ ଶୁକଳ ପକ୍ଷ ତୃତୀୟା ରବିବାରରେବତୀ ନକ୍ଷତ୍ର ଯେ ଭୋଗ ସେ ଦିନର ।୯୨।ଭଗ୍ନବଳ ଘେନି କୁରବଇ ମହାରାୟେହସ୍ତିନା ଭୁବନେ ସେ ଯାଇଂ କଲେକ ବିଜୟେ ।୯୩।ସଞ୍ଜୟେ କହିଲେ ଧୃତିରାଷ୍ଟର ପାଣେରାଜ୍ୟେଣ ବିଜେ କଲା ରାଜା ଅନେକ ବିରସେ ॥୯୪
ଅଠର କ୍ଷଉଣୀ ବଳ ସନ୍ୟ ଘେନି ଗଲାସାତ କ୍ଷଉଣୀ ପଡ଼ିଲା ୟେଗାର କ୍ଷଉଣୀ ଘେନିଣ ଅଇଲା ।୯୫।ବ୍ରଣହୀନ ହୋଇ ଦେବ ଜଣେ କେହି ନାହିଂସମସ୍ତେ ଆସୁଛନ୍ତି ଅବସ୍ତା ଦୁଖ ପାଇଂ ।୯୬।ଶୁଣି ଅନେକ ହରଷ ହୋଇଲା ଧୃତିରାଷ୍ଟୟେମନ୍ତେହେଂ ନିସ୍ତରିଲି ମୁଂ ପୁଅନ୍ତ ପାଇଲଇଂ ଭେଟ ।୯୭।ଭୀଷ୍ମ ଦ୍ରୋଣ କର୍ଣ୍ଣ କୃପ ଅଶସ୍ତମା ଭୂରିସର୍ବାଯେ ଯାହାର ଅନରୂପେ ମାନ୍ୟ ଭଗତି ସେବା ।୯୮।ଅନେଶତ ପୁତ୍ର ସୁତିଲେ ଧୃତିରାଷ୍ଟକୁ ପ୍ରଣପତ୍ୟ ହୋଇଦ୍ରିଯୋଧନ ନମସ୍କାର ନ କଲା ପିତାକଇଂ ।୯୯।ଆସ୍ତାନେ ବିଜେ କଲେ କଉରୋବ ଶିରୋମଣିରାଜ୍ୟରେ ଶୁଭଇ ଯେ ଅନେକ କ୍ରୋଧ ଧୁନି ।୧୦୦।ୟେକାନ୍ତେ ବିଦୁରକୁ ହକାରି ଧୃତିରାଷ୍ଟବୋଇଲା ପାଣ୍ଡବଙ୍କର ତୁଲେ ପଡ଼ିଲାଟିକି ତୁମ୍ଭ ଭେଟ ।୧୦୧।ବିଦୁରେ ବୋଇଲେ ତୁମ୍ଭେ ଶୁଣ ଜ୍ୟେଷ୍ଠ ଭ୍ରାଥମାନବେ ଶକ୍ୟ କାହିଂ ପାଣ୍ଡବଙ୍କ ଚରିତ ।୧୦୨।ଦ୍ରୋପଦକୁ ଧରାଇ ଆଣିଲେ ଯେ ଗୁରୁଦ୍ରୋଣେଅନେକ ଝିଙ୍ଘାସ ତାଙ୍କୁ କଲେ କୁରୁରାଣେ ।୧୦୩।ସେ ରାଗ ଖଣ୍ଡି ଦ୍ରୋପଦ ଧରିଥାଇ ହୃଦେରାଜ୍ୟକୁ ନ ଯାଇ ଖଟିଲା ସଦାନନ୍ଦେ ।୧୦୪।କୌରୋବନ୍ତ ନାଶିବି ବୋଲି ଘୋର ତପ କଲାଭୀଷ୍ମ ଦ୍ରୋଣ ଜିଣିମି ବୋଲି ଦ୍ରୋପଦ ବର ଯେ ମାଗିଲା ।୧୦୫।ଈଶ୍ୱରେ ବୋଇଲେ ତୋହୋରେ ନୋହଇ ରେ ସାଧିଅର୍ଜୁନ ସେ ସାଂଗ୍ରାମେ ଅଟଇ ପ୍ରତିବାଦୀ ।୧୦୬।ଦୁର୍ଭାସା ରାଇ ଆଗ୍ୟାଂ ଦିଲେ ତ୍ରିପୁରାରିମହାଯାଗ୍ୟୁଂ ଜାତ କରିଦିଅସି ଦ୍ରୋପଦକୁ ୟେକଇ କୁମାରୀ ।୧୦୭।ଅର୍ଜୁନକୁ ପ୍ରଦାନ କରି ସେ ଦୋହିତକୌରୋବନ୍ତ ଝିଙ୍ଘାସ କରାଉ ସେ ଅର୍ଜୁନର ହାଥ ।୧୦୮।ସଦାଶିବଙ୍କ ବଚନେ ରାଜା ଚଳିଲା ନିଜପୁରେମହାଯାଗ ନୃପତି ଆରମ୍ଭ କରାଇଲା ଅନେକ ସମ୍ଭରେ ॥୧୦୯
ଯାଗେ ଯାଗନିକ ଦଶଲକ୍ଷ ମହାମୁନିମହାଯାଗ୍ୟୁଂ ଜାତ କଲେ ୟେ ଯିଘ୍ନସେନୀ ।୧୧୦।ଦୁହିତାକୁ ସମ୍ଭାଳି ରାଜା ଥିଲାକ ଯତନେପାଣ୍ଡବେ ନାଶ ଯହୁଂ ଶୁଣିଲା ଜଦୁ ଘର ଦହନେ ।୧୧୧।ଅର୍ଜୁନ ନ ପାଇ ରାଜା ସୟମ୍ବର କଲାଦୁର୍ଲଭ ଲାଖ ପାତିଲା କାହାକୁହିଂ ଶକ୍ୟ ଯେ ନୋହିଲା ।୧୧୨।ଦେବ ତାଳେ ସାତ ତାଳ ମାନବ ତାଳେ ଅଣଚାଶ ଉଚ୍ଚରାଧାଚକ୍ର ଉପରେ ସୁବର୍ଣ୍ଣର ୟେକ ମାଛ ।୧୧୩।ଲକ୍ଷେ ବଳ ଧନୁ ଦୁତୀ ଯେ ପିନାକୀଉପରକୁ ମୁଷ୍ଟି ତଳକୁ ଦୃଷ୍ଟି ପାଣି ଘଟ ନିରେଖି ।୧୧୪।ୟେହେନେକ ଅସମ୍ଭବ କରି ଦୁର୍ଲଭ ଲାଖ ସଞ୍ଚିମାନବେ ଶକ୍ୟ ନୋହିଲା ଧନୁ ନୁଆରିଲେ କେହି ଆମଞ୍ଚି ।୧୧୫।ଷୋଳଦିନ ପରିଯନ୍ତେ କେହି ବିନ୍ଧିନ୍ତା ନୋହିଲାଭିକ୍ଷୁକ ବ୍ରାହ୍ମଣେକ ସଭାରୁ ବାହାର ହୋଇଲା ।୧୧୬।କିଞ୍ଚିତ ମାତ୍ରକେ ଲାଖ ବିନ୍ଧିଲା ଦିଜବରରାଧାଚକ୍ର ଫୁଟିଲା ପଡ଼ି ନରାଜ ମାଛର ବାମ ଚଛୁର ।୧୧୭।ପ୍ରଥମ ଘାନ୍ତି ଦ୍ରିଯୋଧନ ଗୋଳକଲାକଇଚ୍ଛା ଜଗଜ୍ଜେଠୀ ସେ ଲାଖ ପୁଣିହିଂ ବିନ୍ଧିଲା ।୧୧୮।ମାଛର ବାମଚଛୁରେ ଫୁଟି ଡାହାଣ ଚଛୁରେ ନିକିଳିଚକ୍ରସହିତେ ଛିଡ଼ି ପଡିଲା ମହୀଥଳୀ ।୧୧୯।ଦ୍ରୋପତୀ ଯେତେବେଳେ ବରିତେ ଅଇଲାପୁଅ ତୋର ଦ୍ରିଯୋଧନ ଅନମିତେ ଗୋଳକଲା ।୧୨୦।ବ୍ରାହ୍ମଣକୁ ମାର ବୋଲି ଧାଇଂଲା ଧୁଶାସନସାଂଗ୍ରାମକୁ ଭୟେ ନକଲା ପଣ୍ଡିତ ବିଦୁଜନ ।୧୨୧।ଆରେକ ବ୍ରାହ୍ମଣ ଗୋଟାୟେ ଦୁଇ ବୃକ୍ଷ ଉପାଡ଼ିଗଜ ଯୂଥ ଦେଖି ଯେହ୍ନେ ଧାମଇଂ କେଶରୀ ॥୧୨୨
ପ୍ରଥମୁହିଂ ଆଣି ଧୁଶାସନକଇ ପିଟିଘାୟେ ନନ୍ଦନ ତୋହୋର ପଡିଲା ମହୀ ଲୋଟି ।୧୨୩।ବାଳ ଧରି ମୁଣ୍ଡ ମୋଡ଼ନ୍ତେଣ ହାଥେଲାଖବିନ୍ଧା ବ୍ରାହ୍ମଣ ଧଇଲା ତୁରିତେ ।୧୨୪।ବଡ଼ ଦୟାବନ୍ତ ସେ ଅଟଇ ଦିଜବରତାହାର ପ୍ରସାଦେ ରକ୍ଷାଗଲେ ପୋୟେ ତୋହୋର ।୧୨୫।ତେବେହେଂ ନ ଘୁଞ୍ଚିଲା ମୂର୍ଖ ମାନଗୋବିନ୍ଦଚାରି ବ୍ରାହ୍ମଣେ ମାଇଲେ ୟେତେକ ସନ୍ୟବୃନ୍ଦ ।୧୨୬।ଦୁଇ ରାତ୍ର ଦୁଇ ଦିବସ ହୋଇଲା ସମରଅଷ୍ଟାଦଶ ଯୋଜନ ପରିଯନ୍ତେ ପଡ଼ିଲା ପୟେଡ଼ ।୧୨୭।ଅନେକ ସାଂଗ୍ରାମ ଦେଖିଲା ମୋହୋର ଅଛିଲକ୍ଷେ ରାଜା ଭାଜିଲେ ଦେଖି ନଫୁରଇ ମୋହୋର କିଛି ।୧୨୮।ଭୀଷ୍ମେ ଦ୍ରୋଣେ କହିଲେ ସାଂଗ୍ରାମର ଅନ୍ତେସଂଚୟେ ପାଣ୍ଡବେ ୟେ ଅଟନ୍ତି ଚାରି ଭ୍ରାଥେ ।୧୨୯।ୟେହେନେକ ବାରତା ଶୁଣିଲୁ ଘୋର ବନେସଂଚନେ କରି ଶୁଣିଲୁ ୟେ ପଣ୍ଡୁର ନନ୍ଦନେ ।୧୩୦।ଧୃତିରାଷ୍ଟ ବୋଇଲା ମୁଂ ପାଇଲି ଦିବ୍ୟଗ୍ୟାଂନନିଶ୍ଚୟେ ପାଣ୍ଡବେ ସେ ପଣ୍ଡୁର ପାଞ୍ଚ ନାନ ।୧୩୧।ମୁହିଂ ଅବା ଅନ୍ଧା ହୋଇଲି ତୁମ୍ଭର ବଂଶେଚଛୁ ଥାଉଂ କିମ୍ପେ ତୁମ୍ଭଙ୍କୁ ହୋଇଲା ଅଦୃଶ୍ୟେ ।୧୩୨।ତୁମ୍ଭେ ଦଣ୍ଡ ଘେନି ପଳାଇଲ ଯେତେବେଳେପାଣ୍ଡବନ୍ତ ଭେଟିଲା ଦ୍ରୋପତ ମହୀପାଳେ ।୧୩୩।ଶୁଭଯୋଗେ ବିଭାକଲା ଦୋପତ ନନ୍ଦିନୀପାଞ୍ଚୁ ପାଣ୍ଡବେ ପ୍ରଦାନ ହୋଇଲେ ୟେକା ଯିଘ୍ନସେନୀ ।୧୩୪।ଅନେକ ଧନଭଣ୍ଡାର ରଥ ଗଜ ସନ୍ୟବଳଅନେକ ଯଉତୁକ ଦିଲା ନୃପତି ପାଞ୍ଚାଳ ।୧୩୫।ଶୁଣି ବିଦୁର ପଚାରଇ ତୋଷ ଚିତ୍ତେୟେହେନେକ ସନ୍ଦେଶ ବାରତ ସ୍ୱାମୀ ପାଇଲ କେମନ୍ତେ ।୧୩୬।ବିଦୁରର ଅଗ୍ରତେ କହିଲେ ଗାନ୍ଧାରୀପାଣ୍ଡବଙ୍କ ବିଭାବେଳେ ଥିଲେ ରାମହରି ।୧୩୭।ସମ୍ଭର୍ବେ ବିଭା ଯୋଗାଡ଼ମାନ ଦେବ ଦେଖିଚତୁର୍ଥ ଦିବସ ହୋଇଲା ବିଜେକଲେ ୟେଥିକି ।୧୩୮।ବିଭା ଯୋଗାଡ଼ମାନ ଅନେକ ଅଛନ୍ତି ଆଣିଆମ୍ଭନ୍ତ ଦେଖାଇଲେ ଶାରଙ୍ଗ ହଳପାଣି ।୧୩୯।ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଶଙ୍କୁନି ଦ୍ରିଯୋଧନ ବସାଇଂସଞ୍ଜୟେ କହିଲେ ସେ ଆସ୍ତାନେଣ ଯାଇଂ ।୧୪୦।ମୂର୍ଖ ଭାବେବାବୁ ତୁ ମରାଇଲୁ ସଇନିପାଣ୍ଡବନ୍ତ କେହି ଯେ ନୁଆରିଲ ଚିହ୍ନି ।୧୪୧।ବିଭା ବେଳେ ଥିଲେ ଜଗନ୍ନାଥ ବଳଦେବେଦ୍ରୋପତୀକି ପ୍ରଦାନ ହୋଇଲେ ପଞ୍ଚୁ ଯେ ପାଣ୍ଡବେ ।୧୪୨।ଧୃତିରାଷ୍ଟ ବୋଇଲେ ବାବୁ ପଞ୍ଚାଳ ଦେଶକୁ ଯିବାଗଉରୋବ କରି ପୁଅନ୍ତ ଘେନିଣ ଆସିବା ।୧୪୩।ସୋଦରେ ସୋଦରେ ସେ ଆନ୍ୟାଅନ୍ୟିତହିଂକି ଆବର ବାବୁ କିସ ଅଭିମାନୀ ।୧୪୪।ଆନ ଯେବେ ତୁମ୍ଭନ୍ତ ଅପଚୟେ କରନ୍ତାତେବେ ସେ ବଂଶକୁ ମୋର ଲଜ୍ଜା ଉପୁଜନ୍ତା ।୧୪୫।ସେ କଥାମାନ ଉପେକ୍ଷା କର ବାବୁଆପଣା ବଡ଼ପଣ ଆପଣେ ରକ୍ଷା କରିବୁ ।୧୪୬।ଧୃତିରାଷ୍ଟ ବଚନେ ବୋଇଲ କୁରୁପତିଚିହ୍ନ ଚିହ୍ନ ପାଣ୍ଡବେ ମୋତେ କଲେ ୟେତେ ଶାସ୍ତି ।୧୪୭।ତାହାନ୍ତ ଆଣି ମୁଂ ଯିବଇଂ କେମନ୍ତେପାଣ୍ଡବେ ଅଭାବ ମୋତେ ହୋଇଲା ଯୁଗତେ ।୧୪୮।ମୁଂ ଅବା ତାହାନ୍ତ ନ ଚିହ୍ନି କଲଇ ସମରଚିହ୍ନୁ ଚିହ୍ନୁ ସନ୍ୟନ୍ତ ମାଇଲେ ମୋହୋର ।୧୪୯।ୟେଥିର ପାଇଂ ମୋତେ ନ ବୋଲ ରାଜଦେବଆବର ପାଣ୍ଡବଙ୍କ ତୁଲେ କାହିଂ ସଦି ଭାବ ।୧୫୦।ଭୀଷ୍ମେ ବୋଇଲେ ୟେହା ନ ବୋଲ ଅକାରଣେସେହି ସେ ରଖିଲେଟି ଆମ୍ଭର ବଡ଼ପଣେ ।୧୫୧।ନିଶ୍ଚୟ କରି ଯେବେ କରନ୍ତେ ସମରଜଣେ କେହି ଉବୁରି ଆସନ୍ତେ କି ନିଜପୁର ।୧୫୨।ଅର୍ଜୁନର ଆମ୍ଭନ୍ତ ବହୁତ ଅଛଇ ଉପ୍ରୋଧିଭୀମସେନର କୋପ ସେହି ସେ ନିରୋଧି ।୧୫୩।ଅଗ୍ୟାଂନ କଥାରେ କିଛି ନାହିଂ ଦୋଷଗୌରବ କରି ଆଣିଲେ ଉପୁଜିବ ବହୁତ ଯଶ ।୧୫୪।ତୁ ଯଦ୍ୟପି ତାହାନ୍ତ ନୁଆଣିବୁ କୁରୁ ରାଜଦେବତାହାଙ୍କର ରାଜ୍ୟକୁ କି ଆସିବାର ରହିବ ।୧୫୫।ବହୁତ ମଣାଇ ବୋଇଲେ ଭୀଷ୍ମ ଦ୍ରୋଣେଶୁଣି ସନମତ କଲା କୁରୁରାଣେ ।୧୫୬।ଦିନା ଦଶ ସୁସ୍ତ କଲା ନିଜ ସନ୍ୟବଳଦଣ୍ଡ ସାଜିଲା ରାଜା କୁରୁବଇ ମହୀପାଳ ।୧୫୭।ରଥ ଗଜ ଅଶ୍ୱ ସଇନି ପାଦାନ୍ତିଭୀଷ୍ମ ଦ୍ରୋଣଙ୍କର ମୂଳେ ସମସ୍ତ ରଥୀ ମହାରଥୀ ।୧୫୮।ମୀନ ମାସ କୃଷ୍ଣ ପକ୍ଷ ଚଉଠୀର ତିଥିଅର୍କବାର ସେ ଦିନ ନକ୍ଷତ୍ର ଭୋଗସ୍ୱାତୀ ।୧୫୯।ବାଣିଜ୍ୟ ନାମେ କରଣ ହର୍ଷ ନାମେ ଯୋଗକୁମ୍ଭ ସଙ୍କରାନ୍ତିକି ଯେ ସତାଇଶ ଦିନ ଭୋଗ ।୧୬୦।ରାତ୍ର ବେନି ଦଣ୍ଡ ଥାଉଂ କୁମ୍ଭ ଲଗ୍ନ ବେଳାପାପ ଲଗ୍ନ ନାହିଂ ବର୍ଧୁତ ଚନ୍ଦ୍ରକଳା ।୧୬୧।ସମଦଣ୍ଡ ଘେନିଣ ନୃପତିକୁରୁସାଇଂହସ୍ତିନାରୁ ବାହାର ହୋଇଲା ଥାଠ ଯେ ଚଳାଇ ।୧୬୨।ଦ୍ରିଯୋଧନ ଗଲାର ଆରେକ ଦିନରଦ୍ୱାରିକାଉଂ ପ୍ରବେଶ ହୋଇଲେ କୃଷ୍ଣ ନୀଳାମ୍ବର ।୧୬୩।ଧୃତିରାଷ୍ଟ ଅଗ୍ରତେ ପ୍ରବେଶ ଦେବରାଜାଦେଖିଣ କୁରୁବଇ କଲା ପାଦପୂଜା ।୧୬୪।ଧୃତିରାଷ୍ଟ ବୋଇଲ ତିଆରିଲି ଦ୍ରିଯୋଧନସମଦଣ୍ଡ ଘେନି ଗଲା ପାଞ୍ଚାଳ ଭୁବନ ।୧୬୫।ଧୃତିରାଷ୍ଟ ବୋଇଲେ ଦେବ ମୋହୋର ବଚନେ କରିବାପାଞ୍ଚାଳ ଦେଶକୁ ଚାଲ ସମସ୍ତେହେଂ ଯିବା ।୧୬୬।ଧୃତିରାଷ୍ଟ ବଚନ କାହ୍ନୁ ସଙ୍କ୍ରିଷେଣଦ୍ରୋପତ ରାଜ୍ୟକୁ ଅନକୂଳ କଲେ ତତକ୍ଷଣ ।୧୬୭।ମୀନ କୃଷ୍ଣ ପଞ୍ଚମୀ ବିଶାଖା ଚନ୍ଦ୍ରବାରଧୃତିରାଷ୍ଟ ବିଜେ କଲେ ରଥର ଉପର ।୧୬୮।ବିଦୁର ସାରଥୀ ବାହଇ ତୁରଙ୍ଗସଞ୍ଜୟେ ଗାନ୍ଧାରୀ ଭୂରିସର୍ବା ଆଗ ।୧୬୯।ପଛେଣ ଚଳନ୍ତି ରାମକୃଷ୍ଣ ବେନିରଥ ଗଜ ତୁରଙ୍ଗମ ସମଦଣ୍ଡ ସଇନି ।୧୭୦।ପ୍ରଥମ ଦିବସରେ ଥାଠ ଚଳାଇବିଶାଶତେ ଯୋଜନ ଉଜାଣ ଦେଶେ ଯାଇଂ ।୧୭୧।ଆରେକ ଦିନ ରାଜା ଗଲା ଥାଠ ବଢିପଦ୍ମଦଳ ଦେଶେ ରହିଲା ଶତେ ଯୋଜନ ମାଡ଼ି ।୧୭୨।ଆରେକ ଦିବସେ ରାଜା ଥାଠ ପଲାଣିଲାଛୟାଣୋଇ ଯୋଜନରେ ମନ୍ଦର ଦେଶେ ରହିଲା ।୧୭୩।ଆର ଦିନ ରାଜା ଥାଠ ଗଲା ଘେନିରୋହିଣୀ ଗଙ୍ଗାକୂଳେ ମିଳିଲେ ଯାଇଂ ସଇନି ।୧୭୪।ୟେହିମତି ପୟାଣ କଲା ବାଇଶି ଦିବସଉଦ୍ଦାଳେକପାଟଣାରେ ଯାଇଂ ହୋଇଲା ପ୍ରବେଶ ।୧୭୫।ଦ୍ରୋପତ ରାଜ୍ୟ ତହିଂକି ଚଉବିଂଶ ଯୋଜନଆସ୍ତାନେ ଦେଶାଉରେ ବାରତା କରନ୍ତି ଘନ ଘନ ।୧୭୬।ସମଦଣ୍ଡ ଘେନି ବିଜେ ମାନ ଚକ୍ରବ୍ରତୀପାଣ୍ଡବେ ନେମା ନିମନ୍ତେ ଆସଇ କୁରୁପତି ।୧୭୭।ଶୁଣିଣ ପାଞ୍ଚଳ ଦେଶର ରାଜା ଆସଇ ଆସ୍ତାନୁ ଉଠିବାରତା ଜଣାଇଲେ ଯାଇଂ ଧର୍ମ ଯେ ଯୁଝେଷ୍ଠି ।୧୭୮।ସମଦଣ୍ଡ ଘେନିଣ ନୃପତି ଧୃତିରାଷ୍ଟଭୀଷ୍ମ ଦ୍ରୋଣ ଦ୍ରିଯୋଧନ କର୍ଣ୍ଣ ରାମ କୃଷ୍ଣ ।୧୭୯।ଯୁଝେଷ୍ଟି ବୋଇଲେ ଆହୋ ଶୁଣ ଶିଖଣ୍ଡୀରଥ ଗଜ ଅଶ୍ୱ ସବୁ ବହନ ଆଣ ମଣ୍ଡି ।୧୮୦।ଆପଣେ ବିଜେ କଲେ ଧୃତିରାଷ୍ଟ ରାମ କୃଷ୍ଣେପାଛୋଟି ଯିବା ଆମ୍ଭେ ଥୋକାୟେ ଦୂର ବାଟେ ।୧୮୧।ଆଗ୍ୟାଂ ପ୍ରମାଣେ ଧୃଷ୍ଟଦୃମନ ଶିଖଣ୍ଡୀରଥ ଗଜ ଅଶ୍ୱ ସଇନି ଧବଳ ମଣ୍ଡି ।୧୮୨।ଅନେକ ରତ୍ନେ ସେ ମଣ୍ଡିଲେ ଶ୍ୱେତ ହାଥୀମୁକୁତା ମାଳମାନ ଲମ୍ବଇ ଚଉକତି ।୧୮୩।ଅନେକ ଚାମର ଯେ ଡାଳିମ୍ବା ନେତମାନଶ୍ୱେତ ହାଥୀ ଉପରେ ବିଜେ ଧର୍ମନାନ ।୧୮୪।ହାଥୀ ୟେକ ଚଢିଣ ବିଜେ ପବନ ତନୟେଲକ୍ଷେ ମୁକୁଟବନ୍ଧା ଯୋଦ୍ଧା ଘେନି ଆଗିଆଣି ହୋୟେ ।୧୮୫।ହାଥୀ ୟେକ ଚଢି ବାସବ ତନୟେବେନି ଲକ୍ଷ ମୁକୁଟବନ୍ଧା ଘେନି ଯୁଝେଷ୍ଠିଙ୍କ ଡାହାଣ ପଖାୟେ ।୧୮୬।ବେନି ଲକ୍ଷ ମୁକୁଟବନ୍ଧା ଯୋଦ୍ଧା ଘେନିଣ ନକୁଳଯୁଝେଷ୍ଠିଙ୍କ ବାମ ପଖାୟେ ମାଦ୍ରୀର ଦୁଲାଳ ।୧୮୭।ଚାରିଲକ୍ଷ ମୁକୁଟବନ୍ଧା ଯୋଦ୍ଧା ଘେନିଣ ମନ୍ତ୍ରୀ ଚୂଡାମଣିଚଳଇ ସହଦେବ କୁମାର ଯୁଝେଷ୍ଠିଙ୍କ ପଛିଆଣି ।୧୮୮।ସୁବର୍ଣ୍ଣ ରଥେ ଚଢି ଦ୍ରୋପତ ନୃପତିମର୍ଭୁତେକ ରଥୀ ଘେନି ଯୁଝେଷ୍ଠିଙ୍କ ପଛ କତି ।୧୮୯।ସହସ୍ରେକ ଯୋଦ୍ଧା ଘେନି ଧୃଷ୍ଟ ଯେ ଦୃମନବେନି ପଖାୟେ ଉଭାରି ଅଛନ୍ତି ପାଟଛତ୍ରମାନ ।୧୯୦।ସହସ୍ରେ ଯୋଦ୍ଧା ଘେନି ଶିଖଣ୍ଡୀ ମହାବଳୀବେନି ପଖାୟେ କୁମାରେ ଚାମରନ୍ତ ଢାଳି ।୧୯୧।ବୀର ତୂର ବିଜିଘୋଷ ଟମକ ନିଶାଣବେନି ଲକ୍ଷ ବାଦ୍ୟକାର ବଜାନ୍ତି ଆଗେଣ ।୧୯୨।ୟେସନେକ ସମୟେ ଯୁଝେଷ୍ଠି ରାଜଦେବେଗଙ୍ଗାର ଉତ୍ତର କୂଳେ ଚଳନ୍ତି ସମ୍ଭର୍ବେ ।୧୯୩।ଗୋବିନ୍ଦେ ବୋଇଲେ ରାଜା ଶୁଣସି କୁରୁପତିବାଡ଼ାଇ ସମ୍ଭର୍ବେ ତ ପାଣ୍ଡବଙ୍କର ମୃତ୍ତି ।୧୯୪।ଧୃତିରାଷ୍ଟ ବୋଇଲେ ଶୁଣ ହୋ ବିଦୁରବଡ଼ାଇ ସମ୍ଭର୍ବ ତ ବାଜଇ ବୀର ତୂର ।୧୯୫।ବିଦୁର ବୋଇଲା ସ୍ୱାମୀ ପାପ କଲୁ ପୂର୍ବେଚଛୁଥିଲେ ଯୁଝେଷ୍ଠି ସମ୍ପଦ ଦେଖନ୍ତୁ ନା ରାଜଦେବେ ।୧୯୬।ଶ୍ୱେତ ହାଥୀୟେ ଆରୋହି ଧର୍ମର ତନୟେପ୍ରତକ୍ଷେ ଦିଶୁଛନ୍ତି ଦେବଇନ୍ଦ୍ରଙ୍କ ପରାୟେ ।୧୯୭।ପାଞ୍ଚ ଲକ୍ଷ ଯୋଦ୍ଧା ଘେନିଣ ଦ୍ରୋପତ ନୃପତ୍ୟେଚାମର ଛତ୍ର ଆଲମ୍ବ ଘେନି ଶିଖଣ୍ଡୀଧୃଷ୍ଟଦୃମନ ବେନି ଭ୍ରାଥେ ।୧୯୮।ଶଙ୍କୁନି ବୋଇଲା ଶୁଣ ବାବୁ ଦ୍ରିଯୋଧନଦେଖ ଦେଖ ପାଣ୍ଡବଙ୍କର ମହିମା କୃତ୍ୟମାନ ।୧୯୯।ଦେଖିଣ ବିସ୍ମୟେ ହୋଇଲା କୁରୁରାଣବାରାନିଧି ବଦନ ଗୋଟି କଲାକ ମଳିନ ।୨୦୦।ଭୀଷ୍ମ ଦ୍ରୋଣ ଭୂରିସର୍ବା ସଞ୍ଜୟେ ବିଦୁରୟେମାନଙ୍କର ଅନେକ ଉଷତ ଶରୀର ।୨୦୧।ଦ୍ରିଯୋଧନ ଶତେ ଭାଇ କର୍ଣ୍ଣ କୃପ ଶଲ୍ୟ ଅଶସ୍ତମାୟେମାନଙ୍କର ବିସ୍ମୟେ ଆକୁଳ ପଞ୍ଚୁ ଆତ୍ମା ।୨୦୨।ପାଣ୍ଡବଙ୍କର ସମ୍ପଦ ଦେଖି ଉଷତ ଶଙ୍କୁନିପିତୃକାର୍ଯ୍ୟ କରିବି ତ ମୁଂ ପାଣ୍ଡବନ୍ତ ଘେନି ।୨୦୩।ଥୋକାୟେ ଲୋକ ହରଷ ବିରସ ବହୁତଗଙ୍ଗାକୂଳେ ୟେକ ପରବତ ନଇରତ ।୨୦୪।ସେ ପର୍ବତ ତଳେ ହୋଇଲେ ଭେଟାଭେଟିହାଥୀରୁ ଉତୁରିଲେ ଧର୍ମରାୟେ ଯୁଝେଷ୍ଠି ।୨୦୫।ସଇନି ବେନି ଭାଗ ହୋଇଗଲେ ଯୁଝେଷ୍ଠିନ୍ତ ଦେଖିସମସ୍ତ ଯୋଦ୍ଧାମାନେ ବାହାନନ୍ତ ଉପେକ୍ଷି ।୨୦୬।ନନ୍ଦିଘୋଷ ତେଜ୍ୟା କରି ଦେବହରିଯୁଝେଷ୍ଠିଙ୍କ ମୁଖଚାହିଂ ନମସ୍କାର କରି ।୨୦୭।ବଳରାମଙ୍କ ପଦ୍ମପାଦ ତଳେ ପ୍ରଣମି ଯୁଝେଷ୍ଠିତହୁଂ ନମସ୍କାର କଲେ ଯାଇ ରାଜା ଧୃତରାଷ୍ଟି ।୨୦୮।ଭୀଷ୍ମ ଦ୍ରୋଣ ଶଙ୍କୁନିଙ୍କୁ କରି ନମସ୍କାରଅଶସ୍ତମା କୃପ ଭୂରିସର୍ବା ଆବର ।୨୦୯।ୟେମାନଙ୍କୁ ନମସ୍କାର କଲେ ଧର୍ମସୁତସମସ୍ତେ ବାଞ୍ଛା କଲେ ଆମ୍ଭର ଆଷ୍ୟ ଘେନି ବ୍ରତ ।୨୧୦।ଶତ୍ରୁ ମାରି ଉଭାହୁଅ ବାଞ୍ଛା ହୋଉ ସିଦ୍ଧରାଜ୍ୟ ପ୍ରାପତ ହୋଉ କହିଲୁ ତୋତେ ସିଦ୍ଧ ।୨୧୧।ଶ୍ରୀହସ୍ତେ ଅର୍ଘ୍ୟ ଘେନି ଦ୍ରୋପତେଶ୍ୱର ରାଜାଧୃତିରାଷ୍ଟ ପଦ୍ମପାଦେ କଲା ଦିବ୍ୟ ପୂଜା ।୨୧୨।ଭୂରିସର୍ବାଙ୍କୁ ପୂଜା କରି ଭୀଷ୍ମ ଦ୍ରୋଣଙ୍କୁଯେ ବିଧି ପୂଜା କଲା ଜ୍ୟେଷ୍ଠ ଅନୁକ୍ରମଙ୍କୁ ।୨୧୩।ସୁବିଧାନ କଥା କହନ୍ତି ସମସ୍ତକୁଶଳ ବାରତା ପଚାରନ୍ତି ଦ୍ରୋପତ ନୃପତ୍ୟ ॥୨୧୪
ସର୍ବକୁଶଳ କହନ୍ତି ଯେ ଯାହାର ଆନନ୍ଦେହେଠମାଥ ହୋଇ ବସିଲା ମାନ ଯେ ଗୋବିନ୍ଦେ ।୨୧୫।ଦୁର୍ଜୟେ ଆଦି କରି ଗାନ୍ଧାରୀ ପୁତ୍ରମାନେଭୀମସେନକଇ ଦେଖି ହେଠ ବଦନ ଅଭିମାନେ ।୨୧୬।ଶଙ୍କୁନି ବୋଇଲା ହୋ ତୁମ୍ଭେ ଯେ ହୁଅ ବଡ଼ ଦୁଷ୍ଟହାରିବା ଜିଣିମା କ୍ଷତ୍ରୀବୃତ୍ତି ଅଟଇ ପରମ ଯେ କଷ୍ଟ ।୨୧୭।ସମାର୍ଜି ଦ୍ରୋପତେ ଯେ ନିଲେ ନିଜ ପୁରେଆସ୍ତାନେ ଦ୍ରିଯୋଧନ ବିଜୟେ ସମ୍ଭରେ ।୨୧୮।ବାହାନ ଉପେକ୍ଷି ବିଜୟେ ଶ୍ରୀରାମକୃଷ୍ଣେସଞ୍ଜୟ ବିଦୁର ଆବର ଧୃତିରାଷ୍ଟେ ।୨୧୯।ଭୀଷ୍ମ ଦ୍ରୋଣ ଭୂରିସର୍ବା କର୍ଣ୍ଣ ଶଲ୍ୟ ଅଶସ୍ତମାବାହୁକ ସୋମଦତ୍ତ ଶଙ୍କୁନି କୃପ ବ୍ରହ୍ମା ।୨୨୦।ଆସ୍ତାନ ମଧ୍ୟେ ବସିଲେ ସର୍ବ ଯୋଦ୍ଧୀଯୁଝେଷ୍ଠି ପୂଜା କଲେ ଯାହାକୁ ଯେହ୍ନେ ବିଧି ।୨୨୧।ଯେ ଯାହାର ଅନରୂପେ ମାନନା ଅପାରଦ୍ରିଯୋଧନ କାହାକୁ ହିଂ ନ କଲା ନମସ୍କାର ।୨୨୨।ମୂର୍ଖପଣେ କାହାକୁ ହିଂ ନମସ୍କାର ନାହିଂଅନେକ କୁଶଳ ବାରତା ହେଲେ କୁହାକୁହି ।୨୨୩।ଧୃତିରାଷ୍ଟ କୋଳ କରି ନିଲେ ଯୁଝେଷ୍ଠିଙ୍କିବାବୁ ତୁମ୍ଭନ୍ତ ପରମାଦ ଶୁଣି ମୁଂ ଦୁଗୁଣେ ନିରିମାଖି ।୨୨୪।କହୁଂ କହୁଂ କ୍ରୋଧଭର ନୃପତି ଧୃତରାଷ୍ଟିପ୍ରବୋଧନା କରନ୍ତି ଧର୍ମରାୟେ ଯୁଝେଷ୍ଠି ।୨୨୫।.ସ୍ୱାମୀ ଜଦୁର ଘର ଯେତେବେଳେ ହୋଇଲା ଦହନପଳାଇ ପଶିଲୁ ଯାଇଂ ମହାଘୋର ବନ ।୨୨୬।.ବହୁତ ଦୁର୍ଗମେ ଯେ ପଶିଲୁ ଅମାର୍ଗ ମାର୍ଗେବନ ଜୀବଜନ୍ତୁ ଦେଖି କ୍ରୀଡ଼ିଲୁ ଅନେକ ରଙ୍ଗେ ।୨୨୭।ବଜ୍ରକପଚର ବଂଶିକ ଅସୁର ଚାରି ବୀରାମେଦିନୀ ସହୁ ନଥିଲା ତାହାଙ୍କର ଭାରା ।୨୨୮।କୁମ୍ଭାରୀ କିନ୍ନରୀ ବକ ହିଡିମ୍ବୀକାଚାରି ଦତ୍ୟ ମାଇଲା ଦେବ ଭୀମସେନ ୟେକା ।୨୨୯।ଅଙ୍ଗାରପନ୍ନଙ୍ଗକୁ ଜିଣିଲା ଫାଲଗୁନିପୂଜା କଲା ବିଦ୍ୟାଧର ବହୁତ ଶସ୍ର ଘେନି ।୨୩୦।ୟେ ସୟମ୍ବର ନିମନ୍ତେ ଦ୍ରୋପତ ନୃପତ୍ୟଗଉତମୀ ତୀର୍ଥେ କଲା ସବୁରି ନିମନ୍ତ ।୨୩୧।ଆମ୍ଭେ ଥିଲୁ ଦେବ ଗଉତମୀ ତୀର୍ଥେୟେଥକୁ ଅଇଲୁ ସୟମ୍ବର ଦେଖିବା ନିମନ୍ତେ ।୨୩୨।କର୍ମେଣ ଦେବ ଲାଖ ବିନ୍ଧିଲା ବୀର ପାଥଦୁଷ୍ଟ ରାଜାୟେ ମିଳି ୟେଥକୁ କଲେକ ଅନର୍ଥ ।୨୩୩।ଧୃତିରାଷ୍ଟ ବୋଇଲେ ବାବୁ ତୁମ୍ଭର ଦେଖିଲିଅନେକ ସାନନ୍ଦେ ମୁହିଂ ନିସ୍ତରିଲି ନିସ୍ତରିଲି ।୨୩୪।ରାଜ୍ୟେଣ ଉଚ୍ଛବ କରାଇ ଦ୍ରୋପତମୁଣୋହିଂ ଯୋଗାଡ଼ମାନ କରନ୍ତି ପରମ ସାନନ୍ଦ ।୨୩୫।ସ୍ନାହାନ ଯୋଗାଡ଼ ବୀରମାନନ୍ତ ଦିଲେସୁଗନ୍ଧ ତଇଳ ଘେନି ଗଙ୍ଗାରେ ସ୍ନାହାନ ଯେ କଲେ ।୨୩୬।ଅମୃତ ଯୋଗାଡ଼ମାନ ସଞ୍ଚିଲେ ମିଳି ସୂପକାରେମୁଣୋହିଂରେ ବିଜେ କଲେ କୃଷ୍ଣବଳେବରେ ।୨୩୭।ପାରିଦଣ୍ଡ ରାଜାମାନନ୍ତ ଘେନି ଧୃତିରାଷ୍ଟେମୁଣୋହିଂରେ ବିଜେ କଲେ ସକଳ ବଳିଷ୍ଠେ ।୨୩୮।ଗଣ୍ଡା ହରିଣ ମୃଗ ମାୟେଂସ ଭୋଜୀପରଷନ୍ତି ତୁଲାଇ ଯେହୁ ଯେତେକ ଭୁଞ୍ଜି ।୨୩୯।ଭୁଞ୍ଜିଣ ସଇନି ଯେ ଅନେକ ତ୍ରିପୁତିହାସ୍ୟ ଲାସ୍ୟ ପରିହାସ୍ୟେ ସୂପକାରେ ପରଷନ୍ତି ।୨୪୦।ଶାକ ମୁଗ ବ୍ୟଞ୍ଜନ ଆବର ବ୍ରୀହି ବଡ଼ାମଧୁ ରୁଚି ଛେନା ମିଶ୍ରିତ ଝରା ବଡ଼ା ।୨୪୧।ପାଚକ ମଧୁର ଘୃତ ମାୟେଂସ ଭଜାପୁତନ୍ତ ଘେନି ପରଷନ୍ତି ଦ୍ରୋପତେଶ୍ୱର ରାଜା ।୨୪୨।ଆମିଷ ନିରାମିଷ ସେ ଆମ୍ବିଳ ଅଲେଖ କାଞ୍ଜିବିଶାଶତେ ମେଞ୍ଜନ ଘେନି ସମସ୍ତେ ତ୍ରିପୁତି ହୋଇ ଭୁଞ୍ଜି ।୨୪୩।ପିଠାର ମହିମାମାନ କହିତେ କି ପାରିଘୃତ ମଧୁରେ ସେ ଅମୃତ ରସ ସରି ।୨୪୪।ବହୁତ ଗୋରସ ପରଷନ୍ତି ଆଣିଭୁଞ୍ଜିଣ ତ୍ରିପୁତି ହୋଇଲେ ନୃପମଣି ।୨୪୫।ଆଞ୍ଚୋବନ କଲେ କରେ ଘେନି ରତ୍ନଝରୀସୁବାସିତ ନୀର ଦିଲେ ସମ୍ଭର୍ବ ଯେ କରି ।୨୪୬।ସୁବର୍ଣ୍ଣ ଖଡ଼ିକା ଦିଲେ ଦନ୍ତଖୁଣ୍ଟା କାଠିବହୁତ ପ୍ରଶଂସିଲେ ନୃପତି ଧୃତରାଷ୍ଟି ।୨୪୭।ଧୃତିରାଷ୍ଟେ ବୋଇଲେ ଦ୍ରୋପତ ମହିମା ତୋର ସାଧୁ ସାଧୁଧନି ଧନି ମହିମା ତୋହୋର ଦୁହିତା ଯେଆମ୍ଭର କୁଳବଧୂ ।୨୪୮।ବହୁତ ତ୍ରିପୁତି ଆମ୍ଭେ ହୋଇଲୁ ପଞ୍ଚାଳୟେହି ସଦିଭାବ ତୋହୋର ପୁଅଙ୍କୁ ମୋରଥାଉ ସର୍ବକାଳ ।୨୪୯।ଦ୍ରୋପତର ମହିମା କହଇ ଦ୍ରିଯୋଧନଭୋ ତାତ ଆମ୍ଭର ୟେକ ରାଜ୍ୟର କିସ ସନ୍ୟ ।୨୫୦।ଲକ୍ଷେ ରାଜା ସନ୍ୟ ଘେନି ରହିଲେ ଷୋଳଦିନ ପରିଯନ୍ତେସବୁନ୍ତି ଯୋଗାଡ଼ ଦେଉଥିଲା ୟେହି ମତେ ।୨୫୧।ସାଧୁ ସାଧୁ ଦ୍ରୋପତ ମହିମା ତୋର ଧନି ଧନିୟେତେ ମହିମା କରିବାକୁ ନାହିଂ ନା ମେଦିନୀ ।୨୫୨।ଦ୍ରୋପତ ହୋଇଲେ ବହୁତ ଭଗତିମାନ୍ୟପଞ୍ଚାଳ ଦେଶେ ରହିଲେ କୁରୁପତି ଆଠଦିନ ।୨୫୩।ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବପୁତ୍ରନ୍ତ ଘେନି ରାଜା ହସ୍ତିନାକୁ ସଜ କଲା ସର୍ବ ।୨୫୪।ଅନେକ ସମ୍ଭର୍ବେ ରାଜା ଥାଠ ଯେ ପଲାଣିଅନ୍ତେଶ୍ୱରେ ଥାଇ ଉତ୍ତର ଦିଲେକୋନ୍ତଭୋଜର ଦୁଲଣୀ ।୨୫୫।ପୁଅନ୍ତ ଘେନି ମୋହୋର ଯିବେ ୟେବେ ହସ୍ତିନାକୁକାଳେ ସମ୍ଭାଳି ନୁଆରିବେ ୟେ ମୋହୋର ପୁତ୍ରଙ୍କୁ ।୨୫୬।ପୁରଞ୍ଜନ ପଣ୍ଡାଙ୍କୁ ଘେନି ଯେବଣ କୂଟଘରେକ ଭିଆଇଲେ ଜଉ ସଜଳସଗୁଆ ଘୃତ ଛଣପଟ ।୨୫୭।ରାତ୍ରକାଳେ ସେ ପୁରଞ୍ଚନ ଜୁଇ ଲଗାଇଲାପରକୁ ହିଂସା କରି ସେ ଆପଣେ ନାଶଗଲା ।୨୫୮।ଧର୍ମେଣ ପାରିହୋଇ ପଳାଇଲୁ ଝାତିପୁଅନ୍ତ ଘେନି ମୁହିଂ ତହିଂ ରାତ୍ରେ ନାଶ ଯାଇଥାନ୍ତି ।୨୫୯।ଧୃତିରାଷ୍ଟ ବୋଇଲା ମା ଗୋ ନ ଧର ସେମାନଯେ ୟେହା ସଞ୍ଚିଲା ସେ ହୋଇଲା ନାଶପାନ ।୨୬୦।ଧର୍ମହିଂ ସେ ବର୍ଦ୍ଧୁତ ମା ଗୋ ଚାରିଯୁଗେଧର୍ମଥିଲା ପ୍ରାଣୀ ପାରି ହୁଅନ୍ତି ଶୁଭ ଯୋଗ ।୨୬୧।ପାଞ୍ଚଳୀ ଘେନି ଗୋ ରଥେ ବିଜେ କରମୂର୍ଖପୁଅଙ୍କର ମା ଗୋ ଦୋଷ ଯେ ନଧର ।୨୬୨।ଯୁଝେଷ୍ଠି ବୋଇଲେ ମା ଗୋ ଧୃତିରାଷ୍ଟ ଥିବା ପାୟେଦ୍ରିଯୋଧନ କଥାକୁ କିସ ଅଭିମାନ ମାୟେ ।୨୬୩।ଯୁଗତେ ଗରବେଶ୍ୱର ବାଳୁତ ବୟସଯେ ଯାହା ବୋଲଇ ସେ ସେହି କଥାରେ ବଶ ।୨୬୪।ମାଆନ୍ତ ପ୍ରବୋଧନା କରନ୍ତି ଧର୍ମ ଶିଷଶୁଭ ମଙ୍ଗଳ ଯୋଗେ ମା ଗୋ ବିମାନେଣ ବସ ।୨୬୫।ଆକାଶୁଂ ପୁଷ୍ୟେକ ବିମାନ ଆଣିଲା ମାତଳିଦେବ ରଥେ ଆରୋହିଲେ କୋଇନ୍ତାୟେ ପାଞ୍ଚାଳୀ ।୨୬୬।ମାୟେ ଅର୍ଘ୍ୟ ଦିଲେ ପାଞ୍ଚାଳୀର ଶିରେଅନେକ ବାଗେଣ ଖଟିଥିବ ସ୍ୱାମୀଙ୍କ ପୟରେ ।୨୬୭।ମା ଗୋ ପ୍ରତକ୍ଷେ ନିରଞ୍ଜନୀ ମାନୁଷ ଅବତାରୟେକା ଦୁହିତା କୋଟିୟେ ପୁରୁଷ ମୁକତ କଲୁ ମୋହୋର ।୨୬୮।ଧୃଷ୍ଟଦୃମନ ଶିଖଣ୍ଡୀ ବେନି ଭାଇକେଶିନୀ ମୁଦୁସୁଲୀ ତୁଲେ ଥାଉଂ ଯାଇ ।୨୬୯।ଅନେକ ସାନନ୍ଦ ପାଞ୍ଚାଳ ରାଜନଶତେ ରଥେ ପୂରୋଇଲା ପାଣି ଦ୍ରବ୍ୟମାନ ।୨୭୦।ମର୍ଭୂତେକ ରଥ ବେନି ମର୍ଭୂତ ହାଥୀପାଞ୍ଚବୃନ୍ଦ ତୁରଙ୍ଗମ ତିନିକ୍ଷଉଣୀ ପାଦାନ୍ତି ।୨୭୧।ପାଟଛତ୍ର ଉଦଣ୍ଡ ଉଲାଖ ୟେକ ଲକ୍ଷିଚଉଦ ଲକ୍ଷ ଆଲମ୍ବ ଦ୍ରୋପତ ଦିଲା ଲେଖି ।୨୭୨।ବାଜଣାମାନନ୍ତ ବେନି ବୃନ୍ଦ ସାଜିମହୀ ହାନ୍ଦୋଳଇ ଘୋର ବାଜଣା ଶବଦ ବାଜି ।୨୭୩।ଲକ୍ଷେ ଗାଈ ଦିଲା ଦୁହାଂଳ ବତ୍ସା ଧେନୁସଙ୍ଗେ ସମର୍ପିଲା ଶିଖଣ୍ଡୀ ନାମେ ତନୁ ।୨୭୪।ଲକ୍ଷେକ ପରିବାରୀ ଘେନିଣ ମୁଦୁସୁଲୀ କେଶିନୀସନ୍ନିଧେ ସୁନ୍ଦରୀ ଖଟନ୍ତି ଯିଘ୍ନସେନୀ ।୨୭୫।କୁମ୍ଭ ମାସ ପୂର୍ଣ୍ଣମୀ ଅନ୍ତେ ଚଉଠୀଶଉରୀ ବାର ସ୍ୱାତୀ ନକ୍ଷତ୍ର ବେଳ ବେନି ଘଟି ।୨୭୬।ବେନି ଘଡ଼ି ଉତ୍ତାରୁ ବୃହସ୍ପତିଙ୍କର ବେଳାହରଷଣ ନାମେ ଯୋଗ କରଣ ବାଣିଜ୍ୟ ହୋଇଲା ।୨୭୬।ମୀନ ଲଗ୍ନେ ତହିଂ ପାପଗ୍ରହ କିଛି ନାହିଂଦୁତୀୟେ ବୃହସ୍ପତି ଚଳିଲେ ରଥ ବାହି ।୨୭୮।ପାଞ୍ଚାଳ ଦେଶୁଂ ଚଳଇ ସଇନିଅନେକ ସ୍ତିରୀଜନେ କଲେ ମଙ୍ଗଳ ଧୁନି ।୨୭୯।ଅମୃତ ଲଗ୍ନ ବେଳେ ଚଳିଲେ ଥାଠ ଗୋଟିଦଣ୍ଡ ଘେନି ଦ୍ରୋପତ ଆସଇ ପାଛୋଟି ।୨୮୦।ଗନ୍ଧର୍ବ ନଦୀ ବହଇ ସତୁରୀ ଯୋଜନତହିଂ ପରିଯନ୍ତେ ଗଲେ ପଞ୍ଚାଳ ରାଜନ ।୨୮୧।ତହୁଂ ମିଳିଲେ ଗନ୍ଧମାର୍ଦ୍ଦନ ପର୍ବତ ନିକଟେରଥୁଂ ଓହ୍ଲାଇଲେ ନୃପତି ଧୃତିରାଷ୍ଟେ ।୨୮୨।କୋଳ କଲେ ଧୃତିରାଷ୍ଟେ ଦ୍ରୋପତ ରାଜାଙ୍କୁଭୋ ସମୁଧି ଗତ ଦୋଷମାନ ନ ଧରିବୁ ମୋହୋର ପୁତ୍ରଙ୍କୁ ।୨୮୩।ବାଳୁତ ଅଗ୍ୟାଂନ ତାହାଙ୍କର କିସ ବୁଦ୍ଧିଦ୍ରୋଣଙ୍କ ବଚନେ ତୋତେ ହୋଇଲେ ଅପ୍ରାଧି ।୨୮୪।ଅର୍ଜୁନ ତୋହୋର ଯେଣୁ ହୋଇଲା ଜାମାତାସେ ସମସ୍ତ ଗଲା ଅର୍ଜୁନ ଦେଖନ୍ତା ।୨୮୫।ଦୁହିତାକୁ ତୋହୋର ତିଆରସି ରାୟେଦୋଷ ନଧରିବ ମୋହୋର ମୂର୍ଖ ଯେ ତନୟେ ।୨୮୬।ଦୋଷ ଉପେକ୍ଷିବା ଦଶ ବେଳ ପରିଯନ୍ତେତହୁଂ ତେଣିକି ଭୁଞ୍ଜିବେ ଯେ ଯାହାର ଲିଖିତେ ।୨୮୭।ଦ୍ରୋପତ ବୋଇଲେ ସେ ପରମ ମାହେଶ୍ୱରୀସର୍ବଗ୍ୟଂ ସତୀ ସେ ତାହାକୁ କିସ ମୁଂ ତିଆରି ।୨୮୮।ବାହୁଡ଼ି ଯାଅସି ସମୁଧି ନିଜ ରାଜ୍ୟେତୁଲେଣ ଯାଆନ୍ତୁ ତୋର ବେନି ଯେ ଆତ୍ମଜେ ।୨୮୯।ଚଳନ୍ତି ଦ୍ରୋପତ ସମସ୍ତଙ୍କୁ କଲ୍ୟାଣ କରିଜଣେ ଜଣେ ତିଆରଇ ସବୁରି ହାଥ ଧରି ।୨୯୦।ଗନ୍ଧର୍ବ ନଦୀ ତୀରୁଂ ବାହୁଡ଼ଇ ନୃପତିଚଳିଲେ କୁରୁନାଥ ହୋଇ ଦକ୍ଷିଣ ମୂରତି ।୨୯୧।ମେଷ ମାସ ଶୁକ୍ଳ ପକ୍ଷ ତୃତୀୟା ଗୁରୁବାରରୋହିଣୀ ନାମ ନକ୍ଷତ୍ରେ ଭୋଗ ସେ ଦିନର ।୨୯୨।ଗର ନାମେ କରଣ ଶୁଭ ନାମେ ଯୋଗରୋହିଣୀ ନକ୍ଷତ୍ରେ ଚନ୍ଦ୍ର ଚାରି ଦଣ୍ଡେ ଭୋଗ ।୨୯୩।ପ୍ରଥମ ତିନିଦଣ୍ଡରେ ବୃହସ୍ପତିଙ୍କ ବେଳାବୃଷ ଲଗ୍ନେ ନାହିଂ ପାପ ଗ୍ରହ କଳା ।୨୯୪।ମାହେନ୍ଦ୍ର ଯୋଗ ବାରି ଶୁଭ ଅନକୂଳେହସ୍ତିନା ରାଜ୍ୟେ ପ୍ରବେଶ ଶୁଭମଙ୍ଗଳ ବେଳେ ।୨୯୫।ଦେଖିଣ ରାଜ୍ୟ ଲୋକେ ହୋଇଲେ ଆନନ୍ଦହୁଳହୁଳି ଦ୍ୟନ୍ତି ସାତ ନାରୀବୃନ୍ଦ ।୨୯୬।ଯୁଝେଷ୍ଠି ବୋଇଲେ ତାତ ଆମ୍ଭେ ବାରୁଣାବନ୍ତେ ଥାଉଂପରିମଳ ଭୂମିରେ ଯେ ଆମ୍ଭେ ୟେଥି ରହୁଂ ।୨୯୭।ଧୃତିରାଷ୍ଟ ବୋଇଲେ ବାବୁ ନ ବୋଲ ୟେମନ୍ତୟେକ ଆତ୍ମା ହୋଇଥିବ ପାଞ୍ଚଉତ୍ତର ଶତେ ଭ୍ରାଥ ।୨୯୮।ବାବୁ ଅନେକ ହିଂସା ଅପବାଦ କରିଥିଲୁଦହନ ବାରତା ଶୁଣି ଅନେକ ବିକଳ ହୋଇଲୁଂ ।୨୯୯।ହେ ପଣ୍ଡିତ ଜନେ ପରିମାଣି ବୁଝିବାସୋଦରେ ହିଂସା ଅପବାଦ ନ କରିବା ।୩୦୦।ପୁଅନ୍ତ ସମାର୍ଜି ନୃପତି କୁରୁବୀରେପ୍ରବେଶ ହୋଇଲେ ଯାଇଂ ହସ୍ତିନା ନବରେ ।୩୦୧।ପୁରଜନମାନେ କଲେ ହାହାକାର ଧୁନିକାହିଂ ଗୋପ୍ୟ ହୋଇଥିଲେ ୟେ କାୟାମାନ ଘେନି ।୩୦୨।ଅନେକ ମଙ୍ଗଳ ଜୟ ଜୟ ଧୁନି ତୋଳିକାମିନୀଗଣମାନେ ଦିଅନ୍ତି ହୁଳହୁଳି ।୩୦୩।ନିଜ ନବରେଣ ପ୍ରବେଶ ତଡ଼ତିଅର୍ଘ୍ୟ ଘେନି ବାହାର ହୋଇଲେ ଭାନୁମତୀ ।୩୦୪।ଦ୍ରୋପତୀଙ୍କ ଶିରେ ଅର୍ଘ୍ୟ ଯେ ବନ୍ଦାଇଶତ ସହସ୍ର ଦଣ୍ଡ ପ୍ରଳମ୍ବିତ ହୋଇ ।୩୦୫।ଅନେକ ମଙ୍ଗଳ ଯେ କରଇ ଭାନୁମତୀଅନେକ ରତ୍ନ ଯୋଗାଡ଼ ପାଇଲେ ଦ୍ରୋପତୀ ।୩୦୬।ହସ୍ତିନା ନଗ୍ରର ପଛିମ କତିଆଡ଼େରହିଲେ ପାଣ୍ଡବେ ପୁଷ୍ୟାନଦୀ କଇଛାଡ଼େ ।୩୦୭।ଯୁଝେଷ୍ଠି ଦେବଙ୍କୁ ଆସ୍ତାନକୁ ଅଣାଇଂଆସ୍ତାନେ ବିଜେ କରିଛନ୍ତି କୁରୁସାଇଂ ।୩୦୮।ସଭାୟେଣ ବାସୁଦେବ ବଚନ ପରକାଶିଆହୋ ଦ୍ରିଯୋଧନ ପାଣ୍ଡବଙ୍କୁ ସମ୍ଭାଳି ଥାଅସି ।୩୦୯।ୟେହାହୁଂ ସୋଦର ତୋତେ ନାହିଂଟି ଆନ ଜଣସୋଦର ସମ୍ଭାଳିଲେ ଆପଣାର ଅନେକ ହୋଇ ପୁଣ୍ୟ ।୩୧୦।ତୁ ଯେବେ ପାଣ୍ଡବଙ୍କୁ ନ ସମ୍ଭାଳିବୁ ନୃପତିତୁମ୍ଭଙ୍କୁ ସଂସାରେ ଯେ ହୋଇବ ଅପଖ୍ୟାତି ।୩୧୧।ପାଣ୍ଡବେ ତ ନାଶ ନୋହନ୍ତି ଚାରି ଯୁଗେୟେହା ପରିମାଣି ତୁମ୍ଭେ ଥାଅ କଉରୋବେ ।୩୧୨।ଦ୍ରିଯୋଧନ ବୋଇଲା ସ୍ୱାମୀ ଶୁଣ ଦେବହରିତୋହୋର ଆଜ୍ଞା ଭ୍ରଷ୍ଟ କଲେ ନିଶ୍ଚେଂ ସେହୁ ମରି ।୩୧୩।ସବୁନ୍ତି ତିଆରିଲେ ଦେବ ଜଗନ୍ନାଥେଦ୍ୱାରକା ଭୁବନକୁ ବିଜୟେ ବେନି ଭ୍ରାଥେ ।୩୧୪।ନନ୍ଦ ବସୁଦେବ ପଚାରନ୍ତି ସର୍ବ କଥାକହିଲେ ଯେ ରାମକୃଷ୍ଣ ପାଣ୍ଡବଙ୍କ ବାରତା ।୩୧୫।ପାଣ୍ଡବେ ଦ୍ରିଯୋଧନର ଅନେକ ପୀରତିଭୋଜନେ ଶୟନେ ଅଭେଦ ଦିନ ରାତି ।୩୧୬।ଛାଡ଼ିଲେ ହିଂସା ଅପବାଦମାନବଢିଲା ପୀରତି ଅଭେଦ ଦିନୁ ଦିନ ।୩୧୭-୧୨୧୧୩।